ପାନ୍ଥ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୦
- ସ୍ଥିତି
- ସାର୍ବଜନୀନ (Public domain)
ଚକ୍ରକେଳିଉଠ ଉଠ ପାନ୍ଥ!ଯାହିଛି ରାତି,ପୂର୍ବେ ପ୍ରକାଶିଛିଅରୁଣ କାନ୍ତି ।ନିଦ୍ରା ଯିବା ଆଉନାହିଁ ସମୟ,ଉଜ୍ଜ୍ୱଳ ବରଣେଅରୁଣୋଦୟ ।ଅସଂଖ୍ୟ ଅସଂଖ୍ୟପଥିକ ନରେ,ଚାଲି ଯାଉଛନ୍ତିଦେଖ ମାର୍ଗରେ ।ହେ ପଥିକ ହୋଇନିଦ୍ରାରେ ରତ,ଶୋଇ ରହିବାକୁନାହିଁ ଆୟତ୍ତ ।ବୋଲି ନ ପାରିବହୋଇଛି କ୍ଳାନ୍ତ,ଉଠି ଚାଲିବାକୁହେବ ହେ ପାନ୍ଥ ।ଉଠ ଉଠ ଭାଇ,ପଥିକ ବେଶେହେବଟି ଯିବାକୁଅଜଣା ଦେଶେ ।ଅତି ଦୀର୍ଘ ମାର୍ଗହେବ ଯିବାକୁ,ନେଇ ନ ପାରିବସଙ୍ଗେ କାହାକୁ ।ଚାଲିବାକୁ ହେବଏକା କେବଳ,ବାନ୍ଧି ରଖିଛ ତମାର୍ଗ ସମ୍ବଳ?ଯେ ଗୃହେ ରହିଛସୁଖେ ଶୟାନ,ପଡ଼ିଥିବ ତୁମ୍ଭେକଲେ ପ୍ରୟାଣ ।ଅଛ ତ ଏ ଗୃହେରାତିକପାଇଁ,ଏ କଥା କି ତୁମ୍ଭମନରେ ନାହିଁ?ନୁହେ ତ ତୁମ୍ଭରଆପଣା ଦେଶ,ଅଛ ସିନା ଧରିପଥିକ ବେଶ ।ଯିବ କେଉଁ ଦେଶେନାହିଁ ତ ଜଣା,ନ ପାରୁଛ କରିମନେ କରୁଣା ।ମାତ୍ରକ ଯିବାକୁହେବ ନିଶ୍ଚୟ,ନ ଭୁଲ ନ ଭୁଲଏହି ବିଷୟ ।ଯେତେ ଆସୁଛନ୍ତିଏ ପାନ୍ଥଶାଳେ,ଯାଉଛନ୍ତି ଚାଲିଉଠି ସଖାଳେ ।ଆସିଅଛ କାହୁଁ,ଯିବଟି କାହିଁ,ଏ କଥା କିପାଇଁବିଚାର ନାହିଁ?ରାତିକ ସକାଶେଥିଲ ଏ ସ୍ଥାନେ,ବୁଝୁ ନାହିଁ ବେଳେଆପଣା ଜ୍ଞାନେ ।ଚାଲିବାକୁ ହେବଦୁର୍ଗମ ମାର୍ଗ,ଆହେ ଭାଇ ପାନ୍ଥ,ବେଳହୁଁ ଜାଗ ।ଛନ୍ତି ଯେତେ ଲୋକତୁମ୍ଭ ସଙ୍ଗରେ,ଯିବେ ତ ସମସ୍ତେଆଗ ପଛରେ ।ରହିବାକୁ ନାହିଁକାହା ଆୟତ୍ତ,ଆଗ ପଛ ହୋଇଯିବେ ସମସ୍ତ ।ତୁମ୍ଭ ସଙ୍ଗୀ ବୋଲିମଣ ଯାହାକୁ,ମାର୍ଗରେ ଭେଟିବନାହିଁ କାହାକୁ ।ଏ ପାନ୍ଥଶାଳାଟିସୁନ୍ଦର ବୋଲିଆପଣାର ଜ୍ଞାନେନ ଯାଅ ଭୁଲି ।ଏ ପାନ୍ଥଶାଳାରଯେତେକ ଲୋକ,କାହା ସଙ୍ଗେ ତୁମ୍ଭନାହିଁ ସମ୍ପର୍କ ।ଯାହାକୁ ରସିଛଆପଣା ଜ୍ଞାନେ,କାହିଁ ଛାଡ଼ି ଚାଲିଯିବେ ସେମାନେ ।ସମ୍ବନ୍ଧ ରହିଛିରାତିକପାଇଁ,ଏତେ ମାୟା ଏତେମୋହ କିପାଇଁ?ଯେତେ କ୍ଷଣ ଅଛତାଙ୍କ ସଙ୍ଗରେ,ପ୍ରେମେ କାଟ କାଳମନସୁଖରେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି