ଚନ୍ଦ୍ରଜନ୍ମ — ହରିବଂଶ (ପ୍ରଥମ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଗଣ୍ଡୁଷ କରି ଭକ୍ଷିବି ତୋତେ ମୁଁ ଏକ୍ଷଣି ।
ପୂର୍ବେ ଯେସନେ ଅଗସ୍ତି ସିନ୍ଧୁଜଳ ଗ୍ରାସି
ସାତ ସମୁଦ୍ର ଶୁଖାଇ ବ୍ରହ୍ମତେଜେ ଶୋଷି ।
କି କରିବୁ କାହିଯିବୁ ମୋର ହୋଇ ଦୋଷୀ
ତୋ ଜଳ ଶୋଷି ମୁଁ ନେବି ଭାରିଯା ସୁକେଶୀ ।
ଏତେ ବୋଲି ମୁନି ତୋଳି ଜାହ୍ନବୀର ପାଣି
ସତ୍ୟ ସତ୍ୟ ସତ୍ୟ ବୋଲି ତିନିବାର ଭଣି ।
ଜାଣି କାଶୀବାସୀ ଆସି ଗଙ୍ଗାକୁ କହିଲେ
ମୁନିର ପତ୍ନୀକୁ ଆଣି ଦିଅ ଗୋ ବୋଇଲେ ।
ଈଶ୍ୱରଙ୍କ ବଚନରେ ଗଙ୍ଗାଦେବୀ ଯାଇ
ଅତ୍ରି ଋଷି ଭାରିଯାକୁ ଆଣି ଦେଲେ ତହିଁ ।
ନିଜ ପତ୍ନୀ ଦେଖି ମୁନି ସନ୍ତୋଷ ହୋଇଲେ
ବଦନେ ଚୁମ୍ୱନ ଦେଇ କୋଳେ ବସାଇଲେ ।
ଅତ୍ରିଋଷି ନୟନରୁ ଗଳିଲା ଯେ ନୀର
ଠୁଳହୋଇ ମନ୍ଦ ବାନ୍ଧି ରହି ଏକଠାର ।
ଶୁଦ୍ଧ ସ୍ଫୁଟିକ ପରାୟ ଦିଶେ ଦିବ୍ୟଜ୍ୟୋତି
ସର୍ବଗୁଣେ ସୁନ୍ଦର ସେ କନ୍ଦର୍ପ ମୁରତି ।
ଦେଖି ଈଶ୍ୱର ତାହାକୁ ତୋଳି ଧରି କରେ
ବଳି ବଳି କରି ରଖି ପୁରୁଷ ଆକାରେ ।
ଅମୃତନୟନେ ଚାହିଁ ଦିବ୍ୟଦୃଷ୍ଟି ଦେଇ
ପୁରୁଷେକ ହେଲା ମହାବଳବନ୍ତ ହୋଇ ।
ଗୋକ୍ଷୀର ଶୁକଳବର୍ଣ୍ଣ ମୁକୁତାର ଜ୍ୟୋତି
ସର୍ବଗୁଣେ ସୁଲକ୍ଷଣ ମଧୁର ମୁରତି ।
କୁମର ଦିବ୍ୟମୁରତି ଦେଖି କାଶୀବାସୀ
ଆଶ୍ୱାସନା କରି ଧୀରେ ବଚନ ପ୍ରକାଶି ।
ଅତ୍ରି ଋଷିଙ୍କର ତୁମ୍ଭେ ଅଟ ପୁତ୍ରଗୋଟି
ଆମ୍ଭେ ସନ୍ତୋଷ ହୋଇଲୁ ରୂପେ ରଖି ଦୃଷ୍ଟି ।
ବ୍ରହ୍ମାଙ୍କର ନାତି ତୁମ୍ଭେ ମହାଋଷି ବତ୍ସ
ଜାତି ଗୋତ୍ର ତୁମ୍ଭଙ୍କୁ ନାହିଁ ସମକଚ୍ଛ ।
ଅଯୋନିସମ୍ଭୁତ ତୁ ଯେ ଅଟୁ ପୁଣ୍ୟମୟ
ଯୁଗେ ଯୁଗେ ଅମର ଯେ ହେଉ ତୋର କାୟ ।
ଅମୃତ ଲୋଚନେ ତେଣୁ ଦେଲୁ ଆମ୍ଭେ ଦୃଷ୍ଟି
ନିରତେ ଅମୃତ ତେଣୁ କରୁଥିବୁ ବୃଷ୍ଟି ।
ଏତେ ବୋଲି ଅନୁସୂୟା କୋଳେ ସମର୍ପିଲେ
ଅତ୍ରି ମହାଋଷିଙ୍କର ସନ୍ନିଧିରେ ଦେଲେ ।
ଅତି ଯତ୍ନକରି ତୁମ୍ଭେ ପାଳ ହୋ ଏହାଙ୍କୁ
କୁଳକୁ ଏ କୁଳଦୀପ ହୋଇବ ତୁମ୍ଭଙ୍କୁ ।
ଶୁକମୁନି ବୋଲନ୍ତି ହୋ ପରୀକ୍ଷିତ ରାଜା
ଈଶ୍ୱର ମୁଣ୍ଡରେ ଚନ୍ଦ୍ର ରହି ପାଏ ପୂଜା ।
ଦେଖୁଛ ତ ଆତଯାତ ଆକାଶେ ହେଉଛି
ଜନମ ମରଣ ବାଧା ନ ଜାଣଇ କିଛି ।
ସବୁ ଜୀବମାନଙ୍କର ଅଟେ ଜୀବଦାନି
ବିହନ୍ତା ପୁରୁଷ ତାର ନାହିଁ ଲାଭହାନି ।
ପଞ୍ଚଭୂତ ଆତ୍ମାକୁ ସେ ଆବୋରିଛି ଏକା
ଯାହାର ହୁଅନ୍ତି ଚାରିଖାନି ଜୀବଲେଖା ।
ଚନ୍ଦ୍ରଙ୍କର କଳଙ୍କ ସାଧାରଣ ବୃତ୍ତାନ୍ତ
ଏହା ଶୁଣି ପରୀକ୍ଷିତ ନାମେ ମହାରାଜା
ଶୁକମୁନିଙ୍କ ଚରଣେ କଲେ ଦିବ୍ୟ ପୂଜା ।
ଚନ୍ଦ୍ରଙ୍କ ଜନମ କଥା ତୁମ୍ଭ ମୁଖୁ ଶୁଣି
ଆବର କଥାଏ ମୋତେ କହ ମହାମୁନି ।
ମନରେ ସଂଶୟେ ମୋର ଲାଗିଲା ବହୁତ
ଏହା ଆଦ୍ୟ ପ୍ରାନ୍ତ କରି କହ ତପୋବନ୍ତ ।
ଏଡ଼େ ବଡ଼ ଦେବତା ଯେ ଅଟନ୍ତି ନିଶାକର
ସ୍ୱଦେହେ କଳଙ୍କ କିପାଁ ହୋଇଲା ତାଙ୍କର ।
ଛିଡ଼ନ୍ତି ବଢ଼ନ୍ତି ପୁଣି ପକ୍ଷେକ ଆବର
ଦୟାକରି କହ ମୁନି ମୋହର ଆଗର ।
କେଉଁ ପାପ କରିବାକୁ କିବା କେଉଁ ଦୋଷେ
କଳାଏ କଳାଏ କ୍ଷୟ ବୃଦ୍ଧି ମାସେ ମାସେ ।
ଶୁକମୁନି ବୋଲେ ତୁହୋ ପଚାରିଲୁ ଯାହା
ତୋର ସନ୍ଦେହ ଫେଡ଼ିଣ କହିଦେବା ତାହା ।
ଯେତେବେଳେ ସେ ଚନ୍ଦ୍ରକୁ ବରଦେଲେ ଶିବ
ଆଶ୍ୱାସ ବଚନ କହି ସେହି ମହାଦେବ ।
ଚନ୍ଦ୍ରଙ୍କୁ ଯେ ଆକାଶରେ କଲେ ଅଧିକାରୀ
ବୃହସ୍ପତିଙ୍କି ହକାରୀ ଦେବ ତ୍ରିପୁରାରି ।
ଆହେ ବୃହସ୍ପତି ତୁମ୍ଭେ ତ୍ରୈଲୋକ୍ୟ ପ୍ରସିଦ୍ଧି
ଚନ୍ଦ୍ର ଦେବତାଙ୍କୁ ଶିକ୍ଷାଦେବ ବିଦ୍ୟା ବୁଦ୍ଧି ।
ଏସନକ ଆଜ୍ଞା ଯହୁଁ ସଦାଶିବ ଦେଲେ
ଚନ୍ଦ୍ର ଦେବତାଙ୍କୁ ଘେନି ବୃହସ୍ପତି ଗଲେ ।
ଆଗହୁଁ ବୃହସ୍ପତିର ଥିଲେ ଯେତେ ଚାଟ
ତାହାଙ୍କ ସଙ୍ଗରେ ଚନ୍ଦ୍ର ପଢ଼ନ୍ତି ଯେ ପାଠ ।
ଅକ୍ଷର ମଧ୍ୟେ ଅଟଇ ଯେତେ ମନ୍ତ୍ର ସିଦ୍ଧି
ଅଷ୍ଟ ଦିବସରେ ମଧ୍ୟେ ସବୁ ବିଦ୍ୟା ସାଧି ।
ଜାତିସ୍ମର ରୂପେ ସେହି ହୋଇଛି ଜନମ
ଭୋଜନ ଶୟନ ନାହିଁ ବଞ୍ଚଇ ସେ ଦିନ ।
ନାନା ବିଦ୍ୟାରେ ନିପୁଣ ହେଲେ ଚନ୍ଦ୍ରଦେବ
ବୃହସ୍ପତି ପାଖେ ରହି ଆଚରନ୍ତି ସର୍ବ ।
ଏଥୁ ଅନନ୍ତରେ ତହୁଁ କେତେଦିନ ଗଲା
ଚନ୍ଦ୍ରକୁ ଦେଖିଣ ତାରା କାମେ ବଶ ହେଲା ।
ଅସାଷ୍ଟମ ହୋଇ ବାଳୀ ନ ପାରଇ ଚଳି
ଚନ୍ଦ୍ର ଦେବତା ସୁନ୍ଦର ରୂପ ଭାଳି ଭାଳି ।
କାମ ପଞ୍ଚବାଣ ପଡ଼ି ଜଡ଼ିଲା ତା ଅଙ୍ଗେ
ଚିନ୍ତାଭରେ ତନୁ ତାର ରହିଲା ବିଭଙ୍ଗେ ।
ଚନ୍ଦ୍ରରୂପ ଗୁଣ ବାଳୀ ମନେ ମନେ ଗୁଣି
ରାତ୍ର ଦିବସ ସ୍ୱପନ ଦେଖଇ ତରୁଣୀ ।
ଛାଡ଼ି କ୍ଷୁଧା ତୃଷା ନିଦ୍ରା ଗୃହବିଧି କଥା
ଦଶମ ଦଶାକୁ ଭଜି ପାଇଲା ଅବସ୍ଥା ।
କେଶ ବାସ ଅସମ୍ଭାଳ ବିବସନ ଦେହୀ
ଚନ୍ଦ୍ର ଦେବତାକୁ ବାଳୀ ଥାଏ ବାଟ ଚାହିଁ ।
ଏମନ୍ତେ କେତେକ ଦିନ ତହୁଁ ଗଡ଼ିଯାନ୍ତେ
ଚନ୍ଦ୍ରକୁ ଡକାଇ ଦିନେ କହିଲା ଏକାନ୍ତେ ।
ତୁମ୍ଭେ ହୋ ଚନ୍ଦ୍ରଦେବତା ପ୍ରତିକାର କର
ଏ କାମ ମୁଖରୁ ମୋତେ ବାରେକ ଉଦ୍ଧାର ।
ତୋ ରୂପ ଗୁଣକୁ ଦେଖି ବଳିଲା ମନୀଷା
ସୁଲକ୍ଷଣ ପୁରୁଷ ତୁ ପୂରା ମୋର ଆଶା ।
ନାସ୍ତିକଲେ ସ୍ତିରୀହତ୍ୟା ଲାଗିବ ଯେ ତୋତେ
ତୁ ମୋହର ପ୍ରାଣବନ୍ଧୁ ରଖ ତୁ ହୋ ମୋତେ ।
ଏତେକ ବୋଲି ସୁନ୍ଦରୀ ଛାଡ଼ିଲାକ ଲଜ୍ଜା
ଚନ୍ଦ୍ରଙ୍କୁ ସେ କୋଳ କଲା ଗୁରୁଙ୍କ ଭାରିଯା ।
ଚନ୍ଦ୍ରମା ସଙ୍ଗରେ ଭାବ କଲା ଦେବୀ ତାରା
ପାପକୁ ନ ଡରି ଚନ୍ଦ୍ର କଲା ପରଦାରା ।
ଯଦ୍ୟପି ଜଉ ଅଗ୍ନିକି କର ଏକ ଭାବ
ତରଳି ମିଳାଇ ଗଲା ପରି ଏହି ଭାବ ।
ବସିଥିବା ଘୃତଭାଣ୍ଡ ସମ ନାରୀ ଅଙ୍ଗ
ତରଳିଲା ଅଗ୍ନି ତୁଲ୍ୟ ପାଇ ପୁଂସ ସଙ୍ଗ ।
ଏମନ୍ତେ ବେନି ଜନର ବଢ଼ିଲା ପୀରତି
ବୃହସ୍ପତି ସେହି କଥା ଗୋଟି ନ ଜାଣନ୍ତି ।
ପଦ୍ମିନୀ ଚିତ୍ରିଣୀ ଆଉ ଖଙ୍ଖିନୀ ହସ୍ତିନୀ
ଏମନ୍ତେ ଚାରି ଜାତିରେ ହୁଅନ୍ତି କାମିନୀ ।
ପୁରୁଷ ହିଁ ଜାରିଜାତି ଅଟନ୍ତି ରାଜନ
ଶଶ ମୃଗ ବୃଷ ଅଶ୍ୱ ଜାତି ଏହି ଜାଣ ।
ଶଶଜାତ ପୁରୁଷର ପଦ୍ମିନୀ ଯେ ଯୋଡ଼ା
ମୃଗଜାତି ପୁରୁଷର ଚିତ୍ରିଣୀ ଯେ ଲୋଡ଼ା ।
ବୃଷ ଜାତି ପୁରୁଶର ଲୋଡ଼ା ସେ ଶଙ୍ଖିନୀ
ଅଶ୍ୱଜାତି ପୁରୁଷକୁ ଲୋଡ଼ଇ ହସ୍ତିନୀ ।
ଯେତେବେଳେ ଧାତା ଏହି ସୃଷ୍ଟି ଭିଆଇଲା
ସ୍ତିରୀ ପୁରୁଷକୁ ଘେନି ସଂସାର ରଚିଲା ।
ଯେବଣ ପୁରୁଷକୁ ସେ କଲା ଯେଉଁ କନ୍ୟା
ପଣ୍ଡିତ ଲୋକମାନେ ତା ବିଚାରନ୍ତି ସିନା ।
ବେଦଶାସ୍ତ୍ର ନ ଜାଣି ଯେ କରନ୍ତିଟି ବିଭା
ଅପୁତ୍ରିକୀ ଦୋଚାରୁଣୀ ହୁଅନ୍ତି ବିଧବା ।
ଶଶ ସଙ୍ଗେ ହସ୍ତିନୀର ଭେଟ ନ କରିବ
ଦୋଚାରୁଣୀ ହେବ କନ୍ୟା କୁଳ ନାଶ ଯିବ ।
ଅଶ୍ୱ ସଙ୍ଗେ କରାଇଲେ ପଦ୍ମିନୀ ସଂଯୋଗ
ଘଟିବ ସେହି କନ୍ୟାକୁ ନିଶ୍ଚେ ମୃତ୍ୟୁଯୋଗ ।
ବିଧାତା ଭିଆଣ କେବେ ନ କରିବ ଆନ
ଜାଣି ଶୁଣି ବିଭା ଦେବ ବେଦର ବିଧାନ ।
ବୃହସ୍ପତି ବୃଷଜାତି ପୁରୁଷ ଅଟନ୍ତି
ପଦ୍ମିନୀ ଜାତି ଅଟି ତାର ରୂପବତୀ ।
ଚନ୍ଦ୍ରମା ଯେ ଶାଶ ଜାତି ପୁରୁଷ ଅଟଇ
ତେଣୁ ତାର ସଙ୍ଗେ ତାରା ପୀରତି ବଢ଼ାଇ ।
କେତେଦିନେ ଗର୍ଭବାସ ହେଲା ତାରାବାଳୀ
ଦିନକୁ ଦିନ ପୀରତି ବଢ଼ିଲା ଉଚ୍ଛୁଳି ।
ସମ୍ପୂର୍ଣ୍ଣ ଦଶମାସରେ କଲା ସେ ପ୍ରସବ
ପୁତ୍ର ଜାତକଲା ରୂପେ ନିନ୍ଦେ କାମଦେବ ।
ଅତ୍ୟନ୍ତ ସୁନ୍ଦର ରୂପ ସେହି ବାଳବତ୍ସ
ରୂପଗୁଣେ କାମଦେବ ନୋହେ ସମକଚ୍ଛ ।
ବୃହସ୍ପତି ପାଞ୍ଜି ଘେନି ତକ୍ଷଣେ ଗଣିଲେ
ଏ ପୁତ୍ର ଆମ୍ଭର ନୁହେଁ ଧ୍ୟାନରେ ଜାଣିଲେ ।
କୁଳକୁ ଦୂଷଣ ହେବ ବୋଲି ନ କହିଲେ
ପୁତ୍ରରୂପ ଗୁଣ ଦେଖି ଯତନେ ପାଳିଲେ ।
ଧାର୍ମିକ ପଣ୍ଡିତ ସେହି ଗୁଣବନ୍ତ ଗ୍ରାହୀ
ଅକର୍ମ କଥା ଗୋପନ କଲେ ତେଣୁ ତହିଁ ।
ଆୟୁ ବଳ ଧନ ଗୃହ ଛିଦ୍ର ଆତ୍ମ ନାମ
ଗୁରୁ ନାଶ ଧନ ନାଶ ବର୍ଷ ଅପମାନ ।
ଏ ନବ କର୍ମ ଗୋପନ ଯେହୁ କରିପାରି
ନିଶ୍ଚେ ଜାଣିଣ ସେ ନର ଦେବଲୋକେ ସରି ।
ଅନ୍ତର୍ଗତେ ବୃହସ୍ପତି ବିଚାରି ଏ କଥା
ଫେଡ଼ି ନ କହିଲେ ମନେ ପାଇ ବଡ଼ ବ୍ୟଥା ।
ଗୁରୁ ବୋଇଲେ ସ୍ତିରୀଙ୍କି ନ ଯିବ ବିଶ୍ୱାସ
ଯେ ବିଶ୍ୱାସ ଯିବ ତାରର ଅଳପ ଆୟୁଷ ।
ସର୍ପ ରାଜା ବାଘ ଭାଲୁ କୁମ୍ଭୀର ଯେ ହସ୍ତୀ
ଖଡ଼୍ଗଧାରୀ ଶଙ୍ଖଧାରୀ ନଦୀ ଯେ ଯୁବତୀ ।
କାଳର ଡଗର ଜାଣ ଏମାନେ ଅଟନ୍ତି
ବିଶ୍ୱାସ ନ ଯିବ ବୋଲି କହି ବୃହସ୍ପତି ।
ଜାଣି ଶୁଣି ଏମାନଙ୍କୁ ବିଶ୍ୱାସ ଯେ ଗଲା
ନିଶ୍ଚୟ ଜାଣିବ ସେହୁ ଆୟୁ ଥାଉଁ ମଲା ।
ବୃହସ୍ପତି ବୋଲନ୍ତି ଯେ ଯୁବତୀଏ ମନ୍ଦ
ଚନ୍ଦ୍ରକୁ ସୁନ୍ଦର ଦେଖି ତାରା କଲା ଛନ୍ଦ ।
ଆମ୍ଭ ପରା ସ୍ୱାମୀକି ସେ କଲା ପରିତ୍ୟଜ୍ୟା
କୁଳବତୀ ସ୍ତିରୀ ହୋଇ ଝାଡ଼ିଲାକ ଲଜ୍ଜା ।
ବ୍ରହ୍ମସ୍ତିରୀ ହୋଇ ନାହିଁ ପାପକୁ ତା ଭୀତି
ବାଳୁତ ମତି ଶିଶୁର ସଙ୍ଗରେ ପୀରତି ।
ଚୋରା ପୀରତିକି ଏହୁ କଲା ପୁଣି ଇଚ୍ଛା
ବେଶ୍ୟାପରି ବଳେ କଲା ରମଣ ସ୍ୱଇଚ୍ଛା ।
ପୁଣି ବିଚାରିଲେ ଚନ୍ଦ୍ର ମୋତେ ନଷ୍ଟ କଲା
ଗୁରୁପତ୍ନୀ ବୋଲି ମନେ ବିଚାର ନ କଲା ।
ଗୁଣବନ୍ତ ହୋଇ ଏ ତ ଅରିଜିଲା ପାପ
ଦୋଷ ଅନୁରୂପେ ଦେବା ଏହାକୁ ଯେ ଶାପ ।
ଜାଣି ଯେବେ ଚନ୍ଦ୍ର କଲା ଗୁରୁପତ୍ନୀ ଭୋଗ
ନ ଜୀଉଁ ନ ମରୁ ପୀଡ଼ା ଦେଉ ସଦା ରୋଗ ।
ଆମ୍ଭଙ୍କୁ କଳଙ୍କ ତୁ ରେ ଦେଲୁ ଜନମୁଖେ
ଏ ପାପ ଖଣ୍ଡନ ନୋହୁ ଥାଅ ମହାଦୁଃଖେ ।
ଶୁକମୁନି ବୋଇଲେ ହେ ପରୀକ୍ଷିତ ରାଣ
ତୁମ୍ଭେ ପଚାରିଲ ଚନ୍ଦ୍ର ଦେବତାଙ୍କ ଗୁଣ ।
ସେହି ଦୋଷରୁ ଚନ୍ଦ୍ରର କଳଙ୍କ ମୂରତି
ପକ୍ଷେ ପକ୍ଷେ ଧରଇ ସେ ଭିନ୍ନ ଭିନ୍ନ ରୀତି ।
ଗୁରୁଙ୍କର ଶାପକୁ ସେ କରୁଛନ୍ତି ଭୋଗ
ନ ଜୀଅନ୍ତି ନ ମରନ୍ତି ଗୁରୁଶାପ ଯୋଗ ।
ଦେବତାମାନଙ୍କୁ କଲାକର୍ମ ପାରନାହିଁ
ମାନବ ଛାରକୁ ପାର ଯିବ ଅବା କାହିଁ ।
ଜଗବନ୍ଧୁ ପାଦପଦ୍ମ ସ୍ମରିଣ ହୃଦରେ
ଅଚ୍ୟୁତ ଦାସ ରଚଇ ଜନଙ୍କ ହିତରେ ।
ବୁଧର ବୃତ୍ତାନ୍ତ
ଏଥୁଅନନ୍ତରେ ପୁଣି ପରିକ୍ଷିତ ରାୟେବିନୟ ଭାବରେ କହେ ପଡ଼ି ମୁନି ପାୟେ ।ଭୋ ମୁନି ଚନ୍ଦ୍ରଙ୍କଠାରୁ ପୁତ୍ର ଜାତ ହେଲାଏଥିଉତ୍ତାରୁ କେବଣ କୃତ୍ୟ ସେହି କଲା ।ସେହି କଥା ମହାମୁନି କହିବାକୁ ମୋତେତେବେ ମୋ ମନ ମାନିବ ଯିବଇଁ ସଂପ୍ରତେ ।ଶକତି ମୁନିର ନାତି କହନ୍ତି ଏ ବାଣୀଯାହା ପଚାରିଲ ସୋମବଂଶ ନୃପମଣି ।ତାରାର ଗର୍ଭରୁ ଜାତ ଯେବଣ ବାଳକଦିଗପାଳ ସମାନ ସେ ଶ୍ରେଷ୍ଠ ହୋଇଲାକ ।ବୁଧ ନାମ ବହିଲା ସେ ଚନ୍ଦ୍ରର ନନ୍ଦନତପେ ତୋଷିଲା ପାର୍ବତୀପତି ତ୍ରିଲୋଚନ ।କୁମ୍ଭ ଶୁକ୍ଲ ଏକାଦଶୀ ତିଥି ବୁଧବାରବାଣିଜ୍ୟ କରଣ ଯୋଗ ମାହେନ୍ଦ୍ର ଯେ ସାର ।ରୋହିଣୀ ନକ୍ଷତ୍ର ଜାଣ ପାଞ୍ଚ ଘଡ଼ିଜନ୍ମ ହୋଇ ପୁତ୍ର ତହିଁ ଦେଲା ସିଂହରଡ଼ି ।ବୃହସ୍ପତି ଗଣିଲେ ଯେ କରେ ଖଡ଼ି ଘେନିଏହି ସେ ପାଳିବ ଚରାଚର ଯେ ମେଦିନୀ ।ଅନେକ ଯତ୍ନେ ପାଳିଲେ ତାକୁ ବୃହସ୍ପତିଶିଖାଇଲେ ବେଦମନ୍ତ୍ର ଆଦି ଜ୍ଞାନ ଗତି ।ଦିନକୁ ଦିନ ତା ବୁଦ୍ଧି ବର୍ଦ୍ଧମାନ ହେଲାସୁସଙ୍ଗ ପାଇଣ ପୁତ୍ର ସୁବୁଦ୍ଧି ଶିଖିଲା ।ଶିବ ଧ୍ୟାନ କରି ପଞ୍ଚାକ୍ଷରକୁ ଜପିଲାଗଳାରେ ରୁଦ୍ରାକ୍ଷ ମାଳ ଭୂଷଣ କରିଲା ।ବିଭୂତି ଭୂଷଣ ଅଙ୍ଗେ କଷାବସ୍ତ୍ର ପିନ୍ଧିନିତି ସେବାକରେ ଶିବ ଚରଣକୁ ବନ୍ଦି ।ଫଳମୂଳ ଆହାର ତା ଶିରେ ଜଟାଭାରକୁଶଶର୍ଯ୍ୟା କରିଣ ସେ ଶୁତିଲା ତଥିର ।ଶୀତ ବରଷା ନିଦାଘ ସହଇ ତା ଅଙ୍ଗେଇଷ୍ଟ ବନ୍ଧୁ କୁଟୁମ୍ବ କେ ନାହାନ୍ତି ତା ସଙ୍ଗେ ।ମନ ପବନ କାୟାକୁ କଲା ଏକ ଯୋଗଶିବନାମ ସୁମରଇ ଦେହ କରି ତ୍ୟାଗ ।ମନ ଇନ୍ଦ୍ରିୟ ନିଗ୍ରହି ସାଧିଲାକ ଜ୍ଞାନସଦାଶିବ ଦେବଙ୍କର କମ୍ପିଲା ଆସନ ।କପିଳାସପୁର ତେଜି ଦେବ କାଶୀବାସୀବୁଧର ତପସ୍ୟା ସ୍ଥାନେ ପ୍ରବେଶିଲେ ଆସି ।ଡବି ଡିବି ଡମ୍ୱରୁ ଯେ ବାଜେ ନବକୋଟିକଣ୍ଠତଟେ ମୁଣ୍ଡମାଳ ଲେଙ୍ଗୁଟି ଭ୍ରୂକୁଟୀ ।ନନ୍ଦୀଭ୍ରୂକୁଟୀ ଏ ବାମ ଡାହାଣରେ ମିଳିସଦାନନ୍ଦ ଶୋଭା ଅଦ୍ଧଚନ୍ଦ୍ର ସେ ମଉଳି ।କୃଷ୍ଣ ପିଙ୍ଗଳ ଯେ ଜଟା ଶୋଭାବନ ମାଥେତ୍ରିଶୂଳ ଡମ୍ବରୁ ଶୋଭା ପାଉଅଛି ହାତେ ।ଲଲାଟେ ନୟନ ଜଟାମଧ୍ୟେ ଗଙ୍ଗାଜଳବାସୁକି ସର୍ପକୁଣ୍ଡଳ ଲୁଳେ ଗଣ୍ଡସ୍ଥଳ ।ଘୋର ଶବଦ କରନ୍ତି ଫୁଫୁକାର କରିଦ୍ୱାଦଶ ରୁଦ୍ର ସଙ୍ଗତେ ଦେବ ତ୍ରିପୁରାରି ।ଶିଶୁଦେବ ଅଧ୍ୟୟନ ଦକ୍ଷିଣ ମୁଖରେଝଟକି କାଳାନଳ ଗରଳ କଣ୍ଠରେ ।ଅଦ୍ଧ ଅଙ୍ଗରେ ଅମ୍ୱିକା କପିକା ମଉଳିଶିବଗଣରେ ଶୋଭିତ ଦେବ ଯେ ତ୍ରିଶୂଳୀ ।ହିମବନ୍ତନନ୍ଦିନୀ ଯେ ଗଙ୍ଗାବସୁମତୀଏକେ ଏକେ ପାରୁଶରେ ରହି ଖଟୁଛନ୍ତି ।ଷଡ଼ାନନ ଗଣପତି ଅଟନ୍ତି ପାରୁଶେସଦାଶିବ ଆସୁଛନ୍ତି ଅତ୍ୟନ୍ତ ଉଲ୍ଲାସେ ।ବ୍ୟାଘ୍ର ଚର୍ମ ପରିଧାନ କରି କୀଟଭାଗେଅନାଦି ସିଦ୍ଧ ପୁରୁଷବର ମହାଯୋଗେ ।ତାଣ୍ଡବ ଭୈରବେ ଭୋଳ ସଦା ଯାର ମତିଅନୁଗ୍ରହ ସାଗର ସେ ଭର ନିବାରନ୍ତି ।ଏସନ ସୁବେଶ ହୋଇ ଦେବ କାଶୀବାସୀବୁଧ ଅଗ୍ରତେ ମିଳିଲେ ବେଗହୋଇ ଆସି ।ପ୍ରସନ୍ନେ ସେ ମହାଦେବ ଦେଲେ ତାଙ୍କୁ ଦୀକ୍ଷାବର ମାଗ କୁମରରେ ଯେ ତୋହର ଇଚ୍ଛା ।ସଦାଶିବଙ୍କ ବଚନେ ବୁଧ ମହାମତିକରପତ୍ରକୁ ଯୋଡ଼ିଣ ଛାମୁରେ ଜଣାନ୍ତି ।ବୁଧ ବୋଇଲେ ସ୍ୱମୀହେ ଦେବଦେବବରସତ୍ୟ କରି ପ୍ରଭୁ କହି ମୋହର ଆଗର ।କହନ୍ତି ହରହସିତ ହୋଇ ଶୂଳପାଣିତୁମ୍ଭେ ଯାହା ମାଗିବ ତା ଦେବା ଏହିକ୍ଷଣି ।ବୁଧ ବୋଲେ ସ୍ୱାମୀ ବର ମାଗିବି ତୁମ୍ଭଙ୍କୁକାମ୍ୟ ବ୍ରହ୍ମ ବେନି କଥା ଦେବ ଯେ ଆମ୍ଭଙ୍କୁ ।ସକଳ ସଂସାରେ ଏହି ସିନା କର୍ମବିଦ୍ୟାଯୋଗିଙ୍କ ଯୋଗ ଭାଙ୍ଗିବ ହେବି ଯୋଗସିଦ୍ଧା ।ଆରେକ କଥା ଯେ ମୋତେଦେବ ଦେବରାୟେବନସ୍ତର ଆୟତନ ଶତ ଯୂଣ ଯାଏ ।ଏହି ଭୂମି ମଧ୍ୟେ ଯେତେ ଜନ୍ତୁ ଛନ୍ତି ଅବାସମସ୍ତେ ଯେ ରୂପବତୀ ହେବେ ନବଯୁବା ।ସିଦ୍ଧ ସାଧ୍ୟ ଦେବତା ଯେ ଗନ୍ଧର୍ବ କିନ୍ନରଦାନବ ମାନବ ଆଦି ନାଗ ବିଦ୍ୟାଧର ।ବ୍ରହ୍ମା ରୁଦ୍ର ସହିତେ ସେ ଭୂମି ନ ମାଡ଼ିବେବଳେ ପଶିଲେ ତହିଁରେ ସ୍ତିରୀରୂପ ହେବେ ।ଏଥୁ ପାରହେଲେ ପୁଣି ପାଇବେ ସ୍ୱଦେହଭୋ ପ୍ରଭୁ ଭୋଳାନାଥ ହେ ଏହି ବରଦିଅ ।ସଦାଶିବ ବୋଇଲେ ଯେ ମାଗିଲୁରେ ବାବାଯେ ତୁମ୍ଭର ମନବାଞ୍ଚ୍ଥା ସିଦ୍ଧ ତା କରିବା ।ଅସ୍ତୁହେଉ ବୋଲି ତହୁଁ ଗଲେ ଅନ୍ତର୍ଦ୍ଧାନେନିଶ୍ଚଳେ ରହିଲେ ବୁଧ ମନେ ହର ବନେ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଯେ ଜନଆବର ଯେତେକ ତହିଁ ପଶୁ ପକ୍ଷିଗଣ ।କୃଷ୍ଣାଜିନ ବାହୁଟିଆ ବରାହ ସଞ୍ଚରିସିଂହ ଶାର୍ଦ୍ଦୁଳ ଆସିଣ ଏକାଠି ବିହରି ।ହରଉଦ୍ୟାନ ଅଟଇ ସେ ବନର ନାମଶିବଙ୍କ ଆଜ୍ଞା ପ୍ରମାଣେ ଅଛି ତହିଁ କାମ ।ସେ ବନ ମାଡ଼ଇ ଯେହୁ ହୁଅଇ ସେ ସ୍ତିରୀଈଶ୍ୱରମାୟାକୁ ଆନ କେହୁ କରିପାରି ।ସମସ୍ତେ ସ୍ତିରୀ ଜଣେ ପୁରୁଷ କେହି ନାହିଁଏକାକେ ପୁରୁଷ ବୁଧ ଅଛି ତହିଁ ରହି ।କରଇ ସେ କାମଭୋଗ ଈଶ୍ୱରଙ୍କ ବରେଦଣ୍ଡଛତ୍ର ସିଂହାସନ ଅଛଇଁ ତହିଁରେ ।ଇନ୍ଦ୍ରର ସମାନେ ବୁଧ କରେ ବଇଭୋଗବେଦଶାସ୍ତ୍ର ଶିଖିଅଛି ସାଧିଅଛି ଯୋଗ ।ଆବର ଯେ ବିଶେଷରେ ସାଧେ ବ୍ରହ୍ମବିଦ୍ୟାସର୍ବଗୁଣେ ସୁଲକ୍ଷଣ ଅଟେ ଯୋଗସିଦ୍ଧା ।ଏସନେ ସେ ଅକଣ୍ଟକ ମହୀ ଭୋଗକରିମର୍ତ୍ତ୍ୟମଣ୍ଡଳରେ କେହି ରାଜା ନୋହେ ସରି ।ନିଶ୍ଚିନ୍ତେ ରହିଲା ତହିଁ ବୁଧ ମହାମତିଦଇବ ପୁରୁଷ ସିନା ଏମନ୍ତ ବିହନ୍ତି ।ସୂର୍ଯ୍ୟବଂଶୀ ରାଜା ନାମ ବୈବସ୍ୱତ ମନୁଇକ୍ଷ୍ୱକୁ ନାମେ ହୋଇଲା ତାହାର ଯେ ସୂନୁ ।ସେହି ଇକ୍ଷ୍ୱକୁର ପୁତ୍ର ରଘୁରାଜ ହେଲାସେହିଦିନୁ ରଘୁବଂଶ ନାମ ବୋଲାଇଲା ।ସେ ରଘୁରାଜାର ପୁତ୍ର ଅଶ୍ୱସେନ ହୋଇଅଶ୍ୱସେନ ପୁତ୍ର ଅଜମିତ୍ର ଯେ ବୋଲାଇ ।ମାନ୍ଧାତା ନାମକ ଅଜମିତ୍ରର ତନୁଜଦିଲୀପନାମେ ହୋଇଲା ତାହାର ଆତ୍ମଜ ।ତାହାର ନନ୍ଦନ ପାରେଶ୍ୱର ନାମେ ରାଜାପୃଥିବୀ ପାଳଇ ସେହି ଘେନି ଜନ ପ୍ରଜା ।ପାରେଶ୍ୱର ନନ୍ଦନ ଯେ ଶୂରସେନ ଜାଣଶୂରସେନ ପୁତ୍ର ହେଲା ଉଉଙ୍ଗ ରାଜନ ।ଅରୁଣ ନାମ ହୋଇଲା ତାହାର ତନୁଜଅଲୁପୀ ନାମେ ହୋଇଲା ତାହାର ଆତ୍ମଜ ।ପ୍ରତାପୀ ସେ ରାଜା ଗୋଟା ହେଲେ ଦଣ୍ଡଧାରୀରବିତଳେ ଏହାକୁ ଯେ ନାହିଁ ସମସରି ।ଜମ୍ୱୁଦ୍ୱୀପ ପୃଥ୍ୱୀ ଲକ୍ଷ ଯୋଜନ ଅଟଇସକଳ ରାଜା ତା ପାଦତଳେ ଖଟିଥାଇ ।ଅଯୋଧ୍ୟାପୁରରେ ସେହି ଅଟେ ମହାରାଜାତାହାର ପାଦେ ଖଟନ୍ତି ବହୁତ ପରଜା ।ସଂଗ୍ରାମେ ସେ ଶୂରବନ୍ତ ଅଟେ ରଣରଙ୍କାଦେବ ଦାନବରେ ନାହିଁ କାହାକୁ ତା ଶଙ୍କା ।ଏକଦିନେ ସେହି ରାଜା ସମଦଣ୍ଡ ସାଜିମୃଗୟା ବିନୋଦେ ଯାଏ ଘେନି ଚଜବାଜି ।ରଥ ଗଜ ଅଶ୍ୱ ସଙ୍ଗେ ଚତୁରଙ୍ଗ ବଳଅପ୍ରମିତ ପଦାତିକେ ହୋଇଛି ଗହଳ ।ମାର ମାର ଧର ଧର ଘୋର ଧ୍ୱନି କରିବନସ୍ତଭିତରେ ସର୍ବେ ଅସ୍ତ୍ର ଶସ୍ତ୍ର ଧରି ।ଦଇବର ଘଟସୂତ୍ର କେ କରିବ ଆନପ୍ରବେଶ ହୋଇଲେ ହରଉଦ୍ୟାନ କାନନ ।ସମସ୍ତେ ବାଟ ଛାଡ଼ିଣ ଝସାଇ ପଶିଲେବିଶ୍ୱନାଥଙ୍କ ଆଜ୍ଞାରେ ସ୍ତ୍ରୀରୂପ ଧଇଲେ ।ରାଜାର ପାତ୍ର ଅମାତ୍ୟ ଲୋକ ଆଦି କରିସେ ଭୂମି ପଡ଼ିବାମାତ୍ରେ ସର୍ବେ ହେଲେ ସ୍ତିରୀସ୍ତନ ଯଉବନ ଛାଡ଼ି ପୁରୁଷର ବେଶଖୋଷା ଖୋସିଣ ନବୀନ ଯୁବତୀ ସଦୃଶ ।ନାସାରେ ବସଣୀ ତାଙ୍କ ପୟରେ ନୂପୁରଲାଜରେ ମୁଖ ତଳକୁ ପୋତି ନୃପବର ।ଏ ରୂପେ ବିରୁପ ହେଲେ ରାଜା ଅଙ୍ଗବଳଏକୁ ଆରେକ ଚାହାନ୍ତି ହୋଇ ଜଳ ଜଳ ।ସବୁରି ସ୍ତନ ଯୌବନ ଦେଖିଣ ରୋଦନ୍ତିକାହିଁରେ ଆସି ପଶିଲୁ ବୋଲିଣ ବୋଲନ୍ତି ।କେମନ୍ତେ ଜାଣିମା କାହୁଁ କାହାର ଏ ମାୟାପୁରୁଷ ହୋଇ ବହିଲୁ ସ୍ତିରୀଙ୍କର କାୟା ।ଅଶ୍ରୂତି ଯେ ଆଗୋଚର ହୋଇଲା ଏ କଥାଅକାରଣେ ଦେହ ଘେନି ପାଇଲୁ ଅବସ୍ଥା ।କେ କଲା ଏଡ଼େକ କୃତ୍ୟ ଜାଣିମା କେମନ୍ତେଜଳନ୍ଧର ବିଦ୍ୟା ଆଣି ସ୍ଥାପିଲା କେ ଏଥେ ।ଏତେକ ବିଚାରି ତହୁଁ ଗଲେ ଅତି ବେଗେନଗର ଏକ ଦେଖିଲେ ଅଛି ଅଗ୍ରଭାଗେ ।ଧାତିକାରେ ମିଳିଲେ ସେ ନଗ୍ର ସନ୍ନିଧାନେନଗର ଦେଖି ସନ୍ତୋଷ ହେଲେ ମନେ ମନେ ।ସେ ନଗର ଭିତରକୁ ପଶନ୍ତେ କୁମାରୀପୁରୁଷ ଜଣେ ନାହାନ୍ତି ସମସ୍ତେ ତ ସ୍ତିରୀ ।ପୁରୁଷ, ମାତ୍ରକ ତହିଁ ଜଣେ କେହି ନାହିଁବେଳୁବେଳ ଚିନ୍ତାଗ୍ରସ୍ତ ହେଲେ ତାହା ଚାହିଁ ।ଧଇର୍ଯ୍ୟହୀନ ହୋଇଲେ ସବୁ ସ୍ତିରୀ ଦେଖିବୁଦ୍ଧି ବଳ ହରାଇଲେ କାମେ ହୋଇ ଦୁଃଖୀ ।ନଗର ଭିତରେ ପଶି ଖଣ୍ଡେ ଦୂର ଗଲେବୁଧଙ୍କ ଛାମୁରେ ଯାଇ ପ୍ରବେଶ ହୋଇଲେ ।ବିକଳ ହୁଅନ୍ତି ପୂର୍ବ କଥାକୁ ସୁମରିବୁଧ ପଚାରିଲେ କାହୁଁ ଅଇଲ ସୁନ୍ଦରୀ ।ଅପୂର୍ବ ସୁନ୍ଦରୀ ତୁମ୍ଭେ ଦିନେ ଦେଖିନାହୁଁଏ ଦେଶ ଭିତରେ କିପାଁ ପଶିଲ ଗୋ କାହୁଁ ।ଚିନ୍ତାଭର ହୋଇବାରୁ କାବ୍ୟ ନ ସ୍ଫୁରଇକିପାଁ ଭ୍ରମୁଅଛ ତୁମ୍ଭେ ସ୍ତିରୀରୂପ ହୋଇ ।ବୁଧର ବଚନ ଶୁଣି ରାଜା କହେ ଧାତିଅମଳିନ ସୂର୍ଯ୍ୟବଂଶ ଉଲୁପୀ ନୃପତି ।ରବିତଳେ ମୋତେ କେହି ନାହିଁ ସମସରିନବଖଣ୍ଡ ମେଦିନୀରେ ଅଟେ ଦଣ୍ଡଧାରୀ ।ସମଦଣ୍ଡ ଘେନି ମୁହିଁ ମୃଗୟା ଅଇଲିକେବଣ ଶାପେ ଏ ବନେ ସ୍ତ୍ରୀରୂପ ହୋଇଲି ।ବଳ ବୀର୍ଯ୍ୟ ନାଶ କଲି ହରାଇ ବିଭୂତିକାଳବଶେ ଆସି ହେଲି ସ୍ତିରୀରୂପ ଏଥି ।କେବଣ ପୁରୁଷ କଲା ଏସନକ ମାୟାସୈନ୍ୟ ସହିତେ ଧରିଲୁ ସ୍ତିରୀଙ୍କର କାୟା ।ଉଲୁପୀ କହିଲା ଯହୁଁ ଏସନକ ବାଣୀହସିଲେକ ଚନ୍ଦ୍ର ସୁତ ରାଜା କଥା ଶୁଣି ।ବୁଧ ବୋଇଲେ ମୁଁ ଯାହା ଲୋଡ଼ୁଥିଲି ଯୋଗେଦଇବ ପୁରୁଷ ଆଣି ଦେଲା ତାହା ଭାଗ୍ୟେ ।ପ୍ରତ୍ୟେକ୍ଷେ ରାଜା ଏ ସୂର୍ଯ୍ୟବଂଶେ ଉତପତ୍ତିରତିକି ଯେ ବଡ଼ ପ୍ରିୟ ହେବ ଏ ଯୁବତୀ ।ଏ ବନସ୍ତ ମାଡ଼ନ୍ତେ ଏ ସ୍ତିରୀରୂପ ହେଲାଆବର ବିଶେଷେ ମୋର ଛାମୁକୁ ଅଇଲା ।ଦଇବ ଆଣି ଏହାକୁ କଲା ମୋତେ ଭେଟନିଶ୍ଚେ ଜାଣିଲି ପାଇଲି ଆଜି ପୁଣ୍ୟ ବାଟ ।ଏହାର ଗର୍ଭରେ ଯେବେ ହୋଇବ ତନୁଜସପ୍ତଦ୍ୱୀପା ପୃଥିବୀରେ ହେବ ମହାରାଜ ।ଏହାକୁ ଘେନି ସମୟେ ମୁହିଁ ବିଳସିବିବିବିଧ କ୍ରୀଡ଼ା ଭୋଗ ମୁଁ ୟା ସଙ୍ଗେ କରିବି ।ଏତେ ବୋଲି ଉଲୁପୀକି ଭିତରକୁ ନେଲେଅନ୍ତଃପୁରେ ଯୁବତୀଙ୍କ ସଙ୍ଗରେ ଥୋଇଲେ ।କୁଳଗୋତ୍ର ଗୁଣମାନ ମନରେ ସୁମରିସୁଖେ ବିଳସିଲା ତହିଁ ସଉଭାଗୀ ନାରୀ ।ବିଶେଷେ ପୁରୁଷ ପୁଣି ଯୁବତୀ ହୋଇଲାଦେବ ଲୋକ ନାଗଲୋକ ସକଳ ମୋହିଲା ।ଯୁବତି ରୂପକୁ ଧରି ସେ ଉଲୁପୀ ରାଜାବୁଧଙ୍କର ହୋଇଲାକ ପ୍ରିୟବତୀ ଭାର୍ଯ୍ୟା ।ଦଣ୍ଡ ସିଂହାସନ ସବୁ ସେହୁ ପାସୋରିଲାବୁଧର ଘରଣୀ ହୋଇ କର୍ମ ଆଦରିଲା ।ପାତ୍ର ମିତ୍ର ଯେ ଅମାତ୍ୟ ବଳ ଥିଲେ ଯେତେସ୍ତିରୀରୂପ ହୋଇ ତହିଁ ରହିଲେ ସମସ୍ତେ ।ଯେଉଁ ରୂପକୁ ଧଇଲା ସେ ଉଲୁପୀ ରାୟେସ୍ତିରୀଲିଙ୍ଗକୁ ବହିଲେ ଗଜ ଓଟ ହୟେ ।ଠାବେ ଠାବେ ରହିଲେ ସେ ବନେ ସଙ୍ଗପାଇପାସୋରିଲେ ଆପଣାର ଘରଗ୍ରାମ ତହିଁ ।ଯୁକତେ ସେ ଜାତି ତାକୁ ଲାଗେ ସେହି ସୁଖଶାନ୍ତ ମନରେ ରହିଲେ ନୋହିଲେ ବିମୁଖ ।ଉଲୁପୀ ଯେ ମହାରାଜା ସ୍ତ୍ରୀଲିଙ୍ଗ ବହିଲାସ୍ତିରୀରୂପ ଧରି ମହାସୁଖ ସେ ପାଇଲା ।ଏମନ୍ତେ ତାଙ୍କର ତହିଁ ଗଲା କେତେ ବର୍ଷସମୟେ ଉଲୁପୀ ରାଜା ହେଲା ଗର୍ଭବାସ ।ପ୍ରତାପବନ୍ତ ପୁତ୍ରେକ ଗର୍ଭୁ ଜାତ କଲାପୁରୁରବା ବୋଲି ନାମ ବୁଧଗ୍ରହ ଦେଲା ।ସପତ ଦ୍ୱୀପା ପୃଥ୍ୱୀରେ ହେଲା ଏକ ରାଜାଦେବତା ନର କିନ୍ନର କଲେ ତାକୁ ପୂଜା ।ସେ ପୁରରବା ଭାରିଯା ଉର୍ବଶୀ ସୁନ୍ଦରୀଅନୁପ ନାମେ ପୁତ୍ରେକ ହୋଇଲା ତାହାରି ।ଅନୁପର ପୁତ୍ର ହେଲା ନହୁଷ ନୃପମଣିସ୍ୱର୍ଗ ମଞ୍ଚ ପାତାଳେ ସେ ପାଇଲା ବରଣି ।ସ୍ୱର୍ଗେ ସେ ଇନ୍ଦ୍ରକୁ ଜିଣି ଇନ୍ଦ୍ରପଦ ନେଲାନହୁଷ ଇନ୍ଦ୍ର ବୋଲି ସେ ସ୍ୱର୍ଗେ ବୋଲାଇଲା ।ଋଷିଙ୍କ କନ୍ଧରେ ଆପେ ହାନ୍ଦୋଳା ବୁହାଇସପସର୍ପ ବେଗକରି ଯାଅ ହୋ ବୋଲଇ ।ଋଷି ଶାପ ଦେଲେ ସର୍ପ ବୋଇଲୁ ଆମ୍ଭଙ୍କୁଏ ଦେହକୁ ଛାଡ଼ି ସର୍ପ ହୋଇ ଯା ବନକୁ ।ଅଗସ୍ତି ଋଷିଙ୍କ ଶାପ ମେଣ୍ଟଣ ନ ଗଲାସର୍ପ ହୋଇ ସେ ନହୁଷ ବନସ୍ତେ ରହିଲା ।ନହୁଷର ପୁତ୍ରନାମ ଅଟଇ ଯଯାତିଯଯାତିର ପୁତ୍ର ଯଦୁ ନାମେ ନରପତି ।ଯଦୁଠାରୁ ହୋଇବାରୁ ନାମ ଯଦୁବଂଶଦୁଃସହ ବଳବନ୍ତ ସେ ବହେ ରୁଦ୍ରଅଂଶ ।ଯଦୁର ଭାରିଯା ନାମ ଲୋହିତା ସୁନ୍ଦରୀସାତଗୋଟା ପୁତ୍ର ଜାତ ହୋଇଲା ତାହାରି ।ଭୋଜ ଅନ୍ଧକ କୁମୁଦ କୁରୁ ଯେ ଆବରବିଷ୍ଣୁ ଯାଦବ ଚୁହାଣ ଏ ସାତ କୁମର ।ଏହାଙ୍କ ତହୁଁ ଯେ ସାତବଂଶ ଜାତ ହେଲେମଥୁରା କଟକେ ରାଜ୍ୟ କରିଣ ରହିଲେ ।ଭୋଜ ନାମେ ପୁତ୍ର ସବୁ ଭାଇଠାରୁ ଜ୍ୟେଷ୍ଠଭାଇମାନଙ୍କୁ ଆବୋରି ପାଳଇ ସେ ରାଷ୍ଟ୍ର ।ଭୋଜରାଜାର ହୋଇଲା ବେନି ଯେ ତନୁଜସାତ ବଂଶର କାରେଣୀ ହେଲେ ସେ ଆତ୍ମଜ ।ଭୋଜର ଜ୍ୟେଷ୍ଠ ତନୁଜ ଆବର ରଞ୍ଜନଅଭିନବ ନାମେ ଜାଣ ତାହାର ନନ୍ଦନ ।ଅଭିନବର ସେ ପୁତ୍ର ଅଶ୍ୱତ୍ଥ ହୋଇଲାଅଶ୍ୱତ୍ଥର ପୁତ୍ର ଜନଞ୍ଜୟ ବୋଲାଇଲା ।ଜନଞ୍ଜୟ ପୁତ୍ର ନାମ ହୋଇଲା ଅଜୟପନ୍ନଗଭୂଷଣ ବୋଲି ତାହାର ତନୟ ।ନାରାୟଣ ବିନୁ ମୁଖେ କିଛି ସେ ନ କହେସେବାକରେ ନାରାୟଣ ଦେବତାର ପାୟେ ।ଆବର୍ତ୍ତକ ନାମେ ପୁତ୍ର ତାହାର ହୋଇଲାସେହି ପୁତ୍ର ନାରାୟଣ ସେବାରେ ରହିଲା ।ତାର ନନ୍ଦନ ଉପାଙ୍ଗ ବୋଲି ମହାରାୟକୃତଧ୍ୱଜ ନାମେ ହେଲା ତାହାର ତନୟ ।କୃତଧ୍ୱଜର ନନ୍ଦନ ନାମ ମୃଗସେନଗୋପାଳ ନାମେ ହୋଇଲା ତାହାର ନନ୍ଦନ ।ଗୋପାଳସେନର ପୁତ୍ର ଉଦ୍ଦାଳକ ରାଜଉଗ୍ରସେନ ନାମେ ହେଲା ତାହାର ତନୁଜ ।ମଥୁରାରେ ଉଗ୍ରସେନ ନୃପତି ଅଟଇସାତବଂଶ ଯାଦବ ତା ପାରୁଶେ ଖଟଇ ।ପ୍ରତାପୀ ତେଜୋବନ୍ତ ସେ ଉଗ୍ରସେନ ରାୟକୁଳ ମର୍ଯ୍ୟାଦାବନ୍ତ ସେ ଅଟେ ପୁଣ୍ୟମୟ ।ବଡ଼ ଗୁଣବନ୍ତ ସେହି ମହା ବଳବନ୍ତାଶସ୍ତ୍ର ଶାସ୍ତ୍ରରେ ନିର୍ଜିତ ଜ୍ଞାନବନ୍ତ ଦାତା ।ଉଗ୍ରେସେନ ପାଟରାଣୀ ଅଟେ ରୂପବତୀରତିକି ସେ ପଟାନ୍ତର ପଦ୍ମିନୀ ଜାତି ।ପଦ୍ମବଳ ଦେଶରାଜା ପଦ୍ମନ କେଶରୀତାହାଠାରୁ ଜନ୍ମଥିଲା ଇନ୍ଦୁମତୀ ନାରୀ ।ସୁକୁମାରୀ ସୁନ୍ଦରୀ ସେ ରୂପ ଗୁଣରାଶିଉଗ୍ରସେନଙ୍କୁ ସେ କନ୍ୟା ସମର୍ପିଲା ଆସି ।ପତିବ୍ରତା ଶିରୋମଣି ଉଗ୍ରସେନ ବାମାବେନି ପୁତ୍ର ବେନି କନ୍ୟା ଜାତକଲା ରାମା ।ଦେବକୀ ଦୈବକୀ ଦୁଇ କନ୍ୟାଙ୍କର ନାମସୁକୁମାରୀ ସୁଲକ୍ଷଣି ରୂପ ଅନୁପମ ।ଉଗ୍ରସେନର ନନ୍ଦନ ନାମ କଂସାସୁରତ୍ରୈଲୋକ୍ୟ ବିଖ୍ୟାତ ତାର ମହିମା ଅପାର ।ଉଗ୍ରସେନ ପୁତ୍ର ଯେଣୁ କଂସାସୁର ମଲ୍ଲକୁଳକୁ କଳଙ୍କ ହେଲା ରାଜ୍ୟକୁ ସେ କାଳ ।ଗୁରୁ ଗଉରବ ସେ ଯେ ନ ମାନଇ କିଛିଅହର୍ନିଶି ପାପ କରେ ଧର୍ମକୁ ନ ଗଛି ।ଗୋରୁ ବ୍ରାହ୍ମଣ ଆଦି ସେ ସକଳ ଛେଦଇପରଧନ ପରସ୍ତିରୀ ଦେଖିଲେ ହରଇ ।ଦେବତା ବ୍ରାହ୍ମଣ ଆଦି ନ ମାନଇ କିଛିତପୋବନ୍ତଙ୍କୁ ଦେଖିଲେ ବେଗେ ପୋଡ଼ି ଭକ୍ଷି ।ଯାକୁ ଦେଖେ ରାଜ ତାକୁ ପ୍ରାଣେ ବଧକରିବଳାତ୍କାରେ ହରେ ଦେଖି ସଉନ୍ଦର୍ଯ୍ୟ ନାରୀ ।ଅସୁର ପ୍ରକୃତି ତାର ଜୀବେ ନାହିଁ ଦୟାଛନ୍ଦମନ୍ଦ କପଟ ତା ହୃଦେ ବଡ଼ ମାୟା ।ରାଜାର କୁମର ସେହୁ ବଳବନ୍ତ ଯହୁଁଯାଦବବଳମାନେ ଯେ ନ ବୋଲନ୍ତି ତହୁଁ ।ଲୋହିତ ପିଙ୍ଗଳବର୍ଣ୍ଣ ତାର ବେନିଆଖିଡରନ୍ତି ନଗର ନରଗାରୀ ତାହା ଦେଖି ।କଂସର ଛାମୁରେ ଉଭା ନୋହିଲେ କେ ଡରେନଗ୍ର ଛାଡ଼ି ନର ନାରୀ ଗଲେ ଦେଶାନ୍ତରେ ।ପଡ଼ିଲାକ ହାଟ ବାଟ ବଜାର ଯେ ପେଣ୍ଠଘରେ ଘରେ ସମସ୍ତଙ୍କୁ ଲାଗିଲା ଉଚ୍ଚାଟ ।ବିକଳେ ଯାଦବଦଳ ପଳାଇଲେ ଛାଡ଼ିବିଚ୍ଛିନ୍ନ ହୋଇ ପଳାନ୍ତି ବନଗିରି ମାଡ଼ି ।ପ୍ରାଣର ବିକଳେ କେହି ଦିଗମ୍ୱର ହେଲେକନ୍ଦମୂଳ ଭକ୍ଷି ଗିରିକନ୍ଦରେ ପଶିଲେ ।କେବଣ ଯାଦବ ଯାଇ ରହିଲା ବିଦେଶେକେହି ବା ରହିଲା ଯାଇ କୁଣ୍ଡୀନଗ୍ର ଦେଶେ ।କେବଣ ଯାଦବ ମତ୍ସ୍ୟଦେଶରେ ରହିଲେକେହି ବା ହସ୍ତିନାପୁରେ ଯାଇଁ ବାସ କଲେ ।କେବଣ ଯାଦବମାନେ କଂସ ଭୟ ପାଇଜରାସନ୍ଧ ନୃପତିର ସେବାକଲେ ଯାଇ ।ଧାର୍ମିକ ଯାଦବମାନେ ପୁଣ୍ୟବନ୍ତ ଦେହୀକଂସ ଆଶ୍ରେକରି ଥୋକେ ରହିଲେକ ତହିଁ ।ଦର୍ପିଷ୍ଠ ଦାନବ ଅଟେ ସେହି କଂସ ବୀରପାଦଭରେ ବସୁନ୍ଧରା ପାଇ ମହାଭାର ।ଦେବ ଦାନବ ମାନବ ଜିଣିଲା ସେ ରଣେଦିଗପାଳେ ସେବା କଲେ ତାହାର ଚରଣେ ।ଭୋଜବଂଶେ ଜନ୍ମ ଲଭି ହୋଇଲା ଅସୁରମେରୁ ପ୍ରଦକ୍ଷିଣ କଲା କଂସ ମହାବୀର ।ଯାର ପଣ୍ଡିତ ଧାର୍ମିକ ଉଗ୍ରେସେନ ପିତାଯାର ପରମାସାଧକୀ ଇନ୍ଦୁମତୀ ମାତା ।ସେହି ମହାସତୀ ଜାଣ ଅଟେ ଅତିବ୍ରତାସାଧବୀମାନଙ୍କ ସଙ୍ଗେ ହୋଇଛି ଗଣିତା ।ତାହାର ଗର୍ଭରୁ ଜାତ ହୋଇଣ ସେ ପୁତ୍ରସେ କେହ୍ନେ ଅସୁର ହୋଇ ନ ମାନିଲା ଗୋତ୍ର ।ଏ କଥା ସଂକ୍ଷେପି ମୋତେ କହ ମହାମୁନିପାପକ୍ଷୟ ହେବ ମୋର ଶ୍ରୂତିପଥେ ଶୁଣି ।ଅଚ୍ୟୁତ ଦାସ ବୋଲଇ ବୋଲ ହରି ହରିହରିଙ୍କି ଭଜିଲେ ସିନା ଭବୁ ଯିବ ତରି ।