ଦେବକୀ ଓ ଦୈବକୀ ବିଭା — ହରିବଂଶ (ପ୍ରଥମ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଧର୍ମ ଏକା ଏ ସଂସାର ଜଳକୁ ନଉକା
ଅନ୍ତଃକାଳେ ଜାଣ ଏକା ଧର୍ମ ଅଟେ ସଖା ।
ଧର୍ମକୁ ଆଶ୍ରେ କଲେ ନ ଥାଇ କିଛି ଭୟ
ଗ୍ରହପୀଡ଼ା ନ ଥାଇଟି ସଂଗ୍ରାମରେ ଜୟ ।
ଏମନ୍ତ ଯେ ତିଆରିଲା ରାଜା ଉଗ୍ରସେନ
କଂସରାଜା ନ ଶୁଣଇ ପିତାର ବଚନ ।
କଂସ ବୋଲେ ପିତା ଜାଣେ ମୁଁ ସର୍ବ ବ୍ୟାଖ୍ୟାନ
ମୁଁ ଯାହା କହୁଛି ଏବେ ଶୁଣ ମୋ ବଚନ ।
ଯେବଣ ଦଇବ ମୋତେ ଦେଇଅଛି ଜାତ
ସଦମାର୍ଗ ବୁଦ୍ଧି ମୋତେ ନ ଦେଲା କିଞ୍ଚିତ ।
ଅମାର୍ଗ ଦୁରାଚାର ଯେ ଦୁର୍ଜନ କୁସଙ୍ଗ
ଏହା ବିନେ ଆନେ ମୋର ନାହିଁ ଅନୁରାଗ ।
ଉଗ୍ରସେନ ବୋଲେ ପୁତ୍ର ଅଛି ମୋର କର୍ମ
ଯେଉଁ ବିଧାତା କରିଛି ତୁମ୍ଭଙ୍କୁ ଜନମ ।
ସେ ସିନା ଜାଣିବ ପୁତ୍ର ତୁମ୍ଭ ଲାଭ ହାନି
ଏତେବୋଲି ରାଜା ତହୁଁ ହୋଇଲେକ ତୁନି ।
ଏଥୁ ଅନନ୍ତରେ ତହିଁ କେତେ ଦିନ ଗଲା
ନିଅବକାଶେ ରାଜାକୁ ରାଣୀ ଜଣାଇଲା ।
ଦେବକୀ ଦୈବକୀ ବେନି ଦୁହିତା ତୁମ୍ଭର
ଏମାନଙ୍କ ବିଭା ପ୍ରଭୁ ମନରେ ବିଚାର ।
ସୁକୁମାରୀ ସୁନ୍ଦରୀ ଏ ହେଲେ ନବଯୁବା
ରୂପ ଅନୁରୂପେ ବର ଆଣି କର ବିଭା ।
ଜାତି କୁଳ ଗୋତ୍ର ରୂପ ଗୁଣଜ୍ଞ ବିଚାରି
ପ୍ରଦାନ କର ଭୋ ପ୍ରଭୁ ଏ ବେନି କୁମାରୀ ।
ଏ କଥା ଗୋଟିକେ ଦେବ ନକର ଅଳସ
କୁଳକୁ କଳଙ୍କ ହେଲେ ଧର୍ମ ଯାଇ ନାଶ ।
ରାଣୀର ବଚନ ଶୁଣି ରାଜା ଉଗ୍ରସେନ
ବିଶ୍ୱାସୀ ଲୋକମାନଙ୍କୁ ହକାରି ବହନ ।
ମନ୍ତ୍ରୀ ଅମାତ୍ୟ ଯେ ଗୁରୁ ପୁରୋହିତ ରାଇ
ରଣରାଜ ପୁତ୍ରଙ୍କୁ ସେ ପାଖରେ ବସାଇ ।
ବୋଲେ ଆମ୍ଭ ବେନି କନ୍ୟା ହେଲେ ନବଯୁବା
ରୂପ ଅନୁରୂପ ବର ବାଛି କର ବିଭା ।
ଏମନ୍ତ ଶୁଣି ସମସ୍ତେ ବିଚାରିଲେ ବସି
ବସୁଦେବକୁ ଦେବକୀ ଦୁହିତା ଦିଅସି ।
ଦମଘୋଷକୁ ଯେ ଦିଅ ଆରେକ କୁମାରୀ
ଏ ଦୁଇ ବର ବୋଇଲେ ସମସ୍ତେ ବିଚାରୀ ।
କୁମ୍ଭ ଶୁକ୍ଲ ତ୍ରୟୋଦଶୀ ତିଥି ଗୁରୁବାର
ମଘା ନାମରେ ନକ୍ଷତ୍ର ଅଟେ ସେ ଦିନର ।
ସିଂହ ବାଳବକରଣ ଚନ୍ଦ୍ର ନାମେ ଯୋଗ
କୁମ୍ଭ ସଂକ୍ରାନ୍ତିର ଊନବିଂଶ ଦିନ ଭୋଗ ।
ବୃହସ୍ପତିଙ୍କ ବେଳାରେ ବିଭାର ବିଚାର
ଜଉତିଷେ ଶୁଭଲଗ୍ନେ ଧଇଲେ ଆବର ।
ସେ ଦିନ ବସୁଦେବକୁ ଆଣିଗଲେ ବରି ।
ବରି ଆଣିଲେ ତାହାକୁ ବରବେଶ କରି ।
ଡାହାଣାବର୍ତ୍ତକ ଶଙ୍ଖେ ଗଙ୍ଗାଜଳ ଦେଲେ
ବର କନ୍ୟା ନାମ ଧରି ଶିରେ ନହୁଡ଼ିଲେ ।
ଦେବକୀ ବସୁଦେବକୁ ବିଭା ଯେ କରାନ୍ତି
ଶଙ୍ଖେ ପାଣି ଧରି ଆଣି ଯଉତୁକ ଦ୍ୟନ୍ତି ।
ରଥ ଗଜ ତୁରଙ୍ଗମ ଦାସୀ ଆଦି କରି
ଗୋରୁ ମଇଁଷି ଭଣ୍ଡାର ଧନ ଦେଇ କରି ।
ପୂର୍ବ ବିଧିମତେ ଯଉତୁକମାନ ଦେଲେ
ମଙ୍ଗଳ ଉତ୍ସବେ ଅତି ଯତ୍ନେ ବିଭାକଲେ ।
ବସୁଦେବଙ୍କୁ ଦେବକୀ କନ୍ୟା ବିଭା କରି
ବାଜଇ ଦମା ଟମକ ଶଙ୍ଖ ଢୋଲ ଭେରୀ ।
କଡ଼ା ମର୍ଦ୍ଦଳ ବାଜଇ ବାଜେ ବୀରଘୋଷ
ନାନାଦି ବୀରବାଦ୍ୟରେ ପୁରେ ଦଶଦିଶ ।
ଉଭୟକୁଳ ଉଚ୍ଚାରି ସପତ ପୁରୁଷ
ବର କନ୍ୟା ହସ୍ତେ ନେଇ ବାନ୍ଧିଲେକ କୁଶ ।
ଯୁବତୀଗଣେ ଗାବନ୍ତି ମଙ୍ଗଳ ଯେ ଗୀତା
ଆପେ ଉଗ୍ରସେନ କୋଳେ ବସାଇ ଦୁହିତା ।
ସନ୍ତୋଷ ହୋଇଣ ଉଗ୍ରସେନ ଯେ ରାଜନ
ଯଉତୁକ ଦେଲା ଲକ୍ଷମାଢ଼ ଯେ ସୁବର୍ଣ୍ଣ ।
ବେନିସସ୍ର ରଥ ଚାରିସସ୍ର ଲାଜ ଚାରୁ
ଦଶସସ୍ର ପଦାତିକ ଆଠ ସସ୍ର ବାରୁ ।
ପୁଣିହିଁ ରାଜନ ଶଙ୍ଖେ ଜଳତିଳ ଭରି
କୋଟି ରତ୍ନ ଦେଲା ମନେ ଶ୍ରୀକୃଷ୍ଣ ସୁମରି ।
ଦାସୀ ପରିବାରୀ ଦେଲେ ଗୋରୁ ଦାନମଳେ
ଅନେକ ଯଉତୁକ ସେ ଦେଲେ ବିଭାବେଳେ ।
ଆରେକ ଦୁହିତା ନାମ ଦଇବକୀ ବାଳୀ
ଦମଘୋଷ ନୃପତି ଦେଲେ ସତ୍ୟ ପାଳି ।
ବିଧିମତେ କଲେ ଗଜତୁରଙ୍ଗମ ଦାନ
ରଥ ଆଦି କରି ନାନାବିଧ ଦ୍ରବ୍ୟମାନ ।
ଚଉଠି ସପ୍ତମଙ୍ଗଳା ସାରିଲେ ଯେ ବିଧି
ଉଗ୍ରସେନ ଘରେ ଯେଉଁଦିନ ଯେଉଁ ସିଦ୍ଧି ।
ବିବାହବିଧି ସାରିଣ ଜାମାତା ସେ ବେନି
ଯେ ଯାହା ମନ୍ଦିରେ ଗଲେ ନିଜକନ୍ୟା ଘେନି ।
ବିଷ୍ଣୁ ବଂଶେ ଜାତ ସେ ଯେ ବସୁଦେବ ନାମା
ଦେବକୀ ନାମେ ଯେ କନ୍ୟା ରୂପେ ଅନୁପମା ।
ସୁଘୋଷର ପୁତ୍ର ଅଟେ ଦମଘୋଷ ବୀର
ଦଇବକୀ ନାମେ କନ୍ୟା ହୋଇଲା ତାହାର ।
ମଧୁରାରେ ବସୁଦେବ ଦେବକୀ ରହିଲେ
ଦମଘୋଷ ଦଇବକୀ କନ୍ୟା ଘେନିଗଲେ ।
ଚେଦିନାମେ ଦେଶରେ ସେ ହୋଇଲା ପ୍ରବେଶ
ନଗ୍ରେ ପଶନ୍ତେ ଶୁଭଇ ମଙ୍ଗଳ ସୁଘୋଷ ।
ଶେଷ ହୋଇଲା ଦେବକୀ ଦଇବକୀ ବିଭା
ଅଚ୍ୟୁତାନନ୍ଦ ଦାସକୁ ମୁକ୍ତିଗତି ଦେବା ।
କଂସ ନାରଦଙ୍କ ମନ୍ତ୍ରଣା ଓ ଅଷ୍ଟମଲ୍ଲଙ୍କ ସଙ୍ଗେ କଂସର ଭେଟ
ଶୁକମୁନି ବୋଲେ ଶୁଣ ପରୀକ୍ଷିତ ରାୟେଏ ଆଦ୍ୟ ଖଣ୍ଡ ଶୁଣନ୍ତେ ପାପ କ୍ଷୟ ହୁଏ ।କେତେକ ଦିନେ ନାରଦ ନାମେ ମହାମୁନିମିଳିଲେ ଆସି ମଥୁରାପୁର ରାଜଧାନୀ ।ହସ୍ତେ ବ୍ରହ୍ମାବୀଣା ଶୋହେ ପିଙ୍ଗଳ ମୁରତିନିର୍ଧୂମ ଅଗ୍ନି ପରାୟ ଦିଶେ ତାଙ୍କ ଜ୍ୟୋତି ।ମନପବନ ଦଣ୍ଡରେ ଚଢ଼ି ହରି ରଟିସ୍ଫଟିକମଳି ହସ୍ତେରେ କଟିରେ ଲେଙ୍ଗୁଟି ।କୃଷ୍ଣାଜିନ ଉତ୍ତରୀୟ କନ୍ଧରେ ପଇତାଦ୍ୱାଦଶ ଟିପା ଅଙ୍ଗରେ ହରିନାମ ଚିତା ।ଗଳେ ତୁଳସୀ କୁଣ୍ଡଳ ରତ୍ନ କର୍ଣ୍ଣେ ଶୋହେଗଙ୍ଗାଜଳ କମଣ୍ଡଳ କରେ ଶୋଭାପାଏ ।କଳି ଧୁକୁଡ଼ି କାଖରେ ଦେବକାଣ୍ଡ ଘେନିକଟୀରେ ବେଢ଼ାଇଛନ୍ତି କଉପୁନି ମୁନି ।ଦେବପତିର ସମାନ ଅଟନ୍ତି ସେ ଯତିଅଦ୍ଭୁତେ ଆକାଶେ ପଥୁଁ ଖସିଣ ଆସନ୍ତି ।ମୁନିଙ୍କ ଦେଖିଣ କଂସ ନିସ୍ତରିଲି କହେଆସ୍ଥାନ ତେଜିଣ ରାଏ ପାଏ ପଡ଼ି ଶୋଏ ।ପ୍ରମାଣ କରିଣ ସେହି ଯୋଡ଼େ ବେନି କରଭୋ ମୁନି ଜୀବନ ଆଜ ସଫଳ ମୋହର ।ଧନ୍ୟ ଧନ୍ୟ ଧାତା ମୋତେ କଲା ଏଥି ଜନ୍ମତୁମ୍ଭଙ୍କୁ ଦେଖିଲି ମୁନି ସଫଳ ମୋ ଦିନ ।ଏତେ ବୋଲି କଂସ ମୁନି ଚରଣ ଧଇଲାପାଦୋଦକ ହସ୍ତେ ନେଇ ଗର୍ଭକୁ କ୍ଷେପିଲା ।କଂସର ନିର୍ମଳ ଭକ୍ତି ଯେହୁଁ ସେ ଦେଖିଲେମହାମନ୍ତ୍ର ପଢ଼ି ମୁନି କଲ୍ୟାଣ ବାଞ୍ଛିଲେ ।କଂସ ବୋଇଲା ମୁନି ହେ ପଥଶ୍ରାନ୍ତ ହୋଇମୋ ପୁରେ ଆଜି ବିଜୟ କଲ କିସ ପାଇଁ ।ନାରଦ ବୋଇଲେ ରାଜା ଦୟା ଯହୁଁ ତୋତେଶ୍ରଦ୍ଧାରେ ଅଇଲି ତେଣୁ ଦେଖିବା ନିମନ୍ତେ ।ତେଜେ ବଳବନ୍ତ ତୁହି ଅଟୁ ସାମରଥାତ୍ରିଇଲୋକେ ବିଖ୍ୟାତ ହୋଏ ତବ କଥା ।ସ୍ୱର୍ଗ ମଞ୍ଚ ପାତାଳେ ତୁ ହୋଇବୁ କାରେଣୀରାଜାମାନଙ୍କୁ ଧ୍ୱଂସିବୁ ତୁ ହୋ ବୀରମଣି ।ତୋତେରେ ନୋହିବେ ସମ ରବିତଳେ କେହିଅନେକ ବାର ଜନ୍ମିଲୁ ତୁହି ଦେହବହି ।ଯେ ତୋହର ଶତ୍ରୁତାକୁ ନ ଜାଣୁ ନ ଚିହ୍ନୁକାଳ କବଳରେ ପଡ଼ି କିଛି ନ ପ୍ରମାଣୁ ।କରିବୁ ଯେବେ ସଂଗ୍ରାମ ତୁ ହୋ ଅଙ୍ଗଛଳେକୋଟି ଇନ୍ଦ୍ର ହେଲେ ଜିଣି ପାରିବୁ ତୁ ବଳେ ।ମଞ୍ଚପୁରେ ରାଜା କେହି ନୋହିବାକୁ ସମଶୂରବର ସୁନ୍ଦର ତୁ ଶତ୍ରୁ କାଳଯମ ।ବୀରଙ୍କ ଉପରେ ତୋର ବିଖାତ ଗାରିମାସଂଗ୍ରାମେ ଶତ୍ରୁକୁ ଜିଣି ରଖାଇଲୁ ସୀମା ।ବ୍ରହ୍ମକ୍ଷତ୍ରୀ ବୈଶ୍ୟ ଶୁଦ୍ର ଜାତି ଯେ ଅଟନ୍ତିଏ ଚାରିଙ୍କି ଚାରି କର୍ମ ବିହି ଦେଇଛନ୍ତି ।ବ୍ରହ୍ମ ଷଟ୍କର୍ମ ଅଟେ ଯେ ଯଜନ ଯାଜନ ।ଦାନ ପ୍ରତିଗ୍ରହ ଅଧ୍ୟୟନ ଅଧ୍ୟାପନ ।କ୍ଷତ୍ରିଙ୍କ କର୍ମ ସଂଗ୍ରାମ ଦାନ ଏହି ବେନିବାହୁଦର୍ପେ ସାଧନ୍ତି ସେ ସକଳ ମେଦିନୀ ।ବାହୁବଳେ ଚରାଚର ମେଦିନୀ ଘେନିବଶତ୍ରୁ ଆଗତ ହୋଇଲେ ନାରାଚ ମାରିବ ।ପରରାଷ୍ଟ୍ରକୁ ସଂଗ୍ରାମ କରି ବେଗେ ମାରିସହସ୍ରେକ ଅଶ୍ୱମେଧ ତାକୁ ନୋହେ ସରି ।ପିଣ୍ଡେ ପ୍ରାଣ ଥାଉ କରେ ଯେ ସଂଗ୍ରାମେ ଭୟକୁମ୍ଭୀପାକ ନରକରେ ପଡ଼େ ତାର କାୟ ।ଆରେ କଂସରାଜା ତୁହି ଶୁଣ ଆମ୍ଭ ବୋଲଏ ଦ୍ୱାପରଯୁଗର ଯେ ଅଟୁ ମହାମଲ୍ଲ ।ପୂର୍ବଜନ୍ମ କଥା ତୁହି ପାସୋରିଲୁ ବେଗେକାଳନେମି ଅବତାର ହେଲୁ ସତ୍ୟଯୁଗେ ।ଯୁଗାନ୍ତର ରୂପ ଦେଖୁ ଦେଖୁ ତୁ ଧଇଲୁଚଉରାସୀ ଯୁଗଯାଏ ନରକେ ପଡ଼ିଲୁ ।କାଳନେମି ଅବତାରେ ଦେବ ହୃଷିକେଶତିଳପ୍ରମାଣେ କାଟିଲେ ଏ ତୋହର ମାଂସ ।ହାଡ଼ ଗୋଡ଼ ରକତକୁ ମେଦି ଏକ କରିଅନେକ ଅବସ୍ଥା ତୋତେ ଦେଲେ ନରହରି ।ବଡ଼ବାନଳେ ଧଇଲୁ ତୁ ଅନେକ ଦେହଅନେକ ପ୍ରକାରେ ଦଗ୍ଧ ନୋହିଲା ତୋକାୟ ।ଚଉଦ ମନୁ ଯାଏ ସେ ସୁଝିଲେ ତୋ ସଙ୍ଗେନ କାଟିଲା ସୁଦର୍ଶନ ଚକ୍ର ତୋର ଅଙ୍ଗେ ।ସଂଗ୍ରାମ କଲେ ଗରୁଡ଼ ଉପରେ ସେ ଚଢ଼ିତୋ ନିଃଶ୍ୱାସରେ ଗଲେ ଶତ୍ରୁ ଶୂନ୍ୟେ ଉଡ଼ି ।କୌଣସି ପ୍ରକାରେ ତୋତେ ନ ପାରିଲେ ଜିଣିବିଶ୍ୱକୂଟ ମାୟାକଲେ ପ୍ରଭୁ ଚକ୍ରପାଣି ।ହୟଗ୍ରୀବ ରୂପ ତହୁଁ ଧରି ନାରାୟଣତୋର ମୁର୍ଦ୍ଧନା ବିଦାରି ଘେନିଲେ ତୋ ପ୍ରାଣ ।ଅନେକ ପ୍ରକାରେ ତୁହି ମାୟାରୂପ ଧରିସେ ଜନ୍ମେ ଗୋବିନ୍ଦହସ୍ତେ ତୁହି ଥିଲୁ ମରି ।ଏବେ କଂସ ରୂପେ ଆସି ଅବତାର ହେଲୁଉଗ୍ରସେନ ନୃପତିର ପୁତ୍ର ବୋଲାଇଲୁ ।ଆବର ହସ୍ତରେ ତୋର ମରଣ ତ ନାହିଁନାରାୟଣ ହିଁ ମାରିବେ ତୋତେ ଦେହବହି ।ଏ କଥା ଗୋଟି ତୁ ତଥ୍ୟ କରି ଜାଣିଥିବୁଗୋବିନ୍ଦର ହସ୍ତରେ ତୁ ନିଶ୍ଚୟ ମରିବୁ ।ତୁ ଯହୁଁ ଆମ୍ଭଙ୍କୁ ଜନ୍ମେ ଜନ୍ମେ ଥାଉ ସେବିଜାଣି ଏ କଥା କେମନ୍ତ ତୋତେ ନ କହିବି ।ଏହା ଶୁଣି କଂସରାଜା ସ୍ତମ୍ଭୀଭୂତ ହେଲାକରପତ୍ର ଯୋଡ଼ି ମୁନିଆଗେ ଜମାଇଲା ।ଭୋ ମୁନି ବଡ଼ ସନ୍ଦେହ ଲାଗିଲା ତ ମୋତେଭୀତିକି ପାଇଲି ଦକା ଲଗାଇଲ ଚିତ୍ତେ ।ଏ ମୋହର ମନଜ୍ଞାନେ ପ୍ରତେ ଯାଉନାହିଁନୟନେ ଦେଖିଲେ ସିନା ପ୍ରତେ ଯିବି ମୁହିଁ ।ନାରଦ ବୋଇଲେ ଆମ୍ଭେ ନ କହୁ ଯେ ମିଛଶ୍ରଦ୍ଧାହେଲେ ଦେଖାଇବା ତୋତେରେ ପ୍ରତ୍ୟକ୍ଷ ।କାଳନେମି ଅବତାରେ ଯେବଣହିଁ କାଳେପାଦ ନ ତିନ୍ତିଲା ତୋର ପ୍ରଳୟର ଜଳେ ।ତୋହର ଅଟନ୍ତି ଅଷ୍ଟମଲ୍ଲେ ପ୍ରାଣସଖାବୀଜମନ୍ତ୍ର ପଢ଼ିଲେ ସେ ଦେବେ ଆସି ଦେଖା ।ଗୁପତ କଥା ଗୋଟିଏ ପୂର୍ବସନ୍ଧି ବାଟଏ ମନ୍ତ୍ରଗୋଟି ପଢ଼ିଲେ ଲାଗିବ ଉଚ୍ଚାଟ ।ଏକାଶରୀରୁ ତୁମ୍ଭେ ଯେ ଦଶବର୍ଣ୍ଣ ହୋଇସର୍ବଦା କାଳରେ ତୁମ୍ଭେ ଥାଅ ଦେହବହି ।ଅନେକ ଦୂରରେ ଯେବେ ଥିବ ତୁମ୍ଭ ପିଣ୍ଡଏକ୍ଷଣି ହୋଇବେ ଆସି ଦେଖୁ ଦେଖୁ ରୁଣ୍ଡ ।ମେରୁ ଉତ୍ତର ଭଗରେ ବିଜୟ ଯେ ବନଅଙ୍ଗିରା ନାମେ ନଦୀ ଯେ ତଥି ବିତପନ ।କୁଣ୍ଡଳୀ ନାମେ ପର୍ବତ ଅଛି ସେ ନିକଟେତହିଁ ଦର୍ପିଷ୍ଠେ ଯେସନେ ଲୁଚିଥାନ୍ତି ଖଣ୍ଟେ ।ସୁଖେ ବିହରନ୍ତି ସେହି କାମରୂପୀ ହୋଇତାଙ୍କ ଡରେ ଜୀବଜନ୍ତୁ ଗମ୍ୟାଗମ୍ୟ ନୋହି ।ଅନେକ କାଳରୁ ସେହି ଲୋଡ଼ୁଛନ୍ତି ତୋତେଜାତ ହୋଇଅଛନ୍ତି ସେ ତୋହର ନିମନ୍ତେ ।ସେ ତୋର ପ୍ରାଣବନ୍ଧବ ଏହା ଭଲେ ଜାଣଗଉରବ କରି ବେଗେ ପାଶକୁ ତୁ ଆଣ ।ତାଙ୍କ ଥାନ୍ତେ ବାବୁ କିଛି ନାହିଁ ତୋର ଭୟକୋଟି ସିଂହ ଇନ୍ଦ୍ର କରି ନ ପାରନ୍ତି ଜୟ ।ତାହାଙ୍କ ସଙ୍ଗେ ତୁ ରହ ହୋଇ ଏକ ଗୋଷ୍ଠିସଖା ସହୋଦର ହୋଇଥିବେ ପାଦେ ଖଟି ।ସେମାନେ ତୋତେ ନ ଦେଖି ହୋଇଛନ୍ତି କଷ୍ଟୀଗୁପତ କଥା ଶୁଣିଣ କଂସ ହେଲା ତୁଷ୍ଟି ।ଏଥେ ତୁମ୍ଭେ ଅଛ ବୋଲି ନ ଜାଣନ୍ତି ସେହିଏ ମନ୍ତ୍ର ଗୋଟି ମନରେ ବସି ତୁହି ଧ୍ୟାୟି ।ଏତେ ବୋଲିଣ ନାରଦ ଦେଲେ ମନ୍ତ୍ରଗୋଟିଗୁପତ ମନ୍ତ୍ର ପାଇଣ କଂସ ମନ ତୁଷ୍ଟି ।ସୋଦର ଭେଟ ପାଇବି ଦିଅ ମୁନି ଦୀକ୍ଷାକଂସ ବଚନେ ନାରଦ ମନ୍ତ୍ର ଦେଲେ ଶିକ୍ଷା ।ଓଁ ଐଁ ହ୍ଲୀଁ ସ୍ୱାହା ଗନ୍ଧର୍ବ ନର ଯକ୍ଷଏ ମନ୍ତ୍ର ପଢ଼ି ଚାହିଁଲେ ବଶ ସୁରରକ୍ଷ ।ସୋଦରମାନେ ତୋହର ଗନ୍ଧର୍ବଙ୍କ ସଖାଏ ମନ୍ତ୍ର ପଢ଼ି ଚାହିଁଲେ ଆସି ଦେବେ ଦେଖା ।ସ୍ତିରୀ ସୁରମନ୍ତେ ହୋନ୍ତି ପୁରୁଷେ ଯେ ବାଇପୁରୁଷେ ସୁମରନ୍ତେ ସ୍ତ୍ରୀ ପଛରେ ଗୋଡ଼ାଇ ।ଏ ମନ୍ତ୍ର ପଢ଼ି ରାଜାର ଛାମୁକୁ ଯେ ଯାଇଦ୍ରୋହ କରିଥିଲେ ମଧ୍ୟ ଦଣ୍ଡ ସେ ନ ପାଇ ।ଏ ମନ୍ତ୍ର ସୁମରି ଯେହୁ ସଭା ସୃଷ୍ଟିକରିସଭାରେ ସେହୁ ଜିଣଇ ବାଦୀ ଯାଏ ହାରି ।ଏହି ମନ୍ତ୍ର ପଢ଼ି ଯେବେ ଦେଶାନ୍ତର କରିପର ଆପଣା ବାନ୍ଧବ ସଙ୍ଗେ ହୋନ୍ତି ସରି ।ସଂଗ୍ରାମେ ପଶି ପଢ଼ିବ ଯେବେ ମନ୍ତ୍ର ଗୋଟିଉଚ୍ଚାଟ ହୁଅନ୍ତି ବୀରେ ଖସେ ଶସ୍ତ୍ରମୁଷ୍ଟି ।ଏ ମନ୍ତ୍ର ଗୋଟି ଜପିଲେ ପୂର୍ବେ ଦେବୀ ଉମାସଦାଶିବଙ୍କର ପ୍ରିୟା ହେଲେ ଆଦି ବାମା ।ପୂର୍ବେ କମଳା ଦେବୀ ଏ ମନ୍ତ୍ର ଜପିଥିଲେତେଣୁ ସେହି ବସିଛନ୍ତି ବିଷ୍ଣୁ ବକ୍ଷସ୍ଥଳେ ।ଏ ମନ୍ତ୍ରଗୋଟି ମହିମା ଜାଣ ଯେତେ ଅଛିକହିବାକୁ କାଳ ନାହିଁ ଗୁଣମାନ ଲେଖି ।ଯେତେବେଳେ ସେ ନାରଦ କହିଲେ ଏ ମନ୍ତ୍ରକହିବା ମାତ୍ରକେ କଂସ ଜାଣିଲା ସମସ୍ତ ।ଭୂତ ବବିଷ୍ୟତ ବର୍ତ୍ତମାନ ବରଦାତାମନ୍ତ୍ର ପଢ଼ିବା ମାତ୍ରକେ ଜାଣେ ସବୁ କଥା ।ମାନବ ଜନ୍ମେ ପାସୋରି ଥିଲା ଯାହା ଯାହାମନ୍ତ୍ରବଳେ ଏବେ ସବୁ ଜାଣିଲାକ ତାହା ।ପୁଣି ନାରଦେ ବୋଇଲେ କଂସମୁଖ ଚାହିଁଆଉ କଥାଏ କହିବା ଶୁଣ ଭୋଜସାଇଁ ।ଯାଦବ ବଂଶକୁ ତୁହି କରୁଅଛୁ ପୂଜାତୋହର ପିତା ନୁହଇ ଉଗ୍ରସେନ ରାଜା ।ତୋହର ପିତା ଯେ କିଏ ତାହା ତୁ ନ ଜାଣୁଆମ୍ଭର କହିଲେ ତୁହି ମିଛ ପ୍ରାୟେ ମଣୁ ।କଂସ ବୋଇଲେ ମୁନି ହୋ ଏହା ମୋତେ କହତୁମ୍ଭ ମୁଖରୁ ଶୁଣିଲେ ଫିଟିବ ସନ୍ଦେହ ।ଭୋ ମୁନି ମୋହର ପିତା ଉଗ୍ରସେନ ରାଜାଛପନ କୋଟି ଯାଦବ କରନ୍ତି ଯା ପୂଜା ।ପବିତ୍ର ଭୋଜବଂଶର ଶିରୋମଣି ଅଟେସାତବଂଶ ଯାଦବ ଯା ପରିଚାରେ ଖଟେ ।ଉଗ୍ରସେନ ରାଜାର ମୁଁ ଅଟେ ଜ୍ୟେଷ୍ଠପୁତ୍ରମଥୁରା କାରେଣି ଭୋଜବଂଶରେ ପବିତ୍ର ।ପିତା ମାତାର ମୋହର ନିରନ୍ତରେ ସେବାଉଗ୍ରସେନହୁଁ ଆନ ମୁଁ ନ ଜାଣଇ ଦେବା ।ମନଜ୍ଞାନେ ପିତାଠାରେ ଯେବେ ଥିବା ମାୟାଗଉରବ ନରକରେ ପଡ଼ିବ ମୋ କାୟା ।ନାରଦ ବୋଇଲେ ତୁ ନ ଜାଣୁ ପୂର୍ବବାଣୀଆମ୍ଭଙ୍କୁ ତୁ କୋପି ନିକି କରୁ ନୃପମଣି ।ଏ ତୋର ଜନମ କଥା ଜାଣନ୍ତା କେ ନାହିଁଅତି ଗୁପତ କଥା କେ ଜାଣିପାରେ କାହିଁ ।ତୁମ୍ଭେ ଯାହା ବୀର୍ଯ୍ୟେ ଜାତ ଜାଣେ ତୁମ୍ଭ ମାତାଆମ୍ଭେ ଜାଣିପାରୁ ଭୂତ ଭବିଷ୍ୟତ ଜ୍ଞାତା ।କଂସ ବୋଇଲା ମୁନି ହେ ଏ ଗୁପତ କଥାଉଁକାରି ନ କହିଲେ ତ ମନେ ବଡ଼ ବ୍ୟଥା ।ନାରଦ ବୋଇଲେ କଂସ ସାବଧାନେ ଶୁଣରକ୍ଷ ଭକ୍ଷ ବୋଲି ବେନି ଅସୁର ଯେ ଜାଣ ।ରକ୍ଷର ନନ୍ଦନ ହେଲା ଦୃମିଳ ଦାନବଲୋହବକ୍ଷା ନାମେ ଭକ୍ଷ ବୀଜରୁ ସମ୍ଭବ ।ତାର ପୁତ୍ର ଲୋହୋଦର ବଜ୍ରଅଙ୍ଗ ହେଲାମହିମାନ ନାମେ ପୁତ୍ର ତାର ଜନମିଲା ।ମହିମାନର ନନ୍ଦନ ମହାଶୂର ବୀରତାହାର ନନ୍ଦନ ଦେବ ଅନ୍ତକ ଅସୁର ।ଦେବ ଅନ୍ତକର ପୁତ୍ର ହୋଇଲା ତ୍ରିଧାରତ୍ରିଧାର ପୁତ୍ର ଅଘୋଷ ନାମେ ମହାବୀର ।ଅଘୋଷ ନନ୍ଦନ ହେଲା ରକ୍ଷ ଅମ୍ୱରୀଷଅମ୍ୱରୀଷର ନନ୍ଦନ ହେଲା ସୁରଘୋଷ ।ସୁରଘୋଷର ନନ୍ଦନ ମଧୁଦୈତ୍ୟ ହେଲାଏହି ମଥୁରା ଦେଶକୁ ସେହି ଭିଆଇଲା ।ମଧୁଦୈତ୍ୟର ନନ୍ଦନ ଲବଣ ଅସୁରରୁଦ୍ରଶୂଳ ଥାଇ ଯେବେ ତାହାର ହସ୍ତର ।ଦିଗପାଳ ହେଲେ ତାକୁ ରଣେ ଯିବେ ହାରିସେହି ଏ ମଥୁରା ପୁରେ ଥିଲା ଦଣ୍ଡଧାରୀ ।ତ୍ରେତାଯୁଗେ ଶ୍ରୀରାମର ଭାଇ ଶତ୍ରୁଘନଦଣ୍ଡ ଘେନି ଲୁଚି ରହି ରାତ୍ରେ ଏ ଭୁବନ ।ଲବଣର କରେ ଶୂଳ ନ ଥିବା ସମୟେଲବଣକୁ ବଧକରି ଶତ୍ରୁଘନ ରାୟେ ।ଏ ମଥୁରାପୁରେ ରାଜା ହେଲା ଶତ୍ରୁଘନଅସୁରେ ଡରେ ଛାଡ଼ିଣ ଗଲେ ଏ ଭୁବନ ।ସେ ଦିନୁ ମାନବେ ଆସି କଲେ ଏଥେ ବାସରକ୍ଷ ଅସୁର ନନ୍ଦନ ଦୃମିଳ ରାକ୍ଷସ ।ପ୍ରଚଣ୍ଡ ଦାନବ ସେହି ଅଟେ ରଣରଙ୍କାବ୍ରହ୍ମା ଇନ୍ଦ୍ର ରୁଦ୍ରକୁ ଯେ ନାହିଁ ତାଙ୍କ ଶଙ୍କା ।ପୂର୍ବଜନ୍ମେ ଗନ୍ଧର୍ବ ସେ ଅଟଇ ସ୍ୱର୍ଗରଇନ୍ଦ୍ର ଶାପ ପାଇବାରୁ ହୋଇଲା ଅସୁର ।ଅନେକ ମାୟାମନ୍ତ୍ର ସେ ଜାଣେ କାମରୂପୀସ୍ୱର୍ଗ ମଞ୍ଚ ପାତାଳ ସେ କ୍ଷଣେ ପାରେ ବ୍ୟାପୀ ।ଗୋମତୀନଦୀର ପାରେ ଗୋମତ ଯେ ଦେଶତହିଁ ଏକାଳେ ବିହରେ ଦୃମିଳ ରାକ୍ଷସ ।ନୃପତିପଣକୁ ସେହି ମହାଭୟ ପାଇଅନେକକାଳୁ ଅଛଇ ଜନ ତହିଁ ନାହିଁ ।ଯେତେବେଳେ ଶାପ ତାକୁ ଦେଲେ ପୁରନ୍ଦରବହୁତ ବିନୟେ କହେ ଶାପୁ ମୁକ୍ତ କର ।ଇନ୍ଦ୍ର ବୋଇଲେ ତୁ ଥିବୁ ଗୋମତ ଦେଶରେପୁତ୍ର ଉପୁଜାଇଲେ ତୁ ମାନବୀ ଗର୍ଭରେ ।ମହାପ୍ରତାପୀ ହୋଇବ ତୋହର କୁମରତା ହସ୍ତେ ମଲେ ଆସିବୁ ପୁଣି ସ୍ୱର୍ଗପୁର ।ଇନ୍ଦ୍ର ବୋଲେ କାମରୂପୀ ହୋଇ ଭ୍ରମୁଥାଇମୃଗୟା ବିନୋଦେ ଦିନକାଳ ହରୁଥାଇ ।ଦୃମିଳ ରାକ୍ଷସ ଦିନେ ମୃଗୟାକୁ ଗଲାଯମୁନା ନଦୀକୂଳରେ ତୋ ମାତାକୁ ଦେଖିଲା ।ସ୍ୱର୍ଗ ଅପସରାଠାରୁ ଅଧିକ ସୁନ୍ଦରୀଦେଖି ରାକ୍ଷସର ଦେହେ କାମଶର ଘାରି ।କପଟେ ସେ ଉଗ୍ରସେନ ରୂପକୁ ଧଇଲାସ୍ନାନ ସାରି ବାଳୀ ଝୀନବାସ ପିନ୍ଧୁଥିଲା ।ବେଶହୋଇ ଯିବାବେଳେ ଭେଟିଲା ରାକ୍ଷସସାକ୍ଷାତେ ଦିଶଇ ଉଗ୍ରସେନର ସଦୃଶ ।ମଦନ ଶରେ ତାହାର ଶରୀର ଅସ୍ଥିରରଜନୀ ଅଛି ଅଳପ ପାହାନ୍ତା ପହର ।ଦାସୀ ପରିବାରୀ ଦେଖି ଆଡ଼ ହୋଇଗଲେରାଜାର ଆତୁର ଦେଖି ରାଣୀ ଅଙ୍ଗ ହେଲେ ।ରହିଲେ ତହିଁ ସେ ବେନି ଟେରାବାଡ଼ ପରିନ ସହି ଅଚେତା ହେଲା ଇନ୍ଦୁମତୀ ନାରୀ ।ଚେତି ପୁଣି ଚାହିଁ ରାଣୀ ବୋଇଲ ବଚନକପଟେ ମୋ ଧର୍ମ ନାଶ କଲୁ ରେ ଦୁର୍ଜ୍ଜନ ।ନୋହୁ ତୁ ରେ ଉଗ୍ରସେନ ରାଜା ମୋର ପତିକେବଣ ପାମର କଲୁ ଏମନ୍ତ ଅନୀତି ।କୋପଭରେ ରାଣୀ ତାକୁ ଦେଲା ବେଗେଶାପନିଲକ୍ଷଣ ପାମରରେ କଲୁ ଏଡ଼େ ପାପ ।କପଟ ଭାବେ ତୁ ମୋତେ କଲୁ ଗର୍ଭବାସଏ ପୁତ୍ର ହାତେ ତୋ ପ୍ରାଣ ଯିବରେ ଅବଶ୍ୟ ।ଶୁଣିଲୁ ତ କଂସରାୟେ ତୋ ଜନ୍ମବାଣୀଦୃମିଳ ନନ୍ଦନ ତୁ ଯେ ବୀର ଚୂଡାମଣି ।ଏମନ୍ତ ଲକ୍ଷଣେ ତୁ ଯେ ହୋଇଅଛୁ ଜାତଆଉ କେହି ନ ଜାଣନ୍ତି ଜାଣେ ତୋର ମାତ ।ତୁ ଯହୁଁ କଲୁ ଆମ୍ଭଙ୍କୁ ବହୁତର ସେବାତେଣୁ ଏ ଗୁପତ କଥା କହିଲୁରେ ବାବା ।ଉଗ୍ରସେନ ସହିତରେ ନ ଜାଣନ୍ତି କେହିଦାସୀଏ ଜାଣନ୍ତି ରାଜା ରାଣୀ ଭେଟ ହୋଇ ।ନାରଦେ କହିଲେ ଯହୁଁ ଏସନକ ବାଣୀକଂସ ନୃପତି ବିସ୍ମୟ ହେଲା ତାହା ଶୁଣି ।ଚେତନା ପାଇଣ କଂସ ଭାଳେ ମନେ ମନନୟନରୁ ଅଶ୍ରୁଜଳ ବହେ ଘନ ଘନ ।ଏ ପବିତ୍ର ଭୋଜବଂଶେ ହୋଇଲି ଜନମଦଇବ ବିହିଲା ଆଣି ଏସନ ବଚନ ।ଲୋକରେ ଅପକୀରତି ଚାହିଁବି କା ମୁଖକୁଳକୁ କଳଙ୍କ ମୋତେ ବିହିଲା ଏ ଦୁଃଖ ।ଧନ ବିଦ୍ୟା ତପ ମୋର ସବୁ ନାଶ ଗଲାଇହ ପର ଲୋକରେ ତ ଲଜ୍ଜା ଉପୁଜିଲା ।ବିଧାତା କଲା ତ ମୋତେ ଏସନ ଜିଙ୍ଘାସଏବେ ତ ଶୋଚନାକଲେ ହେବ ପୁଣ କିସ ।ମନେ ବିଚାରଇ ଅଷ୍ଟମଲ୍ଲଙ୍କୁ ଆଣିବିତିନିପୁର ଲୋକଙ୍କୁ ମୁଁ ପାଦେ ଖଟାଇବି ।ନାରଦ ବୋଇଲେ ଶୁଣ ବୀର କଂସ ସେନାଗଲା କଥାମାନ ତୁ ହୋ ନକର ଶୋଚନା ।ରଜନରାଣୀର ପତି ଅଟଇ ଶଶାଙ୍କତେଡ଼େ ବଡ଼ ଲୋକ ଦେହେ ଲାଗିଛି କଳଙ୍କ ।ଇନ୍ଦ୍ର ଦେବତା ଗୁପତେ ଅହଲ୍ୟା ହରିଲାଗୈତମଶାପେ ସହସ୍ର ଯୋନି ବୋଲାଇଲା ।ଭୂତ ଭବିଷ୍ୟତଜ୍ଞାତା ବ୍ୟାସ ମହାମୁନିକେଉଟୁଣୀ ଗର୍ଭୁଜାତ ହୋଇଲେ ସେ ପୁଣି ।ବିଶ୍ୱଭାରାଭର ଅଛି ବାସୁକି ଯେ ବହିକଣ୍ଠରେ କାଳ ଗରଳ ପୁଣି ସର୍ପ ଦେହୀ ।କୋଟି ବ୍ରହ୍ମାଣ୍ଡ ନାୟକ ଦେବ କାଶୀବାସୀବ୍ରହ୍ମହତ୍ୟା ମହାପାପେ ହୋଇଲେ ଯେ ଦୋଷୀ ।ସପତ ସାଗର ଏହି ପୃଥ୍ୱୀକି କାରଣତାହାର ଜଳ ଅଭକ୍ଷ ଲାଗନ୍ତେ ଲବଣ ।ଅଷ୍ଟାଙ୍ଗ ଯୋଗକରତା ବିଶ୍ୱାମିତ୍ର ମୁନିମେନକାକୁ ହରି ଦୋଷୀହେଲେ ତେଡ଼େଜ୍ଞାନୀ ।କୀଟପତଙ୍ଗ ଆଦି ଯେ ବ୍ରହ୍ମଲୋକ ଯାଏବାଛିଲେ ତ ଦୋଷ ଅଛି ସବୁଙ୍କରି କାୟେ ।ଏଥକୁ ଶୋଚନା ମନେ ନ କର ତୁ କଂସଗୁଣ ପ୍ରକାଶ ହୋଇଲେ ନାଶ ଯାଏ ଦୋଷ ।ପୁରୁଷ ଉତ୍ତମ ତୁହି ଅଟୁ ମହାବଳୀଏ କଥା ଗୋଟାକୁ କିପାଁ ମନରେ ତୁ ଭାଳି ।ଜାଣୁ ଜାଣୁ ତୁହି କିପାଁ ହେଉଅଛୁ ବଣାଆପଣାର କଥା ବାବୁ ଆପଣାକୁ ଊଣା ।ଆବର କଥାଏ ତୋତେ କହିବି ବିଶ୍ୱାସଭଣଜାର ହସ୍ତେ ତୁହି ଯିବୁ ପ୍ରାଣେ ନାଶ ।ତୋହର ସୋଦର ଯେହୁ ଦେବକୀ ବହେଣୀଆଠଗୋଟି ପୁତ୍ର ଜାତ କରିବ ସେ ପୁଣି ।ତାହାର ଅଷ୍ଟମ ଗର୍ଭେ ହେବ ଯେଉଁ ବାଳସେହି ଭଣଜା ହସ୍ତରେ ପୁରିବ ତୋ କାଳ ।ନିରାଧାର କଥା ତୋତେ କହିଲୁ ତୁ ଜାଣଏ କଥା ବିଚାରିଥିବୁ କଂସ ନୃପରାଣ ।ନାନାପ୍ରକାରେ ଏକ କଥା କର ହୋ ନିର୍ବନ୍ଧଅତୁଟ ହୋଇବ ଯୁଗେ ଯୁଗେ ତୋର କନ୍ଧ ।ଉପାୟ କରି ଭଣଜା ପାରୁ ଯେବେ ମାରିରବିତଳେ ଜଣିବାକୁ କେହି ନାହିଁ ସରି ।ଅଷ୍ଟ ପୁତ୍ରଯାଏ ତୁହି ଉପ୍ରୋଧ ଛାଡ଼ିବୁଭଣଜା ବୋଲି କଦାପି ଦୟା ନ କରିବୁ ।ରାତ୍ର ଦିବସ ପ୍ରହରୀମାନେ ଜଗିଥିବେଜନ୍ମ ହେବାମାତ୍ରେ ଆସି ତୋତେ ଯେ କହିବେ ।ବାରତା ପାଇଲେ ବେଗେ ଯିବୁ ତୁହି ଧାଇଁକ୍ଷଣେ ନ ରଖି ତୁ ଶିଳେ କଛାଡ଼ିବୁ ନେଇ ।ଏ କଥାରେ ହେଳା ତୁ ନ କର ବୀର କଂସଏଡ଼େ ଅଇଶ୍ୱର୍ଯ୍ୟ ବାବୁ କ୍ଷଣେ ଯିବ ନାଶ ।ଏ କଥ କଲେ ପୃଥିବୀ କରିବୁ ତୁ ଭୋଗନୋହିଲେ ସଂଗ୍ରାମେ ତୋର ନିଶ୍ଚେ ମୃତ୍ୟୁଯୋଗ ।ଚନ୍ଦ୍ର ସୂର୍ଯ୍ୟ ଇନ୍ଦ୍ର ରୁଦ୍ର ନୈର୍ଋତ ବରୁଣଦିଗପାଳ ସହିତରେ ଯେତେ ଦେବଗଣ ।ସମସ୍ତ ଜିଣିବୁ ବାବୁ ତୁ ହିଁ ଭୁଜବଳେସଂଗ୍ରାମେ ସରି ନୋହିବେ କେହି ରବିତଳେ ।ଏ କଥାରେ ଅଳପକେ ହେବ ତୋର ଯଶକିନ୍ତୁ ଭଣଜା ହସ୍ତରେ ଯିବୁ ପ୍ରାଣେ ନାଶ ।ନାନାଦି ଉପାୟ କରି ଭଣଜା ତୁ ମାରଚଉଦ ଭୁବନଯାକ ଏକା ଭୋଗକର ।ଯଦ୍ୟପି ଭଣଜା ଏକ ଯିବଟି ଉବୁରିପାଞ୍ଚରାତ୍ର ପୂରିଲେ ନ ପାରିବୁ ତୁ ମାରି ।ଏଥୁ ଉତୁରିଲେ ତୋତେ ଆନ ମୃତ୍ୟୁ ନାହିଁଅନ୍ତର୍ଦ୍ଧାନେ ଗଲେ ମୁନି କଂସକୁ ଯେ କହି ।ଶୁଣି କଂସାସୁର ମନେ ବିଷାଦ ପାଇଲାକେବଣ ବିଧାତା ମୋତେ ଏମନ୍ତ କରିଲା ।ପବିତ୍ର ଭୋଜବଂଶରେ ହୋଇଲି ମୁଁ ଜାତଏଥକୁ ବିଧାତା ତୁ ରେ କଲୁ ଏଡ଼େ କୃତ୍ୟ ।ନାରଦ ମୁନି କହିଲେ ଯେତେ ଯେତେ କଥାନିରାଧାର ବଚନ ସେ ନୋହିବ ଅନ୍ୟଥା ।ସୋଦର ଭଣଜା ବଧ କରିବି କେମନ୍ତେଏ ମହାପାପ ଘୋଟିଲା ସିନା ଆସି ମୋତେ ।ଭଣଜାକୁ ନ ମାଇଲେ ଆପେ ଯିବି ନାଶସଙ୍କଟ ପଡ଼ିଲା ଏବେ କରିବି ମୁଁ କିସ ?ପୁଣି ହିଁ ସେ ବିଚାରିଲା ଆପଣାର ପାଇଁସୋଦର ବଧ କଲେ ଯେ କିଛି ଦୋଷ ନାହିଁ ।ପ୍ରାଣ ଥିଲେ ଦାନ ଧ୍ୟାନ କରି ଉବୁରିବିସମୟ ଭୋଗ କରିଣ ତୀର୍ଥ ମୁଁ କରିବି ।ନୋହିଲେ ସଂଗ୍ରାମ ଯିବି ପଛେ ନାଶତା ନୋହିଲେ ବ୍ରହ୍ମବିଦ୍ୟା ସାଧିବି ଅବଶ୍ୟ ।ଆପଣାର ଆତ୍ମା ଗଲେ ପୁଣି କି ତା ପାଇମାରିବି ଭଣଜା ମୋର ପାପେ ଭୟ ନାହିଁ ।ପ୍ରତ୍ୟେକ୍ଷେ ଦେବ ନାରଦ ମୁନି ବ୍ରହ୍ମଚାରୀତାଙ୍କ ବଚନ ଅବଜ୍ଞା କେହି କରିପାରି ।ମୁନିଙ୍କର ନ ଥାଇ ତ ଚିତ୍ତେ ମାୟା ମିଛଅଷ୍ଟମଲ୍ଲ ଅଇଲେ ତା ଜାଣିବା ପ୍ରତ୍ୟକ୍ଷ ।ଏତେ ବୋଲି କଂସରାଜା ସିଂହାସନ ଛାଡ଼ିଖଣ୍ଡେ ଦୂରେ ବସିଲା ସେ ମୃଗଛାଲ ମାଡ଼ି ।ଦେଶ କାଳ ବାକ୍ୟ ପଢ଼ି ଜପାମାଳ ଘେନିଶତେ ଅଷ୍ଟୋତ୍ତର ଜପକଲା ଉଗ୍ରସେନି ।ଚକ୍ଷୁ ବୁଜି ଧ୍ୟାନ କଲା ହୃଦେ ମନ୍ତ୍ର ଗୁଣିଅଧିଷ୍ଠାନ ମନ୍ତ୍ର କଂସ ପଡ଼େ ପୁଣି ପୁଣି ।ଅଷ୍ଟମଲ୍ଲ ରୂପ ମୁନି କହିଥିଲେ ଯାହାହେତୁ ମତି ଏ କରି ଜପେ କଂସ ତାହା ।ଷଣ୍ଢା ଶକଟା ଧେନୁକା ବକା ଗଜ ଅଶ୍ୱତ୍ରୋଣାବ୍ୟୋମାଆଠେ ତୁମ୍ଭେ ବେଗେ ଉଠିଆସ ।ଅଘା ଅସୁର ସହିତେ ମନେ ଧ୍ୟାନ କରିପୂର୍ବଗୁଣ ମନ୍ତ୍ରମାନ ହୃଦରେ ସୁମରି ।ଥିଲେ ସେ ଅଙ୍ଗିରା ନଦୀ ପୂର୍ବଭାଗ ତଟେକୁଣ୍ଡଳ ବନ ପର୍ବତେ ମେରୁର ନିକଟେ ।ବିଜୟା ନାମେ ବନରେ ଅଷ୍ଟମଲ୍ଲ ଥିଲେକଂସ ସୁମରନ୍ତେ ସେହି ଉଚ୍ଚାଟ ହୋଇଲେ ।ଏକକୁ ଆରେକ ବସି ବିଚାରନ୍ତି ତହିଁଏସନ ଉଚ୍ଚାଟ ଲାଗେ କହ କାହିଁପାଇଁ ।ବିଚାର କେମନ୍ତ ପ୍ରାୟ ଏ କଥାକୁ ମଣତଦନ୍ତେ କାର୍ଯ୍ୟ କରିବା ସିନା ବିଚାରିଣ ।ଅନେକ କାଳୁ ଆମ୍ଭେ ଏ ବନେ ଥିଲୁ ରହିଏପରି ଉଚ୍ଚାଟ ଦିନେ କେଭେ ନ ଲାଗଇ ।ଭଲ ମନ୍ଦ ବୋଲି କଥା କେମନ୍ତେ ଜାଣିମାସବୁରି ବିଚାରେ ପୂର୍ବେ ହେତୁକୁ ମଣିବା ।ପୂର୍ବେ ଯେ ଆମ୍ଭର ସଖା କାଳନେମି ଥିଲାବିଷ୍ଣୁ ସଙ୍ଗେ ଯୁଦ୍ଧ କରି ଚକ୍ରେ ପ୍ରାଣ ଦେଲା ।କାଳନେମି ଅବତାର ହୋଇଲା କି ଆସିଆମ୍ଭନ୍ତ ପାସୋରିଲା ନରଦେହେ ପଶି ।ଆମ୍ଭର ଯୋନିଜ ମନ୍ତ୍ର ଗୁପତ ବାରତାଆନକୁ ତା ଅଗୋଚର ଅଟଇ ସେ କଥା ।ନିଶ୍ଚେ ଜାଣ କାଳନେମି ଅବତାର ହେଲାପୂର୍ବକଥାକୁ ସୁମରି ଆମ୍ଭଙ୍କୁ ଖୋଜିଲା ।ଏହାର ବିନା ଆମ୍ଭର ଆନ ଗତି ନାହିଁକାଳନେମିର ଶରୀରୁ ଅଛୁ ଜାତ ହୋଇ ।ଏକକୁ ଆରେକ ଆମ୍ଭେ ନୋହୁ ଭିନ୍ନା ଭିନ୍ନଜନ୍ମାନ୍ତର କଥାମାନ ପଡ଼ୁଅଛି ମନ ।ନୋହିଲେ କାହୁଁ ଏସନ ଉଚ୍ଚାଟ ଲାଗିଲାଆମ୍ଭର ଯେ ମନଭ୍ରାନ୍ତି ଆଜହୁଁ ଫିଟିଲା ।ଆମ୍ଭଙ୍କୁ ନ ପାଇ ସେହି ହୋଇଅଛି ଏକାବେଗେ ହୋ ଚାଲ ଦେଖିବା ଯାଇ ଆମ୍ଭ ସଖା ।ଆଗହୁଁ ଆମ୍ଭଙ୍କୁ କାଳନେମି ଅଛି କହିମଥୁରା କଟକେ ଜାତ ହୋଇବ ମୁଁ ଯାଇ ।ଏହି ଶଙ୍କୁନେ ଆମ୍ଭର ହୋଇପାରେ ଭେଟବେଳକୁବେଳ ଆମ୍ଭଙ୍କୁ ଲାଗିଲା ଉଚ୍ଚାଟ ।ସେ ଆମ୍ଭର ପଞ୍ଚଭୂତ ଆତ୍ମାର ଧାରଣାତାହାର ପ୍ରସାଦେ ଆମ୍ଭେ ଜଗତ କାରଣ ।ବିଳମ୍ୱ ନ କରି ଚାଲ ଦେଖିବା ତା ମୁଖଆକହୁଁ ସରିଲା ଜନ୍ମ ଜନ୍ମାନ୍ତର ଦୁଃଖ ।ଏତେ ବୋଲି ସେ ଅଙ୍ଗିରା ନଦୀ ପୂର୍ବ କୂଳେଆଠଜଣେ ଗମିଲେ ସେ ଆକାଶ ମଣ୍ଡଳେ ।ଚଳନ୍ତି ଗମନମାର୍ଗେ ପବନହୁଁ ବେଗେଧାତିକରେ ମିଳିଲେ ସେ ମଧୁ ପୁର ଲାଗେ ।ଯୁକତେ ଅସୁର ସେହି ପୁଣି କାମରୂପୀସ୍ୱର୍ଗ ମଞ୍ଚ ପାତଳାକୁ କ୍ଷଣକରେ ବ୍ୟାପି ।ଜାଣନ୍ତି କୂଟ କପଟ ଛନ୍ଦ ସବୁ ମାୟାମନ କଲେ ତାହାଙ୍କର ବଢ଼ିଯାଏ କାୟା ।କଂସ ସୁମରିବା ମାତ୍ରେ ପ୍ରବେଶ ନଗରେତୁରିତେ ମିଳିଲେ ଯାଇ କଂସର ଛାମୁରେ ।ଅଷ୍ଟମଲ୍ଲ ଆସନ୍ତେଣ ଦେଖି କଂସବୀରଆସ୍ଥାନ ତେଜି ଉଠିଲା କହୁ ଧାତିକାରେ ।ଅନେକ ସାନନ୍ଦ ରାଜା ହେଲା ତୋଷମତିରୋମ ଟାଙ୍କୁରଇ ଆତ୍ମା ପୁଲକିତ ଅତି ।କୋଳ ସମ୍ଭୀଷଣ ଆଦି କରିଣ ଆଦରଧାତିକାରେ ପୁଷ୍ପମାଳା ଲମ୍ବାଇ ଗଳାର ।ଅନେକ ପୂଜାବିଧିରେ ଗଉରବ କଲାଭୁଜ ଧରି ଆସ୍ଥାନରେ ନେଇ ବସାଇଲା ।କଂସ ବୋଇଲା ଆଜହୁଁ ମୁହିଁ ନିସ୍ତରିଲିପ୍ରାଣର ସୋଦରଙ୍କୁ ମୁଁ ନୟନେ ଦେଖିଲି ।ଜନମ ସଫଳ ମୋର ହୋଇଲାକ ଆଜଲଭିଲେ ପରମଗତି ପାଇଲି ଐଶ୍ୱର୍ଯ୍ୟ ।ତୁମ୍ଭଙ୍କୁ ନ ଦେଖି ମୁହିଁ ହୋଇଥିଲି କଷ୍ଟୀଆଜଠାରୁ ଆତ୍ମା ମୋର ହୋଇଲାକ ତୁଷ୍ଟି ।ବଳବୀର୍ଯ୍ୟ ପରାକ୍ରମ ଲୁଚାଇଲେ ଦୁଃଖେମହୀଭୋଗ ଏବେ ଆମ୍ଭେ କରିବାକ ସୁଖେ ।ଏହା କହି ଅଷ୍ଟମଲ୍ଲ ସଙ୍ଗତରେ ଘେନିନିଜପୁରେ ପ୍ରବେଶିଲା ଯାଇ ଉଗ୍ରସେନି ।ନବର ଭିତରେ ରାୟେ ନିତ୍ୟକର୍ମ ସାରିଅଷ୍ଟମଲ୍ଲ ସଙ୍ଗେ ଘେନି ମଣୋହି ସେ କରି ।ଷଡ଼ରସର ବ୍ୟଞ୍ଜନ ଅନ୍ନ ପାକଦ୍ରବ୍ୟଅମୃତ ମଣୋହି କଲେ ସରାଗରେ ସବ ।ଅପୂର୍ବ ଦ୍ରବ୍ୟ ଖାଇଣ ହେଲେ ସର୍ବେ ତୁଷ୍ଟିଦିନକୁ ଦିନ ଶରୀର ହେଲା ବଳପୁଷ୍ଟି ।ସଙ୍ଗେ ଥାନ୍ତି ଅଷ୍ଟମଲ୍ଲ ନାହିଁ ଭିନ୍ନା ଭିନ୍ନମନ ବଚନ କଳ୍ପନା ସବୁ ଏକସ୍ଥାନ ।ନିଦ୍ରା ଆହାର ମୈଥୁନ କ୍ଷଣେ ଛଡ଼ା ନାହିଁସନ୍ତୋଷ ଲଭିଲା କଂସ ଅଷ୍ଟମଲ୍ଲ ପାଇ ।ମଥୁରା ନଗର ଲୋକେ ଅଷ୍ଟମଲ୍ଲ ଦେଖିଭୟେ ପଳାଇଲେ ଗୃହ ସମ୍ପଦ ଉପେକ୍ଷି ।ଦାନବର ସଙ୍ଗେ କାହିଁ ମାନବର ମେଳସମରାଜ୍ୟଯାକ ତହିଁ ହେଲା ମହାଗୋଳ ।ବନ୍ଦ କରାଇଲେ ହାଟ ବାଟ ଘାଟପେଣ୍ଠସମସ୍ତ ଲୋକ ହୋଇଲେ ଭୟରେ ଉଚ୍ଚାଟ ।ଦାନବେ ଅନୀତି କଲେ ରାଜ୍ୟେ ରାଜ୍ୟେ ପଶିମଥୁରାରେ ଯଦୁବୀରେ ହୋଇଲେ ବିଧ୍ୱଂସି ।କେହି କିଛି ତାଙ୍କୁ କହି ନ ପାରଇ ଡରେପୃଥିବୀ କମ୍ପିଲା ଅସୁରଙ୍କ ପାଦଭରେ ।ଯେ ଅବା ଯାଇ ରାଜରେ କରନ୍ତି ଗୁହାରିପ୍ରାଣେ ମାରନ୍ତି ତାହାର ବଂଶ ଆଦିକରି ।ସ୍ୱର୍ଗ ମଞ୍ଚ ପାତାଳ ଯେ ସବୁ କଲେ ଜୟମଥୁରା ଲୋକମାନଙ୍କୁ ତାଙ୍କର କି ଭୟ ।ରାଜା ବୋଲିଣ ସେ ଅଛି ନ ବୋଲନ୍ତି କେହିଅନୁବ୍ରତେ ହିଂସାକର୍ମ କରେ ଦୁଷ୍ଟଦେହୀ ।ନାନା ପାପକର୍ମ କରେ ଅଷ୍ଟମଲ୍ଲ ଘେନିକ୍ଷଣେମାତ୍ର ଛାଡ଼ ନାହିଁ ତାଙ୍କୁ ଉଗ୍ରସେନି ।ଛାୟାରମଣ ଚରଣେ ରହୁ ମୋର ସେବାଭକତି ଘେନି ଅଚ୍ୟୁତ ଦାସେ ମୁକ୍ତି ଦେବା ।କଂସ ଓ ଅଷ୍ଟମଲ୍ଲର ପୂର୍ବଜନ୍ମ ବୃତ୍ତାନ୍ତପରୀକ୍ଷ ଆଗରେ ଶୁକ ମୁନି ଯେ କହିଲେଏହିରୂପେ ଅଷ୍ଟମଲ୍ଲ ମଥୁରା ଅଇଲେ ।ପୂର୍ବ କାଳନେମି ଦୈତ୍ୟ ଏବେ କଂସହେଲାସେ ଜନ୍ମର ଅଷ୍ଟମଲ୍ଲ ଏ ଜନ୍ମେ ପାଇଲା ।ଏକାତ୍ମା ସେ ଭିନ୍ନ ଭିନ୍ନ ନୁହନ୍ତି ନା କେହିଏକ କଥା କରନ୍ତି ସେ ଭିନ୍ନ ଭିନ୍ନ ଦେହୀ ।ସକଳ ଯୁଗେ ଏମାନେ ଏକାତ୍ମା ଅଟନ୍ତିଏହା ଶୁଣି ପରୀକ୍ଷିତ ଶୁକେ ପଚାରନ୍ତି ।ଭୋ ମୁନି ଏ କଥା ମୋତେ ସଂଶୟ ଲାଗିଲାପୂର୍ବଜନ୍ମେ କଂସ କାଳନେମି ହୋଇଥିଲା ।କେଉଁ ପ୍ରକାରେ ଏମାନେ କାହିଁ କିସ କଲେମନ୍ତ୍ର ଉଚ୍ଚାରିବା ମାତ୍ରେ କି ରୂପେ ଅଇଲେ ।ନ ଜାଣି ନ ଶୁଣ ପୁଣି ହେଲେ ଏକମେଳଅଚିହ୍ନା ଲୋକ ଅଟଇ କଂସ ମହୀପାଳ ।ପୂର୍ବ ଜନ୍ମରେ ଏମାନେ ହୋଇଥିଲେ କିସଏହା ସଂକ୍ଷେପି କହିବା ମୋତେ ବ୍ୟାସଶିଷ୍ୟ ।ରାଜା ବଚନେ କହନ୍ତି ଶୁକ ମହାମୁନିସାବଧାନେ ଶୁଣ ନୃପ ଏ ଅମୃତବାଣୀ ।ସ୍ୱାରୋଚିଷ ମନୁ ଏକସ୍ତରୀ ଯୁଗ ଅନ୍ତେସ୍ୱାୟମ୍ଭୁବ ମନୁ ପୁଣି ଅଧିକାର ପାନ୍ତେ ।ନବ ମେଖଳ ବ୍ରହ୍ମାକୁ ସହସ୍ରେ ବରଷମଧୁ ମାସରେ ବତ୍ସର ଅନ୍ତେ ପାଞ୍ଚମାସ ।ବ୍ରହ୍ମାଣ୍ଡ ପୁରାଣେ ଅଷ୍ଟ ଅଧ୍ୟାୟେ ପ୍ରକାଶଦେବବ୍ୟାସ ମୁଖୁଁ ଶୁଣିଅଛୁ ଦିବ୍ୟରସ ।ଏ ଦିବ୍ୟ ରୀତି ସନ୍ଦେଶ ଶୁଣ ମହୀପତିଆସ୍ଥାନ କରି ବସିଲା ସ୍ୱର୍ଗେ ସୁରପତି ।ଅତି ସମାରୋହେ ତହିଁ ବସି ସୁରସାଇଁସମସ୍ତ ଦେବତାମାନେ ବସିଛନ୍ତି ତହିଁ ।ବ୍ରହ୍ମାଋଷି ରାଜଋଷି ଦେବର୍ଷି ସକଳଚାରମ ଗନ୍ଧର୍ବଗଣ ଦଶଦିଗପାଳ ।ଯମ ନଇର୍ଋତ ଆଦି ବରୁଣ କୁବେରପବନ ଆବର ଚନ୍ଦ୍ରସୂର୍ଯ୍ୟ ବୈଶ୍ୱନର ।ତାର ବାର କରଣ ହିଁ ପନ୍ଦର ଯେ ତିଥିବୁଧ ଶୁକ୍ର ଶେନିଶ୍ଚର ଭୈରବ ପ୍ରଭୃତି ।ବ୍ରହ୍ମା ବିଷ୍ଣୁ ବେତାଳ ଯେ ରୁଦ୍ରଗଣ ଘେନିସୁଧର୍ମା ସଭାରେ ବିଜେକଲେ ସସ୍ରଯୋନି ।ଅମରେ ସିଂହାସନେ ସେ ବେହରଣେ ବସିଗନ୍ଧର୍ବୀଙ୍କୁ ଆଜ୍ଞାଦେଲେ ନୃତ୍ୟକର ଆସି ।ଶୁଣିଣ ସେ ବିଦ୍ୟାଧାରୀ ବେଶଭୂଷା ହୋଇଇନ୍ଦ୍ର ଦେବତା ଛାମୁରେ ପ୍ରବେଶିଲେ ଯାଇ ।ଚଉଷଠି କୋଟି ସେ ଯେ ଅପୂର୍ବ ସୁନ୍ଦରୀସମସ୍ତେ ଜାତି ପଦ୍ମନୀ ରତି ପଟାନ୍ତରୀ ।ସ୍ୱର୍ଗନାୟିକା ସେମାନେ ମହାପୁଣ୍ୟ ଦେହୀଜଣ ଜଣକେ ପାରନ୍ତି ହର ବ୍ରହ୍ମା ମୋହି ।ଅଶୀକୋଟି ଗନ୍ଧର୍ବ ଯେ ସଦା ନବଯୁବାକାମବେଦ ପଟାନ୍ତର କି ଅବା ମଘବା ।ସମୁଦ୍ର ସନ୍ଥନ କାଳେ ହୋଇଛନ୍ତି ଜାତଜନମ ମରଣ ବାଧା ନ ଲାଗେ ଏହାନ୍ତ ।କୋଟିଏ ଇନ୍ଦ୍ର ଜାଣ ହେବେ ଯେବେ କ୍ଷୟେମରଣ ବାଧା ତାଙ୍କର ନାହିଁ ଯେ ପ୍ରଳୟେ ।ଅନେକ ଇନ୍ଦ୍ର ହୁଅନ୍ତି ସ୍ୱର୍ଗେ ଯେବେ ଲୀନସବୁଦିନେ ରହିଥାନ୍ତି ଏ ଗନ୍ଧର୍ବୀଗଣ ।ଯାହାକୁ ଦିଅନ୍ତି ଇନ୍ଦ୍ରପଦ ଦେବ ହରିବିଦ୍ୟାଧରୀ ଅପସରୀ ତାର ସେବା କରି ।ସ୍ୱର୍ଗମଣ୍ଡଳରେ ସେହି କାରିଣୀ ଅଟନ୍ତିଯେ ହୁଏ ସ୍ୱର୍ଗରେ ଇନ୍ଦ୍ର ତାହାଙ୍କୁ ଖଟାନ୍ତି ।ବିଷ୍ଣୁର କୋଠଲୋକ ସେ ଥାନ୍ତି ସ୍ୱର୍ଗପୁରୀସେବା ସେ କରନ୍ତି ଆସି ହୋଇ ଅଧିକାରୀ ।ସ୍ୱର୍ଗମଣ୍ଡଳେ ଅଟନ୍ତି ସଦା ଅଧିକାରୀସେ ଗନ୍ଧର୍ବ ବିଦ୍ୟାଧରୀ ବେଶ ହୋଇକରି ।ସୁରପତି ଛାମୁରେ ସେ ଉଭାହେଲେ ଯାଇବିବିଧ ଯନ୍ତ୍ର ତାଙ୍କର କରେ ଶୋଭାପାଇ ।ତାଳ କଂସାଳ ମୃଦଙ୍ଗ ବିପଞ୍ଚୀ ଯେ ବୀଣାତାନମାନରେ ସେ ଏକୁ ଏକ ଯନ୍ତ୍ର ଜିଣା ।କୁଣ୍ଡଳି ଡମ୍ପ ଚାଙ୍ଗୁକା ଆଦି ବାଦ୍ୟ ଘେନିନୃତ୍ୟଗୀତରେ ଖଟନ୍ତି ସ୍ୱର୍ଗ ବିଳାସିନୀ ।ଚିତ୍ରସେନ ଗନ୍ଧର୍ବ ଯେ ତାଳ ଧରି ଗାଇବିଶ୍ୱାବସୁ ଗନ୍ଧର୍ବ ଯେ ମୃଦଙ୍ଗ ବଜାଇ ।ନାରଦ ମୁନି ଯେ ବୀଣା ବଜାନ୍ତି ସୁରଙ୍ଗେଶୁରସେନର କଂସାଳ ବାଜେ ଅତି ରଙ୍ଗେ ।ସୁସ୍ୱର ଗନ୍ଧର୍ବ ତହିଁ କରେ ବେଣୁନାଦଜୟସେନ ଗନ୍ଧର୍ବର ଅଳାବେଣୀ ଶବ୍ଦ ।ବିଦ୍ୟାଧାରୀମାନଙ୍କୁ ସେ ସଙ୍ଗେତେ ଆବେରିଗାନ୍ଧାର ସ୍ୱର ଶବଦେ ଗୀତକୁ ଉଙ୍କାରି ।ସୁସ୍ୱର ମଧୁର ଧ୍ୱନି ଅଳାବେଣୀ ସଙ୍ଗେଚଞ୍ଚପୁଟ ଚାଞ୍ଚପୁଟ ଉଦ୍ଗୀତ ତରଙ୍ଗେ ।ଚୌଷଠି ଚିହାଣ ବୟାଳିଶ ଅଙ୍ଗଝଳିବାଆସ୍ତରି ମୁଦ୍ରାମୂଳେ ଅଭ୍ୟସି ତା ବାଳୀ ।ଛତିଶ କଳା ଗୁଣରେ ମୂର୍ତ୍ତି ପଞ୍ଚ ଧାତୁଏକୋଇଶ ବଶ୍ୟମୂଳେ ବୟାଳିଶ ତତ୍ତ୍ୱ ।ବାସ୍ତରି କାଛେଣି ତାଳ ବତିଶ ଯେ ବାଟଚଉସ୍ତରି ବିଭ୍ରମ ଯେ ବାଆସ୍ତରି ନାଟ ।ଏଥିର ବାହାରେ ଅଛି ଲକ୍ଷେ ଗ୍ରନ୍ଥବିଦ୍ୟାନବତ୍ରିଂଶ ଭର ହର ଅଶୀଖଣ୍ଡ ସିଦ୍ଧା ।ଅତିଭରେ ଭରହରନ ଜାଣନ୍ତି କେହିଦିଗପାଳ ଦେବାତଏ ନ ପାରନ୍ତି ବହି ।ଏକା ଈଶ୍ୱର ଜାଣନ୍ତି ତାଣ୍ଡବ ଯେ କରିବ୍ରହ୍ମା ମର୍ଦ୍ଦଳ ବଜାନ୍ତି ବିଷ୍ଣୁ ତାଳ ଧରି ।ଅନ୍ୟଲୋକ ସମର୍ଥ ଯେ ନୁହନ୍ତି ଏଥିକିଏଥିରୁ ଥୋକାଏ ବିଦ୍ୟା ଗନ୍ଧେର୍ବେ ଯେ ଶିଖି ।ଏଥି ଘେନି ଇନ୍ଦ୍ରଙ୍କୁ ସେ କରିଥାନ୍ତି ସେବାତେଣୁକରି ଦୟା ତାଙ୍କୁ କରନ୍ତି ମଘବା ।ଗୀତ ବାଦ୍ୟ ନାଟ ସେହି ନାନା ପରିବନ୍ଧଗନ୍ଧର୍ବେ ଧରି ଖଟନ୍ତି ନାନା ବିଦ୍ୟା ଛନ୍ଦ ।ଯୁକତେ ସୁନ୍ଦରୀ ସେହି ସୁଧର୍ମା ଯେ ସଭାବୃଦ୍ଧା ନୁହନ୍ତି ସେମାନେ ସର୍ବେ ନବଯୁବା ।ଯେ ସୁଧର୍ମା ସଭା ମଧ୍ୟେ ଉର୍ବଶୀର ନାଟତାନମାନ ମୁଦ୍ରା ତହିଁ ହୋଇ ଏକଭେଟ ।ଏହିପରି ନୃତ୍ୟମାନ ଦେଖି ସୁରପତିଆନନ୍ଦେ ଉଲ୍ଲାସ ହୋଏ ବାସବର ମତି ।ସବୁ ଦେବତା ଆସ୍ଥାନେ ଅଛନ୍ତି ଯେ ବସିନୃତ୍ୟ ଦେଖିଣ ସମସ୍ତେ ହେଉଛନ୍ତି ଖୁସି ।ଯଦି ରାଜଦଣ୍ଡ ପୁତ୍ରକଷ୍ଟ ହୋଇଥିବସେ ସଭା ନୃତ୍ୟ ଦେଖିଲେ ସବୁ ପାସୋରିବ ।ବୃଦ୍ଧ ଅବସ୍ଥାକୁ ପାଇଥିବ ଯାର ଅଙ୍ଗସେ ନୃତ୍ୟ ଦେଖିଲେ ଭେଦେ ତନୁରେ ଅନଙ୍ଗନୃତ୍ୟ ଦେଖୁଛନ୍ତି ବସି ସକଳ ଦେବତାପାସୋରିଲେ ନିତ୍ୟକର୍ମ ଯାହାର ଯେ କଥା ।ଯେତେ ଦେବତା ଆସ୍ଥାନେ ବସିଛନ୍ତି ଯାଇଉଠି ଆସିବାକୁ ମନ କାହାରି ଯେ ନାହିଁ ।ନୟନ ନିଶ୍ଚଳ କରି ଦେଖନ୍ତି ସକଳେପଶିବାକୁ ବାଟ ନାହିଁ ଥୋକେ ଛନ୍ତି ତଳେ ।ପାବଚ୍ଛରେ ଉଠି କେହୁ ଦେଖେ ଚାଳ ଧରିଏକକୁ ଆରେକ ପେଲି ପଶେ ଆଗ କରି ।ବ୍ରହ୍ମା ବିଷ୍ଣୁ ଆଦି କରି ଯେତେ ଛନ୍ତି ଜନଦିଗପାଳମାନଙ୍କର ତହିଁ ଏକ ମନ ।ଏସନ ନୃତ୍ୟ କରାନ୍ତେ ସଭାରେ ବାସବଆସ୍ଥାନ ତଳେ ମିଳିଲେ ଯାଇ କାମଦେବ ।କରେ ଧରି ପଞ୍ଚବାଣ କାମ ଫୁଲଧନୁରସାଣିଲା ସୁନା ପ୍ରାୟ ବିରାଜଇ ତନୁ ।ରୁପିଲା ମର୍କତ ପ୍ରାୟ କର୍ଣ୍ଣରେ କୁଣ୍ଡଳନାନା ପୁଷ୍ପେ ଗଭା ସାଜେ ଶିରେ ଦିବ୍ୟଚୂଳ ।ନବରତ୍ନ ହାର ଶୋହେ କଣ୍ଠେ କଣ୍ଠିମାଳଏମନ୍ତ ଦିଶଇ କାମଦେବ ସେ ସୁଢ଼ଳ ।ସରଳ ତୋଡ଼ର ହସ୍ତେ କଙ୍କଣ ଯେ ମୁଦିହେମଭାନୁ ଜ୍ୟୋତି ଯହ୍ନେ ଗଗନ ଆଚ୍ଛାଦି ।ନିର୍ମଳ ଗଗନ ମଧ୍ୟେ ଯେହ୍ନେ ଦିନକରକାମଦେବ ରୂପକୁ କି ଅଛି ପଟାନ୍ତର ।ଯତନରେ ବିଶ୍ୱକର୍ମା ନିର୍ମାଣିଲା ବାଛିତାର ରୂପ ବର୍ଣ୍ଣିବାକୁ ସମର୍ଥ କେ ଅଛି ।ବ୍ରହ୍ମା ଆଦି ଯେତେ ଛନ୍ତି ଉତ୍ତମ ପୁରୁଷସର୍ବପରେ ସୁଲକ୍ଷଣ କାମ ଅଟେ ଈଶ ।ଅଧର ତାର ବଧୁଲୀଫୁଲ ପ୍ରାୟ ଜ୍ୟୋତିସୁନ୍ଦର ମଣ୍ଡିଅଛି କି ଗଜମୁକ୍ତା ମୋତି ।ସୁଲଳିତ ଭୁଜଦଣ୍ଡ କପୋଳ ସୁସଞ୍ଚତିଳପୁଷ୍ପ ନାସା ନେତ୍ର କମଳ ବିଚକ ।ମତ୍ତ ମାତ୍ତଙ୍ଗ ପରାୟ ଗମନ ବିଚିତ୍ରଅଶୋକ କୁସୁମପ୍ରାୟ ଦିଶେ କରପତ୍ର ।ତୁଳନା ଦେବାକୁ ତାକୁ ନାହିଁ ତ୍ରିଭୁବନଘଟନ କହି ନୋହିବ କାମର ସମାନ ।ଅଖିଳଜନ ମରମଭେଦୀ କାମସଷ୍ଟିବିଶ୍ୱକର୍ମା କଲା ତାକୁ ଅତି ପରିପାଟୀ ।ହସ୍ତୀହସ୍ତ ପ୍ରାୟ ତାର ବେନି ଭୁଜଦଣ୍ଡକି ସୁନ୍ଦର କଣ୍ଠି ଶିର ବଳିନ ଚାଖଣ୍ଡ ।ଚମ୍ପାକଢ଼ୀ ପ୍ରାୟ ତାର ହସ୍ତର ଅଙ୍ଗୁଳିବ୍ରହ୍ମଜାତି ହୀରା ପ୍ରାୟ ନଖମାନ ଝଳି ।ସଂକୀର୍ଣ୍ଣ ମଝା ତା ହର ଡମ୍ୱରୁକୁ ଜିଣିଅନେକ ଯତନେ ଧାତା ନିର୍ମାଣିଲା ଆଣି ।କହନ୍ତେ ଯେ ନ ସରଇ କାମର ମହିମାଅତିଯତ୍ନେ ଗଢ଼ିଅଛି ଯାହା ବେଦବ୍ରହ୍ମା ।ଯୁକତେ ସୁନ୍ଦର ପୁଣି ଦିବ୍ୟ ବେଶହୋଇସୁଧର୍ମା ସଭା ମଧ୍ୟରେ ପ୍ରବେଶିଲା ଯାଇ ।ପୁଷ୍ପଧନୁ କରେ ଧରି ଚଢ଼ାଇଛି ଗୁଣବିରହ ଯନ୍ତ୍ର ଯେ ବେନି କନ୍ଧେ ଭିଡ଼ି ତ୍ରୋଣ ।ପାବଚ୍ଛ ତଳେ ସେ ଯାଇ ହୋଇଲାକ ଉଭାତାରାଗଣ ମଧ୍ୟେ ଯେହ୍ନେ ଚନ୍ଦ୍ର ପାଏ ଶୋଭା ।ଆସ୍ଥାନ ଉପରେ ଯେତେ ଦେବ ଥିଲେ ବସିନୃତ୍ୟରଙ୍ଗ ଦେଖି ସର୍ବେ ହେଉଛନ୍ତି ଖୁସି ।ଲେଉଟି ଯେ ଚାହିଁବାକୁ କାର ଶକ୍ତି ନାହିଁସର୍ବେ ସ୍ତମ୍ଭୀଭୂତ ହେଲେ ଉର୍ବଶୀକି ଚାହିଁ ।ତିଳେ ସ୍ଥାନ ନାହିଁ ସର୍ବେ ହୋଇଛନ୍ତି ଉଭାଉଠିବାକୁ ବାଟ ନାହିଁ କାହୁଁ ଯିବେ ଅବା ।ପାବଚ୍ଛ ତଳେ ଯେ ଥିଲେ ଗଲେ ପେଲି ଉଠିପଶି ନ ପାରିଲେ ଯହୁଁ ରହିଲେ ପାଲଟି ।ତିନି ପ୍ରହର ଯେ ଆସି ହୋଇଲାକ ବେଳଆଦିତ୍ୟର ତେଜ ଲାଗି ବହେ ଦେହୁଁ ଝାଳ ।ରାଜେ ବାହୁଡ଼ି ଯିବାକୁ ନ ବଳଇ ମତିକେହି ଆସିବାକୁ ମନ ନ କରନ୍ତି ତିଥି ।କାମଦେବ ଆସି ବିଜେ ନ ଜାଣନ୍ତି କେହିଉର୍ବଶୀ ନୃତ୍ୟକୁ ସର୍ବେ ଛନ୍ତି ଦୃଷ୍ଟି ଦେଇ ।ତ୍ରିପିଣ୍ଡ ହୋଇଣ ଝାଳ ଯାଉଅଛି ବହିଖରାତେଜେ ଅନ୍ତରାଳ ହୋଇ ତାର ଦେହୀ ।ନିଜ ଅଞ୍ଚଳେ ତାହାରି ପୋଚ୍ଛେ ଶ୍ରମଝାଳବେଳୁଁ ବେଳ ସୂର୍ଯ୍ୟତାପେ ହେଲା ଅନ୍ତରାଳ ।ବେଳୁବେଳ ରତିପତି ଦେହେ ତାପ ପାଇମହାରୋଷ ବହିଲା ସେ ଭାନୁକୁ ହିଁ ଚାହିଁ ।କାମଦେବ ବୋଇଲା ହେ ଜାଣିବା କେମନ୍ତେବସ ବୋଲି ଜଣେ କେହି ନ ବୋଇଲେ ମୋତେ ।ଇନ୍ଦ୍ରଦେବତା ଅଟନ୍ତି ସ୍ୱର୍ଗର କାରେଣିତିନିପୁର ଲୋକ ପରେ ଅଟନ୍ତି ଅଗ୍ରଣୀ ।ସବୁ ପ୍ରାଣୀଙ୍କର ସେହି ମୂଳ ବୀଜଦାତାଏତେ ଲାଜ ମୋତେ ଦେଲା ସେ ଇନ୍ଦ୍ର ଦେବତା ।ଏମାନଙ୍କର ଅବା ମୁଁ କଲି କେଉଁ ଦୋଷବରଣ କରି କିପାଇଁ କଲେ ମୋତେ ରୋଷ ।ଏ ପରା ଅଟଇ ପୁଣି ଜଗତର ପିତାଦେବତାଙ୍କ ଉପରେ ଏ ଇଷ୍ଟ ଯେ ଦେବତା ।ଅମର ଭୋଗ ଦିଅନ୍ତି ଦେବେ ଯାକୁ ତୋଷିସେ କିପାଁ ବସ ନ ବୋଲେ ଏ ସଭାରେ ବସି ।ବ୍ରହ୍ମାଙ୍କ ସନ୍ନିଧ୍ୟେ ବସି ଅଛନ୍ତି ଈଶ୍ୱରପାର୍ବତୀଙ୍କ ପତି ଏ ଯେ ସ୍ୱୟଂ ନିରାକାର ।ଅଷ୍ଟାଙ୍ଗ ଯୋଗରେ ସଦା ଲୟ ଯାର ମତିଇନ୍ଦ୍ର ଦେବତା ଅବଜ୍ଞା ନ କରେ ଯା ଉକ୍ତି ।ଯାର ଆଜ୍ଞାକାରୀ ପୁଣି ସକଳ ଦେବତାସେ କିପାଇଁ ପଦେ ମୋତେ ନ କହିଲେ କଥା ।ଏ ଆସ ବୋଲିବେ ମୋତେ ଅବା କାହିଁଉର୍ବଶୀ ନୃତ୍ୟରେ ସର୍ବେ ହୋଇଛନ୍ତି ବାଇ ।ଏହାଙ୍କ ପାରୁଶେ ଚନ୍ଦ୍ର ସୂର୍ଯ୍ୟ ଛନ୍ତି ବସିରାତ୍ରିଦିବା କରନ୍ତି ଏ ପୁରେ ପୁରେ ପଶି ।ପରମବ୍ରହ୍ମ ଏ ପୁଣି ଠୁଳ ଶୂନ୍ୟରୂପୀସଚରାଚର ପୃଥିବୀ ଦେହେ ଥାନ୍ତି ବ୍ୟାପୀ ।ଅକ୍ଷୟ ଅଜରାମର ଅଟନ୍ତି ଜଗତେସେ କିପାଇଁ ବସବୋଲି ବୋଲିବେଟି ମୋତେ ।ଦଶ ଦିଗପାଳେ ଛନ୍ତି ଏହାଙ୍କର ସଙ୍ଗେସକଳ ଦେବ କାରଣ ଥାଇ ଏହା ଅଙ୍ଗେ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଘେନିବିଶ୍ୱକର୍ମା ସରଜନା କରେ ଚାରିଖାନି ।ଏହାଙ୍କର ଭିଆଣ ତ ଏ ସୁଧର୍ମା ସଭାବସବୋଲି ବୋଲିବେ ସେ କିପାଁ ମୋତେ ଅବା ।ଆବର ଦେବତାମାନେ ଛନ୍ତି ବିଜେକରିଏହାଙ୍କର ଗୁଣ କେତେ କହିବି ବିସ୍ତାରି ।ସ୍ୱର୍ଗ ମଞ୍ଚ ପାତାଳରେ ଖ୍ୟାତ ୟାଙ୍କ କଥାଜଣ ଜଣକେ ଅଟନ୍ତି ଏହୁ ସାମରଥା ।ଅମର ମଣ୍ଡଳେ ଥାଇ ସବୁ ପୁଣ୍ୟମୟଜରା ମୃତ୍ୟୁ ନାହିଁ ଖାଇ ଅଛନ୍ତି ଅମିୟ ।ମହାପ୍ରଳୟେ ୟାଙ୍କର ନାହିଁ କିଛି ଭୟେଅରିଷ୍ଟ ପ୍ରଳୟ ୟାଙ୍କୁ ଯୁଗେ ଯୁଗେ ନୋହେ ।ଏମାନେ ବସ ବୋଲିବେ ଅବା ମୋତେ କାହିଁଉର୍ବଶୀ ମୋହି ଅଛଇ ସମସ୍ତଙ୍କ ଦେହୀ ।ଯଦ୍ୟପି ଏଥୁ ଲେଉଟି ଯିବି ମୁହିଁ ଆଜଜନମୁଖେ ହୋଇବ ଯେ ମୋତେ ବଡ଼ଲାଜ ।ତିନି ପ୍ରହର ତ ଉଭାହେଲି ଏଥେ ଆସିବସ ବୋଲି ସଭା ମଧ୍ୟେ କେହି ତ ନ ଭାଷି ।ଏତେ ବୋଲି କାମଦେବ କୋପଭର ହେଲେଦକ୍ଷିଣ ମୁଖରେ ଚାହିଁ ବ୍ରହ୍ମାଙ୍କୁ କହିଲେ ।ଏ ଦେବତାମାନେ ମନେ ହେଲେ ମତ୍ତଗର୍ବଉର୍ବଶୀର ରୂପ ଚାହିଁ ମୋହିତ ଏ ସର୍ବ ।ଯୁକତେ ବୁଦ୍ଧ ୟାଙ୍କର କାମେ ଶ୍ରଦ୍ଧା ନାହିଁକିପାଇଁ ମୋହେ ପଡ଼ିଲେ ଉର୍ବଶୀକି ଚାହିଁ ।ମଦନର ମିଛମାୟା କାମ ଲୋଭ କୋପଏ ପାଞ୍ଚ ଗୁଣୁ ବାହାର ଏହାଙ୍କର ରୂପ ।ଏ କିପାଁ ଆସ୍ଥାନେ ମୋତେ ନ ବୋଇଲେ ବସନିଶ୍ଚେ ଜାଣିଲି ବ୍ରହ୍ମାର ଅଟେ ବଡ଼ ଦୋଷ ।ଏହି ମୋତେ ଗଉରବ ନ କଲେ ତ ଆଜବୁଢ଼ାଦିନେ ଉର୍ବଶୀକି ଚାହେଁ ନାହିଁ ଲାଜ ।ଏତେ ବୋଲିଣ ଉପ୍ରୋଧ ଛାଡ଼ି ରତିପତିକରେ ପୁଷ୍ପଧନୁ ଶର ଧରି ଶୀଘ୍ର ଗତି ।ଆକର୍ଷିଣ ପଞ୍ଚବାଣ ପୁରାଇଲା ଆଣିମନ୍ତ୍ର ପଢ଼ି ଉପରକୁ ବିନ୍ଧିଲାକ ଟାଣି ।ବିଧାତା ଅଙ୍ଗେ ଭେଦିଲା ଯାଇ ପଞ୍ଚଶରତତକ୍ଷଣେ ଧାତା ହେଲେ କାମ ମତ୍ତଭର ।ଛାଡ଼ିଲେକ ଧାତା ବ୍ରହ୍ମକର୍ମ ବିଦ୍ୟା ଲଜ୍ଜାମହାମନ୍ତ୍ର ସହିତରେ ସବୁ କଲେ ତେଜ୍ୟା ।ସ୍ୱାହା ପ୍ରୋକ୍ଷଣୀ ଯେ ଦଣ୍ଡକମଣ୍ଡଳ ଛାଡ଼ିକୃଷ୍ଣାଜିନ ଛାଲ ଧୋତି ପାତ୍ରିକୁଶବିଡ଼ି ।ଆସ୍ଥାନ ଉପେକ୍ଷି ତହୁଁ ଉଠି ଦେବବରକାମଭରେ ଅଙ୍ଗୁରେତ ଝରେ ଝର ଝର ।ବଳେ କୋଳେ ଉର୍ବଶୀକି ଧଇଲେ ସେ ଯାଇକାମଭରେ ଦେବପତି ଅଙ୍ଗେ ଜ୍ଞାନ ନାହିଁ ।ସଭା ଭାଙ୍ଗିଲା ସମସ୍ତେ ଲାଜେ ଗଲେ ଉଠିଦେବଗଣ ରୁଦ୍ରଗଣ କଲେ ତହିଁ ପିଠିଯେ ଯାହା ପୁରକୁ ଗଲେ କରି ଉପହାସଚବିଶ ଯୂଣ ଉର୍ବଶୀ ବ୍ରହ୍ମା ସହବାସ ।ପୁତ୍ର ଏକ ତହୁଁ ଜାତ ହେଲା ମହାବଳୀପୁତ୍ରକୁ ଦେଖିଣ ବ୍ରହ୍ମା ମନେ ମନେ ଭାଳି ।ଜଗତରେ ପିତା ହୋଇ ସଭାରେ ୟା କଲିଜନମୁଖେ ଏଡ଼େ ବଡ଼ ଲଜ୍ଜାକୁ ପାଇଲି ।ଈଶ୍ୱର ଦେବ ଥୋକାଏ ଦୂରେର ଥିଲେ ରହିଏ କଥା ଦେଖି ହସିଲେ କରତାଳି ଦେଇ ।ଈଶ୍ୱର ବୋଇଲେ ବ୍ରହ୍ମା ତୁମ୍ଭଭଳି ଲୋକଏଡ଼େ ବଡ଼ ସଭାମଧ୍ୟେ ହେଲେ ଅବିବେକ ।ଦେବଗଣ ମଧ୍ୟେ ତୁମ୍ଭେ ବୋଲାଅ ଅଗ୍ରଣୀଏଡ଼େକ ଅକର୍ମ କଲ ତୁମ୍ଭେ କୁଶପାଣି ।ମୋହର ଯେ ଧର୍ମଅଙ୍ଗ ଅଟେ ଦେବୀ ଉମାତା ରମଣେ ଉପହାସ କର ମୋତେ ବ୍ରହ୍ମା ।ଦେବସଭାରେ ଉର୍ବଶୀ ସଙ୍ଗେ କଲ ପ୍ରୀତିଏଡ଼େ ଅଲାଜୁକ ତୁମ୍ଭେ ହେଲ ବେଦପତି ।ଏତେକ କହି ହସିଲେ ଟହ ଟହ ହୋଇଅତି ଉଚ୍ଚରେ ଯେ ପୁଣି କରତାଳି ଦେଇ ।ଅଦୃଷ୍ଟ ଅଶ୍ରୂତ ଏ ଯେ ଅସମ୍ଭବ କଥାଏଡ଼େ ଲୋକ ହୋଇ ଧର୍ମ ଲଙ୍ଘ ଚଉମଥା ।ଲଜ୍ଜାଥିଲା ପ୍ରାଣୀକି ଯେ ବାଧେ ଉପହାସଲଜ୍ଜା ଛାଡ଼ିଲେ ପ୍ରାଣୀର ଧର୍ମ ଯାଏ ନାଶ ।ଧର୍ମ ନାଶ ଗଲେ ପ୍ରାଣୀ ଦରିଦ୍ର ହୁଅନ୍ତିଦରିଦ୍ର ହେଲେ ପୁରାଣ ଧର୍ମ ନ ଶୁଣନ୍ତି ।ଆପେ ହେଲେ ପାପାଚାରୀ ନୋହି ପୁଣ୍ୟ ସଙ୍ଗପୁଣ ପୁଣ ନର୍କେ ଯାଇ ପଡ଼େ ତାର ଅଙ୍ଗ ।ସକଳ ଦେବଙ୍କ ପରେ ଇନ୍ଦ୍ର ମହାରାଜାଉପହାସ କଲେ ତୋର ଛାଡ଼ି ପାଦପୂଜା ।ବିଧାତା ବୋଇଲେ ଆମ୍ଭେ କଲୁ ପାପ କର୍ମଏ ବେଦ ସଭାରେ କଲୁ ଏଡ଼େକ ଅଧର୍ମ ।ଜାତି କୁଳ ମହତ ହିଁ ବିଦ୍ୟାବନ୍ତ ଗୁଣଏହାନ୍ତ ନାଶି ଛାଡ଼ିଲି ଏଡେ ବଡ଼ପଣ ।ଏକା କାମଦେବ ସିନା କଲା ଏଡ଼େ କଥାଯୁଗେ ଯୁଗେ ରହିଲା ସେ ନୋହିଲା ଅନ୍ୟଥା ।ଆମ୍ଭ ବଡ଼ପଣ ଗୋଟା ହରାଇଲୁ ଆମ୍ଭେଆମ୍ଭଙ୍କୁ ବାଛିଲ ଗଉରବ ଲୋକ ତୁମ୍ଭେ ।ଏଡ଼େ ମହିମା ମୋ ଭାଙ୍ଗି ଦେଲା କାମଦେବକି ଦୋଷେ ଦେଲା ଆମ୍ଭଙ୍କୁ ଏଡ଼େ ପରାଭବ ।ଏହା କହି ପିତାମହ ଗଲେ ପାଇ ତାପବୋଇଲେରେ କାମଦେବ ଘେନ ମୋର ଶାପ ।ଅକାରଣେ ଆମ୍ଭଙ୍କୁ ରେ କଲୁ ଗରୁ କୋହସହସ୍ର ଯୁଗ ପର୍ଯ୍ୟନ୍ତ ଅସୁର ତୁ ହୁଅ ।ପୁଷ୍ପଧନୁ ତୃଣ ତୋର ପାଞ୍ଚଗୋଟି ବାଣଏହା ଘେନି ଆମ୍ଭଙ୍କୁ ତୁ ଦେଲୁ ଏ କଷଣ ।ବିମାନ କେତନ ପଞ୍ଚଶର ଆଦି କରିସମସ୍ତ ଘେନି ଜନମ ତୁ ଅସୁରପୁରୀ ।ଏସନକ ଶାପ ଯହୁଁ ଦେଲେ ଦେବପତିସେହି ଶାପକୁ ଜାଣିଲେ ଧ୍ୟାନେ ଦେବି ରତି ।କେଶବାସ ଅସମ୍ଭାଳେ ବାହାର ସେ ହୋଇପିତାମହର ଛାମୁରେ ପ୍ରବେଶିଲେ ଯାଇ ।ନିରନ୍ତର ନୟନରୁ ଗଳେ ଅଶ୍ରୁଜଳପ୍ରଣମିତ ହେଲେ ପିତାମହ ପାଦତଳ ।ଶୋକଭରେ କାନ୍ଦି ରତି କରୁଛନ୍ତି ସ୍ତୁତିନମସ୍ତେ ତୁ ପିତାମହ ଆଦ୍ୟ ଯୁଗପତି ।ଅଲେଖ ଅଗାଧ ଧୂତି ଅଶ୍ରୁତି ଯା ଅଙ୍ଗଜୟ ସୃଷ୍ଟି କରତା ତୁ ପରମାତ୍ମା ରଙ୍ଗ ।ଦେବଙ୍କ ଉପରେ ତୁହି ଦେବ ଶିରୋମଣିଜୟ ତୁ ଦେବ ସଂସାର ଜନର କାରେଣି ।ସକଳ ଦେବ ପୁରାଣେ ଶ୍ରୁତ ଯାର ଶ୍ରୁତିଜୟ ଜୟ ଦେବ ନାଥ ଆଦି ଯୁଗପତି ।ଅଷ୍ଟାଙ୍କ ଯୋଗର ମୂଳେ ଚଉରାଶୀ ଜ୍ଞାନଆଦିଅନ୍ତ ପୁରୁଷ ତୁ ପରଂବ୍ରହ୍ମେ ଲୀନ ।ସତ୍ତ୍ୱ ରଜ ତମ ତିନି ଗୁଣେ ନାହୁଁ ମିଶିପଞ୍ଚଭୂତ ଆତ୍ମା ତୁହି ଅଟୁ ଶୂନ୍ୟବାସୀ ।ଋକ ଯଦୁ ଅଥର୍ବ ଯେ ସାମବେଦ ଚାରିଏହାଙ୍କୁ ଘେନିଣ ତୁହିଁ ହେଲୁ ବେଦଧାରୀ ।ଜନମ ମରଣ ବାଧା ନ ଲାଗେ ତୋ ଅଙ୍ଗେପ୍ରାନ୍ତକାଳେ ନ ଥାଇ ଯେ କେହି କାହା ସଙ୍ଗେ ।ତୋହର ମହିମା ଦେବ ତୁହି ଯେ ଜାଣନ୍ତାତୁହି ସିନା ଅଟୁ ଦେବ ସର୍ବଲୋକ ପିତା ।ବେଦର ତୁ ଶାଖା ଅଟୁ ଦେବ ତୋର ଆତ୍ମାସଂସାର ଭିତରେ ତୋତେ ନାହିଁ ନା ଉପମା ।ଜୟ ତୁହି ସୃଷ୍ଟି କର୍ତ୍ତା ଅନାଦି ମହାତ୍ମାସୃଷ୍ଟିର ମହିମା ତୁହି ଜାଣୁ ବିପ୍ରୋତ୍ତମା ।ସପତଦ୍ୱୀପା ପୃଥିବୀ ଅଛୁ ତୁହି ବ୍ୟାପିତୋର ସଞ୍ଚିଲା ଜଗତଗୋଟା ଅଛୁ ଥାପି ।ବେଦଶାସ୍ତ୍ର ଆଦିକରି ସର୍ବଧର୍ମ ସାଧିତ୍ରୈଲୋକ୍ୟ ମଧ୍ୟରେ ଦେବ ନାଗ ମନୁଷ୍ୟାଦି ।ତୋର ମନ୍ତ୍ରରେ ପାଷାଣ ଜୀବ ହୋଇପାରିତେଣୁ ସକଳ ଦେବତା ସିନା ଦେହଧାରୀ ।ପୃଥ୍ୱୀ ଆପ ତେଜ ବାୟୁ ଆକାଶ ସଞ୍ଚିଲୁମନ୍ତ୍ର ଯନ୍ତ୍ର ତନ୍ତ୍ରବିଦ୍ୟା ହୃଦୁ ଜାତକଲୁ ।ଅଜପା ଅଣୁଅକ୍ଷର ତୁ ତ ଅଷ୍ଟନିଧିତୁହି ଅଟୁ ସମସ୍ତଙ୍କ ପୂଜାମନ୍ତ୍ର ବିଧି ।ଭୋ ତାତ ତୋହର ଯେଉଁ ମନ୍ତ୍ରେପୂଜା ହୋଇସେହି ମନ୍ତ୍ର ନ ଜାଣନ୍ତି ଦିଗପାଳ କେହି ।ତେଣୁକରି ତୁମ୍ଭଙ୍କୁ ଯେ କେହି ନ ପୂଜନ୍ତିଅପୂଜା ବ୍ରହ୍ମା ତୁମ୍ଭଙ୍କୁ ଜଗତେ ବୋଲନ୍ତି ।କାହୁ ସେ ପୂଜିବେ ତୁମ୍ଭେ ନୁହଁ ଦେହଧାରୀତୁମ୍ଭେ ସକଳ ଜୀବର ଅଟ ଅଧିକାରୀ ।କଳପାଣାରୁ ସଂସାର କର ଉତପତ୍ତିତୁମ୍ଭର ସଞ୍ଚିତ ଦେବେ ହୋଇଛନ୍ତି ସ୍ଥିତି ।ଅଜ୍ଞାନୀଜନ ତୁମ୍ଭଙ୍କୁ ନ ଜାଣନ୍ତି କେବେଅପୂଜା ବ୍ରହ୍ମା ବୋଲିଣ ବୋଲନ୍ତି ଏ ଭବେ ।କେ ତୁମ୍ଭଙ୍କୁ କିସ ଘେନି ପୂଜିବ ବା କାହିଁସୃଷ୍ଟି ପୂଜା ଭିଆଇଲ ତୁମ୍ଭ ପୂଜା ନାହିଁ ।ଚାରିଖାନି ଚଉରାଶୀ ଜୀବ କଲ ଜନ୍ମତୁମ୍ଭଙ୍କୁ ପୂଜିବାକୁ କେ ନୋହିଲେ ଭାଜନ ।ଅପାର ମହିମା କେହୁ ପାରେ ଅନ୍ତକରିତୁମ୍ଭେ ଏ ସକଳ ଘଟେ ଅଛ ସିନା ପୂରି ।ଅଦେହ ଅଣାକାର ତୁ ଅବର୍ଣ୍ଣ ତୋ ମୂର୍ତ୍ତି ।ତୁମ୍ଭେ ସଞ୍ଚିଲ ତୁମ୍ଭଙ୍କୁ କେହି ନ ଜାଣନ୍ତି ।ତୁମ୍ଭର ମହିମା କହିବାକୁ ଶକ୍ୟ ନାହିଁମୁଁ କିସ କହିବି ଅବା ସ୍ତିରୀଦେହ ବହି ।ମାୟା ମୋହ ସଂସାର ଏ ଅନିତ୍ୟ ସର୍ବଥାଏହା ମନେ ବିଚାରି ମୁଁ ପାଉଅଛି ବ୍ୟଥା ।ଦିବ୍ୟ ହେତୁ ପାସୋରିଲେ କର୍ମ ଜଡ଼ ଲାଗିପୂର୍ବ ହେତୁ ଆଉ ମୁହିଁ ନ ପାରିଲି ଜାଗି ।ଅପାର ଭୟ ଭୋ ସ୍ୱାମି ଲାଗିଲାକ ମୋତେମୁକତି ମାର୍ଗକୁ ମୋତେ ଦେବ ଦେବନାଥେ ।ତୁମ୍ଭ ପଦ୍ମପାଦେ ପ୍ରଭୁ କହୁଛି ପ୍ରଣମିନନମଭୂମି ପ୍ରାପତ ନ କରି ଭୋ ସ୍ୱାମୀ ।ଅଚ୍ୟୁତଦାସ ଭକତି କରେ ଚତୁର୍ମୁଖେଏ ଭବସାଗରୁ ସ୍ୱାମୀ ପାରି କର ମୋତେ ।ଏସନକ ସ୍ତୁତି ଯହୁଁ କଲେ ଦେବୀ ରତିପ୍ରସନ୍ନେ ତାହାକୁ ଆଜ୍ଞାଦେଲେ ଦେବପତି ।ବରମାଗ ମାଗୋ ଦେବି ଯେ ତୋହର ଇଚ୍ଛାସତ୍ୟ କଲି ପୁରାଇବି ତୋର ମନବାଞ୍ଚ୍ଥା ।ସୁଲକ୍ଷଣୀ ପୁତ୍ରବତୀ ହୁଅ ପତି ଭକ୍ତାସଉଭାଗ୍ୟବତୀ ହୋଇ ଥାଅ ତୁ ସର୍ବଥା ।ପ୍ରସନ୍ନ ହୋଇ ତୋତେ ଗୋ ହେଲୁ ଅବଧାନଯାହା ଇଚ୍ଛା ତାହା ମାଗ ଯେମନ୍ତ ବିଧାନ ।ଏହା ଶୁଣି ରତିଦେବୀ ସନ୍ତୋଷ ହୋଇଲେଭୋ ପିତା ଏ ଚାରି କଥା କହିଲ ବୋଇଲେ ।ପତିବ୍ରତା ହୁଅ ବୋଲି ମୋତେ ଆଜ୍ଞା ଦେଲ ।କେମନ୍ତେ ଦେବ ମୋହର ପତି ନାଶ କଲକନ୍ଦର୍ପ ବିନୁ ଆନେ ନ ବଳେ ମୋର ମତିକେମନ୍ତେ ପତିବ୍ରତା ମୁଁ ହେବି ମହାସତୀ ।ଏଡ଼େ ବଡ଼ ବର ମୋର ହେଲା ଅକାରଣତୁମ୍ଭଙ୍କୁ କି ବୋଲିବି ମୋ ପୂର୍ବରୁ କଷଣ ।ତୁମ୍ଭର ପରା ପିତା ମୁଁ ପାଇଲଇଁ ଅବାଜାତକର ଲକ୍ଷଣରେ ହୋଇଲି ବିଧବା ।ବ୍ରହ୍ମାପରି ପିତା ଯାର ସାବିତ୍ରୀ ଯା ମାତାକୁଳ କଳଙ୍କିନୀ ହେଲି କି ପରିବି ପିତା ।ନିଶ୍ଚେଁ ଯେବେ ଅନୁଗ୍ରହ କଲ ଦେବବରକାମକୁ ଦେଇ କରିବା ମୋତେ ପ୍ରତିକାର ।ବ୍ରହ୍ମା ବୋଇଲେଗୋ ଆମ୍ଭେ ଦେଲୁ ତାକୁ ଶାପକେବେ ଅନ୍ୟନଥା ନୋହିବ ନ କର ବିଳାପ ।ଯାବତ ଚନ୍ଦ୍ର ସୂର୍ଯ୍ୟ ଗୋ ପଶ୍ଚିମେ ଉଦୟେସମୁଦ୍ର ଯେ ଶୁଖିଯାଇ ହେବ ଅଗ୍ନିମୟେ ।ସ୍ୱର୍ଗପାତାଳ ଯେବେ ଗୋ ହେବ ଏକସ୍ଥାନତଥାପି ଆନ ନୋହିବ ମୋହର ବଚନ ।ଏହା ଶୁଣି ରତିଦେବୀ ହୋଇଲେ ବିନୟୀଭୋ ପିତା ଅସାର ହେଲି ଦୁହିତା ମୁଁ ହୋଇଲୋକେ ଅପଖ୍ୟାତି ଜନମୁଖରେ ଦୁଷଣଆହେ ଦେବବର ଲାଜ ପାଇବ ଆପଣ ।ନିର୍ମଳ ଯେ ନିର୍ବିକଳ୍ପ ଅଟେ ଯାର ଅଙ୍ଗସର୍ବଭୂତ ଆତ୍ମା ତୁ ଯେ ପରମ ତୋ ସଙ୍ଗ ।ତୁମ୍ଭେ କୋପ କଲେ ଆନ କେ ପାରଇ ରଖିବିହନ୍ତା ପୁରୁଷ ତୁମ୍ଭେ ଯମ ଧର୍ମ ସାକ୍ଷୀ ।ତୁମ୍ଭ କଲା କର୍ମ ଆନ କେ କରି ପାରିବଜୀବ ଆତ୍ମା ଜ୍ୟୋତି ପରମାତ୍ମା ସଙ୍ଗେ ଭାବ ।ଅନେକ ବିନୟେ ଯହୁଁ କହିଲେକ ରତିସାନନ୍ଦେ ପ୍ରସନ୍ନ ହେଲେ ଶୁଣି ବେଦପତି ।କାମଦେବ ଶରୀରକୁ ବେନିଭାଗ କଲେଅଙ୍ଗୁ ଜାତକରି ନାମ ଅନଙ୍ଗ ଯେ ଦେଲେ ।ଏକ ଦେହ ଧାତିକାରେ କଲେ ବେନିକାୟାମୃତସଞ୍ଜୀବନୀ ମନ୍ତ୍ରେ କୀଆଇଲେ ତାହା ।ଅନା ଅଙ୍ଗ ରତି ଆଣି ରତିଆଗେ ଦେଲେଦେଖି ତାକୁ ରତିଦେବୀ ଆନନ୍ଦ ହୋଇଲେ ।ଅଙ୍ଗର ଭିତରୁ ଯହୁଁ କାଢ଼ିଲେ ଅନଙ୍ଗଅନଙ୍ଗ ତା ନାମ ଦେଲେ ନ ଥିବାରୁ ଅଙ୍ଗ ।ତେଣୁ ସେ ଅନଙ୍ଗ ନାମ ଜଗତେ ବିଖ୍ୟାତଅନଙ୍ଗ ନିର୍ମାଣ ଯହୁଁ କଲେ ଉଚମାଥ ।ଦୋଷ ଅନୁରୂପେ ସେ ଯେ ଶାପ ଦେଇଥିଲେଦୁହିତା ବିକଳ ଦେଖି ପ୍ରସନ୍ନ ହୋଇଲେ ।ବେନି କୁଳକୁ ସଙ୍କଟ ଗୋଟା ପଡ଼ିଥିଲାଏକ ଅଙ୍ଗୁ ବେନିରୂପ ପୁନରପି ହେଲା ।ଆବର ଗଢ଼ିଲେ ଅର୍ଦ୍ଧଅଙ୍ଗ ବେଦବରଶାପ ଅନୁକ୍ରମେ ତାକୁ କଲେକ ଅସୁର ।ପ୍ରଥମେ ଯେ କାମରୂପ ଦଗ୍ଧ ହୋଇଥିଲାଦ୍ୱିତୀୟ ଜନମେ କାଳନେମି ସେ ହୋଇଲା ।ଏକ କରେ ଧନୁ ଏକ କରେ ପଞ୍ଚସରଏବେ କଂସାସୁର ନାମେ ହୋଇଲା ଅସୁର ।କାମର ପୁଷ୍ପଧନୁ ସେ ବାମେଣ ବହିଲାବସନ୍ତ ନାମେ ଯେ ତାର ସଖା ହୋଇଥିଲା ।ପୂର୍ବେ କାମଦେବର ଯେ ଥିଲେ ପଞ୍ଚସରକାମଦେବର ଶରୀରୁ ହେଲେ ଅବତାର ।ଧାତର ଶାପେ ଏମାନେ ହୋଇଲେ ଅସୁରକୃଣାବର୍ତ୍ତ ବୀର ନାମ ହୋଇଲା ତାଙ୍କର ।ପୂର୍ବେ ସେ କାମଦେବର ଥିଲା ଯେଉଁ ରଥଶକଟାସୁର ରୂପେ ସେ ହୋଇଲା ସମ୍ଭୁତ ।ସେହି ରଥବରେ ଥିଲେ ଯେଉଁ ଅଶ୍ୱ ଚାରିସେମାନେ ଅସୁର ଦେହ ଧରି ଅବତରି ।ଚାଣୁର ମୁଷ୍ଟିକ ବ୍ୟୋମା ବତ୍ସା ଚାରି ନାମମହାବଳୀ ଅସୁର ଏ ପ୍ରତ୍ୟକ୍ଷରେ ଯମ ।ତେଣୁ ସେ ଅସୁର ଯୋଧୀ ମହାତେଜୋମୟକୋଟି କୋଟି ଇନ୍ଦ୍ରଙ୍କୁ ସେ ନ କରନ୍ତି ଭୟ ।ଏ ଯେ ସେହି କାମଦେବଅଂଶୀ କଂସ ବୀରପୂର୍ବେ ଥିଲା କାଳନେମି ନାମରେ ଅସୁର ।ସବୁ ଦିନେ କାଳନେମି ଏହାଙ୍କର ସଖାଅଭେଦ ସଖା ଅଟନ୍ତି ଏହି ରଣରଙ୍କା ।ରଥୀ ଯେ ସାରଥି ଧନୁ ସଖା ପଞ୍ଚବାଣକାମଦେବର ଶରାରୁ ଏମାନେ ନିର୍ମାଣ ।ଶକଟା ଯେ ତୃଣ ବତ୍ସା ବକାସୁର ମେଳେଅଘାଧେନୁକା ଯେ ବ୍ୟୋମକେଶି ଦୈତ୍ୟମୁଳେ ।ଏ ଯେ ଅଷ୍ଟମଲ୍ଲ ଜାଣ ଅଟନ୍ତି ଯୁକତେଚାଣୂର ମୁଷ୍ଟିକ ଆଦି ପୂତନା ସହିତେ ।କୁବଳୟା ଗଜ ଆଦି ଆବର ଯେ ମଲ୍ଲଧାତାର ଶାପେ ହୋଇଲା ଏ ଅସୁର ପଲ ।ଶୁକମୁନି କହନ୍ତି ଯେ ପରୀକ୍ଷ ଅଗ୍ରତେଅସୁରଙ୍କ ପୂର୍ବଜନ୍ମ କହିଲି ମୁଁ ତୋତେ ।ଜୟ ଜୟ ଜଗନ୍ନାଥ ଜଗତର କରତାଚତୁର୍ଦ୍ଧାମୁରତି ତୁ ଯେ ଚଉବର୍ଗଦାତା ।ନୀଳଗିରି ଜଗନ୍ନାଥ ଚରଣେ ଶରଣକବି ଅଚ୍ୟୁତର ଭବଭୟ ନିବାରଣ ।