ଚାଲିଗଲା
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୭
- ସ୍ଥିତି
- ସାର୍ବଜନୀନ (Public domain)
ସତେ ସତେ ଯାଇଛି କି ଚାଲିହୃଦୟ ଭଣ୍ଡାର କରି ଖାଲି?ତାହାର ମୁଁ କଲି କେଉଁ ଦୋଷ?ବୋଲ ବୋଲ କିପାଁ ଏତେ ରୋଷ?ତା ପାଶେ ତ ଥାଇ ନିତି ନିତିମୁଁ ଗାଇ ନାହିଁ ପ୍ରେମଗୀତି?ବୋଲ ବୋଲ ବେନି ଯେ ହୃଦୟକରି କି ନ ଥିଲୁଁ ବିନିମୟ?କଥା କି ନ ବୋଲେ ପାଶେ ବସି?ନ ଯାଏଁ କି ପାଶେ ହସି ହସି?କିପାଁ ତାର ଏଡ଼େ ଊଣା?କିପାଁ ତାର ଏଡ଼େ ଅକରୁଣା?ମୁଁ କି ତାକୁ କହି କଟୁ କଥାହୃଦୟେ କି ଦେଇଅଛି ବ୍ୟଥା?ମଣି କି ନ ଥିଲି ତାକୁ ଧନକରି ସଦା ଆତ୍ମବିସର୍ଜନ?ମୁଁ କି ଯାଇଥିଲି ତାକୁ ଆଣି?ବଳେ ବଳେ ଆସି ଠାକୁରାଣୀତାହାର ସମସ୍ତ ରୂପରାଶିସଙ୍ଗେ ସର୍ବ ଘେନି ଗଲା ଭାସି ।ନ କହି କି ଦୂରେ ଚାଲି ଯାଇତାକୁ କିରେ ଥିଲି ମୁଁ କନ୍ଦାଇ?ନାହିଁ ନାହିଁ ଥିଲା ଦୟାବତୀ,ଛାୟା ପରି ଛାଡ଼େ ନାହିଁ ସତୀ ।ମୋ ପାଶରେ ଥାଏ ମୁଖ ଚାହିଁ,ଡାକିବା ମାତ୍ରକେ ଆସେ ଧାଇଁନ ପାରେ ସେ ମୋର କଷ୍ଟ ଦେଖି,ଆଜି କିପାଁ ଗଲା ସେ ଉପେକ୍ଷି?ଭକ୍ତିରେ ସେ ନେଇଁ ପଦଧୂଳିଦେହେ ହେଉଥିଲା ସୁଖେ ବୋଳି ।ମୋ ନେତ୍ରରେ ଦେଖେ ଯେବେ ଜଳ,ନୟନ ତ କରେ ଛଳ ଛଳ ।ନିରତେ ଯେ କରୁଥିଲା ଧ୍ୟାନ,ଏବେ ହେଲା ପାଷାଣୀ ସମାନ ।କେବେ କରି ନାହିଁ ଅବହେଳା,ବୁଡ଼ାଇଣ ଗଲା ମୋର ଭେଳାକହି ବୋଇ ଅଛି ଚାଲି ଯାଇ ।କିପରି ଆଣିବ ବାହୁଡ଼ାଇ?ଯାଇ ସେ ରହିଛି ଯେଉଁ ଦେଶେ,ଅବଶ୍ୟ ମୁଁ ଯିବି ତା ଉଦେଶେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି