ସପ୍ତର୍ଷି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୭
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳଧନ୍ୟ ଧନ୍ୟ ମହାଋଷି ମହାତ୍ମା ଗୌତମ!ଶିଖାଇ ଯାଇଛ ଜଗତକୁ ଦୟା ଧର୍ମ ।ରାଜ, ମହାରାଜ, ପାଇ ଅତୁଳ ସମ୍ପତ୍ତି,କଲ ତ୍ୟାଗ- ଭାଳି ଜୀବ ପରିଣାମ ଗତି ।କିପରି ନିର୍ବାଣ ମୁକ୍ତି ପାଇବେ ମାନବେ,ଭିକ୍ଷୁରୂପ ଧରି ତାହା ଶିଖାଇଲ ଭବେ ।ପ୍ରଚାର କରିବା ପାଇଁ ଧର୍ମ ଜଗତରେ,ଜନ୍ମିଥିଲେ ମହମ୍ମଦ ଆରବ ଦେଶରେ ।କରିଥିଲେ ମହାଋଷି ଜଗତେ ପ୍ରଚାର-ଏକମାତ୍ର ଅଦ୍ୱିତୀୟଈଶ ନିରାକାର ।ଧର୍ମ ନାମେ ନାନାରୂପ ମନ୍ଦ ଆଚରଣକରୁଥିଲେ ପୂର୍ବେ ଇୟୁରୋପ ବାସୀଗଣ ।ମହାଋଷି ଯିଶୁଖ୍ରୀଷ୍ଟ କଲେକ ପ୍ରକାଶ-ଉଦ୍ଧାର ପାଇବ କର ପ୍ରଭୁଙ୍କୁ ବିଶ୍ୱାସ ।ଆମ୍ଭ ପିତା ଏକମାତ୍ର ଜଗତର ପତି,ତାଙ୍କ ବିନା ମାନବର ନାହିଁ ଅନ୍ୟ ଗତି ।ସାମାନ୍ୟ ବଣିକପୁତ୍ର ମହାତ୍ମା ନାନକ!ପଶ୍ଚମ ଭାରତେ ଥିଲ ଧର୍ମପ୍ରଚାରକ ।ଦେଖାଇ ଯାଇଛ ନିଜ ଜୀବନେ ପ୍ରମାଣ,ଜୀବଙ୍କର ତ୍ରାଣକାରୀ ପ୍ରଭୁ ଭଗବାନ ।ପ୍ରଣତି ତୁମ୍ଭର ପଦେ ହେ ଶଙ୍କରାଚାର୍ଯ୍ୟ!ଅଦ୍ୱିତୀୟ ଜଗତରେ ଅଟେ ତୁମ୍ଭ କାର୍ଯ୍ୟ ।ଏ ଭାରତ ଥିଲା ବୌଦ୍ଧ ଧର୍ମରେ ପ୍ଳାବିତ,ଆର୍ଯ୍ୟ ଧର୍ମ ପୁନର୍ବାର କଲ ସଂସ୍ଥାପିତ ।ସମସ୍ତ ଜଗତ ବ୍ୟାପ୍ତ ମହାନ ଈଶ୍ୱରେ,ଆବଦ୍ଧ ନୁହନ୍ତି କ୍ଷୁଦ୍ର ବସ୍ତୁ ବା ସ୍ଥାନରେ,ହୃଦୟର ଅନ୍ତସ୍ଥଳେ ଛନ୍ତି ବିରାଜିତ,ଏ ମହାବଚନ ଉପନିଷଦେ କଥିତ ।ଏ ବୈଦିକ ମହାମନ୍ତ୍ର ଭାରତବର୍ଷରେଶୁଣାଇଲେ ରାଜା ରାମମୋହନ ଉଚ୍ଚରେନବଦ୍ୱୀପଚନ୍ଦ୍ର ପ୍ରଭୁ ଶଚୀଙ୍କ ନନ୍ଦନ,ଧର୍ମପାଇଁ କରିଥିଲେ ସର୍ବ ବିସର୍ଜନ ।କରିବାକୁ ଜଗତରେ ପାଷଣ୍ଡ ଉଦ୍ଧାରଆବିର୍ଭାବ ଭବ ମଧ୍ୟେ ଗୌରାଙ୍ଗବତାର ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି