ଶାନ୍ତିଃ ଶାନ୍ତିଃ ଶାନ୍ତିଃ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୬
- ସ୍ଥିତି
- ସାର୍ବଜନୀନ (Public domain)
ଆଶାବରୀପ୍ରାଣେଶ୍ୱର ! ଜଗଦୀଶ! ପ୍ରଭୋ ! ଭଗବାନ !ହୋଇଛି ମୋ ଜୀବନର ଦିବା ଅବସାନ ।ମୋ ଜୀବନ ସୁଖ-ସୂର୍ଯ୍ୟ ଯାଉଛି ତ ବୁଡ଼ି,ଚତୁଦିଗୁଁ ଘୋଟି ଆସେ ତିମିର କୁହୁଡ଼ି ।ନିଭିଅଛି, ନିଭି ଯାଉ, ସୁଖର ଆଲୋକ,ଜଳି ଉଠୁ ହୃଦେ ଦିନ-ଚୈତନ୍ୟ-ପାବକ ।ସଂସାର ସୌଭାଗ୍ୟ ସୁଖ ହୋଇଛି ଅତୀତ,ଗାଏଁ କେତେଦିନ ବସି ବିଷାଦର ଗୀତ ।ମହାପ୍ରଭୋ! ମହାପ୍ରଭୋ! ଆସ ମୋ ହୃଦୟେ,ଆସକ୍ତ ନ ହେଉ ମନ ସଂସାର ବିଷୟେ ।ଛିଡ଼ିଯାଉ ହୃଦୟରୁ ମାୟାର ବନ୍ଧନ,ରହନ୍ତୁ ଦୂରରେ ଜ୍ଞାତି ପରିଜନ ।ପ୍ରଭୋ! ମୋର ଭକ୍ତି ଥିଲେ ତୁମ୍ଭ ଶ୍ରୀଚରଣେ,ରଖନ୍ତୁ କୁଶଳେ ସେହି ପ୍ରିୟ ପରିଜନେ ।ମହାପ୍ରଭୋ! ତୁମ୍ଭ ପାଦେ ଥାଉ ତାଙ୍କ ମତି,ହେଉନ୍ତୁ ଧାର୍ମିକ ସାଧୁ, ଭୁଞ୍ଜନ୍ତୁ ସମ୍ପତ୍ତି ।ଅକୃତଜ୍ଞ, ହୀନବୁଦ୍ଧି ମୁହଁଟି ନିଶ୍ଚୟ,କେବେ କେବେ କରେଁ ତୁମ୍ଭ ସ୍ୱତ୍ତାରେ ସଂଶୟ ।ଦେଖିଛ ଜୀବନେ ବହୁ ଥର ତୁମ୍ଭ ହସ୍ତ,ନିର୍ବୋଧ! ନିର୍ବୋଧ! ଭୁଲିଯାଏଁ ସେ ସମସ୍ତ ।ରଖିଛ ଜୀବନ, ରକ୍ଷା କରିବ ନିଶ୍ଚୟ,ବିଶ୍ୱପତି ରକ୍ଷାକାରୀ, କାହାକୁ ମୋ ଭୟ ।ରଖିଛନ୍ତି ପିତା ମୋତେ ଜଗତ ସଂସାରେ,ପରକାଳେ ମିଳିବି ମୁଁ ଯାଇଁ ତାଙ୍କଠାରେ ।ଅଛି ଦୂରେ, ଯିବି ପାଶେ, ସୌଭାଗ୍ୟ ମହାନ,ଯିବି ଯେତେବେଳେ ପିତା କରିବେ ଆହ୍ୱାନ ।ରହିବାକୁ କ୍ଷଣେ ମୋର ନ ଥିବ ଆୟତ୍ତ,ରହିବାକୁ ବା ଯିବାକୁ କିପାଁ ହେବି ବ୍ୟସ୍ତ?ପାପ-ପଙ୍କେ କଳଙ୍କିତ ମୋହର ଜୀବନ,ଅନୁତାପନଳେ ହେଉ ତାହା ସଂଶୋଧନ ।ଦାରିଦ୍ର୍ୟ ଯନ୍ତ୍ରଣା ଦୁଃଖ ଆସୁ, ଚିନ୍ତା ନାହିଁ,ପ୍ରସ୍ତୁତ ରହିଛି ସର୍ବ ସହିବାର ପାଇଁ ।ସୁଖ ଆଶେ ବା ଉଲ୍ଲାସେ ଭୁଲୁ ନାହିଁ ମନ,ନିରନ୍ତରେ ଦେଖୁଛି ତ ସ୍ୱର୍ଗର ସ୍ୱପନ ।ସେହି ସ୍ୱର୍ଗରାଜ୍ୟ ମୋର ଶାନ୍ତିନିକେତନ,ଯାଇଛନ୍ତି, ତହିଁ ଛନ୍ତି, ମୋର ପ୍ରିୟଜନ ।ସ୍ୱର୍ଗ! ସ୍ୱର୍ଗ! ସେ ଯେ ଅଟେ ଦେବତାନିବାସ,କି ସାହାସେ ଲୋଡ଼େ ତହିଁ କରିବାକୁ ବାସ?ସତ୍ୟ, କରି ନାହିଁ ପୁଣ୍ୟ ଅର୍ଜନ ସେପରି,ଅବଶ୍ୟ ଅବଶ୍ୟ ଯିବି ପ୍ରଭୁ ନାମ ଧରି ।ଯେତେ ଦିନୁ କରିଅଛି ପ୍ରଭୁଙ୍କୁ ଭରସା,ଘୁଞ୍ଚି ଯେ ଯାଉଛି ମୋର ସମସ୍ତ ଦୁର୍ଦଶା ।ହତାଶ ଯନ୍ତ୍ରଣା ଜାଳା ସହି ନିରନ୍ତରେଶରଣ ନେଇଛି ମହାପ୍ରଭୁଙ୍କ ପୟରେ ।ସ୍ୱର୍ଗର ସ୍ୱପନେ ଅଛି ସଦା ଉନମତ୍ତ,ପରକାଳ ପରିଣାମ ଜାଣୁଛି ସନ୍ତତ ।ହେ ପ୍ରଭୋ! ମୋହର କେହି ନାହିଁ ଜଗତରେ,ତୁମ୍ଭେ ମୋର ମୁଁ ତୁମ୍ଭର ସମ୍ପୂର୍ଣ୍ଣ ରୂପରେ ।ଆସୁ ଯେତେ ଦୁଃଖ କଷ୍ଟ ବିଷାଦ ବିଷୟ,ବିଚଳିତ ହେବି ନାହିଁ ନିଶ୍ଚୟ ନିଶ୍ଚୟ ।ଦୂର ହେଉ ମନୁ ମାୟା ମୋହ ଚିତ୍ତଭ୍ରାନ୍ତି,ମହାପ୍ରଭୋ! ମହାପ୍ରଭୋ! ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି