ସ୍ୱପ୍ନଦେବୀ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୫
- ସ୍ଥିତି
- ସାର୍ବଜନୀନ (Public domain)
ଭୂପାଳଦିବସର କାର୍ଯ୍ୟକରି ସମାପତ ।ବିଶ୍ରାମ ନିମନ୍ତେହେଲି ଶଯ୍ୟାଗତ ।ନିଦ୍ରାଦେବୀ ସର୍ବ-ସନ୍ତାପନାଶିନୀ,କୃପା କଲେ ମୋତେବିରାମଦାୟିନୀ ।ଶାନ୍ତିମୟ ଅଙ୍କେହୁଅନ୍ତେ ଶୟାନ ।ବିଷାଦ ଯନ୍ତ୍ରଣାହେଲା ଅବସାନ ।ବ୍ୟାଧି ଉପସର୍ଗମାନସିକ କଷ୍ଟ,ନିଦ୍ରାଦେବୀ ବରେହୁଏ ସବୁ ନଷ୍ଟ ।ନ ଶୁଭେ ଜଗତ-ଭୀଷଣ-ଗର୍ଜନ,ତିରୋହିତ ଦେବୀହୁଅନ୍ତେ ପ୍ରସନ୍ନ ।ସୁଖ, ଦୁଃଖ ସର୍ବମାନ, ଅପମାନ,ଦେବୀଙ୍କ ପ୍ରସାଦେସକଳ ସମାନଏହି ସାମନ୍ୟନୀତିପାଇବାର ପାଇଁ,ରହିଥାଏଁ ଦେବୀକୃପାକୁ ଅନାଇଁ ।କଲେ କୃପା ଦେବୀ,ହେଲି ଅଚେତନ,ଏମନ୍ତ ସମୟେଆସିଲେ ସ୍ୱପନ ।ନ ଜାଣେ କିରୂପଅବସର ପାଇସ୍ୱପ୍ନଦେବୀ ସ୍ୱର୍ଗୁଁଅଇଲେ ଓହ୍ଲାଇ ।ନିବିଡ଼ ତିମିର ଭେଦିଧୀରେ ଧୀରେବିଶ୍ରାମ କଲେକଆସି ମୋହ ଶିରେ ।ପେଟିକା ଫିଟାଇସେହି ସ୍ୱପ୍ନଦେବୀଦେଖାଇଲେ ମୋତେକେତେରୂପ ଛବି ।ଚିତ୍ରପଟ ନେଇଦେଖାଇଲେ ମୋତେ,ହେଲା ତାହା ସତ୍ୟସମାନ ପରତେ ।କେତେ ପରିଚିତଥିଲା ମୋତେ ଜଣା,ଅପାର୍ଥିବ କେତେଜ୍ଞାନ କରେ ବଣା ।ଜୀବନ ଉଲ୍ଲାସୀକେତେ ମନୋହର,କେତେ ବା ଦିଶଇମହାଭୟଙ୍କର ।କେତେ ଚିତ୍ର ଦେଖିଜାତ କୁତୂହଳ,କେତେ ଚା ଦିଶିଲାତହିଁ ବିଶୃଙ୍ଖଳ ।ଏ କି ଚମତ୍କାରଦେଖୁଛ ନୟନେ,ପାସୋରି ଯାଇଛଯାହାକୁ ଜୀବନେ,ସେତ ସାକ୍ଷାତରେଆସି ଉପସ୍ଥିତ,ଧରିବାକୁ ତାକୁହେଲି ମୁଁ ଧାବିତ ।ଉଠି ବସିବାରୁମୁହିଁ ଚେତା ପାଇ,ଦେବୀ ଚିତ୍ରପଟନେଲେକ ଗୋଟାଇ ।ମୁହୂର୍ତ୍ତକ ମଧ୍ୟେକଲି ମନେ ଧାର୍ଯ୍ୟ,ସ୍ୱପ୍ନଦେବୀଙ୍କରଏହି ସର୍ବ କାର୍ଯ୍ୟ ।କୁହୁକୁନି! ସ୍ୱପ୍ନ-ଦେବି! ବୋଲ ମୋତେ,ଲଗାଇଛ ଲୀଳାକିପାଇଁ ଜଗତେ?ନିଦ୍ରା ଅବସ୍ଥାରେଥିଲେ ଅଚେତନେ,ତସ୍କରୀ ସମାନେଆସ ଗୋ ଗୋପନେ ।ଚେତା ପାଇଲେ ମୁଁଯାଉଛ ପଳାଇ,ତସ୍କରୀମାନଙ୍କସ୍ୱଭାବଟି ଏହି ।ଏଥକୁ ବିଚାରକରେଁ ମୁଁ ଏମନ୍ତ,ତୁମ୍ଭର ଉଦ୍ଦେଶ୍ୟନିଶ୍ଚୟ ଅସତ ।ମାତ୍ରକ ଗୋ ଦେବୀ !ବାରେକ ସକାଶେଉପକାର କଲଆସି ମୋହ ପାଶେ ।ବହୁକାଳ ଯାକୁଯାଇଛି ପାସୋରି,ଦେଖାଇଲ ଆଣିତା ରୂପ-ମାଧୁରୀ ।ମୁହୂର୍ତ୍ତକ ପାଇଁହେଲା ଗୋ ପରତେ,ହଜିଥିଲା ନିଧିପାଇଲି କି ସତେ?ଦେଖାଇ ପାରନ୍ତଯେବେ ବାର ବାର,ମାନନ୍ତି ତୁମ୍ଭରବଡ଼ ଉପକାର ।ଯାହାହେଉ ଥରେଦେଖାଇଛ ଆଣି,ମେଲାଣି ଦେଉଛି,ଯାଅ ଠାକୁରାଣୀ !ହତଭାଗ୍ୟ ମୁହିଁପ୍ରାଣ ବିଡ଼ମ୍ବିତ,ସୁସୁପ୍ତିର କୋଳୁଁନ କର ବଞ୍ଚିତ ।ନିଦ୍ରାଦେବୀ କନ୍ୟାନିଶା-ସହଚରୀ !ନ ଆସେ ମୋ ପାଶେକର ଯୋଡ଼ିକରିବୋଲୁଛି, ଏତେକକୃପା କର ମୋତେ,ନିଦ୍ରାଦେବୀ କୋଳେରହେଁ ମୁଁ ନିଶ୍ଚିନ୍ତେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି