ଭକ୍ତି
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୩
- ସ୍ଥିତି
- ସାର୍ବଜନୀନ (Public domain)
ବିଶ୍ୱଜୀବନ ହେ, ତୁମ୍ଭଙ୍କୁ କରୁଣାସିନ୍ଧୁବୋଲିବାକୁ ମନ ବଳୁ ନାହିଁ ଯେଣୁସିନ୍ଧୁ ତୁମ୍ଭ କୃପାବିନ୍ଦୁ । ଘୋଷା ।ତୁମ୍ଭ ଭଜନରେ ହେବି ନାହିଁ ନାଥମାଳା ଜପିବାକୁ ବାଧ୍ୟକୋଟି କୋଟି ଗ୍ରହ କଣ୍ଠି ସେ ମାଳାରକେ ଜପି କରିବ ସାଧ୍ୟ ?ଦେଇ ନାହିଁ ବଳ ପଦଧୂଳି ଘେନିପାରିବ ନାହିଁ ମୋ’ ମୁଣ୍ଡ,କୋଟି କୋଟି ରବି ଧୂଳିରୂପେ ତୁମ୍ଭପାଦେ ହୋଇଛନ୍ତି ରୁଣ୍ଡ ।ହୃଦୟର କଥା ଜାଣିବାକୁ ଅଛିତୁମ୍ଭର ଅସୀମ ଶକ୍ତି,ସେତିକି ଘେନିବ ଯେତିକି ଅଛି ମୋ’ହୃଦେ ତୁମ୍ଭ ପ୍ରତି ଭକ୍ତି ।ଥାପିବାକୁ ତୁମ୍ଭ ମୂରତି ମୋ’ କ୍ଷୁଦ୍ରହୃଦୟରେ ନାହିଁ ସ୍ଥାନ,ସର୍ଷପ ଗରଭେ ରହି କି ପାରଇହିମାଳୟ ସାନୁମାନ ?କି ଦେଇ ପୂଜିବି ଯାହା ମୁଁ ଦେଖୁଛିଁସବୁ ତୁମ୍ଭରି ପ୍ରସାଦ,ଯାହା ପରସାଦ ତାଙ୍କୁ ଅରପିଲେହେବ ସିନା ଅପରାଧ !ମୁଁ’କାର ମାତର ମୋର ନୁହେ ବୋଲିକହିବାକୁ ନାହିଁ ବାଟ,ଦୂରୁ ଶ୍ରୀଚରଣେ ଅର୍ପଣ କରୁଛିଘେନ ତା’ ବିଶ୍ୱ-ସମ୍ରାଟ ![୧୯୧୪ ସେପ୍ଟମ୍ବର, ୧୯୧୪ ଉତ୍କଳ ସାହିତ୍ୟ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର