କୃଷ୍ଣଙ୍କର ଅର୍ଜ୍ଜୁନଙ୍କୁ ଦ୍ୱାରକାନୟନ — ହରିବଂଶ ସପ୍ତମ ଖଣ୍ଡ — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିକଲ୍ୟାଣ ବାଞ୍ଚ୍ଥନ୍ତି ଏହିରୂପେ ଧର୍ମ ସୁତ ।
ଭୀମାର୍ଜ୍ଜୁନ ନକୁଳ ଯେ ଆଉ ସହଦେବ
ବାରତା ପାଇଲେ ଆସିଛନ୍ତି ପଦ୍ମନାଭ ।
ସେହି ଚାରି ଭାଇ ଧାଇଁ ଅଇଲେ ବହନ
ଦେଖିଲେ ବିଜୟ କରିଛନ୍ତି ଜନାର୍ଦ୍ଦନ ।
ଶଙ୍ଖ ଚକ୍ର ଗଦାପଦ୍ମ ଚତୁର୍ଭୁଜ ହୋଇ
ଉଭା ହୋଇଣ ଅଛନ୍ତି କମଳାର ସାଇଁ ।
ତ୍ୱରିତ ଆସିଣ ତାଙ୍କ ଚରଣେ ନମିଲେ
ନାରାୟଣ ତାହାଙ୍କର କଲ୍ୟାଣ ବାଞ୍ଛିଲେ ।
ଯୁଧିଷ୍ଠିର ଆଜ୍ଞା ଦେଲେ ଶୁଣ ସହଦେବ
ଆମ୍ଭର ପୁରକୁ ବିଜେ କଲେ ପଦ୍ମନାଭ ।
ଗଙ୍ଗାନୀର ଝରିରେ ତୁ ବେଗେ ଆସ ଘେନି
ଗୋବିନ୍ଦ ଚରଣ ଧୋଇଦିଅ ଭାଇ ତିନି ।
ଆଜ୍ଞା ପାଇ ସହଦେବ ତ୍ୱରା ହୋଇଗଲା
ଗଙ୍ଗାନୀର ଘେନିଣ ସେ ବହନ ଅଇଲା ।
ସହଦେବ ବୀର ବେଗେ ପାଣି ତୋଳି ଦେଇ
ଅର୍ଜ୍ଜୁନ କୃଷ୍ଣ ଚରଣ ଧଉତ କରଇ ।
ଝୀନ ବାସ ଘେନି ପାର୍ଥ ପୋଛଇ ପୟର
ଚରଣ ଉଦକ ନେଇ କ୍ଷେପନ୍ତି ଉଦର ।
ଶ୍ରୀପୟରେ ବିଜେ କଲେ ପ୍ରଭୁ ଦାମୋଦର
ହସ୍ତ ଧରି ବସାଇଲେ ସୁବର୍ଣ୍ଣ ଖଟର ।
ଯୁଧିଷ୍ଠିର ଆଜ୍ଞା ଦେଲେ ସହଦେବ ଚାହିଁ
ମାତାଙ୍କ ଅଗ୍ରେ ଜଣାଇ ଆସ ତୁମ୍ଭେ ଯାଇ ।
ବୋଲିବ ଆମ୍ଭ ପୁରକୁ ବିଜେ ଜନାର୍ଦ୍ଦନ
ମଣୋହି ସାମଗ୍ରୀ ଯେହ୍ନେ କରନ୍ତି ବହନ ।
ଏହା ଶୁଣିଣ ନକୁଳ ଶୀଘ୍ରେ ଚଳିଗଲା
ଭିତର ପୁରେ ମାତାଙ୍କୁ ନମସ୍କାର କଲା ।
ଶିରେ କର ଦେଇଣ ସେ ବୋଲନ୍ତି ବଚନ
ଆମ୍ଭ ପୁରେ ବିଜେ କଲେ ଦେବ ଜନାର୍ଦ୍ଦନ
ମଣୋହି ସାମଗ୍ରୀମାନ ଭିଆଅ ସତ୍ୱର
ମୋତେ ହକାରିଣ ଆଜ୍ଞା ଦେଲେ ନୃପବର ।
ଏହା ଶୁଣିଣ ଉସତ ହୋଇଲେ କୁଇନ୍ତା
ସଙ୍ଖୁଳି ଅଇଲେ ଏତେକାଳେ ଜଗଜ୍ଜିତା ।
ଦ୍ରୋପଦୀକି ଆଜ୍ଞା ଦେଲେ ଭୋଜର ନନ୍ଦିନୀ
ବେଗେ ତୁମ୍ଭେ ରନ୍ଧନ ଗୋ କର ଯୋଷାମଣି ।
ଗୋବିନ୍ଦ ଆସି ଅଛନ୍ତି ଆମ୍ଭ ଭବନକୁ
ଉଛୁର ହେଉ ଅଛଇ ମଣୋହି ବେଳକୁ ।
ଶୁଣିଣ ଦ୍ରୋପଦୀ ଦେବୀ ବଡ଼ ହରଷରେ
ସ୍ନାନ କରିଣ ପଶିଲେ ରାନ୍ଧଣା ମନ୍ଦିରେ ।
ଷଡ଼ରସ ବ୍ୟଞ୍ଜନାଦି ରାନ୍ଧି ଯୋଷାମଣି
କୁଇନ୍ତାଙ୍କର ଛାମୁରେ ମିଳି ତତକ୍ଷଣି ।
ଏହା ଶୁଣି କୁନ୍ତୀଦେବୀ ହୋଇଲେ ବାହାର
ପ୍ରବେଶ ହୋଇଲେ ଯାଇ ଆସ୍ଥାନ ପାଶର ।
କୁଇନ୍ତାଙ୍କୁ ଦେଖିକରି ଉଠି ଚକ୍ରପାଣି
ତାଙ୍କ ଚରଣେ ନମନ୍ତି ଭକତିରେ ପୁଣି ।
କଲ୍ୟାଣ କରିଣ ତାଙ୍କୁ ବୋଲନ୍ତି କୁଇନ୍ତା
ଅଇଲୁ ସଙ୍ଖୁଳି ଏତେକାଳେ ଜଗଜ୍ଜିତା ।
ପଞ୍ଚ ପାଣ୍ଡବ ତୋହର ଚରଣ ଆଶ୍ରିତ
ୟାଙ୍କୁ ନିରାଶ କରିବା ନୁହଇ ଉଚିତ ।
ସର୍ବେ କହନ୍ତି ପାଣ୍ଡବେ ଜଗନ୍ନାଥ ଭୃତ୍ୟ
ଦୂର୍ଯୋଧନେ ରାଜ୍ୟଦେଇ ହୋଇଲେ ନିଶ୍ଚିନ୍ତ ।
କୁଇନ୍ତାଙ୍କର ମୁଖରୁ ଏସନକ ଶୁଣି
ପଦ୍ମ ମୁଖେ ହସି ବଦୟନ୍ତି ଚକ୍ରପାଣି ।
କିଛି ଚିନ୍ତା ତୁମ୍ଭେ ଗୋ ନକର ଏଥିପାଇଁ
ଅଧର୍ମରେ ନାଶ ଯିବେ ଗାନ୍ଧାରୀ ତନୟୀ ।
ଦୁଷ୍ଟଜନ ପାଇଁ ମୋର ରଙ୍ଗା ଅବତାର
ସବୁଙ୍କର ଏହି ଚକ୍ରେ ଛେଦିବଇଁ ଶିର ।
ଅର୍ଜୁନର ହସ୍ତେ ମୁହିଁ ଯଶ ଦିଆଇବି
ନିଶ୍ଚୟ ତା ଯୋଗେ ବଂଶ ନାଶ କରାଇବି ।
ସେ ମଲେ ପୃଥିବୀଭାରା ଉଶ୍ୱାସ ହୋଇବ
ମହାଭାରତ ସମର ନିକଟରେ ହେବ ।
ପଞ୍ଚକଟକେ ତୋ ପୁତ୍ର ହେବ ଅଧିପତି
ନ ମାଇଲେ ଉଶ୍ୟାସ ତ ନୋହେ ବସୁମତୀ ।
ମାନଗୋବିନ୍ଦର ବଂଶ ହୋଇବ ବିନାଶ
ମାତାଙ୍କୁ ପ୍ରବୋଧ ଦେଲେ ନନ୍ଦଙ୍କର ଶିଷ୍ୟ ।
ମଣୋହି କରିବା ପାଇଁ ଚାଲ ଭଗବାନ
ଉଛୁର ହେଉ ଅଛଇ ଉଠ ଜନାର୍ଦ୍ଦନ ।
ପାଞ୍ଚଭାଇଙ୍କୁ ଘେନିଣ ପ୍ରଭୁ ବ୍ରହ୍ମରାଶି
ମଣୋହି ସ୍ଥାନରେ ବେଗେ ବିଜେକଲେଆସି ।
ଖଗବର ଅଛଇ ଯେ ଗୋବିନ୍ଦ ଛାମୁର
ମଣୋହିକି ବିଜେ କଲେ ଦେବ ଦାମୋଦର ।
ସୁବର୍ଣ୍ଣ ଥାଳୀରେ ମାତା ଓରିୟା ପୁରାଇ
ସୁବାସିତ ଗବ୍ୟଘୃତ ତହିଁରେ ପକାଇ ।
ଚଉରାଶୀ ତିଅଣ ଯେ ପରଷନ୍ତି ମାୟେ
ନାନାବିଧ ଫଳ ଆଉ ସୁଧା ପାଣି ଦିଏ ।
ସନ୍ତୋଷରେ ଭୋଜନକୁ କରି ଚକ୍ରପାଣି
ଯାହା ରନ୍ଧନ କରିଛି ଦ୍ରୂପଦ ନନ୍ଦିନୀ ।
ଭୋଜନ ସମ୍ପୂର୍ଣ୍ଣ ହ୍ୱନ୍ତେ ଉଠିଲେ ମାଧୋଇ
ବାସ ପାଣିରେ ଶ୍ରୀମୁଖ ଧୋଇଲେକ ଯାଇ ।
ଝୀନ ବସନ ଘେନିଣ ଶ୍ରୀମୁଖ ପୋଛିଲେ
କର୍ପୂର ବିଡ଼ିଆ ପାନ ଆନନ୍ଦେ ଭୁଞ୍ଜିଲେ ।
ଗଉରବ ପାଇ ରହିଲେକ ଦିନା ତିନି
ଅର୍ଜୁନେ ଚାହିଁ ବୋଲନ୍ତି ଦେବ ଚକ୍ରପାଣି ।
ପୂର୍ବର କଥା ଗୋଟିକ ପସୋରିଲୁ ତୁହି
ପାତାଳପୁର ବାରତା ତୋର ମନେ ନାହିଁ ।
ଗୁପତ କଥା କହିଲେ ଯହୁଁ ଦାମୋଦର
ପାସୋରିଥିଲି ବୋଲି ସେ ଯୋଡ଼ି ବେନିକର ।
ଯୂଧିଷ୍ଠିରଙ୍କ ମୂଖକୁ ଗୋବିନ୍ଦ ଚାହିଁଲେ
କରପତ୍ର ଯୋଡ଼ି ଅଗ୍ରତରେ ଜଣାଇଲେ ।
ଦ୍ୱାରକା ପୁରକୁ ଯିବି ନ ପାରିବି ରହି
ତେଣେ ମୋତେ ଲୋଡ଼ିବେଣି ରେବତୀର ସାଇଁ ।
ତହୁଁ ଯୁଧିଷ୍ଠି ବୋଇଲେ ବିଳମ୍ବ ନ କର
ମୋତେ ତୁ ନ ପାସୋରିବୁ ଦେବ ଦାମୋଦର ।
ଗୋବିନ୍ଦ ବୋଇଲେ ତୁମ୍ଭେ ମୋର ପଞ୍ଚଭୂତ
ପିଣ୍ଡ ଥାଏ ଦ୍ୱାରକାରେ ପ୍ରାଣ ତବାଶ୍ରିତ ।
ଏହା ଶୁଣି ଯୁଧିଷ୍ଠିର ଆନନ୍ଦିତ ହେଲେ
ଯାଅ ବୋଲିଣ ତାହାଙ୍କୁ ହସ୍ତେ ଠାରିଦେଲେ ।
ଶ୍ରୀକୃଷ୍ଣ ବୋଇଲେ ପାର୍ଥ ଯିବେ ମୋର ସଙ୍ଗେ
ଆଜ୍ଞା ହୋଇଲେ ଅର୍ଜୁନ ଯିବେ ଏଥୁଁ ବେଗେ ।
ଯାଉ ବୋଲି ଆଜ୍ଞା ଦେଲେ ଯୁଧିଷ୍ଠିର ରାଣ
ହରି ଅର୍ଜୁନ ନମିଲେ ତାଙ୍କର ଚରଣ ।
ମାତାଙ୍କୁ ଓଳଗି ହୋଇ ବାହାର ହୋଇଲେ
ଶୁଭେ ଯାଅ ବୋଲି କୁନ୍ତୀ ଆଜ୍ଞା ତହୁଁ ଦେଲେ ।
ଭୀମ ଯେ ନକୁଳ ସହଦେବ ତିନି ଭାଇ
ଗୋବିନ୍ଦ ଚରଣ ତଳେ ପଡ଼ିଲେକ ଶୋଇ ।
ଉଠ ଉଠ ବୋଲି ଆଜ୍ଞା ଦେଲେ ଚକ୍ରଧାରୀ
ଗରୁଡ଼ ପିଠିରେ ବିଜେ ପାର୍ଥ ହାତ ଧରି ।
ତିନି ନିଶ୍ୱାସେ ଅଇଲା ତହୁଁ ଖଗେଶ୍ୱର
ଶ୍ରୀକୃଷ୍ଣ ପ୍ରବେଶ ହେଲେ ଦ୍ୱାରକା ନଗର ।
ଗରୁଡ଼ ପୃଷ୍ଠୁ ଓହ୍ଲାଇ ହରି ପାର୍ଥ ବେନି
ଭିତରକୁ ବିଜେ କଲେ ଦେବ ଚକ୍ରପାଣି ।
ବାରତା ପାଇ ରୁକ୍ମିଣୀ ଆଉ ସତ୍ୟଭାମା
ଶ୍ରୀକୃଷ୍ଣଙ୍କ ଚରଣରେ ନମି ବେନି ବାମା ।
ଆଜ୍ଞା ଦେଲେ ଠାକୁର ଯେ ଶୁଣ ବେନି ସହି
ଆମ୍ଭର ପୁରକୁ ବିଜେ ଅର୍ଜୁନ ବୀରହିଁ ।
ମଣୋହିର ବିଧି ଯେତେ ହୁଅଇ ବେଭାର
ଅତି ତ୍ୱରା ହୋଇ ତୁମ୍ଭେ ସର୍ବ ନିର୍ଭାକାର ।
ସତ୍ୟଭାମା ରୁକ୍ମିଣୀଙ୍କୁ ଦେଖିଣ ଅର୍ଜୁନ
ତ୍ୱରିତ ଯାଇ ତାଙ୍କର ବନ୍ଦିଲେ ଚରଣ ।
ଆଶୀର୍ବାଦ କଲେ ଶତ୍ରାଜିତର ତନୟି
ଅର୍ଜୁନଙ୍କୁ ଦେଖି ବାମା ଉସତ ହୁଅଇ ।
ତ୍ୱରିତ ରନ୍ଧନ କାର୍ଯ୍ୟକଲେ ସମ୍ପାଦନ
ଅର୍ଜୁନ ସଙ୍ଗେ ଭୋଜନ କଲେ ଜନାର୍ଦ୍ଦନ ।
ଏମନ୍ତ ପ୍ରକାରେ ତହିଁ କିଛି ଦିନ ଗଲା
ଦ୍ୱାରକାପୁରେ ଅର୍ଜୁନ ନିଶ୍ଚିନ୍ତେ ରହିଲା ।
ନମୋ ନମୋ ବାକ୍ୟଦେବୀ ବ୍ରହ୍ମାର ନନ୍ଦିନୀ
ବିଦ୍ୟାର ବଳେ ମୋହିଲୁ ଦେବ ଚକ୍ରପାଣି ।
ସମସ୍ତଙ୍କ କଣ୍ଠରେ ତୁ ବିଜେ କରିଥାଉ
ତେଣୁକରି ବାକ୍ୟଦେବୀ ନାମ ତୁ ବୋଲାଉ ।
ଯାହାକୁ ତୁ ଦୟାକରୁ ଆଗୋ ଯୋଷାମଣୀ
ତିନିଲୋକ ମଧ୍ୟରେ ସେ ହୁଅଇ ଅଗ୍ରଣି ।
ନିରତେ ବାକ୍ୟ ଦେବୀଙ୍କୁ କରଇ ସ୍ମରଣ
ଅଚ୍ୟୁତ ଦାସ ଭଣଇ କୃଷ୍ଣକୀର୍ତ୍ତିମାନ ।
ସୁଭଦ୍ରା ପରିଣୟ
ଏଥୁ ଅନନ୍ତରେ ପରୀକ୍ଷ ନାମେ ନୃପବରଶୁକମୁନିଙ୍କ ଚରଣେ ନମି ଶତେବାର ।କୃତ୍ୟ କୃତ୍ୟ ହୋଇକରି ବୋଲେ ନୃପସାଇଁଦୀପାବଳୀ ଘେନି ରାଜା ମୁନିଙ୍କି ବନ୍ଦଇ ।ରାଜାର ଭକତି ଭାବ ଦେଖି ମୁନିବରବୋଲନ୍ତି ଆବର କିସ ପୁଚ୍ଛ ନୃପବର ।ମୁନିଙ୍କର ଦୟାଭାବ ଦେଖିଲାକ ଯହୁଁକରପତ୍ର ଯୋଡ଼ିକରି ପୁଚ୍ଛେ ନୃପରାହୁ ।ଅପୂର୍ବ କଥା ଗୋଟିଏ ପଚାରିବି ମୁହିଁସାବଧାନ ଚିତ୍ତେ ମୋତେ କହିବା ଗୋସାଇଁ ।ଗୋପନୀୟ ଭାବେ ରହିଲା ତ କଥାମାନନ ପଚାରିଲେ ନ ଯିବ ମୋ ସଂଶୟମାନ ।ନନ୍ଦ ରାଜାଙ୍କର ଯେଉଁ କନ୍ୟାଗୋଟି ଥିଲାକେବଣ ନୃପତିକି ସେ ବିବାହ ହୋଇଲା ।ଏହା ମୋତେ ବୁଝାଇଣ କହ ମୁନିବରତେବେ ସଂଶୟ ଛେଦନ ହୋଇବ ମୋହର ।ରାଜାର ବଚନେ ମୁନି ଅଳପ ହସିଲେନରପତିଙ୍କି ବହୁତ ପ୍ରଶଂସା କରିଲେ ।ବୋଇଲେ ନୃପତି ତୁହି ଅଟୁ ବୁଦ୍ଧିମନ୍ତତେଣୁକରି ପଚାରୁଛୁ କଥାର ତଦନ୍ତ ।ଏକମନ ହୋଇ ତୁମ୍ଭେ ଶୁଣ ନରନାଥସୁଭଦ୍ରାକୁ ବିବାହ ଯେ ହେଲେ ବୀର ପାର୍ଥ ।ତୋହର ପିତାମହ ସେ ଅଟନ୍ତି ଯୁକତେଆଜିଯାଏ ଏହା ତୁ ନ ଜାଣୁ ନରନାଥେ ।ବିବାହ ଅନ୍ତେ ପାଣ୍ଡବେ ହୋଇଲେ ଅନ୍ୟୋନି ।ସଂଗ୍ରାମରେ କୁରୁବଳ ମାଇଲେ ଫାଲଗୁନି ।ପାଣ୍ଡବଙ୍କ ହସ୍ତେ କୁରୁବଳ ନାଶ ଗଲେଏହା ଯେବେ ଶୁଣିବାକୁ ଇଚ୍ଛୁ ନୃପବରେ ।ଏକମନ ହୋଈ ତେବେ ଶୁଣ ନୃପସାଇଁଦିନେ ନନ୍ଦକୁ ସଙ୍ଖୁଳି ଅଇଲେ ମାଧୋଇ ।ନନ୍ଦର ମନ୍ଦିରେ ଯାଇ ମିଳି ଦାମୋଦରନମସ୍କାର କଲେ ବେଗେ ନନ୍ଦର ପୟର ।ଶ୍ରୀକୃଷ୍ଣଙ୍କୁ ଦେଖି ନନ୍ଦ ସନ୍ତୋଷ ଲଭିଲେଏସନକ ସମୟରେ ଯଶୋଦା ଅଇଲେ ।ମାତାକୁ ଦେଖିଣ କୃଷ୍ଣ ଉଠିଲେ ତଡ଼ତିଭକ୍ତିଭାବେ ମାତାଙ୍କର ଚରଣେ ନମନ୍ତି ।ସ୍ନାହାନ ଭୋଜନ ତହିଁ କଲେ ନାରାୟଣଆଚମନ ଶେଷ କରି ବସିଲେ ତକ୍ଷଣ ।ମୁଖବାସ ଯୋଗାଇବା ବେଳେ ନନ୍ଦରାୟେବୋଲନ୍ତି ଶୁଣ ହେ ତୁମ୍ଭେ ଦେବାଧିଙ୍କରାୟେ ।ଆଜିଯାଏ ଅବିବାହୀ ସୁଭଦ୍ରା ରହିଲାତାହାର ସଦୃଶ ବର କାହିଁ ନ ମିଳିଲା ।ଏଥକୁ କିସ ଉପାୟ କରିବ କହ୍ନାଇତୋହର ବ୍ୟତୀତ ମୋର ଅନ୍ୟ ଗତି ନାହିଁ ।ସକଳ ବନ୍ଧୁ କୁଟୁମ୍ୱ ପୁତ୍ର ଅଟ ତୁମ୍ଭେତୁମ୍ଭର ବ୍ୟତୀତ ଆନ ନାହିଁ ବାସୁଦେବେ ।ନନ୍ଦର ମୁଖକୁ ଚାହିଁ ବୋଲନ୍ତି କହ୍ନାଇଥୋକେ ଦିନ ରୁହ ବର ଖୋଜିବାକ ଯାଇଁ ।ନନ୍ଦ ବୋଇଲେ ଯୁବତୀ ହୋଇଲା ଦୁହିତାଦେଖିକରି ମୋର ମନେ ଲାଗେ ବଡ଼ ଚିନ୍ତା ।ଗୋବିନ୍ଦ ବୋଇଲେ ଚିନ୍ତା ନ କର ହୋ କିଛିବଳରାମଙ୍କୁ ଆମ୍ଭର ପୁଚ୍ଛିବାର ଅଛି ।ତାହାଙ୍କୁ ନ ପୁଚ୍ଛି ଆମ୍ଭେ କେମନ୍ତେ ଖୋଜିବାନ ଯୁଚ୍ଛିଲେ କୁପିତ ଯେ ହେବେ ବଳଦେବା ।ଏତେ କହି କୃଷ୍ଣ ତହୁଁ ବହାର ହୋଇଲେଦ୍ୱାରକା ପୁରରେ ଯାଇ ତ୍ୱରିତେ ମିଳିଲେ ।ସତ୍ୟଭାମା ରୁକ୍ମିଣୀଏ ମିଳିଲେକ ଆସିତାଙ୍କୁ ଗୋବିନ୍ଦ ବୋଇଲେ ଶୁଣ ଶୁଭ୍ରକେଶି ।ନନ୍ଦଙ୍କ କନ୍ୟା ସୁଭଦ୍ରା ନାମେ ଅଛି ନାରୀଯୁବତୀ ହୋଇଣ ସେହୁ ଅଛି ତାଙ୍କ ପୁରୀ ।ତାର ସମାନ ଆମ୍ଭକୁ ନ ମିଳିଲା ବରତେଣୁ ଚିନ୍ତା ଜନ୍ମିଅଛି ଆମ୍ଭର ମନର ।ଶ୍ରୀକୃଷ୍ଣଙ୍କର ମୁଖରୁ ଏସନକ ଶୁଣିକଥାଏ କହିବି ମୁହିଁ ବୋଇଲେ ରୁକ୍ମିଣୀ ।ବର ଗୋଟିଏ ମୁହିଁ ତ ସ୍ଥିର କରି ଅଛିକୋପ ଯେବେ ନ କରିବ କହିବି ଶ୍ରୀବତ୍ସି ।ତହୁଁ ଗୋବିନ୍ଦ ବୋଇଲେ କହକିନା ମୋତେରୁକ୍ମିଣୀ ବୋଲେ ଏ ପୁରେ ଅଛି ବୀର ପାର୍ଥେ ।ନାରାୟଣ ବୋଇଲେ ଗୋ ଶୁଣ ପ୍ରାଣସହିପାଣ୍ଡବ ନାମେ ଚଳନ୍ତି ଦେବ ହଳସାଇଁ ।ଆମ୍ଭ ମନକୁ ରୁଚିଲା ତୁମ୍ଭେ କହିବାରୁତୁମ୍ଭେ ନ କହୁଣୁ ଆମ୍ଭେ ଜାଣିଛୁ ଆଗରୁ ।ବଳରାମ ଭୟରେ ନ ପାରୁ ଆମ୍ଭେ କହିଗୋପନେ ସେ କଥା ରଖ ନ କହ ଫିଟାଇ ।ତାହାଙ୍କୁ ନିବୃତ୍ତ କରି ପ୍ରଭୁ ଭଗବାନବଳରାମଙ୍କ ପୁରକୁ ଚଳିଲେ ବହନ ।ରାମଙ୍କୁ ଦେଖିଣ କୃଷ୍ଣ ନମସ୍କାର କଲେଦୁଇ ଭାଇ ଆସ୍ଥାନର ଉପରେ ବସିଲେ ।ଗୋବିନ୍ଦ ବୋଇଲେ ତୁମ୍ଭେ ଶୁଣ ହଳଧରକଥାଏ ପଚାରିବାକୁ ଅଛଇ ଛାମୁର ।ବଳୀ ବୋଇଲେ କହ ତୁ କେବଣ ଚରିତଶ୍ରୀକୃଷ୍ଣ ବୋଇଲେ ଶୁଣ ରେବତୀର କାନ୍ତ ।ନନ୍ଦଙ୍କ ଝିଅ ଅଟଇ ସୁଭଦ୍ରା ସୁନ୍ଦରୀଯୁବତୀ ହୋଇ ରହିଛି ନନ୍ଦଙ୍କର ପୁରୀ ।ବର ଖୋଜି ତାହାକୁ ନ ଦେଲ ତୁମ୍ଭେ ବିଭାଏଥିର ଉପାୟ ତୁମ୍ଭେ ଆମ୍ଭକୁ କହିବା ।କ୍ଷଣେ ମାତ୍ର ତୁନି ହୋଇ ବଚନ ବୋଲନ୍ତିହସ୍ତିନାରେ ଅଛି ଦୂର୍ଯୋଧନ ନରପତି ।ତାହାକୁ ଆଣି ଭଦ୍ରାକୁ ବିଭା କରାଇବାସୁନ୍ଦର ପଣରେ କିସ ପଟାନ୍ତର ଦେବା ।ପନ୍ନଗ ନାରାୟଣ ସେ ପ୍ରତ୍ୟକ୍ଷ ଅଟଇଶଙ୍ଖନିଧି ପଦ୍ମନିଧି ତା ହସ୍ତେ ଅଛଇ ।ଶ୍ରୀହରି ଘରଣୀ ତାର କନ୍ଧେ ସଦା ଥାଇକ୍ଷଣମାତ୍ରକ ତାହାର କନ୍ଧରୁ ନ ଯାଇ ।ଅନୁକ୍ଷଣେ ବରବେଶ ହୋଇଥାଏ ରାୟେଆଠଦିନେ ଭାନୁମତୀ ପୁଣ ବିଭା ହୁଏ ।ତାକୁ ଆଣି ସୁଭଦ୍ରାକୁ ନିଶ୍ଚେଁ ବିଭାଦେବାଏ କଥାରେ ଚିନ୍ତା ତୁ ନ କର ବାସୁଦେବା ।ବିଭା ଆମ୍ଭେ କରାଇବା ଫାଲଗୁନ ମାସରହରି ବଳରାମ ଦୁହେଁ କଲେକ ବିଚାର ।ବସୁଦେବ ଉଗ୍ରସେନ କହିଲେକ ଦୁହେଁସବୁରି ବିଚାରେ ହେଲା ଦୂର୍ଯୋଧନ ରାୟେ ।ଏମନ୍ତ ପ୍ରକାରେ କିଛିଦିନ ଗଲା ବହିବିବାହର ଉଦଯୋଗ କଲେ ଭାବଗ୍ରାହୀ ।ଫାଲଗୁନ ମାସରେ ଯେ ଶ୍ରୀପଞ୍ଚମୀ ଦିନସେ ଦିନ ବିବାହ ସ୍ଥିର କଲେ ଭଗବାନ ।ବଳରାମ ପ୍ରଭୁ ଅନାଧୃଷ୍ଟକୁ ବୋଇଲେଦୂର୍ଯ୍ୟୋଧନକୁ ବରଣ କରି ଆସ ଭଲେ ।ଆଜ୍ଞା ପାଇ ଅନାଧୃଷ୍ଟ ବେଗେ ଚଳିଗଲାଦୂର୍ଯୋଧନେ ବଳରାମ ଆଜ୍ଞା ଜଣାଇଲା ।ବରବେଶ ହୋଇ ତୁମ୍ଭେ ଆସିବ ଏକ୍ଷଣସୁଭଦ୍ରାକୁ ବିଭାଦେବେ ପ୍ରଭୁ ବଳରାମ ।ବଳଦେବଙ୍କର ଆଜ୍ଞା ପାଇ ଦୁର୍ଯ୍ୟୋଧନଦଳ ବଳ ସଜ ହୋଇ ବାହାରେ ବହନ ।ଏଣେ ଉପାୟ କଲେକ ଦେବ ଦାମୋଦରପାର୍ଥେ ସୁଭଦ୍ରା ପ୍ରଦାନ କରିଲେ ସତ୍ୱର ।ଏଣେ କନ୍ୟାକୁ ଘେନିଣ ଅଇଲା ଅର୍ଜୁନତେଣେ ବିଭା ହେବାପାଇଁ ଆସେ ଦୁର୍ଯୋଧନ ।ତାହା ଦେଖି ଦୁର୍ଯୋଧନ ଲଜ୍ଜା ପ୍ରାପ୍ତ ହେଲାଅଠର କ୍ଷଉଣୀ ବଳ ଘେନି ବାହୁଡ଼ିଲା ।ବଳରାମ ଶୁଣି ମନେ ବହୁକୋପ କଲେସେହି ଦିନୁ ଅର୍ଜୁନକୁ ନ ଦେଖନ୍ତି ଭଲେ ।ପାଣ୍ଡବଠାରେ ଅହନ୍ତା ବହି ଦୁର୍ଯୋଧନତାହାଙ୍କୁ ଅନେକ କଷ୍ଟ ଦେଲା କୁରୁରାଣ ।ବାର ବରଷ ସେମାନେ ବନରେ ରହିଲେବର୍ଷେ ତେର ଦିନ କାଳ ଅଜ୍ଞାତେ ବଞ୍ଚିଲେ ।ସୁଭଦ୍ରା ଗର୍ଭରୁ ତୋର ପିତା ଉପୁଜିଲାଅଭିମନ୍ୟୁ ନାମ ସେହି ତେଣୁ ବୋଲାଇଲା ।ଅଜ୍ଞାତ ବାସ କରିଣ ପାଣ୍ଡବେ ଅଇଲେବରୁଣାବନ୍ତରେ ଆସି ଉପଗତ ହେଲେ ।ଆପଣେ ଯାଇ ଶ୍ରୀହରି ମାଗିଲେକ ପଡ଼ାକେବେହେଁ ବୋଲ ନ କଲା ଦୁର୍ଯୋଧନ ମୂଢ଼ା ।ଦୁର୍ଯ୍ୟୋଧନ ରାଜା ଯୁଦ୍ଧ ଆରମ୍ଭ ପାଞ୍ଚିଲାଅଠର କ୍ଷଉଣୀ ବଳ ଘେନିଣ ସାଜିଲା ।ସାତ ଅକ୍ଷୌହିଣ ବଳ ଘେନି ପଣ୍ଡୁସୁତେସମର ଆରମ୍ଭ କଲେ କୌରବ ସହିତେ ।ବରଯାତ୍ରୀ ହୋଇ ଯାଇଥିଲେ ଯେତେ ରାଜାଯୁଦ୍ଧ ନିମନ୍ତେ ତାହାଙ୍କୁ କରାଇଲା ସଜ୍ଜା ।ଦଶଦିନ ଭୀଷ୍ମଦେବ ଯୁଦ୍ଧ ଆରମ୍ଭିଲେଦଶଦିନ ଅନ୍ତେ ସେହୁ ଶର ଶଯ୍ୟା କଲେ ।ଦ୍ରୋଣାଚାର୍ଯ୍ୟ ପାଞ୍ଚଦିନ ହେଲେ ମହାରଥୀଶକଟ ବୋଲିଣ ବ୍ୟୁହ କଲେ ମହାକ୍ଷତ୍ରୀ ।ଜଳନ୍ଧର ବ୍ୟୁହେ ଗଲେ ହରି ପାର୍ଥ ବେନିତୋହର ପିତା ଶକଟେ ପଶିଲେକ ପୁଣି ।କପଟରେ ଦୁଃଶା ତୋର ପିତାକୁ ମାଇଲାନବଦ୍ୱାରେ ତୋର ପିତା ପ୍ରାଣ ବିସର୍ଜିଲା ।ପାଞ୍ଚଦିନ ଯୁଦ୍ଧକରି ଦ୍ରୋଣ ନାଶଗଲା ।ଦୁଇ ଦିନର ଯୁଦ୍ଧରେ କର୍ଣ୍ଣ ପ୍ରାଣ ଦେଲା ।ଭୀମ ଗଦାଘାତେ ଦୁର୍ଯ୍ୟୋଧନ ଶତେ ଭାଇଲକ୍ଷ୍ମଣ କୁମର ଗଦାଘାତେ ଛେଦି ହୋଇ ।ଅର୍ଦ୍ଧ ଦିବସ ଯୁଦ୍ଧରେ ଶଲ୍ୟ ନାଶ ଗଲାଗଦାଯୁଦ୍ଧ କରିଣ ସେ ଦୁର୍ଯ୍ୟୋଧନ ମଲା ।ଏ ରୂପେ ଅଠର ଦିନ ହୋଇଲା ସଂଗ୍ରାମଦୁଷ୍ଟ ରାଜାମାନେ ଯୁଦ୍ଧେ ହରାଇଲେ ପ୍ରାଣ ।ଅଶ୍ୱତ୍ଥିାମା ତୋ ମାତାକୁ ଶର ନିକ୍ଷେପିଲେତାହାର ନିକ୍ଷିପ୍ତ ଶର ପଶିଲା ଗର୍ଭରେ ।ଗର୍ଭରେ ପଶନ୍ତେ ତୁହି ହରାଇଲୁ ଜ୍ଞାନତେତେବେଳେ ତୋତେ ରକ୍ଷାକଲେ ନାରାୟଣ ।ତେଣୁକରି ତୋର ପରୀକ୍ଷିତ ନାମ ଦେଲେଚକ୍ର ଘୋଡ଼ାଇଣ ନାରାୟଣ ରକ୍ଷାକଲେ ।ଦୁର୍ଯୋଧନ ରାଜବଂଶ ନିଃଶେଷ କରିଣପାଣ୍ଡିବ ରାଜତ୍ୱ କଲେ ହସ୍ତିନା ପୁରେଣ ।ଶୁଣିଲୁଟିକି ହୋ ପରୀକ୍ଷିତ ନୃପବରପୃଥୀଭରା ଉଶ୍ୱାସିଲେ ଦେବ ଦାମୋଦର ।ଯୁଧିଷ୍ଠିରଙ୍କୁ କଟକେ କଲେ ଅଧିପତିନିଶ୍ଚିନ୍ତେ ରାଜତ୍ୱ କଲେ ଯୁଧିଷ୍ଠି ନୃପତି ।କୋପ କରିଣ ଗାନ୍ଧାରୀ କୃଷ୍ଣେ ଶାପଦେଲାତୋହଯୋଗେ ପୁତ୍ରଙ୍କର ପ୍ରାଣନାଶ ହେଲା ।ତେଣୁକରି ତୋତେ ମୁହିଁ ଶାପ ଦେଉଅଛିଦିଗପାଳେ ସାକ୍ଷୀ ରଖି ଏହା ମୁଁ କହୁଛି ।ତୋହର ବଂଶ ତୋହର ଆଗେ ଯାନ୍ତୁ ନାଶଶ୍ରୀକୃଷ୍ଣଙ୍କୁ ଶାପ ଦେଲା ବହି ଅମରୀଷ ।ସେହି ଦିନୁ କୃଷ୍ଣ ମନେ ଚିନ୍ତିତ ହୋଇଲେକାହାରି ଆଗରେ ସେହି କଥା ନ କହିଲେ ।ଯାହା ତୁ ପଚାରିଥିଲୁ ଶୁଣିଲୁ କି ରାୟେସୁଭଦ୍ରା ବିବାହ ଶୁଣି ପାପ କର କ୍ଷୟେ ।କରପତ୍ର ଯୋଡ଼ି ରାଜା କରଇ ବିନତିଏଥିର ଉତ୍ତାରେ କିସ କଲେ ଲକ୍ଷ୍ମୀପତି ।ମୁନି ବୋଇଲେକ ଶୁଣ ଏବେ ହୋ ରାଜନହସ୍ତିନାପୁରୁ ଅର୍ଜୁନେ ଆଣିଲେ ମୋହନ ।ଥୋକେ ଦିନ ପାର୍ଥ ଦ୍ୱାରକାରେ ଛନ୍ତି ରହିଗୋବିନ୍ଦ ତାଙ୍କୁ ଆଣିଲେ ସନ୍ନିଧିକୁ ରାଇ ।ଚାଲ ପାତାଳ ପୁରକୁ ବେଗେ ଦୁହେଁ ଯିବାସେ ନାରାୟଣ ବିଷ୍ଣୁଙ୍କୁ ଦର୍ଶନ କରିବା ।ଆଜ୍ଞା ଦେଇଥିଲେ ସେହୁ ଆମ୍ଭେ ଯିବାପାଇଁଦରଶନ କରି ଆସିବାକ ବେଗ ହୋଇ ।ଶ୍ରୀକୃଷ୍ଣଙ୍କର ମୁଖରୁ ଏସନକ ଶୁଣିକରପତ୍ର ଯୋଡ଼ି ବଦୟନ୍ତି ଫାଲଗୁନି ।ମୋହର ଯେ କିସ ଇଚ୍ଛା ପଚାରୁଛ ମୋତେତୁମ୍ଭର ଇଚ୍ଛା ଅନ୍ୟଥା ନୁହେଁ କଦାଚିତେ ।ଅର୍ଜୁନର ବାକ୍ୟ ଶୁଣି ଗୋବିନ୍ଦ ଉଠିଲେହରି ଅର୍ଜୁନ ସେଠାରୁ ବେଗେ ଚଳିଗଲେ ।ପାତାଳ ପୁରେ ମିଳିଲେ ଅତି ତ୍ୱରା ହୋଇରଥରୁ ଓହ୍ଲାଇ ପଶିଲେକ ଭବଗ୍ରାହୀ ।ନିରାକାର ବିଷ୍ଣୁଙ୍କର ନମିଲେ ପୟରେନମସ୍କାର କଲେ ଯାଇ ବିଷ୍ଣୁ ସନ୍ନିଧିରେ ।ତାହାଙ୍କୁ କଲ୍ୟାଣ କଲେ ନିରଞ୍ଜନ ଦେହୀବୋଇଲେ ଏତେ ବିଳମ୍ୱ କଲ କାହିଁପାଇଁ ।ପୃଥିବୀର ମହାଭାରା ହୋଇଲା ଉଶ୍ୱାସଦୁଆପର ଯୁଗ ଆସି ହୋଇଲାକ ଶେଷ ।ମର୍ତ୍ତ୍ୟରେ ଥିବା ତୁମ୍ଭର ଉଚିତ ନୁହଇହରି ପାର୍ଥ ବଳରାମ ଆସ ବେଗ ହୋଇ ।ଯେତେବେଳେ ଦ୍ୱାରକାରୁ ହୋଇବୁ ବାହାରଦ୍ୱାରକା ପୁର ବୁଡ଼ାଇ ଦେବୁ ତୁ ଜଳର ।ବଳଦେବ ଆସିବେ ଯେ ଅତି ତ୍ୱରା ହୋଇତୋହର ଆସନ୍ତେ ତୁଚ୍ଛା ହୋଇବ ସେ ମହୀ ।ମାନବେ ଯାଇଣ ବାସ କରିବେ ତହିଁରେଏଣୁକରି ସେ ପୁର ତୁ ବୁଡ଼ାଅ ଜଳରେ ।କୁଶସ୍ଥଳୀ ଦ୍ୱାରକା ଯେ ଅଟେ ନାମ ତାରଅବତାର ପାଇଁ କରିଅଛି ବେଦବର ।କୃଷ୍ଣ ଅବତାରେ ଲୀଳା କର ଭଗବାନତେଣୁ କରିଣ ଦ୍ୱାରକା ଅଟେ ଗୁପ୍ତ ସ୍ଥାନ ।ସେହି ପୁରକୁ ଅବଶ୍ୟ ଜଳେ ଭସାଇବଏହି ପାତାଳପୁରକୁ ତ୍ୱରିତେ ଆସିବ ।ନିରାକାର ବିଷ୍ଣୁ ମୁଖୁ ଏସନକ ଶୁଣିକରପତ୍ର ଯୋଡ଼ି ବଦୟନ୍ତି ବେନୁପାଣି ।ତୁମ୍ଭର ଆଜ୍ଞା ପ୍ରମାଣେ ଏତେକ କରିବୁକୁଶସ୍ଥଳି ଦ୍ୱାରକାକୁ ଜଳେ ବୁଡ଼ାଇବୁ ।ପୃଥିବୀରେ ଯେତେକ ବା ଦୁଷ୍ଟ ଜୀବ ଥିଲେତୋହର ହିଁ କୃପାରେ ସେ ସର୍ବେ ନାଶଗଲେ ।ଆଉ ତ ପୃଥୀରେ ଦୁଷ୍ଟ ଜୀବ କେହି ନାହିଁତୁହି ରହି ମହାସୁଖ ଭୋଗକଲୁ ତହିଁ ।ତୋହର ପୁତ୍ର ନାତିଏ ଅଛନ୍ତି କି ଭଲେସାତବଂଶ ଯାଦବ କି ଅଛନ୍ତି କୁଶଳେ ।ଯଦୁବଂଶ ଯେବେ ଥିବେ ପୃଥିବୀ ମଣ୍ଡଳେପୃଥିବୀଦେବୀ ଉଶ୍ୱାସ ନୁହେଁ କେତେବେଳେ ।ତୋହର ସେ ପୁତ୍ର ନାତି ଯେତେକ ଅଛଇତାଙ୍କୁ ଜିଣିବାକୁ ପୃଥ୍ୱୀ ମଧ୍ୟେ କେହି ନାହିଁ ।ସେମାନେ ଥିଲେ ପୃଥିବୀ ନୋହିବ ଉଶ୍ୱାସସେମାନଙ୍କୁ ନିବାରଣ କର ପୀତବାସ ।ପୂର୍ବେ ଗାନ୍ଧାରୀ ଦେବୀର ଶାପ ତୋତେ ଅଛିଯୋଗବଳରେ ଆମ୍ଭକୁ ଦୃଶ୍ୟ ହେଉଅଛି ।ଆହୁରି କଥା ଗୋଟାଏ ଶୁଣ ନରହରିଶାପ ଦେଇଛି ଦୁର୍ବାସା ନାମେ ତପଚାରୀ ।ଏବେ ତୋତେ ସେହି କଥା ମେଣ୍ଟଣ ନୋହିବତୋହର ବଂଶ ତୋହର ଆଗେ କ୍ଷୟଯିବ ।ପଛରେ ଜରାଶବର ବିନ୍ଧିବଟି ବାଣସେ ବାଣେ ଦେହ ତେଜିବୁ ଦେବ ନାରାୟଣ ।ନିଦା ବିଷ୍ଣୁଙ୍କ ମୂଖରୁ ଏସନକ ଶୁଣିବିସ୍ମୟରେ ମନ ମଧ୍ୟେ ଭାଳେ କମ୍ୱୁପାଣି ।ପଦ୍ମବନ ପରାୟେକ ବଢ଼ିଲେ ମୋ ବଂଶଦଇବ ବଳେ ସେମାନେ ସର୍ବେ ଯିବେ ନାଶ ।ଏଣେ ବିଚାର କରନ୍ତି ଦେବ ଚକ୍ରଧରଯାଅ ଯାଅ ବୋଲି ଆଜ୍ଞା ଦେଲେ ନିରାକାର ।ତାହାଙ୍କ ବଚନେ ହରି ଅର୍ଜୁନ ଉଠିଲେପ୍ରଭୁଙ୍କ ଚରଣରେ ନମସ୍କାର କଲେ ।ପାତାଳପୁରୁ ଅଇଲେ ଅତି ବେଗ ହୋଇବିବରଦ୍ୱାରେ ରଥରେ ବସି ଭାବଗ୍ରାହୀ ।ତତକ୍ଷଣେ ଦ୍ୱାରକାରେ ହୋଇଲେ ପ୍ରବେଶରଥ ଉପରୁ ଓହ୍ଲାଇ ଗଲେ ପୀତବାସ ।ଅର୍ଜୁନ ବୀରର ହସ୍ତ ଧରି ଭାବଗ୍ରାହୀଚନ୍ଦ୍ରଶାଳାପୁରେ ବିଜେ କଲେ ବେଗେ ଯାଇ ।ବାର୍ତ୍ତା ପାଇଣ ଅଇଲେ ଯାଦବ କୁମରେତହିଁ କୃଷ୍ଣର କୁମରେ ଆସିଣ ମିଳିଲେ ।ଲକ୍ଷେ ଷାଠିଏ ଅଟନ୍ତି କୃଷ୍ଣର ନନ୍ଦନସମସ୍ତେ ନମିଲେ ହରି ଅର୍ଜୁନ ଚରଣ ।ହରି ଅର୍ଜୁନ ତାଙ୍କର କଲ୍ୟାଣ ବାଞ୍ଛିଲେପୁତ୍ରକୁ ଚାହିଁଣ କୃଷ୍ଣ ବିସ୍ମୟ ହୋଇଲେ ।ପଦ୍ମବନର ପରାୟେ ବଢ଼ିଲେ ମୋ ବଂଶଏକାବେଳକେ ଦଇବ କରିବ ବିନାଶ ।ଏତେ ବିଚାରି ବିକଳ ହ୍ୱନ୍ତି ଭାବଗ୍ରାହୀହୃଦୟର ବେଦନା ସେ ନ ପାରନ୍ତି କହି ।କୁମରଙ୍କୁ ବୋଇଲେକ ଯାଅ ବେଗେ ଚଳିଗାଣ୍ଡିବଧାରୀ ଅର୍ଜୁନ ଅଇଲେ ମୋ ପୁରୀ ।ଅର୍ଜୁନଙ୍କୁ ଘେନି ସ୍ନାନ କଲେ ନାରାୟଣଷଟ ପ୍ରକାର ରସରେ କରନ୍ତି ଭୋଜନ ।ଭୋଜନ ଶେଷେ ସେମାନେ ଆଚମନ କଲେଝୀବସନ ଘେନିଣ ଶ୍ରୀମୁଖ ପୋଛିଲେ ।ଦ୍ୱାରକାରେ କିଛିଦିନ ରହିଲେ ଅର୍ଜୁନତେଣେ ପାର୍ଥକୁ ସ୍ମରିଲେ ଧର୍ମର ନନ୍ଦନ ।ଅର୍ଜୁନକୁ ସୁମରନ୍ତେ ଉଚ୍ଚାଟ ଲାଗିଲାଗୋବିନ୍ଦଙ୍କର ଛାମୁରେ ସବୁ ଜଣାଇଲା ।ହସ୍ତିନାପୁରକୁ ଯିବି ଆଜ୍ଞା ଦିଅ ମୋତେଅର୍ଜୁନକୁ ଚାହିଁ ବଦୟନ୍ତି ପଦ୍ମନେତ୍ରେ ।ନିରାକାର ମହାପ୍ରଭୁ ଯେଉଁ ଆଜ୍ଞା ଦେଲେସେହି କଥା ଅର୍ଜୁନ ତୁ ଶୁଣିଅଛୁ ଭଲେ ।ସେ କଥା ଗୋଟିକ ବାବୁ ହୃଦେ ଧରିଥିବୁକାହାର ଆଗରେ ପରକାଶ ନ କରିବୁ ।ଯେତେବେଳେ ମୋର ବଂଶ କରିବି ମୁଁ ନାଶତହିଁକି ତୁ ଲୟେ କରିଥିବୁ ପଣ୍ଡୁ ଶିଷ୍ୟ ।ଯେବେ ଶବର ବାଣରେ ନାଶଯିବ ମୁହିଁସେ କଥା ଗୋଟିକ ଲୟେ କରିଥିବୁ ତୁହି ।ମୋହର ପିଣ୍ଡରୁ ପ୍ରାଣ ଯେତେବେଳେ ଯିବସମୁଦ୍ର କୂଳେ ମୋ ପିଣ୍ଡ ଦହନ କରିବ ।ଆପେ ଧନୁ ଧରି ତୁହି ଦ୍ୱାରକା ଆସିବୁମୋ କୁଟୁମ୍ୱ ସମ୍ଭାଳିଣ ହସ୍ତିନାକୁ ନେବୁ ।ଏହା ଶୁଣିଣ ଅର୍ଜୁନ କମ୍ପେ ଥରହରବେନି ନୟନୁ ଲୋତକ ଗଡ଼େ ଝର ଝର ।ହେ ଦୈବ ପୁରୁଷ ଏହା ବିଚାରିଲୁ ତୁହିଶ୍ରୀକୃଷ୍ଣ ଗଲେ କି ମୁହିଁ ଦେହ ଧରିବଇଁ ।ଶ୍ରୀକୃଷ୍ଣ ବିହୀନେ ମୁହିଁ ହୋଇବି ଅନାଥଜଗତେ ଶୁଭେ ପାଣ୍ଡବ ଜଗନ୍ନାଥ ଭୃତ୍ୟ ।ଅରଜୁନର ବିକଳ ଜାଣି ଚକ୍ରପାଣିବୋଇଲେ ସେ କାହିଁ ପାଇଁ ଭାଳୁ ବୀରମଣି ।ତୁହି ମୋର ପଞ୍ଚଭୂତ ଆତ୍ମାର କାରେଣୀପିଣ୍ଡ ଗଲେ ପ୍ରାଣ କାହିଁ ସମ୍ଭାଳିବ ପୁଣି ।ମୁହିଁ ପିଣ୍ଡ ଅଟଇ ତୁ ମୋର ପଞ୍ଚପ୍ରାଣଏହି କଥା ଅର୍ଜୁନ ତୁ ଦୃଢ଼କରି ଜାଣ ।ତୋତେ ଛାଡ଼ି ନ ପାରଇ ମୁହିଁ କଦାଚିତେପ୍ରତି ଅବତାରେ ଥାଉ ମୋହର ସଙ୍ଗତେ ।ଏତେ କହି ଅର୍ଜୁନକୁ ପ୍ରବୋଧ ସେ କଲେଦିବ୍ୟ ରଥ ଗୋଟିଏକ ସଜାଜିଣ ଦେଲେ ।ଓଳଗି ମେଲାଇ ପାର୍ଥ ବାହାର ହୋଇଲେରଥରେ ଚଢ଼ିଣ ହସ୍ତିନାକୁ ଚଳିଗଲେ ।ନିଜପୁରେ ପରବେଶ ହୋଇଲେକ ଯାଇଯୁଧିଷ୍ଠିର ପାଦେ ନମସ୍କାର ସେ କରଇ ।ଶ୍ରୀକୃଷ୍ଣଙ୍କର ଚରିତ ସମସ୍ତ କହିଲେନିଶ୍ଚିନ୍ତ ହୋଇଣ ତହିଁ ଅର୍ଜୁନ ରହିଲେ ।ଶୁଣ ହୋ ପରୀକ୍ଷା ରାଜା ଶୁକମୁନି ଭଣିପବିତ୍ର ଗଙ୍ଗାଜଳ ଏ ଭାଗବତ ବାଣୀ ।କର୍ଣ୍ଣରେ ଶୁଣିଲେ ସର୍ବ ପାପ ହୁଏ ଧ୍ୱଂସଅଚ୍ୟୁତ ଦାସକୁ ତ୍ରାହି କର ପୀତବାସ ।