ପଞ୍ଚମ ସର୍ଗ — ତପସ୍ୱିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ସର୍ଗ
(ରସକୁଲ୍ୟା)ରାଜୋଦ୍ୟାନ-ଶୋଭା ସିନ୍ଧୁ ଲହରୀଶିରେ-ପୁଷ୍ପ ଫେନପଟଳ ଧରି,ଯା' ପଦପୁଲିନ ନଖ-ମୁକୁତାଜ୍ୟୋତି ସେବନରେ ଥିଲା ଯୁକୁତା,ତାଙ୍କ ଶୁଭ ଆଗମନଚାହିଁ ଉଲ୍ଲସିଲେ ମୁନି-ଉଦ୍ୟାନରବିଟପି-ବଲ୍ଲୀ-ସୁମନ । ୧ ।ଏକେ ତ ମଧୁର ବସନ୍ତ କାଳ,ବାଳଭାନୁ ହେମ କିରଣ ଜାଳ,ପ୍ରସରି ଶିଶିରଜର୍ଜର ପର୍ଣ୍ଣେ,ଲିଳା କରୁଅଛି ବିବିଧ ବର୍ଣ୍ଣେ,ଶିଶିରବିନ୍ଦୁରେ ପଡ଼ିହୀରା ନୀଳା ମୋତି ମାଣିକ୍ୟପଟଳବିଚିତ୍ର ଦେଉଛି ଗଢ଼ି । ୨ ।୧ । ବିଟପି – ବଟବୃକ୍ଷ ।୨ । ପ୍ରସରି – ବିସ୍ତାରିତ ।ଭାସ୍କର ଭାସ୍ୱର ମଣି ମଣ୍ଡନ,ଦଶବଦନର ଦଶବଦନ-ଜ୍ୟୋତି ଗର୍ବ କରିଥିଲା ହରଣସତୀରତନଙ୍କ ଯେଉଁ ଚରଣ,ଆଜି ସେ ପୟର ଆସିମୁନି ଉପବନେ ବଞ୍ଚିଦେଲା କିବାସେହି ମଣି ଗର୍ବରାଶି । ୩ ।ସତୀ ହୃଦ ଶ୍ୟାମ ଶ୍ରୀରାମମୟ,ସେ ହୃଦୟ ହରି ପଦପଚୟକ୍ରମେ ହେଲେ ଘନ ଶ୍ୟାମବରଣ,ପତି ଏକା ସତୀ ମତି ଶରଣଅବୟବ କାନ୍ତିମାନଆକର୍ଷିତ ହୋଇ କୁସୁମେ କୁସୁମେକ୍ରମେ ଯାଇ କଲେ ସ୍ଥାନ । ୪ ।କେଶକାନ୍ତି ମାତ୍ର ନେଲା ଷଟ୍ପପଦ,ଚମ୍ପା ନେଲା ତନୁ କାନ୍ତି ସମ୍ପଦ,ମନ୍ଦାରକୁ ଗଲା ଅଧର ରୁଚି,ଆଉ ସକଳକୁ ଯହିଁ ଯା ରୁଚି,ସର୍ବେ ହେଲେ କାନ୍ତିମୟ,ସ୍ୱର୍ଗଲକ୍ଷ୍ମୀ କିବା ମର୍ତ୍ତେ ଆସି କଲାଉଦ୍ୟାନକୁ ଲୀଳାଳୟ । ୫ ।୩ । ଭାସ୍କର – ସୂର୍ଯ୍ୟ, ଭାସ୍ୱର – ଦୀପ୍ୟମାନ, ସୂର୍ଯ୍ୟବଂଶର ଗୌରବ ।୪ । ଅବୟବ – ଶରୀର ।୫ । ଷଟପଦ – ଭ୍ରମର, ରୁଚି – ସୌନ୍ଦର୍ଯ୍ୟ, ରୁଚି – ଇଚ୍ଛାନୁସାରେ ।ସତୀ କାନ୍ତି ଥିଲା ଅମୃତ ସମ,ପୁଷ୍ପେ ହେଲା ମଧୁ ଅମୃତୋପମ,ମାର୍ଦବ ମାଞ୍ଜବ ସେ ରୂପେ ଯାଇହେଲେ ପୁଷ୍ପକୁଳ ଅଙ୍ଗରେ ସ୍ଥାୟୀ,ସତୀ ହୋଇ ତପସ୍ୱିନୀନୀରସ ଜୀବନେ ନିଷ୍ପ୍ରଭ ଶରୀରେହେଲେ ବନବିଳାସିନୀ । ୬ ।ସତୀ ସତକାର କରିବାଲାଗିଲୂତାଗଣ ସାରା ଶର୍ବରୀ ଲାଗି,ଚାରୁ ଚନ୍ଦ୍ରତାପ କରି ମଣ୍ଡନ
ରଚିଥିଲେ ହେମ ପୁଷ୍ପେ ଲମ୍ବନ,
ପକ୍ୱ ନାଗରଙ୍ଗମାନ
ସୁବର୍ଣ୍ଣ ଗୋଲକ- ରୂପେ ଶତ ଶତ
ହେଉଥିଲେ ଲମ୍ବମାନ । ୭ ।
ଉଭା ହୋଇଥିଲା ରମ୍ଭା ସୁନ୍ଦରୀ
ପଂକ୍ତି ପଂକ୍ତି ପତ୍ର-ପତାକା ଧରି,
ଚାରୁ ମୁଚୁକୁନ୍ଦ କୁନ୍ଦ ବକୁଳ,
ନିଆଳୀ ମାଧବୀ ବଲ୍ଲରୀକୁଳ
ଚାହୁଁଥିଲେ ଧରି ଫୁଲ
ନବୀନା ନବୀନା ଥିଲା ତାଙ୍କ ପାଶେ
କୁସୁମେ ସଜାଇ ଚୂଳ । ୮ ।
୬ । ମାର୍ଦବ – ମୃଦୁତା, ମାଞ୍ଜବ ମନୋହାରିତା ।
୭ । ସତକାର – ଅଭ୍ୟର୍ଥନା, ଚର୍ଚ୍ଚା, ଲତାଗଣ ବୁଢ଼ିଆଣିମାନେ, ଶର୍ବରୀ ଲାଗି – ରାତିଯାକ, ଚାରୁଚନ୍ଦ୍ରାତପ – ସୁନ୍ଦର ଚାନ୍ଦୁଆପରି ବୁଢ଼ିଆଣି ଜାଲ ।
୮ । ରମ୍ଭା ସୁନ୍ଦରୀ – କଦଳୀ ବୃକ୍ଷ, ମୁଚୁକୁନ୍ଦ – ବୃକ୍ଷବିଶେଷ, କୁନ୍ଦ – ଧଳାଫୁଲ ବିଶେଷ, ବକୁଳ – ବଉଳ ଗଛ, ନିଆଳୀ – ବଣମଲ୍ଲୀ, ମାଧବୀ – ପ୍ରସିଦ୍ଧ ପୁଷ୍ପଲତା, ନବୀନା – ରଜନୀଗନ୍ଧା ।
ସଖୀଗଣ ସଙ୍ଗେ ଜାନକୀ ସତୀତାଙ୍କ ନିକଟକୁ କରନ୍ତେ ଗତି,ପୁଲକିତ ହୋଇ ମୃତୁ ସମୀରେଫୁଲମାନ ବିଞ୍ଚି ସତୀଙ୍କ ଶିରେକେ କଲା ଶିର ଚୁମ୍ବନକେ ଦର ମର୍ଦନ କେ ବା ଆଲିଙ୍ଗନକେହି ବା ପଦ ବନ୍ଦନ । ୯ ।ସୁରଙ୍ଗ-ଚରଣ-ଲୋହନ ପାଇଁପାରିଜାତ ଦେଲା ଜିଭ ଲମ୍ବାଇ,ମୋତି ଜ୍ୟୋତି-ନଖ ଚୁମ୍ବନ ଆଶେଡାଳିମ୍ବ ରହିଲା ବିବୃତ ଆସ୍ୟେ,କରୁଣା-ଋଣ-ଆଶାୟୀଚିନିଚମ୍ପା ହେଲା ହରିତବରଣରାମରୂପ ଅନୁଯାୟୀ । ୧୦ ।ସ୍ଥାନେ ସ୍ଥାନେ ଚନ୍ଦ୍ରକଳା କୋମଳମନୋହର ବାଳତରୁ ସକଳବାଡ଼ ଉପରକୁ ମସ୍ତକ ଟେକିସତୀଙ୍କି ସତୃଷ୍ଣେ ଥାନ୍ତି ନିରେଖିପାଇଲା ନାହିଁ ଯା ଶିରବାଡ଼ ମଧ୍ୟେ ରହି ରନ୍ଧ୍ର ପଥେ ପଥେଦର୍ଶନେ ହେଲେ ଅସ୍ଥିର । ୧୧ ।
୧୦ । ଲେହନ – ଚାଟିବାପାଇଁ, ପାରିଜାତ ମନ୍ଦାର ଜାତୀୟ ପୁଷ୍ପ ବିଶେଷ (ଯାହାର ଗର୍ଭକେଶର ବାହାରକୁ ଲମ୍ୱିଥାଏ) ଆସ୍ୟ-ମୁଖ, ଚିନିଚମ୍ପା – ଶାଗୁଆବର୍ଣ୍ଣ ପୁଷ୍ପବିଶେଷ ।
ଚାଞ୍ଚୀ ଫୁଲଚୁଇଁ ପାଦପ ବାଡ଼େବସି ଚାହିଁ ଥାନ୍ତି ସତୀଙ୍କ ଆଡ଼େ,କରୁଥାନ୍ତି ଥରେ ଥରେ କାକଳିମୁଦେ ଯାଉଥାଏ ଲାଙ୍ଗୁଳ ହଲିସତି; ଢାଳିଦେଲେ ପୟ,ମନେ କରିଛନ୍ତି ଆଳବାଳେ ବସିପିଇବେ ହୋଇ ନିର୍ଭୟ । ୧୨ ।ଊର୍ଣ୍ଣନାଭ ଥରେ ସତୀ-ପୟରେପଡ଼ି ପୁଣି ଉଠେ ତରୁ ଉପରେ,ବୃକ୍ଷୁଁ ବୃକ୍ଷେ ପୁଣି ଡେଇଁ ଚଞ୍ଚଳଦେଖାଉଛି ନିଜ କାରୁ-କୌଶଳ,ଭାନୁ ହୋଇ ଚିତ୍ରକରବିବିଧ ରଙ୍ଗରେ ରଞ୍ଜି ଦେଉଛନ୍ତିତା ସୂକ୍ଷ୍ମ ସୂତ୍ରନିକର । ୧୩ ।ସ୍ୱଭାବେ ପାଦପ ଶ୍ୟାମଳ ଦଳ,ମରକତ ଜ୍ୟୋତି ଠିଣ୍ଠିଣୀଦଳତରୁ ଶିରେ କାହିଁ ବସି ଚଞ୍ଚଳଚଞ୍ଚୁ ମାର୍ଜନରେ ହୋଇ ଉଜ୍ଜ୍ୱଳଦିଶୁଥାନ୍ତୁ ମନୋହର,ଶ୍ୟାମ ଜଳନିଧି- ତରଙ୍ଗେ ଲୁଣ୍ଠିତଯେହ୍ନେ ଦିବାକର କର । ୧୪ ।୧୨ । ଚାଞ୍ଚୀ – ପକ୍ଷୀ ବିଶେଷ, ଫୁଲଚୁଇଁ – ପକ୍ଷୀ ବିଶେଷ, ଆଳବାଳେ – ଫୁଲ ମନ୍ଦାରେ ।୧୩ । ଉର୍ଣ୍ଣନାଭ – ବୁଢ଼ିଆଣୀ ।୧୪ । ଠିଣ୍ଠିଣୀ – ଶ୍ୟାମଳର୍ଣ୍ଣ ପକ୍ଷୀ ବିଶେଷ ।ପ୍ରେମ-ପ୍ରଭାମୟ ରାମ-ହୃଦୟରାଜ-ସିଂହାସନେ ହୋଇ ଅଥୟଉଦ୍ୟାନକୁ କିବା ଆସିଛି ଧାଇଁସତୀଙ୍କ ଯାତନା ନାଶିବା ପାଇଁ,ସେ ନେତ୍ର ସୁଭଗ ଜ୍ୟୋତିସ୍ୱାତୀ-ଜଳ ପରି ସତୀ ହୃଦୟରେସୃଜୁଥାଏ ପ୍ରେମ-ମୋତି । ୧୫ ।କେଉଁ ଦିଗେ ଘନ ପନସ ବନ,କାହିଁ ଚୂତବନ ଚୁମ୍ବେ ଗଗନ,ଚୂତବନ ତଳ-ପ୍ରାନ୍ତେ ଆକାଶଦିଶେ ଦେବଖାତ ଜଳ-ସଂକାଶ;ତରୁସ୍କନ୍ଧ ଶତ ଶତଦିଶନ୍ତି ଯେସନ ତୋଳିଛନ୍ତି ବନସର୍ବେ ହୋଇ ଏକମତ । ୧୬ ।ଶାନ୍ତି ସରୋବର ବିବିକ୍ତ-କୂଳଆଶ୍ରିଛନ୍ତି କିବା ତାପସକୁଳ,ଗୁରୁ ବିଘ୍ନ ଭାର ମସ୍ତକେ ବହିନୀରବେ ନିଶ୍ଚଳେ ଗମ୍ଭୀରେ ରହିସତେ କି ଅଛନ୍ତି ଚାହିଁ,ସୀତା ଶୀତାତପ ତପନ-କିରଣସନ୍ତାପ ଶମିବା ପାଇଁ । ୧୭ ।୧୫ । ସ୍ୱାତୀ ନକ୍ଷତ୍ରରେ ବର୍ଷା ହେଲେ ମୁକ୍ତା ଜାତ ହେବା କଥା ପୁରାଣ ପ୍ରବାଦ । ସୁଭଗ – ସୁନ୍ଦର ।୧୬ । ଦେବଖାତ – ଅକୃତିମ ଜଳାଶୟ ।୧୭ । ବିବକ୍ତ – ନିର୍ଜନ । ଶୀତତାପ – ଚନ୍ଦ୍ର ।ପ୍ରିୟଙ୍ଗୁ ମଣ୍ଡିତ ଇଙ୍ଗୂଦୀ ବନକାହିଁ ତୋଳିଛନ୍ତି ଶ୍ୟାମ ସଦନ,ଶ୍ୟାମା ହୋଇ ତହିଁ ନବୀନା ବଧୂଢାଳି ଦେଉଅଛି ସୁସ୍ୱର ମଧୁ,ଇନ୍ଦ୍ରନୀଳେ ପୁର ରଚିଇନ୍ଦ୍ରାଦେଶେ କିବା ପୂଜିବାକୁ ଆସିସତୀଙ୍କି ଡାକୁଛି ଶଚୀ । ୧୮ ।ଉଜ୍ଜ୍ୱଳ ଚିକ୍କଣ ନୀଳ ପତରପୁନ୍ନାଗ-କାନନ ଶ୍ୟାମଳତରଉଡ଼ି ଉଡ଼ିଶାରୁ ଥିଲା କି ଯାଇ,ଦେଇଥିଲା ସତୀ ମନ ରଞ୍ଜାଇ;ନୀଳାଚଳ ରୂପ ଧରିବିଜେ ଅବା ରାମ ଲଭିବାକୁ ସୀତାପ୍ରୀତି-ସାଗର-ଲହରୀ । ୧୯ ।ସଙ୍ଗେ ଘେନି ସତୀ ସଙ୍ଗିନୀଗଣଉଦ୍ୟାନରେ ଥରେ କଲେ ଭ୍ରମଣଆର୍ଯ୍ୟାବର୍ତ୍ତ-ଉରେ କି ଭାଗୀରଥୀଚଲେ ଲଭି ସଖୀବୃନ୍ଦ-ସଙ୍ଗତି !ଅଳଂକୃତ ହେଲା ପଥଉପହାସ କରି ଗନ୍ଧର୍ବ-ଯୁବତୀବିଳସିତ ଚୈତ୍ରରଥ । ୨୦ ।୧୮ । ପ୍ରିୟଙ୍ଗୁ – ଲତା ବିଶେଷ । ଇଙ୍ଗୁଦୀ- ତାପସ ବୃକ୍ଷ । ଶ୍ୟାମା – ପକ୍ଷୀ ବିଶେଷ । ଶଚୀ – ଇନ୍ଦ୍ରଙ୍କର ପତ୍ନୀ ।୧୯ । ପୁନ୍ନାଗ – ପୋଲାଙ୍ଗ, ନୀଳାଚଳ – ଜଗନ୍ନାଥଙ୍କ ପୀଠ (ସମୁଦ୍ରକୂଳରେ ଅବସ୍ଥିତ) ।
୨୦ । ଆର୍ଯ୍ୟାବର୍ତ୍ତ – ହିମାଳୟ ଓ ବିନ୍ଧ୍ୟ ପର୍ବତର ମଧ୍ୟବର୍ତ୍ତୀ ଦେଶ, ଭାଗୀରଥୀ – ଗଙ୍ଗା, ଅଳଂକୃତ – ଶୋଭିତ, ଚୈତ୍ରରଥ – କୁବେରଙ୍କ ଉଦ୍ୟାନ ।
ତହୁଁ ସର୍ବେ ବହି ତମସା ଜଳପୂର୍ଣ୍ଣ କଲେ ଆଳବାଳ ସକଳ;ସ୍ୱର୍ଣ୍ଣତୀ ସଲିଳ ସ୍ୱର୍ଗ-ସୁନ୍ଦରୀ-କନ୍ୟାଏ ନନ୍ଦନେ ଢାଳିଲା ପରି;କି ଅବା ସାଗର-ନୀରତୋଳି କାଦମ୍ବିନୀ ପ୍ଲାବି ଦେଇଥାଏଯଥା ବକ୍ଷ ଅବନୀର । ୨୧ ।କଟିତଟେ ଭିଡ଼ି ବାସ-ଅଞ୍ଚଳଗତି କରୁଥାନ୍ତି ହୋଇ ଚଞ୍ଚଳ,ରୁକ୍ଷ-କେଶ ଶିରେ କଳଶ ବହିସ୍ୱଦ ଯାଉଥାଏ ଲଲାଟେ ବହି;ପୋଛି ଦେଉଥାନ୍ତି କରେମନ୍ଥର-ଗମନା ରାଜନନ୍ଦନାଙ୍କୁଟାକି ଟାକି ଥରେ ଥରେ । ୨୨ ।ଅନୁକମ୍ପା ଏହି ସମୟେ ଆସିବୋଇଲେ ମଧୁର ବାତ୍ସଲ୍ୟେ ଭାଷି"ସୀତା ମୋର ଜଳ ବହି ନ ଜାଣେ,କଷ୍ଟ ହେଉଥିବ କୋମଳ ପ୍ରାଣେ,ନ କରୁ ଅଧିକ ଶ୍ରମ,ଉଦ୍ୟାନକୁ ଥରେ ଦେଖିନେଉ ମାତ୍ରଆସିଛି ହୋଉ ପ୍ରଥମ । ୨୩ ।୨୧ । ସ୍ୱର୍ଣ୍ଣଦୀ – ସ୍ୱର୍ଗର ଗଙ୍ଗା, ନନ୍ଦନ – ଇନ୍ଦ୍ରଙ୍କର ପ୍ରମୋଦ ଉଦ୍ୟାନ, କାଦମ୍ୱନୀ – ମେଘମାଳା, ଅବନୀର – ପୃଥିବୀର ।ଆସ ମା, ଶୀତଳ ଛାୟାକୁ ଆସ,ବସିବା, ନ କର ଅନ୍ୟ ପ୍ରୟାସ,କହିଦେବି କିଛି ଆଶ୍ରମ ରୀତି,"ବୋଲି ଘେନିଗଲେ ଦେଖାଇ ପ୍ରୀତି,ଅନୁକମ୍ପା ସଙ୍ଗେ ସତୀବସିଲେ ଛାୟାରେ ଜଳ-ଆନୟନେଲାଗିଲେ ତାପସୀତତି । ୨୪ ।ଅନୁକମ୍ପା ତହିଁ ବୋଇଲେ, "ସୀତେ,କାର୍ଯ୍ୟ କରେ ଲୋକ ଶ୍ରଦ୍ଧା ସହିତେ,ଫୁଲେ ଫୁଲେ ଯଥା ବିଭିନ୍ନ ବାସ,ଜୀବନେ ଜୀବନେ ଶ୍ରଦ୍ଧା ନିବାସ,ଶରଧା ସ୍ୱଭାବବଶୁଦଇବୀ ମାନବୀ ଆସୁରୀ ଭେଦରେହୋଇଥାଏ ଫଳପ୍ରସୂ । ୨୫ ।ଦମ୍ଭେ ଅହଂକାରେ କାମ ପୋଷଣେ,ରାଗେ ଦେହବଳେ ଆତ୍ମା-କର୍ଷଣେ,ତପ କରିଥାନ୍ତି ଅସୁର ଭାବେସମ୍ଭବ ନୁହେଁ ତା' ତୋର ସ୍ୱଭାବେ;ଦେବ ଦ୍ୱିଜ ଗୁରୁ ବୁଧେଶଉଚ ଆର୍ଜବ ଶ୍ରଦ୍ଧା ସମନ୍ୱୟେପୂଜି ଥାଉ ଚିତ୍ତଶୁଦ୍ଧେ । ୨୬ ।୨୪ । ସତୀ – ସୀତା, ତାପସୀ ତତି – ଋଷିକୁମାରୀ ସମୂହ ।୨୬ । ଆର୍ଜବ – ସରଳତା, ଦ୍ୱିଜ – ବ୍ରାହ୍ମଣ, ବୁଧ – ପଣ୍ଡିତ ।ଶାନ୍ତିପ୍ରଦ ସତ୍ୟ ପ୍ରିୟଭାଷଣ,ଜୀବନର ତୋର ପ୍ରିୟ ଭୂଷଣ,ମନକୁ ତୋ ଛୁଇଁ ନାହିଁ କପଟ,ମାୟା କି ପାରିବ ପଶି ନିକଟ?ତୋ ରମ୍ୟ ସୌମ୍ୟ ମୂରତିକହି ଦେଉଅଛି ବିଷୟ ଗହନେନାହିଁ ଆଉ ଆନୁରକ୍ତି । ୨୭ ।ଦଇବ ସ୍ୱଭାବେ ତୁ ତପସ୍ୱିନୀ,ଦର୍ଶନମାତ୍ରେ ମୁଁ ପାରିଛି ଚିହ୍ନି,ପବିତ୍ର ପ୍ରାଣ ତୋ ଅତି କୋମଳ,ଘୋର ତପସ୍ୟାର ଦୁର୍ଲଭ ଫଳ,ପୁଣ୍ୟ ଲତିକାର ଫୁଲ,ନବ ତାପସୀଙ୍କ ଆଚରତ ଶ୍ରମନୁହଇ ତା' ଅନୁକୂଳ । ୨୮ ।କୁମାରୀମାନଙ୍କ ସଙ୍ଗରେ ରହିଜଳ ଆଣୁଥିବୁ ତୁମ୍ବୀରେ ବହି,ତେଜୁଥିବୁ ତାଙ୍କ ଉତ୍ସାହ ଦୀପ,ତେଜୁ ନ ଥିବେ ସେ ତୋର ସମୀପ,ଦେଇଛି ମୁଁ ତାଙ୍କୁ କହି;ପାନ-ଭୋଜନରେ ଲଜ୍ଜା ନ କରିବୁପିପାସା-ବୁଭୃକ୍ଷା ସହି । ୨୯ ।୨୭ । ଭୂଷଣ – ଅଳଙ୍କାର, ବିଷୟ ଗହନେ ସାଂସାରିକ ଜଞ୍ଜାଳ, ଅନୁରକ୍ତି – ଆକର୍ଷଣ ।୨୯ । ସମୀପ – ପାଖ, ପିପାସା – ପିଇବାର ଇଚ୍ଛା, ବୁବୁକ୍ଷା – ଖାଇବାର ଇଚ୍ଛା ।କନ୍ୟାମାନେ କେବେ କେବେ ଆରାମେକାର୍ଯ୍ୟ ଥିଲେ ତୁହି ଥିବୁ ଆରାମେଯେବେ ଯେଉଁ ଦ୍ରବ୍ୟେ ହେବ ତୋ' ମନଅବିଳମ୍ବେ ଦେବେ କୁମାରୀଗଣ,ନିଜେ ଭ୍ରମି ଉପବନେଇଚ୍ଛାମତ ଫୁଲ- ଫଳ ତୋଳିବାରେଶଙ୍କା ନ ରଖିବୁ ମନେ" । ୩୦ ।ଦିନ ହୋଇଗଳା ସପ୍ତ ଘଟିକା,କନ୍ୟାଗଣ ଘେନି ଶୂନ୍ୟ ଘଟିକାଅନୁକମ୍ପା-ପାଶେ ସ୍ୱିନ୍ନ ଶରୀରେଜଣ ଜଣ ହୋଇ ବସିଲେ ଧୀରେ,ପ୍ରଫୁଲ୍ଲ ଧୁସ୍ତର ଫୁଲପାଶେ ଯଥା ଫଳ- ରାଶି ତହିଁ ପାଶେହିମାକ୍ତ କୁଟ୍ମଳକୁଳ । ୩୧ ।ତହୁଁ ଉଠି ସର୍ବେ ଦ୍ୱିତୀୟ ସ୍ନାନକରି ବାହୁଡ଼ିଲେ ଆବାସସ୍ଥାନ,ଫଳ-ମୂଳ ଯାହା ତାପସଗଣଆଣିଥିଲେ, ସର୍ବେ କଲେ ଭୋଜନ,ଅଧ୍ୟୟନ ଅଧ୍ୟାପନ-କରି ବିଧିମତେ ତାପସ ତାପସୀମଧ୍ୟାହ୍ନ କଲେ ଯାପନ । ୩୨ ।୩୦ । ଆରାମ – ଉପବନ, ଆରାମ – ସ୍ୱାଚ୍ଛନ୍ଦ୍ୟ, ଅବିଲମ୍ୱେ – ତତ୍କ୍ଷଣାତ୍, ଶଙ୍କା – ସଂଶୟ ।୩୧ । ଘଟିକା – ଘଣ୍ଟା, ଘଟିକା – କୁମ୍ଭ, ସ୍ୱନ୍ନଶରୀରେ – ଝାଳ ଦେହରେ, ଧୁସ୍ତର – ଧୁତୁରା, କୁଟୁଳ – ମୁକୁଳ ଅର୍ଥାତ୍ କଢ଼ି ।୩୨ । ମଧ୍ୟାହ୍ନ – ଦ୍ୱିପ୍ରହର ।ତାପସ-ତାପସୀ-ସେନେହ-ସୁଖତଡ଼ିଦେଲା ସତୀ-ମାନସ-ଦୁଃଖ,ରାଜ-ସୁଖ ତାଙ୍କ ସ୍ମୃତି-ପଥରେଭ୍ରମରେ ସୁଦ୍ଧା ନ ପଡ଼ିଲା ଥରେ;ନିର୍ମଳ ହୃଦୟ-ସରେମନୋହର-ରୂପ ରାମ-ରାଜହଂସକ୍ରୀଡ଼ୁଥାନ୍ତି ନିରନ୍ତରେ । ୩୩ ।
ଷଷ୍ଠ ସର୍ଗ
(ଚତୁର୍ଦ୍ଦଶାକ୍ଷର ଛନ୍ଦ)ଚିତ୍ରା ସହ ଶଶୀ ଦିନେ ଉଠିଲେ ଗଗନେ,ବିକଶିତ ହେଲା ନବ-ମାଳିକା ଗହନେ । ୧ ।ଧୀରେ ଧୀରେ ଆଶ୍ରମର ମଲ୍ଲୀ-ବଲ୍ଲୀଚୟ,ପ୍ରଫୁଲ୍ଲ-କୁସୁମ-ପୁଞ୍ଜ ହେଲେ ମୁଦମୟ । ୨ ।ମାଧବୀ ବକୁଳ ମଲ୍ଲୀ ନିଆଳୀ ସୁଗନ୍ଧ-ଭାରେ ଗନ୍ଧବହ ଗତି କରି ମନ୍ଦ ମନ୍ଦ । ୩ ।ତମସା-ପୁଲିନେ ସ୍ୱଚ୍ଛ ଚନ୍ଦ୍ରମା-କିରଣ,ଆଲିଙ୍ଗୀ ସ୍ୱଚ୍ଛନ୍ଦେ କରୁଥିଲା ବିଚରଣ । ୪ ।ଜାନକୀ କୁଟୀର ପାଶେ ବିବିଧ ଆକାରେଖଣ୍ଡ ଖଣ୍ଡ ଚନ୍ଦ୍ରକର ପାଦପ-ଛାୟାରେ । ୫ ।ଧୀରେ ଧୀରେ ପୂର୍ବଦିଗେ ହୋଇ ଅଗ୍ରସରହ୍ରାସ, ବୃଦ୍ଧି, ଲୋପ କରୁଥିଲେ କଳେବର । ୬ ।୧ । ଚିତ୍ରା – ନକ୍ଷତ୍ର ବିଶେଷ, ଗହନେ – ବଣରେ, ବିକଶିତ – ଫୁଟିଲା ।୨ । ମୃଦମୟ – ହର୍ଷଯୁକ୍ତ ।୩ । ଅଗ୍ରସର – ଗମନ ।କୁଟୀରୁଁ ଅଳପ ଦୂରେ ଶୀତଭାନୁ-କରେବସିଥାନ୍ତି ବଇଦେହୀ ସଜନୀ ସଙ୍ଗରେ । ୭ ।ସତୀ ପାଶେ ଦିଶୁଥିଲା ସୁଧାଂଶୁ କିରଣସତୀ ଅଙ୍ଗୁ ହେଉଅଛି ଯେହ୍ନେ ବିକିରଣ । ୮ ।ଖଦ୍ୟୋତ ଦିଓଟି ଆଶ୍ରି ଗୋଟିଏ ପତରକାନ୍ତି କରୁଥାନ୍ତି ଚନ୍ଦ୍ରଠାରୁ ମଞ୍ଜୁତର । ୯ ।ଚାହିଁ ତାଙ୍କୁ ବୋଲୁଥାନ୍ତି ସତି ମନେ ମନେ,"ଧନ୍ୟରେ ଖଦ୍ୟୋତେ ! ତୁମ୍ଭେ ପତଙ୍ଗଜୀବନେ । ୧୦ ।ଅଛନ୍ତି ଜଗତେ ଜୀବ ତୁମ୍ଭଠାରୁ ବଳି,ଅଛିକିରେ ଆଉ କାହା କାନ୍ତି ତୁମ୍ଭ ଭଳି । ୧୧ ।ବଡ଼ ଭାଗ୍ୟେ ପାଇଥିଲ ବିଶ୍ୱପତି-ବର,ତେଣୁ ତୁମ୍ଭ ଦ୍ୟୁତି ଲୋକ-ନେତ୍ର-ପ୍ରୀତିକର ।" ୧୨ ।ଏ ସମୟେ ଶ୍ରୁତ ହେଲା ଚକ୍ରବାକ ସ୍ୱନ,ମୁହୁର୍ମୁହୁଃ ହେଉଅଛି କରୁଣବର୍ଷଣ । ୧୩ ।କରୁଣା-ସଲିଳ ସତୀ-ନୟନ-ସରିତ-କପୋଳ କୂଳକୁ ବଳେ ହେଲା ପ୍ରସାରିତ । ୧୪ ।ଚଞ୍ଚଳେ ଜାନକୀ କରି ସଖୀକି ଗୋପନ,ଅଞ୍ଚଳେ ଘରମ ଛଳେ ପୋଛିଲେ ଲପନ । ୧୫ ।ଜାଣି ସଖୀ ପଚାରିଲା, "କହ ତ ସୁଶୀଳେ,କିମ୍ପା ଚକ୍ରବାକ ରାବେ ରଜନୀ ଆସିଲେ ? ୧୬ ।୭ । ଶୀତଭାନୁ – ଚନ୍ଦ୍ର, କରେ – କିରଣରେ ।୯ । ଖଦ୍ୟୋଦ – ଜୁଳୁଜୁଳିଆ ପୋକ, ମଞ୍ଜୁତର – ଅଧିକ ସୁନ୍ଦର ।୧୨ । ବିଶ୍ୱପତି – ଭଗବାନ, ଦ୍ୟୁତି – ତେଜ ।୧୫ । ଘରମ – ଝାଳ, ଲପନ – ମୁଖ ।ଥାନ୍ତି କି ଏ ବିହଙ୍ଗମ ନଗର ଭିତରେ ?ଭାବନ୍ତି କି ତହିଁ ମଧ୍ୟରାତ୍ରିରେ କାତରେ । ୧୭ ।ରାବନ୍ତି ଯଦ୍ୟପି ତାହା ନାଗରିକ ଜନେ;ଆକର୍ଣ୍ଣନ କରି କିସ ଭାବିଥାନ୍ତି ମନେ ?" । ୧୮ ।ଶୁଣି ସତୀ ନ ପାରିଲେ ସମ୍ଭାଳି ଲୋତକ,କଣ୍ଠସ୍ୱର ହେଲା ତହିଁ ବଚନ-ରୋଧକ । ୧୯ ।ତା' ଚାହିଁ କହିଲା ସଖୀ, "ଛାଡ଼ ସେହି କଥା,ଚାପଲ୍ୟ ମୋ କ୍ଷମା କର, ବୃଥା ଦେଲି ବ୍ୟଥା ।" ୨୦ ।ବୋଇଲା ଜାନକୀ, "ସଖି, ଆତ୍ମପରିଚୟନ ଦେଇ ପରାଣ ମୋର ହେଉଛି ଅଥୟ । ୨୧ ।ଭରସା କରିଛିଁ, ମୋର ଅନ୍ତିମ ଜୀବନ,ତୁମ୍ଭ ସହକାରେ ଏଥି କରିବି ଯାପନ । ୨୨ ।ନ କହିବି ନିଜ କଥା ଯଦି ତୁମ୍ଭ ପାଶ,କରିବ କିରୂପେ ତୁମ୍ଭ ମୋ ପ୍ରତି ବିଶ୍ୱାସ ? ୨୩ ।କହିଦେଲେ ଲଘୁ ହେବ ମୋର ଦୁଃଖଭାର,ବୁଝିବ ତହିଁରେ ତୁମ୍ଭେ କିପରି ସଂସାର । ୨୪ ।ମୁଁ ରାଜନନ୍ଦିନୀ ସଖି, ସମ୍ପଦର ଦୋଲେବଢ଼ିଲି ରାଜେନ୍ଦ୍ର-ପରେ-ମଧୁମୟ କୋଳେ । ୨୫ ।ମରାଳ ମୟୂର ପିକ ଶୁକ ଶାରୀ ସ୍ୱର-କରୁଥାଏ ରାଜପୁର ମଦୁର ମୁଖର । ୨୬ ।ରାବିଥାଏ ଚକ୍ରବାକ ରଜନୀ ସମୟେ,ନୋହୁଥିଲା ଦୁଃଖ ତହିଁ ମୋ ବାଲ୍ୟ-ହୃଦୟେ । ୨୭ ।ଶୈଶବାନ୍ତେ ହେଲା ସଖୀ, ଯେବେ ମୋ ଯୌବନଦେଖିଲି ଆସିଲେ ଦେଶୁଁ ଦେଶୁଁ ରାଜାଗଣ । ୨୮ ।୨୨ । ସହକାରେ – ସାହାଯ୍ୟରେ, ଯାପନ – ଅତିବାହିତ ।୨୪ । ଲଘୁ – ହାଲୁକା ।ରତ୍ନମୟ ଧନୁଟିଏ ଜନକ ମୋହରରଖିଥାନ୍ତି, ଦିଶୁଥାଏ ଅତି ମନୋହର । ୨୯ ।ଜଣେ ଜଣେ ହୋଇ ଧନୁ ଧରି ନୃପଗଣଟାଣି ଥରେ କରୁଥାନ୍ତି ଆସନ ଗ୍ରହଣ । ୩୦ ।ରତନ-କିରୀଟେ ଢାଙ୍କି ଧବଳ କୁନ୍ତଳକେତେ ନରପତି ତହିଁ ଦେଖାଇଲେ ବଳ । ୩୧ ।କେତେ ବା ଯୁବକ ନୃପ-କିଶୋର-କେଶରୀଠାଣି ଧରି ଧନୁ ଛୁଇଁଗଲେ ଅପସରି । ୩୨ ।ସଦର୍ପ ଗମନ ତାଙ୍କ ନିଷ୍ଫଳ ସାହସଚାହିଁ ସଖି, ସେତେବେଳେ ମାଡ଼ୁଥାଏ ହସ । ୩୩ ।ପ୍ରସାଦ ଉପରେ ରହି ବହି କୁତୂହଳସଖୀଙ୍କ ସହିତ ଦେଖୁଥାଏଁ ସେ ସକଳ । ୩୪ ।ଶେଷେ ଜଣେ କ୍ଷତ୍ରି କୁଳ-ଚୂଳ ଆଭରଣମରକତ-ବର-କାନ୍ତି-ଗଞ୍ଜନ-ବରଣ । ୩୫ ।ଧନୁ ସନ୍ନିଧାନେ ଆସି ହେଲେ ଶୋଭାକରସତେ ଯେହ୍ନେ ରାଜପୁତ୍ର ରୂପେ ଦିବାକର । ୩୬ ।ଚାହିଁ ତାଙ୍କୁ ହୃଦ ମୋର ସ୍ୱତଃ ହେଲା ଦ୍ରବତାପସ,-ଜୀବନେ ନାହିଁ ସେହି ଅନୁଭବ । ୩୭ ।ନୃପବୃନ୍ଦେ କରିଥିଲି କେତେ ଉପହାସ,ସବୁ ଚପଳତା ଜବେ ହୋଇଗଲା ହ୍ରାସ । ୩୮ ।ସେପରି ସୁନ୍ଦର ରୂପ ପାଇବ ନୟନ,କେବେ ତ ସଜନି, ଭାବି ନ ଥିଲା ମୋ ମନ । ୩୯ ।ଭକ୍ତି-ପ୍ରୀତି-ସହିତ ମୋ ନିର୍ମଳ ହୃଦୟବିନୟେ ବନ୍ଦିଲା ତାଙ୍କ ରଙ୍ଗ ପଦଦ୍ୱୟ । ୪୦ ।୩୧ । ଧବଳ କୁନ୍ତଳ – ପାଚିଲା ବାଳ ।୩୭ । ଦ୍ରବ – ବିଗଳିତ ହେଲା ।୩୮ । ଜବେ – ଶୀଘ୍ର ।ଯେ ଭାଙ୍ଗିବ ଧନୁ ତାକୁ ମୋ କର ଅର୍ପଣ,କରିବାକୁ ପିତା ମୋର କରିଥିଲେ ପଣ । ୪୧ ।ମୁଁ ଭାବିଲି, ସେହିଦିନ ପଣ ହେଲା ଶେଷ,ତପସ୍ୱନୀ ହେବି ନେଇ ପିତାଙ୍କ ଆଦେଶ । ୪୨ ।କେ ଭାଙ୍ଗିବ ଧନୁ, ତାହା କି ଅଛି ନିଶ୍ଚୟ ?ଏ ବୀରେନ୍ଦ୍ର ନେଲେଣି ମୋ ମନ କରି କ୍ରୟ । ୪୩ ।ମନ ଥିବ ଏକେ, ଅନ୍ୟ ହେବ ଯେବେ ପତି,ଜୀବନେ ମରଣେ ହେବ ଭୀଷଣ ଦୁର୍ଗତି । ୪୪ ।କମନୀୟ କର ଯାର ପୁଷ୍ପଧନୁପାତ୍ର,ଏ ଧନୁ ଧରିବା ତାଙ୍କ ଅପମାନ ମାତ୍ର । ୪୫ ।ମୋହ ଭାଗ୍ୟ ବଳେ ବୀର ସେ ଦୁର୍ଦ୍ଧର ଚାପସଙ୍ଗେ ସଙ୍ଗେ ଭାଙ୍ଗି ଦେଲେ ମୋ ହୃଦ-ସନ୍ତାପ । ୪୬ ।ବୀରେନ୍ଦ୍ର ସହିତ ହେଲା ମୋର ପରିଣୟ,ଧନ୍ୟ ହେଲି ଲଭି ତାଙ୍କ ସ୍ୱର୍ଗୀୟ ପ୍ରଣୟ । ୪୭ ।ଅନୁଜ ତ୍ରିତୟ ଥିଲେ ବୀରମଣିଙ୍କର,ଧଇଲେ ମୋହର ତିନି ଭଗିନୀଙ୍କ କର । ୪୮ ।ପିତୃପୁରୁ ପତିପୁର ଗମନ ପଥରେତେଜୋମୟ ଧନୁଟିଏ ପୁଣି କାନ୍ତକରେ । ୪୯ ।କ୍ଷତ୍ରିୟ କୁଳର କେତୁ ଭାର୍ଗବପ୍ରବରଅର୍ପିବାର ଦେଖି ମୋର ମନେ ହେଲା ଡର । ୫୦ ।୪୪ । ଦୁର୍ଗତି – ଦୁର୍ଦ୍ଦଶା ।୪୬ । ଚାପ – ଧନୁ, ଦୁର୍ଦ୍ଧର – ଯାହା ଧରି ରଖିବା କଷ୍ଟକର ।
୪୮ । ଅନୁଜତ୍ରିତୟ – ସାନ ତିନି ଭାଇ, ଉର୍ମିଳା, ମାଣ୍ଡୁକୀ, ଶ୍ରୁତକେଶୀଙ୍କୁ ସାନ ତିନି ଭାଇ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ବିବାହ କରିଥିଲେ ।
୫୦ । କେତୁ – ଶତ୍ରୁ, ଧୂମକେତୁ, ଭାର୍ଗବପ୍ରବର – ପରଶୁରାମ ।ପୁଣି ବା ଲଭିବେ କାନ୍ତ ତେଜୋମୟୀ ନାରୀ,ହେବ ଅବା ମୋହର ସେ ପ୍ରଣୟ-ଭଗାରି । ୫୧ ।ଚଢ଼ାନ୍ତେ ମୋ କାନ୍ତ ସେହି ଶରାସନେ ଶର,ଭାର୍ଗବୀ ବୀରଶ୍ରୀ ତାଙ୍କୁ ବରିଲା ସତ୍ୱର । ୫୨ ।ପଦ୍ମିନୀର ପ୍ରତି ଯଥା ଦ୍ୟୁମଣି-ଦିଧିତି,ସେ ବୀରଶ୍ରୀ ବଢ଼ାଇଲା ମୋ ହୃଦୟ-ପ୍ରୀତି । ୫୩ ।ଭାବିଥାଏ ମନ ଏକ, ଫଳ ହୁଏ ଆନ,ବୁଝି ନୁହେଁ ସଖି, ଭବେ ବିଧିର ବିଧାନ । ୫୪ ।ତେଜୋମୟୀ ବୀର-ବାନା ଉଡ଼ାଇ ଗଗନେବିଜେ କଲେ ବୀରବର ପ୍ରଫୁଲ୍ଲିତ ମନେ । ୫୫ ।ସମ୍ପଦର ବନ ମୋର ଶ୍ୱଶୁର-ନିଳୟ,ପ୍ରବେଶନ୍ତେ ତହିଁ ଶୁଭ-ସମ୍ବାଦ-ମଳୟ; | ୫୬ ।ଶୋଭା-ବୃକ୍ଷେ ଫୁଟିଗଲା ଆନନ୍ଦ-ସୁମନ,ପ୍ରଭାର ପଲ୍ଲବ ହରିନେଲା ଜନମନ । ୫୭ ।ନବ ପରିଣୀତ ବୀରଭ୍ରାତା ଚତୁଷ୍ଟୟରତନ ଭୂଷଣଚୟେ ହେଇ ଦୀପ୍ତିମୟ । ୫୮ ।ତହିଁରୁ ଅଧିକେ ସାଜି ବଧୂଙ୍କର ବେଶମହୋଲ୍ଲାସେ ହେଲେ ସେହି ଭବନେ ପ୍ରବେଶ । ୫୯ ।ବୃଦ୍ଧା ଏକ ଥିଲା ସଖି, ସେ ରାଜଭବନେସେକାଳେ ହୋଇଲା ହର୍ଷବର୍ଷଣ ବଚନେ । ୬୦ ।ଋକ୍ଷରାଜି ବିଭ୍ରାଜିତ ଚୌଦିଗ-ଗଗନମଣ୍ଡିଲେ ବିରାଜି ଆଜି ରାଜେନ୍ଦ୍ର ସଦନ । ୬୧ ।ଦେଖିଲି ମୋ ଭଗିନୀଙ୍କ ବଦନମଣ୍ଡଳହୋଇଥିଲା ନବ ପ୍ରେମ-ମନ୍ଦାକ୍ଷେ ପାଟଳ । ୬୨ ।୫୨ । ଭାର୍ଗବୀ – ପାର୍ବତୀ, ଲକ୍ଷ୍ମୀ ।୫୩ । ଦ୍ୟୁମଣି – ଦିଧତି, ସୂର୍ଯ୍ୟକିରଣ ।୬୧ । ଋକ୍ଷରାଜି – ନକ୍ଷତ୍ର ସମୂହ, ବିଭ୍ରାଜିତ – ଶୋଭିତ ।ଉପୁଜି ତହିଁରେ ନବ ଘର୍ଣକଣାଚୟରତନ ଜ୍ୟୋତିରେ ହୋଇଗଲା ଜ୍ୟୋତିର୍ମୟ । ୬୩ ।ତୋ ସ୍ୱିନ୍ନ ଲଲାଟେ ଆଜି ସୁଧାଂଶୁକିରଣଦେଖି ସଖି, ହେଉଅଛି ସେକଥା ସ୍ମରଣ । ୬୪ ।ସ୍ୱର୍ଗର ସମ୍ପଦ ଯାହା କହିଥାନ୍ତି ଜନେ,ଶ୍ରୁତି-ସତ୍ୟ ମଣି ତାକୁ ଲୋଭ ଦିଏ ମନେ । ୬୫ ।ସ୍ୱର୍ଗ ଲୋଭେ ରାଜା ତେଜି ରାଜସିଂହାସନ,ତପ କରେ ବନେ କରି ଫଳମୂଳାଶନ । ୬୬ ।ମୁଁ ଯାହା ଦେଖିଲି ସଖି, ଶ୍ୱଶୁରଙ୍କ ଘରେ;ଭାବିଲି ନ ଥିବ ତାହା ସୁରେନ୍ଦ୍ର-ନବରେ । ୬୭ ।ଶ୍ୱଶୁର ଶାଶୁଙ୍କ ସ୍ନେହ, ସ୍ୱାମୀଙ୍କ ପୀରତିତୁଚ୍ଛ ଜ୍ଞାନ କରାଇଲା ମୋତେ ସ୍ୱର୍ଗ ପ୍ରତି । ୬୮ ।କେତେ ହେଲା ନବ ନବ ମହୋତ୍ସବମାନ,ଜଗତେ ତା ହୁଏ ବୋଲି ନ ଥିଲା ମୋ ଜ୍ଞାନ । ୬୯ ।ପତି-ପ୍ରୀତି-ରତ୍ନ ରାଜ-ଭବନ-ରତନ-ଆଲୋକ ସୁଖରେ କଲି କାଳ କରତନ । ୭୦ ।ଶୁଣିବାକୁ ତହିଁ ଦୀନ ଚକ୍ରବାକ ସ୍ୱରଥିଲା ନାହିଁ ରାତ୍ର ଦିନେ ମୋତେ ଅବସର । ୭୧ ।ଚାଲିଗଲା ସେହିୁରୂପେ ଦ୍ୱାଦଶ ବତ୍ସର,ବାରଦିନ ପରି ହେଲା ମୋ ମନେ ଗୋଚର । ୭୨ ।୬୨ । ମନ୍ଦାକ୍ଷେ – ଲାଜରେ, ପାଟଳ – ଗୋଳାପୀ ରଙ୍ଗ ।୬୭ । ସୁରେନ୍ଦ୍ର ନଗରେ – ସ୍ୱର୍ଗପୁରରେ ।୭୧ । ଅବସର – ବିଶ୍ରାମ ।ଦିନେ କାନ୍ତ ଆସି ମୋତେ ବୋଇଲେ ସାହାସେ,'ବାନ୍ଧବୀ, ରହିବା ଆଜି ରାତ୍ରି ଅଧିବାସେ । ୭୩ ।କରିବାର ଆଶେ ତେ ତେ ହୃଦ-ଆଭରଣରାଜଲକ୍ଷ୍ମୀ କାଲି ମୋତେ କରିବେ ବରଣ ।' । ୭୪ ।ମୁଁ ବୋଇଲି, 'ନାଥ, ତୁମ୍ଭ ଦିବ୍ୟ ଅନୁରାଗପୂର୍ଣ୍ଣ ଥିଲା ମୋଠାରେ ଯା ନ ହେବ ତ ଭାଗ ? ୭୫ ।ସେ ବୋଇଲେ, 'ସ୍ୱାଭାବିକ ହେଲେହେଁ ସେ କଥାସତୀ-ପଦେ ନତ ହୁଏ ରାଜଲକ୍ଷ୍ମୀ-ମଥା । ୭୬ ।ସାଗର-ସଲିଳ ଉଠି ଘନ ହୁଏ ନଭେଲୋକହିତ ସାଧି ପଶେ ସାଗର-ଗରଭେ ।' ୭୭ ।ମଙ୍ଗଳ ବିଧିରେ ସେହି ରାତ୍ରି ହେଲା ଶେଷ,ମଙ୍ଗଳବାଜଣା ପ୍ରାତେ ଶୁଭିଲା ବିଶେଷ । ୭୮ ।ସଚିବ ସହିତ କାନ୍ତ ଗଲେ ପିତା ପାଶେ,ଲେଉଟି ବୋଇଲେ ମୋତେ ଦୁଃଖ ଭରି ଭାଷେ । ୭୯ ।ଜୀବନସଙ୍ଗିନୀ ! ରଖି ତୋ ପାଶେ ଜୀବନ,ପିତାଙ୍କ ଆଦେଶେ ଆଜି ଯାଉଅଛି ବନ । ୮୦ ।ଯୁବରାଜ ହେବେ ପ୍ରିୟ ଭାଇ ମୋ ଭରତ,ରାଜଲକ୍ଷ୍ମୀ ହେଲେ ତାଙ୍କ ପ୍ରଣୟରେ ରତ । ୮୧ ।ନ ରଖି ମାନିନି, ନିଜ ଜ୍ୟେଷ୍ଠା ଅଭିମାନଭରତେ କରିବୁ ରାଜ ମାନ୍ୟରେ ସମ୍ମାନ ।' ୮୨ ।ଦେଖିଲି ମୁଁ ସ୍ୱାମୀଙ୍କର ବଦନମଣ୍ଡଳଦିଶୁଥିଲା ପୂର୍ବପରି ଶାନ୍ତିରେ ଉଜ୍ଜ୍ୱଳ । ୮୩ ।ହେଉଥାଏ ମନ ବନ-ଗମନେ ଚଞ୍ଚଳ,କିନ୍ତୁ ଯେହ୍ନେ ମୋହ ପାଇଁ ହୃଦୟ ବିକଳ । ୮୪ ।୭୩ । ଅଧିବାସ – ଶୁଭକର୍ମ ଆରମ୍ଭରେ ହେଉଥିବା ମାଙ୍ଗଳିକ କର୍ମ ।୭୯ । ସଚିବ – ମନ୍ତ୍ରୀ ।ସ୍ୱମୀଙ୍କ ବଚନ ମଣିଥାନ୍ତି ପରିହାସ,ଉଠିଗଲା ଚଉଦିଗେ ରୋଦନ ଉଚ୍ଛ୍ୱାସ । ୮୫ ।ହାହାକାର ରବେ ହେଲା ନବର କମ୍ପନ,ବିସ୍ମୟେ ଭାବିଲି, ଏ କି ଅଦ୍ଭୁତ ସ୍ୱପନ । ୮୬ ।ଚକିତେ ବୋଇଲି, 'ନାଥ, ତୁମ୍ଭେ ଗଲେ ବନରାଜପୁରେ ଏ ଦାସୀର କିସ ପ୍ରୟୋଜନ ? ୮୭ ।ହୋଇଥାନ୍ତି ରାଜରାଣୀ ହେବି ଭିକାରୁଣୀଶ୍ରୀପଦ ସେବିବି ହେଇ କାନନ ଚାରିଣୀ । ୮୮ ।ଶ୍ରୀଚରଣେ ମତି ମୋର, ଶ୍ରୀଚରଣେ ଗତି,ତୁମ୍ଭ ବିନା ନ ବାଞ୍ଛଇ ସ୍ୱରଗ-ସମ୍ପତ୍ତି । ୮୯ ।ତୁମ୍ଭ ପ୍ରିୟ ଅବରଜ ଯୁବରାଜ ହେବେହସି ହସି ବନଗାମୀ ତୁମ୍ଭେ ହେବ ଯେବେ । ୯୦ ।ଯୁବରାଜ୍ଞୀ ହବ ମୋର ମାଣ୍ଡବୀ ଭଗିନୀ,ମୁଁ କିମ୍ପା ନ ହେବି ତୁମ୍ଭ ପଦାଙ୍କଗାମିନୀ ? । ୯୧ ।ସେ ସୁଖ ବଞ୍ଚିତା ହେଲେ ନ ବଞ୍ଚିବ ସୀତା,ପ୍ରଭୁପାଦ-ସେବା ବିନା ବିଶ୍ୱ ତାକୁ ପିତା । ୯୨ ।ଯା' କିଛି ବିଷାଦ ଥିଲା ସ୍ୱାମୀଙ୍କର ମନେ,ଦୂର ହୋଇଗଲା ଜବେ ମୋର ସେ ବଚନେ । ୯୩ ।ପିତା ମାତା ଭ୍ରାତା ବନ୍ଧୁ ଭୃତ୍ୟ ପରିଜନତେଜି କାନ୍ତ ମୋତେ ସଙ୍ଗେ ଘେନିଗଲେ ବନ । ୯୪ ।୮୫ । ପରିହାସ – ଥଟ୍ଟା ।୯୩ । ଅବରଜ – କନିଷ୍ଠ ଭ୍ରାତା ।୯୪ । ଭୃତ୍ୟ – ଚାକର, ପରିଜନ – ସ୍ୱଜନ ।କେବଳ ଲକ୍ଷ୍ମଣ ନାମେ ଥିଲେ ମୋ ଦେବରହେଲେ ସ୍ୱାମୀଙ୍କର ବନବାସ ସହଚର । ୯୫ ।ଫିଙ୍ଗି ଦେଇ ରାଜସୁଖ ବିସ୍ମୃତିର ନଦେଭ୍ରମିଲୁଁ ଗହନ ଗିରି ନବୀନ ଆନନ୍ଦେ । ୯୬ ।ସଖୀରୂପେ ପାଇ ବନେ ମୁନି କନ୍ୟାଗଣତାଙ୍କ ସ୍ନେହ-ସୁଖ-ଜଳେ ହେଲି ନିମଗନ । ୯୭ ।ଅନେକ ଦିବସ ଥିଲୁଁ ପଞ୍ଚବଟୀ ବନେ,ଗୋଦାବରୀ-ପୂତ-ତୀରେ ପ୍ରଫୁଲ୍ଲ ଜୀବନେ । ୯୮ ।ନିଶାନ୍ତେ ପବନ ବନ-ପୁଷ୍ପବାସ ହରି,ମନ୍ଦ ମନ୍ଦ ଆସି ଦିଏ କୁଟୀରକୁ ଭରି । ୯୯ ।ଶ୍ରବଣ-କୁହରେ ଢାଳେ ମନୋରମ ସ୍ୱରରାଜ ବୈତାଳିକ ରୂପେ ଆସି ପିକବର । ୧୦୦ ।ମୟୂର ମୟୂରୀ ହୋଇ ନୃତ୍ୟ ପରାୟଣମଣ୍ଡନ୍ତି ପ୍ରଭାତେ ମୋର କୁଟୀର ପ୍ରାଙ୍ଗଣ । ୧୦୧ ।ଆସିଥାନ୍ତି କଉତୁକେ ମୃଗ ଶିଶୁଗଣକରିବାକୁ ମୋହ କରୁଁ ନୀବାର ଭକ୍ଷଣ । ୧୦୨ ।ଜନନୀର କୋଳ ତେଜି କଲଭ କଲଭୀଖେଳନ୍ତି ମୋ ପାଶେ ମୋର କୁଁ ଖାଦ୍ୟ ଲଭି । ୧୦୩ ।ବିବିଧ କୁସୁମେ ଗୁନ୍ଥି ମନୋହର ହାରଦେଉଥାଏ କାନ୍ତ ଗଳେ ପ୍ରୀତି-ଉପହାର । ୧୦୪ ।୯୫ । ଦେବର – ଦିଅର ।୧୦୦ । ବୈତାଳିକ – ସ୍ତୁତିପାଠ ।୧୦୨ । ନୀବାର – ବାଳୁଙ୍ଗା ଧାନ ।୧୦୩ । କଲଭ କଲଭୀ – ହାତୀ ଛୁଆ ।କୌତୁକେ କୁସୁମେ କାନ୍ତ ମଣ୍ଡି ମୋର ବେଣୀଭ୍ରମନ୍ତି କୁସୁମବନେ ସଙ୍ଗେ ମୋତେ ଘେନି । ୧୦୫ ।ବୋଲୁଥାନ୍ତି, 'ସଖି, ତୁ ମୋ' ପ୍ରଣୟ ପ୍ରତିମା,ପ୍ରାଣର ସଙ୍ଗିନୀ ସ୍ୱର୍ଗ-ସୁଖର ଗାରିମା । ୧୦୬ ।ମୁଁ ବୋଲେଁ, 'ପ୍ରାଣେଶ, ତୁମ୍ଭ ପ୍ରେମ ଅଧିକାରସଙ୍ଗେ ନୁହେଁ ତୁଳନୀୟ ସ୍ୱର୍ଗ-ସୁଖ ଛାର' । ୧୦୭ ।ଦିନେ ଫୁଲେ ଚନ୍ଦ୍ରାତପ ଫଳମୟ ସ୍ତମ୍ଭସିଂହାସନ ରଚି ଖଚି କୁସୁମ କଦମ୍ବ । ୧୦୮ ।ଫୁଲମୟ ଛତ୍ର କରି ଫୁଲର ଚାମରବିଚିତ୍ର ବ୍ୟଜନ ଫୁଲେ କରି ଶୋଭାକର । ୧୦୯ ।କେତକୀ ଦଳରେ କଲି କିରୀଟ ନିର୍ମାଣଖଚି ରତ୍ନରୂପେ ରମ୍ୟ ରମ୍ୟ ଫୁଲମାନ । ୧୧୦ ।ବିନୟେ ବୋଇଲି, 'ନାଥ, ପୂଜିବି ପୟର,କୃପା ବହି ସିଂହାସନେ ଥରେ ବିଜେ କର । ୧୧୧ ।ସସ୍ମିତେ ବୋଇଲେ ମୋତେ କାନ୍ତ ମହାମନା,'ରାଜ-ଉପଚାର ସଖି ଅଛି ମୋତେ ମନା । ୧୧୨ ।ତୋତେ ମୁଁ କରିବି ଆଜି ବନ-ଫୁଲେଶ୍ୱରୀବୋଲି ଫୁଲେ ସଜାଇଲେ ବଳେ କର ଧରି । ୧୧୩ ।ତାଙ୍କ ରାଣ ଭାଷେ ଖଣ୍ଡି ମୋହର ଆପତ୍ତିଅଗ୍ରେ ଉଭା ଭୋଇ ଦୃଷ୍ଟି ଦେଲେ ମୋର ପ୍ରତି । ୧୧୪ ।ମନ୍ଦାକ୍ଷରେ ନେତ୍ର ମୋର ହେଲା ନିମୀଳିତରହିଲି ସେ ପୁଷ୍ପାସନେ ହୋଇ ବିଦ୍ରବିତ । ୧୧୫ ।ଆନନ୍ଦେ ବୋଇଲେ କାନ୍ତ ରସିକକେଶରୀ,'କରୁଣା କଟାକ୍ଷପାତ କର ଫୁଲେଶ୍ୱରୀ !' ୧୧୬ ।ହରଷ-ପ୍ରଫୁଲ୍ଲ ମୁଖ ଅନାଇ ତାଙ୍କର,ବୋଇଲି, ଅବିଧି ହେଲା ବିବେକିଶେଖର । ୧୧୭ ।ନୁହଇ ଯା' ପ୍ରଭୁପଦ ଅର୍ଚ୍ଚନାର ଯୋଗ୍ୟକେବେ କି ତା' ହୋଇଥାଏ ଦାସୀଛାର ଭୋଗ୍ୟ ?' ୧୧୮ ।୧୦୬ । ଗରିମା – ଗୁରୁତ୍ୱ ।୧୧୫ । ନିମୀଳିତ – ବୁଜି ହୋଇଗଲା, ବିଦ୍ରବିତ – ତରଳିତ ।ସେ ବୋଇଲେ, 'ପ୍ରଣୟିନୀ ପ୍ରଣୟୀର ରୀତିବଢ଼ାଇ ଏକର ମାନ ଅନ୍ୟ ଲଭେ ପ୍ରୀତି ।' ୧୧୯ ।ସ୍ୱାମୀଙ୍କ ବଦନୁ ତାଙ୍କ ପ୍ରୀତି କଥା ଶୁଣିନିଜ ଭାଗ୍ୟ ଧନ୍ୟ ମଣି ମୁଦେ ହେଲି ତୁନୀ । ୧୨୦ ।ସନ୍ଧ୍ୟା ହେଲା କ୍ରମେ ନଭେ ହେଲେ ସୁଧାକର;ବିହରିଲେ କାନ୍ତ ବନେ ଧରି ମୋର କର । ୧୨୧ ।କରିବାକୁ ପୁଣି ମୋର ମାନସ ରଞ୍ଜନକରୁଥିଲେ ବନବାସ ସୁଖର ବର୍ଣ୍ଣନ । ୧୨୨ ।ସେ କାଳେ ଅଦୂରେ ଶୁଣି ଚକ୍ରବାକ-ସ୍ୱନସହସା ପ୍ରାଣେଶ କଲେ ମୋ ମୁଖ ଚୁମ୍ବନ । ୧୨୩ ।କଉତୁକେ ପଚାରନ୍ତେ ତହିଁର କାରଣ,ସେ ଯାହା କହିଲେ ଏବେ ହେଉଛି ସ୍ମରଣ । ୧୨୪ ।ବୋଇଲେ, 'ପ୍ରେୟସି' ଏହି କାନ୍ତାବିରହିତଚକ୍ରବାକ ଦୁଃଖାନଳେ ହେଉଛି ଦହିତ । ୧୨୫ ।ଦିନଯାକ ଥାଏ ପ୍ରିୟା ସଙ୍ଗସୁଖେ ସିକ୍ତ,ତା ବିନା ମଣୁଛି ଏବେ ଜୀବନକୁ ତିକ୍ତ । ୧୨୬ ।ତୁ ନ ଥାନ୍ତୁ ଯଦି ମୋର ବନ-ସହଚରୀ,ଦୁଃଖେ ଦଗ୍ଧ ହେଉଥାନ୍ତି ବିପିନେ ବିଚରି । ୧୨୭ ।ଯାହା ଯାହା ବୋଲୁଅଛି ବନବାସ ସୁଖ,ସେ ସକଳ କରୁଥାନ୍ତେ ମୋ ଜୀବନ ଶୁଷ୍କ । ୧୨୮ ।କାନ୍ତା ବିନା କାନ୍ତ-ପ୍ରାଣ ସ୍ୱଭାବେ ବିକଳ,ବିକଳ ଜୀବନ ମଣେ ଜଗତ ବିଫଳ । ୧୨୯ ।ଭାସୁଥାଏ ଜୀବ ଯଦି ସଂସାର-ସାଗରେ,ତରିବା ଭରସା ଥାଏ ବନିତା-ନାବରେ । ୧୩୦ ।୧୨୭ । ବିପିନେ – ବଣରେ, ବିଚରି – ଭ୍ରମଣ କରି ।ନ ଥିଲା ମୋ' ଅନୁଭବ ବିରହ-ବେଦନେ;ତା' ଶୁଣି ହସିଲି ଲଜ୍ଜାବନତ ବଦନେ । ୧୩୧ ।ହାୟ ! କିଛି କାଳ ପରେ ସେ ଘୋର କଷଣଜୀବନେ ମୋ' ଅଧିକାର କଲା ଷୋଳପଣ । ୧୩୨ ।ଭୁକ୍ତଭୋଗୀ କରେ ପର ଦୁଃଖ ଅନୁଭବ,ଅଶ୍ରୁ ଆଜି ବୁହାଇଲା ମୋ ରଥାଙ୍ଗରବ ।" ୧୩୩ ।ତାପସୀ ବୋଇଲେ 'ସଖି' ବୁଝିଲି ନିଶ୍ଚୟ,ତବ କାନ୍ତ ହୃଦ-ପ୍ରେମ-ପୀୟୁଷ-ନିଳୟ । ୧୩୪ ।କାନ୍ଦୁଥିବେ ନରମଣି ଚକ୍ରବାକ ପରି,ପହିଯାଉ ବେଗେ ତୁମ୍ଭ-ବିପଦ-ଶର୍ବରୀ । ୧୩୫ ।ସୁନାର ସଂସାର ହୋଇଅଛି ଛାରଖାର,କାହିଁକି ଘଟିଲା ଏହି ଘୋର ଦୁର୍ବିଚାର ? ୧୩୬ ।କରିଥିଲେ ରାଜା ଯାକୁ ଜୀବନର ଧନ,କେମନ୍ତେ ବଳିଲା ତାଙ୍କୁ ଛାଡ଼ିବାକୁ ମନ । ୧୩୭ ।ବିଧିବିଚାରକୁ ଧିକ, କାହିଁ କଲା କିସ,ଅମୃତ ଉପରେ ଆଣି ଢାଳିଦେଲା ବିଷ । ୧୩୮ ।୧୩୩ । ରଥାଙ୍ଗ – ଚକ୍ରବାକ ।୧୩୪ । ପୀୟୁଷ – ଅମୃତ, ନିଳୟ – ଘର ।୧୩୫ । ଶର୍ବରୀ – ରାତି ।ସପ୍ତମ ବର୍ଗ(ରାଗ: କଳହଂସ କେଦାର)ବୋଇଲେ ସତୀ, "ସଖି, ମୋ' ଦୁର୍ବିପାକଘଟାଇ ଅଛି ଏକା ମୋ ଦୁଃଖଯାକ;ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧିକାନ୍ତ ତ ସ୍ୱଭାବେ ମୋ କରୁଣାନିଧି ଗୋ ! ୧ ।କାନ୍ତ ବିଚ୍ଛେଦେ ରହିପାରେ ଜୀବନ,ଏମନ୍ତ କ୍ଷଣେ ଭାବି ନ ଥିଲା ମନ;ସହିଲି ସହି, ଘୋର ଦୁଃସହ ଦୁଃଖ,ଦେଖିବି ବୋଲି ଏକା ସ୍ୱମୀ-ଶ୍ରୀମୁଖ ଗୋ ! ୨ ।ସେକାଳେ ଆଶା ମୋର କର୍ଣ୍ଣକୁହରେଆଶ୍ୱାସ ମନ୍ତ୍ର ଦେଇ ମୁମୂର୍ଷା ହରେ,ଏବେ ସେ ଆଶା ନିଜେ ଯାଇଛି ମରି;ଦଗ୍ଧ ହେଉଛି ପ୍ରାଣ ତାହାକୁ ସ୍ମରି ଗୋ !" । ୩ ।୧ । ଦୁର୍ବିପାକ – ଦୁର୍ଘଟଣା, ମନ୍ଦ ପରିଣାମ; ବିଧି – ସୃଷ୍ଟିକର୍ତ୍ତା, କରୁଣାନିଧି – ଦୟାର ଅବତାର ।୨ । ବିଚ୍ଛେଦ – ବିରହରେ, ଦୁଃସହ – ଅସହନୀୟ ।୩ । ମୁମୂର୍ଷା – ମରଣ ପାଇଁ ଇଚ୍ଛା, ହରେ – ହରଣ କରେ ।ସଖୀ ବୋଇଲେ; 'ସଖି', ବୁଝିଲି ନାହିଁ,କେମନ୍ତେ ଥିଲା ଆଶା ମଲା କିପାଇଁ ?ତୋ ପରି ସାଧ୍ୱୀ ପାଇ ଦାରୁଣ ବ୍ୟଥା,ନ ନିନ୍ଦୁ ବିଧୁ, ଏତ ବିଚିତ୍ର କଥା ଗୋ !" । ୪ ।ବୋଇଲେ ସତୀ, "ମୋର ଦୁଃଖ-କାହାଣୀଶୁଣି ସଜନି, ସବୁ ପାରିବୁ ଜାଣି,ଯେମନ୍ତେ ଆମନ୍ତ୍ରିଲି ଘୋର କଷଣ,ଯେମନ୍ତେ ଆଶାର ମୋ ହେଲା ମରଣ ଗୋ ! ୫ ।ପଞ୍ଚବଟୀରେ ଦିନେ କୁଟୀର ପାଶେଖେଳିଲା ସ୍ୱର୍ଣ୍ଣମୃଗ ଏକ ଉଲ୍ଲାସେ,ଚିକ୍କଣ ଚାରୁ ତାର ଚିତ୍ରିତ ଅଙ୍ଗ,ଝଲିଲା ଲଭି-ରବି-କିରଣ ସଙ୍ଗ ଗୋ ! ୬ ।ହେମାଙ୍ଗେ ଚିତ୍ରବିନ୍ଦୁ ଚୟର କାନ୍ତିନେତ୍ରେ ଆଣିଲା ମୋର ରତନଭ୍ରାନ୍ତି,ସେ ଜାତି ମୃଗ ଦେଖି ନ ଥିଲି ଦିନେନଗରେ, ରାଜପୁରେ ଅବା ବିପିନେ ଗୋ ! ୭ ।ଭାବିଲି, ବାହୁଡ଼ିବି ଯେବେ ନଗରେସୁଚାରୁ ମୃଗଟିକି ନେବି ସଙ୍ଗରେ,ଚକିତ କରାଇବି ପୂରବାସୀଙ୍କିତା ସଙ୍ଗେ ବର୍ଣ୍ଣି ବନଶୋଭାରାଶିକି ଗୋ ! ୮ ।୪ । ସାଧ୍ୱୀ – ପତିବ୍ରତା ।୫ । କଷଣ – ଦୁଃଖ ।
୬ । ଉଲ୍ଲାସ – ଆନନ୍ଦ, ପଞ୍ଚବଟୀ ଦଣ୍ଡକାରଣ୍ୟ ଅନ୍ତର୍ଗତ ଗୋଦାବରୀ ନଦୀକୂଳରେ ଜନସ୍ଥାନ ମଧ୍ୟବର୍ତ୍ତୀ ବନ ବିଶେଷ । ଏହି ଠାରେ ରାମଚନ୍ଦ୍ରଙ୍କ
ଆହାର ଦେଖାଇଲି ଧରିବା ଆଶେଚମକି ମୃଗବର ପାଶେ ନ ଆଶେ,ମନ ଲୋଭଇ ମୋର ନେତ୍ର ରଞ୍ଜାଇପଶିଲା ବାରମ୍ବାର ବିପିନେ ଯାଇ ଗୋ ! ୯ ।ତା' ପାଇଁ ବ୍ୟସ୍ତ ହେବା ଦେଖି ମୋ ମନକାନ୍ତ ବୋଇଲେ ସ୍ନେହବହି ବହନ,'ସୁନ୍ଦର ମୃଗଟିକୁ ଆଣି ମୁଁ ତୂର୍ଣ୍ଣସଖି, ତୋ କୁତୂହଳ କରିବି ପୂର୍ଣ୍ଣ ଗୋ ! ୧୦ ।ଧନୁ ଆଶୁଗ ଧରି ଆଶୁ ଗମନେଚଳିଲେ କାନ୍ତ ତାର ଅନୁଧାବନେ,ମୃଗାନୁସାରୀ କାନ୍ତ ଅତି ସତ୍ୱରଦୃଷ୍ଟି-ସୀମାରୁ ମୋର ହେଲେ ଅନ୍ତର ଗୋ ! ୧୧ ।ଶୁଭିଲା ବନ ମଧ୍ୟେ "ରଖ ଲକ୍ଷ୍ମଣ"ସେ ଡାକେ ବିଚଳିତ ହେଲା ମୋ ମନ,ମନ ସହିତ ତହିଁ ଦେଲି ଶ୍ରବଣ ।ପୁଣି ଉଠିଲା ରବ 'ରଖ ଲକ୍ଷ୍ମଣ' ଗୋ ! ୧୨ ।ଲକ୍ଷ୍ମଣ ବୀର ଥିଲେ ମୋର ନିକଟବୋଇଲି, 'ଦେଖ ବତ୍ସ, ହେଲା ସଙ୍କଟ ।'ବୋଇଲେ କରିବାକୁ ମୋ ମନ ଥୟ,'ରାଘବୀ ଭାଷା ନୁହେଁ ନ କର ଭୟ ଗୋ !' ୧୩ ।୮ । ଚକିତ – ଆଶ୍ଚର୍ଯ୍ୟ ।୧୦ । ବହନ – ଶୀଘ୍ର, । ତୂର୍ଣ୍ଣ – ଚର୍ଣ୍ଣଳ, କୁତୂହଳ – ଇଚ୍ଛା ।୧୧ । ଆଶୁଗ – ଶର, ଆଶୁ – ତୁରନ୍ତ, ଅନୁଧାବନ – ଅନୁସରଣ ।୧୩ । ଥୟ – ସ୍ଥିର, ରାଘବୀ – ରାମଚନ୍ଦ୍ର ।ବୀର ସ୍ୱଭାବ ସଖି, ବୁଝନ୍ତି ବୀର,ଦେଖିଲି ଲକ୍ଷ୍ମଣଙ୍କୁ ଧୀର ଗମ୍ଭୀର ।ନାରୀ-ହୃଦୟ ସତେ ଅତି ଦୁର୍ବଳ;ଅଧିକ ହେଲି ତାଙ୍କ ବାକ୍ୟେ ବିକଳ ଗୋ ! ୧୪ ।ବିନୟ ପରେ କରି କଟୁ ଭାଷଣସ୍ୱାମୀ ସମୀପେ ତାଙ୍କୁ କଲି ପ୍ରେଷଣ,ମୋ ସୁଖ-ସଉଭାଗ୍ୟ ସମ୍ପଦରାଶିଗଲେ ଲକ୍ଷ୍ମଣ ଗତି-ସ୍ରୋତରେ ଭାସି ଗୋ ! ୧୫ ।ବିପଦ ହୋଇ ଏଣେ ବିଗ୍ରହଧାରୀଯୋଗୀନ୍ଦ୍ର ବେଶେ ଦ୍ୱାରେ ହେଲା ଭିଖାରୀ,ସ୍ୱାମୀ ଆସିବା ଯାଏ ନ ଟାକି ମନ୍ଦଭିକ୍ଷା ନିମନ୍ତେ କଲା ଘୋର ନିର୍ବନ୍ଧ ଗୋ ! ୧୬ ।ଭିକ୍ଷା ଦିଅନ୍ତେ ବଳେ ଧରି ମୋ କରବିମାନେ ବସାଇଲା ନେଇ ସତ୍ୱର,କଲି ବିନୟ କେତେ, କେତେ ତର୍ଜ୍ଜନନ କଲା କର୍ଣ୍ଣପାତ ତହିଁ ଦୁର୍ଜନ ଗୋ ! ୧୭ ।୧୪ । ବିକଳ – ଅଧୀର ।୧୫ । ପ୍ରେଷଣ – ପଠାଇବା ।
୧୬ । ବିଗ୍ରହଧାରୀ – ରୂପଧାରଣ କରି, ଯୋଗୀନ୍ଦ୍ର – ସୀତାଙ୍କୁ ହରର କରିବା ପାଇଁ ଲଙ୍କାର ରାଜା ରାବଣ ଯତି ବେଶରେ ଉପସ୍ଥିତ ହୋଇଥିଲା, ନ ଟାକି – ଅପେକ୍ଷା ନ କରି, ମନ୍ଦ – ଦୁଷ୍ଟବୁଦ୍ଧି, ନିର୍ବନ୍ଧ – କଟାଳ ।
୧୭ । ବିମାନ – ରଥ, ସତ୍ୱର – ସଙ୍ଗେ ସଙ୍ଗେ, ବିନୟ – ନେହୁରା, ତର୍ଜ୍ଜନ – ଭର୍ତ୍ସନ ଓ ଭୟ ପ୍ରଦର୍ଶନ, କର୍ଣ୍ଣପାତ – ଶୁଣିବା, ଦୁର୍ଜନ – ଦୁଷ୍ଟ ।
ଜାଣିଲି ବେଶ ନୁହେ ଗୁଣର ଚିହ୍ନବାହାରେ ସାଧୁବେଶ, ଭିତରେ ଭିନ୍ନ,ମଣନ୍ତି ଲୋକେ ସର୍ବଶୁଭଦ ଧର୍ମ;କେ ଜାଣେ ଧର୍ମ ନାମ ବହଇ ଯମ ଗୋ ! ୧୮ ।ଦକ୍ଷିଣ-ମୁଖେ ଖଳ ବାହିଲା ରଥକମ୍ପାଇ ଘନ ଘୋଷେ ଗଗନପଥ;କାନ୍ଦିଲି ଯେତେ ଯେତେ ଉଚ୍ଚ ଆରବେ,ବିଲୀନ ହେଲା ରଥ-ଘୋଷ-ଗରଭେ ଗୋ ! ୧୯ ।ଦେଖିଲି ତଳେ ବନ ମୟୂରଗଣଅନାଇ ମୋତେ କରୁଥିଲେ ରୋଦନ;ହରିଣ ଯୂଥ ଯୂଥ ଊର୍ଦ୍ଧ୍ୱ ନୟନେଚକିତ ଦୃଷ୍ଟି ଦେଇଥାନ୍ତି ସ୍ୟନ୍ଦନେ ଗୋ ! ୨୦ ।ପକ୍ଷୀଏ ପଥ ରୋଧି କଲା ସମରତା' ପକ୍ଷ ପକାଇଲା ଛେଦି ପାମର;ପବନ ପ୍ରତିକୂଳ ହୋଇ ଗତିକିନିବାରି ନ ପାରିଲା ମନ୍ଦମତିକି ଗୋ ! ୨୧ ।୧୮ । ସର୍ବଶୁଭଦ – ସମସ୍ତ ମଙ୍ଗଳମୟ, ଯମ – ମୃତ୍ୟୁର ଦେବତା ।୧୯ । ଘନ ଘୋଷେ – ମେଘ ଗର୍ଜନ ପରି, ଆରବେ – ସ୍ୱରରେ,୨୦ । ରୋଦନ – କ୍ରନ୍ଦନ, ଯୂଥ ଯୂଥ – ଦଳ ଦଳ, ଊର୍ଦ୍ଧ୍ୱ ନୟନେ – ଉପରକୁ ଅନାଇ, ସ୍ୟନ୍ଦନେ – ରଥକୁ ।
୨୧ । ପକ୍ଷୀଏ ସୂର୍ଯ୍ୟଙ୍କର ସାରଥି ଅରୁଣଙ୍କ ପୁତ୍ର ଜଟାୟୁ ପଞ୍ଚବଟୀରେ ବାସ କରୁଥିଲା । ପୂର୍ବରୁ ରାଜା ଦଶରଥଙ୍କ ସହିତ ତାର ମିତ୍ରତା ଥିଲା । ତାଙ୍କର କୁଳବଧୂ ସୀତାଙ୍କୁ ରାବଣ ଅପହରଣ କରି ନେଉଥିବାରୁ ସେ ଭୟଙ୍କର ଯୁଦ୍ଧ କରି ରାବଣର ଗତିରୋଧ କଲା ଏବଂ ରାବଣର ଅସ୍ତ୍ରାଘାତରେ କ୍ଷତବିକ୍ଷତ ହୋଇ ପଡ଼ିରହିଲା । ଶେଷରେ ରାମଚନ୍ଦ୍ରଙ୍କୁ ସୀତାଙ୍କ ସମ୍ୱାଦ ଦେଇ ଦେହତ୍ୟାଗ କଲା । ରାମଚନ୍ଦ୍ର ଏହି ପକ୍ଷୀରାଜଙ୍କର ଯଥାବିଧି ସତ୍କାର କରିଥିଲେ । ପାମର – ପାପିଷ୍ଠ ।
ପଥ ପର୍ବତଶ୍ରେଣୀ ମସ୍ତକ ଟେକିପାରିଲେ ନାହିଁ ବ୍ୟୋମ-ବିମାନ ଛେକି,ମହୀବାସୀଙ୍କି ବାର୍ତ୍ତା ଦେବାର ପାଇଁଦୀନ ନୟନେ ଥାଏଁ ତଳକୁ ଚାହିଁ ଗୋ ! ୨୨ ।ରଥ-ଶବଦେ ଭାଷା ହେବ ବିଫଳଜାଣି ପକାଇଦେଲି ଭୁଷା ସକଳ;ଦେଖିଲି ନଦୀମାନେ ହୋଇ ବିକଳଶୀର୍ଣ୍ଣ ଶରୀରେ ଯେହ୍ନେ ହେଲେ ବିଶ୍ଚଳ ଗୋ ! ୨୩ ।ତନୁ ସଂକୋଚି ତୁଙ୍ଗ ପାଦପଚୟଭିଡ଼ିଲେ ପରସ୍ପରେ ଲଭି ତା' ଭୟ,ଅବନୀ କ୍ରମେ ହୋଇଗଲା ନୀରବ;ଲୁଚି ରହିଲେ ମୃଗ ବିହଙ୍ଗ ସର୍ବ ଗୋ ! ୨୪ ।ପୂର୍ବ ପଶ୍ଚିମ ଯାମ୍ୟ କକୁଭକ୍ରୟକ୍ରମେ ଦିଶିଲା ଗାଢ଼ ନୀଳିମାମୟ,ମହୀ ଲକ୍ଷଣ କିଛି ନ ହେଲା ଦୃଷ୍ଟ,ତହିଁ ମଧ୍ୟକୁ ରଥ ବାହିଲା ଦୁଷ୍ଟ ଗୋ ! ୨୫ ।ଅଗ୍ରେ ଦିଶିଲା ଦିଗମୂଳ ଉଜ୍ଜ୍ୱଳ,କ୍ରମେ ମଣିଲି ତାକୁ ବନ-ଅନଳ,ଯେତିକି ହେଲା ରଥ ତା ପାଶ ପାଶ,ଅସଂଖ୍ୟ ଜ୍ୟୋତିଃପୁଞ୍ଜ ହେଲା ପ୍ରକାଶ ଗୋ ! ୨୬ ।୨୩ । ଭାଷା ହେବ ବିଫଳ – ଶବ୍ଦ ଶୁଭିବ ନାହିଁ । ଭୂଷା – ଅଳଙ୍କାର, ଶୀର୍ଣ୍ଣ – ସରୁ, ନିଶ୍ଚଳ – ଗତିହୀନ ।୨୪ । ତୁଙ୍ଗ – ଅତି ଉଚ୍ଚ, ନୀରବ – ଶବ୍ଦ ଶୁନ୍ୟ ।୨୫ । ଯାମ୍ୟ – ଦକ୍ଷିଣ ଦିଗ, କୁକଭତ୍ରୟ – ତିନି ଦିଗ, ଦୁଷ୍ଟ – ଦେଖାଯିବା ।ଭାବିଲି ନଭ ତେଜି ତାରା ସକଳଦିବସେ ଛନ୍ତି ତହିଁ ଦଳକୁ ଦଳ,ବିଧୂ ବିରହେ ତେଜି ନଭୋମଣ୍ଡଳହୃଦୟେ ଜାଳୁଛନ୍ତି ବିରହାନଳ ଗୋ ! ୨୭ ।କିବା ମୋ ମର୍ତ୍ତ୍ୟଲୀଳା ହୋଇଛି ଶେଷ,ଶମନପୁରେ ହେଉଅଛି ପ୍ରବେଶ ?ଦେଖିଲି ମନୋହର ଅଟ୍ଟାଳୀଶ୍ରେଣୀଦିଶନ୍ତି ରମ୍ୟ ହେମକଳସ ଘେନି ଗୋ ! ୨୮ ।ଦିଶିଲା କ୍ରମେ ପୁର ଅଟ୍ଟାଳୀ ବୀଥିନଗର ରଞ୍ଜିଛନ୍ତି ଖର-ଦୀଧିତି;ସ୍ୱକରେ ହର୍ମ୍ୟଶିର କଳସମାନରାସାଣି କରୁଛନ୍ତି ଜାଜ୍ଜ୍ୱଲ୍ୟମାନ ଗୋ ! ୨୯ ।ସେକାଳେ ମନେ ମୋର ହେଲା ବିଚାରଅଟଇ ଯୋଗୀ ନିଶ୍ଚେ ଶମନଚାର,କୃତାନ୍ତ ପାଶ ଯିବି ସଦର୍ପେ ପଶିଉଞ୍ଚାଇ ଦୀପ୍ତ ପତି-ଭକତି-ଆସି ଗୋ ! ୩୦ ।ନଗର ପ୍ରାନ୍ତେ ଯୋଗୀ ଓହ୍ଲାଇ ରଥଚାଲିଲା ଚାହିଁ ଏକ ଉଦ୍ୟାନ ପଥ,ମଣ୍ଡିତ ପଥ ଚାରୁ ମର୍ମରୋପଳେଉଦ୍ୟାନ ଶୋଭେ ନାନା କୁସୁମ ଫଳେ ଗୋ ! । ୩୧ ।୨୭ । ନଭ – ଆକାଶ ।
୨୮ । ଶମନପୁରେ – ଯମପୁରରେ, ମନୋହର – ସୁନ୍ଦର, ଅଟାଳୀ ଶ୍ରେଣୀ ଧାଡ଼ି ଧାଡ଼ି ପ୍ରାସାଦ, ହେମ କଳସ – ସ୍ୱର୍ଣ୍ଣକଳସ – ସ୍ୱର୍ଣ୍ଣକୁମ୍ଭ ।
୨୯ । ବୀଥି – ଧାଡ଼ି, ଖର ଦୀଧିତୀ – ସୂର୍ଯ୍ୟ, ଭସାଣି – ଉଜ୍ୱଳୀକରଣ, ଜାଜ୍ୱଲ୍ୟମାନ – ଶୋଭାଯୁକ୍ତ ।୩୦ । କୃତାନ୍ତ – ଯମ, ଦୀପ୍ତ – ପ୍ରଜ୍ୱଳିତ ।ଅଶୋକ ତରୁ ତହିଁ ଅଧିକତରକୁସୁମ ପୁଞ୍ଜେ ପୁଞ୍ଜେ ଦିଶେ ସୁନ୍ଦର;ଉଦ୍ୟାନ ମଧ୍ୟେ ଏକ ଉଜ୍ଜ୍ୱଳ ହର୍ମ୍ୟବିବିଧ ରତନରେ ଦିଶଇ ରମ୍ୟ ଗୋ ! ୩୨ ।ବୋଇଲା ଯୋଗୀ ମୋତେ; 'ସେଠାରେ ରହଗଣିବୁ ନାହିଁ ଚିତ୍ତେ କାନ୍ତ-ବିରହ;କାନନବାସ-କ୍ଲେଶ ହେଲା ତୋ ଶେଷ,ସ୍ୱରଗ ସୁଖ ଭୁଞ୍ଜ ମଣ୍ଡି ଏ ଦେଶ ଗୋ ! ୩୩ ।ତିନିଭୁବନେ ଯେଉଁ ଦ୍ରବ୍ୟ ଦୁର୍ଲଭବାଞ୍ଛିଲା ମାତ୍ରେ ଏବେ ହେବ ତୋ ଲଭ୍ୟ;ସହସ୍ର ସୁକୁମାରୀ ସ୍ନେହ ପ୍ରକାଶିହେବେ ତୋ ଅରବିନ୍ଦ-ଚରଣେ ଦାସୀ ଗୋ ! ୩୪ ।ରତନ ବିଭୂଷିତ ସହସ୍ର ନାରୀଡାକି ବୋଇଲା ଅତି ଦୃଢ଼େ ତିଆରି,ଏହାକୁ ଜାଣି ମୋର ହୃଦୟେଶ୍ୱରୀସେବି ରହିବ ହୃଦେ ଭକତି ଭରି ଗୋ ! ୩୫ ।୩୧ । ଉଦ୍ୟାନ – ରାବଣର ବିହାର ଉଦ୍ୟାନ, ଏହି ବଣରେ ସୀତାଙ୍କୁ ବନ୍ଦୀ କରାଯାଇଥିଲା ।୩୨ । ଉଦ୍ୟାନ – ବଗିଚା, ହର୍ମ୍ୟ – କୋଠାଘର ।୩୩ । କାନନ ବାସ – ବଣରେ ରହିବାର ଦୁଃଖ, ମଣ୍ଡି – ଶୋଭନ କରି ।୩୪ । ଦୁର୍ଲଭ – ଯାହା ସହଜରେ ମିଳେ ନାହିଁ । ବାଞ୍ଛିଲା – ଇଚ୍ଛା କଲା ମାତ୍ରକେ, ଲଭ୍ୟ – ପ୍ରାପ୍ତ ହେବ, ଅରବିନ୍ଦ – ପଦ୍ମ ।୩୫ । ତିଆରି – ସାବଧାନ କରାଇ, ହୃଦୟେଶ୍ୱରୀ – ମନର ରାଣୀ, ସେବି – ସେବା କରିବ ।ଖଟିବ ନିତି ଏହା ମାନସ ଜାଣିଶୁଣାଉଥିବ ମୋର ମହିମା-ବାଣୀ,ମୋର ସମ୍ପଦେ ଯେହ୍ନେ ମଜ୍ଜେ ତା ମନ;ତହିଁକି କରୁଥିବ ଅତି ଯତନ ଗୋ ! ୩୬ ।ଏମନ୍ତ କହି ଯୋଗୀ ହେଲା ଅନ୍ତରବିସ୍ମୟେ ପୂରିଗଲା ମୋର ଅନ୍ତର,କିଏ ସେ ଯୋଗୀ ମୋତେ ଆଣିଲା କାହିଁ;କେଉଁ ପୂର ତା କିଛି ଜାଣିଲି ନାହିଁ ଗୋ ! ୩୭ ।କେମନ୍ତେ ହେଲି ଯୋଗୀ-ହୃଦୟେଶ୍ୱରୀରହିଛି ରଘୁବଧୂ-ଶରୀର ଧରି,ମରି ତ ନାହିଁ ମୁହିଁ, ଅଛି ସ୍ମରଣ;କୌଶଲ୍ୟା-ସୁତ ସିନା ମୋର ଶରଣ ଗୋ ! ୩୮ ।ହୃଦୟେ କଲି ପୁଣି ଦୃଢ଼ ନିଶ୍ଚୟଯେ କେହି ହେଉ ଯୋଗୀ କି ଅଛି ଭୟ ?ଯାବତ ଜୀବନେ ମୋ ଥିବ ସ୍ଣରଣ;କୌଶଲ୍ୟା-ସୁତ ଏକା ମୋର ଶରଣ ଗୋ ! ୩୯ ।ହେଉ ଏ ଯମାଳୟ ଅଥବା ସ୍ୱର୍ଗବିହରୁଥାନ୍ତୁ ଏଥି ଦେବତା ବର୍ଗ,କେ କରିପାରିବ ମୋ ଚିତ୍ତ ହରଣ ?କୌଶଲ୍ୟା-ସୁତ ଏକା ମୋର ଶରଣ ଗୋ ! ୪୦ ।ସହସ୍ର ଦାସୀରେ ମୋ କି ପ୍ରୟୋଜନଆଉ କି ଅଛି ମୋର ସ୍ନାନ ଭୋଜନ,କାନନେ ଭ୍ରମୁଥିବେ ମୋ ପ୍ରାଣପତି;ତାଙ୍କ ଚରଣେ ଏକା ରହିବ ମତି ଗୋ ! ୪୧ ।୩୬ । ଖଟିବ – ସେବା କରିବ, ମାନସ ଜାଣି – ମନ ଅନୁସାରେ, ମହିମା – ଗୌରବ, ମଜ୍ଜେ – ଲିପ୍ତ ରହେ ।୩୮ । ରଘୁବଧୂ – ରଘୁବଂଶର ବୋହୂ, ରାମଚନ୍ଦ୍ରଙ୍କର ପତ୍ନୀ ।ମଞ୍ଜୁଳ ବୀଣା ଧରି ସତେ ଭାରତୀସଙ୍ଗୀତ ଯଦି ମୋର ପାଶେ କରନ୍ତି,ମୋ କର୍ଣ୍ଣେ ହେବ କାହିଁ ତାହାର ମୂଲ୍ୟ;କାନ୍ତ-ଶ୍ରୀମୁଖ-କଥା ପାଦକ ତୁଲ୍ୟ ଗୋ ! ୪୨ ।ଏକନ୍ତ ଭାବି ଭାବି ଶ୍ରୀପଦେ ଧ୍ୟାନଦେଇ ହରାଇଦେଲି ଜୀବନଜ୍ଞାନ,କେମନ୍ତେ କେତେ କାଳ ହେଲା ଅତୀତ;କିଛି ନ ଜାଣେ ପତି ଚିନ୍ତା ବ୍ୟତୀତ ଗୋ ! ୪୩ ।କିନ୍ତୁ ସେ ରାଜ୍ୟେ ମୋତେ ଦିନ-ଶର୍ବରୀପ୍ରତୀତ ହେଲା ଦେବ-ସମୟ ପରି,ଦେବଭୁବନ ତାକୁ ମଣିଲି ମନେ;ଦେବ-ସାହସ ପୂର୍ଣ୍ଣ କଲି ଜୀବନେ ଗୋ ! ୪୪ ।ଈଶ୍ୱରେ ମନାସିଲି ଦେବ ଶକତି;ଦେବୀ-ହୃତୟୋଚିତ ପତି-ଭକତି,ପତି ଚରଣାମୃତେ ରଖିଲି ଆଶା;ଗଣିଲି ନାହିଁ ଆଉ କ୍ଷୁଧା ପିପାସା ଗୋ ! ୪୫ ।ବିବିଧ ଅଙ୍ଗରାଗ ବହୁ ଭୂଷଣବିବିଧ ଖାଦ୍ୟ ଆଣି ସେବିକାଗଣ,କହିଲେ କେତେ ମତେ ଚାଟୁବଚନ;ବଳିଲା ନାହିଁ କାହିଁ ତହିଁ ମୋ ମନ ଗୋ ! ୪୬ ।୪୨ । ମଞ୍ଜୁଳ – ମନୋହର, ଭାରତୀ – ସରସ୍ୱତୀ ।
୪୪ । ଦେବ ସମୟ – ମନୁଷ୍ୟମାନଙ୍କର ଛଅ ମାସରେ ଦେବତାମାନଙ୍କର ଏକ ଦିନ, ପ୍ରତୀତ – ଜଣାଗଲା, ଦିନ ଶର୍ବରୀ – ଦିନ ରାତି, ମଣିଲି – ଜ୍ଞାନ କଲି ।
୪୬ । ଅଙ୍ଗରାଗ – ଶରୀର ସଜ୍ଜାଇବାର ଉପକରଣ, ଚାଟୁବଚନ – ତୋଷାମଦ ବାକ୍ୟ, ବଳିଲା ନାହିଁ – ଆକୃଷ୍ଟ ହେଲା ନାହିଁ ।ଦାସୀଙ୍କ ବଚନରୁ ଜାଣିଲି କ୍ରମେରାବଣ ତ୍ରିଭୁବନ-ଜୟୀ ବକ୍ରମେ,ଡରନ୍ତି ସୁରପତି ଶୁଣି ତା' ନାମ;ସିନ୍ଧୁ-ପରଖୀକୃତ ଲଙ୍କା ତା; ଧାମ ଗୋ ! ୪୭ ।ସେହି ରାଜ୍ୟକୁ ମୁହିଁ ହୋଇଛି ନୀତନେଇଛି ଯୋଗୀବେଶେ ସେ ଦୁର୍ବିନୀତ,ନବର ନଗର ତା' ଅତୁଳ ରମ୍ୟ;ନର କିନ୍ନରଙ୍କର ଦୁରଧିଗମ୍ୟ ଗୋ ! ୪୮ ।ଯହିଁ କି ବଳିଥାଏ ତାହାର ଚିତ୍ତଭୟେ କରନ୍ତି ଦେବେ ତାହା ରଚିତ,ଆସିଲେ ଅରୁଣିମା ତାର ନୟନେ;ବିପଦଭୟ ବ୍ରହ୍ମା କରନ୍ତି ମନେ ଗୋ ! ୪୯ ।ରାବଣ ନାମ ଶୁଣି ପାରିଲି ଜାଣିପିନାକୀ ଚାପେ ଭାଙ୍ଗିଥିଲା ତା ଆଣି,ଭାବିଲି କି ସାହସ କରିଛି ଶ୍ୱାନ;କରିବା ପାଇଁ ଯଜ୍ଞ-ଅମୃତ ପାନ ଗୋ ! ୫୦ ।
୪୭ । ତ୍ରିଭୂବନ – ସ୍ୱର୍ଗ ମର୍ତ୍ତ୍ୟ ପାତାଳ, ବିକ୍ରମେ – ପରାକ୍ରମରେ, ସୁରପତି – ସ୍ୱର୍ଗର ରାଜା ଇନ୍ଦ୍ର, ସିନ୍ଧୁ – ସାଗର, ପରଖୀକୃତ ଗଡ଼ଖାଇ ପରି ।
୪୮ । ଦୁର୍ବିନୀତ – ଉଦ୍ଧତ, ନବର – ଉଆସ, ନଗର – ସହର, ନର – ମନୁଷ୍ୟ, କିନ୍ନର – ଦେବଯୋନି ବିଶେଷ, କୁବେରଙ୍କ ଅନୁଚର ଏବଂ ସଙ୍ଗୀତ ବିଦ୍ୟାରେ ନିପୁଣ, ଦୁରଧିଗମ୍ୟ – ଦୁର୍ଗମ ।
୫୦ । ପିନାକୀ ଚାପ – ଶିବ ଧନୁ, ଆଣି – ଗର୍ବ, ସୀତା ସ୍ୱୟମ୍ୱରରେ ରାବଣ ଶିବଧନୁ ଭାଙ୍ଗି ନ ପାରି ଅପଦସ୍ତ ହୋଇଥିଲା, ଶ୍ୱାନ – କୁକୁର ପରି ଛାର ।
ସତକୁ ସତ ଦିନେ ଆସି ଦୁର୍ମତିଅନଳ ତେଜେ ଉଭା ହେଲା ମୋ କତି,ପାପ-ବଚନେ ପାପ-ମାନସେ ପାପୀ;ବକିଲା କେତେ ଆତ୍ମଗରିମା ଜ୍ଞାପି ଗୋ ! ୫୧ ।ମୋ ଦୁଃଖ ଘନଘଟା ଲୋତକ ଧାରଚାହିଁ ଘୁଞ୍ଚିଲା କହି ଗର୍ବ-ଅନ୍ଧାର,ଚମକିଗଲା ମୋର ସେ ଘନଘଟା-ମଧ୍ୟେ ତା ଆଶା ଭୀମ ବିଦ୍ୟୁତ ଛଟା ଗୋ ! ୫୨ ।ସଖି, ମୁଁ ହେଲି ଯେଉଁ ଦିବସୁଁ ଜ୍ଞାତପାପୀ ଦାନବ ଛୁଇଁଅଛି ମୋ ହାତ,ଛୁଇଁଲା ସ୍ଥଳୁଁ ଉଠି ବ୍ୟାପି ଶରୀର;ଦୁଃସହ ଜ୍ୱାଳା କରେ ପ୍ରାଣ ଅସ୍ଥିର ଗୋ ! ୫୩ ।ମଣଇଁ ବିଷଦିଗ୍ଧ ଶରପଟଳ-ସଦୃଶ ଅପଘନ ଲୋମ ସକଳ,ବ୍ୟାଧ ବିହଗାହତ ହରିଣୀଗଣ;କି ଦୁଃଖ ଭୋଗୁଥିବେ ଭାବେ ମୋ ମନ ଗୋ ! ୫୪ ।ସହି ଯେ ଦୁର୍ବିସହ ଦୁଃଖ ମରମେମତିକି ଦୃଢ଼ କରିଥାଏ ଧରମେ,ଦୃଢ଼ ଭରସା ମୋର ଥାଏ କେବଳ;ଅବଳା ପାଇଁ ସଦା ଧରମବଳ ଗୋ ! ୫୫ ।ନ ଜାଣି ସିନା ଥରେ ରାକ୍ଷସଧାମେହସ୍ତ ବଢ଼ାଇ ଭିକ୍ଷା ଦେଲି ମୁଁ ଭ୍ରମେ,ଏବେ କରିବ ଯଦି ବଳ ପ୍ରକାଶ;ମାରିବି ଅବା ହେବି ତା ହସ୍ତେ ନାଶ ଗୋ ! ୫୬ ।୫୧ । ଜ୍ଞାପି – ଜଣାଇ ।୫୨ । ଭୀମ – ଭୟଙ୍କର ।୫୩ । ଦାନବ – ଅସୁର ।୫୪ । ଅପଘନ – ଶରୀର, ବିହଗ – ବାଣ, ବ୍ୟାଧ – ଶବର ।ଯଦ୍ୟପି ସତ୍ୟ ଅଛି ଜଗତେ ଧର୍ମଦେଖିବ ଜଗତ ମୋ ଅଦ୍ଭୁତ କର୍ମ,ପାପ-କାର୍ପାସ ହେଲେ ପର୍ବତ ସମ;ପୁଣ୍ୟାଗ୍ନି-କଣା ତାକୁ ଦହନେ କ୍ଷମ ଗୋ ! ୫୭ ।ଦେଖ ସଜନୀ, ହୋଇ ଧରମ ଋତମୋ ପ୍ରାଣେ ଢାଳିଦେଲା ଯେହ୍ନେ ଅମୃତ !କପିଏ ଦେଇ ମୋତେ କାନ୍ତ ସମ୍ବାଦ;ରାବଣ ସଙ୍ଗେ କରିଗଲା ବିବାଦ ଗୋ ! ୫୮ ।ଅଚିରେ ରଘୁମଣି ବାନର ବଳେସେତୁ ପ୍ରସ୍ତୁତ କରି ସାଗର-ଜଳେ,ଲଙ୍ଘି ତୁର୍ଲଂଘ୍ୟ ବାରି ଆକ୍ରମି ଲଙ୍କା;ରାକ୍ଷସପତି-ପ୍ରାଣେ ରୋପିଲେ ଶଙ୍କା ଗୋ ! ୫୯ ।ଦୁଷ୍କର ରଣ-ଯଜ୍ଞ କଲେ ଆରମ୍ଭକମ୍ପିଲା ଲଙ୍କା ଶୁଣି କପି-ଆରବ,ରାକ୍ଷସ-ବଂଶେ ଥିଲେ ଯେତେକ ବଳୀ;ସମସ୍ତ ଆସି ହେଲେ ସେ ଯଜ୍ଞେ ବଳି ଗୋ ! ୬୦ ।
୫୮ । ଋତ – ସତ୍ୟ, କପିଏ...ସମ୍ୱାଦ – ପବନ ସୁତ ରାମଚନ୍ଦ୍ରଙ୍କ ଦୂତ ହନୁମାନଙ୍କ ଲଙ୍କାରେ ସୀତାଙ୍କୁ ଠାବ କରି ଲଙ୍କାପୁର ଦହନ କରିଥିଲା ।
୫୯ । ବଳେ – ସେନାବାହିନୀ ସାହାଯ୍ୟରେ, ସେତୁ – ବନ୍ଧ, ଦୁର୍ଲଂଙ୍ଘ୍ୟ – ଯାହାକୁ ଅତିଶୟ କଷ୍ଟରେ ଅତିକ୍ରମ କରାଯାଏ, ରାକ୍ଷସପତି – ରାକ୍ଷସମାନଙ୍କର ରାଜା ରାବଣ ।
୬୦ । ଦୁଷ୍କର – ଅତି କଷ୍ଟସାଧ୍ୟ, ବଳୀ – ଯୋଦ୍ଧା, ବଳି – ହତ୍ୟା ହେଲେ ।ଧରମ-ପଥେ ଥିଲା କେବଳ ଜଣେରହିଲା ରଘୁପତି ପଦଶରଣେ,ଅଟଳ ଯୂପ ହେଲା ସେ ମହାଧ୍ୱରେ;ଅଭୟ ପୁଷ୍ପମାଳା ଧରି କଣ୍ଠରେ ଗୋ ! ୬୧ ।ଯେତିକି ବହିଥିଲା ମୋ' ନେତ୍ର ନୀରତା କୋଟି ଗୁଣ ହେଲା ରକ୍ଷ-ରୁଧିର,ରାବଣ ଭାସି ଶୋକସାଗରେ କ୍ରାସେ;ପଡ଼ିଲା ପ୍ରଭୁ-ବାଣ-କୁମ୍ଭୀର-ଗ୍ରାସେ ଗୋ ! ୬୨ ।ତା' ପରେ ରଘୁପତି ମୋତେ ଅଣାଇବୋଇଲେ ସ୍ନେହ ଶୂନ୍ୟ ନେତ୍ରେ ଅନାଇ,"କୁସଙ୍ଗୁ ବଳି ନାହିଁ ଜଗତେ ପାପ;କୁସଙ୍ଗୀ ସଙ୍ଗେ ମିଳେ ଘୋର ସନ୍ତାପ ଗୋ ! ୬୩ ।କାମାନ୍ଧ ଦାନବର ପାପ-ଭବନେଥିଲ, ସ୍ପରଶିଥିବ ପାପ ତୋ ମନେ,ନ ପାରେ କରି ତୋତେ ଆଉ ଗ୍ରହଣ;ଗ୍ରହଣ କଲେ ହେବ ଲୋକଗର୍ହଣ ଗୋ ! ୬୪ ।ଜଳଦ ଜଳ କଲେ ନୀଚେ ଗମନଆଉ କି ତାକୁ ରଖି ପାରଇ ଘନ ?ଅନଳ-ଶିଖା-ପରି ଅନଳେ ଦହି;ହେଲେ ସେ ଜଳ ଊର୍ଦ୍ଧ୍ୱେ ଘନେ ମିଶଇ ଗୋ ! ୬୫ ।୬୧ । ଯୂପ – ଯଜ୍ଞୀୟ ପଶୁବନ୍ଧନ ସ୍ତମ୍ଭ, ମହାଧ୍ୱର – ମହାଯଜ୍ଞ, ଧରମ ..ଜଣେ – ରାବଣର ଭ୍ରାତା ବିଭୀଷଣ ରାମଙ୍କ ଶରଣ ପଶିଥିଲେ ।୬୨ । ରକ୍ଷ ରୁଧିର – ରାକ୍ଷସମାନଙ୍କର ରକ୍ତ, ତ୍ରାସେ – ଭୟରେ ।୬୪ । ଲୋକ ଗର୍ହଣ – ଲୋକ ନିନ୍ଦା, ଅପବାଦ ।୬୫ । ଜଳଦ – ମେଘ ।ଭାବିଲି, ଥିଲି ସିନା ଧରି ଜୀବନସେବିବି ବୋଲି ପ୍ରଭୁ ପଦ୍ମଚରଣ,ନ ହେବି ଯଦି ପଦସ୍ପର୍ଶେ ଭୋଜନ;ଜୀବନେ ଆଉ ମୋର କି ପ୍ରଯୋଜନ ଗୋ ! ୬୬ ।ଦହିବି ଦେହ ଚାହିଁ ଚାହିଁ ଶ୍ରୀମୁଖଏଥୁଁ ଅଧିକ ମୋର କି ଅଛି ସୁଖ ?ଦଗ୍ଧ ହେଲେ ଦେହ, ଅବଶ୍ୟ ପ୍ରାଣପ୍ରଭୁ ଶ୍ରୀଅଙ୍ଗେ ଯାଇ ପାଇବ ସ୍ଥାନ ଗୋ ! ୬୭ ।ଧରମ-ବଳେ ଯେବେ ରହିବ ଦେହଲଭିବି ପ୍ରଭୁଙ୍କର ଦ୍ୱିଗୁଣ ସ୍ନେହ !ବୋଇଲି, 'ଜଳା ହେଉ ହବ୍ୟବାହନ;କରିବ ଦାସୀ ତହିଁ ଅବଗାହନ ହେ !' ୬୮ ।ଅକୁଣ୍ଠ ଆଜ୍ଞାବହ ସକୁଣ୍ଠ-ଚିତ୍ତେଲକ୍ଷ୍ମଣ ବହ୍ନି ଜାଳି ଦେଲେ ତ୍ୱରିତେ ।ଅନଳଶିଖାମାନ ବାତ କମ୍ପନେ;ଅତି ଚଞ୍ଚଳ ହେଲେ ନଭ ଲମ୍ଫନେ ଗୋ ! ୬୯ ।ସତୃଷ୍ଣ ଦୃଷ୍ଟି ଦେଇ ମୁଖ କମଳେଅନଳ ପାଶ ଯାଇ ହୃଦୟବଳେ,ବୋଇଲି, 'ରବି-ଶଶୀ-ବାୟୁ-ଗଗନ;ପାବକ ତୁମେ ଜାଣ ପ୍ରାଣୀଙ୍କ ମନ ହେ ! ୭୦ ।ରାଘବ ବିନା ଅନ୍ୟେ ଯଦି ମୋ ଚିତ୍ତପ୍ରେମେ ଆକୃଷ୍ଟ ହୋଇଥିବ କିଞ୍ଚିତ,ଅନଳ ପଟୁ ତୁମ୍ଭେ ସର୍ବ ଭକ୍ଷଣେ;ଦିଅ ହେ କରି ମୋତେ ଭସ୍ମ ଏକ୍ଷଣେ ! ୭୧ ।୬୮ । ହବ୍ୟ ବାହନ – ଅଗ୍ନି, ଅବଗାହନ – ସ୍ନାନ, ଅଗ୍ନିପ୍ରବେଶ ।୬୯ । ବାତ – ପବନ ।୭୦ । ସତୃଷ୍ଣ – ତୃଣାଯୁକ୍ତ, ପାବକ – ଅଗ୍ନି ।ହୋଇ ତ ଥିଲି ରକ୍ଷ-ନଗରେ ବନ୍ଦୀସେ ଯଦି ଥିବ ମୋତେ ପାତକେ ଛନ୍ଦି,କୋଟି ଜନମ କାନ୍ତ ପଦ-କମଳ;ଚାହିଁବି ନାହିଁ, ମୋତେ ଦହ ଅନଳ ହେ ! ୭୨ ।ପାତକୀ ପୂଣ୍ୟବନ୍ତ ତୁମ୍ଭେ ନ ଜାଣସ୍ୱଧର୍ମବଶେ ନିଅ ସଭିଙ୍କ ପ୍ରାଣ,ଧରମ ଚିର ସତ୍ୟ ଯଦି ଜଗତେ;ମୋ ଧର୍ମ ଅପବାଦୁଁ ରଖିବ ମତେ ହେ ! ୭୩ ।ହେ ଧର୍ମ ! ନିଜ ଗୁଣେ ରହ ମୋ ଅଙ୍ଗେନ ଡରି ଅନଳରେ ପଶ ମୋ ସଙ୍ଗେ,ଜୀବନେ ନ ପରିଲେ ମୋତେ ମରଣେ;ସେବିକା କରି ଦେବ ପ୍ରଭୁ ଚରଣେ ହେ ! ୭୪ ।ମୋ ତନୁ ଦଗ୍ଧ ହେଲେ ହେବ ତ ଖାରତାହାକୁ କରାଇବ ପାଦପେ ସାରସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ;କରାଇ ଦେବ ପ୍ରଭୁ ପାଦୁକା ମତେ ହେ !' ୭୫ ।ପ୍ରଭୁ ଶ୍ରୀମୁଖ ପୁନଃ ପୁନଃ ଅନାଇନିଃଶଙ୍କେ ଅନଳରେ ପଶିଲି ଯାଇଁ ।ଚାହିଁ କାନ୍ଦିଲେ ରଘୁମଣି ଲକ୍ଷ୍ମଣ;କାନ୍ଦଲେ ଘୋର ରବେ ସୈନିକଗଣ ଗୋ ! ୭୬ ।୭୧ । କିଞ୍ଚିତ – ଲବେ ମାତ୍ର, ପଟୁ – ଦକ୍ଷ ।୭୫ । ସାର – ଖତ, ବର୍ଦ୍ଧକୀ – ବଢ଼େଇ, ପାଦୁକା – ଖଡ଼ମ ।୭୬ । ନିଃଶଙ୍କେ – ଭୟଶୂନ୍ୟ ମନରେ;ଅସଂଖ୍ୟ ନେତ୍ରେ ହେଲା ଜଳ ପ୍ରବଳମଜ୍ଜାଇ ଦେଲା ମୋତେ କାରୁଣ୍ୟଜଳ,ଅନଳ ତହିଁ ବୋଧ ହେଲା ଶୀତଳ;ପୂରିଲା ହାହା ରବେ ନଭୋମଣ୍ଡଳ ଗୋ ! ୭୭ ।ମୋ ଅନୁକୁଳେ ହେଲା ଆକାଶ-ବାଣୀସତୀତ୍ୱ ମୋର ପ୍ରଭୁ ପାରିଲେ ଜାଣି,ଅନଳ ଧର୍ମ ବଶେ ହେଲା ନିର୍ବାଣ;ବଞ୍ଚିଲା ଧର୍ମ-ବଳେ ତହିଁ ମୋ ପ୍ରାଣ ଗୋ ! ୭୮ ।ଦଗ୍ଧ ହୋଇଗଲା ମୋ ଦୁଃଖରାଶିଭାଗ୍ୟେ ମୁଁ ହେଲି ପ୍ରଭୁପୟରେ ଦାସୀ,ଭାବିଲି; କଷ୍ଟେ ରଖିଥିବାରୁ ଜୀବ;ଲଭିଲି ସିନା ପ୍ରଭୁ-ପଦ ରାଜୀବ ଗୋ ! ୭୯ ।ବସାଇ ମୋତେ ପ୍ରଭୁ ସ୍ୟନ୍ଦନବରେଘେନି ବାନର ରକ୍ଷଦଳ ସଙ୍ଗରେ,ବାହୁଡ଼ା-ବିଜେ କଲେ ଅଯୋଧ୍ୟା ମୁଖେ;ଗଗନ-ପଥେ ଜୟ-ଉଲ୍ଲାସ-ସୁଖେ ଗୋ ! ୮୦ ।ହୋଇ ବିରହ-ମରୁ-ପ୍ରଦେଶ ପାରପାଇଲି ଶୁଷ୍କ ପ୍ରାଣେ ପ୍ରେମକୂପାର,ଅପୂର୍ବ ସୁଖ ପ୍ରାଣେ ହେଲା ଉଦୟ;ମଣିଲି ଜଗତକୁ ଆନନ୍ଦମୟ ଗୋ ! ୮୧ ।୭୬ । କାରୁଣ୍ୟ – ବିଳାପ ।୭୮ । ନିର୍ବାଣ – ଲିଭିଗଲା ।୭୯ । ରାଜୀବ – ପଦ୍ମ ।୮୦ । ସ୍ୟନ୍ଦନର – ବିମାନଶ୍ରେଷ୍ଠ, ରକ୍ଷଦଳ – ରାକ୍ଷସ ଦଳ, ଉଳ୍ଲାସ – ଆନନ୍ଦ ।୮୧ । ପ୍ରେମାକୁପାର – ପ୍ରେମ ରୂପକ ସମୁଦ୍ର, ଉଦୟ – ଜାତ ।ଯଦ୍ୟପି ଦୁଃଖ ଥାଏ ନିଜ ଜୀବନେସୁଖ ନ ଦିଏ ଦେଖା ବିଶ୍ୱଭୁବନେ,ନିଜ ଜୀବନେ ହେଲେ ସୁଖ ଆଗତ;ସୁଖରେ ପରିପୂର୍ଣ୍ଣ ଦିଶେ ଜଗତ ଗୋ ! ୮୨ ।ଯେ ରଥେ ପଡ଼ିଥିଲି ବିପଦ-କୂପେ,ଚଢ଼ିଲି ସେହି ରଥେ ସମ୍ପଦ ପ୍ତୂପେ,ଯା' ଚାହିଁ ଚାହିଁ କରିଥିଲି କ୍ରନ୍ଦନ;ତା' ଚାହିଁ ଚାହିଁ ହେଲା ମୁଦ ବର୍ଦ୍ଧନ ଗୋ ! ୮୩ ।ରତ୍ନଦୀପିତ ରଥ ତା ଚିତ୍ରଗତିଉପରେ ମେଘ ତଳେ ସରିତପତି,ସରିତ ଧରାଧର ଧରଣୀରୁହ;ହେଲେ ମୋ ନୟନର ପୀରତିବ୍ୟୂହ ଗୋ ! ୮୪ ।ପୂର୍ବ ନିବାସ ବନସ୍ଥଳ ସକଳବିହାର-କୁଞ୍ଜପୁଞ୍ଜ ରମ୍ୟ ଅଚଳ,ଧୂମ-ଜଟିଳ ଋଷି-ଆଶ୍ରମମାନ;ଚିତ୍ତକୁ ମୋର କରୁଥିଲେ ଆହ୍ୱାନ ଗୋ ! ୮୫ ।ବ୍ୟସ୍ତକୁନ୍ତଳା ମୁନିକୁମାରୀଗଣରଥ-ନିର୍ଘୋଷ ଦୁରୁଁ କରି ଶ୍ରବଣ,ଚକିତେ ଚାହିଁଥାନ୍ତି ଊର୍ଦ୍ଧ୍ୱ ବଦନେ;ଜନ୍ମାଇ ପୂର୍ବ-ସୁଖ-ସ୍ମୃତି ମୋ ମନେ ଗୋ ! ୮୬ ।୮୩ । ମୁଦ – ଆନନ୍ଦ ।୮୪ । ଧରାଧର – ପର୍ବତ, ସରିତ ପତି – ଶ୍ରେଷ୍ଠ ନଦୀ, ଧରଣୀରୁହ – ବୃକ୍ଷ ।୮୫ । ଅଚଳ – ପର୍ବତ, ଧୂମ ଜଟିଳ – ଯଜ୍ଞହେତୁ ମୁନି ଆଶ୍ରମ ଧୂଆଁରେ ଶୋଭାଯୁକ୍ତ ।ପବିତ୍ର ସ୍ନେହ ତାଙ୍କ ସମୁଦାଦରମୃତୁ ମଧୁର କଥା-ଲସିତାଧର,ମମତାମୟ ଶାନ୍ତ ସରଳ ଦୃଷ୍ଟି;କଲେ ମୋ ସ୍ମୃତିକ୍ଷେତ୍ରେ ପୀୟୁଷ ବୃଷ୍ଟି ଗୋ ! ୮୭ ।କ୍ରମଶଃ କୁମାରୀଙ୍କ ନାମ ସକଳକମଳରୂପେ ଫୁଟି ହେଲେ ବିମଳ,ଘୋର-ବିରହ-ନିଶା-ତମ-ଶେଷରେ;ସୁଖ-ଦିବସ-ମୁଖେ, ମୋ ମନ ସରେ ଗୋ ! ୮୮ ।ତାଙ୍କ ବିଗତ ଭାବ ସୌରଭରାଶିଆମୋଦେ ପ୍ରାଣକୁ ମୋ ଦେଲେ ଉଲ୍ଲାସି,ବନଦର୍ଶନେ ମଲ ନୋହୁଁଣୁ ତୃପ୍ତଆଗକୁ ରଥବର ଚାଲିଲା ଦ୍ରୁତ ଗୋ ! ୮୯ ।ନିସର୍ଗଶୋଭାଳୟ ସୁରମ୍ୟ ବନବର୍ଜନ ନ ପାରିଲା କରି ମୋ ମନ,ସେ ମନ ଥିଲା ପୁଣି ନଭେ ସ୍ୟନ୍ଦନେ;ଲାଗିଲା ତେଣେ ପୁରେ ଶ୍ୱଶ୍ରୂଚରଣେ ଗୋ ! ୯୦ ।ଶ୍ୟମସୁନ୍ଦର-କାନ୍ତି କାନ୍ତକୁ ସଙ୍ଗେଘେନି ଖେଳନ୍ତେ ସ୍ଥଳକ୍ରୟ ସୁରଙ୍ଗେ,ମନ ମୋ ହେଲା ଅର୍ଦ୍ଧମଣ୍ଡଳାକାରନବ ନୀରଦେ ଶକ୍ରଚାପ ପ୍ରକାର ଗୋ ! ୯୧ ।୮୭ । ଲସିତାଧର – ଉଲ୍ଲସିତ ଅଧର, ପୀୟୁଷ – ଅମୃତ ।୯୦ । ନିସର୍ଗ – ସ୍ୱର୍ଗୀୟ, ବର୍ଜନ – ତ୍ୟାଗ, ନଭେ – ଆକାଶରେ ।
୯୧ । କାନ୍ତ – ସ୍ୱାମୀ, ସ୍ଥଳତ୍ରୟ – ବନ, ଅଯୋଧ୍ୟା, ଆକାଶ; ସୁରଙ୍ଗେ- ଅତ୍ୟନ୍ତ କୌତୁକରେ ନବନୀରଦେ – ନୂଆ କଳାହାଣ୍ଡିଆ ମେଘରେ, ଶକ୍ରଚାପ – ଇନ୍ଦ୍ରଧନୁ ।
ପ୍ରାଣ-ପ୍ରତିମ ପୁତ୍ର ବନ-ପ୍ରୟାତହେଲାରୁ ଶ୍ୱଶୁର ମୋ ଅଯୋଧ୍ୟା-ନାଥ,ନିର୍ବାଣ କରି ଦୁଃଖେ ଜୀବନ-ଦୀପ;ଗୀର୍ବାଣପୁର ଗଲେ ଶକ୍ର ସମୀପ ଗୋ ! ୯୨ ।ଭରତ ରାଜ୍ୟ ରାଜ-ବିହୀନ ଚାହିଁବନେ ଅଇଲେ ସ୍ୱାମୀ ସମୀପ ଧାଇଁ,କହିଲେ ଦୁଃଖେ ଯୁକ୍ତ କରପୁଟରେ;ସେକାଳେ ଥିଲୁ ଆମ୍ଭେ ଚିତ୍ରକୂଟରେ ଗୋ ! ୯୩ ।ବହୁ ବିନୟ କରି କହିଲେ ବୀରସ୍ୱାମୀଙ୍କୁ ସ୍ୱାମୀ ହେବା ପାଇଁ ମହୀର,ପ୍ରଗାଢ଼ତର କରି ପିତୃଭକତି;ରାଘବ କଲେ ନାହିଁ ତହିଁ ସମ୍ମତି ଗୋ ! ୯୪ ।ବୋଇଲେ, ଯେଉଁ ସତ୍ୟ ନ କଲେ ଭଙ୍ଗତେଜିଲେ ପଛେ ପିତା ସ୍ୱକୀୟ ଅଙ୍ଗ,ପିତୃପାଳିତ ଧର୍ମ-ବିହଙ୍ଗୀ-ବେକ;କେମନ୍ତେ ମୋଡ଼ିଦେବି ତେଜି ବିବେକ ହେ ! ୯୫ ।ଭରତ କାନ୍ଦି କାନ୍ଦି ପଡ଼ି ଚରଣେବୋଇଲେ, 'ରଖ ମୋତେ ପଦଚାରଣେ,ଅବନୀ ତେଜି ଅସ୍ତ-ନଗେ ଭାସ୍କର;ଗଲେ କି ତାଙ୍କୁ ଛାଡ଼ି ପାରଇ କର ହେ ! ୯୬ ।୯୨ । ନିର୍ବାଣ – ମୃତ୍ୟୁ, ଗୀର୍ବାଣପୁର – ସ୍ୱର୍ଗପୁର, ଶକ୍ର – ଇନ୍ଦ୍ର ।୯୪ । ସ୍ୱାମୀଙ୍କୁ – ରାମଚନ୍ଦ୍ରଙ୍କୁ, ସ୍ୱାମୀ – ରାଜା, ମହୀ ପୃଥିବୀ ।୯୬ । ଅସ୍ତ ନଗେ – ଅସ୍ତପର୍ବତରେ, ଭାସ୍କର – ସୂର୍ଯ୍ୟ, କର – କିରଣ ।ପ୍ରଭୁ ବୋଇଲେ, 'ରାତ୍ରେ ଅବନୀଦୁଃଖଖଣ୍ଡନ କରିଥାନ୍ତି ଶୀତମୟୁଖ ।'ଭରତ ବିନୟରେ ଦେଲେ ଉତ୍ତର;'ଶଶାଙ୍କ ପାଇଥାନ୍ତି ଭାସ୍କର-କର ହେ ! ୯୭ ।ରତ୍ନପାଦୁକା ଘେନି ମୋ ଶିରଦେଶବହିପାରିବ ମହୀ ଯେସନେ ଶେଷ,ମସ୍ତକେ ଶୋଭୁଥିଲେ ପାଦୁକାମଣି;ଅରାତିକୁଳ ମୋତେ ମଣିବେ ଫଣୀ ହେ !' ୯୮ ।ପାଦୁକା ଦେଲେ ପ୍ରଭୁ ଭରତ କରେଘେନିଲେ ବୀର ତାହା ସ୍ୱମସ୍ତକରେ,ବାହୁଡ଼ି ବୀରମଣି ସାଶ୍ରୁ ଲୋଚନେ;ଲାଗିଲେ ରାଜଲକ୍ଷ୍ମୀ-ଦୁଃଖ-ମୋଚନେ ଗୋ ! ୯୯ ।ଚଉଦ ବର୍ଷ ଶେଷେ ଆମ୍ଭର ପଥଅନାଉଥିଲେ ତହିଁ ଲାଗିଲା ରଥ,ଶାଶୁମାନଙ୍କ ପଦଧୂଳି ଗ୍ରହଣ-କଲି ମୁଁ ରଥୁଁ କରି ଅବରୋହଣ ଗୋ ! ୧୦୦ ।ସାନୁଜ ସପତ୍ନୀକ ପ୍ରଭୁଙ୍କୁ ଚାହିଁଭରତ ମୁଦ-ନଦେ ମନ ମଜ୍ଜାଇ,ପାଦୁକା ପ୍ରତ୍ୟର୍ପଣ କରି ପୟରେ;ପ୍ରଭୁଙ୍କୁ ପୂଜା କଲେ ଛତ୍ର ଚାମରେ ଗୋ ! ୧୦୧ ।୯୭ । ଶୀତମୟୁଖ – ଚନ୍ଦ୍ର, ଶେଷ – ବାସୁକୀ ।୯୮ । ଅରାତିକୁଳ – ଶତ୍ରୁକୁଳ, ଫଣୀ – ସର୍ପପରି ଭୟଙ୍କର ।୧୦୦ । ଅବରୋହଣ – ଓହ୍ଲାଇ ।୧୦୧ । ସପତ୍ନୀକ – ସାବତ ମାଆର ପୁଅ, ସାନୁଜ – ସାନ ଭାଇ, ପ୍ରତ୍ୟର୍ପଣ – ଫେରାଇ ଦେଲେ ।ମୋ କାନ୍ତ ରାଜା ହେଲେ, ମୁଁ ହେଲି ରାଣୀସେବିଲି ପଦ ପ୍ରଭୁ-ମାନସ ଜାଣି,ମୋ' ମନେ ଯେବେ ଯାହା ହୁଏ ଉଦିତ;ସତ୍ୱରେ ହୁଏ ତାହା ସୁସମ୍ପାଦିତ ଗୋ ! ୧୦୨ ।ରାଜ-ଦମ୍ପତି ବସି ପ୍ରୀତି-ନାବରେବିହାର କରୁଥିଲୁଁ ସୁଖ-ସାଗରେ,ସମ୍ପଦ-ତରଙ୍ଗରେ ବହୁ ବତ୍ସର;ମଜ୍ଜାଇଦେଲୁଁ ହୋଇ କୌତୁକପର ଗୋ ! ୧୦୩ ।କେ ଜାଣିଥିଲା ମୋର ଲଲାଟେ ବିହିଅସୀମ ଦୁଃଖ-ଲିପି ରଖିଛି ଲିହି,ବିପଦରୂପୀ ଘୋର ବଡ଼ବାନଳ;ଉପୁଜି ଧ୍ୱଂସ କରି ଦେବ ସକଳ ଗୋ ! ୧୦୪ ।ଦିବସ-ଶୋଭା-ଶେଷେ-ରଞ୍ଜିତ ନଭପରାଏ ଭାଗ୍ୟ ଶେଷେ ହେଲା ମୋ ଗର୍ଭ,ଦୋହଦ ପୂରଣେ ମୋ ହେଲେ ତତ୍ପର;ପ୍ରାଣେଶ ସ୍ନେହଭରେ ଅଧିକତର ଗୋ ! ୧୦୫ ।ବିପିନ ବାନ୍ଧବୀଙ୍କ ସଙ୍ଗେ ବିପିନେକ୍ରୀଡ଼ନ୍ତି ବୋଲି କାନ୍ତେ କହିଲି ଦିନେ,ସେହି ରଜନୀ ସହି, ନୋହୁ ପ୍ରଭାତ;ଲକ୍ଷ୍ମଣ ସଙ୍ଗେ ମୋତେ ପେଷିଲେ ନାଥ ଗୋ ! ୧୦୬ ।ଲକ୍ଷ୍ମଣ ଆଣି ମତେ ଜାହ୍ନବୀ-ତୀରେନାବୁଁ ଓହ୍ଲାଇ ଯାହା କହିଲେ ଧୀରେ-କହି ନିରୁଦ୍ଧ ହେଲା ସତୀଙ୍କ କଣ୍ଠ;କାନ୍ଦିଲେ ଚାହିଁ ଆଗେ ଭୀଷଣ କଷ୍ଟ ଯେ ! ୧୦୭ ।୧୦୪ । ଲଲାଟେ – ଭାଗ୍ୟରେ, ଲିହି – ନିର୍ଦ୍ଦିଷ୍ଟ କରିଅଛି, ବଡ଼ବାନଳ – ସମୁଦ୍ର ଗର୍ଭର ଅଗ୍ନି ।୧୦୫ । ଦୋହଦ – ଗର୍ଭବତୀର ଅଭିଳାଷ ।ଭାସିଲେ ଅନଗଳ ଲୋତକ-ଝରେଧଇଲେ ମୁନିସୁତା ତାଙ୍କୁ ସତ୍ୱରେ,କାନ୍ଦିଲେ ନଜେ ମୁଖେ ମୁଖ ଲଗାଇ;ଶୁଣି ତାପସୀମାନେ ଆସଲେ ଧାଇଁ ଯେ ! ୧୦୮ ।ବେନଙ୍କି ଘେନି ବେଗେ କୁଟୀରେ ଯାଇକହିଲେ ନାନା କଥା ଚିତ୍ତ ରଞ୍ଜାଇ,ପାଦପେ ଜଳଦାନ ପୁଷ୍ପଚୟନ-ପ୍ରଭୁତି କଥା ନେଇ କଲେ ଶୟନ ଯେ ! ୧୦୯ ।୧୦୭ । ନିରଦ୍ଧ – ଆବଦ୍ଧ ।୧୦୮ । ଅନର୍ଗଳ – ଅନବରତ ।