ସୃଷ୍ଟି ସର୍ଜନାର ବିଷୟ — ଚିତ୍ତବୋଧ ବା ଚିତ୍ତବିନୋଦ (ପ୍ରଥମ ଭାଗ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିବିଷ୍ଣୁଙ୍କୁ ଦେଖି ପ୍ରଳୟ ଉପରେ ନ ବହି ।
ସଂହାରିଲେ ପ୍ରଳୟକୁ ଗର୍ଭ ଆଦିମାତ
ବେନିପଦ ରସାତଳେ ଲାଗିଲା ତ୍ୱରିତ ।
ରସାତଳେ ଯହୁଁ ବେନି ଚରଣ ଲାଗିଲା
ଆଦିମାତା ବଚନକୁ ସୁମରି କମଳା ।
ମର ଅମର ପାତାଳ ଭିଆଣ ସେ କଲା
ପ୍ରଳୟ ଜଳରାଶି ଯେ କ୍ଷଣକେ ଶୁଖିଲା ।
ଆଦିମାତ ଅଙ୍ଗରୁ ଯେ ନିଜ ଜୀବ କାଢ଼ି
ମହାପ୍ରଳୟର ଜଳେ ଦେଇଥିଲେ ଛାଡ଼ି ।
ସେହି ଜୀବ ସିନା ତୁହି ଅଟୁ କମଳିନୀ
ଆଦିମାତା ବଚନେ ତୁ କଲୁ ପୁର ତିନି ।
ଯହୁଁ ତିନିପୁର ତୋର ଅଙ୍ଗୁ ଜାତ କଲୁ
ତ୍ରିପୁରା ବୋଲିଣ ନାମ ତହୁଁ ତୁ ବହିଲୁ ।
ସେ ଆଦିମାତା ଜୀବନ ଅଟୁ ସିନା ତୁହି
ଏବେ ତୋତେ ପାତାଳେ ମୁଁ ଧରିଅଛି ରହି ।
ସେହି ପରମ ସିନାଟି ଅଟଇ ଗୋ ମୁହିଁ
ଶୁଣିଲୁଟି ଯାହା ପଚାରିଲୁ ପ୍ରାଣସହୀ ।
ସେହିଦିନୁ ପାତାଳେ ଗୋ ନିଜ ବାସ ମୋର
ତୋର ସଙ୍ଗେ ଥାଇ ମୁଁ ଯେ କରଇ ବିହାର ।
ମୋର ଲୋମମୂଳୁ ତହୁଁ ଲକ୍ଷ୍ମୀ ହୋନ୍ତି ଜାତ
ତୋ ଅଙ୍ଗ ଅନେକ ସଖୀ ଜଗତ ବିଖ୍ୟାତ ।
ଶୁଣିଲୁଟି ପ୍ରିୟସହୀ ଜଗତ ସର୍ଜନା
ତ୍ରିପୁରା ଜନ୍ମ ବୃତ୍ତାନ୍ତ ଆଗୋ ସୁଲୋଚନା
ଯେ ଅଟେ ତ୍ରିପୁରା ସଖୀ ସେହି ସିନା ତୁହି
ଯେ ବିଷ୍ଣୁ ଅଟନ୍ତି ସେହି ଅଟଇ ଗୋ ମୁହିଁ ।
ମୋଠାରୁ ସକଳ ଦେବେ ହୋଇଛନ୍ତି ଜାତ
ସର୍ବ ଘଟେ ବାସ କରି ଚାଳେ ମୁଁ ଜଗତ ।
ମୁଁ ପରମ ବ୍ରହ୍ମ ତୁମେ ଜୀବ ଅଟ ସହୀ
ମୁଁ ଯହିଁ ଥିବି ଗୋ ତୁମ୍ଭେ ତହିଁ ଥିବ ରହି ।
ଜୀବ ପରମର କିଛି ନାହିଁ ଭେଦାଭେଦ
ପୁରିଣ ସକଳ ଘଟେ କରିବା ଆନନ୍ଦ ।
ତୁମ୍ଭେ ଜୀବ ହୋଇ ସଖୀ ସର୍ବଘଟେ ଥିବ
ମୌନଭାବେ ରହି ନାନାସୁଖେ ବିଳସିବ ।
ମୁଁ ପରମବ୍ରହ୍ମ ସବୁ କରିବି ରଚନା
ସର୍ବ ଘଟେ ସାକ୍ଷୀରୂପେ ଦେଖୁଥିବି ସିନା ।
ସର୍ବଘଟେ ସାକ୍ଷୀରୂପେ ଦେଖୁଥିବି ମୁହିଁ
ମୋତେ ନୟନରେ ସଖି ଦେଖିନାହିଁ କେହି ।
ଏମନ୍ତ ଶୁଣିଣ ଲକ୍ଷ୍ମୀ ଯୋଡ଼ି ବେନିକର
ବୋଇଲେ ସଂଶୟ ପ୍ରଭୁ ନ ଗଲା ମୋହର ।
ସକଳ ଘଟରେ ଯେବେ ପୂରିଅଛୁ ତୁହି
ତୁ ଦେଖୁନାହୁଁ କି ତୋତେ ନ ଦେଖନ୍ତି କେହି ।
କେ ଯେବେ ତୁମ୍ଭଙ୍କୁ କରି ନାହାନ୍ତି ଦର୍ଶନ
କିପରି ବା କଲେ ତୁମ୍ଭ ରୂପ ନିରୂପଣ ।
ଏଥିରେ ସଂଶୟ ମୋର ଚିତ୍ତେ ଜନମଇ
କହ କହ ପ୍ରଭୁ ମୋତେ ସକଳ ଫିଟାଇ ।
ତବ ମୁଖୁ ଶୁଣି ଚିତ୍ତ ହୋଇବ ନିର୍ମଳ
କୁହ ଯେବେ ଦୟା ମୋତେ ଆହେ ଆଦିମୂଳ
ଶୁଣି ଆନନ୍ଦେ କହନ୍ତି ଦେବ ଚକ୍ରପାଣି
କେତେ ଛନ୍ଦକଥା ମୋତେ ପଚାର ସଜନୀ ।
କେବଳ ବିଷ୍ଣୁଙ୍କ ଭକ୍ତ ବିଷ୍ଣୁଙ୍କୁ ଚିହ୍ନନ୍ତି
ଭକ୍ତ ବିନା କେହି ତାଙ୍କୁ ଚିହ୍ନିଣ ନାହାନ୍ତି ।
ତେଣୁଟି ଭକ୍ତବତ୍ସଳ ନାମ ତାହାଙ୍କର
ଭକ୍ତଙ୍କର ହିତେ ବହିଥାନ୍ତି କଳେବର ।
ଭକ୍ତ ବିନା ଅନ୍ୟ ବଶ ନୁହନ୍ତିଟି ହରି
ଭକ୍ତପଦ ଚିହ୍ନି ସ୍ନେହେ ଛନ୍ତି ହୃଦେ ଧରି ।
ଭକ୍ତ କଥା ସିନା ତାଙ୍କୁ ରଖଇ ବନ୍ଧନେ
ଭକ୍ତବିନା ଅନ୍ୟ କେହି ତାହାଙ୍କୁ ନ ଚିହ୍ନେ ।
ଭକ୍ତ ତାଙ୍କୁ ଦେଖେ ଆନ ନ ଦେଖଇ କେହି
ଭକ୍ତ ପ୍ରେମ ଭାବ ଆଦି ତୋହଠାରେ ନାହିଁ ।
ଏବେ ବିଷ୍ଣୁଙ୍କ କଳାରେ କୃଷ୍ଣ ହେଲେ ଜାତ
ତ୍ରିପୁରା ହୋଇଲେ ରାଧା ନାମରେ ବିଖ୍ୟାତ ।
ଯେ ରୂପେ ହୋଇଲେ ରାଧାକୃଷ୍ଣ ଏକ ଅଙ୍ଗ
ଶୁଣିଲୁଟି ସଖୀ ତାହା କହିଲି ତୋ ଆଗ ।
ତୁମ୍ଭରି ଲୋମରୁ ଜାତ ହୋଇଲା ତ୍ରିପୁରା
ସେ ତ୍ରିପୁରା ରାଧା ରୂପ ଧରି ବିହରିଲା ।
ସଂସାରେ ରାକ୍ଷସେ ଯେଣୁ ପ୍ରବଳ ହୋଇଲେ
ଦେବତାଏ ଭୟ ପାଇ ମୋତେ ସୁମରିଲେ ।
ତାହାଙ୍କ ଆକୁଳ ମୁହିଁ ସହି ନ ପାରିଲି
ତେଣୁ କୃଷ୍ଣରୂପ ଧରି ଗୋପେ ଜନମିଲି ।
ରାଧା ଯେହ୍ନେ ଜାତ ହେବେ ଶୁଣିଲୁ ମୃଗାକ୍ଷୀ
କୃଷ୍ଣରୂପେ ସେହୁ ରାଧା ନୀପମୂଳେ ଅଛି ।
ମୋହନ ମୁରଲୀ ଧରି ଫୁଙ୍କେ ଘନ ଘନ
ସେହି ମୁରଲୀ ଶବଦ ମୋହେ ତ୍ରିଭୁବନ ।
ବଜାଉଛି ମୁଁ ମୋହନ ବାଦ୍ୟ ରାଧା ରୂପେ
ମର ଅମର ପାତାଳ ସେହି ଘୋଷେ କମ୍ପେ ।
ଏବେ ତୋ ମନରୁ ଭୟ ଛାଡ଼ କମଳିନୀ
ସେହି ରାଧାକୃଷ୍ଣ ଲୀଳା କରନ୍ତି ମେଦିନୀ ।
ଲକ୍ଷ୍ମୀଙ୍କି ଏମନ୍ତ କହି ଯୋଗନିଦ୍ରା ଗଲେ
ଶୁଣନ୍ତେ କମଳା ମନୁ ଭୟ ଦୂର କଲେ ।
ପୟର ଚାପନ୍ତି ଲକ୍ଷ୍ମୀ ଧୀର ଧୀର କରି
ଅନନ୍ତ ପରେ ଶୟନ କଲେ ଦେବହରି ।
ବୀଣା ଧରି ସରସ୍ୱତୀ କଲେ ନୃତ୍ୟ ଗୀତ
ନିଶ୍ଚିନ୍ତେ ଶୟନ କଲେ ପ୍ରଭୁ ଜଗନ୍ନାଥ ।
ବାସୁକୀ ପଦ୍ମଚରଣ ତଳେ ରହିଥିଲା
ବିଷ୍ଣୁ ମୁଖୁଁ ଶୁଣି ମନୁ ଭୟ ଦୂର କଲା ।
ଏଥୁଅନ୍ତେ ପରୀକ୍ଷିତ ନୃପ ଚୂଡ଼ାମଣି
ଶୁକମୁନି ପାଦତଳେ ପଡ଼ି କହେ ବାଣୀ ।
ହରିବଂଶ ବାଣୀ ଏ ଯେ ଚିତ୍ତବୋଧ ଗୀତ
ଶୁଣିଲେ ତୃପତ ନିଶ୍ଚେ ହେଉଅଛି ଚିତ୍ତ ।
ରାଧା ନାମ ଏଥେ ମୁନି ହୋଇଛି ଭକତ
ସୁର ନରେ ଦୁର୍ଲ୍ଲଭ ଏ ସାକ୍ଷାତ ଅମୃତ ।
ସୁଧାମୟ ବାଣୀ ଏ ଯେ କହିଲ ହେ ମୁନି
କୃତାର୍ଥ ହୋଇଲି ଆଜି ତବ ମୁଖୁଁ ଶୁଣି ।
ଅଚ୍ୟୁତ ଦାସ କହଇ ପ୍ରେମ ଭକତିରେ
ପଢ଼ିଶୁଣି ଚିତ୍ତବୋଧ କର ସୁଜ୍ଞ ନରେ ।
ସ୍ୱର୍ଗର ଅମୃତ ୟାକୁ ସମାନ ନୁହଇ
ଗତି ମୁକତି ନିଶ୍ଚୟ ଏଥିରେ ମିଳଇ ।
ବୃନ୍ଦାବତୀଙ୍କ ଫୁଲତୋଳା
ଶୁକଙ୍କୁ ପରୀକ୍ଷ ରାଜ ପୁଣିହିଁ ପଚାରେଆହେ ମହାଯତି ମୋ ସଂଶୟ ଫେଡ଼ ବାରେ ।ଫୁଲ ତୋଳି ବୃନ୍ଦାବନେ ଗଲେ ବୃନ୍ଦାବତୀତଦନ୍ତେ କି ହେଲା ମୋତେ କହ ମହାଯତି ।ମୁନି ବୋଲନ୍ତି ହେ ଶୁଣ ଅର୍ଜ୍ଜୁନର ନାତିବୃନ୍ଦାବତୀ ଫୁଲ ତୋଳି ବନେ ବିହରନ୍ତି ।କୃଷ୍ଣଙ୍କୁ ସୁମରି ଦେବୀ ତୋଳେ ଫୁଲମାନକୃଷ୍ଣର ମୋହନ ବାଦ୍ୟ ଶୁଣି ହେଲା ଛନ୍ନ ।ସେ ମୋହନ ବାଦ୍ୟ ନାମେ ତରୁ ଶୁଷ୍କ ହେଲାପ୍ରଫୁଲ୍ଲ କୁସୁମମାନ ମଳିନ ଦିଶିଲା ।ଡେମ୍ଫରୁ ଖସି ସେମାନେ ଅଧୋଗାମୀ ହେଲେବନଜୀବମାନେ ସର୍ବେ ଆକୁଳେ ଧାଇଁଲେ ।ମଳିନ ଦିଶିଲେ ଆକାଶରେ ତାରାଗଣଅଗ୍ନିଦେବ ଶିଖାମାନ ଦିଶିଲା ମଳିନ ।ଯମୁନା ନଦୀର ଜଳ ସବୁ ଶୁଖିଗଲାବିପରୀତ କଥାମାନ ସବୁ ଦେଖାଗଲା ।ଏସନ ଘଟଣା ଦେଖି ବେଗେ ବୃନ୍ଦାବତୀମନରେ ବିଚାରେ କିବା ପଡ଼ିବ ବିପତ୍ତି ।ଏମନ୍ତ ବାଦ୍ୟ ତ କେବେ ଶୁଣି ମୁଁ ନ ଥିଲିଆଜି କର୍ଣ୍ଣପୁଟେ ତାହା ଶ୍ରବଣ କରିଲି ।ଏହିପରି କଥା ମନେ ମନେ ବିଚାରଇମୋହନ ବଂଶୀର ନାଦ ପୁଣି ସେ ଶୁଣଇ ।ମୋହନ ମୁରଲୀ ସ୍ୱନ ଅତିହିଁ ମଧୁରବୃନ୍ଦାବତୀ ଶୁଣି ଚିତ୍ତ ହେଲା ତା ଅସ୍ଥିର ।ସେ ମୁରଲୀ ନାଦେ ଶୁଷ୍କ ତରୁ ପଲ୍ଲବିଲେଝାଉଁଳିବା ବୃକ୍ଷମାନ ପ୍ରଫୁଲ୍ଲିତ ହେଲେ ।ଝଡ଼ିଥିବା ଫୁଲମାନ ବୃକ୍ଷରେ ଲାଗିଲେବନ ଜୀବମାନେ ନାଚି ଆନନ୍ଦ ହୋଇଲେ ।ଯମୁନା ଜଳ ଉଛୁଳି ବହେ ଘନ ଘନଦେଖିକରି ବୃନ୍ଦାବତୀ ତୋଷ କଲା ମନ ।ମନେ ବିଚାରଇ କୃଷ୍ଣ ମୁରଲୀ ବଜାନ୍ତିମୋହନ ବାଦ୍ୟରେ ବେଳେବେଳେ ସ୍ୱନ ଦ୍ୟନ୍ତିଆଜି ଏ ମୋହନ ବାଜା ମୋହନ ମୁରଲୀଧରି ମୋ ପୁରକୁ ପରା ଯିବେ ବନମାଳୀ ।ତେଣୁ ଫୁଲ ତୋଳିବାକୁ ପଠାଇଲେ ଆଜଅଙ୍କେ ବସାଇବେ ଆଜି ପ୍ରଭୁ ଦେବରାଜ ।ମନରେ ଏମନ୍ତ ବୃନ୍ଦାବତୀ ବିଚାରିଲାସୁବାସ କୁସୁମମାନ ବାଛି ସେ ତୋଳିଲା ।ମାଧବୀ ମଲ୍ଲିକା ଜାଈ ଚମ୍ପକ ମାଳତୀପାରିଜାତ ଗନ୍ଧରାଜ ନିଆଳୀ ସେବତୀକିଆ କେତକୀ ଯେ ଜୁଈ ତରାଟ ଟଗରକାଞ୍ଚନ ଗୋଲାପ ଛୁରୀଅନା ନାଗେଶ୍ୱର ।କୁନ୍ଦ ରଜନୀଗନ୍ଧା ଯେ ସୁବାସିତ ଅତିବୃନ୍ଦାବତୀ ବନୁ ଫୁଲ ତୋଳି ନାନା ଜାତି ।ବିଚାରେ କରିବି ପୂର୍ଣ୍ଣ ମୋ କାମନା ଆଜଆଜ୍ଞା ଦେଇଛନ୍ତି ମୁଖେ ମୋତେ ଦେବରାଜ ।ଆଜି ମୋ ମନ୍ଦିରେ ବିଜେ କରିବେ ମାଧୋଇରତନ ପଲ୍ୟଙ୍କେ ତାଙ୍କୁ ବସାଇବି ନେଇ ।ସୁବାସ କୁସୁମ ନେଇ ଶେଯରେ ପାତିବିଖଣ୍ଡ ଶର୍କରା ଲବଣୀ ଦଧି ଭୁଞ୍ଜାଇବି ।ନାନା ଫୁଲମାନ ତାଙ୍କ ଚୂଳରେ ଖଞ୍ଜିବିପିନ୍ଧାଇ ଝୀନ ବସନ ବେଶ ମୁଁ କରିବି ।କର୍ପୂର ଚନ୍ଦନ ତାଙ୍କ ଅଙ୍ଗରେ ବୋଳିବିବିଡ଼ିଆ ଭାଙ୍ଗି ଶ୍ରୀମୁଖେ ଲାଗି କରାଇବି ।ବିମ୍ବାଧର ଚୁମ୍ବି ମଧୁ ଆନନ୍ଦେ ପିଇବିବିବିଧ ରସରେ ଆଜି କୃଷ୍ଣଙ୍କୁ ମୋହିବି ।ଏମନ୍ତ ବିଚାରି ବୃନ୍ଦା ତୋଳେ ଫୁଲମାଳନ ଶୁଭଇ ବାଦ୍ୟ ଘୋଷ ପୁଣି ବଂଶୀସ୍ୱନ ।ତାର ମନ ଯହୁଁ କୃଷ୍ଣ ପ୍ରେମରେ ମଜ୍ଜିଲାତେଣୁକରି ଶ୍ରୁତିରେ ତା କିଛି ନ ବାଜିଲା ।ବୃନ୍ଦା ଫୁଲ ତୋଳଇ କୃଷ୍ଣଙ୍କୁ ମନେ ଧ୍ୟାୟିଗୋପପୁର କଥା କିଛି ମନେ ନ ପଡ଼ଇ ।ରାଧା ରୂପକୁ ଅଚ୍ୟୁତ ଦାସ ଭାବେ ମନେସତେ କି ଭାବିବ ରାଧା ରୂପକୁ ନୟନେ ।କଦମ୍ବ ମୂଳେ ମୋହନ ରୂପେ ରାଧା ଠିଆରାଧା ରୂପରେ ହୋଇଛି ଉଭା ସେ କାଳିଆ ।ମୋହନ ମୁରଲୀ ରାଧା ବଜାନ୍ତି ସୁସ୍ୱରେମୋହନ ବାଜା ବଜାନ୍ତି କୃଷ୍ଣ ଧୀରେ ଧୀରେନାଚନ୍ତି ରାଧିକା କୃଷ୍ଣ ପ୍ରେମେ ଭୋଳ ହୋଇକେତେବେଳକୁ ଚେତନା ପାଇଲେଟି ରାଈ ।ଦେଖି ଶ୍ରୀକୃଷ୍ଣଙ୍କୁ ରାଧା ହୋଇଲେ ଚକିତକୃଷ୍ଣରୂପ ଦେଖି ରାଧାରୂପେ ନନ୍ଦସୁତ ।ମାୟା କଲେ କୃଷ୍ଣ ରାଧା ଚିହ୍ନି ନ ପାରିଲେବେନିକର ଯୋଡ଼ି ତେଣୁ ଚରଣେ ପଡ଼ିଲେ ।ବୋଇଲେ ବଜାଉ କେଉଁ ବାଦ୍ୟ କୁତୁହଳେକେଉଁ କାର୍ଯ୍ୟରେ ଆସିଲୁ ଏ କଦମ୍ବ ମୂଳେ ।କେଉଁ ଦେଶେ ଘର ତୋର ଜାତ ହେଲୁ କାହିଁକେତେ ଯୁଗ ବସି ତୋତେ ଗଢ଼ିଥିଲା ବିହି ।କେ ତୋହର ପିତା ମାତା କହ ମୋତେ ସଖିକେବା ତୋତେ ଯୋଗ୍ୟ ଭାର୍ଯ୍ୟା ରୂପେ ଅଛି ରଖି ।ତୋର ନାମ ସତ୍ୟ କରି କହ ଗୋ ସୁନ୍ଦରୀଗୋପ ନଗରେ ରହିବୁ କିନା ଘର କରି ।କପଟ ନ କରି ମୋତେ କହ ସତ୍ୟ କରିକେଉଁ କଥା ଗୋଟି ମନେ ଅଛୁ ତୁ ବିଚାରି ।ତୋତେ ଦେଖି ଏ ଶରୀରୁ ଜୀବ ଯାଏ ଛାଡ଼ିପିଞ୍ଜରା ମଧ୍ୟରୁ ପକ୍ଷୀ ଗଲା ପ୍ରାୟ ଉଡ଼ି ।ମାୟାକୃଷ୍ଣ କଥା ଶୁଣି କହେ ମାୟା ରାଈଯାହା ପଚାରିଲ ତାହା ଶୁଣ ମନ ଦେଇ ।ମଧୁସୂଦନ ମୋ ବର ମଧୁପୁରେ ଘରମଧୁହାରୀ ରାଧା ନାମ ଅଟଇ ମୋହର ।ରାଜ ଜ୍ୟେଷ୍ଠ ଭଗିନୀ ମୋ ଅଟେ ନିଜ ମାତାନିରତେ ମୁଁ କରୁଥାଏ ରାଧା ନାମେ ଚିନ୍ତା ।ଗୋପେ ରାଧା ଅଛି ବୋଲି ଯହୁଁ ମୁଁ ଶୁଣିଲିକାହାକୁ ନ କହି ଗୋପପୁରକୁ ଆସିଲି ।ମଧୁପୁରୀ ବାଜା ଏ ଯେ ଅଟଇ ମୋହରିବନରେ ବଜାଇ ଆସୁଥିଲି ଭୟ କରି ।ଷୋଳ ସହସ୍ର ନାଗରୀ ମୋ ତହୁଁ ସୁନ୍ଦରୀସେମାନଙ୍କୁ ଲୁଚି ମୁହିଁ ଆସିଛି ଏ ପୁରୀ ।ଆସିଲା ବେଳରେ ମାତା କହିଲେ ମୋହରରାଧା ନାମେ ତୋର ମିତ ଅଛି ଗୋପପୁର ।ବୃଷଭାନୁ ତାର ପିତା ଚଞ୍ଚଳା ତା ମାତାଚନ୍ଦ୍ରସେଣା ଗଉଡ଼ର ଅଟେ ସେ ବନିତା ।ଦେଖିଲେ ତାହାକୁ ତୁହି କରିବୁ ଦର୍ଶନନ ଚିହ୍ନିଲେ ପଚାରିବୁ ଦେଖି ଗୋପଜନ ।ତାକୁ ଦେଖି ଆଗ ହୋଇ କରିବୁ ତୁ ମାନ୍ୟପାଦରେ ପଡ଼ିବୁ ଯାଇ ବୟସରେ ସାନ ।ପିଲାକାଳୁ ମିତ ସେ ଲୋ ଅଟଇ ତୋହରସେ ଯେବେ ଡାକିବ ତୋତେ ଯିବୁ ତାର ଘରମନ ଆନନ୍ଦିତ ହେଲା ତା ମୁଖରୁ ଶୁଣିଆସିଲି ଗୋପକୁ ଯେବେ ଦେଖିବି ମିତଣୀ ।ବାଟେ ଆସୁ ବଂଶୀସ୍ୱନ କର୍ଣ୍ଣରେ ଶୁଣିଲିମୋହନ ବାଜା ବଜାଇ ଏଠାରେ ମିଳିଲି ।କହ ତୁମ୍ଭେ ଗୋପେ ରାଧା ରହିଛନ୍ତି କାହିଁଦେଖିବାକୁ ମଧୁପୁରୁ ଆସିଅଛି ମୁହିଁ ।ମିତକୁ ଦର୍ଶନ କଲେ ଫଳ ଗୋ ବହୁତସାକ୍ଷାତେ ଦର୍ଶନ ଯଥା ହେଲେ ଜଗନ୍ନାଥ ।ତାହାକୁ ଦର୍ଶନ ଯେବେ କରନ୍ତି ମୁଁ ନିତିଗୁରୁ ଦରଶନ ଫଳ ଲାଭ ମୁଁ କରନ୍ତି ।ତୁମ ଆଗରେ ଯେବେ ମୁଁ କହୁଥିବି ମିଛଶରୀରେ ଭୋଗିବି କଷ୍ଟ ପାଇ ନାନା ଦୁଃଖ ।ତୁମ୍ଭ ପାଶେ ଯେବେ ମୋର ଥିବଟି କପଟକୁମ୍ଭୀପାକେ ପଡ଼ି ମୁଁ ହୋଇବି ଛଟପଟ ।ମାଧୁରୀ ରାଧିକାଠାରୁ ଏ ବଚନ ଶୁଣିବୋଲନ୍ତି ମୋହନ ରାଧା ଶୁଣ ମୋର ବାଣୀତୋ ରୂପକୁ ରାଧିକା ଗୋ ସମାନ ନ ହେବତୋ ପରି ସୁନ୍ଦରୀ ଜଣେ ଏ ଗୋପେ ନ ଥିବଧନ୍ୟ ତୁ ମାଧୁରୀ ରାଧା ମଥୁରାକୁ ଗଲେକ୍ଷଣେନ ଛାଡ଼ିବେ ତୋତେ ଶ୍ରୀକୃଷ୍ଣ ଦେଖିଲେତୋ ତହୁଁ ସୁନ୍ଦରୀ ବେଶୀ ହେବେ ମଧୁନାରୀନ ଦେଖିବୁ ରାଧା ଆଜି ଯାଅ ଗୃହେ ଫେରିତୋର ଆଗେ ସତ୍ୟ କରି କହୁଅଛି ମୁହିଁକାଲି ମୁଁ ରାଧାକୁ ନିଶ୍ଚେ ଦେବି ଗୋ ପଠାଇକାଲି ଦଧି ବିକି ରାଧା ମଥୁରାକୁ ଯିବେରାଜନଗ୍ରେ ଯାଇ ଦଧି ଲବଣୀ ବିକିବେ ।ସେଠାରେ ରାଧାଙ୍କ ରୂପ ଦେଖିବୁ ନୟନେନ ଯାଅ ଗୋପକୁ ଏଥି ନ ଥାଅ ଗୋ କ୍ଷଣେ ।ଶ୍ରବଣେ ମାଧୁରୀ ରାଧା ବୋଲନ୍ତି ବଚନତୁମେ କାହିଁ ପାଇଁ ମୋତେ କହୁଛ ଏମାନ ।ଗୋପେ ରାଧା ବାଳିକାକୁ ମିତଟି ମୋହରମିତ ହୋଇଥିଲୁ ଆମେ ଯମୁନାର ତୀର ।ନୟନେ ମିତକୁ ଯେବେ ମୁହଁ ନ ଦେଖିବିମଧୁନାରୀ ପଚାରିଲେ କି ବୋଲି କହିବି ।ତୁମ୍ଭଙ୍କୁ ଦେଖିଲେ ମିତ ମୋର ପଚାରିବେମୋହର ଅଇଲା ତୁମ୍ଭ ମୁଖରୁ ଶୁଣିବେ ।ମିତ ବୋଲି ଶୁଣିଲେ ସେ ହୋଇବେ ବିମୁଖମିତର ବିମୁଖେ ନାଶ ଯିବ ସବୁ ସୁଖ ।ମିତକୁ ଯେବେ ମୋହର ଗୋପେ ନ ଦେଖିବିନିଶ୍ଚୟ କଦମ୍ବ ମୂଳେ ଦର୍ଶନ ପାଇବି ।ଦିନେକ ଯମୁନା କୂଳେ ସଖୀଗଣ ଘେନିମିତ ମୋର ପୂଜୁଥିଲେ ଶଙ୍କର ଭବାନୀ ।ସ୍ଥାପି ବାଲୁକାରେ ଲିଙ୍ଗ ପୂଜି ଗୌରୀହରନିଜ ଅଭିଳାଷ ମାଗି ଯୋଡ଼ି ବେନିକର ।ଏହିରୂପେ ଗତ ହେଲା କେତେ ସମ୍ବତ୍ସରପ୍ରସନ୍ନ ହୋଇଣ ବର ଦେବେ ଉମା ହର ।ନନ୍ଦନବନକୁ ବର ମାଗିଲେ ମୋ ମିତଦୂରୁ ଥାଇ ଦେଖିଲି ମୁଁ ଜନନୀ ସହିତ ।ଅସ୍ତୁ କହି ହରଗୌରୀ ହେଲେ ଅନ୍ତର୍ଦ୍ଧାନମୋର ମିତ ସଙ୍ଗେ ଥିଲେ ଯେତେ ଗୋପୀଗଣ ।