ମୋ- ମୋହନ ବଂଶୀ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୪
- ସ୍ଥିତି
- ସାର୍ବଜନୀନ (Public domain)
ରାଗ ବଙ୍ଗଳାଶ୍ରୀ lଅବସାନ ସର୍ବ ଜୀବନ ଉତ୍ସବଛାଡ଼ିଯାଇଛି ପ୍ରେୟସୀ,ସମ୍ପଦେ ବିପଦେ ମନର ଆନନ୍ଦେବଜାଏ ମୋହନ ବଂଶୀ ।ପଡ଼ିଲେ ପ୍ରମାଦେ ମନର ବିଷାଦେନିରୋଳେ ଏକାନ୍ତେ ବସିଗାଏଁ ହରିନାମ, ସ୍ମରେ ଗୁଣଗ୍ରାମ,ବଜାଏ ମୋହନ ବଂଶୀ ।ଜନମି ସଂସାରେ କି କଲି ମୁଁ ବାରେନ ଭାଳି ଆପଣା ମନେ,ଥିଲି ଉନମତ୍ତ ଭ୍ରମି ଇତସ୍ତତଚିତ୍ତ ବିତ୍ତ ଉପାର୍ଜନେ ।ଯାଇଛି ସମସ୍ତ, ସୁଧାକର ଅସ୍ତ,ଏବେ ନିଶା ଅବସାନ,ଯାଏ ଏବେ ଜଣା, ସର୍ବ ବିଡ଼ମ୍ବନା,ସୁଖ ସ୍ୱପନ ସମାନ ।ଦେଖେଁ ମୁଁ ବିଚିତ୍ର ଥିଲେ ଯେତେ ମିତ୍ର,ସେଥିମଧୁଁ କେହି ଜଣେନାହାନ୍ତି ଜଗତେ, କେଉଁ ଦୂର ପଥେଚାଲିଗଲେ କି କାରଣେ!ନ ଦେଖେଁ ମୁଁ ଜଣେ ମୋହର ଜୀବନେସାନ୍ତ୍ୱନା ଦେବାର ପାଇଁ,ପ୍ରାଣରୁ ଅଧିକ ଥିଲେ ଯେ ପ୍ରେମିକ,ସେମାନେ ଅଛନ୍ତି କାହିଁ?ସର୍ବେ ସ୍ୱାର୍ଥପର, ମୁଁ ତ ସ୍ୱତନ୍ତରନୁହେ ମାନବମଣ୍ଡଳେ;ସ୍ୱାର୍ଥ ସାଧିବାକୁ ଆସିଛୁଁ ଧରାକୁ,ପାଳୁଁ ନିୟମ ସକଳେ ।ନିର୍ଜନେ ଏକାନ୍ତେ ନିଶି ବା ପ୍ରଭାତେହେଲେ ଚିତ୍ତ ଉଚ୍ଚାଟନ,ବଂଶୀ ହସ୍ତେ ଧରି ପ୍ରଭୁ ନାମ ସ୍ମରିକରେଁ ସଙ୍ଗୀତ ଗାୟନ ।ଜୀବନମାର୍ଗରେ ଶେଷ ମୁହୂର୍ତ୍ତରେକିଛିହିଁ କାମନା ନାହିଁ,ହୋଇ କାର୍ଯ୍ୟଚ୍ୟୁତ ହେଉଛି ପ୍ରସ୍ତୁତପରଲୋକେ ଯିବାପାଇଁ ।ସ୍ଥିର କରି ଚିତ୍ତ ଗାଏ କେତେ ଗୀତକରି ଶବ୍ଦ ଗୁଣୁ ଗୁଣୁ,ବଜାଏ ମୁଁ ବଂଶୀ ଏକାନ୍ତରେ ବସି,ଇଚ୍ଛା ନୁହେ କେହି ଶୁଣୁ ।ବୋଲୁଛି ଭରସି, ଏକା ତୁହି ବଂଶୀଅଟୁ ମୋ ଜୀବନସଖା,ନ କରୁ ଅନିଷ୍ଟ, ପୂରାଉ ଅଭୀଷ୍ଟ,ନାହିଁ ତୋହଠାରୁ ଦକା!ଆରେ ମୋର ବଂଶୀ ! ପରାଣ ପ୍ରେୟସୀ !ଏତେ ମାଗୁଣି ତୋଠାରେ,ଯେ କାଳେ ମୋ ପ୍ରାଣ କରିବ ପ୍ରୟାଣ,ପଡ଼ିଥିବୁ ମୋ ଶଯ୍ୟାରେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି
ସୁଖ ଦୁଃଖର ପରିଣାମ
ଫକୀରମୋହନ ସେନାପତି