ଲଳିତା ବିଶାଖାଙ୍କର କଥୋପକଥନ — ଚିତ୍ତବୋଧ ବା ଚିତ୍ତବିନୋଦ (ପ୍ରଥମ ଭାଗ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିତୁମ୍ଭେ ଗୋପୀମାନେ କିଛି ଭୟ ହେ ନ କର
କୃଷ୍ଣର ବଚନ କେଭେ ଅସତ୍ୟ ନୁହଇ
ସେହି ଭୟରେ ହେ ଆଉ ଆସିଲେଟି ନାହିଁ ।
ଲଳିତା ବୋଲଇ ସଖୀ ଶୁଣ ମୋ ବଚନ
ଦକ୍ଷିଣ ନୟନ ଯେବେ ସ୍ଫୁରେ ଘନ ଘନ ।
ଶ୍ରୀକୃଷ୍ଣର ନାମ ତୁହି ନିରନ୍ତରେ ଭାବ
ନାମେ ଆଶ୍ରା କଲେ ତୋର ବିପତ୍ତି ଘୁଞ୍ଚିବ ।
ସେ କୃଷ୍ଣ ଅଟନ୍ତି ଆମ୍ଭ ଜୀବନର ନାଥ
ତେଣୁ ସିନା ନାମ ବହିଛନ୍ତି ଗୋପୀନାଥ ।
ଆମ୍ଭର ସକଳ କଥା ତାହାଙ୍କୁ ଲାଗଇ
ସେଥିରେ ବିପଦ ପୁଣି କି କରି ପାରଇ ।
ବିଶାଖା ଲଳିତା ଏହି ରୂପେ କୁହାକୁହି
ହୋଇବାର ବେଳେ ବୃନ୍ଦା ତହିଁ ମିଳିଯାଇ ।
ବୋଇଲେକ କଥା ଏକ କହିବଇଁ ମୁହିଁ
ଶୁଣିବଟି ଦୁଇ ସଖୀ ସାବଧାନ ହୋଇ ।
କୃଷ୍ଣ ଆଜି ମୋର ପୁରେ ବିଜେ କରିଥିଲେ
ଗୁପତ ଭାବରେ ମୋତେ କଥାଏ କହିଲେ ।
ବୋଇଲେ ଲୋ ବୃନ୍ଦାବତୀ ଶୁଣ ମୋ ବଚନ
ଆଜି ଫୁଲ ତୋଳି ତୁଗୋ ଯିବୁ ବୃନ୍ଦାବନ ।
ସୁବାସ କୁସୁମମାନ ତୋଳି ତୁ ଆଣିବୁ
ଯତ୍ନକରି ତାହା ନେଇ ପୁରେ ରଖିଥିବୁ ।
ଗୋପୀଗଣ ସଙ୍ଗେ ନେଇ ଆସିବଇଁ ଆଜ
କୁସୁମରେ ତାହାଙ୍କୁ ମୁଁ ସଜାଇବି ସଜ ।
ସୁବାସ କୁସୁମ ଦେବୁ ବେଣୀ ମୁଁ ସାଜିବି
ବାଛି ଚମ୍ପକ କଳିକା ଲଲାଟେ ଖଞ୍ଜିବି ।
ଗଳାରେ ମୁଁ ଲମ୍ବାଇବି ସେବତୀର ମାଳ
ରଙ୍ଗଣୀର ଗୁଚ୍ଛେ କର୍ଣ୍ଣ ସାଜିବ କେବଳ ।
ବାହୁରେ ନିଆଳୀ ଫୁଲେ ବାହୁଟି କରିବି
ଜାଇଯୂଈ ମାଳ ନେଇ ହୃଦେ ଲମ୍ବାଇବି ।
ନାନାଜାତି ପୁଷ୍ପେ ଆଜ ଗୋପୀଙ୍କି ମଣ୍ଡିବି
ଆଜି ମୁଁ ତାଙ୍କରି ପଞ୍ଚ ପରାଣ ତୋଷିବି ।
ଏହିରୂପେ ମୋତେ କହି ସେ ନାଗରମଣି
ଧେନୁ ଚରାଇଣ ଗଲେ ରାମ ସଙ୍ଗେ ଘେନି ।
ମନେ ମୁଁ ବିଚାର କରି ଗତ କଥାମାନ
କୃଷ୍ଣ ନିକି ମୋତେ ପୁଣ ଦେବେ ଅପମାନ ।
ଏହିରୂପେ ଥରେ ଡାକି କୁଞ୍ଜବନେ ନେଲେ
କନ୍ଧରେ ବସାଇ ତଳେ କଚାଡ଼ି ସେ ଦେଲେ ।
ସେହି କଥାମାନ ମୋର ମନରେ ପଡ଼ିଲା
ତେଣୁ କୃଷ୍ଣ କଥାରେ ମୋ ବିଶ୍ୱାସ ନ ହେଲା ।
ବିଚାରିବାକୁ ସେ କଥା ଯୋଗୁଁ ମୁଁ ଅଇଲି
ମନକୁ କିପରି ଆସେ କହ ମୋତେ ଆଳି ।
ମନରେ ବିଚାର ଗୋ କେମନ୍ତ କଥା ଏହୁ
ମାୟାଧର କୃଷ୍ଣ ମାୟା କରିବେ କି ଆଉ ।
ପାସୋର ନ ଯାଏ ମନୁ ଗତକଥା ଯେତେ
ତୁମ୍ଭେ ଗୋପୀମାନେ ଦେଖିଅଛ ନେତ୍ରପଥେ
ତୁମ୍ଭେ ସମସ୍ତେ ଯେ କଲ ଶୁଣି ମୋ ରୋଦନ
ତୁମ୍ଭ ଯୋଗେ ସଖୀ ସିନା ପାଇଲି ଜୀବନ ।
ସେହୁ କଥାମାନ ଶୁଣି ମନେ ଲାଗେ ଡର
ଆଉ ଯେତେ କଥା କଲେ ସେ ନଟ ନାଗର
ଆମ୍ଭର ପାଲଟା ବାସ ଚୋରାଇଣ ନେଲେ
କଦମ୍ବ ଡାଳରେ ନେଇ ତାହାକୁ ବାନ୍ଧିଲେ ।
ଭୂତ ହୋଇକରି ଦିନେ ରାଧାକୁ ଲାଗିଲେ
ଗୁଣିଆ ରୂପରେ ପୁଣି ଆସି ଛଡ଼ାଇଲେ ।
ମୂଷା ହୋଇକରି ଖୋଷା କାଟିଲେ ମାଧୋଇ
ମଞ୍ଜାରୀ ରୂପକୁ ଧରି ଦହି ଦୁଧ ଖାଇ ।
ସୁଶୀଳା ଘରୁ ଲବଣୀ ଦିନେ କଲେ ଚୋରି
ଦେଖି ବାନ୍ଧି ପକାଇଲା ସେ ସୁଶୀଳା ନାରୀ ।
ଗମ୍ଭୀରି ମଧ୍ୟରେ ତାଙ୍କୁ ପୂରାଇ ରଖିଲା
କବାଟ କିଳି ସୁଶୀଳା ନନ୍ଦପୁରେ ଗଲା ।
ଯଶୋବନ୍ତୀଙ୍କୁ ଡାକିଲା ଯାଇ କ୍ରୋଧଭରେ
ଡାକ ଶୁଣି ଗୋପୀମାନେ ଧାଇଁଲେ ସତ୍ୱରେ ।
ତର୍ଜନ ଗର୍ଜନ କରି ଡାକଇ ସୁଶୀଳା
ବେଗେ ଆସି ନନ୍ଦରାଣୀ ଦେଖ ତୋର ବଳା
ତୋ ପୁତ୍ର ନିତି ଲବଣୀ ଖାଏ ଚୋରି କରି
କ୍ରୋଧ ହେଉଥାଉ ପରା କରିଲେ ଗୁହାରି ।
ଗୋପପୁରେ ଷଣ୍ଢ କିଲୋ ହୋଇଛି ତୋ ପୁଅ
କଂସ ରାଜାକୁ କି ତାର ତିଳେ ନାହିଁ ଭୟ ।
ତାର ଲାଗି ବାଟଘାଟ ଚାଲି ନ ପାରିଲି
ଶାଶୁ ନଣନ୍ଦଙ୍କଠାରୁ ଗଞ୍ଜଣା ପାଇଲି ।
ଏଡ଼େ ଦୁଷ୍ଟ ପୁତ୍ର ଜାତ କଲୁ ତୁ କାହିଁକି
ବିଧାତାକି ଅଣାଇଲା ଆମ୍ଭରି ପାଇଁକି ।
ବନ୍ଧାହୋଇ ଗମ୍ଭୀରିର ମଧ୍ୟେ ଅଛି ପଡ଼ି
ଆଜି ତୋର ପୁତ୍ରକୁ ଲୋ ନ ଦେବି ମୁଁ ଛାଡ଼ି ।
ନ ରହିଲେ ଗୋପ ପଛେ ଯିବି ଆନ ଦେଶ
ଆସ ଆସ ଯଶୋବନ୍ତୀ ତୋର ପୁତ୍ର ପାଶ ।
ସବୁଦିନେ ଏହିପରି ଖାଉଛି ଚୋରାଇ
କହିଲେ ତ ମିଛ ମଣୁ ଏବେ ଦେଖ ଯାଇଁ ।
ସୁଶୀଳାର ଏହି କଥା ଶୁଣି ନନ୍ଦରାଣୀ
କୃଷ୍ଣଙ୍କୁ କାଖେ ଘେନିଣ ବାହାରିଲେ ପୁଣି ।
ବଳରାମଙ୍କର ହସ୍ତ ଧରିଣ ଅଛନ୍ତି
ଏପରି ଭାବେ ଯଶୋଦା ବାହାରି ଆସନ୍ତି ।
ସୁଶୀଳାକୁ ବୋଲନ୍ତି ସେ ଅତି କ୍ରୋଧ ହୋଇ
କାହିଁକି ଏପରି ରାଗ ହେଉଛୁ ଲୋ ତୁହି ।
ମୋର ପୁତ୍ରେ ଆଜି ଘରୁ ନାହାନ୍ତି ବାହାରି
କିପରି ଭାବେ ଲବଣୀ ଖାଇଲେ ତୋହରି ।
ମୋର କଥା ଶୁଣିଥାଅ ସର୍ବ ଗୋପୀମାନେ
ମୋ ପୁତ୍ର ନାମେ ମିଛ ଏ କହୁଛି କେସନେ ।
ଦେଖଲୋ ଅଛନ୍ତି ରାମ କୃଷ୍ଣ ମୋର ପାଶେ
ଅକାରଣେ କୋପ ହୋଇ କହୁଛି ଅଦୋଷେ ।
ଏହିପରି ସବୁଦିନେ ଗାଳି ଦେଉଥାଏ
କେତେ ତପ କରି ମୁଁ ଲୋ ପାଇଛି ତନୟେ ।
ସୁଶୀଳା ଦେଖିଲା ଯଶୋଦାଙ୍କ ନିକଟରେ
କୃଷ୍ଣ ବଳରାମ ଛନ୍ତି କାଖରେ କ୍ରୋଡ଼ରେ ।
ଏହା ଦେଖି ସୁଶୀଳା ଯେ କିଛି ନ କହିଲା
ଆଶ୍ଚର୍ଯ୍ୟ ହୋଇଣ ତହୁଁ ଲେଉଟି ଅଇଲା ।
ନିଜ ମନ୍ଦିରେ ଆସିଣ ପ୍ରବେଶ ହୋଇଲା
କବାଟ ଫେଡ଼ି ଗମ୍ଭୀରି ଘରକୁ ଚାହିଁଲା ।
ଦେଖିଲା ଆପଣା ପୁତ୍ର ବନ୍ଧା ହୋଇଅଛି
ଲାଜରେ କାହାରେ ଆଉ ନ କହିଲା କିଛି ।
ଦେଖ କୃଷ୍ଣ ମାୟାଧର କି ମାୟା ଜାଣନ୍ତି
ଯା ମାୟାରେ ଯୋଗୀଜନେ ପଡ଼ି ଭ୍ରମୁଛନ୍ତି ।
ଅଙ୍ଗରେ ଜ୍ୱର ଆସିଣ ହୋଇଲେ ପ୍ରବଳ
ରୋଗକୁ ଚିହ୍ନି ଔଷଧ ଦିଏ ନନ୍ଦବାଳ ।
ଦଧି ବିକି ଗଲାବେଳେ ସାଧଇ ସେ ଘାଟ
ନେବା ପାଇଁ ତାହା ପୁଣି କରେ କେତେ ନାଟ ।
ନିକୁଞ୍ଜ ବନରେ ବସି କରେ ବଂଶୀସ୍ୱନ
ପତିବରତାର ବ୍ରତ କରଇ ଖଣ୍ଡନ ।
ବ୍ୟାଘ୍ର ରୂପ ହୋଇ କୁଞ୍ଜବନରେ ଡରାଇ
ଷୋଳ ସହସ୍ର ଗୋପୀଙ୍କୁ ଏକା ସେ ରମଇ ।
ଖର୍ବକଲେ ଗର୍ବ ବହିବାରୁ ବେଦବର
ଇନ୍ଦ୍ର ଦର୍ପ ଚୂର୍ଣ୍ଣ କଲେ ତୋଳି ଗିରିବର ।
କାଳୀଦର୍ପ ଦଳି ପଦ୍ମପୁଷ୍ପ ସେ ତୋଳିଲେ
ଜଳେ ନନ୍ଦ ବୁଡ଼ିଥିଲେ ତାହାଙ୍କୁ ଆଣିଲେ ।
ଆବର ଯେତେକ କର୍ମ କଲେ ଦାମୋଦର
ଗୋପପୁର ଲୀଳାସବୁ ଦେବେ ଅଗୋଚର ।
ବୃନ୍ଦାର ବଚନ ଶୁଣି ଲଳିତା ବିଶାଖା
ବୋଇଲେ ଗୋ ବୃନ୍ଦାବନେ ଯାଅ ଏକା ଏକା ।
ସୁବାସ କୁସୁମମାନ ତୋଳିଣ ଆଣିବ
ଶ୍ରୀକୃଷ୍ଣ କହିବା କଥା କେ ଆନ କରିବ ।
ଆଜି ରଜନୀରେ କୃଷ୍ଣ ତୋ ପୁରକୁ ଯିବେ
ଗୋପୀମାନଙ୍କୁ ଫୁଲରେ ସୁବେଶ କରିବେ ।
ଆମ୍ଭେମାନେ ତାହାଙ୍କର ବାଙ୍କଚୂଳେ ନେଇ
ନାନା ସୁବାସ କୁସୁମ ଖୋସିବା ଗୋ ସହୀ ।
ଜଗମୋହନ ରୂପକୁ ବସି ସଜାଇବା
ତେବେ ସିନା ସହୀ ତାଙ୍କ ମନକୁ ତୋଷିବା ।
ବେଗେ ଯାଅ ସଖୀ ତୁ ଲୋ ବିଳମ୍ବ ନ କର
ଯହିଁକି କରନ୍ତି ଶ୍ରଦ୍ଧା ଯଶୋଦାକୁମର ।
ମାତା ପିତା ପତି ପୁତ୍ର ଆଉ ଗୁରୁଜନ
ଜାତିକୁଳ ସହିତରେ ନନ୍ଦର ନନ୍ଦନ ।
ବିଶାଖା ବଚନ ଶୁଣି ବୃନ୍ଦା ତରତରେ
ସଖୀଙ୍କି ମେଲାଣି ମାଗି ଚଳିଲା ସ୍ୱପୁରେ ।
ସୁଝୀନ ନୀଳ ପତନୀ ଶାଢ଼ୀଏ ପିନ୍ଧିଲା
କୁଙ୍କୁମେ ମର୍ଦ୍ଦିଣ ତନୁ ସୁବେଶ ହୋଇଲା ।
ଶ୍ରୀକୃଷ୍ଣ ସୁମରି ବନେ ବିଜେ କଲା ବାଳା
ଅକ୍ରୂର ରଥରେ ବସି ସବୁ ଶୁଣୁଥିଲା ।
ଗୋପୀମାନଙ୍କର ଭାବ ଦେଖିଣ ସେ ବୀର
ଭାବେ ଗଦଗଦ ନେତ୍ର ବହେ ଅଶ୍ରୁଧାର ।
ବୋଲେ ଧନ୍ୟ ଗୋପୀମାନେ ଜୀବନ ତୁମ୍ଭର
ଭାବେ ବଶ କଲ ତେଣୁ ବ୍ରହ୍ମାଣ୍ଡ ଠାକୁର ।
ଯେତେକ ଗୋପୀଗୋପାଳେ ଗୋପେ ଛନ୍ତି ରହି
ସମସ୍ତେ ଅଛନ୍ତି କୃଷ୍ଣ ପାଦେ ମନ ଦେଇ ।
କେମନ୍ତେ ତେଜିବେ କୃଷ୍ଣ ଭାବ ଏହାଙ୍କର
ଭାବ ଘେନି ଭାବଗ୍ରାହୀ ନାମଟି ଯାହାର ।
ମନେ ପ୍ରତେ ନୁହେ କୃଷ୍ଣ ଗୋପିଙ୍କି ତେଜିବେ
କଂସକୁ ମାରିବା ପାଇଁ ମଧୁପୁରେ ଯିବେ ।
ଗୋପୀମାନଙ୍କର ଭାବ ଦେବେ ଅଗୋଚର
ଏହା ତେଜି କୃଷ୍ଣ କିମ୍ପା ଯିବେ ମଧୁପୁର ।
ମନରେ ମୋହର ଏହା ପରତେ ନୁହଇ
ଜାଣିଛି ନିଶ୍ଚେ କଂସକୁ ନାଶିବେ ମାଧୋଇ ।
ଏହିପରି ଅକ୍ରୂର ଯେ ମନରେ ଭାବଇ
ଆପଣାକୁ ଧନ୍ୟ ବୋଲି ପୁଣି ହିଁ ଭାବଇ ।
ଅଚ୍ୟୁତ ଦାସ ଗୋପୀଙ୍କ ପାଦପଦ୍ମ ଧ୍ୟାୟି
ଭାବେ ଏ ଚିତ୍ତବିନୋଦ ଗୀତକୁ ଲେଖଇ ।
ଗୋପପୁରରେ ଅକ୍ରୂର ମନଭାବନା ବିଷୟ
ଶୁକଦେବ କହୁଛନ୍ତି ପରୀକ୍ଷ ଅଗ୍ରତେଏ ଉତ୍ତାରୁ ବିଷୟ ହୋ ଶୁଣ ଏକଚିତ୍ତେ ।ଯେଉଁ ପାଦପଦ୍ମ ଚିନ୍ତା କରେ ପଦ୍ମୋଦ୍ଭବଯେଉଁ ପାଦେ ଦିବାନିଶି ଧାନ କରେ ଶିବ ।ଯେଉଁ ପାଦେ ମନ୍ଦାକିନୀ ଗୁପ୍ତ ହୋଇଥିଲାବହୁ ତପେ ଭଗୀରଥ ନୃପତି ଆଣିଲା ।ସେହି ପାଦପଦ୍ମରୁ ଯେ ବହେ ସୁଧା ଧାରଭାଲେ ବୋଳି ଗୋପୀମାନେ କରନ୍ତି ବିହାରନିଜ ସ୍ୱାମୀ ତେଜି କୃଷ୍ଣ ପ୍ରୀତି କଲେ ଆଶଭୁଞ୍ଜନ୍ତି ଶ୍ରୀକୃଷ୍ଣ ମୁଖେ ଆଦରେ ଗୋରସ ।କୃଷ୍ଣ ଘେନି ବୃନ୍ଦାବନେ କରୁଛନ୍ତି କେଳିକୃଷ୍ଣ ମୁଖେ ଚୁମ୍ବ ଦାନ କରନ୍ତି ଗୁଆଳୀ ।ଗୋପୀ ଅଙ୍ଗ ପୁଷ୍ପ କୃଷ୍ଣ ଅଙ୍ଗରେ ଲଗାଇକେତେ ତପେ ଏମାନେ ଯେ ଗୋପେ ହେଲେ ଗୋଈ ।କୃଷ୍ଣ ଅଙ୍ଗେ ଲାଗିଥିଲା ଗୋପୀଙ୍କ ସିନ୍ଦୂରନୀଳନଭେ ବାଳଭାନୁ ଉଦୟ ପ୍ରକାର ।ଗୋପୀଙ୍କ ଗଣ୍ଡରେ କୃଷ୍ଣ ଭାଲରୁ କସ୍ତୁରୀଲାଗିଥଲେ ଦିଶୁଥିବ ଏମନ୍ତ କସ୍ତୁରୀ ।ସୂର୍ଯ୍ୟମୁଖୀ ଫୁଲରୁ କି କଳା ଷଟପଦପାନ କରୁଅଛି ମଧୁ ହୋଇଣ ଆନନ୍ଦ ।କୃଷ୍ଣ ମୁଖରୁ ତାମ୍ବୁଳ ଗୋପୀ ମୁଖେ ନେଇସୁରତି ରସରେ ପ୍ରେମେ ହେଉଥିବେ ମୋହି ।ସର୍ବ ଗୋପୀ ନବଯୁବା ଲକ୍ଷ୍ମୀ ଅଂଶେ ଜାତତେଣୁକରି ବଶକଲେ ବ୍ରହ୍ମାଣ୍ଡର ନାଥ ।ତେଣୁକରି ଗୋପୀମାନେ କୃଷ୍ଣର ବିଶ୍ୱାସକରିଛି ଅଚ୍ୟୁତ ଦାସ କୃଷ୍ଣପଦେ ଆଶ ।ହରିବଂଶ ବାଣୀ ଏ ଯେ ଅପୂର୍ବ କାହାଣୀଚିତ୍ତ ବୋଧ କର ନରେ ଚିତ୍ତବୋଧ ଶୁଣି ।ବାଛି କେତେଗୋଟି ଭାବ କଲି ଗ୍ରନ୍ଥସାରସୁଦୟା କରିଲେ ମୋତେ ଯହୁଁ ଚକ୍ରଧର ।କଣ୍ଠେ ବସି ପଦ ମୋତେ ଯହୁଁ ଦେଲେ କହିତେଣୁକରି ଚିତ୍ତବୋଧ ଗୀତ କଲି ମୁହିଁ ।ଶୁକପତି ବୋଲନ୍ତି ହେ ଶୁଣ ପରୀକ୍ଷିତଭକତ ବତ୍ସଳ ଯେଣୁ ପ୍ରଭୁ ଜଗନ୍ନାଥ ।ଅକ୍ରୂର ଚିଟାଉ ଧରି ଗୋପକୁ ଅଇଲାଶ୍ରୀକୃଷ୍ଣର ପାଦପଦ୍ମ ନୟନେ ଦେଖିଲା ।ଯଦୁବଂଶେ ଜାତ ଯେଣୁ ଅଟେ ସେ ଅକ୍ରୂରତେଣୁକରି ବିଶ୍ୱାସୀ ସେ ଅଟଇ କୃଷ୍ଣର ।କୃଷ୍ଣରେ ଅକ୍ରୂର ଭାବଭରେ ଧ୍ୟାନ କରିବୋଇଲା ମୋ ଭାଗ୍ୟେ ଥିଲା ଦେଖିଲି ଏ ପୁରୀ ।କଂସରାଜା ଦୂତପଣେ ନ ପେଶିଲେ ମୋତେଗୋପୀଙ୍କର ଭାବ କାହିଁ ଦେଖନ୍ତି ମୁଁ ନେତ୍ରେଧନ୍ୟ ମୋ ନୟନ ଆଜ କୃଷ୍ଣଙ୍କୁ ଦେଖିଲାକୋଟି ଜନ୍ମର ପାତକ ଅଙ୍ଗୁ କ୍ଷୟ ହେଲା ।ଏସନ ଭାବି ଅକ୍ରୂର କୃଷ୍ଣପାଦ ସ୍ମରେଭାବେ ବେନି ନୟନରୁ ଅଶ୍ରୁଜଳ ଝରେ ।ଧୀର ଧୀର କରି ରହୁବର ସେ ବାହିଲାନନ୍ଦ ସିଂହଦ୍ୱାରେ ଯାଇ ପ୍ରବେଶ ହୋଇଲା ।ଅକ୍ରୂରକୁ ଦେଖି ଦ୍ୱାରପାଳେ ଲଭି ତ୍ରାସଭୟରେ ନ ଗଲେ କେହି ତାହାଙ୍କର ପାଶ ।ଦୂରେ ଥାଇ ଦ୍ୱାରପାଳେ ବୋଲନ୍ତି ବଚନକେଉଁ ଦେଶୁ ଆସିଲ ହେ ଯିବ କେଉଁ ସ୍ଥାନ ।କେଉଁ ଦେଶ ନୃପତିର ଅଟ ତୁମ୍ଭେ ଚରକେଉଁ କାର୍ଯ୍ୟେ ଅବା ଆସିଅଛ ଗୋପପୁର ।କେ ତୁମ୍ଭର ମାତା ପିତା କହ ସତ୍ୟକରିକେଉଁ କୁଳଗୋତ୍ର ଜନ୍ମ ଅଟଇ ତୁମ୍ଭରି ।କିବା ବାଟବଣା ହୋଇ ଗୋପକୁ ଆସିଲରାମକୃଷ୍ଣଙ୍କୁ ଦେଖିବା ପାଇଁ କି ଭାବିଲ ।ଶୁଣି ନାହଁ କିହେ ଗୋପେ ଛନ୍ତି ହଳଧାରୀଶୁଣି ନାହଁ କିବା ଗୋପେ କୃଷ୍ଣ ଅବତରି ।ଶୁଣି ନାହଁ କିବା କଂସ ପେଶେ ଯେତେ ଚାରସମସ୍ତଙ୍କୁ ବିନାଶିଲେ କୃଷ୍ଣ ହଳଧର ।ସମସ୍ତେ ହାରିଲେ ପ୍ରାଣ ବାରତା ଦେବାକୁକେହି ନ ଫେରିଲେ ଜଣେ ମଧୁନଗରକୁ ।ଜନମ ଦିନରୁ ଆଠ ବରଷ ପ୍ରମାଣେପାଳିଲେ ଗୋପପୁରକୁ ଶ୍ରୀକୃଷ୍ଣ ଆପଣେ ।ଯେତେକ ଅସୁର କୃଷ୍ଣ ହସ୍ତେ ଗଲେ ନାଶଏବେ ତାଙ୍କ ଭାଗ୍ୟେ ପଡ଼ିଅଛି ରାଜା କଂସ ।ଏଣିକି ପାଳିବେ ଦଶ ବର୍ଷ ହଳଧରନାହିଁ ତାଙ୍କଠାରେ ଭଲ ମନ୍ଦର ବିଚାର ।ଶୁଣନ୍ତେ ଅକ୍ରୂର ମନେ ଭୟ ଗଲା ତାରବିଚାରଇ ହଳଧର ରୁଦ୍ର ଅବତାର ।କାଦମ୍ବରୀ ପାନେ ଭୋଳ ଅତି ବଳୀୟାରତାଙ୍କରି ଭାଗରେ ଏବେ ଅଛି ଗୋପପୁର ।ଭଲ ଅବା ମନ୍ଦେ ଯେବେ ଆସେ ଦୂତପଣେନିଶ୍ଚେ ହଳଧର ତାକୁ ନାଶିବେ ପରାଣେ ।ଯାହାର କ୍ରୋଧକୁ ଭୟ କରନ୍ତି ଅମରତା ଭାବେ ପଡ଼ିଲି ଏବେ ନାହିଁ ମୋ ନିସ୍ତାର ।ଶ୍ରୀହରି ସେବକ ଏ ତ ନ କହନ୍ତି ମିଛନିଶ୍ଚେ ମାରିବେ ଶ୍ରୀକୃଷ୍ଣ ଉଗ୍ରସେନ ବଂଶ ।ଅସୁର ବିନାଶିବାକୁ ହୋଇଛନ୍ତି ଜାତଦ୍ୱାରପାଳଙ୍କ ବଚନ ଅଟଇ ନିଶ୍ଚିତ ।ଏମନ୍ତ ବିଚାରି ଭାବି ଆନନ୍ଦ ମନରେରାମକୃଷ୍ଣ ନିଶ୍ଚେ ଯିବେ ମଥୁରା ନଗରେ ।ପୁଣି ବୋଲେ ଆହେ ନନ୍ଦ ଦ୍ୱାରପାଳ ଶୁଣକହୁଅଛୁ ଆମ୍ଭ ଆଗମନର କାରଣ ।କଂସ ଶ୍ରୀମୁଖ ଚିଟାଉ ଆମ୍ଭେ ଅଛୁ ଆଣିଧନୁ ଉତ୍ସବ କରୁଛି ସେହି ବୀରମଣି ।ଦଧି ଦୁଗ୍ଧ ଘୃତ ସର ଶତେ ଭାର ଧରିରାମକୃଷ୍ଣ ବେନିଭାଇ ଯିବେ ମଧୁପୁରୀ ।ନବଦିନ ରହି ଧନୁ ଉତ୍ସବ ଦେଖିବେଶାଢ଼ୀ ସୁନାବଳା ରାଜା ଉପହାର ଦେବେ ।ସହୋଦର ଭଣଜା ଯେ ତାର ରାମହରିନେତ୍ର ପୁରାଇ ଦେଖିବ କଂସ ଦଣ୍ଡଧାରୀ ।ବେଗେ ଯାଇ ନନ୍ଦ ଆଗେ କୁହ ହେ ସନ୍ଦେଶଶୁଣି ଦ୍ୱାରପାଳଙ୍କର ଉଡ଼ିଲା ସାହସ ।ପୁଣି ବୋଇଲେ ଅକ୍ରୂର ଶୁଣ ଦ୍ୱାରପାଳଯାହା ପଚାରିଲ ତୁମ୍ଭେ କେଉଁ ରାଜା ଚାର ।କଂସ ରାଜା ଚାର ମୁହଁ ସଫଳାର ସୁତଅକ୍ରୂର ନାମ ମୋହର ଯଦୁବଂଶେ ଜାତ ।ଘର ମଧୁପୁରେ ଇଷ୍ଟ କୃଷ୍ଣ ହଳଧରଅଟନ୍ତି ଯେ ବେନିଭାଇ ଦେବକୀକୁମର ।ଯାଇ ଦ୍ୱାରପାଳ ବେଗେ କହ ନନ୍ଦ ପାଶବିଳମ୍ବ ହୋଇଲେ କଂସ କରିବ ଯେ ରୋଷଅକ୍ରୂର ବଚନ ଶୁଣି ଦ୍ୱାରପାଳଗଣନନ୍ଦ ଆଗେ ଜଣାଇଲେ ଯାଇ ତତକ୍ଷଣ ।