କଟକ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୪
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳଉତ୍କଳର ରାଜଧାନୀ କଟକ ସହର,ବିରାଜିତ, ପ୍ରକାଶିତ ଯୁଗ ଯୁଗାନ୍ତର ।ମହାନଦୀ କାଠଯୋଡ଼ୀ ଛନ୍ତି ଦୁଇ ପାଶେକଟକନିବାସିଗଣେ ଜଳ ଦେବା ଆଶେ ।ସ୍ପଟିକନିର୍ମଳ ଜଳ ରୋଗନିବାରକ,ସ୍ନାନ ପାନେ ସୁସ୍ଥଦେହେ ରହିଛନ୍ତି ଲୋକ ।ମର୍କତକେଶରୀ ଧନ୍ୟ! କୌଶଳ ପ୍ରକାଶିବାନ୍ଧିଛ ପଥରବନ୍ଧ କୀର୍ତ୍ତି ଅବିନାଶୀ ।ପ୍ରାବୃଟ କାଳରେ ନଦୀ ହୋଇ ଭୟଙ୍କରୀନ ପାରନ୍ତି ନଗରୀକୁ ଅତିକ୍ରମ କରି ।ମହାତ୍ମା ପୁରୁଷୋତ୍ତମ ପୂତମନା ଜ୍ଞାନୀ,କଟକ ସହର ଥିଲା ତାଙ୍କ ରାଜଧାନୀ ।ଧନ ଆଶେ, ବିଦ୍ୟାଭ୍ୟାସେ, କୀର୍ତ୍ତି କାମନାରେକେତେ ଦେଶୁଁ ରୁଣ୍ଡ ଲୋକ ଏ କଟକଠାରେ ।ନଦୀକୂଳ ଅଟ୍ଟାଳିକା ବିଚିତ୍ର ଗଠନ,ରାଜକର୍ମଚାରୀଙ୍କର ବିଚାରଭବନ ।ସର୍ବ ରୂପ ବିଦ୍ୟା ଉପାର୍ଜନର ଏ ସ୍ଥଳ,ନାନା ଦେଶୁଁ ସମାଗତ ବିଦ୍ୟାର୍ଥୀ ସକଳ ।ଧନ, ବିଦ୍ୟା ଉପାର୍ଜନେ ପ୍ରଶସ୍ତ ଏ କ୍ଷେତ୍ର,ସଜ୍ଜିତ ବିପଣିମାଳା ତୃପ୍ତ କରେ ନେତ୍ର ।ପୁରାକାଳେ ଥିଲେ ଏଥି କେତେ ବିଦ୍ୟାବନ୍ତ,କେତେ ଧନୀ, କେତେ ମାନୀ, ସନ୍ନ୍ୟାସୀ ମହନ୍ତ,କେତେ ରାଜା, ମହାରାଜ, ମଧ୍ୟବିତ୍ତ ଲୋକ,କେତେ ରାଜ-କର୍ମଚାରୀ, ଧର୍ମପ୍ରଚାରକ,ଚାଲି ଯାଇଛନ୍ତି ସର୍ବେ ତେଜି ଭବଲୀଳା,ତଥାପି ରହିଛି ପୂର୍ଣ୍ଣ ଏହି ପାନ୍ଥଶାଳା ।ଗତାୟାତ ପ୍ରାଣିସ୍ରୋତ ଜଗତର ରୀତି,କେବଳ ତ ଯାଏ ରହି କୀର୍ତ୍ତି ଅପକୀର୍ତ୍ତି ।ଦୁରାଚାରୀ ମରହଟ୍ଟା ଯାଇଛନ୍ତି କାହିଁ,ଅଛି ବାରବାଟୀ କିଲ୍ଲା ସାକ୍ଷ ଦେବାପାଇଁ ।ଏତିକି ବିଚିତ୍ର ମୁହିଁ ଦେଖେଁ ଜଗତରେ,ନ ବିଚାରେ କେହି ନିଜ ପରିଣାମ ଥରେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି