ଚିତ୍ତବୋଧ ବା ଚିତ୍ତବିନୋଦ (ପ୍ରଥମ ଭାଗ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିମଙ୍ଗଳାଚରଣ
ଖର୍ବ ସ୍ଥୂଳତନୁଂ ଗଜେନ୍ଦ୍ର ବନ୍ଦନଂ ଲମ୍ବୋଦରଂ ସୁନ୍ଦରଂପ୍ରସ୍ୟନ୍ଦନ୍ମଧୂଗନ୍ଧ ଲୁବ୍ଧ ମଧୁପ ବ୍ୟାଲୋଳ ଗଣ୍ଡସ୍ଥଳଂଦନ୍ତାଘାତବିଦାରିତାରିରୁଧିରୈଃ ସିନ୍ଦୂରଶୋଭାକରଂବନ୍ଦେ ଶୈଳସୁତାସୁତଂ ଗଣପତିଂ ସିଦ୍ଧିପ୍ରଦଂ କାମଦଂଯତୋନନ୍ତ ଶକ୍ତି ଶେଷୋବଭୂବଃଧରାଧାରେଣେନେକରୂପେ ଚ ଶକ୍ତଃଯତୋନେକଧା ସ୍ୱର୍ଗଲୋକାହି ନାନାସଦା ତଂ ଗଣେଶଂ ନମାମୋ ଭଜାମଃକସ୍ତୁରୀତିଳକଂ ଲଲାଟପଟଳେ ବକ୍ଷସ୍ଥଳେ କୌସ୍ତୁଭଂନାସାଗ୍ରେ ଗଜମୌକ୍ତିକଂ କରଃତଳେ ବେଣୁ କରେ କଙ୍କଣଂସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତଂ କଣ୍ଠେ ଚ ମୁକ୍ତାବଳଂଗୋପ-ସ୍ତ୍ରୀ ପରିବେଷ୍ଟିତଂ ବିଜୟତେ ଶ୍ରୀଗୋପାଳଚୂଡ଼ାମଣିଦେବୋ ପାତୁ ଯଦି ଅତକ୍ଷ୍ଣ ନଖରେ ଦୈତ୍ୟାଧିପୋରାଜସେଯସ୍ୟ ଶ୍ରୀଚରଣାମ୍ବୁ ବ୍ରଜେ ସୁରନଦୀ ଗୋବର୍ଦ୍ଧନଂ ଯତ୍କରେଦନ୍ତାଗ୍ରେ ଧରଣୀ ସ୍ୱଲୋକ ନିବହା ମାୟା ଯଦି ଆସିତ୍ଜମ୍ବୁବତ୍ ଜଳବିନ୍ଦୁବତ୍ ଜମ୍ବାଳବତ୍ ଜାଲବତ୍ବନ୍ଦେ ଦେବ ଉମାପତିଃ ସୁରଗୁରୁଂ ବନ୍ଦେ ଜଗତ୍ କାରଣଂବନ୍ଦେ ପନ୍ନ ଭୂଷଣଂ ମୃଗଧରଂ ବନ୍ଦେ ପଶୁନାଂ ପତିଂବନ୍ଦେ ସୂର୍ଯ୍ୟ-ଶଶାଙ୍କ-ବହ୍ନି-ନୟନଂ ବନ୍ଦେ ମୁକୁନ୍ଦପ୍ରିୟଂ ।ବନ୍ଦେ ଭକ୍ତ ଜନାଶ୍ରୟଂଚ ବରଦଂ ବନ୍ଦେ ଶିବଂ ଶଙ୍କରଂପ୍ରଭୁମଶୀ ମନୀଶ ମହେଶ ଗୁଣଂ ଗୁଣହୀନ ମହୀଶଗଳାଭରଣଂରଣ-ନିର୍ଜିତ-ଦୁର୍ଜୟ ଦୈତ୍ୟପୁରଂ ପ୍ରଣମାମି ଶିବଂ ଶିବକଳ୍ପତରୁଂ ।ଗିରିରାଜସୁତାନ୍ୱିତବାମତନୁ ତନୁ ନିନ୍ଦିତ ରାଜିତ କୋଟି ବିଧୁଂବିଧିବିଷ୍ଣୁଶିବାନୁତ ପାଦଯୁଗଂ ପ୍ରଣମାମି ଶିବଂ ଶିବକଳ୍ପତରୁଂପୂର୍ଣ୍ଣ ବକ୍ତ୍ର ସୁରାଣାଂ ଯମ ମହିଷ ମହାଶୃଙ୍ଗମାଦୟ ପାଶୌକୃତାବ୍ୟୋ ବନ୍ଦ୍ୟମାନଃ ପ୍ରଳୟା ମୁଦିତୟା ଭୈରବଃ କାଳରାତ୍ର୍ୟାଗର୍ବନ୍ତୀଚାସ୍ଥଖଣ୍ଡ ପ୍ରକଟତରରଟ ସେବ୍ୟସଂଘାତମୁଗ୍ରଂକୁର୍ବାଣଂ ପ୍ରେତ ମଧ୍ୟେ କହ କହ କଳସାଂ ହସଂସୁପ୍ରୀ କୃଶାଙ୍ଗୀବାମ କର୍ଣ୍ଣେ ମୃଗାଙ୍କଃ ପ୍ରଳୟ ପରିଣତଂ ଦକ୍ଷିଣେ ସୂର୍ଯ୍ୟ ବିମ୍ବଂକଣ୍ଠେ ନକ୍ଷତ୍ର ହାରଂ କରବିକଟଜଟାଜୂଟକେ କେତୁମାଳାସ୍କନ୍ଧେ କୃତ୍ୱେରଗେନ୍ଦ୍ର ଧ୍ୱନିନିକର ଭୁଜଂ ବ୍ରହ୍ମକଙ୍କାଳହାରଂସଂହାରେ ଧାରୟନ୍ତି ହରତୁ ମମ ଭୟ ଭଦ୍ରକାଳୀ କପାଳୀ ।ସପ୍ତାଶ୍ୱ ରଥମାରୁଢ଼ଂ ପ୍ରଚଣ୍ଡଂ କଶ୍ୟପାତ୍ମଜଂଶ୍ୱେତପଦ୍ମଧରଂ ଦେବଂ ତଂ ସୂର୍ଯ୍ୟଂ ପ୍ରଣମାମ୍ୟହଂବନ୍ଧକ ପୁଷ୍ପସଂକାଶଂ ହାର କୁଣ୍ଡଳ ଭୂଷିତଂଏକ ଚକ୍ରଧରଂ ଦେବଂ ତଂ ସୂର୍ଯ୍ୟଂ ପ୍ରଣମାମ୍ୟହଂ ॥
ବନ୍ଦନା
ଜୟ ଜୟ ଗଣନାଥ ପାର୍ବତୀନନ୍ଦନ
ସମ୍ବନ୍ଧିତ ରଚନା
ହରିବଂଶ (ତୃତୀୟ ଖଣ୍ଡ)ଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ
ହରିବଂଶ (ପଞ୍ଚମ ଖଣ୍ଡ)ଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ
ଅଯୋନି ସମ୍ଭୂତ ଦେବ ମୂଷିକବାହନ ।
ମହାଯୋଗେଶ୍ୱର ଦେବ ଅଟ ବ୍ରହ୍ମବେତ୍ତା
ଶୋଭା ପାଏ କପାଳରେ ସିନ୍ଦୂରର ଚିତା ।
ଜ୍ଞାନୀମାନଙ୍କର ଗୁରୁ ବିଦ୍ୟାରେ ସାଗର
ସର୍ବ ଦେବ ଅଗ୍ରତରେ ପୂଜା ଯେ ତୁମ୍ଭର ।
ସର୍ବସିଦ୍ଧି ଦାତା ପ୍ରଭୁ କାଳ କାମଜୟୀ
ଅମୃତ ଲଡ଼ୁ ଭକ୍ଷିଲ ଶିବଠାରୁ ନେଇ ।
ଏକଦନ୍ତ ମହାକାୟ ବିଘ୍ନବିନାଶକ
ତବ ଶ୍ରୀ ପଦରେ ମୋର ମାଗୁଣି ଏତେକ ।
ଶ୍ରୀକୃଷ୍ଣଙ୍କ ଗୋପଲୀଳା କରିବି ବର୍ଣ୍ଣନ
ଭିକ୍ଷା କରେ ସୁଦୟା କରିବ ଗଜାନନ ।
ଜୟ ହେ ମଧୁସୂଦନ ଦେବ ଜଗତ୍ପତି
ଆଜାନୁଲମ୍ବିତ ବାହୁ ଚତୁର୍ଦ୍ଧା ମୂରତି ।
ଗଜାର୍ତ୍ତନାଶନ ଦେବ ଅହଲ୍ୟାତାରଣ
ମୃଗୁଣୀର ବିପତ୍ତିକୁ କରିଛ ହରଣ ।
ସୁଦାମା ଦାରିଦ୍ର୍ୟହରା ତ୍ରୈଲୋକ୍ୟ ଈଶ୍ୱର
କୀଟୁ ବ୍ରହ୍ମ ପରିଯନ୍ତେ ସୃଜନ ତୋହର ।
ମତ୍ସ୍ୟ କଚ୍ଛ ବରାହ ହେ ବାମନାବତାର
ନରସିଂହ ପର୍ଶୁରାମ ଶ୍ରୀରାମ ଶରୀର ।
ବସୁଦେବର ନନ୍ଦନ ବୁଦ୍ଧ ଅବତାର
କଳିଯୁଗ ଶେଷେ କଳ୍କୀ ନାମ ହେବ ସାର ।
ମୌନ ଅବତାର ହୋଇ ଶ୍ରୀନୀଳ କନ୍ଦରେ
ବାହୁ ମେଲି ବସିଅଛ ଚକାବଇଠିରେ ।
ବଳିୟାର ଭୁଜ ପ୍ରଭୁ ଦେଇଛ ମେଲାଇ
ଭକ୍ତଜନମାନଙ୍କ ପାତକ ନାଶ ପାଇଁ ।
ଲକ୍ଷ୍ମୀହୃଦୟମଣ୍ଡନ ଆହେ ଜଗତ୍ପତି
ଏ ହୀନ ପାମର ପାଦେ କରଇ ପ୍ରଣତି ।
ଶ୍ରୀକୃଷ୍ଣଙ୍କ ତତ୍ତ୍ୱ କିଛି କରିବି ବର୍ଣ୍ଣନ
ଦୟାକର ପଦ ଦୃଶ୍ୟ ହେଉ ନାରାୟଣ ।
ଜୟ ଜୟ ପଶୁପତି ପାର୍ବତୀଙ୍କ ବର
ଜୟ ଜୟ ବ୍ୟୋମକେଶ ପ୍ରଭୁ ଦିଗମ୍ବର ।
ଜୟ ଜୟ ପିନାକୀ ହେ ତ୍ରିଭୁବନ କର୍ତ୍ତା
ଜୟ ଜୟ କଇଳାସବାସୀ ପ୍ରଭୁ ତ୍ରାତା ।
କାଳ-କାମଜୟୀ ପ୍ରଭୁ ମହା ଯୋଗୀବର
ମୃତ୍ୟୁଞ୍ଜୟ ନୀଳକଣ୍ଠ ଦେବ ବିଶ୍ୱମ୍ଭର ।
ତୋର ଦୟାବଳେ ପ୍ରଭୁ ହୀନ ମୂଢ଼ ପ୍ରାଣୀ
ପାପ-ତାପୁ ତରିଯାଏ ଆହେ ଶୂଳପାଣି ।
ଅକର୍ମା ଦାନୀ ହେ ପ୍ରଭୁ ସଂହାର ମୂରତି
ତୁମ୍ଭ ପାଦପଦ୍ମ ତଳେ କରଇ ପ୍ରଣତି ।
ହରିହର ଏକ ତୁମ୍ଭେ ନାହିଁ ଭିନ୍ନାଭିନ୍ନ
ଶ୍ରୀକୃଷ୍ଣଙ୍କ ଖେଳା ଲୀଳା କରିବି ବର୍ଣ୍ଣନ ।
ଦୟାକର ବିଶ୍ୱନାଥ ଅଭୟ ବରଦ
ଦୀନ ହୀନ ଆଶା ପୂର୍ଣ୍ଣ କର ଦେବରାଜ ।
ଜୟ ମା ଜଗଜ୍ଜନନୀ ଅତ୍ରାହିଭଞ୍ଜନୀ
ତବଠାରୁ ଚରାଚର ସୃଜିଛି ମେଦିନୀ ।
ମହା ଯୋଗେଶ୍ୱରୀ ମାତା ଅପର୍ଣ୍ଣା ଅମ୍ବିକା
ନାରାୟଣୀ ଜଗଦ୍ଧାତ୍ରୀ ଦୁର୍ଜନ ନାଶିକା ।
ସର୍ଜ୍ଜନ ପାଳିନୀ ମାତା ସଂହାର କାରିଣୀ
ବ୍ରହ୍ମା ବିଷ୍ଣୁ ମହେଶାଦି ଦେବଙ୍କ ବନ୍ଦିନୀ ।
ଆଦ୍ୟା ସନାତନୀ ମାତା ମହିଷା ନାଶିନୀ
ଚଣ୍ଡ ମୁଣ୍ଡ ବିନାଶିନୀ ପ୍ରକୃତି ରୂପିଣୀ ।
ଅଷ୍ଟଚଣ୍ଡୀ ରୂପେ ମାତ ଜଗତ ବିଦିତ
ତବ ଦୟାବଳେ ମୂର୍ଖ ହୁଅଇ ପଣ୍ଡିତ ।
ଶ୍ରୀକୃଷ୍ଣ ଗୋପପୁରରେ କଲେ ଯେଉଁ ଲୀଳା
ତାହା ବର୍ଣ୍ଣିବାକୁ ତବ ନାମ କରେ ମାଳା ।
ଦୟା କରି ଭଗବତୀ କଣ୍ଠେ ବିଜେ କର
ପଦମାନ ଦୃଶ୍ୟ ହେଉ ଲଳିତ ଛନ୍ଦର ।
ଏତିକି ମାଗୁଣି ମାତା ଶ୍ରୀଚରଣେ ତବ
ତବ ନାମ ଧ୍ୟାୟି ଚାଲିଯାଉ ମୋର ଜୀବ ।
ଜୟ ହେ ସଂଜ୍ଞାବଲ୍ଲଭ ଧର୍ମ ନିରଞ୍ଜନ
ସପ୍ତାଶ୍ୱ ରଥରେ ଦେବ ତୋହର ଭ୍ରମଣ ।
ସର୍ବଲୋକ ପିତାମହ ମହାପାପହର
ସର୍ବ ଗ୍ରହରାଜ ପ୍ରଭୁ ତାପ ନାଶ କର ।
ଏକଚକ୍ର ରଥେ ଦେବ ତୋହର ଭ୍ରମଣ
ସଂସାର ପାଳକ ଦେବ ଛାୟାର ରମଣ ।
ସମ୍ବରାସୁର ନାଶକ ଦୀନେ ଦୟା କର
ଶ୍ରୀକୃଷ୍ଣ ଲୀଳା ଲେଖିବି ଭାବିଛି ମନର ।
ହୃଦୟ ମଧ୍ୟରେ ବିଜେ କରନ୍ତୁ ଆପଣ
ଅକ୍ଳେଶରେ ଦୃଶ୍ୟ ହେଉ ଛନ୍ଦପଦମାନ ।
ଏତିକି ଜଣାଣ ଦେବ ଶ୍ରୀପୟରେ ତବ
ଦୀନ ଅଚ୍ୟୁତକୁ ଉଦ୍ଧରିବ ଛାୟାଦେବ ।
ଶ୍ରୀରାଧାଙ୍କ ମୋହନବେଶ ଧାରଣ
ଏକଦିନେ ରାଧାଦେବୀ ମନେ ବିଚାରିଲେମୋହନର ବେଶ ଆଜ ଧରିବେ ବୋଇଲେ ।ଶ୍ରୀକୃଷ୍ଣ ଅଙ୍ଗକୁ ଶୋଭେ ଯେଉଁ ଅଳଙ୍କାରଯେପରି ବସନ କୃଷ୍ଣ ଅଙ୍ଗକୁ ସୁନ୍ଦର ।ସେ ସମସ୍ତ ଘେନି ରାଧା ବୃନ୍ଦାବନେ ଗଲେକଦମ୍ବ ମୂଳରେ ଯାଇଁ ପ୍ରବେଶ ହୋଇଲେ ।ନିଜ ଦେହ ଅଳଙ୍କାର ନିଜ ହସ୍ତେ ଫେଇକଦମ୍ବ ବୃକ୍ଷରେ ତାହା ରଖିଲେ ଲୁଚାଇ ।ତାଳୁରେ ବାନ୍ଧିଲେ ଚୂଳକେଶ ଦିବ୍ୟବେଣୀପାଦରେ ନୂପୁର ଖଞ୍ଜା ନାସାର ବସଣି ।ଅଙ୍ଗୁଳିରେ ମୁଦ୍ରିକା ହେ ଶ୍ରୀହସ୍ତେ କଙ୍କଣକଟିରେ କିଙ୍କିଣୀ ସାଜେ ବାଜେ ରୁଣଝୁଣ ।କଣ୍ଠେ ଲମ୍ବେ ବ୍ୟାଘ୍ରନଖ ବାହୁରେ ବାହୁଟିଭାଲେ ଗୋରଚନା ଟୋପି ତିଳକର ପଟି ।ସରୁ ଝୀନ ପୀତାମ୍ବର ପରିଧାନ କଲେନାନାଜାତି ପୁଷ୍ପମାଳ କଣ୍ଠେ ଲମ୍ବାଇଲେ ।କେ ମୁଖେ କହିବ ରାଧା ଛଦ୍ମ କୃଷ୍ଣବେଶଶୂନ୍ୟେ ଥାଇ ଦେବଗଣ ହୋଇଲେ ହରଷ ।ସାକ୍ଷାତେ ପରମ ଲକ୍ଷ୍ମୀ ରାଧା ଠାକୁରାଣୀମୋହନ ବେଶରେ ଉଭା ତ୍ରିଭଙ୍ଗିମା ଠାଣି ।ପୟରେ ପୟର ଛନ୍ଦି ତେରଛେ ଅନାଇଁପକ୍ୱ ବିମ୍ବାଧରେ ମନ୍ଦହାସ ପ୍ରକାଶଇ ।ମୋହନ ମୁରଲୀ ଧରି ନୀପମୂଳେ ରହିସଧୀରେ ବଜାନ୍ତି ରାଧା ଅଧରେ ଲଗାଇ ।ଆସ କୃଷ୍ଣ କରିବା ଏ ବନେ ରସକେଳିଅଦଭୂତେ ବାଜେ ବଂଶୀ ଆସ ଚନ୍ଦ୍ରାବଳୀ ।ପୁଣିହିଁ ଦ୍ୱିତୀୟ ରନ୍ଧ୍ରେ ବଜାନ୍ତି ଶ୍ରୀମତୀଆସ ଆସ କୃଷ୍ଣଚନ୍ଦ୍ର କରିବ ସୁରତି ।କୃଷ୍ଣନାମ ହୁଡ଼ି ବଂଶୀ ବୋଲେ ରାଧେ ରାଧେଆସ ପ୍ରାଣେଶ୍ୱରୀ ବୋଲି ବଜାଇ ଆନନ୍ଦେ ।ଶୁଣି ବଂଶୀସ୍ୱନ ରାଧା ବିଷାଦ ଭଜିଲେଫେରାଇ ଆରେକ ରନ୍ଧ୍ରେ ପୁଣି ବଜାଇଲେବୋଇଲେରେ ବଂଶୀ ଘେନ ମୋହର ଆଦେଶକୃଷ୍ଣ କର୍ଣ୍ଣେ ପଶି କର ବିହ୍ୱଳମାନସ ।ବୋଲେ ଆସ ଆସ କୃଷ୍ଣ ବୃନ୍ଦାବନେ ଆସଡାକେ ନିଜ ଦାସୀ ତବ ଅଙ୍କେ ଆସି ବସ ।ଏତେ ଭାଷି ରାସେଶ୍ୱରୀ ଫୁଙ୍କିଲେ ମୁରଲୀକେଭେ ନ ବାଜଇ ବଂଶୀ କୃଷ୍ଣ କୃଷ୍ଣ ବୋଲିକୃଷ୍ଣନାମ ଛାଡ଼ି ଡାକେ ଆସ ଚନ୍ଦ୍ରାବଳୀଆଶ୍ଚର୍ଯ୍ୟ ହୋଇଲେ ଶୁଣି ରାଧିକା ସୁନ୍ଦରୀ ।ଆର ରନ୍ଧ୍ରେ ପୁଣି ରାଧା ମୁରଲୀ ଫୁଙ୍କିଲେକେଭେ କୃଷ୍ଣନାମ ନ ବାଜଇ ମୁରଲୀରେ ।ବାରମ୍ବାର ବଦଳାଇ ବଜାଇ ମୁରଲୀବନେ ଆସ କୃଷ୍ଣଚନ୍ଦ୍ର ଡାକେ ଚନ୍ଦ୍ରାବଳୀ ।କୃଷ୍ଣ ନାମ ଛାଡ଼ି ରାଧା ନାମରେ ବଜାଇଉଚ୍ଚେ ଡାକେ ଆସ ଆସ ଆଗୋ ପ୍ରିୟସହୀ ।ଫେରାଇ ପଞ୍ଚମ ରନ୍ଧ୍ରେ ପୁଣିହିଁ ମୁରଲୀବଜାନ୍ତି କ୍ରୋଧରେ ରାଧା ଆସ ବନମାଳୀ ।କୃଷ୍ଣ ନାମେ କେତେବେଳେ ମୁରଲୀ ନ ବାଜେକୃଷ୍ଣ ନାମେ ବଜାଇଲେ ରାଧା ନାମେ ବାଜେ ।ଶୁଣିଣ ଆଶ୍ଚର୍ଯ୍ୟ ହୋଇ ବୋଲନ୍ତି କିଶୋରୀଭଲା ଶିଖାଇଛି କୃଷ୍ଣ ମୋ ନାମକୁ ଧରି ।ଯେତେ ବଜାଇଲେ କୃଷ୍ଣ ନାମ ନ ବାଜଇନିରନ୍ତରେ ମୋର ନାମ ଧରି ଏ ଡାକଇ ।ଯେବେ ନ ମାନିଲା ମୋର କଥା ଗୋଟି ଏହିକିମ୍ପାଇଁ ଏହାକୁ ହସ୍ତେ ଧରିବିଟି ମୁହିଁ ।ଏତେ ବୋଲି ମୁରଲୀକି ତଳେ ଥୋଇଦେଲେପାଶରୁ ଅନ୍ତର ହୋଇ ଦୂରରେ ରହିଲେ ।ସେ ମୁରଲୀ ରନ୍ଧ୍ରେ ବାୟୁ ପଶିଣ ବାଜିଲାକେ ବଂଶୀ ବାଉଛି ବୋଲି ଜାଣି ନ ହୋଇଲା ।ଅତି ଆଚମ୍ବିତ ହୋଇ ବାଜୁଛି ମୁରଲୀଆସ ଆସ ରାଧେ ଗୋ କରିବା ରସକେଳି ।କର୍ଣ୍ଣେ ଶୁଣି ରାଈ ହୃଦେ ବାଜେ ପଞ୍ଚଶରକାତରେ ଉଠାଇ ବଂଶୀ ଘେନିଲେ ହସ୍ତର ।ହସ୍ତର ମୁଠାରେ ତା ରନ୍ଧ୍ରକୁ ରୁଦ୍ଧ କଲେତା ମୁଖରେ ଅନ୍ୟ କର ଅଙ୍ଗୁଳି ଭରିଲେ ।ବିହ୍ୱଳିତଚିତ୍ତ ହୋଇ ଭାବୁଛନ୍ତି ରାଈଯେତେ ନିବାରିଲେ ସେ ନିବାରି ହେଲା ନାହିଁ ।ଏହି ବଂଶୀ ଖଣ୍ଡ ମୋର ମହତ୍ତ୍ୱ ସାରିଲାଏହି ବଂଶୀ ଖଣ୍ଡ ସବୁ ମାନ ବୁଡ଼ାଇଲା ।ଏହି ବଂଶୀ ଖଣ୍ଡ ମୋର ଧୈର୍ଯ୍ୟ କଲା ଭଙ୍ଗଏହି ବଂଶୀ ଖଣ୍ଡ ଜୀର୍ଣ୍ଣ ଶୀର୍ଣ୍ଣ କଲା ଅଙ୍ଗ ।ଏହି ବଂଶୀ ଖଣ୍ଡ ମୋର ସାରିଲା ସକଳଏହି ବଂଶୀ ଖଣ୍ଡ ଯୋଗୁ ସଦା ହରବର ।ଏହି ବଂଶୀ ଖଣ୍ଡ ମୋର ମନ ଭ୍ରମ କଲାଏହି ବଂଶୀ ଖଣ୍ଡ ମୋର ଜାତି ବୁଡ଼ାଇଲା ।ଏହି ବଂଶୀ ଖଣ୍ଡ ସର୍ବ କଲା ମୋର ନାଶଏହି ବଂଶୀ ଖଣ୍ଡ ଯୋଗୁ ନିଶ୍ଚେ ହେବି ଧ୍ୱଂସ ।ଏ ବଂଶୀ ଯାହାର ତାକୁ ଆଜି ନ ଦେଖିଲେଏ ଜୀବନ ମୋର ଆଉ ନ ରଖିବି ଭଲେ ।କୃଷ୍ଣ ନ ଦେଖିଲେ ଆଜ ଗୋପକୁ ନ ଯିବିଏହିଠାରେ ରହି ପଛେ ଜୀବନ ହାରିବି ।ଏ ମୋହନ ବେଶ ମୋର ନ ଦେଖିଲେ ହରିକାହିଁପାଇଁ ଯିବି ଆଉ ଗୋପପୁର ଫେରି ।ଏମନ୍ତ ବିଚାରି ରାଈ ନୀପମୂଳେ ବସିବୋଲନ୍ତି ନ ବାଜୁ କିମ୍ପା କୃଷ୍ଣ ନାମେ ବଂଶୀପରୀକ୍ଷିତଙ୍କୁ କହନ୍ତି ଶୁକ ନାମେ ଯତିଏ ଉତ୍ତର ଯାହା ହେଲା ଶୁଣ ହେ ନୃପତି ।ରାଧା କୃଷ୍ଣ ଲୀଳା ଏ ଯେ ଅପୂର୍ବ କାହାଣୀଯାହା ଶୁଣି ଭବ କୂପୁ ତରିଥାଏ ପ୍ରାଣୀ ।ସେହି ଚରିତ ମୁଁ ତୁମ୍ଭ ଆଗରେ କହୁଛିରାଧାକୃଷ୍ଣଙ୍କର ଲୀଳା ଯେପରି ହୋଇଛି ।ତଳେ ଥୋଇଥିଲେ ସିନା କୃଷ୍ଣଙ୍କ ମୁରଲୀକୃଷ୍ଣ ନାମ କହି ଫୁଙ୍କି ଦେଲେ ହସ୍ତେ ଧରି ।କୃଷ୍ଣ କୃଷ୍ଣ ହୋଇକରି ମୁରଲୀ ବାଜିଲାସେ ଶବଦ ଗୋଟି ତିନିପୁରକୁ ଶୁଭିଲା ।ତ୍ରିପୁରର ଲୋକ ଶୁଣି ଚକିତ ହୋଇଲେକୃଷ୍ଣ କୃଷ୍ଣ ବୋଲି ବଂଶୀ ବାଜେ ଉଚ୍ଚସ୍ୱରେ ।ମଥୁରାରେ କଂସ ରାଜା କର୍ଣ୍ଣକୁ ଶୁଭିଲାସେ ନାମ ଶୁଣି ଅଜ୍ଞାନେ ଭୂମିରେ ପଡ଼ିଲା ।ପୁଣି କ୍ଷଣେ ଚେତା ଲଭି ଭାବଇ ରାଜନଶ୍ରୀକୃଷ୍ଣ ବଜାଏ ବଂଶୀ ରହି ବୃନ୍ଦାବନ ।କାଳ ସର୍ପ ତୁଲ୍ୟ ଦଂଶେ ଯାର ବଂଶୀସ୍ୱନଯା ନାମ ଶୁଣିଲେ କମ୍ପେ ମୋ ପଞ୍ଚପରାଣ ।ଦେବଙ୍କର ଛଳେ ମୋତେ ମାରିବାର ପାଇଁଜନମ ଲଭି ଶ୍ରୀକୃଷ୍ଣ ଅଛି ବ୍ରଜସାଇଁ ।ମାରିବା ପାଇଁକି ତାକୁ ନାନା କଥା କଲିପୂତନାକୁ ଅଷ୍ଟମଲ୍ଲ ଗୋପକୁ ପେଶିଲି ।କେହି ନ ଫେରିଲେ ସମସ୍ତଙ୍କୁ ସେ ମାଇଲାଏତେ ଭାଳି କଂସାସୁର ମନେ ଭୟ କଲା ।
ଅକ୍ରୂରର ଗୋପପୁରକୁ ଗମନ
କି କରିବି ନିଶ୍ଚେ ମୋର ହୋଇଲା ମରଣବିଶ୍ୱାସେ ଅକ୍ରୂର ରାଇ ବୋଲଇ ବଚନ ।ହେ ମନ୍ତ୍ରୀ ଅକ୍ରୂର ତୁହି ଗୋପପୁରେ ଯିବୁଗୋପ ନୃପ ନନ୍ଦ ପାଶେ ମୋର ଲେଖା ଦେବୁରାମକୃଷ୍ଣ ବେନିଭାଇ ଆସିବେ ଯେମନ୍ତେତେମନ୍ତ ଉପାୟ କରି ଘେନିଆସ ଏଥେ ।ଉପାୟ କରିଣ ବହୁ ପ୍ରକାର ଏଠାରେଦୁଇଭାଇଙ୍କୁ ମାରିବି କୀଟ ପରକାରେ ।ତାହାଙ୍କୁ ଯଦ୍ୟପି ମୁହଁ ମାରି ନ ପାରିବିକେମନ୍ତେ ରାଜାଧିରାଜ ମୁହିଁ ବୋଲାଇବି ।ସେ ଦୁଇ ବାଳକ ମୋର ହୃଦେ ହେଲେ ଶରଯାଅ ବେଗେ ଅକ୍ରୂର ହେ ଆଣ ନନ୍ଦବାଳ ।ଏତେ ବୋଲି ନିଜ ହସ୍ତେ ଚିଟାଉ ଲେଖିଲାମୁଦିକରି ମନ୍ତ୍ରୀ କରେ ତତକାଳେ ଦେଲା ।ଦିବ୍ୟରଥ ଏକ ସଜ କରାଇ ଆଣିଲାସୁଖେ ଯାଅ ବୋଲି ରଥେ ନେଇ ବସାଇଲା ।କଂସର ଚିଟାଉ ଘେନି ଅକ୍ରୂର ହସ୍ତରେରଥରେ ବସିଲା ଯାଇ ମହା ଆନନ୍ଦରେ ।ରାଜା ଆଜ୍ଞା ମାନି ମନ୍ତ୍ରୀ ରାଜଦାଣ୍ଡେ ଚଳିଦେଖି ପୁର ନର-ନାରୀମାନେ ମନେ ଭାଳି ।ବୋଲନ୍ତି ଦେଖ ଅକ୍ରୂର ଯାଏ ଗୋପପୁରଆଣିବ ରାମକୃଷ୍ଣଙ୍କୁ ପେଶେ କଂସାସୁର ।ସତେ ସେ ବେନି ଭାଇଙ୍କି ନୟନେ ଦେଖିବାଆମ୍ଭର ପାପ ଜୀବନ ସଫଳ କରିବା ।ଧୀରେ ଧୀରେ ରଥ ବାହି ଚଳଇ ଅକ୍ରୂରମନେ ବିଚାରଇ ଆଜ ଯିବି ଗୋପପୁର ।ଧନ୍ୟ ମୋର ପିତାମାତା ଧନ୍ୟ ମୋ ଜୀବନଅଶେଷ ଜନ୍ମର ପାପ କରିବି ଦହନ ।ବ୍ରହ୍ମା ଚନ୍ଦ୍ର ରୁଦ୍ର ଇନ୍ଦ୍ର କୁବେର ବରୁଣଅନୁକ୍ଷଣେ ଧାଉଛନ୍ତି ଯାହାଙ୍କ ଚରଣ ।ସେହି ପାଦ ରଜ ଆଜ ଅଙ୍ଗେ ହେବି ବୋଳିବିଚାରି ଅକ୍ରୂର ଏହା ବୃନ୍ଦାବନେ ଚଳି ।ଦେଖିଲେ ସେ ବୃନ୍ଦାବନ ଅତି ମନୋହରଗୋବର୍ଦ୍ଧନ ଗିରିବର ଦିଶଇ ସୁନ୍ଦର ।ବହଇ ବସନ୍ତ ସଦା ତହିଁ ଘନ ଘନରାତ୍ର ଦିବା ଦୁଇ ତହିଁ ନହୁଏ ବାରିଣ ।ଯେଉଁ ବନେ ନିଶାଚର ସର୍ବଦା ଉଦୟଯେଉଁ ବୃନ୍ଦାବନେ ନାହିଁ ହିଂସ୍ରଜନ୍ତୁ ଭୟ ।ଯେଉଁ ବନ ସୀମା ଛୁଏଁ ନାହିଁ ବୈଶ୍ୱାନରଯହିଁ କାଳ ଜାଣି ବୃଷ୍ଟି କରେ ପୁରନ୍ଦର ।ଯେଉଁ ବୃନ୍ଦାବନ ରଜ ଘେନିଲେ ମୁଣ୍ଡରେନ ପଡ଼ଇ ପ୍ରାଣୀ କେଭେ ଶମନ ଦଣ୍ଡରେ ।ଅମର ଔଷଧ ଯେଉଁ ବନେ ଅଛି ରହିଯେଉଁ ବନେ ଥିଲେ ଭୋକ ଶୋକ ବାଧେ ନାହିଁ ।କ୍ଷୁଧା ତୃଷା ନ ଲାଗଇ ଯେ ବନେ ପଶିଲେକରନ୍ତି ଅମରେ ଲୋଭ ଯାହାକୁ ଦେଖିଲେନିତ୍ୟ ରାସସ୍ଥଳୀ ଯେହୁ ବ୍ରହ୍ମାଣ୍ଡ ନାଥରବଲ୍ଲଭ ଯୁବତୀ ତହିଁ କରନ୍ତି ବିହାର ।ଯହିଁ ରାଧ । ନାମ ବହି ଲକ୍ଷ୍ମୀ କରେ ବାସଅଚ୍ୟୁତ ଦାସର ମନ ତହିଁ କରୁ ବାସ ।ସେହି ବନେ ଅକ୍ରୂର ଯେ ପ୍ରବେଶ ହୋଇଲାରାମକୃଷ୍ଣ ଗୋପାଳଙ୍କୁ ଦୂରୁ ଅନାଇଲା ।ଦେଖିଲା ଗୋପାଳମାନେ ନାନାରଙ୍ଗେ ଖେଳିଶିଙ୍ଗ । ବେଣୁ ବଜାଇଣ ଚରାନ୍ତି ବାଛୁରୀ ।ଗୀତ ଗାଉଅଛି କେହୁ ବୋଲି ହରି ହରିକେହୁ ବାଡ଼ି ବୁଲାଇ କେ ଯାଏ ଚିରାମାରି ।ଆସୁଅଛନ୍ତି ତାହାର ସଙ୍ଗେ କାମପାଳକାଦମ୍ବରୀ ପାନେ ସଦା ହୋଇ ମତିଭୋଳଅଛନ୍ତି ମାଧବୀଲତା ତଳେ ବନମାଳୀସଙ୍ଗତରେ ନାହିଁ କେହି ବଜାନ୍ତି ମୁରଲୀ ।କଦମ୍ବ ମୂଳେ କିଶୋରୀ କୃଷ୍ଣବେଶ ହୋଇତ୍ରିଭଙ୍ଗୀ ଛନ୍ଦରେ ଉଭା ମୁରଲୀ ବଜାଇ ।ରାଈର ମୋହନ ରୂପ ଦେଖି ସେ ଅକ୍ରୂରମୂର୍ଚ୍ଛିତ ହୋଇଣ ପଡ଼େ ରଥର ଉପର ।କାଳିନ୍ଦୀ ସଞ୍ଚାରି ମନ୍ଦ ସମୀର ପରଶେକିଛିକ୍ଷଣେ ଚେତା ଲଭି ରଥପରେ ବସେ ।କିଶୋରୀ ମୋହନ ରୂପ ତ୍ରିଭୁବନ ମୋହେପଲକଶୂନ୍ୟ ନୟନେ ତେଣୁ ରଥେ ଚାହେଁ ।ମାଧବୀ ଲତାର ତଳେ କୃଷ୍ଣଙ୍କୁ ନିରେଖିରାଧାର ମୋହିନୀ ରୂପ ନୀପମୂଳେ ଦେଖି ।ଅକ୍ରୂର ମନେ ବିଚାରେ କି ବୁଦ୍ଧି କରିବିୟାଙ୍କ ମଧ୍ୟେ କିଏ କୃଷ୍ଣ କେମନ୍ତେ ଚିହ୍ନିବି ।ଅଛନ୍ତି କଦମ୍ବ ମୂଳେ କୃଷ୍ଣ ବିଜେ କରିପୁଣି ଲତା ତଳେ ସେହୁ ବଜାନ୍ତି ମୁରଲୀ ।ଏମନ୍ତ ବିଚାରି ଦେଲା ଗୋଷ୍ଠକୁ ଅନାଇଦେଖିଲା ଗୋପାଳ ଛନ୍ତି କୃଷ୍ଣ ରୂପ ବହି ।ଧବଳ ମୂରତି ରାମ ସୁନ୍ଦର ଦିଶନ୍ତିଗୋପସୁତ ମେଳେ ଧେନୁ ଚରାଉ ଅଛନ୍ତି ।ଧୂଳିରେ ଧୂସର ଅଙ୍ଗ ଦିଶେ ସପ୍ତଫଣୀଚରାନ୍ତି ଗୋପାଳବୃନ୍ଦ ସଙ୍ଗେ ବତ୍ସା ଘେନି ।ଏମନ୍ତ ଦେଖି ଅକ୍ରୂର ହୋଇଲା ଚକିତମନେ ବିଚାରଇ ଏତ ବଡ଼ ଅଦଭୂତ ।ମାଧବୀର ତଳେ କୃଷ୍ଣ ନୀପମୂଳେ କୃଷ୍ଣପୁଣି ଦେଖିଅଛି ଧେନୁ ଚରାନ୍ତି ଶ୍ରୀକୃଷ୍ଣ ।କେବଳ ଦେଖିଛି ଯାର ମୂରତି ଧବଳଶିରେ ସପ୍ତଫେଣୀ ସାଜେ ଶ୍ରୀଭୁଜେ ମୂଷଳ ।ସେହି ସିନା କାମପାଳ ରୋହିଣୀ ନନ୍ଦନଆଉ ସେ ଅଛନ୍ତି ଯେତେ ସକଳେ ସମାନ ।ସର୍ବେ ଚତୁର୍ଭୁଜଧାରୀ ଘନ ନୀଳକାନ୍ତିତେଜୋମୟ ଦିଶନ୍ତି ସେ ସବୁରି ମୂରତି ।କାହାକୁ ଚିହ୍ନିବି ଏବେ କୃଷ୍ଣ ବୋଲିକରିମାତ୍ରକ ଶୁଣିଛି କୃଷ୍ଣ ସଦା ବଂଶୀଧାରୀ ।ତେବେ ଦୁଇଜଣ ଏଥେ ଛନ୍ତି ବଂଶୀଧରଜଣେ ନୀପମୂଳେ ଜଣେ ମାଧବୀର ତଳ ।କଦମ୍ବ ମୂଳରେ ଯେହୁ କରେ ବଂଶୀ ସ୍ୱନତା’ପରି ସୁନ୍ଦର ଦେଖି ନଥିଲା ନୟନ ।ତପତ କାଞ୍ଚନ ଜିଣି ଗୌର ରୂପଧାରୀଶୁଣିଛି ଶ୍ରୀକୃଷ୍ଣ କାନ୍ତି ନୀଳଘନ ପରି ।ମାଧବୀ ଲତାର ତଳେ ଯେହୁ ଅଛି ରହିଚିକ୍କଣ କାଳିଆ ରୂପ ତାହାର ଅଟଇ ।କୋଟିଚନ୍ଦ୍ର ଜିଣି ମୁଖ ଦିଶଇ ସୁନ୍ଦରଆଜାନୁଲମ୍ବିତ ବାହୁ କିବା ମନୋହର ।କି ବିଶାଳ ବକ୍ଷସ୍ଥଳ ରତ୍ନମାଳେ ପୂରିକେକୀ ପୁଚ୍ଛ ବାଙ୍କଚୂଳ ଦିଶେ କି ମାଧୁରୀ ।ରାଧା ରାଧାବୋଲି ସେ ଯେ କରେ ବଂଶୀସ୍ୱନଉଛୁଳେ ଯମୁନା ନଈ କମ୍ପେ ବୃନ୍ଦାବନ ।କେମନ୍ତେ ଚିହ୍ନିବି କୃଷ୍ଣ ଗୋପବାଳ କେହୁଏମନ୍ତ ଭାବି ଚିତ୍ତରେ ଚିନ୍ତେ ମହାବାହୁ ।ବୋଇଲେ ଆରତତ୍ରାଣ ଆରତନାଶନହେ ପଦ୍ମଲୋଚନ ପ୍ରଭୁ ପତିତପାବନ ।ହେ ଲକ୍ଷ୍ମୀ ନାୟକ ଦେବ ଯଶୋଦାନନ୍ଦନକାଳୀୟଗଞ୍ଜନ ପ୍ରଭୁ ଯାମଳାଭଞ୍ଜନ ।କରୁଣାସାଗର ବୋଲି ଘୋଷଇ ସଂସାରମାୟାଧର ନାମ ପୁଣି ଜଗତେ ପ୍ରଚାର ।ଦୈତ୍ୟାରି ମାଧବ ବିଷ୍ଣୁ କେଶବ ଅନନ୍ତଭକ୍ତବତ୍ସଳ ଗୋବିନ୍ଦ ଗୋପୀ-ପ୍ରାଣନାଥ ।ମୁକୁନ୍ଦ ମାଧବ ମଧୁସୂଦନ ମୁରାରୀଶ୍ରୀକର ଶ୍ରୀଧର ସୀତାକାନ୍ତ ରାବଣାରି ।ବନମାଳୀ ସୁଦର୍ଶନ ଶ୍ରୀପତି ମୋହନବିମ୍ବାଧର ବଇକୁଣ୍ଠ ବକାବିମର୍ଦ୍ଦନ ।ପରମାନନ୍ଦ ହେ ପଦ୍ମନାଭ ଚକ୍ରଧାରୀଶ୍ରୀକୃଷ୍ଣ ବାଳମୁକୁନ୍ଦ ବରଜବିହାରୀ ।କଳାକାହ୍ନୁ କାମଦେବ ପୁଣି ସତ୍ୟବାଦୀଶ୍ରୀରାମ ରାଘବ ରଘୁରାଣ ଅଘ ଛେଦି ।ବାମନ ପରଶୁରାମ ରାଜୀବଲୋଚନଶ୍ୟାମସୁନ୍ଦର ଗରୁଡ଼ଧ୍ୱଜ ଜନାର୍ଦ୍ଦନ ।ଖରରିପୁ ଦାଶରଥି କୌଶଲ୍ୟାନନ୍ଦନଯଦୁ କଉରବ ଇନ୍ଦ୍ର ଦେବକୀନନ୍ଦନ ।କରୁଣାକର କେଶବ କୌମୋଦକୀଧାରୀଦୈତ୍ୟରିପୁ ଗୋପୀନାଥ ଗୋକୁଳବିହାରୀଘନଶ୍ୟାମ ନୀଳକାନ୍ତି ନୟନାଭିରାମମୁହଁକି ବର୍ଣ୍ଣିବି ତବ ରୂପ ଗୁଣଧାମ ।ଅଜ୍ଞାନୀ ଅଧମ ମୂଢ଼ ଅଟେ ସିନା ମୁହିଁଜାଣି କି ପାରିବି ତବ ମାୟା ଭାଗଗ୍ରାହୀ ।ଏହିରୂପେ ମନ୍ତ୍ରୀବର ସ୍ତୁତି ଆରମ୍ଭିଲାଏକଲୟ ହୋଇ କୃଷ୍ଣପାଦେ ଧ୍ୟାନ କଲା ।ରୁଦ୍ଧହେଲା କଣ୍ଠ ପ୍ରେମେ ହୋଇ ଗଦଗଦନୟନୁ ଲୋତକ ଗଡ଼ି ତିନ୍ତିଯାଏ ପାଦ ।ପ୍ରେମେ ପୁଲକିତ ତନୁ ଭାବାବେଶେ ତାରକମ୍ପୁଛି ସର୍ବାଙ୍ଗ ତାର ହୋଇ ଥରହର ।କରଯୋଡ଼ି ବୋଲେ ତ୍ରାହି କର ଜନାର୍ଦ୍ଦନତୁମ୍ଭ ପାଦପଦ୍ମେ ମୁହିଁ ଗଲିଟି ଶରଣ ।ଏମନ୍ତ କହି ଅକ୍ରୂର ହତଜ୍ଞାନ ହେଲାପୁଣି ଚେତା ପାଇ ସେହି ତାଙ୍କୁ ଯେ ବୋଇଲାଅନନ୍ତ କୋଟି ବ୍ରହ୍ମାଣ୍ଡ ତୋର ଗର୍ଭେ ଲୀନତୋ ପାଦ ଚିନ୍ତନ୍ତି ଯୋଗୀ ଯୋଗେ ହୋଇ ମଗ୍ନବ୍ରହ୍ମା ରୁଦ୍ର ଇନ୍ଦ୍ର ଚନ୍ଦ୍ର ତୋର ସ୍ତୁତି ଭଣିତୋର ନଖକୋଣେ ବାସ କରେ ମନ୍ଦାକିନୀ ।ତୋହର ମାୟାକୁ ଦେବେ ନ ପାରନ୍ତି ଜାଣିମୁଁ କାହୁଁ ଜାଣିବି ଅଟେ ପାଷାଣ୍ଡ ଅଜ୍ଞାନୀ ।ତୋ କୋଳେ କମଳା ଥାଇ ନ ଜାଣେ ତୋ ମାୟାଆହେ ପ୍ରଭୁ ଚକ୍ରଧର କର ମୋତେ ଦୟା ।ଜନ୍ମେ ଜନ୍ମେ ତୋର ପାଦେ ଅଟଇ ମୁଁ ଦାସଯେବେ ହେଲି ଅପରାଧୀ କମଳାବିଳାସ ।ଯାହାକୁ କରୁଣା ତୁହି କରୁ ଭାବଗ୍ରାହୀସେହି ତୋର ପାଦପଦ୍ମେ ବିଲୀନ ହୁଅଇ ।ଯାହାକୁ ତୁ କ୍ରୋଧବହି କରୁ ଶିରଚ୍ଛେଦବୈକୁଣ୍ଠେ ବସାଇ ତାକୁ ଦେଉ ବ୍ରହ୍ମପଦ ।ପରାପର ତୋହଠାରେ ଭିନ୍ନାଭିନ୍ନ ନାହିଁଏଣୁ ତୋ ପରମାନନ୍ଦ ନାମ ଭାବଗ୍ରାହୀ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ମଧ୍ୟରେଶରୀର ପ୍ରାଣରେ ତୁହି ବସୁ ସର୍ବଠାରେ ।ନ ଜାଣି ବା ଅପରାଧ ଯେବେ କଲି ମୁହିଁଦାସ ଦୋଷ କ୍ଷମା କର ବ୍ରହ୍ମାଣ୍ଡ ଗୋସାଇଁ ।କଂସର ଆଦେଶ ମାନି ମଥୁରାରେ ଥାଏଯେତେବେଳେ ଯହିଁ ପେଶେ ତହିଁକି ମୁଁ ଯାଏ ।ସେ କଂସ ଅସୁର ବଳେ ବଳୀୟାନ ହେଲାମତ୍ତ ଗରବରେ ଭଲ ମନ୍ଦ ନ ଜାଣିଲା ।ଯେତେବେଳେ ଯେ ଆଦେଶ କରଇ ପ୍ରଦାନମାନିବାକୁ ତାହା ବାଧ୍ୟ ଯେଣୁ ତା ଅଧୀନ ।ପୂତନା ସହିତେ ଯେତେ ଅସୁର ପେଶିଲାକେ କାହିଁ ମଲେ ହଜିଲେ ବାରତା ନ ଗଲା ।ତେଣୁ ଧନୁ ମହୋତ୍ସବ ଅଛିଟି ଭିଆଇତୁମ୍ଭଙ୍କୁ ନେବାକୁ ମୋତେ ଦେଇଛି ପଠାଇ ।ବୋଲିଛି ରାମ-କୃଷ୍ଣଙ୍କୁ ବହନ ଆଣିବୁଏ ଲେଖାକୁ ନେଇ ନନ୍ଦ ହସ୍ତରେ ତୁ ଦେବୁଧନୁ ଉତ୍ସବର କଥା ତାହାକୁ କହିଣରାମକୃଷ୍ଣ ବେନିଭାଇ ଆଣିବୁ ବହନ ।ବିଶ୍ୱାସେ ମୋତେ ପେଶନ୍ତି କଂସ ନରସାଇଁକି କଥା କହିବି ଏଣେ ବୁଦ୍ଧି ଦିଶୁନାହିଁ ।ଭୃତ୍ୟଭାବେ ସେବା କରିଅଛି ନିରନ୍ତରେ ।ରାଜଦ୍ରୋହୀ ହେବି ନିଶ୍ଚେ ତା ଆଜ୍ଞା ଭାଙ୍ଗିଲେ ।ପ୍ରଭୁର ଆଦେଶ ଯେବେ ସେବକ ମେଣ୍ଟଇମାତା ପିତା ବାକ୍ୟ ଯେବେ ପୁତ୍ର ନ ପାଳଇ ।ପତ୍ନୀ ଯେବେ ସ୍ୱାମୀ ଆଜ୍ଞା କରଇଟି ଆନଗୁରୁ ଆଜ୍ଞା ଶିଷ୍ୟ ଯେବେ କରଇ ଲଙ୍ଘନ ।ବ୍ରାହ୍ମଣ ବୈଷ୍ଣବ ଅବା ଯୋଗୀ ବୟୋଜ୍ୟେଷ୍ଠଏମାନଙ୍କ ଆଦେଶ ଯେ କରଇଟି ନଷ୍ଟ ।ଯାହାଠାରୁ ଯେବା ଦିନେ ଅନ୍ନ ଖାଇଥାଇସେ ଯାହା ବୋଇଲେ ତାହା ମେଣ୍ଟି ତ ନୁହଇବେଦଶାସ୍ତ୍ର ପୁରାଣକୁ ମୁଖେ ଯେ ନିନ୍ଦଇସୁଜନମାନଙ୍କୁ ଯେ କୁତ୍ସିତ କଥା କହି ।ଅନୁକ୍ଷଣେ ପର ସଙ୍ଗେ ବାଦ ଯେହୁ କରେଗର୍ବପଣ ଗୋଟି ଯେହୁ ବହେ ହୃଦୟରେ ।ଅତିଥି ଦେଖିଲେ ଯେହୁ ଭର୍ତ୍ସନା କରନ୍ତିପରହିଂସା ପରକୁତ୍ସା କରଇ ଯେ ନିତି ।ପରଧନ ପରନାରୀ କରେ ଯେ ହରଣପରର ଅନିଷ୍ଟ ଚିନ୍ତା କରେ ଯେହୁ ପୁଣ ।ଏମନ୍ତ ଜନ ହୁଅଇ ଦୁଃଖରେ ପୀଡ଼ିତମରଣ କାଳରେ ବାନ୍ଧିନିଏ ଯମ ଦୂତ ।ଦରିଦ୍ର ହୁଅଇ ସେହୁ ସାତ ଜନ୍ମଯାଏଯହିଁ ଗଲେ ତହିଁ ହୁଏ ତାର ଅପଚୟେ ।ସ୍ୱାମୀଠାରେ ନାରୀ ଯେବେ ଭକତି ନ କରେବୈଧବ୍ୟ ଦୁଃଖ ଲଭେ ସେ ଜନ୍ମଜନ୍ମାନ୍ତରେ ।ତୀର୍ଥବ୍ରତ ଧର୍ମ କର୍ମ ସବୁ ତାର ନଷ୍ଟହରି ଅଭକତ ଜନ ଭୋଗେ ନାନା କଷ୍ଟ ।କୁମ୍ଭୀପାକେ ପଡ଼ି ନାନା ଯାତନା ଲଭଇକେବେହେଁ ଗତି ମୁକତି ତାହାରଟି ନାହିଁ ।ତେଣୁକରି କଂସ ଆଜ୍ଞା ଲଙ୍ଘି ନ ପାରିଲିତାର ଲେଖା ଘେନି ହରି ତୋ ପାଶେ ଅଇଲିଖଡ଼ଗ ଉଞ୍ଚାଇ କ୍ରୋଧେ ହୋଇଲା ପ୍ରଚଣ୍ଡବୋଇଲା ଆଜ୍ଞା ଲଙ୍ଘିଲେ କାଟିବି ତୋ ମୁଣ୍ଡ ।କଂସ କ୍ରୋଧ ଦେଖି ମୁଁ ଯେ ଭୟରେ ଆସିଲିଭାଗ୍ୟେ ବୃନ୍ଦାବନେ ତବ ପ୍ରବେଶ ହୋଇଲି ।କଂସ ଲେଖା ଧରି ଆସିଅଛି ଭାବଗ୍ରାହୀଚିହ୍ନି ନ ପାରଇ ତୋତେ ବ୍ରହ୍ମାଣ୍ଡ ଗୋସାଇଁଶିଙ୍ଗା ବାଡ଼ି ହସ୍ତେ ଘେନି ପ୍ରଭୁ କାମପାଳଚରାଉଛନ୍ତି ବାଛୁରୀ ହୋଇ ମତିଭୋଳ ।ଗୋପାଳ ଅଛନ୍ତି ଯେତେ ତବ ରୂପ ବହିମାଧବୀ ଲତାର ତଳେ କୃଷ୍ଣେକ ଅଛଇ ।ନୀପମୂଳେ ଏକ କୃଷ୍ଣ ଦୀପ୍ତ ହେମ କାନ୍ତିରାଧେ ରାଧେ ବୋଲି ବଂଶୀ ବଜାଉ ଅଛନ୍ତି ।ଚିହ୍ନି ନ ପାରି ମୁଁ ତୋତେ ପଡ଼ିଛି ବିପଦେଚିହ୍ନା ଦେଇ ନାଥ ମୋଦ ଜନ୍ମାଅ ମୋ ହୃଦେ ।ମାୟାଧର ଯେବେ ମାୟା କରିବୁ ମୋଠାରେଚିହ୍ନି ନ ପାରି ମୁଁ ଫେରିଗଲେ ମଧୁପୁରେ ।ନିଶ୍ଚେ ଦୁଷ୍ଟ କଂସ ମୁଣ୍ଡ କାଟିବ ମୋହରହତ୍ୟାରେ କାରଣ ତୁହି ହେବୁ ଚକ୍ରଧର ।ପାପୀହସ୍ତେ ଦାସ ଯେବେ ମରେ ମହାବାହୁଭକତବତ୍ସଳ ନାମ ରହିବ ତୋ କାହୁଁ ।କଂସଦୂତ ବୋଲି ଯେବେ ଘୃଣା କରୁ ତୁହିଚକ୍ରଦ୍ୱାରା ତୋର ମୁଣ୍ଡ ନ କାଟୁ କିମ୍ପାଇଁ ।ଅକ୍ରୂର ଏମନ୍ତ ଭାବେ କାର୍ପଣ୍ୟ ଆଚରିକରଯୋଡ଼ି ବିନୟରେ ଅର୍ଦ୍ଧମୃତ ପରି ।ଅକ୍ରୂର ମନକୁ ଜାଣି ପ୍ରଭୁ ଭାବଗ୍ରାହୀବିଚାରନ୍ତି ଆସିଛି ଏ ମୋତେ ନେବା ପାଇଁ ।ମାୟା କରି ଯେବେ ମୁହଁ ନ ଦେବି ଦର୍ଶନଜୀବନ ହାରିବ ନିଶ୍ଚେ ସଫଳାନନ୍ଦନ ।ନ ଗଲେ ମୁଁ ମଧୁପୁରୀ ନ ମରିବ କଂସଧରଣୀର ଭାରା କାହୁଁ ହେବ ବା ଉଶ୍ୱାସ ।ସୁସ୍ଥରେ ରହିବେ କାହିଁ ଅମରେ ଅମରଆଜୀବନେ ପିତାମାତା ଥିବେ କାରାଗାର ।ପରମ ଭକତ ମୋର ସଫଳା ନନ୍ଦନଦେଖି ମୋ ଲାବଣ୍ୟ ରୂପ ତୋଷ କରୁ ମନ ।ଗୋପକୁ ପଠାଇଦେବି ନନ୍ଦ ଆଗେ କହୁକଂସର ଆଦେଶ ଗୋପ ନଗରେ ଜଣାଉ ।ମୋ ନାମେ ରାଧା ମୁରଲୀ ଫୁଙ୍କେ ଘନ ଘନମୁଁ ଗଲେ ଏକ୍ଷଣି ରାଧା ତେଜିବ ଜୀବନ ।ତାକୁ ବୋଧକରି ପଛେ ଗୋପପୁରେ ଯିବିସେ ମୋର ପ୍ରେମପସରା ପରାଣ ବାନ୍ଧବୀ ।ଏତେ ବୋଲି ମାଧବୀର ମୂଳେ ଭାବଗ୍ରାହୀଆସ ହୋ ଅକ୍ରୂର ବୋଲି ମୁରଲୀ ବଜାଇ ।ଧୀରେ ଧୀରେ ଗୋପିନାଥ କରନ୍ତି ଗମନରଥପରେ ଥାଇ ଦେଖେ ସଫଳାନନ୍ଦନ ।ମନେ ମନେ ବିଚାରନ୍ତି ନିଶ୍ଚେ ଭଗବାନଅନ୍ତର୍ଯ୍ୟାମୀ ପୁରୁଷ ହେ ଜାଣି ମୋର ମନ ।ବଂଶୀସ୍ୱନେ ଡାକି ଡାକି କରନ୍ତି ଗମନରଥପରେ ଥାଇ ଦେଖେ ସଫଳାନନ୍ଦନ ।ପରମପୁରୁଷ ପ୍ରଭୁ ଦେବକୀନନ୍ଦନନିଶ୍ଚୟ ହରିବ ଏହୁ ଧରାର କଷଣ ।ଏ ପାପ ନୟନ ଆଜି ପବିତ୍ର ହୋଇଲାକେଉଁ ଜନ୍ମେ କେତେ ପାପ ଅବା କରିଥିଲା ।ଏମନ୍ତ ବିଚାରି ରଥୁ ଓହ୍ଲାଇ ଅକ୍ରୂରହା ନାଥ ବୋଲିଣ ଲୋଟେ ଧରଣୀ ଉପର ।ପୁଣ ପୁଣ ଉଠି ପାଦେ ପଡ଼ଇ ଅକ୍ରୂରବୋଇଲା ମୋ ପୂର୍ବଜନ୍ମ ପାପ ହେଲା ଦୂର ।ଜନମ ସଫଳ ହେଲା ତବ ପାଦ ଦେଖିପବିତ୍ର ହୋଇଲା ନେତ୍ର ଶ୍ରୀମୁଖ ନିରେଖି ।ଜନ୍ମେ ଜନ୍ମେ ତୁମ୍ଭର ମୁଁ ଅଟେ ନିଜ ଦାସମୋର ଅପରାଧ କ୍ଷମା କର ପୀତବାସ ।ଏତେ ବୋଲି ପାଦତଳେ ପଡ଼େ ପୁଣ ପୁଣଅକ୍ରୂର ଭାବରେ ବଶ ହୋଇ ନାରାୟଣ ।କୋଳକରି ଅକ୍ରୂରକୁ ବସାଇ ସଧୀରେମନ୍ଦ ମନ୍ଦ ହସି ବାଣୀ ଭାଷନ୍ତି ମଧୁରେ ।ତୁମ୍ଭେ ମୋର ଗୁରୁଜନ ଅଟ ପୂଜନୀୟତୁମ୍ଭ ବଂଶେ ଜନ୍ମ ମୋର ଅଟଇ ନିଶ୍ଚୟ ।ତୁମ୍ଭେ ଜାତ ହେଲେ ମୁଁ ନିଶ୍ଚୟ ହୁଏ ଜାତଏଥିରେ ସଂଶୟ କିଛି ନାହିଁଟି ହୋ ତାତ ।ରାକ୍ଷସମାନେ ଜନମି ପ୍ରବଳ ହୋଇଲେଦେବତାଏ ତାଙ୍କ ଯୋଗୁ କଷଣ ଲଭିଲେ ।ତେଣୁ ସିନା ଜନମ ହୋଇଲି ଏଥେ ମୁହିଁଦେବତାଙ୍କ ଆକୁଳ ମୁଁ ନ ପାରଇ ସହି ।ତାହା କି ନ ଜାଣୁ ତୁହି ଭକତ ଅଗ୍ରଣୀଏବେ କହ ପିତାମାତାଙ୍କର ଶୁଭବାଣୀ ।ଅଜା ଉଗ୍ରସେନ ବୁଢ଼ା ଅଛି କି କୁଶଳେମଧୁନଗରକୁ ମାମୁଁ ପାଳେଟିକି ଭଲେ ।ଭଲେ ଛନ୍ତିଟିକି ମଧୁପୁର ପ୍ରଜାଗଣମାମୁଁ ମୋର ସୁଖରେ ଛନ୍ତିଟି କହ ପୁଣ ।ମାଈଁମାନେ କୁଶଳରେ ଛନ୍ତି ନା ମୋହରଯଦୁକୁଳ ବାସୀଙ୍କର କୁହ ହେ ଖବର ।ପାତ୍ର ଅମାତ୍ୟ ଯେ ସୁଖେ ଅଛନ୍ତିଟି ରହିମୋ କଥାକି ମାଈଁଙ୍କର ମନେପଡ଼େ ନାହିଁ ।ମାମୁଁଙ୍କର ଆଜ୍ଞା ତୁମ୍ଭେ ନ ପାର ହେ ଟାଳିତାର ଆଜ୍ଞା ଘେନି ତେଣୁ ଆସିଛ ସଙ୍ଖାଳିଅନ୍ତୋଡ଼ିଶାଳେ ସଙ୍ଖୋଳି ଆସିଲା ପୂତନାସ୍ତନପାନ କରୁ ତାର ଫାଟିଲା ମୂର୍ଦ୍ଧନା ।ଷଣ୍ଢା ଯେ ଶକଟା ଆଦି ବକା ଅଘାସୁରଏମାନେ ସଙ୍ଖୋଳି ମୋତେ ଗଲେ ଯମପୁରକାଳିନ୍ଦୀ ହ୍ରଦରୁ ପଦ୍ମ ମୋତେ ତୋଳାଇଲାଶତେ ଭାର ପଦ୍ମ ମାଈଁ ଲାଗି ନେଇଗଲା ।ଇନ୍ଦ୍ର ଛଳେ ଗୋବର୍ଦ୍ଧନ ଧରିଲି ମୁଁ କରେସେକଥା କହିଲେ ଚାରେ ମୋ ମାମୁଁ ଆଗରେବିଜୁଳି କହିଲା ମାଈଁ ତାହା ପାଶୋରିଲାନାରଦ କହିବା କଥା ମିଛ କି ମଣିଲା ।ଜାଣିଲି ମୋ ମାମୁଁ କରେ ବଡ଼ ଅବିଚାରଶୁଣିଲା କଥାକୁ ମନେ ନ ଧରେ ତାହାର ।ଯେଉଁ କଥା ଗୋଟି ମାମୁଁ ନେତ୍ରେ ନ ଦେଖଇସେ କଥା ଗୋଟିକୁ ମାମୁଁ ପ୍ରତେ ନ କରଇ ।ଏବେ ହୋ ଅକ୍ରୂର ତୁମ୍ଭେ କହ ସତ୍ୟବାଣୀକିମ୍ପାଇ ପେଶିଲା ତୋତେ ବ୍ରଜଧାମେ ପୁଣିଏହା ଶୁଣିଣ ଅକ୍ରୂର ଯୋଡ଼ି ବେନିକରମହାଭୟେ ଅଙ୍ଗ ତାର କମ୍ପେ ଥରହର ।ମନେ ବିଚାରଇ ମୁଁ ଯେ ମନ୍ଦକର୍ମ କଲିକଂସର ବଚନେ ଯାହା ଗୋପକୁ ଆସିଲି ।ଯେତେକ ପେଶିଲା ଦୂତ ଦୁଷ୍ଟ କଂସାସୁରକେହି ଜଣେ ହେଲେ ଫେରି ନାହିଁ ମଧୁପୁର ।ଏବେ ମୁଁ ଜାଣିଲି କଂସ ପ୍ରାଣେ ହେବ ନାଶଯେବେ ମଥୁରାକୁ ଯିବେ କମଳାବିଳାସ ।ବୋଲଇ ଅକ୍ରୂର କୃଷ୍ଣ ଶ୍ରୀମୁଖକୁ ଚାହିଁଦେଇଛି ଚିଟାଉ ରାଜା ପଢ଼ ଭାବଗ୍ରାହୀ ।କହିଛି ମୋର ଭଣଜା କୃଷ୍ଣ ହଳଧରଆଣିବୁ ତାହାଙ୍କୁ ସଙ୍ଗେ ଘେନି ମଧୁପୁର ।ମୋହର ଶ୍ରୀମୁଖ କଥା ନନ୍ଦ ପାଶେ ଦେବୁବିଳମ୍ବ ନ କରି ରାମ କୃଷ୍ଣଙ୍କୁ ଆଣିବୁ ।ସେହି ଲେଖା ଘେନି ଏଥେଁ ଆସିଅଛି ମୁହିଁଏଥିରେ ମୋହର ଦୋଷ ନାହିଁଟି ଗୋସାଈଁ ।ଅକ୍ରୂର ବଚନେ କୃଷ୍ଣ ବୋଲନ୍ତି ଉତ୍ତରଦେବକାର୍ଯ୍ୟ ଅର୍ଥେ ନିଶ୍ଚେ ଯିବି ମଧୁପୁର ।ଯାଅ ହେ ଅକ୍ରୂର ପିତା ନନ୍ଦଙ୍କ ଛାମୁକୁକଂସର ଶ୍ରୀମୁଖ ଲେଖା ଦେବ ସିନା ତାଙ୍କୁ ।ବୁଝାଇ କହିବ ଯେହ୍ନେ ଯିବେ ସେ ବିଶ୍ୱାସକଂସ କହି ପଠାଇଛି ଯେବଣ ସନ୍ଦେଶ ।ଯେଉଁପରି ଗୋପୀମାନେ ନ କରନ୍ତି ଦ୍ୱନ୍ଦ୍ୱବୁଝିବା ପ୍ରକାରେ ତୁହୋ କର କୂଟ ଛନ୍ଦ ।ନନ୍ଦ ଯଶୋଦାଙ୍କୁ ତୁହି ବିଶ୍ୱାସେ ଡାକିବୁଛନ୍ଦକଥା କହି ତାଙ୍କ ମନ ଭୁଲାଇବୁ ।ବିଶ୍ୱାସ ନ କଲେ ତୁମ୍ଭ କହିବା କଥାକୁକଦାଚନ ଛାଡ଼ିବେନି ମୋତେ ମଥୁରାକୁ ।ଗୋପପୁରେ କୋଳାହଳ ଯେହ୍ନେ ନ ପଡ଼ିବତେସନ ଗୋପୀମାନଙ୍କୁ ଭୁଲାଇ କହିବ ।କୃଷ୍ଣର ବଚନ ଶୁଣି ଅକ୍ରୂର ଆନନ୍ଦକରପତ୍ର ଯୋଡ଼ି ବୋଲେ ଶୁଣ ହୋ ଗୋବିନ୍ଦତୁମ୍ଭ ଆଜ୍ଞା ଘେନିକରି ଗୋପପୁରେ ଯିବିନନ୍ଦ ଯଶୋଦା ଗୋପୀଙ୍କି ବୁଝାଇ କହିବି ।ଅଛନ୍ତି ପରମଲକ୍ଷ୍ମୀ ରାଧା ଗୋପପୁରେମୋତେ ଯେବେ ଶାପ ଦେବେ ନ ବୁଝି କୋପରେମହାଲକ୍ଷ୍ମୀ ଶାପ କେଭେଁ ନ ଯାଏ ଖଣ୍ଡନଏ କଥାକୁ ଭୟ ମୋତେ ଲାଗେ ଭଗବାନ ।କୃଷ୍ଣ ବୋଲନ୍ତି ନ ହେବ ତୋତେ ଶାପ ବାଧାଥିବେ ଯହିଁ କୃଷ୍ଣ ତହିଁ ଥିବେ ସିନା ରାଧା ।ଅଛି ଗୋପପୁରେ ରାଧା ନ ଥିବେ ଅକ୍ରୂରକୃଷ୍ଣବାଣୀ ଶୁଣି ମନ୍ତ୍ରୀ ଯୋଡ଼ି ବେନି କର ।ବୋଲଇ ମୁଁ ନିଜେ ଦାସ ଅଟଇ ତୋହରକଥା ଏକ ପଚାରିବି କହ ଦାମୋଦର ।ଯେତେବେଳେ ମଥୁରାରୁ ଆସି ବୃନ୍ଦାବନେଚିହ୍ନି ନ ପାରିଲି ତୋତେ ଖୋଜି ମନେ ମନେସମସ୍ତ ଗୋପାଳ ତୋର ସମାନ ଦିଶିଲେତୁହି ସିନା ଥିଲୁ ନାଥ ମାଧବୀର ତଳେ ।ଶିଙ୍ଗା ବେଣୁ ହସ୍ତେ ଧରି ଗୋଷ୍ଠେ କାମପାଳଦେଖିଲି ନୟନେ ମୋର ଶୁଣ ନନ୍ଦବାଳ ।ଆବର କଥାଏ ତହିଁ ଦେଖିଲି ମୁରାରୀକଦମ୍ବତଳେ କେ ଥିଲା କୃଷ୍ଣରୂପ ପରି ।ତପତ କାଞ୍ଚନ ଜିଣି ବର୍ଣ୍ଣ ତା ଦିଶଇଚମ୍ପକ ଚପଳା ଜ୍ୟୋତି ସମାନ ନୁହଇ ।ହସ୍ତରେ କିଙ୍କିଣୀ ତାର ପୟରେ ନୂପୁରକଟିରେ କିଙ୍କିଣୀଦାମ ବାଜଇ ମଧୁର ।ଲଲାଟରେ ଗୋରଚନା ଚିତା ଶୋଭା ପାଏନୟନେ କଜ୍ଜ୍ୱଳ ରେଖା ଜଗଜ୍ଜନ ମୋହେ ।ସୁଝୀନ ପୀତ ପତନୀ ଅଙ୍ଗେ ଅଛି ଜଡ଼ିବାରି କେ ପାରନ୍ତା ନାହିଁ ନଥିଲେଟି ଧରି ।ମଖମଲ ଝୁମ୍ପା ବେଶୀ ଚରଣେ ଲମ୍ବିଛିପକ୍ୱ ରମ୍ଭାଦଳେ କଳାନାଗ କି ଖେଳୁଛି ।ହାସ ପ୍ରକାଶିଲେ ଜଣାଯାଉଛି ଏସନଚନ୍ଦ୍ରମା କି ସୁଧା ଧାରା କରେ ବିତରଣ ।ଅଙ୍ଗୁଳିରେ ରତ୍ନମୁଦି ପାଉଅଛି ଶୋଭାନାସାରେ ବସଣୀ ନିନ୍ଦେ ଶୁକ୍ରତାରା ପ୍ରଭା ।କେକୀପୁଚ୍ଛ ବାଙ୍କଚୂଳ ତାଳୁରେ ଶୋଭୁଛିତ୍ରିଭଙ୍ଗୀ ଠାଣିରେ ନୀପମୂଳେ ରହିଅଛି ।ମନ୍ଦ ମନ୍ଦ ମୁରଲୀ ବଜାଏ ଘନଘନନିରତେ ଡାକଇ ରାଧେ ଆସ ବୃନ୍ଦାବନ ।ଭକତର ବନ୍ଧୁ ଯେବେ ଅଟୁ ଜଗନ୍ନାଥମାୟା ନ କରି ମୋଠାରେ କହ ପ୍ରଭୁ ସତ ।ତବ କାନ୍ତି ଦିଶେ ଇନ୍ଦ୍ର ନୀଳମଣି ପରିନୀପମୂଳିଆର କାନ୍ତି ଦଗ୍ଧ ହେମ ସରିବିଜୁଳିର ତେଜ ଯେହ୍ନେ ଝଟକେ ଆକାଶେସେହିପରି ପ୍ରଭା ମୋତେ ନୀପମୂଳେ ଦିଶେ ।ନୟନେ ପଡ଼ିଲା ଯହୁଁ ନ ଚଳିଲା ପାଦକେଉଁ କୃଷ୍ଣ ଅଟେ ସେହୁ ଚିହ୍ନାଅ ଗୋବିନ୍ଦସଦୟ ହୃଦୟେ ମୋତେ କହ ଦାମୋଦରଏମନ୍ତ ଭାଷି ଅକ୍ରୂର ଯୋଡ଼ି ବେନି କର ।କାଞ୍ଚନ ବରନ କୃଷ୍ଣ କଥା ମୋତେ କହଅକ୍ରୂର ବଚନେ କୃଷ୍ଣ ହସି ଟହ ଟହ ।ବୋଇଲେ ଅକ୍ରୂର ଶୁଣ ମୋହର ବଚନଯାହା ପଚାରିଲୁ ତୁହି ହୋଇ ଏକମନହେମକାନ୍ତି କୃଷ୍ଣ ଗୁଣ କେ କହି ପାରିବଯା ରୂପକୁ ଭାବି ନ ପାରନ୍ତି ସଦାଶିବ ।ଦଶବାର ଅବତାର ହେଲି ଏ ମହୀରେକାଞ୍ଚନ ବରନ କୃଷ୍ଣ ଦେଖି ନାହିଁ ଥରେ ।ଭାଗ୍ୟବଳେ ଦେଖିଲୁ ତୁ ମୋର ନେତ୍ର ଯୁଗେଆବର କଥାଏ ଶୁଣ କହୁଛି ତୋ ଆଗେ ।ଦୁଷ୍ଟ ଦାନବକୁ ନାଶି ଦ୍ୱାରକାକୁ ଯିବିସେଠାରେ କାଞ୍ଚନ କୃଷ୍ଣ କଥାକୁ କହିବି ।ଏବେ ସେ କୃଷ୍ଣର କଥା ମୋତେ ନ ପଚାରବିଳମ୍ବ ନ କରି ତୁହୋ ଯାଅ ଗୋପପୁର ।ଅକ୍ରୂରକୁ ମାୟାଧର ମାୟା ଲଗାଇଲେଯା ମାୟାକୁ ବ୍ରହ୍ମା ଶିବ ଜାଣି ନ ପାରିଲେ ।ଅକ୍ରୂର ସେ ମାୟା କାହିଁ ପାରିବଟି ଜାଣିମୋହିତ ହୋଇଲେ ତହୁଁ କୃଷ୍ଣ କଥା ଶୁଣି ।ଆଜ୍ଞା ଶିରେ ଧରି ରଥେ ଚଢ଼ିଲା ଅକ୍ରୂରଧୀରେ ଧୀରେ ବୃନ୍ଦାବନୁ ହୋଇଲା ବାହାର ।ଦୂରୁ ଦେଖି ଗୋପପୁର ହୋଇ ଚମତ୍କାରବୋଲେ ଧନ୍ୟ ବିଶ୍ୱକର୍ମା ଗଢ଼ିଲୁ ଏ ପୁର ।ଅମରାବତୀ ଏ ପୁର ସଙ୍ଗେ ନୋହେ ସରିନିର୍ମାଣିଛି ବିଶ୍ୱକର୍ମା କେତେ ଯତ୍ନ କରି ।ସବୁଦିନ ବସନ୍ତର କ୍ରୀଡ଼ାଭୂମି ଏହିମନ୍ଦ ମରୁତ ମଳୟ ନିରତେ ବହଇ ।ପ୍ରଜାଙ୍କର ମନ ଜାଣି ପାଳଇ ମଘବାଦୁର୍ଭିକ୍ଷ ଏଠାରେ ସ୍ଥାନ ପାଇବ କାହିଁବା ।ସାତବାରରେ ଏଥିରେ ଭ୍ରମେ ଲୋକମାତାଗୁପତେ ଶୁଣନ୍ତି ଦେବେ ରହି କୃଷ୍ଣ କଥା ।ଏ ଗୋପ ସୀମାରେ ବହେ ଯମୁନାର ଧାରଏ ପୁରେ ଯମର କେଭେ ନାହିଁ ଅଧିକାର ।ଏ ପୁରେ ଅଛନ୍ତି ରାମ ବଳେ ବଳିୟାରହେଉଅଛି ଧର୍ମ ଚର୍ଚ୍ଚା ଏଥି ନିରନ୍ତର ।ଘରେ ଘରେ ପୁରେ ପୁରେ ଗୋପରେ ଆନନ୍ଦସକଳେ ବୋଲନ୍ତି ମୁଖେ ଶ୍ରୀରାମ ଗୋବିନ୍ଦ ।କେଉଁ ଗୋପୀ ଗୃହେ ଅନ୍ନ କରଇ ରନ୍ଧନମୁଖେ ବୋଲୁଅଛି ତ୍ରାହି ନନ୍ଦର ନନ୍ଦନ ।କେଉଁ ଗୋପୀ ନୟନରେ ଘେନଇ ଅଞ୍ଜନମୁଖେ ତାର କରୁଅଛି ହରିନାମ ଗାନ ।କେ ତାମ୍ବୁଳ ଭାଙ୍ଗି ରଖି ହୁଅଇ ଆନନ୍ଦଆଜ ମୋ ପୁରକୁ ବିଜେ କରିବେ ଗୋବିନ୍ଦ ।କେହି ଦଧି ମନ୍ଥେ କୃଷ୍ଣ ନାମେ ଗୀତ ଗାଇପଲଙ୍କେ ଶୋଇଣ କେହୁ ବୋଲେ ଭାବଗ୍ରାହୀ ।ବାଳକ ଖେଳାଇ କେହୁ ବୋଲେ ଢଗଗୀତଗୋ ଦୋହନ କରି କେହୁ ବୋଲଇ ଅଚ୍ୟୁତଶୁକସାରୀକି ପଢ଼ାନ୍ତି କେହୁ ଉଚ୍ଚସ୍ୱରେପଢ଼ ଶୁକସାରୀ ତୁମ୍ଭେ ରାମକୃଷ୍ଣ ହରେ ।ପକ୍ଷୀ ଜନମରୁ ଯେବେ ହୋଇବରେ ପାରିମୁଖେ ଉଚ୍ଚାରଣ କର ମୁକୁନ୍ଦ ମୁରାରୀ ।ମଞ୍ଜାରୀ ମୁଖେ କେ ନେଇ ଦେଇ ଦୁଧଭାତବୋଲେ ବୋଲରେ ମଞ୍ଜାରୀ ମୁଖେ ଗୋପୀନାଥ ।କହି ନିଜ ସ୍ୱାମୀ ସଙ୍ଗେ କରି କଳି ଦ୍ୱନ୍ଦବିକଳେ କାନ୍ଦଇ ମୋତେ ରଖ ହେ ଗୋବିନ୍ଦ ।ସୁଖରେ ବସି କେ ମୁଖେ କୃଷ୍ଣ କୃଷ୍ଣ ବୋଲେକେ କୃଷ୍ଣ ବୋଲଇ ଥାଇ ଗୃହର ଜଞ୍ଜାଳେ ।ଯହିଁ ଚଳଇ ଅକ୍ରୂର ତହିଁ ହରି ଧ୍ୱନିଶୁଣିକରି ଚକିତେ ଭାଳଇ ମନ୍ତ୍ରୀମଣି ।ଏ ପୁର ଗୋଟିକ ଅଟେ ଦେବଙ୍କ ଦୁର୍ଲ୍ଲଭଧନ୍ୟ ଧନ୍ୟ ଗୋପପୁର ନରନାରୀ ସର୍ବ ।ଏପରି ଭୁବନ କାହିଁ ଦେଖି ମୁଁ ନ ଥିଲିକଂସ ଯୋଗୁ ଏ ପୁରକୁ ସିନା ମୁଁ ଦେଖିଲି ।ପୁଣି ରହୁବରେ ଚଢ଼ି ବୁଲେ ସାହି ସାହିଆନନ୍ଦ ଲଭଇ ମନେ ଗୋପୀଙ୍କି ଅନାଇ ।