ଶ୍ରୀକୃଷ୍ଣଙ୍କର ଜନ୍ମ ବୃତ୍ତାନ୍ତ — ଚିତ୍ତବୋଧ ବା ଚିତ୍ତବିନୋଦ (ପ୍ରଥମ ଭାଗ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିତୁମେ କି ନ ଜାଣ ତାହା ବ୍ରହ୍ମାଙ୍କର ସୁତ ।
ଦୂତୀର ବଚନ ଶୁଣି ନାରଦ ଫେରିଲେ
ବୃଷଭାନୁ ପୁରେ ଯାଇ ପ୍ରବେଶ ହୋଇଲେ ।
ନାରଦଙ୍କୁ ବୃଷଭାନୁ ଦେଖି ପ୍ରଣମଇଁ
ଗଙ୍ଗାଜଳେ ପାଦ ଧୋଇ ଆସନେ ବସାଇ ।
ବେନିକର ଯୋଡ଼ିଣ ସେ କହଇ ବଚନ
ବାରମ୍ବାର ମୋ ପୁରକୁ କିମ୍ବା ଆଗମନ ।
ଆଜ ଦିନ ବଡ଼ ଭାଗ୍ୟ ମୋହର ଦିଶିଲା
ତବ ପାଦ ରେଣୁ ଯେଣୁ ମୋ ପୁରେ ପଡ଼ିଲା ।
ଏକାଳେ ପ୍ରବେଶି ଯହୁଁ ବୃଷଭାନୁ ନାରୀ
ମୁନିଙ୍କର ପାଦେ ପଡ଼ି କହେ କରଯୋଡ଼ି ।
ଆହେ ତ୍ରିକାଳଜ୍ଞ ମୁନି ବେଦବର ସୁତ
ଭାଗ୍ୟ ଦୋଷରୁ ମୋହର ନାହିଁ କନ୍ୟା ପୁତ୍ର
ଆଜି କାଳିନ୍ଦୀକି ସ୍ୱାମୀ ସ୍ନାନ କରି ଗଲେ
ବିଷ୍ଣୁଙ୍କ ପୂଜା ନିମନ୍ତେ ପଦ୍ମେକ ତୋଳିଲେ ।
ସେହି ପଦ୍ମ ମଧ୍ୟେ ଥିଲା ଏକଇ ଦୁହିତା
ତାକୁ ସ୍ନେହେ ଆଣି ମୋତେ ଦେଇଛନ୍ତି ଭର୍ତ୍ତା ।
ବୋଇଲେ ରେ ସଖୀ ଏହା ପ୍ରତି ଯତ୍ନ କର
ସଙ୍ଖାଳି ହୋଇବ ଏହୁ ଜୀବନେ ଆମ୍ଭର ।
ସ୍ୱାମୀଙ୍କ ବଚନେ ତାକୁ ମନ୍ଦିରକୁ ନେଲି
ରତ୍ନ ଖଟେ ଯତ୍ନକରି ଶେଯେ ଶୁଆଇଲି ।
କି କହିବି ମୁନିବର ତା ରୂପ ମାଧୁରୀ
ସ୍ୱର୍ଗ ମର୍ତ୍ତ୍ୟ ପାତାଳେ କେ ନଥିବ ତାପରି ।
ମାତ୍ର ଏଡ଼େ ଭାଗ୍ୟହୀନ ଅଟେ ଦେବ ମୁହିଁ
ଗୋଟାଇଲା ଧନ ପ୍ରାପ୍ତ ଯୋଗ ମୋତେ ନାହିଁ
ନ ଫିଟେ ନୟନ ତାର ନ କହେ ବଚନ
କିଛି ନ ଭୁଞ୍ଜିଣ କନ୍ୟା କରିଛି ଶୟନ ।
ଆହେ ମୁନିବର ମୋତେ କହ ପ୍ରତିକାର
କିପରି କହିବ କନ୍ୟା ବଚନ ମୋହର ।
କେମନ୍ତେ ଫିଟିବ ତାର ମୁଦ୍ରିତ ନୟନ
କୃପାକରି କହ ମୋତେ ଆହେ ତପୋଧନ ।
କେଉଁପରି କ୍ଷୁଧା ତୃଷା ହୋଇବ ତାହାର
କରଯୋଡ଼ି ମାଗେ ମୁନି କର ପ୍ରତିକାର ।
ଶୁଣିକରି ନାରଦ ଯେ ଆନନ୍ଦ ହୋଇଲେ
ଆଗୋ ମାଏ କଥା ଏକ କର ତୁ ବୋଇଲେ
ଯେଉଁ ଘରେ ଅଛୁ ତୁହି ଦୁହିତାକୁ ରଖି
ସେ ଘରକୁ ଆଉ କେହି ନ ଯିବେଟି ଦେଖି ।
ଅଉଷଧି ଦେବି ତାର ଫିଟିବ ନୟନ
ଅତି ଚଞ୍ଚଳରେ ସେହୁ କହିବ ବଚନ ।
ପଦ୍ମବନରୁ ସେ ଯେଣୁ ହୋଇଅଛି ଜାତ
ପଦ୍ମିନୀ ନାୟିକା ସେଟି ଅଯୋନି ସଂଭୂତ ।
ତୋହର ଗୃହେ ଅଛନ୍ତି ଆଜି ଯେତେ ଜନ
ବାହାର କରାଅ ତାଙ୍କୁ ମାନି ମୋ ବଚନ ।
ମୁନିଙ୍କ ବାକ୍ୟେ ଚଞ୍ଚଳା ପ୍ରବେଶିଲା ଘରେ
ଯେତେ ଲୋକ ଥିଲେ ତାଙ୍କୁ ତଡ଼ିଲା ବାହାରେ ।
କେହି ନ ରହିଲେ ଜଣେ ସଙ୍ଗେ ତହୁଁ ଗଲେ
ଯେଉଁ ଗୃହେ ଲକ୍ଷ୍ମୀଦେବୀ ରାଧାରୂପେ ଥିଲେ
ସେଠାରେ ନାରଦ ଋଷି ହୋଇଲେ ପ୍ରବେଶ
କବାଟ ଫିଟାଇ ଚାହିଁଦେଲେ ହୋଇ ତୋଷ
ଚାହିଁ ନ ପାରିଣ ମୁନି ନୟନ ବୁଜିଲେ
ପୁଣି ବହୁ କଷ୍ଟେ ମୁନି ନିରେଖି ଚାହିଁଲେ ।
ଦେଖିଲେ ରାଧିକା ରହିଅଛନ୍ତି ଶୟନେ
କୋଟି ଚନ୍ଦ୍ର ଉଦୟ କି ହୋଇଛି ସେ ସ୍ଥାନେ ।
ତ୍ରାହି ତ୍ରାହି ବୋଲି ମୁନି ରାଧା ପାଦେ ପଡ଼ି
ଉଠି ଉଭା ହୋଇ ପୁଣି କରିପତ୍ର ଯୋଡ଼ି ।
ନାନା ସ୍ତୁତି ପଢ଼ି ହୋଇ ଭାବେ ଗଦଗଦ
ବେନିକର ଯୋଡ଼ି ଶିରେ କହନ୍ତି ନାରଦ ।
ଜୟ ଜୟ ରାଧିକା ଗୋ ଜଗତଜନନୀ
ଜୟ ଜୟ ମହାଲକ୍ଷ୍ମୀ ଜଗତପାଳିନୀ ।
ଜୟ ଜୟ ତ୍ରିପୁରା ଗୋ ଜୟ ଆଦିମାତ
ଜୟ ଜୟ ତ୍ରିପୁର ପାଳିନୀ ଗୋ ସଂଭୂତ ।
ଜୟ ପଦ୍ମବାସିନୀ ଗୋ ପଦ୍ମବନୁ ଜାତ
ନେତ୍ର ଫେଡ଼ି ଚାହିଁଦିଅ ଜଗତର ମାତ ।
ଜୟ ସଙ୍କଟତାରିଣୀ ବିଷ୍ଣୁଙ୍କ ଘରଣୀ
ଭାରା ଉଶ୍ୱାସିବା ପାଇଁ ଜନ୍ମିଛ ଧରଣୀ ।
ଅବତାର ଘେନି କୃଷ୍ଣ ହୋଇଲେଣି ଜାତ
ସଂଶୟ ନକର ମନେ କହୁଅଛି ସତ୍ୟ ।
ତାଙ୍କୁ ଘେନି ଗୋପେ ଲୀଳା କର କମଳିନୀ
ଉଠ ଉଠ ଜନନୀ ଗୋ ସଂସାରତାରିଣୀ ।
କୃଷ୍ଣରୂପେ ବିଷ୍ଣୁ ଜନ୍ମି ଦେବକୀ ଉଦରେ
ଏ ଗୋପକୁ ଆସି ରହିଛନ୍ତି ନନ୍ଦଘରେ ।
ଦେଖ ତୁ ସ୍ୱାମୀକୁ ତୋର ନୟନ ପୁରାଇ
ତବ ଲୀଳା ଦେଖି ମାଗୋ ନିସ୍ତରୁ ଏ ମହୀ
ସାଧୁସନ୍ଥ ଭକ୍ତଜନେ ତବ ଲୀଳା ଦେଖି
ନିସ୍ତାର ଲଭିବେ ଭବୁ ହୋଇ ମହାସୁଖୀ ।
ମହାଦୁଷ୍ଟ ଦୈତ୍ୟକୁଳ ଭଜିବେ ବିନାଶ
ସ୍ୱର୍ଗରେ ଦେବତାମାନେ ହୋଇବେ ହରଷ ।
ମାତ ଦୟାକରି ନିଜ ରୂପ ତୋର ଧର
ଯେଉଁ ରୂପ ଦେଖି ତୃପ୍ତି ଭଜିବ ସଂସାର ।
ଏହିରୂପ ସ୍ତୁତି ଯହୁଁ ନାରଦ ବଖାଣି
ଅନ୍ତର୍ଗତେ ଜାଣିଲେ ତା ଦେବୀ କମଳିନୀ ।
ଫିଟାଇ ନୟନ ଦେବୀ କହିଲେ ବଚନ
ପଦ୍ମ ପୁଷ୍ପ ପ୍ରାୟ ତାଙ୍କ ଦିଶିଲା ବଦନ ।
ବସିଣ ପଲ୍ୟଙ୍କେ ଚଉଦିଗେ ଅନାଇଲେ
ପ୍ରମାଣ କରି ନାରଦ ତହୁଁ ଚଳିଗଲେ ।
ଅନ୍ତର୍ଦ୍ଧାନ ହେଲେ ଯହୁଁ ବ୍ରହ୍ମାଙ୍କ କୁମର
ଗମ୍ଭିରୀ ଘରୁ ରାଧିକା ହୋଇଲେ ବାହାର ।
ରାଧାଙ୍କୁ ଦେଖି ଚଞ୍ଚଳା ବେଗେ କୋଳକରି
ବୃଷଭାନୁ ଆନନ୍ଦ କେ ମୁଖେ କହିପାରି ।
କହିଲେ ଅନନ୍ତ ଶୁଣ ଶୁଣ ଠାକୁରାଣୀ
ମଉନରେ ଥିଲେ ରାଧା କହିଲେ ସେ ବାଣୀ ।
ପୁଣି ମହାଲକ୍ଷ୍ମୀ ପ୍ରଭୁ ପାଦତଳେ ପଡ଼ି
ବିନୟ ହୋଇ କହନ୍ତି ପୁଣି କରଯୋଡ଼ି ।
ତୁମ୍ଭେ ତ କହିଲେ ଲୋମୁ ରାଧା ହେଲେ ଜାତ
ପୁଣି ତ କହିଲ ହେଲେ ଗୋଲକୁ ସମ୍ଭୂତ ।
କହିଲ ପାତାଳ ମର୍ତ୍ତ୍ୟ ସ୍ୱର୍ଗ ତିନିପୁର
ପୁଣିହିଁ ବୋଇଲ ଅଛି ଗୋଲୋକ ମଣ୍ଡଳ ।
ଯେବେଟି ସୁଦୟା ମୋତେ କଲ ଭଗବାନ
ସଂଶୟ ବିନାଶି କିମ୍ପା ନ କହ ବଚନ ।
ଏଥିରେ ବହୁ ସଂଶୟ ଜନମିଲା ମୋର
ଅନୁଗ୍ରହ କରି କୁହ ଏହି ସମାଚାର ।
ଲକ୍ଷ୍ମୀଙ୍କ ବଚନ ଶୁଣି କହନ୍ତି ଅଚ୍ୟୁତ
ଗଣ୍ଠି କଥାମାନ ସଖୀ ପଚାରୁଛୁ ତୁ ତ ।
ଗୋଲୋକର ଲୀଳା ଯାହା ପଚାରୁଛୁ ମୋତେ
ତିନିପୁର ବାହାର ସେ ନାହିଁ ଏ ଜଗତେ ।
ଯହିଁ ନାହିଁ ଜଳସ୍ଥଳ ଅନଳ ପବନ
ଚନ୍ଦ୍ର ସୂର୍ଯ୍ୟ ନ କରନ୍ତି ଯେ ପୁରେ ଗମନ ।
ଦେବଗଣଙ୍କୁ ଯେ ପୁର ଅଟେ ଅଗୋଚର
ଶୂନ୍ୟ ଶୂନ୍ୟ ମହାଶୂନ୍ୟ ସେ ଗୋଲୋକ ପୁର
ନାହିଁ ଧର୍ମ ନାହିଁ କର୍ମ ଅଟେ ସେ ଗୋଲକ
ସେହି ଗୋଲୋକ ପୁରର ନାହିଁ ରୂପରେଖ ।
ସେ ଗୋଲକ ପୁରେ ବିଷ୍ଣୁ କରୁଛନ୍ତି ଲୀଳା
ତୁମ୍ଭେ ତ ଗୋଲୋକେ ଅଛ ଶୁଣ ଗୋ କମଳା
ଚୌରାଶୀ ସହସ୍ର ସଖୀ ତବ ଲୋମୁ ଜାତ
ଶତଗୁଣେ ତୁମ୍ଭଠାରୁ ଅଛନ୍ତି ଦୀପିତ ।
କରନ୍ତି ସେ ମୋରି ପାଦେ ସେବା ନିରନ୍ତର
ତୋ ଅଙ୍ଗୁ ଜାତ ମୋ ସଙ୍ଗେ କରନ୍ତି ବିହାର ।
ଗୋଲୋକ ମଣ୍ଡଳେ ନିତ୍ୟ କରନ୍ତି ରାହାସ
ସ୍ୱୟଂ ବିଷ୍ଣୁ ସେହିଠାରେ କରୁଛନ୍ତି ବାସ ।
ତୁହି ଗୋ କମଳା ତହିଁ ସଖିଗଣ ସଙ୍ଗେ
ରାସମଣ୍ଡଳେ ବିହାର କରୁ ନାନାରଙ୍ଗେ ।
ଶୁକମୁନି କହନ୍ତି ଯେ ପରୀକ୍ଷ ନୃମଣି
ଚିତ୍ତବୋଧ ଗୀତ ଏ ଅମୃତମୟ ବାଣୀ ।
ଅଚ୍ୟୁତ ଦାସ କହଇ ଧ୍ୟାୟି କୃଷ୍ଣ ପାଦ
ପ୍ରସନ୍ନ ହେବାରୁ ହରି କଲ ଚିତ୍ତବୋଧ ।
ଚୌରାଶୀ ସସ୍ର ସଖୀ ଜନ୍ମ
କହନ୍ତି ଶ୍ରୀ ନାରାୟଣ ଶୁଣ କମଳିନୀମନ୍ଦିରେ କୁଙ୍କୁମ ଦିନେ ଘେନିଲୁ ସଜନୀ ।କୁଙ୍କୁମ ମଳି ସହିତେ ତୋ ଲୋମୁ ଝଡ଼ିଲେଜଳରେ ପଡ଼ନ୍ତେ ଖସି ବିରାଗ ହୋଇଲେ ।ବିବର୍ଣ୍ଣ ମଳି କୁଙ୍କୁମେ ହୋଇ ଲୋମାବଳୀପୁଣି ତବ ଅଙ୍ଗେ ସେ ଯେ ନ ପାଇଲେ ଝଳିତବ ଶ୍ରୀମୁଖକୁ ଚାହିଁ ନ ପାରନ୍ତି ଚଳିଆପଣାର ସ୍ଥାନ ଶୂନ୍ୟ ଦେଖି ଲୋମାବଳୀ ।ଲକ୍ଷ୍ମୀ ଅଙ୍ଗେ ଥାଇ ଭୋଗ କରୁ ଭଗବାନଏବେ ଶ୍ରୀଅଙ୍ଗ ଆମ୍ଭଙ୍କୁ ହୋଇବ ସ୍ୱପନ ।ଏତେ ବୋଲି ଲୋମେ ନବପାଦେ କଲେ ଧ୍ୟାନକଲୁ ତାଙ୍କୁ ଦୟା ଜାଣି ତାହାଙ୍କର ମନ ।ବୋଇଲୁ ଆଶ୍ୱାସି ଲୋମମାନଙ୍କୁ ଅନାଇଁମୋର ଅଙ୍ଗ ଲୋମ ତୁମ୍ଭେ ନିରାଶ କିମ୍ପାଇଁ ।ଚୌରାଶୀ ସହସ୍ର ସଖୀ ହୁଅ ଲୋମାବଳୀମୋର ସଙ୍ଗେ ଥାଇ ବିଷ୍ଣୁ ଅଙ୍ଗେ କର କେଳିତୋ ଆଜ୍ଞାରେ ତବ ଲୋମେ ସଖୀଗଣ ହେଲେତୋହଠାରୁ ଶତେଗୁଣ ସୁନ୍ଦର ଦିଶିଲେ ।ମହାଶୂନ୍ୟ ପୁରେ ଶୂନ୍ୟ ପୁରେକ କରାଇସେହି ସଖୀଗଣ ଧରି ରହିଲୁ ଗୋ ସହୀ ।ବୀଣାତନ୍ତ୍ରେ ବଂଶୀରନ୍ଧ୍ରେ ମଧୁ ସ୍ୱନ କରିବଜାନ୍ତି ଅପ୍ସରାମାନେ ମଙ୍ଗଳ ମହୁରୀ ।ନାନାଜାତି ବାଦ୍ୟସହ ସଖୀଗଣ ଘେନିସେହି ପୁରେ ଲୀଳା କରୁଥିଲା ଗୋ ସଜନୀ ।ଏମନ୍ତ ସମୟେ ମୁହିଁ ସେଠାରେ ପ୍ରବେଶଦ୍ୱାରପାଳଙ୍କୁ ପୁଚ୍ଛିଲି କାହିଁର ଏ ଘୋଷ ।ସେ ବୋଇଲେ ଆମ୍ଭଦ୍ୱାରେ ଯାଇନାହିଁ କେହିକେମନ୍ତ କହିବୁ ପ୍ରଭୁ କାହିଁ ଏ ଶୁଭଇ ।ତହୁଁ ତବ ପାଶେ ମୁହିଁ ହୋଇଲି ପ୍ରବେଶସଖୀମାନେ ମୋତେ ଦେଖି ହେଲେ ହସହସନୃତ୍ୟଗୀତ ବାଦ୍ୟ ଛାଡ଼ି ମୋ ପାଦେ ପଡ଼ିଲେଲଜ୍ଜାବତୀ ହୋଇ ତୋର ପଛରେ ରହିଲେ ।ସେ ସଖୀମାନଙ୍କୁ ଦେଖି ପଚାରିଲି ତୋତେକହିଲୁ ତାଙ୍କର ଜନ୍ମ ଗଲି ମୁଁ ପରତେ ।ବିଚାରିଲି ଲକ୍ଷ୍ମୀ ଅଙ୍ଗୁ ଏମାନେ ବାହାରଶତଗୁଣେ ଲକ୍ଷ୍ମୀଠାରୁ ଦିଶନ୍ତି ସୁନ୍ଦର ।ଏଠାରେ ଅଗମ୍ୟ ପୁରେ ବାସ ମୁଁ କରିବିତେବେ ଅଗୋଚର ସ୍ଥାନ ସୁଖେ ବିହରିବି ।ନ ଶୁଭିବ ଏ ସ୍ଥାନକୁ ଶବଦ କାହାରନୋହିଲେ ଏ ପୁରେ ଉଦେ ଚନ୍ଦ୍ର ଦିବାକର ।ଏ ସଖୀଗଣକୁ ଧରି କରିବଇଁ ରାସମନରେ ଏମନ୍ତ ଭାବି ହୋଇଲେ ହରଷ ।ତୋତେ ମୁଁ ହୋଇଲି ସଖୀ ଶୁଣ ମୋ ବଚନନିତ୍ୟେ ମୁଁ କରିବି ରାସକ୍ରୀଡ଼ା ଏ ଭୁବନ ।ଏହି ସଖୀମାନେ ତବ ଅଙ୍ଗରୁ ପ୍ରକାଶଏଣୁ ମୁଁ ଏହାଙ୍କ ସଙ୍ଗେ କରିବି ରାହାସ ।ତ୍ରିପୁର ବାହାର ନାମ ଏହାର ଗୋଲୋକଯହିଁ ଏ ପୁରର କିଛି ନାହିଁ ରୂପରେଖ ।ତବ ଅଙ୍ଗୁ ଜାତ ଯେହୁ ହୋଇଥିବ ସହୀଯେ ଅବା ବିଷ୍ଣୁକଳାରେ ଥିବ ଜାତ ହୋଇ ।ଯେ ଅବା ପାଶରେ ମୋର ହୋଇବ ପ୍ରଧାନସେମାନେ ଏ ପୁରେ ସିନା କରିବେ ଗମନ ।ଏତେ ବୋଲି ତବ ଲୋମ ସଖୀଗଣ ଘେନିନିତ୍ୟେ ମୁଁ ଗୋଲୋକେ ରାସ କରଇ ସଜନୀନ ଜାଣଇ କଳ୍ପଯୁଗ ଅବା ରାତ୍ରଦିନତବ ଲୀଳାରେ ମୋହର ମୋହୁଅଛି ମନ ।ତୁହି ପରା ସଖୀ ମୋର ସଙ୍ଗେ ସଙ୍ଗେ ଥାଇତୋ ଲୋମ ସଖୀମାନଙ୍କୁ ନାମ ଦେଲୁ ତୁହି ।ତ୍ରିପୁରା ନାମ ଯାହାତୁ ଦେଲୁ କିରେ ସହୀସେ ତ୍ରିପୁରା ରାଧା ନାମେ ଜନ୍ମିଅଛି ଏହି ।ସୁନ୍ଦର ପଣରେ ସେ ଗୋ ମୋହୁଛି ଜଗତଯେଣୁ ସେ ଲୋମରୁ ତବ ହୋଇଅଛି ଜାତ ।ଶୁଣିଲୁଟି ପ୍ରାଣସହୀ ମୋହର ମହିମାନ ପାରଇ ଅନ୍ତ କରି ଯାହା ଦେବବ୍ରହ୍ମା ।ଏମନ୍ତ ବିଷ୍ଣୁର ମୁଖୁ ମହାଲକ୍ଷ୍ମୀ ଶୁଣିବୋଲନ୍ତି କଥାଏ ଆଉ କହି ଚକ୍ରପାଣି ।ତୁମ୍ଭେ କହିଥିଲ ବିଷ୍ଣୁ ଅଟନ୍ତି ଯେ ଏକଏବେ ତ ବୋଲୁଛ ବିଷ୍ଣୁ ଅଟନ୍ତି ଅନେକ ।ଶଂସୟ ହୁଅଇ ମନେ ଶୁଣି ଏ ବଚନବୋଇଲା ଯେ ବୈକୁଣ୍ଠରେ ଛନ୍ତି ଭଗବାନ ।ପୁଣି ବୋଇଲେ ମର୍ତ୍ତ୍ୟରେ ଛନ୍ତି ନରହରିଅନନ୍ତରୂପେ ପାତାଳପୁରେ ବିଜେ କରି ।ନିତ୍ୟ କରୁଅଛ ରାସଲୀଳା ଗୋଲୋକରେତବ ମୁଖୁ ଶୁଣି ଜାତ ସଂଶୟ ମନରେ ।ହେ ନାଥ ମୋଠାରେ ଯେବେ କରିଛ ସୁଦୟାସଂଶୟ ଫିଟାଇ କହ ନ କରିଣ ମାୟା ।ଏମନ୍ତ ଶୁଣି ଅନନ୍ତ ହସି ଟହ ଟହବୋଲନ୍ତି ବିଷ୍ଣୁଙ୍କ କଥା ଶୁଣିବାର ସ୍ନେହ ।ଜନ୍ମିଅଛି ବଡ଼ ତେଣୁ ପଚାରୁ ସଜନୀସେ ବିଷ୍ଣୁ ମାୟାକୁ ମୁହିଁ ନ ପାରଇ ଜାଣି ।ଯେଉଁ ବିଷ୍ଣୁ ପାତାଳରେ ବୋଲାନ୍ତି ଅନନ୍ତତାହାଙ୍କଠାରୁ ଅନେକ ବିଷ୍ଣୁ ହେଲେ ଜାତସେ ବିଷ୍ଣୁ କଳାରେ କୃଷ୍ଣ ମଞ୍ଚରେ ଜନମଅଷ୍ଟକଳା ଧରି କଲେ ଲୀଳା ଗୋପଧାମ ।ସେ ବିଷ୍ଣୁର ଅଷ୍ଟକଳା ବଇକୁଣ୍ଠ ହରିଲୀଳା କରୁଛନ୍ତି ସେ ଯେ ଦେବଗଣ ଧରି ।ସେ ଗୋଲୋକ ବିଷ୍ଣୁକଳା ମର୍ତ୍ତ୍ୟପୁରେ ଧରିଯୁଗକୁ ଯୁଗ ହୁଅନ୍ତି ହରି ଅବତାରୀ ।ଦୁଷ୍ଟ ଦାନବକୁ ନାଶ କରିବା ନିମନ୍ତେମାନବ ରୂପରେ ହରି ଜନ୍ମନ୍ତି ଜଗତେ ।ପୁଣି ସେ ମାନବ ବିଷ୍ଣୁ ପ୍ରଳୟ କାଳରେବିହାର କରନ୍ତି ଯାଇ ଅନନ୍ତ ଶରୀରେ ।ଆହୁରି କଥାଏ ତୁହି ଶୁଣ ଆରେ ସହିଷୋଳକଳା ଧରି ଯେଉଁ ବ୍ରହ୍ମ ଯେ ଅଟଇ ।ସେ ବ୍ରହ୍ମ ମୋହର ଦେହେ କରୁଅଛି ଲୀଳାପୁଣି ତୁମ୍ଭ ଦେହରେ ସେ କରୁଅଛି ଖେଳା ।ଅଛନ୍ତି ଛପନ କୋଟି ଜୀବ ଏ ଜଗତେସେ ବ୍ରହ୍ମ ଅଛନ୍ତି ରହି ସର୍ବ ହୃଦଗତେ ।ବ୍ରହ୍ମାଦି ଯେତେକ ଦେବ ଛନ୍ତି ଅବତରିସର୍ବଘଟେ ଅଛନ୍ତି ସେ ବ୍ରହ୍ମ ବିଜେ କରି ।ଆହୁରି କଥାଏ ପୁଣି ଶୁଣ କମଳିନୀତିନିପୁରେ ତାହାଙ୍କୁ କେ ନ ପାରଇ ଚିହ୍ନି ।ତାହାଙ୍କର ପାଦ ପାଣି ଚକ୍ଷୁ ନାସା ନାହିଁଆହାର ନ କରି ନିରାହାରୀ ସେ ବୋଲାଇ ।ପଞ୍ଚ ଇନ୍ଦ୍ରିୟାଦି କିଛି ନାହିଁଟି ତାଙ୍କରତେଣୁକରି ବୋଲନ୍ତି ସେ ବିଷ୍ଣୁ ନିରାକାର ।ସଖି ଗୋ ସେ ବିଷ୍ଣୁରଟି ନାହିଁ ଆଦିଅନ୍ତତେଣୁ ସେ ବିଷ୍ଣୁର ନାମ ହୋଇଲା ଅନନ୍ତ ।ଉତ୍ପତ୍ତି କରଇ ସେହି କରଇ ପାଳନଯୁଗଶେଷେ ପ୍ରଳୟରେ ସବୁ କରେ ଲୀନ ।ପୁଣି ପଚାରନ୍ତି ଲକ୍ଷ୍ମୀ ଶୁଣ ମହାବାହୁକିମ୍ପାଇଁ ଏମନ୍ତ ମାୟା କରି ମୋତେ କହୁ ।କହିଛି ଯୁଗ ପ୍ରଳୟ ଯୁଗରେ ହୁଅଇବ୍ରହ୍ମା ପ୍ରଳୟରେ ସିନା ସବୁ ନାଶଯାଇ ।ଆହୁରି କଥାଏ ମଧ୍ୟ ଗୁପତେ କହିଲତୋର ଅଙ୍ଗଲୋମ ଅଟେ ତ୍ରିପୁରା ବୋଇଲ ।ମୋର ଅଙ୍ଗେଲୋମ ଯେବେ ତ୍ରିପୁରା ହୋଇଲାମୋଠାରୁ ଅଧିକ କିମ୍ପା ସେହୁ ବୋଲାଇଲା ।ତ୍ରିପୁରାର ଜନ୍ମ କୁହ ମୋ ଆଗେ ଅନନ୍ତମାୟା ନ କରି କହ ହେ ଭ୍ରାନ୍ତି ହେଉ ହତ ।ଲକ୍ଷ୍ମୀର ମୁଖୁଁ ଏମନ୍ତ ଶୁଣି ଭଗବାନବୋଲନ୍ତି ଶୁଣ ଗୋ ସଖି ନିଗମ ବଚନ ।ପ୍ରଳୟ ହୁଅଇ ଯୁଗ ଯେବେ ଆଗ ସହିପୁଣି ହିଁ ଆରେକ ଯୁଗ ଉତ୍ପନ୍ନ ହୁଅଇ ।ଏହିରୂପେ ଚାରିଯୁଗ ହୁଏ ଆତଯାତଯୁଗକୁ ଯୁଗ ପ୍ରଳୟ ଜଳ କରେ ହତ ।ବାଳମୁକୁନ୍ଦ ରୂପରେ ରହନ୍ତି ମୁରାରୀପୁଣିହିଁ ସଂସାର ଯୁଗ କରନ୍ତି ବିଚାରି ।ମାନବ ରୂପରେ ହରି କରନ୍ତି ବିହାରକେତେଯୁଗ ଅନ୍ତେ ବ୍ରହ୍ମପ୍ରଳୟ ବା ସାର ।ପୃଥ୍ୱୀ ବାୟୁ ଆକାଶ ଯେ ଶୂନ୍ୟ ମହାଶୂନ୍ୟସ୍ଥାବର ଜଙ୍ଗମ କୀଟ କରଇ ବହନ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳାଦି ଜନ୍ମିଥିଲେ ଯେତେବ୍ରହ୍ମ ପ୍ରଳୟରେ ନାଶ ଲଭିଲେ ସମସ୍ତେ ।ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆଦି ଦେବଗଣଏହି ପ୍ରଳୟରେ ସର୍ବେ ହୋଇଲେଟି ଲୀନ ।ସକଳ ନାଶି ପ୍ରଳୟ ହୋଇଲା ସ୍ଥକିତସେ ପ୍ରଳୟ ଜଳୁଁ ମହାଧୂମ ହେଲା ଜାତ ।କେବଳ ପ୍ରଳୟ ଜଳ ଘୋର ନାଦ କରେଅନ୍ଧକାର ଦିଶେ ମିଶେ ସେ ଧୂମ ଜଳରେ ।ପ୍ରଳୟରେ ଧୂମଜଳ ହେଲେ ମିଶାମିଶିକେବଳ ଗର୍ଜନ ଶବ୍ଦ ଚଉପାଶେ ଘୋଷି ।