ମୁଁ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୩
- ସ୍ଥିତି
- ସାର୍ବଜନୀନ (Public domain)
ବଙ୍ଗଳାଶ୍ରୀପଦ୍ମପତ୍ର ଜଳ ସମ ଢଳଢଳମୋ ଜୀବନ ନିରନ୍ତରେ,ଅମର ଭବନ ମୋର ନିକେତନଜାଣିଛି ତ ମୁଁ ମନରେ ।ତେବେହେଁ ସନ୍ତତ ଅସ୍ଥିର ଜଗତମାୟାରେ ମୋହିତ ମତି,ସକଳ ଅନର୍ଥ ମୂଳୀଭୂତ ଅର୍ଥଲୋଡ଼େ ଜଗତ ସମ୍ମତି ।କଲେହେଁ ଯତନ ସ୍ଥିର ନୁହେ ମନସର୍ବଦା ଚଞ୍ଚଳ ଚିତ୍ତ,ତୁଚ୍ଛ ଧନପାଇଁ ମନ ଅଛି ଧାଇଁପାର୍ଥିବ ସୁଖେ ମୋହିତ ।ଜନମିଛି ଜ୍ଞାନ, ପାଇଛି ପ୍ରମାଣ,ମୁଁ କାହାର କେ ବା ମୋର,ଯାଇଛି ଯେ ଉଡ଼ି, ନ ଆସେ ବାହୁଡ଼ି,କିପାଁ ବିରହେ କାତର !ସଂସାରପଥିକ ମୋ ବୁଦ୍ଧିକୁ ଧିକ !ବସି ମୁଁ ପାନ୍ଥଶାଳାରେନିଜ ନିକେତନ ନ କରେଁ ସ୍ମରଣଭ୍ରମେ ହେଲେ ମୁଁ ତ ବାରେ ।ବନ୍ଧୁ ପରିଜନ କ୍ଷଣିକ ମିଳନଯୁଗଳ କାଷ୍ଠ ସାଗରେ,ନିକଟକୁ ଆସି ଯାଏ ପୁଣି ଭାସିମିଳନ ନ ହୁଏ ଥରେ ।ମିଳନ କାଳରେ ଭାଳିଲି ମନରେ,ନ ହେବ ଆଉ ବିଚ୍ଛେଦ,ରହିଅଛୁ ଚାହିଁ, ଗଲା ଚାଲି କାହିଁଜନମାଇ ଚିତ୍ତେ ଖେଦ ।ପରହିତ ବ୍ରତ କିପାଇଁ ସନ୍ତତପାଳିଲୁ ନାହିଁ ଯତନେ,ସେଥିରୁ କେବଳ ସୁଖ ନିରମଳଭୁଞ୍ଜିଥାନ୍ତୁ ଏ ଜୀବନେ ।‘କୁଟୁମ୍ବ ଗଞ୍ଜଣା ବିଷମ ଯନ୍ତ୍ରଣାସହି ତୁହି ବାର ବାର,ଧର୍ମକୁ ଅନାଇ ସେଥିକି ନ ଚାହିଁକର ତାଙ୍କ ଉପକାର ।ପ୍ରାଣପାଇଁ ଚିନ୍ତା କିପାଁ କରେଁ ବୃଥା,ନ ଭାଳିଲି ମୁହିଁ ବାରେ,କାହା ଦତ୍ତ ଅନ୍ନ ଭୁଞ୍ଜି ମୁଁ ଜୀବନଧରି ରହିଛି ଧରାରେ ।କେତେ ନିନ୍ଦାବାଦ, କେତେ ଅବସାଦ,କଳଙ୍କର ବୋଝ ଶିରେ,କେତେରୂପ ପାପ, କେତେ ମନସ୍ତାପଭୁଞ୍ଜିଲି ଆସି ପୃଥ୍ୱୀରେ ।ପାଇବାକୁ ସୁଖ ସହିଲି ମୁଁ ଦୁଃଖ,ସବୁ ହେଲା ବିଡ଼ମ୍ବନା,ପ୍ରଭୁଙ୍କ ଚରଣ ନେଲେ ମୁଁ ଶରଣଲଭିବି ସୁଧା ସାନ୍ତ୍ୱନା ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି