ତୃତୀୟ ସର୍ଗ — ତପସ୍ୱିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ସର୍ଗ
(ରାଗ: ବଙ୍ଗଳାଶ୍ରୀ)ଭାଗୀରଥୀ-କୂଳେ ଲକ୍ଷ୍ମଣ ଯେ କାଳେବୈଦେହୀ ବିସର୍ଜି ଗଲେ,ବ୍ୟାପିଥିଲା ଖରା ସସାଗରା ଧରାନିର୍ମଳ ଅମ୍ବର ତଳେ । ୧ ।ରାଘବ-ବଧୂର ନିର୍ଯାତନ ସୁର-ପୁରକୁ ଦିଶିଲେ ଲଜ୍ଜାହେବ ବୋଲି ଦିବା- ନାଥଙ୍କ ସେ କିବାଶୁଭ୍ର ଯବନିକା-ସଜ୍ଜା । ୨ ।ଜାଣିସେ ରହସ୍ୟ କରିବାକୁ ଦୃଶ୍ୟଭାସ୍କର-ବଂଶର ଦୋଷ,ଅଚିରେ ଅବନୀ ପୃଷ୍ଠୁ ସେ ଯବନୀଉଠାଇ ଦେଲା ପ୍ରଦୋଷ । ୩ ।ବିହଙ୍ଗମଗଣ ଡାକନ୍ତେ ଗଗନ-ପ୍ରାଙ୍ଗଣେ ତାରକାକୁଳ,ଏକ ପଛେ ଏକ ତା ପଛେ ଅନେକଆସି ହୋଇଗଲେ ଠୁଳ । ୪ ।୧ । ଭଗୀରଥୀ – ଗଙ୍ଗା, ଅମ୍ୱର – ଆକାଶ ।୨ । ରାଘବ – ବଧୂ-ସୀତା, ସୁରପୁର – ଇନ୍ଦ୍ରଙ୍କ ରାଜ୍ୟ, ସ୍ୱର୍ଗ ଭୁବନ । ନିର୍ଯ୍ୟାତନ – ଦୁଃଖ, ପୀଡ଼ା, ଯବନିକା – ପର୍ଦ୍ଦା ।୩ । ଯବନୀ – ପରଦା, ପ୍ରଦୋଷ – ସନ୍ଧ୍ୟା,ଦେଖିଲେ ବିଜନେ ପ୍ରଶସ୍ତ ପ୍ରାଙ୍ଗଣେରାମଚନ୍ଦ୍ର ରବି-ବଂଶୀ,ବିଷଣ୍ଣ-ବଦନେ ସଜଳ-ନୟନେଏକାକୀ ଅଛନ୍ତି ବସି । ୫ ।ଭାବୁଥିଲେ ରାଜ- ଅଧିକାର ବ୍ୟାଜଅଟେ ମହାଦାସତ୍ୱର,ଏହି ଉଚ୍ଚ ପଦେ ପ୍ରକୃତିର ପଦେଖଟିବା ହୁଏ ମାତର । ୬ ।ମିଥ୍ୟା କଥା ଯେବେ ପ୍ରଜାଏ କହିବେମେଳ ହୋଇ ଶତ ଶତ,ମିଥ୍ୟା ଜାଣି ଜାଣି ତାଙ୍କୁ ମାନି ମାନିବୋଲାଯାଏ ସତ ସତ । ୭ ।ପ୍ରକୃତିର ଶାନ୍ତି- ଯଜ୍ଞରେ ନୃପତି-ସୁଖଟି ସ୍ୱଭାବେ ବଳି,ଦୃଢ଼ ଧର୍ମ-ଦାମେ ବଦ୍ଧ ନିଜ କାମେପାଦେ ନ ପାରଇ ଚଳି । ୮ ।ଅଭିଷେକ ଯାହା କରିଥାନ୍ତି ତାହାପ୍ରୋକ୍ଷଣ ମାତର ସିନା,ଚାମର ଢାଳିବା ଅନ୍ୟ କି ବୋଲିବାମକ୍ଷିକା ତଡ଼ିବା ବିନା ? ୯ ।ସୁଖେ ନଇରାଶ୍ୟ ନ ଥିବ ଅବଶ୍ୟଦେବତା ହୃଦୟେ ସୁଦ୍ଧା,ସେ ହେତୁ ମହତୀ ଦେବତା ନୃପତିସେବଇ କୀରତି-ସୁଧା । ୧୦ ।୬ । ବ୍ୟାଜ – ଛଳ ।୮ । ଦାମ – ଦଉଡ଼ି ।୯ । ପ୍ରୋକ୍ଷଣ – ଶୁଦ୍ଧି ନିମିତ୍ତ ଜଳସେଚନ, ଚାମର – ଚଅଁର ।ପ୍ରଜା ରକ୍ତ ଜଳ- କଣିକା ପଟଳସିନା ଉଚ୍ଚାସନ ପାଇ,
ଜଳଧର ରୂପ ହୋଇଥାଏ ନୃପ
ପରଜାଙ୍କ ହିତ ପାଇଁ । ୧୧ ।
ଭୂମିଜଳେ ବଜ୍ର ନ ଥାଏ, ସହଜ
ମାତ୍ର ତାହା ଜଳଧରେ,
ପ୍ରଜା-କର-ଦଣ୍ଡ ନ ହୁଁ ପ୍ରଚଣ୍ଡ
ପ୍ରଚଣ଼୍ଡ ନୃପତି କରେ । ୧୨ ।
ହୃଦ ପଛେ ଜ୍ୱଳେ ବିଦ୍ୟୁତ-ଅନଳେ
ଜଳାଦାନେ ଘନ ବାଧ୍ୟ,
ସୁଖ ତେଜି ରାଜା ତୋଷିବ-ପରଜା
ତେବେ ତ ପରମାରାଧ୍ୟ । ୧୩ ।
ସ୍ୱର୍ଗନିଶ୍ରେଣୀର ସମୁନ୍ନତ ଶିର
ରାଜପଦ ଭୂମଣ୍ଡଳେ,
ହେଲେ ଲକ୍ଷ୍ୟଭ୍ରଷ୍ଟ, ପଡ଼ି ହୁଏ ନଷ୍ଟ
ନୃପତି ଗଭୀର ତଳେ । ୧୪ ।
ମାୟାକର ପରି ଦଣ୍ଡଗୋଟି ଧରି
ସମ ଦୃଷ୍ଟି ସମ ଭାବେ,
ରାଜତ୍ୱ ରଜ୍ଜୁରେ ବିଳସି ଋଜ୍ଜୁରେ
ନିଜ ଜୀବନ ନ ଭାବେ । ୧୫ ।
ଯଦି ବାଜୀକର ରଜ୍ଜୁରେ ପୟର
ଦେଲାରୁ ନ ଯିବ ଚାଳି,
ତାଳି ମାରି ଥୋକେ ହସିଦେବେ ଲୋକ
ବାଦ୍ୟକାର ଦେବ ଗାଳି । ୧୬ ।
୧୧ । ଜଳଧର – ମେଘ ।
୧୩ । ଘନ – ମେଘ ।
୧୪ । ଭୂମଣ୍ଡଳ – ପୃଥିବୀ ।
୧୫ । ଋଜୁ – ସରଳ, ବିଳସି – କ୍ରୀଡ଼ାକରି ।
ପ୍ରିୟା ମଇଥିଳୀ- ବିରହେ ଶିଥିଳୀ
କୃତ କରି ପ୍ରାଣ ଯେବେ,
ନ କରିବ କାର୍ଯ୍ୟ ମାନବ-ସମାଜ
ଆହୁରି ଗଞ୍ଜିବେ ତେବେ । ୧୭ ।
ବୋଲିବ ସଂସାର ରାମ କୁଳାଙ୍ଗାର
ଜନ୍ମ ଲଭି ରଘୁବଂଶେ,
ବିଚାର କୃପଣ ହୋଇ ରାଜପଣ
ତ୍ୟାଗ କଲା ବଧୂବଶେ । ୧୮ ।
ବାନପ୍ରସ୍ଥାଶ୍ରମ ହେଲେ ହେଁ ଉତ୍ତମ
ସମୟ ମୋ ହୋଇ ନାହିଁ,
ମୋ କାର୍ଯେ ଭରତ ହେବାକୁ ନିରତ
ସମ୍ମତ ବା ହେବ କାହିଁ । ୧୯ ।
ଅଙ୍କତ୍ରବ୍ୟେ ପ୍ରୀତି ହ୍ରାସ ନିତି ନିତି
ଦେଖି ଦେଖି ପୁନଃ ପୁନଃ,
ହେଲେ ଶୂନ୍ୟ ଅଙ୍କ ଶୂନ୍ୟ ଯୋଗେ ଅଙ୍କ
ପରି ହୃଦପ୍ରୀତି ଗୁଣ । ୨୦ ।
ସ୍ଥୂଳ କଳେବର ନୁହଇ ଅମର,
ଅମର କେବଳ ମନ,
ମନେ ଯେବେ ସଙ୍ଗ ହୋଇ ନାହିଁ ଭଙ୍ଗ
ସେହି ସୁଖ ସୁଖେ ଗଣ୍ୟ । ୨୧ ।
୧୬ । ବାଜୀକର – ଐନ୍ଦ୍ରଜାଲିକ, କେଳା ।
୧୭ । ଗଞ୍ଜିବେ – ନିନ୍ଦା କରିବେ, ପୀଡ଼ା ଦେବେ ।
୧୯ । ବାନପ୍ରସ୍ଥାଶ୍ରମ – ପରିଣତ ବୟସରେ ସଂସାର ଜଞ୍ଜାଳରୁ ମୁକ୍ତ ହୋଇ ବନବାସ କରିବା । ନିରତ – ନିଯୁକ୍ତ ।
କେ ରହିଛି ଭବେ ବାସ୍ତବ ବିଭବେ
ସୁବର୍ଣ୍ଣ ମୁକୁଟ ବାନ୍ଧି ?
ଯଶ ଅପଯଶ ନୋହି କାଳବଶ
ହୁଅନ୍ତି ତା ପ୍ରତିବାଦୀ । ୨୨ ।
ସ୍ୱରଗ-ନରକ- ଗତି-ନିର୍ଦ୍ଧାରକ
ସ୍ୱଭାବେ ଜଗତ-ଜନ,
ଏଡ଼ି ଜନରବ ଅନିତ୍ୟ ବାସ୍ତବ
ସୁଖ ଲୋଡ଼େ ନୀଚ ମନ । ୨୩ ।
ନାହିଁ ସିନା ଘରେ ହୃଦ-ପ୍ରେମ-ସରେ
ମୋ ପ୍ରିୟା-କମଳ-କଳି,
ପଡ଼ିଅଛି ଫୁଟି, ମକରନ୍ଦ ଲୁଟି
କରୁଅଛି ମନ-ଅଳି । ୨୪ ।
ନୟନ-ଯୁଗଳ କାହିଁକି ବିକଳ
ହୋଇ ଛାଡ଼ୁଅଛି ଜଳ,
ଶୁଖିଗଲେ ସର କମଳିନୀ ମୋର
ହୋଇଯିବ ଟଳଟଳ । ୨୫ ।
ବକ୍ଷ ତୁ ପଥର- ବନ୍ଧ ହୋଇ କର
ରୁଦ୍ଧ ନେତ୍ର-ଜଳ-ନାଳୀ,
ନାସିକା-ପବନ ନ ବହିବୁ ଘନ
କମ୍ପିବ-ପ୍ରାଣ-ସଙ୍ଖାଳି । ୨୬ ।
ଲକ୍ଷ୍ମଣ ଆସିବ ସମସ୍ତ ଭାଷିବ
ଜୀବନ-ସଙ୍ଗିନୀ କଥା,
ଶ୍ରବଣ ଯୁଗଳ ନ ହୁଅ ଚଞ୍ଚଳ
ଶୁଣିବ ମୁଞ୍ଚିବ ବ୍ୟଥା । ୨୭ ।
୨୨ । ଭବେ – ସଂସାରରେ, ବିଭବ – ଐଶ୍ଚର୍ଯ୍ୟ, ପ୍ରତିବାଦୀ – ବିବାଦୀ ।
୨୩ । ଜନରବ – ଗୁଜବ, ଲୋକ ପ୍ରବାଦ ।
୨୪ । ମକରନ୍ଦ – ପଦ୍ମମଧୁ, ମନ ଅଳି – ମନ ରୂପକ ଭ୍ରମର ।
ରେ ସନ୍ତପ୍ତ ଚର୍ମ ! ନାଶିବ ତୋ ଘର୍ମ
ସମୀର ଆସୁଛି ବହି,
ସନ୍ତାପ ନାଶିନୀ ସରେଜ ଯାମିନୀ
ଶ୍ରୀଅଙ୍ଗ-ସୌରଭ ବହି । ୨୮ ।
ଆଉ ଏକ କଥା କହୁଛି, ଏକତା
ବାନ୍ଧି ତୁମ୍ଭେ ମନ ସଙ୍ଗେ,
ଚାଲ ହୃଦସରେ ଅନନ୍ତ ବାସରେ
ବିଳସିବ ରଙ୍ଗରସେ । ୨୯ ।
ମୋ ପ୍ରାଣ-ସଙ୍ଗିନୀ ନବ କମଳିନୀ
ଫୁଟି ରହିଅଛି ତହିଁ,
ସ୍ମରଣ-ଭାସ୍କର ଚିର ତେଜସ୍କର
ଅସ୍ତ ତାର ନାହିଁ ଯହିଁ । ୩୦ ।
ମୋ ବୋଲେ ରସନା ତୁ ତହିଁ ରସ ନା,
ଖାଇଛୁ ପରଜା ବିତ୍ତ;
ଯା ଧନେ ପାଳିତ- ତା ନାମେ ଚାଳିତ
ହେବାରେ ନୁହ ଭାବିତ । ୩୧ ।
ଲୋକେ ଲୋକହିତ- ସାଧନ ବିହିତ
ବୋଲି ସିନା ଅଛି ପ୍ରାଣ,
ନ ହେଲେ କି ପବି- ଦ୍ରବ କରି ହବି
ପ୍ରାୟେ କରିଥାନ୍ତା ପାନ । ୩୨ ।
ପିଞ୍ଜରୁ ବାହାରି ଯିବେ ଶୁକ ସାରୀ,
ଛାଡ଼ିଦେବି ରାତି ପାହୁ,
ତୋତେ ଉତ୍ତେଜିତ କରିବା ନିମିତ୍ତ
ନ ବୋଲିବେ "ସୀତା" ଆଉ । ୩୩ ।
୨୭ । ଶ୍ରବଣ – କାନ, ମୁଞ୍ଚିବ – ଦୂର ହେବ ।
୨୮ । ଘର୍ମ – ଝାଳ, ସମୀର – ପବନ, ସନ୍ତାପ – ଦୁଃଖ, ସରୋଜ – ପଦ୍ମ ।
୩୨ । ପବି – ବଜ୍ର, ହବି – ଘତ, ଦ୍ରବ – ତରଳ ।
ହରିଣ-ଶାବକ ଯିବ ସେ ଯାବକ-
ରଞ୍ଜିତ ଚରଣା ପାଶ,
ଅଲକ୍ତକ ଧାର ଅଟେ ତା ଗଳାର
ରଙ୍ଗ ପାଟ-ଡୋରି-ଫାଶ । ୩୪ ।
ମୟୂର-ଯୁଗଳ ରାବି ଅନର୍ଗଳ
କାହିଁକି ରହିବେ ଆଉ,
ଉଚ୍ଚାରିବା ସ୍ୱନ କା' ଅନୁକରଣ
କରି, ଭୀମରାଜ ଯାଉ । ୩୫ ।
ସଙ୍ଗୀତ-ପ୍ରବୀଣା କଣ୍ଠ ସଙ୍ଗ ବିନା
ପାଇବ ନାହିଁ ଗୌରବ ?
ବୀଣା ତାହା ଜାଣି ଭାଗ୍ୟ-ଦୋଷ ମାନି
ରହିବ ହୋଇ ନୀରବ । ୩୬ ।
ତହୁଁ ରାମ କ୍ଷଣେ ମୁଦ୍ରିତ ଈକ୍ଷଣେ
ଚିନ୍ତାଚଳ-ଚୂଳେ ଚଢ଼ି,
ଦେଖିଲେ କାଳର ସ୍ରୋତ ଭୟଙ୍କର
ବେଗେ ଯାଉଅଛି ଗଡ଼ି । ୩୭ ।
ଚରାଚର ସର୍ବେ ତା ଗଭୀର ଗର୍ଭେ
ଉଇଁ ହେଉଛନ୍ତି ଲୀନ,
ବୁଦବୁଦ ପରାଏ କେହି କ୍ଷଣେ ଥାଏ
କେବା ରହେ କିଛି ଦିନ । ୩୮ ।
କୀରତି-ଶଇଳ ସେ ଘୋର ସଲିଳ-
ସ୍ରୋତ ମଧ୍ୟେ ଟେକି ଶିର,
୩୪ । ଯାବକ – ଅଳତା, ଅଲକ୍ତକ – ଅଳତା ।
୩୫ । ଭୀମରାଜ – କୃଷ୍ଣବର୍ଣ୍ଣ ପକ୍ଷୀ ବିଶେଷ ।
୩୮ । ବୁଦ୍ବୁଦ୍ - ପାଣି ଫୋଟକା ।
ନ ଗଣି ଆପଦ ଚୁମ୍ବି ବିଷ୍ଣୁପଦ
ରହିଅଛି ହୋଇ ସ୍ଥିର । ୩୯ ।
ଶୈଳ-ସାନୁଦେଶେ ଜ୍ୟୋତିର୍ମୟ ବେଶେ
ପତି ସଙ୍ଗେ ସତୀଗଣ,
ହୋଇ ଯୁଗ ଯୁଗ ସୁଖେ ଯୁଗ ଯୁଗ
କରୁଛନ୍ତି ବିଚରଣ । ୪୦ ।
ଅନେକ ନୃପତି ତହିଁ ପନ୍ତି ପନ୍ତି
ରତ୍ନମୟ-ସିଂହାସନେ,
ଅଛନ୍ତି ରାଜିତ ହୋଇ ବିଭ୍ରାଜିତ
ଅମର-ପୁଷ୍ପ-ଭୂଷଣେ । ୪୧ ।
ଅସାଧ୍ୟ ସାଧନ- ଲବ୍ଧ ପୁଣ୍ୟଧନ
ବହିଛି ଯା' ତନୁ-ତରୀ,
ଶଇଳ ନିବାସୀ କବିବୃନ୍ଦ ଆସି
ନେଉଛନ୍ତି କର ଧରି । ୪୨ ।
ଧର୍ମ ନ ବିଚାରି କେତେ ଦୁରାଚାରୀ
ଆରୋହି ତହିଁକି ବଳେ,
କବିଙ୍କର ପବି- ସମ ମୁଷ୍ଟି ଲଭି
ରହୁଛନ୍ତି କଳବଳେ । ୪୩ ।
ତାଙ୍କ ସେ ଦୁର୍ଦ୍ଦଶା ଅନାଇ ସହାସା
ଦିଅନ୍ତେ ନୟନ ଫେଡ଼ି,
ଦେଖିଲେ ଶ୍ରୀରାମ ବସୁନ୍ଧରା-ଧାମ
ରହିଛି ତିମିର ବେଢ଼ି । ୪୪ ।
ସୁନୀଳ ଗଗନ ମଣ୍ଡି ତାରାଗଣ
ଅଛନ୍ତି ଉଜ୍ଜ୍ୱଳ ମୁଖେ,
ନାହିଁ ସୁଧାକର କିନ୍ତୁ ତାହାଙ୍କର
ବାଧା ହୋଇନାହିଁ ସୁଖେ । ୪୫ ।
୩୯ । ବିଷ୍ଣୁପଦ – ଆକାଶ ।
୪୦ । ସାନ୍ନଦେଶ – ପର୍ବତର ଉପରସ୍ଥ ସମତଳ ଭୂମି ।
୪୧ । ରାଜିତ – ଶୋଭାଯୁକ୍ତ, ବିଭ୍ରାଜିତ – ଉଜ୍ୱଳୀକୃତ, ଦୀପ୍ତ ।
ବୋଇଲେ, "ହେ ତାରା- ବୃନ୍ଦା ପ୍ରେମକାରା-
ବଦ୍ଧ ନୋହି ଚନ୍ଦ୍ରମାର,
ବିଧିର ବିଧାନ ଘେନି ପ୍ରଣିଧାନ
ଚିତ୍ତେ ଭ୍ରମ ଶିଶୁମାର । ୪୬ ।
ବଲ୍ଲଭ ବିରହ- ବେଦନା ଦୁଃସହ
ହେଲେ ହେଁ ଜଗତ ଲାଗି,
ସେ ଦୁଃଖ ବିସ୍ମରି କର୍ମ ଅନୁସରି
ଦ୍ୟୁତି-ଦାନେ ଅଛ ଲାଗି । ୪୭ ।
ତୁମ୍ଭ ଧର୍ମ-ଦୀକ୍ଷା ବେଗେ ଦିଅ ଶିକ୍ଷା
ବାଲ୍ମୀକି-ଆଶ୍ରମେ ଯାଇ,
ମୋ ହୃଦ-ଚନ୍ଦ୍ରିକା ତହିଁ ବସି ଏକା
କାନ୍ଦୁଥିବ ମୋତେ ଧ୍ୟାୟି । ୪୮ ।
ଏ ରାତ୍ର ସମୟେ ବ୍ୟାକୁଳ ହୃଦୟେ
ରାବୁଥିଲେ ଚକ୍ରବାକୀ,
କରୁଣା-ପ୍ରବଣା ହୋଇ ଜ୍ଞାନବଣା
ପ୍ରାଣ ନ ରଖିବ ବାକି । ୪୯ ।
ସର ପ୍ରଦର୍ଶନ କରି ନିଦର୍ଶନ
ଦେବ କୁମୁଦିନୀ ବନ,
ଚନ୍ଦ୍ରମା ଉଦୟ ନ ହେଲେ ଅଥୟ
ନ କରି ଧରେ ଜୀବନ । ୫୦ ।
୪୬ । ଶିଶୁମାର – ତାରାଚକ୍ର ।
୪୭ । ବଲ୍ଲଭ – ସ୍ୱାମୀ, ବିସ୍ମରି – ଭୁଲିଯାଇ, ଦ୍ୱୁତି – ଆଲୋକ ।
ପୁନଃ ସମାଗମ- ବିଷୟ ବିଷମ
ସମସ୍ୟା ମଣିବ ନାହିଁ
ହୃଦୟ-ସଙ୍ଗମ ଅତି ମନୋରମ
ଜାଣ ତ, ଦେବ ବୁଝାଇ । ୫୧ ।
ଏ କଥାରେ ଦ୍ୱଧା ଭାବିବା ସୁବିଧା
ନ ପାଇବ ସାରସାକ୍ଷୀ
କହିବ ନିଶ୍ଚୟ ମୋ' ଭାବ ନିଚୟ
ଦେଖୁଛ ତ ହେବ ସାକ୍ଷୀ । ୫୨ ।
ଅଧିକନ୍ତୁ ତାର ଗର୍ଭେ ମୋ ଆତ୍ମାର
ସ୍ରୋତ ଲାଗିଅଛି ଯାଇଁ
କହିଲେ ଏ କଥା କଦାଚ ଅଯଥା
ବୋଲି ସେ ପାରିବ ନାହିଁ । ୫୩ ।
ଏଥିରେ ରାଘବ ହୃଦକୁ ଲାଘବ
ସ୍ପରଶେ ଥିଲା କି କ୍ଷମ ?
ବୃଥା ତାରାଗଣ କଲେ ନିରୀକ୍ଷଣ
ଦୃଷ୍ଟି ପଥେ ଆଣି ତମ । ୫୪ ।
ଗୁଣୀର ସଦଗୁଣ ନ ବୁଝି ନିପୁଣ
ହେଲେ ଦୋଷ ଦରଶନେ,
ବିଧି ବିଡ଼ମ୍ବନା ଭୋଗ ସମ୍ଭାବନା
ହୁଏ ତାର ଉଚ୍ଚାସନେ । ୫୫ ।
ଦେଖି ରାମ ଦୋଷ ପାଇବେ ସନ୍ତୋଷ
ଭାବିଥିଲେ ତାରା-ତତି,
ହୃଦୟ-ଉଚ୍ଚତା ଚାହିଁ ପୋତି ମଥା
ଲାଭ କଲେ ନୀଚ ଗତି । ୫୬ ।
୫୫ । ବିଡ଼ମ୍ୱନା – ପ୍ରତାରଣା ।
୫୬ । ତତି – ସମୂହ ।
ଦାଶରଥି-ଦୁଃଖ- ଦର୍ଶନ-ବିମୁଖ
ଖେଦ-ଖଣ୍ଡ-ହୃଦ-ବିଧୁ,
ନିଶୀଥ ସମୟ ହେଲାରୁ ଉଦୟ
ହେଲେ ତେଜି କ୍ଷୀରସିନ୍ଧୁ । ୫୭ ।
ଜୀବଞ୍ଜୀବ ଡାକ ଦେଲା ଚକ୍ରବାକ-
ପ୍ରୀତି କରି ଉପହାସ,
ନ ଭାଳ, ନ ଭାଳ ଲେଖାଅଛି ଭାଲ-
ପଟେ ତୋର ଉପବାସ । ୫୮ ।
କିମ୍ପା ନ କହିବ ଦେଇଛି ଦଇବ
ତା' ମୁଖେ ଅମୃତ ଢାଳି
ପରର ବିପତ୍ତି ଚାହିଁଲେ ସମ୍ପତ୍ତି-
ଶାଳିଏ ମାରନ୍ତି ତାଳି । ୫୯ ।
ଏଣେ ବିରହିଣୀ ଶ୍ରୀରାମ ଗୃହିଣୀ
ମଣି ଦୀପ୍ତିମୟ ପୁର,
ଗଜେନ୍ଦ୍ର-ଦର୍ଶନ- ରମ୍ୟ ସୁଖାସନ
ସୁଖ ଭୋଗୁଁ ହୋଇ ଦୂର । ୬୦ ।
ପୂର୍ବ ପରିଚିତ ପଲ୍ଲବ ରଚିତ
ଉଟଜେ ଅଜନାସନେ,
କରି ଅବସ୍ଥାନ ପୂର୍ବ କଥାମାନ
ଭାବୁଛନ୍ତି ମନେ ମନେ । ୬୧ ।
ପ୍ରାଣନାଥଙ୍କର ପ୍ରେମ-ଜରଜର
ମଧୁମୟ ସମ୍ଭାଷଣ,
ହୃଦ ଫନୋଗ୍ରାଫେ ପରବେଶି ଆପେ
ତୋଳୁଛି ନିର୍ମଳ ସ୍ୱନ । ୬୨ ।
୫୭ । ଦାଶରଥି – ରାମଚନ୍ଦ୍ର ।
୫୮ । ଜୀବଞ୍ଜୀବ – ଚକୋର ।
୬୧ । ଅଜିନ – ମୃଗଚର୍ମ ।
ସର୍ବ ଭୟ-ହର ସରଳ ସୁନ୍ଦର
ମରକତ-ପ୍ରଭୁ ବାହୁ,
ମାନସିକ ଧ୍ୟାନେ ଶିର ସନ୍ନିଧ୍ୟାନେ
ଦିଶୁଅଛି ଦାଉ ଦାଉ । ୬୩ ।
ନିଦ୍ରା ପରିହରି ଥାଆନ୍ତି ପ୍ରହରୀ
ଯେ ରୂପେ ଲକ୍ଷ୍ମଣ ସଙ୍ଗୀ,
ସ୍ମରଣ-ମୁକୁରେ ଦିଶନ୍ତି ଅଦୂରେ
ସେ ରୂପେ ହୋଇ-ନିଷଙ୍ଗୀ । ୬୪ ।
ସେ ସ୍ୱାମୀ ଦେବର କରିଛନ୍ତି ଦୂର
ଏ କଥା ଦେବାରୁ ଭାବି,
ହିମାକ୍ତ ନଳିନ ସଦୃଶ ମଳିନ
ନେତ୍ର ହେଲା ନୀରସ୍ରାବୀ । ୬୫ ।
ଖଜୁରିଆ କର- ବିକ୍ଷତ ଖର୍ଜୁର
ନୀରବେ ନିଶ୍ଚଳେ ଯଥା,
ରତ ତ୍ୟାଗ କରେ କ୍ଷୋଭ ଆଘାତରେ
ସତୀ ଦଶା ହେଲା ତଥା । ୬୬ ।
ଏହି ରୂପେ ପ୍ରିୟ ପ୍ରିୟାଭାବ ପ୍ରିୟ-
ଭାବ ପ୍ରିୟା ସ୍ମରି ସ୍ମରି,
ଦୁଃଖାସନେ ବସି ଧରି ଧୈର୍ଯ୍ୟ-ଅସି
କାଟୁଥିଲେ ବିଭାବରୀ । ୬୭ ।
ଆତ୍ମା ଶିର-ଶ୍ରମ ସମୁଦ୍ଭୂତ ଘର୍ମ
ବହି ବହି ଅବିରଳ,
ପକ୍ଷ୍ମ-ଗୁଳ୍ମ-ରାଶି ଧୌତ କରି ଆସି
ପ୍ଳାବୁଥିଲା ଗଣ୍ଡସ୍ଥଳ । ୬୮ ।
୬୪ । ମୁକୁର – ଦର୍ପଣ, ନିଷଙ୍ଗୀ – ଧନୁର୍ଦ୍ଧାରୀ ।
୬୭ । ବିଭାବରୀ – ରାତି ।
୬୮ । ଶର୍ବରୀ – ରାତି ।
ରାବିଲା ଶର୍ବରୀ ପେଚା-ବେଶ ଧରି
କ୍ରମେ ହୋଇ କ୍ଷୀଣପ୍ରାଣ,
ରକତେ ଗଗନ ପ୍ଲାବି ପଳାୟନ
ଉପାୟେ ପାଇଲା ତ୍ରାଣ । ୬୯ ।
ପ୍ରେମିକ ପ୍ରେମିକା ପଦେ ଅହମିକା
ବିକି ଦେଇ ତାରାଗଣ,
ପୁଷ୍ପ ବେଶେ ଝଡ଼ି ଅବନୀରେ ପଡ଼ି
ଲୋଡ଼ିଲେ ତାଙ୍କ ଶରଣ । ୭୦ ।
ଶରଣ-ବତ୍ସଳ ରଘୁନାଥ ଛଳି
ନ ଧରି ରଖିଲେ ମାନ,
ଦେଲେ ଏହି ବର- "ଯୁଗ ଯୁଗାନ୍ତର
ମସ୍ତକେ ପାଇବ ସ୍ଥାନ ।" ୭୧ ।
୭୧ । ଅହମିକା – ଅହଂକାର ।
ଚତୁର୍ଥ ସର୍ଗ
ରାଗ: ଚୋଖିମଙ୍ଗଳେ ଅଇଲା ଉଷା ବିକଚ-ରାଜୀବ ଦୃଶାଜାନକୀ-ଦର୍ଶନ-ତୃଷା ହୃଦୟେ ବହି,କରପଲ୍ଲବେ ନୀହାର- ମୁକ୍ତା ଧରି ଉପହାରସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି,କଳକଣ୍ଠ-କଣ୍ଠେ-କହିଲା,"ଦରଶନ ଦିଅ ସତୀ, ରାତି ପାଇଲା" । ୧ ।ଅରୁଣ କଷାୟବାସ, କୁସୁମ କାନ୍ତି-ବିକାଶପ୍ରଶାନ୍ତ-ରୂପ, ବିଶ୍ୱସ ଦିଅନ୍ତି ମନେ,କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସିଡାକୁଛନ୍ତି ଦୁଃଖରାଶି-ଉପଶମନେ,ଦେବା ପାଇଁ ନବ ଜୀବନସ୍ୱର୍ଗୁଁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟଭୁବନେ । ୨ ।୧ । ବିକଚ – ପ୍ରସ୍ଫୁଟିତ, ରାଜୀବ – ପଦ୍ମ, ତୃଷା – ଇଚ୍ଛା, ନୀହାର – କାକର, ପ୍ରାଙ୍ଗର – ଅଗଣା, କଳକଣ୍ଠ – କୋକିଳ ।୨ । କଷାୟ – ରକ୍ତବର୍ଣ୍ଣବିଶିଷ୍ଟ, ଉପଶମ – ଦୂର କରିବା, ଯୋଗେଶ୍ୱରୀ – ଦେବୀ ।ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ,ସୁରଭି ନର୍ତ୍ତନେ ଥାଏ ଉଷା ନିଦେଶେ,କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ ପାଠକଳିଙ୍ଗ ଅଇଲା ପାଟ ମାଗଧ ବେଶେ,ଲଳିତ ମଧୁରେ କହିଲା,"ଉଠ ସତୀ ରାଜ୍ୟ-ରାଣୀ, ରାତି ପାହିଲା" । ୩ ।ମୁନି-ମୁଖ-ବେଦ-ସ୍ୱନ ପୂର୍ଣ୍ଣ କଲା ଶ୍ୟାମବନଉଠିଲା ଭେଦି ଗଗନ ଉଚ୍ଚ ଓଁକାର,ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶ୍ରୂତିକି ଗତିବିହିଲା କି ସରସ୍ୱତୀ ବୀଣା ଝଙ୍କାର;ବେଳୁଁ ବେଳ ବନ ଉଜ୍ଜ୍ୱଳ,ମନ୍ତ୍ରବଳେ ଯେହ୍ନେ ବଢ଼ି ଆସିନା ବଳ । ୪ ।ଏକାଳେ ବ୍ରହ୍ମଚାରିଣୀ ଅନୁକମ୍ପା ତପସ୍ୱିନୀଆସି ଜନକନନ୍ଦିନୀ ପାଶେ ଗମ୍ଭୀରେ,ବୋଇଲେ, "ଉଠ ବୈଦେହୀ, ଉଷା ସୁକୁମାର ଦେହୀଆସିଛି, ଦର୍ଶନ ଦେଇ ତୋଷ ବିଧିରେ,ତମସା ରହିଛି ଅନାଇକୋଳ କରି ଥରେ ସୁଖ ଲଭିବା ପାଇଁ ।" ୫ ।୩ । ସୁରଭି – ସୁଗନ୍ଧ, ଭାଟ – ସ୍ତୁତିପାଠକ, କଳିଙ୍ଗ – କଜଳପାତୀ ପକ୍ଷୀ, ପାଟ – ଶ୍ରେଷ୍ଠ, ମାଗଧ – ଭାଟ ।୪ । ବୈକୁଣ୍ଠ – ବିଷ୍ଣୁ, ବଳ – ଶକ୍ତି, ଅନନ୍ତ – ଅସଂଖ୍ୟ, ଗତି – ମୁକ୍ତି ।୫ । ତମସା – ବାଲ୍ମୀକି ଆଶ୍ରମ ନିକଟରେ ପ୍ରବାହିତ ପବିତ୍ର ନଦୀ ।ପଦ୍ମିନୀ-ହୃଦ-ଶିଶିର- ବିନ୍ଦୁରେ ଖର-ରଶ୍ମିରପ୍ରତିବିମ୍ବ ପରି, ବୀର ରାମ ମୂରତି,ଶୋକ ଜର୍ଜରିତ ଚିତ୍ତ- ଫଳକେ କରି ଚିତ୍ରିତହେଲେ ଆସନୁଉତ୍ଥିତ ଜାନକୀ-ସତୀ;ନମି ଅନକମ୍ପା ପୟରେବନ୍ଦିଲେ ଉଷାର ପଦ ସବିନୟରେ । ୬ ।ବୋଇଲେ ତାକୁ ପ୍ରଶଂସି, "ତୁମ୍ଭେ ତିମିର-ବିଧ୍ୱଂସିରବି-ଆଗମନ-ଶଂସୀ ହୁଅ ସଂସାରେ,ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣତହିଁ ଯାଉଛି ଶରଣ ଦୃଢ଼ ଆଶାରେ,ଶୁଭ୍ର-ସଉରଭ ରସିକେ,ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ । ୭ ।ଉତ୍ସୁକ ହୃଦୟେ ରାତ୍ରୀ ଶେଷରେ ଆଶ୍ରମ ଧାତ୍ରୀତମସା ନିର୍ମଳ-ଗାତ୍ରୀ ପବିତ୍ର-ଧରାପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ନୀର ସିଞ୍ଚିମଙ୍ଗଳପ୍ରଦୀପ ରଚି ପ୍ରଭାତୀ ତାରା,ମୁହୁର୍ମୁହୁଃ ମୀନ-ନୟନେଚାହୁଁଥିଲା ସୀତା-ସତୀ-ଶୁଭାଗମନେ । ୮ ।୬ । ଖରରଶ୍ମି – ସୂର୍ଯ୍ୟ, ପ୍ରତିବିମ୍ୱ - ଛାୟା, ଫଳକେ – ପଟାରେ ।୭ । ଆହରଣ – ଆୟୋଜନ, ଶୁଭ – ମଙ୍ଗଳ ।୮ । ଉତ୍ସୁକ – ଉତ୍କଣ୍ଠିତ, ବ୍ୟଗ୍ର ।ଉଟଜୁ ତାପସ-କନ୍ୟା- ଗଣଙ୍କ ଆଦର ବନ୍ୟାପ୍ଲାବନେ ଜଗତ-ଧନ୍ୟା-ସତୀ-ରତନବାହାରି ଅବଗାହନେ ଅନୁକମ୍ପାଙ୍କ ଗହଣେତମସା ଧାର ବହନେ କଲେ ଗମନ;ସତୀଙ୍କି ତମସା ଅଙ୍କରେଘେନି ସ୍ନେହେ ଆଲିଙ୍ଗିଲା ତରଙ୍ଗ-କରେ । ୯ ।ଅମୃତ ମଧୁର ସ୍ୱରେ ଭାଷିଲା ପରିତୋଷରେ,"ମାଆ ଗୋ, ମୋ ମାନସରେ ନ ଥିଲା ଆଶା,କରିବ ଅଙ୍କେ ବିହାର ରାଜଲକ୍ଷ୍ମୀ-ହୃଦହାରସୀତା କରି ପରିହାର ଭୋଗ-ପିପାସା,ଭାଗ୍ୟବତୀ ମୋତେ ସଂସାରେବୋଲିବେ ତୋ' ଯୋଗୁଁ ଏକା ପରସଂସାରେ । ୧୦ ।ବନେ ବନେ ଭ୍ରମି ଭ୍ରମି ଗଣ୍ଡ-କୁହୁକେ ନ ଭ୍ରମିବହୁ ବାଧା ଅତିକ୍ରମି ସ୍ୱଚ୍ଛ ଜୀବନେ,ଅନ୍ଧାର ଦୁଃଖ ନ ଗଣି ଆଲୋକ ସୁଖ ନ ମଣିଚାଲିଛିଁ ଦୂର ସରଣୀ ନତ ବଦନେ;ଜନମ କରୁଛି ସଫଳତୋୟ ଦାନେ ତୋଷି ତୀରବାସୀ ସକଳ । ୧୧ ।ମନ୍ଦାକିନୀ, ଗୋଦାବରୀ ସେସବୁ ଗୁଣେ ମୋ' ସରିତଥାପି ବର୍ଦ୍ଧନ କରିଛନ୍ତି ଗୌରବଲଭି ତୋ ପବିତ୍ର ପଦ ଚିହ୍ନ ଅକ୍ଷୟ ସମ୍ପଦଦିବିଷଦ-ପଦ-ପ୍ରଦ ଅଙ୍କ ସୌରଭ,ତାହା ଥିଲା ମୋର ବାଞ୍ଛିତ,ତଦଭାବେ ହେଉଁଥିଲି ମନେ ଲାଞ୍ଛିତ । ୧୨ ।୯ । ଅବଗାହନେ – ସ୍ନାନ କରିବାପାଇଁ, ଗହଣେ – ସହିତ, ଅଙ୍କରେ – କୋଳରେ ।୧୦ । ପରିହାର – ପରିତ୍ୟାଗ କରି ।୧୧ । ସ୍ୱଚ୍ଛ – ପବିତ୍ର, ନିର୍ମଳ, ସରଣୀ – ପଥ, ତୋୟ – ପାଣି ।୧୨ । ମନ୍ଦାକିନୀ – ଚିତ୍ରକୁଟର ଗିରିନଦୀ, ଦିବିଷଦ – ଦେବତା ।କରିଥିଲି ଶୁଭ କର୍ମ ବୋଲି ଆଣିଦେଲା ଧର୍ମସମୟେ ତୋତେ ମୋ ମର୍ମବାସନା ଜାଣି,ପାଇଛି ଦୁର୍ଲଭ ଧନ କରିବି ତୃପ୍ତି ସାଧନନିତି କରି ସମ୍ବୋଧନ କୋଳକୁ ଆଣି;ଅଙ୍ଗ ପରିମଳ ତୋହରହେବ ମୋର ଜୀବନର କଳୁଷ-ହର । ୧୩ ।ମୋ କୋଳ-କେଳି ଚପଳ ସାରସ ମରାଳଦଳକୋକ ଯୁଗଳ ଯୁଗଳ ବକ ପଂକତିତୋ ପୁଣ୍ୟମୟ ଶରୀର କ୍ଷାଳନେ ପୂତ ମୋ' ନୀରପାନେ ବଞ୍ଚିଥିବେ ଚିରଦିନ ମୋ କତି,କଳନାଦ ଛଳେ ତୋ ଯଶଃଗାଇ ମୋ ଶ୍ରୂତିକି ତୋଷୁଥିବେ ଅଜସ୍ର । ୧୪ ।ପତିବ୍ରତା ଅଙ୍ଗେ ଲାଗି ପବିତ୍ର ହେବାର ଲାଗିବ୍ରତତୀ-ବାସ-ବିରାଗୀ ପ୍ରସୂନମାନଦୂରୁଁ ଦୂରୁଁ ଝାସି ଝାସି ଧାଇଁଥିବେ ଭାସି ଭାସିଭ୍ରମୁଥିବେ ଆସି ଆସି ତୋ ସନ୍ନିଧନ;ସ୍ନାନ ସମୟେ ମୋ ପୟରେଦୟାମୟି ! ନ ପେଲିବୁ ତାଙ୍କୁ ପୟରେ । ୧୫ ।୧୩ । କଳୁଷ ହର – ପାପହାରକ, ପରିମଳ – ପବିତ୍ର ସୌରଭଯୁକ୍ତ ।
୧୪ । ସାରସ – ଜଳଚର ପକ୍ଷୀ, ମରାଳ – ରାଜହଂସ, କୋକ – ଚକ୍ରବାକ, ବକ – ବଗ, କ୍ଷାଳନେ – ଧୋଇବା ଫଳରେ, କତି – ନିକଟରେ, ଶ୍ରୁତି – କର୍ଣ୍ଣ ।
୧୫ । ପ୍ରସୂନ – ଫୁଲ, ବ୍ରତତୀ ବାସ ବିରାଗୀ – ଲତାରୁ ଖସିପଡ଼ୁଥିବା । ସନ୍ନିଧାନ – ନିକଟ, ପୟରେ – ପାଣିରେ, ପୟରେ – ପାଦରେ ।ମୋ କୂଳେ ଚାଳି ଚରଣ କରିବୁ ମୋ ବିଚରଣବ୍ୟପଦେଶେ ବିତରିଣ ଅମରକାନ୍ତି,ତା' ଲଭି ବନ ପାଦପ- ରାଜି ହୋଇ ଦପଦପବହିବେ ଅମର-ଦର୍ପ ବିହିବେ ଶାନ୍ତି,ପଲ୍ଲଲେ ପାଟଳ ଶ୍ୟାମଳ,ରୁଚିର ରୁଚି ରହିବ ଚିର ନିର୍ମଳ ।" ୧୬ ।ସୀତା ବୋଇଲେ, "ପନୀର- ମଧୁର ଏ ସ୍ୱଚ୍ଛନୀର;ନୀର ନୁହେଁ, ଜନନୀର କ୍ଷୀର ପ୍ରତ୍ୟକ୍ଷେ,ଗିରି-ସ୍ତନୁ ବିନିସୃତ ହୋଇ ଆସୁଛି ଅମୃତଧାରା ପରି ସୀତାମୃତକଳପା ଲକ୍ଷେ,ଓହୋ ତୁ ତ ମୋ ମା ଏ ଦେଶେ,ମୋ' ଦୁଃଖେ ବିଦୀର୍ଣ୍ଣ-ବକ୍ଷା ତମସା ବେଶେ । ୧୭ ।ଛେଦ ଭେଦିଅଛି ପୃଷ୍ଠ ସେ ପାଖ ହେଉଛି ଦୃଷ୍ଟତଥାପି ସୁତାକୁ ତୁଷ୍ଟ କରିବା ପାଇଁଫିଟାଇ ସ୍ନେହ-ଲୋଚନ ପ୍ରୀତି-ମଧୁର-ବଚନବିନ୍ୟାସେ ଚାଟୁ ରଚନ କରୁ ଗେହ୍ଲାଇଁ;ଧନ୍ୟ ଧନ୍ୟ ମା ତୋ ହୃଦୟ,ମୋ'ଦୁଃଖ-ଆତପ ପାଇଁ ବାଲୁକାମୟ । ୧୮ ।
୧୬ । ବ୍ୟପଦେଶେ – ଛଳରେ, ବିତରଣ – ବାଣ୍ଟିବୁ, ଅମରକାନ୍ତି – ସ୍ୱର୍ଗୀୟ ବିଭୂତି, ପାଦପରାଜି – ବୃକ୍ଷ ସମୂହ, ପାଟଳ – ଗୋଲାପୀ ରଙ୍ଗ ।
୧୭ । ପନୀର – ନାରୀକେଳ ଜଳ, ବିନିସୃତ – ଝରିଆସିଛି, ଲକ୍ଷେ – ଉଦ୍ଦେଶ୍ୟରେ, ସୀତାମୃତକଳପା – ମୃତକଳ୍ପା ସୀତାଙ୍କ ପାଇଁ ।୧୮ । ଆତପ – ଝରା, ଛେଦ – ପଥର କାଟିବା ।ରାମ-ସାମ୍ରାଜ୍ୟେ ଯେ ସୀତା ଲୋକ-ଲୋଚନେ ଦୂଷିତାହୋଇ ଚିର ନିର୍ବାସିତା ସେ ତୋର ମତେ ।ନିଜ ପତିବ୍ରତା ଧର୍ମ- ବଳେ ସ୍ଥାବରଜଙ୍ଗମପବିତ୍ରକରଣେ କ୍ଷମ ହେବ ଜଗତେ;ମାତା ବୁଝେ ସୁତା ବେଦନାମାତା-ନେତ୍ରେ-ଦଗ୍ଧ ମୁଖୀ ଚନ୍ଦ୍ରବଦନା । ୧୯ ।ତୋ' ତୀର ଚିର ଆଶ୍ରୟ ହେଲାଣି ମୋର ନିଶ୍ଚୟ;ଭରସା ତୋ' ଶାନ୍ତିମୟ ପଦକମଳେ;ଶୂନ୍ୟ ଯାର ଚରାଚର ଜନନୀ କୋଳ ମାତରତାର ଆଦର-ଆକର ମହୀମଣ୍ଡଳେ,ଜନନୀ ଯା ରତ୍ନଗରଭା,କାହିଁକି ସେ ଅନ୍ୟ ସ୍ଥନ ଲୋଡ଼ିବ ଅବା" । ୨୦ ।୧୯ । ଲୋକ – ଲୋଚନେ ପ୍ରଜାମାନଙ୍କ ଦୃଷ୍ଟିରେ, ଦୂଷିତା – ଅପବାଦ ଗ୍ରସ୍ତ । ସ୍ଥାବର – ଅଚଳ, ଜଙ୍ଗମ – ଗତିଶୀଳ ।୨୦ । ଆକର – ଖଣି, ଲୋଡ଼ିବ – ଇଚ୍ଛା କରିବ ।ସୁଶୀତଳ ସୁନିର୍ମଳ ପବିତ୍ର ତମସା-ଜଳତଥା ସ୍ୱଭାବ ସକଳ ମୁନିସୁତାଙ୍କ,ସ୍ନେହେ ତମସା ଚଞ୍ଚଳ କରି ପ୍ରତିବିମ୍ବ ଛଳହୋଇଗଲା ଅବିକଳ ସ୍ୱରୂପ ତାଙ୍କ,ଆଲିଙ୍ଗନେ ତାଙ୍କ ବିଗ୍ରହେବିଗ୍ରହ ମିଶାଇ ଦେଲା ଶୀଘ୍ର ସାଗ୍ରହେ । ୨୧ ।ସତତ ସୀତା ସକାଶ ରହି ଚାହିଁବା ସକାଶପାଇ ଶୁଭ ଅବକାଶ ଏହି ଉପାୟେ,ହୋଇ ବହୁନେତ୍ରବତୀ ବହୁ ହୃଦ ବହୁ ମତିଲାଭ କଲା, ବୁଦ୍ଧିମତୀ, ଅନେକ କାୟେ;ସମଧର୍ମ ସମଗୁଣରେମିଶି ମନ ତୋଷ ଲଭେ ବହୁ ଗୁଣରେ । ୨୨ ।ସମସ୍ତେ ଅବଗାହନ ବଢ଼ାଇ ପ୍ରତ୍ୟାଗମନକରି ବାଲ୍ମୀକି ଚରଣ କଲେ ବନ୍ଦନା;ଆଶିଷେ ମୁନି-ପୁଙ୍ଗବ ବୋଇଲେ; " ଜ୍ଞାନ ବିଭବ-ଅର୍ଜନେ ସୁସିଦ୍ଧି ଲଭ କରି ସାଧନ;"ବିଶେଷେ ସୀତାଙ୍କୁ ସାଦରେବୋଇଲେ, ବୀରସୂ ହୁଅ ଅପ୍ରମାଦରେ । ୨୩ ।ନନ୍ଦିନି ! ତୁ ଏ ଆଶ୍ରମ- ପାଦପଙ୍କୁ ସ୍ନହ-ଶ୍ରମପ୍ରୟୋଗେ ନନ୍ଦନୋପମ କର ଯତନ,ସେ ଭାବେ ତୋ ଅନୁଭବ ସ୍ୱଭାବେ ହେବ ସମ୍ଭବଭବେ କେମନ୍ତ ଦୁର୍ଲଭ ସୁତ-ରତନ;ଅନୁକମ୍ପା ଥିବେ ନିୟତସକଳ ଅଭାବ ତୋର ମୋଚନେ ରତ ।" ୨୪ ।ମୁନୀନ୍ଦ୍ର-ଆଦେଶ-ମତେ ତହୁଁ ଚଳିଲେ ସମସ୍ତେକମଳ-କୋମଳ ହସ୍ତେ କଳସୀ ଧରି,କନ୍ୟାମଣ୍ଡଳେ ଜନକ- ସୁତା-କାନ୍ତି ଜକଜକସ୍ଫଟିକ ମଧ୍ୟେ ହୀରକ-ପ୍ରତିଭା ପରି,ଉପବନେ କଲେ ଗମନ,ବଢ଼ାଇଲା ବନ-ଶୋଭା ପାଇ ସେ ଧନ । ୨୫ ।୨୨ । ସକାଶ – ନିକଟ, ନିମିତ୍ତ ।୨୩ । ପ୍ରତ୍ୟାଗମନ – ଫେରିଆସି, ବୀରସୂ – ବୀରଜନନୀ, ଅପ୍ରମାଦରେ – ନିର୍ବିଘ୍ନରେ ।୨୪ । ମୋଚନେ – ଦୂର କରିବାପାଇଁ ।୨୫ । ସ୍ଫଟିକ – ଶୁଭ୍ର ସ୍ୱଚ୍ଛ ପ୍ରସ୍ତର ବିଶେଷ ।ବନ-ଲକ୍ଷ୍ମୀ-ଦ୍ୱାରେ ସୀତା ରାଜନ୍ତେ ସେ ଉଲ୍ଲସିତାମତିରେ ହୋଇ ଭୂଷିତା ରବି-କିରଣେ,ହାସ-ପଲ୍ଲବ ଅଧରେ ମଞ୍ଜୁ ମଧୁକରଦରେମଣ୍ଡି ଲାଗିଲା ଆଦରେ ଚିତ୍ତ ହରଣେ;ଅର୍ଘ୍ୟ ଦେଇ ରଙ୍ଗ ସାଳ୍ମଳୀ,ପାଦ୍ୟ ଦେଲା ଦୁର୍ବାଦଳ ହିମ-ପଟଳୀ । ୨୬ ।ସ୍ଥଳକମଳ ଆସନ- ଦେଇ, ପ୍ରୀତି ସମ୍ଭାଷଣକଲା, ଶାରିକା ଭାଷଣ ଛଳେ ମଧୁରେ;ଶରଦ ସରସୀ ଜଳ ଫୁଟାଇ ନବକମଳଅଳିସ୍ୱନେ ଯଥା କଳହଂସ-ବଧୂରେ;ବୋଇଲା, "ପାହିଲା ସଜନିଚତୋ-ପଦ ଅରୁଣେ ମୋର ଖେଦ-ରଜନୀ । ୨୭ ।୨୬ । ରାଜନ୍ତେ – ଶୋଭା ପାଆନ୍ତେ, ଦୁର୍ବାଦଳ – ଘାସ । ମଧୂକ – ମହୁଲ ।୨୭ । ଶରଦ – ଶରଦକାଳୀନ ।ତୋତେ ମୁଁ ଭାଗ୍ୟବଶତଃ ଲଭି ନଭପୁଷ୍ପ ସତ-କରି ଅସୀମ ଉଷତ ଅନ୍ତଃକରଣେ,ଚିତ୍ରକୂଟ ଉପତ୍ୟକା ସିଦ୍ଧ ସେବିତ ଦଣ୍ଡକାପାରାବାର ପାର ଲଙ୍କା ଅଶୋକାରଣ୍ୟେ,ଆଗେ ଥୋଇ ତୋତେ ଆଦର୍ଶ,ଗଢ଼ିଲି ପ୍ରୀତି ପ୍ରତିମା ଚଉଦ ବର୍ଷ । ୨୮ ।ଯେତେବେଳେ ପୁଷ୍ପକରେ ବାହୁଡ଼ିଗଲୁ ପୁଷ୍କରେଉଭା ହୋଇ ପୁଷ୍ପକରେ ମୃଗନୟନେ,ଊର୍ଦ୍ଧ୍ୱେ ଚାହିଁ ବିଷାଦରେ ତୋତେ ମୟୂରୀନାଦରେଡାକୁ ଯେ ଥିଲି ସାଦରେ ଦୀର୍ଘ ଅୟନେ,ସଖୀ କଥା ସ୍ମରି ମନରେଆସିଲୁ କି ସଖି ! ଆଜି ଏତେ ଦିନରେ । ୨୯ ।୨୯ । ପୁଷ୍ପକରେ – ପୁଷ୍ପକ ରଥରେ ଓ ପୁଷ୍ପ ହସ୍ତରେ, ପୁଷ୍କର – ଆକାଶ, ଅୟନେ – ମାର୍ଗରେ ।୩୨ । ଦାବ – ଅଗ୍ନି, ପ୍ରତୀୟମାନ – ବୋଧ ହେଉଅଛି ।ଦୀର୍ଘ ବିରହ ବିଶେଷ ସହି, ମୁଁ ନ ସହି ଶେଷଚିନ୍ତାରେ ତାପସୀ ବେଶ କରି ଧାରଣ,ତୋ ହୃଦୟ ଆଦରଶେ ପ୍ରତିବିମ୍ବି ସ୍ନେହରସେମଜ୍ଜାଇ ତୋତେ ହରଷେ କଲି ବରଣ;ଧନ୍ୟବାଦ କର ଗ୍ରହଣ;ଶ୍ରଦ୍ଧା ସହ କଲୁ ଯା' ମୋ' ବାଞ୍ଛା ପୂରଣ । ୩୦ ।ପାଇଥିଲେ ସାଧୁ ସଙ୍ଗ ସଦ୍ଭାବ ଚିର ଅଭଙ୍ଗରହେ, ସ୍ଥିର ନୀଳରଙ୍ଗ ଯଦା ଗଗନେ,ସାଧୁ ମିତ୍ରେ ମନୋରଥ କଦାଚ ନ ହୁଏ ବ୍ୟର୍ଥତେଣୁ ମୁଁ ହେଲି ସମର୍ଥ ତୋର ଦର୍ଶନେ;ଭାଗ୍ୟେ ଥିଲେ ହୁଏ ଏ ଲାଭ,ଭାଗ୍ୟବତୀ କଲା ସଖି ! ମତେ ତୋ ଭାବ" । ୩୧ ।ବନଶ୍ରୀ ମଧୁ ମୋହନ ସୀତା ହୃଦୟ ଗହନବିରହ ଦାବ ଦହନ ଶାନ୍ତି କରଣେ,ନବୀନ ଉଦୀୟମାନ ଘନ ପଟଳ ସମାନମାନସେ ପ୍ରତୀୟମାନ ହେଲା ସେ କ୍ଷଣେ,ବୋଇଲେ ଜନକନନ୍ଦିନୀ""ଆଜୀବନ ହେଲି ତୋର କାରା-ବନ୍ଦିନୀ" । ୩୨ ।