ରକ୍ଷ ଭକ୍ଷ ଯୁଦ୍ଧ — ହରିବଂଶ (ପ୍ରଥମ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଧରନ୍ତେ ସ୍ୱାମୀ ଛଡ଼ାଇ ଯାଆନ୍ତି ପଳାଇ ।
ଗୁପତେଣ ସଦାଶିବ ଲୁଚି ଯହିଁ ତହିଁ
ନିଃଶ୍ୱାସକେ ବେଗେ ଧାଇଁ ଯାଇ ସେ ଭେଟଇ ।
ଏମନ୍ତେ ଈଶ୍ୱର ବହୁଦୂର ପଳାଇଲେ
ପାତାଳେ ବୈକୁଣ୍ଠପୁରେ ବିଷ୍ଣୁଙ୍କୁ ଭେଟିଲେ ।
ବିକଳେ ସେ ସଦାଶିବ ଉଚ୍ଚେ ଡାକଦେଲେ
ନାରାୟଣ ମୋତେ ତ୍ରାହି କରସି ବୋଇଲେ ।
ବିଷ୍ଣୁ କହିଲେ କାହାକୁ ଭୟ ତୋର ଶିବ
ରୁଦ୍ର ବୋଇଲେ ଗୋଡ଼ାଇ ଅଛଇ ଦାନବ ।
ଶରଣ ପଶିଲି ମୋତେ ରଖ ବନମାଳି
ଶୁଣି ନାରାୟଣ ଭୁଜଗୋଟି ଦେଲେ ତୋଳି ।
ରଖିଲି ରଖିଲି ଶିବ ନ କର ତୁ ଭୟ ।
ବଢ଼ାଇ ଦେଲେ ଅସୁର ଯାଏ ବାହୁ ଦ୍ୱୟ ।
ଅସୁରକୁ ଧଇଲେ ସେ ନ ପାରିଲା ଚଳି
ବିଶ୍ରାମ କଲେ ନିର୍ଭୟେ ସେ ଚନ୍ଦ୍ର ମଉଳି ।
ନ ଚଳି ପାରି ଅସୁର କୋପେ ଗୁରୁତର
ନଖ ବଢ଼ାଇ ଚିରିଲା ଶ୍ରୀବିଷ୍ଣୁର ଉର ।
ବିଷ୍ଣୁ ହୃଦୁ ବାହାରିଲା ଯେବଣ ରୁଧିର
କମଣ୍ଡଳୁ ଦେଖାଇଲେ ରୁଦ୍ର ଧାତିକାର ।
ଆପଣା ଅଙ୍ଗୁ ବିଭୂତି ତକ୍ଷଣେ କାଢ଼ିଲେ
ଅତି ଯତନରେ ମେଦି ପିତୁଳା ଗଢ଼ିଲେ ।
ମୃତସଞ୍ଜୀବନୀ ମନ୍ତ୍ର ପଢ଼ି ଦେବରାଜ
ଜୀବଦାନ ଦେଲେ ତାର ଉଗୁଳିଲା ତେଜ ।
ମହାବଳବନ୍ତ ପୁତ୍ର ହୋଇଲାକ ସେହି
ବ୍ରହ୍ମପୁତ୍ରହୁଁ ଉଗୁଳି ତେଜ ଅଛି ବହି ।
ଶ୍ରୀହରିର ମୁଖ ଚାହିଁ ମାଗିଲା ଆହାର
ଶ୍ରୀହରି ବୋଇଲେ ଭକ୍ଷ ରକ୍ଷ ଭକ୍ଷକର ।
ଚଳିଲା ସେ ଭକ୍ଷ ନାରାୟଣ ଆଜ୍ଞାପାଇ
ରକ୍ଷ ରାକ୍ଷସ ପାଶରେ ମିଳିଲାକ ଯାଇ ।
ରେରେକାର କରି ବାଟ ଓଗାଳିଲା ଆଗେ
ତାକୁ ଦେଖି ରକ୍ଷବୀର ଧାଇଁଲାକ ବେଗେ ।
ବେନି ମହାବୀର ତହିଁ ହୋଇଲେକ ଭେଟ
ଅଇରାବତ ଯେସନେ ମେରୁର ନିକଟ ।
ଆକଷିଁ ଧରନ୍ତେ ଭକ୍ଷ ପେଲି ପକାଇଲା
ଦଶସସ୍ର ଯୋଜନେ ଯେ ରକ୍ଷ ପଡ଼ିଲା ।
ପୁଷ୍ପମୁଣ୍ଡା ପ୍ରାୟ ସେହି ତଳେ ନ ପଡ଼ିଲା
ଚୂର୍ଣ୍ଣ ନ ହୋଇ ଆକାଶମାର୍ଗେ ଉଡ଼ିଗଲା ।
ପୁଣି ସେ ବେନି ପର୍ବତ ଘେନି ବେନି ହସ୍ତେ
ବୁଲାଇ କୋପେ ପିଟିଲା ରକ୍ଷବୀର ଗାତ୍ରେ ।
ଦେଖିଣ ସେ ରକ୍ଷବୀର ପାତିଲାକ ମୁଣ୍ଡ
ପର୍ବତ ପଡ଼ି ତା ମୁଣ୍ଡେ ହେଲା ଖଣ୍ଡ ଖଣ୍ଡ ।
ପୁଣି ସେ ବେନି ପର୍ବତ ମାଇଲା ଯେ ଆଣି
ପର୍ବତ ଆସନ୍ତେ ଭକ୍ଷ ପାତି ଶିର ପୁଣି ।
ନର୍ଘାତ ଶବଦ କରି ପଡ଼ି ହୃଦଭାଗେ
ଧୂଳି ହୋଇ ଉଠିଗଲା ଦେଖୁ ଚଉଦିଗେ ।
ମହାବଳବନ୍ତ ଦୁଇ ବୀର ରକ୍ଷ ଭକ୍ଷ
ଏକକୁ ଆରେକ କେହି ନୁହନ୍ତି ନିରେଖ ।
ମହାବଳୀ ଅସୁର ସେ କରି ନାନା ମାୟା
ମେରୁ ମନ୍ଦର ପରାୟ ଦିଶେ ତାଙ୍କ କାୟା ।
ଆକାଶରେ ଲାଗେ ଯାଇ ତାଙ୍କ ଶିର ବେନି
ଦେଖି ଡରେ ଦେବଗଣ ଯାନ୍ତି ପ୍ରାଣ ଘେନି ।
ରେରେକାର ଶବଦ ଯେ ଛାଡ଼ି ଘୋର ଧ୍ୱନି
ପାଦଭରେ କମ୍ପମାନ ହୁଅଇ ମେଦିନୀ ।
ବିନ୍ଧାଣ ଗତି କରିଣ ମାଲବିନ୍ଧା ସନ୍ଧି
ଭୁଜେ ଭୁଜେ ଛନ୍ଦି ପାଦେ ପାଦ ଦେଇ ବାନ୍ଧି ।
ମୁଣ୍ଡକୁ ମୁଣ୍ଡ ହୁଅନ୍ତି କୋପେ କୋଡ଼ାକୋଡ଼ି
ବିଧାଘାତରେ ପର୍ବତ ଶୃଙ୍ଗ ପଡ଼େ ଝଡ଼ି ।
ଗଡ଼ାଗଡ଼ି ପଡ଼ାପଡ଼ି ମାରି ବଜ୍ରମୁଷ୍ଟି
ପାଦଭରେ କମ୍ପମାନ ହୁଏ ନବସୃଷ୍ଟି ।
ପଡ଼ନ୍ତି ଉଠନ୍ତି ବେଗେ ବସନ୍ତି ସେ ମାଡ଼ି
ଦିଅନ୍ତି ସେ ମହାକୋପେ ଭୟଙ୍କର ରଡ଼ି ।
ରୁଧିରରେ ବିଲେପନ ଦୁହିଁଙ୍କର ଅଙ୍ଗ
କ୍ଷଣହେଁ ସେ ନ ଛାଡ଼ନ୍ତି ବେନି ରଣରଙ୍ଗ ।
ଗଡ଼ାଗଡ଼ି ଘାତେ ବେନି ବୀର ଦେହ ଲାଗି
ଶିଳାମାନ ଚୂର୍ଣ୍ଣ ହୁଏ ଗିରି ପଡ଼େ ଭାଙ୍ଗି ।
କ୍ଷଣକେ ବସନ୍ତି କ୍ଷଣେ ଲୋଟନ୍ତି ଧରଣୀ
କେହି ଯେ କାହାକୁ ଯୁଦ୍ଧେ ନ ପାରନ୍ତି ଜିଣି ।
ସକଳ ଦେବତା ସ୍ୱର୍ଗ ଭୁବନରେ ଥାଇ
ଏକ ଦୃଷ୍ଟିରେ ଦୁହିଁଙ୍କି ଅଛନ୍ତି ଅନାଇଁ ।
ବ୍ରହ୍ମା ବିଷ୍ଣୁ ରୁଦ୍ର ଅଙ୍ଗୁ ଜାତ ବେନି ଅଙ୍ଗ
କ୍ଷଣେ ନ ଛାଡ଼ି କରନ୍ତି ଦୁହେଁ ରଣରଙ୍ଗ ।
ଛାୟାଶୋଇ ସହସ୍ରେକ ବରଷ ଯୁଝିଲେ
କେହି ଯେ କାହାକୁ ପୁଣି ଜିଣି ନ ପାରିଲେ ।
ହସ୍ତ ପ୍ରସାରିଣ ତହିଁ ସକଳ ଦେବତା
ସେ ଦୁଇ ବୀରଙ୍କ ଡରେ କହିଲେ ଏ କଥା ।
ଏଡ଼େ ବଡ଼ ସଂଗ୍ରାମ ତ ଆରମ୍ଭିଲ ଆଣି
ଏ ଯୁଦ୍ଧେ କେହି କାହାକୁ ନ ପାରିଲି ଜିଣି ।
ଅକାରଣେ ଗଞ୍ଜି ନୁହ ଦୁହେଁ ଥାଅ ରହି
କିଛି କାର୍ଯ୍ୟ ନୋହିବ ନ ମର ଦୁଃଖପାଇ ।
ସଂଗ୍ରାମରେ ବେନି ବୀର ଅଟ ସମସରି
ଏକରେ ଆରେକ କେହି ନୋହିବ ସଂହାରି ।
ଅନିମତ୍ତେ ଶଣୀରେ ନ ପାଅ ତୁମ୍ଭେ ବ୍ୟଥା
ପୁରାଣର ବାଣୀ ଏ ସେ ଅଟେ ପୂର୍ବ କଥା ।
ଦୈବସ୍ୱତ ମନୁ ଯେ ଷାଠିଏ ଯୁଗ ଯିବ
ଏ ତଦନ୍ତେ ସାରମନ୍ୟୁ ପ୍ରବେଶ ହୋଇବ ।
ଆରଣ୍ୟକ ନାମେ ଯେଉଁ ସତ୍ୟଯୁଗ ହେବ
ଗ୍ରହରୂପେ ତୁମ୍ଭେ କେତୁ ମଙ୍ଗଳ ହୋଇବ ।
ଘୋର ସଂଗ୍ରାମ କରି ବକୁଶଦ୍ୱୀପେ ରହି
ଦେବଲୋକଠାରୁ ତୁମ୍ଭେ ବ୍ରହ୍ମଲୋକ ଯାଇ ।
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ପୁରିଥିବ କାୟେ
ଦେବ ବରଷେ ଯୁଝିବ ସସ୍ରବର୍ଷ ଯାଏ ।
ଫୁଟି ଯେ ରହିବ ତୁମ୍ଭେ ନୋହିବ ବିନାଶ
ପୁଣ ତୁମ୍ଭେ ତ୍ରେତାଯୁଗେ ପାଇବ ପ୍ରକାଶ ।
ସେ ଯୁଗରେ ଅବତାର ହେବ ତୁମ୍ଭେ ପୁଣି
ଗଉତମ ପିତା ହେବେ ଅହଲ୍ୟା ଜନନୀ ।
ପରପୁରୁଷ ସଙ୍ଗମେ ଅଞ୍ଜନାର କୋପେ
ମର୍କଟ ହେବ ଗୈତମ ଋଷିଙ୍କର ଶାପେ ।
ତାହାଙ୍କର ପତ୍ନୀ ନାମ ଅହଲ୍ୟା ସୁନ୍ଦରୀ
ଅପୂର୍ବ ରୂପବତୀ ସେ ସୁର ମନୋହରୀ ।
ଇନ୍ଦ୍ର ସୂର୍ଯ୍ୟ ଦୁହେଁ ତାକୁ କପଟେ ହରିବେ
ସେ ଦୁହିଁଙ୍କ ବୀର୍ଯ୍ୟେ ଜାତହେବ ବେନି ତୁମ୍ଭେ ।
ବାଳି ସୁଗ୍ରୀବ ହୋଇବ ଜାଣ ତୁମ୍ଭ ନାମ
ସେ ଯୁଗେ କରିବ ତୁମ୍ଭେ ପୁଣି ହିଁ ସଂଗ୍ରାମ ।
ବାନର ରୂପ ତୁମ୍ଭର ହେବ ବେନି ଅଙ୍ଗ
ଅପ୍ରମିତ ଶସ୍ତ୍ର ଭେଦ ମୁଦ୍ରା ରଣରଙ୍ଗ ।
ମିତ୍ରଛଳେ ରାଘବ ବାଳୀକି ବଧ କରି
ସୁଗ୍ରୀକି ରାଜ୍ୟଦେବେ କିସ୍କିନ୍ଧ୍ୟା ନାମେ ପୁରୀ ।
ତୁମ୍ଭ ରୁଧିରେ କର୍ଦ୍ଦମ ହୋଇବ ଧରଣୀ
ପଦଧୂଳିରେ ଅଦୃଶ୍ୟ ହେବେ ଦିନମଣି ।
ତଦନ୍ତେ ଦ୍ୱାପର ଯୁଗ ହୋଇବ ପ୍ରବେଶ
ଭାରତ ଯୁଦ୍ଧେ ସମର କରିବ ବିଶେଷ ।
ପ୍ରଥମରେ ଭୀଷ୍ମଦେବ ସଂଗ୍ରାମ କରିବେ
ଦଶଦିନେ ଭୀଷ୍ମ ଶରଶଯ୍ୟାରେ ରହିବେ ।
ତଦନ୍ତେ ଦ୍ରୋଣଗୁରୁ ଯେ ସେନାପତି ହେବେ
ପାଞ୍ଚଦିନଯାଏ ଦ୍ରୋଣ ସମର କରିବେ ।
ଅଢ଼ାଇ ଦିନ କର୍ଣ୍ଣ ଯେ ସେନାପତି ହେବ
ଆଉ ଓଳିକେ ଅରିଷ୍ଟ ସର୍ବ ନାଶଯିବ ।
ଏମନ୍ତ ଭାରତ ଯୁଦ୍ଧେ ହେବ ରଣଭଣ
ପାଣ୍ଡବ ଆଡ଼ୁ ରହିବେ ସର୍ବେ ତେର ଜଣ ।
ସେ ଯୁଗ କର୍ଣ୍ଣ ଅର୍ଜ୍ଜୁନ ରୂପରେ ସମର
ଏ ଯୁଗ ଯୁଦ୍ଧେ ତୁମ୍ଭର ନାହିଁ ଅପହାର ।
ଦ୍ୱାପରଯୁଗେ ହୋଇବ ତୁମ୍ଭେ ମହାରଥୀ
ସ୍ୱୟଂ ବାସୁଦେବ ହେବେ ଅର୍ଜ୍ଜୁନ ସାରଥି ।
କର୍ଣ୍ଣ ରଥର ସାରଥି ଶଲ୍ୟରାୟ ଦେବ
ମହାଘୋର ସଂଗ୍ରାମ ସେ ଯୁଗରେ କରି.ବ ।
ଏ କଥା ଗୋଟି ଅନ୍ୟଥା ନୋହିବ ହୋଜାଣ
ପୁରାଣର ବାଣୀ ନିରାଧାର ଏ ବଚନ ।
ଅକାରଣେ ଦୁଃଖ ତୁମ୍ଭେ ପାଇ ହୋ ନ ମର
ଯୁଗେ ଯୁଗେ ରହି ତୁମ୍ଭେ କର ହୋ ସମର ।
ଏତେ ବୋଲି ଅନ୍ତର୍ଦ୍ଧାନେ ଗଲେ ଦେବଗଣ
ବ୍ରହ୍ମା ସହିତେ ସକଳ ଦେବ ସୁରଗଣ ।
ଶୁଣି ରକ୍ଷ ଭକ୍ଷ ଦୁହେଁ ସଂଗ୍ରାମକୁ ତେଜି
ଦୁହେଁ ଉଭାହେଲେ ତହିଁ ଶାନ୍ତମୂର୍ତ୍ତି ଭଜି ।
ବିଚାରିଲେ ଅକାରଣେ କାହିଁକି ମରିବା
ଦେବତାଙ୍କ କଥା କିପାଁ ଅନ୍ୟଥା କରିବା ।
ସମୟେକ ପରେ ପୁଣି ଯୁଝିବା ବିଚାରି
ଏତେ ବୋଲି ଦୁହେଁ ଗଲେ ଋଣ ତ୍ୟାଗକରି ।
ମନ ଶାନ୍ତିକରି ଦୁହେଁ ରହିଲେ ନିଶ୍ଚିନ୍ତେ
ହରିବଂଶର ସମସ୍ୟା ଅଟଇ ଏମନ୍ତେ ।
ଶୁକ ମୁନି ବୋଇଲେ ତୁ ଶୁଣ ହୋ ପରୀକ୍ଷ
ଏମନ୍ତେ ସଂଗ୍ରାମ ତେଜି ଗଲେ ରକ୍ଷ ଭକ୍ଷ ।
ପ୍ରଥମ ଅବତାରେ ସେ ରକ୍ଷ ଭକ୍ଷ ହେଲେ
ଦ୍ୱିତୀୟେ କେତୁ ମଙ୍ଗଳ ପୁଣି ବୋଲାଇଲେ ।
ତୃତୀୟ ଅବତାରେ ସେ ବାଳୀ ସୁଗ୍ରୀ ବୀର
ଚତୁର୍ଥେ କର୍ଣ୍ଣ ଅର୍ଜ୍ଜୁନ ନାମ ତାହାଙ୍କର ।
ଗୋବିନ୍ଦ ଭିଆଇ ମହାଭାରତ ଯେ ଯୁଦ୍ଧ
ତାକୁ କହିବାକୁ ରାଜା କାହାର ବା ସାଧ୍ୟ ।
ଅସଂଖ୍ୟା ଅଗୋଚର ସେ ଭାରତ ମହିମା
ତଦନ୍ତ କରି ନ ପାରେ ଯାହା ଦେବବ୍ରହ୍ମା ।
କହିବ ମାନବ ମାତ୍ର କେବା ଦେହ ଧରି
ସୂଚିର ମୂନେ ପର୍ବତ କେହୁ ଟାଳିପାରି ।
ନ ପଢ଼ିଲି କାବ୍ୟ ଗ୍ରନ୍ଥ ପୁରାଣ ବାଟ
କେବଳ ମୋ ପୂର୍ବ ଭାଗ୍ୟେ ହେଲା ଜ୍ଞାନଭେଟ ।
ଚଞ୍ଚଳ ଚିତ୍ତ ମୋହର ବାଳଭାବ ବୁଦ୍ଧି
ପଣ୍ଡିତ ସଙ୍ଗେ ବସିବା ପାଇଁ ନାହିଁ ସିଦ୍ଧି ।
ଗତଜନ୍ମ ବାସନାକୁ କରିଛି ଭରସା
ହରିବଂଶ କହିବାକୁ ବଳିଲା ମନୀଷା ।
ନୁହଁଇ ମୁଁ ସାମରଥ ଜାଣିବାକୁ ଏହା
ଦେବବର ନନ୍ଦିନୀ ଯେ ହେଲେ ମୋତେ ସାହା ।
ସେ ଯାହା ପ୍ରସନ୍ନେ ମୋତେ କହିବେ ତା ସିଦ୍ଧି
ଶାରଦା ଦେବୀ ପ୍ରସନ୍ନେ ସ୍ଫୁରେ ମୋରବୁଦ୍ଧି ।
ଜ୍ଞାନୀ ପଣ୍ଡିତଙ୍କୁ ମୋର ବହୁତ ବିନୟ
ତାଙ୍କ ପ୍ରସନ୍ନେ ଉଦିତ ସିନା ପୁଣ୍ୟଚୟ ।
ବାଳକ ବୁଦ୍ଧି ମୋହର ନ ଘେନିବା ଦୋଷ
ଶୁଣି ନରଙ୍କ ପାତକ ସିନା ହେବ ଧ୍ୱଂସ ।
ଶ୍ରୀଜଗନ୍ନାଥଙ୍କ ରଙ୍ଗା ଶ୍ରୀଚରମ ଭାବି
ଭଗବତ ପାଦ ସେବେ ଅଚ୍ୟୁତ ଯେ କବି ।
କଂସର ରାଜ୍ୟାଭିଷେକ
ଏ କଥା ଶୁଣିଣ ପୁଣି ବୋଇଲେ ପରୀକ୍ଷକଂସ ପୂର୍ବଜନ୍ମ ଶୁଣି ହୋଇଲି ମୁଁ ମୋକ୍ଷ ।ଏଥୁ ଉତ୍ତାରେ ଯେ ପୁଣି ହୋଇଲାକ କିସସେ କଥା କହି ମୋ ଆଗେ ଫେଡ଼ିବା ସନ୍ଦେଶରାଜା ବଚନେ ବୋଲନ୍ତି ଶୁକ ମହାଯତିଶୁଣ ଆହେ ମହାରାଜା କଂସର ଅନୀତି ।ଅଷ୍ଟମଲ୍ଲ ଆଦି ଯେତେ ଅସୁରେ ଅଇଲେପରପଞ୍ଚ କରି ନାନା ବୁଦ୍ଧି ଶିଖାଇଲେ ।ଏକଦିନେ କଂସ ଅଷ୍ଟମଲ୍ଲଙ୍କୁ ଯେ ଘେନିନଗ୍ର ଭିତରେ ପଶିଲା ରାଜା ଉଗ୍ରସେନି ।ରାତ୍ର ଘଡ଼ିକେ ସମସ୍ତେ ଏକସ୍ଥାନ ହୋଇଅନ୍ତର ଲୋକମାନଙ୍କୁ କତିରୁ ଛଡ଼ାଇ ।ଏକାନ୍ତ ଭାଳେଣି ବସି ଭାଳେ କଂସବୀରଏକମାତ୍ର ଅଷ୍ଟମଲ୍ଲ ଅଛନ୍ତି ସଙ୍ଗର ।ଷଣ୍ଢା ଶକଟା ଚାଣୁର ବତ୍ସା ବକା କେଶୀମୁଷ୍ଟିକ ଧେନୁକା ମୁଳେ ଅଷ୍ଟବୀର ବସି ।ଏହାଙ୍କୁ ବସାଇ କଂସ କହିଲା ବାରତାକାମଦେବ କାଳନେମି ହେବା ଯେତେ କଥା ।କହିଲା ସଂକ୍ଷେପି ସବୁ ପୂର୍ବ ଜନ୍ମବାଣୀଅଷ୍ଟମଲ୍ଲ ଯେ ସନ୍ତୋଷ ହେଲେ ତାହା ଶୁଣି ।ଆପଣାର ପୂର୍ବକର୍ମ ବଳଦନ୍ତ ପଣକାଳନେମି ଅବତାରେ ଯେତେ କଲା କର୍ମ ।ନାରଦ ମୁନିଙ୍କ ଆଜ୍ଞା ଜାଣି ମନଯୋଗେସକଳ ବସି କହିଲା ସଖାଙ୍କର ଆଗେ ।ଶୁଣି ଅଷ୍ଟମଲ୍ଲ ଭଜି ପରମ ଯେ ଶାନ୍ତିବୋଇଲେ ତୁ ଭୋଗକର ସାଧିଣ ଏ ପୃଥ୍ୱୀ ।ତୁମ୍ଭେ ଆମ୍ଭ ପଞ୍ଚଭୂତ ଆତ୍ମାର କାରେଣୀଏତେକାଳେ ବିଧାତା ଯେ ଭେଟାଇଲା ଆଣି ।କେଶୀ ବୋଇଲା ଭୋଦେବ କହିଲ ଯେ କଥାବଳବୀର୍ଯ୍ୟ ଥାଉଁ କିପାଁ ପାଇବା ହୀନସ୍ତା ।ସ୍ୱର୍ଗ ମଞ୍ଚ ପାତାଳକୁ ଜିଣି ଭୁଜବଳେଯେ ଅମାନ୍ୟ ହେବ ତାଙ୍କୁ ନାଶି ଅବହେଳେ ।ସମଦଣ୍ଡ ଚଳାଇବା ବିଜୟୀ ହୋଇବାସମସ୍ତ ରାଜାଗଣଙ୍କୁ ସମରେ ଜିଣିବା ।ପ୍ରଥମେ ସ୍ୱର୍ଗକୁ ଚାଲ ଯିବା ବିଜେକରିଦୁର୍ଦ୍ଦଣ୍ଡ ଦେବଗଣକୁ ପକାଇବା ମାରି ।ସଚରାଚର ପୃଥ୍ୱୀରେ ଅଛନ୍ତି ଯେ ରାଜାସନ୍ଧାନ ଦେଇ ଆମ୍ଭଙ୍କୁ କରିବେ କି ପୂଜା ।ଯାଦବ ବଂଶ ଘେନିବା ମଥୁରା ଯେ ପୁରୀଏମାନେ ମଣି ଅଛନ୍ତି ସମ ପ୍ରାୟ କରି ।ଆମ୍ଭର ଯେ ବଳବୀର୍ଯ୍ୟ ନ ଜାଣନ୍ତି କେହିନିଲକ୍ଷଣ ଅଟନ୍ତି ଏ ହୀନ ନରଦେହୀ ।ଉଗ୍ରସେନ ହୋଇଅଛି ମଥୁରାରେ ରାଜାଏହାଙ୍କୁ କିପାଁ କରିବା ଆମ୍ଭେ ପାଦପୂଜା ।ବଳେ ଚାଲ ରାଜ୍ୟଯାକ ବସିବାକ ମାଡ଼ିପ୍ରାଣେ ନ ମାରି ରାଜ୍ୟରୁ ଦେବାକ ଘଉଡ଼ି ।ଯଦ୍ୟପି ଯାଦବ ଘେନି କରିବେକ ମେଳିଉଗ୍ରସେନ ଦୁଇଆଖି ପକାଇବା ଖୋଳି ।ତୁମ୍ଭର ଥାଆନ୍ତେ କିପାଁ ତାର ରାଜପଣରଖି ନ ପାରିବେ ଆସି ତାକୁ ଦେବଗଣ ।ସୁବୁଦ୍ଧି ବିଚାରି ଯେବେ ଶାନ୍ତମୂର୍ତ୍ତି ହେବପୁତ୍ର ରାଜା ହେଲେ ରାଜପିତା ବୋଲାଇବ ।ଏବେ ତୁମ୍ଭେ ମଥୁରାରେ ହୋଇଛ କାରେଣୀଆପଣ ହୁଅ ମଥୁରା ରାଜ୍ୟଶିରୋମଣି ।ଇନ୍ଦ୍ରକୁ ଘଉଡ଼ି ଦେବା ଆହେ କଂସରାଜାନିରନ୍ତରେ ଆମ୍ଭେ ତୋତେ କରିଥିବୁ ପୂଜା ।ତେବେ ବଡ଼ପଣ ତୋର ହେବ ଭୋଗରାଜାପିତା ସ୍ନେହ କଲେ ପଛେ ପାଇବୁ ତୁ ଲଜ୍ଜା ।କେଶୀର ବଚନ ଶୁଣି କଂସ ଯେ ବୋଇଲାତୁମ୍ଭେ ଯାହା ବୋଇଲ ତା ମୋତେ ଯୋଗାଇଲା ।ଏବେ ଯେ ସେ କଥାଗୋଟି ବୁଝ ତୁମ୍ଭେ ସର୍ବେପିତାର ଥାଆନ୍ତେ ରାଜା ହୋଇଛି କେ ପୂର୍ବେ ।ଏ ବଚନ ଶୁଣି କେଶୀ ବାଣୀ ପ୍ରକାଶିଲାପୂର୍ବେ ଦଶରଥ ରାଜା ସୂର୍ଯ୍ୟବଂଶେ ଥିଲା ।ଆପେ ପ୍ରାଣେ ଥାନ୍ତେ ପୁଣି ପୁତ୍ରେ ରାଜ୍ୟ ଦେଲାତାଠାରୁ କି ଉଗ୍ରସେନ ଜାଣିବାର ହେଲା ।ସ୍ୱର୍ଗ ମଞ୍ଚପୁରେ ନାହିଁ ଏହାଙ୍କର ବୃର୍ତ୍ତିପରବୃତ୍ତି ହରିବାର ଏହାଙ୍କ ପ୍ରକୃତି ।ପର ରାଜ୍ୟରେ ଧରାଏ ଯେ ଧବଳ ଛତ୍ରମୂଷାକୁ ଭକ୍ଷିଣ ସର୍ପ ଆଶ୍ରା କରେ ଗର୍ତ୍ତ ।ଯେବଣ ବୃକ୍ଷ ଉପରେ ଘୋଟଇ ତମାଳଫଳପୁଷ୍ପ ସହିତରେ ନାଶ ଯାଇ ଡାଳ ।ଏ କଥା ନ ବିଚାରି ଯେ ଧର୍ମ କରେ ନାଶକନ୍ଧୁ ତାର ଲକ୍ଷ୍ମୀ ଛାଡ଼ି ଶିରେ କରେ ବାସ ।ନୃପତି ହୋଇଣ ଯେବେ ସନ୍ତୋଷ ହୁଅଇବିପ୍ର ଅସନ୍ତୋଷ ହୋଇ ସର୍ବଦା ମାଗଇ ।ନାରୀ ବେଶ୍ୟାହୋଇ ଯେବେ ହେଲା ଲଜ୍ଜାବତୀକୁଳସ୍ତିରୀ ହୋଇ ଲଜ୍ଜା ଛାଡ଼ି ପରେ ରତି ।ଧନବନ୍ତ ହୋଇ ଯେବେ ବିବାଦକୁ ଆଶନିଶ୍ଚୟ ଜାଣିବ ଏହି ପାଞ୍ଚ ଯାନ୍ତି ନାଶ ।ଯୁକତେ ରାଜକୁମାର ଅଟୁ ବଳବନ୍ତପ୍ରାପତ ହେଲା ଲକ୍ଷ୍ମୀକୁ ପାଦେ ପେଲୁଛ ତ ।କଂସ ବୋଇଲା ଦେଖିବା ରାଜାଙ୍କ ବିଚାରସତେ କି ମୋର ବିପକ୍ଷ ହେବେ ନୃପବର ।କେଶୀ ବୋଇଲା ତୁ କଂସ ହୋଇଲୁ କି ବାଇଆପଣାର ଭକ୍ଷ କି କେ ପରେ ଯାଚି ଦେଇ ।ଆଡ଼େ ଅବିଚାରୀ ଏହି ସଂସାରେ କେ ନାହିଁଆପଣାର ଧନ ନେଇ ପରେ ଯାଚି ଦେଇ ।ହେବକି ନ ହେବ ଏବେ ବେଳକେ ଦେଖିବାନାସ୍ତି କଲେ ପଛେ ଆମ୍ଭେ ଆନ ବିଚାରିବା ।ଏମନ୍ତ କହି ସେ କଂସ ବୋଧ ହେଲା ଯହୁଁତୁନି ହୋଇ ଅଷ୍ଟମଲ୍ଲ ରହିଲେକ ତହୁଁ ।ଏଥୁ ଅନନ୍ତରେ ପୁଣି କେତେ ଦିନ ଅନ୍ତେଉଦ୍ଧବକୁ ଅଷ୍ଟମଲ୍ଲେ ରାଇଲେ ଏକାନ୍ତେ ।ଆହେ ଉଦ୍ଧବ ତୁମ୍ଭେ ତ ମଥୁରା କାରେଣୀସବୁ ମନ୍ତ୍ରୀଙ୍କ ପରେ ତୁ ମନ୍ତ୍ରୀ ଶିରୋମଣି ।ଧାର୍ମିକ ବିବେକବନ୍ତ ଅଟୁ ଗୁଣବନ୍ତଏ ସମ ରାଜ୍ୟରେ ତୁହି ରାଜାଙ୍କର ପାତ୍ର ।ତୁମ୍ଭ ବୁଦ୍ଧି ବଳେ ସିନା ଉଗ୍ରସେନ ରାଜାଏ ସମ ରାଜ୍ୟରେ ତୁମ୍ଭେ ପାଅ ପାଦପୂଜା ।ଉଗ୍ରସେନ ରାଜାଠାରୁ ଏହିକ୍ଷଣି ଯିବଆମ୍ଭର କହିଲା ବୋଲି ରାଜାକୁ କହିବ ।ଜଗତେ ବିଖ୍ୟାତ ହେଲା ତୁମ୍ଭ ପୁତ୍ର ଜେନାମଥୁରାରେ ତାକୁ ରାଜାକର ତୁମ୍ଭେ କିନା ।ଅନିତ୍ୟ ସଂସାରେ ଏଥେଁ ଦେଖୁ ଦେଖୁ ସରିରାଜ୍ୟଶିରୀ ସମ୍ପତ୍ତି ଏ ନୁହଇ କାହାରି ।ତାଙ୍କ ଥାନ୍ତେ ଯେବେ ପୁତ୍ରେ କରିପାରି ରାଜାଦିଗପାଳେ ଯେ କରିବେ ତାଙ୍କ ପାଦପୂଜା ।ଯଦ୍ୟପି ନାସ୍ତି କରିବେ ଏ କଥା ଗୋଟାକୁଆମ୍ଭେ ବଳେ ନେଇ ରାଜା କରିବୁ କଂସକୁ ।ଏ କଥାକୁ କହ ଯାଇ ଉଗ୍ରସେନ ଆଗେଆସ୍ତି ନାସ୍ତି ବାରତାକୁ ଆଣିଦେବୁ ବେଗେ ।ଚଳିଲା ଉଦ୍ଧବ ଅଷ୍ଟମଲ୍ଲ ବୋଲ ଶୁଣିଉଗ୍ରସେନର ଛାମୁରେ ମିଳି ମନ୍ତ୍ରିମଣି ।ନମସ୍କାର କରି ହେଲା ଛାମୁରେ ସେ ଉଭାରାଜା ପୁଚ୍ଛେ ଶୁଖିଅଛି କିପାଁ ମୁଖଆଭା ।ଉଦ୍ଧବ ବୋଇଲେ ତୁମ୍ଭେ ଶୁଣ ଭୋଜରାୟେକିସ କହିବି ଭୋ ଦେବ ଲାଗେ ବଡ଼ଭୟେ ।ଉଗ୍ରସେନ ବୋଇଲା ତୁ ମୋର ପ୍ରାଣସଖାମନ୍ତ୍ରୀ ଚୂଡ଼ାମଣି କରୁ ତାହାକୁ ତୁ ଶଙ୍କା ।କି କଥା କହିବୁ ତୁରେ କହ ମୋର ଆଗତୋ ବଚନ ଶୁଣିବାକୁ ବଡ଼ ମୋ ସରାଗ ।ଉଦ୍ଧବ ବୋଇଲେ ତୁମ୍ଭେ ଶୁଣ ନରନାହାକର୍ମ ଅବଳକୁ ଆସି ହୋଇଲାଟି ଏହା ।ଏ ତୁମ୍ଭ ପୁତ୍ର ଯେ ଅଟେ କଂସାସୁର ଜେନାଦୁର୍ବାର ଯେ ଅଷ୍ଟମଲ୍ଲ ହୋଇଲେ ତା ସେନା ।ଅସୁର ସ୍ୱଭାବେ ସଦା ଅହନ୍ତା ସେ ବହିଅହର୍ନିଶି ଅକୀର୍ତ୍ତି ତା ଚିତ୍ତେ ଦୟା ନାହିଁ ।ପରନାରୀ ପରଧନେ ନିରନ୍ତରେ ଆଶଧର୍ମ ଆଶ୍ରିତ ପ୍ରାଣୀକୁ କରଇ ବିନାଶ ।ମଥୁରା ଦେଶକୁ ଛାଡ଼ି ପଳାଇଲେ ଲୋକେଏ ତୋର ଦୟାରେ ଏଥେ ରହିଛନ୍ତି ଥୋକେ ।କାହାକୁ ଘେନି ତୁ ରାଜ୍ୟ କରିବୁ ଭୋ ସ୍ୱାମିଅନେକ ଯାଦବେ ଡରେ ହେଲେ ବନଗାମୀ ।କାହୁଁ ଆସି ଅଷ୍ଟମଲ୍ଲେ ମିଳିଲେ ତା ପାଶଏ ମଥୁରା ତୋର ପୁତ୍ରଯୋଗୁଁ ଗଲା ନାଶ ।ଅର୍ଜିଲୁ ଏଡ଼େ ଅଧର୍ମୀ ପୁତ୍ର ନୃପନିଧିକୁଲୋକ ସଙ୍ଗେ ବସି ସେ ପାଇଲା କୁବୁଦ୍ଧି ।ଆହୁରି କଥା ଏ ଦେବ କହିଲେ ସେ ରାଇଶ୍ରୀଛାମୁରେ ଜଣାଇଲେ କୋପିବ ଗୋସାଇଁ ।ଉଗ୍ରସେନ ବୋଇଲେ ହୋ ତୋର କିସ ଦୋଷଉଦ୍ଧବ ବୋଇଲା ତୁମ୍ଭେ ଶୁଣ ନରଈଶ ।ଅଷ୍ଟମଲ୍ଲେ ଯାହା ଯାହା କହିଲେ ଗୋସାଇଁବିଶ୍ୱାସ କରି କହିଲେ ପାଖରେ ବସାଇ ।ଠାକୁର ଛାମୁରେ ତୁହୋ କହ ବେଗେ ଯାଇଯେମନ୍ତେ ଏ ସଦଭାବ କଥାଟା ରହଇ ।ଜଗତେ ବିଖ୍ୟାତ ହେଲା କଂସ ମହାଜେନାଏ ମଥୁରା ରାଜ୍ୟେ ତାକୁ ରାଜାକର ସିନା ।ଏ କଥାରେ ନାସ୍ତି ଯେବେ କରିବ ସେ ବଳେକଂସକୁ ରାଜା କରିବୁ ଆମ୍ଭେ ବାହୁବଳେ ।ଉଦ୍ଧବ ବୋଇଲା ତୁହୋ ଶୁଣ ଭୋଜସାଇଁରାଜ୍ୟେ ଆଶା କଲେ ପ୍ରାଣ ପାଇବା ଯେ ନାହିଁପ୍ରାଣ ଥିଲେ ସିନା ରାଜ୍ୟେ ଧନ ଅର୍ଜିପାରିଆପେ ନାଶଗଲେ କେହି ନୁହନ୍ତି କାହାରି ।ଆପଦେ ପଡ଼ିଲେ ପ୍ରାଣ ଆପଦୁଁ ରଖିବାଭାରିଯା ଆପଦେ ଗ୍ରହ ଶାନ୍ତି କରାଇବା ।ଆପଣା ଆତ୍ମାକୁ ଯେବେ ପ୍ରମାଦ ପଡ଼ିବରାଜ୍ୟ ଧନ ହିଁ ସମ୍ପଦ ସବୁ ଉପେକ୍ଷିବ ।ଉଦ୍ଧବ କହିଲା ଯହୁଁ ଏସନକ ବାଣୀଉଗ୍ରସେନ ସନମତ କଲା ତାହା ଶୁଣି ।ଉଦ୍ଧବଙ୍କୁ ଉଗ୍ରେସେନ ପାଶରେ ବସାଇବୋଇଲା କଂସ ଆଗରେ କହ ତୁହୋ ଯାଇ ।ସେ ମୋହର ଜ୍ୟେଷ୍ଠ ପୁତ୍ର ଅଟେ କୁଳ ଚନ୍ଦ୍ରସେହିରାଜା ହେଲେ ମୋତେ ବୋଲିବେ କିମନ୍ଦଜ୍ୟେଷ୍ଠ ପୁତ୍ରର ସମ୍ପଦ ନୟନେ ଦେଖିବିସୂର୍ଯ୍ୟ ଉଦେହେଲା ପଦ୍ମ ପ୍ରାୟେକ ହୋଇବି ।ପିତା ଥାଉଁ ଥାଉଁ ଯେବେ ପୁତ୍ର ରାଜା ହୁଏଶିଷ୍ୟ ହୋଇକରି ଯେବେ ସେବେ ଗୁରୁପାଏ ।ମନ୍ତ୍ରୀ ହୋଇଣ ରାଜାର ହୁଏ ହିତକାରୀଶସ୍ୟବତୀ ହୁଅଇ ଯେ ସଦା ବସୁନ୍ଧରୀ ।ପତିବ୍ରତା ସ୍ତିରୀ ଯେବେ ହୁଏ ପୁତ୍ରବତୀପୁଣ୍ୟର ଉପରେ ପୁଣ୍ୟ ସେବିଲେ ଅତିଥି ।ଏହି ପରକାରେ କଥା କହିବୁ କଂସକୁଅନୁଗ୍ରହ କରିଥିବ ଏ ଯଦୁବୀରଙ୍କୁ ।ଅନ୍ନ ବସ୍ତ୍ରରେ ଯେ ଚିନ୍ତା ନ ପାଇବେ କେହିଏଥିରେ ଦୁଃଖ ନ ଦେଲେ ବୋଲି ପୁଣ୍ୟଦେହୀଗୁରୁ ପିତାମହ ବିପ୍ରପାଦ କରୁ ପୂଜାସମସ୍ତଙ୍କ ବିଚାରରେ କଂସ ହେଉ ରାଜା ।ଯାଅ ତୁ ଉଦ୍ଧବ ବେଗେ କହ କଂସ ଆଗେଶୁଭଲଗ୍ନ ବୁଝି ରାଜା କର ଶୁଭଯୋଗେ ।ଏସନକ ଆଜ୍ଞା ଯହୁଁ ଦେଲେ ଉଗ୍ରସେନଧାତିକାରେ ସେ ଉଦ୍ଧବ କଲାକ ଗମନ ।କଂସର ମୂଳେ ଅଷ୍ଟମଲ୍ଲଙ୍କୁ ବସାଇଉଗ୍ରସେନ କଥାଯାକ କହିଲା ମଣ୍ଡାଇ ।ଶୁଣିଣ ସେ ଅଷ୍ଟମଲ୍ଲେ ହୋଇଲେ ସନ୍ତୋଷକଂସକୁ ବୋଇଲେ ଆଉ ବିଚାରୁ ତୁ କିସ ।ମଳୁକୁ ରୁଚିବା କଥା କହେ ବୈଦ୍ୟରାଜଦଇବ ଦେଲାଣି ଯେବେ ସୁଖେ କର ରାଜ୍ୟ ।ବିଳମ୍ୱ ନ କରି ଏବେ ଶୁଭଲଗ୍ନ ଘେନକ୍ଷଣକ କଥା କ୍ଷଣକେ ହୋଇପାରେ ଆନ ।ତାମ୍ୱୁଳ ଚନ୍ଦନ ଗନ୍ଧାପୁଷ୍ପ ରାଜ ବିଧିବେଦଶାସ୍ତ୍ର ପୁରାଣରେ ଅଛି ଯେଉଁ ବିଧି ।ଯୁକତେ ପିତାର ତୁହି ଅଟୁ ଜ୍ୟେଷ୍ଠପୁତ୍ରସନ୍ତୋଷେ ସେ ରାଜ୍ୟ ଦେଲେ ଧର ଦଣ୍ଡଛତ୍ର ।କଂସ ଯେ ବୋଇଲା କେଶୀ ତୋର ବୁଦ୍ଧିବଳେଦିଶିଲା ମୋହର ପୁଣ୍ୟବଳ ଏତେକାଳେ ।ଶୁଭଲଗ୍ନ ଦେଖି ଅନୁକୁଳ କରି ଯିବାରାଜାଙ୍କୁ ନିମନ୍ତ୍ରି ସିଂହାସନରେ ବସିବା ।ଗ୍ରହପୁତ୍ରଙ୍କୁ ହକାରି ଖୋଜି ଅନୁକୁଳପବିତ୍ର ଲଗ୍ନ ବେଳାକୁ କରିବା ନାମୂଳ ।ବୈଶାଖ ଶୁକ୍ଲ ଦ୍ୱିତୀୟା ତିଥି ଚନ୍ଦ୍ରବାରରୋହିଣୀ ନକ୍ଷତ୍ର ହୋଇଥିବ ସେ ଦିନର ।ବୃଷନାମେ ଲଗ୍ନ କ୍ଷମଙ୍କର ନାମେ ଯୋଗତୈତିଳ କରଣ ଦଣ୍ଡ ଅଠାଇଶ ଭୋଗ ।ମେଷ ସଂକ୍ରାନ୍ତି ପଚିଶ ଦିନ ଭୋଗ ଯିବସେ ଦିନ ଜାଣ ମୂର୍ଦ୍ଧନାଭିଷେକୀ ହୋଇବ ।ବେଦଶାସ୍ତ୍ର ପ୍ରମାଣରେ ଯେତେ ଯେତେ ଦ୍ରବ୍ୟଖୋଜି ଆଣିଣ ଭିଆଣ କର ତାହା ସର୍ବ ।ଶୁଦ୍ଧ ସୁବର୍ଣ୍ଣର ମାଳା ଛତିଶ ପ୍ରକାରସମସ୍ତ ଯୋଗାଡ଼ ବୋଲେ ଗ୍ରହବିପ୍ରବର ।ତହୁଁ ଅଷ୍ଟମଲ୍ଲ ସହ ମିଳି ଯଦୁଗଣଅଭିଷେକର ସାମଗ୍ରୀ କରିଲେ ଭିଆଣ ।ବହୁଜାତି ହୀରା ତହିଁ ସ୍ଫୁଟିକ ଲଗାଇମଣ୍ଡପ କଲେ ଆକାଶ ମଣ୍ଡଳ ବ୍ୟାପଇ ।ଦଶସହସ୍ର ବଖରା ଛାମୁଣ୍ଡିଆ କଲେଅମଳାନ ବସ୍ତ୍ର ତହିଁ ଉପରାଣ ଦେଲେ ।ରନରତ୍ନରେ ମଣ୍ଡିଲେ ପୂର୍ବ ଚାରିସ୍ତମ୍ଭଉପରେ ଉଭାରିଲେ ଯେ ଚାନ୍ଦୁଆ ଆଲମ୍ବ ।ନେତର ପାଟପତନୀ ସିନ୍ଦୁରେ ମଣ୍ଡିତଉଭାରି କ୍ରୋଣା ମଣ୍ଡଣି କଲେ ତହିଁ ଶ୍ୱେତ ।ଚଉପାଶରେ ରୋପିଲେ ରମ୍ଭାତରୁମାନକଂସରାଜା ବସିବ ସେ ରାଜସିଂହାସନ ।ବେଦବାକ୍ୟର ପ୍ରମାଣେ ସବୁ ନିର୍ଭାକରିଅନେକ ଯତ୍ନେ ମଣ୍ଡିଲେ ଗଡ଼ର ପାଚେରି ।ମଲ୍ଲୀ ଚମ୍ପା କୁରୁବେଲୀ ସେବତୀ ବକୁଳସୁଗନ୍ଧରାଜ କୁସୁମ ଧଣ୍ଡା ମାଳ ମାଳ ।ଅଷ୍ଟଦିଗେ ଅଷ୍ଟଦେବୀ ମଧ୍ୟେ ରତ୍ନଦେବୀଅମର ବାରସ୍ୱତୀକୁ ଗଙ୍ଗାନଦୀ ଭେଦି ।ଦ୍ୱାଦଶ ବିମ୍ୱରେ ନବଗ୍ରହେ ଯେ ଉଦିତମଧ୍ୟରେ ସ୍ଥାପିଲେ ନେଇ ଦେବୀ ଦୁର୍ଗାମାତ ।ସ୍ଥାପିଲେ ମଧ୍ୟ ପୀଢ଼ାରେ ବସିଲେ ପାଲଟିଏହିରୂପେ କଂସ ରାଜା ସିଂହାସନ ଗୋଟି ।ଦେବୀ ମଧ୍ୟେ ଥାପି ଅଷ୍ଟକୁଳା ନାଗ ବରିବେନିକୋଟି ଯେ ବ୍ରାହ୍ମଣ ଦେବ ଧ୍ୱନିକରି ।ଗଙ୍ଗା ଯମୁନା ନର୍ମଦା ନଦୀ ଗୋଦାବରୀସରସ୍ୱତୀ ଭାନୁମତୀ ସରଯୂ ସୌଭରୀ ।ମଣିକର୍ଣ୍ଣିକା ପୁଷ୍କର ଚନ୍ଦ୍ରଭାଗା ରେବାଏ ଦ୍ୱାଦଶ ତୀର୍ଥଜଳ ସମ୍ପାଦି ଭୁଦେବା ।ଶାସ୍ତ୍ର ପ୍ରଣାମେ ଯେତେକ ଅଭିଷେକ ବିଧିବ୍ରାହ୍ମଣମାନେ ଯେ ବସି ସକଳ ସମ୍ପାଦି ।ଉତ୍ତମ ରୂପରେ ବୀରଦେଶ କଂସ ହୋଇବିଜେ କଲା ସିଂହାସନେ ଯାଇ ନୃପସାଇଁ ।ପାଟଗଜ ପାଟଅଶ୍ୱ ପାଟ ମହାଦେଈପାଟ ଜଉତିଷ ପାଟ ଲମ୍ୱହତା ଭୋଇ ।ଏ ବିଧିରେ ପାଟଦଣ୍ଡ ବହୁତ ଆଣିଲେରାଜାଙ୍କ ଉପରେ ଶ୍ୱେତ ଚାମର ଢାଳିଲେ ।ବିଧି ପ୍ରମାଣେ ବରିଲା ଅଷ୍ଟପାଟ କଂସଆସ୍ଥାନରେ ବସାଇଲା ଯଦୁ ଭୋଜବଂଶ ।ଦେଶକାଳ ମହାବାକ୍ୟ ଉଚ୍ଚାରି ବ୍ରହ୍ମାଣ୍ଡେପ୍ରଥମ ମନ୍ତ୍ର ପଢ଼ିଲେ ପ୍ରଥମ ସ୍ନାହାନେ ।ଦ୍ୱିତୀୟରେ ପଞ୍ଚାମୃତ ନିହୁଡ଼ିଲେ ନେଇକୋଟି ତୀର୍ଥଜଳ ସ୍ୱର୍ଣ୍ଣ ଘଟିରେ ପୁରାଇ ।ସହସ୍ର ଧାରା ପାତ୍ରରେ ଅଭିଷେକ କଲେମୂର୍ଦ୍ଧା ଅଭିଷେକୀ ଦଣ୍ଡଛତ୍ର ଧରାଇଲେ ।ସୁବର୍ଣ୍ଣ ସିଂହାସନରେ ବିଜେ କଲା କଂସଧନରତ୍ନ ପାଇ ଦୁଃଖୀଜନେ ହେଲେ ତୋଷ ।ମଙ୍ଗଳାରୋପଣ କଲେ ଅହିଅ କାମିନୀଛାମୁରେ ସେ ବନ୍ଦାଇଲେ ଯେତେ ସୁଲକ୍ଷଣୀ ।ବୀର ଢୋଲ କାହାଳି ଯେ ବଜାଇ ମୃଦଙ୍ଗଶଙ୍ଖ କମ ମହୁରୀ ଯେ ଦୋଷରୀ ଭୁଜଙ୍ଗ ।ଟମକ ନିଶାଣ ଦମା ଢୋଲ ବିଜିଘୋଷବୀର ତୂରର ଶବଦ ଶୁଭେ ଚଉପାଶ ।ଅଭିଷେକ ବିଧିମାନ ସାରି କଂସରାୟେବଡ଼ ଅବକାଶେ ଯାଇ କଲାକ ବିଜୟେ ।ଅଷ୍ଟମଲ୍ଲେ ଛନ୍ତି ବାମ ଡାହାଣ ଆବୋରିତୀର କମାଣ ଯେ କାତି ଛୁରୀ ଖଣ୍ଡା ଧରି ।ପାତ୍ର ଅମାତ୍ୟ ଖୁଣ୍ଟିଆ ଜେନା ପଡ଼ିହାରୀ ।ରାଉତ ମାହୁନ୍ତ ପଦାତିକ ଆଦି କରି ।ଦରଶନ କରନ୍ତି ସେ ଆସି ଯେ ଯାହାରଅନୁକ୍ଷଣେ ଦେଉଛନ୍ତି ଶାଢ଼ୀ ନୃପବର ।ଦାସୀ ପରିବାରୀଙ୍କି ଯେ ଗଉରବ କରିଜଣ ଜଣକରେ ଶାଢ଼ୀ ଦିଏ ବାଛି କରି ।ଅନେକ ସମାରୋହେ ସେ କଂସାସୁର ରାୟେମଥୁରା କଟକ ମଧ୍ୟେ ଉତ୍ସବ କରାଏ ।ବିଳାସନୀଏ କରନ୍ତି ଆଗେ ନୃତ୍ୟ ଗୀତଅତି ଆନନ୍ଦେ ହରନ୍ତି କଂସରାଜ ଚିତ୍ତ ।ଅଦୃଷ୍ଟି ଅଶ୍ରୁତି ସେହି କଂସର ସମ୍ପଦଆକାଶ ପୂରି ଉଚ୍ଛୁଳେ ବୀରତୂର ନାଦ ।ଢୋଲ ଦମା ବିଜିଘୋଷ ଟମକ ନିଶାଣଶବଦ ଯେ ଭୟଙ୍କର ଶୁଭେ ଘନ ଘନ ।ଯୁକତେ ସେ ବୀରବାଦ୍ୟ ଉଠେ ଅନ୍ତରାଳନବଖଣ୍ଡ ମହୀଗୋଟା ହେଲା ଟଳମଳ ।ସୁରଲୋକ ପରିଯନ୍ତେ ଉଠିଲା ସେ ଧ୍ୱନିଅଦ୍ଭୁତେ ସ୍ୱର୍ଗ କମ୍ପିଲେ ସୁର ସୁରମୁନି ।ସଭାକରି ବସିଥିଲେ ଇନ୍ଦ୍ର ଦେବରାୟଶବଦ ଶୁଣି ଲାଗିଲା ତାଙ୍କୁ ବଡ଼ ଭୟ ।ବେଳୁ ବେଳ ଯହୁଁ ତାଙ୍କୁ ଲାଗିଲା ଉଚ୍ଚାଟପୁଚ୍ଛିଲେ ବୃହସ୍ପତିଙ୍କି ଚାହିଁ ସୁରଶ୍ରେଷ୍ଠ ।ବୋଇଲେ ଗୁରୁ ହେ ଏତ ବିପରୀତ କଥାଅକାରଣେ ଲାଗିଲା ତ ମନେ ବଡ଼ ବ୍ୟଥା ।ଏସନ ଉଚ୍ଚାଟ କେବେ ନ ଥିଲା ତ ହୋଇଅମର ଭୁବନ ଆଜି କମ୍ପେ କାହିଁପାଇଁ ।କେବଣ ଦାନବ ଅବା ସ୍ୱର୍ଗକୁ ବାହିଲାକିବା ନାରାୟଣ ଇନ୍ଦ୍ରପଦ ମୋ ଫେଡ଼ିଲା ।କିବା ମୋର ଦାସଦାସୀ ହୋଇଲେ ନିହତକି ଅବା କେଉଁ କନ୍ଦଳ ଏଥେ ହେବ ଜାତ ।ଏ କଥା ଗୁରୁ ହେ ମୋତେ ସଂକ୍ଷେପିଣ କହତେବେ ମୋ ମନରୁ ଆଜି ଫିଟିବ ସନ୍ଦେହ ।ବୋଲନ୍ତି ଯେ ବୃହସ୍ପତି ଇନ୍ଦ୍ରମୁଖ ଚାହିଁକାଳନେମି ଜାତ ହେଲା କଂସରୁପ ହୋଇ ।ମଥୁରାରେ ଅଭିଷେକ ହେଲା ରାୟେ କଂସଆଝୁ ସପ୍ତଦ୍ୱୀପା ପୃଥ୍ୱୀ ଗଲା ଜାଣ ନାଶ ।କଂସର ଭାରା କେମନ୍ତେ ସହିବ ଏ ପୃଥ୍ୱୀଦୁଷ୍ଟପଣେ ସାଧିବ ସେ ସକଳ ନୃପତି ।ସକଳ ଦେବତା ତୁମ୍ଭେ ହେବ ବଡ଼ ଦୁଃଖୀସ୍ୱର୍ଗ ମଞ୍ଚ ପାତାଳ କେ ନ ପାରିବେ ରଖି ।ଦୁର୍ବାର ଦାନବ ସେହି ସମସ୍ତ ଗଞ୍ଚବଅମର ବାରସ୍ୱତୀକି ସେ ଭୋଗ କରିବ ।ସପତଦ୍ୱୀପା ପୃଥ୍ୱୀରେ ହେବ ଦଣ୍ଡଧାରୀପାଦତଳେ ଖଟାଇବ ସବୁ ସାଧ୍ୟ କରି ।ଅସାଧ୍ୟ ସାଧ୍ୟ କରିବ ସେହି କଂସବୀରଚରଣେ ତାର ଖଟିବେ ସବୁ ଦଣ୍ଡଧର ।ସକଳ ଦେବଗଣଙ୍କୁ ଜିଣିବ ସେ ରଣେଚରାଚର ପୃଥ୍ୱୀ ନାଶ କରିବ ସେ ତେଣେ ।ଶୁଣ ହୋ ଇନ୍ଦ୍ର କହିଲୁ ତୋତେ ସିଦ୍ଧକଥାତେଣୁ ତୁମ୍ଭର ମନକୁ ଲାଗିଲା ଏ ବ୍ୟଥା ।ବୃହସ୍ପତିର ବଚନେ କହିଲେ ସେ ଶୁକ୍ରଭୋ ଗୁରୁ ବିଷ୍ଣୁ ପ୍ରସାଦେ ମୁହିଁ ଦେବ ଚକ୍ର ।ଅଟନ୍ତି ସେ ଅନୁଗ୍ରନାଥ ଦେବ ସ୍ୱାମୀବେଳେ ବେଳେ ରଖନ୍ତି ସେ ଏ ଅମରଭୂମି ।ସବୁକାଳେ ଅସୁରେ ତ ଏ ପୃଥ୍ୱୀରେ ଜାତବେଳେ ବେଳେ ନାରାୟଣ କରୁଥାନ୍ତି ହତ ।ପ୍ରଳୟ କାଳରେ ବ୍ରହ୍ମା ବେଦପୋଥି ଚୋରୀକପଟେ ଶଙ୍ଖେ ଅସୁର ନେଲା ତାହା ହରି ।ନାରାୟଣ ଆଗେ ବ୍ରହ୍ମା ଜଣାଇଲେ ଯାଇଁଶୁଣିଣ ପ୍ରତିଜ୍ଞା କଲେ କମଳାର ସାଇଁ ।ତକ୍ଷଣେ ମତ୍ସ୍ୟ ରୂପକୁ ଧରି ଦେଇ ହରିବ୍ରହ୍ମାଙ୍କର ବେଦପୋଥି ଆଣିଲେ ଉଦ୍ଧରି ।କଶ୍ୟପଋଷି ନନ୍ଦନ ହିରଣ୍ୟାକ୍ଷ ହେଲାଶଙ୍ଖାସୁର ଛଳେ ସୃଷ୍ଟି କରେଣ ଧରିଲା ।ସପତଦ୍ୱୀପା ସାଗର ଚରାଚର ସୃଷ୍ଟିବାମହସ୍ତେରେ ଦାନବ ଧରି କଲା ମୁଷ୍ଟି ।ତହିଁକି ପୁଣି ରଚିଲେ ନାରାୟଣ ମାୟାବରାହରୂପରେ ସ୍ୱାମୀ ବିସ୍ତାରିଲେ କାୟା ।ଦାନବକୁ ଦେବ କୋପେ ମାଇଲେକ ମୁଥେଦୈତ୍ୟକୁ ମାରି ପୃଥିବୀ ଧଇଲେକ ଦନ୍ତେ ।ହରିଣ୍ୟକଶିପୁର ସେ ଜ୍ୟେଷ୍ଠଭ୍ରାତା ଥିଲାଦୁର୍ବାର ଦାନବ ତାର ତେଜ ଅନର୍ଗଳା ।ଭ୍ରାତୃ ବଇରୀ ବୋଲି ସେ ବିଷ୍ଣୁ ସଙ୍ଗେ ବାଦୀଚଉଦ ଭୁବନଯାକ ସଂଗ୍ରାମରେ ସାଧି ।ଲକ୍ଷେ ଚଉଷଠି ଯୂଣ ବିସ୍ତାର ତା ଅଙ୍ଗବଜ୍ର ଶକତି ତହିଁରେ ପଡ଼ି ହୁଏ ଭଙ୍ଗ ।ପ୍ରହଲାଦ ବୋଲି ତାର ପୁତ୍ରେକ ଜନ୍ମିଲାପୂର୍ବଜନ୍ମ ହେତୁରୁ ସେ ହରିଙ୍କି ଭଜିଲା ।ବିଷ୍ଣୁଙ୍କୁ ସେବା କରଇ ସେହି ଯହିଁ ତହିଁହରିଙ୍କି ବିନୁ ତାହାର ଅନ୍ୟ ଗତି ନାହିଁ ।ତାହା ଦେଖି ପିତା ତାର ଧଇଲା ବିଖଣ୍ଡଅନେକ ଶାସ୍ତି ଦେଲା ସେ କରି ଖଣ୍ଡ ଖଣ୍ଡ ।ଶିର ଛେଦି ମାଂସ ତାର ତୂଳା ପ୍ରାୟ କରିଗୁଆଘୃତ ଭରି ଅଗ୍ନି ମଧ୍ୟରେ ସଂହରି ।ମଦିରା ସଙ୍ଗତେ ନେଇ ବାଟିଲା ତା ମାଂସକେବେହେଁ ପ୍ରହଲାଦର ନୋହିଲା ବିନାଶ ।ପୁଣିହିଁ ଶତେକ ବାର ମୁଣ୍ଡ ତାର କାଟିହାତ ଗୋଡ଼ ମୁଣ୍ଡ ତାର ପକାଇଲା କୁଟି ।କୁଟିଣ ବାଟିଲା ପାଟ ମୁଗୁନିର ଶିଳେହାଣ୍ଡିରେ ଭରିଣ ମେଲି ଦେଲା ସ୍ରୋତଜଳେ ।ତଥାପି ସେ ପ୍ରହଲାଦ ବିନାଶ ନୋହିଲାହରି ହରି ବୋଲି ପିତା ସନ୍ନିଧେ ମିଳିଲା ।ଦେଖିଣ ତାକୁ ଦାନବ ସ୍ତମ୍ଭିଭୂତ ହେଲାଆଶ୍ୱସନା କରି ପୁତ୍ର କୋଳେ ବସାଇଲା ।ହରି ହରି ବୋଲି ପୁତ୍ର କହୁ କିସ ପାଇଁହରି ନ ବୋଲ ପୁତ୍ର ତୁ କହୁଅଛି ମୁହିଁ ।ମୁଖରେ ଚୁମ୍ବନ ଦେଇ ବୋଲେ ମହାବୀରବିଷ୍ଣୁଙ୍କୁ ଛାଡ଼ି ଈଶ୍ୱର ଦେବ ସେବା କର ।ପ୍ରହ୍ଲାଦ ବୋଲେ ପୃଥ୍ୱୀରେ କର୍ତ୍ତା ହରି ଏକାଚରାଚର ବ୍ରହ୍ମାଣ୍ଡରେ ବିଷ୍ଣୁ ଏକା ସଖା ।ଶୁଣିଣ ଦାନବ ବୀର କୋପଭର ହୋଇକ୍ରୋଟ ଅନଳ ଅଗ୍ନିରେ ମେଲିଦେଲା ନେଇ ।ସେହି କାଳାନଳ ଅଗ୍ନି ଜଳଇ ପ୍ରଚଣ୍ଡଚନ୍ଦନ ଶୀତଳ ଲାଗେ ତାର ଦେହଖଣ୍ଡ ।ବାରଦିନ ଯାଏ କୁଣ୍ଡେ ଭରିଥିଲା ନେଇତେରଦିନ କୁଣ୍ଡ ଜଳେ ଶୀତଳ ଯେ ହୋଇ ।ତହିଁରେ ରହି ଭକତ ହରି ସୁମରଇମୁଖେ ହରି ହରି ବୋଲି ବାହାର ହୁଅଇ ।ଏପରି ଅନେକ ଦଣ୍ଡ ଦଣ୍ଡିଲାକ ରାୟେକେବେହେଁ ନାଶ ନୋହିଲା ପ୍ରହ୍ଲାଦର କାୟେ ।କୋପକରି ବୋଲେ ଦୈତ୍ୟ ପ୍ରହ୍ଲାଦକୁ ଚାହିଁକହ ପ୍ରହ୍ଲାଦ ତୋର ବିଷ୍ଣୁ ଅଛି କାହିଁ ।ପ୍ରହ୍ଲାଦ ବୋଲେ ଭୋ ପିତା ବିଷ୍ଣୁସର୍ବ ବ୍ୟାପୀକୀଟୁଁ ବ୍ରହ୍ମ ପରିଯନ୍ତେ ଧାତା ଅଛି ବ୍ୟାପୀ ।ଜୀବ କି ଅଜୀବ ହରି ସବୁ ଦେହେ ଅଛିଶୁଣରେ ପାପ ଦେହୀ ଏ ସ୍ତମ୍ଭରେ ପୁରିଛି ।ଶୁଣି ପ୍ରଚଣ୍ଡ ଦାନବ ହୋଇ କୋପଚିତ୍ତଅଧର କମ୍ପାଇ ସ୍ୱସ୍ତେ ମାରେ ପାଦଘାତ ।ତକ୍ଷଣେ ସ୍ତମ୍ଭରୁ ହରି କ୍ରୋଧେ ଅବତରିବୁକୁ ବିଦାରିଲେ ସରସିଂହ ରୂପ ଧରି ।ସେ ପ୍ରହଲାଦର ପୁତ୍ର ବୈରୋଚନ ହେଲେସ୍ତିରୀରୂପ ଧରି ତାକୁ ହରି ବିନାଶିଲେ ।ବଇରୋଚନର ପୁତ୍ର ହେଲା ରାଜା ବଳୀପୃଥ୍ୱୀ ନ ସହିଲା ଜାଣ ତାହାର ଆର୍ଦୋଳି ।କପଟେ ତାହାକୁ ଦାନ ମାଗି ଜଗନ୍ନାଥତିନିପାଦ ଭୂମି ଘେନି ଚାପିଲେ ଅନନ୍ତ ।ପର୍ଶୁରାମ ରୂପ ହରି ଧରି ସନ୍ଥହିତେରେଣୁକା ଗର୍ଭରେ ଜାତ ଦୁଷ୍ଟଙ୍କ ନିମନ୍ତେ ।ଯମଦଗ୍ନି ମୁନି କୁଳେ ହେଲେ ଅବତାରପୃଥ୍ୱୀକି ନିକ୍ଷତ୍ରି କଲେ ଏକୋଇଶ ବାର ।ରାମ ଅବତାରେ ମାରି ରାବଣର ବଂଶସ୍ୱର୍ଣ୍ଣ ଲଙ୍କାପୁର କଲେ କପି ଘେନି ଧ୍ୱଂସ ।ବେଳେ ବେଳେ ଲାଗଇ ତ ଦାନବଙ୍କ ଭୟଉପାୟ କରିଣ ହରି କରେ ତାଙ୍କୁ କ୍ଷୟ ।ତାଙ୍କ ପ୍ରସାଦେ କାହାକୁ ଦେବେ ନ ଡରନ୍ତିଶୁକ୍ର ବୃହସ୍ପତି ବସି ଏମନ୍ତ ଭାଳନ୍ତି ।ଏଥୁଅନ୍ତେ ଶୁଣିମା ନା କଥା ଦିବ୍ୟ ବାଣୀସାବଧାନେ ଶୁଣ ତୁ ହୋ ନୃପ ଚୂଡ଼ାମଣି ।ମୁର୍ଦ୍ଧା ଅଭିଷେକୀ ଯହୁଁ ହେଲା କଂସରାୟେସାତବଂଶ ଯାଦବ ସେ କଂସକୁ ବିନୟେ ।ନିଜ ରାଷ୍ଟ୍ର ପରରାଷ୍ଟ୍ର ଯହିଁ ଯଥା ବିଧିଆସ୍ଥାନରେ ବସି କଂସ କରେ ସର୍ବସିଦ୍ଧି ।ଛପନ କୋଟି ଯାଦବ ପରିବାରୀ ପଣେକଂସ ରାଜା ସନ୍ନିଧ୍ୟାନେ ଥାନ୍ତି ଅନୁକ୍ଷଣେ ।ରାଜ୍ୟ ସିଂହାସନ ସବୁ କଂସ ହାତେ ଦେଇରହିଲା ସେ ଉଗ୍ରସେନ ଭୟେ ତୁନି ହୋଇ ।କଂସର ସାନ ସୁନାସ ନାମେ ମହାବୀରଅନୁବ୍ରତେ ଖଟିଥାଇ କଂସର ଛାମୁର ।ପାତ୍ର ଅମାତ୍ୟ ଯେ ଅଷ୍ଟମଲ୍ଲଙ୍କର ମୂଳେମହୀକି ଭୋଗ କରଇ କଂସ ମତିଭୋଳେ ।ଗୁପ୍ତେ ଚାରଗଣ ରାତ୍ର ଦିବସ ବୁଲନ୍ତିସୁନ୍ଦର ଯୁବତୀ ଦେଖି ବଳେଣ ହରନ୍ତି ।କଂସ ଛାମୁରେ ଦିଅନ୍ତି ନେଇ ଚାରଗଣଗଉରବ ସ୍ତିରୀଙ୍କୁ ସେ କରଇ ରମଣ ।ଅତି ସୁନ୍ଦର ଦେଖିଲେ ପୁରେ ରଖେ ଧରିପର ସ୍ତ୍ରୀ ପାଇ ଆପଣା ସ୍ତିରୀ ପ୍ରାୟ କରି ।ପରଧନ ପରସ୍ତିରୀ ବଳାତ୍କାରେ ହରିଗାଭୀ ଶୃଙ୍ଗାର କରଇ ବଳେ ଧରି କରି ।ରାଜାଧିରାଜ ପଣେ ସେ ଅଇରି ଗଞ୍ଚଇଭୁଜବଳ ପରାକ୍ରମେ ପାଦରେ ଖଟାଇ ।ନିର୍ଦ୍ଦୋଷ ଲୋକଙ୍କୁ ଦୋଷ ଦେଇଣ ମାରଇବିଚାର ନ କରି ବିନା ଦୋଷରେ ଦଣ୍ଡଇ ।ଅନେକ ସମ୍ପଦେ କଂସ ଭୁଞ୍ଜେ ରାଜପଦସଂଗ୍ରାମେ କେ ସରି ନାହିଁ ତିନିପୁର ମଧ୍ୟ ।ଦୁଷ୍ଟଜନ ନିବାରଣ କର ଦେବହରିଅଚ୍ୟୁତାନନ୍ଦ ଦାସ ଯେ ଶରଣ ତୋହରି ।କଂସର ଦିଗ୍ବିଜୟ ଓ ଦୃମିଳ ରାକ୍ଷସ ବଧଏଥୁ ଅନନ୍ତରେ ପୁଣି କେତେ ଦିନ ଗଲାକରପତ୍ର ଯୋଡ଼ି କେଶୀ ଛାମୁରେ କହିଲା ।ଯଦୁ ଭୋଜବଂଶେ ତୁମ୍ଭେ ଅଟ ମହାମଲ୍ଲରାଜାଧିରାଜ ଈଶ୍ୱର ଅରି ଉର ଶଲ ।ବଳବୀର୍ଯ୍ୟ ଲୁଚାଇ କି ଏ ପୁରେ ରହିବାଦିଗବିଜେ କରି ରାଜାମାନଙ୍କୁ ଜିଣିବା ।ଆମ୍ଭ ଅମାନିଆମାନଙ୍କୁ ରଖି ରବିତଳେଅମାନିଆଙ୍କୁ ଯେ ବାନ୍ଧି ଆଣି ଭୁଜବଳେ ।ରାଜାଙ୍କର ରାଜ୍ୟଧନ ଉଜାଡ଼ି ଆଣିମାସନ୍ଧାନ ଦେଲେ ଛାଡ଼ିବା ଧନଦ୍ରବ୍ୟ ସୀମା ।ସଦମାର୍ଗେ ଯେ ଆମ୍ଭଙ୍କୁ କରିବାକ ସେବାତାହା ଆୟ ଆମ୍ଭେ ତାଙ୍କୁ ପଛେ ସମର୍ପିବା ।ଯେ ରାଜା ଆମ୍ଭଙ୍କୁ ଜାଣ ନ ମାନିବ ଢାଳେତା ରାଜ୍ୟ ଧନ ଛଡ଼ାଇ ଆଣିବାକ ବଳେ ।ସଂଗ୍ରାମେ ଜିଣି କରିବା ଆମ୍ଭେ ମହୀଭୋଗକ୍ଷତ୍ରି ବୃତ୍ତି କରିବାକୁ ହୁଅ ଉଦବେଗ ।ଯେ ଆମ୍ଭର ସଦବିଦ୍ୟା କୁଶଳକୁ ଛାଡ଼ିବଳବୀର୍ଯ୍ୟ ଥାଉଁ ଆମ୍ଭେ ଏଥେ କିପାଁ ପଡ଼ି ।ଏଥକୁ ଭୀତି ତୁମ୍ଭେ ନ କର ଦୈତ୍ୟରାୟେଦିଗବିଜେ କରିଯିବା ମେରୁ ପାଖଯାଏ ।ଯୁକତେ ହେଉଛି ଦେଖ ଗ୍ରୀଷ୍ମଋତୁ ଶେଷବରଷା ହେଲାଣି ଆସି ପ୍ରଥମ ଯେ ମାସ ।ଠାବେଠାବେ ଦେବଲୋକେ ଭୋଜି ତୃଣପାଣିଚାଉଳ ପରିବା କରି ବଳଦେ ପଲାଣି ।କେବଣ ରାଜାର ସୀମା ବସିବାକ ମାଡ଼ିଧନ ଭଣ୍ଡାର ସହିତେ ଆଣିମା ଉଜାଡ଼ି ।ସଙ୍ଗେ ଚଳାଇ ବିମାନ ଖଟ ଆଦିକରିବାଣ ବଣିଜାର ସଙ୍ଗେ ଥିବାକ ତୁମ୍ଭରି ।ଏହିମତେ ଦିଗବିଜେ କରି ଦେବରାୟେପ୍ରଭୁ ତେଜ ବିକାଶିବ ବ୍ରହ୍ମଲୋକ ଯାଏ ।କେଶୀ ବଚନ ଶୁଣିଣ କଂସ ବିଚାରିଲାଯିବା ଚାଲ କେଶୀ ବୋଲି ରାଜା ଆଜ୍ଞା ଦେଲା ।ସାଜ ସାଜ କେଶୀ ଦଣ୍ଡ ସାଜହୋ ବୋଇଲାରାଜାର ଆଜ୍ଞାରେ ସମଦଣ୍ଡ ସେ ସାଜିଲା ।ବୀରତୁର ଶବଦରେ କମ୍ପିଲା ବ୍ରହ୍ମାଣ୍ଡଦଲ ଦଲ ହେଉଅଛି ପୃଥ୍ୱୀ ନବଖଣ୍ଡ ।ଭେରି ତୁରୀ ଶଙ୍ଖ ଦମା ମଙ୍ଗଳ ମହୁରୀଟମକ ନିଶାଣ ଢୋଲ ମର୍ଦ୍ଦଳ କାହାଣୀ ।ବିଜିଘୋଷ ଦାଉଣ୍ଡୀ ଯେ ଅଳା କଢ଼ାବେଣୀବଇଁଶୀ ବୀର କାହାଳୀ ବାଜେ ପୁଣି ପୁଣି ।ଅଶ୍ୱଙ୍କର ହ୍ରେଷାରବ ହସ୍ତୀ କଣ୍ଠଦାନପ୍ରବଳ ତଡ଼ିବଡ଼ି ଯେ ଅପ୍ରମିତ ଶବ୍ଦ ।ପାତାଳେ କମ୍ପେ ବାସୁକି ଅହି ସସ୍ରଫେଣୀପାଦଭରେ ଟଳମଳ ହୋଇଲା ଧରଣୀ ।ଯଦୁ ଭୋଜବଳ ସେହି ଅକତିକ ଥାଟଅନ୍ଧକ ଚୁହାଣ ବିଷ୍ଣୁ ଲୋକ ଯେ ମୁରାଟ ।ଏମନ୍ତେ ଯେ ସାତବଂଶ ଜାଣ ବିଦ୍ୟାମାନଭୋଜବଂଶରେ ଯେ କଂସ ଅଟଇ ରାଜନ ।ଅତି ବଡ଼ ଯୋଦ୍ଧା ଯଦୁବଳ ଯେ ଅଟନ୍ତିସଂଗ୍ରାମେ ପ୍ରାୟେ ପଛକୁ କେହି ନ ଘୁଞ୍ଚନ୍ତି ।ବଡ଼ ପ୍ରତାପୀ ଛପନ କୋଟି ଯଦୁବଳକାହାକୁ ହିଁ ଶଙ୍କା ନାହିଁ ଅତି ଅନର୍ଗଳ ।ନବକୋଟି ହସ୍ତୀ ତେରକୋଟି ଯେ ପଦାତିପାଞ୍ଚଲକ୍ଷ ତୁରଙ୍ଗମ ଅର୍ବୁଦେକ ରଥୀ ।ଏତେକ କଂସ ରାଜାର ଅଙ୍ଗବଳ ସୈନ୍ୟବୀର ମର୍ଦ୍ଦନ ସେ ତାକୁ ନୁହନ୍ତି କେ ସମ ।ଅଷ୍ଟ ରତନ ନିର୍ମାଣ ରଥ ଦିବ୍ୟ ଶୋଭାମଧ୍ୟାହ୍ନ ଆଦିତ୍ୟ ପ୍ରାୟ ଦାଉ ଦାଉ ପ୍ରଭା ।ସୁବର୍ଣ୍ଣ କଳଶ ତହିଁ ରଙ୍ଗବର୍ଣ୍ଣ ଧ୍ୱଜନୀଳମେଘ ବିରାଜେ ବି ବିଜୁଳିର ତେଜ ।ସୁବର୍ଣ୍ଣର ଛାଏଣୀ ଯେ ପିତୁଳା ବିଶାଳଉଡ଼ନ୍ତି ତହିଁ ମୁକୁତା ତ୍ରୋଣା ମାଳ ମାଳ ।ଅପୂର୍ବ ଦେବାଙ୍ଗବାସ ଝୀନ ଦିବ୍ୟଜ୍ୟୋତିହୀରାର କାଠି ଦର୍ପଣ ଦିଶେ ପନ୍ତି ପନ୍ତି ।ଚମ୍ପା ଯେ ବକୁଳ ଯୁଈ ଯାଈ ନାଗେଶ୍ୱରରଙ୍ଗ ପାଟଝୁମ୍ପା ହାର ଲମ୍ବେ ମାଳ ମାଳ ।ମୁକୁତା ପରାୟ ପୁଷ୍ପ ସୁବର୍ଣ୍ଣର ଘଣ୍ଟିନୀଳା ସଙ୍ଗେ ପୋହଳା କି ମୁକ୍ତା ସଙ୍ଗେ କଣ୍ଠୀ ।ମାରାଗର ଖମ୍ୱୁ ସବୁ ସ୍ଫଟିକର କାଣ୍ଡଗଦା ମୁଦ୍ଗର ପରଶୁ ପଖର କୋଦଣ୍ଡ ।ଅସିପତ୍ର କମାଣ ଯେ ତୂରୀ ଆଦି କରିସ୍ନେହ୍ନା ଯମଦାଢ଼ କାତି କନକର ଛୁରୀ ।ନାନାଦି ଶସ୍ତ୍ର ଧରିଣ ବୀରବେଶ ହୋଇରଥର ଉପରେ କଂସ ବିଜେ କଲା ଯାଇ ।ବାହେ ବୀରନେତ ଶିରେ ମୁକୁତା ତ୍ରିଶାଖାବିଦ ମୁଦି କଙ୍କଣରେ ଦିବ୍ୟ ଚାରୁରେଖା ।ଅପୂର୍ବ ଅଶ୍ୱ ବାଛିଣ ଯୋଚିଲା ସାରଥୀପବନ ଗତି ପ୍ରମାଣେ ଅଶ୍ୱଙ୍କର ଗତି ।ହସ୍ତୀଙ୍କ ପୃଷ୍ଠ ଉପରେ ଯୋଡ଼ି ବଜ୍ରସେହ୍ନାତମ୍ୱୁ ସାଜରେ ସାଜେଣି ଫରହର ବାନା ।କର୍ଣ୍ଣରେ ବଳୟ ସେ ଯେ ଅଷ୍ଟରତ୍ନ କମବିଜୁଳିର ଜ୍ୟୋତି ଜିଣି ବିରାଜଇ ହେମ ।ସକଳ ଦଉଡ଼ି ପାଟ ସୂତାରେ ବାନ୍ଧେଣିହୀରା କୁସୁମ କପାଳେ ବିରାଜଇ ପୁଣି ।ଆଢ଼େଣି ଆଙ୍କୁଶ ଶ୍ୱେତ ଚାମର ସୁବାସବୀରଘଣ୍ଟି ଘାଗୁଡ଼ିରେ ମଣ୍ଡି ଚଉପାଶ ।ଆଷାଢ଼େ ଯେହ୍ନେ ଦିଶନ୍ତି ପରବତମାଳଆକାଶମାର୍ଗେ ଧାମନ୍ତି ଯେହ୍ନେ ଘନମାଳା ।ହସ୍ତୀ ଆରୋହୀ ମାହୁନ୍ତେ ତେମନ୍ତ ଦିଶନ୍ତିରଥେ ଚଢ଼ି ରଥୀ ଘନ ପରାୟ ଗମନ୍ତି ।ଉପମା ଦେବାକୁ ବଳେ ଅବଶ୍ୟ ମୋ ମତିବଡ଼ ପ୍ରତାପୀ ଅଟଇ ସେ କଂସ ନୃପତି ।ରାଉତ ମାହୁନ୍ତମାନେ ଅଶ୍ୱ ଗଜ ଚଢ଼ିଯିବାର ତଡ଼ବଡ଼ି କି ମେଘ ଘଡ଼ଘଡ଼ି ।ରଙ୍ଗ ଟୋପାର ଆଢ଼େଣି ବାଖରର ମୂଳେସମୁଦ୍ର ଲହରୀ ଯେହ୍ନେ ଅତି ଅନ୍ତରାଳେ ।ପାଇକଙ୍କ ହାତେ ଧନୁ ଆଢ଼ଣି ଯେ ଫରୀକୁନ୍ତ କାଣ୍ଡ ଖଣ୍ଡା ଦଣ୍ଡା ସାବେଳି ଆବୋରି ।କଟିର ବୀରଘଣ୍ଟା ଯେ କୋଳାହଳ ବାଜେବସନ୍ତ ପାଟପତନୀ ଶିର ପରେ ସାଜେ ।ବିଭୂତି କାଇମାଟିକି ଚକଟିଣ ସାନ୍ଧିନେତ ପଦନୀ ସିନ୍ଧୁଆ ପାଟକରେ ବାନ୍ଧି ।ରଥ ହାତି ପଦାତିକ ମୁଖରାବ କରିଖଞ୍ଜାମୂଳେ ରହିଲେ ଯେ ରାଉତେ ଆବୋରି ।ସୁନାସ ନାମେ ଯେବଣ କଂସର ଅନୁଜଯୁଦ୍ଧର ନିମନ୍ତେ ବୀର ହେଲା ସଜବାଜ ।କରେଣ କୋଦଣ୍ଡ ଦାଣ୍ଡ ଦିବ୍ୟବେଶ ହୋଇକଂସ ଛାମୁରେ ଦର୍ଶନ କଲା ବୀର ଯାଇ ।ଉଦ୍ଧବ ଅକ୍ରୁର ଅନାଧୁଷ୍ଟ ଶତଧନୁଶତ୍ରାଜିତ ଯେ ପ୍ରସନ୍ନାଜିତ ବୀରଭାନୁ ।ବୀରବାହୁ ଯେ ଅଜିତ କଣ୍ଠ ବେଲାଉଳବସୁଦେବ ସୁଦେବ ଯେ ବୀର କ୍ଷେତ୍ରପାଳ ।କୁମୁଦ ଯେ କଉଶିକ ବଂଶ ଆଦିକରିଆପେ ବିଜେ କଂସରାଜା ବୀରବେଶ ଧରି ।ମଉଡ଼ମଣି ମୁକୁଟ ମଥାରେ ବାନ୍ଧଇନବରତ୍ନ କର୍ଣ୍ଣାଞ୍ଚଳ ସୀମନ୍ତେ ଖଞ୍ଜଇ ।କର୍ଣ୍ଣେ ବୀରମଲ୍ଲୀ କଣ୍ଠେ ମୁକୁତାର ମାଳେଆବର ମୁକୁତା ଝରା ଲମ୍ୱାଇଲେ ଗଳେ ।ଜଗଦ୍ବଳା ବୀରବର ତୋଡ଼ର ବାହୁଟିଭୁଜରେ ଶୋଭିତ ତାର ଲୁହାଧନୁ ଗୋଟି ।ଦେଖି କମ୍ପିଲେ ବିବୁଧେ ପଳାଇ ଗଗନୁତେଜ ବିକାଶେ ଯେସନେ ସହସ୍ରକ ଭାନୁ ।ଗଦା ମୃଦୁଗର ବେନି ପାରୁଶରେ ଥୋଇମଙ୍ଗଳ ବେଳେ ବସିଲା ବୀର ରଥେ ଯାଇ ।ଅଷ୍ଟମଲ୍ଲେ ଯେ ଆବୋରିଛନ୍ତି ବେନି ପାଶଜିଣି ନ ପାରିବେ ଇନ୍ଦ୍ର ହେଲେ ହେଁ ସହସ୍ର ।ଷଣ୍ଢା ବକା ଅଘା କେଶୀ ଚାଣୁର ମୁଷ୍ଟିକଶକଟା ଧେନୁକା ମୁଳେ ଅଷ୍ଟମଲ୍ଲଯାକ ।ଏ ଆଠବୀରେ ଅଟନ୍ତି ରଣେ ରଣରଙ୍କାବେଦ ଦାନବଙ୍କୁ ସେହି ନ କରନ୍ତି ଶଙ୍କା ।ଏ ବିଧିରେ ହେଲେ ପୁଣି ସମସ୍ତେ ଯେ ସଜରଥ ପାରୁଶେ ରହିଲେ ମଦମତ୍ତ ଗଜ ।ଗଜ ପାରୁଶେ ରାଉତ ଏହା ମହାଯୋଦ୍ଧୀରାଉତଙ୍କୁ ଆବୋରିଲେ ସର୍ବେ ଏହି ବିଧି ।ଏହି ବିଧି ସଇନି ଅଷ୍ଟାଦଶପଦ୍ମ ଲେଖାସାତବଂଶ ଯାଦବେ ଯେ ରଣେ ରଣରଙ୍କା ।ଉଦ୍ଦଣ୍ଡ ଆଲମ୍ୱ ଲକ୍ଷ ଲକ୍ଷ ପାଟଛତିନେତ ପାଟର ଚିରାଳ ଉଡ଼େ ପନ୍ତି ପନ୍ତି ।ସିନ୍ଧୁଘୋଷ ଜିଣି ଶୁଭୁଅଛି ମୁଖନାଦନବଖଣ୍ଡ ମେଦିନୀ ଯେ ହୋଇଲା ସ୍ତବଧ ।ସୈନ୍ୟଙ୍କ ଉତ୍ସୁକେ ଆପେ କଂସାସୁର ରାୟେପୁଲକିତ ରୋମାବଳି ବିହସିତ କାୟେ ।ଉଗ୍ରସେନଙ୍କୁ ସମ୍ମୁଖେ ରାଇ ଦେଇ ଦୀକ୍ଷାଭୋ ପିତା ଆସିବା ଯାଏ ରାଜ୍ୟ କର ରକ୍ଷା ।ତୁମ୍ଭ ପ୍ରସାଦେ ପିତା ମୁଁ ଦିଗବିଜେ କରିବିସ୍ୱର୍ଗ ମଞ୍ଚ ପାତଳ ମୁଁ ସକଳ ସାଧିବି ।ଆଜ୍ଞାପାଇ ଉଗ୍ରସେନ ରାଜ୍ୟରେ ରହିଲାଶୁଭଯୋଗେ ଘେନି କଂସ ଦଣ୍ଡ ଚଳାଇଲା ।ଆଷାଢ଼ ଶୁକ୍ଲ ଦ୍ୱିତୟା ବୃହସ୍ପତି ବାରବାଣିଜ୍ୟ ନାମେ କରଣ ଭୋଗ ସେ ଦିନର ।ପୁଷ୍ୟାନକ୍ଷତ୍ର କକଡ଼ା ଚନ୍ଦ୍ର ହୁଏ ଭୋଗବୃହସ୍ପତି ବାର ଚନ୍ଦ୍ର ବିଷକୁମ୍ଭ ଯୋଗ ।ଉଷାବେଳ ଜାଣି ଗଡ଼ୁ ବାହାରିଲା କଂସଅପ୍ରମିତ ସୈନ୍ୟ ସଙ୍ଗେ ଛନ୍ତି ସାତବଂଶ ।ପାତ୍ର ମନ୍ତ୍ରୀ ଅଷ୍ଟମଲ୍ଲେ ବେଢ଼ିଛନ୍ତି ସଙ୍ଗେଆଧି ଉପାଧି ବାରତା ଜାଣାନ୍ତି ସେ ବେଗେ ।ସଧୀରେ କଂସ ରାଜନ ସମଦଣ୍ଡ ବାହିଉତ୍ତର ମୁଖେ ଯମୁନା ନଦୀ ପାର ହୋଇ ।ମାର ମାର ଧର ଧର ଶୁଭେ ମୁଖଧ୍ୱନିପାଦଭରେ ଦଲଦଲ ହୁଅଇ ମେଦିନୀ ।ପାତାଳେ ବାସୁକୀ ଟେକି ନ ପାରଇ ଫେଣିଧୂଳି ଉଡ଼ନ୍ତେ ଅଦୃଶ୍ୟ ହେଲେ ଦିନମଣି ।ଯମୁନା କୂଳୁଁ ଥୋକାଏ ଦୂର କଂସ ଗଲାଗୋମତୀ ନଦୀରେ ଯାଇ ପ୍ରବେଶ ହୋଇଲା ।ଚତରଙ୍ଗ ବଳ ତାର ଯାନ୍ତି ଅତି ବେଗେଶୂରବନ୍ତ ସକତା କେ ନ ମିଳଇ ଆଗେ ।ଏଥୁ ଅନନ୍ତରେ ଶୁଣ ଅପୂର୍ବ ରହସ୍ୟଦୃମିଳ ଦୈତ୍ୟ ସେ ବନେ ଅଟଇ ନରଶେ ।ଗୋମତ ପର୍ବତଶିଖେ ବସି ବୀରମଣିମନେ ଉଚ୍ଚାଟ ପାଇଲା ମୁଖରାବ ଶୁଣି ।ତଳକୁ ଚାହିଲା ଦୈତ୍ୟ ନେତ୍ର ସ୍ଥିର କରିଦେଖିଲା ସେ ସମଦଣ୍ଡ ଆସିଛନ୍ତି ପୁରି ।ପ୍ରଚଣ୍ଡ ଘୋର ଶବଦ ମୁଖ ପ୍ରତିଧ୍ୱନିପଦାଘାତେ କମ୍ପମାନ ସକଳ ମେଦିନୀ ।ବେଳୁବେଳ ସୈନ୍ୟ ବେଗେ ଆସୁଛନ୍ତି ମାଡ଼ିମହା ମେଘରେ ଯେସନେ ଶୁଭେ ଘଡ଼ଘଡ଼ି ।ତାହା ଦେଖି ଦାନବର କମ୍ପିଲା ସର୍ବାଙ୍ଗକୋପାନଳେ ଯିବାକୁ ସେ ହେଲା ଉଦବେଗ ।ଗଦାବର ବୁଲାଇ ସେ ଧାଏଁ କୋପାନଳେଧାତିକାରେ ମିଳିଲା ସେ ପର୍ବତର ତଳେ ।ଅସଂଖ୍ୟ ସୈନ୍ୟ ଆସନ୍ତି ଦେଖଇ ସେ ଆଗେରହ ରହ ବୋଲି ବୀର ଓଗାଳିଲା ରାଗେ ।ବହୁତ ସୈନ୍ୟ ଦେଖିଣ ସେ ଅସୁରମଣିସୈନ୍ୟଙ୍କୁ ଚାହିଁ ପଚାରିଲେ ବୀର ପୁଣି ପୁଣି ।ବାଳକଭାବ ତୁମ୍ଭର ଜାତିରେ ମାନବାବାଟ ନ ଜାଣି ଏ ବାଟେ ଅଇଲ କି ବାବା ।ମୋର ବନସ୍ତକୁ କିପାଁ ପକାଉଛ ଭାଙ୍ଗିନିଶ୍ଚୟ ଯମ ପୋଛିଲା ଜାଣ ତୁମ୍ଭ ପାଞ୍ଜି ।ନ ଜାଣି ଶତ୍ରୁ ତୁମ୍ଭେ ରେ ହେଲ କି ଆରମ୍ଭେଭଲେ କି ଛାଡ଼ିଦେବୁ ତୁମ୍ଭଙ୍କୁ କି ଆମ୍ଭେ ।କାଳାନଳ ମୂର୍ତ୍ତି ଆଜି ତୁମ୍ଭଙ୍କୁ ଭେଟିଲାଏତେବୋଲି ଦୈତ୍ୟମଣି କୋପରେ ଧାଇଁଲା ।ଆରେ ମୂଢ଼ ମୋ ପ୍ରତିଜ୍ଞା ଶୁଣିଲ କି ନାହିଁଅକଣ୍ଟକ ବନ ମୋର ଭାଙ୍ଗିଲା କିପାଁଇ ।ଏହିକ୍ଷଣି ସମସ୍ତେ ରେ ଯିବ ପ୍ରାଣେ ନାଶଏହା କହିଣ ଦାନବ ବହିଲାକ ରୋଷ ।ଗଦାବର ବୁଲାଇଣ ଧାଇଁଗଲା ରାଗେଯୋଦ୍ଧାଙ୍କ ଉପରେ ଗଦା ପିଟିଲାକ ବେଗେ ।ହୁଂକାର ନାଦ କରିଣ ଛାଡ଼େ ସିଂହରଡ଼ିମେରୁ ମନ୍ଦରଗିରି କି ପଡୁଅଛି ଝଡ଼ି ।ଦନ୍ତେ ଦନ୍ତ ଚାପି ବୀର ମାରେ ବଜ୍ରମୁଷ୍ଟିପଡ଼ି ହସ୍ତୀର ଲଲାଟ ପାଟି ଯାଏ ଫାଟି ।ରଥକୁ ଧରି କଚାଡ଼େ ରଥର ଉପରେଗର୍ଜିଣ ଦାନବମଣି କମ୍ପେ କୋପଭରେ ।ଚାରି ପାଖ ଖେଦି ମାରେ ବୀର ବଜ୍ରନାତହାତୀ ରଥୀ ପଦାତିକ ପଡ଼ିଲେ ବହୁତ ।ଅଶ୍ୱଙ୍କ ଉପରେ ନେଇ ଅଶ୍ୱଙ୍କୁ କଛାଡ଼ିବାହାନାଦ କରିଣ ସେ ଛାଡ଼େ ସିଂହରଡ଼ି ।ବାମକରେ ହସ୍ତୀଙ୍କର ଥୋର ହସ୍ତ ଧରିଆରେକ କରେ ମାରଇ ରଦା ପିଟିକରି ।ଅଶ୍ୱ କଦାତିକ ବଳ ପାଦେ ମରଦଇବିଦ୍ୟୁତ ଜ୍ୟୋତି ପରାୟ ଗଗନେ କ୍ଷେପଇ ।ବେଳକୁ ବେଳ କୋପରେ ଦିଶଇ ଉଜ୍ଜ୍ୱଳଅଧରେ ଦାନ୍ତକୁ ଚାପି ଧାଏଁ ମହାବଳ ।କାମରୂପୀ ଦଇତ ସେ ଜାଣେ ନାନାମାୟାମନ୍ଦର ଗିରି ସମାନେ ବଢ଼ାଇଛି କାୟା ।ଆକାଶ ମାର୍ଗରେ ତାର ମଥା ଲାଗେ ଯାଇଦେଖି ଦେବେ ସ୍ୱର୍ଗୁ ଡରେ ଗଲେ ଆଡ଼ ହୋଇ ।ମହାଶାଳତରୁ ପ୍ରାୟ ଦିଶଇ ତା ଭୁଜଦୀର୍ଘରେ ସେ ଚାରିଗୁଣ ଅଙ୍ଗଳିକି ଗୋଜ ।ଉଡ଼ନ୍ତା ପର୍ବତ ପ୍ରାୟ ଦିଶେ ପାଦବେନିଚକ୍ଷୁଦୁଇ ରଙ୍ଗବର୍ଣ୍ଣ ଜଳଇ କି ବହ୍ନି ।ରଟମଟ ବେନି ପାଟି ଭୟଙ୍କର ଦିଶିଯାଦବବଳ ପଳାଇ ଗଲେ ରଣେ ତ୍ରାସି ।ଲହଲହ ଜିହ୍ୱା ଅତି ଭୟଙ୍କର ମୂର୍ତ୍ତିନିର୍ଧୂମ ଅନଳ ପ୍ରାୟ ବିରାଚଇ ଜ୍ୟୋତି ।ନିଃଶ୍ୱାସର ବାତେ ରଥ ଗଜ ଯେ ଉଡ଼ନ୍ତିଅନେକ ଦୂରରେ ଯାଇ ଭୂମିରେ ପଡ଼ନ୍ତି ।ଅନେକ ସୈନ ମାଇଲା ସେହି କୋପଭରେହାତୀ ରଥୀ ପଦାତିକୁ ମର୍ଦ୍ଦଇ ହସ୍ତରେ ।ପଦାଘାତରେ କାହାକୁ କରେ ମସିଗୁଣ୍ଡାରଣ ଧନ୍ଦୋଳ କରିଣ କମ୍ପାଇ ପ୍ରଚଣ୍ଡା ।ଭୈରବ ମୁରତି ଧରି ଧାଏଁ ମହାରୋଷେଭୟରେ ଯାଦବ ବଳ ନ କହନ୍ତି ପାଶେ ।ରକତେ କର୍ଦ୍ଦମ ହେଲା କେଡ଼େ ମହୀସ୍ଥଳିନିରନ୍ତରେ ମଡ଼ାପରେ ମଡ଼ା ପଡ଼େ ଢଳି ।ନିର୍ଦ୍ଦୟ ନରପେକ୍ଷ ସେ ଅସୁରର ଅଙ୍ଗମାରଇ ପଦାଘାତରେ କରି ରଣରଙ୍ଗ ।ପଳାନ୍ତି ପଛକୁ ଡରେ ନ ଚାହାନ୍ତି କେହିଅସମ୍ଭାଳ ହୋଇଲାକ ସବୁଙ୍କରି ଦେହୀ ।ସୁନାସ ନାମେ ଯେ କଂସବୀର ସାନଭାଇଡାକିଲା ସୈନ୍ୟ ମୁଖକୁ ଚାହିଁ ଶବଦାଇ ।ରହ ରହ ବୋଲି ବୀର ଓଗାଳିଲା ଯାଇଁଦୈତ୍ୟର ଛାମୁରେ ରଥ ଟେକିଲାକ ନେଇ ।ଅନର୍ଗଳ ଧନୁଶର ଧରି ଉଗ୍ରସେନିଧାତିକାରେ ମାଇଲା ସେ ଶକ୍ତି କରେ ଘେନି ।ବେନିଶତ ବାଣ ପୁଣି ବସାଇଲା ଗୁଣେଦାନବର ଉପରକୁ ବିନ୍ଧେ ଅତିଟାଣେ ।ହାତର ଛଟକେ ବୀର ପଞ୍ଚସସ୍ର ବାଣରେରେକାର କରି ଡାକିହାକି ବିନ୍ଧେ ପୁଣ ।ଅର୍ଦ୍ଧ ନିଶ୍ୱାସକେ ବାଣ ସନ୍ଧି ବିନ୍ଧେ ଲକ୍ଷେବିନ୍ଧନ୍ତେ ବାଣ ତାହାର ଗଲା ଅନ୍ତରୀକ୍ଷେ ।ଅପ୍ରମିତ୍ର ବାଣ କୋପେ ପେଷି ମହାବଳୀଆକାଶ ଅଦୃଶ୍ୟ ହେଲେ ଦେବ ଅଂଶୁମାଳି ।ଦେଖିଣ ଦୃମିଳାସୁର ମୃଦ୍ଗର ବୁଲାଇବାଣ ଆସନ୍ତେ ସେ ବୁକୁ ପାତିଲାକ ନେଇ ।ସୁନାସର ବାଣମାନ ଦୈତ୍ୟ ଅଙ୍ଗେ ପଡ଼ିଭଇରବ ରୂପ ଧରି ଛାଡ଼େ ସିଂହ ରଡ଼ି ।ଥୋକାଏ ବାଣ ନିଶ୍ୱାସ ବାତେ ଗଲା ଉଡ଼ିଥୋକାଏ ଦଇତ୍ୟ ଦେହେ ବାଜି ପଡ଼େ ଝଡ଼ି ।ସୁନାସ ଛାମୁରେ ଦୈତ୍ୟ ମିଳିଲାକ ଆସିରାହୁଗ୍ରହ ଗ୍ରାସିଲା କି ଆସି ରବି ଶଶୀ ।ଗଦାବର ବୁଲାଇଣ ପିଟିଲା ପ୍ରଚଣ୍ଡସୁନାସର ରଥ ଭାଙ୍ଗି ଦେଲା ମସିଗଣ୍ଡ ।ସାରଥି ତାହାର ମଲା ଚାରି ଅଶ୍ୱ ମଲେସୁନାସ ରଥରୁ ଡେଇଁ ଉଭା ଭୂମିତଳେ ।ବିରଥ ହୋଇଲା ସେହି ଉଗ୍ରସେନ ବଳାଧାତିକାରେ ଧରିଲା ସେ ଖଡ଼ଗର ଫଳା ।ଅସିପତ୍ରକୁ ବୁଲାଇ ଧାଇଁ ଯାଇଁ ବେଗେଦାନବ ଶରୀରେ ବୀର ମାରେ ଅତି ରାଗେ ।ଦେଖି ଦୃମିଳ ପାତିଲା ନେଇ ତାର ମୁଣ୍ଡଶିରେ ବାଜି ଅସିପତ୍ର ହେଲା ଶତଖଣ୍ଡ ।ନିସତ ହୋଇଲା କଂସ ଅସୁର ଅନୁଜବାଳ ଧରି କାଖେ ତାକୁ ଯାକିଲା ଦନୁଜ ।ବକକୁ ଘେନି ଯେସନ ଦିଶଇ ଶାମଳଚଉକତି କ୍ଷେପଇ ସେ ଦୈତ୍ୟ ଅନର୍ଗଳ ।ଗତଆତ୍ମା ହୋଇ ଉଗ୍ରସେନର ନନ୍ଦନରୁଧିର ବହଇ ନବଦ୍ୱାରୁ ଘନ ଘନ ।ସୁନାସ ପାଖେ ଯେତେକ ଯଦୁବଳ ଥିଲେରଣେ ଭଙ୍ଗ ପାଇ କଂସ ଛାମୁରେ କହିଲେ ।ଯଦୁ ଭୋଜବଂଶେ ତୁମ୍ଭେ ଅଟ ଗୁଣନିଧିଅଖଡ଼େ ହରାଇ ଦେଲା ଏଡ଼େକ ସମୃଦ୍ଧି ।ଭାଇ ତୁମ୍ଭର ସୁନାସ ପ୍ରାଣେ ଯିବ ନାଶଜୀବନ୍ତା ବନ୍ଧନ କରି ନେଉଛି ରାକ୍ଷସ ।ଦେଖ ଦେଖ ବୀରବର ଆସୁଅଛି ମାଡ଼ିଦୃଷ୍ଟି ନ ଦେଲେ ଖାଇବ ସବୁ ବେକ ମୋଡ଼ି ।ବହୁତ ସୈନ୍ୟ ମାରି ସେ ଗୋଡ଼ାଇଛି ରାଗେମହା ମହା ରଥୀ କେହି ନ ରହିଲେ ଆଗେ ।ଚାଲ ଚାଲ ରାଜନ ହୋ ଏଥୁ ପଳାଇବାଅସୁର ଛାମୁରେ ପଡ଼ି କେହି ନ ବର୍ତ୍ତିବା ।ଦେଖ ହେ ଭୂପାଳ ଆସେ ସେ ରାକ୍ଷସ ମାଡ଼ିଚାଲ ଯିବା ଏଥେ ଥିଲେ ଦେବ ଶିରମୋଡ଼ି ।ଯଦୁ ଭୋଜବଂଶରେ ହେ ଅଟ ଶିରୋମଣିମଥୁରାପୁର କଟକେ ତୁମ୍ଭେ ଯେ କାରେଣି ।ରାଜାଙ୍କର ପୁତ୍ର ତୁମ୍ଭେ ରାଜ୍ୟେ ଅଧିକାରୀପିତ ଥାଉଁ ଥାଉଁ ହେଲ ତୁମ୍ଭେ ଦଣ୍ଡଧାରୀ ।ଯଦ୍ୟପି ଏଠାରେ ଆଜି ପାଇବା ଅଯଶଉଗ୍ରସେନ ହିଁ ଆମ୍ଭଙ୍କୁ କରିବ ଯେ ନାଶ ।ଆପଣା ଜୀବନ କେହି ନୁହନ୍ତି କାହାରିଦାନବବର ନ ଆସୁ ଯିବା ବେଗ କରି ।ଏହା ଶୁଣି କେଶୀ ହସେ ନାକେ ହାତଦେଇହସିଣ ଉଠଇ କଂସ ଟହ ଟହ ହୋଇ ।କଂସ ରାଜା ବୋଲଇ ନ ଜାଣ ତୁମ୍ଭେ କିଛିଜାତ ହୋଇଲେ ଅବଶ୍ୟ ଏଥେ ମୃତ୍ୟୁ ଅଛି ।ଜନମ ମରଣ ଏହି ସଂସାର ବେଭାରଦେହ ବହି ମଞ୍ଚେ କେହି ନାହିଁ ଅଜ୍ରାମର ।କୀଟୁ ବ୍ରହ୍ମ ପରିଯନ୍ତେ ଯେତେ ଜାତ ହୋଇଯେ ଯାହାର ବେଳକାଳ ଜାଣି ସଂହରଇ ।ଦେବତାର ଭିଆଣ ଏ ସଂସାର କାରଣଜନ୍ମ ହୋଇଲେ ଅବଶ୍ୟ ଲଭଇ ମରଣ ।ସଂସାରେ ଜାତ ହୋଇ କି ମରଣକୁ ଭୟେନିସତ ହେଲେ କି ହେବ ଅଜ୍ରାମର କାୟେ ।ଜାତ ହୋଇଲେ ଲୋକରେ ଅବଶ୍ୟ ମରିବାଅର୍ଜିଲାର କର୍ମଫଳ କିପାଇଁ ଡରିବା ।ନିସତେ ବଞ୍ଚିବାର ହୋ କିଛି ନୋହେ ସୁଖନିଶ୍ଚୟ ପଡ଼ିଲା ଯେବେ ଭାଇ ଦୈତ୍ୟ ମୁଖ ।କ୍ଷତ୍ରୀ ହୋଇଣ ଯଦ୍ୟପି ସଂଗ୍ରାମେ ଡରିବବ୍ରାହ୍ମଣ ହୋଇଣ ଯେବେ ବେଦ ନ ପଢ଼ିବ ।ରୋଗୀ ହୋଇଣ ବୈଦ୍ୟକୁକରେ ଯେବେ ରୋଷସେବକ ହୋଇ ସ୍ୱାମୀର ଯେବେ ଅବିଶ୍ୱାସ ।ବୈଷ୍ଣବ ହୋଇଣ ଯେବେ ହେବ କ୍ରୋଧଧାରୀକୁଳସ୍ତିରୀ ହୋଇ ଯେବେ ହୋଇବ ଦୋଚାରୀସଭାପଣ୍ଡା ହୋଇ କହେ ସଭାମଧ୍ୟେ ମିଛରାଜା ହୋଇ କରେ ଯେବେ ପ୍ରଜାଙ୍କୁ ଅରକ୍ଷ ।ଶିଷ୍ୟହୋଇ ଯେବେ ଗୁରୁ ନିନ୍ଦେ ମତିଭୋଳେଏମାନେ ନର୍କେ ପଡ଼ନ୍ତି ଜାଣ ଅନ୍ତଃକାଳେ ।ଭୋଜବଂଶ କ୍ଷତ୍ରୀ ଆମ୍ଭେ ଅଟୁ ଜଗଜ୍ଜିତାମଥୁରାଧିପତି ଉଗ୍ରସେନ ଆମ୍ଭ ପିତା ।ଆମ୍ଭର ଉପର ବଂଶେ ଯେତେ ରାଜା ଥିଲେଯୁଦ୍ଧେ ପ୍ରାଣ ହରାଇଣ କୀର୍ତ୍ତି ରୁହାଇଲେ ।ପାଣିର ଭିତରେ ଯେହ୍ନେ ପାଣି ବିମ୍ବ ଫୁଟିତେସନ ସଂଜାତ ଏହି ପଞ୍ଚଭୂତ ଗୋଟି ।ଯଦ୍ୟପି ସଂଗ୍ରାମେ ଆଜ ଦନୁଜ ମାରିବାଜମ୍ବୁଦ୍ୱୀପ ଅକଣ୍ଟକ କରିଣ ଭୁଞ୍ଜିବା ।ଆମ୍ଭେ ଯେବେ ସଂଗ୍ରାମରେ ହେବା ପ୍ରାଣେନାଶରଣଯଜ୍ଞ କରି ସୁଖେ ଯିବା ସ୍ୱର୍ଗବାସ ।ଏତେ କହି କଂସ ତାର ସୈନ୍ୟ ପଛ କରିରଥରେ ସେ ବିଜେ କଲା ଧନୁଶର ଧରି ।କହୁଁ କହୁଁ କଂସ ଧାଇଁଗଲା ଅତିବେଗେଘୋର ଦାନକରି ଉଭା ହେଲା ଦୈତ୍ୟ ଆଗେ ।କେତୁ ମଙ୍ଗଳ ପରାୟ ଦିଶେ ତାର ତେଜମେରୁ ଗିରି ଘୋଟିଲା କି ଐରାବତ ଗଜ ।ରେ ରେ କାର କରି ବୀର ଧାଇଁ ଯାଇବେଗେକଂସ ଉପରେ ପିଟିଲା ଗଦା ବଇରାଗେ ।ଜାଣିଣ ସାରଥି ତାର ରଥ ହେଲା ଚାଳିତେଡ଼େ ବଡ଼ ଗଦା ଗଲା ଭୂମିରେ ଯେ ଗଳି ।କହୁଁ କହୁଁ ଧାଇଁ ଯାଇ ଦୈତ୍ୟ ପଡ଼େ ମାଡ଼ିଭୂମିରୁ ଗଦା ତୋଳନ୍ତେ ହସ୍ତୁ ପଡ଼େ ଝଡ଼ି ।ଗଦା ଭଗ୍ନ ହେବା ଦେଖି ଦୈତ୍ୟ ମହାବଳୀବୃକ୍ଷେକ ଉପାଡ଼ି ବେଗେ ମାଇଲାକ ତୋଳି ।କଂସ ସାନଭାଇ ଉଗ୍ରସେନ ସାନ ବତ୍ସିସେ ସୁନାସକୁ ଦୃମିଳ କାଖେ ଯାକି ଅଛି ।ଆପଣା ଚକ୍ଷୁରେ ତାହା ଦେଖି କଂସରାୟେକ୍ରୋଧେ କମ୍ପିଲା ତାହାର ଶିରୁ ପାଦଯାଏ ।ଭାଇର ଦୁର୍ଦ୍ଦଶା ଦେଖି କଂସାସୁର ବୀରଧାତିକାରେ ଧଇଲାକ ଲୋହ ଧନୁଶର ।ତିନି ସହସ୍ର ନାରାଚ ଗୁଣରେ ବସାଇମନ୍ତ୍ରବଳେ ବାଣ ଚଳେ ବେଗଗତି ହୋଇ ।ପୁଣି ପାଞ୍ଚ ଲକ୍ଷ ବାଣ ଘେନି ଏକମୁନାପେଷନ୍ତେ ଫୁଟିଲା ଦେତ୍ୟବର ବଜ୍ରସେହ୍ନା ।ହସ୍ତେ ପୁଣି ଦଶବାଣ ବ୍ୟଗ୍ରକରି ଧରିଅଧର ପୃଷ୍ଠ କରିଣ ମାରେ କୋପ କରି ।ବେଳୁ ବେଳ କୋପଭର ହୋଇ ମହାବଳୀପଞ୍ଚାଶତ ବାଣ ପୁଣି ମାରେ ମନ୍ତ୍ରି କରି ।ଲକ୍ଷେକ ବାଣ ମାଇଲା ପୁଣି ଗୁଣେ ଯୋଚିସହସ୍ରେ ବାଣ ମାଇଲା ଧନୁକୁ ଆମଞ୍ଚି ।ହୁଂକାର ଧ୍ୱନି କରିଣ ମାରେ ବାରମ୍ବାରଗଗନେ ଅଦୃଶ୍ୟ ହେଲେ ଦେବ ଦିନକର ।କକଡ଼ା ମାସେ ବରଷେ ଯେହ୍ନେ ଜଳଧରତେହ୍ନେ ବାଣ ବୃଷ୍ଟିକରେ କଂସ ମହାବୀର ।ଏକ ନିଶ୍ୱାସେ ସହସ୍ରେ ବାଣ ସେ ସନ୍ଧଇଘୋର ନାଦକରି ବେଗେବେଗେ ସେ ବିନ୍ଧଇ ।ବଡ଼ ପ୍ରତିଜ୍ଞାବନ୍ତ ସେ ଉଗ୍ରସେନ ବଳାସଂଗ୍ରାମ ବୀରଧୂ ଯାର ତେଜ ଅନର୍ଗଳା ।କୋଟି କୋଟି ବୀରଙ୍କୁ ସେ କୀଟ ପ୍ରାୟେ ମଣେରାକ୍ଷସ ମାତ୍ର କି ସରି ହେବ ତାକୁ ରଣେ ।ପୂର୍ବର ଶାପ ତାହାକୁ ପାପକର୍ମ ଯୋଗେନିଜ ପୁତ୍ର ହସ୍ତେ ମୃତ୍ୟୁ ଅଛି ତାର ଭାଗ୍ୟେ ।ପିତା ପୁତ୍ର ବୋଲି ପୁଣି ନ ଜାଣନ୍ତି କେହିନିରତେ ଶର ପଡ଼ଇ ଦନବର ଦେହୀ ।ଅପୂର୍ବ ବୀର କେ ଦୁଇ କଲେ ରଣରଙ୍ଗରକତ ବର୍ଣ୍ଣ ଦିଶଇ ଦୁହିଁଙ୍କର ଅଙ୍ଗ ।ସୁନାସ କୁମରକୁ ସେ କାଖେ ଯାକିଥିଲାସଂଗ୍ରାମ କରନ୍ତେ କଂସ ତାହାକୁ ଦେଖିଲା ।ବାବଲ ବାଣ ବିନ୍ଧନ୍ତେ କାଖେ ଗଲା ଗଳିପୀଡ଼ା ପାଇ ସୁନାସକୁ ଛାଡ଼େ ମହାବଳୀ ।ଉଗ୍ରସେନର ନନ୍ଦନ ଚଳେ ଧାତିକାରେତୁରିତେ ମିଳିଲା କଂସ ରାଜାଙ୍କ ଛାମୁରେ ।ବେନି ଭାଇଙ୍କର ଦେଖି ଦେଖି ଏକସଙ୍ଗେକୋପଭର ହୋଇ ଦୁହେଁ କଲେ ରଣରଙ୍ଗେ ।ଅନେକ ନାରାଚ ବିନ୍ଧେ କଂସ ମହାବୀରଅଷ୍ଟମଲ୍ଲ ଆଦିକରି ହୋଇଲେ କାତର ।ଆକାଶେ ଥାଇ ଦେଖନ୍ତି ରଣ ଦେବଗଣପିତା ପୁତ୍ରଙ୍କର ହେଲା ଅସଂକ୍ଷେପ ରଣ ।ଏସନ ସଂଗ୍ରାମ କାହିଁ ନ ଦେଖି ଦୃମିଳଆନନ୍ଦ ମନେ କହଇ ହୋଇଣ ପ୍ରଫୁଲ୍ଲ ।କେଉଁ ଭାଗ୍ୟେ ଉଗ୍ରସେନ କଲା ତୋତେ ଜାତଧନ୍ୟ ଧନ୍ୟ ତୋହର ହୋ ଗର୍ଭଧାରୀ ମାତଭୋଜବଂଶରେ ଜାଣଟି ଯେତେ ରାଜା ହେଲେଏଡ଼େ ବିଖ୍ୟାତ ହୋଇ କେ ଏମନ୍ତ ନ କଲେ ।ନିଶ୍ଚୟ ମଥୁରା ରାଜ୍ୟ ଏଠାରୁ ସରିଲାକଂସର ପରାଣ ମୋର ହସ୍ତରେ ପଡ଼ିଲା ।ଏ କଥା ଯହୁଁ ଶୁଣିଲେ ଯଦୁବୀରମାନେକୋପାନଳେ ମାଇଲେ ସେ ବାଣ ଅନୁକ୍ଷଣେ ।ନିଶ୍ୱାସକେ ବାଣ କଂସ ବିନ୍ଧେ କୋଟି କୋଟିକଥା କହୁ କହୁ ବାଣ ଆସଇ ଯେ ଘୋଟି ।ନିରନ୍ତରେ ପଡ଼ଇ ସେ ଯେହ୍ନେ ଜ୍ୟୋତିମାଳେପୃଥିବୀଯାକ କମ୍ପିଲା କଂସ ଦର୍ପବଳେ ।ଏମନ୍ତ ଦେଖି ଦୃମିଳ ଚକିତ ହୋଇଲାଧନ୍ୟ ଧନ୍ୟ କ୍ଷତ୍ରି ବୋଲି ବହୁ ପ୍ରଶଂସିଲା ।କାହାର ନନ୍ଦନ ତୁହି ଅଟୁ କାହା ବଂଶରଣେ କପାଇଁ ତୁ ମୋର ପୁଅ କଲୁ ଧ୍ୱଂସ ।ଅକସ୍ମାତେ ଶତ୍ରୁହେଲୁ ପୂର୍ବୂ ନୋହୁ ବାଦୀଅକାରଣେ କାହିଁପାଇଁ ହେବୁ ଶିରଚ୍ଛେଦି ।ଅପୂର୍ବ ବନଗୋଟି ମୋ କଲୁ କିପାଁ ନାଶକେବଣ କୁଳରେ ଜାତ କେବଣ ପୁରୁଷ ।ଅନେକ କାଳରୁ ମୁହିଁ ଏଥେ ଥାଇ ରହିଏ ରାଜ୍ୟରେ ପଶିଲୁରେ କହ କାହିଁପାଇଁ ।ଦୃମିଳ ବାଣୀ ଶୁଣିଣ ବୋଲେ ବୀର କଂସଉଗ୍ରସେନ ରାଜା ଅଟେ ଭୋଜ ଜଦୁବଂଶ ।ତାହାର ନନ୍ଦନ ମୁହିଁ ଅଟେ ଜଗଜ୍ଜିତାପବିତ୍ର ଭୋଜବଂଶୀ ଯେ ଇନ୍ଦୁମତୀ ମାତା ।ପିତା ଉଗ୍ରସେନ ମୋତେ ରାଜ୍ୟଭାର ଦେଲାନବଖଣ୍ଡ ମହୀଭାଗେ ଅଭିଷେକ କଲା ।ମଥୁରା ରାଜ୍ୟରେ ମୋତେ କଲାକ କାରେଣିଛପନ କୋଟି ଯାଦବ ପରେ ଶିରୋମଣି ।ପିତାର ଆଜ୍ଞାରେ ମୁହିଁ ନୃପତି ହୋଇଲିଦେବ ଦାନବ ଜିଣିବା ପାଇଁ ବିଜେ କଲି ।ସଙ୍ଗତରେ ଅଷ୍ଟମଲ୍ଲ ଅଛନ୍ତି ମୋ ସଖାସ୍ୱର୍ଗ ମଞ୍ଚ ପାତାଳ ମୁଁ ଜିଣିପାରେ ଏକା ।ତୁ କିପାଇଁ ପଥ ମୋତେ ନିରୋଧୁଛୁ ଆସିଜାଣି ଗଳାରେ ଲଗାଉଅଛୁ କାଳଫାଶୀ ।ପ୍ରଥମ ଅନୁକୂଳେ ତୁ କଲୁ ଯେ ବିଖଣ୍ଡଏହିକ୍ଷଣି ତୋର ଛେଦି ପକାଇବି ମୁଣ୍ଡ ।ଏହା ଶୁଣି ଦାନବ ଯେ ହର୍ହସିତ ହୋଇକଂସ ମୁଖ ଚାହିଁ କାନ୍ଦେ ଉଚ୍ଚେ ଶବଦାଇ ।ଦୃମିଳ ବୋଲଇ ବାବୁ ଶୁଣ ସିଦ୍ଧକଥାତୁ ମୋହର ପୁତ୍ର ଅଟୁ ମୁଁ ତୋହର ପିତା ।ଯେବଣ ପ୍ରକାରେ ତୁହି ହୋଇଲୁରେ ଜାତତଦନ୍ତ କରି ଜାଣଇ ଏହା ତୋର ମାତ ।ମକର ସଂକ୍ରାନ୍ତି ଦିନ ଶୁଦ୍ଧସ୍ନାନ କାଳେଇନ୍ଦୁମତି ସ୍ନାନକରି ଉଠିଲାକ କୂଳେ ।ତାର ମୁଖ ଚାହିଁ ଚାହିଁ କାମେ ବଶ ହେଲିକାମଦେବ ଜ୍ୱାଳାକୁ ଯେ ସହି ନ ପାରିଲି ।ଜଳନ୍ଧର ଦିବ୍ୟାବେଳେ ଜାଣେ କୂଟମାୟା ।କପଟରେ ଧରିଲି ମୁଁ ଉଗ୍ରସେନ କାୟା ।ଜଳଘାଟେ କଲି ତାର ସଙ୍ଗତେ ବିହାରସେହି ସଂଯୋଗେ ରହିଲୁ ଗର୍ଭରେ ତାହାର ।କେହି ନ ଜାଣନ୍ତି ଅତି ଗୁପତ ଏ କଥାଏକା ଜାଣଇ ତୋହର ଗର୍ଭଧାତା ମାତା ।ତୁମ୍ଭେ ମୋର ପୁତ୍ର ବାବୁ ମୁଁ ତୁମ୍ଭ ପିଅରଏ ବଚନ ଗୋଟି ବାବୁ ଅଟେ ନିରାଧାର ।ଯଦି ଉଗ୍ରସେନ ରାଜା ବୀର୍ଯ୍ୟେ ଜାତ ହେଲୁଏଡ଼େ ବଡ଼ ପରାକ୍ରମ କିପରି କହିଲୁ ।ଏ ମୋହର ରେତେ ଜାତ ହେଲୁ ପୁତ୍ରଗୋଟିସଂଗ୍ରାମେ ଜିଣିଲୁ ତେଣୁ ସପ୍ତଦ୍ୱୀପା ସୃଷ୍ଟି ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତୁ କରିବୁ ରେ ସାଧ୍ୟଜିଣନ୍ତା ନୋହିବେ କେହି ଚରାଚର ମଧ୍ୟ ।ଏ ତୋହର ରୂପ ଦେଖି ହୋଇଲି ମୁଁ ବଶଏ ଜନ୍ମ ଦୃଷ୍କୃତ ମୋର ହେଲା ଆୟୁନାଶ ।ନ ଜାଣି ପିତା ପୁତ୍ରରେ ହୋଇଲାକ ରଣତୋର ରୂପ ଦେଖି ପୁତ୍ର ପାଇଲି କାରଣ ।ଦୃମିଳ ବଚନ ଶୁଣି କଂସ ମହାବୀରଅଧର କମ୍ପାଇ କୋପେ କରଇ ଉତ୍ତର ।ପୁଚ୍ଛ ମାଡ଼ିଲେ ଯେସନେ ଗର୍ଜେ କାଳସର୍ପକଂସ ବୋଇଲା ତୋହର ହେଲା ଏଡ଼େ ଦର୍ପ ।ଅସୁର ନିଲକ୍ଷଣତୁ ଅଟୁରେ ପାମରଏକ୍ଷଣି ପ୍ରାଣ ଘେନିବି ତୋର ନିଶାଚର ।ଆଜି ତୋ ପ୍ରାଣେ କେ ଆସି ରଖୁ ରତିଚୋରଏକ୍ଷଣି ଘେନିବି ଆରେ ଜୀବନ ତୋହର ।ଏଡ଼େ ବଡ଼ ଲଜ୍ଜାକଥା କହିଲୁ ରେ ମୋତେଅନେକ ଦଣ୍ଡ ଦେବଇଁ ମାରିବଇଁ ତେତେ ।ଯଦି ଦିଗପାଳେ ପକ୍ଷ ହେବେ ଚନ୍ଦ୍ର ସୂର୍ଯ୍ୟଇନ୍ଦ୍ର ଆଦିକରି ତୋତେ ମାରିବଇଁ ଆଜ ।ଦେବ ଗନ୍ଧର୍ବ ସହିତେ ଯେ କରିବ ରକ୍ଷାଅବଶ୍ୟ ମାରିବି ତାକୁ ତୋତେ ଏ ମୋ ଦୀକ୍ଷା ।ଏହା କହିଣ ନାରାଚ ପେଷେ ବୀର କଂସତୋତେ ମାଇଲେରେ ମୋର ନାହିଁ କିଛିଦୋଷ ।ତିଳ ପ୍ରମାଣ କରି ମୁଁ କାଟିବି ତୋ ମାଂସଦୃମିଳ ବୋଲି ପୁତ୍ର କ୍ଷମାକର ଦୋଷ ।ମୋହର ରେତରୁ ତୁହି ହୋଇଛୁ ଜନମମୋତେ ନାଶ କଲେ ତୋର ଯିବ ସବୁ ଧର୍ମ ।କଂସ ବୋଲେ ରେ ପାମର ଅଟୁ ମନ୍ଦଜାତିଧର୍ମକୁ ଲଘିଂଲୁ ତୁରେ କଲୁ ଏ ଅନୀତି ।ଗୋପନରୂପେ ବିଶ୍ୱାସଘାତକତା କଲୁଅସୁର ହୋଇ ଘୋର ଅନୀତି ଆଚରିଲୁ ।ରାଜପତ୍ନୀ ହରିଲୁରେ କରି କୂଟମାୟାସ୍ୱଦେହେ ଭୁଞ୍ଜିବୁ ସିନା ଅର୍ଜିଅଛୁ ଯାହା ।ଗୁରୁପତ୍ନୀ ହରିଅଛୁ କପଟେ ରାକ୍ଷସତୋତେ ମାଇଲେ ତହିଁରେ କିଛି ନାହିଁ ଦୋଷ ।ଯେବେ ନ ମାରି ମୁଁ ଛାଡ଼ି ଦେବି ରେ ଦନୁଜଜନମୁଖେ ଉପହାସ ପାଇବିରେ ଆଜ ।ଆଗହୁଁ ନାରଦ କହିଅଛନ୍ତି ତୋ କଥାସେହିଦିନୁ ମୋ ମନରେ ଲାଗିଅଛି ବ୍ୟଥା ।ଆବର ସତୀରେ ତୋତେ ଦେଇଅଛି ଶାପମୂଢ଼ ନିଲକ୍ଷଣ ତୁ ରେ କଲୁ ମାହାପାପ ।ଯାହା ଅର୍ଜିଅଛୁ କର୍ମେ ଫଳିବ ନା ତାହାନିସତ ହେଉ ତୁ ନିଶ୍ଚେ ଛେଦିବି ତୋ ହିୟା ।ପିତୃ ମାତୃ ଶତ୍ରୁତୁ ରେ ମୋହର ବଇରିପତିବ୍ରତା ସ୍ତିରୀକି ତୁ ବଳାତ୍କାରେ ହରି ।ବେଦ ଶାସ୍ତ୍ର ନ ବିଚାର କଲୁ ରେ ଅହନ୍ତାଧନବନ୍ତ ହୋଇ ଯାର ଧର୍ମେ ନାହିଁ ଚିନ୍ତା ।ଜଣେ ଦ୍ୱନ୍ଦକରି କରେ ବହୁଲୋକ ମନ୍ଦସହୋଦର ସଙ୍ଗେ ଯେହୁ କରେ କଳିଦ୍ୱନ୍ଦ୍ୱ ।ଆପଣା ଆତ୍ମାକୁ ଆପେ ମୃତ୍ୟୁହସ୍ତେ ଦେଇଧର୍ମ ଶାସ୍ତ୍ର ପ୍ରମାଣେ ସେ ଆତ୍ମଘାତି ହୋଇ ।ଶୌର୍ଯ୍ୟବଳ ଥାଉଁ ଶତ୍ରୁ ନ କରେ ଯେ ନାଶଅନ୍ତଃକାଳେ କୁମ୍ଭୀପାକ ନର୍କେ ତାର ବାସ ।ତୁ ହୀନ ପାମର ବଳେ ହରିଲୁ ମୋ ମାତାକୁଳକୁ କଳଙ୍କ ମୋତେ ଲାଗେ ବଡ଼ ବ୍ୟଥା ।ଜାଣି ଶୁଣି ଆଜି ଯେବେ ନ ମାରିବି ତୋତେଇହ ଲୋକେ ଲାଜ ପରଲୋକେ ଦୁଃଖ ମୋତେଏତେ ବୋଲି ଧନୁ ବେଗେ ଧଇଲାକ ତୋଳିପ୍ରଳୟ ସମୁଦ୍ର ଜାଣି ଗର୍ଜ୍ଜେ ମହାବଳୀ ।କାଳାନଳ ପ୍ରାୟେ ଦିଶେ ତାର ବେନି ଆଖିପାତ୍ର ମନ୍ତ୍ରୀ ଅଷ୍ଟମଲ୍ଲ ଡରିଲେ ତା ଦେଖି ।କଂସ ବିଶ୍ୱମୂର୍ତ୍ତି ଦେଖି ଦେବୀ ବସୁନ୍ଧରୀଡରେ ଥରହର ହୋଇ ଗର୍ଜ୍ଜନ ଉଭାରି ।ଲୌହଧନୁକୁ ଆକର୍ଷି ଧରି ବାମକରେସହସ୍ର ବାଣ ବିନ୍ଧିଲା ଅସୁର ଉପରେ ।କଙ୍କପକ୍ଷ ତିକ୍ଷ୍ଣମୁନା ଦଶସସ୍ର ବାଣଗୁଣେ ବସାଇ ବିନ୍ଧିଲା କରି ଗୁରୁଟାଣ ।ଆସନ୍ତେ ସେ ବାଣ ତହିଁ ଦିଶଦିଗ ପୂରିଚକ୍ଷୁର ଛଟକେ ବାଣ ବିନ୍ଧେ ରୋଷ କରି ।ଚଳିଲେ ସେ ବାଣମାନ ଶୂନ୍ୟପୁର ଘୋଟିକୁହୁଡ଼ି ଯେସନେ ଘୋଟି ନବଦ୍ୱୀପା ସୃଷ୍ଟି ।ବାଣ ଆସନ୍ତେ ଦୂରୁ ତା ଦୃମିଳ ଦେଖିଲାସଂଗ୍ରାମରୁ ଅନ୍ତରାଳ ହୋଇଣ ଧାଇଁଲା ।ଅନିବାରଣ ଯୋଦ୍ଧା ଯେ ଅଟେ କଂସରାୟଝିଙ୍କପକ୍ଷୀ ପ୍ରାୟ ଶର ଭେଦେ ଦୈତ୍ୟକାୟ ।ଅନେକ ବାଣ ଶରୀରେ ଅଛି ତାର କଣ୍ଟିବାଣର ଉପରେ ବାଣ ପଡ଼ି ଦେହ ଫୁଟି ।ରୋମେ ରୋମେ ରୁଧିର ତା ଦେହଯାକୁ ଗଳିହିଙ୍ଗୁଳ ପର୍ବତ ପ୍ରାୟ ଦିଶେ ମହାବଳୀ ।ବେଳୁବେଳ ବ୍ୟଥା ପାଇ ଅସୁର ଶରୀରକୋପ ବହି କଂସାସୁର ବିନ୍ଧୁଅଛି ଶର ।କି କରିବି ବୋଲି ମନେ ବିଚାର କରଇକଂସର ଉପରେ ବେଗେ ମାରେ ଗଦାନେଇ ।ଦେହେ ବାଜି ଗଦା ଭାଙ୍ଗେ ବେନିଖଣ୍ଡ ହୋଇଦେଖି ଦୃମିଳ ଦୈତ୍ୟକୁ କିଛି ନ ସ୍ଫୁରଇ ।ଗଦା ଭଗ୍ନ ଦେଖିଣ ସେ କଂସ ମହାବୀରଅଧାଚନ୍ଦ୍ର ବାଣ ପେଷି ଦେଲା ଧାତିକାର ।ବାଣ ବାଜନ୍ତେ ତା ବେନି ଭୁଜ ଗଲା ଛିଡ଼ିଗଦା ବେନି ଦୁଇ ଭୁଜୁ ଖସି ତଳେ ପଡ଼ି ।ଭୁଜ ଛିଡ଼ନ୍ତେ ଅସୁର କୋପେ ଅନ୍ତରାଳବୋଇଲା ଆଜ ନିଶ୍ଚୟ ପୁରିଲା ମୋ କାଳ ।ସତୀ ଶାପ ଏତେଦିନ ହେଲା ମୋତେ ଭୋଗଏହି ପୁତ୍ର ହସ୍ତେ ମୋର ଅଛି ମୃତ୍ୟୁଯୋଗ ।ଏତେକ ବୋଲି ଦାନବ ଧାଇଁଲା ଗରଜିମେରୁ ବା ମନ୍ଦର ଗିରି ପଡ଼ିଲା କି ଭାଜି ।ଉଦୟ ଗିରି ଯେସନ ଦିଶେ ରଙ୍ଗମୟତେସନ ସଂଜାତ ସେହି ଅସୁରର କାୟ ।ଯାଦବଙ୍କ ଉପରକୁ ପଡ଼ିଲାକ ମାଡ଼ିଦେଖିଣ ଯାଦବବୀରେ ପଳାଇଲେ ଛାଡ଼ି ।ଏସନକ ରୂପ ତାର ଦେଖେ କଂସାସୁରଦେଖୁ ଦେଖୁ ବିସ୍ତାରିଲା ଦୈତ୍ୟ କଳେବର ।ଲହଲହ ଜିଭ କରେ ବିସ୍ତାର ତା ତୁଣ୍ଡଆକାଶ ମାର୍ଗରେ ଯାଇ ଲାଗିଲାକ ମୁଣ୍ଡ ।ଦନ୍ତ ରଗଡ଼ି ଛାଡ଼ଇ ମହାଘୋର ରଡ଼ିଆଷାଢ଼ ମାସରେ ଯେହ୍ନେ ମେଘ ଘଡ଼ଘଡ଼ି ।ଖାଙ୍କର କେଶ ତାହାର ବିକରାଳ ମୂର୍ତ୍ତିନିର୍ଧୂମ ଅନଳ ଜିଣି ନୟନର ଜ୍ୟୋତି ।ଭୟଙ୍କର ମୂର୍ତ୍ତିଧରି ମିଳେ କଂସ ଆଗମହାଘୋର ଶଦରେ କମ୍ପେ ଦଶଦିଗ ।ଏସନ ସଂଜାତ ରୂପ ଦେଖି ଉଗ୍ରସେନିବିନ୍ଧେ କତୁରୀ ନାରାଚ ଗୋଟା କରେ ଘେନି ।ମନ୍ତ୍ରେ ଆଧାନ କରିଣ ପେଷିଲାକ ବାଣଦାନବର କନ୍ଧେ ଯାଇ ପଡ଼ିଲା ତକ୍ଷଣ ।ବେକଠାରୁ ଛିଡ଼ି ଦୈତ୍ୟ ହେଲା ବେନିଖଣ୍ଡପର୍ବତ ସମାନ ତହିଁ ପଡ଼ିଲା ତା ପିଣ୍ଡ ।ଦାନବ ନିହତ ଦେଖି ଯାଦବ ସଇନ୍ୟଆନନ୍ଦେ ସର୍ବେ କଂସକୁ କଲେ ଧନ୍ୟ ଧନ୍ୟ ।ଅଷ୍ଟମଲ୍ଲ ସହିତରେ ଯେତେ ସୈନ୍ୟ ଥିଲେପରମ ଆନନ୍ଦ ହୋଇ ଜୟ ଜୟ କଲେ ।ଯେତେବେଳେ ସେ ଦାନବ ଭୂମିରେ ପଡ଼ିଲାଜାଜ୍ଜ୍ୱଲ୍ୟମାନ ତା ତେଜ ସଂସାରେ ଦିଶିଲା ।ଅଦ୍ଭୁତ ପୁରୁଷ ଏକ ହେଲା ତହୁଁ ଜାତଅତ୍ୟନ୍ତ ସୁନ୍ଦର କାମଦେବର ସଂଜାତ ।ପୁଷ୍ପ ବିମାନ ଆରୋହି ଗଲା ଶୂନ୍ୟ ମାର୍ଗେକଂସ ଦେଖନ୍ତେ ସେ ଯାଇ ବସିଲାକ ସ୍ୱର୍ଗେ ।ଝଞ୍ଜାଳ କାହାଳ ବାଜେ ଅଳାବେଣୀ ପୁଣିଡରେ ଖଟିଲେ ଛାମୁରେ ସ୍ୱର୍ଗ ବିଳାସିନୀ ।ପାଟଛତ୍ର ଚାମର ଯେ କରେ ଧୂପକାଠିବିଦ୍ୟାଧରେ ଅଇଲେ ଯେ ନେବାକୁ ପାଛୋଟି ।ସେ ଦୈତ୍ୟ ହୃଦେ ଯେବଣ ପୁରୁଷେକ ଥିଲାଅଭିଶାପ ପାଇକରି ସ୍ୱର୍ଗକୁ ଚଳିଲା ।ଜୟ ଜୟ ଜଗନ୍ନାଥ ଜଗତର ବନ୍ଧୁଭକତଜନ ତାରଣ କୃପାଜଳସିନ୍ଧୁ ।କରୁଣାସାଗର ହରି ବଇକୁଣ୍ଠବାସୀଅଚ୍ୟୁତାନନ୍ଦ ମୁଁ ତବ ଦାସ ଦିବାନିଶି ।