କ୍ଷଣିକ
ଫକୀରମୋହନ ସେନାପତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୭
- ସ୍ଥିତି
- ସାର୍ବଜନୀନ (Public domain)
ହର୍ଷ, ଆଶା, କ୍ଷଣିକର ପାଇଁଆସି ଚିତ୍ତେ, ଚାଲିଯାଏ କାହିଁ;ପ୍ରେମ ଆଣେ ମାଧୁରୀ ଜୀବନେଚାଲିଯାଏ ମଧ୍ୟ ପରକ୍ଷଣେ ।ଶିଥିଳ ତ ମାନବର ଜ୍ଞାନ,ଚିରଦିନ ନ ଥାଏ ସମାନ ।ହାସ୍ୟ ପଛେ ରହିଛି କ୍ରନ୍ଦନ,ଆସି ଚାଲିଯାନ୍ତି ବନ୍ଧୁଗଣ !ଉଚ୍ଚେ ହାସ୍ୟ ଲୋକ ଦେଖାପାଇଁ,ପ୍ରକୃତ ଆନନ୍ଦ ତହିଁ କାହିଁ ?ଦ୍ୱେଷ, ହିଂସା, ପର୍ବ, ଅହଙ୍କାର,ଶ୍ମଶାନର ଚିତାଭସ୍ମସାର ।ନିଶାର ସ୍ୱପନ ପରି ସର୍ବ,ସୁଖ, ଦୁଃଖ, ଆନନ୍ଦ, ଉତ୍ସବ !ସ୍ୱର୍ଗର ଦେବତା ନୁହେ ଲୋକପୃଥ୍ୱୀରେ ଭୁଞ୍ଜନ୍ତି ସୁଖ ଦୁଃଖ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
ସୁଖ ଦୁଃଖର ପରିଣାମ
ଫକୀରମୋହନ ସେନାପତି