ବୃକ୍ଷବାଟିକା
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୧୩
- ସ୍ଥିତି
- ସାର୍ବଜନୀନ (Public domain)
ନଳିନୀଗୌଡ଼ା lଅଟ୍ଟାଳିକା ପାଶେ ବୃକ୍ଷବାଟିକା ସୁନ୍ଦର,ନିବିଡ଼ ନିକୁଞ୍ଜବନ ନେତ୍ରତୃପ୍ତିକର ।ନାନାଜାତି ବୃକ୍ଷ ଲତା ଶାଖା ଛନ୍ଦାଛନ୍ଦି,ପଡ଼େ ସୂର୍ଯ୍ୟତେଜ ସ୍ଥାନେ ସ୍ଥାନେ ଭେଦି ସନ୍ଧି ।କେ ବୃକ୍ଷ ବିସ୍ତୃତଶାଖା କେହି ବା ଉନ୍ନତ,ଫଳଶୂନ୍ୟ କେହି ଫଳଭାରେ ଅବନତ ।ପବନରେ ଆନ୍ଦୋଳିତ ହୋଇ ବାରେ ବାରେ,ନାନା ଜାତି ପୁଷ୍ପବୃକ୍ଷ ସୁଗନ୍ଧ ବିସ୍ତାରେ ।ବୃକ୍ଷ ମୂଳେ ପଡ଼ି ନାହିଁ ସୂର୍ଯ୍ୟଙ୍କ କିରଣ,ଧୀରେ ଧୀରେ ବହୁଅଛି ଶୀତଳ ପବନ ।ସୁମଧୁର ପୁଷ୍ଟିକର ଫଳ ନାନା ଜାତି,ସ୍ୱଦେଶୀୟ ବିଦେଶୀୟ ନାନାବର୍ଣ୍ଣ ଭାତି ।ଆହେ ବୃକ୍ଷ, ତୁମ୍ଭ ପରି ଦାତା କେବା ଜଣେ?ଯାଚି ଦେଉଅଛ ଫଳ ପୁଷ୍ପ ଅନୁକ୍ଷଣେ ।ଆପଣାଇ କିଛିମାତ୍ର ନାହିଁ ପ୍ରୟୋଜନ,ପରଉପକାରେ ଭାର କରୁଛ ବହନ ।ଶିଖାଉଛ ନିତି ମୋତେ ଆହେ ବୃକ୍ଷଗଣ,ପର ଉପକାରପାଇଁ ସାଧୁଙ୍କ ଜୀବନ ।ଯେତେବେଳେ ଆଣେ ପକ୍ୱଫଳ ବୃକ୍ଷୁଁତୋଳି,କି ଆନନ୍ଦ ହୁଏ ଜାତ ପାରେ ନାହିଁ କଳି ।ବନ୍ଧୁ ବାନ୍ଧବଙ୍କୁ ତାହା ଦେଲେ ଉପହାର,ତହୁଁ ଜାତ ହୁଏ ପୁଣି ଆନନ୍ଦ ଆପାର ।ତୁମ୍ଭ ଫଳ ପୁଷ୍ପମାନ ନାନା ଗୁଣଧାରୀ,ସୁନ୍ଦର, ସୁଗନ୍ଧ, ତୃପ୍ତିକର, ପୁଷ୍ଟିକାରୀ ।ପ୍ରଭୁଙ୍କର ଆଜ୍ଞା ପାଳିବାକୁ ତୁମ୍ଭେ ଅବାଶୀତାତପ ବୃଷ୍ଟି ସହି ହୋଇଅଛି ଉଭା ।ଉଡ଼ି ଆସି ବସୁଛନ୍ତି ବିହଙ୍ଗ ସକଳଭକ୍ଷଣ କରିବାପାଇଁ ତୁମ୍ଭ ମିଷ୍ଟ ଫଳ ।କରୁଅଛି କଳରବ ବସି କେହି ଡାଳେ,କେହି ବା କରୁଛି ଜଳ ପାନ ଆଳବାଳେ ।ରାତ୍ରିକାଳେ ଆକାଶରୁ ଆସି ଉଡ଼ି ଉଡ଼ିବୃକ୍ଷ ଡାଳେ ଡାଳେ ଝୁଲିପଡ଼ନ୍ତି ବାଦୁଡ଼ି ।ଶିଖାଇ କି ଦେବ ମୋତେ ହେ ବୃକ୍ଷ ସମସ୍ତ,କାହୁଁ ଶିକ୍ଷା କଲ ପରଉପକାର ବ୍ରତ?ପ୍ରାତଃକାଳେ ଦୁଇଗୋଟି ହଳଦିବସନ୍ତଆସନ୍ତି ପ୍ରତ୍ୟହ କଣ୍ଟି ସମୟ ଯେମନ୍ତ ।ଡାଳେ ଡାଳେ ଭ୍ରମୁ ଥାନ୍ତି କରି କଳରବ;ଲଗାଇ ଦିଅନ୍ତି କ୍ଷଣେ ଆନନ୍ଦ-ଉତ୍ସବ ।କିବା ମନୋହର ଦୁଇଗୋଟି କ୍ଷୁଦ୍ର ପ୍ରାଣୀ,କ୍ଷୁଦ୍ର ପକ୍ଷିମଣ୍ଡଳୀରେ କି ବା ରାଜା ରାଣୀ?ରୋପିଥିଲି ବୃକ୍ଷବାଟୀ କେତେ ସଯତନେ,ଆଜି ତା ଆନନ୍ଦ ଭୋଗ କରୁଛି ତ ମନେ ।କଦାଚିତ ବିଚଳିତ ହେଲେ ମୋର ମନ,କରେଁ ଆସି ଏହି ବୃକ୍ଷବାଟୀରେ ଭ୍ରମଣ ।ଆହେ ବୃକ୍ଷ! ତୁମ୍ଭ ମୂଳେ ଦିଅ ମୋତେ ସ୍ଥାନ,ସ୍ଥିରଚିତ୍ତେ ବସି କରେଁ ପ୍ରଭୁପଦ ଧ୍ୟାନ ।ଜାପାନ ଋଷଅହିଂସା ପରମ ଧର୍ମ ସର୍ବଧର୍ମସାର,ଏହି ତତ୍ତ୍ୱ କରିଥିଲେ ଗୌତମ ପ୍ରଚାର ।ବିଶେଷ କରିବ ଦୟା ସର୍ବ ପ୍ରାଣୀ ପ୍ରତି,ପ୍ରଭୁ ଶାକ୍ୟସିଂହଙ୍କର ଏହି ଅନୁମତି ।ଆତ୍ମପ୍ରାଣ ଦେଇ ରକ୍ଷା କର ପରପ୍ରାଣ,ବୌଦ୍ଧ ଧର୍ମଶାସ୍ତ୍ର ଦୟାରତ୍ନର ବିଧାନ ।ମେରୀପୁତ୍ର ଯିଶୁଖ୍ରୀଷ୍ଟ ବୋଇଲେ ଶିଷ୍ୟଙ୍କୁପ୍ରେମ କର, ପ୍ରେମ କର ମନୁଷ୍ୟପୁତ୍ରଙ୍କୁ ।ବାମ ଗଣ୍ଡେ କେହି ଯେବେ ଚାପୁଡ଼ାଏ ମାରେ,ଦେଖାଅ ଦକ୍ଷିଣ ଗଣ୍ଡ ତାକୁ ପୁନର୍ବାରେ ।ଖ୍ରୀଷ୍ଟ ପୁଣି ବୁଦ୍ଧ-ଶିଷ୍ୟ ଋଷ ଓ ଜାପାନ,ଭଲା ଦେଖାଇଲ ଧର୍ମଶାସ୍ତ୍ରର ପ୍ରମାଣ!ଦୁଇ ଦେଶ ନରପତି ସାମାନ୍ୟ କାରଣେମତ୍ତଭାବେ ମାତିଛନ୍ତି ଭୟଙ୍କର ରଣେ ।ନିର୍ଦୟ ଭାବରେ ସେନା କସାକ ଜାପାନୀ,ଏକକୁ ଆରେକ ବଧୁଛନ୍ତି ମହାପ୍ରାଣୀ ।ହେ ଋଷ! ଜାପାନ! ଭୁଲିଯାଇ ଧର୍ମଶାସ୍ତ୍ରଧାବିତ କ୍ରୋଧରେ ହସ୍ତେ ଧରି ଅସ୍ତ୍ର ଶସ୍ତ୍ର ।ଅର୍ଜନ କରିବାପାଇଁ ତୁଚ୍ଛ ଧନ ମାନଭୁଲିଗଲ ଏକାବେଳେ ସ୍ୱର୍ଗୀୟ ବିଧାନ?ଦେଉଛ ପ୍ରମାଣ ଦୁହେଁ- ପାର୍ଥିବ ବିଷୟସହଜରେ କରେ ଧର୍ମବିଧି ପରାଜୟ ।ଋଷ ତୁମ୍ଭେ ସମ୍ପୂର୍ଣ୍ଣରେ ଏଥିପାଇଁ ଦାୟୀ!ସମର ସୂଚନା କଲ କୋରିୟାକୁ ଯାଇକେତେ ଯେ ରମଣୀ ହେଉଅଛନ୍ତି ଅନାଥ!ହରାଡ଼ଅଛନ୍ତି କେତେ ପୁତ୍ର ପିତା ମାତା!କେତେ ପୁତ୍ର କନ୍ୟା ହେଉଛନ୍ତି ଛେଉଣ୍ଡ!ବିମଳ ମନରେ କାନ୍ଦୁଛନ୍ତି ମେଲି ତୁଣ୍ଡ!ବୋଇଲେ କି ହେବ ଏହି ବୃତ୍ତାନ୍ତ ସକଳ,ମହାପ୍ରଭୁ ଇଚ୍ଛା ହେବ ଅବଶ୍ୟ ସଫଳ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି
ସୁଖ ଦୁଃଖର ପରିଣାମ
ଫକୀରମୋହନ ସେନାପତି