କଂସର ସପ୍ତସାଗର ଭ୍ରମଣ — ହରିବଂଶ (ପ୍ରଥମ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିତଳେ ଉପରେ ନୋହି ନ ଥିବେ ରବିତଳେ
ତ୍ରଇଲୋକ୍ୟ ଜିଣିଲା ସେ ନିଜ ଭୁଜବଳେ ।
ଅନେକ ସମ୍ଭାରେ ଦିଗବିଜେ ସେ କରଇ
ବୀରତୂର ଶବଦରେ ବ୍ରହ୍ମାଣ୍ଡ କମ୍ପଇ ।
ପଶ୍ଚିମ ମୁଖେ ଯେ ରୁଦ୍ରବେଣୀ କୂଳେ ଯାଇ
କପିଳାସ କନ୍ଦରେ ସେ ପ୍ରବେଶ ହୁଅଇ ।
ଧବଳ ବର୍ଣ୍ଣ ପର୍ବତ ଦିଶେ ଜ୍ୟୋତିର୍ମୟୀ
କୋଟିଏ ଚନ୍ଦ୍ରମା କି ସେ ହୋଇଛି ଉଦୟେ ।
ଚଉଦ ଯୋଜନ ଉଚ୍ଚ ସୁସଞ୍ଚ ସେ ଅତି
ଷୋଳସହସ୍ର ଯୋଜନ ଅଟେ ଦୀର୍ଘ ପ୍ରତି ।
ଦୁଇସହସ୍ର ପର୍ବତ ବେଢ଼ି ଚଉକତି
ମଳୟ ପବନ ତହିଁ ବହଇ ଯେ ନିତି ।
ପର୍ବତ ତଳେ ଅଛଇ ହରଙ୍କ ଉଦ୍ୟାନ
ଅମର ମଉଷଧିରେ ସେହି ବିତପନ ।
କହନ୍ତେ ଯେ ନ ସରଇ ପର୍ବତ ମହିମା
ନିରତେ ଶଙ୍କର ଘେନି ବିହରନ୍ତି ଉମା ।
ଯେତେବେଳେ ମନୋବାଞ୍ଛା ଯେ କରିବ ଯାହା
ତକ୍ଷଣେ ତାକୁ ପ୍ରାପତ ହୁଅଇଟି ତାହା ।
ପର୍ବତର ଶୋଭାଗୋଟି ଅତି ବିତପନ
ସମସ୍ତ ବୃକ୍ଷ ତହିଁରେ ଥିବାରୁ ଶୋଭନ ।
ତେଣୁ ସେ ପର୍ବତଶୋଭା ଅଟେ ଅନୁପମ
ମହାପ୍ରଳୟ ନ ଲାଗେ କପିଳାସ ନାମ ।
କୋଟିଏ ସ୍ୱର୍ଗରୁ ଶ୍ରେଷ୍ଠ କପିଳାସ ଭୂମି
ବିଜେ କରିଛନ୍ତି ଯହିଁ ସଦାନନ୍ଦ ସ୍ୱମୀ ।
ଅଛନ୍ତି ଚଉଦ କୋଟି ଶିବ ଚଉପାଶେ
କ୍ରୀଡ଼ା କରନ୍ତି ସେ ଯୋଗପଥେ ନାନା ରସେ ।
ସୃଜନା କରନ୍ତି ବିଶ୍ୱକର୍ମା ତହିଁ ବସି
ତହିଁ ବିଜେ କରିଛନ୍ତି ଦେବ କାଶୀବାସୀ ।
ସେ ପୁର ମହିମା କେତେ କହିବ କେ କିସ
ଜନମ ମରଣ ବାଧା ନ ଲାଗଇ ଲେଶ ।
କୈଳାସ କନ୍ଦରେ କଂସ ଯାଉଥିଲା ପଶି
ଦେଖି ରୁଦ୍ରଗଣ ଆଗେ ଉଗାଳିଲେ ଆସି ।
ଧାଇଁଲେ ବହୁତ ବଳ ଦେଖି ଯୋଗବଳ
ହସ୍ତେ ଭୈରବ କଟାର ଡମ୍ବରୁ ତ୍ରିଶୂଳ ।
ଧାମନ୍ତି ସେ ସିଂହନାଦ କରି ରୋଷଭରେ
ଯାଇ ପ୍ରବେଶ ହୋଇଲେ କଂସର ଛାମୁରେ ।
ବିଭୂତି ଭୂଷଣ ଅଙ୍ଗେ ଶିରେ ଦିବ୍ୟ ଜଟା
ଖେଚର ଭୂଚର ମିଳି ନାଚନ୍ତି ଖେମଟା ।
ସଇନ୍ୟ ଗହଳ ଦେଖି ଆସନ୍ତି ସେ ଧାଇଁ
କଂସ ଅସୁରକୁ ବାଟେ ଓଗାଳିଲେ ଯାଇଁ ।
ଦେଖି କଂସରାୟେ ତାଙ୍କୁ ପଚାରିଲା ବେଗେ
ତପସ୍ୱୀ ଲୁଚାଏ ଆଦି ଓଗାଳନ୍ତି ଆଗେ ।
ଦାନ ଘେନିବାକୁ ଅବା ଅଛନ୍ତି ସେ ଆସି
ଯାଇଣ ପଚାର କିସ କହନ୍ତି ତପସ୍ୱୀ ।
କେଶୀ ବୋଇଲା ଭୋ ଦେବ ଶୁଣ ଉଗ୍ରସେନ
ଦାନୁଆ ବ୍ରହ୍ମାଣ ଜାଣ ନୁହନ୍ତି ଏ ପୁଣ ।
ଈଶ୍ୱରଙ୍କ ଗଣପୁତ୍ରେ କପିଳାସେ ଥାନ୍ତି
କୋଟି ଇନ୍ଦ୍ର ଗଲେ ତିଳ ପରାୟେ ମଣନ୍ତି ।
ପ୍ରଳୟ କାଳରେ ନାହିଁ ଏମାନଙ୍କୁ ମୃତ୍ୟୁ
ଅମର ମହାତ୍ମା ଏ ଯେ ଜାଣି ଦେବତତ୍ତୁ ।
ଜନମ ମରଣ ବାଧା ଏହୁ ନ ଜାଣନ୍ତି
ପୂର୍ଣ୍ଣବ୍ରହ୍ମରୂପୀ ଏ ଯେ ସଦା ଜୀଇଛନ୍ତି ।
ତୁମ୍ଭ ଦାନକୁ ଯେ ନାହିଁ ଏହାଙ୍କର ଆଶ
ଏହାଙ୍କ ଦିବସେ ସ୍ୱର୍ଗେ ଇନ୍ଦ୍ର ଯାଇ ନାଶ ।
ଏହି ସିନା ରୁଦ୍ରଗଣ ଜାଣ ଦଣ୍ଡଧାରୀ
ଏମାନେ ଯୁଦ୍ଧ କରନ୍ତି ଇନ୍ଦ୍ର ଯମ ପରି ।
ତପେ ଗରିଷ୍ଠ ଏମାନେ ବଳିଷ୍ଠ ସ୍ୱଭାବେ
ଏହାଙ୍କ ସଙ୍ଗତେ ଦ୍ୱନ୍ଦ କରିବା କି ଆମ୍ଭେ ।
ଏଥେ ଅମରଷ କଲେ ଅଯଶ ପାଇବା
ତପୀଙ୍କି ଯେ ଦ୍ରୋହ କଲେ ସମସ୍ତେ ମରିବା ।
ବଡ଼ପଣରେ ନିନ୍ଦନ୍ତି ଯେ ଏହାଙ୍କୁ ଯେ ଅବା
ତାଙ୍କ ମରଣେ ସଂଶୟ କାହିଁକି ଦେଖିବା ।
କେଶୀ କହିଲାକ ଯହୁଁ ଏସନକ ବାଣୀ
ପର୍ବତକୁ ନମସ୍କାର କଂସ କଲା ଶୁଣି ।
କେଶୀ ବୋଇଲା ହେ ଆଣ ବାହୁଡ଼ାଇ ଥାଟ
ଯୋଗୀ ସନ୍ନ୍ୟାସୀ ସଙ୍ଗେ ନ କରିବ ମୁରାଟ ।
ଈଶ୍ୱର ଦେବତା ସଙ୍ଗେ କିପାଁ ଆମ୍ଭ କଳି
ଯାହାର ବଚନେ ଚରାଚର ଯାଇ ଜଳି ।
ଜଳନ୍ତା ଅନଳେ ପଶି ଝାସ କିସ ଦେବ
ସେ ତା ଅନୁଗ୍ରହ କଲେ ଅଜ୍ରାମର ହେବ ।
ତାହାଙ୍କ ସଙ୍ଗେ କିପାଁଇ ଆମ୍ଭ କଳିଦ୍ୱନ୍ଦ
ବାହୁଡ଼ି ନ ଗଲେ ଲୋକେ ବୋଲିବେ ତ ମନ୍ଦ ।
ଆମ୍ଭର ସେ ପିତା ଗୁରୁ ଆମ୍ଭେ ତାଙ୍କ ଶିଷ୍ୟ
ଆମ୍ଭ ବଳେ ତାଙ୍କୁ କରି ପାରିବାଟି କିସ ।
ଦେଖୁଁ ଦେଖୁଁ କେ ଦୁସ୍ତର ସମୁଦ୍ର ଲଘିଂବ
ନିର୍ଧୂମ ଅଗ୍ନିରେ ପଶି କେହୁ ଝାସଦେବ ।
ଏଡ଼େ ବଡ଼ପଣ କାର୍ଯ୍ୟ ଆମ୍ଭର ତ ନାହିଁ
ବେଢ଼ା ବୁଲି ଯିବା ସୈନ୍ୟ ଆଣ ବାହୁଡ଼ାଇ ।
କଂସକୁ ଘେନିଣ କେଶୀ ବେଗହୋଇ ଗଲା
ସୈନ୍ୟଙ୍କୁ ଲେଉଟାଇ ସେ ବାଟ ଭାଙ୍ଗି ଦେଲା ।
କପିଳାସ ଛାଡ଼ି କାଳରାତ୍ରି ତଳେ ଗଲେ
ତହିଁ ବିସର୍ଜନ ନଦୀ କୂଳରେ ମିଳିଲେ ।
ତହିଁ ଚିତ୍ରାଣୀ ନାମରେ ବହେ ନଦୀଗୋଟି
ନୈର୍ଋତ କୋଣ ଦକ୍ଷିଣ ସମୁଦ୍ରେ ସେ ଫୁଟି ।
ସେ ନଦୀର କୂଳରେ ଯେ କେହି ନ ରହିଲେ
ନୈର୍ଋତ ଛାଡ଼ି ଦକ୍ଷିଣମୁଖ ହୋଇଗଲେ ।
ମେରୁର ଦକ୍ଷିଣଭାଗେ ସଇନି ଚଳଇ
ଦିଗବିଜେ କରି ଚଳେ କଂସ ଭୋଜସାଇଁ ।
ପାତଳେ ବାସୁକି ନାଗ କମ୍ପେ ପାଦଭରେ
ରାଜାଏ ଆସି ଶରଣ ପଶୁଛନ୍ତି ଡରେ ।
କେ ଗଜ ତୁରଙ୍ଗ କେହୁ ଦିଅନ୍ତି ଯୁବତୀ
କେଉଁ ରାଜା ଦଣ୍ଡ ସିଂହାସନ ଆଣି ଦ୍ୟନ୍ତି ।
ଅନେକ ସମ୍ଭାରେ ଚଳେ ଉଗ୍ରସେନ ବତ୍ସ
ସ୍ୱର୍ଗ ମଞ୍ଚ ପାତାଳେ କେ ନାହିଁ ସମକଚ୍ଛ ।
ହରଷେ ବଳ ତାହାର ଯାନ୍ତି ଅତି ବେଗେ
ତୁରିତେ ମିଳିଲେ ଯାଇ ବିନ୍ଧ୍ୟ ଗିରି ଲାଗେ ।
କଂସ ବୋଇଲା ହୋ କେଶୀ କାହାର ଏ ସୀମା
କେଶୀ ବୋଇଲା ଅଛନ୍ତି ଏଥେ ଦେବୀ ଉମା ।
ସତ୍ୟେ ଚଣ୍ଡମୁଣ୍ଡ ରକ୍ତବୀର୍ଯ୍ୟ ନାଶ କଲେ
ମହିଷାସୁରର ଦର୍ପ ଏ ଦେବୀ ମର୍ଦ୍ଦିଲେ ।
ଶୁମ୍ଭ ନିଶୁମ୍ଭ ଆଦି ଏ ଚାମର ବେମାଳ
ଏ ଆଦି ବହୁତ ଥିଲେ ନିଶାଚରବଳ ।
ପୃଥ୍ୱୀ ଭାରାଭର ଅବହେଳେ ଏ ସଂହରି
ରହିଲେ ଏ ବିନ୍ଧ୍ୟଗିରିଶିଖେ ମାହେଶ୍ୱରୀ ।
ଅନାଦି ଅପର୍ଣ୍ଣା ଏ ଯେ ଜଗତର ମାତା
ଏହାଙ୍କର ଏ ସଂସାର ହୋଇଲା ରକ୍ଷିତା ।
ଭାବେଣ ସଦାଶିବଙ୍କୁ ବରି ଦକ୍ଷବୀର
ତେଣୁକରି ବୋଲାଇଲେ ଭବାନିଶଙ୍କର ।
ଏ ମେରୁମେଖଳା ଅଟେ ଏହାଙ୍କ ଆଶ୍ରମ
ମହିଷାକୁ ମାରି କଲେ ଏଠାରେ ବିଶ୍ରାମ ।
ବିନ୍ଧ୍ୟା ନାମରେ ଦଇତ୍ୟ ପୂର୍ବେ ଏଥି ଥିଲା
ଦୁର୍ଗାଙ୍କ ସଙ୍ଗେ ସମର କରି ସେହି ମଲା ।
ବିନ୍ଧ୍ୟ ଦୈତ୍ୟଙ୍କୁ ମାଇଲେ ସେହି ଦେବୀ ଯହୁଁ
ବିନ୍ଧ୍ୟଗିରି ନିବାସିନୀ ବୋଲାଇଲେ ତହୁଁ ।
ଏ ଯେ ଅନାଦି ଶକତି କଲେ ସବୁ ଜାତ
ସର୍ବ ଦେବତାଙ୍କର ଏ ଅଟନ୍ତି ଯେ ମାତ ।
ଈଶ୍ୱରଙ୍କୁ ଭାବେ ଯହୁଁ କଲେ ସେହି ଭର୍ତ୍ତା
ତେଣୁ ସେହି ମହାଦେବ ଜଗତ କରତା ।
ଏହାଙ୍କୁ ଈଶ୍ୱର ଭାବେ ବରିଥିଲେ ବର
ତେଣୁ ସେ ତାହାଙ୍କ ନାମ ଭବାନୀଶଙ୍କର ।
ମରୁମେଖଳ ଅଟଇ ଏହାଙ୍କର ସୀମା
ଦୈତ୍ୟଙ୍କୁ ମାରି ଏଠାରେ ରହିଲେ ସେ ଉମା ।
ଏହିଠାରୁ ଆମ୍ଭେ ଆଉ ତେଣିକି ନ ଯିବା
ଏଠାରୁ ତେଣିକି ଗଲେ ସମସ୍ତେ ମରିବା ।
ମତ୍ତଗର୍ବେ ଦେବୀଙ୍କି ଯେ କରିବ କଟାଳ
ସବୁଙ୍କରି ଏହିଠାରେ ପୂରିଯିବ କାଳ ।
କଂସ ବୋଲେ କେଶୀ ଯେବେ ଏକଥା ପ୍ରମାଣ
ଆପଣେ ଯାଇ ମୋ ସୈନ୍ୟ ବାହୁଡ଼ାଇ ଆଣ ।
ଦେବୀଙ୍କ ସଙ୍ଗେ ଆମ୍ଭର କିସ ଅବା ଦ୍ୱନ୍ଦ
ଏଡ଼େ ବଡ଼ ଯଶ ନାଶି ବୋଲାଇବି ମନ୍ଦ ।
ଏତେ ବୋଲି କଂସ ରାଜା ସୈନ୍ୟ ବାହୁଡ଼ାଇ
ସେ ପର୍ବତ ଛାଡ଼ି ଗଲା ଗହଣ ଲଗାଇ ।
ମନ୍ଦର ପର୍ବତ ତଳେ ମିଳିଲେ ଯାଇଣ
ବିହରନ୍ତି କୁତୂହଳେ ତହିଁ ସେନାଗଣ ।
ସେ ପର୍ବତ ତରୁଙ୍କର ତଳେ ଲୋଟି ଡାଳ
ଧାଡ଼ି ଧାଡ଼ି ରେଖ ରେଖ ଦିଶଇ ଗହଳ ।
ଅପ୍ରମିତ ବୃକ୍ଷଶୋଭା ଅତି ମନୋହର
ନ ପଡ଼ଇ ସୂର୍ଯ୍ୟତେଜ ଦିବସେ ଅନ୍ଧାର ।
ଜମ୍ବିଳ କଦଳୀ ଆମ୍ବ ଗୁଆ ନଟିକାଳ
ବୀଜପୁର କରମଙ୍ଗା ଲେମ୍ବୁ ବୃନ୍ଦାହୋଳ ।
କଞ୍ଚନ ଭାଲିଆ କେନ୍ଦୁ ତାଳ ଦେବତାରୁ
ପୁନ୍ନାଗ ପାଟେଳୀ ଅଁଳା ଶାଳ ନାମେ ତରୁ ।
ଚନ୍ଦନ ତମାଳ ନୀପ ଲବଙ୍ଗ ଅଗର
ଅଶୋକ ଚମ୍ପକ ମଲ୍ଲୀ ମାଳତୀ ଆବର ।
ଜାଈ ଯୂଈ ଛୁରୀଅନା କେତକୀ ତରାଟ
ହରିଡ଼ା ବାହାଡ଼ା ନିମ୍ବ ପାଳଧୂଆ ବଟ ।
ପରସ ଧାତୁକୀ ଆଦି ଯେତେ ବୃକ୍ଷ ତହିଁ
ଗୋଟି ଗୋଟି କରି ତାହା କେ ପାରିବ କହି ।
ଫଳପୁଷ୍ପେ ମନୋହର ଦିଶି ସେ ବନ
ଧୀରଧୀର ହୋଇ ବହେ ଦକ୍ଷିଣ ପବନ ।
ପ୍ରିୟମତୀ ଭାନୁମତୀ ନାମେ ବେନି ନଦୀ
ମେରୁ ମେଖଳାରୁ ବହି ଆସୁଛନ୍ତି ଭେଦି ।
ଅମୃତ ସମାନେ ସ୍ୱାଦୁ ଅଟଇ ସେ ଜଳ
ମୁନିମନଠାରୁ ସ୍ୱଚ୍ଛ ଅତ୍ୟନ୍ତ ଶୀତଳ ।
ରହିଲେ ସେ ନଦୀକୂଳେ କଂସାସୁର ଥାଟ
ମର୍ତ୍ତରୁ ସ୍ୱର୍ଗକୁ ତହିଁ ଫିଟିଅଛି ବାଟ ।
ଥାଟ ଘେନି କଂସାସୁର ଫେରିବାର ଶୁଣି
ଭୟ ପାଇ ରାଜାମାନେ ଭେଟି ଦେଲେ ଆଣି ।
ଅସଂଖ୍ୟ ସମ୍ପଦ କଂସ ଅରଜିଲା ବଳେ
ନାହିଁ କେ ନୋହିବ ଆଉ ଏ ମହୀମଣ୍ଡଳେ ।
ରଥ ଗଜ ସହିତରେ ଚତୁରଙ୍ଗ ଘେନି
ମେରୁ ପ୍ରଦକ୍ଷିଣ କରି ଚଳେ ଉଗ୍ରସେନି ।
ଉତ୍ତର ଦକ୍ଷିଣ ପୃର୍ବ ପଶ୍ଚିମ ଏ ରୀତି
ମେରୁ ଚାରି ପାରୁଶରେ ଚାରିଦିଗ ପୃଥ୍ୱୀ ।
ଅଗ୍ନିକୋଣ ନଇର୍ଋତ ବାୟବ୍ୟ ଈଶାନ
ଏହିପରି ସୁମେରୁର ଅଛି ଯେତେ ସ୍ଥାନ ।
ମେରୁ ଚାରି ପାରୁଶରେ ଚାରିକୋଶ ଭାଗେ
ସ୍ଫଟିକ ପର୍ବତ ଲକ୍ଷେ ରହିଅଛି ଆଗେ ।
କୈଳାସ ପର୍ବତ ଅଛି ସୁମେରୁ ଦକ୍ଷିଣେ
ବିନ୍ଧ୍ୟ ହିମବନ୍ତ ଦୁହେଁ ଛନ୍ତି ବାୟକୋଣେ ।
ଚାରିଭାଗ ହୋଇ ଚାରି ଦିଗକୁ ଆବୋରି
ଅଷ୍ଟଦିଗେ ଅଷ୍ଟ ଗିରି ରହିଛନ୍ତି ଘେରି ।
ଶୁକମୁନି ବୋଲନ୍ତି ଯେ ଶୁଣ ମହାରଥା
କହନ୍ତେ ନ ସରେ ମେରୁ ପର୍ବତର କଥା ।
ଠିକ ଠିକ କରି ତୋତେ କହିଲୁ କିଞ୍ଚିତେ
ପଞ୍ଚ ମନ ଥୟ କରି ରଖିଥାଅ ଚିତ୍ତେ ।
ଏଥୁଅନନ୍ତରେ ପୁଣି କଂସର ସଇନୀ
ତର୍ଜ୍ଜନ୍ତି ଗର୍ଜ୍ଜନ୍ତି କରେ ନାନା ଅସ୍ତ୍ର ଘେନି ।
ମକରନ୍ଦ ନାମ ବନେ ରଜନୀ ବଞ୍ଚିଲେ
ପୂର୍ବମୁଖ ହୋଇ ତହୁଁ ପ୍ରଭାତେ ଚଳିଲେ ।
ଟମକ ନିଶାଣ ଭେରି ବୀରତୂର ବାଜେ
ସେନା ସେନାପତି ଘେନି କଂସ କଲା ବିଜେ ।
ବନ ଗିରି ପଥ ମାଡ଼ି ଚଳେ ସମଦଣ୍ଡ
ପଦାଘାତେ ରେଣୁ ଉଡ଼ି ନ ଦିଶେ ମାର୍ତ୍ତଣ୍ଡ ।
କରେ ଶସ୍ତ୍ରମାନ ଧରି ଝମକାନ୍ତି ବେଗେ
ଏକକୁ ଆରେକ ପଛ କରି ଯାଏ ଆଗେ ।
ହାତୀ ରଥୀ ପଦାତିକ ଅଶ୍ୱର ଚହଳ
ଦିନୁଦିନ କଂସ ସୈନ୍ୟ ହୋଇଲା ପ୍ରବଳ ।
ଯେବଣ ଠାବରେ କଂସାସୁର ମିଳେ ଯାଇ
ସେ ଦେଶର ସୈନ୍ୟ ତାର ପଛରେ ଗୋଡ଼ାଇ ।
ସିଂହନାଦ କରି ସର୍ବେ ବୀରତୂର ବାଇ ।
ସମଦଣ୍ଡ ବାହି ସୈନ୍ୟ ନିଅନ୍ତି ଚଳାଇ ।
କଂସ ସଙ୍ଗେ ନିବାତ କବଚର ଯୁଦ୍ଧ ଓ ପରାଜୟ
ଏସନ ସମୟେ ବଜ୍ରକବଚର ବାଳନିବାତକବଚ ବୋଲି ତେଜେ ଅନର୍ଗଳ ।ମୃଗୟାର ବିନୋଦେ ସେ ଆସିଥିଲା ଯୋଗେକଂସାସୁର ଥାଟ ଯାଇ ଦେଖିଲା ଯେ ଆଗେ ।ବୀରତୂର ବାଜାବାଜେ ଶବଦ ପ୍ରଚଣ୍ଡବାଜନ୍ତେ କମ୍ପେ ମେଦିନୀଯାକ ନବଖଣ୍ଡ ।ଦେବଗଣ ସହିତରେ କଂସ ସର୍ବଜୟୀତେଣୁକରି କାହାରିକି ତାର ଭୟ ନାହିଁ ।ସଂଗ୍ରାମେ ଶକତା ଧୈର୍ଯ୍ୟ ଅଟଇ ପ୍ରବଳନିବାତକବଚ ଶୁଣି ଏସନ ଚହଳ ।ବୀରତୂର ନାଦ ଶୁଣି ଧାଏଁ କୋପମୁଖେବଜ୍ରଗଦା ମୃଦୁଗର ଜାକିଅଛି କାଖେ ।ପର୍ବତ ଉପରେ ଚଢ଼ି ଦୂରେ ଦେଇ ଦୃଷ୍ଟିଦେଖିଲା ଅସଂଖ୍ୟ ସେନା ଆସୁଛନ୍ତି ଘୋଟି ।ତିଳେ ଛିଦ୍ର ନ ଦିଶଇ ନିଘଞ୍ଚଳ ବାଟଶତେ ଯୂଣ ପଥ ମାଡ଼ି ଚଳୁଅଛି ଥାଟ ।କୃତାନ୍ତ ଦିଶଇ ଯେହ୍ନେ ଅତ୍ୟନ୍ତ କରାଳତେସନ ଦିଶନ୍ତି ଆଗେ ରହି ଅଷ୍ଟମଲ୍ଲ ।ନିର୍ଧୂମ ଅନଳ ଜିଣି ବିରାଜଇ ଜ୍ୟୋତିବୀରବେଶ ହୋଇ ଉଗ୍ରମୂର୍ତ୍ତି ଧରିଛନ୍ତି ।ନିବାତକବଚ ଯହୁଁ ଏମନ୍ତ ଦେଖିଲାଆପଣା ମନରେ ବୀର ଆପେ ବିଚାରିଲା ।କେବଣ ନୃପତି ସଙ୍ଗେ ଚତୁରଙ୍ଗ ସାଜିସଂଗ୍ରାମ କରିବା ପାଇଁ ଆସେ ଗଳଗାଜି ।ଇନ୍ଦ୍ର ଯମ କୁବେର ମୁଁ ଜିଣିଅଛି ବଳେମୋ ତୁଲେ ସମାନ କେବା ଅଛି ରବିତଳେ ।ମନକଲେ ତ୍ରିଭୁବନ ଜିଣିପାରେ ଏକାମାନବ ହୋଇ କେ ମୋତେ ନ କରିବା ଶଙ୍କା ।ନିଶ୍ଚୟେ ଜାଣିଲି ଏହୁ ଯିବ ଯମପୁରଶୋଇଲା ସିଂହର ମୁଖେ ପୂରାଇଲା କର ।କହୁ କହୁ ଆସି ସୈନ୍ୟ ଆଗରେ ମିଳିଲାଦେଖି ଦୈତ୍ୟବୀର କୋପେ ଦ୍ୱିଗୁଣ ଚଳିଲା ।ଅଙ୍କୁଶ ବାଜିଲେ ଯେହ୍ନେ ଚଳେ ମତ୍ତହସ୍ତୀଗରଜନ କରି ତେହ୍ନେ ଉଠିଲାକ ଧାତି ।ରଟମଟ କଟକଟ ଦାନ୍ତ ପାଟି ଚାପିପର୍ବତ ସମାନେ ବଢ଼ି ଗଲା କାମରୂପୀ ।ପ୍ରଚଣ୍ଡ ମୂରତି ତାର ଦିଶେ ଭୟଙ୍କରରହ ରହ ଡାକ ଦେଇ ଧାଇଁଲା ସତ୍ୱର ।ହୁଁକାର ଶବଦ କରି ଧାମଇଁ ଦଇତଆକାଶରୁ ଖସି କିବା ପଡ଼ିଲା ପର୍ବତ ।ପାଦଘାତେ କମ୍ପଇ ଯେ ଦେବୀ ମହୀସ୍ଥଳୀସୈନ୍ୟ ଓଗାଳି ଗର୍ଜ୍ଜଇ କୋପେ ମହାବଳୀ ।ବନ୍ଧ ଭାଙ୍ଗିଲେ ଯେସନେ ସୁଅ ବଢ଼ି ପାଣିସେହିପରି ଧାଇଁଲା ସେ ଦୈତ୍ୟକୁଳ ମଣି ।ବ୍ୟାଘ୍ର ଦେଖି ଛେଳିପଲ ଯେସନେ କାତରଚଳି ନ ପାରି ରହନ୍ତି ହୋଇ ପଛପର ।ସେତୁବନ୍ଧ ପ୍ରମାଣେ ସେ ଓଗାଳିଛି ପଥବାଟ ନ ପାଇ ସଇନି ଭୟରେ ନିସତ ।କୋପାନଳ ହୋଇ ଉଗ୍ରସେନର ନନ୍ଦନକେଶୀକି ଚାହିଁ ବୋଲଇ ଏସନ ବଚନ ।ଆଗୁଆଣି ଦଣ୍ଡ ମୋର ନ ଚଳେ କିପାଇଁକେବଣ ବୀର ଆସିଣ ବାଟ ଓଗାଳଇ ।କେଶୀ ଜଣାଇଲା ଆଗେ କରପତ୍ର ଯୋଡ଼ିବୀରେକ ଓଗାଳି ସୈନ୍ୟ ନ ଦିଅଇ ଛାଡ଼ି ।ହିରଣ୍ୟକବଚ ବୋଲି ଏକଇ ଦଇତନିବାତ କବଚ ବୋଲି ଏ ତାହାର ସୁତ ।ଶୂରବର ଶକତା ସେ ରଣେ ରଣରଙ୍କାବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ନ କରଇ ଶଙ୍କା ।ତିନିପୁର ମଧ୍ୟେ ତାକୁ ଜିଣନ୍ତା କେ ନାହିଁମୃଗୟା ବିନୋଦେ ଆସିଥିଲା ଏକାହୋଇ ।ଅସୁର କାମରୂପୀ ସେ ଜାଣେ ନାନା ମାୟାମନ୍ଦର ଗିରି ପ୍ରମାଣେ ବଢ଼ାଇଛି କାୟା ।ସେହି ବୀରଗୋଟା ଆସି ଓଗାଳିଛି ଆଗେମାନବ ଥାଟ ଦେଖିଣ ଧାମଇଁ ସେ ବେଗେ ।କେଶୀର ବଚନେ କଂସ କହେ ଶିର ଝୁଣିଉପହାସ କଥା ମୋତେ କହୁଛୁ ନ ଜାଣି ।ସଂଗ୍ରାମେ ଶକତା ତୁହି ଅଟୁ ମହାବଳଏକା ଜଣକୁ ଦେଖିଣ ହେଉଛୁ ବିକଳ ।ତୁମ୍ଭର ବଳ ପ୍ରାକ୍ରମ ତୁମ୍ଭେ ଭଲେ ଜାଣତୁମ୍ଭର ତୁଣ୍ଡେ କିପାଇଁ ଏସନ ବଖାଣ ।କୋଟିଏ ଇନ୍ଦ୍ରକୁ ତୁମ୍ଭେ କରିପାର ଜୟତୁମ୍ଭଭଳି ଲୋକ ତାକୁ କରୁଅଛ ଭୟ ।ତୁମ୍ଭଙ୍କୁ କି ଜିଣିପାରେ ଜଣେ ମାତ୍ର ସେହିମୋହର ମନକୁ ଏହା ପ୍ରତେ ଯାଉନାହିଁ ।ସୂଚୀମୁନେ କେହୁ ଅବା ପର୍ବତ ଟାଳିବହସ୍ତେ କେ ଅବା ସମୁଦ୍ରେ ଡିଙ୍ଗର ବାହିବ ।ସୂର୍ଯ୍ୟର କିରଣ କେହୁ ଉହାଡ଼ିବ ହସ୍ତେବସୁନ୍ଧରା ଛାଡ଼ିଲେ କି ବହିବ କେ ମାଥେ ।ଏକା ଜଣକେ ଜିଣିବା କେହୁ ଏହି ବଳଏକ ଜଣ ଦେଖି ତୁମ୍ଭେ ହୋଇଲ ନର୍ବଳ ।ଆହେ ବୀର କେଶୀ ତୁମ୍ଭେ ଶୁଣ ମୋର ବାଣୀଅଷ୍ଟମଲ୍ଲ ସଙ୍ଗେ ଘେନି ଯୁଦ୍ଧ କର ପୁଣି ।ସେ ମୋର ଶତ୍ରୁ ଓଗାଳ ଯାଇ ତାକୁ ଆଗେଜୀବନ୍ତା ଧରି ତାହାକୁ ଘେନିଆସ ବେଗେ ।ଏସନକ ଆଜ୍ଞା ତାକୁ ଦେଲା କଂସାସୁରଅଷ୍ଟମଲ୍ଲ ଘେନି କେଶୀ ଧାଏଁ ଆଗୁସାର ।ପଛରେ ଗୋଡ଼ାଇଛନ୍ତି ସକଳ ସଇନଧାମନ୍ତି ଗର୍ଜନ କରି ସେନାପତିମାନ ।ମାର ମାର ଧର ଧର ଡାକି ଉଚ୍ଚସ୍ୱରେଧାମନ୍ତି ସେ ଏକମୁଖ ହୋଇ କୋପଭରେ ।କରେ ଶସ୍ତ୍ର ଘେନି ବୀରେ ଏକମୁଖ ହୋଇଗଦା କୁନ୍ତ ମୁଦୁଗର ମାରନ୍ତି ତୁହାଇ ।ଛେଲ ଚକ୍ର କାତି ଶକ୍ତି ସାବେଳି ପରିଘରାକ୍ଷସକୁ ମାରନ୍ତି ସେ ବେଢ଼ି ବେଗ ବେଗ ।ଏକା ନିବାତକବଚ ରହିଅଛି ଆଗେସକଳେ ଶସ୍ତ୍ର ଧରିଣ ମାରୁଛନ୍ତି ରାଗେ ।କେହି ଶସ୍ତ୍ର ଛାଡ଼ି କେହି ମାରେ ବଜ୍ର ମୁଷ୍ଟିଦାନବ ଶରୀରେ ବାଜି ଅଗ୍ନି ଜଳି ଉଠି ।ଅନେକ ରାଜାଙ୍କ ସୈନ୍ୟ ଚତୁରଙ୍ଗ ବଳପର୍ବତ ଉପରୁ ପଡ଼େ ଯେହ୍ନେ ଜଳଧାର ।ତେସନ ସଂଜାତ ଶସ୍ତ୍ର ମାରିବାରୁ ବେଢ଼ିନିବାତକବଚ ଏକା ଯୁଝେ ଆଗବଢ଼ି ।ତା ଶରୀରେ ବାଣମାନ ପଡ଼ି ଝମକନ୍ତିକୋପଭର ହୋଇ ଧାଇଁ ଯାଇ ମହାରଥୀ ।ବଜ୍ରହୁଁ ଆଣ୍ଟ ଅଟଇ ଅସୁରର ଦେହୀମୁନ ମୋଡ଼ି ହୋଇ ଶସ୍ତ୍ର ଭୂମିରେ ପଡ଼ଇ ।ରଥୀ ମହାରଥୀ ଯୋଦ୍ଧା ଅନେକ ଯେ ଥିଲେକେହି କେହି ଶରମାନ ଯୋଟି ପ୍ରହାରିଲେ ।କୌଣସି ପ୍ରକାରେ କରି ନ ପାରିଲେ ଜୟଅଷ୍ଟମଲ୍ଲ ଦେଖି ତାକୁ କଲେ ମହାଭୟ ।ମନେ ବିଚାରନ୍ତି ଏଥେ କରିବା କି ବୁଦ୍ଧିଦୁର୍ବାର ଦାନବ ଏହୁ ରଣେ ନୋହେ ସାଧି ।ୟାକୁ ନ ଜିଣିଲେ ଲୋକେ ପାଇବା ନ ଲାଜପାଇ ଅପକୀର୍ତ୍ତି ନାଶ ଯିବ ବଳବୀର୍ଯ୍ୟ ।କଂସରାଜା ମୁଖ ଆମ୍ଭେ ଚାହିଁବା କେମନ୍ତେଧିକ ଧିକ ଶବଦ ତ ଶୁଭିବ ଜଗତେ ।କେଶୀ ବୋଲେ ଆସ ଭାଇ ଘଡ଼ିଏ ଲାଗିବାଶକଟାସୁର ବୋଇଲା ସମର ଭାଙ୍ଗିବା ।ଯାମଳା ବୋଇଲା ତୁମ୍ଭେ ନ ଜାଣ ହୋ କିଛିନ ପାରିଲେ ଭାଙ୍ଗି ଯିବା କିସ ଭୟ ଅଛି ।ଜୟ ଅପଜୟ ବେନି କ୍ଷତ୍ରିଙ୍କର କଥାଏଥକୁ କିପାଇଁ ମନେ ଭାଳୁଅଛ ବୃଥା ।ଅନୁକ୍ଷଣେ ପ୍ରଣୀଙ୍କି କି ମିଳୁଥାଇ ଯଶବ୍ରହ୍ମା ଇନ୍ଦ୍ର ପଦ ଗଲା କରିବେ ସେ କିସ ।ଯେବଣ କାଳରେ ବ୍ରହ୍ମା ସୃଷ୍ଟି ଭିଆଇଲାଲାଭ ପାଖେ ହାନି ପାଖେ ନେଇଣ ଥୋଇଲା ।ରାତ୍ରେକ ହୋଇଲେ ପୁଣି ହୁଏ ଦିବସେକବିବେକ ଥିବା ଲୋକର ଆସେ ଅବିବେକ ।ସ୍ତିରୀ ଏକ ହୋଇଲେ ଯେ ପୁରୁଷେ ହୁଅଇଏସନ ପ୍ରକାରେ ବିହି ଲିହି ଯେ ଅଛଇ ।ପୁଣ୍ୟ ଏକ ହୋଇଲେ ଯେ ପାପେକ ହୁଅଇଆପଣାର ସତ୍ୟ ଥିଲେ ଧର୍ମ ଉପୁଜଇ ।ସଂସାର ସାଗର ଗୋଟା ଅଟଇ ଅନିତ୍ୟବଢ଼ଇ ଛିଡ଼ଇ ପୁଣି ଚନ୍ଦ୍ର ଜ୍ୟୋତିବତ ।କ୍ଷତ୍ରିମାନଙ୍କର ଜାଣ ଏସନକ ଭାବହାରିବା ଜିଣିବା ଦୁଇ କ୍ଷତ୍ରିର ସ୍ୱଭାବ ।ଦ୍ୟୁତ ଯୁଦ୍ଧ କଳି ଦ୍ୱନ୍ଦ ଆଦି ଷଡ଼ ପୀଢ଼ପଶାପାଲି ଚଉସାର କାଠି ବାକ୍ୟ ଦୃଢ଼ ।ଏତେକ କଥାରେ ଲୋକ ପୀଢ଼ ବସାଇଲେଅବଶ୍ୟ ଜଣେ ଏଥିରେ ହାରିବ ନ ଭଲେ ।ଏଥକୁ ଯେ ମାନ କଲେ ଧର୍ମ ହୋଏ ନାଶପାରି ବା ନ ପାରି ଥରେ ଲାଗିବା ହୋ ଆସ ।ଏତେ ବୋଲି ଆଠେ ଗଲେ ବାହାନାଦ କରିଦାନବ ଦେହେ ପିଟିଲେ ଗଦା କରେ ଧରି ।ଯେସନେ ପକ୍ଷୀ ଉଡ଼ନ୍ତି ଗଗନର ମାର୍ଗେଆଣ୍ଟେ ସେ ଗଦା ପିଟିଲେ ପବନହୁଁ ବେଗେ ।ଅଷ୍ଟମଲ୍ଲଙ୍କର ରୂପ ଦେଖି ଅସମ୍ଭବନାସିକାରେ ହସ୍ତ ଦେଇ ହସିଲା ଦାନବ ।ଏମନ୍ତ ଜନ୍ତୁ ଉପୁଜି ରହଥିଲି କାହିଁଜନ୍ମହୁଁ ଏମନ୍ତ ରୂପ ମୋର ଦେଖାନାହିଁ ।ସଂଗ୍ରାମ କରିବା ପାଇଁ ହୁଅ ସମସରିକିସ ଜୀବନ ତୁମ୍ଭର ଆଜ ନେବି ଧରି ।ଏତେ ବୋଲି ସେ ଦନାବ ଦ୍ରହସିତ ହେଲାବାମକରେ ଆକର୍ଷି ସେ ଆଠଙ୍କୁ ଧଇଲା ।କଇବର୍ତ୍ତ ଯେସନେକ ଗୁନ୍ଥେ ମୀନଲେନ୍ତାକେଶକୁ କେଶ ଧରିଣ ଛନ୍ଦେ ବଳବନ୍ତା ।ଅଷ୍ଟମଲ୍ଲଙ୍କୁ ଘେନିଣ ଯାଏ ଧୀରେ ଧୀରେଦେଖିଣ ସକଳ ସୈନ୍ୟ ରହିଲେ କାତରେ ।ବସୁଦେବ ଅନାଧୃଷ୍ଟ ସାତ୍ୟକି ଉଦ୍ଧବଅକ୍ରୂର ଶକ୍ରାଜିତ ଏ ଯେତେକ ଯାଦବ ।ସବୁ ରାଜାଙ୍କର ଥିଲେ ଯେତେକ ସଇନ୍ୟସେମାନଙ୍କୁ ସଙ୍ଗେ ଘେନି କରନ୍ତି ସଂଗ୍ରାମ ।ଜୀବନ ନିଆଶାରେ ସେ ବହୁତ ଯୁଝିଲେଶସ୍ତ୍ର ନ କାଟିବା ଦେଖି ଅପସରି ଗଲେ ।ଅଷ୍ଟମଲ୍ଲ କେଶ ଧରି ନିବାତକବଚଅବହେଳେ ଚଳେ ଦେହ ଦିଶଇ ସୁସଞ୍ଚ ।ବଜ୍ରରେ ଯେହ୍ନେ ପର୍ବତମାଳ ଯାନ୍ତି ଛିଡ଼ିଡରେ ସକଳ ସଇନି ପଳାଇଲେ ଛାଡ଼ି ।ଛାମୁରେ ତାହାର କେହି ରହନ୍ତା ଯେ ନାହିଁକାଳଦେବତା ପରାୟେ ଆସୁଅଛି ଧାଇଁ ।କଂସ ଛାମୁରେ ସାତ୍ୟକି ଯାଇଁ ଜଣାଇଲାକର ଦୁଇକି ଯୋଡ଼ିଣ ବିନୟେ କହିଲା ।ନିବାତକବଚ ନେଲା ଅଷ୍ଟମଲ୍ଲ ଧରିଥାଟଯାକ ଭାଙ୍ଗି ଡରେ ଗଲେ ଅପସରି ।ଯେସନେକ କଇବର୍ତ୍ତ ଗୁନ୍ଥେ ମୀନମାଳତେସନ ପ୍ରକାରେ ଅଷ୍ଟମଲ୍ଲଙ୍କର ବାଳ ।ଧରି ମେରୁ ପ୍ରାୟେ ଦୈତ୍ୟ ଯାଉଅଛି ମାଡ଼ିସମସ୍ତେ ପଳାଇଗଲେ ଶସ୍ତ୍ରମାନ ଛାଡ଼ି ।କେବଣ ବିଚାର ଦେବ କରିବା ଏଥିକିଏତେକ ବୋଲି ମଉନ ହୋଇଲେ ସାତ୍ୟକି ।ଏସନ ଶୁଣିଣ କୋପେ କଂସାସୁର ରାୟେପବନରେ ରମ୍ଭା ପ୍ରାୟ କମ୍ପଇ ତା କାୟେ ।ଧାମଇ ଅଧରେ ଦନ୍ତ ଚାପି ରୋଷଭରେମତ୍ତବ୍ୟାଘ୍ର ଧାମଇଁ କି ଛାଗଳ ପଲରେ ।ସାରଥିକି ଚାହିଁଲା ସେ କଂସାସୁର ବୀରଦୈତ୍ୟ ଛାମକୁରେ ମୋର ବାହ ରହୁବର ।ଦେଖିବା ନା ସେହି କେଡ଼େ ଅଟେ ବଳୟାରସଂଗ୍ରାମ ହୋଇବ ଆଜି ତାହାର ମୋହର ।ଯେବଣହିଁ ଅଷ୍ଟମଲ୍ଲ ମୋର ପ୍ରାଣସଖାକେ ତାଙ୍କୁ ଧରି ନେଉଛି ମୋତେ ତାକୁ ଦେଖା ।ସେମାନେ ମୋର ଜୀବନ୍ତା ବନ୍ଦୀ ହେଲେ ଆଜତାଙ୍କ ଅଭାବେ ମୋର ଏ ଜୀବନେ କି କାର୍ଯ୍ୟ ।କେ ତାଙ୍କୁ ଧରି ଆଜରେ ବନ୍ଦିକଲା ପୁଣିତାକୁ ନେଇ ମୋତେ ବେଗେ ଭେଟା ଏହିକ୍ଷଣି ।ଶୁଣି ସାରଥି ବାହିଲା ରଥଗୋଟା ବେଗେନେଇ ଭେଟାଏ ନିବାତକବଚର ଆଗେ ।ବେନି ବୀର ଏକ ମୁଖେ ହୋଇଲେକ ଭେଟକେତୁ ମଙ୍ଗଳ ଯେସନେ ମେରୁର ନିକଟ ।ଅଷ୍ଟମଲ୍ଲଙ୍କ ଦୁର୍ଦ୍ଦଶା କଂସରାଜା ଦେଖିସହସ୍ରେ ବାଣ ମାଇଲା ଉପ୍ରୋଧ ଉପେକ୍ଷି ।କଙ୍କପକ୍ଷମୁନା ବାଶ କଂସ ହସ୍ତେ ଘେନିମନ୍ତ୍ର ପଢ଼ିଣ ସନ୍ଧାନ କଲା ଉଗ୍ରସେନି ।ପୁଣି କୋଟିଏ ନାରାଚ ଗୁଣରେ ବସାଇଦାନବର ଉପରକୁ ବିନ୍ଧିଲା ନିଠାଇ ।ଦେବଶର ମାଇଲା ସେ ଘେନି ଅତି ବେଗେମାଇଲା ସେ ବାଣ ଅଷ୍ଟମଲ୍ଲଙ୍କର ରାଗେ ।ପେଷଇ ଅନିବାରଣ ଶର କଂସାସୁରଦକ୍ଷିଣ ଭୁଜେ ଧରେ ତା ଆଗସରି ବୀର ।ଦିରାଣ୍ଡି ଭୁଜେ ଧରିଣ ମସିଗୁଣ୍ଡା କରିପାଟି ବିସ୍ତାରି ଗର୍ଭକୁ ଦେଲା ଦୈତ୍ୟ ଭରି ।ତାହା ଦେଖି କଂସ କୋପେ ଅନ୍ତରାଳ ହୋଇବାବଲ ଶତେକ ଶର ଗୁଣରେ ବସାଇ ।ମନ୍ତ୍ରୀ ନାରାଚ ପେଷିଲା ଗଲା ଶୂନ୍ୟପଥେପଡ଼ିଲାକ ବାଣ ଯାଇଁ ଦୈତ୍ୟ ବାମହସ୍ତେ ।ବାମଅଙ୍ଗେ ଯହୁଁ ସେହି ନାରାଚ ବାଜିଲାବ୍ୟଥା ପାଇ ଦୈତ୍ୟ ଅଷ୍ଚମଲ୍ଲଙ୍କୁ ଛାଡ଼ିଲା ।ବନ୍ଦିରୁ ମୁକତ ଯହୁଁ ହେଲେ ଅଷ୍ଟମଲ୍ଲଗତଆତ୍ମା ପାଇଣ ସେ ଚାହିଁ ବଲବଲ ।ତହୁଁ ଯାଇ ମିଳିଲେ ସେ କଂସର ଆଗରେଧାଇଁଲେକ ଏକମେଳେ ହୋଇ ରୋଷଭରେ ।ଏସନ ଯୁଦ୍ଧ ଦେଖିଣ ସୈନ୍ୟ ଗଲେ ଧାଇଁଛେଲ ଚକ୍ର ଗଦା କୁନ୍ତ ପ୍ରହାରିଲେ ନେଇ ।ଯେବଣ କଂସକୁ ଭୟ ପାଇ ସ୍ୱର୍ଗବାସୀପୂର୍ବ କାଳନେମି ଜନ୍ମ ହୋଇଅଛି ଆସି ।ଅଷ୍ଟମଲ୍ଲେ ସେ ନିବାତକବଚ ଧଇଲେକଠୋର ମାଡ଼ ତାହାକୁ ଅନେକ ମାଇଲେ ।ବୁକୁ ବିଦାରିଣ କଟୀ ବିସ୍ତାରିଣ ଧରିକେଶ ଧରି ପକାଇଲେ ତଳେ ଝିଙ୍କିକରି ।କେଶକୁ ଧରିଣ କେହୁ ଓଟାରି ମାଇଲେତଳେ ପକାଇଣ କେହୁ ମାଡ଼ିଣ ବସିଲେ ।କେହୁ କନ୍ଧେ କେହୁ ମୁଣ୍ଡେ ବସିଲେକ ଯାଇବୁକୁ ବିଦାରି ପାଟିରେ ହସ୍ତକୁ ପୂରାଇ ।କେହୁ ବିଦାରି ପକାନ୍ତି ଦାନବର ପିଣ୍ଡସାତ ପାଞ୍ଚ ଘୋଷାରନ୍ତି ଧରି ପିଣ୍ଡ ଖଣ୍ଡ ।ସକଳ ଯାଦବ ଶସ୍ତ୍ର ଧରିଣ ମାରନ୍ତିକେ କୁନ୍ତ ଶାବେଳି କେହି ଖଡ଼୍ଗ ପ୍ରହାରନ୍ତି ।ମୁଖ ମାଡ଼ି ପଡ଼ିଲା ସେ ଅସାଷ୍ଟମ ହୋଇହିଙ୍ଗୁଳ ପର୍ବତ ଜାଣି ଶରୀର ଦିଶଇ ।ପର୍ବତରୁ ଜଳ ଗଡ଼େ ବରଷିଲେ ଘନଗିରିଶୃଙ୍ଗ ଫୁଟି ଯେହ୍ନେ ରୁଧିର ତେସନ ।ମୂର୍ଚ୍ଛାଗତ ହୋଇ ବୀର ପଡ଼ିଲା ଭୂମିରେକେବଳ ନିଃଶ୍ୱାସମାନ ବହେ ନାସିକାରେ ।ଅସମ୍ଭବ ସମର ତ କଲା ମହାବୀରସକଳ ସୈନ୍ୟ ବେଡ଼ିଲେ ମାଇଲେ ଅପାର ।ନିବାତକବଚ ଯହୁଁ ଅସାଷ୍ଟମ ହେଲାକରପତ୍ର ଯୋଡ଼ି କେଶୀ କଂସକୁ କହିଲା ।ଟେକି ଧରିଣ ଏହାକୁ ନେଇଯିବା ଗଡ଼େକଂସ ବୋଇଲା ଯେ ହେଉ ଧର ତାକୁ ଦୃଢ଼େ ।କଂସର ବଚନେ କେଶୀ ଆଦି ଯେ ଧଇଲେବାମକରେ ଧରି ଟେକି ନେଇ ବସାଇଲେ ।କେଶୀ ବୋଇଲାରେ ତୋତେ ଠାକୁରଙ୍କ ଦୟାଦୁଷ୍କୃତ ଯିବ ତୁ ଦେଖ କଂସବୀର କାୟା ।ଦୈତ୍ୟ ବୋଲେ ତୁମ୍ଭ ହସ୍ତେ ମାଡ଼ ଅଛି ଖାଇଉଠି ବସିବାକୁ ମୋର ଶକ୍ତି ଆଉ ନାହିଁ ।ଛଟପଟ ହେଉଛି ମୋ ଜ୍ଞାନ ନାହିଁ କିଛିକେବଳ ନାସିକା ରନ୍ଧ୍ରେ ପବନ ଯାଉଛି ।ଖଣ୍ଡ ଖଣ୍ଡ କରି ମୋର ବିଦାରିଛ ଦେହୀଆୟୁଷ ଥିବାରୁ ସିନା ଜୀବ ଅଛି ରହି ।ଟେକି କରି ମଥା ମୋର ଚଳି ନ ପାରଇନମସ୍କାର କରିବାକୁ ହସ୍ତ ନ ଚଳଇ ।ତୁମ୍ଭ ଇଚ୍ଛା ସୁଖେ ଯାହା ତାହା ପାର କରିମରଣକୁ ତିଳେ ଡର ନାହିଁ ନା ମୋହରି ।ବ୍ରହ୍ମା ବିଷ୍ଣୁ ରୁଦ୍ର ଆଦି ଯେତେ ଦେବଗଣଛପନ କୋଟି ଯେ ଜୀବଜନ୍ତୁ ଜନମାନ ।ଦାନବ ରାକ୍ଷସ ଆଦି ଅସୁର ଯେତେକଯୁଦ୍ଧେ ଜିଣିବାକୁ ନାହିଁ କାହାରି ଯେ ଶକ୍ୟ ।କାହାର ହସ୍ତରେ ମୃତ୍ୟୁ ନାହିଁ ଯେ ମୋହରନାହାନ୍ତି ମୋ ଚତୁରଙ୍ଗବଳ ଯେ ସଙ୍ଗର ।ଅସ୍ତ୍ର ଶସ୍ତ୍ର ନ ଥିବାରୁ ଯୁଦ୍ଧରେ ହାରିଲିକଳପୀ ଯୋଦ୍ଧା ମୁଁ ଆଜି ବ୍ୟୁହରେ ପଡ଼ିଲି ।ନିବାତକବଚ ବୋଲି ନ ଜାଣେ କେ ମୋତେଯାର କାଳକେୟଗଣ ବିଦିତ ଜଗତେ ।ସେ ବୀରକୁ ବୋଇଲୁ ତୁ ଏମନ୍ତ ବଚନମୋ ଦୁଷ୍କୃତ ଯିବ କଲେ କଂସ ଦରଶନ ।ଆବର କହିଲୁ ମୋତେ କର ତୁ ପ୍ରଣାମଶୁଣିଲି ସିନା ମୋହର କର୍ମ ହେଲା ବାମ ।କଂସରାଜ ଉଠି ତାର ଚରଣେ ଲୋଟିଲାକଲ୍ୟାଣ କର ଭୋ ରାୟେ ମୁହିଁ ଅଟେ ପିଲା ।ହାରିବା ଜିଣିବା ଜାଣ କ୍ଷତ୍ରିଙ୍କର ବୃତ୍ତିନିବାତକବଚ ଶୁଣି ହୋଇଲା ତୃପତି ।ବୋଇଲା କଂସର ମୁଖ ଚାହିଁ କେଶୀ ବୀରମହାବଳୀ ବୀର ନାହିଁ ଏହା ପରକାର ।ଭାଗ୍ୟବଳେ ଆମ୍ଭେ ସିନା ପାଇଲେକ ଜୟତିନିପୁରେ ଏହିରାଜା ଅଟଇ ଅଜେୟ ।ଶୁଣି କଂସରାଜା ବହୁ ପୂଜାବିଧି କଲାଅନେକ ପ୍ରବୋଧି ତାକୁ ବିନୟୀ ହୋଇଲା ।ନିବାତକବଚ ତହୁଁ ଗଲା ତାର ପୁରେକଂସାସୁର ରାୟ ପୁଣି ଏଥୁ ଅନନ୍ତରେ ।