କବିର ସାନ୍ତ୍ୱନା
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୬
- ସ୍ଥିତି
- ସାର୍ବଜନୀନ (Public domain)
ଅଂଶାବରୀସତ୍ୟକଥା, ଘରେ ମୋର ଧନ ପୂର୍ଣ୍ଣ ନାହିଁ,ଅଶକ୍ତ ମୁଁ ପ୍ରୟୋଜନ ସାଧିବାର ପାଇଁ ।ଲୋକେ ମଧ୍ୟ ନ କରନ୍ତି ସେପରି ସମ୍ମାନ,କେ କରେ ବିଦ୍ରୂପ କେ ବା କରେ ଅପମାନ ।ନ ଥାଉ ମୋହର କିଛି ପାର୍ଥିବ ସମ୍ପତ୍ତି,ସ୍ୱର୍ଗୀୟ ପଦାର୍ଥ ଦେଇଛନ୍ତି ବିଶ୍ୱପତି ।କଳ୍ପନା ରାଜ୍ୟରେ କରେଁ ଯେବେ ମୁଁ ଭ୍ରମଣ,ଅନୁଭବେଁ ଜଗତର ସର୍ବ ତୁଚ୍ଛ ଧନ ।ଯେତକ ପ୍ରକାର ଅଛି ଜଗତ ଯନ୍ତ୍ରଣା,ତୁଚ୍ଛ ବସ୍ତୁ ପରି ସବୁ ଯାଏ ମୋତେ ଜଣାଭାସି ଭାସି ଯାଉଥାଏଁ ଆନନ୍ଦ-ସ୍ରୋତରେ,ପାର୍ଥିବ ସମ୍ପତ୍ତି ସୁଖ ଚାହେଁ ନାହିଁ ଥରେ ।ସେବା କରୁଅଛି ବସି ମୁହିଁ ମାତୃଭାଷା,ସାନ୍ତ୍ୱନା ଲଭଇଁ ମନେ ପୋଷି ଏହି ଆଶା ।ନ ହେବି କୃତଘ୍ନ ମୁହିଁ ଆହେ ବିଶ୍ୱପତି,ଦେଇଛ ତ ମୋତେ ଅତୁଳ ସମ୍ପତ୍ତି ।ଜନ୍ମି କେ ବା ଛନ୍ତି କୋଟି ଭ୍ରାତା ମଧ୍ୟେ ଜଣେ,କେବେହେଲେ କେହି ମୋତେ ପକାଇବେ ମନେ ।ରଚିତ କବିତାଗୁଡ଼ି କନ୍ୟାସ୍ୱରୂପିଣୀ,ଅନୁସରିଥାନ୍ତି ପଛେ ଚିତ୍ତବିନୋଦିନୀ ।ଉତ୍କଳ ଜଗତେ ମୁହିଁ ତେଜିବି ଜୀବନ,କରିବେ ଏ କନ୍ୟାଗୁଡ଼ି ପିତୃତରପଣ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି