ରାଧାକୃଷ୍ଣଙ୍କ ପୂର୍ବଜନ୍ମ ବୃତ୍ତାନ୍ତ — ଚିତ୍ତବୋଧ ବା ଚିତ୍ତବିନୋଦ (ପ୍ରଥମ ଭାଗ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିକନକ ମୃଗକୁ ସଖି ରାବଣ ପେଶିଲା
ସେ ମାୟାମୃଗରେ ତୋର ଶରଧା ବଳିଲା ।
ତୁ ବୋଇଲୁ ପ୍ରଭୁ ମୋତେ ଦିଅ ମୃଗ ମାରି
ନ ଭାଙ୍ଗି ତୋ ଶ୍ରଦ୍ଧା ଗଲି ଧନୁଶର ଧରି ।
ଲକ୍ଷ୍ମଣ ସଙ୍ଗତେ ଥିଲୁ ତୁ ପର୍ଣ୍ଣକୁଟୀରେ
ମୃଗ ପଛେ ଗୋଡ଼ାଇଲି ମୁଁ ଯେ ଅତି ଖରେ ।
କେତେଦୂର ଅନ୍ତରେ ମୁଁ କଲି ମୃଗ ନାଶ
ମୃଗ ମଲା କହି ‘ତ୍ରାହି ଲକ୍ଷ୍ମଣ’ ଏ ଭାଷ ।
ମୃଗ ଡାକ ଶୁଣି ମୁଁ ଯେ ଆଶ୍ଚର୍ଯ୍ୟ ହୋଇଲି
ବିପରୀତ ବାଣୀ କେବେ ଶୁଣି ଯା ନଥିଲି ।
ଶୁଣି ସେ ବଚନ ତୁମ୍ଭେ ଲକ୍ଷ୍ମଣେ ପେଶିଲ
ଅସୁରଙ୍କ ମାୟା ତୁମ୍ଭେ ଜାଣି ନ ପାରିଲ ।
କପଟେ ରାବଣ ତହୁଁ ଯୋଗୀବେଶ ହୋଇ
ବଳେ ଲଙ୍କାପୁରେ ନେଲା ତୁମ୍ଭଙ୍କୁ ଚୋରାଇ ।
ବାଟେ ତା ସଙ୍ଗେ ଜଟାୟୁ ଦ୍ୱନ୍ଦ ଆରମ୍ଭିଲା
ବେନି ଡେଣା ତାହାର ଯେ ରାବଣ କାଟିଲା ।
ପର୍ଣ୍ଣକୁଟୀରରେ ଆସି ହେଲି ମୁଁ ପ୍ରବେଶ
ତୁମ୍ଭଙ୍କୁ ନ ଦେଖି ମୁଁ ଗୋ ହୋଇଲି ହତାଶ ।
ସେ ସ୍ଥାନରେ ତୁମ୍ଭଙ୍କୁ ନ ଦେଖିଲି ମୁଁ ଯହୁଁ
ବନେ ବୁଲି ନାନା ସ୍ଥାନେ ଖୋଜିଲି ଗୋ ତହୁଁ ।
ଦଇବେ ଭେଟିଲି ଯାଇ ଜଟାୟୁର ପାଶ
ସେ ମୋତେ ଖବର କହି ଲଭିଲା ବିନାଶ ।
ହସ୍ତୀଭଙ୍ଗା କାଷ୍ଠ ଆଣି ତାକୁ ଦଗ୍ଧ କଲୁ
ରତ୍ନଗିରି ଭ୍ରମି ଭ୍ରମି କାତର ହୋଇଲୁ ।
ତୃଷାହିଁ ପୀଡ଼ିଲା କାହିଁ ନ ପାଇଲୁ ଜଳ
ଲକ୍ଷ୍ମଣ ଗମିଲେ ଦୂରେ ଦେଖି ଗାଭୀପଲ ।
ବିନୟରେ ଗୋପାଳଙ୍କୁ ବୋଇଲେ ଲକ୍ଷ୍ମଣ
କ୍ଷୀର ଦିଅ ରାମଚନ୍ଦ୍ର ତୃଷାରେ ଅଜ୍ଞାନ ।
କ୍ଷୀରପାନ କଲେ ସେହୁ ଶାନ୍ତ ଯେ ହୋଇବେ
ଦୁଃଖ ଲଭିଲେଣି କ୍ଷୁଧା ତୃଷାର ପ୍ରଭାବେ ।
ଏମନ୍ତ ବଚନ ଶୁଣି ସେ ଦୁଷ୍ଟ ଗୋପାଳେ
କୁଭାଷା କହିଲେ ଶୁଣି ସୌମିତ୍ରୀ କୋପିଲେ
ବୋଇଲେ ରେ ଦୁଷ୍ଟ ତୁମ୍ଭେ ନ ଚିହ୍ନ ରାମଙ୍କୁ
କ୍ଷୀର ନ ଦେଇ କହୁଛ କୁଭାଷା ଆମ୍ଭଙ୍କୁ ।
ଆଜିଠାରୁ ଯେବେ କ୍ଷୀର ଦୋହନ କରିବ
ସେ ସବୁ କ୍ଷୀର ତୁମ୍ଭର ରକତ ହୋଇବ ।
ଏମନ୍ତ ଭାଷି ଲକ୍ଷ୍ମଣ ମୋ ପାଶକୁ ଯାଇ
ବୋଇଲେ ଦେବ ଗୋପାଳ କ୍ଷୀର ଦେଲେ ନାହିଁ ।
ତାହାଙ୍କର ବାକ୍ୟ ଶୁଣି ମଉନ ହୋଇଲି
ପୁଣି ତବ ଗୁଣ ଗୁଣି କର୍ମ ଆଦରିଲି ।
ଏମନ୍ତ ଗୋପାଳମାନେ କଲେ ଗୋଦୋହନ
ଲକ୍ଷ୍ମଣର ଶାପେ କ୍ଷୀର ହେଲା ରକ୍ତବର୍ଣ୍ଣ ।
ତା ଦେଖି ଗୋପାଳମାନେ ଭୟରେ ଧାଇଁଲେ
ମୋର ବେନି ପାଦତଳେ ଆସିଣ ପଡ଼ିଲେ ।
ବୋଇଲେ ଅପ୍ରାଧ କଲୁ ଆହେ ଯୋଗୀମାନେ
ସବୁ କ୍ଷୀର ରକ୍ତ ହେଲା ତୁମ୍ଭର ବଚନେ ।
କ୍ଷମା କର ଆମ୍ଭ ଦୋଷ ମନରେ ନ ଧର
ଜାତିରେ ଗଉଡ଼ ଆମ୍ଭେ ଅଟୁ ବନଚର ।
କ୍ଷୀର ଦୁହିଁ ଦଧି ଘୃତ ଜାତ କରୁ ତହୁଁ
ତାହା ବିକି ନିଜ ନିଜ ଜୀବିକା ଚଳାଉ ।
ଏହା ଛଡ଼ା ଅନ୍ୟ ବୃତ୍ତି ନାହିଁ ତ ଆମର
ଏବେ କି କରିବୁ କହ ଆହେ ଯୋଗୀବର ।
କୁଟୁମ୍ବ କିପରି ଆମ୍ଭେ ପାଳିବୁ ହେ କହ
ପାଦେ ପଡୁଅଛୁ ସ୍ୱାମୀ ବାଟ କହିଦିଅ ।
ନ କହିଲେ ଆମ୍ଭର ଯେ ବଂଶ ଯିବେ ନାଶ
ହୀନ ଲୋକ ମାରି ତୁମ୍ଭେ ଅର୍ଜିବ କି ଯଶ ।
ଯହୁଁ ସେ ଗୋପାଳମାନେ ଏମନ୍ତ କହିଲେ
ଜାଣିଲି ଲକ୍ଷ୍ମଣ ତାଙ୍କୁ ଅଭିଶାପ ଦେଲେ ।
ବୋଇଲି ଗୋପାଳେ କଲ ବଡ଼ ଅବିଚାର
ତୃଷାର୍ତ୍ତ ଲୋକଙ୍କୁ ଦୂରୁ କଲ ମାର ମାର ।
ନାରୀକି ହଜାଇ ଆମ୍ଭେ ବୁଲୁ ବନ ବନ
କ୍ଷୁଧାତୃଷାରେ ଆତୁର ହେଲା ଆମ ପ୍ରାଣ ।
ଗୋଷ୍ଠ ଦେଖିଣ ଲକ୍ଷ୍ମଣ ଯେ କ୍ଷୀର ମାଗିଲେ
ନିରାଶ ହୁଅନ୍ତେ ସେ ଯେ ଅଭିଶାପ ଦେଲେ
ଦୋହନ କର ଯା ଏବେ ସ୍ରବିବ ସେ କ୍ଷୀର
ତୃଷାର୍ତ୍ତ ଜନରେ ଆଉ ନୋହିବ ନିଷ୍ଠୁର ।
ନିରାଶ ନ କରି ଦେଉଥିବ କ୍ଷୀର ଦାନ
ଯାଅରେ ଗୋପାଳେ ଗୋରୁ କରରେ ଦୋହନ ।
ଏହା ଶୁଣି ଗୋପାଳେ ଯେ ଗୋ-ଗୋଷ୍ଠକୁ ଗଲେ
ଗୋରୁଙ୍କୁ ଦୋହନ କରି କ୍ଷୀର ଆଣି ଦେଲେ ।
ସେହି କ୍ଷୀର ପାନ କରି ତୋଷ କଲୁ ମନ
ଏକାଳେ ବୃଦ୍ଧ ଗୋପାଳ ଅଳି କଲା ଜାଣ ।
ବେନିକର ଯୋଡ଼ିଣ ସେ ପାଦେ ପଡ଼ି ମୋର
ବୋଇଲା ମାଗୁଛି ଯାହା ଦିଅ ମୁନିବର ।
ତାର ମନୋଗତ ଭାବ ଜାଣିକରି ମୁହିଁ
ବୋଇଲି ଗୋପାଳ ତୁହୋ ଶୁଣ ମନଦେଇ ।
ଯାହା ତୁ ମାଗିବୁ ବାବୁ ମୁଁ ତାହା ଜାଣଇଁ
ଦ୍ୱାପର ଯୁଗରେ ତୋର ପୁତ୍ର ହେବି ମୁହିଁ ।
ଏ ଜନମେ ପୁତ୍ର ତୋର ନୋହିବ ଗୋପାଳ
ଛାଡ଼ିଦେ ବାଟ ଆମ୍ଭଙ୍କୁ ନକର ଜଞ୍ଜାଳ ।
କ୍ଷୀର ମୋତେ ଦେଇତୋଷ କଲୁ ମୋର ମନ
ଶୁଝିବି ମୁଁ ଯେବେ ତୋର ହୋଇବି ନନ୍ଦନ ।
ଦ୍ୱାପର ଯୁଗରେ ଗୋପପୁରେ ହେବି ଜାତ
କୃଷ ନାମେ ତୋର ପୁତ୍ର ହେବି ମୁହିଁ ଖ୍ୟାତ
ଶୁଣିଲୁ ଗୋ ପ୍ରାଣସହି କହିଲି ଯା ତୋତେ
ଗୋପେ ଜନମିଲି ସତ୍ୟ ପାଳନ ନିମନ୍ତେ ।
ମୋର ବଚନ ଗୋପାଳ ଶୁଣି ହେଲା ତୋଷ
ସେହି ଏବେ ହୋଇଅଛି ଗୋପରେ ନରେଶ
ତାହାର କୁମର ସିନା ହୋଇଅଛି ମୁହିଁ
ତୁମ୍ଭେ ରାଧା ରୂପ ହୋଇ ଗୋପେ ଅଛ ରହି ।
ଶୁଣି ପରୀକ୍ଷ ବୋଲନ୍ତି ଆହେ ବ୍ରହ୍ମବେତ୍ତା
ସଂଶୟ ଫିଟାଇ ମୋତେ କହ ସର୍ବ କଥା ।
ଭାଗବତେ ଶ୍ରୀକୃଷ୍ଣର ଚରିତ ଶୁଣିଲି
ରାଧା ନାମ ନ ଶୁଣି ମୁଁ ବିଚିତ୍ର ମଣିଲି ।
ଶୁକ ବୋଇଲେ ହେ ରାଜା ଶୁଣ ମନ ଦେଇ
ଜାହ୍ନବୀ ତୀରରେ ତୋତେ ସତ୍ୟ ମୁଁ କରାଇ ।
ବ୍ରହ୍ମଭାଗ ଭାଗବତ କହିଲି ମୁଁ ତୋତେ
ପ୍ରେମଭାଗ ଭାଗବତ ରଖିଲି ଗୁପତେ ।
ପ୍ରେମଭାଗେ ପ୍ରେମମୟୀ ରାଧାନାମ ମୂଳ
ବ୍ରହ୍ମଭାଗେ ଶୁଣନ୍ତୁରେ କାହୁଁ ନରପାଳ ।
ବ୍ରହ୍ମଭାଗେ ପ୍ରେମଭାଗ ଥିଲେଟି ମିଶାଇ
ପ୍ରେମରେ ମଜ୍ଜିଣ ବ୍ରହ୍ମ ନ ଘେନନ୍ତୁ ତୁହି ।
ବ୍ରହ୍ମଭାଗ ପ୍ରେମଭାଗ ପୃଥକ ପୃଥକ
କେତେବେଳେ କେଉଁକାଳେ ନ ହୁଅଇ ଏକ ।
ତେଣୁ ସେ ବେଳରେ ବ୍ରହ୍ମଭାଗ ଥିଲି କହି
ପ୍ରେମଭାଗ ଗୁପତରେ ରଖିଥିଲି ମୁହିଁ ।
ରାଧାର ନାମକୁ ଯେବେ କହିଥାନ୍ତି ତୋତେ
ପ୍ରେମରେ ଅଜ୍ଞାନ ହୋଇଥାନ୍ତୁ ତୁ ନିରତେ ।
କେମନ୍ତ ଶୁଣନ୍ତୁ ସାତଦିନେ ଭାଗବତ
ଏଣୁ ଏହି ପ୍ରେମଭାଗ କରିଥିଲି ଗୁପ୍ତ ।
ଗୋପୀଙ୍କ ପୂର୍ବଜନ୍ମ ବୃତ୍ତାନ୍ତ
ଏଥୁ ଅନନ୍ତରେ ତୁହୋ ଶୁଣ ନରସାଇଁକହିବି ଆନ ଚରିତ ତୁମ୍ଭ ଆଗେ ମୁହିଁ ।ପୁଣି ଲକ୍ଷ୍ମୀ ବୋଲୁଛନ୍ତି ପ୍ରଭୁ ମୁଖ ଚାହିଁଆଉ କିଛି ପଚାରିବି କୁହନ୍ତୁ ଗୋସାଇଁ ।ମୁହିଁ ରାଧା ରୂପେ ହେଲି ଗୋପରେ ଜନମଗୋପୀମାନେ କାହୁଁ ପୁଣି ହୋଇଲେ ଉତ୍ପନ୍ନ ।ହସି କହନ୍ତି ଶ୍ରୀହରି ଶୁଣ ପ୍ରାଣସହୀରାମ ଅବତାରେ ଚିତ୍ରକୂଟେ ଗଲି ମୁହିଁ ।ତହିଁ ମୁନିମାନେ ଥିଲେ ଯୋଗଧ୍ୟାନେ ବସିଅନନ୍ତ କାଳରୁ ମୋର ନାମ ମୁଖେ ଘୋଷି ।ଚିତ୍ରକୂଟେ ତୋର ସଙ୍ଗେ ମୋର ଲୀଳା ଦେଖିମନେକଲେ ହୋଇଥିଲେ ଆମେ ରାମ ସଖୀ ।ନିଶ୍ଚେ ଅଙ୍ଗ ସଙ୍ଗ ଲାଭ ହୁଅନ୍ତା ରାମରନାନା ରସେ ମତ୍ତ ହୋଇ କରନ୍ତୁ ବିହାର ।ବନଗିରି ମଧ୍ୟେ ରାମ ସୀତା ସଙ୍ଗେ ଘେନିବିହରନ୍ତି କେତେ ତପ କଲା ଏ କାମିନୀ ।ଏହି ସୀତା ପରି ରାମ ସଙ୍ଗେ ବିହରନ୍ତୁନାନାଜାତି ପୁଷ୍ପମାଳେ ରାମଙ୍କୁ ମଣ୍ଡାନ୍ତୁ ।ବେଶ ଶେଷେ ମୁଖେ ଦେଇ ଅମୃତ ଭୋଜନଧରି ମନୋରମ ସ୍ଥାନେ କରନ୍ତୁ ଭ୍ରମଣ ।କେତେବେଳେ ରାମ ଅଙ୍କେ ବସି ପଲ୍ୟଙ୍କରେଅଧରୁ ଅମୃତ ପାନ କରନ୍ତୁ ମୋଦରେ ।ଅଙ୍ଗସଙ୍ଗ କ୍ରୀଡ଼ାରେ ସନ୍ତୋଷ ହୋନ୍ତା ମନଏସନେ ଆମ୍ଭର ଭାଗ୍ୟ ହେବ କେଉଁଦିନ ।ଏସନ ବିଚାରି ମନେ ସର୍ବ ଯୋଗୀଜନମୋର ପାଦେ ସମର୍ପଣ କଲେ ପଞ୍ଚପ୍ରାଣ ।ଜାଣି ମୁହିଁ ମୁନିମାନଙ୍କର ମନ କଥାବୋଇଲି ହେ ଯୋଗୀମାନେ ଯାହା କଲ ଚିନ୍ତାନ ପାଇବ ଏ ଜନମେ କହୁଅଛୁ ଆମ୍ଭେଦ୍ୱାପରେ ଜନ୍ମିବ ଗୋପେ ଗୋପୀରସେ ତୁମ୍ଭେ ।ଏହି ସୀତା ରାଧା ରୂପେ ହେବ ଅବତାରମୁଁ ଯେ କୃଷ୍ଣ ରୂପେ ଜାତ ହେବି ସେ କାଳର ।ତେତେବେଳେ ମନବାଞ୍ଛା କରିବି ପୂରଣଏ ଜନମେ ତପସ୍ୟାରେ ତୋଷ କର ମନଏ ବଚନେ ମୁନିମାନେ ତୃପତି ଲଭିଲେମୋ ପାଦରେ ମନଦେଇ ଯୋଗଧ୍ୟାନ କଲେ ।
ଲଳିତାର ପୂର୍ବଜନ୍ମ ବୃତ୍ତାନ୍ତ
ଆହୁରି କଥାଏ ତୁ ଗୋ ଶୁଣ କମଳିନୀଅଯୋଧ୍ୟାପୁରରେ ମୁହିଁ ହେଲି ନୃପମଣି ।ତୋତେ ସଙ୍ଗେ ଘେନି ସିଂହାସନରେ ବସିଲିକିଛିଦିନ ସେହି ପୁରେ ସୁଖେ ବିଳସିଲି ।ଦିନେକ ଅନ୍ଧାରୀ ବିଜେ କରିଗଲି ମୁହିଁପ୍ରଜାଙ୍କର ମନୋଭାବ ବୁଝିବାର ପାଇଁ ।ଯାଉଁ ଯାଉଁ ବୁଲି ମୁହିଁ ନଗର ମଧ୍ୟରେରଜକ ରଜକୀ କଳି ବାଜିଲା କର୍ଣ୍ଣରେ ।ଶୁଣିଣ ମୁଁ ଦଣ୍ଡେ ତହିଁ ସ୍ଥିର ହୋଇକରିରଜକ ବୋଲେ ରଜକୀ ହୋଇଲୁ ଦୋଚାରୀମୋତେ ନ କହିଣ ପିତାଘରେ ଥିଲୁ ଯାଇକିପରି ବିଶ୍ୱାସ ତୋତେ କରିବି ଲୋ ମୁହିଁ ।କାଲି ରାତି ଗୋଟିକ ତୁ ତହିଁ କଟାଇଲୁମୋତେ ନ କହିଣ ତୁ ସହଜେ ଯାଇଥିଲୁ ।ଯେବେ ଯାଇଥିଲୁ କାଲି କିମ୍ପାଇ ନଇଲୁବାସି ଶୁଆ ଶୋଇକରି ଆଜି ତୁ ଆସିଲୁ ।ତୋତେ ମୋର ବିଶ୍ବାସ ନୁହଁଇ କଦାଚନଜାଣି ଜାଣି ଅରଜିଲୁ ଦୋଚାରୁଣୀ ଗୁଣ ।ମୋର ଘରୁ ବାହାରି ତୁ ଯାଅ ଏହିକ୍ଷଣତୋର ମୁଖ ଚାହିଁବା ମୋ ନାହିଁ ପ୍ରୟୋଜନ ।ଦୋଚାରୁଣୀ ହୋଇଅଛୁ ମୋର ଘରୁ ଯାଇଁଏପରି କଥା ଭାର୍ଯ୍ୟାକୁ ରଜକ ବୋଲଇ ।ରଜକ ମୁଖରୁ ଶୁଣି ଏଭଳି ବଚନରଜକୀ ବୋଲଇ ଏବେ ମୋର କଥା ଶୁଣ ।ରାବଣ ପୁରରେ ଯାଇଁ ସୀତାଦେବୀ ଥିଲେଦୋଚାରୁଣୀ ବୋଲି ରାମ ମନେ ନ ଭାବିଲେ ।ତାଙ୍କଠାରୁ ବଡ଼ ଜାତି ହୋଇଲୁ କି ତୁହିଦୋଚାରୁଣୀବୋଲି ମୋତେ ଦେଉଅଛୁ କହି ।ଶୁଣିଲି ତା କଥା ମୁଁ ଯେ ଦାଣ୍ଡେ ଉଭା ହୋଇତେଣୁ ବନେ ନିବେଶିଲି ତୋତେ ପ୍ରାଣସହୀମୂରୁଛି ନ ପାରି ତୋତେ ବହୁ ବିଳପିଲିସୁବର୍ଣ୍ଣେ ସୀତା ଗଢ଼ାଇ ଦିନ ମୁଁ ବଞ୍ଚିଲି ।ଏବେ ସେ ସୁବର୍ଣ୍ଣ ସୀତା ଗୋପପୁରେ ଜାତଲଳିତା ନାମରେ ସେହୁ ହୋଇଛି ବିଖ୍ୟାତ ।ଲକ୍ଷ୍ମୀ ବୋଲୁଛନ୍ତି ଯେତେ କହିଲ ଅନନ୍ତସେ ସକଳ ଶୁଣି ମୁହିଁ ହେଲି ଆଚମ୍ବିତ ।ପୁରୁଷ ଜନମ ମୁନି ନାରୀ ହେଲେ କାହୁଁଫିଟାଇ ଏ କଥା କହ ସଂଶୟ ମୋ ଯାଉ ।ଲକ୍ଷ୍ମୀଙ୍କ ବଚନେ କହୁଛନ୍ତି ପଦ୍ମଆଖିଯାହା ପଚାରିଲ ତାହା ଶୁଣ ପ୍ରାଣସଖୀ ।ଦିନେ ବଇକୁଣ୍ଠେ ଏକାହୋଇ ତୁ ମନ୍ଦିରେକୁଙ୍କୁମ ଲାଗି ହୋଇଣ ଛଡ଼ାଇ ହସ୍ତରେ ।ତବ ହସ୍ତ ଘାତ ତବ ଲୋମ ନ ସହିଲେକୁଙ୍କୁମ ସଙ୍ଗରେ ଝଡ଼ି ତଳେ ପଡ଼ିଗଲେ ।ଏମନ୍ତ ସମୟେ ତହିଁ ପ୍ରବେଶିଲି ମୁହିଁଅଙ୍ଗେ ନ ଥିବାରୁ ବାସ ତରତର ହୋଇ ।ପଳାଇ ପଶିଲୁ ସଖି ଗମ୍ଭୀରି ଭିତରେଦାସୀମାନେ ନ ଥିଲେ ତ କେହି ସଙ୍ଗତରେ ।ଅଳପ ଅଳପ ହସି ମୋତେ ଅନାଇଲୁବିବସନୀ ଥିବା ହେତୁ ପାଖକୁ ନ ଗଲୁ ।ସଖୀଙ୍କି ନ ଦେଖି ଛଡ଼ା କୁଙ୍କୁମକୁ ଦେଖିଡାକିଲି କେ ଜଣେ ଆସି ଝାଡ଼ିଦିଅ ସଖି ।ନଥିବାରୁ ସେଠାରେ କେ ନ ଆସିଲେ ଜଣେତୋ ଅଙ୍ଗ ଛଡ଼ା କୁଙ୍କୁମ ଝାଡ଼ିଲି ଆପଣେ ।ସେ କୁଙ୍କୁମ ସଙ୍ଗେ ତୋର ଅଙ୍ଗୁ ଲୋମମାନେପଡ଼ିଥିଲେ ଯହିଁ ସଖୀ ନ ଦେଖି ନୟନେ ।ଧୀରେ ଧୀରେ ତାହା ନେଇ ଦେଲି ମୁଁ ପକାଇମଳି ସଙ୍ଗେ ଲୋମମାନେ ପଡ଼ିଗଲେ ତହିଁ ।ଲେଉଟି ତୋ ଅଙ୍ଗେ ଆଉ ଲୋମ ନ ଲାଗିଲେମୋ କର ଲାଗିଲା ଯେଣୁ ମର୍ତ୍ତ୍ୟେ ଜନ୍ମ ହେଲେ ।ଭିନ୍ନ ଭିନ୍ନ ରୂପ ଧରି ପୁରୁଷ ହୋଇଲେକାହୁଁ ଜାତ ହେଲୁ ବୋଲି ଜାଣି ନ ପାରିଲେ ।କୁଳ ଗୋତ୍ର ନ ଥିବାରୁ ରାଜ୍ୟ ନ ରହିଲେନାରୀ ଅଙ୍ଗ ଲୋମ ହେତୁ ନାରୀ ନ ଛୁଇଁଲେଚିତ୍ରକୂଟେ ରହିଲେ ଯେ ମୁନିରୂପ ଧରିଅହୋରାତ୍ର ତୁମ୍ଭ ପାଦପଦ୍ମ ଧ୍ୟାନ କରି ।ତହୁଁ ସୀତାରୂପେ ତୁମ୍ଭେ ହେଲ ଅବତାରଚିତ୍ରକୂଟେ ରହି କଲ ମୋ ସଙ୍ଗେ ବିହାର ।ଦେଖିଲେ ତୋ ଦେହ ଲୋମଜାତ ମୁନିଗଣଶୂନ୍ୟ ହୋଇଅଛି ସବୁ ତାଙ୍କ ଥିବା ସ୍ଥାନ ।ମୋ ସଙ୍ଗେ ଥିବାରୁ ଭୟେ ତୋ ସଙ୍ଗେ ନ ଗଲେପୂର୍ବେ ତୋର ଅଙ୍ଗେ ଥାଇ ମୋତେ ଭୋଗୁଥିଲେ ।ଯହୁଁ ତୋର ମୋର ଲୀଳା ଦେଖିଲେ ନୟନେପୂର୍ବକଥା ତାହାଙ୍କର ପଡ଼ିଲାଟି ମନେ ।ତହୁଁ ପ୍ରେମାଧୀନ ହୋଇ ସର୍ବ ମୁନିବରଚିନ୍ତା କଲେ ନିଜ ନିଜ ପୂରୁବ ଶରୀର ।ରାଧା ସଖୀ ହୋଇ କୃଷ୍ଣ ସଙ୍ଗେ ବିହରିବେକିଛିଦିନେ ତବ ଅଙ୍ଗ ଲୋମ ସେ ହୋଇବେ ।ରହିବେ ସେ ଯେ ଯାହାର ସ୍ଥାନେ କମଳିନୀଶୁଣିଲୁଟି ଗୋପୀଜନ୍ମ ପରାଣ ସଙ୍ଗିନୀ ।ଯାହା ପଚାରିଲୁ ତାହା କହିଲିରେ ସହୀଏବେ କଥାଏ କହୁଛି ଶୁଣ ମନଦେଇ ।ତୁ ଏବେ ରାଧା ରୂପକୁ ଗୁପ୍ତକରି ସହୀଆସୁଛୁ ବୃନ୍ଦାବନକୁ ଗୋପୀଙ୍କୁ ନ କହି ।ମୋହନ ରୂପକୁ ଧରି କରୁ ବଂଶୀଧ୍ୱନିସେ ଧ୍ୱନି ଶୁଣି କମ୍ପନ୍ତି ସୁର ନର ମୁନି ।ସେ କପଟ ରୂପ ତୋର ମୋହେ ତ୍ରିଭୁବନଯୋଗକୁ ତେଜି ଅଜ୍ଞାନ ହେବେ ଯୋଗୀଜନତୁମ୍ଭେ ନାରୀଜାତି ଛନ୍ଦ ଜାଣ ଗୋ ବହୁତନାରୀ ମାୟାରେ ମୋହିତ ହୋଇଛି ଜଗତ ।କୃଷ୍ଣ ରୂପ ଛାଡ଼ି ମୁହିଁ ରାଧା ରୂପ ଧରିମୋହନ ବାଦ୍ୟ ବଜାଏ ଧୀର ଧୀର କରି ।ସେହି ବଂଶୀ ସେହି ବାଜା ଭୟଙ୍କର ନାଦଉଛୁଳନ୍ତେ ତିନିପୁର ହୋଇଛି ସ୍ତବଧ ।ତୁମ୍ଭର ମୋହନ ବେଶ କେ କହିପାରିବକୋଟିନେତ୍ର ହେଲେ ଅବା କେ ଅନ୍ତ କରିବ ।ସେ ମୋହନ ରୂପ ତାର ଦେଖି ମୁଁ ନୟନେକପଟେ ତୋହରି ରୂପ ଦେଖିଛି ଯତନେ ।ଯେ ମୋହନ ବାଦ୍ୟନାଦ ଶୁଣୁଛୁରେ ସହୀସେ ବାଦ୍ୟ ବଜାଏ ମୁହିଁ ରାଧା ସଙ୍ଗେ ରହି ।ଶୁଣି ସେ ମୁରଲୀନାଦ ଭୟ କଲୁ ତୁହିତାହାକୁ ତୁ ବଜାଉଛୁ ରାଧାରୂପ ହୋଇ ।