ରାଜା ତ ଫକୀର
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧୪୧ ମିନିଟ୍
- ଶବ୍ଦ
- ୨୨୫୧୫
- ସ୍ଥିତି
- ସାର୍ବଜନୀନ (Public domain)
ରାଗ-ମଙ୍ଗଳଥିଲା ଗୋଟେ ବଡ଼ ରାଜ୍ୟ ତା ନାମ ଶରୀର,ସେ ଦେଶର ରାଜା ନାମ ଆତ୍ମାରାମ ବୀର ।ରାଜାଙ୍କର ଥିଲା ମନ୍ତ୍ରୀ ତାହା ନାମ ଜ୍ଞାନ,ବିବେକ ନାମରେ ଜଣେ ଥିଲା ଦରୁଆନ ।ଧର୍ମ ଧନ ରାଜା ରଖିଥିଲେ ଗନ୍ତାଘରେ,ବିବେକ ପ୍ରହରୀ ଜଗିଥାଏ ନିରନ୍ତରେ ।ଧୈର୍ଯ୍ୟ ନାମ ଥିଲା ରାଜାଙ୍କର ପାଖଲୋକ,ତାହାର ଖଟଣି ଥିଲା ଶରୀର ରକ୍ଷକ ।ରାଜାଙ୍କ ଦୁଇଟା ରାଣୀ ସୁମତି କୁମତି,କରନ୍ତି ସୌତୁଣୀ ଦୁହେଁ କଳି ନିତି ନିତି ।ରାଜା ବିଚାରା ତ ନିତି ନିତି ଶୁଣି କଳିସମ୍ଭାଳି ନ ପାରି ଦିନେ ଦିନେ ହୁଏ ଚଳ ।ସୁମତି ରାଣୀକୁ ଦିନେ ଦିନେ ଭଲ ପାଏ,କୁମତି ନଅରେ ଦିନେ ଦିନେ ଶୋଇଥାଏ lସୁମତି ମନ୍ତ୍ରଣା ଧନ ରଖ ଗନ୍ତାଘରେ,କୁମତିର ମତ ସୁଖେ ରହ ଆମୋଦରେ ।ସୁମତି ବୋଲଇ କର ରାଜ୍ୟେ ସୁବିଚାର,କୁମତି ବାସନା ସୁଖେ ଆହାର ବିହାର ।କୁମତି ରାଣୀଟା ଦିନେ ନିର୍ଜନରେ ପାଇରାଜାକୁ ମଣାଇ ନେଲା ଘରେ ଫୁସଲାଇ ।ଛାଡ଼ିଦେଲା ନାହିଁ ସେହି ସୁମତି ପାଶକୁ ,ଆପଣା ଆୟତ୍ତେ ରଖିଥାଏ ରାଜନକୁ ।ରାଜା ଶୁଣୁଥାଏ ସେହି କୁମତି ମନ୍ତ୍ରଣା,ରାଜ୍ୟ କଥା କିଛି କରେ ନାହିଁ ବୁଝାମଣା lକୁମତି ରାଣୀଟା ଥିଲା ଭାରୀ କଳିହୁଡ଼ି,କଳି କରି ଦେଲା ମନ୍ତ୍ରୀ କଟୁଆଳେ ତଡ଼ି ।କେତେ ଦିନୁ ଲୁଚି ରହିଥିଲେ ଥୋକେ ଚୋରଲୁଠି କରି ନେବାପାଇଁ ରାଜା ଗନ୍ତାଘର ।ମନ୍ତ୍ରୀ କଟୁଆଳ ଦୁହେଁ ନାହାନ୍ତି ରାଜ୍ୟରେ,ବେଳ ଉଣ୍ଡି ବାହାରିଲେ ସେହି ସର୍ବ ଚୋରେ ।କାମ କ୍ରୋଧ ଲୋଭ ଆଦି ଛଅଟା ତସ୍କରବଳେ ପଡ଼ି ଲୁଠି ନେଲେ ରାଜା ଗନ୍ତାଘର ।ଆହା ଆହା ଚାଲିଗଲା ରାଜତ୍ୱ ଶରୀର,ଗନ୍ତାଘରେ ଧନ ନାହିଁ ରାଜା ତ ଫକୀର ।ଗୋଟିଏ ପ୍ରାର୍ଥନାଦର୍ଶନ କରିବି ବେଳେ ହେ ଜଗତସାଇଁ!ଦ୍ୱିତୀୟ ପ୍ରାର୍ଥନା ମୋର ଆଉ କିଛି ନାହିଁ ।ଲଭେଁ ସ୍ୱର୍ଗବାସ ଅବା ଭୀଷଣ ଦୁର୍ଗତି,ଯାହା ଇଚ୍ଛା ପ୍ରଭୋ ନାହିଁ ମୋ ଆପତ୍ତି ।ଏତିକି ପ୍ରାର୍ଥନା ମୋର ଆହେ ଭଗବାନ ।ଆପଣା ସାକ୍ଷାତେ ତାହା କରିବେ ବିଧାନ ।ମାନବ ଅବସ୍ଥାରାଗ-ମଙ୍ଗଳଆହେ ସୂତ୍ରଧର କାହିଁ ଅଛ ଅନ୍ତରାଳେ?ଲଗାଇଛ କେତେ ଲୀଳା ପୃଥ୍ୱୀନାଟ୍ୟଶାଳେ!ଯେଉଁ ବେଶେ ଦେଉଅଛ ଯାହାକୁ ସଜାଇ,ସେ ତ ସେହି ବେଶେ ଅଭିନୟ କରେ ଯାଇଁ ।ଯାହା ବେଶ ଥିଲା କାଲି ଶ୍ରୀରାମ ସମାନ,ଆଜି ସେ ନାଚୁଛି ବେଶ ଧରି ହନୁମାନ ।ଆହେ ସୂତ୍ରଧର! ମୋତେ ଦେବ ଯେଉଁ ବେଶ,ସେହି ବେଶେ ନାଚିବି ମୁଁ ନାହିଁ କିଛି କ୍ଳେଶ ।ସମସ୍ତଙ୍କ ଇଚ୍ଛା ସେନାପତି ହେବେ ରଣେ,କିଏ ହେବ ସେନା ଏହା ନ ଭାଳନ୍ତି ମନେ ।କରିଥିଲ ବଡ଼ଲୋକ ଦେଇଥିଲ ମାନ,ସକଳ ଛଡ଼ାଇ ଯେବେ ନେବ ବର୍ତ୍ତମାନ!କର ପ୍ରଭୋ! ଯାହା ଇଚ୍ଛା କିଛି ଚିନ୍ତା ନାହିଁ!ପାଳିବି ତୁମ୍ଭର ଆଜ୍ଞା ମସ୍ତକ ନୁଆଇଁ ।ଗିରିନଦୀରାଗ - ମଙ୍ଗଳପ୍ରବାହିତ ସ୍ରୋତ ଗିରି ବକ୍ଷୁଁ ନିର୍ଝରିଣୀ,କଳ କଳ କଳ ନାଦେ ଦିବସ ଯାମିନୀ ।ଦର୍ଶକ ନୟନେ ଯେବେ ଦିଅ ଆସି ଦେଖା,କଠିନ ହୃଦୟେ କିବା କରୁଣାର ରେଖା ।ବାଟ ଓଗାଳିଲେ ତୋତେ ଜ୍ଞାତି ବନ୍ଧୁଗଣେ,ଏଡ଼ି ଉପରୋଧ ଚାଲ ଥକି କ୍ଷଣେ କ୍ଷଣେ ।ଗିରିରାଜ କୋଳେ ଧରିଥିଲେ ସାବଧାନେ,ଛାଡ଼ି ଆସିଅଛ ବୋଲ କିବା ଅଭିମାନେ ।କଳ କଳ ନାଦ କର ଦିବସ ରଜନୀ,ଆନନ୍ଦ ସଙ୍ଗୀତ ଏକି କ୍ରନ୍ଦନର ଧ୍ୱନି?ଚାଲିଛ ଉଲ୍ଲାସ କିମ୍ବା ଆକୁଳ ପରାଣେ,କଚାଡ଼ି ପଡ଼ୁଛ ଦେଖୁଛି ତ ସ୍ଥାନେ ସ୍ଥାନେ ।କାହିଁ କଳୁଷିତା, କାହିଁ ଶରୀର ପବିତ୍ର,ତୁମ୍ଭେ କି ଗୋ ଦେବୀ ! କବିକଳ୍ପନାର ଚିତ୍ର?ବିରହୀ ହଳଦିବସନ୍ତକଳହଂସକେଦାର(ସତ୍ୟ ଘଟନା)୧ମହାନଦୀ ସୈକତେ ନିର୍ଜନ ସ୍ଥଳ,ଅତି ପ୍ରାଚୀନ ବଟବୃକ୍ଷ ଯୁଗଳ,ଉଭା ଅଛନ୍ତି ସହୋଦର ସମରେ,ଲଗାଲଗି ନ ହୋଇ କିଛି ଅନ୍ତରେ ।୨ହଳଦୀବସନ୍ତଟି ବସିଛି ଡାଳେ,ନୀରବେ ବସି କିବା ମନକୁ ଭାଳେ ।ବେଳେ ବେଳେ ଆସଇ ଡାଳରୁ ଖସି,ବୃକ୍ଷ ମଧ୍ୟ ଭୂମିରେ ରାବେ ସେ ବସି ।୩ମୁହୂର୍ତ୍ତେ ତହିଁ ଭାବି ବିକଳ ସ୍ୱନେଆନ ବୃକ୍ଷକୁ ଉଡ଼ିଯାଏ ବହନେ,ପୁଣି ବାହୁଡ଼ି ଆସି ମୁହୂର୍ତ୍ତ ପରେଭୂମି ପରଶି ବସେ ପୂର୍ବ ବୃକ୍ଷରେ ।୪ଅଦୂରେ ନଦୀସ୍ରୋତେ ନାନା ବିହଙ୍ଗମନ ଉଲ୍ଲାସେ କେତେ କରନ୍ତି ରଙ୍ଗ,ପହଁରେ କେବା ବୁଡ଼େ କେ ଲୋଡ଼େ ଭକ୍ଷ୍ୟ,ହଳଦୀବସନ୍ତ ଟି ନ କରେ ଲକ୍ଷ୍ୟ ।୫ବୃକ୍ଷର ତଳେ, ତହୁଁ ଅନ୍ୟ ବୃକ୍ଷରେ,ତହୁଁ ବାହୁଡ଼େ ପୂର୍ବ ବୃକ୍ଷକୁ ଥରେ,କି କହେ ତଳେ ବସି ସେହି ତା ଜାଣେ,ମାତ୍ର ତା ଗୀତି ପ୍ରାଣେ ବିଷାଦ ଆଣେ ।୬ଲୋଡ଼ିବାକୁ ନ ଯାଇ ନିଜ ଆହାର,ଦିନଯାକ କରେ ସେ ଏହି ବେଭାର,ତିନି ଦିନ ବିହଗ ଝୁରି ଏପରି,ଉପବାସେ ସେଠାରେ ଗଲା ସେ ମରି ।୭ଦେଖିଲେ ବନ୍ଧୁ ମୋର ଯାଇ ପ୍ରତ୍ୟେକ୍ଷ,ହଳଦୀବସନ୍ତୀର କେତୋଟି ପକ୍ଷଅଛି ସେ ବେନି ବୃକ୍ଷ ମଧ୍ୟରେ ପଡ଼ି,ଗୋଟିଏ ପକ୍ଷୀ ମରି ଯାଇଛି ସଡ଼ି ।* ଲେଖକର ବାଲ୍ୟବନ୍ଧୁ କବିବର ରାୟ ରାଧାନାଥ ରାୟ ବାହାଦୁର ଏହି ଘଟନାଟି ପ୍ରତ୍ୟକ୍ଷ କରିଅଛନ୍ତି ।୮ସେ ସଡ଼ା ପକ୍ଷୀ ପଡ଼ିଥିଲାକ ଯହିଁ,ଝୁରି ଝୁରି ହଳଦୀବସନ୍ତ ତହିଁଦୁଃସହ କାନ୍ତା ଶୋକେ ତେଜିଲା ପ୍ରାଣ,ମାନବେ ଦେଇଗଲା କି ଦିବ୍ୟଜ୍ଞାନ ।୯କ୍ଷୁଦ୍ର ସେ ବିହଙ୍ଗମ ତୀର୍ଯ୍ୟଗ ଜାତି,କାହୁଁ ଶିକ୍ଷିଲା ଜାୟା ପ୍ରେମ ଏ ନୀତି?ପତ୍ନୀ ସକାଶେ ଦେଲା ନିଜ ଜୀବନ,ଦାମ୍ପତ୍ୟ ପ୍ରଣୟକୁ ବୋଲଇ ଧନ୍ୟ ।ରଜନୀଗନ୍ଧାଚକ୍ରକେଳିଗୋ ରଜନୀଗନ୍ଧେ! ବୋଲ କିପାଇଁଦିବସେ ତୋ ଗୁଣ ବିକାଶେ ନାହିଁ?ନ ବୋଲ ପଛକେ ବୁଝିଛି କଥା,କୁଳ ଭୁଆସୁଣୀ ଏହି ବ୍ୟବସ୍ଥା ।ଢାଙ୍କିଢ଼ୁଙ୍କି ହୋଇଥାନ୍ତି କେବଳଗୁଣରେ କରନ୍ତି କୁଳ ଉଜ୍ଜ୍ୱଳ ।ଯା-ଏ, ଯାଏ, ଘରେ ଥାଆନ୍ତି ଗୁଞ୍ଜି,ତୁମ୍ଭେ ଫୁଟି ଥାଅ ପୁଞ୍ଜିକି ପୁଞ୍ଜି ।ଭଅଁରା ତୋ ପାଶେ ନ ଆସେ ତୋଷେ,ସତୀକୁ କି ଛୁଏଁ ପରପୁରୁଷେ?ରାତ୍ରିରେ ବିସ୍ତାର କରି ସୌରଭଆମୋଦିତ କର ଉଦ୍ୟାନ ସର୍ବ ।ନ କରନ୍ତି କବି ତୋତେ ଆଦର,ଆଶ୍ଚର୍ଯ୍ୟ ନ ମଣେ ତୋତେ ମାତର ।ଏପରି ଅଛନ୍ତି ବହୁତ ଲୋକ,ଭୁଲିଯାନ୍ତି ଦେଖି ବାହ୍ୟ ଛଟକ ।ତୋହର ତ ବାହ୍ୟ ସୌନ୍ଦର୍ଯ୍ୟ ନାହିଁ,ଭୁଲିବେ କବିଏ ବୋଲ କିପାଇଁ?ନ ଥାଉ ତୋହର ରୂପ ଲାବଣ୍ୟ,ମାତ୍ରକ ତୁ ମୋର ହୃଦୟଧନ ।ମନରେ ରଖିବୁ ରଜନୀଗନ୍ଧା,ତୋହ ପୀରତିରେ ମୋ ମନ ବନ୍ଧା ।କୁସୁମକଳାପେ ଆଗୋ ସଜନୀ!ତୁହି ସିନା ଏକା ମୋ ପ୍ରଣୟିନୀ ।ସନ୍ଧ୍ୟାକାଳେ ବସି ମୁହିଁ ନିର୍ଜନେଚିନ୍ତା କରୁଥାଏଁ ପ୍ରଭୁଙ୍କୁ ମନେ ।ସୌରଭ ବିସ୍ତାରୁ ହୋଇ ଫୁଟିତ,ଦେଉ କରି ମୋର ମନ ମୋହିତ ।ପ୍ରଭୁଙ୍କର ତୁହି ଗୋଟିଏ କୀର୍ତ୍ତି,ବିଚାରି ମନରେ ଲଭଇଁ ପ୍ରୀତି ।ଆଜୁଁ କହି ବୋଲି ଯାଉଛି ତୋତେ,ଶ୍ମଶାନକୁ ଯିବୁ ମୋହ ସହିତେ ।ହରି ସର୍ବସ୍ୱରାଗ - ମଙ୍ଗଳଆହେ ମହାପ୍ରଭୋ! ତୁମ୍ଭେ ମୋର ପିତା, ମାତା,ତୁମ୍ଭେ ଜ୍ଞାତି, ପରିଜନ, ସର୍ବସୁଖଦାତା ।ଜୀବନ, ମରଣ ତୁମ୍ଭେ ଶାନ୍ତିର ସଦନ,ସାଧନର ଧନ ପ୍ରଭୋ! ତୁମ୍ଭେ ମୋ ଶରଣତ୍ରିଭୁବନ ସର୍ବ ସ୍ଥାନେ ଅଛ ତୁମ୍ଭେ ହରି!ପାଳନ କରୁଛ ପ୍ରାଣୀ ସର୍ବ ସୃଷ୍ଟି କରି ।ଆଜ୍ଞା କର ମହାପ୍ରଭୋ! ମୋହର ରସନାନିରନ୍ତର କରୁ ତବ ମହିମା ଘୋଷଣା ।ମୋହର ପ୍ରାର୍ଥନା ନାହିଁ- ବିନାଶ, ମଙ୍ଗଳ,ପ୍ରାର୍ଥନା କରୁଛି ତୁମ୍ଭ କରୁଣା କେବଳ ।ଆହେ ମହାପ୍ରଭୋ! ଧ୍ୟାୟି ତବ ଶ୍ରୀଚରଣତନ, ମନ, ପ୍ରାଣ ସର୍ବ କଲି ସମର୍ପଣ ।ରକ୍ଷା କର ପ୍ରଭୋ! ତବ ବିନା ଗତି ନାହିଁ,ଅନୁକ୍ଷଣେ ରହିଛି ତ ତବ ମୁଖ ଚାହିଁ ।କର୍ତ୍ତବ୍ୟପାଳନରାଗ - ମଙ୍ଗଳଏକ ଦୁଇ କରି ଦିନ ଯାଉଛି ତ ବହି,କାହାକୁ ଅନାଇ ବୋଲ ଅଛ ବସିରହି ।କର୍ତ୍ତବ୍ୟ ସାଧନ ସେ ତ ପ୍ରକୃତ ଜୀବନ,ଆଳସ୍ୟେ ସମୟକ୍ଷେପ ଆତ୍ମାର ହନନ ।ପୃଥିବୀ ଦେଇଛି ଯେତେ ଦ୍ରବ୍ୟ ତୁମ୍ଭପାଇଁ,ବିଚାର ତ ପରିଶୋଧ କରିଛ କି ନାହିଁ?ଶୈଶବ କାଳରେ ଥିଲ ତୁମ୍ଭେ ଅସମର୍ଥ,ତୁମ୍ଭର ଯା ଲୋଡ଼ା ପୃଥ୍ୱୀ ଦେଇଛି ସମସ୍ତ ।ଯୌବନ ଅର୍ଦ୍ଧେକ ପ୍ରାୟ ଯିବ ତ ନିଦ୍ରାରେ,ପୁଣି ଅସମର୍ଥ ହେବ ବୃଦ୍ଧ ଅବସ୍ଥାରେ ।ଯେତେକାଳ ପାଇଥିଲ ସମର୍ଥ ଜୀବନ,ବିଚାର ତ କରିଛ କି କର୍ତ୍ତବ୍ୟ ପାଳନ?ଦିନଯାଏ ଧୀରେ ଧୀରେ ଭାଳିଛି ମନରେ,ଅନାଅ ପଛକୁ ଯାଏ କେଡ଼େ ଚଞ୍ଚଳରେ!ଅଭାବରାଗ-ବଙ୍ଗଳାଶ୍ରୀକେତେ ଯତନରେ କେତେ ପ୍ରେମଭରେଗୁନ୍ଥି ରଖେ ଫୁଲମାଳି,କେବେ ଚିତ୍ତଭୋଳେ ଲମ୍ବାଏ ତା ଗଳେକେବେ ଦିଏ ପ୍ରୀତି-ଗାଳି ।ଗଲେ ମୁଁ ବାହାରେ ଉଭା ଥାଏ ଦ୍ୱାରେଆସିବାକୁ ବାଟ ଚାହିଁ,ବାହୁଡ଼ି ମୁଁ ଆସି କଥା କହେଁ ହସି,କେବେ ଯାଏଁ ନ ଅନାଇ ।କେବେ ହସି ହସି ମୋ ପାଖରେ ବସିକହେ କେତେ ମିଷ୍ଟକଥା,ଉତ୍ତର କଥାରେ ଦିଏଁ ପ୍ରେମଭରେ,କେବେ ବସେଁ ପୋତି ମଥା ।କେତେ ଚାନ୍ଦରାତି ବିଛାଇ ସୁପାତିବସିଥାଏ ଅଗଣାରେ,କେବେ ପ୍ରେମଭରେ ବସେଁ ତା ପାଶରେ,କେବେ ବସେଁ ଅନ୍ୟଠାରେ ।ଥିଲେ ମୁଁ ବିଦେଶେ ମୋହର ଉଦ୍ଦେଶେକେତେ ପ୍ରେମଲିପି ଲେଖେ,ଦିଏଁ ବା ଯତ୍ନରେ ଉତ୍ତର ପତ୍ରରେ,କେତେ ଲିପି ବା ନ ଦେଖେଁ ।ଏବେ ଦେଖେଁ ଭିନେ ଏହିପରି ଦିନେଥିଲାପରି ଯାଏ ଜଣା,-ସ୍ମୃତି ଅନୁକ୍ରମ ଅବା ମତିଭ୍ରମଅବା ଅଳସ କଳ୍ପନା?ଗୃହ ଶୂନ୍ୟମୟ ଭଗନ ହୃଦୟ,ଏବେ ନିରାଶ ମନରେଜୀବନ ଯାପନ କରିବା କାରଣଯିବି ଦେଶ ଦେଶାନ୍ତରେ ।ନବଜୀବନରାଗ- ମଙ୍ଗଳଦୁଃଖ ତାପ, ହାହାକାର କରି ଚିରଦିନ,ପବିତ୍ର ଆତ୍ମାକୁ ପ୍ରଭୋ! କରିଛି ମଳିନ;ଦିବାନିଶି ଆପଣାକୁ କରି ଅବିଶ୍ୱାସପୋଛିଛି ନୟନଅଶ୍ରୁ, ହତାଶ ନିଶ୍ୱାସ!କ୍ଷତିକର ପ୍ରଲୋଭନେ ଆହେ ବିଶ୍ୱପତି!ଦେଇଛି ଯଥୋଚିତ ଅଧୋଗତି!ଚିତ୍ତବିନୋଦନ, ବ୍ୟର୍ଥ ଐଶ୍ୱର୍ଯ୍ୟ ଲୋଭରେତୁମ୍ଭଠାରୁ କେତେ ଥର ରହିଛି ଦୂରରେ ।ବିଗତ ଘଟଣା କଥା ଭାଳି ବାରମ୍ବାର,ହେ ପ୍ରଭୋ! ହୃଦୟ ହେଉଛି ତ ଛାରଖାର!ସେ ଘଟଣାମାନ ଚିନ୍ତା କରି ଭବିଷ୍ୟତଜଣାଯାଉଛି ତ ଘୋର ଅନ୍ଧକାରବତ ।ଆତ୍ମକୃତ କାର୍ଯ୍ୟ ଚିନ୍ତି ବ୍ୟର୍ଥରେ ଜୀବନ,ହୋଇପଡ଼ିଛି ତ ଅନ୍ଧତମସେ ଆଚ୍ଛନ୍ନ!କେତେ ଅଭିଳାଷ ଦ୍ରବ୍ୟ ଅଛି ପୃଥିବୀରେ,ପାଇବାକୁ ଲୋଡ଼ିଛି ତ କୁଟିଳ ବୁଦ୍ଧିରେ,ଅସତ ଚିନ୍ତାରେ କଲି ଆତ୍ମା କଳୁଷିତ,ବାସନା ତ ପୂର୍ଣ୍ଣ କାହିଁ ନୋହିଲା କିଞ୍ଚିତ!ବରଞ୍ଚ କ୍ରମଶ ହୋଇ ବାସନା ପ୍ରବଳ,ଆତ୍ମାରେ କଳଙ୍କ ଦାଗ ଲାଗିଛି କେବଳ!ହରାଇ ପରଶମଣି, କଦାଚ ଅଜ୍ଞାନେକିଛି ଧନ ପାଇ ରଖିଥିଲି ସାବଧାନେ;ଯାଇଛି ସେ ଦ୍ରବ୍ୟ, ହୃଦେ ରହିଛି କେବଳଅସତ ବେଭାର ପାପ କାଳିମାର ମଳ ।ଗତ ପାପପାଇଁ ପ୍ରଭୋ! କିଛି ଚିନ୍ତା ନାହିଁ,ସାବଧାନ ହେବି ଯେବେ ଭବିଷ୍ୟତପାଇଁ ।ଯେ କୁକାର୍ଯ୍ୟ ଅଛି କରି ହୋଇ ମାୟାମୁଗ୍ଧ,ଅନୁତାପାନଳେ ଆତ୍ମା ହୋଇଯିବ ଦଗ୍ଧ ।ମହାପ୍ରଭୋ! ତୁମ୍ଭର ତ ଅନନ୍ତ କରୁଣା,ମୋ ଦୁଷ୍କୃତି ତହୁଁ କୋଟି କୋଟି ଗୁଣେ ଊଣା ।କଳୁଷିତ କ୍ଷୁଦ୍ର-ସ୍ରୋତ ଅନନ୍ତ ସାଗରେପଶି ମିଶିଯିବ, ଚିହ୍ନ ନ ରହିବ ଥରେ ।ଅମୃତରୁ ଅଛି ଆସି, ଯିବି ଅମୃତକୁ,ଏହା ଭାଳି ଦେଉଛି ତ ସାନ୍ତ୍ୱନା ମନକୁ ।ଜଗତର କାର୍ଯ୍ୟ ମୋର କରି ସମାପତସେ ଅମୃତଧାମେ ପୁଣି ହେବି ଉପଗତ ।ତେବେ କିପାଁ ପୃଥିବୀକୁ ମଣିବ ଜଞ୍ଜାଳ?ହସି ଖେଳି ଆନନ୍ଦରେ କାଟି ଦେବି କାଳ ।କରିବି ଆନନ୍ଦ ମନେ କର୍ତ୍ତବ୍ୟ ସାଧନ,ତୁମ୍ଭର ଆଦେଶ ପ୍ରଭୋ! କରିବି ପାଳନ ।ଆଶା ପୂର୍ଣ୍ଣ ହେଲା ନାହିଁ ବୋଲି ପୃଥିବୀରେ,କିପାଇଁ କରିବି ହାହାକାର ଦୁର୍ବୁଦ୍ଧିରେ?ଜାଣୁଛି ବ୍ୟାକୁଳ ମୋର ଆତ୍ମା ଯାହାପାଇଁ,ସେ ଦ୍ରବ୍ୟ ଦେବାକୁ ଜଗତର ଶକ୍ତି କାହିଁ!ମୁହିଁ ନ ପାଇଲି ବୋଲି କିପାଇଁ ଭାବନା?ସମସ୍ତଙ୍କ ଏହି ଭାବ ଯାଉଅଛି ଜଣା ।ଦେଖୁଛ ନିତାନ୍ତ ମୂର୍ଖ ଜଗତର ଲୋକେ,ସୁଖ ଲୋଡ଼ିବାକୁ ଯାଇ ପଡ଼ନ୍ତି ନରକେ ।ପବିତ୍ର ସୁଖ ତ ଅଛି ପବିତ୍ରଧାମରେ,କିପାଁ ଲୋକ ଧାଇଁଥାନ୍ତି କଳୁଷମାର୍ଗରେ?ହେ ପ୍ରଭୋ! ଜାଣିଲି ଯହିଁ ଅଛି ଶାନ୍ତିସୁଖ,ସେ ମାର୍ଗେ ଯିବାକୁ କେବେ ନ ହେବି ବିମୁଖ ।ଦେଖୁଛି ତ ମୋ ଜୀବନେ ଯେତେକ କଲ୍ୟାଣ,ପ୍ରାଣେଶ୍ୱର ବସି କରୁଛନ୍ତି ତ ବିଧାନ ।ପାଇ ସେ କଲ୍ୟାଣ କିପାଁ ହେବି ମୁଁ ହତାଶ?ଅବଶ୍ୟ ସମ୍ପୂର୍ଣ୍ଣ ହେବ ପ୍ରାଣ ଅଭିଳାଷ ।ପାପୀ ବୋଲି ପ୍ରଭୁ! ମୋତେ କରିଥିଲେ ଘୃଣା,ତାହାଙ୍କ କରୁଣା ନିଶ୍ଚେ ହୋଇଥାନ୍ତା ଊଣା ।ଘଟୁଛି ମୋ ପ୍ରାଣେ ଯେଉଁ ଘଟଣା ସମସ୍ତ,ଅଲକ୍ଷ୍ୟ ଭାବରେ ଦେଖେଁ ପ୍ରଭୁଙ୍କର ହସ୍ତ ।ତାହାଙ୍କ କୃପାରୁ ପାଏ ବିପଦୁଁ ଉଦ୍ଧାର,ତେବେ କିପାଁ ଏତେ ଗ୍ଳାନି? ଏତେ ହାହାକାର?ଦୃଢ଼ରୂପେ ଧରେଁ ଯେବେ ପ୍ରଭୁଙ୍କ ଚରଣ,ନିଶ୍ଚୟ ପାଇବ ରକ୍ଷା ମୋହର ଜୀବନ ।ବିପଦେ, କଷ୍ଟରେ ପଡ଼ି କଲେ ମୁଁ ପ୍ରାର୍ଥନା,ବିତିଛି ତ ପ୍ରାଣେ ଶାନ୍ତି ସୁଖ ଯାଏ ଜଣା ।ବିକଳରେ ଡାକି ଡାକି ଯିବି ପ୍ରଭୁ ପାଶେ,ନିଶ୍ଚୟ ମୋ ପିତା ସ୍ଥାନ ଦେବେ ମୋ ସକାଶେ ।ଦୃଢ଼ରୂପେ ପ୍ରଭୁ ପଦେ ରଖିଥିଲେ ମତି,ବିଚଳିତ ନ କରିବ ସଂସାରସମ୍ପତ୍ତି ।ତ୍ରିଭୁବନଚିନ୍ତାମଣି ପରଶରତନ,ଅତି ତୁଚ୍ଛ ଅଟେ ଜଗତର ସର୍ବ ଧନ ।ତୁଚ୍ଛ ଧନପାଇଁ ସେହି ପରଶରତନହରାଇବି ନାହିଁ ଏହା ସ୍ଥିର ମୋର ପଣ ।ମନ, ପ୍ରାଣ ସମ୍ପି ମହାପ୍ରଭୁଙ୍କ ପଦରେ,ସାଧିବି କର୍ତ୍ତବ୍ୟ ଏବେ ନବସାହସରେ ।ହେ ପ୍ରଭୋ! ଦେଉନ୍ତୁ ଶାନ୍ତି, ପ୍ରୀତି, ଶ୍ରୀଚରଣ,କେବଳ କରିବି ମୁହିଁ କର୍ତ୍ତବ୍ୟ ପାଳନ ।ଅହଂଭାବ ମନୁ ମୋର ଦିଅ ଦୂର କରି,ଏହି ଜ୍ଞାନ ଜାତ ହେଉ ଦୟାମୟ ହରି!ମୋ ହୃଦୟ, ମୋର ପ୍ରାଣ, ମୋର ଏ ଶରୀର,ବିଶ୍ୱଦେବ! ଅଟେ ତୁମ୍ଭ ପବିତ୍ରମନ୍ଦିର ।ଯେ ଆଜ୍ଞା କରିବ ବସି ମୋହର ହୃଦୟେ,ଅକାତରେ ପାଳିବି ତା ସକଳ ସମୟେ ।ଆଜିଠାରୁ ଲଭିଲି ମୁଁ ନୂତନ ଜୀବନ,କରିବି ତୁମ୍ଭକୁ ଧ୍ୟାୟି କର୍ତ୍ତବ୍ୟପାଳନ ।ପିତାମହୀଦୟାବତୀ! ସତୀ! ସାଧ୍ୱୀ! ଆଗୋ ପିତାମହୀ ।ନରାଧମ, ପାରିବି କି ତୁମ୍ଭ କଥା କହି!ମୋ ଜୀବନରକ୍ଷାପାଇଁ ଠାକୁମା କୁଚିଲା!ସ୍ୱର୍ଗୁଁ କି ଗୋ ଆସିଥିଲ, ଦେବି! ପୁଣ୍ୟଶୀଳା!ହରାଇଛି ପିତା, ମାତା ନିତାନ୍ତ ଶୈଶବେ,ଦେଖନ୍ତି ବିଦ୍ୱେଷନେତ୍ରେ ପରିଜନ ସର୍ବେ ।କେତେ କଷ୍ଟେ, କେତେ ଯତ୍ନେ, କରିଛି ପାଳନ,ତୁମ୍ଭ କରୁଣାରୁ ରକ୍ଷା ପାଇଛି ଜୀବନ ।ହୃଦୟର ରକ୍ତ ଦେଇ ପାଳିଛ ଶୈଶବେ,ଏ ନିଃସ୍ୱାର୍ଥ ଉପକାର କାହିଁ ଛି ବା ଭବେ?ଅନୁପମ ସ୍ନେହ ତବ ଅନନ୍ତ ଅପାର,ଶୁଝି ପାରି ନାହିଁ ଦେବି! କିଞ୍ଚିତମାତର ।କାଟିଛି ମୁଁ ବାଲ୍ୟକାଳ ରୋଗ ଭୋଗି ଭୋଗି,ଅନାହାରେ ଅନିଦ୍ରାରେ ବସିଥାଅ ଜଗି ।ରୋଗଯନ୍ତ୍ରଣାରେ ଯେବେ ହୁଏ ମୁଁ ଅସ୍ଥିର,ବହି ଯାଉଥାଏ ତୁମ୍ଭ ନେତ୍ରୁଁ ଅଶ୍ରୁନୀର ।ହିଂସା, କ୍ରୋଧ, ପାପଚିନ୍ତା, ବାଦ, ବିସମ୍ବାଦ,ତୁମ୍ଭଙ୍କୁ ନ ଥିଲା ଜଣା ଏଥିର ସମ୍ବାଦ ।ଶିଶୁଚିକିତ୍ସାରେ ପୁଣି ଉଦ୍ୟାନପାଳନେଦେଖି ନାହିଁ କାହିଁ ତୁମ୍ଭ ପରି ନାରୀ ଜଣେ ।ଦିବା ନିଶି ଥାଅ ତୁମ୍ଭେ ଗୃହକାର୍ଯ୍ୟେ ବ୍ୟସ୍ତ,ନିୟମରେ ସାଧୁଥିଲ କର୍ତ୍ତବ୍ୟ ସମସ୍ତ ।କରୁଥିଲ ଦଶଦଣ୍ଡ ମାତ୍ରକ ଶୟନ,ସେହିକାଳେ ମଧ୍ୟ ରହିଥାଅ ସଚେତନ ।ଡାକିବାମାତ୍ରକେ ଦିଅ କଥାର ଉତ୍ତର,ଏପରି ନିଦ୍ରା ତ ହୁଏ ନାହିଁ ଲୋକଙ୍କର ।ତୁମ୍ଭର ରୋପିତ ଫଳବନ୍ତ ବୃକ୍ଷରାଜିକାର୍ଯ୍ୟକୁଶଳତା ସାକ୍ଷ ଦେଉଅଛି ଆଜି ।କାର୍ଯ୍ୟବଶେ, ଧନଆଶେ ଗଲେ ପରବାସେ,ଠାକୁରମା, ଚାହିଁ ବସିଥାଅ ମୋହ ଆଶେ ।ତ୍ରିସପ୍ତତି ବର୍ଷ ଥିଲା ତୁମ୍ଭର ଜୀବନ,ଦିନେ ମଧ୍ୟ ନାହିଁ କରି ଔଷଧ ସେବନପାଳନ କରିଛ ନିୟମିତ ବାରବ୍ରତ,କେବେ ହୋଇ ନାହଁ ଧର୍ମମାର୍ଗୁଁ ବିଚଳିତ ।ଜୀବନଟାଯାକ ଭୁଞ୍ଜିଥିଲ ନାନା ଦୁଃଖ,ବିଶେଷରେ ଭୋଗିଥିଲ କଷ୍ଟ ପୁତ୍ରଶୋକ!ଦିନେ ହେଲେ ମୁଁ ତୁମ୍ଭର ସେବା କରି ନାହିଁ,କରିବି ବିଳାପ ଆଜୀବନ ସେଥିପାଇଁ ।ମୋତେ ବଞ୍ଚାଇବାପାଇଁ ଆହେ ବିଶ୍ୱପତି ।ଆପଣ କି ଠାକୁମାକୁ ପଠାଇ ଅଛନ୍ତି?କ୍ଷୁଦ୍ର ମୁହିଁ, ତୁଚ୍ଛ ମୁହିଁ, କି କାର୍ଯ୍ୟ ଜଗତେସାଧିବି? ହେ ବିଶ୍ୱପତି! ଆଜ୍ଞା କର ମୋତେଠାକୁମାର ଦୟା ଦେଖି ଭାଳିଛି ତ ମନେ,ତୁମ୍ଭେ ଏହିପରି ଦୟା କର ପ୍ରାଣିଗଣେ ।ଆତ୍ମରକ୍ଷାପାଇଁ ଯେବେ ହେଲି ମୁଁ ସମର୍ଥ,ନ ରହି ପୃଥ୍ୱୀରେ ଦେବୀ! ହେଲ ସ୍ୱର୍ଗଗତତୁମ୍ଭ ଶେଷ ଦିନ କଥା ପଡ଼ୁଛି ମନରେ,ଶ୍ମଶାନଚିତାର ଚିତ୍ର ଲାଗିଛି ନେତ୍ରରେ ।କାର୍ଯ୍ୟ ସାରି ସେ ସ୍ଥାନକୁ ଯେଉଁ ଦିନ ଯିବି,ଏହି ଚିତ୍ର ଏହି ନେତ୍ର ଯିବ ତହିଁ ନିଭି ।ଆହେ ମହାପ୍ରଭୋ! ତୁମ୍ଭେ ଏପରି କୌଶଳେପ୍ରତି ଜଣେ ପାଳୁଛ ତ ଜଗତମଣ୍ଡଳେ ।କାହିଁ ଅଛ ଆଗୋ ଦେବୀ! ପୁଣ୍ୟମୟ ଦେଶେ?ଜୁହାର କରୁଛି ତୁମ୍ଭ ଆତ୍ମାର ଉଦ୍ଦେଶେ ।ଭୁବନେଶ୍ୱରରାଗ - ମଙ୍ଗଳହେ ଭୁବନେଶ୍ୱର! ତୁମ୍ଭ କୀର୍ତ୍ତି ଭୁବନେଶ୍ୱରେପ୍ରକାଶିତ ଅଛି, ଥିବ ଯୁଗଯୁଗାନ୍ତରେ ।ଶିଳ୍ପକାର୍ଯ୍ୟ ପରାକାଷ୍ଠା ତୁମ୍ଭର ଦେଉଳ,ନ ଦେଖେଁ ମନ୍ଦିର କାହିଁ ତାହା ସମତୁଲ ।କେତେ କାଳ କେତେ କୋଟି ପ୍ରାଣୀ ଗଲେ ଭାସି,ଯିବେ କେତେ, ଥିବ ତୁମ୍ଭ ଦେଉଳ ବିକାଶି ।ଅଶୋକୀ ମହତୀ କୀର୍ତ୍ତି ବିନାଶ କାରଣେତୁମ୍ଭେ କି ବିରାଜିଅଛ ଏକାମ୍ରକାନନେ?ଅଂସଖ୍ୟ ଦେଉଳ ବିସ୍ତାରିଛ ଇତସ୍ତତ,ରହିଛି ତ ଖଣ୍ଡଗିରି ଗୌରବ ସମସ୍ତ ।ହେଉ ପଛେ ବୌଦ୍ଧଧର୍ମ ଅଧିକାର ଲୋପ,ମାତ୍ର ଗୁହା କାରୁକାର୍ଯ୍ୟ ଥିବ ସମରୂପ ।ପ୍ରତିଯୋଗୀ ଦୁଇ ଶିଳ୍ପ ସମାନ ସମାନ,କାହାକୁ ବୋଲିବୁଁ ବଡ଼, କାହାକୁ ବା ସାନ ।ଶୈବ ବୌଦ୍ଧ ଉଭକୀର୍ତ୍ତି ପାଷାଣ ଅଙ୍କିତ;କରି ପାରି ନାହିଁ କାଳ ବ୍ୟତ୍ୟୟ କିଞ୍ଚିତ ।ସହସ୍ର ସହସ୍ର ବର୍ଷ କାଳ ଯିବ ବହି,ଦୁଇ ମହାପୁଣ୍ୟ ଧାମ ଥିବ ଚିର ରହି ।ଲକ୍ଷ ଲକ୍ଷ ଧର୍ମପ୍ରାଣ ଲୋକ ତୁମ୍ଭ ପାଶେ,ଧାଇଁଛନ୍ତି ଦୁଇ କାଳ ସୁଖଲାଭ ଆଶେ ।ମୋହ ପିତା ଶ୍ରୀଲକ୍ଷ୍ମଣନାଥ ତୁମ୍ଭଠାକୁଭକ୍ତିଭରେ ଆସିଥିଲେ ପୁଣ୍ୟ ଲଭିବାକୁ ।ମହାପ୍ରଭୋ! ଦେଖି ତାଙ୍କ କିବା ଅପରାଧ,ଅସମୟେ କଲ କିପାଁ ତାଙ୍କ ପ୍ରାଣ ବଧ?ପୁଣ୍ୟମୟ ତୀର୍ଥ ବିନ୍ଦୁସାଗର କୂଳରେପ୍ରାଣତ୍ୟାଗ କଲେ ପିତା ବିସୂଚି ରୋଗରେ ।ଥିଲେ ସେ କାଳରେ ତାଙ୍କ ଜନନୀ ସଙ୍ଗିନୀ,ବିକଳେ ବାହୁଡ଼ି ଗୃହେ ଗଲେ ଅଭାଗିନୀ ।ମୋ ମାତା ତୁଳସୀଦେବୀ ବିକଳେ ହତାଶେକାନ୍ଦି କାନ୍ଦି ପ୍ରାଣତ୍ୟାଗ କଲେ ତିନି ମାସେ ।ମୋହ ପିତା ପ୍ରତି କରିଅଛ ଅତ୍ୟାଚାର,ତୁମ୍ଭ କୃପା ପାଇବାକୁ ମୋର ଅଧିକାର ।ବିଦାୟ ପ୍ରାର୍ଥନାନଳିନୀଗୌଡ଼ଧୈର୍ଯ୍ୟ ଧର, କ୍ଷମା କର, ଦେଉନ୍ତୁ ମେଲାଣି,ବିଦାୟ ଘେନୁଛି ଉପଯୁକ୍ତ କାଳ ଜାଣି ।ଏ ନୁହେ ବିନାଶ ବନ୍ଧୋ! ଏ ନୁହେ ବିଚ୍ଛେଦ,ଏ କାଳ, ସେ କାଳ, ମାତ୍ର ଏତିକି ପ୍ରଭେଦ ।ଆଗ ପଛ ହୋଇ ବନ୍ଧୋ! ଯିବା ଏକସ୍ଥାନେ,ଯାଉଛି ଆଗରେ, ପଛେ ଆସ ତୁମ୍ଭେମାନେ ।ଯାଉଛି ମୁଁ ବନ୍ଧୋ! ରଖି ଯାଉଛି ତ ସ୍ମୃତି,କେବଳ ଏ ଚିହ୍ନ ମାତ୍ର ସହ ଅନୁଭୂତି ।ଜୀବନସଙ୍ଗୀତ ମୋର ହେଉ ଅବସାନ,ଅଭିଳାଷ ଦୀର୍ଘ କାଳ ଧରିଥାଅ ତାନ ।ମୋହ ସୁପ୍ତ ନାମ ତୁମ୍ଭ ହୃଦୟମନ୍ଦିରେଥିବ, କିନ୍ତୁ ନିଭିଯିବ ଚିରେ ବା ଅଚିରେ ।ଆଶୀର୍ବାଦ କର, ଜପି ଜପି ହରିନାମହେଉ ମୋ ବୈରାଗ୍ୟମୟ ଅନନ୍ତବିଶ୍ରାମ ।ଶେଷ ପ୍ରାର୍ଥନାରାଗ- ବଙ୍ଗଳାଶ୍ରୀକ୍ରମଶ ଦୁର୍ବଳ ଇନ୍ଦ୍ରିୟ ସକଳପ୍ରାଣ ମନ ଅବସନ୍ନ,ହରାଇ ସାମର୍ଥ୍ୟ ବଞ୍ଚିଥିବା ବ୍ୟର୍ଥ,ଅଟେ ଯନ୍ତ୍ରଣା କାରଣ ।ଐଶ୍ୱର୍ଯ୍ୟର ଆଶା, ସୁଖର ପିପାସା,କ୍ରମେ ହେଉଛି ତ କ୍ଷୀଣ,ଜ୍ଞାତି ପରିବାର କ୍ରମେ ହତାଦାରକରୁଛନ୍ତି ଦିନୁ ଦିନ ।ଜୀବନ ମରଣେ ସନ୍ଧିରେ ଏ କ୍ଷଣେହୋଇଛି ତ ଉପସ୍ଥିତ,ଶ୍ମଶାନର ଛାୟା, ପୃଥିବୀର ମାୟା,ଉଭୟ ହୃଦେ ବିଚିତ୍ର ।ପଛକୁ ନ ଚାହିଁ, ଆଗେ ଯିବା ପାଇଁହୁଏ ଚିତ୍ତ ଉଚ୍ଚାଟନ,କିପାଁ କ୍ଷଣେ କ୍ଷଣେ କେଉଁ ଆକର୍ଷଣେବିଚଳିତ ହୁଏ ମନ!ଗଲା ସବୁ ଯାଉ, ସେ କଥା ତ ଆଉକେବେ ନ ଧରିବି ମୁଖେ,ସଂସାର ବନ୍ଧନ କରି ମୁଁ ଛେଦନରହିଥିବି ମନସୁଖେ ।ଆହେ ବନ୍ଧୁଗଣ! କରେଁ ନିବେଦନ,ଦୟା ରଖି ମୋହଠାରେ,ହରି ବୋଲି ଭାଇ, ମୋତେ ଯେ ଶୁଆଇଦେବେ ସମାଧିଶଯ୍ୟାରେ ।ଜନ୍ମଭୂମିକୋଳେ ଏକାନ୍ତେ ବିରଳେରହିବି ମହାଧ୍ୟାନରେ,ରବି, ଶଶୀ, ତାରା, ଜ୍ୟୋତିପରମ୍ପରା,ପଡ଼ୁଥିବ ମୋ ଉପରେ ।ଦୁଃଖ ସମୟଭଙ୍ଗ ଆଷାଢ଼ଶୁକ୍ଳବାଣୀବସିଛି ନିର୍ଜନେ ବ୍ୟାକୁଳ ମନେ,ଲୋତକଧାରା ବହୁଛି ନୟନେ,କାହିଁ ଗଲେ ମୋର ସୁହୃଦ ଜନେ,ପାଶରେ କାହାକୁନ ଦେଖେଁ ଚିତ୍ତେ ସାନ୍ତ୍ୱନା ଦେବାକୁ ।ସୁଖ ସମୟରେ ସକଳ ସାଥି,ଦିବା ଆଲୋକରେ ଜାଳନ୍ତି ବତି,ସରିଯାଏ ଯେବେ ସୁଖ ସମ୍ପତ୍ତି,ସକଳେ ଅନ୍ତର,ଡାକିଲେ କେ ଅଛି ଦେବ ଉତ୍ତର!ବସନ୍ତରେ ବହେ ଶୀତଳ ବାୟୁ,କୁସୁମସୌରଭ ମେଲିଛି ଆଉ,ଡାଳେ କୋକିଳ କରେ କୁହୁ କୁହୁ,ମଧୁ ଗଲେ ଚଳି,କାହିଁ ବା କୋକିଳ କାହିଁ କାକଳି ।ସୁଖରେ ସବୁ ସୁଖ ଯାଏ ଜଣା,ବ୍ୟାଧିରେ ଦେହେ ସର୍ବତ୍ର ବେଦନା,ଏକୁ ଆରେକ ପାଶେ ଯିବା ମନା,ସୁଖ ଦୁଃଖ ବେନିଥାନ୍ତି ସ୍ୱତନ୍ତ୍ର ସ୍ୱ ସ୍ୱଭାବ ଘେନି ।ଯୁବକ ଶରଚ୍ଚନ୍ଦ୍ରନ ଭୁଲ ନ ଭୁଲ, ସର୍ବଦର୍ଶୀ ବିଶ୍ୱପତିତୁମ୍ଭର ଅନ୍ୟାୟ କାର୍ଯ୍ୟମାନ ଦେଖୁଛନ୍ତି-ହେ ।ମୁଖେ ବୋଲ ଧର୍ମ, ନାହିଁ କାର୍ଯ୍ୟ ଅନୁରୂପ,କରୁ ନାହଁ କି ହେ ତୁମ୍ଭେ ଧର୍ମକୁ ବିଦ୍ରୂପ-ହେ ।ଦେଇଛନ୍ତି ଶକ୍ତି କି ରେ ପ୍ରଭୁ ଭଗବାନନାଶିବାକୁ ତାଙ୍କ ଅଜ୍ଞପୁତ୍ର ଧନ ପ୍ରାଣ-ହେ?ମାନବ ଶୋଣିତ ବିନା ଆରେ ଦୁରାଶୟ!ପେଟ ପୋଷିବାକୁ ଆଉ ନାହିଁ କି ଉପାୟ-ରେ?କେତେଦିନପାଇଁ ତୁମ୍ଭେ ଅଛ ପୃଥିବୀରେ,ବୁଝିଲ ତ ନାହିଁ କଥା ମୋହାନ୍ଧ ବୁଦ୍ଧିରେ-ହେ ।ଲୋଭର ପ୍ରକୃତି-ପୃଥ୍ୱୀଯାକ କଲେ ଗ୍ରାସତଥାପି ସମ୍ପୂର୍ଣ୍ଣ ହେବ ନାହିଁ ଅଭିଳାଷ – ହେ ।କାହିଁ ନେପୋଲ୍ୟନ? କାହିଁ ଆଲେକଜେଣ୍ଡର?କାହିଁ ବା ସେ ମିରାମିସ? ମାମଦ? ବାବର? ହେ ।ମାନବ ଶୋଣିତେ ଥିଲେ ପୃଥିବୀ ଭସାଇ,କାହାନ୍ତି ସେମାନେ କାହିଁ ତାଙ୍କ ରାଜ୍ୟ ଭାଇ- ହେ!ଧାର୍ମିକ, ପାପିଷ୍ଠ ସର୍ବେ ଯିବେ ଏକସ୍ଥାନେ,ଏଥିର ବିଚାର ହେବ ପ୍ରଭୁ ସନ୍ନିଧାନେ-ହେ ।କଳାପାହାଡ଼କାଳୀଦୁର୍ଜନ ରାଢ଼ କଳାପାହାଡ଼ଅଇଲା ସୈନ୍ୟ ସାଜି,ପଶି ଉତ୍କଳେ ଭୀଷଣ ବଳେଦେଲା ଦେଶଟା ଭାଞ୍ଜି ।ଯବନ ବୀର ଦେବମନ୍ଦିରକଲାକ ଲଣ୍ଡଭଣ୍ଡ,ଦେବତାଗଣେ ମିଳି ଯବନେକଲେକ ଖଣ୍ଡ ଖଣ୍ଡ ।ଥିଲା ବ୍ରାହ୍ମଣ, ହେଲା ଯବନକଳାପାହାଡ଼ ଦୁଷ୍ଟ,ଦେବତା ମୂର୍ତ୍ତି କଲା ଦୁର୍ଗତିହୋଇ ସେ ମହାରୁଷ୍ଟ ।କେ ମୂର୍ତ୍ତି ନାକ, କାହା ମସ୍ତକ,ଭାଞ୍ଜିଲା କାହା ପାଦ,କାହାର କର୍ଣ୍ଣ ଚୂର୍ଣ୍ଣ ବିଚୂର୍ଣ୍ଣକଲାକ ସାଧି ବାଦ ।ଦେବତାଗଣେ ନାଶ କାରଣେଭ୍ରମି ସେ ଗ୍ରାମେ ଗ୍ରାମେ,କ୍ରୋଧେ ନିତାନ୍ତ କଲା ଉତ୍ପାତମିଳି ଶ୍ରୀକ୍ଷେତ୍ରଧାମେ ।ସେବକବୃନ୍ଦ ପୂର୍ବୁଁ ସମ୍ବାଦପାଇଣ ସାବଧାନେ,କରିଣ ଯୁକ୍ତି ଘେନି ଶ୍ରୀମୂର୍ତ୍ତିଚିଲିକା ସନ୍ନିଧାନେଜୀବନ ପଣେ ରଖି ଗୋପନେହୋଇ ସେ ସାବଧାନୀ,ପାପିଷ୍ଠ ମୂଢ଼ କଳାପାହାଡ଼ପାରିଲା ନାହିଁ ଜାଣି ।ବିପନ୍ନ ନାବିକରାଗ - ମଙ୍ଗଳ ଗୁଜ୍ଜରୀସାମାନ୍ୟ କୁଟୀର ମଧ୍ୟେ ନଦୀ କୂଳରେନାଉଡ଼ି କୁଟୁମ୍ବ ଘେନି ଥାଏ ସୁଖର ।ଡଙ୍ଗାଟିଏ ଥାଏ ବାନ୍ଧି ନଦୀତୋଠରେ,ସବୁବେଳେ ଜଗି ବସିଥାଏ ପାଶରେ ।ହାଟୁଆ ବାଟୁଆ ଗ୍ରାମ ଲୋକ ପଝାରି,ପେଶା କରିଥିଲା ତାଙ୍କୁ କରିବା ପାରି ।ପାଏ ବରତନ ଯାହା, କୁଟୁମ୍ବ ପୋଷେ,ନ ଜାଣେ ଅଭାବ, ଥାଏ ମନ ସନ୍ତୋଷେ ।ନଦୀଜଳ, ନଦୀମାଛ ତାର ଭରସା,କାଟୁଥାଏ କାଳ କରି ଏହି ବେବସା ।ଶୀତ, ଗ୍ରୀଷ୍ମ, ବର୍ଷା, ଏହି ବାରଟା ମାସ ।ସୁଖେ କରୁଥାଏ ନଦୀକୂଳରେ ବାସ ।ପିଲାଟି କାଳରୁ ଥିଲା ପସରା କରି,ବୁଢ଼ାକାଳଯାଏଁ ନଦୀତୋଠ ଆବୋରି ।ନଦୀ ଆଶ୍ରୟରେ ଦକା ନ ଥିଲା ମନେ,ନିର୍ଭୟରେ ଥିଲେ ମଧ୍ୟ କୁଟୁମ୍ବଗଣେ ।ଅଇଲା ବରଷାକାଳ, ଆସେ ଯେପରି,ବରଷିଲା ପାଣି ଆଠ ଦିବସ ଧରି ।ଏଗାର ଅଙ୍କର ବଢ଼ି ସବିଙ୍କୁ ଜଣା,ବୁଡ଼ିଥିଲା ବହୁଲୋକ ଘରକରଣା ।ମୂଷଳ ଧାରାରେ ପାଣି ଥିଲା ବରଷି,ବାହାରି ନାହାନ୍ତି ଘରୁ ଲୋକେ ଭରସି ।ପଡ଼ିଲା ଉପରେ ମଡ଼ା ପାଣି ପ୍ରବଳେ,ଘାଟ ବାଟ ବିଲ ପାଟ ପୂରିଲା ଜଳେ ।ବହୁଥାଏ ସ୍ରୋତ ଦୁଇ କୂଳକୁ ଗ୍ରାସି,କେତେ ଲତା, ବୃକ୍ଷ, ପଶୁ ଯାଇଛି ଭାସି ।ତହିଁ କିଛି ନାହିଁ ଭୟ ନାବିକ ମନେ,ଦେଖି ଆସିଅଛି କେତେ ବଢ଼ି ଜୀବନେ ।କୁଟୁମ୍ବଙ୍କୁ ଧରି ଶୋଇଥିଲା କୁଟୀରେ,ପଲାରେ ପଶିଲା ପାଣି ଅଧ ରାତିରେ ।ତରତର ହୋଇ ବୁଢ଼ା ବାହାରି ଆସିଖୋଜିଲା ଡଙ୍ଗାଟି-ମାତ୍ର ଯାଇଛି ଭାସି ।ପଡ଼ିଲା ଅତଡ଼ା ଭାଙ୍ଗି ନଦୀ ଗର୍ଭରେ,ନାଉଡ଼ି କୁଟୁମ୍ବ ଭାସି ଗଲେ ସ୍ରୋତରେ ।ଯେଉଁ ନଦୀ ହୋଇଥିଲା ଆଶ୍ରୟ ତାର,କାଳେ ପୁଣି କଲା ତାର ପ୍ରାଣ ସଂହାର ।ଜଗତେ ଘଟଣା ଏହା ନୁହେ ନୂତନ,ହେବାର ଆଶ୍ରୟଦାତା ନାଶ କାରଣ ।ତୁମ୍ଭେ- ଆମ୍ଭେରାଗ - ଚକ୍ରକେଳିତୁମ୍ଭଙ୍କୁ ନିୟତ କରେଁ ମୁଁ ଧ୍ୟାନ,ତୁମ୍ଭପାଇଁ ସଦା ଝୁରଇ ପ୍ରାଣ ।ମୋହର ତ ନେତ୍ରୁ ବହେ ଲୋତକ,ହୃଦୟ ବିଦାରି ଉଠେ ତ ଶୋକ ।ଆଶାମାର୍ଗେ ଥାଏଁ ତୁମ୍ଭଙ୍କୁ ଚାହିଁ,କରେଁ କେତେ ଚିନ୍ତା ତୁମ୍ଭରିପାଇଁ ।ତୁମ୍ଭପାଇଁ ଥାଏ ସଦା ସଜ୍ଜିତ,ତୁମ୍ଭ ନାମେ ଗାଏ ପ୍ରେମସଙ୍ଗୀତତୁମ୍ଭେ କି ଗୋ ଥରେ ଭାଳ ମନରେ?ଆସି କି ଗୋ ଦେବ ବୁଝାଇ ଥରେ?ଉଭୟ ମଧ୍ୟରେ କିବା ସମ୍ବନ୍ଧ?ଅଥବା ଏହା କି ବିଧିନିର୍ବନ୍ଧ?ଅବଶ୍ୟ ରହିଛି କିଛି ସମ୍ପର୍କ,ନାହିଁଟି ଏଥିରେ ତର୍କ ବିତର୍କ ।ଯିଶୁ-କ୍ରୁଶରାଗ- ଚକ୍ରକେଳିରାଜ ଅନୁଚରେ ଯିଶୁଙ୍କୁ ଧରିଘେନି ଯାଉଛନ୍ତି ତସ୍କର ପରି ।କେ ପକାଏ ଛେପ ତାଙ୍କ ମୁଖରେ,କଣ୍ଟାଛାଟ କେହି ମାରେ ପୃଷ୍ଠରେ ।ଗାଳି ଦେଉଥାନ୍ତି ଫାରୁଶି ଥୋକେ,କଣ୍ଟାର ମୁକୁଟ ବାନ୍ଧ ମସ୍ତକେ ।ରାଜପୁତ୍ର ବୋଲି କେ ଉପହାସ,କେ ପକାଏ ଧୂଳି ଆସିଣ ପାଶ ।ଚଢ଼ାଇଲେ କ୍ରୁଶେ ନିଷ୍ଠୁର ରୂପେ,ହାତ ଗୋଡ଼ ବାନ୍ଧି ଲୋହାର ସ୍କୃପେ ।ଅନ୍ତର୍ଗଳ ଦେହୁଁ ବହେ ଶୋଣିତ,ବୋଲୁଛନ୍ତି ଯିଶୁ ହେ ପ୍ରଭୁ ପିତଃ!ଜୟ! ଜୟ! ତୁମ୍ଭ ମହିମା ଜୟ!ହେ ପିତଃ! ହେ ପିତଃ ହୁଅ ସଦୟ!ହେଉ ପଛେ ମୋର କଷ୍ଟ ପ୍ରବଳ,ତୁମ୍ଭର ଆଦେଶ ହେଉ ସଫଳ ।ଯେମାନେ ବଧନ୍ତି ମୋହର ପ୍ରାଣ,ସେମାନେ ତ ମଧ୍ୟ ତୁମ୍ଭ ସନ୍ତାନ ।ପାପେ ଡୁବିଛନ୍ତି ଏସର୍ବ ପ୍ରାଣୀ,ନିଜ କାର୍ଯ୍ୟ ପାରୁ ନାହାନ୍ତି ଜାଣି ।କିପରି ପାଇବେ ଏମାନେ ତ୍ରାଣ,ଏହା ଭାଳି ମୋର କାନ୍ଦୁଛି ପ୍ରାଣ ।ହେ ପ୍ରଭୋ! ହେ ପ୍ରଭୋ! ଦୋଷ ତାଙ୍କରକ୍ଷମା କର, ଏହି ପ୍ରାର୍ଥନା ମୋର ।ନିଜ ରକ୍ତ ଦେଇ ଏ ପାପିଗଣେଉଦ୍ଧାର କରିବି ବାସନା ମନେ ।କରିବାକୁ ତୁମ୍ଭ ପ୍ରେମ ପ୍ରଚାରକରିଛି ଯତ୍ନ କେତେ ପ୍ରକାର ।ବଧିଲେ ଯେମାନେ ମୋହର ପ୍ରାଣ,ହେ ପ୍ରଭୋ! କରନ୍ତୁ ତାହାଙ୍କୁ ତ୍ରାଣ ।ହେ ପିତଃ! ହେ ପିତଃ! ଦୋଷ ତାଙ୍କରକର କ୍ଷମା, ଏହି ପ୍ରାର୍ଥନା ମୋର ।କରନ୍ତେ ପ୍ରଚାର ତୁମ୍ଭ ମହିମା,ହେ ପ୍ରଭୋ! ନାହିଁ ମୋ କଷ୍ଟର ସୀମା ।ହେଉ କଷ୍ଟ ପଛେ ନାହିଁ ଆପତ୍ତି,ଘୁଞ୍ଚାଉନ୍ତୁ ଲୋକଗଣ ଦୁର୍ଗତି ।ରାଜରାଜେଶ୍ୱର ହେ ବିଶ୍ୱପତି ।ନର ନାରୀ ସର୍ବ ତୁମ୍ଭ ସନ୍ତତି ।ହୁଅ ପିତଃ! ମୋର ଶିଷ୍ୟଙ୍କ ସଖା,ଉଡ଼ୁ ଜଗତରେ ପ୍ରେମ ପତକା ।ପୁଣ୍ୟ ତୀର୍ଥ ହେଉ ଏ ଧରାତଳ,ହେଉନ୍ତୁ ପବିତ୍ର ଲୋକ ସକଳ ।ମୋହ ରକ୍ତସ୍ରୋତେ ହେ ବିଶ୍ୱପତି!ଧୋଇ ଧାଇ ଯାଉ ଲୋକ ଦୁର୍ଗତି ।ହେଉନ୍ତୁ ଧାର୍ମିକ ଲୋକ ସମସ୍ତେ,ହେଉ ତୁମ୍ଭ ଇଚ୍ଛା ପୂର୍ଣ୍ଣ ଜଗତେ ।ତୁମ୍ଭ ପ୍ରେମଯଜ୍ଞେ ପ୍ରାଣ ଆହୁତିଦେଲି, ଲୋକଗଣେ ପାଉନ୍ତୁ ମୁକ୍ତି ।ଦାରୁଣ ଯନ୍ତ୍ରଣା ବାଧୁଛି ପ୍ରାଣେ,କର ରକ୍ଷା ପିତଃ! ତୁମ୍ଭ ସନ୍ତାନେ ।ତୁମ୍ଭ ଇଚ୍ଛା ଯେବେ ପାଇବି କଷ୍ଟ,ହେଉ ଯନ୍ତ୍ରଣାରେ ମୋ ପ୍ରାଣ ନଷ୍ଟ ।ନିବେଦନ କରି ଏକଥା ସର୍ବ,ଅନାଇ ସ୍ୱର୍ଗକୁ ହେଲେ ନୀରବ ।ଜଗାଇ ମାଧାଇରାଗ - କଳସାଜଗାଇ ମାଧାଇ ଦୁଇ ବ୍ରାହ୍ମଣ ସନ୍ତାନ,ନଦୀୟାନିବାସୀ ଦୁଷ୍ଟ ପାଷଣ୍ଡ ଅଜ୍ଞାନ ।ମଦ୍ୟପ, ଦୁର୍ବୃତ୍ତ, ନଷ୍ଟ, ଭ୍ରଷ୍ଟ, ଦୁରାଚାର,କରନ୍ତି ଲୋକଙ୍କ ପ୍ରତି ନାନା ଅତ୍ୟାଚାର ।ନଦୀୟାନିବାସିଗଣେ ସେମାନଙ୍କ ଭୟେଗୃହେ ବାସ କରିଥାନ୍ତି ସକଳ ସମୟେ ।ସାଧୁ ପ୍ରଭୁ ନିତ୍ୟାନନ୍ଦ ପ୍ରେମିକ ବୈରାଗୀ,ଉଦ୍ଧାରିବାପାଇଁ ପାପୀ ସଦା ଅନୁରାଗୀ ।ଦିନକରେ ପ୍ରାତଃକାଳେ ସାରି ଗଙ୍ଗାସ୍ନାନଆସିଛନ୍ତି କରି ମହାପ୍ରଭୁ ନାମ ଗାନ ।ଦେଖିଲେ ସେ ଚାହିଁ- ଦୂରେ ଲୋକ ଦୁଇଜଣକରୁଛନ୍ତି କ୍ରୋଧଭରେ ତର୍ଜନ ଗର୍ଜନ ।ସୁରାପାନ ହେତୁ ହୋଇ ନିଶାରେ ଉନ୍ମତ୍ତ,କରିଣ ଚିତ୍କାର ଧାଉଁଛନ୍ତି ଇତସ୍ତତ ।ମରାମରି ଧରାଧରି ହେଉଛନ୍ତି ବଳେ,ମତୁଆଲା ହୋଇ ପଡ଼ି ଯାଉଛନ୍ତି ତଳେ ।ଅକାରଣେ ଲୋକଗଣେ କରନ୍ତି ପ୍ରହାର,କରୁଛନ୍ତି କଦାଚିତ ବିକଟ ଚିତ୍କାର ।ଗଙ୍ଗାକୂଳେ ଥିଲେ ଯେତେ ଲୋକ-ଭୟ ପାଇସେମାନଙ୍କୁ ଦେଖି ଗଲେ ଦୂରରୁ ପଳାଇ ।ଶାର୍ଦୂଳେ ଦେଖିଣ ଯେହ୍ନେ ପଳାନ୍ତି କୁରଙ୍ଗ,ପଳାଇଲେ ତେହ୍ନେ ମଣି ମନରେ ଆତଙ୍ଗ ।ପୁଚ୍ଛା କଲେ ସାଧୁ ନିତ୍ୟାନନ୍ଦ ଲୋକଗଣେ,ବୋଲ ବୋଲ କେ ଅଟନ୍ତି ଏହି ବେନି ଜନେପଶୁର ଅଧମ ବେନି- ମାନବ ସନ୍ତାନ,ଏମାନଙ୍କୁ ଦେଖି ମୋର ବାଧୁଅଛି ପ୍ରାଣ ।ବୋଇଲେ ସକଳେ ଏହି ଜଗାଇ ମାଧାଇ,ଅଟନ୍ତି ବ୍ରାହ୍ମଣ ପୁତ୍ର ଦୁଷ୍ଟ ଦୁଇ ଭାଇ ।ପାଷଣ୍ଡ, ଦୁର୍ଜନ ଏହି ଦୁଷ୍ଟ ଦୁରାଚାରେ,ତାଙ୍କ ତୁଲ୍ୟ ପାପୀ ନାହିଁ ଜଗତ ସଂସାରେ ।ଅସାଧ୍ୟ ତାହାଙ୍କ ପାପ ଜଗତରେ ନାହିଁ,ସଶଙ୍କିତ ନବଦ୍ୱୀପବାସୀ ତାଙ୍କପାଇଁ ।ଦୁହିଙ୍କ ବେବସା ଅଟେ ଚୋରି ଡକାଇତି,ଏହିପରି କାର୍ଯ୍ୟ କରିଥାନ୍ତି ନିତି ତିତି ।ବାଟୋଇ ବାଡ଼େଇ- କରି ସର୍ବସ୍ୱ ହରଣ,ମଦ୍ୟ ମାଂସ ଖାଇ ନିତ୍ୟ କାଟନ୍ତି ଜୀବନ ।ଏମାନଙ୍କ ଅତ୍ୟାଚାରେ କୁଳନାରୀମାନେନିର୍ଭୟରେ ନ ପାରନ୍ତି ଆସି ଗଙ୍ଗାସ୍ନାନେ ।ଏହିପରି ଶୁଣି ପାପିମାନଙ୍କ ବୃତ୍ତାନ୍ତ,ନିତ୍ୟାନନ୍ଦ ମନେ କଷ୍ଟ ପାଇଲେ ନିତାନ୍ତ ।ବିଚାରିଲେ କୃପାପାତ୍ର ଏହି ବେନିଜଣ,ଦୟାମୟ ହରି ନାମ କରନ୍ତୁ ଶ୍ରବଣ ।ଚଳିଲେ ଏତେକ ଭାଳି ସେମାନଙ୍କ ପାଶେ,ହରିନାମ ମହାମନ୍ତ୍ର ବୋଲିବା ସକାଶେ ।ବୋଇଲେ ସମସ୍ତେ ଡାକି, ବାହୁଡ଼ ଗୋସାଇଁ,ଯମଦୂତ ଦୁହିଙ୍କର ପାଶେ ଯାଅ ନାହିଁ ।ପାପୀ ଉଦ୍ଧାରିବା ଅଟେ ଯାହାଙ୍କର ବ୍ରତ,ଲକ୍ଷ୍ୟ ଦେଖି ସେ କି ହୋଇ ପାରିବେ ନିଶ୍ଚିନ୍ତ?‘‘ବୋଲ ହରି ବୋଲ’’ ବୋଲି ମନର ଆନନ୍ଦେଗଲେ ପାପି ଗଣ ପାଶେ ସାଧୁ ନିତ୍ୟାନନ୍ଦେ ।ଦୁଇ ବାହୁ ଟେକି ହରିଗୁଣ ଗାଇ ଗାଇ,ବୋଲଲେ ରେ ମୋର ପାଶେ ଆସ ଦୁଇ ଭାଇ ।କି କଥା ମନରେ ଭାଳି ମନେ ଦୁଇ ଭାଇ,ସାଧୁ ନିତ୍ୟାନନ୍ଦ ପାଶୁଁ ଗଲେକ ପଳାଇ ।ମହିଷ ସମାନେ କରି ଆରକ୍ତ ଭୋଜନ,ମହାବେଗେ ଧାଇଁଛନ୍ତି ଦୁଇଟା ଦୁର୍ଜନ lମାତ୍ର ନିତ୍ୟାନନ୍ଦ ପଣ କରିଥାନ୍ତି ମନେ,ଉଦ୍ଧାର କରିବେ ସେହି ପାପୀ ବେନି ଜନେ lଯାଇଛନ୍ତି ଯହିଁ ସେହି ଜଗାଇ ମାଧାଇ,ପଛେ ପଛେ ନିତ୍ୟାନନ୍ଦ ଅଛନ୍ତି ଗୋଡ଼ାଇ lନିତାନ୍ତ ବିରକ୍ତ ହୋଇ ପାପୀ ଦୁଇ ଜଣ,ଅଇଲେ ବାହୁଡ଼ି କରି ତର୍ଜନ ଗର୍ଜନ lମାଠିଆ ଖପରା ଖଣ୍ଡେ ଧରି ଦୁହେଁ କରେ,ପ୍ରହାର କଲେକ ନିତ୍ୟନନ୍ଦ ମସ୍ତକରେ lନିତାଇ ମୁଣ୍ଡରେ ପଶି କଳସୀ ଖପରା,ସର୍ବାଙ୍ଗରେ ବହି ଯାଉଅଛି ରକ୍ତଧାରା lନ ରଖି ସେ ରକ୍ତ ପ୍ରତି ଦୃଷ୍ଟି ନିତ୍ୟାନନ୍ଦ,ଧଇଲେ ଦୁହିଁଙ୍କୁ କୋଳେ ହୋଇ ପ୍ରେମାନନ୍ଦ lବୋଇଲେ ଆସ ରେ ମୋର ଜଗାଇ ମାଧାଇନିତ୍ୟାନନ୍ଦ ପାଦପଦୁଁ ଘେନି ଦୁହେଁ ଧୂଳି,ଭକ୍ତି ପ୍ରେମଭରେ ହେଲେ ସର୍ବାଙ୍ଗରେ ବୋଳି lତ୍ୟାଗ କଲେ ଆପଣାର ମନ୍ଦ କାର୍ଯ୍ୟ ସର୍ବ,ସେହିଦିନୁ ହେଲେ ଦୁହେଁ ମହାତ୍ମା ବୈଷ୍ଣବ lଯହିଁ ଯେତେ ଥିଲେ, ଛନ୍ତି, ବୈଷ୍ଣବ ଗୋସାଇଁ,କରେଁ ନମସ୍କାର ପ୍ରଭୋ! ମସ୍ତକ ନୁଆଇଁ ।ଅଭଙ୍ଗ ଗାୟକ ତୁକାରାମ ମହାମତି,ଯାହାଙ୍କ ସେବକ ମହାରାଷ୍ଟ୍ର ଛତ୍ରପତି ।ଶ୍ରୀମତୀ ମାଧବୀ, ଅତିବଡ଼ି ଜଗନ୍ନାଥ!ହେଉଛି ଓଳଗି ଭକ୍ତିଭରେ ଯୋଡ଼ି ହାତ ।ମହତ୍ମା ହୋସେନ, ରାଜା ଶ୍ରୀରାମମୋହନ,ଭକ୍ତିରେ ବନ୍ଦଇଁ ତୁମ୍ଭମାନଙ୍କ ଚରଣ ।ସାମ୍ୟଧର୍ମବାଦୀ ପ୍ରିୟ ବ୍ରାହ୍ମ ଭ୍ରାତୃଗଣେ,ନମସ୍କାର କରେଁ ତୁମ୍ଭମାନଙ୍କ ଚରଣେ ।ଆହେ ଭକ୍ତବୃନ୍ଦେ ଛନ୍ତି ପ୍ରଭୁ ସନ୍ନିଧାନେ,ଆଶୀର୍ବାଦ କର ସୁଖେ ଥାନ୍ତୁ ଲୋକମାନେ ।ଅଶାନ୍ତି ଯନ୍ତ୍ରଣା କଷ୍ଟ ହେଉ ସର୍ବ କ୍ଷୟ,ପ୍ରଭୁଙ୍କ ପବିତ୍ର ରାଜ୍ୟ ହେଉ ସୁଧାମୟ ।କାହିଁ ଯିବି?ରାଗ - ଚକ୍ରକେଳିଦିବସ ରଜନୀ ପ୍ରାତଃ ସନ୍ଧ୍ୟାରେ,ସଜନେ ବିଜନେ, ଘରେ ବାହାରେ,ଜାଗ୍ରତେ ସ୍ୱପନେ, କ୍ରିଡ଼ା କୌତୁକେ,ଆମୋଦ ପ୍ରମୋଦେ, ଦୁର୍ଯୋଗ ଶୋକେ,ଜୀବନେ ମରଣେ, ସର୍ବ କାଳରେ,ରହିଛି ତ ପ୍ରଭୋ! ତୁମ୍ଭ ପାଶରେ ।ଦିଗ ଦିଗନ୍ତରେ ଅନନ୍ତାକାଶେ,ମହାପ୍ରଭୋ! ତୁମ୍ଭ ଜ୍ୟୋତି ବିକାଶେ ।ଲୋକ ଲୋକାନ୍ତରେ ଅଛ ନିୟତ,ତୁମ୍ଭ ଅଧିକାର ବିଶ୍ୱ ଅନନ୍ତ ।ଜରାୟୁ ଶଯ୍ୟାରେ, ଅବା ଶ୍ମଶାନେ,ରହିଥିବି ପ୍ରଭୋ! ତବ ନିଧାନେ ।ଭୂତ, ଭବିଷ୍ୟତ ବା ବର୍ତ୍ତମାନ,ତୁମ୍ଭ ନିକଟରେ ସର୍ବ ସମାନ ।ଥାଅ ସାଧୁଗଣ ହୃଦୟପୁରେ,ଅସାଧୁ ଦେଖନ୍ତି ତୁମ୍ଭଙ୍କୁ ଦୂରେ ।ରହିଛି ତ ବିଶ୍ୱ ବ୍ରହ୍ମାଣ୍ଡ ମାଡ଼ି,ଯିବି କାହିଁ ଆଉ ତୁମ୍ଭଙ୍କୁ ଛାଡ଼ି?ସୁଖ କାହିଁ?ରାଗ- ମଙ୍ଗଳଆହା! ଆହା! ଦେଖୁଛି ତ ସୁଖଲାଳସାରେଜୀବନଟାଯାକ ହେଲି ଅଣ୍ଡାଳି ଅନ୍ଧାରେ ।ସୁଖ ମଣି ଧରେଁ ଯାହା ସେ ତ ଚିତ୍ତଭ୍ରାନ୍ତି,ଲଭି ତ ପାରିଲି ନାହିଁ ତହୁଁ ମନେ ଶାନ୍ତି ।ସୁଖଲୋଭେ ମତ୍ତ ସଦା ଜୀବନ ସଂଗ୍ରାମେ,ଅରଜୁଛନ୍ତି ତ ମାତ୍ର କଷ୍ଟ ପରିଣାମେ ।ଜୀବନେ ଲଭିବି ଶାନ୍ତି କାହିଁ ସେହି ସୁଖ?ସୁଖ ଲୋଡ଼ି ହେଉଛି ତ କେବଳ ବିମୁଖ ।ଲଭୁଛୁଁ କ୍ଷୁଧାରେ ଅନ୍ନ, ପିପାସାରେ ଜଳ,ଯେଉଁ ଯେଉଁ ଦ୍ରବ୍ୟ ଲୋଡ଼ା ପାଉଛୁଁ ସକଳ ।ଜୀବନଟାଯାକ ଘାଣ୍ଟି ହେଲୁଁ ଯାହା ପାଇଁ,ସେହି ସାର ସୁଖ ରତ୍ନ; ପାଇବୁଁ କି ନାହିଁ?ମାତ୍ର ସେ ପଦାର୍ଥ ନାହିଁ ଜଗତ ସଂସାରେ,ସଞ୍ଚିତ ରହିଛି ପୃଥିବୀର ପର ପାରେ ।ପବିତ୍ରଚରିତଚିତ୍ତ ସାଧୁ ଭକ୍ତମାନେଲଭିବେ ସେ ସୁଧାଫଳ ପ୍ରଭୁ ସନ୍ନିଧାନେ ।ଦୂରେରାଗ - ଚକ୍ରକେଳିଦୂରକୁ ପର୍ବତ କେଡ଼େ ସୁନ୍ଦର,ଗଲେ ତ ପାଶକୁ ବନ ପଥର ।ବସନ୍ତର ଯେତେ ମଧୁ ମାଧୁରୀ,ଛାଡ଼ିଗଲେ ହେଉଁ ତାପାଇଁ ଝୁରି ।ଦୂରର ରାଗିଣୀ ମନୋହାରିଣୀ,ଦିଗନ୍ତ ବିଦ୍ୟୁତ ମନୋମୋହିନୀ ।ଦୂରୁଁ ମନୋହର ଦିଶେ ସାଗର,ପାଶେ ଲବଣାକ୍ତ ଜଳ ମାତର ।ସମ୍ମୁଖେ ଘଟୁଛି କେତେ ଘଟନା,ଦୂର କଥାପାଇଁ କରୁ ଭାବନା,ଯେତେବେଳେ ବନ୍ଧୁ ଥିଲା ମୋ ପାଶେ,କଥା କହି ନାହିଁ ମନ ଉଲ୍ଲାସେ ।ବର୍ତ୍ତମାନ ବନ୍ଧୁ ଯାଇଛି ଛାଡ଼ି,ତାପାଇଁ କାନ୍ଦୁଛି ମୁଁ ଡକା ପାଡ଼ିକୃଷ୍ଣ ଏବଂ ଖ୍ରୀଷ୍ଟରାଗ - କଳଶାଯଦୁବଂଶ-ଅବତଂସ ଯାଦବ ଶ୍ରୀକୃଷ୍ଣ,ୟୁଦାବଂଶଧର ନରପୁତ୍ର ଯିଶୁଖ୍ରୀଷ୍ଟ ।ଉଭୟ ଦେବତା କଥା କଲେ ଆଲୋଚନା,ଏକ ବୃନ୍ତେ ଦୁଇ ପୁଷ୍ପ ପ୍ରାୟେ ଯାଏ ଜଣା ।ଉଭୟ ପବିତ୍ର ସ୍ରୋତ ସମାନ ଭାବରେପ୍ରବାହିତ ହୋଇଥିଲେ ଜଗତକ୍ଷେତ୍ରରେ ।ଭାଗବତ, ବାଇବେଲ, ସମାନ ଚରିତ,କବି ତୂଳିକାରେ ମାତ୍ର ଚିତ୍ରିତ ।ଉଭୟେ ଲଭିଲେ ଜନ୍ମ ପଶୁପାଳଗୃହେ,ଉଭୟେ ଶୈଶବେ ଭୀତ ନୃପତି ବିଦ୍ରୋହେ ।ମେରୀ ଗର୍ଭବତୀ ହେଲେ ସ୍ୱର୍ଗୀୟ ତେଜରେ,ବ୍ରହ୍ମ ତେଜ ପ୍ରବେଶିଲା ଦେବକୀ ଗର୍ଭରେ ।ଗୋପପୁରେ ଗଲେ କୃଷ୍ଣ କଂସରାଜା ଡରେ,ହେରୋଦ ଭୟରେ ଖ୍ରୀଷ୍ଟ ଲୁଚିଲେ ମିଶରେ ।ଦୁଇ ପ୍ରଭୁଙ୍କର ବାହୁ ଆଜାନୁ ଲମ୍ବିତ,ଦୁହିଙ୍କର ପରିଚ୍ଛଦ ବରଣ ଲୋହିତ ।ଶିଶୁ ହତ୍ୟା କରିଥିଲା କଂସ ମୂଢ଼ମତି,ବଧିଥିଲା ଶିଶୁ ମଧ୍ୟ ହେରୋଦ ନୃପତି ।ଗୁରୁ ପୁତ୍ରେ ଜୀବଦାନ ଦେଇଥିଲେ କୃଷ୍ଣ,ବଞ୍ଚାଇଲେ କେତେ ମୃତ ଲୋକ ଯିଶୁଖ୍ରୀଷ୍ଟ ।କାମ୍ୟକ ବନରେ କୃଷ୍ଣ ଶାକ କଣିକାରେତୃପ୍ତ କରାଇଲେ ବିପ୍ର ଦ୍ୱାଦଶ ହଜାରେ ।ଖଣ୍ଡେ ରୋଟୀ, ଗୋଟେ ମତ୍ସ୍ୟେ ମେରିଙ୍କ ନନ୍ଦନସହସ୍ର ସହସ୍ର ଲୋକେ ଦେଲେକ ଭୋଜନ ।ଖ୍ରୀଷ୍ଟ ଚାଲି ଯାଇଥିଲେ ସାଗର ଉପରେ,କୃଷ୍ଣଚନ୍ଦ୍ର ପ୍ରବେଶିଲେ ସାଗର ଗର୍ଭରେ ।ପ୍ରସ୍ତରକୁ ନବନୀତ କରିଥିଲେ କୃଷ୍ଣ,ଜଳକୁ ମଦିରା ରୂପ କଲେ ଯିଶୁଖ୍ରୀଷ୍ଟ ।କୃଷ୍ଣଚନ୍ଦ୍ର ଆଜ୍ଞା କରିଥିଲେ ବାରମ୍ବାର,‘‘ମହାପାପିଗଣେ ଆମ୍ଭେ କରିବୁଁ ଉଦ୍ଧାର ।’’ଖ୍ରୀଷ୍ଟ ମଧ୍ୟ ଶତ ଶତ ବାର ସେହି କଥାବୋଲିଥିଲେ ଅଛି ବାଇବେଲରେ ବାରତା ।କୃଷ୍ଣ ପିତା ନାମ ବସୁ; ଖ୍ରୀଷ୍ଟ ପିତା ଯାଶୁ,ଉଭୟେ ତାରିଲେ ଲୋକଗଣେ ପାପତ୍ରାସୁଁ ।କୃଷ୍ଣ ମାତା ପିତା ଶୁଣିଥିଲେ ଦ୍ରୈବବାଣୀ,ମେରୀ ସମ୍ବନ୍ଧରେ ଅଛି ସେପରି କାହାଣୀ ।ବୋଲି ଯାଇଥିଲେ ପୂର୍ବେ ଭବିଷ୍ୟତବକ୍ତା,ଯେରୁଶାଲମରେ ଖ୍ରୀଷ୍ଟ ଜନ୍ମ ହେବା କଥା ।ଉଲ୍ଲେଖ ରହିଛି ମଧ୍ୟ ବୈଦିକ ଶାସ୍ତ୍ରରେଲଭିବା ଶ୍ରୀକୃଷ୍ଣ ଜନ୍ମ ଯାଦବ ବଂଶରେ ।ଈଶ ଅର୍ଥେ ପ୍ରଭୁ ଅବିଧାନରେ ଲିଖିତ,ଖୀଷ୍ଟ କୃଷ୍ଣ ଦୁହେଁ ଈଶ ନାମରେ କଥିତ ।ଖ୍ରୀଷ୍ଟ ଜନମିବା କାଳେ ହେରୋଦ ରାଜନଜୋତିର୍ବିଦ ସଙ୍ଗେ କଲେ କଥୋପକଥନ ।କଂସ ମଧ୍ୟ ଶ୍ରୀକୃଷ୍ଣଙ୍କ ଜନମ ବାରତାଜ୍ୟୋତିର୍ବିଦ ଗଣେ ପୁଚ୍ଛିଥିଲେ କେତେ କଥା ।କୃଷ୍ଣଙ୍କର ସଖା ଥିଲେ ଗୋପାଳ ଦ୍ୱାଦଶ,ବାର ଜଣ ଥିଲେ ମଧ୍ୟ ଯିଶୁଙ୍କର ଶିଷ୍ୟ ।ବନ୍ୟମଧୁ ଖାଇଥିଲେ ଖ୍ରୀଷ୍ଟ ବନ୍ଧୁଜନ,ମଧୁପାନ କରିଥିଲେ ରୋହିଣୀନନ୍ଦନ ।କୃଷ୍ଣଙ୍କ ଯମୁନା, ଯିଶୁଖ୍ରୀଷ୍ଟଙ୍କ ଜଡ଼ନ,ଦୁଇ ଜଣ ଶିଷ୍ୟ ସଙ୍ଗେ କରନ୍ତି ଭ୍ରମଣ ।କୁରୁକ୍ଷେତ୍ର ଯୁଦ୍ଧକାଳେ ଯାଦବନନ୍ଦନେବିଶ୍ୱରୂପ ଦେଖାଇଣ ଥିଲେ ଅରଜୁନେ ।ଯୋନ ଓ ପିତରେ ଯିଶୁଖ୍ରୀଷ୍ଟ ମେରୀସୁତଦେଖାଇଣ ଥିଲେ ଐଶୀରୂପ ଅଦଭୂତ ।ବୋଲିଥିଲେ ଅରଜୁନେ ଶ୍ରୀକୃଷ୍ଣ ଅନନ୍ତ,ଆମ୍ଭେ ଅଟୁଁ ଜଗତର ଆଦି, ମଧ୍ୟ, ଅନ୍ତ ।ଯିଶୁଖ୍ରୀଷ୍ଟ ମଧ୍ୟ ବୋଲିଥିଲେ ସେହି କଥା,ଅଟନ୍ତି ପ୍ରଥମ, ଶେଷ ଜଗତନିୟନ୍ତା ।ବିପ୍ରଙ୍କର ପାଦ ଧୌତ କଲେ ଜନାର୍ଦନ,ଯିଶୁ ଖ୍ରୀଷ୍ଟ ଧୋଇଥିଲେ ଶିଷ୍ୟଙ୍କ ଚରଣ ।ଯିଶୁଖ୍ରୀଷ୍ଟ ବୋଲିଥିଲେ ସତ୍ୟ ଆମ୍ଭ ବାଣୀ,ସେହିପରି କଥା ବୋଲିଥିଲେ ଚକ୍ରପାଣି ।ତ୍ରିଶୂଳ ଶରରେ ଦେହ ତେଜିଲେ ଶ୍ରୀକୃଷ୍ଣ,ତ୍ରିଶୂଳ ଆକୃତି କ୍ରୁଶେ ମଲେ ଯିଶୁ ଖ୍ରୀଷ୍ଟ ।ଖ୍ରୀଷ୍ଟ କୃଷ୍ଣ ଦୁଇ ଜଣ ଅଟନ୍ତି ସମାନ,ଭାଗବତ ବାଇବେଲ ସେଥିର ପ୍ରମାଣ ।ଅଟନ୍ତି ଏ ଦୁଇ ପ୍ରଭୁ ଧର୍ମ ଅବତାର,ବେନି ଜନେ କର ଯୋଡ଼ି କରେଁ ନମସ୍କାର ।ତାହାଙ୍କ ଆଦେଶରାଗ-ଭୂପାଳକେତେକାଳ ଆଉ ବହି ଦେହ ଭାରକରିବି ବିଳାପେ ସନ୍ତାପେ ଚିତ୍କାର?ଭାଳୁଛି ତ ଏବେ ସମସ୍ତ ଜୀବନ,କଲି କିବା ଜନସମାଜ କାରଣ?ଭାଙ୍ଗିଛ ଗଢ଼ିଛ କେତେ ଧୂଳିଘର,ସେ ତ ଶିଶୁକ୍ରୀଡ଼ା କୌତୁକ ମାତର ।ଆମୋଦ ପ୍ରମୋଦ ଭୋଜନ ଶୟନ,ଉଦ୍ଦେଶ୍ୟ ତ ନୁହେ ମାନବଜୀବନ ।ଋଣୀ ଅଛି ଜନସମାଜ ପାଶରେ,ବୁଝିବାକୁ ହେବ ସାମର୍ଥ ବଳରେ ।ଯେବେ ସେଥିପାଇଁ ନ କରେ ଯତନ,ବୃଥା ଗଲା ଜାଣ ସମସ୍ତ ଜୀବନ ।ନ ବୁଝିଲି ହରି! ଜୀବନ ଉଦ୍ଦେଶ୍ୟ,ମାୟାମୃଗ ଜୀବ କଲି ଅବଶେଷ ।ଦେବଦତ୍ତ ପ୍ରାଣ ଦେବତା କାର୍ଯ୍ୟରେନ ଦେଇ ଯାପିଲି ବୃଥା ବିଷୟରେ ।ଜ୍ଞାନ ଥାଉଁ ଥାଉଁ ହେଲି କିପାଁ ଭ୍ରାନ୍ତ,ଭାଳି ହେଉଛି ତ ବ୍ୟାକୁଳ ନିତାନ୍ତ!କି ଉଦ୍ଦେଶ୍ୟ କାହିଁ କରୁଛି ଗମନ,ଆଜିଯାଏ ମଧ୍ୟ ନ ହେଲା ଚେତନ!ଆସିଛି ବା କାହୁଁ ଯାଉଛି ବା କାହିଁ,ସାର ତତ୍ତ୍ୱଜ୍ଞାନ ଜନମିଲା ନାହିଁ ।ଅବା ବୃଥା ଭାଳି ହେଉଛି ଅସ୍ଥିର,ଯାହା ଦତ୍ତ ପ୍ରାଣ ତାହାଙ୍କ ଶରୀର ।ସେହି ତ କରନ୍ତି କର୍ମରେ ନିୟୋଗ,ବୃଥା ସିନା ମୋର ଏହି ଅନୁଯୋଗ ।ଯେ ଦେବତା ଛନ୍ତି ହୃଦୟମନ୍ଦିରେ,ଲଗାଇବେ ଯହିଁ ଲାଗିବି ସେଥିରେ ।କରିବାକୁ ହେବ ଯାହାକୁ ଯେ କାର୍ଯ୍ୟ,ମହାପ୍ରଭୁ କରି ଦେଇଛନ୍ତି ଧାର୍ଯ୍ୟ ।ମୋପାଇଁ କରିବି ମୁଁ କିପାଁ ଭାବନା,ମୋ କର୍ତ୍ତବ୍ୟ ଯାହା ପ୍ରଭୁଙ୍କୁ ତା ଜଣା ।ସ୍ଥାପିଲି ଜୀବନ ପ୍ରଭୁଙ୍କ ଉଦ୍ଦେଶେ,ସାଧିବି କର୍ତ୍ତବ୍ୟ ତାହାଙ୍କ ଆଦେଶେ ।ସାଧୁ ସୁନ୍ଦର ଦାସଙ୍କ ଅଦ୍ୱୈତବାଦ ଚୌପଦୀ ଛନ୍ଦ(ହିନ୍ଦୀ ଭାଷାରୁ ଅନୁବାଦ; ପାଠକ ଯତି ଚିହ୍ନ ପ୍ରତି ଦୃଷ୍ଟି ରଖି ପାଠ କରିବେ ।)ଶୁଣ ହୋ ଅଦ୍ୱୈତ ବିଷୟ ପ୍ରକାଶନାହଂ ନହଂ ନା ଜନ୍ତୁ ବାସ ।ନାହିଁ ତ ପ୍ରପଞ୍ଚ ନାହିଁ ତ ପ୍ରସାର ।ନାହିଁ ତହିଁ ସୃଷ୍ଟି ସୁଜନ ସଂହାର ।ନାହିଁ ତ ପ୍ରକୃତି ପୁରୁଷ ନ ଇଚ୍ଛା ।ନାହିଁ ତହିଁ କାଳ କର୍ମ ନାହିଁ ବାଞ୍ଛା ।ନାହିଁ ତହିଁ ଶ୍ରୁତ ଶ୍ରବଣ ନା ମୂଳ ।ନାହିଁ ତହିଁ ସୂକ୍ଷ୍ମ ନାହିଁ ତହିଁ ସ୍ଥୂଳ ।ନାହିଁ ତହିଁ ତତ୍ତ୍ୱ ଅତତ୍ତ୍ୱ ବିଭେଦ ।ନାହିଁ ତହିଁ ବସ୍ତୁ ପୁରାଣ ବା ବେଦ ।ନାହିଁ ତହିଁ ବର୍ଣ୍ଣ ବିବର୍ଣ୍ଣ ବିଧାନ ।ନାହିଁ ତହିଁ ରୂପ ଅରୂପର ସ୍ଥାନ ।ନାହିଁ ତହିଁ ଯାପକ ବ୍ୟାପକ ଦେଖା ।ନାହିଁ ତହିଁ ରୂପ ଅରୂପ ବା ରେଖା ।ନାହିଁ ତହିଁ ଜ୍ୟୋତି ଅଜ୍ୟୋତି ବିଷୟୀ ।ନାହିଁ ତହିଁ ଏକ ନାହିଁ ତହିଁ ଦୁଇ ।ନାହିଁ ତହିଁ ଆଦି ନ ମଧ୍ୟ ନ ଅନ୍ତ ।ନାହିଁ ତହିଁ ପାଳକ ନାହିଁ ହନ୍ତା ହନ୍ତ ।ନାହିଁ ତହିଁ ଶକ୍ତି ନାହିଁ ତହିଁ ଶିବ ।ନାହିଁ ତହିଁ ଜନ୍ମ ନାହିଁ ତହିଁ ଜୀବ ।ନାହିଁ ତହିଁ ଲେଖ ନାହିଁ ତ ଲେଖକ ।ନାହିଁ ତହିଁ କର୍ତ୍ତା ନାହିଁ ତ କାରକ ।ନାହିଁ ତହିଁ ସ୍ୱର୍ଗ ନରକ ନିବାସ ।ନାହିଁ ତ ଆସକ୍ତି ନାହିଁ ତହିଁ ଆଶ ।ନାହିଁ ତହିଁ ପାପ ନ ପୁଣ୍ୟ ଧରତା ।ନାହିଁ ତହିଁ ଧର୍ମ ଅଧର୍ମ କରତା ।ନାହିଁ ତହିଁ ଜ୍ଞାନୀ ଅଜ୍ଞାନୀ ବା ମୂର୍ଖ ।ନାହିଁ ତହିଁ ବାଦ ବିବାଦ ବା ତର୍କ ।ନାହିଁ ତହିଁ ହୋମ ନ ଯଜ୍ଞ ବିଧାନ ।ନାହିଁ ତହିଁ ଭେଦ ନାହିଁ ତ ସମାନ ।ନାହିଁ ତହିଁ ଶାଖା ଚ୍ଛେଦ ସର୍ଗ ସର୍ବ ।ନାହିଁ ତହିଁ ଦେବ ମାନବ ଗନ୍ଧର୍ବ ।ନାହିଁ ତହିଁ ଇଷ୍ଟ ଅନିଷ୍ଟ ବା ଶ୍ରାନ୍ତ ।ନାହିଁ ତ ସଗୁଣ ନିର୍ଗୁଣ ବୃତ୍ତାନ୍ତ ।ନାହିଁ ତ ସେବକ ସେବ୍ୟ ନ ସେବା ।ନାହିଁ ତହିଁ ପ୍ରେମ ନାହିଁ ତିନିଲେବା ।ନାହିଁ ତହିଁ ଭାବ ନାହିଁ ତହିଁ ଭକ୍ତି ।ନାହିଁ ତହିଁ ମୋକ୍ଷ ନାହିଁ ତହିଁ ମୁକ୍ତି ।ନାହିଁ ତହିଁ ଯାପ୍ୟ ନାହିଁ ତହିଁ ଯାପୀ ।ନାହିଁ ତହିଁ ମନ୍ତ୍ର ନାହିଁ ଲୟ ଥାପି ।ନାହିଁ ତ ସାଧକ ସିଦ୍ଧି ନ ସମାଧି ।ନାହିଁ ତହିଁ ଯୋଗ ନାହିଁ ରୋଗବ୍ୟାଧି ।*ଅନୁବାଦକ ଲେବା ଅର୍ଥ ନ ବୁଝି ମୂଳ ଯେପରି ଥିଲା ଅବିକଳ ତାହି ରଖିଅଛିନାହିଁ ତହିଁ ମୁଦ୍ରା ବନ୍ଦନ ବିଧି ।ନାହିଁ ତହିଁ କୁଣ୍ଡ ଳିନା ନାହିଁ ସିଦ୍ଧି ।ନାହିଁ ତହିଁ ଚକ୍ର ନା ନାଡ଼ି ପ୍ରସାର ।ନାହିଁ ତହିଁ ବେଧ ବେଧ ନ ହାର ।ନାହି ତହିଁ ଲିଙ୍ଗ ଅଲିଙ୍ଗ ପ୍ରଧାନ ।ନାହିଁ ତହିଁ ମନ ବୁଦ୍ଧି ଚିତ୍ତଧ୍ୟାନ ।ନାହିଁ ତହିଁ ସତ ରଜ ତମ ଗୁଣ ।ନାହିଁ ତ ଇନ୍ଦ୍ରିୟ ଦ୍ୱାରମାନ ପୁଣ ।ନାହିଁ ତହିଁ ସ୍ୱପ୍ନ ଜାଗ୍ରତ ସୁଷୁପ୍ତି ।ନାହିଁ ତହିଁ ତୁରୀୟ ମନ୍ତ୍ରଣା ନ ଗୁପ୍ତିପ୍ରେମରାଗ - କେଦାର ଚକ୍ରକେଳିତୁମ୍ଭ ପ୍ରମ ପ୍ରକାଶେ ତ୍ରିଭୁବନ ।ପ୍ରେମେ ଧାବିତ ଚନ୍ଦ୍ରମା, ତପନ ।ତୁମ୍ଭ ପ୍ରେମଭରେ ହୋଇ ଉନ୍ନତ୍ତ,ବାୟୁ ପ୍ରବାହିତ ହୁଏ ସନ୍ତତ ।ପ୍ରେମେ ବୃକ୍ଷଲତା ପୁଷ୍ପ ପ୍ରକାଶେ,ପ୍ରେମେ ଧାବିତ ଭ୍ରମର ତା ପାଶେ ।ପ୍ରେମେ ପାଳନ୍ତି ଶିଶୁକୁ ଜନନୀ,ପ୍ରେମଡୋରେ ବନ୍ଧା ଭାଇ ଭଗିନୀ ।ସତୀ ପତିପ୍ରେମେ ଥାଏ ବିହଳା,ପ୍ରେମେ ଖେଳେ ମେଘକୋଳେ ଚପଳା ।ସିନ୍ଧୁ ପୂର୍ଣ୍ଣେନ୍ଦୁ ପ୍ରେମର ଆଧାର,ପ୍ରେମେ ବ୍ୟାପିଛି ଏ ବିଶ୍ୱସଂସାର ।ବିଶ୍ୱ ପ୍ରେମରେ ଜନମିଛି ଆଶା,ପ୍ରାଣେ ବଢ଼ୁଛି ପ୍ରେମର ପିପାସା ।ମୋର ଜୀବନ ସମସ୍ତ ଘଟଣା,ତୁମ୍ଭ ପ୍ରେମ ତ କରୁଛି ଘୋଷଣା ।ତୁଚ୍ଛ କୀଟ ସଙ୍ଗେ ମୁହିଁ ସମାନ,କର ମୋହ ପ୍ରତି ପ୍ରେମବିଧାନ ।କେତେପ୍ରେମ ଦେଇଛ ମୋ ଅନ୍ତରେ,ଜ୍ଞାନ, ଭଜିବି ତୁମ୍ଭକୁ ମନରେ ।ଜୀବନରେ ଯେଉଁ କାର୍ଯ୍ୟ ସମସ୍ତ,ରହିଛି ତ ତହିଁ ପ୍ରେମ ଅନନ୍ତ ।ଧାଏଁ ସାଗରକୁ ନଦୀ ଯେସନେ,ଧାଏଁ ପ୍ରାଣ ମୋର ତୁମ୍ଭ ସଦନେବଡ଼ ଆଶା ପୋଷିଛ ତ ମନରେ,ଡୁବିବି ମୁଁ ଦିନେ ପ୍ରେମସାଗରେ ।ପ୍ରେମ ସାଗର ହେ ବିଶ୍ୱପାଳକ,ଦେଖିବି କି ମୁଁ ସେ ପ୍ରେମ ଆଲୋକ ।ପ୍ରାଣନାଥ ପ୍ରାଣାରାମ ହେ ପ୍ରାଣ,କରନ୍ତୁ କୃପା ହେ ପ୍ରାଣନିଧାନ!ହେଉ ପ୍ରେମନାମ କଣ୍ଠଭୂଷଣ,ପ୍ରେମେ ହେଉ ପୂର୍ଣ୍ଣ ପାପଜୀବନ!କରେ ବସି ପ୍ରେମନାମ ମୁଁ ଗାନ,ପ୍ରେମଭରେ କରୁ ପ୍ରାଣ ପ୍ରୟାଣ ।ସଙ୍ଗଦୋଷରାଗ - ବଙ୍ଗଳାଶ୍ରୀକେତେ ସାବଧାନେ ଆତ୍ମତତ୍ତ୍ୱଜ୍ଞାନେହେଉଥିଲି ଅଗ୍ରସର,ମନ ଅନୁରାଗେ ପୂତ ଧର୍ମ ମାର୍ଗେଲକ୍ଷ୍ୟ ମୁଁ ରଖି ମାତର ।ଧର୍ମ ବଳେ ବଳୀ ହୋଇ ପଦେ ଦଳଦେଇ ପାପ ପ୍ରଲୋଭନ,ଏକ ମାତ୍ର ଲକ୍ଷ୍ୟ ଥିଲା ମୋ ପ୍ରତ୍ୟକ୍ଷସେହି ପବିତ୍ର ଭୁବନ ।ଚିତ୍ତ ଅହଙ୍କାରେ ନ ଭାଳେ ମୁଁ ବାରେପାପ ପ୍ରଲୋଭନ ରୀତି,ନିର୍ଭୟ ଅନ୍ତରେ ଭ୍ରମେ ନିରନ୍ତରେ,ନ ଥାଏ ମନରେ ଭୀତି ।ନ ଥିଲା ମୋ ମନେ କେବେ ରିପୁଗଣେପ୍ରବଳରୂପରେ ଆସି,କିଞ୍ଚିତ ମାତରେ ଅସାବଧାନରେପକାଇବେ ମୋତେ ଗ୍ରାସି ।ଦୈବର ଘଟନ ବନ୍ଧୁ ଏକ ଜଣଆସି ମିଳିଲେ ସଙ୍ଗରେ;ସମାନ ବୟସ ଉତ୍ସାହ ସାହସବିଦ୍ୟା ମର୍ଯ୍ୟାଦା ପଦରେ ।ସମାନ ସମାନ ଥିଲେ ଧନମାନ,ସହଜରେ ବନ୍ଧୁପଣହୁଏ ସଂଘଟନ, କରେ ଦୁଇ ମନପରସ୍ପରେ ଆକର୍ଷଣ ।ଅଭେଦ ପୀରତି କ୍ଷୀର ନୀର ରୀତିଘଟିଲା ବେନି ମଧ୍ୟରେ,ତିଳେକ ବିଚ୍ଛେଦ ବିଷମ ବିଷାଦେକାଟୁଁକାଳ ପରସ୍ପରେ ।ସକଳ ବିଷୟେ ହେଲେହେଁ ଉଭୟେସମାନ, ମାତ୍ରକ ଭିନ୍ନଚରିତ୍ର ବିଷୟେ, ଅଳପ ସମୟେପ୍ରକାଶ ପାଇଲା ଚିହ୍ନ ।ବନ୍ଧୁ ଆଚରଣ ଦେଖି ମୋର ମନହେଉଥାଏ ବିଚଳିତ,ନେତ୍ରଲଜ୍ଜାବଶେ ଭରସି ସାହସେବୋଲି ନ ପାରେଁ କିଞ୍ଚିତ ।ଦେଖି ବନ୍ଧୁ କାର୍ଯ୍ୟ କଲି ଚିତ୍ତେ ଧାର୍ଯ୍ୟ,ଯେ ଯାହା କରୁଛି କରୁ,ମୁହିଁ ସାବଧାନେ ଥିବି ଆତ୍ମଜ୍ଞାନେଦୂରେ ଥିବି ଅଧର୍ମରୁ ।ଲୋକେ ନାହିଁ ଜଣା ଆତ୍ମପ୍ରତାରଣାକଲେକ ଘଟେ ଜଞ୍ଜାଳ,ନ ଜାଣନ୍ତି ପୁଣି ଦେଖି ଜାଣି ଶୁଣିଧର୍ମମାର୍ଗ ଯେ ପିଚ୍ଛିଳ ।ଅତି ସତର୍କରେ ଜ୍ଞାନଯଷ୍ଟିଭରେଲକ୍ଷ୍ୟ ରଖି ଅନୁମାନେ,ସୂକ୍ଷ୍ମ ଧର୍ମ ମାର୍ଗେ ସରାଗେ ସଜାଗେଚଳୁଥିବେ ସାବଧାନେ ।ଲୋକେ ପ୍ରାଣପଣେ ଯତନେ ସାଧନେଉଠନ୍ତି ପର୍ବତ ଚୂଳେ,ଟଳି ଗଲେ ପାଦ ଘଟଇ ପ୍ରମାଦ,ପଡ଼ିଯାଏ ଗିରିମୂଳେ ।କେତେ ଅର୍ଥ ବ୍ୟୟେ ବହୁତ ସମୟେନିର୍ମାଣ କର ଅଗାର,କଣିକା ଅନଳେ ପବନ ପ୍ରବଳେମୁହୂର୍ତ୍ତକେ ଭସ୍ମସାର ।ଦେଖୁଁ ନିରନ୍ତରେ ସଂସର୍ଗ ଦୋଷରେଘଟେ ଗୁଣ ଦୋଷମାନ,ଲୋକେ ଜାଣି ଶୁଣି ଅଜ୍ଞାନରେ ପୁଣିନ ହୁଅନ୍ତି ସାବଧାନ ।କଜ୍ଜ୍ୱଳ ଗୃହରେ ଭ୍ରମଣ କାଳରେଥିଲେ ମଧ୍ୟ ଜାଗରିତ,ଅଲକ୍ଷ୍ୟ ସୂତ୍ରରେ ଆପଣା ବସ୍ତ୍ରରେଲାଗଇ କଳା କିଞ୍ଚିତ ।କଣ୍ଟକବନରେ ଭ୍ରମିଲେ ପଦରେଅବଶ୍ୟ ଭୁଙ୍କେ କଣ୍ଟକ,ଜାଣୁ ନିରନ୍ତରେ ପ୍ରବାଦ ଚ୍ଛଳରେବୋଲନ୍ତି ଏ କଥା ଲୋକ ।ପ୍ରଥମ ଦିନରେ ମୁହିଁ ପ୍ରତ୍ୟକ୍ଷରେଦେଖି ବନ୍ଧୁଙ୍କର ରୀତି,ପଡ଼ିଲି ଚମକି ଭାଳିଲି ହେଲା କିହେଲା ଜାତ ମନେ ଭୀତି ।ସ୍ୱଭାବରେ ମୋର ଥିଲା ନିରନ୍ତରପାପକାର୍ଯ୍ୟ ପ୍ରତି ଘୃଣା,ବନ୍ଧୁ ଆଚରଣ ଦେଖି ଅନୁକ୍ଷଣକ୍ରମରେ ହେଲା ତା ଊଣା ।ବିର୍ମଳ ଚରିତ୍ର ଋଷି ବିଶ୍ୱାମିତ୍ରକଠୋର ତପଃ ସାଧନ,ମେନକା ଦୃଷ୍ଟିରେ ଈଷତ ମାତ୍ରରେସର୍ବ ଗଲା ଅକାରଣ ।ସୁମତି କୁମତି ବିବାଦେ ଦୁର୍ଗତିସୁମତି ଲଭଇ ସିନା,ଅମୃତ ଗରଳ ହେଲେ ଏକମେଳଗରଳର ହୁଏ ଜିଣା ।ବନ୍ଧୁ ଅନୁରୋଧେ ନିଜ ଅପରାଧେପଡ଼ିଲି ବିଷମ ପାପେ,ବଞ୍ଚିବି କିପରି, ସଦା ଝୁରି ଝୁରିମରିବି ମୁଁ ଅନୁତାପେ!ଶେଷ ମିଳନଯୁଗ ଯୁଗାନ୍ତର କାଳ ଯାଇଛି ତ ଭାସି,କି ମାୟା-ବନ୍ଧନେ ଛାୟା ଦେଖା ଦିଏ ଆସି?ଏକମନ ଏକଆତ୍ମା ଦେହ ରୂପାନ୍ତର,ଭିନ୍ନ କି ଉଭୟ ହୋଇ ପାରେ ପରସ୍ପର?ଅଲକ୍ଷର ଅନ୍ତରାଳେ ଚାହେଁ ବାରେ ବାରେ,ତୁମ୍ଭେ କି ଆସୁଛ ଛାୟାରୂପେ ସେ ପ୍ରକାରେ?ଥାପିଥିଲ ଯେ ସଂସାର ଶାନ୍ତିନିକେତନ,ଦେଖି ଯାଅ ଘଟିଅଛି କି ପରିବର୍ତ୍ତନ!ସ୍ନେହ ପ୍ରୀତି ଆଳାପନ ରୂପ ରସ ଗନ୍ଧ-ଛିନ୍ନ ଭିନ୍ନ ରୂପାନ୍ତର ସକଳ ସମ୍ବନ୍ଧ ।ଅଛି ମାତ୍ର ଧୈର୍ଯ୍ୟ ଧରି ବିଧିବିଧାନରେ,ହେବୁଁ ଏକୀଭୂତ ଅବଶେଷେ ପରସ୍ପରେ ।ଦୂର ଦୂରାନ୍ତରେ ଅଛୁଁ ବିଧିର ବିଧାନେ,ଯିବି ତୁମ୍ଭ ପାଖେ କର୍ମଫଳ ଅବସାନେ ।ଜୀବନତରୀ lସମୟ-ସାଗରେ ଭାସେ ଜୀବନ-ତରଣୀ,ନେଉଛ କଢ଼ାଇ ମାର୍ଗ ସ୍ୱକାର୍ଯ୍ୟ-କ୍ଷେପଣୀ ।ସ୍ୱଭାବରେ ସମାକୁଳ ସଲିଳ ଲହରୀ,ତେଣୁ ନିତ୍ୟ ନୃତ୍ୟଶୀଳା ମୋ ଜୀବନତରୀ ।ରୋଗ ଶୋକ ପାପ ତାପ କେତେ ଝଞ୍ଜାବାୟୁ,କଳୁଷସଂସର୍ଗ ମଗ୍ନ ଶିଳାମାଳା ଆଉ,ଜୀବନ-ତରଣୀ ଯାହା ଯୋଗେ ବିଚଳିତ,ମଗ୍ନ ଲଣ୍ଡଭଣ୍ଡ ପରି ହୁଏ ଅନୁମିତ ।ଯିବ ଭାସି ଭାସି ମୁକ୍ତିସ୍ୱରୂପ ବନ୍ଧରେ,ଜାଗରିତ ଥାଏ ଯେବେ ବାସନା ମନରେ ।ସୁବିବେକ କର୍ଣ୍ଣଧାର ଆଶ୍ରୟେ ପ୍ରତ୍ୟକ୍ଷବ୍ରହ୍ମପଦ ଧ୍ରୁବ ତାରା ପ୍ରତି ରଖ ଲକ୍ଷ ।ଅନ୍ୟଥା ପ୍ରଚ୍ଛନ୍ନ ଶୈଳ ପବନ ପ୍ରଚଣ୍ଡକରିବ ନିଶ୍ଚୟ ତରୀ ମଗ୍ନ ଲଣ୍ଡଭଣ୍ଡ ।ଜୀବନର ଗତିଦ୍ରବ୍ୟ-ଗୁଣ-କର୍ମ ସମବାୟରେ ଶରୀର,ନିତ୍ୟ ପରିବର୍ତ୍ତନଶୀଳ ନୁହେ ମଧ୍ୟ ଚିର ।କାହା ଉତ୍ପ୍ରେକ୍ଷଣା କିମ୍ବା କେଉଁ ଆକର୍ଷଣେଚିରନ୍ତନ ଗତି ଅନୁଭବେଁ ମୁଁ ଜୀବନେ?ପ୍ରକୃତି ସହିତ କିବା କର୍ମର ସମ୍ବନ୍ଧ,ଉଭୟ ସୂତ୍ରରେ ଜୀବ ଯଥା ନିତ୍ୟ ବଦ୍ଧ,ଅବିରାମ ଆକର୍ଷଣେ ଊର୍ଦ୍ଧ୍ୱତନ ଗତି,ନିମ୍ନରୁ ଉତ୍ଥିତ ମଧ୍ୟ ନିୟମ ନିୟତି ।ଆରମ୍ଭ ଏହାର କାହିଁ? କାହିଁ ଅବା ଶେଷ?ଯନ୍ତ୍ର ତ ନ ଜାଣେ ଯନ୍ତ୍ରୀ କୌଶଳବିଶେଷ ।ପ୍ରତ୍ୟକ୍ଷ ରହିଛି ମାତ୍ର ସାକ୍ଷ ଚିରଦିନ,ମାନବ ଜୀବନ ନିତ୍ୟ ନିୟନ୍ତା ଅଧୀନ ।ତୁମ୍ଭ ଜ୍ଞାନେ ଯେବେ ଏହା ଅଳୀକ ସିଦ୍ଧାନ୍ତ,ଏ ଭ୍ରାନ୍ତ ଧାରଣା ମୋର ପ୍ରାର୍ଥନା ନିତାନ୍ତ ।ନିୟତିପୌରୁଷ ଗୌରବଭରେ ମାନବ ଉନ୍ମତ୍ତ,ପ୍ରତ୍ୟକ୍ଷ ପ୍ରମାଣ କିନ୍ତୁ ନିୟତି ଆୟତ୍ତ ।ମାନବର ଭାଗ୍ୟଚକ୍ର ଅଲକ୍ଷ୍ୟ ହସ୍ତରେନିୟତ ଚାଳିତ ନିତ୍ୟ ଦେଖୁଁ ପ୍ରତ୍ୟକ୍ଷରେ ।ଆଜି ଯେବା ଭୁଞ୍ଜେ ସୁଖ ଆନନ୍ଦ ଗୌରବ,କାଲି ତା ଭାଗ୍ୟରେ ଦୁଃଖ ଦୁର୍ଦଶା ରୌରବକେତେ ଯତ୍ନ ଆକିଞ୍ଚନ ସୁଖ ଭୋଗପାଇଁ,ଅନାବିଳ ସୁଖ ଭୋଗ କେ କଲାକ କାହିଁ?ଦୁର୍ଦଶା ଯାତନା ଭୋଗ ନ ଲୋଡ଼େ ମାନବ,ଅଲକ୍ଷ୍ୟସୂତ୍ରରେ ମାତ୍ର ଘଟେ ଏହି ସର୍ବ ।ଧନ ଜନ ପଦ ଖ୍ୟାତି ସହାୟ ସମ୍ପଦ,ନିଶାର ସ୍ୱପନ ସମ ବିନାଶ- ଆସ୍ପଦ ।ମାନବ ମାନସାକାଶେ ଭାସେ ସ୍ତରେ ସ୍ତରେ,ବାରିଦପଟଳ ଗତି ସମ ଗଗନରେ ।କେ ନ ଜାଣେ କେ ନ ବୁଝେ ଜଗତ ଅନିତ୍ୟ,ବାକ୍ୟରେ ଯା ବୋଲ ମାତ୍ର କାର୍ଯ୍ୟ ବିପରୀତ ।କି ବିଶ୍ୱମୋହିନୀ ମାୟା ଆବୃତ ଜଗତେ,ଅଳୀକ ଅସାର ସୁଖେ ଉନ୍ମତ୍ତ ସମସ୍ତେ ।ଚରମ ଚିନ୍ତାଅଶକ୍ତ ସ୍ଥବିର ଦେହ ଜାଗ୍ରତ ଚେତନାସମ୍ବଳ ସମ୍ପ୍ରତି ମାତ୍ର ଗତାନୁଶୋଚନା ।ଜୀବନ ପ୍ରାନ୍ତରେ ଭ୍ରମି କ୍ଳାନ୍ତ ମନ ପ୍ରାଣ,ଅବଶ ଇନ୍ଦ୍ରିୟ ସୁଖ ଶାନ୍ତି ଅବସାନ ।ଆଶାର ସପନ ମାୟା ମୋହର ଛଳନାଭାଞ୍ଜିଲା, ଭାବିଲି ବୃଥା ଚିନ୍ତା ବିଡ଼ମ୍ବନା ।ଯୌବନ ଉତ୍ସବ ଦିନ ଉନ୍ମତ୍ତଭାବରେଭ୍ରମିଛି ଅଲୀଳ ସୁଖେ ଉଦ୍ଭ୍ରାନ୍ତ ମାର୍ଗରେ ।ଭାବି ଚିନ୍ତାଶୂନ୍ୟ ମନ ପରିଣାମ ଗତିଉପସ୍ଥିତ ବିଷୟରେ ମଗ୍ନ ମତ୍ତ ମତି ।ଜାଜ୍ୱଲ୍ୟ ଦୃଷ୍ଟାନ୍ତ ସର୍ବ ଦିଗେ ବିସ୍ତାରିତ,ତଥାପି କ୍ଷଣିକ ସୁଖେ ଚିତ୍ତ ବିମୋହିତ ।ଅସାର ସଂସାର ସୁଖ ସମ୍ଭୋଗେ ତନ୍ମୟେମହାସ୍ରୋତେ ଭାସମାନ ଗତି ସେ ସମୟେ ।ମହାନିମନ୍ତ୍ରଣହୃଦୟକପାଟେ ହାତ ମାରି ଡାକ କେ ତୁମ୍ଭେ ହେ କାହା ଦୂତ?ମହାନିମନ୍ତ୍ରଣ ବେଗେ ବେଗେ ହୁଅ ମହାଯାତ୍ରାକୁ ପ୍ରସ୍ତୁତ ।ମୁହୂର୍ତ୍ତେକ ତୁମ୍ଭେ ନ ଦେବ କି ବେଳ ସଜବାଜ ହେବାପାଇଁ?ଜୀବନଯାକ ତ ପାଇଥିଲ ବେଳ ଚେତନା କି ଥିଲା ନାହିଁ?ସଖାଳେ କିପାଇଁ ସମ୍ବାଦ ନ ଦେଲ ଯିବାକୁ ଯେ ହେବ ଖରେ?ଚାରି ଆଡ଼ୁ ଡାକି କହି ଦେଇଥିଲୁଁ ଜାଣ ପ୍ରତି ମୁହୂର୍ତ୍ତରେ ।ଆତ୍ମୀୟ ସ୍ୱଜନେ ପ୍ରତିବାସିଗଣେ ସମସ୍ତ ଯିବି କି ଛାଡ଼ି?ନ ଜାଣ କି ଭାଇ, ତୁମ୍ଭ ପଛେ ପଛେ ସମସ୍ତେ ଦେବେ ଯେ ଧାଡ଼ି?କେତେ କଷ୍ଟ ପଡ଼ି ଅରଜିଲି ବିତ୍ତ ଛାଡ଼ିଯିବି କିରୂପରେ?ନ ଜାଣ କି ଭାଇ, ରହିଥିବ ସର୍ବ ତୁମ୍ଭ ଦେହ ସହିତରେ?ତୁମ୍ଭେ ତ ବୋଲୁଛ ଯାତ୍ରା କରିବାକୁ ଏକାକୀ ମୋହର ପ୍ରାଣ?ଜଡ଼ୀୟ ପଦାର୍ଥ ଜଡ଼ଦେହ ସଙ୍ଗେ ଥିବ, ଏହା କି ନ ଜାଣ?ବଡ଼ ଇଚ୍ଛା ପ୍ରାଣେ ଜଡ଼ଦେହ ସଙ୍ଗେ ରହିବାକୁ ଚିରଦିନ,ସ୍ୱର୍ଗୀୟ ପଦାର୍ଥ ଯିବ ଦିବ୍ୟଧାମେ ନ ହେବ ଧୂଳିରେ ଲୀନ ।ଜୀବନଟାଯାକ କେତେ କାର୍ଯ୍ୟ କଲି ସଙ୍ଗେ କି ନ ଯିବ କିଛି?ସୁକୃତି ଦୁଷ୍କୃତି ପରିମାଣ ଫଳ ଜାଣ ଆତ୍ମାରେ ଲାଗିଛି ।ଧ୍ରୁବ ବିଶ୍ୱାସକି ନିର୍ବୋଧ ଅର୍ବାଚୀନ! ଭାଳ ବସି ପ୍ରତିଦିନ-ଯାହାକୁ ଦେଇଛୁ ଜାଳି ଶ୍ମଶାନ ଚିତାରେ,ଝୁରି ଝୁରି କାଟୁ କାଳ କିପାଁ ତା ଚିନ୍ତାରେ!ଦେଖୁଛୁଁ ତ ପ୍ରତ୍ୟକ୍ଷରେ, ଲୋକ ପ୍ରତିଦିନ ମରେ,କାହିଁ କେବେ ଗତ ଲୋକ ଆସେ କି ବାହୁଡ଼ି?ତୁହି କିପାଁ କରୁ ଚିନ୍ତା ଦୃଷ୍ଟମାର୍ଗ ହୁଡ଼ି ।ପ୍ରଥମରେ ବନ୍ଧୁ ଗଣେ ଆସି ପାଶେ ଜଣେ ଜଣେବୋଲୁଥିଲେ ଏ ତୁମ୍ଭର ବେଭାର କିପରି,ନ ପାସୋରି କଷ୍ଟ ଭୋଗୁ ତାହା ନାମ ସ୍ମରି ।ପାଇଛି ମୁଁ ନିଦର୍ଶନ, ଭୁଲିବାକୁ କଲେ ମନ,ଘାଣ୍ଟି ହୁଏ ମନପ୍ରାଣ ଆତଙ୍କେ ଆକୁଳେ,ମନଟା ଯେମନ୍ତ ବୋଲ ମାନେ ନାହିଁ ଠୁଳେ ।ଥିଲା ଯେ ନୟନ ତାରା ବ୍ୟାପ୍ତ ମନପ୍ରାଣ ସାରା,ଚିତ୍ରିତ ରହିଛି ଛାୟା ହୃଦୟପଟରେ,ପାରିବି କି ରହି ଚିନ୍ତା ବିନା ନିଶ୍ଚିନ୍ତରେ ।ବ୍ୟର୍ଥ କି ଭାବନା ମୋର? ହୋଇ କି ଯାଇଛି ପର?ନାହିଁ-ପ୍ରାଣେ ପ୍ରାଣେ ଯାହା ଅଚ୍ଛେଦ୍ୟ ବନ୍ଧନ,କେ କରିବ ନିବାରଣ ପୁନଶ୍ଚ ମିଳନ ।ଚିତାଗ୍ନିରେ କାୟା ପରି ସବୁ ତ ଯାଇଛି ସରି,କେ ବୋଲେ ନିର୍ବୋଧ ପରକାଳେ ସେ ତ ନାହିଁ?ମିଳନର ପାଇଁ ବୃଥା ଅଛି ବାଟ ଚାହିଁ ।ବିଶ୍ୱ ଅଣ ପରମାଣୁ ଅବିନାଶ୍ୟ ଧ୍ରୁବ ଜାଣୁ,କାଳଚକ୍ରେ ହୋଇଥାନ୍ତି ରୂପାନ୍ତରଧାରୀ,ପରିବର୍ତ୍ତ ମାତ୍ର, ନାହିଁ ବିନାଶ କାହାରି ।ଜଡ଼ ଭିନ୍ନ ପ୍ରାଣ ଭିନ୍ନ, ଦେଖୁଛ ପ୍ରତ୍ୟକ୍ଷ ଚିହ୍ନ,ପର୍ଯ୍ୟାୟରେ ଜଗତରେ ଘଟେ ରୂପାନ୍ତର,ପରିଣାମେ ସ୍ୱ ସ୍ୱ ଧର୍ମେ ମେଳ ପରସ୍ପର ।ସ୍ନେହ ପ୍ରୀତି ଭକ୍ତି ଜ୍ଞାନ ଜୀବନର ଧର୍ମ ଜାଣ,ନ ବୁଝି ପାରୁଛି କିଛି ଏଥିର ପ୍ରମାଣ,ଜଡ଼ ଚେତନର ଭାବ ଭିନ୍ନ ଭିନ୍ନ ଜାଣ ।ଅମୃତ ସନ୍ତାନ ସେ ତ, ସର୍ବଗୁଣେ ସମବେତ,ହେବାକୁ କି ପାରେ କେବେ ତାହାର ଅଭାବ,ବିଶ୍ୱଜନନୀର କ୍ରୋଡ଼େ ଯେ ଦ୍ରବ୍ୟର ଠାବ?ବର୍ବର ବଣୁଆ ଜାତି ମହାଜ୍ଞାନିଗଣ ଜ୍ଞାତିଦେଖନ୍ତି ସମସ୍ତେ ପରକାଳେ ପରିଜନେ,ସ୍ୱଭାବେ ହୃଦୟେ ଭାବ ଉଦେ କି କାରଣେ?ନାହିଁ ପର ବିଦ୍ୟମାନ, ଇହ ମାତ୍ର ସର୍ବ ଜାଣ,ଜଗତର ସର୍ବ ଧର୍ମଶାସ୍ତ୍ର ଦିଅ ପୋଡ଼ି,କିବା ପ୍ରୟୋଜନ ସେହି ଗ୍ରନ୍ଥମାନ ପଢ଼ି ।କ୍ଷୁଧା ତୃଷ୍ଣା ମନ ଭାବ ସ୍ୱଭାବରେ ଆବିର୍ଭାବ,ସେହିପରି ପରକାଳ ଚିନ୍ତା ହୃଦେ ଜାଣ,ଏହାହିଁ ଯେ ପରକାଳ ଅକାଟ୍ୟ ପ୍ରମାଣ ।ଧାବିତ ଜଗତ ନିତ୍ୟ ଗୁଣଧାରୀ ବିପରୀତ,ବିଶ୍ୱ ପରିବର୍ତ୍ତନଶୀଳ ବିଧିର ନିୟମ,ତଥା ଜାଣ ମାନବର ମରଣ ଜନମ ।ଯାଇଛି ସେ ଚଳି ଆଗେ ନବଧର୍ମ ଅନୁରାଗେ,ନିଶ୍ଚୟ ମିଳିବ ଯାଇ ମୁହିଁ ତାହା ପାଶେ,ରହିଛି ଧଇର୍ଯ୍ୟ ଧରି ଏ ଦୃଢ଼ବିଶ୍ୱାସେ ।କାହାନ୍ତି?ରାଗ - ସଙ୍ଗମତୀଆରୀକାହିଁ ସେ ମଥୁରାପୁରୀ? ଶ୍ରୀ ବୃନ୍ଦାବନ?ଯମୁନାପୁଳିନ ଲୀଳା? କୁଞ୍ଜ କାନନସେ ନନ୍ଦ, ଯଶୋଦା, ବସୁଦେବ, ଦେବକୀକାହିଁ ଗଲେ ଚାଲି, ଏହା ବୋଲି ଦେବ କି?କାହାନ୍ତି କୁଞ୍ଜବିହାରୀ? ସେ ବଂଶୀଧ୍ୱନି?କାହାନ୍ତି ଯାଦବ ବୀରେ- ଖ୍ୟାତ ଅବନୀ?କାହାନ୍ତି ବାଳଗୋପାଳ? କାହିଁ ଗୋଗୋଷ୍ଠ?ମଥୁରା ନଗରୀ କଂସ ରସପ୍ରକୋଷ୍ଠ?କାହିଁ ସେ କାଳିନ୍ଦୀ ହ୍ରଦ? କାହିଁ କାଳୀୟ?ଗୋପୀ ଗୋପାଳଙ୍କ ଲୀଳା- ଯେ ରମଣୀୟ?ବୃଷଭାନୁ ରାଜଜେମା ଶ୍ରୀ ଗୋପେଶ୍ୱର?ବୃନ୍ଦାବନବିଳାସିନୀ ଗୋପୀ କିଶୋର?ଗୋଲକବିହାରୀ କୃଷ୍ଣ କାଳ-ସ୍ରୋତରେଗଲେ ଭାସି! ତୁମ୍ଭେ ଆମ୍ଭେ କେତେ ମାତରେ ।ସେ ସଙ୍ଗୀତରାଗିଣୀ- ଭଙ୍ଗ କାନଡ଼ାଦିବସ ଯାମିନୀ କି ଗୀତ ପ୍ରବେଶେ ଆବେଶେ ହୃଦୟେସୁଖ ଦୁଃଖରେ ସକଳ ସମୟେ,କିବା ସେହି ସ୍ୱର ବ୍ୟାକୁଳ ଅନ୍ତରକରେ ଜୀବନ ତନ୍ମୟେ ସେସଙ୍ଗୀତ ।ବିରଳେ ବିଜନେ ଗହନେ କାନନେ ପ୍ରାନ୍ତରେ କାନ୍ତାରେ ଆଶାରେସର୍ବସ୍ଥାନେ ସମାନ ସୁସ୍ୱରେଗ୍ରୀଷମ ବସନ୍ତେ ଅବା ଶୀତ ଅନ୍ତେଲାଗେ ପ୍ରାଣେ ନିରନ୍ତରେ ସେସଙ୍ଗୀତ ।ସେହି ଏକଗାନ ସେହି ଏକତାନ ସ୍ୱରଗ୍ରାମ ତାର ସମାନଲାଗି ଉନମତ୍ତ କଲେ ସେ ପ୍ରାଣ,ପବନେ ନିସ୍ୱନେ ଆସି ଅନୁକ୍ଷଣେଭାଙ୍ଗିଦିଏ କି ଧଇର୍ଯ୍ୟ ଧ୍ୟାନ ସେସଙ୍ଗୀତ ।ସଙ୍ଗୀତ ନିଃସ୍ୱନ ହୃଦୟ ସ୍ପନ୍ଦନ କରିଦିଏ ସେ ନିରନ୍ତରେକିବା ଆସି ନିଶ୍ୱାସ ପବନରେ,ହେଲେ ମୁଁ ନିଦ୍ରିତ ହୋଇ ଜାଗରିତଥାଏ କି ଶଯ୍ୟା ପାଶରେ ସେସଙ୍ଗୀତ ।ଏ ପ୍ରକୃତି ରାଣୀ ସହସ୍ର ରାଗିଣୀ ଧରିଛି ବିଭିନ୍ନ ତାନେ,କିବା ଉନମତ୍ତ ମୁଁ ସେହି ଗାନେ,ଅବୁଝା ହୃଦୟ ନ ବୁଝେ ବିଷୟକିପାଁ ମିଶାଇଛି ଆତ୍ମପ୍ରାଣେ ସେ ।ସଙ୍ଗୀତ ।ମହାରାଜ କୃଷ୍ଣସିଂହମାହାରାଜ ହୃଷ୍ଣସିଂହ ଧରାକୋଟପତି,ବୀଣାପାଣି ବରପୁତ୍ର ଯଶସ୍ୱୀ ସୁମତି ।ଅବହେଳେ ତ୍ୟାଗ କରି ରାଜସିଂହାସନସାହିତ୍ୟ ଚର୍ଚ୍ଚାରେ ମତ୍ତ ଥିଲ ଆଜୀବନ ।ବୀଣାପାଣି ସେବା ଅଟେ ଯାହାଙ୍କର କାର୍ଯ୍ୟ,ତାଙ୍କ ଚିତ୍ତ ଆୟତ୍ତ କି କରି ପାରେ ରାଜ୍ୟ?ମନୋରାଜ୍ୟ ଅଧିପତି ନିଖିଳ ଉତ୍କଳେ,ଧରିବ କି ଧରାକୋଟ ତାଙ୍କ ମନ ବଳେ?ଶୁଣାଇଲ ଉତ୍କଳକୁ ଭାରତ ସଙ୍ଗୀତ,ଯୁଗ ଯୁଗାନ୍ତରେ ନାମ ଥିବ ବିରାଜିତ ।ଉତ୍କଳ ମାତାକୁ ପିନ୍ଧାଇଛ ରତ୍ନହାର,ଯାଇଛ ତ ପୂର୍ଣ୍ଣ କରି ସାହିତ୍ୟଭଣ୍ଡାର ।ଭକ୍ତିଭରେ ଗ୍ରାମେ ଗ୍ରାମେ ଦେଶବାସିଗଣଚିରକାଳ ତୁମ୍ଭ ନାମ କରିବେ ଗାୟନ ।ଯୁବକ ଶରଚ୍ଚନ୍ଦ୍ରଆହେ ବିଶ୍ୱପତି, କିପାଁ ସେହି ଜ୍ୟୋତି ସ୍ଥିର ନୁହେ ମୋର ମନ,ହୁଅନ୍ତି ପବିତ୍ର, ସାର୍ଥକ ମୋ ନେତ୍ର ସେ ଜ୍ୟୋତି କରି ଦର୍ଶନ ।ଦୁର୍ବଳ ଚଞ୍ଚଳ ହୃଦୟ କେବଳ, କଳୁଷଭରେ ମଳିନ,ବୋଲିବି କିପରି ଦୟାମୟ ହରି, ଏହା ତୁମ୍ଭ ସିଂହାସନ ।ନାହିଁ ମୋ ଭରସା, ତୁମ୍ଭେ ମାତ୍ର ଆଶା, ଭାସି ଯାଉଛି ସାଗରେ,କରନ୍ତୁ ଉଦ୍ଧାର, ଆହେ କର୍ଣ୍ଣଧାର, ଦେଇ ତରଣୀ ଚରଣ ।ନିତ୍ୟଧାମ ଆଗେରାଗ-କେଦାରକରେଁ ଏକ ଅଭିଳାଷ ନିୟତ ହୃଦୟେ ବାସନ ଦେଖେଁ କାହାକୁ କଷ୍ଟ ଫେଇବାକୁସକଳେ ସ୍ୱାର୍ଥର ଦାସ ।କେ ଶୁଣିବ ମନ କଥା, କେ ହରିବ ହୃଦ ବ୍ୟଥା,ସରମେ ମରମେ ହେଉଛି କୁହୁଳିକୁମ୍ଭାର-ପୁହାଣ ଯଥା ।ଜଗତ ଜଞ୍ଜାଳ ଜାଣି ତଥାପି ଧରିଛି ଟାଣି,କେଉଁ ମାୟା ମୋହେ ଆକୁଳ ହୃଦୟେବିମୋହିତ ସର୍ବ ପ୍ରାଣୀ ।ଗଲାଣି ଜଗତ ଜଣା, କେବଳ ତ ପ୍ରତାରଣା,ଅଛି ଏକ ଧାମ ପୂର୍ଣ୍ଣ ମନସ୍କାମକରେଁ କିପାଇଁ ଶୋଚନା ।ମନ ଆକୁଳ ଉଦାସ, ମୁଖରେ କପଟ ହାସ,ଏ ଲୋକ ଛଳନା ଆତ୍ମପ୍ରତାରଣାକରୁଛି ତ ବାର ମାସ ।ଅବଶ୍ୟ ଜୀବନ ମୋର ଅନ୍ଧକାରେ ନିରନ୍ତରକେଉଁ ସୁଖ ଆଶେ କେଉଁ ଅଭିଳାଷେଭ୍ରମଣରେ ତତପର ।ଗାଇ ଗାଇ ଦୁଃଖ ଗୀତ ଜୀବନ ଗତ ଅତୀତ,ତହିଁ ସୁଖ ନାହିଁ, ତଥାପି କିପାଇଁଗାଇବାକୁ ବଳେ ଚିତ୍ତ?ଭାସୁଛି ଜୀବନତରୀ, କେତେ ବାସନା ଲହରୀଆଗତ ଅନେକ ଗତ ଏକ ଏକଦେଇ ଟଳମଳ କରି ।ଜାଣୁଛି ତ ମରୁସ୍ଥଳ, ମୃଗତୃଷ୍ଣାହିଁ ସକଳ,ତଥାପି କିପାଇଁ ଅଛି ପଛେ ଧାଇଁ,ଭ୍ରାନ୍ତି କି ନୁହେ କେବଳ?କ୍ଷୁଦ୍ର କଣିକା ଅନଳ ହୁଏ କି ଏଡ଼େ ପ୍ରବଳ?କ୍ଷୁଦ୍ର ପରମାଣୁ ଏହା ଜାଣୁ ଜାଣୁଜଗତ କରୁ ସମ୍ବଳ ।କେତେ ବା ପ୍ରାଣେ ଭରସା, ଅସୀମ ଜଗତ ଆଶା,ନ ବୁଝିଲା ଦିନେ ରହିବ ସେ ଭିନ୍ନେଛିନ୍ନ କରି ଏ ଲାଳସା ।ବିଗତ ଜୀବନ ସର୍ଗେ ଯାହାକୁ ଧର ସରାଗେ,ନ ଯିବେ ସଙ୍ଗରେ, ବଦ୍ଧ ଜଗତରେ,ତୁମ୍ଭ ଶାନ୍ତିଧାମ ଆଗେ ।ମଧୁସୂଦନ ରାଓରାଗିଣୀ - କଳସାହେ ମଧୁସୂଦନ ତୁମ୍ଭ ଜୀବନ ସାର୍ଥକ!ତୁମ୍ଭ ପରି କେତେ ଜଣ ଛନ୍ତି ସାଧୁ ଲୋକ?ସ୍ନେହ, ପ୍ରୀତି, ପିତୃଭକ୍ତି, ସନ୍ତାନବାତ୍ସଲ୍ୟ,ଏକାଧାରେ ତୁମ୍ଭ ଗୃହେ ପୂରିଛି ସକଳ ।ପବିତ୍ରତା ସରଳତା ପର ଉପକାର,ଦୟାମୟା ଧର୍ମ ନୀତି ତୁମ୍ଭେହିଁ ଆଧାର ।ଅନାଥ ବାଳକ ବିଦ୍ୟା ଶିକ୍ଷାପାଇଁ ଋଣୀଲୋକ ହୋଇ ପାରେ କିଏ ଅଛି କାହିଁ ଶୁଣି?ତୁମ୍ଭର ଯେ କେତେ ଶ୍ରଦ୍ଧା ଅତିଥିସେବାରେ,ସେ ଜାଣେ ଯେ ତୁମ୍ଭଠାକୁ ଯାଇଅଛି ବାରେ ।ପର ଉପକାରେ ଦିବା ନିଶି ଥାଅ ବ୍ୟସ୍ତ,ତେଜି ପାର ସେଥିପାଇଁ ସମ୍ପତ୍ତି ସମସ୍ତ ।ଆଦର୍ଶ ପୁରୁଷ ଜଣେ ବ୍ରାହ୍ମମଣ୍ଡଳୀରେ,ଉତ୍କଳମଣ୍ଡଳେ ଖ୍ୟାତ କବିହେ ବୁଦ୍ଧିରେ ।ଉତ୍କଳ ଭୂମିରାଗ - ବଙ୍ଗଳାଶ୍ରୀଜନନୀ ଉତ୍କଳ! ନମେ ପଦତଳ,ମୋ ପ୍ରତି କର କରୁଣା,ମୋର ଏ ଜୀବନେ ନ ହେବ ଯେସନେ,ତୋର ପ୍ରତି ଭକ୍ତି ଊଣା ।ହୁଅ ପଛେ ମାତ! ଅଭାଗୀ ନିତାନ୍ତ,ତୁମ୍ଭେ ତ ମୋର ଜନନୀ!ତୋହ ଅପମାନେ ଭୀଷଣ ପରାଣେପଡ଼ିପାଏ କି ଅଶନ!କୃପା-ଅକୂପାର ଶୋଭାର ଆଧାରକରି ନିରମିଲେ ତୋତେ,ଅଯୋଗ୍ୟ ସନ୍ତାନେ କଲେ ହୀନମାନେ,ଶ୍ମଶାନ ତୁଲ୍ୟ ପରତେ ।ତୋଠାରେ କି ନାହିଁ, କେଉଁ ଦ୍ରବ୍ୟ ପାଇଁହୀନମାନ ତୋ ନନ୍ଦନେ?ଦେଉଛୁ ବଢ଼ାଇ, ଜାଣିବାକୁ ଖାଲିନାହାନ୍ତି ମନୁଷ୍ୟ ଜଣେ ।ପର ପାଠ ପଢ଼ି, କି ଲୋଭରେ ପଡ଼ି,ଲେଖିଦେଇ ଦାସଖତ,ଅନ୍ନ ବସ୍ତ୍ରେ ପୁଣି ହୋଇ ଟାଣିଟୁଣି,ବୋଲାନ୍ତି ଯେ ଭାଗ୍ୟବନ୍ତ ।ପୋଷି କେତେ ଆଶା ପଢ଼ି ରାଜଭାଷାକାଟିଲେ ଜୀବନ ଅଧେ,ଶେଷରେ ସମ୍ବଳ ଗୋଲାମି କେବଳଚାଳିଶ ଟଙ୍କାର ମଧ୍ୟେ ।କେତେ ଡରି ମରି କରନ୍ତି ଚାକରି,ପେଟ ପୂରିବାକୁ ନାହିଁ,ବୋଲ କି ପ୍ରକାର ଲୋକ ଉପକାରକରିବାକୁ ବେଳ କାହିଁ?ସ୍ୱଭାବେ ତୁ ହୀନା ନ ଥିଲୁ, ପ୍ରବୀଣାସକଳ ବିଦ୍ୟା କଳାରେ,ଧିକ ଧିକ ଧିକ! ବୋଲିବି ଅଧିକକିବା କଥା କାହାଠାରେ!ତୋହ ଦେହ ଧୂଳି ହୋଇ ଅଙ୍ଗେ ବୋଳିଧନ୍ୟ ଭାରତର ଲୋକେ,ଦୀନ ହୀନ ବେଶେ ଭ୍ରମନ୍ତି ବିଦେଶେତୋହରି ସନ୍ତାନ ଥୋକେ ।ଉତ୍କଳ ବସନେ ଯତନେ ମଣ୍ଡନେଥିଲେ ୟୁରୋପା ଲଳନା,ଏବେ ତୋ ସନ୍ତାନେ ରହିଛନ୍ତି ଧ୍ୟାନେ,ମାଞ୍ଚ୍ଛେଷ୍ଟରୁ ଖଣ୍ଡେ କନା ।ଯେ ତୋର କୁମରେ ନର୍ମଦା କୂଳରେକରୁଥିଲେ ଯାଇ ରଣ,ଏବେ ତୋ ନନ୍ଦନ ସମର ପ୍ରାଙ୍ଗଣଦେଖିଛନ୍ତି କେତେ ଜଣ?ପ୍ରଭୁ ଜଗନ୍ନାଥ ଧରି ଲକ୍ଷ୍ମୀ ହାତବସିଛନ୍ତି ତୋ ପୃଷ୍ଠରେ,ତୁ ଶସ୍ୟଶ୍ୟାମଳା, ଅଛନ୍ତି କମଳା,ଅନ୍ନ ନାହିଁ ଅଦୃଷ୍ଟରେ ।ଯଜ୍ଞ ରାଜସୂୟେ ଧର୍ମଙ୍କ ତନୟେମହାରାଜ ଯୁଧିଷ୍ଠିରବସି ରାଜମଞ୍ଚେ ବୋଲିଥିଲେ ଉଚ୍ଚେ-ଉତ୍କଳୀୟ ମହାବୀର ।ସେହି ଜାତିମାନେ ଦେଖ ବର୍ତ୍ତମାନେକେଡ଼େ ହୀନ ହତଭାଗ୍ୟ,କେଡ଼େ ଭୟ ପାଇ ଯାଆନ୍ତି ପଳାଇଦେଖି ଖଣ୍ଡେ ରଙ୍ଗ ପାଗ ।ବାଣିଜ୍ୟ ବ୍ୟବସା, ଚାକରି ଭରସାକିଛି ତ ଉପାୟ ନାହିଁ,ବିଦେଶୀୟ ଭାଇ ନେଲେଣି ଛଡ଼ାଇ,ଆସ ଲାଗୁଁ ସେଥିପାଇଁ ।ସାଧନାରେ ସିଦ୍ଧି, ଅଛି ତ ପ୍ରସିଦ୍ଧ,କଥା ଜାଣ ପରମ୍ପରା,ଅଳସ ପଣରେ ବସି ରହି ଘରେପେଟଟି ପୋଷିବ ପରା?ଆହେ ଜମିଦାରେ, ପୂର ଗନ୍ତାଘରେରୁଣ୍ଡାଇ ପୁଣ୍ଡାଇ ଟଙ୍କା;ଦେଶ ଭାସି ଯାଉ, ସେଥିପାଇଁ ଆଉତୁମ୍ଭର କି ଅଛି ଶଙ୍କା ।ଆସ ଭାଇମାନେ! ବସି ଏକ ସ୍ଥାନେକରିବା ମିଳି ବିଚାର,ଅନ୍ନ ବସ୍ତ୍ରପାଇଁ କଷ୍ଟ ହେବ ନାହିଁ,ପାଇବୁଁ ଦୁଃଖୁଁ ଉଦ୍ଧାର ।ଅଳପ କଥାରେ, ଅଳପ ଟଙ୍କାରେଚଳି ଯାଉଥିଲା ଆଗ,ଅଛି ସବୁ ତହିଁ, ଖାଇଲାଣି ଭାଇ,ପୁରୁଣା କଥାକୁ ବାଘ ।ଓଳିତଳେ ଲୁଣ କୋଟିଏ ମହଣଥାଉଁ ମୋହ କଥା ଶୁଣ,ବୋଇଲେ କି ହେବ, ଖାଇବାକୁ ହେବଲିଭରପୁଲରୁ ଲୁଣ ।ମାଞ୍ଚଷ୍ଟର ତନ୍ତି ଲୁଗା ବୁଣୁଛନ୍ତିତୁମ୍ଭମାନଙ୍କ ସକାଶେ,ବୁଡ଼ୁ ତନ୍ତି ବଂଶ, ହେଉ ସର୍ବ ନାଶ,ଯାଉନ୍ତୁ ସେ ବନବାସେ ।ସ୍ୱଦେଶର ଶିଳ୍ପ ସବୁ ଅଳ୍ପ ଅଳ୍ପଦେଖୁଛ ଯାଉଛି ବୁଡ଼ି,ଦେଖୁ ନାହିଁ ଭାଳି, ସରୁଛି ସଙ୍ଖାଳି,ଶୋଇଛ ମାଠଟି ଘୋଡ଼ି ।ଉଠ ଉଠ ଭାଇ, ବେଳ ବହିଯାଇନାହିଁଟି ଭାଳ ମନରେ,କରିବୁଁ ଉପାୟ, ଯହିଁ କଷ୍ଟ କ୍ଷୟହୋଇ ପାରେ ସହଜରେ ।ଜାଣ ଏ ଉତ୍ତାରେ ହେବ ପୁନର୍ବାରେଜମିଜମା ବନ୍ଦୋବସ୍ତ,ବଢ଼ିବ ଖଜଣା, କେତେ ନାହିଁ ଜଣା,କରି ରଖ ବନ୍ଦୋବସ୍ତ ।ଖାଇ ପିଇ ଭାଇ, ଦ୍ୱି ଟଙ୍କା ବଳାଇରଖିଥିଲେ ସିନା ହାତେ,ଖଜଣା ଗଣ୍ଡାକ ବୁଝାଇ ଦେବାକ,ନୋହିଲେ ମରିବ ନାତେ ।କରନ୍ତୁ କଲ୍ୟାଣରାଗ-ପରଜ-ଝୁଲାକରନ୍ତୁ ମୋତେ କଲ୍ୟାଣ,ହେ ମହାପ୍ରଭୋ!ବସି ଦିବାନିଶି ତୁମ୍ଭ ନାମ ଘୋଷିଶେଷ ହେଉ ମୋର ପ୍ରାଣ ।ଘୋଷା ।ଆହେ ବିଶ୍ୱସାଇଁ! ଭାଳିବି କିପାଇଁଜୀବନ ରକ୍ଷା କାରଣ,ତୁମ୍ଭକୁ ଉପେଖି ପାରିବି କି ରଖିଥାଇ ମଧ୍ୟ ସାବଧାନ ।ଜନନୀ ଜଠରେ ତିମିର ଆକରେକରିଛ ମୋତେ ପାଳନ,ମୋର ଅନ୍ନ ଜଳ ସୃଜିଛ ସକଳ,ଯାହା ଯାହା ପ୍ରୟୋଜନ ।ସବୁ ଜାଣି ଶୁଣି ଭ୍ରମେ ପଡ଼େ ପୁଣିହୋଇ ମୋହେ ଅଚେତନ,କର ଆକର୍ଷଣ ଜଗତ ବନ୍ଧନ,ମଣୁଛ ତ ଅନୁକ୍ଷଣ ।ଭାଳେ ଯାହା ଲାଗି, ଦିଅ ସବୁ ଭାଙ୍ଗି,ହେଉ ମୋ ହୃଦୟ ଶୂନ୍ୟ,ଯାଉ ଛାଡ଼ି ଆଶା, ଜଗତ ଭରସା,କରେଁ ମୁଁ ତୁମ୍ଭଙ୍କୁ ଧ୍ୟାନ ।କୃପାନିଧାନଆଶାବରୀ- ତାଳ ଯତ୍କୃପାନିଧାନ ହେ! କର କରୁଣା ମୋ ପ୍ରତି ।ଦେଇ ମନ ପ୍ରାଣ କରେଁ ତୁମ୍ଭ ଧ୍ୟାନ,ସ୍ଥିର ହେଉ ମୋର ମତି ।ତୁମ୍ଭେ କି ଜନନୀ, ଭ୍ରାତା କି ଭଗିନୀ,ବନ୍ଧୁ, ସୋଦର, ପିୟର,ସକଳ ଭାବରେ ଅଛ ମୋ ପାଶରେ,ବିଶ୍ୱ ବ୍ରହ୍ମାଣ୍ଡର ପତି ।ଭୁଲିବି ଜଗତ, ଭୁଲିବି ସମସ୍ତ,ପାରେଁ କି ତୁମ୍ଭଙ୍କୁ ଭୁଲି,ଆତ୍ମାର ଅସ୍ତିତ୍ୱ ଅଛି ଆଲୋକିତବିକାଶ ତୁମ୍ଭର ଜ୍ୟୋତି ।ହୃଦୟର କଥା, ମରମର ବ୍ୟଥାଜାଣ ତ ମୁଁ ହୋଇ ଭ୍ରାନ୍ତପାପଭାରାକ୍ରାନ୍ତ ହୋଇଛି ନିତାନ୍ତ,ଫେଡ଼ନ୍ତୁ ମୋର ଦୁର୍ଗତି ।ଗ୍ରହ, ଶଶୀ, ଭାନୁ, ଅଣୁ, ପରମାଣୁ,ତୁମ୍ଭ ନୟନ ଗୋଚରେ,ଆହେ ଦୟାମୟ! ନାହିଁ ତ ଉପାୟଲଭିବାକୁ ଆନ ଗତି ।ମୃତ୍ୟୁର କରାଳ ମୂର୍ତ୍ତିପିଲୁ-ଯତ୍ lମୃତ୍ୟୁର କରାଳ ମୂର୍ତ୍ତି ମାନସ ନୟନେବାରମ୍ବାର ଦେଖି ମଧ୍ୟ ଅଛି ଅଚେତନେ ।ଗଗନେ ଅନନ୍ତ ତାରା ଦେଖୁଛି ତ ଚାହିଁ,ଲୋଡ଼ୁଛି ଯାହାକୁ ନିତ୍ୟ ସେ ନକ୍ଷତ୍ର କାହିଁ?କେତେ ପକ୍ଷୀ ଭ୍ରମୁଛନ୍ତି ଗଗନବିହାରୀ,କାହିଁ ଛାଡ଼ି ଉଡ଼ଇଗଲା ମୋର ପୋଷା ଶାରୀ ।ଫୁଟିଛି ବହୁତ ପୁଷ୍ପ ଏ କି ଅସମ୍ଭବ,କାହିଁ ତ ପାଇଲି ନାହିଁ ସେ ପୁଷ୍ପ ସୌରଭ ।ମାଣିକ୍ୟ ବୈଦୁର୍ଯ୍ୟ କେତେ କରେ ଝକମକ,କାହିଁ ମୁଁ ତ ଦେଖୁ ନାହିଁ ସେ ରତ୍ନ ଝଟକ ।ବାଜୁଛି ବହୁତ ବୀଣା ନାନା ତାନମାନେ,ସେ ସ୍ୱର ଝଙ୍କାର ମାତ୍ର ନ ଶୁଣିଲି କାନେ ।ଜାଣିଲି ଚପଳା ଲୁଚିଗଲା ବାରିଦରେ,ତା ଝଟକ ଜ୍ୟୋତି ଲାଗିଅଛି ମୋ ନେତ୍ରରେ ।ମାତଃ ବୋଲନ୍ତୁଆଶାବରୀ- ଯତ୍ମାତଃ ବୋଲନ୍ତୁ ଗୋ! କିପାଁ ଅବସାଦ ମନେ!ଅନନ୍ତ ବିଶ୍ରାମ ମୋ ଇନ୍ଦ୍ରିୟଗ୍ରାମ ଲୋଡ଼େ ଦେଖେଁ ଅନୁକ୍ଷଣେ lକାର୍ଯ୍ୟ ସମାପତ କରି ପଦ ହସ୍ତ ଧୋଇ ବସିଲେ ନିର୍ଜନେ,ଭାଳେ ମୁଁ ମନରେ କାହା ଆଦେଶରେ କଲି ଏହା କି କାରଣେ ।ଧନ ଉପାର୍ଜନେ ନ ଭାଳେ ମୁଁ ମନେ ତୁମ୍ଭେ ମୋ ପରମ ଧନ,ପରମ ରତନେ ହରାଇ ଯତନେ ଥିଲି ବ୍ୟର୍ଥ ଉପାର୍ଜନେ ।ଦେଖୁଛି ତ ଚାହିଁ, ଜୀବନ ଯା ପାଇଁ କାଟିଛି ବହୁ କଷ୍ଟରେ,ଥିବ ସବୁ ପଡ଼ି, ଯାଉଛି ତ ଛାଡ଼ି ଏକା ଅନନ୍ତ ଗଗନେ ।ସଂକଟ ସମୟେ ଆସ ମୋ ହୃଦୟେ, ଦେଖା ତୋର ଦିବ୍ୟ ଜ୍ୟୋତି,ଜନ୍ମ, ଦିବ୍ୟ ଜ୍ଞାନ, ପାଏଁ ମୁଁ ସନ୍ଧାନ ତବ ଶାନ୍ତିନିକେତନେ ।ସଞ୍ଜୀବନୀ-ସୁଧାଆଲୋୟା ଜୟଜୟନ୍ତୀ ଝମ୍ପତାଳ ।ସଞ୍ଜୀବନୀ ସୁଧା ଧାରା ଦିଅ ଢାଳି ଦୟାମୟ!ପାନ କରି ମତ୍ତ ହେଉ ମୋର ନୀରସ ହୃଦୟ! (ଘୋ)ଲାଗି ସେ ପରଶମଣି ହେଉ ପାଷାଣ କାଞ୍ଚନ,ପରଶ ହୃଦୟ ମୋର, ଲଭେଁ ନୂତନ ଜୀବନ ।ନ ଲୋଡ଼େଁ ମୁଁ ଧନ, ମାନ, ଦିଅ ପ୍ରଭୋ ଏହି ବର,ତୁମ୍ଭର ନିର୍ଦ୍ଦିଷ୍ଟ ମାର୍ଗେ, ଗମିବି ମୁଁ ନିରନ୍ତର ।ଦେବ ଯାହା ସୁଖ, ଦୁଃଖ, ନେବି ମସ୍ତକେ ମୁଣ୍ଡାଇ,ସହିବି ସକଳ କଷ୍ଟ, ପ୍ରଭୋ ତୁମ୍ଭ ମୁଖ ଚାହିଁ ।ତୁମ୍ଭେ ତ ବିଧାତା ମୋର, କରି ଏ କଥା ପରତେ,ତେବେ ଆପଣାର ପାଇଁ କିପାଁ ବ୍ୟାକୁଳ ସନ୍ତତେ ।ଜ୍ୟୋତିଃ ସ୍ୱରୂପଆଶାବରୀ- ଯତ୍ lଜ୍ୟୋତିଃସ୍ୱରୂପ ହେ! ବିଭୁ ବିଶ୍ୱବନ୍ଦନୀୟ!ଧ୍ରୁବ, ଶିବ, ସତ୍ୟ, ନିତ୍ୟ, ନିରଞ୍ଜନ, ଏକମେବ,ଅଦ୍ୱିତୀୟ । ଘୋଷା ।କୋଟି କୋଟି ବିଶ୍ୱ ବ୍ରହ୍ମାଣ୍ଡ ବିରାଜେତବ ପ୍ରତିଲୋମକୂପେ,ବ୍ୟାପ୍ତ ଚରାଚର ଅଛ ନିରନ୍ତରପଞ୍ଚଭୂତେ ଆତ୍ମାରୂପେ ।ଦେଲ ନେତ୍ରେ ଜ୍ୟୋତି ଦରଶନ ଶକ୍ତି,ନ ଦେଖେ ତୋତେ ନୟନ,ଶୋଣିତ ଆଧାରେ ତୋ ଶକ୍ତି ସଞ୍ଚାରେ,ଅଚେତନେ ସଚେତନ ।ଜୀବନବଲ୍ଲଭ ସାଧନଦୁର୍ଲଭପାତା, ଧାତା, ପ୍ରାଣାରାମ,ଅରୂପ ନିବାସେ ସ୍ୱରୂପ ବିକାଶେପ୍ରତିରୂପ ଅବିରାମ ।ଜଗତ ଜୀବନ ମଣ୍ଡଳ ଶୋଭନଚରାଚର ମୂଳାଧାର,ପ୍ରଭୋ ଜଗତ୍ତାତ କରେ ଯୋଡ଼ି ହାତତବ ପଦେ ନମସ୍କାର ।କାହାକୁ ଭରସାରାଗିଣୀ - ପିଲୁ, ତାଳ - ଖେମଟା ।କାହାକୁ କରିଛୁ ଭରସୀ?ଦିନ ତ ଯାଉଛି ବହି ଆସି ଏବେ ଶେଷ ଦଶା ।ଜ୍ଞାତି ବନ୍ଧୁ ପରିଜନେ ଚାଲି ଗଲେ ଜଣେ ଜଣେ,ଯାଇଛନ୍ତି ଯାଉଛନ୍ତି ଦେଖି ନୟନେ,ତଥାପି ରହିଛୁ ମୋହ ମାୟା ବନ୍ଧନେ,ବିଷୟ ଆବୋରି ଅଛୁ ନ ତେଜିଲୁ ଜୀବନାଶା ।ଯେତେ କଲୁ ଉପାର୍ଜନ ଗଲା ଜୀବ ଅକାରଣ,ଧନ କି ଜୀବନ ସଙ୍ଗୀ କରୁ ପରତେ?କି ବିଚାର କି ଆଶାରେ ଅଛୁ ନିଶ୍ଚିନ୍ତେ?ଏବେ ହେଲେ ମନ ପ୍ରଭୁପ୍ରେମ ସରିତରେ ଭସା ।ଅଳସ ପରାଣ ତବ କଲା ନାହିଁ ଅନୁଭବବିଚିତ୍ର ଅନନ୍ତ ଲୀଳା ଶୋଭା ମାଧୁରୀ,ଜଳେ ସ୍ଥଳେ ଖମଣ୍ଡଳେ ରହିଛି ପୂରି,ନ ଦେଖିଲୁ ନ ତେଜିଲୁ ବିଷୟ ବିଷ ଲାଳସା!କରୁ ଅନନ୍ତ କାମନା, ପୂର୍ଣ୍ଣ କି ହେଲା ବାସନା,ଦିବା ନିଶି ବ୍ୟସ୍ତ ଅର୍ଥ ସମସ୍ତପାଇଁ,ସେ ଅର୍ଥରେ ଜୀବନରେ ସାନ୍ତ୍ୱନା କାହିଁ!ନ ଲୋଡ଼ୁ ସେ ଧନ ଯହିଁ ଘୁଞ୍ଚିବ ସର୍ବ ଦୁର୍ଦଶା ।ସାଧୁ ସଂସର୍ଗ lଭାଗବତ-ବୃତ୍ତ ।ଗ୍ରାମ ପ୍ରାନ୍ତରେ ନଦୀକୂଳେ, ପ୍ରାଚୀନ ବଟ ବୃକ୍ଷମୂଳେ ।ସୁନ୍ଦର ନବୀନ ସନ୍ନ୍ୟାସୀ, ସଂସାର ଚିନ୍ତାରେ ଉଦାସୀ ।କୁଟୀରେ କରାଇ ନିର୍ମାଣ, ବସି ସେ କରୁଥାନ୍ତି ଧ୍ୟାନ ।କିଛିହିଁ ନାହିଁ ଅଙ୍ଗେ ବାସ, ଶୀତ ବରଷା ବାରମାସ ।କଷ୍ଟ ନ ମଣି କିଛିମାତ୍ର, ଆନନ୍ଦେ ଥାନ୍ତି ଦିବା ରାତ୍ର ।କୁଟୀର ପାଶେ ଥାପି ଧୂନି, ଜପରେ ବସିଥାନ୍ତି ମୁନି ।ଦର୍ଶନପାଇଁ ଯାନ୍ତି ଲୋକେ, ଯେ ଯାହା ଦିଏ ଖାନ୍ତି ସୁଖେ ।କିଛିହିଁ ନ କରନ୍ତି ଭିକ୍ଷା, ଦିଅନ୍ତି ଲୋକେ ଧର୍ମଶିକ୍ଷା ।ସେ ଗ୍ରାମ ମଠର ମହନ୍ତ ଥିଲା ସେ ନିତାନ୍ତ ଦୂରନ୍ତ ।ଚେଲା ପୁଝାରି ସହିତରେ ବିଚାର କଲା ନିର୍ଜନରେ ।ଏ ଭଣ୍ଡ ସନ୍ନ୍ୟାସୀ ନିଶ୍ଚୟ, ନେବା ଏହାର ପରିଚୟ ।କେମନ୍ତ ଦିଏ ଧର୍ମ ଦୀକ୍ଷା, କରିବୁଁ ସେଥିର ପରୀକ୍ଷା ।ସାଧୁଙ୍କୁ ଭଣ୍ଡିବା ସକାଶେ, ଡାକିଲା ଏକ ବେଶ୍ୟା ପାଶେ ।ସେ ବେଶ୍ୟା ଯୁବତୀ ସୁନ୍ଦରୀ, ତାହାର ନାମଟି ଅପସରୀ ।ନୃତ୍ୟ ଗୀତରେ ସେ ନିପୁଣା, ଠକପଣରେ ନୁହେ ଉଣା ।ସେହି ମହନ୍ତ ଶିକ୍ଷା ପାଇ, ଧନ ଲୋଭରେ ହୋଇ ବାଇ ।ଚଳି ସେ ଗଲା ଧୀରେ ଧୀରେ, ମିଳିଲା ସାଧୁଙ୍କ କୁଟୀରେ ।ସେ ବେଶ୍ୟା ସାଧୁ ପାଶେ ବସି, କଥା କହିଲା ହସି ହସି ।କରିଣ ବହୁତ କୌଶଳ, ଦେଖାଉଥାଏ ବକ୍ଷସ୍ଥଳ ।ଫେଇଣ ବୋଇଲା ସାଧୁଙ୍କୁ, ଆସନ୍ତୁ ମୋହର ଗୃହକୁ ।ପ୍ରେମ ଆନନ୍ଦେ ମିଳି ମିଶି, ବାସ କରିବୁଁ ଦିବାନିଶି ।ବହୁତ ଧନ ମୋହ ଘରେ, ଅଛି, ଆସନ୍ତୁ ପ୍ରେମଭରେ ।ସୁଖେ ଭୁଞ୍ଜିବୁଁ ବେନି ଜନ, କରିବି ନର୍ତ୍ତନ ଗାୟନ ।ସନ୍ନ୍ୟାସୀ ସର୍ବକଥା ଶୁଣି, ବୋଇଲେ କ୍ଷଣେ ହୋଇ ତୁନି ।ଆଗୋ ମା! କରୁଛ କଲ୍ୟାଣ, ବାହୁଡ଼ି ଯାଅ ବର୍ତ୍ତମାନ ।ପ୍ରଭୁଙ୍କ ମହିମା ଅପାର, କେ ଜାଣେ ଅବା ପୁନର୍ବାରମିଳନ ହେବ ତୋ ସଙ୍ଗରେ, ବୋଲିବୁଁ କଥା ସେ କାଳରେ ।ବେଳ ମୋ କଥା କହିବାକୁ ନାହିଁଟି, ଯାଉଛି ପୂଜାକୁ ।ସେ ବେଶ୍ୟା ନିତାନ୍ତ ନିରାଶେ, ବାହୁଡ଼ି ଗଲା ନିଜ ବାସେ ।ବିଚିତ୍ର ବିଧାତାଙ୍କ ଲୀଳା, ସେ ବେଶ୍ୟା ବାଧିକା ପଡ଼ିଲା ।କୁତ୍ସିତ ଘାଆ ସର୍ବାଙ୍ଗରେ ଫୁଟି ପଡ଼ିଲା, ଦୁର୍ଗନ୍ଧରେ,କେହି ନ ଯାଏ ତାହା ପାଶେ, ଏକା ସେ ପଡ଼ିଥାଏ ବାସେ ।ଯେ ଧନ ଥିଲା ତାହା ଘରେ, ନେଲେ ତା ବୈଦ୍ୟ ଡାକତରେ ।କେ ଅଛି ମଉଳା, ମଉସା, କରିବ ତା ସେବା ଶୁଶ୍ରୂଷା?ଭିକ୍ଷା ମାଗିଣ ଅବଶେଷେ ନିତାନ୍ତ କଷ୍ଟେ ପେଟ ପୋଷେ ।ପଡ଼ିଲା ଯହୁଁ ଘାଆ ବଳି, ସେ ବେଶ୍ୟା ନ ପାରିଲା ଚଳି ।ଘାଏ ଅସାଇଁ ପଣ ପଣ, ମାଛି ଉଡ଼ନ୍ତି ଭଣ ଭଣ ।ଚାଲି ନ ପାରି ମହାକଷ୍ଟେ, ପଡ଼ିଣ ଥାଏ ନଦୀତଟେ ।ଦୈବଯୋଗରେ ସେ ସନ୍ନ୍ୟାସୀ, ମିଳିଲେ ତାହା ପାଶେ ଆସି ।ଦେଖିଣ ବେଶ୍ୟାର ବିକଳ, ସେ ସାଧୁ ନେତ୍ରୁ ବହେ ଜଳ ।ଆହା ମା! ବୋଲି ଧୀରେ ଧୀରେ, ଦେଲେ ଯେ ହସ୍ତ ତା ଶରୀରେ ।ଯତ୍ନରେ ବୁଲାଇ ତାହାକୁ ଘେନିଣ ଗଲେ କୁଡ଼ିଆକୁ ।ଘାଆକୁ ଦେଇ ଧୋଇ ଧାଇ, ଔଷଧି ଦେଲେକ ଲେପାଇ ।ସନ୍ନ୍ୟାସୀ ଯତ୍ନେ ଦୈବବଳେ, ସେ ବେଶ୍ୟା ରହିଲା କୁଶଳେ ।କ୍ରମେ ସେ ଲଭନ୍ତେ ଆରୋଗ୍ୟ, ତା ମନେ ଜନ୍ମିଲା ବୈରାଗ୍ୟ ।ଏ ଅନ୍ତେ ବାରବିଳାସିନୀ ହୋଇ ପଡ଼ିଲା ତପସ୍ୱିନୀ ।ସାଧୁ ସଂସର୍ଗେ ପାପୀୟସୀ ଲଭିଲା ଗତି ମହୀୟସୀ ।ପଦ୍ମନାଭ ନାରାୟଣରାଗ - ମଙ୍ଗଳପଦ୍ମନାଭ ନାରାୟଣ ଦେବ ମହାମତି!ତୁମ୍ଭ ଆତ୍ମା ଉଦ୍ଦେଶ୍ୟରେ କରୁଛି ପ୍ରଣତି ।ଗଜପତି ଉଚ୍ଚବଂଶେ ଜନମ ତୁମ୍ଭର,ସୁଶୀଳ, ବିଦ୍ୱାନ ସାଧୁ ସର୍ବଗୁଣଧର ।କରି ଯାଇଅଛ ଯେଉଁ ନାଟକ ରଚନା,କବିତ୍ୱ, ପାଣ୍ଡିତ୍ୟ, ଯଶ କରିବ ଘୋଷଣା ।ଯୌବନ, ପ୍ରଭୁତ୍ୱ, ଧନ ଅନର୍ଥ-ଆଧାର,ଜନ୍ମାଇ ନ ଥିଲା ତୁମ୍ଭ ଚିତ୍ତରେ ବିକାର ।ଆପ୍ୟାୟିତ ହୋଇଥାନ୍ତି ଅଭ୍ୟାଗତଗଣଶୁଣି ତୁମ୍ଭ ସବିନୟ ମିଷ୍ଟ ସମ୍ଭାଷଣ ।ଥିଲ କବି, କରୁଥିଲ କବିଙ୍କୁ ସମ୍ମାନ,ଅପୂର୍ବ ସୁଦୃଶ୍ୟ ତୁମ୍ଭ ନାଟକ ଆଖ୍ୟାନ ।କାହାକୁ ମୁଁ ଦେବି ତୁମ୍ଭ ସହିତ ଉପମା,ଉତ୍କଳ ଆକାଶ ଖସି ପଡ଼ିଛ ଚନ୍ଦ୍ରମା ।ମଧୁସୂଦନ ଦାସ ସି. ଆଇ. ଇ.ରାଗ- ଚକ୍ରକେଳିଧନ୍ୟ! ଧନ୍ୟ! ଧନ୍ୟ ମଧୁସୂଦନ!ଉତ୍କଳ ମାତାର ଯୋଗ୍ୟ ନନ୍ଦନ!ଦେଲ ଉତ୍କଳକୁ ନବ ଜୀବନ,ଶିଖାଇଲ ଲୋକେ ଜାତି ବନ୍ଦନ ।ଜାତୀୟ ଜୀବନ ବୋଲେ କାହାକୁ,ଶିଖାଇଲ ଦେଶ- ବାସୀ ଭ୍ରାତାଙ୍କୁକଥା ନୁହେ ଏହା ଦେଖେଁ ପ୍ରମାଣ,ଦେଶହିତ ବ୍ରତେ ସଁପିଛ ପ୍ରାଣ ।କୋଟି ପରିମାଣ ଉତ୍କଳ ଲୋକ,ସମସ୍ତଙ୍କ କାହିଁ ଘୁଞ୍ଚିବ ଦୁଃଖ ।ଗୋଟା ଦେଶପାଇଁ ଭାଳୁଛି ଜଣେ,ଏକଥା ଯେ କାଳେ ପଡ଼େ ମୋ ମନେ ।ହୃଦୟରେ ମୋର ହୁଏ ପ୍ରତ୍ୟୟ,ଦୈବ ଶକ୍ତି ଏହା ଅଟେ ନିଶ୍ଚୟ ।କେତେ କଷ୍ଟେ ପଡ଼ି ଅର୍ଜିଲ ଧନ,ଫୋପାଡ଼ି ଦେଇଛ ଦେଶ କାରଣ ।ଶିଳ୍ପକାର୍ଯ୍ୟେ ବିଂଶ ସହସ୍ର ଟଙ୍କାଦେଲ ଢାଳି ଦେଖି ଲାଗେ ତାଟକା ।ଆହାର ନିଦ୍ରାରେ ନ ଥାଏ ଜ୍ଞାନ,କରୁଥାଅ ବସି ନିର୍ଜନେ ଧ୍ୟାନକି ଉପାୟେ ହେବ ଦେଶ ମଙ୍ଗଳ,ଜପୁଅଛ ବୀଜ- ମନ୍ତ୍ର କେବଳ ।ଜାତିର ଗୌରବ ଜାତିର ଧନବୃଦ୍ଧିରେ ଦେଇଛ ଧନ ଜୀବନ ।ମତ୍ତ-ପାନ କରି କି ସୋମରସ,ଅକାତରେ ଫିଙ୍ଗି ଦେଲ ସର୍ବସ୍ୱ ।ଧନ୍ୟ! ଧନ୍ୟ! ତୁମ୍ଭ ଜୀବନ ବ୍ରତ!ଦେଖା ଥାଉ, ଶୁଣା ନାହିଁ ଏମନ୍ତ !ତୁମ୍ଭ କାର୍ଯ୍ୟାବଳୀ ତୁମ୍ଭ କଳ୍ପନା,ପୃଥ୍ୱୀ ଇତିହାସେ ନାହିଁ ତୁଳନା ।ଦେଖାଯାଏ ଦେଶ- ହିତ କାରଣକେ କରେ ବକ୍ତୃତା, କେ ଦିଏ ଧନ ।ମାତ୍ର ତୁମ୍ଭେ ସର୍ବ ଧନ ଜୀବନ,ଶକ୍ତି, ସାମରଥ, କଳ୍ପନା ମନ,ସବୁ ଢାଳି ଦେଇ ନ ହୋଇ ତୁନି,ଦିବା ନିଶି ବସି ଭାଳୁଛ ପୁଣି ।ମୋ ଜାତିର ହେଉ ସମ୍ମାନ ବୃଦ୍ଧି,କେ ଲୋକର ହେବ ଏପରି ବୁଦ୍ଧି ।ତୁମ୍ଭର ଚରିତ୍ର ଓ ଇତିହାସ,ପାଉ ନାହିଁ ଭାଷା କରେଁ ପ୍ରକାଶ ।ଯେତେକାଳ ଥିବେ ଉତ୍କଳୀ ଜାତି,ଯାବତ ଚନ୍ଦ୍ରାର୍କେ ରଟିବ ଖ୍ୟାତି ।ଉପମା ଦେବାକୁ ତୁମ୍ଭ ସଙ୍ଗରେଖୋଜିଲି ତ ସର୍ବ ଇତିହାସରେ ।ଜଗତରେ ଲୋକ ନ ଯାଏ ଦେଖା,ତୁମ୍ଭର ଉପମା ତୁମ୍ଭେହିଁ ଏକା ।କେତେ କୋଟିପତି, କେତେ ଭୂପତି,ଗଲେ-ଧନି ରଖି ଯାଇ ଅଛନ୍ତି,ତୁମ୍ଭେ ଚାଲିଗଲେ ତୁମ୍ଭର ଧନବାଣ୍ଟି ବୁଣ୍ଟି ନେବେ କୋଟିଏ ଜନ ।ତୁମ୍ଭ ଧନବାଣ୍ଟେ ରୀତି ଦେଖିଛି,ପ୍ରତିଜଣ ଭାଗେ ପଡ଼ିବ କିଛି ।ଯାଉଥିଲା ଗୋଟା ଜାତିଟା ଭାସି,ରକ୍ଷା କରିଅଛ ସ୍ୱର୍ଗରୁ ଆସି ।ଉତ୍କଳୀ ଜାତିର ଆଗୁଆ ହୋଇ,ପଞ୍ଚାଶ ବରଷ ଦେଲ ଆଗୋଇ ।ଆତ୍ମ-ସମର୍ପଣରାଗ – ମଙ୍ଗଳବିଶାଳ ବ୍ରହ୍ମାଣ୍ଡ ମଧ୍ୟେ ଭ୍ରମୁଛି ଏକାକୀ;କେ ମୋହର ପାପ ପୁଣ୍ୟ କାର୍ଯ୍ୟାକାର୍ଯ୍ୟ ସାକ୍ଷୀ?ନ ପାରିଲି ନ ପାରିବି ମୋତେ ମୁହିଁ ଜାଣି,ନ ବୁଝିଲି ନ ବୁଝିବି କିଏ ପ୍ରାଣ ପ୍ରାଣୀ?କାହୁଁ ଆସି କାହିଁ ଯିବି, ଥିବି କେତେ ଦିନ,ବୁଝି ନ ପାରିଲି ମୋର ରୂପ, ବର୍ଣ୍ଣ, ଚିହ୍ନ ।ମିଥ୍ୟା ସର୍ବ, ବାଷ୍ପମୟ ଜଗତ ସଂସାର?ପ୍ରତ୍ୟକ୍ଷ-କରିବି କିପ୍ରକାର ଅସ୍ୱୀକାର!ସୁଖ, ଦୁଃଖ, ଦିବା ନିଶି, ଆଲୋକ, ଅନ୍ଧାର,ପ୍ରତ୍ୟକ୍ଷରେ ଦେଖୁଛି ତ ସ୍ୱରୂପ ଏହାର ।ସୁଖ, ଦୁଃଖ, ଭେଦାଭେଦ ଯାଏ ସବୁ ଜଣା,କିପରି କରିବି ବୋଲ ଆତ୍ମପ୍ରତାରଣା?ଜାଣୁଛି ମୋହର ନାହିଁ କିଛିହିଁ ଆୟତ୍ତ,ଯନ୍ତ୍ର ପୁତ୍ତଳିକା ପରି ଭ୍ରମୁଛି ନିୟତ ।ଏହା ମଧ୍ୟ ଦେଖୁଛି ତ ପ୍ରତ୍ୟକ୍ଷ ପ୍ରବଳ,ଭୁଞ୍ଜୁଅଛି ଆତ୍ମକୃତ ଧର୍ମାଧର୍ମ ଫଳ ।କେହି ନୁହେ ରହିଛି ତ ଅନ୍ୟର ଆୟତ୍ତେ,ସ୍ୱକୃତ କାର୍ଯ୍ୟର ଫଳ ଭୁଞ୍ଜୁଛ କେମନ୍ତେ?ଛନ୍ତି ଜଣେ ଜାଣେ ଶୁଭାଶୁଭପ୍ରେରୟିତା,ଅଟନ୍ତି ସେ ପୁଣି ଦଣ୍ଡପୁରସ୍କାରଦାତା ।ଦୟାମୟ ପ୍ରଭୁ ବିଶ୍ୱସଂସାରପାଳକ,ହେବେ କି ସେ ପାପ ପୁଣି ଦୁର୍ବୁଦ୍ଧି ପ୍ରେରକ?ଦଣ୍ଡ ଦେବାପାଇଁ ସେହି ଦେବେ କି ଦୁର୍ବୁଦ୍ଧି?ଏଥିରେ ତାହାଙ୍କ କିବା ହେବ କ୍ଷତି ବୃଦ୍ଧି?ଆପଣା ରାଜ୍ୟରେ ନିଜକୃତ କ୍ଷୁଦ୍ର ପ୍ରାଣୀ,ଯନ୍ତ୍ରଣା ତାହାକୁ ଦେବେ ବିଶେଷରେ ଜାଣି?ତେବେ କି ନୁହନ୍ତି ମହାପ୍ରଭୁ ଦୟାମୟ?ଅଥବା ଘଟଇ ସୃଷ୍ଟି ଶୃଙ୍ଖଳା ବ୍ୟତୀୟ?ଦୟାଧାର ଜ୍ଞାନାଧାର ସର୍ବଶକ୍ତିମାନ,କରିବ ସଂଶୟ ତାକୁ କେ ଅଛି ଅଜ୍ଞାନ?ବୁଝି ପାରୁ ନାହିଁ କାର୍ଯ୍ୟ କାରଣର ରୀତି,ଭାଳି ଭାଳି ମନେ ଜାତ ହୁଏ ମହାଭୀତି ।ଭବିଷ୍ୟତ ମୋ ପକ୍ଷରେ ଘୋର ଅନ୍ଧକାର,ନ ବୁଝିଲି ଏ ଜଗତ ଚଳେ କିପ୍ରକାର ।ବ୍ରହ୍ମାଣ୍ଡରେ କାହିଁ ମୁହିଁ ଅଣୁ ପରମାଣୁ,ତଥାପି ମୁଁ ଭ୍ରାନ୍ତ ଏହି କଥା ଜାଣୁ ଜାଣୁ ।ଅନନ୍ତ ବ୍ରହ୍ମାଣ୍ଡ ଚଳୁଅଛି ନିୟମରେ,ହେବାକୁ କି ପାରେ ବ୍ୟତିକ୍ରମେ ମୋ ପକ୍ଷରେ?ଜାଣିବାକୁ ଲୋଡ଼ୁଅଛି ଅନନ୍ତ ନିୟମ,ନିଶ୍ଚୟ ନିଶ୍ଚୟ ମୋର ବୁଦ୍ଧି ବ୍ୟତିକ୍ରମ!ଆପଣାକୁ ଜାଣିବାର ଶକ୍ତି ମଧ୍ୟ ନାହିଁ,ଧାଇଁ ଅଛି ବିଶ୍ୱ, ବିଧି ଜାଣିବାର ପାଇଁ!ଅନନ୍ତ ଭାବନା ମନେ ହେଉଛି ଉଦୟ,ସ୍ଥିର ନୋହି କାହିଁ ପ୍ରାପ୍ତ ହେଉଛି ବିଲୟ ।ସାଗର ମଧ୍ୟରେ ଉଠେ ଅନନ୍ତ ଲହରୀ,ସିନ୍ଧୁବକ୍ଷ ସେ ସର୍ବ ତ ନ ପାରଇ ଧରି!କାହୁଁ ଉଠି କାହିଁ ହୋଇ ଯାଉଅଛି ଅନ୍ତ,ଗତାୟାତ କାର୍ଯ୍ୟ ବିଧି ଲାଗିଛି ସନ୍ତତ ।ବିଶାଳ ସାଗରେ ଯାହା ଘଟିବାକୁ ପାରେ,ଅତି କ୍ଷୁଦ୍ର ପ୍ରାଣେ ତାହା ଘଟେ କି ପ୍ରକାରେ?ଦେଖୁଛି ନିତାନ୍ତ କ୍ଷୁଦ୍ର ମୋର ପ୍ରାଣ ମନ,ଅନନ୍ତ ଆକାଶ ମାର୍ଗେ କରେ ବିତରଣ ।ସହସ୍ର ଯୋଜନ ଭ୍ରମେ ନିମେଷ ମଧ୍ୟରେ,ସ୍ଥିର ନୋହି ଇତସ୍ତତଃ ଗତି ନିରନ୍ତରେ ।କିପ୍ରକାର କେଉଁଠାରୁ ଏହି ମହାଶକ୍ତିପାଇଛି? ଚରମେ ଲାଭ କରିବ କି ଗତି?ଅନନ୍ତ ସାଗରୁ ଉଡ଼ି ଆସି ବାଷ୍ପକଣା,ଯିବ ତହିଁ ପୁଣି ଏହା କରେ କି କଳ୍ପନା?ବାଷ୍ପକଣା ହେଲେ ମଧ୍ୟ ସାଗର ବିକାର,ମୋ କ୍ଷୁଦ୍ର ଜୀବନ କି ହେ ଅଟେ ସେ ପ୍ରକାର?ହେବ ମୋ ଜୀବନ ସେହି ମହାଶକ୍ତିକଣା,ଆଭାସ ମାତ୍ରକ ଚିହ୍ନ ଗତି ଯାଏ ଜଣା ।କେତେ ଦ୍ରବ୍ୟ ସମ୍ଭାଳିଛି ଆପଣାର ବୋଲି,କାହା ସଙ୍ଗେ କି ସମ୍ବନ୍ଧ ଯାଇଛି ତ ଭୁଲି ।ନିତାନ୍ତ ମୋହର ବୋଲି ଧରିଛି କାମୋଡ଼ି,ନ ଜାଣିଲି ଶରୀରଟା ଯିବ ଦିନେ ପୋଡ଼ି ।କାହିଁ ବା ରହିବ ଧନ, ଯିବି କାହିଁ ଚାଲି,ଭ୍ରମେ ମଧ୍ୟ ଦିନେମାତ୍ର ନ ଦେଖିଲି ଭାଳି ।ଜଗତର କାର୍ଯ୍ୟ ଦେଖି ପାରୁଅଛି ଜାଣି,ଅନନ୍ତ ବ୍ରହ୍ମାଣ୍ଡେ ମୁହିଁ ଏକ ତୁଚ୍ଛ ପ୍ରାଣୀ ।ଦ୍ୱେଷ, ହିଂସା, କ୍ରୋଧ, ସ୍ୱାର୍ଥପରତା, କଳହ,ନୀଚ ତୁଚ୍ଛ ଭାବ ହୃଦେ ବହି ଅହରହ,ଅଳୀକ, ଅନନ୍ତ ଆଶା, ଅନନ୍ତ ଲାଳସା,କରିଛି କ୍ଷଣିକ କାର୍ଯ୍ୟେ ଜୀବନ ବ୍ୟବସା ।ପକ୍ଷାନ୍ତରେ ଭାଳି ପୁଣି ହୁଏଁ ବିମୋହିତ,କେତେ ମହାଭାବ ହୃଦେ ରହିଛି ନିହିତ ।ଦୟା, ମାୟା, ଭକ୍ତି, ସ୍ନେହ ପୂର୍ଣ୍ଣ ହୃଦୟରେ,ବିଭୂଷିତ ରହିଅଛି ସ୍ୱର୍ଗୀୟ ଭାବରେ ।କ୍ଷୁଦ୍ର ପ୍ରାଣେ ମହାଭାବ କରେ ଅନୁଭବ,ବିଶ୍ୱ ବ୍ରହ୍ମାଣ୍ଡର ଗତି କାର୍ଯ୍ୟାବଳୀ ସର୍ବ ।ନରକର କୀଟ ମୁହିଁ ସ୍ୱର୍ଗର ଦେବତା,ଭାଳି ଭାଳି ମନେ କିଛି ନ ହେଲା ସ୍ଥିରତା ।ପ୍ରତି ମୁହୂର୍ତ୍ତରେ ପ୍ରାଣ ଚଳେ ମୃତ୍ୟୁ ପାଶେ,ସେ କଥା ପାସୋରି ମୁଁ ତ ରହିଛି ଉଲ୍ଲାସେ ।ଭାଳେ ପୁଣି ଯେ କାଳରେ ଜୀବନର ଗତି,ଅନ୍ଧକାର ଦେଖି ହୁଏ ବିଚଳିତ ମତି ।ନିଗୂଢ଼ ରହସ୍ୟ ଜାଣିବାର ଶକ୍ତି ନାହିଁ,ଜାଣି ଶୁଣି ବୃଥା ଆଉ ଭାଳିବି କିପାଇଁ?ଆତ୍ମ ସମର୍ପଣ କଲେ ପ୍ରଭୁଙ୍କ ହସ୍ତରେ,ଦେଖୁଛି ତ ମନ ପ୍ରାଣ ଥାଏ ନିଶ୍ଚିନ୍ତରେ ।ଯାହା ଇଚ୍ଛା କର ମହାପ୍ରଭୁ ଭଗବାନ,ତବ ପଦେ ସମର୍ପଣ କଲି ମନ ପ୍ରାଣ ।ତୁଚ୍ଛ କଣ?ଭାଗବତ ବୃତ୍ତକି ଦ୍ରବ୍ୟ ତୁଚ୍ଛ ଜଗତରେ, ବୁଝି ତ ନ ପାରେଁ ମନରେ ।ନିତାନ୍ତ କ୍ଷୁଦ୍ର ପରିମାଣୁ, ସୌର ଜଗତେ ଶ୍ରେଷ୍ଠ ଭାନୁ ।କେହି ତ ନୁହନ୍ତି ସାମାନ୍ୟ, ସମସ୍ତେ ସ୍ୱତନ୍ତ୍ର ପ୍ରଧାନ ।କେ ହେବ କା ସଙ୍ଗେ ତୁଳନା, କରି ତ ନ ପାରେଁ କଳ୍ପନା ।ସମସ୍ତ ବିବିଧ ଆକାର, ମାତ୍ରକ ଅଣୁର ବିକାର ।ଏହି ଯେ ଦେଖ ତୁଚ୍ଛ ଧୂଳି, ପଦରେ ହୋଇଅଛି ବୋଳି ।ତୁମ୍ଭର ଏ ସୁନ୍ଦର ଗାତ୍ର, ଅଟେ ସମଷ୍ଟି ଧୂଳି ମାତ୍ର ।ଜଗତ ମଧ୍ୟେ ଦେଖ ଚାହିଁ, ସାମାନ୍ୟ ତୁଚ୍ଛ କିଛି ନାହିଁ ।କହାନ ସୃଷ୍ଟିର କାରଣ, କରନ୍ତି ଉଦ୍ଦେଶ୍ୟ ସାଧନ ।ତୁମ୍ଭେ ଯାହାକୁ ମଣ ତୁଚ୍ଛ, କାର୍ଯ୍ୟବିଶେଷେ ସେହି ଉଚ୍ଚ ।ଗୋଟିଏ ତେଜିଲେ ନ ମାନି, ହେବ ସୃଷ୍ଟିର ଅଙ୍ଗହାନି ।ବୃଥାରେ ସୃଷ୍ଟ କିଛି ନାହିଁ, ଉଦ୍ଦେଶ୍ୟ ସାଧନର ପାଇଁପ୍ରତ୍ୟେକ ବସ୍ତୁଛନ୍ତି ଜାଣ, ପାଳନ୍ତି ସୃଷ୍ଟିର ବିଧାନ ।ସ୍ନେହମୟୀ ମାତାରାଗ - ମୁଖାରୀ ତାଳ ଆଦିସ୍ନେହମୟୀ ମାତା ମୋର କରୁଣାରୂପିଣୀ!କି ମଧୁର ତବ ନାମ ଆରାମଦାୟିନୀ!ଥାଏ ଯେବେ ପରବାସେ, ରୋଗେ କଷ୍ଟେ ହା ହୁତାଶେପାଏଁ ମୁଁ ସାନ୍ତ୍ୱନା, ଡାକି ତୋ ନାମ ଜନନୀ!ଦେଇ ତୋ ଦେହ ରୁଧିର ବଢ଼ାଇଛ ମୋ ଶରୀର,ତୁଳନା ନ ପାଏ ଖୋଜି ସମସ୍ତ ମେଦିନୀ ।ଅନିଦ୍ରାରେ ଅନାହାରେ ଥାଅ ଗୋ ମୋ ସେବାରେ,ଥାଅ ବସି ମୋ ପାଶରେ ଦିବସ ରଜନୀ ।ମୋ ପାଇଁ ଦେବ ଜୀବନ, କେ ଅଛି ମାଗୋ ଏସନମୋର ଆୟୁ ବିତ୍ତ ଯଶ କଲ୍ୟାଣ-କାମିନୀ ।ଯୋଗୀ ନାଥରାଗ - ମଙ୍ଗଳଷାଠିଏ ବରଷ ବୁଢ଼ା ଜାତି ଯୋଗୀ ନାଥ,ଭିକ ମାଗି ପୋଷେ ପେଟ ଦରିଦ୍ର ନିତାନ୍ତ ।ଦୁଇଗୋଟି ପୁଅ ଝିଅ ଭାର୍ଯ୍ୟା ସହିତରେକେହିରୂପେ ଚଳେ ଘର ନିତାନ୍ତ କଷ୍ଟରେ ।ନାନା ଛାନ୍ଦେ ଗାଏ ଗୀତ ହରି ହରି ବୋଲି,ଦିନଯାକ ମାଗେ ଭିକ ଗ୍ରାମେ ଗ୍ରାମେ ବୁଲି ।ଦୁଃଖ ଭିକ୍ଷା ଖାନ୍ତି ସୁଖେ ମିଳ ଚାରିଜଣ,ଘରେ ବସି କରେ ନାଥ ହରି ସଂକୀର୍ତ୍ତନ ।ଦିନକରେ ଯୋଗୀ ନାଥ ବିଚାରିଲା ମନେ,ପଡ଼ିଥିବି କେତେକାଳ ମାୟାର ବନ୍ଧନେ ।ପୁତ୍ର କନ୍ୟା ଭାର୍ଯ୍ୟା କେହି ସଙ୍ଗେ ଯିବେ ନାହିଁ,ପଡ଼ିଥିବେ ସର୍ବେ ମୁହିଁ ଚାଲି ଯିବି କାହିଁ ।ଘର ଛାଡ଼ି କରିବି ମୁଁ ତୀର୍ଥ ପର୍ଯ୍ୟଟନ,କରିବି ଆତ୍ମାର ମୁକ୍ତିମାର୍ଗ ଅନ୍ୱେଷଣ ।ଏହିରୂପେ ନାଥେ କେତେ କଥା ଭାଳି ମନେ,ପରିବାର ତେଜି ଗଲେ ତୀର୍ଥ ପର୍ଯ୍ୟଟନେ ।ମାତ୍ର ନାଥ ଭ୍ରମିଲେହେଁ ବିବିଧ ତୀର୍ଥରେ,ଅନୁକ୍ଷଣେ ଘରକଥା ପଡ଼ଇ ମନରେ ।ଦିନେ ତାକୁ ନ ମିଳିଲା ମାର୍ଗରେ ଆହାର,କଷ୍ଟ ପାଇ ଉପୁଜିଲା ଚେତନା ତାହାର ।ପଡ଼ିଛନ୍ତି ମୋହ ପୁତ୍ର କନ୍ୟା ଭାର୍ଯ୍ୟା ଘରେ,ଏହିପରି କଷ୍ଟେ ସିନା ଥିବେ ଉପାସରେ?ପୁଣି ସେ ଦେଖିଲା ଯାଇ ଏକ ତୀର୍ଥ ସ୍ଥାନେ,ଦେବତାକୁ ଭୋଗ ଦେଉଛନ୍ତି ଭକ୍ତମାନେ ।ବିଚାରିଲା ନାଥ ଦେବତାକୁ ଦେଇ ଭୋଗପରକାଳେ ଲୋକମାନେ ଲଭନ୍ତି କି ସ୍ୱର୍ଗ?ଦେବତା ତ ଭୋଗଗୁଡ଼ି ଖାଇଯାନ୍ତି ନାହିଁ,ଦେଉଛନ୍ତି ସିନା ମନ ବୁଝିବାର ପାଇଁ?ଦେବତାକୁ ଦେଇ ଲୋକେ କାଳ୍ପନିକ ଭୋଗ,ପ୍ରତ୍ୟାଶା କରନ୍ତି ଲାଭ କରିବାକୁ ସ୍ୱର୍ଗ ।ତିନି ଗୋଟି ମହାପ୍ରାଣୀ ପଡ଼ିଛନ୍ତି ଘରେ,ଅନାହାରେ ଦିନ କାଟୁଥିବେ ବିକଳରେ ।ପ୍ରଭୁଦତ୍ତ ଆତ୍ମା ତିନି ଗୋଟି ଉପବାସେପଡ଼ିଛନ୍ତି, ଧର୍ମପାଇଁ ଭ୍ରମୁଛି ପ୍ରବାସେ ।ପ୍ରଭୁ କରିଥିଲେ ମୋହ ହସ୍ତେ ସମର୍ପଣ,ଅବଶ୍ୟ କରନ୍ତି ତାଙ୍କ ଆଦେଶ ପାଳନ ।ତାଙ୍କୁ ରଖି ଉପବାସେ ଦେବତାଙ୍କୁ ଭୋଗଦେଲେ ମୁଁ କି କେତେବେଳେ ଲଭିପାରେଁ ସ୍ୱର୍ଗ ।ଛିଣ୍ଡାଇ ଆସିଛି ମୁଁ କି ମାୟାର ବନ୍ଧନ?ମାୟାବଦ୍ଧ ହୋଇ ମୁଁ ତ କରୁଛି ଭ୍ରମଣ ।ବିଧାତା ଯାହାଙ୍କୁ ସମ୍ପିଛନ୍ତି ମୋ ହସ୍ତରେ,ତାଙ୍କୁ ଦେଇ କଷ୍ଟ ମୁଁ ତ ଭ୍ରମୁଛି ସ୍ୱାର୍ଥରେ ।ସେହି ତିନି ପ୍ରାଣୀ କରୁଛନ୍ତି ହାହାକାର,ଲୋଡ଼ୁଛି ମୁଁ ଲଭିବାକୁ ଆପଣା ଉଦ୍ଧାର ।ତୀର୍ଥ ଭ୍ରମି ଦେବ ସେବି ମୁକ୍ତି ଲଭି ପାରେ,ଏ ତ ମାୟା ବିନା ଆଉ କି ବା ହୋଇପାରେ ।ଆଶ୍ରିତ ପ୍ରାଣୀକୁ କଷ୍ଟ ଦେଇ ମୁହିଁ ମୁକ୍ତିଲଭିବି, ଏହା କି କେଭେ ହୋଇପାରେ ଯୁକ୍ତି?ପରିବାର ବନ୍ଧନକୁ ଯେବେ ବୋଲ ମାୟା,ତେବେ ତ ସଂସାରେ ଢାଙ୍କିଅଛି ମାୟା ଛାୟା ।ସତ୍ୟମୟ ବିଧାତାଙ୍କ ଜଗତ ସଂସାର,ମାୟାରୂପେ ଦେଖ ତାକୁ ଚିତ୍ତର ବିକାର ।ଜଗତର କାର୍ଯ୍ୟ ଦେଖି ସ୍ଥିର କଲି ଯୁକ୍ତି,କର୍ତ୍ତବ୍ୟ ପାଳିଲେ ଲୋକ ଲଭିପାରେ ମୁକ୍ତି ।ଏତେ କଥା ଭାଳି ନାଥ ଆପଣା ମନରେ,ବାହୁଡ଼ି ମିଳିଲା ପରିବାର ସହିତରେ ।ସେ ଜାଣେ ଯେରୂପ ହେଲା ଭେଟ ପରସ୍ପରେ,ବିଚ୍ଛେଦ ଉତ୍ତାରେ ଯାହା ଘଟେ ମିଳନରେ ।ଭିକ୍ଷାଲବ୍ଧ ଅନ୍ନ ସେହି ଦୁଃଖୀ ପରିବାରଆନନ୍ଦମନରେ ବାଣ୍ଟି କରନ୍ତି ଆହାର ।ଦୁଃଖେ ସୁଖେ ଦିନ କାଟୁଥାନ୍ତି ଚାରିଜଣ,ଭକ୍ତିଭରେ କରୁଥାନ୍ତି ହରି ସଂକୀର୍ତ୍ତନ ।କାଳଅଖଣ୍ଡ ଦଣ୍ଡାୟମାନ କାଳ ଚିତ୍ରପଟେ,ଚିତ୍ରିତ ରହିଛି ବିଶ୍ୱ ବ୍ରହ୍ମାଣ୍ଡ ସମସ୍ତ ।ଭବିଷ୍ୟତ, ବର୍ତ୍ତମାନ, ଭୂତ, ଭେଦ ଯାହାମାନବ ନେତ୍ରରେ; ମାତ୍ର କାଳ ସମରୂପୀ ।ଅନନ୍ତ ନକ୍ଷତ୍ର, ଗ୍ରହ, ଫେନବିନ୍ଦୁରାଜିଭାସୁଛନ୍ତି ସେ ପଟରେ; ମିଶିଯିବେ କାହିଁ ।ଏହି ଚିତ୍ରପଟର ସୀମା କଳ୍ପନା ଅତୀତ ।ଏ ସୌର ଜଗତ, ସୃଷ୍ଟି, ସ୍ଥିତି, ବିନାଶନ,କୋଟି କୋଟି ଯୁଗବ୍ୟାପୀ ନର ଗଣନାରେ ।ମାତ୍ର ଉଦୟାସ୍ତ ଯଥା ବାରିଦପଟଳଅନନ୍ତ ଆକାଶ ମାର୍ଗେ କ୍ଷଣିକ ସମାନେ ।ସେହିପରି ଗତାୟାତ ଅଲଙ୍ଘ୍ୟ ନିୟମେ,ଅନନ୍ତ, ଅନନ୍ତ, ସୌର ଜଗତ ମଣ୍ଡଳ ।ଜୀବନ ଜ୍ୟୋତିରେ; (ଜ୍ୟୋତିରିଙ୍ଗଣ ଗଗନଦେଖେ ଯଥା) ଅନୁଭବେ କାଳ କ୍ଷୁଦ୍ରତମଅଂଶ, କ୍ଷୁଦ୍ର ପ୍ରାଣେ, କରେ ତାକୁ ପୁଣି ଚିତ୍ରନାନାବର୍ଣ୍ଣେ ପ୍ରାତଃ, ସନ୍ଧ୍ୟା, ମଧ୍ୟାହ୍ନ, ରଜନୀ,ବାର, ପକ୍ଷ, ମାସ, ବର୍ଷ ବିବିଧ ରୂପରେ ।ଯେ କାଳରେ ମହା ଘୋର ପ୍ରଳୟ ପ୍ଳାବନହେବ ଉପସ୍ଥିତ; ଥିବ ଅଜେୟ, ଅଟଳ,ଅତୁଳ, ଏକାକୀ, ତୁମ୍ଭେ ବ୍ରହ୍ମାଣ୍ଡ ମଧ୍ୟରେ ।ସୃଷ୍ଟି, ସ୍ଥିତି, ଲୟ ହେବ ତୁମ୍ଭର କବଳେ ।ଥିବ ତୁମ୍ଭେ, ଥିବ ମାତ୍ର ଗଗନମଣ୍ଡଳ ।ନ ଥିବ ତପନ, ଶଶୀ, ଜଗତର ଜ୍ୟୋତି ।ମହାବଳୀ ଅବିନାଶୀ, ପେଶୁଛି ନଶ୍ୱରେ ।ଯୁଗ ଯୁଗାନ୍ତର, ଲୋକ କରନ୍ତି ଗଣନା,କେତେ କୋଟି ଯୁଗ ଯୁଗାନ୍ତର କଣାରୂପେଭାସେ ତବ ଦେହେ, ସିନ୍ଧୁଜଳେ ଫେନ ସମ ।ଆହେ ଦେବ! କେତେ ରୂପ ରୂପାନ୍ତର ଦେଖେଁତୁମ୍ଭକୁ ନେତ୍ରରେ, ପଡ଼ି ଘଟନା ସ୍ରୋତରେ ।ସରଳ, କୋମଳମତି ଶୈଶବ କାଳରେ,ବିଷୟ ବାସନା କିବା ପାପ ପ୍ରଲୋଭନ,ନ ଥିଲା କଳୁଷ ମନେ, ଆନନ୍ଦ ସ୍ୱରୂପେବ୍ୟାପ୍ତ ଥିଲା ମୋ ନେତ୍ରରେ- ସହାସ୍ୟ ବଦନେଦେଖିଛି ତୁମ୍ଭଙ୍କୁ । ଶୂନ୍ୟ ଭାବନାର ଭାବ ।ଚଞ୍ଚଳ ଯୌବନ ଯେବେ ଉନମତ୍ତ ବେଶେଉଦୟ ମାନସେ ମମ, ଦୁରାଶାର ପ୍ରଭାବିସ୍ତାରିଲା; ଭ୍ରମି ଭ୍ରମି ଲଭିଲି ନୈରାଶ୍ୟ,ଦେଖିଲି ତୁମ୍ଭଙ୍କୁ ତେବେ ମାୟା ବିଶ୍ୱରୂପେ,ଭ୍ରମିଛି କୁମାର୍ଗେ ସୁଖଲାଭ ବାସନାରେ,କଳୁଷ କାଳିମା ଶେଷେ କରିଛି ଅର୍ଜନ ।ସ୍ମରଣ ପଟରେ ଅଛି କଳଙ୍କ ଚିତ୍ରିତ ।ଅଶକ୍ତ ବାର୍ଦ୍ଧକ୍ୟ ଦେହ ଏବେ ଉପସ୍ଥିତ,ଅତୀତ ଚିତ୍ତରୁ ଚପଳତା ସୁଖ ସ୍ପୃହା,ଉତ୍ସାହ, ସାହସ, ସର୍ବ, ବିଳାସ, ବାସନା ।କ୍ରମେ ଦୀର୍ଘ ଦୀର୍ଘତର ଦୀର୍ଘତମ ପରିବିଳାପ ସନ୍ତାପ ଚିନ୍ତା କରିଛି ସମ୍ବଳ ।ତୁମ୍ଭେ ନୁହ କଷ୍ଟଦାତା ସୁଖର କାରଣ,ତୁଳନା ଦେବାକୁ ନାହିଁ ତୁମ୍ଭ ସହିତରେ,ଆତ୍ମରୂପୀ, ଭାଷା, ବାକ୍ୟ, କଳ୍ପନା ଅତୀତ ।ତୁମ୍ଭେ ନିତ୍ୟ, ସତ୍ୟ, ବ୍ୟାପୀ, ଅନନ୍ତ, ଅପାର,ଅସ୍ୱୀକାର କେ କରିବ ଏକଥା କେସନେ?ସର୍ବକାଳବ୍ୟାପୀ ପରଂବ୍ରହ୍ମ ବିରାଜିତ,ଆଧାର ଆଧେୟ ରୂପେ ନିତ୍ୟ ବର୍ତ୍ତମାନ ।ଆହେ ମହାକାଳ ଦେବ! ତୁମ୍ଭଙ୍କୁ ହସ୍ତରେପାଇ ହରାଇଛି, ପ୍ରଭୋ ଅଜ୍ଞାନପଣରେ,ତୁମ୍ଭେ ମୋ ଜୀବନ, ଧନ, ମାନ, ସୁଖ, ଯଶ,ସର୍ବସ୍ୱ କରିଛି ତ୍ୟାଗ ତୁମ୍ଭଙ୍କୁ ହରାଇ ।ସର୍ବ ଧନ ବିନିମୟେ ଅଥବା ଜୀବନେନ ପାଇବି ନିମିଷେକ, ଯାଇଛି ଯା ବହି,ଥିଲା ଯେବେ ମୋ ହସ୍ତରେ କରିଥାନ୍ତି କେଭେସାଧୁକାର୍ଯ୍ୟ ପୁଣ୍ୟକାର୍ଯ୍ୟ ଜଗତ କାରଣେ ।ପଶ୍ଚାତେ ଅନନ୍ତ ତୁମ୍ଭେ, ସମ୍ମୁଖେ ଅନନ୍ତସ୍ୱରୂପରେ ପ୍ରତିଭାତ ହେଉଛ ମୋ ନେତ୍ରେ ।ତୁମ୍ଭ କଣା ମାତ୍ର ଥିଲା ମୋର ଲୀଳାଭୂମି,ମିଶିଯିବି ଦିନେ କାହିଁ ତୁମ୍ଭରି ଦେହରେ ।ତୁକାରାମ
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି