ଶ୍ରୀକୃଷ୍ଣଙ୍କ ସହିତ ଭୀମାର୍ଜୁନଙ୍କର ମଗଧ ଦେଶେ ଗମନ — ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଆଦି ସଞ୍ଚାଉଂ ଜାରାସନ୍ଧ ଅଟଇ ଶକତି ବେନିଫାଳ ।୨୨।
ଖଡଗ ନ କାଟଇ ଶକତି ହୋଅଇ ଚୂର
ଜଳ ଅନେଳେ ଜାରା ଯେ ନୋହୋଇ ଅପହାର ।୨୩।
ୟେହା ତଦନ୍ତ କରି ଭୀମସେନ ତୁ ଜାଣିଥିବୁ
ଦୁଇଫାଳ କରି ଜାରାକୁ ଚିରି ପକାଇବୁ ।୨୪।
ତେବେଟି ବଧ ହାଦେ ହୋଇବ ଜରାସନ୍ଧ
ଭୀମକଇଂ କହିଲେ ପ୍ରଭୁ ସଦାନନ୍ଦ ।୨୫।
ଭଲା ଯଗ୍ୟଂ ଗୋଟାୟେ କରିବେ ଯୁଝେଷ୍ଠି
ବାବୁ ଆମ୍ଭନ୍ତୁ ନିମନ୍ତିକରି ଆସିବୁଟି କିରୀଟୀ ।୨୬।
କହିଣ ସଦାଶିବେ ଗଲେ ଅନ୍ତର୍ଦ୍ଧାନେ
ତହୁଂ ଚଳିଗଲେ ସ୍ୱାମୀ ନିରାକୂଳ ବନେ ।୨୭।
ସେ ବନ ଜିଣିଗଲେ ଯୋଜନ ଦ୍ୱାଦଶ
ପଦ୍ମଦଳ ଦେଶେ ଯାଇଂ ହୋଇଲେ ପରବେଶ ।୨୮।
ସେ ପଦ୍ମଦଳ କଟକେ ରାଜା ପଦ୍ମକେଶରୀ
ତାହାକଇଂ କରାସନ୍ଧ ନେଇଅଛି ବନ୍ଦୀ କର ।୨୯।
ସେ ଦେଶର ଜନ ପ୍ରଜା ହୋଉଛନ୍ତି ମହାକ୍ରୋଧୀ
ରାଜାର ଗୁଣ ସୁମରି ସମସ୍ତ ଜନେ କାନ୍ଦି ।୩୦।
ଜଗନ୍ନାଥେ ପୁଚ୍ଛାକଲେ ଜନନ୍ତ ହକାରି
ୟେଡେ ବଡ ରାଜା ରାଜ୍ୟେ କ୍ରୋଧ କିମ୍ପେ କରି ।୩୧।
ସେ ବୋଇଲେ ଆମ୍ଭରାଜାର ନୀମ ଅଟେ ପଦ୍ମକେଶରୀ
ଜରାସନ୍ଧ ରାଜା ତାକୁ ନେଇଅଛି ଧରି ।୩୨।
ଗୋବିନ୍ଦେ ଚାହିଂଲେ ଭୀମସେନର ବଦନ
ତୋହୋରେ ରକ୍ଷା ହୋଇବ ୟେ ସଂସାର କ୍ରୋଧମାନ ।୩୩।
ୟେତେବୋଲି ଦେବ ସେ ରାଜ୍ୟ ଜିଣିଗଲେ
ମାନଭଙ୍ଗ ରାଜ୍ୟେ ଯାଇଂ ପ୍ରବେଶ ହୋଇଲେ ।୩୪।
ମାନ ଅର୍ଜୁନ ବୋଲି ତହିଂର ଦଣ୍ଡଧାରୀ
ତାହାକଇଂ ଜରାସନ୍ଧ ନେଇଅଛି ବନ୍ଦୀକରି ।୩୫।
ଅନେକ ରୋବନ୍ତି ଯେ ତହିଂର ପ୍ରଜାମାନେ
ରହିଣ ପୁଚ୍ଛାକଲେ ସେ କୃଷ୍ଣ ଫାଲଗୁନ୍ୟେ ।୩୬।
ୟେଡେ ବଡ ରାଜ୍ୟେ ବଇକୁଲ କେବଣ ଅର୍ଥେ
ବୋଇଲେ ଆମ୍ଭ ରାଜାକଇଂ ବନ୍ଦୀ କରି ନେଇଛି ମଗଧ ଦେଶ ନାଥେ ।୩୭।
ୟେମନ୍ତେ ଜଗବନ୍ଧୁ ସେ ରାଜ୍ୟେ ଜିଣିଗଲେ
ନିରସ୍ତକ ଦେଶେ ଯାଇଂ ପ୍ରବେଶ ହୋଇଲେ ।୩୮।
ମାଧବସେନ ବୋଲି ତହିଂର ଚକ୍ରବ୍ରତୀ
ତାହାକଇଂ ଧରି ନେଇଅଛି ମଗଧ ଦେଶର ଆଧିପତି ।୩୯।
ଅନେକ ବିକଳ ତହିଂ ହୋଉଅଛନ୍ତି ରାଜ୍ୟେ ଲୋକ
କୁଷ୍ଣକଇଂ ସମସ୍ୟା ଦେଇ ନୁଆରନ୍ତି ମହାଶୋକେ ।୪୦।
ତାହାଂକ ବିକଳ ଦେଖି ମଧୁରିପୁ ପଚାରନ୍ତି
ଅତି କାକୁସ୍ଥ ବଚନେ ନାରାୟଣଂକୁ ବିନୋୟୀ ହୁଅନ୍ତି ।୪୧।
ସେ ଦେଶ ଜିଣି ଦେବ ଗଲେକ ବହନ
ପ୍ରବେଶ ହୋଇଲେ ଯାଇଂ ହର ଉଦ୍ୟାନ ନାମେ ବନ ।୪୨।
ତହିଂର ରାଜା ହୋୟେ ଭୀମସେନ ଚକ୍ରବତୀ
ତାହାକୁ ଧରି ନେଇଅଛି ମଗଧ ଆଧିପତି ।୪୩।
ଅନେକ ବିକଳ ତହିଂ ହୋଉଛନ୍ତି ନଗ୍ର ଲୋକ
କେହି ସମସ୍ୟା କରି ଯେ ନୁଆରନ୍ତି ଶୋକ ।୪୪।
ଆମ୍ଭର ରାଜାକଇଂ ଜରାସନ୍ଧ ନେଇଅଛି ଧରି
କାଲି ରାତ୍ରରେ ଯେ ପକାଇବ ଆହୁତିରେ ମାରି ।୪୫।
ଗୋବିନ୍ଦେ ଚାହିଂଲେ ଯେ ତହିଂ ଭୀମସେନର ମୁଖ
ତୋହୋରେ ସେ ପାରଯିବ ୟେହାଂକର ଦୁଖ ।୪୬।
ସାଧୁ ସାଧୁ ମାରୁତି ହୋ ଜୀବନ ତୋର ଧନି
କେଉଣ ପୁଣ୍ୟେଣ ଜାତ ତୋତେ କଲେଜ ଜନନୀ ।୪୭।
ଭୀମସେନ ବୋଇଲା ଦେବ ସରିଲାକ ଦିନ
ପୂର୍ଣ୍ଣ ଆହୁତି କାଲି ରାତ୍ରେଣ ବିଦ୍ୟମାନ ।୪୮।
ୟେଥକୁ ମଘଦେଶ ଅଛଇ କେତେ ଦୂର
ଲୋକେ ବୋଇଲେ ଅଛଇ ଯୋଜନା ପନ୍ଦର ।୪୯।
ଭୀମସେନ ବୋଇଲା ଦେବ ନୋହିବାକ କିଛି କାର୍ଯ୍ୟ
ହସ୍ତିନା ପୁରକୁ ଚାଲ ଯିବା ବାହୁଡି ଦେବରାଜ ।୫୦।
ଶୁଣିଣ ସାନନ୍ଦ ଯେ ଦେବ ଦାମୋଦର
ବନିତା ନନ୍ଦନକୁ ସୁମରିଲେ ଦେବ ଚକ୍ରଧର ।୫୧।
ଖଗେଶ୍ୱର ରହିଥିଲା ରମ୍ୟେକ ନାମ ଦ୍ୱୀପେ
ତକ୍ଷଣେ ପ୍ରବେଶ ହୋଇଲା ଗୋବିନ୍ଦଂକ ସମୀପେ ।୫୨।
ଗୋବିନ୍ଦେ ବୋଇଲେ ବାବୁ ପିଠିରେ ଘେନିମା ଆମ୍ଭଂକୁ
ୟେହିକ୍ଷଣି ଚଳିଯାଅ ମଗଧ ଦେଶକୁ ।୫୩।
ନାରାୟଣଂକ ବଚନେ ତିନିଂକି ଘେନିଣ ଆକାଶେ
ରାତ୍ର ଅର୍ଦ୍ଧମାନ ଯାଇଂ ମିଳଇ ମଗଧ ଦେଶେ ।୫୪।
ମେଳେଛ ପର୍ବତ ତଳେ କାବେରୀ ନାମେ ନଦୀ
ସରସ୍ୱତୀ ତ୍ରିବେଣୀ ଈଶାନ୍ୟ ଭାଗେ ଭେଦୀ ।୫୫।
ସେ ନଦୀର କୂଳେଣ ମଗଧ ପର୍ବତ
ରାତ୍ରକାଳେ ପ୍ରବେଶ ତହିଂ ହୋଇଲେ ବିନତାର ସୁତ ।୫୬।
ଗୁରୁତ କହଇ ସ୍ୱାମୀ ଏହି ସେ ମଗଧ ଦେଶ
ସେ ରାଜ୍ୟର ଯଗ୍ୟଂଶାଳ ୟେଠାକୁ ଯୋଜନ ଦଶ ।୫୭।
ଗୋବିନ୍ଦେ ବୋଇଲେ ତୁ ହୋ ଥାଅସି ଅନ୍ତର୍ଦ୍ଧାନେ
ରୟଣୀର ପ୍ରଭାତେ ବୁଝିବା ଆହୁତି ବିଧାନେ ।୫୮।
ଭୀମ ଅର୍ଜୁନ ବିଜୟେ ଖଗେଶ୍ୱର ପିଠି
ନାରାୟଣେ ଧରିଲେ ଖୃପ ବ୍ରାହ୍ମଣ ରୂପ ଗୋଟି ।୫୯।
ରୟଣୀ ପ୍ରଭାତ ଯହୁଂ ହୋଇଲା ସେହିଠାବେ
ପକ୍ଷୀରାଜ ପିଠିରୁ ଉତୁରିଲେ ବାସୁଦେବ ।୬୦।
କାବେରୀ ଗଙ୍ଗାରେ ସ୍ରାହାନ ସାରି ଦେବହରି
ପଥୁକୀ ବ୍ରାହ୍ମଣମାନନ୍ତ ଦେଖିଲେ ବାରତା ପଚାରି ।୬୧।
ଆହୋ ମଗଧେଶ୍ୱର ରାଜ ବିଜେ କରିଅଛି କାହିଂ
ବ୍ରାହ୍ମଣେ ବୋଇଲେ ଯଗ୍ୟଂଶାଳେ ଅଛନ୍ତି ଆରୋହୀ ।୬୨।
ଆଜ ରାତ୍ର ହୋଇଲେ ହୋଇବ ପୁର୍ଣ୍ଣ ଯେ ଆହୁତି
ରାଜାମାନନ୍ତ ବଳିଦେବ ମଗଧେଶ୍ୱର ନୃପତି ।୬୩।
ଗରୁଡ ପିଠିରୁ ଉତୁରିଲେ ଭୀମ ଯେ ଅର୍ଜୁନ
କାବେରୀ ନଦୀରେ ସାରି ନିତ୍ୟକର୍ମ ବିଧାନ ।୬୪।
ଜପମନ୍ତ୍ରେ ବସିଛନ୍ତି ସେ ନଦୀର ଭିତରେ
ଆଗ୍ୟାଂ ମାଗି ତୋଷକଲେ ଦେବ କରତାରେ ।୬୫।
ଦାନ ମାଗି ବ୍ରାହ୍ମଣେ ଆସୁଛନ୍ତି ଗହଳେ
ତାହାଂକୁ ଚାହିଂ ପଚାରିଲେ ଦେବକୀର ବାଳେ ।୬୬।
ଆହୋ ବ୍ରାହ୍ମଣେ ଜରାସନ୍ଧ ରାଜା ଯେ ବସିଛନ୍ତି ଆହୁତି
ଆମ୍ଭେ ଯିବାକଇଂ ଅଛି କି ଭୟେ ଭ୍ରାନ୍ତି ।୬୭।
ବ୍ରାହ୍ମଣେ ବୋଇଲେ ତୁମ୍ଭେ ଶୁଣିମା ଦ୍ୱିଜବର
ପ୍ରଥମ ଦ୍ୱାରେ ରହିଛନ୍ତି ରାଜାଂକ କୁମର ।୬୮।
ଶୋଧା ଘେନଇ ସେ ଅନେକହିଂ ବିଶ୍ୱାସେ
ଶହସ୍ର ଥିଲେ ବ୍ରାହ୍ଣଣଙ୍କ କରଇ ପ୍ରାଣ ନାଶେ ।୬୯।
ଦିଜ ଦ୍ୱାରେଣ ହାଦେ ତାର ଭେରୀ ୟେକ ଥାଇ
ଶତ୍ରୁ ଉପଗତ ହୋଇଲେ ସେହୁ ରାବେକ ଛାଡଇ ।୭୦।
ଶବଦ ଶୁଣିଲେ ଶହସ୍ର ଧରଇ ଜରାସନ୍ଧ
ଯାଗଶାଳୁଂ ବାହାର ହୋଇଲେ ସେ ଅବଶ୍ୟ କରଇ ଦ୍ୱନ୍ଦ ।୭୧।
ତିଜ ଦ୍ୱାରେଣ ତାର ଶିମୁଳୀ ବୃକ୍ଷେକ ଅଛି
ସେ ବୃକ୍ଷରେ ପତ୍ର ଫୁଲ ଫଳ ନ ଥାଇ ଯେ କିଛି ।୭୨।
ଶତ୍ରୁ ଉପଗତ ଯେ ହୋଅଇ ଯେତେବେଳେ
ଅଦଭୁତେ ପତ୍ର ଫୁଲ ଫଳ ହୁଅଇ ତହିଂରେ ।୭୩।
ଜାଣଇଂ ଜରାସନ୍ଧ ଶତ୍ରୁର ଉପଗତ
ଶହସ୍ର ଧଇଲେ ତାକୁ ଜିଣନ୍ତା ନାହିଂଟି ତିନି ଜଗତ ।୭୪।
ଚତୁର୍ଥ ଦ୍ୱାରେ ତାର ଗଧ ଗୋଟାୟେକ ଥାଇଂ
ମହାଯାଗେ ବସିଲେ ମଗଧେଶ୍ୱର ଯାଇଂ ।୭୫।
ଶତ୍ରୁ ଉପଗତ ହୋଇଲେ ଗଧ ଦିଅଇ ରାବ
ଜାଣିଣ ସହସ୍ର ଧରି ଆସଇ ମଗଧେଶ୍ୱର ଦେବ ।୭୬।
ଯଦ୍ୟପି ରୁଦ୍ର ବ୍ରହ୍ମା ଇନ୍ଦ୍ର ଆସିବେ ଚକ୍ରଧାରୀ
ହସ୍ତେ ଶହସ୍ର ଥିଲେ ଜାରାକୁ କେହି ନୋହେ ସରି ।୭୭।
ପଥୁକିଂକ ମୁଖୁ ୟେସନେକ ବାକ୍ୟ ଶୁଣି
ଖଗେଶ୍ୱର ହକାରିଲେ ଦେବ ଚକ୍ରପାଣି ।୭୮।
ସମସ୍ତ ଶହସ୍ରମାନ ଥୋଇଲେ ଗରୁଡ ଉପରେ
ଆମ୍ଭର ସଳଖରେ ତୁ ଉଡୁଥିବୁଟି ଉପରେ ।୭୯।
ଯେତେବେଳେ ଯେଉଂ ଶହସ୍ରେ ହୋଇବ ଆମ୍ଭ କାର୍ଯ୍ୟ
ତତକ୍ଷଣେ ଆମ୍ଭଂକୁ ଆଣିଦେବୁ ପକ୍ଷୀରାଜ ।୮୦।
ଛତ୍ରୀରୂପ ଛାଡିଲେ ଭୀମ କୃଷ୍ଣ ଫାଲଗୁନି
ବ୍ରାହ୍ଣଣ ସ୍ୱରୁପ ସେହୁ ଧଇଲେ ଜଣ ତିନି ।୮୧।
ନିତ୍ୟ କର୍ମ ବିଧାନେ ଦ୍ୱାଦଶ ଚିତା ଶ୍ରୀବତ୍ସ
ଉତ୍ତରି ପଇତା ଶୋଭାବନା ଶରୀରେ ଋଦ୍ରାକ୍ଷ ।୮୨।
ଲମ୍ବିତା ଜୁଡା କଟିରେ ତ୍ରିକଚ୍ଛ ବସନ
ବେଦମନ୍ତ୍ର ପୋଥି କାଖେ ଧରଣ ଆଧ୍ୟାନ ।୮୩।
ଶ୍ରୀହସ୍ତେ କୁଶବଟୁ କାଖେ ବେଦ କରାଣ୍ଡି
ସୁସଞ୍ଚ ତମ୍ବାପାତ୍ରୀ ଗଡୁ ଆସନ ଯୋଗ ପିଢ଼ି ।୮୪।
କଣ୍ଠେଣ ତୁଳସୀମାଳ ଗୋପ୍ୟାନ ଦୋହରା
ଶ୍ରୀକରେ ଜପମାଳୀ ପ୍ରୋକ୍ଷଣୀ ପାବକ ସୋରା ।୮୫।
କଷା ବସନ ଯେ ପିଙ୍ଗଳ ବର୍ଣ୍ଣ ତାଂକ କାୟେ
ସରୂପ ବିକାଶନ୍ତି ନିର୍ଧୂମ ଅଗ୍ନି ପ୍ରାୟେ ।୮୬।
ରୁଦ୍ର ମନ୍ତ୍ର ଜପ ଛଦ୍ରମେ ବେଦ ଚାରି
ରାଜାଂକୁ ଭେଟିବା ଯାଇଂ ବେଳ ସାତ ଘଡି ।୮୭।
ୟେମନ୍ତ ପ୍ରଥମ ଦ୍ୱାରେ ଯାଇଂ ହୋଇଲେ ପ୍ରବେଶ
ଜାରାପୁତ୍ର ସହଦେବଂକୁ ବାଞ୍ଛା କଲେକ ଆଶିଷ ।୮୮।
ପିଢାମାଡି ବିପ୍ରେ ଯାଇଂ ବସିଲେ ଆସନେ
ସହଦେବନ୍ତ କଲ୍ୟାଣ କଲେ ବେଦ ଆଧ୍ୟାନେ ।୮୯।
ମନ୍ତ୍ର ଆଧ୍ୟାନ ଦେବ ସେ ପ୍ରତକ୍ଷେ ବାସୁଦେବ
ବେଦମନ୍ତ୍ର ପଢନ୍ତେ ବ୍ରହ୍ମା ତାହାଂକୁ କି , କ୍ଷମ ହୋଇବ ।୯୦।
ଜାରାର ନନ୍ଦନ ସହଦେବ ତହିଂ ବେଦଧୁନି ଶୁଣି
ଆତ୍ମା ବିଘଂସିଲା ତାର ସୁରଭି ପୁଷ୍ୟ ଜାଣି ।୯୧।
ସାଧୁ ସାଧୁ ବିପ୍ରେ ହୋ ତୁମ୍ଭର ଜୀବତି
ମାନବ ଜନ ପ୍ରାୟେ ନ ଦିଶ ମୋତେ ତିନିମୂର୍ତ୍ତି ।୯୨।
ପିତା ମୋର ସଞ୍ଚିଲାତ ଅତି ଉତ୍ତମ କର୍ମ ଯାଗ
ତ୍ରିପୁତି ଭଜି ଧାତା ଅବା କଲାକ ଅନୁରାଗ ।୯୩।
ପଞ୍ଚୁଦଶ ଦିବସ ହେଲା ମୁଂ ଅଛଇ ୟେହି ଦ୍ୱାରେ
ବେଦ ପରୀକ୍ଷା ଘେନିଲି ମୁଂ ତିନିଲକ୍ଷ ଦ୍ୱିଜବରେ ।୯୪।
ୟେସନେକ ବେଦଗ୍ୟାଂ ବ୍ରାହ୍ମଣ ଦେଖିଲାତ ମୋର ନାହିଂ
ପ୍ରଶଂସି ଧାତିକାରେ କୁମରମଣି ଉଠିଲା ବେଗ ହୋଇଂ ।୯୫।
ରତ୍ନଝରୀ ୟେକ ଘେନି ଜରାସନ୍ଧର ଆତ୍ମଜା
ବ୍ରାହ୍ମଣଂକ ପାଦ ପଖାଳି କଲାକ ଦିବ୍ୟ ପୂଜା ।୯୬।
ଧନି ଧନି ବ୍ରାହ୍ମଣେ ହୋ ତୁମ୍ଭେ ମନ୍ତ୍ରେଣ ମହାଭିଗ୍ୟଂ
ଦାନ ବେଳ ନ ଜାଣିଲ ୟେଡେକ ସର୍ବଗ୍ୟଂ ।୯୭।
ଦାନର ବେଳ ହାଦେ ସରିଲାନି ହୋ ଦ୍ୱିଜବରେ
ଆଜକ ବିଶ୍ରାମି ଥିବା ୟେ ମୋହର ସଙ୍ଗତରେ ।୯୮।
ଭୋଜନ ଯୋଗାତେ ଆଜ କରାଇବି ସନ୍ତୁଷ୍ଟ
କାଲି ପ୍ରଭାତରେ ଧର୍ମବେଳେ ମଗଧେଶ୍ୱରଙ୍କ ଭେଟ ।୯୯।
ଦାନବେଳ ସରିଲାନି ଆହାର୍ଣ୍ଣିକ ବେଳ
ଯଦ୍ୟପି ଛାମୁକୁ ଯିବ କାର୍ଯ୍ୟ ହୋଇବ ନିଷ୍ଫଳ ।୧୦୦।
ବ୍ରାହ୍ମଣଂକୁ ଅନେକ ପ୍ରଶଂସା ବୋଲ ବୋଲି
ଚରଣେ କୁମର ମଣି ଶୁତିଲା ଗଡଘାଲି ।୧୦୧।
କରତଳ ପ୍ରସାରି ଯେ ବୋଲନ୍ତି ନାରାୟଣ
ୟେ ମଗଧ ଦେଶେ ଠାକୁର ହୁଅତୁ ଆମ୍ଭର କଲ୍ୟାଣ ।୧୦୨।
ଆମ୍ଭେ ତ ଆସିଅଛୁ ଅପାର ଦୂରୁ ଗମି
ରାଜାକୁ ଭେଟିବୁ ବାବୁ ଦ୍ୱାର ଛାଡ ତୁମି ।୧୦୩।
ଧାର୍ମିକ ବିବେକୀ ତୁ ଯେ ମହତ ପୁଣ୍ୟଜନ
ଜରାସନ୍ଧକୁ ନ ଭେଟିଲେ ଆମ୍ଭର ନାହିଂନା ଭୋଜନ ।୧୦୪।
ଯଦ୍ୟପି ଆମ୍ଭନ୍ତୁ ବାବୁ ଦ୍ୱାର ନ ଛାଡିବୁ
ରାଜାକୁ ନ ଦେଖିଲେ ଆମ୍ଭେ ଭୋଜନ ନ କରିବୁ ।୧୦୫।
ଆମ୍ଭେ ବିଭୋଖିତ ବାବୁ ଅଟୁ ମହା କ୍ଷୁଧାଆର୍ତ୍ତି
ଧର୍ମନାଶ ଯିବଟି ଯେବେ ଆମ୍ଭନ୍ତୁ ନ ବର୍ତ୍ତି ।୧୦୬।
ୟେତେକ ସଂକଳ୍ପ ଆମ୍ଭେ କରିଅଛୁ ବ୍ରତ
ରାଜାର ମୁଖ ଦେଖିଲେ ଆମ୍ଭର ଭୋଜନ ଯୁଗତ ।୧୦୭।
ସହଦେବ ବୋଇଲା ଠାକୁରଂକର ଆଗ୍ୟାଂ ଯେନ୍ହେ ମୁକୁ
ମହାଭୟେ କରଇ ଗୋସାଇଂ ତୁମ୍ଭଂକୁ ବୋଲିବାକୁ ।୧୦୮।
ନାରାୟଣେ ବୋଇଲେ ତୋତେ ଯେସନେକ ଆଗ୍ୟାଂ
ମହାଗୁରୁ ବଚନ ତୁ କି କରିବୂ ଅବଗ୍ୟାଂ ।୧୦୯।
ଶ୍ରୀକୃଷ୍ଣ ବୋଇଲେ ତୋ ଯହିଂକି ମନବାଧା
ତୁ ଅବା ସଂକୋଚ କରୁ ବାବୁ ଦେବୁ ଆମ୍ଭେ ଶୋଧା ।୧୧୦।
ବାବୁ , ବ୍ରହ୍ମକର୍ମମାନ ନେଇ ପାରିବୁ କି ଭିତରକୁ
ଶହସ୍ର ଥିଲେ ତୁ ବିରୋଧ କରନ୍ତୁ ଆମ୍ଭଂକୁ ।୧୧୧।
ବସ୍ର ଫେଡିଣ ଦେବ ଦିଲକ ତହିଂ ଝାଡି
ଦେଖିଣ କୁମର ଯେ ମନରୁ ଭ୍ରାନ୍ତି ଛାଡି ।୧୧୨।
ଦଧିବାବନ ସୁମରି ଯାଅ ଯା ପଣ୍ଡାୟେ
ଅମୃତ ଦୃଷ୍ଟିରେ ଚାହୁଂ ତୁମ୍ଭନ୍ତ ମଗଧେଶ୍ୱର ରାୟେ ।୧୧୩।
ପ୍ରଥମ ଦ୍ୱାରରୁ ଦୁଜ ଦ୍ୱାର ଯୋଜନେକ ଅନ୍ତର
ଗୋବିନ୍ଦେ ପୁଚ୍ଛାକଲେ ଭୀମ ଅର୍ଜୁନ ଆଗର ।୧୧୪।
ପ୍ରଥମେଣ ଭେରୀ ଦୁତୀୟେଣ ଶିମୂଳୀ ତିଜେଣ ଗର୍ଦଭ
କେ କେବଣ ଦ୍ୱାରେ ହୋ ନିବର୍ତ୍ତ କରିବ ।୧୧୫।
ଭୀମସେନ କହିଲା ଶ୍ରୀଜଗନ୍ନାଥଂକର ଆଗେ
ପ୍ରଥମ ଦ୍ୱାର ଭେରୀ ହୋଇଲା ମୋର ଭାଗେ ।୧୧୬।
ଅର୍ଜୁନ ବୋଇଲେ ଦେବ ଶୁଣିମା ବନମାଳୀ
ଦୁଜ ଦ୍ୱାର ମୋର ଭାଗ ବୋଇଲା ଶିମୂଳୀ ।୧୧୭।
ଦୁହେଂ ତୁଷ୍ଟ ହୋଇଲେ ଦୁଇ ଦ୍ୱାର ବାଛି
ଆମ୍ଭର ଭାଗେ ଗର୍ଦଭ ହୋଇଲା ବୋଇଲେ ଶ୍ରୀବଚ୍ଛି ।୧୧୮।
ଚଳନ୍ତି ତିନିବୀରେ ପବନୁଂ ବେଗ ହୋଇ
ଦୁଜ ଦ୍ୱାରେ ଭେରୀ ଭେଟିଲେକ ଯାଇଂ ।୧୧୯।
ଭୀମସେନର ବଦନ ଚାହିଂଲେକ ଅଚ୍ୟୁତ
ଭେରୀ ବାଦ୍ୟ କରିବଟି ୟେହା ନିବର୍ତ୍ତ କର ତୁରିତ ।୧୨୦।
ଶତ୍ରୁ ଉପଗତ ଦେଖିଣ ମହାଭେରୀ
ଗହ ଗହ ଶବଦ ଯେ କରି ବିକାଶୁଚି ରଡି ।୧୨୧।
ପବନହୁଂ ବେଗେଣ ଭୀମସେନ କ୍ଷେପି
ଧାତିକାରେ ମୁଥେକ ମାଇଲା ଭୀଷ୍ମରୂପି ।୧୨୨।
ଭାଜିଣ ଭେରୀ ତହିଂ ହୋଇଲା ମସୀଗୁଣ୍ଡ
ମୁକତି ଗତି ପାଇଲା ଭେରୀ ଭେଦିଲା ବ୍ରହ୍ମାଣ୍ଡ ।୧୨୩।
ଭେରୀର ପୂର୍ବ ଚରିତ ବର୍ଣ୍ଣନ
ଭେରୀର ପୂର୍ବ ଚରିତ ବର୍ଣ୍ଣନାବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକିଅମୃତ ମିଶ୍ରିତ ମୁନି ହେ କହିଲ ତୁମ୍ଭେ ବାକି ।୧।ୟେ ଭେରୀର ଚରିତ ଯେ ବଡାଇ ଦୁର୍ଲ୍ଲଭଅଜୀବ ହୋଇ କିମ୍ପେ ଅଦଭୁତେ ଦିଅଇ ରାବ ।୨।ୟେ ଅସମ୍ଭବ ବାଦ୍ୟ ୟେ ଅପର ହାଥେ ବାଜିଭବିଷ୍ୟ ଗ୍ୟାଂତା ହୋଇ କିମ୍ପେ ଅଦଭୁତେ ଗଳଗାଜି ।୩।ଇତିଶ୍ରୀ ବିଷ୍ଣୁ ପୁରାଣ ୟେ ମହାଭାରଥ ବାଣୀନିନ୍ଦାକରି ନାଶଯାନ୍ତି ଅଗ୍ୟାନ ମୂଢ ପ୍ରାଣୀ ।୪।ଅଗସ୍ତି ବୋଇଲେ ହୋ ଶୁଣିମା ଯୋଗେଶ୍ୱରତହିଂର ଚରିତ ଶୁଣି ପାତେକ ଧ୍ୱଂସ କର ।୫।ବଦୟନ୍ତି ଅଗସ୍ତି ଯେ ପଣ୍ଡିତ ମହାଗ୍ୟାଂତାଶୁଣ ହୋ ସାବଧାନେ ଭେରୀର ଆଦିଜନ୍ମ କଥା ।୬।ୟେହି ତ୍ରେତୟା ଯୁଗେ ହିରଣ୍ୟଗର୍ଭ ପୁରେମଦନିକା ଅପକ୍ଷରୀ ଥାଇ ସେ ସ୍ୱର୍ଗରେ ।୭।ଅତିୟ ସୁନ୍ଦରୀ ସେ ରମ୍ଭା ତୁଲ୍ୟ ଜାଣିଯୁବାକାଳେ ତାକୁ ଯେ ଭଜିଲେ ବଜ୍ରପାଣି ।୮।ବାସେବ ଦେବତା ତାହାକୁ ବଢାଇ ବଡ ପ୍ରୀତିଭୟେଣ ବିଦ୍ୟାଧରେ ଯାଇ ନୁଆରନ୍ତି ତାର କତି ।୯।ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ସଉରି ବାସରବିଶାଖା ନାମେ ନକ୍ଷତ୍ର ଅଟେ ସେ ଦିନର ।୧୦।ବାଣିଜ୍ୟ ନାମେ କରଣ ସିଦ୍ଧି ନାମେ ଯୋଗତ୍ରିଦଶ ଲୋକ ବସିଲେ ସ୍ୱର୍ଗ ମଧ୍ୟଭାଗ ।୧୧।ଦିବ୍ୟ ଅଳଂକାର ହୋଇ ସେଦିନ ମଦନିକାଆକାଶ ଗଂଗାକୁ ସ୍ରାହାନ କରିଗଲା ୟେକା ।୧୨।ସ୍ରାହାନ ସାରି ତହୁଂ ନଳ ଯେ କୁବେରକଣୟ ଗିରି ତଳେ ତାକୁ ଭେଟିଲେ ବାଟର ।୧୩।ଦେଖିଲେ ଜନ ମନୁଷ୍ୟ ନାହିଂତ କେହି ପାଶେସେ କନ୍ୟାକୁ ଓଗାଳିଲେ ସୁରତ ପରିହାସେ ।୧୪।ସେ କନ୍ୟା ନଳକୁବେରଂକ ଅନୀତି ବଚନ ଶୁଣିଆଡେ ହୋଇ ସ୍ରାହାନକୁ ଗଲାକ ତରୁଣୀ ।୧୫।ନିର୍ଜନ ଦେଖିଣ ତହୁଂ ସେ ନଳକୂବେରକୋଳକରି ଧଇଲେ ତାକୁ ମଦନ ଆତୁରେ ।୧୬।କୋପେଣ ସୁନ୍ଦରୀର ବଢିଲା ବଇରାଗବୋବି ୟେକ ଛାଡିଲା କମ୍ପିଲା ଅମର ସ୍ୱର୍ଗ ।୧୭।ଭୟେଣ ଛାଡିଲେ ସେ ଯେ କୁବେରର ପୁତରାଗେଣ ଶାପ୍ୟ ଦିଲେ କୋପ କରିଣ ବହୁତ ।୧୮।ତୁମ୍ଭେ ଯେ ବେଶ୍ୟା ଲୋ ଅଟ ନୀଚ ସ୍ତିରୀଯାଚକୀ ଚଂଚଳା ତୁମ୍ଭେ ସମସ୍ତଂକୁ ଆଶ୍ରେ କରି ।୧୯।ନ ବିଚାରି ରାବେକ ତୁ ଦେଲୁ ଅପ୍ରମିତେଭେରୀ ବାଦ୍ୟ ପ୍ରାୟେକ କମ୍ପିଲା ୟେ ତିନି ଜଗତେ ।୨୦।ମଞ୍ଚେ ଜାତହୋଅ ତୁ ଲୋ ଭେରୀ ରୂପ ହୋଇମଗଧଦେଶ ରାଜା ଜରାସନ୍ଧ ଦ୍ୱାରେ ଥିବୁ ରହି ।୨୧।ଶତ୍ରୁ ପ୍ରାୟେ ବୁଝି ଅଦଭୁତେ ଦେବୁ ରାବଶତ୍ରୁ ଦୃଶ୍ୟ ହୋଇଲେ ତୋତେ ହୋଉ ୟେମନ୍ତ ସ୍ୱଭାବ ।୨୨।ଶୁଣିଣ ବିଷାଦ ଯେ ହୋଇଲା ଅପକ୍ଷରୀନଳକୁବେରଂକୁ ବୋଇଲା ବିନୟ ଭାବ କରି ।୨୩।ଅଦୋଷ ଶାପ୍ୟ ମୋତେ ବିହିଲ ଅନମିତେମୋକ୍ଷକଇଂ କାରଣ ଯେ କହିବାକ ମୋତେ ।୨୪।ବିକଳ ଦେଖି ଦୟା କଲେକ ନଳକୁବେରଦ୍ୱାପର ଯୁଗରେ ଥିବୁ ତୁ ଜରାସନ୍ଧର ଦ୍ୱାରେ ।୨୫।ପାଣ୍ଡବନ୍ତ ଘେନି ବିଜେ କରିବେ ଦେବ ଚକ୍ରଧାରୀଗୋପ୍ୟେଣ ଯାଉଥିବେ ଜରାସନ୍ଧକଇଂ ଅପହରି ।୨୬।ସୋ ତୋତେ ଦୃଶ୍ୟ ହୋଇବେ ବଇରିତା ପଣେଶତ୍ରୁ ଦେଖି ତୁହି ରାବ କରିବୁଟି ଅକାରଣେ ।୨୭।ବିକ୍ରୋଦର ପ୍ରହାର କରିବାକ ତୋତେ ବଜ୍ରମୁଥେହୋଇବୁ ଶତେଚୂର ତାହାର ମୁଥଘାତେ ।୨୮।ଶାପ୍ୟକୁ କାରଣ ତୋତେ କରିବେ ଜଗତ ପତିପ୍ରତକ୍ଷେ ଦୃଶ୍ୟ ତୋତେ ହୋଇବେ ନାରାୟଣ ମୂରତି ।୨୯।ଶାପ୍ୟରୁ ମୁକତ ତୁ ହୋଇବୁ ତେତେବେଳେୟେହି ରୂପ ଧରି ଆସିବୁ ଅମର ମଣ୍ଡଳେ ।୩୦।ନଳକୁବେର ଶାପେ ଅସୁର ପୁରେ ଥିଲାନାରାୟଣଂକ ଦ୍ରଶନେ ସେ ମୁକତି ଲଭିଲା ।୩୧।ଅମର ସ୍ୱର୍ଗେ ପ୍ରବେଶ ହୋଇଲା ଅପକ୍ଷରୀପୁଣିହିଂ ସେ ହୋଇଲା ବାସବ ମନୋହାରୀ ।୩୨।ଶିମୂଳୀ ବୃକ୍ଷର ବୃତ୍ତାନ୍ତୟେଥୁ ଅନନ୍ତର ବ୍ୟଗ୍ରେ ଚଳନ୍ତି ବିପ୍ର ତିନିଦ୍ୱିଜଦ୍ୱାରୁ ଜିଣିଗଲେ କୃଷ୍ଣ ଭୀମ ଫାଲଗୁନି ।୧।ଯୋଜନେକ ଅନ୍ତରେ ଆଉର ଯେଉଂ ଦ୍ୱାରଶିମୂଳୀକୁ ଦେଖିଲେ ଅତ୍ୟନ୍ତ ବିସ୍ତାର ।୨।ମୃତୁ ଶାଖା ପ୍ରାୟେକ ସେ ବୃକ୍ଷ ହୋଇଥିଲାଶତ୍ରୁ ଉପଗତ ଦେଖି ଫଳ ପୁଷ୍ପ୍ୟ ବିଘଂସିଲା ।୩।ଗୋବିନ୍ଦେ ସେ ଚାହିଂ ଆଗ୍ୟାଂ ଦିଲେ ଅର୍ଜୁନଙ୍କୁଦେଖ ହୋ ଧନୁର୍ଜୟେ ଶିମୂଳୀ ବୃକ୍ଷକୁ ।୪।ଧ୍ୟାନେଣ ଆକାଶକୁ ଯେ ଚାହିଂଲା ଫାଲଗୁନିଗରୁଡ ପ୍ରବେଶ ହୋଇଲା ସର୍ବଶସ୍ର ଘେନି ।୫।ଗାଣ୍ଡିମ ଧନୁ ଧରି ବୀର ଯେ ଅର୍ଜୁନବାବଲ ଶରେକ ପାଥ ବିନ୍ଧିଲେ ବହନ ।୬।ନାରାଜ ପଡିଲା ଯାଇଂ ଯେ ଶିମୂଳୀ ବୃକ୍ଷ ମୂଳେବୃକ୍ଷକଇଂ ଉପାଡି ନେଇ ପକାଇଲା ମହାବଳେ ।୭।ପବନ ଅସ୍ର ପେଷିଲେ ନେଲାକ ଉଡାଇସମୋଦ୍ର ଭିତରେ ତାହା ପକାଇଲା ନେଇ ।୮।ୟେହା ଶୁଣି ପୁଚ୍ଛାକଲେ ମନୁ ମହାରାଜାଅଗସ୍ତିଂକ ପାଦପଦ୍ମେ କଲାକ ଦିବ୍ୟପୂଜା ।୯।ସେ ଶିମୂଳୀର ବାରତା କେମନ୍ତେ ଅଟଇ ମୁନି ହେୟେ କଥା ଲାଗିଲା ମୋତେ ବଡାଇ ସନ୍ଦେହେ ।୧୦।ଶିମୂଳୀ ବୃକ୍ଷ ତ ମୃତୁପିଣ୍ଡ ହୋଇଥିଲାଶତ୍ରୁ ଦେଖିଣ କେନ୍ହେ ସେ ଜୀବନ ପାଇଲା ।୧୧।ୟେହିତ ମୁନି ହେ ବଡାଇ ଆଶ୍ରିଜର କଥାବିସ୍ତାରି କହିବା ମୋତେ ୟେଥିର ବ୍ୟବସ୍ତା ।୧୨।ଶୁଣ ହୋ ମନୁ ପୁରୁଷ ବଦନ୍ତି ଅଗସ୍ତିସେ ଶିମୂଳୀ ବୃକ୍ଷର ଯେ ୟେସନେକ ରୀତି ।୧୩।ଆହୋ ସତ୍ୟଯୁଗେ ଅବନ୍ତୀ ଭୁବନେ ବଇଧୃତି ନାମେଣ ଗନ୍ଧର୍ବତାହାର ପୁତ୍ରର ନାମ ଅଟଇ ସଦାଶିବ ।୧୪।ଅନ୍ଧେକ ନାମେଣ ଯେ ୟେକଇ ଋଷିୟେତାହାରତହିଂ ଥିଲା କାମଧେନୁ ଯେ ଗୋଟିୟେ ।୧୫।ସେ ସଦାଶିବ ଗନ୍ଧର୍ବ ଯେ ଦେଖିଲା ସେହୁ ଗାଈବନସ୍ତୁଂ ଚୋରାଇ ନେଲାକ ସ୍ନେହ ବହି ।୧୬।ଗାଈ ନେଇ ଚୋରାଇ ରଖିଲା ନିଜ ପୁରେଲୋଡି ନ ପାଇଲେ ମୁନି ସାତ ବରଷରେ ।୧୭।ଗାଈ ନ ପାଇଣ ମୁନି କୋପେଣ ଶପ୍ୟଦିଲାଯେ ଗାଈକି ମୋହୋର ଚଉର୍ଯ୍ୟ କରିନେଲା ।୧୮।ମୋହର ଶାପ୍ୟହିଂ ହାଦେ ପ୍ରତକ୍ଷେ ତାକୁ ହୋଉଯମ ଦେବତାହିଂ ତାକୁ ଅନେକ ଶାସ୍ତି ଦେଉ ।୧୯।ଋଷିର ଶାପ୍ୟେ ସେହୁ ହୋଇଲା ଅବସାନଯମ ଦେବତା ଦେଖି ତାକୁ କଲାକ କୋପମନ ।୨୦।କାଳ ବିକାଳନ୍ତ ରାଇ ବୋଇଲା ଯମବୀରମୋହୋର ଛାମୁକୁ ନ ଆଣରେ ମୋଢା ଗୋରୁଚୋର ।୨୧।ଗାଈକି ବାନ୍ଧିଣ ୟେ ଯେ ଆଣିଲା ଛାଟ ମାରିୟେହାକୁ ଛାଟ ମାରି ଶିମୂଳୀ ବୃକ୍ଷ କୋଳକରି ।୨୨।ନାଶକର ଆଗ୍ୟାଂୟେ ଯେ ଚଣ୍ଡ ଯେ ପ୍ରଚଣ୍ଡଶିମୂଳୀ ବୃକ୍ଷ କୋଳ କରାଇଲେ ତାର ପିଣ୍ଡେ ।୨୩।ଛାଟ ମାରନ୍ତେଣ ବିଦାରି ହୋଇଲା ତାର ପିଠିରୋଧିର ବାହାର ହୋଇଲା ଯେ କଣ୍ଟମାନ ଫୁଟି ।୨୪।ବିକଳରେ ରାବେକ ସେ ଦିଲାକ ବିଦ୍ୱାଧରଶିମୂଳୀ ବୃକ୍ଷକୁ ଶାପ ଦିଲାକ କୋପଭର ।୨୫।ଆରେ ଆକାଶର ବୃକ୍ଷ ହୋଇ ତୋର ୟେତେକ ଅହନ୍ତାମୋହୋର ଶାପ୍ୟରେ ତୁହି ଆକାଶ ପୁରେ ନ ଥା ।୨୬।ଦେବପୁର କଥା କି ହୋଇବ ୟେମନ୍ତଅସୁର ପୁରେ ଥାଅସି ହୋଇଣ ମୃତୁଗତ ।୨୭।ଯେତେଦୂର ପରିଯନ୍ତେ ଦିଶଇ ତୋର ଶିଖୟେହି ଦୋଷ ବାଛି ତୋତେ କାଟନ୍ତୁରେ ବୃକ୍ଷ ।୨୮।ଯେ ଅବା ତୋତେ ଦେଖି ରେ ନ କାଟନ୍ତି ଜନେମୋହୋର ଅବସ୍ଥା ତାକୁ ହୋଉ ସଂଜୀବନୀ ଭୁବନେ ।୨୯।ଯାଅ ଯା ବୃକ୍ଷ ରେ ଆକାଶ ନ ଥାଅସିମଘଦେଶେ ଜରାସନ୍ଧ ଦ୍ୱାରେ ଦ୍ୱାରପାଳ ହୋଅସି ।୩୦।ଶୁଣି ଶିମୂଳୀ ବୃକ୍ଷ ଯେ କମ୍ପଇ ଥରହରଶାପ୍ୟକୁ ଅନୁଗ୍ରହ କରସି ପ୍ରତିକାର ।୩୧।ତୁହି ଯେ ଅକାରଣେ ଶାପ୍ୟ ଦିଲୁ ମୋତେମୋକ୍ଷକଇଂ ପ୍ରତିକାର କହସି ନାଥ ମୋତେ ।୩୨।ଶୁଣିଣ ଗନ୍ଧର୍ବର ବସିଲାକ ଦୟାମୃତୁ ପରେ ଜାତ ହୋଉ ୟେ ତୋହର କାୟା ।୩୩।ସତ୍ୟ ତ୍ରେତୟା ଯୁଗେ ତୁ ସେହି ରୂପେ ଥିବୁଦ୍ୱାପର ଯୁଗେ ତୁ ମୁକୁତ ହୋଇବୁ ।୩୪।ରାଜୁସି ଯାଗ ଯୁଝେଷ୍ଠିଦେବ କରିବା ନିମନ୍ତେଭୀମ ଅର୍ଜୁନକଇଂ ଘେନି ଆସିବେ ଜଗନ୍ନାଥେ ।୩୫।ଦୁହିନ୍ତି ଘେନି ହରି ବେଗେ ଚଳିଯିବେଜରାସନ୍ଧ କଟକେ ପ୍ରବେଶ ହୋଇବେ ।୩୬।ପ୍ରଥମ ଦ୍ୱାରେ ଭୀମ ଭେରୀକି ନିବାରିଭେରୀ ମୁକତ ହୋଇବ କୃଷ୍ଣଂକୁ ଦ୍ରଶନ କରି ।୩୭।ଦୁଜ ଦ୍ୱାରେଣ ଯେ ଭେଟିବେ ତୋତେ ଯାଇଂମୂର୍ତ୍ତିବନ୍ତ ହୋଇବୁ ତୁ ସେହିଦ୍ୱାରେ ଥାଇଂ ।୩୮।ଶୁଷ୍କତରୁ ପ୍ରାୟେ ହୋଇ ତୁହି ରହିଥିବୁଶତ୍ରୁ ଉପଗତ ଦେଖି ତୁ ପୁଷ୍ୟ ବିଘଂସିବୁ ।୩୯।ହରି ବାଜେ କରିବେ ଜରାସନ୍ଧ ବଧ ନିମନ୍ତେତହିଂ ତୁ ପୁଷ୍ୟ ବିଘଂସିବୁ ତୋଷ ଚିତ୍ତେ ।୪୦।ତୋହୋର ପୁଷ୍ୟ ଦେଖି ଅର୍ଜୁନ ବିନ୍ଧିବ ନାରାଜମୁକତ ହୋଇବୁ ତୁ ଦେଖିଣ ଦେବରାଜ ।୪୧।ଶ୍ରୀହରିଂକ ଦ୍ରଶନେ ମୁକତ ପାଇବୁଦେବପୁରକଇଂ ବହନ ଆସିବୁ ।୪୨।ୟେସନେକ ଶାପ୍ୟ ସେ ପାଇଥିଲା ପୂର୍ବେମୁକତ ହୋଇଲା ଆସି ଦ୍ୱାପର ଯୁଗେ ୟେବେ ।୪୩।ବିଦ୍ୱାଧର ଶାପ୍ୟେ ସେ ଅସୁର ପୁରେ ଥିଲାମୁକତିର ନିମନ୍ତେ ସେ ଫଳ ପୁଷ୍ୟ ବିଘଂସିଲା ।୪୪।ଅର୍ଜୁନର ନାରାଜେ ସେ ହୋଇଲା ମୋକ୍ଷଗତିବଇବସୁତ ମନୁକୁ ଯେ କହିଲେ ଅଗସ୍ତି ।୪୫।ଶୁଣିଣ ସାନନ୍ଦ ଯେ ମନୁ ମହାରାଜାଅଗସ୍ତିଂକ ଚରଣେ କଲା ପାଦ୍ୟ ଅର୍ଘ୍ୟେ ପୂଜା- ।୪୬।ଗଧର ଚରିତ , ଜରାସନ୍ଧ ସହ କୃଷ୍ଣଙ୍କରକଥୋପକଥନ ଓ ଜରାସନ୍ଧର ମୃତ୍ୟୁତିଜଦ୍ୱାର ଜୟ କରିଣ ଚକ୍ରପାଣିତହୁଂ କେଶବ କେଉଂଣ କୃତ୍ୟ କଲେ ଯେ ପୁଣି ।୧।ଶୁଣ ହୋ ମନୁରାଜା ବଦୟନ୍ତି ଅଗସ୍ତିଚଳିଲେ ଜଗନ୍ନଥେ ବ୍ରାହ୍ମଣ ରୂପେ ଭୀମ ଫାଲଗୁନ୍ୟେ ଘେତି ।୨।ଯୋଜନେକ ଥାଉଂ ସେ ଦେଖିଲା ଗର୍ଦ୍ଦଭଶତ୍ରୁ ଉପଗତ ବୋଲି ଗାଢେଣ ଦିଲା ରାବ ।୩।ଅର୍ଜୁନ ବୋଇଲେ ସ୍ୱାମୀ ସମ୍ଭାଳ ଚକ୍ରପାଣିଦକ୍ଷିଣ ଭୁଜ ବଢାଇ ଦିଲେ ଶାରଙ୍ଗପାଣି ।୪।ଯୋଜନେକ ପରିଯନ୍ତେ ଭୁଜ ଗଲା ବଢ଼ିଦେବଦତ୍ତ ଶଙ୍ଖ ଦିଲେ ଗଧ ମୁଖେ ଭରି ।୫।ଅତିୟ ଗାଢକରି ଗଧ ରାବ ଦିଲାଶଙ୍ଖଧୁନି ପ୍ରାୟେକ ସେ ଶବଦ ଶୁଭିଲା ।୬।ପୁଣି ବିସ୍ତାରିଲା ଦେବ ବାମ ଭୁଜ ଗୋଟିଆକ୍ରେଷି ଧଇଲେ ଦେବ ଗଧର ନିଜ ତୋଟି ।୭।ଗଧ ବିଚାରଇ ପ୍ରଲମ୍ବ ଭୁଜ ଦେଖିନିଚୟେ ଜାଣିଲି ୟେ ପ୍ରତକ୍ଷେ ପଦ୍ମ ଆଖି ।୮।ବିଚାରିଣ ବୋଇଲା ସେ ସରୂପ ଉପଲେଖିକୃଷ୍ଣର ସରୂପ ୟେ ମୋହୋର ଭାଗ୍ୟେ ଦେଖି ।୯।ବିନୟ ଭାବ ହୋଇ ବୋଲଇ ଗର୍ଦ୍ଧଭପ୍ରତକ୍ଷେ ବିଜୟେ କି କହ ବାସୁଦେବ ।୧୦।ଅଷ୍ଟାଦଶ ବେଳ ତୋତେ ଜରାସନ୍ଧ ଦିଲା ଧାଡିକି କାର୍ଯ୍ୟେ ସହିଲୁ ଦେବ ପ୍ରାଣେ ତାକୁ ନ ମାରି ।୧୧।ଗୋବିନ୍ଦେ ବୋଇଲେ ମୁହିଂ ବଧ କରିବି ଜାରାତୁ ହୋ ରାଗ ସମ୍ବରଣ କରସି ଗଧ ବାପୁଡା ।୧୨।ନାରାୟଣଂକ ବଚନେ ବିନୟ ଭାବ ହୋଇ ବୋଲଇ ଗର୍ଦ୍ଧଭତୋହୋର ଆଗ୍ୟାଂ ପ୍ରମାଣେ ନ ଦେବି ମୁହିଂ ରାବ ।୧୩।ଇଚ୍ଛାୟେ ବଧ ତୁ ଯେ କରସି ଜରାସନ୍ଧୟେକା ତୋହୋର ଶ୍ରୀକରେ ଛୁଅଂ ମୋହର ପାଦ ।୧୪।ଗୋବିନ୍ଦେ ତୁଷ୍ଟି ହୋଇଲେ ଗର୍ଦ୍ଧବ ବଚନେକରପତ୍ର ଯୋଡି ସେ ବୋଲଇ ଭୀମସେନେ ।୧୫।ତୁ ତ ଜଗମୋହନ ବ୍ରହ୍ମାଣ୍ଡ ଶିରୋମଣିୟେ ଛାର ପାଦ କିଂକେ ଛୁଇଂବ ଚକ୍ରପାଣି ।୧୬।ଗୋବିନ୍ଦେ ବୋଇଲେ ହୋ ପୂର୍ବେ ୟେମନ୍ତେ ବେଭାର ଅଛିଯହିଂ କାର୍ଯ୍ୟ ସାଧ୍ୟହୋଇ ତହିଂ ଦୋଷ ନାହିଂ କିଛି ।୧୭।ୟେସନେକ ବିଚାରିଲେ ଦେବ ଦାମୋଦରଗର୍ଦ୍ଧଭ ଚରଣ ଦେବ ଛୁଇଂଲେ ବାମକର ।୧୮।ଶ୍ରୀକର ବଢାଇ ଦେଇ ଲଗାଇଲେ ଆଙ୍ଗୁଠିପଡିଲା ଗର୍ଦ୍ଧଭ ସେ ମୂର୍ଦ୍ଧନା ଗଲା ଫାଟି ।୧୯।ଅନ୍ତରୀକ୍ଷୁ ଲାଗେ ଆସି ପୁଷ୍ପେକ ବିମାନଚଳିଲାକ ଗର୍ଦ୍ଧଭ ସେ ଅମର ସ୍ୱର୍ଗସ୍ତାନ ।୨୦।ୟେହା ଶୁଣି ପୁଚ୍ଛାକଲେ ବଇବସୁତ ମନୁଗର୍ଦ୍ଧଭ ଚରିତ ମୋତେ ବିସ୍ତାରି କହିବା କୁମ୍ଭଋଷି ତନୁ ।୨୧।ଗଧର ପାଦ କିଂପେ ଛୁଇଂଲେ ନାରାୟଣକେବଣ ସେ ମହାତମା ପୂର୍ବେଣ କେଡେ ବଡ ଜାଣ ।୨୨।କାହାର ଶାପ୍ୟେ ସେ ଯେ ହୋଇଲା ୟେମନ୍ତୟେହା ମୋତେ ସଞ୍ଚପି କହିବା ଭଗବନ୍ତ ।୨୩।ଅଗସ୍ତି ବୋଇଲେ ସେ ହୋ ସତ୍ୟ ଯୁଗର କଥାଅପାର କାଳର ୟେ ଗର୍ଦ୍ଧଭରା ବାରତା ।୨୪।ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ସଉରିବାରବିଶାଖା ନାମେ ନକ୍ଷତ୍ର ଭୋଗ୍ୟ ସେ ଦିନର ।୨୫।ବାଣିଜ୍ୟ ନାମେ କରଣ ସିଦ୍ଧି ନାମେ ଯୋଗତ୍ରିଦଶ ଦେବତାୟେ ଯାଇ ବସିଲେ ମେରୁସ୍ୱର୍ଗ ।୨୬।ବୃଦ୍ଧଶ୍ରବା ବୋଲିଣ ଯେ ୟେକଇ ଗନ୍ଧର୍ଭହରଭରଷେ ଖଟଇ ନୃତ୍ୟ ଗୀତ ତାଣ୍ଡବ ।୨୭।ଦେଖିଣ ସାନନ୍ଦ ସେ ହୋଇଲେ ସୁରପତିବହୁତ ଅଳଂକାର ଦେଇ କଲାକ ତ୍ରିପୁତି ।୨୮।କାମସେଣୀ ବୋଲିକରି ୟେକଇ ଅପକ୍ଷରୀବୃଦ୍ଧଶ୍ରବା ତୁଲେ ସେ ନୃତ୍ୟ ଗୀତ କରି ।୨୯।ଦେଖିଣ ଅନେକ ହରଷ ହୋଇଲେ ପୁରନ୍ଦରଜୟମାଳା ୟେକ ନେଇ ଦିଲେ ଅପକ୍ଷରୀ ଗଳାର ।୩୦।ବିଶ୍ୱାବସୁ ଆଗ୍ୟାଂ ଦିଲେ ବୃଦ୍ଧଶ୍ରବାନ୍ତ ରାଇୟେ କାମସେଣୀ ଅପକ୍ଷରୀକି ନେମୁଂ ତୁ ମୋହୋର ତହିଂ ।୩୧।ବଧାଇ ଦେଇଣ ତାକୁ ଚଳିଲେ ବିଶ୍ୱାବସୁବୃଦ୍ଧଶ୍ରବା ଗୋଚର ଦିଲେ ତୀଖ ପ୍ରଶୁ ।୩୨।ଦେଇଣ ଗନ୍ଧର୍ବ ଯେ ଚଳିଲେ ନିଜ ସ୍ଥାନରାତ୍ରକାଳେ ଅପକ୍ଷରୀକୁ କରାଇଲେ ବୋଶ ଯେ ବଶନ ।୩୩।ରାତ୍ର ପ୍ରହରକେ ଗଲେ ବିବାନ ଆରୋହିକାମସେଣୀକୁ ଘେନି ଗନ୍ଧର୍ବ ଅନ୍ତରୀକ୍ଷେ ଚଳଇ ।୩୪।କାମେ ଅସାଷ୍ଟମ ସେ ହୋଇଣ ବୃଦ୍ଧଶ୍ରବାକାମସେଣୀକୁ ବୋଇଲା ସଖୀ ଶୃଙ୍ଗାର ମୋତେ ଦେବା ।୩୫।ଭରହରଷ ନାୟକ ସେ ଅଟଇ ଗନ୍ଧର୍ବଅପକ୍ଷରୀ ମାତ୍ରକେ କେ ତାର ବଚନ ମେଣ୍ଟିବ ।୩୬।ବିଦ୍ୟାଧରେ ବିଦ୍ୟାଧରୀ ବଢ଼ିଲା ପୀରତିହାସ୍ୟ ଲାସ୍ୟ ଶୃଙ୍ଗାର ଯେ ଅନେକ ରସେ ପ୍ରୀତି ।୩୭।ଶୃଙ୍ଗାର ସାରିଣ ଯେ ଚଳିଗଲେ ତହୁଂ ବେନିବିଶ୍ୱାବସୁ ପୁରେ ପ୍ରବେଶ ହୋଇଲେ ପାଞ୍ଚଘଡି ରୟେଣୀ ।୩୮।ବୃଦ୍ଧଶ୍ରବା ସମର୍ପିଲା ନେଇ କାମସେଣା ଅପକ୍ଷରୀବିଶ୍ୱାବସୁ ତୁଲେ ସେ ହୋଇଲା ମନୋହାରୀ ।୩୯।ଶୃଙ୍ଗାରକାଳେ ତହୁଂ ଉପୁଜିଲା ଅଭାବରତିଶାସ୍ରେ ନ ଚଳିଲା ଅଚଳ କାମଦେବ ।୪୦।ବିଶ୍ୱାବସୁ ପୁଚ୍ଛାକଲେ କାମସେଣୀ ଅପକ୍ଷରୀକିକାମେ ଅଚଳ କିମ୍ପେ ହୋଇଲୁ ରେ ସଖୀ ।୪୧।କାହାରେ ପୀରତି ବଢାଇଲୁ ରେ ସୁନ୍ଦରୀତାହା ସଂଘାତୁଣୀ ମୋତେ କହିବା ତଥ୍ୟ କରି ।୪୨।ତୁ ଯେବେ ସତ୍ୟକରି ନ କହିବୁ ମୋହର ଅଗ୍ରତେୟେହିକ୍ଷଣୀ ସୁନ୍ଦରୀ ରେ ଶାପ୍ୟ ଦେବି ତୋତେ ।୪୩।ବୋଲଇ ବିଦ୍ୟାଧରୀ ତୁମ୍ଭେ ଶୁଣ ବିଶ୍ୱାବସୁବୃଦ୍ଧଶ୍ରବା ଶୃଙ୍ଗାର କଲା ମୋତେ ବାଟେ ଆସୁ ଆସୁ ।୪୪।କୋପେଣ ଶାପ୍ୟ ଦିଲାକ ହୋଇଣ କୋପମୂର୍ତ୍ତିମୋହର ରମଣୀକୁ ତୁ କଲୁ ରେ ଅନୀତି ।୪୫।ଶିଷ୍ୟପୁତ୍ର ହୋଇଣ କଲୁ ମୋତେ ଯେ ଅଭାବଯାଅ ରେ ବିଦ୍ୟାଧର ତୁ ହୁଅସି ଗର୍ଦ୍ଧଭ ।୪୬।ରାଗେଣ ଶାପ୍ୟ ସେ ଯେ ଦିଲେକ ଦକ୍ଷେଶ୍ୱରବିଶ୍ୱାବସୁଂକ ଛାମୁରେ ଉଭା ହୋଇଲା ବିଦ୍ୟାଧର ।୪୭।ସ୍ୱାମୀ ଅକାରଣେ କିଂପେ କଲୁ ମୋତେ କୋପଗୁରୁଶାଳା ହୋଇ ଦେଲୁ ମୋତେ ଦୁରାପଦ ଶାପ ।୪୮।ଶାପ୍ୟକୁ ଅନୁଗୃହ ମୋତେ କରିବା ଦେବରାୟେକେମନ୍ତେ ମୁକତି ହୋଇବି ମୋତେ କହିବା ଉପାୟେ ।୪୯।ବିଶ୍ୱାବସୁ ବୋଇଲେ ଅବଶ୍ୟ ତୁ ଗଧ ହୋଇଥିବୁୟେ ମୋହର ଶାପ୍ୟେ ତୁ ଅପାର ଦୁଃଖ ପାଇବୁ ।୫୦।ତ୍ରେତୟାଯୁଗେ ଥିବୁ ରାବଣ ଦକ୍ଷିଣ ଦ୍ୱାରେଜରାସନ୍ଧ ଦ୍ୱାରପାଳ ହୋଇବୁ ଦ୍ୱାପରେ ।୫୧।ପ୍ରତକ୍ଷେ ଦେଖିବୁ ତୁ ଶଙ୍ଖ ଚକ୍ରଧାରୀଜଗନ୍ନାଥେ ତୋର ପାଦେ ଧରିବେ କାର୍ଯ୍ୟ ହେତୁ କରି ।୫୨।ସତ୍ୟଯୁଗ ସତର ଲକ୍ଷ ଅଠାଇଶ ସହସ୍ର ବରଷତ୍ରେତୟାଯୁଗ ବାରଲକ୍ଷ ଛୟାଣୋଇ ସହସ୍ର ବରଷ ।୫୩।ଦ୍ୱାପର ଯୁଗ ଆଠଲକ୍ଷ ବରଷ ଉତ୍ତାରେମୁକତି ପାଇବୁ ତୁ ରଜାସନ୍ଧର ଚତୁର୍ଥ ଦ୍ୱାରେ ।୫୪।ବିଶ୍ୱବାସୁ ଶାପେ ସେ ଗନ୍ଧର୍ବ ଗଧ ହୋଇ ଥିଲାୟେବେ ଜଗନ୍ନାଥ ଦ୍ରଶନେ ସେ ମୁକତି ହୋଇଲା ।୫୫।ଅଗସ୍ତି ବୋଇଲେ ଶୁଣ ହୋ ଯୋଗେଶ୍ୱରବୃଦ୍ଧଶ୍ରବା ଗନ୍ଧର୍ବ ସେ ଅଟଇ ପୂର୍ବର ।୫୬।ବଇବସୁତ ମନୁ ଅଗସ୍ତିଂକି କଲେ ପୂଜାଜରାସନ୍ଧ ବଧ ମୋତେ କହିବା ବ୍ରହ୍ମଦ୍ୱିଜା ।୫୭।ଚତୁର୍ଥଦ୍ୱାରେ ଜୟେକରି ଗଲେ ଦେବହରିଯାଗଶାଳେ ବିଜେ ଦେବ ବିପ୍ରରୂପ ଧରି ।୫୮।ଆହୋ ଯାଗଶାଳେ ବସିଛନ୍ତି ଉଦ୍ଦାକାଳେ ବାମଦେବଭାରଦ୍ୱାଦଶ ବିଶ୍ୱାମିତ୍ର ସୁମନ୍ତେକ ଯେ ସୁଦେବ ।୫୯।ବାଲମିକ ତୁଲେ ପରାଶର ଲୋମଶେକଜନକ ସନକ ଗଉତମ ବିଭାଣ୍ଡେକ ।୬୦।ଦେଖିଲେ ଯେ ନାରାୟଣ ମୁନି ଶଉନକଆବର ରହିଛନ୍ତି ମୁନି ଯେ ଅନେକ ।୬୧।ନିର୍ଧୂମ ଅଗ୍ନି ଜାଣି ବିରାଜଇ ତିନିଂକର ତେଜଗୋପ୍ୟାନ ରୂପ ଧରିଅଛନ୍ତି ଦେବରାଜ ।୬୨।କର ପସାରିଣ ଦେବ କରନ୍ତି ବେଦଧୁନିମହାମନ୍ତ୍ର ଶବଦେ କମ୍ପିଲା ମେଦିନୀ ।୬୩।ଦେଖି ବିଚାରନ୍ତି ସେ ଋଷିଗଣମାନେଅପୂର୍ବ ବ୍ରାହ୍ମଣ କେବଣ ଦେଶୁଂ ଆଗମନେ ।୬୪।ୟେକମୁଖରେ ବେଦ କରନ୍ତି ତିନିଧୁନିଗହ ଗହ ଶବଦେ ଯେ କମ୍ପିଲା ମେଦିନୀ ।୬୫।ଦେଖିଣ ଆଶ୍ରିଜ ବଡ ଜାରାସନ୍ଧ ହୋଇଲାୟେ ବ୍ରାହ୍ମଣଂକର ସରୂପ ମୋତେ ଗୋଚର ନୋହିଲା ।୬୬।ପଞ୍ଚଦଶ ଦିବସ ମୁହିଂ କଲାଇ ଆହୂତିକେହୁଣସି ଦିନେ ଦେଖିଲାତ ନାହିଂ ୟେ ତିନିଂକ ପ୍ରାୟେ ମୂରତି ।୬୭।କି ୟେ ପିତାମହ ୟେ ଅବା ଅଟନ୍ତି ଦିଗପାଳକି ୟେ ରୁଦ୍ର ଦେବତା କି ଅବା ଆଖଣ୍ଡଳ ।୬୮।ବେଦ ଆଧ୍ୟାନ ଶବଦେ କମ୍ପଇ ତିନିପୁରଆସ୍ତାନ ତେଜି ଉଠିଲା ରାଜା ମଗଧେଶ୍ୱର ।୬୯।ଶ୍ରୀହସ୍ତେ ରତ୍ନଝରୀ ଘେନି ନୃପମଣିବ୍ରାହ୍ମଣ ତିନିଂକି ପାଦ ପଖାଳିଲା ଗଙ୍ଗାଜଳ ଘେନି ।୭୦।ଲକ୍ଷେ ସୁବର୍ଣ୍ଣ ଦେଇ କଲାକ ପାଦପୂଜାପାଦ ଉଦକ ଶିରେ ଘେନିଲା ବୃହଧ୍ୱଜାର ଆତ୍ମଜା ।୭୧।କରପତ୍ର ଯୋଡିକରି ଜରାସନ୍ଧ ପଚାରିକେଉଂଣ ଦେଶୁଂ ଆଗମନ କଲ ୟେ ଆମ୍ଭର ପୁରୀ ।୭୨।କେଉଣ କୁଳେ ଜାତ କିସ ତୁମ୍ଭର ନାମସରୂପ କହନ୍ତେ ସେ ଉଦିତ ହୋଇବ ଧର୍ମ ।୭୩।ଗୋବିନ୍ଦେ ବୋଇଲେ ହୋ ଶୁଣ ମଗଧେଶ୍ୱର ଆଧିପତିପଛିମ ସୋମରାଷ୍ଟେ ହସ୍ତିନାୟେ ଆମ୍ଭ ଥିତି ।୭୪।ଯଦୁ ଦେବର ନନ୍ଦନ ମନ୍ତ୍ରେଣ ଯଜୁର୍ବେଦୀବିଷ୍ଣୁଦାସ ଆମ୍ଭ ନାମ ୟେ ପଣ୍ଡା ଜାମ୍ବୁଭେଦୀ ।୭୫।ଭୀମସେନକୁ ଦେଖାଇ ବୋଇଲେ ୟେହାଂକ ନାମ କୋନ୍ତେଆଦିହୁଂ ଉତପତି ଆମ୍ଭେ ପାଠଋଷିଂକର ଗୋତ୍ରେ ।୭୬।ଋକ ସାମ ଯଜୁ ଅର୍ଥବ ବେଦ ଚାରିଧର୍ମେଣ ପଢିଲୁ ଆମ୍ଭେ ସୁରାର୍ଥେ ଅବତରି ।୭୭।ଜରାସନ୍ଧ ବୋଇଲା ୟେ ବ୍ରାହ୍ମଣ ମହାଭିଗ୍ୟଂବେଦ ଶାହାସ୍ରେ ନିର୍ଜିତ ଯେ ଅଟନ୍ତି ସର୍ବଗ୍ୟଂ ।୭୮।ଦାନର ବେଳ ୟେତ ନୋହୋଇ ବିପ୍ରବରମୋତେ ଯେବେ ଭେଟିଲେ କାର୍ଯ୍ୟ ସିଦ୍ଧି ହୋଇଲା ତୁମ୍ଭର ।୭୯।ଆଜକ ଅନ୍ନଭୁଂଜି ମୋହୋର ପୁରେ ଥିବାକାଲି ପ୍ରଭାତେ ମୋତେ ଦାନ ଯେ ପ୍ରାର୍ଥିବ ।୮୦।ଚବିଶ ଭଣ୍ଡାର ଦାନଦେଲି ସର୍ବ ତୁଚ୍ଛାସମସ୍ତ ଦାନ ଦେବି ଯେ କାଲି ପୂରିବ ମନବାଞ୍ଛା ।୮୧।ମୋହୋର ପରାୟେ ରାଜା ଯେ ଦାନ ଦେବି ତୋତେତୋହୋର ପରା ବ୍ରାହ୍ମଣ ଘେନି ମୁଂ ତଳ ହାଥେ ।୮୨।ଆଉର ବେଳେ ଦାନ ନ ମାଗିବୁ ଆନକୁଦରିଦ୍ର ଅପହାର ଯେ କରିବି ତୁମ୍ଭକୁଂ ।୮୩।ଅନେକ ଦୂରୁ ଆଶ କରି ଆସିଲ ଦିଜବରବଂଶେ କି ଦରିଦ୍ର ହୋ ଥୋଇବି ତୋହୋର ।୮୪।ଗୋବିନ୍ଦେ ବୋଇଲେ ହୋ ବଚନ ତୋର ଧନିୟେ ମୃତୁ ମଣ୍ଡଳେ ଜାତ ତୁ ଅଟୁ ମହାଗ୍ୟାଂନି ।୮୫।ଯେବଣ ଯାଗ ଆରୋପଣ କରୁଛୁ ମହୀସ୍ତଳେଶୁଣିଲା ନାହିଂ ଯାହା ଦେଖିଲୁ ବେନି ଡୋଳେ ।୮୬।ୟେ ତିନି ଭୁବନେ ମଧ୍ୟେ ସାଧୁ ତୋହୋର ମହିଂମାମାହେଶ୍ୱରୀ କଳା ତୁ ପ୍ରତକ୍ଷେ ମହାତମା ।୮୭।ଆମ୍ଭେ ଅପାର ଦୂରୁଂ ଆଗମ ଦୁଖବାସୀକିଞ୍ଚିତ ଦାନେ ତୁ ଆମ୍ଭନ୍ତ ପାରିବୁ କି ତୋଷି ।୮୮।ତୁ ଯେ ଧନ ଦେବାକୁ ବୋଇଲୁ ମଗଧେଶ୍ୱର ରାୟେବହୁତ ଦାନ ଘେନିଲେ ଆଷ୍ୟ ହୋୟେ କ୍ଷୟେ ।୮୯।କଣକଳ୍ପ ମାତ୍ର ଆମ୍ଭର ଅଟଇ ବ୍ରତହେତୁନାହିଂ ପିରୋଜଧନ ଧାନ୍ୟ ତୋଟା ବାସ୍ତୁ ।୯୦।ଜରାସନ୍ଧ ବୋଇଲା ତୁମ୍ଭର ଧନେ ନାହିଂ କାର୍ଯ୍ୟକଷଣ ପ୍ରାୟେତ ମୋତେ ଦିଶୁଛ ତିନି ଦ୍ୱିଜ ।୯୧।ଶ୍ରୀହରି ବୋଇଲେ ଆମ୍ଭେ ଖୃପ ଯେ ବ୍ରାହ୍ମଣତୁ ମହାରାଜା ତୋତେ କିସ କରିବୁଂ କଷଣ ।୯୨।ୟେତେ ବୋଲି ଦେବ କଲେଜ ବେଦଧୁନିଲୋକପାଳେ କମ୍ପିଲେ ଯେ ମହାମନ୍ତ୍ର ଶୁଣି ।୯୩।ଜରାସନ୍ଧ ବୋଇଲା ହୋ ରହ ରହ ପଣ୍ଡାୟେତୁମ୍ଭର ବେଦ ଆଧ୍ୟାନ ଶୁଣି କମ୍ପଇ ମୋର କାୟେ ।୯୪।ଯେଣେ ତୁମ୍ଭର କାର୍ଯ୍ୟ ମାଗ ହୋ ଦ୍ୱିଜବରତୋହୋ ଭଳି ଧନ କି ନାହିଂ ମୋ ଭଣ୍ଡାର ।୯୫।ଭଣ୍ଡାର ତୁଚ୍ଛା ବୋଲି କି ମୋତେ କରୁ କଷଣୟେତେ ଧନ ମାଗିବ ହୋ ଦେବି ୟେହିକ୍ଷଣ ।୯୬।ୟେକ କଥାୟେକ ଛାଡି ଯାହା ପାର ମାଗୟେକା ମାତ୍ର ମୋହୋର ଆହୁତି ପରିତ୍ୟାଗ ।୯୭।ଧନ ଧାନ୍ୟ ଗୋଧନ ଯେ ପୃଥୀ ଆଦି କରିଦେବଇଂ ମୋହୋର ସତ୍ୟ , ସତ୍ୟ ମାଗସି ବ୍ରହ୍ମଚାରୀ ।୯୮।ଗୋବିନ୍ଦେ ବୋଇଲେ ତୋହୋର ଦୁଖେ ଅରଜିଲା ତପଆହୁତି କେହେନେକ ମାଗିବୁୟେ ନୋହଇ ସରୂପ ।୯୯।ଡାହାଣବ୍ରତେକ ଶଙ୍ଖେ ଜଳତିଳ ପୂରୋଇଜରାସନ୍ଧ ହାଥରେ ଦିଲେକ ଯଦୁସାଇଂ ।୧୦୦।ମହାମନ୍ତ୍ର ବାକ୍ୟ ଯେ କରାଇ ଅଚ୍ୟୁତଆପଣେ ଶ୍ରୀହରି ଯେ ପାତିଲେତଳହାଥ ।୧୦୧।ଉପର ହାଥ କରି ଜରାସନ୍ଧ ଯେ ଦେଉଅଛି ଦାନସତ୍ୟ ସତ୍ୟ ବାକ୍ୟ ଯେ କରଇ ମଗଧେଶ୍ୱର ରାଜନ ।୧୦୨।ହାଥେ ପାଣି ଦିଅନ୍ତେ ବଦୟନ୍ତି ଶ୍ରୀଜଗନ୍ନାଥେସାକ୍ଷୀ ହୋଇଥାଅ ୟେଥେ ସକଳ ଦଇବତେ ।୧୦୩।ବିଶ୍ୱଦେବା ସନକ ଲୋକପାଳ ଚାରିମେଘେଚାରିଯୁଗ ସାକ୍ଷୀହୁଅ ଆବର ଚାରିଦିଗେ ।୧୦୪।ଯାଗକାରୀ ବିପ୍ରମାନେ ତୁମ୍ଭେ ସାକ୍ଷୀ ହୋଇଥିବାଆହୋ ରାଜାଗଣମାନେ ତୁମ୍ଭେ ୟେ କଥାକୁ ସାବଧାନ ହେବା ।୧୦୫।ମୁହିଂ ତଳ ହାଥ କରି ଘେନୁଅଛି ଦାନଦେଉଛି ସତ୍ୟକଲି ଉଚ୍ଚାରି , ମଗଧେଶ୍ୱର ରାଜନ ।୧୦୬।ହାଥେ ଜଳ ପଡନ୍ତେ ବୋଇଲେ ପୁରୁଷଂକ ଉତ୍ତମଆନେ ପ୍ରିୟୋଜନ ନାହିଂ ଦିଅ ହୋ ସାଂଗ୍ରାମ ।୧୦୭।ଜରାସନ୍ଧ ଆଶ୍ରିଜ ହୋଇଲା ତାହା ଶୁଣିବିରସ ହୋଇ ରାଜା ଛାଡିଲା ଶଙ୍ଖୁ ପାଣି ।୧୦୮।କିସ ବୋଇଲ ତୁମ୍ଭେ ହୋ ଅଗ୍ୟାନ ଦ୍ୱିଜବରମତିଭ୍ରମ ପଣ୍ଡାୟେ କି ହୋଇଲା ତୁମ୍ଭର ।୧୦୯।ବ୍ରାହ୍ମଣ ଜନ୍ମ ତୁମ୍ଭର ମନ୍ତ୍ର କୁଶ କାଶଭିକ୍ଷାଶୀ ବ୍ରାହ୍ମଣ ହୋଇ କିଂପା ସାଂଗ୍ରାମକୁ ଆଶ ।୧୧୦।ଗୋବିନ୍ଦେ ବୋଇଲେ ଯିସ ଯାହାର ପ୍ରକୃତିତୋହୋର ବୋଇଲେ କି ସେ କଥା ହୋଇବାକ ନିବୃତି ।୧୧୧।ପାରୁ ଯେବେ ରାଜା ତୁ ସାଂଗ୍ରାମ ହାଦେ ଦେବୁନୋହିଲେ ୟେହିକ୍ଷଣୀ ତୋହୋର ଆହୁତି ବିଧଂସିବୁ ।୧୧୨।ଆହୋ ଜୀବନଯାକ ଆମ୍ଭର ୟେସନିକ ପ୍ରକୃତିସାଂଗ୍ରାମ ନ ପାଇଲେ ଆମ୍ଭେ ନୋହୁନା ତ୍ରିପୁତି ।୧୧୩।ଯେବଣ ଦିନ ଆମ୍ଭେ ସାଂଗ୍ରାମ ନ ପାଉଂମହାକଷ୍ଟି ହୋଇ ସେ ଦିନ ନେଉଥାଉଂ ।୧୧୪।ଶୁଣିଣ କୋପାନଳ ମଗଧ ଆଧିପତିତୁମ୍ଭେ ନାଶ ଯିବ ମୋତେ ସଂସାରେ ଅପଛାତି ।୧୧୫।ଈଶ୍ୱର ଦେବତା ପୂର୍ବେ ବ୍ରହ୍ମହତ୍ୟା ଦୋଷ କଲାପରମ ଯୋଗେଶ୍ୱର ସେ ପାତେକ ଯେ ଖଣ୍ଡନ ନ ଗଲା ।୧୧୬।ମୋହୋର ମହିମାଂ ତୋହୋର ଶୁଣିଲା ନାହିଂ ଦ୍ୱିଜଆଷ୍ୟ ଥାଉଂ ମରଣ ହୋ ଲୋଡୁଛି ଆଶ୍ରିଜ ।୧୧୭।ମୋହୋର ଦୋହିତା ହାଦେ ହେତି ଯେ ପ୍ରହେତିତାହାଂକର ବଲ୍ଲଭ ଯେ କଂସାସୁର ନୃପତି ।୧୧୮।କାହ୍ନୁ ସଂକ୍ରିଷେଣ ନନ୍ଦ ଗଉଡର ସୁତତାହାକଇଂ ନାଶକଲେ ଅଗ୍ୟାନ ବେନିଭ୍ରାଥ ।୧୧୯।ଦୋହିତାୟେ କାନ୍ଦି ଯେ ଆସି କହିଲେ ମୋର ଆଗେମଥୁରାକୁ ଧାଡିଦିଲି ଜୁଆଇଂର ରାଗେ ।୧୨୦।ସେ ମଥୁରାଭୁବନ ଛାଡି ପଳାଇଲେ ଭାଇ ବେନି଼ଉନ୍ମତଦେଶେ ଲୁଚିଲେ ବନ୍ଧୁ ବର୍ଗନ୍ତ ଘେନି ।୧୨୧।ଧନଭଣ୍ଡାର ଆଦି ସମସ୍ତ କଲି ଜୁରଅନେକ ଗୋଧନପଲ ଆଣିଲି ତାହାଂକର ।୧୨୨।ଉନ୍ମତ୍ତଦେଶକୁ ପୁଣିହିଂ ଦିଲି ଧାଡିବିକଳେ ପଶିଲେ ଯାଇଂ ଗୋମତ ନାମେ ଗିରି ।୧୨୩।ଶତେକ ଯୋଜନା ଯେ ଗୋମତ ପର୍ବତର ସ୍ଥଳୀସାତତାଳ ଗଭୀର କରି ବେଢାଇ ଖଣା ଖୋଳି ।୧୨୪।ପର୍ବତ ନବଦିନ ଯେ ବେଢିଲି ଶତେପୁର କରିତାଂକର ରାଗେ ମୁଂ ଯେ ପର୍ବତ ଦିଲି ପୋଦି ।୧୨୫।ଆହୋ ତହୁଂ ପଳାଇଣ ଗଲେ ବେନିଭାଇମଧୁବନ କଟକେ ଲୁଚିଲେ କୁଟୁମ୍ବ ଘେନି ଯାଇଂ ।୧୨୬।କାଳଦମନ ରାଜାକଇଂ ରାଇଣ ଆଗ୍ୟାଂ ଦିଲିଭାଂଜିଣ ମଧୁବନ ଧ୍ୱଂସ କରାଇଲି ।୧୨୭।ତହୁଂ ପଳାଇଣ ଗଲେ ସେହୁ ଅନେକ ଦୂରଅଷ୍ଟାଦଶବାର ଧାଡି ଦିଲାଇଂ ସମର ।୧୨୮।ରହି ନୁଆରିଲେ ମୋହୋର ତୁଲେ ଜମ୍ବୁଦୀପେସମୋଦ୍ର ଭିତରେ ରହିଲେ ଯାଇଂ ଗୋପ୍ୟେ ।୧୨୯।ମୋ ତହୁଂ ବଳବନ୍ତା ଯେ ବୋଲାଇବ ରଣେନିଚୟେ ପାଂଜି ତାର ପୋଛିବ ଜନ୍ତୁରାଣେ ।୧୩୦।ୟେବେ ପ୍ରତକ୍ଷେ ଦେଖ ହାଦେ ମୋହୋର ମହିମାୟେ ମହାରଜାମାନଂକର ଲଂଘନ୍ତା ନାଂହି ମୋର ସୀମା ।୧୩୧।ଛୟାଣୋଇ ସହସ୍ର ରାଜା ଦେବ ଦାନବେ ନୃପତିୟେକା ଧାଡିକେ ଗୋଡାଇ ମୁଂ ବାନ୍ଧିଲି ସବୁନ୍ତି ।୧୩୨।ଯତନେ ଥୋଇଅଛି ନିଅଳ ପିନ୍ଧାଇପୂର୍ଣ୍ଣ ଆହୁତି ମୋହୋର ଦେଖ ଆଜ ରହି ।୧୩୩।ମାର୍ଜଣା କରାଇଅଛି ସମସ୍ତ ନରପତିସବୁନ୍ତି ପକାଇବି ଆଜ ପୂର୍ଣ୍ଣ ଯେ ଆହୁତି ।୧୩୪।ତୋଷେ ପ୍ରସନ୍ନ ମୋତେ ହୋଇବେ ବଶ୍ୟାନରଇନ୍ଦ୍ରପଦ ଘେନି ମୁଂ ବସିବି ଅମର ସ୍ୱର୍ଗପୁର ।୧୩୫।ବ୍ରାହ୍ମଣଜନ ହୋଇ ତୁମ୍ଭର ପ୍ରକୃତ ବଡ ନଘୁଶିରୀ ସମ୍ପଦ ବୁଡାଇ ଆସି ସାଂଗ୍ରାମ ମୋତେ ମାଗୁ ।୧୩୬।ନୁହ ନୁହ ଦ୍ୱିଜ ତୁମ୍ଭେ ମହାବେଦୀ ବ୍ରାହ୍ମଣକପଟରୂପ ଧରି ସାଂଗ୍ରାମ ମାଗ ପୁଣ ।୧୩୭।ଦେବ କି ଦାନବ ତୁମ୍ଭେ କପଟ ରୂପ ଧରିନିଚୟେ ଅଇଲ ତୁମ୍ଭେ ମରଣ ଇଛା କରି ।୧୩୮।ଧର୍ମକୁ କଷଣ ତୁମ୍ଭେ କରୁଅଛ ଦ୍ୱିଜଋଷିମାନନ୍ତ ସାକ୍ଷୀ କରଇ ମହାରାଜା ।୧୩୯।ମୋର ହୋ ଦୋଷନାହିଂ ତୁମ୍ଭେ ଆପଣେ ମରିବବ୍ରହ୍ମହତ୍ୟା ଦୋଷ ଯେ କାହାତହିଂ ଲାଗିବ ।୧୪୦।ଭୀମସେନ ବୋଇଲା ହୋ ଶୁଣ ଜରାସନ୍ଧସାଂଗ୍ରାମ କଲେ ଗୋରୁ ବ୍ରାହ୍ମଣ ଶିରଚ୍ଛେଦ ।୧୪୧।ଓହୋବଳ ସାଂଗ୍ରାମରେ ହତ୍ୟାଦୋଷ ନାହିଂୟେହା ନ ବୁଝିଣ କିଂପେ କହୁ ତୁ ତ୍ରାହି , ତ୍ରାହି ।୧୪୨।ଗୋବିନ୍ଦେ ବୋଇଲେ ତୁ ଯେତେ ପ୍ରତଗ୍ୟାଂ କରିଆପଣା ବଡିମା କହିଲେ ଆପଣା ଘାତକ ଦୋଷ ସରି ।୧୪୩।ପାରୁ ଯେବେ ଜାରା ହୋ ସାଂଗ୍ରାମ ଆମ୍ଭନ୍ତୁ ଦିଅଆହେ ଯାଗନିକମାନେ ତୁମ୍ଭେ ଆହୁତି ରୁହାଅ ।୧୪୪।ଗୋବିନ୍ଦେ ଆଗ୍ୟାଂ ଦିଲେ କଟାକ୍ଷ ନୟନେତ୍ରାସେ ଆହୁତି ନ ଦିଲେ ଯାଗନିକଗଣେ ।୧୪୫।ରାଜା ବୋଇଲା କିଂପେ ଛାଡିଲା ହର୍ବିଭାଗଅଗ୍ନିକି ଆହୁତି ଦେଉଥାଅ ବେଗ ବେଗ ।୧୪୬।ପ୍ରୋହିତେ ବୋଇଲେ ହୋ ଅତିଥି ବସିଥିଲେଧର୍ମପ୍ରାପତ ନୋହି ଅତିଥି ତ୍ରିପୁତି ନ କଲେ ।୧୪୭।ଜରାସନ୍ଧ କୋପକଲା ପ୍ରୋହିତଂକ ବଚନ ଶୁଣିରାଗେ ମହାବୀର ଯେ ଉଠିଲା ଶିରଝୁଣି ।୧୪୮।ତ୍ରିକଚ୍ଛ ବସନ ତୋଳି ପିନ୍ଧିଲା ମାଲ କାଛଲମ୍ବିତ ଜୁଡା ଫେଡି ବେଣୀ ପାଡିଲା ପ୍ରତକ୍ଷ ।୧୪୯।କନ୍ଧରୁ ପଇତା କାଢି ବାନ୍ଧିଲା ବାମକରେଭୂମିଠାଣ କରି ରାଜା ପହିଜ କୋପଭରେ ।୧୫୦।ଆହୋ ଯେସନେକେ ରାହୁ ବିସ୍ତାର କରଇ ତୁଣ୍ଡଜରାସନ୍ଧ ଗରଜନ୍ତେ କମ୍ପିଲା ବ୍ରହ୍ମାଣ୍ଡ ।୧୫୧।ସାଧୁ ସାଧୁ ଜରାସନ୍ଧ ବୋଲି ବୋଲନ୍ତି ଆକାଶେପ୍ରତଗ୍ୟାଂ ଦୁଗୁଣ ରାଜା ପଞ୍ଚଦଶ ଦିବସ ଉପବାସେ ।୧୫୨।ବାହାନାଦ କରିଣ ସେହୁ ରଡିୟେକ ଦିଲାଆକାଶ ମଞ୍ଚ ପାତାଳ ଯେ କମ୍ପିଣ ଉଠିଲା ।୧୫୩।କୋପାନଳ ହୋଇଣ ଅଧରେ ଦନ୍ତଚାପିବାହାନାଦ କରି ଯେ ହାକଇ କାମରୂପି ।୧୫୪।ମନେ ମନେ ବିଚାର କରଇ ଡରାଇବି ୟେହାଂକୁଭୟେଣ ବ୍ରାହ୍ମଣେ ନ ଆସନ୍ତୁ ସାଂଗ୍ରାମକୁ ।୧୫୫।ଅଧର ପୁଷ୍ଟ କରି କୋପେଣ ରଡିୟେକ ଦିଲାଆରେ ତିନିହେଂ ସଜହୋଇ ଆସ ବୋଲି ମଗଧେଶ୍ୱର ବୋଇଲା ।୧୫୬।ଜଗନ୍ନାଥେ ବୋଇଲେ ହୋ ହୋଇବନା ଅର୍ଧମୟେକା ଜଣକୁ କାହିଂ ତିନିଜଣେ ସାଂଗ୍ରାମ ।୧୫୭।ଜରାସନ୍ଧ ବୋଇଲା ଯେବେ କରିବା ସାଂଗ୍ରାମଦ୍ୱନ୍ଦ ଯେବେ କରିବା ତହିଂ କିସ ବା ଅଧର୍ମ ।୧୫୮।ଯେ ପାର ତିନିଜଣୁଂ ଜଣେ ଆସ ସଜ ହୋଇନାରାୟଣେ ବୋଇଲେ ଆମ୍ଭର ଇଚ୍ଛା ନାହିଂ ।୧୫୯।ତୋହୋର ଯାହାକଇଂ ସାଂଗ୍ରାମେ ହୋଇବ ଇଚ୍ଛାତିନିଜଣରୁ ଜଣେ ରାଅ ପୂରୁ ତୋର ମନବାଞ୍ଛା ।୧୬୦।ସରସ୍ୱତୀକି ଧ୍ୟାୟେ କଲେ ଚକ୍ରଧାରୀଆସନ କମ୍ପିଲା ଦେବୀ ଥିଲେ ଦ୍ୱାରକା ପୁରୀ ।୧୬୧।ମନ ବଚନେ ଦେବୀ ଜାଣିଲେ ଯୋଗଧ୍ୟାନେବିଜେ ମହାସ୍ୱତୀ ଯେ ବିଚ୍ଛେକ ବାହାନେ ।୧୬୨।ଦ୍ୱାରକାଉଂ ଗମିଲେ ଦେବୀ ଛଡସହସ୍ର ଯୋଜନପ୍ରବେଶ ହୋଇଲେ ଆସି ବାସୁଦେବଂକ ସନ୍ନିଧ୍ୟାନ ।୧୬୩।ସ୍ୱାମୀର ପଦ୍ମପାଦେ ପ୍ରଣମ୍ୟ କରନ୍ତିକରପତ୍ର ଯୋଡି ଦେବୀ ବଚନ ବୋଲନ୍ତି ।୧୬୪।ସରସ୍ୱତୀ ବୋଇଲେ ଦେବ ଶୁଣ ମଧୁରିପୁକେବଣ କାର୍ଯ୍ୟ ସୁମରିଲ ଜଗତ ଆଧିପୁ ।୧୬୫।ସରସ୍ୱତୀ ବଚନେ ବୋଲନ୍ତି ନାରାୟଣଯୁଝେଷ୍ଠି ଦେବ ରାଜୁସିଯାଗ କରିବେ ଆରୋପଣ ।୧୬୬।ନାରଦେ କହିଲେ ଯାଇଂ ଯୁଝେଷ୍ଠିଂକର ଆଗେଜରାସନ୍ଧ ରାଜାନ୍ତ ବନ୍ଦୀ କରିଛି ମହାରାଗେ ।୧୬୭।ମୋତେ ରାଇ ଆଗ୍ୟାଂ ଦିଲେକ ଯୁଝେଷ୍ଠିସାଙ୍ଗେଣ ବେନି ଭାଇ ଭୀମ ଯେ କିରଟି ।୧୬୮।ବଳଦେବ ହାତେ ବଧ ନୋହଇ ବ୍ରହ୍ମା କହିଲେସହଦେବ କରସ୍ଥଳୀ ଚାହିଂ ମୋତେ ଯେ ବୋଇଲେ ।୧୬୯।ଭୀମସେନ ହାଥେ ଜାରା ମରିବ ବୋଲି ମୋତେ କହିଲେଜରାସନ୍ଧ ମୃତୁ ଗୋ ଦଇବ ବିହିଲେ ।୧୭୦।ବିଜେକର ଦେବୀ ଜରାସନ୍ଧର କଣ୍ଠେଭୀମସେନକୁ ରାଉ ବୋଇଲେ ଦେବକୀର ଚାଟେ ।୧୭୧।ଅଷ୍ଟାଦଶ ବେଳ ଆମ୍ଭନ୍ତ ଦିଲା ଧାଡିସମୋଦ୍ରେ ଯେ ରହି ପାରିଲୁ ବଦୟନ୍ତି ବନମାଳୀ ।୧୭୨।ଯେତେ ଦୁଃଖ ମୋତେ ଦିଲା ଜରାସନ୍ଧତୁମ୍ଭେ କି ନ ଜାଣ ଗୋ ବଦୟନ୍ତି ଗୋବିନ୍ଦ ।୧୭୩।ମୋତେ ଅର୍ଜୁନକୁ ଦୁହିନ୍ତି କରୁ ନାସ୍ତିଭୀମସେନକୁ ରାଉ ସେ ବୋଲନ୍ତି ଶ୍ରୀପତି ।୧୭୪।ହରି ପାଟବଂଶୀ ସେ ଅଟନ୍ତି ମହାସ୍ୱତୀଜରାସନ୍ଧର କଣ୍ଠେ ବିଜୟ କଲେକ ସରସ୍ୱତୀ ।୧୭୫॥
ଯହୁଂ ବିଜେକଲେ ଦେବୀ ଜରାସନ୍ଧର କଣ୍ଠେଶରୀର ମୋହିତ ସେ ହୋଇଲା ମହାହୃଷ୍ଟେ ।୧୭୬।ଜରାସନ୍ଧ ବୋଇଲା ଜଗନ୍ନାଥଂକର ମୁଖ ଚାହିଂଖୃପ ବ୍ରାହ୍ମଣ ଗୋଟି ତୋହୋର କିଛି କାର୍ଯ୍ୟ ନାହିଂ ।୧୭୭।ଅର୍ଜୁନକୁ ବୋଇଲା ତୁ ଅଟୁ କ୍ଷୀଣ ବପୁତୋହୋର ସାଂଗ୍ରାମେ କିସ ହୋଇବ ପୁଣ ମୁକୁ ।୧୭୮।ମଧ୍ୟରେ ଅଛଇ ଯେହୁ ଧୁର୍ମୁଷା ବ୍ରାହ୍ମଣକୋଳକରି ଧଇଲେ ଲାଗିବ କାଖେଣ ।୧୭୯।ପାରୁ ନ ପାରୁ ୟେହାର ଶରୀର ଦୁର୍ମୋଟାବାହାର ହୋଇ ଆସ ହୋ ସାଂଗ୍ରାମେ ବିପ୍ର ଗୋଟା ।୧୮୦।ଗୋବିନ୍ଦେ ଚାହିଂଲେ ତହିଂ ଭୀମସେନର ବଦନଯାଅ ହୋ ପଣ୍ଡାୟେ ରାଜାର ତୁମ୍ଭଂକୁ ହୋଇଲା ମନ ।୧୮୧।ନାରାୟଣଂକ ମୁଖରୁ ୟେସନେକ ଅମୃତ ବଚନ ଶୁଣିବାହାର ପାବେନି ଯେ କୋପେଣ ଶିର ଝୁଣି ।୧୮୨।ତ୍ରିକଛ ବସନ ଫେଡି ମାଲକଛ ପିନ୍ଧିଲମ୍ବିତ ଜୁଡା ଯେ ନାଗବନ୍ଧ କରି ବାନ୍ଧି ।୧୮୩।ପବିତ୍ର ଉତୁରି ଯେ ବାନ୍ଧିଲା ବାମକରେପ୍ରତଗ୍ୟାଂ କରି ଉଭା ହୋଇଲା ବ୍ରିକୋଦରେ ।୧୮୪।ଭୂମି ଠାଣ କରି ଘେନିଲାକ ବୀର ଧୂଳିବାହାସ୍ଫୋଟ ଦେଇ ଉଭା ହୋଇଲା ମହାବଳୀ ।୧୮୫।ଆକ୍ରଷଣ କରି ଯହୁଂ ହୋଇଲା ଠିଆଠାଣଜରାସନ୍ଧ ବୋଇଲା ୟେତ ନୋହୋଇ ବ୍ରାହ୍ମଣ ।୧୮୬।ଦେବ କି ଦାନେବ ତୁମ୍ଭେ କପଟ ରୂପ ଧରିନିଚୟେ ଅଇଲା ହୋ ମରଣ ଇଚ୍ଛା କରି ।୧୮୭।ଧର୍ମକୁ କଷଣ ମୋତେ କରୁଅଛଟି କି ଦ୍ୱିଜଋଷିମାନନ୍ତ ତହିଂ ସାକ୍ଷ କରଇ ମହାରାଜ ।୧୮୮।ମୋହୋର ଦୋଷ ନାହିଂଟି ତୁମ୍ଭେ ଆପଣେ ମରିବବ୍ରହ୍ମହତ୍ୟା ଦୋଷ ପୁଣ କାହାତହିଂ ପଡିବ ।୧୮୯।ଭୀମସେନ ବୋଇଲା ହୋ ଶୁଣ ଜରାସନ୍ଧସାଂଗ୍ରାମେ ଗୋ ବ୍ରାହ୍ମଣ ହୋଇଲେ ଶିରଚ୍ଛେଦ ।୧୯୦।ଓହୋବଳ ସାଂଗ୍ରାମରେ ହତ୍ୟାଦୋଷ ନାହିଂଜରାସନ୍ଧ ଧାଇଂଲା ମାରୁତି ବଚନ ପାଇଂ ।୧୯୧।ରେ ରେ କାର କରିଣ ସେ ଶବଦେକ କଲାମହାଭଇରୋବ ମୂର୍ତ୍ତି ଧରି ଭୀମସେନ ଆକ୍ରେଷିଲା ।୧୯୨।ବୋଇଲା ଖଡଗ ଫଳା ଧନୁ ଯେ ବିନ୍ଧାଣପଟ୍ଟା ଶକତି ଗୁରୁଜ ଗଦା କିସ ଯୁଦ୍ଧ ଜାଣ ।୧୯୩।ଭୀମସେନ ବୋଇଲା ହୋ ଆମ୍ଭେ ଦ୍ୱିଜ ଜାତିଆମ୍ଭେ କେହ୍ନେ ଜାଣିବୁ ହୋ ତୋର ଧନୁ ଫଳାର ଗତି ।୧୯୪।ଭୀମସେନ ବୋଇଲା ମୁଂ କିଛି ନ ଜାଣଇଂଗଡୁ , ଗଡୁ , ପଡୁ , ପଡୁ , ପଛେ ହେବ ଯେଉଣ ମାନଇଂ ।୧୯୫।ଜରାସନ୍ଧ ବୋଇଲା ୟେ ମାଲ ବିନ୍ଧାଣର କଥାଶୁଣ ଆହେ ଦ୍ୱିଜବର ଯୁଦ୍ଧର ବାରତା ।୧୯୬।ଭୁଜେ ଭୁଜେ ପଡ଼ିତାଳ ପାଦେ ପାଦ ଛନ୍ଦିଶିରେ ଶିର ପଡ଼ିତାଳ ହୃଦେ ହୃଦ ବାନ୍ଧି ।୧୯୭।ତାଡ଼ଣ ମାଡ଼ଣ ଭିଡ଼ଣ ଆବର ବିକଟଘୋର ପ୍ରହାର ସେ ଯେ ହୋ ବଡ଼ାଇ ସଂକଟ ।୧୯୮।ଧରଣ ଧାରଣ ହରଣ ଘୋରରୂପାରକ୍ଷଣ ଦେଖଣ ଆକ୍ରଷଣ ବିକଟ ସରୂପା ।୧୯୯।ମାରଣ ତାରଣ ମେଣ୍ଟଣ ଉଦ୍ଧାରଣବିଡମ୍ବଣ ମାଲବିଦ୍ୟା ଚଉରାଶି ବିନ୍ଧାଣ ।୨୦୦।ଭାରା କଉତୁକ ଛତିଶ ପାରିବନ୍ଧ ଗାଢ ଛନ୍ଦୟେମନ୍ତ ବିଧାନରେ ହୋଇଲା ମାଲବନ୍ଧ ।୨୦୧।ଆକ୍ରେଷିଣ ମାଲଯୁଦ୍ଧ କରନ୍ତେଣ ବଢିକିରଟି କିରଟି ବୋଇଲେଣ ସାଂଗ୍ରାମ ପୁଣ ଛାଡି ।୨୦୨।ରାଜାର ବଚନେ ବୋଲଇ ମରୁତର ସୁତତୁ ଯାହା ବୋଇଲୁ ସେ ମୋହୋର ସନମତ ।୨୦୩।ଦନ୍ତେଣ ଅଧର ଚାପି ବୋଲଇ ମହାବୀରାଭୀମକୁ ଆକ୍ରେଷିଣ ଯେ ଧଇଲା ବୀର ଜାରା ।୨୦୪।ଭୁଜେଣ ଭୁଜ ଭିଡି ମୁଥେଣ ମୁଥ ମାରିହୁଂକାର ଶବଦେଣ ହୁଅନ୍ତି କୋଡା କୋଡ଼ି ।୨୦୫।ବାହା ଛନ୍ଦା ଛନ୍ଦି ହୋଇଲେ ଧରା ଧରିକେହି କାହାକୁ ଯେ ନୁଆରନ୍ତି ବଳେ ପାଡ଼ି ।୨୦୬।ପାଦେଶ ଭୀମସେନକୁ ଛନ୍ଦିଲା ଜରାସନ୍ଧଆକ୍ରେଷି ଭୀମସେନକୁ ସେ ଯେ ପାଡ଼ିଲା ମାଲବନ୍ଧ ।୨୦୭।ମାଡିଣ ଜରାସନ୍ଧ ଯେ ବସିଲା ଉପରେପ୍ରତିଗ୍ୟାଂ କରଇ ସେ ଅତିୟ କୋପଭରେ ।୨୦୮।ଆରେ ଜୀଉଂ ଜୀଉଂ ନାଶକର ରେ ପୋଛିଲା ତୋର ପାଂଜିବ୍ରାହ୍ମଣ ହୋଇ ତୁ ରେ ହୋଇଲୁ ବଡ଼ ଗଂଜି ।୨୦୯।ସୁମର ବ୍ରାହ୍ମଣ ରେ ତୋ ଇଷ୍ଟଦେବତାସୁମର ଦ୍ୱିଜବର ରେ ତୋହୋର ମାତା ପିତା ।୨୧୦।ହୁଂକାର ଶବଦେକ ଯେ କଲାକ ମାରୁତିଜାରାକୁ ଲେଉଟାଇ ପକାଇଲା ତତକ୍ଷଣାନ୍ତି ।୨୧୧।ମାଡିଣ ବସିଲା ସେ ଜରାସନ୍ଧର ବକ୍ଷସ୍ଥଳେପ୍ରତଗ୍ୟାଂ କରଇ ବୀର ଅତିୟ ମତ୍ତଭରେ ।୨୧୨।ପୁଣୁହିଂ ଲେଉଟାଇ ପାଡିଲା ଜରାସନ୍ଧଭୀମର ବକ୍ଷସ୍ଥଳେ ମାତି ବସିଲାକ ମାଲବନ୍ଧ ।୨୧୩।ପୁଣି ଲେଉଟାଇ ମାଡ଼ି ବସିଲା ମାରୁତିଜାରା ବକ୍ଷସ୍ଥଳେ ମାଡ଼ି ବସିଲା ତତକ୍ଷଣାନ୍ତି ।୨୧୪।ଧରାଧରି ଗଡ଼ାଗଡ଼ି ହୁଅନ୍ତି ମରାମରିପାଦଭରେ ହେଳ ଯେ ଘେନଇ ବସୁନ୍ଧରୀ ।୨୧୫।ମୁଥେ ମୁଥ ପଡିତାଳ ହୁଅନ୍ତେଣ ବେନିଗଗନେ କମ୍ପିଲେ ଯେ ନାଥ ସଂଜୀବନୀ ।୨୧୬।ତର୍ଜନ୍ତି ଗର୍ଜନ୍ତି ସେ ଉଠନ୍ତି ଲୋଟନ୍ତିମୁଖରାବ ଶବଦେ ଯେ ଦିଗପାଳ ତ୍ରାସନ୍ତି ।୨୧୭।ମହାଯୁଦ୍ଧ ଦେଖି ଯେ ଯାଗନିକେ ବିଚାରନ୍ତିପାଉଂଶ କୁଢ ପକାଇ ଯେ ପୋତିଲେ ଆହୁତି ।୨୧୮।ଭାରଦ୍ୱାଦଶେ ବୋଇଲେ ଶୁଣ ହୋ ସୁଦେବସାଂଗ୍ରାମ କରନ୍ତା ୟେ ବୀର କେ କେଟି କହିବା ପ୍ରସ୍ତାବ ।୨୧୯।ସୁଦେବ ବୋଇଲେ ଜରାସନ୍ଧ ଉତକର୍ମ ତପେଭୀମ ଅର୍ଜୁନକଇଂ ଘେନି ହରି ବିଜେକଲେ ଗୋପ୍ୟେ ।୨୨୦।ବଢିଲା ରଣରଙ୍ଗ ଯେ ବିକୋଦର ମହାବୀରାୟେହିକ୍ଷଣୀ ମାରିବ ଭୀମସେନ , ବଧ ହୋଇବଟି ଜାରା ।୨୨୧।ଆହୋ ଭୀମ ଜରାସନ୍ଧର ଯେ ସମର ଗୁରୁତରଯାଗଶାଳ ଆଦିକରି ଭାଂଜି ହୋଇଲା ସର୍ବଚୂର ।୨୨୨।ମେଢ ମଣ୍ଡୋପ ଯେ ଦେଉଳ ଜଗତୀସମସ୍ତ ଭାଂଜିଣ ଯେ ପଡିଲାକ କ୍ଷିତି ।୨୨୩।ଦୁସହ ସାଂଗ୍ରାମ ହୋ କହିତେ କି ପାରିରୋଧିର ବୃଷ୍ଟି ହୋଇଲା ବେନି ଶରୀର ଜର ଜରି ।୨୨୪।ବେନିଷଣ୍ଢ ଯେସନେକେ ହୋଅନ୍ତି ପଡିତାଳସତ୍ୟଯୁଗେ ଯୁଦ୍ଧ ଯେସନେକେ କେତୁ ଯେ ମଙ୍ଗଳ ।୨୨୫।ସାଂଗ୍ରାମେ ଅନିର୍ବାରଣ ସେ ବୃହଧ୍ୱଜର ବଳାବଳେଣ ବଳବନ୍ତା ସେ ତେଜେଣ ଅନର୍ଗଳା ।୨୨୬।ଭୀମସେନକୁ ମାଡି ବସିଲା ହୃଦଗତେବକ୍ଷସ୍ଥଳ ଚାପିଣ ସେ ମାଇଲା ବଜ୍ରମୁଥେ ।୨୨୭।ରାଜାମାନେ ଅଛନ୍ତି ଯେ ନିଆଳ ହାଦେ ପିନ୍ଧିଧ୍ୟାୟେ କରି ସୁମରନ୍ତି ସେ ଅନାଦି ସର୍ବସିଦ୍ଧି ।୨୨୮।ନମସ୍ତେ ଅନାଦି ଗୋ ଶକତି ମାହେଶ୍ୱରୀଆଦିସମ୍ଭୁତ ହୋଇଲୁ ମହା ଅନଳ ବିଦାରି ।୨୨୯।ଅଗ୍ନିହୁଂ ଅଧିକ ଗୋ ବିରାଜିତ ତୋର ତେଜୟେକଇ ବଦନକୁ ତୋ ଶୋହଇ ସହସ୍ରେକ ଭୁଜ ।୨୩୦।ସମସ୍ତ ଦେବତାୟେ ତୋତେ ଦେଖି କଲେ ସ୍ତୁତିଶ୍ରୀଭୁଜେ ଆଣି ଦିଲେ ଧନୁ ତ୍ରୋଣ ଶକତି ।୨୩୧।ପରିଘ କୋନ୍ତ ନାରାଜ ପଟ୍ଟିସ ଯେ କୁଣ୍ଡଳୀଗୁରୁଜ କମାୟେଣ ବିଜେକର୍ଣ୍ଣକଟାରୀ ମୂଷଳୀ ।୨୩୨।ସକଳ ଦେବତାୟେ କଲେ ଅନେକ ତୁସ୍ତିସମସ୍ତ ଶସ୍ରମାନ ଦିଲେକ ବେଦପତି ।୨୩୩।କାଳପାଶୀ ଜଳପାଶୀ ନାଗପାଶୀ ଶରବ୍ରହ୍ମଶକ୍ତି ଶୂଳଶକ୍ତି ବଜ୍ରଶକ୍ତି ମୁଦୁଗର ।୨୩୪।ସମ୍ଭନ ମୋହନ ବଶ ଉଚ୍ଚାଟନ ବିଦ୍ୟାଗୁଟିକା ଅଂଜନ ଧରଣ ଧାରଣ ସର୍ବସିଦ୍ଧା ।୨୩୫।ତାରଣ ମାରଣ ଆରଣ ସିଦ୍ଧି ସାଧକ ମନ୍ତ୍ରସାଧନ ଶୋଧନ ବୋଧନ ସିଦ୍ଧି ସର୍ବ ଯନ୍ତ୍ର ।୨୩୬।ଉଲ୍ଲକପଦ ମନ୍ତ୍ର ସାଧନେ ତୁ ପରମ ଯୋଗେଶ୍ୱରୀବାହାନେ ବିଜେକଲୁ ଗୋ ପିଠି ଯେ କେଶରୀ ।୨୩୭।ଦେବତାଂକର କଷ୍ଟ ମାଗୋ ଉଦ୍ଧାରିବା ନିମନ୍ତେବିଜୟେ ମହାମାୟା ଗୋ କଣୟଗିରି ପର୍ବତେ ।୨୩୮।ଅସୁରବଳ ଦେଖି ଗୋ ଶରୀର କଲୁ ଗୋପ୍ୟବାରିତ ନ ଗଲା ମାଗୋ ୟେ ତୋହୋର ସରୂପ ।୨୩୯।ଦତ୍ୟନ୍ତ ମୋହିଲୁ ମାଗୋ ମୋହୀନି କାମସେଣାମଦନେ ବଶକଲୁ ଅସୁରନ୍ତ କଲୁ ବଣା ।୨୪୦।ଚଣ୍ଡ ମୁଣ୍ଡ ବଧିଲୁ ଗୋ ଶୁମ୍ଭ ଯେ ନିଶମ୍ଭୁମାୟା ମୋହିନୀ ରୂପେ ଯେ ବଶ କଲୁ ସବୁ ।୨୪୧।ଶୁମ୍ଭ ନିଶୁମ୍ଭ ନାଶ କଲୁ ଗୋ ଭରହରଷ ନାଟେବିଡାଳାକ୍ଷ କାନ୍ତିମାଳା ଗୋ ବଧିଲୁ ଦେବୀ କୂଟେ ।୨୪୨।ରକ୍ତବୀର୍ଯ୍ୟ ବଧିଲୁ ମୋଗୋ ଡାଂକେଣୀବୃନ୍ଦ ପେଷିଭଇରୋବୀ ବାସେଳୀ ଖେଚରୀ ରୂପ ଯେ ପ୍ରକାଶି ।୨୪୩।ଚାମୁଣ୍ଡା ଚର୍ଚିକା ଯେ ଅଭୟେ ବାସେଳୀକାମାକ୍ଷୀ ତ୍ରିପୁରା କଂକାଳୀ ବେତାଳୀ ।୨୪୪।ଅଭୟେ ଅପର୍ଣ୍ଣା ଗୋ ମୋହିନୀ କାମସେଣାବ୍ରହ୍ମାୟେଣୀ , ରୁଦ୍ରାୟେଣୀ , ଇନ୍ଦ୍ରାୟେଣୀ , ମହାମାୟା ସର୍ବଜିଣା ।୨୪୫।ଚଣ୍ଡିକା ଚନ୍ଦ୍ରଚୂଡା ବେତାଳୀ ଡାକେଶ୍ୱରୀମହାବିଶ୍ୱରୂପିଣୀ ଗୋ ଘୋଟିଲୁ ସର୍ବପୁରୀ ।୨୪୬।ଧାଆଂରେ ମାର ରେ କଉତୁକେ ଦ୍ୟନ୍ତି ବୋବିଶ୍ରୋଣେହା ପିଚାଶୁଣୀ ଡାକେଣୀ ଭଇରୋବୀ ।୨୪୭।ଅନନ୍ତା ବିଜୟା ଗୋ କାଳିକା କାଳରାତ୍ରିଅନେକ ମୂରତି ୟେକ ଶରୀରୁଂ ଉତପତ୍ତି ।୨୪୮।ରକତବୀର୍ଯ୍ୟ ମାରି ମଧୁ ମାଂୟେସେ ଖେଡିଅନ୍ତରୀକ୍ଷେ ବୁଲାଇ ଅସୁରନ୍ତ ପର୍ବତେ କଚାଡି ।୨୪୯।ଚାମର ବେମାଳ ଦତ୍ୟ ମରାଇଲୁ ଭଇରୋବୀର ହାଥେବୀରଘଣ୍ଟ ବଧ କରାଇଲୁ ତ୍ରୁପୁରାନ୍ତେ ୟେକାନ୍ତେ ।୨୫୦।ରକତବୀର୍ଯ୍ୟ ନାଶଗଲା ନାରାୟଣୀଂକର ହାଥେକାମରୂପେ ଯୁଦ୍ଧକଲେ କାଳିକା ସହିତେ ।୨୫୧।ବେତାଳୀ ନାଶଗଲା ରାକ୍ଷାସ ଯମଘଣ୍ଟମାୟାମୋହେ ମୋହିଲୁ ବଧିଲୁ ସର୍ବଦୁଷ୍ଟ ।୨୫୨।ମୟେଂଷାସୁର ବଧକଲୁଗୋ ହୋଇଲୁ ଉଲଗ୍ନଶାୟୀମୋହନ କାମଗତେ ମୃଚ୍ଛାଗଲା ଚାହିଂ ଚାହିଂ ।୨୫୩।ଶୂକେଳ ମାରି ମାଡି ବସିଲୁ ବକ୍ଷସ୍ଥଳେତୁହି ସେ ଅସୁର ବଳ ଧ୍ୱଂସ ସର୍ବକାଳେ ।୨୫୪।ଜୟ ତୁ ନାରାୟଣୀ ଗୋ ଅନାଦି ଶକତିତୁହି ସେ ସଂସାର ଜନଂକରଫେଡୁ ଗୋ ଦୁର୍ଗତି ।୨୫୫।ଲୋଭ ମୋହ ଅହଂକାର ହିଂସା ଅପବାଦୁଂୟେଥୁ ମୁକତି ହୋଇବୁ ମା ଗୋ ତୋହୋର ପରସାଦୁଂ ।୨୫୬।ଯୋଗେ ଯୋଗେଶ୍ୱରୀ ଗୋ ଅପାଦ ଦୁଖ ଖଣ୍ଡିହୁଅସି ପ୍ରସନ୍ନ ଗୋ ଅଭୟେ ମଙ୍ଗଳଚଣ୍ଡୀ ।୨୫୭।ସୁର ସିଦ୍ଧମୁନି ଗୋ ଯାହା ଚରଣେ ବନ୍ଦେଅତିୟ ଗୁଣବନ୍ତୀ ଗୋ ସଦାଶିବର ବିନୋଦେ ।୨୫୮।ଆନନ୍ଦନନ୍ଦିନୀ ଗୋ ସମସ୍ତ ଦୁଖ ନାଶିୟେ ଭବ ସାଗରୁ ମୋତେ ଉଦ୍ଧରି ଧର ଝଙ୍ଗେରପୁର ବାସୀ ।୨୫୯।ଭଗତି ମୁକତି ମାଗୋ ତୋହୋର ପ୍ରସନ୍ନେପାଇଲି ପରମଗତି ସିଦ୍ଧସାରୋଳା ଦ୍ରଶନେ ।୨୬୦।ମୁହିଂ ଜନ୍ମେ ଜନ୍ମେ ମୂର୍ଖ ଗୋ ଗ୍ୟାନ ମୋର କିସତବ ଆଗ୍ୟାଂ ପ୍ରମାଣେ ମୋତେ ଭବିଷ୍ୟ ହୋଇଲା ଦୃଶ ।୨୬୧।ନର୍ମଦା ସରସ୍ୱତୀର ମୁଂ ଭଣ୍ଡାର ବିଧ୍ୱସିଂଶୂଦ୍ରମୁନି ସାରୋଳା ଦାସକୁ ମୁକତି ଗତି ଦେସି ।୨୬୨।ଆହୋ ଦୁର୍ଗାଂକୁ ତୁସ୍ତି ଯେ କଲେ ବନ୍ଦୀରାଜାମାନେୟେ ଦୁର୍ଗତିରୁ ତରିବୁଂ ଗୋ ତୋହୋର ପରସନ୍ନେ ।୨୬୩।ମାଗୋ କନ୍ୟାମାସ ଶୁକଳ ପକ୍ଷ ଅଷ୍ଟମୀର ତିଥିଶରଦ ଉଚ୍ଛବ କରି ତୋତେ ହୋଇଥିବୁ ଭଗତି ।୨୬୪।ଅନେକ ସମ୍ଭର ଭରି ମାଗୋ ମହାନିଶାୟେ ତୋତେ ପୂଜିଚାରି ଚାରି ଜଣ ନରବଳି ତୋତେ ଦେଉଥିବୁ ଭୋଜି ।୨୬୫।ମଇଂଷି ମେଷ ଛାଗଳ ରୋଧିର ମାଂସେ ପୂଜାଦୁର୍ଗାଂକୁ ତଲୟେ କରି ସୁମରଣା କରନ୍ତି ସର୍ବରାଜା ।୨୬୬।ଜରାସନ୍ଧ ବଧ ଯାଉ ୟେ ବ୍ରାହ୍ମଣଂକ ହାଥେଯଦ୍ୟପି ଭଗତମତ୍ସଳୀ ମାଗୋ ତୁ ଅଟୁ ଜଗତମାତେ ।୨୬୭।ସୁମରନ୍ତେ ଗୋସାମଣୀଅଭୟେ ହିଙ୍ଗୁଳାରାଜାନ୍ତ ପ୍ରସନ୍ନ ହୋଇଲେ ଦେବୀ ଯେ ସର୍ବ ମଙ୍ଗଳା ।୨୬୮।ଛାଡ ହୋ ମନଭ୍ରାନ୍ତି ତୁମ୍ଭେ ସକଳ ରାଜାମାନୟେହିକ୍ଷଣୀ ଜରାସନ୍ଧ ହୋଇବ ନିଧନ ।୨୬୯।ରାଜାଂକୁ ବର ଦେଇ ଭୀମାଂକୁ କଲେ ଦୟାମାରୁତି ଅଙ୍ଗେ ବିଜେ କଲେ ମହାମାୟା ।୨୭୦।ସାଂଗ୍ରାମେ ଅପଚୟେ ପାଉଥିଲା ଭୀମମହାବଳନ୍ତ ହୋଇଣ ପାଇଲା ସାଷ୍ଟାମ ।୨୭୧।ଜରାସନ୍ଧକୁ ସେ ଯେ ପାଡ଼ିଲା ଲେଉଟାଇମାଡିଣ ହୃଦଗତେ ବସିଲା ବୀର ଯାଇ ।୨୭୨।ମନ୍ଦର ମାଡ଼ି ଯେହ୍ନେ ବସଇ ମହାମେରୁସେହି ସାନ୍ଦ୍ରିଶେ ଭୀମସେନ ଜରାସନ୍ଧକୁ ହେଲା ମହାଗୁରୁ ।୨୭୩।ଆକ୍ରେଷି ମାଡ଼ି ବସିଲା ଯେ ଜାରାର ବକ୍ଷସ୍ଥଳେନେଇ ବାମକରେ ଚାପେ ହୃଦୟେ ମଣ୍ଡଳେ ।୨୭୪।ବେନି ପାଦେ ମାଡ଼ି ବସିଲା କଟି ମେଖଳା ଜାନୁଅପାର ପ୍ରତଗ୍ୟାଂ କରଇ ପବନର ତନୁ ।୨୭୫।ରେ ରେ ଜାରା ସୁମର ତୋର ଇଷ୍ଟ ଯେ ଦେବତାରେ ରେ ଜାରା ସୁମର ତୋର ପିତା ମାତା ।୨୭୬।ରେ ରେ ଜାରା ତୋର ବୁଡିଲା ଆଜ ଜୀବରେ ରେ ଜାରା ତୋର ପାଞ୍ଜି ପୋଛିଲା ଯମଦେବ ।୨୭୭।ରେ ରେ ଜାରା ତୁହି ତ ପ୍ରତଗ୍ୟାଂ ଉପଲେଖୁରେ ରେ ଜାରା ତ୍ରଇଲୋକ୍ୟ କେ ପାରୁ ତୋତେ ରଖୁ ।୨୭୮।ଯଦ୍ୟପି ବ୍ରହ୍ମା ରୁଦ୍ର କୁବେର ବଜ୍ରଧାରୀରେ ରେ ଜାରା ତୋତେ କେ ପାରେ ରକ୍ଷାକରି ।୨୭୯।ଅନେକ ପ୍ରତଗ୍ୟାଂ କରି ପବନର ସୁତେଗର୍ଜନ ନାଦ କରି ମାଇଲା ବଜ୍ର ମୁଥେ ।୨୮୦।ସାଧୁ ମହିମା ତୋର ରେ ମଗଧେଶ୍ୱର ନୃପତିଭୀମସେନ ମୁଥଘାତେ ନୋହିଲା ନିବୃତ୍ତି ।୨୮୧।ପୁଣିହିଂ ପ୍ରହାର ସେ କଲା ବଜ୍ରଦଣ୍ଡବେନିମୁଥ ମାଇଲା ନେଇ ଜରାସନ୍ଧର ମୁଣ୍ଡ ।୨୮୨।ତଦ୍ୟାପି ଅଚେତ ନୋହିଲା ମଗଧେଶ୍ୱର ବୀରଭୀମସେନ ମୁଥ ଘାତେ ବାହାର ହୋଇଲା ରୋଧିର ।୨୮୩।ଗଡ଼ଇ ପଡ଼ଇ ତ୍ରିପଣ୍ଡ ଶରୀରୁ ମହାଘୃମଦଶନହେ ଜାରା ବକ୍ଷସ୍ଥଳ ବିଦାରଇ ଭୀମ ।୨୮୪।ରେ ରେ କାର କରିଣ ଜାରା ବୋଲି ଅଧରେ ଦନ୍ତ ଚାପିଚନ୍ଦ୍ର ଦେଖିଣ ଯେହ୍ନେ ରାହୁର ତେଜ ବ୍ୟାପି ।୨୮୫।କଳାନ୍ତକ ରୁଦ୍ର ରୂପ ବିକଶିଲା ମାରୁତିରଡି ଘାୟେ କମ୍ପିଲେ ଦିଗପାଳେ ସୁରପତି ।୨୮୬।ସମରେ ଜରାସନ୍ଧ ଯହୁଂ ନୋହିଲା ନିଚେତଭୀମ ପ୍ରଶଂସା କଲା ସାଧୁରେ ମଗଧେଶ୍ୱର ନାଥ ।୨୮୭।ମହାଶ୍ରମ ପାଇ ସେ ପବନର ବଳାଶତଶିଂଗ ପର୍ବତକଇଂ ବୀର ସୁମରଣା କଲା ।୨୮୮।ୟେକଉତ୍ତର ଶତଶିଂଗର ହୋଇଲା ପ୍ରାକର୍ମବିକ୍ରୋଦର ମୂରତି ତହୁଂ ପ୍ରକାଶିଲା ଭୀମ ।୨୮୯।ଦେଖିଣ ତ୍ରାସିଲେ ସକଳ ପୁରଜନେନବତାଳ ଉଚ୍ଛର୍ଗ ସେ ହୋଇଲା ବାର ଭୀମସେନେ ।୨୯୦।ମଂଚକୁ ଅଶକ୍ୟଭୀମସେନ ଭୀଷ୍ମରୂପୀଜରାସନ୍ଧ ପ୍ରାଣତ୍ୟାଜ ନୋହିଲା ତଥାପି ।୨୯୧।ସାଂଗ୍ରାମେ ବିମୁଖ ଯହୁଂ ହେଲା ବିକ୍ରୋଦରବିଚାରଇ ଛାଡିବି ୟେ ହୋଇଥାଉ ଅଜରାମ୍ବର ।୨୯୨।ସାଂଗ୍ରାମେ ନିସତେ ଆଡେ ଚାହିଂଲା ପାବେନିୟେହାକୁ ନ ମାରି ପାରିବି ଠାରଇ ଚକ୍ଷୁ ଘେନି ।୨୯୩।ୟା ଦେଖି ଅର୍ଜୁନ ବୋଇଲା ଦେବ ଶୁଣିମା ନାରାୟଣଜନ୍ମେ ଜନ୍ମେ ହରି ଆମ୍ଭେ ତୋହୋରେ ଶରଣ ।୨୯୪।ୟେସନେକ ସୁଲଭ ଦେବ ଶୁଭ ଜଗତେପାଣ୍ଡବେ ବ୍ରତନ୍ତି ସିନା ବିଷ୍ଣୁଂକ ଆଶ୍ରିତେ ।୨୯୫।ସାଂଗ୍ରାମେ ମାରୁତି ଯେ ପାଇଲାନି ଅନେକ ଦୁଖବଧକଇ କାରଣ କହୁକିନା ଶିରିବତ୍ସ ।୨୯୬।ନ ପୁଣ ଭୀମସେନ ଛାଡଇ ଜାରାକୁକେଡେ ଅଷ୍ଟାଙ୍ଗେ ଦେବ ପାଡିଲା ଅଛଇ ତାହାକୁ ।୨୯୭।ଗୋବିନ୍ଦେ ବୋଇଲା ଯାହା କହିଲେ ବିଶ୍ୱନାଥେମାରୁତି ୟେବେ ତାହା ପାସୋରିଲେ କେମନ୍ତେ ।୨୯୮।ଅର୍ଜୁନ ବୋଇଲା ସେ ସମରେ ମହାରାଗୀମୂର୍ଖ ଅପଣ୍ଡିତ ସେ ସମସ୍ତ ପରିତ୍ୟାଗୀ ।୨୯୯।ମତ୍ତଭୋଳେ ପାସୋରିଲା ପବନର ନାନତୁ ତାକୁ ଚେତାଇ ଦେବା ପୁରୁଷ ଉତ୍ତମ ।୩୦୦।ଅର୍ଜୁନର ବଚନ ଶୁଣିଣ ଦେବ ଶିରିପତିକରତାଳି ମାରିଣ ହସିଲେ ତୋଷମତି ।୩୦୧।କରତାଳ ଶୁଣି ବିକ୍ରୋଦର ଦିଲା ଦୁଷ୍ଟିଶ୍ରୀ ଜଗନ୍ନାଥଂକ ବଦନକୁ ଚାହିଂଲା ଲେଉଟି ।୩୦୨।ଧୋତି ଗୋଟିୟେକ ଦେବ ଧଇଲେ ଶ୍ରୀଭୁଜେଲେଉଟାଇ ବେନିଫାଳେ ଚିରିଲେ ଦେବରାଜେ ।୩୦୩।ବିଶ୍ୱନାଥଂକ ବଚନ ପାସୋରିଣ ଥିଲାନାରାୟଣଂକ ଠାରନ୍ତେ ଗ୍ୟାନ ସେ ପାଇଲା ।୩୦୪।ବାହାନାଦ କରି ଭୀମ ଜାରାର ଧଇଲା ବେନିପାଦଦେଖିଣ ବିସ୍ମୟ ଯେ ହୋଇଲା ଜରାସନ୍ଧ ।୩୦୫।ମଗଧେଶ୍ୱର ବିଚାରଇ ବଇକୁଲ ଚିତ୍ତେଗୁପତ ରୂପେ ବିଜୟେ କଲୁକି ଦେବ ଜଗନ୍ନାଥେ ।୩୦୬।ଅଷ୍ଟାଦଶବେଳ ପରିଯନ୍ତେସହିଲୁ ମୋର ଧାଡିତୋ ଚକ୍ରଘାତକୁ ଆଶେ କରିଥିଲି ଦେବହରି ।୩୦୭।ଆପଣେ ନ ମାରି ମରାଉଛୁ ପରହାଥେଚକ୍ରେ ବଧ ମୋତେ କର ହୋ ଜଗନ୍ନାଥେ ।୩୦୮।ମୋକ୍ଷକଇଂ ଗତି ମୋତେ ଦେବା ହେ ଶିରିପତିନାଶକର ଦଣ୍ଡେ ମୋତେ ନ ଦିଆଅ ଶାସ୍ତି ।୩୦୯।ବିକଳେ ଜରାସନ୍ଧ ଯେ ଅନେକ ବିନୋୟୀଅନେକ ନିସତେ କହଇ କାର୍ପୁଣ୍ୟ ଭାବ ହୋଇ ।୩୧୦।ଗୋବିନ୍ଦେ ବୋଇଲେ ଭୀମ ଆବର କିସ ଉପଲେଖୁମାରି ପକାଅ ୟେ ଦୁଷ୍ଟକୁ ଆବର କିଂପେ ରଖୁ ।୩୧୧।ହରି ଆଗ୍ୟାଂ ପ୍ରମାଣେ ବେନି ଚରଣ ଭୀମ ଧରିଚରଣେ ମାଡି ଚରଣେ ଧରିଣ ଉଡୁଛି ।୩୧୨।କୋପେଣ ଗର୍ଜଇ ଭୀମସେନ ନରସିଂଘ ମୂର୍ତ୍ତି ପ୍ରାୟେବ୍ରହ୍ମାଣ୍ଡ କମ୍ପଇ ଘୋର ଶବଦ ରଡି ଘାୟେ ।୩୧୩।ଆକ୍ରେଷିଣ ଧଇଲା ପବନର ବାଳବିଶ୍ୱରୂପେ ଉଛୁଡିଣ କଲା ବେନିଫାଳ ।୩୧୪।ପବନ ଆଘାତେଣ ତହିଂ ଖଣ୍ଡେକ ବୁଲାଇଦଷିଣ ସମୁଦ୍ରକୁ ବୋଲି ଦିଲାକ ଫୋପାଡଇ ।୩୧୫।ଅଗାଦ ଜଳେ ପଡିଲା ଜରାସନ୍ଧର ଅର୍ଦ୍ଧଖଣ୍ଡଜଳଭୁବନ କମ୍ପିଲା ଉଛୁଳିଲା ବ୍ରହ୍ମାଣ୍ଡ ।୩୧୬।ଆରେକ ଖଣ୍ଡ ଯେ ଭୀମ ବୁଲାଇ ଫିଙ୍ଗିଲା ମହାକୋପେଆକାଶ ମଣ୍ଡଳେ ଖେପିଲା ସେ ଗୁରୁତାପେ ।୩୧୭।ଶୂନ୍ୟେ ଅଦୃଶ୍ୟ ହୋଇଲା ସେ ଭୀମସେନ ଡରେଭୂଅଚର ହୋଇଣ ରହିଲା ଶୂନ୍ୟ ପୁରେ ।୩୧୮।