ପିତୃ-ତର୍ପଣ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୭୦
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳ‘‘ଆଗନ୍ତୁକ ମହାଭାଗା ବିଶ୍ୱେଦେବା ବରପ୍ରଦାଃ ।’’ଆଗଚ୍ଛ! ଆଗଚ୍ଛ! ମୋର ପିତୃଦେବଗଣ !ଆପଣମାନଙ୍କ ପାଇଁ କରିବି ତର୍ପଣ ।ଯବାଙ୍କୁର, ତିଳପୁଷ୍ପ, ଆତପତଣ୍ଡୁଳେକରିବି ଭକ୍ତିରେ ପୂଜା ପିତୃଦେବକୁଳେ ।ଘେନିବେ କି ପୂଜା ମୋର ପିତୃଦେବଗଣ?ମାତ୍ର ମୁଁ କରିବି ତାଙ୍କୁ ଭକ୍ତିରେ ସ୍ମରଣ ।ସେମାନଙ୍କ ଯୋଗେ ମୁହିଁ ପାଇଛି ଜୀବନ,କେତେ କଷ୍ଟ ସହି କରିଅଛନ୍ତି ପାଳନ ।ସେ ମହାପୁରୁଷ ମୋର ପିତୃଦେବଗଣ,ଦେଇଯାଇଛନ୍ତି ତାଙ୍କ ଉପାର୍ଜିତ ଧନ ।ତାଙ୍କ ଧନମାନେ ମୁହିଁ ଉତ୍ତରାଧିକାରୀ,ତାହାଙ୍କ ଯତ୍ନରେ ହୋଇଅଛି ଗୁଣଧାରୀ ।ରୋମାଞ୍ଚିତ ହେଉଛି ତ ସ୍ମରି ତାଙ୍କ ଗୁଣ,ଶୁଝଟ ହେବାର ନୁହେ ସେହି ପିତୃଋଣ ।ସ୍ନେହ, ମାୟା, ଦୟା ଦେଇ ପିତୃହୃଦୟରେପାଳନ କରନ୍ତି ପ୍ରଭୁ ଶିଶୁ ଜଗତରେ ।ଜନକ, ଜନନୀ ପଦେ ନାହିଁ ଯାର ଭକ୍ତି,ନିର୍ବୋଧ, ପାଷଣ୍ଡ ସେହି ବର୍ବର ଦୁର୍ମତି ॥
ଯେ ପାମର ଦିଏ ପିତା ମାତାଙ୍କୁ ଯନ୍ତ୍ରଣା,କି କରି ନ ପାରେ ସେହି ପାପୀ ନୀଚମନା!ସ୍ୱର୍ଗେ ଛନ୍ତି ପିତା ମାତା ଏବେ ଭକ୍ତିଭରେନମସ୍କାର କରୁଛି ମୁଁ ତାହାଙ୍କ ପୟରେ ।କେ ସୁହୃଦ ଅଛି ମାତା ପିତାଙ୍କ ସମାନ?ସହଜେ ଦେବାକୁ ପାରେ ପୁତ୍ରପାଇଁ ପ୍ରାଣ?ଘେନିଛ ଯେ ଯବାଙ୍କୁର କୁଶାକୁଶି ପାତ୍ର,ଏ କେବଳ ବାହ୍ୟପୂଜା ଆୟୋଜନ ମାତ୍ର ।ଭକ୍ତିରେ କରିବି ପିତୃଲୋକଙ୍କୁ ସ୍ମରଣ,ଏହି ତ ମୋହର ହେଲା ପିତୃତରପଣ ।ପ୍ରଣତି ପ୍ରଣତି ପିତୃଦେବ ମହାଭାଗ!ନଶ୍ୱର ପାର୍ଥିବ ଦେହ କରିଛନ୍ତି ତ୍ୟାଗ ।ଅମରାତ୍ମା ବିଶ୍ୱରାଜ୍ୟେ କରେ ସଞ୍ଚରଣ,ଉଭୟ ମଧ୍ୟରେ ଅଛି ଅଲକ୍ଷ୍ୟ ବନ୍ଧନ ।ପିତୃଦେବଙ୍କର ମୁହିଁ ଥିଲି ଆତ୍ମାରୂପୀ,ସମ୍ପର୍କ ଉଭୟ ମଧ୍ୟେ ଅଛି ଅବିଲୋପୀ ।ପବିତ୍ର ପ୍ରାର୍ଥନା ମୋର ଅଧ୍ୟାତ୍ମ୍ୟ ସୂତ୍ରରେ;ଅବଶ୍ୟ ମିଳିବ ପିତୃଦେବ ଚରଣରେ ।ଆତ୍ମାଦେଶବାସୀ ମୋର ପିତୃଦେବଗଣେବିରାଜିତ ଦେଖୁଛି ତ ମାନସ-ନୟନେ ।ଜଡ଼ିତ ତାଡ଼ିତ ଶକ୍ତି ଜଡ଼ ଜଗତରେ,ଆତ୍ମାର ସମ୍ବନ୍ଧ ତେହ୍ନେ ଅଧ୍ୟାତ୍ମ ରାଜ୍ୟରେ ।ପରଲୋକଗତ ଆତ୍ମା ମଙ୍ଗଳ କାମନାକରିବି ଏ ମାତ୍ର ଆତ୍ମା ଉନ୍ନତି ସୂଚନା ।ସନ୍ନ୍ୟାସୀକଳହଂସ କେଦାରସଂସାର ସୁଖେ ନୁହେ ଯେ ଅଭିଳାଷୀସେ ବ୍ରହ୍ମ ଉପାସକ ସେହି ସନ୍ନ୍ୟାସୀ,ଜଗତେ ତାର କିଛି ନାହିଁ କାମନା,କେବଳ ପରବ୍ରହ୍ମେ ନିତ୍ୟ ଭାବନା ।୨ତାହାର କେହି ନାହିଁ ବିଶ୍ୱ ସଂସାରେ,ସର୍ବ ସମ୍ପତ୍ତି ସୁଖ ତୁଚ୍ଛ ତାଠାରେ,କ୍ଷୁଦ୍ରେ କ୍ଷୁଧିତ ନୁହେ ତାହାର ପ୍ରାଣ,ବିଶ୍ୱ ବ୍ରହ୍ମାଣ୍ଡ କରେ ଆପଣା ଜ୍ଞାନ ।୩ନାହିଁ ବାସନା ବାସ ଦିବ୍ୟ ଭବନ,ସୁଖରେ କରେ ପୃଥ୍ୱୀ ମଧ୍ୟେ ଭ୍ରମଣ,ବିଶେଷ ନାହିଁ ତାର ବନ୍ଧୁ ବାନ୍ଧବ,ଜ୍ଞାତି, କୁଟୁମ୍ବ, ବନ୍ଧୁ ସର୍ବ ମାନବ ।୪ତାହାର ନାହିଁ ଧର୍ମ ଅଧର୍ମ ଜ୍ଞାନ,ସମ୍ପଦ ବିପଦକୁ ମଣେ ସମାନ,ତା ପ୍ରତି ଯାହା କିଛି ହୁଏ ଘଟଣା,ପ୍ରଭୁଙ୍କ ଦତ୍ତ ବୋଲି କରେ କଳ୍ପଣା ।୫ନ ଲୋଡ଼େ ସେହି ମୃତ୍ୟୁ ଅବା ଜୀବନ,କେବଳ ବିଭୁ ଆଜ୍ଞା କରେ ପାଳନ,ଉଦର ଭରଣାରେ ନାହିଁ ଭାବନା,ପ୍ରଭୁଙ୍କ ଆଦେଶକୁ କରେ କାମନା ।୬ସେ ଜାଣେ ତା ଜନକ ଜଗତପତି,ନିୟତ ରଖେ ତାଙ୍କ ଚରଣେ ମତି,ଯା ଅନ୍ନଦାତା ବିଶ୍ୱ ବ୍ରହ୍ମାଣ୍ଡେଶ୍ୱର,ଚିନ୍ତା କି ତାର ପୋଷିବାକୁ ଉଦର ।୭ବିଶ୍ୱାସ ବିଭୁ ବିଶ୍ୱ ବ୍ରହ୍ମାଣ୍ଡମୟ,କିପାଁ କରିବ ଭବେ କାହାକୁ ଭୟ?ବିଶେଷେ ବୁଝିଅଛି ଆପଣା ଜ୍ଞାନେ,ତା ବିଭୁ ବର୍ତ୍ତମାନ ସକଳ ସ୍ଥାନେ ।୮ଜଗତେ ସର୍ବ ଦ୍ରବ୍ୟ ତୁଚ୍ଛ ତାଠାରେ,ସଁପିଛି ମନ ପ୍ରାଣ ପ୍ରଭୁସେବାରେ,ହୃଦୟେ ବୁଝିଅଛି ତତ୍ତ୍ୱ ଯଥାର୍ଥ,ବିଶ୍ୱ ବ୍ରହ୍ମାଣ୍ଡେ ସାର ବ୍ରହ୍ମ ପଦାର୍ଥ ।୯ସରିତେ ସଲିଳ ତ ଅଛି ସଞ୍ଚିତ,କେ କରିପାରେ ତାକୁ ତହୁଁ ବଞ୍ଚିତ?ଶୀତଳ ଅନିଳ ଯେ ତାହା ସକାଶେ,ଦିଅନ୍ତି ଜ୍ୟୋତି ଚନ୍ଦ୍ର ସୂର୍ଯ୍ୟ ଆକାଶେ ।୧୦ଅନନ୍ତ କୋଟି ପ୍ରାଣୀ ଲଭନ୍ତି ଅନ୍ନ,ରକ୍ଷା କି ନ ପାଇବ ତାହା ଜୀବନ?କରନ୍ତି ନାହିଁ ପଶୁ ପକ୍ଷୀଏ ଚାଷ,କାହିଁକି ରହିଅଛି କେ ଉପବାସ?୧୧ଶରୀର ରକ୍ଷାପାଇଁ ନାହିଁ ଯତନ,ଯା ପାଏ ଆନନ୍ଦରେ କରେ ଭୋଜନ,ଆପଣା ମନ ମଧ୍ୟେ କରିଛ ସ୍ଥିର,ପ୍ରଭୁଙ୍କ ଦତ୍ତ ଅଟେ ଏହି ଶରୀର ।୧୨ନ ଜାଣେ କ୍ଷଣସ୍ଥାୟୀ ପ୍ରୀତି ମାଧୁରୀ,ବିଶ୍ୱ ପ୍ରେମରେ ଅଛି ତା ପ୍ରାଣ ପୂରି ।ବନ୍ଧୁବିଚ୍ଛେଦ କଷ୍ଟ ସେ ତ ନ ଜାଣେ,ମଣେ ହୃଦୟବନ୍ଧୁ ସେ ଭଗବାନେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି