ଶିବ ରାଜା ଓ ଅମ୍ବର ରାଜାଙ୍କୁ ନିମନ୍ତ୍ରଣ — ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିନଇଋତ କୋଣେ ଅଛି ରାଜା ୟେକ ପୁଣ୍ଡରୀକ ଚକ୍ରପାଣି ।୨୨।
କରବୀର ଦେଶର ସେ ଅଟଇ ଆଧିପତି
ବଡାଇ ପ୍ରତାପୀ ରାଜା ଅଟଇ ଚକ୍ରବ୍ରତୀ ।୨୩।
ସୁବର୍ଣ୍ଣର ଶଗଡିୟେ କରିଣ ନିର୍ମିତ
କାଠର ଗରୁଡେ ଦେବ ସାଜିଥାଇ ଅନୁବ୍ରତ ।୨୪।
ଦିଗବିଜେ କରଇ କାଠ ଗରୁଡେକ ଚଢିକରି
କାଠର ବେନିଭୁଜ ଲଗାଇଥାୟେ ଶଙ୍ଖ ଚକ୍ର ଗଦା ଧରି ।୨୫।
ଗାଣ୍ଡିମ ସାଦ୍ରିଶେ ଧନୁୟେକ ଧରିଥାଇ କରେ
ବାସୁଦେବକଇଂ ନିନ୍ଦଇ ସେ ଦୁଷ୍ଟ ପ୍ରକୃତିରେ ।୨୬।
ଦୁତୀକୃଷ୍ଣ ରୂପ ଧରି ଦିଗବିଜୟେ କରଇ ସେ ପୃଥୀ
ବଡାଇ ଅଚାର୍ଗଳ ସେ ପଚ୍ଛିମ ଚକ୍ରବ୍ରତୀ ।୨୭।
ଦୃଭାର ରାଇଜେଶ୍ୱର ସେ ଅଟଇ ଦୁଷ୍ଟ ବୀରା
ରାଜାଂକର ମଧ୍ୟେ ସେ ଅଟଇ ବଳବନ୍ତା ଅନର୍ଗଳା ।୨୮।
ଜରାସନ୍ଧ ପୁତ୍ରକଇଂ ସେ ଦେଇଛି ଦୁହିତା
ତେଣୁକରି ସାଂଗ୍ରାମେ ସେ ତାହାକଇଂ ନ କରଇ ଗଣିତା ।୨୯।
ତାହା ଶୁଣି ମାରୁତି ଯେ ମନେ କଲା ରୋଷ
ନିଶମୋଡି ଗଦା ଡିଆଂଇଲା ପବନର ଶିଷ ।୩୦।
ବର୍ଣ୍ଣ ଚିହ୍ନ ସେହୁ ବହଇ ସ୍ୱାମୀର ମୋହୋର
ଶଙ୍ଖ ଚକ୍ର ଗଦା ଗାଣ୍ଡିମ ଯେ ବହେ ଚଉକର ।୩୧।
ଦେଖିବା କେମନ୍ତେ ସେହୁ କେତେ ସାମରଥ
ସାରଥିକି ବୋଇଲା ତୁ ବେଗେ ବାହା ମୋର ରଥ ।୩୨।
ମରୂତ ସାରଥି ତାର ବଚନ ଅବଧାରି
ୟେବେ ଶିବପୁର ରାଜା ଉପର ଯିବା ନିମନ୍ତ୍ରଣ କରି ।୩୩।
ବିଡୋଳାକ୍ଷ ପର୍ବତୁଂ ଓହ୍ଲାଇଲା ମାରୁତି
ଅଶ୍ୱକ ଦେଶେ ପ୍ରବେଶ ହୋଇଲା ନିଶାରାତି ।୩୪।
ଦେଶାଉରଗଣ ଯାଇଂ କହିଲେ ଶିବରାଜାର ଅଗ୍ରତେ
ସ୍ୱାମୀ ଭୀମସେନ ଠାକୁରେ ପଶିଲେ ତୋର ରାଜ୍ୟେ ୟେକ ରଥେ ।୩୫।
ଶୁଣିଣ ସାନନ୍ଦ ଯେ ଅଶ୍ୱଦେଶ ଅଧିକାରୀ
ପାୟେଡା ପାଡ଼ ବୋଲିଣ ବୋଇଲା ଆଗ୍ୟାଂ ଅବଧାରି ।୩୬।
ରାଜାର ଆଗ୍ୟାଂୟେ ସେ ଧାଇଂଲେ ପାତ୍ରମନ୍ତ୍ରୀ
ଅନେକ ଦିହୁଡି ହୁଳା ଯେ ଲଗାଇ ନିଶାରାତି ।୩୭।
ଦେବାଙ୍ଗ ବସନ ନେଇ ପାୟେଡା ପାଡିଲେକ ଭୂମି
ବେନିହାଥେ ଚାମର ଧରିଣ ପାଦେ ଚାଲଇ ଶିବରାଜା ସ୍ୱାମୀ ।୩୮।
ମଳୟା ବସନ୍ତା ବୋଲି ତାହାର ବେନି ଯେ ଭାରିଯା
ସହସ୍ରେକ ଭାର ପାଣିଦ୍ରବ୍ୟ ଘେନି ଆସଇ ମହାରାଜା ।୩୯।
ପବନର ନନ୍ଦନ ଯେ ଅବକାଶେ ବିଜୟେ
ତିନି ଅହିବ୍ରତ ହୁଳା ଜଳଇ ଦିବସର ପ୍ରାୟେ ।୪୦।
ଶିବ ନୃପତି ତାହାକଇଂ ଦେଖିଲାକ ଦୂରୁଂ
ତ୍ରିପଣ୍ଡ ଝାଳ ଗଳଇ ରାଜାର ନିଉଛାଳି କରୁ କରୁ ।୪୧।
ସନିଧ୍ୟରେ ପ୍ରବେଶ ଯାଇଂ ହୋଇଲା ରାଜେଶ୍ୱର
ଉଠ ଉଠ ହୋ ମହାରାଜା ବୋଲି ବୋଇଲେ ବ୍ରିକୋଦର ।୪୨।
ଦେଖା ଦରଶନି ଧନ ଦିଲା ଚାରି ଅହିବ୍ରତେକ ବାଜୀ
ଶୁଦ୍ଧ ସୁବର୍ଣ୍ଣ ସ୍ପଟିକ ପ୍ରାୟେ ସବୁ ଦିଶନ୍ତି ପବନୁଂ ବେଗ ତେଜି ।୪୩।
ଚାରି ଅହିବ୍ରତେକ ଭାର ଥୋଇଲା ପାଣିଦ୍ରବ୍ୟ
ମଳୟା ବସନ୍ତା ବେନି ଭାରିଯାନ୍ତ ଘେନି ପ୍ରଣପତ୍ୟ ହୋଇ
ଶୁତିଲା ରାୟେ ଶିବ ।୪୪।
ଉଠ ଉଠ ନୃପତି ବୋଲି ଆଗ୍ୟାଂ ଅବଧାରି
ଯେ ମନେ ବାଞ୍ଛା ପରାପତ ହୋଉ ଯେ ତୋହୋରି ।୪୫।
କାଳୀଞ୍ଜନ ପଢିହାରୀ ଯାଇ ରାଜାକଇଂ କୋଳକଲେ
ଉଠ ଉଠ ହୋ ଶିବରାଜା ତୁମ୍ଭଂକୁ ଭୀମସେନ ଠାକୁରେ
ଆଗ୍ୟାଂ ଦିଲେ ।୪୬।
ଆଗ୍ୟାଂ ପ୍ରମାଣେଣ ଉଠିଲା ଶିବ ନୃପତି
ବେନିକର ମଥାରେ ଦେଇ କରଇ ଅନେକ ସ୍ତୁତି ।୪୭।
ରଥରୁ ଓହ୍ଲାଇ କରି ପବନର ବାଳ
ଶ୍ରୀଭୁଜେ ଭୀମସେନ ଶିବ ନୃପତିକୁ ଧରି କଲେ କୋଳ ।୪୮।
ନିମନ୍ତ୍ରଣ ଯୋଗାଡ଼ ନେଇ ଦିଲେକ ଶ୍ରୀହସ୍ତେ
ବିନୟ ହୋଇ ରାଜା ନିବେଶିଲାକ ମାଥେ ।୪୯।
ଆହୋ ଶିବରାଜ ତୋହୋର ଯେତେକ ସଇନି
ଇନ୍ଦ୍ରପ୍ରଶସ୍ତକୁ ଚଳିଯାଅ ଅନକୂଳ ଘେନି ।୫୦।
ରାଜୁସି ଯାଗ ଯେ ହୋଇବ ମହାସଭା
ଯୁଝେଷ୍ଠିଦେବଂକର ପୟରେ ଯାଇଂ କର ସେବା ।୫୧।
ଦେଖା ଦରଶନି ଧନ ଯେତେକ ଆଣିଲୁ ମୋହୋର ଛାମୁକୁ
ୟେ ମୋହୋର ଦିଲା ବୋଲି କହିବୁ ଶ୍ରୀ ଜଗନ୍ନାଥ ଦେବଂକୁ ।୫୨।
ଅନେକ ଭଗତି ଯେ ହୋଇଲା ଶିବରାଜା
ବହୁତ ଭଗତି ହୋଇ ଭୀମସେନର ଚରଣେ କରଇ ଦିବ୍ୟପୂଜା ।୫୩।
ସ୍ୱାମୀ ଅନଗୃହ ନାଥ ମୋହୋର ପୁରେ ଆଜକ ରହିବା
ରାଜ୍ୟ ମୋହୋର ସୁଲଭ ହୋଇବ ମୁଣୋହି କରିବା ।୫୪।
ଭୀମସେନ ବୋଇଲା ୟେବେ ପ୍ରସର ହୋଇଲା ରାତି
ଅନେକ ଦେଶ ରାଜାନ୍ତ ମୁହିଂ ଯିବଇ ନିମନ୍ତ୍ରି ।୫୫।
ଭୋଜନକୁ ଚିନ୍ତା କିହୋ ହୁଅଇ ୟେତେବେଳହୁଂ
ନାରାୟଣଂକ ଆଗ୍ୟାଂୟେ ଯିବି ରହିବି ଆର କାହୁଂ ।୫୬।
ଦୁଇ ଉଣା ପଞ୍ଚାଶ ସହସ୍ର ରାଜା ନିମନ୍ତ୍ରିବି ନଉ ଦିବସେ
ବାହୁଡି ଯାଇ ପ୍ରବେଶ ହୋଇବି ମକର ଯେ ମାସେ ।୫୭।
ୟେହି ନିରାଧାର ଆଗ୍ୟାଂ ମୋତେ ଦେଇଛନ୍ତି ଗୋବିନ୍ଦି
ନଉ ଦିବସୁଂ ଅଧିକ ହୋଇଲେ ପକାଇବେ ଶିରଚ୍ଛେଦୀ ।୫୮।
ମୁଣୋହିକି କଟାଳ ତୁ ନ କର ମହାରାଜା
ସମଦଣ୍ଡ ଘେନି ବାବୁ ତୁ ବହନ ହୋଇ ଯା ଯା ।୫୯।
ନିରାଧାର ଆଗ୍ୟାଂ ଯହୁଂ ଦିଲେ ମହାରାଣେ
ଶିବରାଜା ବାହାର ହୋଇଲା ଭୀମସେନର ଆଗ୍ୟାଂ ପରମାଣେ ।୬୦।
ଆହୋ ଶିବରାଜା ତୁ ଉତ୍ତର କୋଣ ମାଡି ଯିବୁ
ମତ୍ସ୍ୟଦେଶ ରାଜା ବିରାଟକୁ ତୁ ସଙ୍ଗେ ଘେନିଯିବୁ ।୬୧।
ବିରାଟ ପଣ୍ଡିତ ରାଜା କୀଚକ ମନ୍ଦବୁଦ୍ଧି
ବହନ ଦଣ୍ଡ ଘେନିଯାଉ ନାଶ ନ କରୁ ସମ୍ପ୍ରଧି ।୬୨।
ଶିବରାଜା ବୋଇଲେ ଦେବ ଆଗ୍ୟାଂ ପରମାଣେ
ମତ୍ସ୍ୟଦେଶରୁ ବିରାଟକୁ ଘେନିଯିବି ୟେହିକ୍ଷଣେ ।୬୩।
ବିରାଟର ପୁତ୍ର ନାମ ଉତ୍ତରକୁମାର
ମୋହୋର ଦୋହିତା ଦେଇଅଛି ସେ ଜୁଆଇଂ ମୋହୋର ।୬୪।
ଯଦ୍ୟପି ବିରାଟରାଜା ମୋହୋର ଅଟଇ ସମୁଧି
ସ୍ୱାମୀର ଆଗ୍ୟାଂ ପ୍ରମାଣେ ସେହି ବାଟେ ବିରାଟକୁ ନେଇ ପାରଇ ବାନ୍ଧି ।୬୫।
ଭୀମସେନ ଚରଣେ ଓଳଗ ମେଲାଇ
ଶିବରାଜା ଉତ୍ତର ମୁଖେ ଥାଠ ଯେ ଚଳାଇ ।୬୬।
ପଞ୍ଚାଶ ସହସ୍ର ରାଜାର ଯେ ମୁକୁଟବନ୍ଧା ଯୋଦ୍ଧା
ବିଦ୍ୟାଧର ପ୍ରାୟେକ ସର୍ବେ ଦିଶନ୍ତି ସର୍ବସିଦ୍ଧା ।୬୭-୩୬୨୯।
ଭୀମଙ୍କର ପୁଣ୍ଡରୀକ ବାସୁଦେବ ରାଜା ସହ ଯୁଦ୍ଧ ଓ ତାହାର ବନ୍ଧନ
ଭୀମସେନ ଚଳଇ ନଇଋତ କୋଣ ମୃତ୍ତିକରବୀର ପୁରକୁ ସମଦଣ୍ଡ ଘେନି ଚଳଇ ମାରୁତି ।୧।କଉଶିକ ବୋଲିକରି ୟେକଇଂ ନଦୀ ଗୋଟିନଇରୁତ ମେଖଳୁଂ ସେ ଯମୁନାଧାରେ ଫୁଟି ।୨।ଦକ୍ଷିଣ ସାଗରେ ଯାଇଂ ହୋଇଲା ସଙ୍ଗମସେ ନଦୀର କୂଳେ ଯାଇଂ ବିଜୟେ ବୀର ଭୀମ ।୩।ବାଜଇ ବୀରତୂର ଟମକ ନିଶାଣମେଦିନୀ ହେଳ ଘେନଇ ତ୍ରାସିଲେ ସୁରଗଣ ।୪।ପ୍ରାତକାଳେ ସଇନି ନିତ୍ୟକର୍ମ ସାରିଲେ ନଦୀର ତୀରେମୁନେହିଂ ଯାଇଂ ଜଣାଇଲା ପୁଣ୍ଡରୀକ ବାସୁଦେବ ଛାମୁରେ ।୫।ଶୁଣ ଦେବ ସାବଧାନେ କରବୀର ଅଧିକାରୀକେଉଂଣ ଦେଶ ରାଜା ୟେ ଦଣ୍ଡ ଘେନି ଆସଇ ଦିଗବିଜେ କରି ।୬।ରଥ ଗଜ ଅଶ୍ୱ ସନ୍ୟ ତାର ଅଳପ ପାଦାନ୍ତିମହା ବଳବନ୍ତା ସେ ଯେ ଅଟଇ ମହାଛତ୍ରୀ ।୭।କୃତାନ୍ତେକ ମୃତ୍ତି ଦେବ ନାଶକର ଦର୍ପଭଞ୍ଜାପଚ୍ଛିମ ଦିଗ ବରଣ ରାଜାଂକ ଦର୍ପ ଗଞ୍ଜା ।୮।ଅସଂଖ୍ୟ ମହିମାଂ ଦେବ ନ ସରଇ କହନ୍ତେବହୁତ ଦେଶ ସାଧ୍ୟକଲା ସେ ୟେକା ରଥେ ।୯।ବିଚାରି କାର୍ଯ୍ୟକର ବାବୁ ପରମାନନ୍ଦ ରିପୁକରବୀର ଚକ୍ରବ୍ରତୀ ପଚ୍ଛିମ ଆଧିପୁ ।୧୦।ଡଗର ମୁଖୁଂ ବାରତ ପାଇ ପୁଣ୍ଡରୀକମନ୍ଦପାଳ ମନ୍ତ୍ରୀର ସେ ଚାହିଂଲାକ ମୁଖ ।୧୧।ଜାଣୁ କି ହୋ ମନ୍ତ୍ରୀ ତୁ ସେ କେଉଂଣ ଦେଶ ଥାଠପଚ୍ଛିମ କୋଶଳେ ତ ଅଭୟ ମୋର ରାଷ୍ଟ ।୧୨।ରାଜାର ବଚନେ ସେ ବାହାର ଅମନତ୍ୟେଆଗ୍ୟାଂ ଦିଲାକ ଯେ ସେନାପତି ସୋମଦତ୍ତେ ।୧୩।ସାଜ ହୋ ରଥ ଗଜ ଅଶ୍ୱ ପାଦାନ୍ତି ପାରିଦଣ୍ଡଓଗାଳ ରେ ପରରାଷ୍ଟ ନ ପଶୁ ଦୁରୁଦଣ୍ଡ ।୧୪।ରାଜାର ଆଗ୍ୟାଂୟେ ବାହାର ସକଳ ସେନାପତିମଣ୍ଡନ୍ତି ରଥ ଗଜ ଅଶ୍ୱ ସାଜନ୍ତି ପାଦାନ୍ତି ।୧୫।ହୀରା ନୀଳା ପୋୟେକା ମାଣିକ୍ୟ ବଇଡୁର୍ଯ୍ୟଉଦୟେ ପ୍ରତିକ୍ଷଣ ପ୍ରାୟେ ଦିଶନ୍ତି ଦେବରାଜ ।୧୬।ପ୍ରବାଳ ତେଜ ପ୍ରାୟେ ଦିଶନ୍ତି ଯେ ରଥେଝଲକନ୍ତି ଲାଂକିୟା ଗୁରୁଜ ଅସିପତ୍ର କୁନ୍ତେ ।୧୭।ରେ ରେ କାର ଶବଦେ ପଡ଼ଇ ମହାବୋବିମୟେଂଷା ଯୁଦ୍ଧ କାଳେ ଯେହ୍ନେ ଡାକନ୍ତି ଭଇରୋବୀ ।୧୮।ୟେକାଦଶ ମର୍ଭୁତ ରଥ ବାଇଶ ମର୍ଭୁତ ହାଥୀଦଶ ମେବଚ୍ଛ ଅଶ୍ୱ ତିନି କ୍ଷଉଣୀ ପାଦାନ୍ତି ।୧୯।ପାଟଛତ୍ର ଆଲମ୍ବ ୟେକଲକ୍ଷୀ ଉଦଣ୍ଡସାଂଗ୍ରାମକୁ ବାହାର ହୋଇଲେ ଚାରିଶତ ପାରିଦଣ୍ଡ ।୨୦।ଭୀମସେନ ବିଜେ କରିଛନ୍ତି ନଦୀର ପୂର୍ବଆଡ଼େକରବୀର ସନ୍ୟ ଓଗାଳିଲେ ପଚ୍ଛିମ କଚ୍ଛାଡ଼େ ।୨୧।ଉଦେକ କରେ ଘେନି ଚାଂହିଲେ ଭୀମସେନଦେଖିଲେ ନଦୀର ତୀରେ ଗହଳ ଅନେକ ସନ୍ୟ ।୨୨।ରେ ରେ କାର କରିଣ ଯେ ଯୋଦ୍ଧାୟେ ଗରଜନ୍ତିଅଶ୍ୱନ୍ତ ଖେପାଇଣ ସେ କୋପେଣ ତରଜନ୍ତି ।୨୩।ଖତାଇ ହୋଇ ନାଚନ୍ତି ମତୁଆଳ ନାଟରାଗେଣ ବ୍ରିକୋଦରର କମ୍ପଇ ମୁକୁଟ ।୨୪।ଉଦେକ ପକାଇଣ ସେ ଧଇଲା ଗଦା ବେନିନଦୀ ଭିତରକୁ ଡେଇଂ ପଡ଼ିଲା ପାବେନି ।୨୫।ସେ ନଦୀର ଗଭୀର ଯେ ଅଟଇ ତିନିତାଳପଶନ୍ତେଣ ମାରୁତି ତହିଂ ହୋଇଲାକ ଥଳ ।୨୬।ପୁଣ୍ଡରୀକ ବାସୁଦେବର ଯେତେକ ଥିଲେ ସେନାଯୋଧୀନଦୀକୂଳେ ଥାଇ ଭୀମସେନକଇଂ ଶର ବିନ୍ଧି ।୨୭।ବରଷା ଋତୁରେ ଯେହ୍ନେ ବରଷନ୍ତି ଦେବରାଜେଗଗନୁଂ ଜଳଧାର ପ୍ରାୟେ ହୋଇ ପଡ଼ନ୍ତି ନାରାଜେ ।୨୮।ନଦୀ ପୂରିଲା ଯେ ନାରାଜ ଘୋର ବୃଷ୍ଟିଅଭେଦ ଶରୀରେ ଭୀମସେନର ଶର ଗୋଟିୟେ ନ ଫୁଟି ।୨୯।ନଦୀରୁ ଡେଇଂ ସେ ଉଠିଲା ଗଳଗାଜିକରବୀର ସଇନି ପଳାଇଲେ ସର୍ବେ ଭାଞ୍ଜି ।୩୦।କାଳଚକ୍ର ନୟନେ ସେ ଚାହିଂଲା ବ୍ରିକୋଦରତ୍ରାସେ ଭାଜିଲେ ସଇନି କେହି ନ ରହିଲେ ଛାମୁରେ ।୩୧।ୟେକା ମାରୁତି ରହିଅଛି ପଚ୍ଛିମ ନଦୀକୂଳେଭୀମସେନ ସନ୍ୟ ଡେଇଂ ପଡିଲେ ନଦୀ ଜଳେ ।୩୨।ଅଗାଦ ଜଳ ସେ ଯାଉଂଣ ହୋଇଲାକ ଥଳପଶିଣ ସଇନି ଯେ ମିଳିଲେ ନଦୀର ପଚ୍ଛିମ କୂଳ ।୩୩।ସାଂଗ୍ରାମେ ବ୍ରିକୋଦର ପଶିଲା ଯାଇଂ ୟେକାଅସମ୍ଭବ ସଇନିକି ତାର ମନେ ନାହିଂ ଶଂକା ।୩୪।ଶୂରବର ସୁନ୍ଦର ସେ ପାଣ୍ଡବ ମହାବଳୀରଥନ୍ତ ଧଇଲା ସେ ବାମଭୁଜେ ତୋଳି ।୩୫।ୟେକ ରଥ ଉପରେ ଆରେକ ରଥ ପିଟିଗଜ ଅଶ୍ୱ ପାଦାନ୍ତିୟେ ପଡ଼ିଲେ ମହୀଲୋଟି ।୩୬।ଯେସନେକେ ପୃଥୀରେ ଦିଶନ୍ତି କୃନ୍ତାତକ ପୁରୁଷେମନ୍ଦର ତୁଲ ଜାଣି ସେ ତାହାର ଶରୀର ପ୍ରକାଶେ ।୩୭।ଗିରିବରେ ପଡ଼ିଲେ ଯେହ୍ନେ ଉପୁଡ଼ି ପଡନ୍ତି ଶହସ୍ରେତୀଖମୁନା ଶହସ୍ରେ ସେହୁ ଅଟଇ ନିର୍ଭୟା ।୩୯।ମାଇଲା ସନ୍ୟ ତାର ଅନେକ ଗୋଡ଼ାଇଶରଣ ଫୁକାରନ୍ତି ମୁଖରେ ହାଥ ଲାଇ ।୪୦।ନିର୍ଭୟା ପାଣ୍ଡବ ସେ ପଶି ମନ୍ଥିଲାକ ରଣେଦଶ ସହସ୍ର ରଥୀ ସେ ମାଇଲା ୟେକଜଣେ ।୪୧।ଗଜ ଅଶ୍ୱ ପାଦାନ୍ତି ଯେ ନ ଯାଇ କଳଣସନ୍ୟକୁ ପାୟେଡ଼ା ପଡ଼ିଲା ଚଉଦ ଯୋଜନ ।୪୨।ପଳାଇ ସଇନି ଯାଇଂ କହିଲେ ରାଜାର ଅଗ୍ରତେସମ୍ଭାଳି କାର୍ଯକର ସ୍ୱାମୀ ଅପାଦ ପଡ଼ିଲାକ ତୋତେ ।୪୩।ଅନେକ ସଇନି ତୋର ମାଇଲା ୟେକାଜଣେସଞ୍ଚୟେ କୃତାନ୍ତେକ ଆସି ବିଜୟେ କଲା ରଣେ ।୪୪।ନଶନ୍ତ କାଳକୁ ଦେବ ବିପରୀତ ବୁଦ୍ଧିଅଦୋଷେ ହରାଇଲୁ ଦେବ ୟେଡେକ ସମ୍ପ୍ରଧି ।୪୫।ଧାର୍ମିକ ବିବେକ ନୃପତି ତୁହି ଅଟୁ ମହାଭିଗ୍ୟଂଶୂରବନ୍ତ ଧାର୍ମିକ ତୁ ପୁରୁଷ ସର୍ବଗ୍ୟଂ ।୪୬।ସ୍ୱାମୀ ବିବେକ ନାରାୟଣ ତୁହି ପଚ୍ଛିମ କୋଶଳେନୃପତି ସମାନେ ତୋତେ ନାହିଂ ରବିତଳେ ।୪୭।ଉଲୁକାପାତ ପଡ଼ିଲା ଦେବ ହୋଇଲା ଅସମ୍ଭବବିଚାରିଣ କାର୍ଯ୍ୟକର ପୁଣ୍ଡରୀକ ବାସୁଦେବ ।୪୮।ୟେସନେକ ନିରାଧାର ବଚନ ଶୁଣି ରାୟେମୁହିଂ ସେ ରବିତଳେ ଆନକୁ ଚିନ୍ତଇ ଅପ୍ରାଂଜୟେ ।୪୯।ଆରେ ପ୍ରତଗ୍ୟାଂ ଘେନିଲି ମୁହିଂ ବାସୁଦେବର ବୀରଧୂଚାରିଊଣା ଲକ୍ଷେ ରାଜାର ମଧ୍ୟେ ମହିଂମା ମୋର ସାଧୁ ।୫୦।କହୁ କହୁ ପ୍ରତଗ୍ୟାଂ ଯେ ବଢିଲା ମହାରାଜମନ୍ତ୍ରୀକି ବୋଇଲା ଦଣ୍ଡ ମୋର ବେଗେ ସାଜ ।୫୧।ରାଜାର ବଚନେ ଯେ ପାତ୍ର ଅମାନତ୍ୟେଆପଣେ ବିଜେକଲା କାଠର ବଇନେତ୍ରେ ।୫୨।ରଥ ଚକ୍ର ଶଙ୍ଖ ଗଦା ଯେ ସାରଙ୍ଗ ଧନୁ ଦୁତୀପ୍ରତକ୍ଷେ ନାରାୟଣ ସରୂପ ଦିଶଇ ନୀଳଉତୁପଳ ମୃର୍ତ୍ତି ।୫୩।ଲକ୍ଷେକ ପାଟଛତ୍ର ଉଡ଼ନ୍ତି ବେନିପାଖେଦୁଇକୋଟି ଫୁରଇ ସୁବର୍ଣ୍ଣ ବନ୍ଧା ଶଙ୍ଖେ ।୫୪।ଚାରିକୋଟି ରଥୀ ଯେ ବିଶାଶତେ କୋଟି ହାଥୀପଞ୍ଚାଶ ମର୍ଭୁତ ଅଶ୍ୱ ଦଶ କ୍ଷଉଣୀ ପାଦାନ୍ତି ।୫୫।ଦଶଲକ୍ଷ ଉଦ୍ଦଣ୍ଡ ଆଲମ୍ବ ପାଞ୍ଚଲକ୍ଷମହାସମ୍ଭରେ ବିଜେକଲେ ନୃପତି ପୁଣ୍ଡରୀକ ।୫୬।ବୀରତୂର ଢୋଲ ଯେ ଟମକ ନିଶାଣନିର୍ଘାତ ଅଗ୍ନିଶର ବିନ୍ଧନ୍ତି ବଜ୍ରବାଣ ।୫୭।ଶବଦେ କମ୍ପଇ ସର୍ବ ମହାମହୀ ଭରାଭରରଣ ଧନ୍ଦୋଳ ବୀରଧୂ ଅଟଇ ମହାବୀର ।୫୮।ସମର ସମ୍ଭରେ ଅଇରି ବଳେ ନ କରଇ ଶଂକାଶତେ ନଳ ଆୟତନ ବିକାଶଇ ଯାହାର ମୁକୁଟ ଶିଖା ।୫୯।କୋଟିୟେ ମର୍କତ ଯାର ମୁକୁଟରେ ବିରାଜଇଶାର୍ଦ୍ଦୁଳ ସହସ୍ରେ ଯୋଚିଣ ରଥ ତାର ସାଜଇ ।୬୦।ଆହୋ ଲକ୍ଷେକ ରାଜାର ଭଣ୍ଡାର ଯେତେ ମୂଲୟେକା ପୁଣ୍ଡରୀକ ବାସୁଦେବ ମୁକୁଟକୁ ନୋହଇ ସମତୁଲ ।୬୧।ଦଇତ ଦାନବଂକୁ ସେ ସାଂଗ୍ରାମେ ଅଟଇ ନିର୍ଭୟାବିଂଝଗିରି ପର୍ବତ ପରାୟେ ଦିଶେ ଯାହାର କାୟା ।୬୨।ଶଗଡ଼ି ଉପରେ ରଥ , ରଥ ଉପରେ ଗରୁଡ଼ର ଧ୍ୱଜସେ କାଠ ଗରୁଡ଼ ଉପରେ ବିଜୟେ ପୁଣ୍ଡରୀକ ମହାରାଜ ।୬୩।ପଛିମ କୋଶଳେ ରାଜାକଇଂ ଅଟଇ ଚକ୍ରଗୁରୁଆସନ୍ତେ ଭୀମସେନ ଦେଖିଲାକ ତାହାକଇଂ ଧୂରୁଂ ।୬୪।ଦେଖି ଅପସରଇ ସେ ପବନର ତନୟେମରୁତ ସାରଥିକି ପଚାରଇ ୟେକେ ଜଗନ୍ନାଥଂକ ପରାୟେ ।୬୫।ସାରଥି ବୋଇଲା ଶୁଣ ତୁ ପବନର ବତ୍ସବାସୁଦେବର ଚିହ୍ନ ବହଇ ୟେ ନୃପତି ପୁଣ୍ଡରୀକାକ୍ଷ ।୬୬।କାଠର ବେନିଭୁଜେ ଶଙ୍ଖ ଚକ୍ର ଧରିବାସୁଦେବଂକୁ ନିନ୍ଦା କରଇ କାଠ ଗରୁଡ ଚଢ଼ିକରି ।୬୭।ବଡ଼ାଇ ପ୍ରତାପୀ ୟେ ତ୍ରିକାଳ ବାସୁଦେବର କଳାଜଗନ୍ନାଥଂକ ସରୂପେ ସେ କୃଷ୍ଣବର୍ଣ୍ଣ କଳା ।୬୮।ଭୀମସେନ କୋପକଲା ହରି ନିନ୍ଦାଦୋଷେସଞ୍ଚୟେ ପୁଣ୍ଡରୀକ ଯିବ ଆଜ ଯମ ଦେବତାର ପାଶେ ।୬୯।ଜଗନ୍ନାଥ ନିନ୍ଦାଦୋଷ ସହିତେ କେ ପାରିନାରାୟଣଂକର ଶତ୍ରୁ ଯେ ସେ ପାଣ୍ଡବଂକର ବଇରି ।୭୦।ଯେହୁ ସେ ପାଣ୍ଡବ ସେ ପ୍ରତକ୍ଷେ ବାସୁଦେବମୁହିଂ କେସନେ ରଖିବି ୟେହାକୁ ୟେ ଗୋବିନ୍ଦେ ଅଭାବ ।୭୧।ଭୀମସେନ କୋପ ଦେଖି ବୋଲଇ ମରୁତ ସାରଥିତ୍ରିକାଳ ବାସୁଦେବର ପୁତ୍ର ୟେ ଅନନ୍ତ ବାସୁଦେବର ନାତି ।୭୨।ପ୍ରତକ୍ଷେ ନୃପତି ୟେ ଅନାଦି ବିଷ୍ଣୁବଂଶୀବଂଶେ ବଂଶେ ବିଷ୍ଣର ୟେ ଅଟେ ସଦା ଦୋଷୀ ।୭୩।ଆହୋ ଅନନ୍ତ ବାସୁଦେବ ବୋଲି ୟେହାର ଉପର ବଂଶେତଇତିଳା ଅପକ୍ଷରୀକି ରମଣ କଲା ଆକାଶେ ।୭୪।ତାହାର ପୁତ୍ର ଉପୁଜିଲା ତ୍ରଇଲୋକ୍ୟ ବାସୁଦେବତ୍ରଇଲୋକ୍ୟ ବାସୁଦେବର ପୁତ୍ର ବାସୁଦେବ ସଦାଶିବ ।୭୫।ୟେହାର ପୁତ୍ର ଯେ ସୁରସିଦ୍ଧ ବାସୁଦେବେୟେହାର ପୁତ୍ର ହୋଇଲା ପଦ୍ମଲାଭ ବାସୁଦେବ ପୂର୍ବେ ।୭୬।ୟେହାର ପୁତ୍ର ହୋଇଲା ବାସୁଦେବ କମଳାକରଅନଙ୍ଗ ବାସୁଦେବ ବୋଲି ପୁତ୍ରେକ ହୋଇଲା ତାହାର ।୭୭।ଅନଙ୍ଗ ବାସୁଦେବର ଅନନ୍ତ ବାସୁଦେବ ବଳାଅନନ୍ତର ଭାରିଯା ବାରାହୀ ସହସ୍ରକଳା ।୭୮।ସୁନ୍ଦରୀ ସୁଲକ୍ଷଣୀ ସେ ଶାହାସ୍ରେ ମହାରସିପଢ଼ଇ ପଢ଼ାଇ ସେ ବୀଣାବାଦ୍ୟେ ତୋଷେ କାଶୀ ।୭୯।ସପତସ୍ୱର ବୀଣା ଯେ ପିନାକୀ ଅଧାଟିକେଦାର ମହାଲିଙ୍ଗ ବଇଦନାଥକଇଂ ଖଟି ।୮୦।କୃଷ୍ଣବେଣୀ ସ୍ରାହାନ ସାରି ସେ ବଇଦନାଥକଇଂ ଦ୍ରଶନେପତିଭକ୍ତା ସ୍ତିରୀ ସେ ନ ବଇଦନାଥ ଦ୍ରଶନେପତିଭକ୍ତା ସ୍ତିରୀ ସେ ନ ଭଜଇ ଆନେ ।୮୧।ବଇଶାଖ ଶୁକ୍ଳପକ୍ଷ ଶୁକ୍ରବାର ଚଉଠିଗ୍ରୀଷମ ଋତୁରେ ଆଦ୍ରା ନକ୍ଷତ୍ର ପଇଠି ।୮୨।ପାକାଶୁଦ୍ଧ ସ୍ରାହାନ ସାରି ଦିନ ବାଳୀବଇଦନାଥ ଦ୍ରଶନେ ଆସଇ ବେଳ ମଧିଆନ ଓଳି ।୮୩।ବଜ୍ରକପଚ ବୋଲି ୟେକ ରାକ୍ଷସ ନୃପତିନିର୍ବାତକପଚର ସେ ଅଟଇ ପଣନାତି ।୮୪।ଗୀତରସ କରିଣ ସେ ଆସଇ ସସ୍ରକଳାହିରଣଗିରି ପର୍ବତ ତଳେ ଥାଇ ଦେଖିଲାକ ଅସୁର ମହାବଳା ।୮୫।କାମରୂପୀ ଅସୁର ସେ ଧଇଲା ଆନ କାୟେକପଟ ରୂପ ଧଇଲା ସେ ଅନନ୍ତ ବାସୁଦେବର ପ୍ରାୟେ ।୮୬।ବଇଦନାଥ ସେବିଣ ବାହୁଡଇ ଯୁବତୀସନ୍ଧ୍ୟାକାଳ ଯାଇ ଆସୁଅଛଇ ନିଶାରାତି ।୮୭।ହାଥରେ ଖଣ୍ଡାୟେକ ଘେନିଣ କଉଣୋପସହସ୍ର କଳାକଇଂ ଭେଟିଲା ଧରିଣ ଗୋପ୍ୟରୂପ ।୮୮।ଦେଖଇ ସୁନ୍ଦରୀ ଯେ ସରୂପେ ନିଜସ୍ୱାମୀନିଜ ବଲ୍ଲଭ ପ୍ରାୟେ ମଣି ହୋଇଲା ପରିଣାମି ।୮୯।ଅଧର ପୁଷ୍ଟ କରିଣ ସେ ବୋଇଲା ଚାଣ୍ଡାଳକାହିଂ ରହିଥିଲୁ ଆଗୋ ମହା ନିଶାକାଳ ।୯୦।ନିଜ ପ୍ରଭୁ ପ୍ରାୟେ ମଣିଲାକ ଯୁବତୀସ୍ୱାମୀ ସନ୍ତାନ ମାଗୁଥିଲି ମୁଂ ବିଶ୍ୱନାଥ କତି ।୯୧।ମନୁମଥ ପର୍ବତ ଜୀବନାଶନ ବଟତଳେଅସୁର ଦୁରାନ୍ତକ ନେଇ ବସାଇଲା ତାକୁ ବଳେ କୋଳେ ।୯୨।ବର୍ଣ୍ଣ ଚିହ୍ନ ସରୂପ ତାର ଅନନ୍ତ ବାସୁଦେବର ପ୍ରାୟେସ୍ୱାମୀର ସରୂପ ଦେଖି ସୁନ୍ଦରୀ ସମର୍ପିଲା କାୟେ ।୯୩।ରାକ୍ଷସ ଶୃଙ୍ଗାର ତାକୁ କଲାକ ବହୁତଭାଳଇ ସୁନ୍ଦରୀ ମୋର ସ୍ୱାମୀର ଶୃଙ୍ଗାର ତ ନୋହଇ ୟେମନ୍ତ ।୯୪।ରସେ ଶୃଙ୍ଗାର ସହିଲା ସୁନ୍ଦରୀ ସହସ୍ରକଳାଛାଡ଼ିଲା ମହାବୀର୍ଯ୍ୟ ଅସୁର ମହାବଳା ।୯୫।ତଦ୍ୟାପି ସୁନ୍ଦରୀ ସେ ନୋହିଲାକ ଗ୍ୟାନଅନ୍ତେଶ୍ୱର ପୁରେ ଯାଇଂ ହୋଇଲା ତୋଷମନ ।୯୬।ମରୁତ ସାରଥି ବୋଇଲା ଶୁଣ ପବନର ବଳାରାକ୍ଷସର ବୀର୍ଯ୍ୟେ ତାର ପୁତ୍ରେକ ଉପୁଜିଲା ।୯୭।ଦେଖିଣ ଅନନ୍ତ ବାସୁଦେବ ହୋଇଲାକ ତୋଷପୁରେଣ ଉତ୍ସବ ରାଜା କରାଇଲା ହରଷ ।୯୮।ତ୍ରିକାଳ ବଇଦନାଥେ ଯେ ଖଟଇ ସହସ୍ରକଳାତ୍ରିକାଳ ବାସୁଦେବ ବୋଲି ତାର ପୁତ୍ର ନାମ ଦିଲା ।୯୯।ଯଦ୍ୟପି ଆଦିହୁଂ ଉପୁଜିଲା ବିଷ୍ଣୁବଂଶେରାକ୍ଷସ କଲା ଘେନିଲା ସେ ବୀର୍ଯ୍ୟର ମନ୍ଦ ଦୋଷେ ।୧୦୦।ଯେ ସେ ରାକ୍ଷସ ସେ ନାରାୟଣଂକର ଅଟଇ ବଇରିଅନନ୍ତ ଅବତାରେ ତ୍ରିକାଳ ବାସୁଦେବକୁ ଚକ୍ରେ ମାଇଲେ ମୁରାରି ।୧୦୧।ତ୍ରିକାଳର ପୁତ୍ର ଯେ ପୁଣ୍ଡରୀକ ବାସୁଦେବୟେହି ସେ ବହିଲା ହାଦେ ଅସୁର ସଭାବ ।୧୦୨।ଅସୁର ବଳ ନିଶୋଧନ ସେ ଅଟନ୍ତି ଦାମୋଦରପ୍ରସ୍ତାପେ ବଧ ୟେହାକୁ କରିବେ ଚକ୍ରଧର ।୧୦୩।ଆହୋ ଭୀମସେନ ତୁ କିଂପେ ୟେହାନ୍ତ ବଧ କରିବୁ ସମରେଜଗନ୍ନାଥେ ବିଚାରି ମାରିବେ ରାଜୁସି ଯାଗ ସଭାରେ ।୧୦୪।ଯଦ୍ୟପି ତୁ ବଳାତ୍କାରେ ୟେହାକୁ ମାରିବୁ ଭୀମସେନଦ୍ୱାଦଶ କ୍ଷଉଣୀ ବଳର ସୁବର୍ଣ୍ଣ ପିତୁଳି ଗଢ଼ାଇବାକୁ ଅଛିକାହିଂ ଧନ ।୧୦୫।ଭୀମସେନ ବୋଇଲା ୟେ ନାରାୟଣରେ ଅବଗ୍ୟାଂମୋହୋର ବେଳେ ସହି ପାରିବି କି ୟେହାର ୟେଡେକ ପ୍ରତଗ୍ୟାଂ ।୧୦୬।ୟେହାକୁ ବଧ କଲେ ହରି ହୋଇବେ ଅନେକ ସାନନ୍ଦରାଜୁସି ଯାଗରେ ଉପୁଜିବ ଅନେକ ଆନନ୍ଦ ।୧୦୭।ଆହୋ ଭୀମସେନ ସବୁ ରାଜାମାନଂକର ଅନେକ ଅବିଗୁଣଦୋଷ ବାଞ୍ଛିଲେ ଆର କାହିଂ ହୋଇବ ବରଣ ।୧୦୮।ଯଦ୍ୟପି ଗୋବିନ୍ଦରେ ୟେ ହୋଇଲା ମନ୍ଦ ଦୋଷୀପୃଥୀଭାଗ ଲୋକନ୍ତ କିଂପେ ବାସୁଦେବ ନ ନାଶି ।୧୦୯।ବାବୁ ଡରାଇ କରି ଆମ୍ଭେ ଯେହାକୁ ଯିବା ସାଧିପ୍ରାଣେ ନ ମାରି ୟେହାକୁ ଘେନିଯିବା ବାନ୍ଧି ।୧୧୦।ଶୁଣି ସାନନ୍ଦ ଯେ ହିଡିମ୍ବିକୀର ପ୍ରାଣନାହାପୁଣ୍ଡରୀକ ତହିଂକି ବେଗେ ରଥ ମୋର ବାହା ।୧୧୧।କି କି କରଇ ବୁଝିବା ଆମ୍ଭେ ଦେଖିସନ୍ୟ ଛାର ମାରିବା କିଂପାଇ ୟେ ଅଟନ୍ତି ନିରିମାଖି ।୧୧୨।ଭୀମସେନ ବଚନେ ସେ ବାହିଲାକ ରଥଅନ୍ତରୀକ୍ଷେ ଜିଣିଗଲେ ସେ ସଇନି ସମସ୍ତ ।୧୧୩।ଆହୋ ପୁଣ୍ଡରୀକ ବାସୁଦେବ ଅଛଇ ମଧ୍ୟେ ଥାଠେଭୀମସେନର ରଥ ବେଗେଣ ଯାଇ ଭେଠେ ।୧୧୪।ଯେସନେକ ଉଡ଼ି ଆସି ପଡ଼ନ୍ତି ପର୍ବତେକରବୀର ସନ୍ୟ ଉଡ଼ିଗଲେ ଭୀମସେନର ଗଦା ବାତଘାତେ ।୧୧୫।ବହୁତ ଦୂରେ ସନ୍ୟ ପଡ଼ିଲେ ଯାଇଂ ଉଡ଼ିପଳାବନ୍ତି ଯୋଦ୍ଧାୟେ ପୁଣ୍ଡରୀକ ବାସୁଦେବେ ଛାଡ଼ି ।୧୧୬।ରଥ ଛାଡ଼ି ପାଣ୍ଡବ ଯେ ଡେଇଂଲା ଧାତିକାରେପଡ଼ିଲା ଯାଇଂ ସେ କାଠଗରୁଡ଼ ଉପରେ ।୧୧୭।କୋପେ ପ୍ରହାର କଲା ବାମକରେ ଗଦା ତୋଳିକାଠଗରୁଡ଼ ଭାଞ୍ଜି ହୋଇଲାକ ମସୀଧୂଳି ।୧୧୮।ରଥ ଶଗଡ଼ି ଯେ ଭାଞ୍ଜି ହୋଇଲା ଭଗନସ୍ତପୁଣ୍ଡରୀକ ବାଳ ଧଇଲା ଭୀମ ବାମହାଥ ।୧୧୯।ଯେତେବେଳେ ଭୀମସେନ ଧଇଲା ତାର ବାଳବଜ୍ରାବଳୀ ଗଦା ନେଇ ପିଟିଲା ଭୀମ ବକ୍ଷସ୍ଥଳ ।୧୨୦।ଭୀମସେନ ଉପରେ ପଡ଼ିଲା ଗଦାବରଭାଞ୍ଜିଣ ଗଦାବର ତାର ହୋଇଲା ଶତେଚୂର ।୧୨୧।ପୁଣ ପ୍ରହାର କଲା ରାଜାର ଅସିବରସେ ଖଡ଼ଗ ହୁଂଛୁଡ଼ି ଘେନିଲା ବ୍ରିକୋଦର ।୧୨୨।ବାମକରେ ତାହାର କେଶ ଖଡ଼ଗ ଦକ୍ଷିଣ ପାଣିବୁଲାଇଣ ତାହାର ଶିର ପକାଇବ ହାଣି ।୧୨୩।ମରୁତ ସାରଥି ଯାଇ ତାର ଧଇଲା ଖଗ ହାଥରହ ରହ ଭୀମସେନ ତୋତେ ପବନ ଦେବତାଂକର ଶପଥ ।୧୨୪।ସାରଥି ବଚନେ ସେ ସଂଘରିଲା ଖଡଗକେଶ ଧରିଅଛି ତାହାର ଶାନ୍ତି ନୋହେ ରାଗ ।୧୨୫।ଭୟେଣ ପଳାଇଥିଲେ ସେ ଯୋଦ୍ଧା ଅମାନତ୍ୟେଶରଣ ପଶିଲେ ଆସି ଭୀମସେନର ଚରଣଗତେ ।୧୨୬।ଦ୍ୱାଦଶ କ୍ଷଉଣୀ ବଳ ଶହସ୍ରନ୍ତ ପକାଇତ୍ରାହି ତ୍ରାହି ଫୁକାରନ୍ତି ମୁଖେ ହାଥ ଲାଭ ।୧୨୭।ବିନୋୟୀ ହୋଇ ବୋଲଇ ମରୁତ ସାରଥିସଂସାର ଭଗତି ଦେବ କୋପ କରିବାକ ଶାନ୍ତି ।୧୨୮।ୟେ ଜୀବନ ଚିର ହୋ ନୋହଇ ମହାତମାଯୁଗେ ଯୁଗେ ରହିବ ୟେ ତୋହୋର ମହିମାଂ ।୧୨୯।ଆହୋ ଭୀମସେନ କୁଶଳ ଜୀବନ କଥା ତୋର ରହିଲା ସର୍ବକାଳେସଂସାର ତାରିଲୁ ତୁ ଯେ ଭଗତ ମତ୍ସଳେ ।୧୩୦।ୟେ ଯେ ବିନୋପନ୍ତି ତୋତେ ପାରିଦଣ୍ଡ ରାଜାମାନେଧର୍ମ ଉଦିତ ହୋଉ କୋପ ଶାନ୍ତିକର ଭୀମସେନ ।୧୩୧।ଶରଣ ପଞ୍ଜର ପାଣ୍ଡବ କଉଚ୍ଛା ଜଗଜ୍ଜେଠୀତ୍ରଇଲୋକ୍ୟେ ବିକାଶୁ ୟେ ତୋହୋର ପ୍ରତଗ୍ୟାଂ ନାମଗୋଟି ।୧୩୨।ଭୀମସେନ ବୋଇଲା ଯେବେ କେଶ ଛାଡ଼ିବି ତୋହୋର ବଚନେଜୀବନହିଂ ରକ୍ଷା କଲି ଯେବେ ମାଗିଲ ସର୍ବଜନେ ।୧୩୩।ରଥରେ ବାନ୍ଧି ମୁଂ ୟେହାକଇଂ ନେମଇଂ ଅବଶ୍ୟୟେହି ସରୂପେ ୟେହାର ରାଜୁସି ଯାଗେ ଦେଖନ୍ତୁ ହୃଷୀକେଶ ।୧୩୪।ଛାଡ଼ିଲା ତାହାର କେଶ ଘେନିଲା ପାଟଡୋରେଗଣ୍ଡସ୍ଥଳେ ବାନ୍ଧିଲା ସେ ରଥର ଖମ୍ବରେ ।୧୩୫।ପାରିଦଣ୍ଡ ରାଜାଂକୁ ସେ ଆଗ୍ୟାଂ ଅବଧାରୀଅକ୍ଷତ ଗୁଆ ଯେ ଶ୍ରୀହସ୍ତେ ଦିଲେ ଶାଢୀ ।୧୩୬।ଆହୋ ଯୋଦ୍ଧାମାନେ ଯେ ଯାହାର ଥାଠସନ୍ୟ ଘେନିରାଜୁସି ଯାଗକୁ ଯାଅ ତୁମ୍ଭେ ଦିବା ଯେ ରୟେଣୀ ।୧୩୭।ସମସ୍ତ ସଇନି ଯେ ବୋଇଲେ ପରିଣାମିଆମ୍ଭ ରାଜାର ବନ୍ଧନ ଫେଡିବାକ ଦେବସ୍ୱାମୀ ।୧୩୮।ଭୀମସେନ ବୋଇଲେ ତୁମ୍ଭେ ନ କହ ୟେମନ୍ତରାଜାକୁ ତୁମ୍ଭର ପ୍ରାଣତ୍ୟାଜ ନାହିଂ ୟେ ମୋହୋର ସତ୍ୟ ସତ୍ୟ ।୧୩୯।ରଥେ ବନ୍ଧନ ହୋଇ ବୋଲେ ପୁଣ୍ଡରୀକ ବାସୁଦେବମୁହିଂ ନ ଜାଣଇ ସ୍ୱାମୀ ତୁ ବ୍ରିକୋଦର ପାଣ୍ଡବ ।୧୪୦।ସ୍ୱାମୀ ନ ଜାଣି ଦ୍ରୋହ ମୁଂ ତୋତେ କଲାଇଂ ଅନମିତେପ୍ରତକ୍ଷେ ଫଳିଲା ମୁହିଂ ଯାହା ଲୋଡିଲି ସଂହାଥେ ।୧୪୧।ପଞ୍ଚାଶ ସହସ୍ର ରାଜା ପଚ୍ଛିମ ଦିଗ ମଧ୍ୟେକାହାକଇଂ ବନ୍ଧନ ତୁ ନ କଲୁସି ଯୁଦ୍ଧେ ।୧୪୨।ମୋହୋର ଦୋଷ ଉପେକ୍ଷା ତୁ କରିବା ମହାରାଣେଦଣ୍ଡଘେନି ଯିବଇଂ ମୁହିଂ ତୋହୋର ଆଗ୍ୟାଂ ପରମାଣେ ।୧୪୩।ଭୀମସେନ ବୋଲେ ତୁ ଯେ ହୋଇଲୁ ମତ୍ତଗର୍ବଜଗନ୍ନାଥଂକର ଉପରେ ତୁ ବୋଲାଉ ପୁଣ୍ଡରୀକ ବାସୁଦେବ ।୧୪୪।ବାସୁଦେବଂକର ଛାମୁକୁ ତୋତେ ନେମଇଂ ଯେ ଧରିସେ ତୋତେ ଦଣ୍ଡ ବିହନ୍ତୁ ଦୋଷ ଯେ ବିଚାରି ।୧୪୫।ସନ୍ୟଂକୁ ପ୍ରବୋଧି ପଠିଆଇଲା ପୁଣ୍ଡରୀକ ନୃପତିମହାପ୍ରଭୁ ନାଥ ମୋତେ କୋପ କରୁକିନା ଶାନ୍ତି ।୧୪୬-୩୭୭୫।