ଜରାସନ୍ଧର ବଧ ଶୁଣି ସହଦେବର କୋପ ଓ ଶ୍ରୀକୃଷ୍ଣଙ୍କୁ ସ୍ତବ କରିବା ଏବଂ ମଗଧରେ ରାଜା ହେବା — ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଶରଣପଞ୍ଜର ନାଥ ମୋତେ ରକ୍ଷାକର ଦେବ ସ୍ୱାମୀ ।୨୨।
ଶରଣପଞ୍ଜର କଇଚ୍ଛା ଜଗଜେଠୀ
ପୁଣ ପୁଣ ସହଦେବ ଯେ ହରି ଚରଣ ତଳେ ଲୋଟି ।୨୩।
ତୁ ଦେବ ଜଗତଜନ ସୋଦର ଜଗବନ୍ଧୁ
ତିମିର ବିଦାରଣ ନାଥ ପବିତ୍ର ପୂର୍ଣ୍ଣ ଇନ୍ଦୁ ।୨୪।
ଅନେକ ଦ୍ରୋହ ତୋତେ କଲାକ ଜରାସନ୍ଧ
କାଳେ ନାଶକଲୁ ତାହାକଇଂ ତୁ ପାତିଣ କୂଟଛନ୍ଦ ।୨୫।
ଜୟ ତୁ ପରମେଶ୍ୱର ଯେ କରୁଣାମତ୍ସଳ
ଜୟ ତୁ ପରମେଶ୍ୱର ତାରନ୍ତା ସୟଳ ।୨୬।
ଜୟ ତୁ ପରମେଶ୍ୱର ଦୃଭାର ବଳଗଞ୍ଜା
ଜୟ ତୁ ପରମେଶ୍ୱର ଦେବାଧି ଦେବରାଜା ।୨୭।
ଜୟ ତୁ ପରମେଶ୍ୱର ଯାମଳା ବୃକ୍ଷଭଞ୍ଜା
ଜୟ ତୁ ପରମେଶ୍ୱର କାଳୀୟ ଦର୍ପଗଞ୍ଜା ।୨୮।
ଜୟ ତୁ ପରମେଶ୍ୱର ଭାରତୀ ବଲ୍ଲଭ
ଜୟ ତୁ ପରମେଶ୍ୱର ସୟଳ ପଦ୍ମନାଭ ।୨୯।
ଜୟ ତୁ ପରମେଶ୍ୱର ଜଗତମୋହନ
ଜୟ ତୁ ପରମେଶ୍ୱର ଦେବ ଜନାର୍ଦ୍ଦନ ।୩୦।
ଜୟ ତୁ ପରମେଶ୍ୱର ଭଗତି ମୁକତି ଦ୍ୟନ୍ତା
ଜୟ ତୁ ପରମେଶ୍ୱର କରନ୍ତା ସର୍ବଚିନ୍ତା ।୩୧।
ଜୟ ତୁ ପରମେଶ୍ୱର କେଶୀ ଦର୍ପଗଞ୍ଜା
ଜୟ ତୁ ପରମେଶ୍ୱର ଧେନୁକା ଗର୍ବଭଞ୍ଜା ।୩୨।
ଜୟ ତୁ ପରମେଶ୍ୱର ଚାଣୁର ମୁଷ୍ଟିକ ଦର୍ପ ନାଶ
ଜୟ ତୁ ପରମେଶ୍ୱର ଦ୍ରଶନେ ନାଶ କଂଶ ।୩୩।
ଜୟ ତୁ ପରମେଶ୍ୱର ସୁଦାମା ପ୍ରାଣଗୁରୁ
ଜୟ ତୁ ପରମେଶ୍ୱର ଶକଟ ଚୂରକରୁ ।୩୪।
ଜୟ ତୁ ପରମେଶ୍ୱର ନିର୍ଜିତ ଯୁଗଗଣ୍ଡା
ଜୟ ତୁ ପରମେଶ୍ୱର ବିଦାରଣ କଲୁ ଷଣ୍ଢା ।୩୫।
ଜୟ ତୁ ପରମେଶ୍ୱର ପ୍ରଲମ୍ବା କଦମ୍ବା ଅଇରି
ଜୟ ତୁ ପରମେଶ୍ୱର ପ୍ରୋହିଣୀ ପ୍ରାଣହାରୀ ।୩୬।
ଜୟ ତୁ ପରମେଶ୍ୱର ଅଗତି ଗତି ଦ୍ୟନ୍ତା
ଜୟ ତୁ ପରମେଶ୍ୱର ଭଗତଜନ ଉନ୍ଧରନ୍ତା ।୩୭।
ଜୟ ତୁ ପରମେଶ୍ୱର ମଧୁପୁର ବାସୀ
ଜୟ ତୁ ପରମେଶ୍ୱର ଗୋପୀବୃନ୍ଦ ବିଳାସୀ ।୩୮।
ଜୟ ତୁ ପରମେଶ୍ୱରଅକାରଣକଇଂ କାରଣ
ଜୟ ତୁ ପରମେଶ୍ୱର ନରଂକୁ ଉଦ୍ଧାରଣ ।୩୯।
ଜୟ ତୁ ପରମେଶ୍ୱର କମଳାବିଳାସ
ଜୟ ତୁ ପରମେଶ୍ୱର ମୋହନ ପୀତବାସ ।୪୦।
ଜୟ ତୁ ପରମେଶ୍ୱର ନିଳେନ୍ଦୀ ପୁଷ୍ୟ ଓଳି
ଜୟ ତୁ ପରମେଶ୍ୱର ନାମ ତୋ ବନମାଳୀ ।୪୧।
ଜୟ ତୁ ପରମେଶ୍ୱର ଅନନ୍ତ ଯେ ଚକ୍ରପାଣି
ଜୟ ତୁ ପରମେଶ୍ୱର ପ୍ରଳୟ ଅନ୍ତ ନ ଗଣି ।୪୨।
ଜୟ ତୁ ପରମେଶ୍ୱର ସଦାୟେ ଆନନ୍ଦ
ଜୟ ତୁ ପରମେଶ୍ୱର ଗୋପାଳ ଗୋବିନ୍ଦ ।୪୩।
ଜୟ ତୁ ପରମେଶ୍ୱର ଦନ୍ତବକ୍ର ନିବାରଣ
ଜୟ ତୁ ପରମେଶ୍ୱର ଦୁଖୀଜନ କାରଣ ।୪୪।
ଜୟ ତୁ ପରମେଶ୍ୱର ଭଗତଜନ ବନ୍ଧୁ
ଜୟ ତୁ ପରମେଶ୍ୱର ପୂର୍ଣ୍ଣିମାର ଇନ୍ଦୁ ।୪୫।
ଜୟ ତୁ ପରମେଶ୍ୱର କୃଷ୍ଣ ନାମ ଗୋଟି
ଜୟ ତୁ ପରମେଶ୍ୱର ରାଜୀବଲୋଚନ ଦୃଷ୍ଟି ।୪୬।
ଜୟ ତୁ ପରମେଶ୍ୱର ଦଧିବାବନ ରୂପ ହୋଇଲୁ
ଜୟ ତୁ ପରମେଶ୍ୱର ବାରାନିଧି ଚଳୁକଲୁ ।୪୭।
ଜୟ ତୁ ପରମେଶ୍ୱର ମତ୍ସରୂପ ଧରି
ଜୟ ତୁ ପରମେଶ୍ୱର ବେଦ ଯେ ଉଦ୍ଧରି ।୪୮।
ଜୟ ତୁ ପରମେଶ୍ୱର ପିତାମହକଇଂ କାରଣ
ଜୟ ତୁ ପରମେଶ୍ୱର ଶଙ୍ଖାସୁର ନିବାରଣ ।୪୯।
ଜୟ ତୁ ପରମେଶ୍ୱର କୂର୍ମରୂପ ଗୋଟି
ଜୟ ତୁ ପରମେଶ୍ୱର ସପତ ବ୍ରହ୍ମାଣ୍ଡ ତୋ ପିଠି ।୫୦।
ଜୟ ତୁ ପରମେଶ୍ୱର ବରେହା ରୂପ ଧରି
ଜୟ ତୁ ପରମେଶ୍ୱର ଦାଢେ ପୃଥୀ ଧରି ।୫୧।
ଜୟ ତୁ ପରମେଶ୍ୱର ବାମନ ରୂପେ ନାରାୟଣ
ଜୟ ତୁ ପରମେଶ୍ୱର ବଳିକି ନିବାରଣ ।୫୨।
ଜୟ ତୁ ପରମେଶ୍ୱର ନରସିଘଂ ରୂପ
ଜୟ ତୁ ପରମେଶ୍ୱର ନାଶିଲୁ ହିରଣ୍ୟକଶିପ ।୫୩।
ଜୟ ତୁ ପରମେଶ୍ୱର ମାଳତୀ ରୂପ କାୟେ
ଜୟ ତୁ ପରମେଶ୍ୱର ନାଶିଲୁ ବଇଲୋଚନ ରାୟେ ।୫୪।
ଜୟ ତୁ ପରମେଶ୍ୱର ଜମଦଅଗ୍ନି ବଳା
ଜୟ ତୁ ପରମେଶ୍ୱର ପ୍ରଶୁଧର ମହାଖଳା ।୫୫।
ଜୟ ତୁ ପରମେଶ୍ୱର ରାଜାନ୍ତ ନିସୋଧି
ଜୟ ତୁ ପରମେଶ୍ୱର ୟେକୋଇଶ ବାର କ୍ଷତ୍ରୀମାନନ୍ତ ସାଧି ।୫୬।
ଜୟ ତୁ ପରମେଶ୍ୱର ଅମଳାନ ସୂର୍ଯ୍ୟବଂଶୀ
ଜୟ ତୁ ପରମେଶ୍ୱର ରାଜାମାନନ୍ତ ତୋଷି ।୫୭।
ଜୟ ତୁ ପରମେଶ୍ୱର ଶ୍ରୀରାମ ଅବତାର
ଜୟ ତୁ ପରମେଶ୍ୱର ଛେଦିଲୁ ଦଶଶିର ।୫୮।
ଜୟ ତୁ ପରମେଶ୍ୱର ନୀଳେନ୍ଦି ଦଳ ରୁଚି
ଜୟ ତୁ ପରମେଶ୍ୱର ସର୍ବଗ୍ୟଂ ସର୍ବସଞ୍ଚି ।୫୯।
ଜୟ ତୁ ପରମେଶ୍ୱର ଜପେଣ ସହସ୍ର ନାମ
ଜୟ ତୁ ପରମେଶ୍ୱର ଧର୍ମ ଅର୍ଥ ମୋକ୍ଷ କାମ ।୬୦।
ଜୟ ତୁ ପରମେଶ୍ୱର ପ୍ରାଗତୀର୍ଥେ ବାସ
ଜୟ ତୁ ପରମେଶ୍ୱର କଳପବଟ ଯାହାର ଆଦେଶ ।୬୧।
ଜୟ ତୁ ପରମେଶ୍ୱର ପୁରୁଷଂକର ଉତ୍ତମ
ଜୟ ତୁ ପରମେଶ୍ୱର ସାରୋଳା ଦାସ ତୋର ପାଦତଳେ ଶତ ସହସ୍ର ଦଣ୍ଡ ପରିଣାମ ।୬୨।
ଶୁଣ ହୋ ଯୋଗେଶ୍ୱର ବଦୟନ୍ତି ଅଗସ୍ତି
ଜାରାପୁତ୍ର ସହଦେବ କଲାକ ଅନେକ ତୁସ୍ତି ।୬୩।
ଅନ୍ତେଣ ବୋଇଲା ସ୍ୱାମୀ ଜୟ ତୁ କେଶବ
ଜାରା ନିବାରଣ ସ୍ୱାମୀ କଲୁ ତୁ ବାସୁଦେବ ।୬୪।
ସହଦେବର ତହୁଂ ୟେସନେକ ବାକ୍ୟ ଶୁଣି
ଭୁଜେଧରି କୋଳେ ବସାଇଲେ ଚକ୍ରପାଣି ।୬୫।
ଆପଣେ ଗ୍ୟାନବନ୍ତ ତୁ ଅଟୁ ହୋ ସହଦେବ
ପ୍ରତକ୍ଷେ ଜାଣୁ ତ ବାବୁ ଜରାସନ୍ଧର ମତ୍ତଗର୍ବ ।୬୬।
ଯେତେକ କଟାଳକଲା ମୋତେ କଂସର ପ୍ରସ୍ତାବେ
ଗୋମତ ଯୁଦ୍ଧେ ତାକୁ ନାଶ କରୁଥିଲେ ବଳଦେବେ ।୬୭।
ବ୍ରହ୍ମାୟେ ବୋଇଲେ ୟେହାକୁ ନାଶ ନ କର ବଳଦେବ
ୟେହାରେ ଯୁଝେଷ୍ଠି ଦେବ ରାଜୁସି ଯାଗ ଯେ କରିବ ।୬୮।
ରାଜୁସି ଯଗ୍ୟଂ ପୁଣ କରିବେ ଧର୍ମସୁତ
ୟେକ ରୁଣ୍ଡ କରିଥିବ ୟେ ରାଜାନ୍ତ ସମସ୍ତ ।୬୯।
ପିତାମହ ବଚନେ ଛାଡିଲେ ବଳରାମେ
ଯୁଝେଷ୍ଠି ଦେବଂକର କାର୍ଯ୍ୟେ ୟେବେ ନାଶକଲା ଭୀମସେନେ ।୭୦।
ୟେସନେକ ବଚନ ଯହୁଂ କହିଲେ ଦେବ ଚକ୍ରଧାରୀ
ସେ କଥାକୁ ଶୋଚନା ନ କର ତୁ ମଗଧ ଅଧିକାରୀ ।୭୧।
ପିତାକଇଂ ତୋହୋର ଆମ୍ଭେ ନାଶକଲୁ ରେ ବାବୁ
ତାହାକଇଂ ମାତ୍ର ତୋତେ ୟେକା ଦେଇ ନୁଆରିବୁ ।୭୨।
କରପତ୍ର ଯୋଡିଣ ତହିଂ କହଇ ସହଦେବ
ତୁ ସେ ମୋହୋର ପିତା ଅଟୁ ହୋ ଶ୍ରୀବାସୁଦେବ ।୭୩।
ଜରାସନ୍ଧ ସିନା ତୋହୋର ବଇରି
ବିଷ୍ଣୁର ଦୋରେହା ସେ ସଂସାରକୁ ଅଇରି ।୭୪।
ସ୍ୱାମୀ ତୋହୋର ତୁଲେ ବିବାଦୀ ହୋଇଲା ଯେତେବେଳେ
ନାଶକର ପାଞ୍ଜି ତାର ପୋଛିଲା ଅଳ୍ପକାଳେ ।୭୫।
ତହିଂକି ଶୋଚନା ମୋର ନାହିଂନା ଦେବରାଜ
ୟେ ତୋହୋର ଦ୍ରଶନେ ମୋହୋର ସର୍ବକାର୍ଯ୍ୟ ।୭୬।
ସହଦେବକୁ ବୋଇଲା ପ୍ରେତକ୍ରିୟା ସାର ହୋ କୁମର
ତେବେ ସେ ମଘଦେଶେ ତୋତେ କରିବୁଂ ଦଣ୍ଡଧର ।୭୭।
ସହଦେବ ପ୍ରୋହିତେ ହକରାଇ କୁଶ ପ୍ରତିମା ଭିଆଇ
ଶମସାନ ଭୂମିରେ ଜାରାକୁ ନେଇ ଦହନ କରାଇ ।୭୮।
କରେ କୁଶ ଘୃତ ଯବ ତିଳ ଚାଉଳ ଘେନି
ସହଦେବ ଦିଲା ଯାଇ କୁଶ ପିତୁଳାକୁ ମୁଖା ଅଗ୍ନି ।୭୯।
ୟେକାଦଶ ଦିବସେ ପ୍ରେତକାର୍ଯ୍ୟ ସାରି
ପ୍ରୋହିତଂକ ମନ୍ତ୍ରେ ଅଗ୍ନି ଘୃତ ପାରଣା କରି ।୮୦।
ଅନେକ ଧନ ବସ୍ର ଗୋଧନ ଦିଲା ଦାନ
ପ୍ରେତକାର୍ଯ୍ୟ ସାରି ଶୁଦ୍ଧ ହୋଇଲା ଜରାସନ୍ଧର ନନ୍ଦନ ।୮୧।
ଅବିଷେକ ବିଧାନ କରନ୍ତି ଦେବହରି
ମଗଧ ଦେଶ ରାଜ୍ୟେ ଶୁଭ ଅବଧାରୀ ।୮୨।
ରାଜ୍ୟେ ଉତ୍ସବ ଯେ କଲାକ ସହଦେବ
ସୁବର୍ଣ୍ଣର କଳସ ବସାନ୍ତି ଭୁବନେଶ ସର୍ବ ।୮୩।
ନେତର ପାତାଙ୍ଗ ଯେ ଉଡଇ ଫରହର
କଦଳୀ ତ୍ରୋଣମାନ ଉଭାରିଲେ ଦ୍ୱାର ଦ୍ୱାର ।୮୪।
ସହଦେବର ଅଭିଷେକ ଶୁଣିଣ ବିଧାନ
ସ୍ୱର୍ଗରୁ ଓହ୍ଲାଇ ଅଇଲେ ଦେବ ଋଷିମାନ ।୮୫।
ପ୍ରବେଶ ହୋଇଲେ ଯାଇଂ ମଗଧେଶ୍ୱର ରାଜ୍ୟେ
ଦେଖିଣ ପୂଜାକଲେ ସ୍ୱାମୀ ଦେବରାଜେ ।୮୬।
ଜଗନ୍ନାଥେ ତିଆରିଲେ ସହଦେବକୁ ରାଇ
ଉଚ୍ଛବକାଳେ ବାବୁ ବନ୍ଦୀ ମୁକୁଳାଇ ।୮୭।
ଅମଙ୍ଗଳ ଜନେ ବାବୁ ନ ଥାନ୍ତୁ ତୋର ପୁରେ
ବନ୍ଦୀ ମୁକୁଳ କର ହୋ ମଗଧେଶ୍ୱର ବୀରେ ।୮୮।
ନାରାୟଣଂକ ବଚନେ ଚଳିଲା ସହଦେବ
ବନ୍ଦୀ ରାଜାନ୍ତ ମୁକଳ କଲା କରି ସଦିଭାବ ।୮୯।
ନିଆଳମାନନ୍ତ ସବୁ ପକାଇଲା ଫେଡି
ରାଜାନ୍ତ ଆଣିଲା ସେ ସବୁନ୍ତି ମୁକୁଳ କରି ତଡବଡି ।୯୦।
କାବେରୀ ଗଙ୍ଗାରେ ଯାଇଂ କଲେକ ସ୍ରାହାନ
ଜଗନ୍ନାଥଂକ ଶ୍ରୀଚରଣେ ପ୍ରଲମ୍ବ ସମସ୍ତ ରାଜାମାନ ।୯୧।
ଗୋବିନ୍ଦେ ବୋଇଲେ ଆମ୍ଭନ୍ତ କିଂପେ ପୂଜାକର
ଭୀମସେନ ଅଟନ୍ତି ଆମ୍ଭ ସବୁନ୍ତି ଠାକୁର ।୯୨।
ଆହୋ ଶୁଣିଲ ନାହିଂକି ଜରାସନ୍ଧ ଯେତେ ପ୍ରତଗ୍ୟାଂ କଲା
ଅଷ୍ଟାଦଶ ବେଳ ପରିଯନ୍ତେ ଆମ୍ଭନ୍ତ ଧାଡିଦିଲା ।୯୩।
ଯାହାର ଭୟେ ଆମ୍ଭେ ଜମ୍ବୁ ଦୀପ କଲୁ ତେଜ୍ୟା
ସୋମୋଦ୍ର ଭିତରେ ରହିଲୁ ବୋଇଲେ ଦେବରାଜା ।୯୪।
ତୁମ୍ଭନ୍ତ ବନ୍ଦୀ ମୁକଳ କଲା ପବନ ତନୟେ
ଜରାସନ୍ଧକୁ ମାଇଲା ଭୀମ ଆମ୍ଭେ ହୋଇଲୁ ନିର୍ଭୟେ ।୯୫।
କଲା ଉପୁଗାରମାନ ପାସୋରିତେ କି ପାରି
ତେନ୍ୟାୟୁଂ ବ୍ରିକୋଦର ଆମ୍ଭ ସବୁନ୍ତି ଅଧିକାରୀ ।୯୬।
ଶ୍ରୀ ଜଗନ୍ନାଥଂକ ବଚନେ ସକଳ ନୃପତି
ଭୀମସେନ ପାଦତଳେ ପାଦାର୍ଘ୍ୟ ଦିଅନ୍ତି ।୯୭।
ଶତସହସ୍ର ଦଣ୍ଡ ଯେ ହୋଇଲେ ପ୍ରଣପତ୍ୟ
ଭୀମସେନକୁ ତୁସ୍ତିକରି ବିନୋୟୀ ବହୁତ ।୯୮।
ଜୟ ତୁ ବ୍ରିକୋଦର ସୋମବଂଶ ଅଧିପତି
ଜୟ ତୁ ବ୍ରିକୋଦର ଭାରୋଇମଲ୍ଲ ଯାହାର ମୂରତି ।୯୯।
ଜୟ ତୁ ବ୍ରିକୋଦର ଶତଶିଂଗ ଭଞ୍ଜା
ଜୟ ତୁ ବ୍ରିକୋଦର ନାଗେଣୀ ଦର୍ପଗଞ୍ଜା ।୧୦୦।
ଜୟ ତୁ ବ୍ରିକୋଦର ଯମ ଦର୍ପହରା
ଜୟ ତୁ ବ୍ରିକୋଦର ବିଷଲତୁ ପାରକରା ।୧୦୧।
ଜୟ ତୁ ବ୍ରିକୋଦର ଜତୁର ଘରୁ ଉତ୍ତୁରନ୍ତା
ଜୟ ତୁ ବ୍ରିକୋଦର ଦଇତ ନିବାରନ୍ତା ।୧୦୨।
ଜୟ ତୁ ବ୍ରିକୋଦର କିନ୍ନରୀ ବିଦାରନ୍ତା
ଜୟ ତୁ ବ୍ରିକୋଦର ହିଡିମ୍ବେକ ନିବାରନ୍ତା ।୧୦୩।
ଜୟ ତୁ ବ୍ରିକୋଦର ହିଡିମ୍ବିକୀର ବଲ୍ଲଭ
ଜୟ ତୁ ବ୍ରିକୋଦର କୁମ୍ଭୀରୀ ହରିଲୁ ଜଳଠାବ ।୧୦୪।
ଜୟ ତୁ ବ୍ରିକୋଦର ଶିବପୁର ଉଦ୍ଧାରୀ
ଜୟ ତୁ ବ୍ରିକୋଦର ଜାରାର ଦର୍ପହାରୀ ।୧୦୫।
ଜୟ ତୁ ବ୍ରିକୋଦର ଦେବପୁର ଧ୍ୱଂସୀ
ଜୟ ତୁ ବ୍ରିକୋଦର ଫେଡିଲୁ ମୃତ୍ୟୁଫାଶି ।୧୦୬।
ଜୟ ତୁ ବ୍ରିକୋଦର କଉରୋବବଳ ଶଂକା
ଜୟ ତୁ ବ୍ରିକୋଦର ଅଭୟେ ରଣରଂକା ।୧୦୭।
ଜୟ ତୁ ବ୍ରିକୋଦର ଦୁର୍ଗତିରୁ ଉଦ୍ଧରୁ
ଜୟ ତୁ ବ୍ରିକୋଦର ପ୍ରତଗ୍ୟାଂ ସାଚା ଗୁରୁ ।୧୦୮।
ଜୟ ତୁ ବ୍ରିକୋଦର ଦେବ କାଳିଞ୍ଜନ ତୋଷି
ଜୟ ତୁ ବ୍ରିକୋଦର ସର୍ବଗ୍ୟଂ ଗୁଣରାଶି ।୧୦୯।
ଜୟ ତୁ ବ୍ରିକୋଦର ରାଜାମାନଂକ ଦର୍ପ ଧ୍ୱଂସୀ
ପାଞ୍ଚାଳଦେଶ ମଣ୍ଡନ ଅଭୟେ ବିଶ୍ୱବାସୀ ।୧୧୦।
ଜୟ ତୁ ବ୍ରିକୋଦର ବକ ରାକ୍ଷାସକୁ ଧ୍ୱଂସୀ ।୧୧୧।
ଜୟ ତୁ ବ୍ରିକୋଦର କାଳଦଣ୍ଡ ହସ୍ତା
ଜୟ ତୁ ବ୍ରିକୋଦର ଶରଣ ଉଦ୍ଧରନ୍ତା ।୧୧୨।
ଜୟ ତୁ ବିକ୍ରୋଦର ପ୍ରତଗ୍ୟାଂ ସାର ଭୀମ
ଜୟ ତୁ ବିକ୍ରୋଦର ଯମ ପରେ ଦୁତୀ ଯମ ।୧୧୩।
ଜୟ ତୁ ବିକ୍ରୋଦର କୁମ୍ଭେକ ଦର୍ପ ଧ୍ୱଂସା
ଜୟ ତୁ ବିକ୍ରୋଦର ପୂରାଅ ମନୋବାଞ୍ଛା ।୧୧୪।
ଜୟ ତୁ ବିକ୍ରୋଦର ଜାରା ନିଶୋଧନ
ଜୟ ତୁ ବିକ୍ରୋଦର ଆକାଶେ ପୁଣ୍ୟମାନ ।୧୧୫।
ଜୟ ତୁ ବିକ୍ରୋଦର ବନ୍ଦୀ ଉଦ୍ଧାରଣ
ଜୟ ତୁ ବିକ୍ରୋଦର ଶରଣ ରକ୍ଷଣ ।୧୧୬।
ଜୟ ତୁ ବିକ୍ରୋଦର ସହଦେବ ପ୍ରାଣଗୁରୁ
ଜୟ ତୁ ବିକ୍ରୋଦର ଶରଣ ଉଦ୍ଧରୁ ।୧୧୭।
ଜୟ ତୁ ବିକ୍ରୋଦର ପାଣ୍ଡବାସୁର ନାଶୀ
ଜୟ ତୁ ବିକ୍ରୋଦର କାଳବଳ ଧ୍ୱସିଂ ।୧୧୮।
ଜୟ ତୁ ବିକ୍ରୋଦର କୁନ୍ତୀଦେବୀର ସୂନୁ
ଜୟ ତୁ ବିକ୍ରୋଦର ରାଜାନ୍ତ ଉଦ୍ଧରିଲୁ ବନ୍ଧନୁ ।୧୧୯।
ଆହୋ ରାଜାଗଣମାନେ ୟେମନ୍ତେ ତୁସ୍ତି ବୋଲି
ଭୀମସେନର ଚରଣ ତଳେ ଶୁତିଲେ ଗଡଘାଲି ।୧୨୦।
ତୁ ଦେବ ଶରଣପଞ୍ଜର ନାଥ ଅଟୁ ହୋ ଜଗତଉତ୍ତମା
ଦଶଦୋଷ ଅପ୍ରାଧ ଆମ୍ଭର କରିବାକ କ୍ଷମା ।୧୨୧।
ରାଜାଂକର ବଚନେ ଯେ ବିକ୍ରୋଦର ଶାନ୍ତି ଭଜି
ମଧୁର ବଚନେ ରାଜାମାନନ୍ତ ସମାର୍ଜି ।୧୨୨।
ତୁମ୍ଭର ଧର୍ମ ପୂର୍ବେ ଅନେକ ଅଛି କଲା
ଧର୍ମଦେବତା ତୁମ୍ଭନ୍ତ ସଂପକ୍ଷ ହୋଇଲା ।୧୨୩।
ରାଜାୟେ ବୋଇଲେ ସ୍ୱାମୀ ତୁ ଜାରା ନିବାରନ୍ତା
ତୁହୁ ସେ ଆମ୍ଭନ୍ତୁ ଅଟୁ ଧର୍ମ ଯେ ଦେବତା ।୧୨୪।
ଅନେକ ପୁରୁଷାର୍ଥ କରାଇଲେ ରାଜାଗଣମାନନ୍ତ
ଅବିଷେକ ବିଧାନ କରନ୍ତି ସହଦେବ କୁମାରନ୍ତ ।୧୨୫।
ଅନେକ ସମ୍ଭର୍ବ କରି ଦେବ ଯେ ମୁରାରି
ଜାରାର ପୁତ୍ର ସହଦେବନ୍ତ ଶୁଭ ଅବଧାରି ।୧୨୬।
ପୁଷ୍କରକୁ ଧ୍ୟାୟେକଲେ ଦେବ ଯେ ଅଚ୍ୟୁତ
ବିଜୟେ କୋଟିୟେ ତୀର୍ଥ ଘେନିଣ ପୁଷ୍କର ଦଇବତ ।୧୨୭।
ସକଳ ତୀର୍ଥଜଳମାନ ରତ୍ନ ଭାଣ୍ଡେଣ ପୂରୋଇ
ସହଦେବର ଶିରେ ଅବିଷେକ କରି ନିଉଡିଲେ ନେଇ ।୧୨୮।
ଶିରେଣ ପାଟ ତାହାର ନେଇ ବାନ୍ଧିଲେ ଦେବ ହରି
ମଙ୍ଗଳ ଧୁନି ଫୁରଇ ଯେ ମଗଧ ଦେଶ ପୁରୀ ।୧୨୯।
ଅନେକ ଦାନ ଦିଲେ ବହୁତ ବଧାଇ
ଦେବଗଣମାନନ୍ତ ବହୁତ ଶୀତଳ ମୁଣୋହି ।୧୩୦।
ଶିରେ ମଣି ମୁକୁଟ ହୃଦରେ ବନମାଳ
ତାଡ ତୋଢର ବାହୁଟି ସରଳ କୁଣ୍ଡଳ ।୧୩୧।
ବିଜୟେ ସହଦେବ ଯେ ମହାନାଗର ପିଠି
କରେ କାମାୟଣ ନାରାଜ , କୋନ୍ତ , ଖଡଗ ଯେ ଯାଠି ।୧୩୨।
ବିଜୟେ କୁମର ଯାଇଂ ଜଗତୀ ଉପରେ
ପାତ୍ର ଅମାନାତ୍ୟମାନନ୍ତ ଶାଢୀ ଦିଲା ଯଥା ଅଧିକାରେ ।୧୩୩।
ସାହାଣି ସାମଲ ମୂଳେ ଅନେକ ନିଯୋଗି
ସମସ୍ତ ଅମାନ୍ୟତେ ଅଇଲେ ବେଗି ବେଗି ।୧୩୪।
ସୁବର୍ଣ୍ଣ ଥାଳିରେ ଅର୍ଘ୍ୟ ଘେନିଣ ସୁଲଭ କାମେନୀ
ସୁବର୍ଣ୍ଣଉତ୍ତରୀ ପବିତ୍ରା ଦିଲେକ ସର୍ବମୁନି ।୧୩୫।
ବିଳସଇ କୁମର ଯେ ଭଣ୍ଡାର ଅନେକ
ଯାଗେଣ ହବିର୍ଭାବ ଦିଅନ୍ତି ଯାଗନିକ ।୧୩୬।
ବ୍ରିକୋଦର ଆଗ୍ୟାଂ ଦିଲା ରାଜାମାନନ୍ତ ରାଇ
ସହଦେବର ଆସ୍ତାନେ ଖଟ ସର୍ବେ ଯାଇ ।୧୩୭।
ଆଗେ ଯେ ଯେବଣ ଭାବେ ଖଟିଥିଲ ଜରାସନ୍ଧକୁ
ତହିଂ ଅଧିକ ଖଟ ହୋ ସହଦେବ ରାଜାକୁ ।୧୩୮।
ଯେ ଅବା ବାଳୁତ ବୋଲି ହୋଇବ ଅସାଧି
ୟେ ମୋହୋର ସତ୍ୟ ତାର ଶିର ପକାଇବି ଛେଦୀ ।୧୩୯।
ଅନେକ ପ୍ରତଗ୍ୟାଂ କରି ବୋଲଇ ଭୀମସେନ
ସମସ୍ତ ରାୟେ ଖଟିଲେ ଯାଇଂ ସହଦେବର ଆସ୍ତାନ ।୧୪୦।
ଶ୍ରୀହସ୍ତେ ଅକ୍ଷତ ଗୁଆ ଘେନିଣ ଫାଲଗୁନି
ରାଜାମାନନ୍ତ ନିମନ୍ତ୍ରଣ କଲେକ ଅର୍ଘ୍ୟ ଘେନି ।୧୪୧।
ଆହୋ ରାଜାମାନେ ମହା ରାଜୁସି ଯାଗ କରିବେ ଠାକୁର ଯୁଝେଷ୍ଟି
ରାଜାଗଣମାନେ ତୁମ୍ଭେ ସମସ୍ତେ ଯିବଟି ।୧୪୨।
ଶୁଣି ସମସ୍ତ ରାୟେ ହୋଇଲେ ପ୍ରଣପତ୍ୟ
ୟେକାଜଣେ ଦେବ ପଠିଆଇବ ଦୂତ ।୧୪୩।
ୟେ ଜୀବନଗୋଟି ଦେବ ଯାହାର ସଞ୍ଚିଲା
ଜଗନ୍ନାଥେ ବୋଇଲେ ଯେ ଭୀମ ଆମ୍ଭର ଗୁରୁ
ତାହାଂକ ବଚନ ଦେବ କେହୁ ମେଣ୍ଟିପାରୁ ।୧୪୫।
ଦୁର୍ଯ୍ୟୋଧନର କପଟ ମନ୍ତ୍ରଣା ଓ ଯୁଧିଷ୍ଠିରଙ୍କର ଶୋକ,
କୃଷ୍ଣଙ୍କ ସହ ଭୀମାର୍ଜୁନ ହସ୍ତିନାରେ ପ୍ରବେଶ
ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି
ଯେବଣ ଦିନୁଂ ନାରାୟଣେ ହୋଇଲେ ପଚ୍ଛିମ ମୂରତି ।୧।
ଦ୍ରିଯୋଧନ ଭାଳଇ ୟେକାନ୍ତେ ରାଇଣ ଶକୁନି
ଶ୍ରୀହରିଯାଇଛନ୍ତି ଜରାସନ୍ଧ ତହିଂକି ସଙ୍ଗେ ଭୀମ ଅର୍ଜୁନନ୍ତ ଘେନି ।୨।
କେବଣ ଚରିତ ତହିଂ କରନ୍ତି ଦେବ ହରି
ଜାରାଭୟେ ପଳାଇ ସେ ପଶିଲେ ସିନ୍ଧୁପୁରୀ ।୩।
ଶକୁନି ବୋଇଲା ୟେବେ ଯେ ବୁଦ୍ଧିୟେ କରିବା
ଗୁପତ କରିଣ ଆମ୍ଭେ ଦୂତ ବରଗିବା ।୪।
ୟେସନେକ ଯହୁଂ ବୋଇଲା ଶକୁନି ମହାମନ୍ତ୍ରୀ
ଗୁପତ କରିଣ ରାଜା ଚାର ଚାରିଜଣ ପେଷନ୍ତି ।୫।
ଚାରିହେଂ ତୁମ୍ଭେ ମଗଧ ଦେଶକୁ ହାଦେ ଯିବ
ଜରାସନ୍ଧ ତୁଲେ କିସ କରଇ ବାସୁଦେବ ।୬।
ସେ କଥାମାନନ୍ତ ଜାଣି ଆସିବ ଧାତିକାରେ
ସନ୍ଦେଶ କହିବ ଆସି ମୋହୋର ଛାମୁରେ ।୭।
ଆହୋ ରାଜାର ଆଗ୍ୟାଂରେ ଯେ ଗଲେକ ଚାରିଦୂତେ
ମଗଧ ଦେଶେ ଯାଇଂ ଥିଲେକ ଗୁପତେ ।୮।
ଭୀମ ଜରାସନ୍ଧର ଯେତେବେଳେ ହୋଇଲା ସମର
ମାଲବନ୍ଧେ ଜରାସନ୍ଧ ମାଡି ବସିଲା ଭୀମସେନ ହିଆର ।୯।
ବ୍ରାହ୍ମଣ ମଲା ବୋଲି ରାଜ୍ୟେ ଶୁଭିଲାକ ଧୁନି
ଚଳିଲେ ଦ୍ରିଯୋଧନର ଡଗର ସେ ବାରତମାନନ୍ତ ଘେନି ।୧୦।
ଆସ୍ତାନେ ବିଜୟେ କରି ଅଛନ୍ତି କୁରୁସାଇଂ
ଯୁଝେଷ୍ଠି ନକୁଳ ସହଦେବ ଅଛନ୍ତି ତିନିଭାଇ ।୧୧।
ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ କୃତ ଯେ ବାଲ୍ହିକ
ଭୁରିଶ୍ରବା ଅଶସ୍ତମା ତୁଲେ ଅଛନ୍ତି ସଇନି ଅନେକ ।୧୨।
ଅନେକ ପାରିଦଣ୍ଡ ରାଜାୟେ ଅଛନ୍ତି ପଟୋଆରୀ
ପଛିମ ଦେଶ ଦେଶାଉର ଦ୍ରଶନ ଯାଇଂ କରି ।୧୩।
ୟେକାନ୍ତେ ଶକୁନି ସେ ଚାରଗଣନ୍ତ ରାଇ
ବୋଲିବଟି ମଲେ ବାସୁଦେବ ପାଣ୍ଡବ ବେନିଭାଇ ।୧୪।
ଦ୍ରିଯୋଧନ ବୋଇଲା ରେ କହିବ ୟେମନ୍ତ
ୟେହାଂକର ହତହେବା ଶୁଣି ଯୁଝେଷ୍ଠି ହୋଉ ପ୍ରାଣେ ହତ ।୧୫।
ସେ ଦେଶାଉରେ ଘେନି ରାଜା ୟେକାନ୍ତେ କୁରୁପତି
କହନ୍ତେଣ ଶେଷ ଯେ ହୋଇଲାକ ରାତି ।୧୬।
ଆରେକ ଦିନେ ରାୟେ ବସିଅଛନ୍ତି ଆସ୍ତାନେ
ପାଣ୍ଡବ ଆଦିକରି ଅଛନ୍ତି ସକଳ ସନ୍ୟମାନେ ।୧୭।
ଦ୍ୱାରେ ଉଭା ହୋଇଯାଇଂ ଅଛନ୍ତି ମୁନେହିଂ
ପଛିମଦିଗର ବାରତା ଦେଶାଉର କହି ।୧୮।
ଆମ୍ଭେମାନେ ଗଲୁଂ ଯେପଛିମ ପରଦେଶେ
ବେନିଦିନ ରହିଲୁଂ ମଗଧ ରାଜ୍ୟ ଦେଶେ ।୧୯।
ଶକୁନି ବୋଇଲେ ହୋ ଆମ୍ଭେ ପାଇବା ବାରତା
ଜାରା ଜଗନ୍ନାଥେ ହୋଇଲା କେଉଂଣ ହାଦେ କଥା ।୨୦।
ମୁନେହିଂ ବୋଇଲେ ଦେବ ପ୍ରଥମ ଦିନ ଗଲେ
ବ୍ରାହ୍ମଣ ରୂପ ଧରି ରାଜାକୁ ଦ୍ରଶନ ଯାଇଂ କଲେ ।୨୧।
ବେଦ ଆଧ୍ୟାନ କଲେ ଦେବ ଜରାସନ୍ଧର ଆଗର
ଦାନ ଘେନୁଂ ବୋଇଲେ ଆମ୍ଭନ୍ତ ଦେବୁ ଯେ ସମର ।୨୨।
ଭୀମସେନ ଜରାସନ୍ଧର ହୋଇଲା ମାଲଯୁଦ୍ଧ
ପ୍ରଥମଦିନର ଯୁଦ୍ଧେ ଭୀମସେନ ହୋଇଲା ପ୍ରାଣବଧ ।୨୩।
ଦ୍ୱୀତିୟଦିନ ଯୁଦ୍ଧରେ ଦେବ ଅର୍ଜୁନ ପଡିଲା
ତୃତୀୟଦିନ ଯୁଦ୍ଧରେ ବାସୁଦେବ ନାଶଗଲା ।୨୪।
ୟେସନେକ ବାରତା ଯେ ଶୁଣିଣ କୁରୁପତି
ଆସ୍ତାନରୁ ଢଳିପଡିଲା ମାନ ଚକ୍ରବତୀ ।୨୫।
ମୃଚ୍ଛାଗତ ହୋଇଣ ରାଜା ଧୃତିରାଷ୍ଟି
ମନରେ ସଂଶୟ କଲେ ଧର୍ମ ଯେ ଯୁଝେଷ୍ଠି ।୨୬।
ନକୁଳ ଅସାଷ୍ଟମେ କରଇ ରୋଦନ
ଆହା ଭ୍ରାଥ ବୋଲି ମୋହେ ପଡିଲେ କର୍ଣ୍ଣ ଦୁଶାସନ ।୨୭।
ଭୀଷ୍ମ ଦ୍ରୋଣ ଶଇଲ ଆବର ବାଲ୍ହିକେ
ଅଶସ୍ତମା କୃପା ଆଚାର୍ଯ୍ୟେ କ୍ରୋଧ ଯେ ଅନେକ ।୨୮।
କପଟେଣ ବହୁ କ୍ରୋଧ ଯେ କରଇ କୁରୁପତି
ଅତି କପଟେ କ୍ରୋଧ କରଇ ଶକୁନି ମହାମନ୍ତ୍ରୀ ।୨୯।
ଆଉରମାନେ ସରୂପେଣ ମୃଚ୍ଛାଗତ ପଡି
ଯୁଝେଷ୍ଠିଦେବଂକୁ ସହଦେବ ଧଇଲେ କୋଳକରି ।୩୦।
କର୍ଣ୍ଣ ଦୁଶାସନ ହୋଇଲେ ଯେ ଧରାଧରି
ଆସ୍ତାନର ତଳେ ଯାଇଂ ହୋଉଛନ୍ତି ଗଡାଗଡି ।୩୧।
ହା ହା ବ୍ରିକୋଦର ବୋଲି ରୋବନ୍ତି ଦ୍ରିଯୋଧନ
ବାବୁ ପାଣ୍ଡବାସୁର ମାରି ଆମ୍ଭନ୍ତ ଦିଲୁ ଜୀବଦାନ ।୩୨।
ତୋହୋର ପରା ବଳବନ୍ତା ସୋଦର ହରାଇ
ଆବର କାହା ମୁଖ ଚାହିଂ ଜୀଇଥାଇଂ ମୁହିଂ ।୩୩।
ଆହୋ ଯୁଝେଷ୍ଠିଂକ ରୋଦନ ଯେ କହିତେ କି ପାରି
ରୋବଇ ଧୃତିରାଷ୍ଟି ଯେ ଅର୍ଜୁନ ନାମ ଧରି ।୩୪।
ଆରେ ଆରେ ମୋହୋର ସୋଦର ଫାଲଗୁନି
ୟେକା ଜଣକେ ବାହୁ ସାଧ୍ୟ କଲୁ ୟେ ସପତଦୀପା ମେଦିନୀ ।୩୫।
ବାବୁ ତ୍ରଇଲୋକ୍ୟେ ସୁନ୍ଦର ତୋହୋର ନାମ ଗୋଟି
ନିର୍ଲଜ ଆତ୍ମା ମୋହୋର ନ ଯାଇଂ କିଂକେ ଫାଟି ।୩୬।
ଆରେ ଜଗତ ସୁନ୍ଦର ବାବୁରେ କେଉଂଣ କତି ଗଲୁ
ଗଭୀର ସମୋଦ୍ରେ ମୋର ଭେଳା ବୁଡାଇଲୁ ।୩୭।
ଅଦଭୁତ ଯୁଦ୍ଧରେ ହୋଇଲୁ କିଂପେ ନାଶ
ୟେହା ସେ କଲା ମୋତେ ଦେବ ହୃଷୀକେଶ ।୩୮।
ଦ୍ରିଯୋଧନ ବୋଇଲା ଶୁଶସି ଯୁଝେଷ୍ଠି
ତୋହୋର ବୁଦ୍ଧିବଳେ ହୋଇଲା ୟେସନେକ ଅରିଷ୍ଟି ।୩୯।
କାନ୍ହୁଆ ଗଉଡର ବୋଲେ ଚଳିଲୁ ଅନୁବ୍ରତେ
କାଳେଣ ନାଶଗଲୁ ଆବର ବ୍ରତିବୁ କେମନ୍ତେ ।୪୦।
କୂଟବୁଦ୍ଧି ୟେବେ ତୋତେ କଲାକ ନାରାୟଣ
ବୁଝିତ ନୁଆରିଲୁ ତାହାର ମାୟାର ଚରିତ ମାନ ।୪୧।
ଅର୍ଜୁନ ଯେଉଂଣ ଦିନ ଗଲା ଦ୍ୱାରକାକୁ
ବଳତ୍କାରେ ହାରିଲା ଯେ ତାର ବହେଣୀ ସୁଭଦ୍ରାକୁ ।୪୨।
ସେ ରାଗଖଣ୍ଡି ହରି ହୃଦେ ଧରିଥିଲା
ଆପଣେ ନ ମାରି ପରହାଥେ ମରାଇଲା ।୪୩।
ଜାଣିତ ନୁଆରିଲୁ କାନ୍ହୁଆ ଗଉଡର କୂଟକୂଟି
ସମ୍ପ୍ରଧି ହରାଇ ନାଶଗଲୁ ହୋ ଯୁଝେଷ୍ଠି ।୪୪।
ନାଶନ୍ତକାଳକୁ କଲୁ ବିପରୀତ ବୁଦ୍ଧି
ଅଦଭୁତେ ହରାଇଲୁ ଅରଜିଲା ସମ୍ପ୍ରଧି ।୪୫।
ଭୀମସେନ ପ୍ରାୟେକ ସୋଦର ନାଶଗଲା
ଅର୍ଜୁନ ପ୍ରାୟେକ ଭାଇ ସୋଦର ନାଶଗଲା
ଅର୍ଜୁନ ପ୍ରାୟେକ ଭାଇ ଅଦଭୁତେ ପ୍ରାଣ ଦିଲା ।୪୬।
ୟେହାନ୍ତ ମରାଇ ସେ ପଳାଇଲା ଆପଣେ
କାନ୍ହୁଆ ଗଇଡ ସଙ୍ଗତେ କାଳକୁ କଲୁ ବନ୍ଧୁ ପଣେ ।୪୭।
ଥାଅ ୟେବେ ବସି ତୁହି ବୃଦ୍ଧ କାକ ପ୍ରାୟେ
ହୀନ ଜୀବନ ତୋର ଆଉର କିସ ଉପାୟେ ।୪୮।
ତ୍ରଇଲୋକ୍ୟ ଜିଣନ୍ତା ଯେ ଅଟଇ ଜରାସନ୍ଧ
ଇହଲୋକ ନୃପତି କେ କରୁ ତାର ତୁଲେ ଦ୍ୱନ୍ଦ ।୪୯।
ଅଷ୍ଟାଦଶ ବାର ପରିଯନ୍ତେ ସମରେ ଦିଲା ଧାଡି
ସମୋଦ୍ର ଭିତରେ ଲୁଚିଲେ ସେ ତାହାକଇଂ ଭୟେ କରି ।୫୦।
କୋଟି କୋଟି ସିଂଘର ପରାକ୍ରମ ଯେବଣ ବଳରାମ
ସେ ପୁଣି ଜାରାକୁ ସରି ନୋହିଲେ ସାଂଗ୍ରାମ ।୫୧।
ଶକୁନି ବୋଇଲା ତୁମ୍ଭେ ନ ଜାଣ ହୋ କିଛି କଥା
ମୁହିଂ ସେ ଜାଣଇ ତହିଂର ତଦନ୍ତ ବାରତା ।୫୨।
ଶତଧନୁର ଯୁଦ୍ଧେ ଅର୍ଜୁନ ହରିଂକି ଝିଂଘାସି
ତେଣୁ ୟେହାନ୍ତ କୂଟେ ମରାଇଲେ ହୃଷୀକେଷି ।୫୩।
ତାହା ଶୁଣି ବୋଇଲା ରାଜା ମାନଗୋବିନ୍ଦ
ତାହାର କିସ ଦୋଷ ଆମ୍ଭର କର୍ମ ମନ୍ଦ ।୫୪।
ଭୀମ ଅର୍ଜୁନ ପରାୟେ ଭାଇନ୍ତ ମରାଇ
ଥାଅସି ବସି ୟେବେ ବିଧବା ରୂପ ହୋଇ ।୫୫।
ଅନେକ ମତେ ଝିଘାଂସି ବୋଲଇ କୁରୁପତି
ସଭାରୁ ଉଠିଗଲା ଯେ ମାନଚକ୍ରବର୍ତ୍ତୀ ।୫୬।
ଆସ୍ତାନ ମଉଳନ୍ତେ ଯେ ଚଳିଲେ ସର୍ବବୀରେ
ମହାକ୍ରୋଧ ଯୁଧେଷ୍ଠି ଚଳିଲେ ନିଜପୁରେ ।୫୭।
ଧୂଶାସନ ବୋଇଲା ହୋ ପ୍ରେତକାର୍ଯ୍ୟ କରିବା
ଭୀଷ୍ମେ ବୋଇଲେ ଆଉ ବାରତାୟେ ଜାଣିବା ।୫୮।
ଦ୍ରିଯୋଧନ ବୋଇଲା ତୁମ୍ଭେ ହୋଇଲକି ବାଇ
ଯେ ସେ ନାଶଗଲା ସେକି ଜୀବନ୍ତେ ଆସଇ ।୫୯।
ଆସ୍ତାନେଣ ବସି ଭାଳନ୍ତି ଯୁଝେଷ୍ଟି ରାଜଦେବ
ଦଶଦିଶ ଅନ୍ଧାର ମୁଂ ଯିବି କେଉଣ ଠାବ ।୬୦।
ଆରେ ସହଦେବ ମୋତେ ୟେମନ୍ତ କୃତ୍ୟ କଲୁ
ଭୀମ ହାଥେଣ ଜାରା ମରିବ ବୋଲିଣ ବୋଇଲୁ ।୬୧।
ତୋହୋର ବଚନେ ମୁଂ ଗଲି ପ୍ରତିଆଶେ
ସୋଦରେ ବଧ ଗଲେ ବାବୁ ତୋହୋର ବିଶ୍ୱାସେ ।୬୨।
ତୁ ଯେବେ ବୋଲନ୍ତୁ ଜାରା ନୋହିବ ନିଧନ
କିଂପେ ପଠିଥାନ୍ତି ମୁହିଂ ଭୀମ ଅରଜୁନ ।୬୩।
ତୋହୋର ଚିତ୍ତ ମୋତେ ଅଭିନ୍ନ ଆତ୍ମା ବୋଲି
ଚିତ୍ତେ ତୋର ମାୟାବୋଲି ୟେବେ ସେ ଜାଣିଲି ।୬୪।
ସାବତମାତାର ପୁତ୍ର ଅଟସୁ ସହଦେବ
ତହିଂର ମାନକଲୁ ମୋତେ ୟେସନେକ ସଭାବ ।୬୫।
କର୍ମକଇଂ ଆଦରିଣ ଧର୍ମରାଜା ଯୁଝେଷ୍ଠି
ଅସାଷ୍ଟମ ହୋଇଣ ଦେବ ପଡିଲେ ମହୀଲୋଟି ।୬୬।
ଯୁଝେଷ୍ଠିଂକ ବଚନ ଶୁଣି ମାଦ୍ରୀଦେବୀର ନନ୍ଦନ
ହସିଣ ଉଠିଲା ସେ ସାନନ୍ଦ ପଞ୍ଚୁମନ ।୬୭।
ନକୁଳ ବୋଇଲା ଆରେ ହସିଲୁ କିସ ଅର୍ଥେ
ଆମ୍ଭେ କି ବ୍ରତିବାରେ ଭୀମ ଅର୍ଜୁନେ ନ ଦେଖନ୍ତେ ।୬୮।
ସହଦେବ ବୋଇଲା ସ୍ୱାମୀ ଶୁଣିମା ସାବଧାନେ
ଶକୁନିର କୂଟ କୁପଟ କିଂପା ତୁମ୍ଭେ ନ ବୁଝିଲ ମନେ ।୬୯।
ଜରାସନ୍ଧର ପୁରକୁ ଯେ ଗଲେ ଦେବହରି
ମଗଧ ଦେଶେ ପଶିଲେ ବ୍ରାହ୍ମଣ ରୂପ ଧରି ।୭୦।
ଜାରାର ନନ୍ଦନ ସହଦେବକୁ ପରୀକ୍ଷା ଦିଲେ
ଦିଜଦ୍ୱାରେ ଭୀମ ଠାକୁରେ ଭେରୀକି ନାଶ କଲେ ।୭୧।
ତିଜଦ୍ୱାରେ ଅର୍ଜୁନ ଠାକୁରେ ଛେଦିଲେ ଶିମୂଳି
ଚତୁର୍ଥଦ୍ୱାରେ ଗଧକୁ କଚାଡିଲେ ବନମାଳୀ ।୭୨।
ତଦନ୍ତରେ ପ୍ରବେଶ ହୋଇଲେ ଜରାସନ୍ଧର ଯାଗଶାଳେ
ଦାନ ମାଗିଲେ ଦେବ ସାଂଗ୍ରାମ କୂତୋହୋଳେ ।୭୩।
ମହାଯୁଦ୍ଧ କଲେ ଦେବ ଜରାସନ୍ଧର ତୁଲେ
ଭୀମସେନ ଠାକୁରେ ଜାରାକୁ ନାଶକଲେ ।୭୪।
ନାରାୟଣଂକ ବଚନେ ଭୀମସେନ କୋପାନଳ
ଧରିଣ ଜାରାକୁ ଚିରି କଲେ ବେନିଫାଳ ।୭୫।
ଜରାସନ୍ଧର ପୁତ୍ର ଯେ ସହଦେବ କୁମର
ମଗଧ ଦେଶରେ ତାକୁ କଲେଜ ଠାକୁର ।୭୬।
ଛାୟାଣୋଇଂ ସହସ୍ର ରାଜା ବନ୍ଦୀ ହୋଇଥିଲେ
ସମସ୍ତ ରାଜାମାନନ୍ତ ବନ୍ଦୀରୁ ମୁକତ କଲେ ।୭୭।
ସମସ୍ତ ନୃପତିଂକୁ କଲେ ନିମନ୍ତ୍ରଣ
ମଗଧ ଦେଶୁଂ ବାହାର ହୋଇଲେ ନାରାୟଣ ।୭୮।
ରାଜା ସହଦେବକୁ ବାହୁଡାଇ ଦିଲେ ଯୋଜନା ପଞ୍ଚଦଶେ
ୟେବେ ବିଜେ କରିଛନ୍ତି ଦେବ କାଶୀଶ୍ୱର ଦେଶେ ।୭୯।
କୂଟ କପଟ ମନ୍ତ୍ରୀ ଭିଆଇଲେ ୟେମନ୍ତ
ତାହାର ବଚନେ କପଟେ ପଶିଲା କୁରୁନାଥ ।୮୦।
ସହଦେବକଇଂ କୋଳଧରି ଧଇଲେ ଯୁଝେଷ୍ଠି
ସତସରୂପ ହୋଇବକି ବାବୁ ତୋହୋର ବାକ୍ୟଗୋଟି ।୮୧।
ସହଦେବ ବୋଇଲା ବାବୁ ଚାରିଦିନର ମଧ୍ୟେ
ହସ୍ତିନାୟେ ପ୍ରବେଶ ହୋଇବେ ଦେବ କହିଲଇଂ ମୁହିଂ ସାଧ୍ୟେ ।୮୨।
ସହଦେବର ବଚନେ ସ୍ୱାମୀ ଛାଡିଲେ ମନୁଂ ଭ୍ରାନ୍ତି
ଲୋକିତେ କର୍ମେ ପୁଣ ସମ୍ପ୍ରତେ ନ ଯାନ୍ତି ।୮୩।
ପ୍ରବେଶ ହୋଇଲେ ଯାଇଂ ନିଜ ଯେ ଭୁବନେ
ବ୍ୟଥା ନ ଫିଟାଇ ଯଦି ନ ଦେଖାଇ ନୟନେ ।୮୪।
ପୁରେଣ ରୋବନ୍ତି ଯେ କୋଇନ୍ତା ଦ୍ରୋପତୀ
ଆଉର ତିରୀମାନେ ବେଢି ଯେ ରୋଦନ କରନ୍ତି ।୮୫।
ସନ୍ନିଧେ ପ୍ରବେଶ ଯାଇଂ ହୋଇଲେ ଧର୍ମସୁତ
ଯୁଝେଷ୍ଠି ଦେବ ବୋଇଲେ କ୍ରୋଧ ଛାଡସି ଗୋ ମାତ ।୮୬।
ସହଦେବ କହିଲା ଗୋ ଅସମ୍ଭବ କଥା
ଜରାସନ୍ଧକୁ ବଧ କଲା ଗୋ ଭୀମ ବଳବନ୍ତା ।୮୭।
ସହଦେବ ବଚନେ ହୋଇଲେ ପରମ ଶାନ୍ତି
ଛାଡିଲେ ବିକଳ ଦେବୀ ଫିଟିଲା ମହାଭ୍ରାନ୍ତି ।୮୮।
ଆରଦିନ ମାନ ଗୋବିନ୍ଦ ବିଜୟେ ଆସ୍ତାନେ
ପରରାଷ୍ଟ ବାରତା ଯେ କହନ୍ତି ଚାରଗଣେ ।୮୯।
ଶୁଣିମା ସାବଧାନେ ଦେବ ମଗଧ ଦେଶର ବାରତା
ଜାରାକୁ ବଧକଲା ଦେବ ଭୀମସେନ ବଳବନ୍ତା ।୯୦।
ବନ୍ଦୀ ମୁକୁଳ କଲେ ରାଜାଗଣମାନଂକୁ
ଅବଧାନେ ପାଟଦିଲେ ସହଦେବ କୁମରକୁ ।୯୧।
କାଶୀଦେଶେ ପ୍ରବେଶ ହୋଇଲେ ସେହୁ ଆସି
ପୁରେ ପୁରେ ଉଚ୍ଛବ କରନ୍ତି ହୃଷିକେଶି ।୯୨।
ଶୁଣିଣ ସାନନ୍ଦ ଯେ ହୋଇଲେ ଭୀଷ୍ମ ଦ୍ରୋଣେ
ପୁରେ ପୁରେ ଉଚ୍ଛବ ଯେ କରାଅ ୟେହିକ୍ଷଣେ ।୯୩।
ଶୁଣିଣ ଦ୍ରିଯୋଧନ ଯେ ଲୋକିତେ ସାନନ୍ଦ
ହୃଦଗତେ ବିଚାରଇ ରାଜା ମାନଗୋବିନ୍ଦ ।୯୪।
ପୁଣିହିଂ ବାରତାୟେ ଆସି ହୋଇଲା ଆରଦିନ
ସୁଲଭ ବାରତା ଯେ କହନ୍ତି ଘନ ଘନ ।୯୫।
ସହଦେବକୁ ରାଜ୍ୟ ଦେଇ ରାଜାନ୍ତ ନିମନ୍ତି
ମଗଧ ରାଜ୍ୟ କଲେ ସହଦେବ ନୃପତି ।୯୬।
ଗୋବିନ୍ଦେ ବୋଇଲେ ଥାଅସି ନିଚିନ୍ତେ
ପଛିମଦିଗ ରାଜାନ୍ତ ଘେନି ଯିବୁଟି ଦୂତ ଆସନ୍ତେ ।୯୭।
କୁମ୍ଭମାସ କୃଷ୍ଣପକ୍ଷ ଚଉଠିର ଦିନ
ଚନ୍ଦ୍ରବାର ନକ୍ଷତ୍ର ଅଟଇ ଉତ୍ତର ଭୋଦୁ ମୀନ ।୯୮।
ତଇତିଳ ନାମେ କରଣ ସାଧ୍ୟ ନାମେ ଯୋଗ
ରୋହିଣୀ ବୃଷକୁ ଚନ୍ଦ୍ର ଦଶମରେ ଭୋଗ ।୯୯।
ତିଥିବାର ନକ୍ଷତ୍ର ଯୋଗ ଲଗ୍ନ ବିଚାରି
ମଘଦେଶୁଂ ବାହାର ମଙ୍ଗଳ ସୀଉକରି ।୧୦୦।
ଅମୃତ ବେଳେ ଯେ ଯୋଗଲଗ୍ନ ଘେନି
ମଗଧ ଦେଶୁଂ ବାହାର ହୋଇଲେ କୃଷ୍ଣ ଭୀମ ଫାଲଗୁନି ।୧୦୧।
ସମଦଣ୍ଡ ଘେନିଣ ନୃପତି ସହଦେବ
ସୁବର୍ଣ୍ଣ ରଥେ ବିଜୟେ କଲେ ବାସୁଦେବ ।୧୦୨।
ଭୀମ ଅର୍ଜୁନ ଯେ କନେକ ରଥ ଆରୋହୀ
ତିନି ସହସ୍ର ପାଟଛତ୍ର ସନ୍ନିଧ୍ୟେ ଉଭାଇ ।୧୦୩।
ତିନି ସହସ୍ର ରଥ ପାଞ୍ଚସହସ୍ର ହାଥୀ
ପାଞ୍ଚଲକ୍ଷ ତୁରଙ୍ଗମ ଯେ ତିନିକ୍ଷଉଣୀ ପାଦାନ୍ତି ।୧୦୪।
ୟେତେକ ସନ୍ୟ ଦିଲେ ଯେ ସହଦେବ ନୃପତି
ପଞ୍ଚଦଶ ଯୋଜନୁଂ ବାହୁଡାଇ ଦିଲେକ ଶ୍ରୀପତି ।୧୦୫।
ରାଜାମାନେ ଗୋଡାଇ ଅଛନ୍ତି ସମସ୍ତେ
ଲେଉଟି ଚାହିଂଲେ ପ୍ରଭୁ ଦେବ ଜଗନ୍ନାଥେ ।୧୦୬।
ଯେ ଯାହା ରାଜ୍ୟେ ରୁହାଇଲେ ରାଜାମାନଂକୁ
ଅନେକ ଦେଖା ଦରଶନି ଦିଲେ ଭୀମସେନ ଠାକୁରଂକୁ ।୧୦୭।
ଦେଖା ଦରଶନି ଯେ ବହୁ ପାଣିଦ୍ରବ୍ୟମାନ
ତିନିଲକ୍ଷେ ରଥେ ଧନ ପୂରୋଇଲେ ହୋଇଲା ସମ୍ପୁର୍ଣ୍ଣ ।୧୦୮।
ମୁଣୋହି ଯୋଗାତମାନନ୍ତ କରନ୍ତି ରାଜାମାନେ
ଆସନ୍ତି ଶ୍ରୀଜଗମୋହନ ଉତ୍ସବ ବିଧାନେ ।୧୦୯।
ଅନେକ ସମ୍ଭର୍ବ ତହିଂ କହିତେକି ପାରି
ପଛିମ ସୋମନାଥେ ବିଜୟେ ଦେବହରି ।୧୧୦।
ନିତ୍ୟକର୍ମ ସାରିଣ ବିଜୟେ ଶିବଆଳେ
କରନ୍ତି ସ୍ତୁତି ଦେବ ପ୍ରଭାତର କାଳେ ।୧୧୧।
ବୃଷଭ ପିଠିରେ ଯେ ବିଜୟେ ସଦାନନ୍ଦ
ପ୍ରଣପତ୍ୟ ହୋଇଣ ଯେ ଶୁତିଲେ ଗୋବିନ୍ଦ ।୧୧୨।
ଭୀମ ଅର୍ଜୁନ ଦୁହେଂ ଯେ ବିନୟ ଭଗତ
ଦେଖିଣ ସାନନ୍ଦ ସ୍ୱାମୀ ହୋଇଲେ ବିଶ୍ୱନାଥ ।୧୧୩।
ବ୍ରିକୋଦର ଶରୀର ସଦାଶିବ ଆଉଂସି
ଅନେକ ରତ୍ନ ଆଭରଣ କଲେକ ଦେବ କାଶୀ ।୧୧୪।
ଭୀମସେନକୁ ପୁରୁଷାର୍ଥ ଦେବ କରନ୍ତି ଅନେକ
ସାଧୁ ସାଧୁ ମାରୁତି ତୁହି ସେ କ୍ଷତ୍ରୀ ୟେକ ।୧୧୫।
ଅନେକ ଭୁବନ ଧଂସିଲା ପୋତିଲା ଅନେକ ତୀର୍ଥ
ତପୀଜନମାନନ୍ତ ନାଶ କଲା ସମସ୍ତ ।୧୧୬।
ତୁ ସେ ଉଶ୍ୱାସିଲୁ ମେଦିନୀର ଭାରା
ଧନ୍ୟ ଧନ୍ୟ ମାରୁତି ରେ କ୍ଷତ୍ରୀ ମହାବୀରା ।୧୧୭।
ରାଜୁସିଯାଗ ଯେ ୟେବେ କରାଅ ଦେବହରି
ଉତ୍ତର ଆକାଶ ଦିଗେ ଅର୍ଜୁନ ନିମନ୍ତ୍ରଣ କରି ।୧୧୮।
ଅର୍ଜୁନ ନିମନ୍ତ୍ରଣ କରିବଟି ଆକାଶ ପୁରୀ ।୧୧୯।
ଆମ୍ଭେହେଂ ଯିବୁଟି ରାଜୁସି ଯାଗକୁ
ବ୍ରହ୍ମାଇନ୍ଦ୍ର ଆଦିକରି ଆସିବେ ହସ୍ତିନାକୁ ।୧୨୦।
ଯେତେ ଧନ ଲାଗଇଟି ରାଜୁସି ଯାଗକୁ
ଦେବ ଭଣ୍ଡାର ଫେଡିବାକୁ ଆମ୍ଭେ କହିଂବୁ କୁବେରକୁ ।୧୨୧।
ଅନେକ ପ୍ରସଂସା କଲେଟି ବିଶ୍ୱେଶ୍ୱର
ଅର୍ଜୁନ ବୋଇଲା ସ୍ୱାମୀ ତୋହୋର ପ୍ରସାଦେ ନାଶିଲୁ ମଗଧେଶ୍ୱର ।୧୨୨।
ଅନେକ ସୁଲଭ ଯେ କରନ୍ତି ପରମଯୋଗୀ
ଶୁଣିଣ ସାନନ୍ଦ ଦେବ ଯେ ଶ୍ରୀରଙ୍ଗୀ ।୧୨୩।
ତହୁଂ ଚଳିଗଲେ ହରଷେ ଦେବ ଯେ ମୁରାରି
ପାରିଦଣ୍ଡ ରାଜାମାନେ ସେଠାରୁ ସମସ୍ତେ ବାହୁଡି ।୧୨୪।
ତେଣେ ସହଦେବ ଯୁଝେଷ୍ଠିଂକି ବୋଇଲା ଦେବ ଶୁଣିମା ସାବଧାନେ
ପଛିମ ସୋମନାଥେ ବିଜୟେ ଦେବ ଜନାର୍ଦ୍ଦନ ।୧୨୫।
ଅନେକ ସମ୍ଭର୍ବେ ଦେବ ଆସନ୍ତି ତିନିଜଣ
ରାଜୁସିଯାଗ ସରିକି ଦେବ ଆଣୁଛନ୍ତି ଧନ ।୧୨୬।
ଶୁଣିଣ ସାନନ୍ଦ ହେଲେ ଧର୍ମରାଜ ଯୁଝେଷ୍ଠି
ନକୁଳ ସହଦେବ ରେ ତୁମ୍ଭେ ଯାଅସି ପାଛୋଟି ।୧୨୭।
ସମଦଣ୍ଡ ଘେନିଣ ବିଜୟେ କୁରୁପତି
ପୁରେ ପୁରେ ଉଚ୍ଛବ କରାନ୍ତି ସେ ମାନଚକ୍ରବର୍ତ୍ତୀ ।୧୨୮।
ଆହୋ ମନୁରାୟେ ଭୀମ ଅରଜୁନଂକୁ ସଙ୍ଗେ ଘେନିଣ ଦେବ ଜଗଭୂତ
ହସ୍ତିନା ସନ୍ନଧ୍ୟେ ଆସି ବିଜେ ବରୁଣାବନ୍ତ ଯେ ପର୍ବତ ।୧୨୯।
ଅନେକ ସମ୍ଭର ହୋଇ ରାଜା ଧୃତରାଷ୍ଟି
ସମଦଣ୍ଡ ଘେନି ରାୟେ ଆସଇ ପାଛୋଟି ।୧୩୦।
ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକି
କହସି ମହାତମା ମୋତେ ଅମୃତ ରସ ବାକି ।୧୩୧।
ଯୁଦ୍ଧରେ ଅପ୍ରମିତ ହୋଇଲା ଭୀମସେନ ମହାବୀରା
ପଚାରନ୍ତି କୁରୁବୀରେ କାହାର ହାଥେ ବଧ ହେଲା ଜାରା ।୧୩୨।
ଓହୋବଳ ଥାଠ ଯହୁଂ ହୋଇଲେ ୟେକ ଭେଟ
ଭୀଷ୍ମ ଦ୍ରୋଣ ପ୍ରବେଶିଲେ ବାସୁଦେବଂକ ନିକଟ ।୧୩୩।
ରଥରୁ ଓହ୍ଲାଇ ଦ୍ରୋଣ କୃପ ଗାଙ୍ଗବେ
ନାରାୟଣଂକ ପଦ୍ମପାଦେ ବିନୟ ଭଗତିଭାବେ ।୧୩୪।
ଭୀମ ଅର୍ଜୁନ ଭୀଷ୍ମ ଦ୍ରୋଣଂକୁ ନମସ୍କାର କରି
କୁଶଳ ବାରତା ଯେ ପୁଛନ୍ତି ଅନୁସରି ।୧୩୫।
ସଂଜୟେ କହିଲେ ହୋ ଶୁଣିମା ଧୃତରାଷ୍ଟେ
ଭୀମ ଅର୍ଜୁନକୁ ଘେନି ହରି ବିଜୟ କଲେନି ନିକଟେ ।୧୩୬।
ୟେ ମର୍ତ୍ତ୍ୟ ଭୁବନକୁ ଅଗୋଚର ଭୀମସେନର ମହିମା
ପ୍ରତକ୍ଷେ ବିଜେକଲେ କି ରୁଦ୍ର ଇନ୍ଦ୍ର ବ୍ରହ୍ମା ।୧୩୭।
କ୍ଷୀରୋଦ୍ର ମଛନେ ଯେହ୍ନେ ଦିଗପାଳ ତିନି
ତେହ୍ନେକ ସରୂପ ଦିଶନ୍ତି କୃଷ୍ଣ ଭୀମ ଫାଲଗୁନି ।୧୩୮।
ଜାରାକୁ ବଧ କରି ଆଣିଲେ ଅନେକ ଧନ
ରାଜୁସିଯାଗ ସରିକି ହୋଇବାକ ସମ୍ପୂର୍ଣ୍ଣ ।୧୩୯।
ଧୃତରାଷ୍ଟ ବୋଇଲେ ୟେ ବଡ ଅସଂକ୍ଷେପ କଥା
ଜରାସନ୍ଧ ବୋଲି ଦେବ ବଡାଇ ବଳବନ୍ତା ।୧୪୦।
ଭୀମ ଅର୍ଜୁନ ପ୍ରବେଶ ଧୃତରାଷ୍ଟଂକର ଅଗ୍ରତେ
ସନ୍ନଧ୍ୟେ ପ୍ରଣିପତ୍ୟ ହୋଇଲେ ବେନିଭ୍ରାଥେ ।୧୪୧।
ଧୃତରାଷ୍ଟ କୋଳକଲେ ବେନି ଯେ ପୁତ୍ରଂକୁ
ଜାନୁ ଉପରେ ଆଣି ବସାଇଲେ ଭୀମ ଅର୍ଜୁନକୁ ।୧୪୨।
ବାବୁ ଅହିବ୍ରତେ ସିଂଘାର ଯାହାର ପରାକ୍ରମ
ତୁ ତାହାକୁ କେସନକେ ନାଶ କଲୁ ଭୀମ ।୧୪୩।
ଭୀମସେନ ବୋଇଲା ଦେବ ଆରୋପିଥିଲି ଯଗ୍ୟଂ
ପଞ୍ଚଦେଶ ଦିବସ ଉପବାସ ଅନ୍ନ ପରିତ୍ୟାଗ ।୧୪୪।
ଶରୀର କ୍ଷୀଣ ତାର କିସ ଯୁଦ୍ଧକରି
ବେନିଫାଳ କରି ଦେବ ପକାଇଲି ଚିରି ।୧୪୫।
ବ୍ୟାସନ୍ତ ପଚାରିଲେ ନୃପତି ଧୃତରାଷ୍ଟେ
ଜାରାସନ୍ଧକୁ ସାଂଗ୍ରାମେ କିଂପେ ଘୁଞ୍ଚିଲେ ରାମକୃଷ୍ଣେ ।୧୪୬।
ଭୀମ ତ ଚିରିଲା ତାକୁ ବେନିଫାଳ କରି
ଶୁଣିଣ ବଡ ଆଶ୍ରିଜ ମୁଂ ହୋଇଲି ବ୍ରହ୍ମଚାରୀ ।୧୪୭।