ଶ୍ରୀକୃଷ୍ଣଙ୍କ ସ୍ୱର୍ଗରୁ ସୁଧର୍ମା ସଭା ଆନୟନ — ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଯେଉଂଣ ସଭାରେ ବସନ୍ତି ଦେବଗଣମାନ ।୨୧।
ଯେବଣ ସଭାରେ ଥିଲେ କାଳ କାମ ନିଦ୍ରା ନାହିଂ
କ୍ଷୁଧା ପିପାସା ନ ଲାଗଇ ଆଉ ଯମଦଣ୍ଡେ ଭୟ ନାହିଂ ।୨୨।
ତ୍ରଇଲୋକ୍ୟ ଅସଂଖ୍ୟ ଯେଉଂଣ ସଭାର ଆୟତନ
ମଞ୍ଚପୁରେ ତାହା ଉଦିତ କଲେ ଜଗତମୋହନ ।୨୩।
ଦେଖିଣ ଆଶ୍ରିଜ ହୋଇଲା ରାଜା ମାନଗୋବିନ୍ଦ
ପଞ୍ଚୁରାଜ୍ୟ ଲୋକେ ଦେଖି ପରମ ସାନନ୍ଦ ।୨୪।
ସୁବର୍ଣ୍ଣ ଯୋଗାଡ଼ ଆଣି ଦିଲେକ କୁବେର
ରାଜାମାନନ୍ତ ଲାଗଇଂ ଯେତେକ ଅଳଂକାର ।୨୫।
ଯୁଝେଷ୍ଠି ଦେବ ବୋଇଲେ ଶୁଣ ଚକ୍ରଧାରୀ
ଆକାଶର ସଭା କେମନ୍ତେ ଆଣିଲୁ ଦେବହରି ।୨୬।
ନ ପୁଣ ବାସବ ଯେ କରଇ ମୋତେ କୋପ
ବଇରାଗ୍ୟ କଲେ ନ ପୁଣ ଖଣ୍ଡଇ ପିତାର ବ୍ରହ୍ମହତ୍ୟା ପାପ ।୨୭।
ଗୋବିନ୍ଦେ ବୋଇଲେ ଶୁଣ ସ୍ୱାମୀ ରାଜାଧି ରାଜେଶ୍ୱର
ୟେ ସଭା ଆପଣେ ନିର୍ବାଣିଲେ ସୁନାଶୀର ।୨୮।
ଚଉଷଠି କୋଟି ଦେବ ଅମର ବିଳାସୁଣୀ
ତୋହୋର ଛାମୁକୁ ଦେବ ଆସିବେ ୟେହିକ୍ଷଣି ।୨୯।
ଚଉଷଠି କୋଟି ଦେବ ବାସବର ପୁତ୍ର ବିଦ୍ୟାଧରେ
ସେହୁ ଆସି ପ୍ରବେଶ ହୋଇବେ ଇନ୍ଦ୍ର ପ୍ରଶସ୍ତରେ ।୩୦।
ଆପଣେ ବିଜେ କରିବେ ଦେବ ମଘବାନ
ବ୍ରହ୍ମା ସହିତେ ଆସିବେ ସମସ୍ତ ବୃନ୍ଦାଅର୍କମାନ ।୩୧।
ବରୁଣ ଆସିବେ ସପତ ସମୁଦ୍ର ତେଜି
ବାସୁକି ସହିତେ ଆସି ଖଟିବେ ତୋତେ ଭାବେ ଭଜି ।୩୨।
ଶୁଣି ଅନେକ ସାନନ୍ଦ ହୋଇଲେ ଯୁଝେଷ୍ଠି ରାଜଦେବ
ପ୍ରସ୍ତାପ ବାକ୍ୟେଣ ତାହା କହନ୍ତି ବାସୁଦେବ ।୩୩-୪୦୭୫।
ଉତ୍ତର ଦିଗ ରାଜାଗଣ ନିମନ୍ତ୍ରଣେ ପାର୍ଥଙ୍କ ଗମନ
ବଇବସୁତ ମନୁ ପଚାରିଲେ ଶୁଣିମା ଭଗବନ୍ତେଅରଜୁନ ବିଜେ କଲେ ଯେ ଉତ୍ତର ପ୍ରଶସ୍ତେ ।୧।ଉତ୍ତର ଦିଗ ରାଜାୟେ ଯେ କ୍ଷତ୍ରିୟ ମହାଯୋଧୀକେମନ୍ତେଣ ଅର୍ଜୁନ କଲେଟି ତାହାକଇଂ ସାଧି ।୨।ୟେଥିର ଚରିତ ମୋତେ କହ ତପୋନିଷ୍ଠୀତୋହୋର ବଚନେ ମୋହୋର ଭ୍ରାନ୍ତି ଯାଉ ଫିଟି ।୩।କହନ୍ତି ଅଗସ୍ତି ଯେ ପଣ୍ଡିତ ବ୍ରହ୍ମବେତ୍ତାଯୋଗାଧି ଯୋଗେଶ୍ୱର ବଇବସୁତ ମନୁ ଶ୍ରୋତା ।୪।କାର୍ତ୍ତିକ ଶୁକଳପକ୍ଷ ଦଶମୀ ବୃହସ୍ପତି ବାରଉତ୍ତର ଭୋଦୋ ନକ୍ଷତ୍ର ଅଟଇ ସେ ଦିନର ।୫।ବାଣିଜ୍ୟ ନାମେ କରଣ ଯୋଗ ବଇଧୃତିରୋହିଣୀ ଘରେ ଚନ୍ଦ୍ର ଦେବତାର ପୀରତି ।୬।ତାର ଚନ୍ଦ୍ର ବେଳ ଯୋଗ ଘେନିଣ ଫାଲଗୁନିଉତ୍ତର ଦିଗକୁ ବାହାର ହୁଅନ୍ତି ଶୁଭ ଅନକୂଳ ଘେନି ।୭।ଗରୁଡ଼ ପିଠିରେ ଚଢ଼ି ଦେବ ଯେ ଅଚ୍ୟୁତଅର୍ଜୁନକଇଂ ପଠିଆଇ ପଥୁଂ ବାହୁଡିଲେ ଦେବ ଜଗନ୍ନାଥ ।୮।ଯମୁନା ନଦୀ କୂଳେଣ ସେ ଥାଠ ଯେ ଚଳାଇଦଧିମୁଖ ପର୍ବତେ ସେ ବିଜେ କଲେ ଯାଇଂ ।୯।ଅରୁଣ ଉଲ୍ଲୋକ ବୋଲି ୟେକଇଂ ବନସ୍ତ ପର୍ବତେକୀଚକର ତରେ ତହିଂ ଲୁଚିଅଛି ତ୍ରିଗର୍ତ୍ତେ ।୧୦।ଚାରି ଅହିବ୍ରତ ରଥ ବତିଶ ଲକ୍ଷ ହାଥୀନବକୋଟି ତୁରଙ୍ଗମ ତିନି କ୍ଷଉଣୀ ପାଦାନ୍ତି ।୧୧।ରାଜ୍ୟ ଭ୍ରଷ୍ଟ ହୋଇ ରାଜା ବୁଲଇ ଘୋର ବନେକନ୍ଦମୂଳ ଆହାରେ ସେ ରାଜା ଭ୍ରମଇ ଅରଣ୍ୟେ ।୧୨।ଅର୍ଜୁନର ଆଗତ ରାଜା ପାଇଣ ବାରତସାନନ୍ଦେଣ ଛାମୁକୁ ଆସଇ ସେ ନୃପତି ତ୍ରିଗର୍ତ୍ତ ।୧୩।ଗଣ୍ଡା ଚାରିଗୋଟି ରାଜା ଚଳାଇଣ ଆଗେଦ୍ରଶନ କଲା ଅର୍ଜୁନକୁ ଅମୃତ ବେଳ ଯୋଗେ ।୧୪।ପଚାରନ୍ତି ପାର୍ଥିବ ତୁ କେଉଂଣ ଦେଶର ରାୟେବନଗାମୀ ହୋଇ ତୁ ବୁଲୁ କାହା ଭୟେ ।୧୫।କହଇ ରାଜ୍ୟେଶ୍ୱର ବିନୟ ଭଗତେଶୁଣିମା ଦେବ ସାବଧାନେ ମୋହୋର ଅବସ୍ତା ଯେତେ ।୧୬।ସ୍ୱାମୀ ମଛଦେଶ ବୋଲିକରି ମୋର ନିଜ ରାଜ୍ୟଶୂରସେନ ନୃପତିର ମୁଂ ଅଟଇ ତନୁଜ ।୧୭।ସ୍ୱାମୀ ମୋହ ଦେଶର ପତିଶା ଅଟଇ ମଘଦେଶଇଚ୍ଛାନନ୍ଦ ବୋଲି ରାଜା ତହିଂ କର୍ଣ୍ଣକେଶରୀର ଶିଷ ।୧୮।ଇଚ୍ଛାନନ୍ଦ ନୃପତିର ପୁତ୍ର ଅଟଇ ନୃପତି ବଇରାଷ୍ଟଅନୁବ୍ରତେ ତାହାର ସେ ସାଜୁଥାଇ ଥାଠ ।୧୯।କିରାତ ରାଜାର ତୁଲେ ସେ ବହୁତ ବିବାଦୀଅନୁବ୍ରତେ ତାର ତୁଲେ ସାଂଗ୍ରାମ ସଂପାଦି ।୨୦।ବଇରାଷ୍ଟ କିରାତର ଦେବ ଯେ ହୋଇଲା ଅନେକ ସାଂଗ୍ରାମଶତେ ଦିବସ ଯୁଦ୍ଧ ହୋଇଲା ଦିବାରାତ୍ର ଅବିଶ୍ରାମ ।୨୧।ମହାଯୁଦ୍ଧ କରି ସେ ନୃପତି କିରାତଗଦାବର ଘାତେ ଭାଞ୍ଜିଲା ବଇରାଷ୍ଟର ରଥ ।୨୨।ବିରଥୀ ହୋଇ ଯେ ପଳାଇଲା ନୃପମଣିକିରାତ ସେନ ରାଜା ତାହାର କେଶ ଧରି ଆଣି ।୨୩।ରାଗେ କିରାତସେନ ନୃପତି କରେ ଧରିଣ ଖଡଗବଇରାଷ୍ଟ ନୃପତିର କାଟିଲା ବେଗେ ମୁଣ୍ଡ ।୨୪।ଶ୍ରୀବତ୍ସି ବୋଲିକରି ଦେବ ତାହାର ପାଟରାଣୀସ୍ୱାମୀର ଅଭାବେ ସେ ପଳାଇଲା ଠାକୁରାଣୀ ।୨୫।ମଲହାର ଦେଶର ରାଜା ଅଟଇ ସଂକୋଚନତାହାର ରାଜ୍ୟେ ରାଣୀ ହୋଇଲା ଗୋପ୍ୟାନ ।୨୬।ରାଜାର ଭାରିଯା ବୋଲି ଦୟାକଲା ନୃପମଣିଭିନ୍ନ ନବର ଗୋଟିୟେ ଭିଆଇ ରଖାଇଲା ବଇରାଷ୍ଟର ପାଟରାଣୀ ।୨୭।ଯେତେବେଳେ ମହାଦେଈ ବିଧବା ହୋଇ ଆସିତିନିମାସ ସୁନ୍ଦରୀ ହୋଇଥିଲା ଗର୍ଭବାସୀ ।୨୮।ସଂକୋଚନ ରାଜା ତାକୁ ସମ୍ଭାଳିଲା ଅତିୟ ଯତନେପୁତ୍ରେକ ଉପୁଜିଲା ଶ୍ରାବଣ ଚଉଠୀର ଦିନେ ।୨୯।ଦେଖିଣ ସଂକୋଚନ ରାଜା ପରମ ସାନନ୍ଦେବିରାଟ ନାମ ତାହାକଇଂ ଦିଲାକ ଆନନ୍ଦେ ।୩୦।ବଇରାଷ୍ଟର ପୁତ୍ର ଯେ ବିରାଟ ତାହାର ନାମରୂପେ ଗୁଣେ ସୁନ୍ଦର ସେ ମକରଧ୍ୱଜ ସମ ।୩୧।ଅନେକ ଯତ୍ନକରି ପାଳିଲା ତାହାକଇଂ ଦେବରାୟେସେ ସଂକୋଚନ ରାଜାର ଉପୁଜିଲା ଦୋହିତା ଗୋଟିୟେ ।୩୨।ଭାଳଇ ସଂକୋଚନ ରାଜା ତାହାର ପୁତ୍ରନ୍ତ ବସାଇଂବାବୁ କୀଞ୍ଚକ ରେ ତୋତେ ପଚାରଇ ମୁହିଂ ।୩୩।ମତ୍ସ୍ୟଦେଶ ମଘଦେଶର ରାଜା ଯେ ଅଟଇ ବଇରାଷ୍ଟକିରାତ ବିବାଦେ ସେ ହୋଇଲା ହତପାଟ ।୩୪।ଭାରିଯା ପଳାଇ ଅଇଲା ତାହାର ହୋଇଣ ଗରଭବାସୀକୁମର ଗୋଟିୟେ ୟେଥେ ପ୍ରସବ କଲା ଆସି ।୩୫।ବଇରାଗେ ରାଣୀ ଯହୁଂ ଛାଡ଼ିଲା ନିଜ ରାଷ୍ଟସେ ପୁତ୍ରର ନାମ ଗୋଟି ମୁଂ ଦିଲାଇଂ ବିରାଟ ।୩୬।ବାବୁ ମୁହିଂ ତାହାକଇଂ ପାଳିଲି ଅତି ଯତନେପଛେ ଉପୁଜିଲା ବାବୁ ତୁମ୍ଭେ ମୋର ପୁତ୍ରମାନେ ।୩୭।ବିଚାରକୁ ଯୋଗାଇଲେ ବାବୁ କଥାୟେ କରିବାଅକାରଣ ଲେକକୁ ଯେ କାରଣ କରାଇବା ।୩୮।ଯେବେ ଯୋଗାଇ ବାବୁ ୟେହା ତୁମ୍ଭର ବିଚାରକୁସୁଦେଷ୍ଣାକୁ ପ୍ରଦାନ କରାଇବା ବିରାଟକୁ ।୩୯।ସଂସିଦ୍ଧ ବଂଶରେ ସେ ଅଟଇ ଅଧିକାରୀପଣ୍ଡିତ ଭିଗ୍ୟଂଲୋକ ସେ ୟେ କଥା ବିଚାରି ।୪୦।ମତ୍ସ୍ୟଦେଶର ରାଜା ଯେ ହୋଇଲା ଅମୂର୍ତ୍ତିତୋହୋର ବୁଦ୍ଧିବଳେ ଯେ ୟେହାକଇଂ କରାଇବା ନୃପତି ।୪୧।କୀଚକ ବୋଇଲା ତାତ ଯୋଗାଇ ୟେ ବୁଦ୍ଧିମହତକଇଂ ଦ୍ରଶନେ ସ୍ୱାମୀ ସକଳ କାର୍ଯ୍ୟ ସିଦ୍ଧି ।୪୨।ପୁତ୍ରନ୍ତ ସନମତ ସେ କରାଇ ନୃପତି ସଂକୋଚନବିରାଟକଇଂ ସୁଦେଷ୍ଣା ଯେ କରାଇଲେ ପ୍ରଦାନ ।୪୩।ତ୍ରିଗର୍ତ୍ତ କହଇ ଦେବ ଶୁଣିମା ଫାଲଗୁନ୍ୟେସମୟେ ବିରାଟ ଥିଲା ସଂକୋଚନ ଭୁବନେ ।୪୪।ସ୍ୱାମୀ କୀଚକ ମହିମାଂ ଯହୁଂ ଅର୍ଜିଲା ବହୁତଅନେକ ରାଜ୍ୟେ ଜିଣିଲା ସେ ପ୍ରତଗ୍ୟାଂ ବଳବନ୍ତ ।୪୫।ସ୍ୱାମୀ ଭୁବି ଭୁବନ ମଧ୍ୟେ ଯାହାକଇଂ ନାହିଂ ସମଯୋଧୀଅନେକ ଭୂଅମଣ୍ଡଳ ଭାଜି କଲାକ ସର୍ବସାଧି ।୪୬।ଛାମୁରେ ମିଳି କେହି ନୋହିଲେ ତାକୁ ବାଦୀସବୁ ଦିଗେ ଭ୍ରମଇ ସେ କୀଚକ ମହାଯୋଧୀ ।୪୭।ଦିନେକ ପ୍ରତଗ୍ୟାଂ ସେହୁ କରୁଛି ଆସ୍ତାନେଆବର ରାଜା ୟେକ ନ ଥୋଇବି ୟେ ମଧ୍ୟ ଭୁବନେ ।୪୮।ସଂକୋଚନ ବୋଇଲା ବାବୁ ତୋର ଅସଂଖ୍ୟ ମହିମାଂବିରାଟକୁ ଯେବେ ମତ୍ସ୍ୟଦେଶେ ସ୍ଥାପିପାରୁ ତେବେ ସେ ରହଇତୋହୋର ଗାରିମା ।୪୯।ବାବୁ ଦୁହିତା ଗୋଟିୟେ ତାକୁ ଯେବେ ସେ କଲାଇଂ ପ୍ରଦାନବିରାଚନ ଦୁହିତା ଗୋଟିୟେ ତାକୁ ଯେବେ ସେ କଲାଇଂ ପ୍ରଦାନବିରାଚନ କରି ବାବୁ ରୁହାଅ ସଞ୍ଚିଲା ଧର୍ମମାନ ।୫୦।ତ୍ରିଗର୍ତ୍ତ କହଇ ଯେ ଅର୍ଜୁନର ଆଗେକୀଚକ ବାହିଲା ଥାଠ ମୋର ରାଜ୍ୟକୁ ବିରାଟର ରାଗେ ।୫୧।ସ୍ୱାମୀ କିରାତ ତ୍ରିଗର୍ତ୍ତ ଆମ୍ଭେ ହୋଇଲୁ ବେନି ଯେ ନୃପତିକୀଚକର ତୁଲେ ଦେବ ସମର କଲୁ ଅପ୍ରମିତି ।୫୩।ଶତେସିଂହର ପ୍ରାକର୍ମ ସେ ସଂକୋଚନର ବାଳଅନେଶ୍ୱତ ଭାଇ ଘେନି ସେ ଜିଣିଲା ଶତେକ ମଣ୍ଡଳ ।୫୪।ପୃଥୀରେ ଯୋଦ୍ଧାୟେ ତାକୁ ଘେନି ନାହିଂନା ସମସରିତିନିପୁର ଜିଣିମାକୁ ସାମରଥ ସେ ଦୃଭାସାଂକ ବଚନେଣ କରି ।୫୫।ସ୍ୱାମୀ କୀଚକର ମୋର ସାଂଗ୍ରାମ ହୋଇଲା ଅପ୍ରମିତେୟେମନ୍ତ କୀଚକ ବାହିଲା ଚଉବିଂଶ ବରଷ ପରିଯନ୍ତେ ।୫୬।ଓହୋବଳ ସାଂଗ୍ରାମେ ନୋହିଲୁ ତାହାକୁ ସରିରାଜ୍ୟ ଛାଡ଼ିଣ ସ୍ୱାମୀ ମୁଂ ଅଇଲି ଅପସରି ।୫୭।କିରାତକୁ ଡିଂଆଇ ନେଲା ମତ୍ସ୍ୟଦେଶ ଛଡ଼ାଇମତ୍ସ୍ୟ ଦେଶ ଛଡ଼ାଇଲା ପଳାଇଲି ମୁହିଂ ।୫୮।ବିରାଟ ଆଣିଣ ସେ କୀଚକ ସେନାପତିମଚ୍ଛଦେଶ , ମଘଦେଶ ଦୁଇ ଦେଶେ କରାଇଲା ଚକ୍ରବ୍ରତୀ ।୫୯।ସ୍ୱାମୀ ଦୁହାଂଳ ଦୁଇଲକ୍ଷ ବର ବାରପଦ୍ମ ଗାଈବଳତ୍କାରେ କୀଚକ ବିରାଟକୁ ୟେତେକ ଭୋଗ କରାଇ ।୬୦।ଭୋ ସ୍ୱାମୀ ଶିରୀ ସମ୍ପଦ ମୁଂ ପରକଇଂ ଦେଇବୁଲୁଅଛି ବନଗାମୀ ମୁଂ କନ୍ଦମୂଳ ଖାଇ ।୬୧।ସ୍ୱାମୀ ଭଗତ ମତ୍ସଳ ତୁ ଶରଣପଞ୍ଜରନିଜ ରାଜ୍ୟ ଦେଇ ମୋତେ କରିବା ପ୍ରତିକାର ।୬୨।ଅର୍ଜୁନ ବୋଇଲେ ହୋ ଶୁଣ ତ୍ରିଗର୍ତ୍ତେଶ୍ୱର ରାଜାସମଦଣ୍ଡ ଘେନି ୟେବେ ଇନ୍ଦ୍ରପ୍ରଶସ୍ତକଇଂ ଯା ଯା ।୬୩।ବିରାଟହିଂ ଆସିବା ହୋ ରାଜୁସି ଯାଗ ସଭାକୁତୋହୋର ନିମନ୍ତେ ହୋ ଆମ୍ଭେ ବୋଲିବା କୀଚକକୁ ।୬୪।ଯେମନ୍ତେ ତୁ ନିଜରାଜ୍ୟ ପାଇବୁ ତୋହୋରତେମନ୍ତେ କରି ଆମ୍ଭେ ସିନା କରିବୁ ବିଚାର ।୬୫।ପାଥର ଚରଣେ ରାଜା ଓଳଗ ମେଲାଇହସ୍ତିନା ରାଜ୍ୟକୁ ଚଳିଲା ଅର୍ଜୁନ ଆଗ୍ୟାଂ ପାଇ ।୬୬।ତହୁଂ ବିଜୟେ କଲା ପାଣ୍ଡବ ସୁନ୍ଦର ବୀରମଣିଉତ୍ତର ଦିଗେ ବିଜେ ଅର୍ଜୁନ ଥାଠ ଯେ ପଲାଣି ।୬୭।ଗାଞ୍ଜଣ ଦେଶେ ରାଜା ସେ ଗୋପାଳ ଚକ୍ରବ୍ରତୀଚାରିଶତ ପାରିଦଣ୍ଡ ତାକୁ ଖଟଇ ନୃପତି ।୬୯।ପାଞ୍ଚଲକ୍ଷ ରଥ ତାର ପଞ୍ଚାଶ କୋଟି ମାତଙ୍ଗସାତକ୍ଷଉଣୀ ପାଦାନ୍ତି ଚଉଦ ମର୍ଭୁତ ତୁରଙ୍ଗ ।୭୦।ଅର୍ଜୁନ ପ୍ରବେଶ ଯାଇଂ ସେ ରାଜାର ରାଜ୍ୟେବୀରତୂର କାହାଳୀ ନିଶାଣ ଟମକ ଘୋର ବାଜେ ।୭୧।ଆସ୍ତାନେ ବିଜେ କରିଅଛନ୍ତି ଗୋପାଳ ନୃପମଣିମହାଗହଳ ଶୁଭିଲା ବୀରତୂର ରବା ବାଣୀ ।୭୨।ମନ୍ତ୍ରୀର ବଦନ ଚାହିଂଣ ବୋଇଲା ନୃପତିକିସ ଶବଦେ ଦୁଲୁ ଦୁଲୁ କମ୍ପୁଅଛି ପୃଥୀ ।୭୩।ଆସ୍ତାନର ତଳେ ଯାଇଂ ଜଣାଇଲେ ଚାରଗଣସ୍ୱାମୀ ରାଜାଧି ରାଜେଶ୍ୱର ତୁମ୍ଭେ ସାବଧାନେ ଶୁଣ ।୭୪।ବନ ଡିଙ୍ଗର ଜିଣି ଆସୁଅଛି ୟେକ ରଥୀୟେରଥ ଗଜ ଅଶ୍ୱ ଅଳପ ପାଦାନ୍ତି ମହା ତେଜମୟେ ।୭୫।କେବଣ ଦେଶରୁ ଦେବ ସେ ଆସୁଅଛି ବାହିରାଜା ହୋଇ ଛାମୁରେ ତାର ରହନ୍ତା କେହି ନାହିଂ ।୭୬।ଶୁଣିଣ ବିଚାର ସେ କରଇ ନୃପତିଛାମୁରେ ଜଣାଇଲା ତାର ଶୂରସେନ ମନ୍ତ୍ରୀ ।୭୭।ସ୍ୱାମୀ ହସ୍ତିନା ଠାକୁରେ ଯେ ଯୁଝେଷ୍ଠି ଦେବରାୟେତାହାଂକର ଅନୁଜ ଯେ ପାଣ୍ଡବ ଧନୁର୍ଜୟେ ।୭୮।ଦିଗବିଜୟେ ବାସେବି ରାଜୁସି ଯାଗ ଅର୍ଥେଅନେକ ଦେଶର ଯେ ନିମନ୍ତିବେ ମହୀପତ୍ୟେ ।୭୯।ମନ୍ତ୍ରୀର ମୁଖରୁଂ ରାଜା ପାଇଣ ୟେସନେକ ବାରତସାଜିଲା ନୃପତି ତାର ରାଜ ଅଶ୍ୱ ସଇନି ବହୁତ ।୮୦।ବହୁତ ସଇନି ତହିଂ ସାଜିଣ ନୃପମଣିବିଜେ ଗୋପାଳ ସେନ ଥାଠ ସନ୍ୟ ପଲାଣି ।୮୧।ସକଳ ସଇନି ଘେନି ନୃପତି କଲାକ ବିଜେପ୍ରତକ୍ଷେ ନାରାୟଣ ଯେ ଦେଖିଲା ଦେବରାଜେ ।୮୨।ଦ୍ରଶନେ ସୁଫଳ ମୋର ହୋଇବ ଜୀବତିଗାଞ୍ଜଣ ମଣ୍ଡଳାଧିଯ ଯେ ଗୋପାଳ ଚକ୍ରବ୍ରତୀ ।୮୩।ସେ କଟକ ଭିତରେ ବିଜୟେ ଫାଲଗୁନିଦ୍ରଶନ କଲାକ ରାଜା ଥାଠ ସନ୍ୟ ଘେନି ।୮୪।ଅର୍ଜୁନ ଛାମୁରେ ରାଜା କରଇ ପ୍ରଣପତ୍ୟଆନନ୍ଦେ ଅର୍ଜୁନ ତାକୁ କଲେକ ନିମନ୍ତ ।୮୫।ଅକ୍ଷତ ଗୁଆ ତାକୁ ଦିଲେକ ଅରଜୁନଥାଠ ସନ୍ୟ ଘେନି ଚଳିଯାଅ ଇନ୍ଦ୍ରପ୍ରଶସ୍ତ ଭୁବନ ।୮୬।ସମସ୍ତ ରାଜାୟେ ରହିଥିବେଟି ବାରୁଣାବନ୍ତେୟେକସ୍ଥାନେ ରହିଥିବି ସମସ୍ତ ନୃପତ୍ୟେ ।୮୭।ଚାଳିଶ ସହସ୍ର ରାଜା ନିମନ୍ତ୍ରି ମୁଂ ଘେନିଯିବିଯୁଝେଷ୍ଠି ଦେବ ଠାକୁରଂକୁ ଦ୍ରଶନ କରାଇବି ।୮୮।ଆଗ୍ୟାଂ ଦେଇଣ ତହୁଂ ଚଳିଗଲେ ସର୍ବସାଚୀଆକାଶ ଦିଗବିଜେ ପ୍ରାୟେକ ଦିଶଇ ଦିଗ ପ୍ରାଚୀ ।୮୯।ଉଡନ୍ତି ତୁରଙ୍ଗମେ ଯେ ଗଗନ ମେଖଳିବରଷା ଋତୁରେ ଯେହ୍ନେ ଝଟକଇ ବିଜୁଳି ।୯୦।ସେହି ମତି ପ୍ରାୟେକ ଉଡ଼ନ୍ତି ରଥ ହୟେ ଚାରିମାତଳି ସାରଥି ରଥ ବାହଇ ବେଗ କରି ।୯୧।ମାଳବ ଦେଶରେ ଯାଇ ବିଜୟେ ଅରଜୁନଯମୁନା ନଦୀ କୂଳରେ ତା ରାଇଜ ଗହନ ।୯୨।ସେ ଦେଶର ରାଜା ବୀରବର ଚକ୍ରବ୍ରତୀଅନେକ ପାରିଦଣ୍ଡ ସେ ରାଜାକଇଂ ଖଟନ୍ତି ।୯୩।ସମସ୍ତ ସମ୍ପଦେ ସେ ଅଟଇ ଦଣ୍ଡସାଇଂତାହାର ପୁରେ ଅର୍ଜୁନ ପ୍ରବେଶ ହେଲେ ଯାଇଂ ।୯୪।ଅନେକ ବୀରତୂର ବାଜଇ ଘୋର ଧୁନିଇନ୍ଦ୍ର ବିଜୟ ପ୍ରାୟେକ ସେ ଦିଶଇ ଫାଲଗୁନି ।୯୫।ରାଜ୍ୟରେ ପଶନ୍ତେ ଓଗାଳିଲେ ଚାରଗଣକଟକରେ ନ ପଶ ବୋଲି ତୁମ୍ଭନ୍ତ ଠାକୁରଂକ ଆନ ।୯୬।ନ ଜାଣୁ କିହୋ ନୃପତି ବୀରବର ଚକ୍ରବ୍ରତୀଉତ୍ତର କୋଶଳେ ଯାର ମହିଂମା ବିଖ୍ୟାତି ।୯୭।ଧାର୍ମିକ ବିବେକ ସେ ପଣ୍ଡିତ ଭିଗ୍ୟଂବନ୍ତାଯାହାକୁ ସନ୍ଧାନ ଦିଅଇ ରତ୍ନାକର ଦେବତା ।୯୮।ଜୟେ ବିଜୟେ ବୋଲିଣ ଅର୍ଜୁନର ବେନି ସେନାପତିଅଶ୍ୱେ ଅଶ୍ୱେ ଚଢିଣ ସେ ଆଗିଆଣି ହୋଇଛନ୍ତି ।୯୯।ଯେତେବେଳେ ଆନ ତାଂକୁ ପାଡ଼ିଲେ ମୁନେହିଂପଶିଲେ ଅର୍ଜୁନ ଥାଠ ରାଜ୍ୟେ ନ ରହିଲେ ବୀରେ କେହି ।୧୦୦।ଦେଖିଣ ଧାଇଂଲେ ସେ ମାଳବର ସନ୍ୟବାଜଇ ବୀରତୂର ଟମକ ନିଶାଣ ଘନ ଘନ ।୧୦୧।ପାଟଛତ୍ର ଉଦ୍ଦଣ୍ଡ ୟେକଲକ୍ଷୀ ପାଞ୍ଚଲକ୍ଷୀଉଡ଼ନ୍ତି ଆଲମ୍ବ ଯେ ସୁରେଶ୍ୱର ଦେବା ଦେଖି ।୧୦୨।ସହସ୍ରେ ରଥୀ ଯେ ପେଷିଲେ ବୀରବରବୋଇଲେ ପ୍ରାଣେ ନ ମାରି ଜୀବନ୍ତା ବନ୍ଦୀକର ।୧୦୩।ରାଜାର ଆଗ୍ୟାଂରେ ଧାଇଂଲେ ସର୍ବରଥୀନାରାଜ ପୂରୋଇଣ ଧାମନ୍ତି କୋପମୃର୍ତ୍ତି ।୧୦୪।ମୁକୁଟବନ୍ଧା ତହିଂ ସହସ୍ରେକ ରଥୀଚୋଖାର ଶ୍ୱେତଅଶ୍ୱ ରଥେଣ ଯୋଚିଛନ୍ତି ।୧୦୫।ତର୍ଜନ୍ତି ଗର୍ଜନ୍ତି ଯେ ପୂରୋବନ୍ତି ତୀକ୍ଷମୁନାନିକଟେ ଦେଖି ବିନ୍ଧିଲେ ସେ ମାଳବ ଦେଶର ସେନା ।୧୦୬।ଦେଖିଣ କୋପାନଳ ଅର୍ଜୁନର ସେନାପତିପରିଘନ୍ତ ବୁଲାଇ ବେଗେ ଉଠିଲେ ତତକ୍ଷଣାନ୍ତି ।୧୦୭।ମାଳବ ଦେଶର ଯୋଦ୍ଧାୟେ ଯେ ବୁଲାବନ୍ତି ଶହସ୍ର ଧରିକୋପେଣ ବିନ୍ଧନ୍ତି ସେ ଯେ ଘୋରନାଦ କରି ।୧୦୮।ଦେଖିଣ ଅର୍ଜୁନ ତାହା ଦୂରୁହୁଂ ନିବାରିବିନ୍ଧିଲେ ବାବଲ ଶର କୋପମୁଖ କରି ।୧୦୯।ଅବିକ୍ଷଣେ ଯୋଦ୍ଧାୟେ ଆକ୍ରେଷିଣ ବାଣ ବିନ୍ଧିସେହ୍ନାନ୍ତ ଫୁଟିକରି ଶରୀରେ ଯାଇଂ ଭେଦୀ ।୧୧୦।ରୁଧିରେ ବୃଷ୍ଟି ଯେ ହୋଇଲା ସବୁଂକରି ଅଙ୍ଗେକିଂଶୁକ ପୁଷ୍ୟ ପରାୟେ ଦିଶିଲେ ସର୍ବେ ରଙ୍ଗେ ।୧୧୧।ଅମାନତ୍ୟ ଯୋଦ୍ଧାୟେ ନ ଘୁଞ୍ଚନ୍ତି ସମରେପଡ଼ନ୍ତି ଉଠନ୍ତି ଗର୍ଜନ୍ତି କୋପଭରେ ।୧୧୨।ଯାଠି କୋନ୍ତ ଲାଂକିଆ କରେ ଧରି ମାରିପଡ଼ିଲେ ମାଲବ ବୀରେ ନ ପାରିଲେ ଉବୁରି ।୧୧୩।ସହସ୍ରେକ ରଥୀ ଆସି ହୋଇଥିଲେ ଆଗିଆଣିଯୁଦ୍ଧର ସମ୍ଭରେ ସେହୁ ଲୋଟିଲେ ଧରଣୀ ।୧୧୪।ଧାଇଂଣ ଚାରଗଣେ କହିଲେ ରାଜାଂକୁବଡାଇ ଦୂରାପଦ ଦେବ ପଡିଲାକ ତୁକୁ ।୧୧୫।ସହସ୍ରେକ ରଥୀ ଓଗାଳିଲେ ତାର ଆଗେଗୋଟିୟେ ଉବୁରି ନୁଆରିଲେ ପଡିଲେ ରଣରଙ୍ଗେ ।୧୧୬।ୟେତେକ ମାରି ଦେବ ନୋହିଲେକ ଶ୍ୟାନ୍ତିକଟକ ଭିତରେ ଆସି ପଶିଲେ ନିଭ୍ରାନ୍ତି ।୧୧୭।ଆହୋ ମହାରାଜା ୟେବେ ସମ୍ଭାଳ ତୋହୋର ରାଜ୍ୟଜନଜନ୍ତୁ ନାଶଗଲା ନୋହିଲା କିଛି କାର୍ଯ୍ୟ ।୧୧୮।ଡଗର ମୁଖୁଂ ବାରତା ପାଇଣ ବୀରବରଆପଣେ ବିଜେକଲେ ଯେ ଚଉଦୋଳା ଉପର ।୧୧୯।ରାଜା ବିଜୟେ ଦେଖି ଧାଂଇଲେ ସର୍ବ ସଇନିବିନ୍ଧିଲେ ନାରାଜ ଯେ ଅବିକ୍ଷଣେ ଘେନି ।୧୨୦।ମହାଥାଠ ଦେଖିଲେ ଯହୁଂ ସେ ଜୟେ ବିଜୟେବେନି ସେନାପତି ତହୁଂ ଚଳାଇଲେ ମହାହୟେ ।୧୨୧।ମାର ମାର ବୋଲି ଯେ ପାଡିଲେ ମହାବୋବିଯୋଗ୍ନୀବଳ ଘେନି ଯେହ୍ନେ ଉଠନ୍ତି ଭଇରୋବୀ ।୧୨୨।ସାଂଗ୍ରାଂମେ ଅଜୟେ ଅଟେ ଯାହାର ବିରଧୂସେନାପତିଂକ ମହିମାଂ ତେହେନେକ ସାଧୁ ।୧୨୩।ଧନୁ ଆମଞ୍ଚିଣ ଉଠିଲେ ଜୟେ ୟେ ବିଜୟେଆଗେ ଓଗାଳିଲେ ଆସି ଯେ ପାରିଦଣ୍ଡ ରାୟେ ।୧୨୪।ସାତ ଖର୍ବ ତାର ବତିଶ ଖର୍ବ ହାଥୀଚାରି ଶଙ୍ଖ ହୟେବର ତେର କ୍ଷଉଣୀ ପାଦାନ୍ତି ।୧୨୫।ୟେତେକ ସଇନି ଘେନି ଉଠିଲା ବୀରବର ଚକ୍ରବ୍ରତୀରଣ ହାନ୍ଦୋଳ କଲା ସେ କଉଶିକ ଗୋତ୍ରୀ ।୧୨୬।ହସ୍ତିନାର ବୀରେ ଯାଇଂ ପଶିଲେ ସମରେଡାକ ହାକେ କମ୍ପିଲା ଯେ ଅନେକ ଡିଙ୍ଗରେ ।୧୨୭।ଗର୍ଜିଣ ଉଠିଲେ ଯହୁଂ ମାଳବ ଦେଶର ବଳବେନିବଳ ମିଶିଣ ହୋଇଲେ ମହାଗୋଳ ।୧୨୮।ବାରଣ ନ ଗଲା ତହିଂ କେହୁ ପର କେହୁ ଆପଣାୟେକାମାତ୍ର ବାସବି ଯେ ହୋଇଛି ଧାରଣା ।୧୨୯।ଅର୍ଜୁନ ଥାଠ ଯହୁଂ ହୋଇଲେ ଭିତରଗୁଣ ଟଂକାରି ପଶିଲେ ସେ ସାଂଗ୍ରାମେ ଚାପଧର ।୧୩୦।ଅର୍ଜୁନ ବାଦ୍ୟକଲା ଦେବଦତ୍ତ ଶଙ୍ଖଧୁନିସଇନ ଲୋଚି ହୋଇଲେ ଶଙ୍ଖ ଶବଦ ଶୁଣି ।୧୩୧।ଅର୍ଜୁନର ସେନାପତି ଜୟ ଯେ ବିଜୟେତାହାନ୍ତ ଓଗାଳିଲେ ଆସି ମାଳେବ ଦେଶ ରାୟେ ।୧୩୨।ବୀରବର ସୁନ୍ଦର ସେ କ୍ଷତ୍ରୀ ଅଚାର୍ଗଳାସମରେ ଅଭୟା ସେ ଜାଣନ୍ତି ମହାଖଳା ।୧୩୩।ମାଳବ ସେନାୟେ ସେ ଉଠିଲେ ବେଗ ହୋଇବୁଲାବନ୍ତି ଲାଂକିଆ ଯେ ସିଂଘରଡ଼ି ଦେଇ ।୧୩୪।ଧାଅଂରେ ମାରରେ ବୋଲି ପ୍ରତଗ୍ୟାଂ ବୋଲାବଲିଗାଇତୁରୀ ଶବଦ ଦେଇଣ ଯେ ଡିଅଂନ୍ତି କୁରୁଳି ।୧୩୫।ଜୟେ ବିଜୟେ ବୁଲାଇ ପରିଘେ ପରିଘେବରଷା ଋତୁରେ ଯେହ୍ନେ ଉଠନ୍ତି କଳାମେଘେ ।୧୩୬।ସଇନି ଉପରେ ନେଇ ପ୍ରହାର କଲେ ଗଦାଭାଞ୍ଜିଲେ ଦମନ ବଳ ପିଟିଣ କଲେ ପଦା ।୧୩୭।ରଥୀ ସାରଥୀ ଯେ ପଡିଲେ ମହୀଲୋଟିରଥରେ ବିଜୟେ କରି ତା ଦେଖଇ ପାଣ୍ଡବ କିରୀଟୀ ।୧୩୮।ଅର୍ଜୁନ ବୋଇଲେ ଯେ ମାତଳି ସାରଥିକିରଥ ବେଗେ ବାହା ମୋର ବୀରବର ରାଜାର ତହିଂକି ।୧୩୯।ପବନୁ ବେଗେ ରଥ ସାରଥି ନେଲା ଚାଳିମାଳବ ଦେଶ ରାଜା ଛାମୁରେ ରଥ ନେଇ ଭେଟାଇଲାମହାବଳୀ ।୧୪୦।ବୀରବର ରାଜା ଯେ ବୁଟବଦ୍ଧ ଶରୀର ବଜ୍ରସେହ୍ନାପାର୍ଥିବକୁ ଦେଖି ଶହସ୍ର ବିନ୍ଧିଲେ ବଡ଼କୁମାର ଜେନା ।୧୪୧।ରଥରେ ଥାଇଣ ତାକୁ କହଇ ଅର୍ଜୁନକିମ୍ପାଇଂ ନୃପତି ତୁ ହୋ ୟେଡ଼େକ ଅଗ୍ୟାନ ।୧୪୨।କାହା ତୁଲେ ବିବାଦ କରୁ ତୁ ଅନମିତେଦେଶାଉରେ ବାରତା କି ନ କହିଲେ ତୋତେ ।୧୪୩।ଉତ୍ତର ଦିଗବିଜେ ମୁହିଂ ସେ ଫାଲଗୁନିରାଜାମାନନ୍ତ ନିମନ୍ତି ରାଜୁସି ଯାଗକୁ ଯିବି ଘେନି ।୧୪୪।ନ ଜାଣି ଅନମିତେ କିଂପେ କରୁଛୁ ସମରଅନମିତେ ସଇନି ଲୋଚାୟେ ତୋର ହୋଇଲେ ଅପହାର ।୧୪୫।ୟେତେକ ସଇନି ମରାଇଲୁ ଅକାରଣେୟେଡ଼େବଡ଼ ହୋଇ କଲୁ ଅପଣ୍ଡିତ ପଣେ ।୧୪୬।ଧନୁର୍ଜୟେ ବାକ୍ୟ ଯହୁଂ ଶୁଣିଲା ସଦିଭାବରଥରୁ ଡେଇଂଣ ପଡ଼ିଲା ନୃପତି ମାଳବ ।୧୪୭।ଅର୍ଜୁନର ରଥ ତଳେ ହୋଇଲା ପରିଣାମିଦଶଦୋଷ ଅପରାଧ କ୍ଷମା କରିବା ଦେବସ୍ୱାମୀ ।୧୪୮।ଅର୍ଜୁନ ବୋଇଲେ ତୁ ଉଠ ଉଠ ରେ ବାବୁଅଗ୍ୟାନେ ସଇନି ନାଶଗଲେ ଆଉ ତୁ କିସ କରିବୁ ।୧୪୯।ସଇନିକି ହାକଦିଲା ରହ ରହ ହୋ ସଭିୟେଂଅଗ୍ୟାନେ ନାଶଗଲା ନ ଜାଣି ସନ୍ଦେହେ ।୧୫୦।ଭଗତ ମତ୍ସଳ ନାଥ ମମ ଦୋଷ କଲେଣି ଉପେକ୍ଷାଯେହି ସେ ନାଶକଲା ସେ କରି ପାରଇ ରକ୍ଷା ।୧୫୧।ସମସ୍ତେ ପଳାଇଥିଲେ ମହାଭୟେ କରିରାଜା ମାଧୁର୍ଯ୍ୟ ବଚନେ ରହିଲେ ପୁରସରି ।୧୫୨।ନିମନ୍ତ୍ରଣ ଯୋଗାଡ଼ମାନ ଦିଲେକ ସର୍ବସାଚୀବାରୁଣାବନ୍ତେ ଯାଅହୋ ତୋତେ ଠାକୁରଂକର ଆଗ୍ୟାଂ ଅଛି ।୧୫୩।ଶୁଣିଣ ସାନନ୍ଦ ସେ ବୀରବର ନୃପମଣିସ୍ୱାମୀ ଆଗ୍ୟାଂ ପ୍ରମାଣେ ମୁଂ ଯିବଇ ଥାଠ ସନ୍ୟ ପଲାଣି ।୧୫୪।ମାଳବ ଦେଶର ନୃପତି ପ୍ରଣପତ୍ୟ ଅର୍ଜୁନର ପଦ୍ମପାଦେସ୍ୱାମୀ ଲଭିଲାଇଂ ଅନେକ ପୁଣ୍ୟ ତୋହୋର ପରସାଦେ ।୧୫୫।ସ୍ୱାମୀ ମୁଣୋହି ଯୋଗାଡ଼ ମୁଂ କରିବଇଂ ବିଧାନବେଳ ଉଛୁର ଆସି ଦେବ ହୋଇଲାନି ମଧ୍ୟାହ୍ନ ।୧୫୬।ଅର୍ଜୁନ ବୋଇଲେ ତୁ ହୋ ଶୁଣ ବୀରବରମୁଣୋହିର ବେଳ କାହିଂ ଅଛଇ ମୋହୋର ।୧୫୭।ଚାଳିଶ ସହସ୍ର ରାଜା ନିମନ୍ତ୍ରିବି ନଉ ଦିବସର ମଧ୍ୟେକେମନ୍ତେ ନୃପତି ସାଧ୍ୟ ହୋଇବେ ୟେହିମତି ଯୁଦ୍ଧେ ।୧୫୮।ଦଣ୍ଡ ଘେନି ବାହାର ତୁ ହୁଅ ୟେହିକ୍ଷଣରାତ୍ର ଦିବସେ ଅନୁବ୍ରତେ କରସି ପୟାଣ ।୧୫୯।ଯେଉଂଣ ନୃପତି ଅବା ବିଳମ୍ବ କରିବସଞ୍ଚୟେ ଅପ୍ରାଧି ହୋଇ ରାଜୁସି ଯାଗସଭାରେ ନାଶଯିବ ।୧୬୦।ସ୍ୱାମୀଂକର ଆଗ୍ୟାଂ ପ୍ରମାଣ କରଇ ନିରାଧାରଲଗ୍ନ ବିଚାର କରି ବାହାର ହୋଇଲା ଦଣ୍ଡଧର ।୧୬୧।ମାଳବ ଦେଶୁଂ ବାହାର ହୋଇଲେ ଫାଲଗୁନିମହା ସମ୍ଭର୍ବେ ଚଳିଲେ ଥାଠସନ୍ୟ ଘେନି ।୧୬୨।ମାଳବ ଦେଶ ଅନ୍ତରେ ହିରଣ୍ୟକ ନାମେ ବନହିରଣାକ୍ଷୀ ବୋଲି ନଦୀୟେ ପ୍ରୟାଗୁଂ ଉଦଯାନ ।୧୬୩।ସେ ନଦୀର କୂଳେ ସଉରଭ ନାମେ ପର୍ବତସେ ଗିରି ଉପରେ ଯାଇ ବିଜୟ ବୀର ପାଥ ।୧୬୪।ୟେରଙ୍ଗ ବୋଲିଣ କରି ତହିଂ ରାଜ୍ୟ ଗୋଟିୟେତହିଂ ସେ ରାଜ୍ୟ କରଇ ଭାନୁବନ୍ତ ବୋଲି ରାୟେ ।୧୬୫।ଅର୍ଜୁନ ହକାରିଲେ ଜୟେ ବିଜୟେ ସେନାପତିଆଦିତ୍ୟ ଅସ୍ତଗଲା ଆସି ହୋଇଲା ନିଶାରାତି ।୧୬୬।ରାତ୍ରକାଳେ କିଂପାଇଂ ପଶିବା ହୋ ପରରାଷ୍ଟେରାଜାର ଆମ୍ଭର ପରଚେ ନାହିଂ ଅପରାଚେ ଥାଟେ ।୧୬୭।ରହିଲେ ସଇନି ବଳ ମାଡ଼ି ସେହି ପରବତେଅମୃତ ଯୋଗାଡ଼ ଆଣି ଦିଲେ ଦେବଦୂତେ ।୧୬୮।ସୂପକାରମାନେ ଅନ୍ନ କଲେକ ପଚନସେ ନଦୀରେ ସ୍ରାହାନ କରି କଲେକ ଭୋଜନ ।୧୬୯।ଅମୃତ ଯୋଗାଡହିଂ ଭୁଞ୍ଜିଲେ ଫାଲଗୁନିଅଷ୍ଟ ନାୟିକାନ୍ତ ଆକାଶୁଂ ପଠିଆଇଲେ ସସ୍ରଯୋନି ।୧୭୦।ବିଦ୍ୟାଧର ପୁରୁଷେ ପଞ୍ଚମ ସ୍ୱରେ ବାଦ୍ୟକାରୀସୁର ଭର ହରଷେ ଗାୟେଣୀ କନ୍ୟାଚାରୀ ।୧୭୧।ବିଦ୍ୟାଧର ବିଦ୍ୟାଧାରୀ ଜଣ ଯେ କୋଡିୟେଅମର ଭୁବନୁଂ ପେଷି ଦିଲେକ ଦେବରାୟେ ।୧୭୨।ପୁଷ୍ୟକ ରଥ ଆରୋହୀ ସେ ଅର୍ଜୁନକଇଂ ଭେଟିଅମର ବିଳାସୁଣୀ ତାଣ୍ଡବ ନୃତ୍ୟେ ଖଟି ।୧୭୩।କୁତୂହୋଳେ ରୟଣୀ ଯେ ହୋଇଲା ପାହାନ୍ତିବାରତା ପାଇଲା ସେ ୟେରଙ୍ଗ ଚକ୍ରବ୍ରତୀ ।୧୭୪।ଧାର୍ମିକ ବିବେକ ଯେ ଅଜମୀଢର ତନୁପର୍ବତ ଉପରେ ଆସି ଦ୍ରଶନ କଲାକ ରାୟେ ଭାନୁ ।୧୭୫।ଶତେକ ଘର ଘେନିଣ ଶ୍ୱେତ ହାତୀଅର୍ଜୁନକୁ ଦ୍ରଶନ କଲା ସେ ରଜନୀ ପାହାନ୍ତି ।୧୭୬।ଦେଖିଣ ଦ୍ରହସିତ ଯେ ସହୋଦର ନାହାସମଦଣ୍ଡ ଘେନିଣ ତୁ ରାଜୁସି ଯାଗକଇଂ ଯାଅ ଯା ।୧୭୭।ରାଜା ବୋଇଲା ଦୂତୀ ନାରାୟଣେ ମୁଂ ଦେଖିଲି ନୟନେପାଇଲି ପରମ ଗତି ଦେବ ପାର୍ଥିବ ଦରଶନେ ।୧୭୮।ଶ୍ରବଣେ ଯାହା ଶୁଣିଥିଲି ଦେଖିଲି ତାହା ବେନି ଚଛୁପ୍ରତକ୍ଷେ ନାରାୟଣ ଦେବ ତୁ ବିଜେ କରିଅଛୁ ।୧୭୯।ଶତ ସହସ୍ର ଦଣ୍ଡଲାଇ ଭାନୁବନ୍ତ ପରିଣାମିମୋହୋର କଟକେ ବିଜେ କରିବା ଦେବସ୍ୱାମୀ ।୧୮୦।ୟେ ରାଜ୍ୟ ନରନାରୀମାନେ ସମସ୍ତେ ତୋତେ ଦେଖୁଂରାଜ୍ୟ ମୋହୋର ସୁଲଭ କିମ୍ପାଇଂ ଉପଲେଛୁ ।୧୮୧।ସେ ଭାନୁମତ ରାଜାର ଦେଖି ଅନେକ ବିନୟେରାଜ୍ୟକୁ ବିଜୟେ କଲେ ପାଣ୍ଡବ ଧନୁର୍ଜୟେ ।୧୮୨।ପୁରେ ପୁରେ ଉଚ୍ଛବ ତାର କରାଇ ରାଜଦେବବାଢ଼ିଲା ଅନେକ ରତ୍ନ ଯୋଗାଡ଼ ଅନେକ ସମ୍ଭର୍ବ ।୧୮୩।ପାୟେଡ଼ା ପାଡିଣ ରାଜା କରଇ ନିଉଛାଳିବିଛରନ୍ତି ଗଗନ ମାର୍ଗେ କର୍ପୂରର ଧୂଳି ।୧୮୪।ଗମିଲେ ଫାଲଗୁନି ଯେ କଟକ ଭିତରେରତ୍ନ ଯୋଗାଡ଼ମାନ ସେନାୟେ ଠାବେ ଠାବେ କଲେ ଜୂରେ ।୧୮୫।କଟକ ଜିଣିକରି ଚଳଇ ବୀର ଫାଲଗୁନିଦେବ ଦୁନ୍ଦୁଭି ଯେ ବାଜଇ ଘୋର ଧୂନି ।୧୮୬।ଭାନୁମତକୁ ଦେଇଣ ଗୁଆ ଯେ ଅକ୍ଷତବାରୁଣାବନ୍ତକୁ ରାଜା ଯାଅ ହେ ତୁରିତ ।୧୮୭।ସମଦଣ୍ଡ ଘେନି ଯେ ରାଜୁଂ ବାହାର ଭାନୁବନ୍ତବାରୁଣାବନ୍ତକୁ ରାଜା ଚଳଇ ତୁରିତ ।୧୮୮।ଚଳଇ ଫାଲଗୁନି ୟେରଙ୍ଗ ଦେଶ ଜିଣିଶୀଘ୍ରରେ ଚଳାଇ ଯାଇଂ ପାଣ୍ଡବ ଚୂଡ଼ାମଣି ।୧୮୯।ସମ୍ଭରେ ଚଳଇ ଯେ ବୀର ଫାଲଗୁନିବଙ୍ଗଦେଶେ ପରବେଶ ହୋଇଲେ ଥାଠ ଘେନି ।୧୯୦।ସେ ବଙ୍ଗ ଦେଶର ରାଜା ଅଟଇ ଚିତ୍ରସେନସାତ କ୍ଷଉଣୀ ବଳ ଘେନି ରାଜା ବସିଛି ଆସ୍ତାନ ।୧୯୧।ଆସ୍ତାନର ତଳେ ଯାଇଂ ଜଣାଇଲେ ଚାରଗଣେଶୁଣିମା ସାବଧାନେ ବଙ୍ଗଦେଶ ନୃପରାଣେ ।୧୯୨।ସ୍ୱାମୀ ଯୁଝେଷ୍ଠି ଦେବଂକର ସାନୁଜ ଅରଜୁନଉତ୍ତର ଦିଗ ବିଜେ ନିମନ୍ତି ନେବେ ରାଜାଗଣ ।୧୯୩।ରାଜୁସି ଯାଗ ଦେବ ହୋଇବ ମହାସଭାସମଦଣ୍ଡ ଘେନି ଛାମୁକୁ ବହନ ହୋଇ ଯିବା ।୧୯୪।ସ୍ୱାମୀ ଦୁର୍ଜନ ନାଶନ ଯେ ସଜ୍ଜନ ପ୍ରତିପାଳିଜଗଦର୍ପ ଗଞ୍ଜା ସେ ଅଟଇ ମହାବଳୀ ।୧୯୫।ଶୁଣିଣ ସାନନ୍ଦ ଯେ ଚିତ୍ରସେନ ନୃପତିଆସ୍ତାନ ତେଜିଣ ରାଜା ଆସଇ ତତକ୍ଷଣାନ୍ତି ।୧୯୬।ଦେଖା ଦରଶନି ଯେ ଶତେଭାର ଧନଘେନିଣ ଛାମୁକୁ ଆସଇ ଚିତ୍ରାଙ୍ଗ ରାଜନ ।୧୯୭।ଛାମୁରେ ପ୍ରବେଶ ଯେ ହୋଇଲା ମହାରାୟେନୟନେ ଦେଖିଣ ଶାନ୍ତି ହୋଇଲେ ଧନୁର୍ଜୟେ ।୧୯୮।ବିନୟ ଦେଖିଣ ଦୟା କଲେ ଫାଲଗୁନିମାଳା ଗୋଟିୟେ ଦିଲେ ଶ୍ରୀହସ୍ତେ ତାକୁ ଘେନି ।୧୯୯।ରାଜୁସି ଯାଗ କରିବେ ଧର୍ମ ଯେ ଯୁଝେଷ୍ଠିପାଣ୍ଡୁ ରାଜାର ପାତକ ଖଣ୍ଡିକେ ଅରିଷ୍ଟି ।୨୦୦।ଲକ୍ଷେକ ନୃପତି ସମସ୍ତେ ହୋଇବେ ଯେ ରୁଣ୍ଡଯେଉଂଣ ରାଜାର ସଇନି ଯେତେକ ପାରିଦଣ୍ଡ ।୨୦୧।ଯାହାକୁ ଯେତେ ମିଳଇ ଦେଖା ଦରଶନଅନରୂପେ ସମସ୍ତଯେ ଯାଉଛନ୍ତି ଘେନି ।୨୦୨।ଅକ୍ଷତ ଗୁଆ ନେଇ ଦେଲକ ତାହାକୁ ଶ୍ରୀହସ୍ତେୟେହିକ୍ଷଣି ଦଣ୍ଡଘେନି ଯାଅଯା ବାରୁଣାବନ୍ତେ ।୨୦୩।ଆଗ୍ୟାଂ ପ୍ରାମାଣେ ସେ ବଙ୍ଗ ଦେଶର ଆଧିପତିସମଦଣ୍ଡ ଘେନି ରାଜା ବାହାର ତତକ୍ଷଣାନ୍ତି ।୨୦୪।