କଳିଯୁଗ ଚଉତିଶା — ଅରକ୍ଷିତ ଦାସ · ସ୍ୱର୍ଣ୍ଣଲିପିରାଗ–ରସକୋଇଲାକଳିଯୁଗ ପ୍ରାଣୀଙ୍କର ଯେ ଗତି ।କଉତୁକରେ ଶୁଣ ଦେଇ ମତି ।କପାଳୀ କହନ୍ତି କାଳୀଙ୍କ ଆଗେ ।କବି ଯେ ରଚଇ ମନ ସରାଗେ ହେ ।କହୁଛି ନ ଧର ଦୋଷ ହେ ।କୃଷ୍ଣ ନାମ ତେଜି କଳିରେ ନିମଜ୍ଜି ମନରେ ହୋଇ ହରଷ ହେ ।୧।ଖଣ୍ଟପଣେ ପର ବିତ୍ତ ଯେ ହରି ।ଖାଇବା ପାତ୍ରରେ ବିଷ ଯେ ଭରି ।ଖଚୁଆମାନେ ଯେ ଏ ନ୍ୟାୟପତି ।କ୍ଷିତି-ପତି ଯେ ସଭାରେ ବସନ୍ତି ହେ ।ଖାଲି ମିଥ୍ୟ ପ୍ରଚାରେକ ହେ ।ଖନ୍ଦ ଥାଉ କର ଘେନନ୍ତି ସତ୍ୱର ନ କରି ମନେ ବିବେକ ହେ ।୨।ଗଞ୍ଜାଇ ମଦିରା ରଞ୍ଜାଇ ଚିତ୍ତ ।ଗୁଲିକି ଭୁଞ୍ଜନ୍ତି କେତେ ପଣ୍ଡିତ ।ଗ୍ରାମ ଗୀତରେ ସେ ରଖିଣ ମତି ।ଗୁପ୍ତ ଜ୍ଞାନ ବିକ୍ରି କଲେଣି ଯତି ଯେ ।ଗୋ-ପଥମାନ ଯେ ହରି ଯେ ।ଗାବମାନେ ଆଜି ତିରଣ ନ ପାଇ ହତାଶ ହୋଇଣ ଝୁରି ଯେ ।୩।ଘରମାନଙ୍କରେ ଘୋର କନ୍ଦଳ ।ଘରଣୀମାନେ ଯେ ହୋଇ ବିହ୍ୱଳ ।ଘେନି ହିଂସାବାଦ ହୃଦରେ ପୁଣି ।ଘରୁ ବାହାରି କୁଳ ଭୁଆଷୁଣୀ ଯେ ।ଘେନି ପରପୁରୁଷକୁ ଯେ ।ଘର ସେ କରିଣ ନିର୍ଭୟ ହୋଇଣ ରହିଅଛନ୍ତି ମନକୁ ଯେ ।୪।ଉତଳା ହୋଇଣ 'ବିଧୁବଦନୀ * ।ଅନ୍ୟ ପୁରୁଷର ସଙ୍ଗେ ରଜନୀ ।ଆଣି ନିଧୁବନ ମୋହି ତା ମନ ।ଅବଜ୍ଞା କରି ପତି ପ୍ରାଣଧନ ଯେ ।ଅଣାଇ ଗୁଣିଆ ପୁଣି ଯେ ।ଆୟତ୍ତ କରନ୍ତି ଔଷଧ କରାଇ କେହୁ କରେ ଡାକପାଣି ଯେ ।୫।
ବିଧୁବଦନୀ - ଚନ୍ଦ୍ରବଦନୀଚତୁରୀ କେହୁ କରିଣ ଚାତର ।ଚିତ୍ତେ ଶାଶୁଙ୍କୁ ନ ଥାଇ ତା ଡର ।ଚାକରାଣୀ ପ୍ରାୟେ ଚିତ୍ତରେ ମଣି ।ଚୋର ପ୍ରାୟେ ଦଣ୍ଡ ଦିଅନ୍ତି ପୁଣି ସେ ।ଚରଣକୁ ଡେଇଁ ଯାନ୍ତି ସେ ।ଚୋର କୁପୁରୁଷ ଲଭିଣ ହରଷ ମନକୁ ସତୀ ବୋଲନ୍ତି ସେ ।୬।ଛତ୍ରୀ ବୀରମାନେ ସଂଗ୍ରାମ ଦେଖି ।ଛାଡ଼ି ପଳାଉଛନ୍ତି ହୋଇ ଦୁଃଖୀ ।ଛାପା ତିଳକ କାଟିଣ ବହୁତ ।ଛନ୍ଦ ତପସ୍ୱୀ ହୋଇଣ ପୂଜିତ ଯେ ।ଛିଦ୍ର କଥାମାନ ଧରି ଯେ ।ଛୋଟ ଲୋକ ସଙ୍ଗେ ସଙ୍ଗ ହୋଇ କରି ଧର୍ମ୍ମ କର୍ମ୍ମ ଦେଲେ ସାରି ଯେ ।୭।ଜଉତିଷମାନେ ଯୋଗ ନ ଜାଣି ।ଜଳ ଅକାଳେ ବୃଷ୍ଟି ହୁଏ ପୁଣି ।ଯତିମାନେ ଯୁଆଖେଳରେ ମଗ୍ନ ।
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ଯୁବତୀମାନେ ହୋଇଣ ଉଲଗ୍ନ ହେ ।
ଜଳେ ସ୍ନାହାନ ସେ କରି ଯେ ।
ଜାତି ଅଜାତି ଏକକାର ହୋଇଲେ ସାତ ପାଞ୍ଚ ବରେ ବରି ଯେ ।୮।
ଝଗଡ଼ା କରି ସହୋଦରମାନେ ।
ଝିମିଟେ ଧନ ହରାଇ ଅଜ୍ଞାନେ ।
ଝୁରି ତନୁକ୍ଷୀଣ ଯେତେ କଲେଣି ।
ଝାତିକାରେ ଭିନ୍ନ କୁମରମଣି ଯେ ।
ଝିମିଟେ ଭୀତି ନ କରି ଯେ ।
ଝାଟୁଆରେ ମାରି ତେଜି ଗର୍ଭଧାରୀ ଲଭି ପରମାସୁନ୍ଦରୀ ଯେ ।୯।
ନବ ନାଗରୀ ଯେ କରି ସାହସ ।
ନିଜ ସ୍ୱାମୀ ମଥା ଛୁଇଁ ଅବଶ୍ୟ ।
ନେଇଣ ଧାର ବଡ଼ ମାଣେ ଗୋରୀ ।
ଲୋଭ ହେତୁରୁ ଅଗାଡ଼ି ଯେ ଭରି ସେ ।
ନାଞ୍ଚ ଦେବାର ଯେ ମୂଳ ଯେ ।
ଲୋକଙ୍କୁ ଭଣ୍ଡିଣ ନାଟିକା ଦେଖିଣ ଔଷଧ ଦେଇ କେବଳ ଯେ ।୧୦।
ଟଙ୍କା ମୁଣ୍ଡରେ ଦେଢ଼ି କଳନ୍ତର * ।
ଟାଣ ଧନୀମାନେ ଧରି ସତ୍ୱର ।
ଟୋକାମାନେ ସଭାପତି ବୋଲାନ୍ତି ।
ଟାପରା ବୃଦ୍ଧମାନଙ୍କୁ କରନ୍ତି ଯେ ।
ଟଙ୍କାରୁ ଯେ ଟେକ ଜନେ ଯେ ।
ଟୋକାମାନେ ଛାତି ଫୁଲାଇ ଚାଲନ୍ତି ନିର୍ଭୟ ହୋଇ ସେମାନେ ଯେ ।୧୧।
କଳନ୍ତର - ସୁଧଠକାର କରି ହରି ପର ବିତ୍ତ ।ଠକମାନେ ସବୁଠାରୁ ମହତ୍ତ୍ୱ ।ଠିକଣା ବଚନ ଲଙ୍ଘନ କରି ।ଠାକୁରମାନଙ୍କୁ ସେ ହାସ୍ୟ କରି ସେ ।ଠସାରେ ଉଡ଼ାଇ ଦ୍ୟନ୍ତି ଯେ ।ଠିଆ ଚିତା କାଟି ବୈଷ୍ଣବମାନେଟି ଗାରେଡ଼ି ମାଳ ଗଡ଼ାନ୍ତି ହେ ।୧୨।ଡରି ରହିଲେଣି ସେ ଗୁରୁଜନ ।ଡହଳ ବିକଳ ତାଙ୍କରି ମନ ।ଡାକୁଥିଲେ ଶ୍ରବଣ ଯେ ନ ଡେରି ।ଡିହାପଣରେ ଯାଉଛନ୍ତି ସରି ସେ ।ଡର ଯେ ନାହିଁ କାହାର ହେ ।ଡିମ୍ୱ କାଳରୁ ଯେ ସନ୍ତାନକୁ ପାଳି ତା ସଙ୍ଗେ କରି ବିହାର ଯେ ।୧୩।ଢମ କରିଛନ୍ତି ବଡ଼ିମାପଣେ ।ଢାଳେ ସମୁଦ୍ରକୁ ଡରନ୍ତି.ବ୍ରାହ୍ମଣେ ।ଢାଳ ଟେକି ଢାଳି ଦିଅନ୍ତି ନୀର ।ଢଗ ଢମାଳୀରେ ମତି ତାଙ୍କର ଯେ ।ଢାଳେ ସେ ବେଦ ପାଶୋରି ଯେ ।ଢୋକି ସୁରାପାଣି କେବଳ ସେ ପୁଣି ହୋଇଲେଣି ବ୍ରହ୍ମଚାରୀ ହେ ।୧୪।ଅଣଉପ୍ରୋଧୀ ଏ କାଳର ଜନେ ।ଆଶା ଦେଇ ନ ଦିଅନ୍ତି ଭୋଜନେ ।ଓପ୍ରୋଧ ନ କରି ଜୀବରେ ନିତି ଆପଣେ ହରନ୍ତି ପଶୁ.କୁଜାତି ସେ ।ଅତି ଅମାର୍ଗେ ଗମନ ସେ ।ଆପଣା ସ୍ତିରୀଙ୍କୁ ଅନ୍ୟ ନେଉଥାଇ ପର ଛିଦ୍ର ବିଚାରଣ ହେ ।୧୫।ତରୁମାନେ କେତେ କରି ଛେଦନ ।ତୁଷ୍ଟ ଯେ ନୁହନ୍ତି.କରି ଭୋଜନ ।ତିଳେ ଗୋବିନ୍ଦ ନାମ ନ ଶୁଣନ୍ତି ।ତପନେ କେତେ ଜଳ ନ ଦିଅନ୍ତି ହେ ।ତୁଣ୍ଡେ ଉଚ୍ଛିଷ୍ଟ ରଖିଣ ଯେ ।ଡକାଇ ଯେ ନର ରବିକି ସତ୍ୱର କୁପଥେ କରି ଗମନ ହେ ।୧୬।ଥୟ ଯେ ନୁହନ୍ତି ଥାନୀୟ ଲୋକେ ।ଥାନେ ବେଥାନୀ.ହୋଇଲେ ମାଲିକେ ।ଥୋକେ ବଚସ୍କର ତାଙ୍କୁ ହେଲେଣି ।ଥାଉଁ ଘରେ ବିତ୍ତ ଭିକ୍ଷା କଲେଣି ହେ ।ଥିର ନୁହନ୍ତି ଯେ କେହି ହେ ।ଥୋଡ଼ିଆ ବଲଦ ଊପରେ ନଦନ ନଦିଣ ମାଡ଼ ମାର ହେ ।୧୭।ଦେବା ହୃଦୟ ଯେ ନାହଁ କାହାରି ।ଦୁଃଖୀଜନକୁ କେହୁ ମାଡ଼ ମାରି ।ଦେଖି ହାସ୍ୟ କରନ୍ତି ଯେ ଧାର୍ମିକ ।ଦେଲେ ଭିକ.କଳି କରେ ଅନେକ ଯେ !ଦାମ୍ଭିକମାନେ ଯେ ପୁଣି ହେ ।ଦିନେ ହରିନାମ ନ କରି ଶ୍ରବଣ ବୋଲନ୍ତି ଯେ ମହାଜ୍ଞାନୀ ହେ ।୧୮।ଧରି କିରଣେ ୧ କେ ଚୂନ ପତର ।ଧୀରେ ଖୋଜୁଥାନ୍ତି କାହିଁ ସୁତର ।ଧମକ ଦେଖାଇ କରନ୍ତି ରଡ଼ି ।ଧକାମାରି ଘେନିଯାନ୍ତି ଦାମୁଡ଼ି ସେ ।ଧଡ଼ସେ କରନ୍ତି ହଳ ଯେ ।ଧ୍ୟାନ ତେଜି ଦ୍ୱିଜ ହୀନବୁଦ୍ଧି ଆଜ ତିନିପ୍ରହରେ କେବଳ ହେ ।୧୯।ନଦୀମାନେ କେତେ ଶୁଷ୍କ ହେଲେଣି ।ନୀର ମଘବା ୨ ନ.ଦିଅନ୍ତି ପୁଣି ।ନାରୀମାନେ କେତେ ଋତୁ ନୁହନ୍ତି ।ନିଆଁର ତେଜ ମଳିନ ଦିଶନ୍ତି ଯେ ।ନୃତ୍ୟରଙ୍ଗେ କେତେ ରତ ହେ ।ନୀରସ ବୋଲାନ୍ତି ଫଳମାନେ ଜାଣ ବ୍ୟାଧି ଯେ ହୋଇ ବର୍ଦ୍ଧିତ ଯେ ।୨୦।ପୟକୁ ବିଷ ମଣିଲେଣି ନର ।ପୁରାଣ ଚୋରୀ କରନ୍ତି ସତ୍ୱର ।ପଥେ ଖମ । ୩ ଖୋଳନ୍ତି ନ ବିଚାରି ।ପୋଇଲି ୪ ହେଲେ ଘରେ ଅଧିକାରୀ ଯେ ।ପଡ଼ି ଚର ଚଇ ନିତି ଯେ ।ପ୍ରିୟାକୁ ତେଜିଣ ତା ପାଦେ ଭଜିଣ ହସ୍ତରେ ଦେଇ ସମ୍ପତ୍ତି ହେ ।୨୧।ଫନ୍ଦା କଲେଟି ନ ଅଣ୍ଟଇ ଧନ ।ଫୁଲରୁ କେତେ.ଅଗାଡ଼ି ହୋଇଣ ।ଫିସାଦିଆମାନେ ପ୍ରବଳ ଅତି ।ଫେରେ ହଲପ କେତେ କରୁଛନ୍ତି ସେ ।ଫଣି ମଉଳିକି ୫ ଧରି ଯେ ।ଫୋପାଡ଼ି ଦେଇଣ କରି ସେ ଯେ ଭଗ୍ନ ସାହସ ମନରେ କରି ହେ ।୨୨।
୧.
୨.
୩.
୪.
୫.
ଫଣିମଉଳି – ମହାଦେବ ।ବଡ କୃପଣ ସାହୁକାରମାନେ ।ବାଣିଜ୍ୟେ ମିଥ୍ୟା ଭାଷନ୍ତି ସେ ଜନେ ।ବହୁତ ଧନ ହେତୁରୁ କୃପଣ ।ବଚନ ଭାଷନ୍ତି ବଡ଼ ଦାରୁଣ ଯେ ।ବିଦ୍ୟା ବ୍ୟୟ ନ କରନ୍ତି ସେ ।ବୈଷ୍ଣବ ଯେ ଗୁରୁଜନକୁ ଦେଖିଲେ କେତେ ଟାପରା କରନ୍ତି ହେ ।୨୩।ଭଗ୍ନୀ ସହୋଦରଙ୍କର ପୀରତି ।ଭାବ ଲାଗିଥାଇ ତାଙ୍କର.ନିତି ।ଭଣ୍ଡବାକ୍ୟମାନ ପଢ଼ନ୍ତି ଜାଣ ।ଭୃତ୍ୟ ହୋଇ ପ୍ରଭୁ ଉପରେ ଜାଣ ଯେ ।ଭଗବାନଙ୍କୁ ନ ଡରି ସେ ।ଭକ୍ତମାର୍ଗ ଆଦି ତେଜ୍ୟା ସେ କରିଣ କେତେ ହୋଇ ବ୍ୟଭିଚାରୀ * ହେ ।୨୪।
ବ୍ୟଭିଚାରୀ – ଅତ୍ୟାଚାରୀମହତ୍ୱଜନେ ଡରି ରହିଲେଣି ।ଯବନେ ଓଡ଼ିଶା ଧନ ନେଲେଣି ।ମାତ୍ର ଯେଉଁ ଭୂମି ଭରଣେ ଫଳି ।ମିଥ୍ୟାରୁ ଶସ୍ୟ ଦାନି ମହୀଆଳୀ ଯେ ।ମୁକୁନ୍ଦଦେବ ରାଜୁତି ହେ ।ମାଣ ମହରଗ ହେଉଛି ସଂଯୋଗ ମହାମାରୀରେ ମରନ୍ତି ହେ ।୨୫।ଜଡ଼ା ହେଲେଣି ଜଗତ ଜୀବନ ଜଣାଇଲେ ପାପ ନୋହେ ଖଣ୍ଡନ ।ଯୁଗାନୁସାରେ ମଉନ ହୋଇଲେ ।ଜୀବରେ କେହି ଦୟା ନ କରିଲେ ଯେ ।ଜଗନ୍ନାଥଙ୍କ ଭିଆଣ ଯେ ।ଯୁଗ ଯେ ପ୍ରଳୟ ପ୍ରାୟେ ହୋଇଲାଣି ବହୁତ ମିଳେ କଷଣ ହେ ।୨୬।ରତ୍ନାକର ହୋଇ କୂଳ ଲଙ୍ଘିଲେ ।ରଙ୍କୁଣୀମାନେ ଧନବତୀ ହେଲେ ।ରାଜାମାନେ କେହି ଯଜ୍ଞ ନ କରି ।ରସି ଯୁଆ ଖେଳେ ଦିବା ଶର୍ବରୀ ହେ ।ରାମ ନାମ ନ ଭଜନ୍ତି ସେ ।ରୋଷେ ହୋଇ ମରାମରି ନରନାରୀ ବିଚାର ଯେ ନ କରନ୍ତି ହେ ।୨୭।ଲକ୍ଷେ ଅର୍ଜ୍ଜିଲେ ପକ୍ଷକୁ ନ ଅଣ୍ଟି ।ଲୋଭ ହେତୁରୁ ହୋଇ ବହୁ କଷ୍ଟି ।ଲୁହା ପୟ ଅଙ୍ଗ ଦିଶଇ ଜାଣ ।ଲଜ୍ଜ୍ୟା ପାନ କରି ଢଙ୍ଗ ହୋଇଣ ସେ ।ଲୁବ୍ଧକ ପ୍ରାୟେ ସକଳେ ଯେ ।ଲେଶେହେଁ ସୁଦୃଷ୍ଟି ମାତ୍ର ନ କରନ୍ତି ଜୀବ ମରନ୍ତି ବିକଳେ ଯେ ।୨୮।ବହୁତ ବଚନ ବ୍ୟୟ କରନ୍ତି ।ବୃଦ୍ଧଙ୍କୁ ଯେ ଚଳି ଜ୍ଞାନ ପୁଚ୍ଛନ୍ତି ।ବାପ ଦୁହିତାଙ୍କୁ କରି ପ୍ରଦାନ ।ବହୁତ ଧନେ ଆକୁଳ ହୋଇଣ ସେ ।ବସି ଖାଇଲେ ନ ସରେ ଯେ ।ବହୁତ କଷଣ ନନ୍ଦିନୀ ଲିଭିଣ ଝୁରିଣ ଦିନ ନ ସରେ ଯେ ।୨୯।ଶନିଗ୍ରହେ ସୃଷ୍ଟି ମଧ୍ୟରେ ଦୃଷ୍ଟି ।ଶଙ୍କା ତେଣୁ ତୋର ବହୁ ଅରିଷ୍ଟି ।ସବୁରି ଅଙ୍ଗେ ପୀଡ଼ା ଅପ୍ରମିତ ।ଶୂଦ୍ରମାନେ ଯେ ବୋଲନ୍ତି ପଣ୍ଡିତ ହେ ।ଶିବଲିଙ୍ଗ ଭଗ୍ନ କରି ସେ ।ସାର କଲେ ଚୋରୀ ହରି ବ୍ରହ୍ମସ୍ତିରୀ ପାପକୁ ଭୟ ନ କରି ହେ ।୩୦।ସରଳ ହୃଦୟ ନୋହେ କାହାରି ।ସାରଙ୍ଗଧର ନାମ ମଣେ ଐରୀ ।ସମ୍ପଦେ ମାଦକ ଦ୍ରବ୍ୟ ଲଭିଣ ।ଶିରୀଛଡ଼ା ଦିଶେ.ଦିଗ ବହନ ଯେ ।ସମନ ଯନ୍ତ୍ରଣା ସହି ଯେ ।ସ୍ତ୍ରୀମାନେ ଯେ ପୁଷ୍ପବତୀ ହୋଇ କରି ପୁରୁଷମାନଙ୍କୁ ଛୁଇଁ ଯେ ।୩୧।ସଂସାର ଗତି ଯୁଧିଷ୍ଠିର ଶୁଣି ।ସ୍ୱଦେହେଁ ଚଳିଲେ ସ୍ୱର୍ଗକୁ.ପୁଣି ।ସଭିଏଁ ହରିନାମ ଆଶ୍ରେ କର ।ସୁଖେ ବସିବ ଯେ ଅମର-ପୁର ହେ ।ଶରୀରୁ ଛାଡ଼ କପଟ ଯେ ।ସ୍ତିରୀ ସୁତା ସୁତ ସଙ୍ଗରେ ନ ଯିବେ ମଛକୁ ଏ ଛଟପଟ ହେ ।୩୨।ହରିହୁଁ ଗତି ଅନ୍ୟ ନାହିଁ ଜାଣ ।ହୃଦପଦ୍ମେ ଯେ ହରିନାମ ଗୁଣ ।ହେଜିଲେ ହରିଯିବ ପାପମାନ ।ହେଳା ନ କର ହେ ସୁଜ୍ଞାନୀଜନ ହେ ।ହର ଯା ପୂଜନ୍ତି ବସି ଯେ ।ହୀନ ଦୁର୍ବୁଦ୍ଧିକୁ ମନରୁ ତେଜିଣ ଭଜ ବେଗେ ବହ୍ମରାଶି ହେ.।୩୩।କ୍ଷମାନିଧି ଶ୍ରୀଚରଣେ ଶରଣ ।କ୍ଷନ୍ଦିଲେ ଖଗଇନ୍ଦ୍ର ଦୀନହୀନ ।ଖିଳ ବହ୍ମାଣ୍ଡପତି କୃପା ବିନେ ।କ୍ଷିତିରେ ଅନାଥ ହୋଇ ମୁଁ ଜନେ ଯେ ।ଖେଦ ଜଳେ ଭାସୁଅଛି ଯେ ।ଖଣ୍ଡିବେ ମୋ ଦୋଷ ପୀତବାସ ସତେ ଏ ଦୁଃଖ ଦେବେ କି ପୋଛି ହେ ।୩୪।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ