(୮) — ସାରଳା ମହାଭାରତ ବିରାଟପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
କୁରୁସୈନ୍ୟ ଦେଖି ଉତ୍ତର ପଳାୟନ,ଅର୍ଜୁନଙ୍କ ପଶ୍ଚାତ୍ ଧାବନ ଓ ନାନାଦି ଉପଦେଶ ଏବଂ କୁରିବୀରଙ୍କର ଅନୁମାନଅଗସ୍ତି ଋଷି ନାମେଣ ଯେଉଂ ବ୍ରହ୍ମବେତ୍ତାସେ ମୁନି ବକତା ବଇବସୁତ ମନୁ ଶ୍ରୋତା ।୧।ମନୁ ପଚାରିଲା ଶୁଣିମା ଅଗସ୍ତି ହେୟେଟି ଶ୍ରୀ ମହୀଭାରଥ ଚେତନା ସନ୍ଦେହେ ।୨।ଉତ୍ତରକଇଂ ଯେ ବୃହନ୍ନାରୀ ଘେନିଗଲାକହିବା ମହାତମା ସେ କେମନ୍ତେ ହୋଇଲା ।୩।ଅଗସ୍ତି ବୋଇଲେ ଅରୁଣ ପ୍ରକାଶେ ଯେ ଋୟଣୀ ପାହାନ୍ତିଅଳପ କୁହୁଡି ଯେ ଧୂର୍ମ ପ୍ରାୟେ ବଘଂସନ୍ତି ।୪।ଅଡ଼ାଅ ରେ ଅଡ଼ାଅ ରେ ବୋଲି ଶୁଭଇ ମହାଗୋଳହେମାରାବ ନାଦେ ଯେ ଗୋରୁଂକର ଚହଳ ।୫।ରଥଂକର ଦଡ଼ବଡ଼ିହାଥୀଂକର ଘଣ୍ଟାରାବେଘଣ୍ଟା ରାବ ଶବଦେ ଯେ ବିହଡ଼ନ୍ତି ଗାବେ ।୬।ଅଶ୍ୱଂକର ହ୍ରେଷାରାବ କୁହୁ କୁହୁ ଶବଦେସିନ୍ଧୁ ଘୋଷ ଜାଣି ଶୁଭଇ ଘୋରନାଦେ ।୭।ଉତ୍ତର କୁମାର ବୋଇଲା ରଥ ରୁହା ବୃହନ୍ନାରୀବଣା ହୋଇଲୁକି ଦିଗ ବାରିତ ନୁଆରି ।୮।କଳିତ ନୁଆରିଲୁ ଯେ ରୟଣୀର କାଳେନିୟତେ ପ୍ରବେଶ ଯେ ଆସି ହୋଇଲୁ ସିନ୍ଧୁକୂଳେ ।୯।ଆମ୍ଭେ ବହନ ହୋର ଯିବା ହୋ କୁରୁବଳ ଥାଠକୁତୁହିତ ରଥ ବାହିଲୁ ସିନ୍ଧୁ ଭିତରକୁ ।୧୦।ଶୁଣି ବିସରିଲା ଯେ ପାଣ୍ଡବ ବୃହନ୍ନାରୀୟେହା ଛାର ବୋଲେ କିମ୍ପା ମୁଂ ଅଇଲି ରଥ ଚଢି ।୧୧।ସନ୍ୟ କି ସମୋଦ୍ର ବୋଲି ଯେବେ ୟେ ନ ଚିହ୍ନଇ ଭଲେକିସ ଯୁଦ୍ଧ କରିବ ୟେ ଭୀଷ୍ମ ଦ୍ରୋଣଂକର ତୁଲେ ।୧୨।ଚମ୍ପାଇ ରଥ ଯେ ବାହଇ ସର୍ବସାଚିଉତ୍ତର କୁମାର ତହିଂ ବହୁତ କରଇ ବାଚି ।୧୩।ନିୟତେ ପ୍ରବେଶ ଯହୁଂ ହୋଇଲାକ ରଥଆକାଶୁ ଖସାଇଲା ମାତଳି ପୁଷ୍ୟେକ ଯେମନ୍ତ ।୧୪।ୟେକଦୃଷ୍ଟି କରି ଯେ ଚାହନ୍ତି କଉରୋବକର୍ଣ୍ଣ ବୋଇଲା ରଥ ୟେକ ଆସଇ ଗାଙ୍ଗବେ ।୧୫।ଅମର ବାରସ୍ୱତୀକି କରିଣ ୟେହୁ ତେଜ୍ୟାକି ଅବା କଉତୁକେ ବିହଡ଼ଇ ଦେବରାଜା ।୧୬।ମାନଗୋବିନ୍ଦ ବୋଇଲା ୟେ ନୋହଇ ମଘବାଅଇରାବ୍ରତ ଆରୋହି ଯେ ଚଲଇ ସୁରଦେବା ।୧୭।ଶକୁନି ବୋଇଲା ୟେ ଅଟଇ କୋବେରଶଲ୍ୟେ ବୋଇଲେ ସଞ୍ଚକେତୁ ବିବାନ ନାହିଂ ତ ୟେହାର ।୧୮।ଧୁଶାସନ ବୋଇଲା ୟେ ଦେବ ତ୍ରିଲୋଚନମହେଶ୍ୱର ରୂପେ ସେ ଯେ କରନ୍ତି ଗବନ ।୧୯।ଅଶସ୍ତମା ବୋଇଲା ୟେ ନୋହାନ୍ତି ମହାଦେବରୁଦ୍ର ଦେବତା ହୋଇଲେ ସଙ୍ଗେ ଥାନ୍ତାଟି ବୃଷଭ ।୨୦।ଦ୍ରିଯୋଧନ ବୋଇଲା ୟେ ଅଟଇ ପଦ୍ମଯୋନିମରୁଳ ବାହାନ ନାହିଂ ବୋଲି ନାସ୍ତିକଲା ଶକୁନି ।୨୧।
ଦ୍ରୋଣେ ବୋଇଲେ ଇନ୍ଦ୍ର କି ଗୋବିନ୍ଦ କି ଅର୍ଜୁନ ୟେ ତିନି
ଆନ କେ ଆସନ୍ତା କି ୟେମନ୍ତ ରଥ ଘେନି ।୨୨।
ମାନଗୋବିନ୍ଦ ବୋଇଲା ମୁଂ ଇନ୍ଦ୍ର ଦେବତାରେ ନୋହଇ ବିବାଦୀ
ସେ ମୋର ସମରେ କିମ୍ପେ ଆସିବେ ଜମ୍ଭଭେଦୀ ।୨୩।
ବାସୁଦେବଂକର ବାନ୍ଧବ ମୁଂ ବଳରାମଂକର ଦେଖନ୍ତେ
ସର୍ବଦା ଅନଗୃହ ସେ କରନ୍ତି ହରି ମୋତେ ।୨୪।
ପାଣ୍ଡବେ ମଲେ ଯେ କେବଣ ବନସ୍ତରେ ପଡ଼ି
ଆନ କେ ଆସଇ ଯେ ୟେକା ରଥେ ଚଢି ।୨୫।
ୟେସନେକ ବିଚାର କରନ୍ତି ସେ କଉରୋବ ସଇନି
ରଥ ଘେନି ସନିଧ୍ୟେ ବିଜୟେ ଫାଲଗୁନି ।୨୬।
ଉତ୍ତର ବୋଇଲା ତୁ ବଧୀର କିରେ ସଖୀ
ଅଗାଦ ସମୋଦ୍ର ତୁ ବିମର୍ଥେ ନ ଦେଖି ।୨୭।
ବୃହନ୍ନାରୀ ବୋଇଲା ତୋହୋର ଅବଳ କି ବେନିଚଚ୍ଛୁ
ୟେତେକ ନିୟଡ଼େ କାହିଂ ସମୋଦ୍ର ଦେଖୁଅଛୁ ।୨୮।
ଉତ୍ତର ବୋଇଲା ରଥ ରୁହାଇ ଦେଖ ବୃହନ୍ନାରୀ
କୂଳକୁ ଆକ୍ରେଷଇ ଯେ ସମାଦ୍ରେ ଲହରୀ ।୨୯।
ଦେଖ ହାଦେ ସମୋଦ୍ରେ ଯେ ବୋଇତ ଅପାର
ମଚ୍ଚ କଚ୍ଛପମାନେ ଦେଖି ଚରନ୍ତି ସାହେର ।୩୦।
ଭିତରକଇଂ ଦେଖ ଥିର ଜଳପାଣି
କ୍ଷୀରୋଦ୍ର ଘୋଷ ଶୁଭଇ ପ୍ରଳୟାନ୍ତକ ଜାଣି ।୩୧।
ବିଚାରଇ ଧନୁର୍ଜୟେ ମୁଂ ଅଇଲଇ ଅନମିତେ
ୟେହିକ୍ଷଣି ପଳାଇବ ୟେ କଉରୋବ ବଳ ଦେଖନ୍ତେ ।୩୨।
ଥାଠକୁ ସମୋଦ୍ର ଯେ ବୋଲଇ ଦୃଷ୍ଟିମାତ୍ରେ
ଆବର ସମର ୟେ କରିବ କେମନ୍ତେ ।୩୩।
ଶୁଣ ହୋ ଉତ୍ତର ବୋଲଇ ବୃହନ୍ନାରୀ
ସାଗର ସତ ୟେ ତୋହୋର ବଚନ କେହୁ ନାସ୍ତି କରିପାରି ।୩୪।
ନିଚୟେ କୁରୁ ସାଗର ୟେ ଅଟଇ ସଇନି
ସିନ୍ଧୁ ଘୋଷ ପ୍ରାୟ ଶୁଭଇ ମୁଖଧୁନି ।୩୫।
ବାବୁ ବୋଇତ ବୋଲି ତୁ ବୋଇଲୁ ଯହିଂକି
ରଥମାନେ ସେହୁଟି ତୁ କିମ୍ପାଇ ନ ଦେଖି ।୩୬।
ମଚ୍ଛ କଚ୍ଛପ ତୁ ଯାହା ବିଚାରୁ ବୃଦଗତେ
ଗଜ ଅଶ୍ୱମାନେ ତ ସେ ଅଟନ୍ତି ଯୁଗତେ ।୩୭।
ତୁ ଯେ ବୋଇଲୁ ଭିତରେ ଥିରପାଣି ଭଲ
ଥାଠ ବେଢିଛନ୍ତି ତୋହୋର ଗୋରୁପଲ ।୩୮।
ଧବଳ କମଳ ସେ ଯେ ଅଟନ୍ତି ଗୋଧନ
ଥିରଜଳ ପ୍ରାୟେ ସେ ଦିଶନ୍ତି ବିଦ୍ୟମାନ ।୩୯।
ଲହଡ଼ି ବୋଲି ତୁ ଯାହା ବୋଇଲୁ ହୃଦଗତେ
ରଥଂକର ଉପରେ ଯେ ଉଡ଼ନ୍ତି ପାତାଙ୍ଗ ନେତେ ।୪୦।
ଧୃତରାଷ୍ଟର ନନ୍ଦନ ସେ ଅଭୟେ ଚୂଡାମଣି
ଅପ୍ରମିତ ଥାଠ ତାହାର ଅଷ୍ଟାଦଶ କ୍ଷେଉଣୀ ।୪୧।
ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୂରିସର୍ବା ସୋମଦତ୍ତ ବାଲମ୍ବିକ
ଇନ୍ଦ୍ର ଗୋବିନ୍ଦ ଜିଣିମାକୁ ସାମରଥ ୟେକୁ ୟେକ ।୪୨।
ଉତ୍ତର ବୋଇଲା ରହ ରହ ବୃହନ୍ନାରୀ
ୟେ ସେ ମାନଗୋବିନ୍ଦ କଉରୋବ ଅଧିକାରୀ ।୪୩।
ତନ୍ତ୍ରୀପାଳ ଗୋପାଳ ୟେମନ୍ତ ବୋଲି କହିଲା କି ମୋତେ
ମୁହିଂ ବିଚାରିଲି ଅବା ଅଇଲେ ଜଣ ଚାରି ପାଞ୍ଚ ସାତେ ।୪୪।
ଗୋଧନ ପଲକୁ ଯେ ନେଉଛନ୍ତି ଓଡାଇ
ତେମନ୍ତ ପ୍ରାୟେ ବୁଝି ଅଇଲଇଂ ବେଗେ ମୁହିଂ ।୪୫।
ୟେତେ ବଳ ଧରି ଯେବେ ବାହିଲା କୁରୁପତି
ୟେକା କଇବ୍ରତକେ କାହିଂ ସମୋଦ୍ର ହୋୟେ ମନ୍ଥି ।୪୬।
ନବଜୂଣମାତି ରହିଅଛି ଯେବଣ ଥାଠ
ମୁହିଂ କେମନ୍ତେ ୟେକା ସମର କରିବଇଂ ବାଳଚାଟ ।୪୭।
ଅର୍ଜୁନ ବୋଇଲା ଶୁଣଶି ୟେକା ଜଣଂକର ମହିମାଂ
ୟେକା ସପତ ସାଗର ଗଣ୍ଡୁଷ କଲେ ଯେ ଅଗସ୍ତି ମହାତମା ।୪୮।
ୟେକା ଜୟନ୍ତିକ ତୋଳିଲା ଅଚଳ
ୟେକା କାଳୀ ଯେ ମନ୍ଥିଲା ସପତ ସିନ୍ଧୁ ଜଳ ।୪୯।
ୟେକା ଭୀମସେନକେ ଯେ ନାଶଗଲା ଜାରା
ୟେକା ପରଶୁରାମେକ ୟେକୋଇଶି ବାର ପୃଥୀ ନିଛତ୍ର କଲା ।୫୦।
ତ୍ରେତୟା ଯୁଗରେ ପୁଣ ମହାବଳୀ ହନୁ
ରାକ୍ଷସ ବଳ ଧଂସିଲା ୟେକା ପବନର ତନୁ ।୫୧।
ୟେକା ଗରୁଡ଼କେ ଯେ ଉଡଙ୍ଗ ବଳ ଧଂସି
ୟେକାୟେ ଅନ୍ଧେକ ବଳ ନାଶିଲେ ଦେବକାଶୀ ।୫୨।
ବୃହନ୍ନାରୀର ବଚନେ ୟେ ଉତ୍ତର ବୋଇଲା
ୟେହାଂକର ତୁଲେ କିୟେ ୟେଥେ ବଳବନ୍ତ ହୋଇଲା ।୫୩।
ଶୁଣିକରି କୋପବାକ୍ୟ ଯେ କହଇ ବୃହନ୍ନାରୀ
ରାଜାର କୁମାର ତୋତେ ବୋଲି ତ ନୁଆରି ।୫୪।
ୟେତେକ ବିକ୍ରମେ ଯେବେ ନାହିଂ ପରାକ୍ରମ
କଉରୋବ ବଳକୁ କିମ୍ପା ଇଚ୍ଛାକଲୁ ସାଂଗ୍ରାମ ।୫୫।
ପର୍ବତ ଚୂର ହୋଅନ୍ତି ଯାହାର ପଲାଣିଲେ ଥାଠ
ନଉସହସ୍ର ରାଜା ଜିଣି ଯେ କଲା ୟେକପାଟ ।୫୬।
ମାତା ପିତାକୁ ଯେ ନ କରଇ ନମସ୍କାର
ମାନଗୋବିନ୍ଦ ବିରଧୂ ବାନା ଅଟଇ ଅନୁବ୍ରତେ ଯାହାର ।୫୭।
ଉତ୍ତର ବୋଇଲା ମୁଂ ଅଗ୍ୟାଂନ ତୁ ଯେବେ ୟେହା ଜାଣୁ
ଅଗାଦ ସମୋଦ୍ର ଭିତରକୁ କିମ୍ପେ ମୋତେ ଆଣୁ ।୫୮।
ରାଜାର କୁମାର ମୁଂ ବୟସେ ବାଳୁତ
ମୋତେ ପ୍ରମାଦ ପଡ଼ିଲେ ତୋତେ ବାଚ ହେବ ଉକତ ।୫୯।
ମଘଦେଶ ମଚ୍ଛଦେଶର ଯେତେକ ସମ୍ପ୍ରତି
ବିରାଟ ଅଭାବେ ମୁଂ ହୋଇବି ଆଧିପତି ।୬୦।
ୟେତେବଡ଼ ସମ୍ପଦ ମୁଂ ଛାଡ଼ିମି କେମନ୍ତେ
ତୁ ସଖୀ ବୃହନ୍ନାରୀ ଗୋ କଟାଳ ନ କରସି ମୋତେ ।୬୧।
ନିଅନ୍ତୁ ଗୋଧନ ମୋହୋର ପ୍ରିଓଜନ ନାହିଂ ତେଣେ
ବାହା ମୋହୋର ରଥ ପିଅର ଅଛନ୍ତି ଯେଣେ ।୬୨।
ବୃହନ୍ନାରୀ ବୋଇଲା ତୁ ଜୀବନକୁ କଲୁ ଇଛା
ଅସ୍ତାନେ ଶାଢୀ ଘେନି ଯେ ହୋଇଲୁ କଟକ ରକ୍ଷା ।୬୩।
ଆହୋ ଉତ୍ତର କନ୍ୟାଂକର ପୁରେ ତୁ ପ୍ରତଗ୍ୟାଂ କଲୁ ଯେତେ
ମହା ସାର୍ଥୁକ ଛତ୍ରୀପ୍ରାୟେ ମଣିଥିଲି ତୋତେ ।୬୪।
ଛତ୍ରୀକୁଳେ ବାବୁ ତୁ ଯେ ହୋଇଅଛୁ ଜାୟେ
ଅନ୍ତେ ଦେଖିଲି ତୋତେ ମୁଂ ଅଜା ଯୂଥ ପ୍ରାୟେ ।୬୫।
ମୁହିଂ ତୋତେ ଯେ ଦୃଢ କରାଇଲି ବହୁତ
ବୋଇଲି ଶତ୍ରୁକୁ ନ ଜିଣିଲି ନ ବାହୁଡ଼ଇ ମୋର ରଥ ।୬୬।
ସିଂଘ ପ୍ରାୟେ ହୋଇ ଯେ ମିଳିଲୁ ଥାଠ କତି
ଯୁଝ ଗୋଟାୟେ ଯୁଝନିକା ବାହୁଡ଼ି ଲୋଡୁ ଝାତି ।୬୭।
ସାରଥି ପଣେ ମୋହୋର ୟେସନେକ ବୁଦ୍ଧି ଅଛି
ମୋହୋର ଥିଲେ ତୋତେ ପ୍ରମାଦ ନାହିଂ କିଛି ।୬୮।
ଉତ୍ତର କୁମାର ବୋଇଲା ତୋତେ ପଶିଲଇଂ ଶରଣ
ମୋତେ ତାରିଲେ ତୋତେ ଅଛି ଅପାର କାରଣ ।୬୯।
ଅପ୍ରମାଦେ ଯେବେ ମୋତେ ନେଇ ପିତାକଇଂ କରାଇପାରୁ ଭେଟି
ଶିରେ ଅଭିଷେକ ତୋତେ କରାଇବି ରତ୍ନକୋଟି ।୭୦।
ଲକ୍ଷେ ଗୋଧନ ତୋତେ ଦେବିଇଂ ଗାଈ ଧେନୁ
ଲକ୍ଷେକ ଗଜ ଦେବି ତୋତେ ଭଗତି କିମ୍ପେ ନ ଘେନୁ ।୭୧।
ଲକ୍ଷେକ ଚୋଖାର ତୋତେ ଦେବଇଂ ତୁରଙ୍ଗ
ପ୍ରବାଳ ରତ୍ନମୟେ କରିବି ତୋର ଅଙ୍ଗ ।୭୨।
ଆହୋ ବୃହନ୍ନାରୀ ଅସମୟ କାଳେ ତାରନ୍ତି ଯେବଣ ପ୍ରାଣୀ
ପରମ ପୁରୁଷ ତୁଲେ ତାହାନ୍ତହିଂ ଗଣି ।୭୩।
ଦନ୍ତେ ତିରଣ ଘେନି ତୋତେ ଧରଇ ବୃହନ୍ନାରୀ
ୟେ ଦୁସହ କଷଣୁ ମୋତେ ଘେନିଯାଅ ତାରି ।୭୪।
ବୃହନାରୀ ବୋଇଲା ଯେବେ ଅଇଲୁନି ୟେତେ ଦୂର
ଘାନ୍ତିୟେ ହାବୋଡା ହେଉକିନା ରାଜାଂକ ଛାମୁର ।୭୫।
ଆହୋ ଉତ୍ତର ପନ୍ନଙ୍ଗା ନାରାୟଣ ୟେ ମାନଚକ୍ରବ୍ରତୀ
ଉଭୟେ ଦ୍ରଶନେ ତୋହୋର ଫିଟିବ ଦୁର୍ଗତି ।୭୬।
ଉତ୍ତର କୁମାର ବୋଇଲା ମୁଂ ମନ୍ଦକୃତ୍ୟ କଲି
ଦେଖୁ ଦେଖୁ ମୁହିଂ ଜଳପ୍ରଭା ପିଠିରେ ଭେଳା ଚଢିଲି ।୭୭।
ଲେଞ୍ଚର ତୁଲେ ପୀରତି ସେ ବଢାଇଲି ମୁହିଂ
ଧର୍ମ ବୁଡ଼ାଇଲି ମୁହିଂ ନିର୍ଲଜେ ମଇତ୍ର ହୋଇ ।୭୮।
ଦେଖୁ ଦେଖୁ ନପୁଂସେକ ମୁଂ ଅଇଲଇଂ ତୁଲେ
ଅଯାତ୍ରିକ ମେଳେ ଆସି ଯିବଇଂ କି ଆଉ ଭଲେ ।୭୯।
ବୃହନ୍ନାରୀ ବୋଇଲା ଶୁଣ ହୋ ମହାରଥୀ
ସାଂଗ୍ରାମେ ଓହୋବଳ ଭେଟେ ଅଶ୍ୱମେଧେ ଯଗ୍ୟଂ ଫଳଶ୍ରୁତି ।୮୦।
ବଳୀ ବେଣୁ ମାନଧାତା ଜାନୁଘଣ୍ଟ ପୁରୁରବା ପରଶୁରାମ ଛଡ ଚକ୍ରବ୍ରତୀ
ୟେମାନେହେଂ ଗଲେ ୟେବେ ରହିଅଛଇ କୀର୍ତ୍ତି ।୮୧।
ୟେତେ ବୋଲି ରଥ ୟେ ବାହିଲା ଚମ୍ପାଇ
ଭୟେ ଉତ୍ତର କୁମାର ରଥୁଂ ପଡିଲାକ ଡେଇଂ ।୮୨।
ପାଞ୍ଚଭେଡା ୟେକ ଭେଡାୟେ କରି ପଳାଇଲା କୁମରମଣି
ଦେଖିଣ ହସଇ ସେ ବୃହନାରି ମନେ ଗୁଣି ।୮୩।
ନିର୍ଲଜ ପାମର ୟେ ୟେହାର ପାପପୁଣ୍ୟକୁ ନାହିଂ ଗ୍ୟାଂନ
ଉଭୟ ସଂକଟେ ପଡି ମୁଂ ହୋଇଲି ପ୍ରତଗ୍ୟାଂ ହୀନ ।୮୪।
ମୋହୋର ଦେଖନ୍ତେ ଯେବେ ଗୋଧନ ହରଣ ହୋଇବ
ଆମ୍ଭନ୍ତ ଆଶ୍ରେକରି ବିରାଟ ସଂପଦ ନାଶଯିବ ।୮୫।
ମୁହିଂ ଯେବେ ରାଜ୍ୟହୁଂ ନ ଆସନ୍ତି ଅଥବା
ଗ୍ୟାଂନେ ଅଗ୍ୟାଂନେ ମୋହୋର କିମ୍ପେ ଦୋଷ ହୋଅନ୍ତାଟି ଅବା ।୮୬।
ପ୍ରତଗ୍ୟାଂ ସାମର୍ଥ୍ୟ ଦେଖିଲି ଧଉର୍ଯ୍ୟ ପଣେ
କାଳେ ହୀନବୀର୍ଯ୍ୟ ହୋଇ ନ ଟେକିଲା ବଡପଣେ ।୮୭।
ମୁଂ ଯେବେ ବହୁଡ଼ିଣ କରିବି ଗବନ
ଠାକୁରେ କୋପ କରିବେ ଛତ୍ରୀକୁଳକୁ ଦୂଷଣ ।୮୮।
ସହଦେବ କହିଲା ଅଗ୍ୟାଂତବାସ ଅଛି ଦିନ ଯେ ଅଳପ
ବହୁତ ଗଲାନି ଆଡ ଅଛଇ କଣକଳ୍ପ ।୮୯।
କରିବି ସମର ମୁହିଂ କଉରୋବଂକର ତୁଲେ
ଧର୍ମ ଉଦିତ ହୋଇବନା ଗୋଧନ ଛଡାଇଲେ ।୯୦।
ମୁହିଂ ଅବା ୟେଥୁଂ ଆଜ ବାହୁଡ଼ି ଯିବି ଘୁଞ୍ଚି
ଭୀମସେନ ଠାକୁରଂକ କୋପକୁ ଜୀବନ କାହାର ଅଛି ।୯୧।
ୟେତେକ ବିଚାରି ଯେ ପାଣ୍ଡବ ବିବଚ୍ଛେ
ଉତ୍ତର କୁମାର ପଳାବନ୍ତେ ବୃହନାରୀ ଗୋଡାଇ ପଛେ ପଛେ ।୯୨।
ତିରୀ ବେଶ ଅଳଂକାର କବରୀ ଭାର ଖୋଷା
ପୟରେ ନେପୂର ଗମନେଣ ମନରୂପା ।୯୩।
କର୍ଣ୍ଣର ହାଥେ ମାନଗୋବିନ୍ଦ କରତାଳ ଦେଇ
ଉପହାସ କରିଣ ଯେ ପୁଛିଲା କୁରୁସାଇଂ ।୯୪।
ତିରୀ ଗୋଟିୟେ ଗୋଡାଇ ଅଛି ଅତିୟ ସୁବେଶ
ବିଦ୍ୟାଧର ପରାୟେ ତ ପଳାଇ ପୁରୁଷ ।୯୫।
ଶୁଣି ପ୍ରତିଉତ୍ତର ଦିଲାକ ମାତୁଳ ଶକୁନି
ବିରାଟ ଆସୁଥିଲା ଶରଣ ନିମନ୍ତେ ଶ୍ରୀକୃଷ୍ଣାକୁ ଘେନି ।୯୬।
ଭୟେଣ ଘୁଞ୍ଚିଲା ସେ ଦୃଭାର ବଳ ଦେଖି
ପଳାଇ ବିରାଟ ଯେ ଯାନ ବାହାନ ଉପେକ୍ଷି ।୯୭।
ନିର୍ଭୟେ ସ୍ତିରୀ ସେ ଯେ ପ୍ରକୃତି ମହାଦୁଷ୍ଟା
ତେଣୁକରି ବିରାଟକୁ ଗୋଡାଇ ଶ୍ରୀକୃଷ୍ଣା ।୯୮।
ଭୀଷ୍ମେ ବୋଇଲେ ଯେ ଦ୍ରୋଣକଂର ସନ୍ନିଧର
ପଳାନ୍ତାକୁ ଗୋଡାନ୍ତା କେ ତୁମ୍ଭେ କେମନ୍ତେ ବିଚାର ।୯୯।
ଶୁଣିଣ ପ୍ରତିବାକ୍ୟ ୟେ ଭାରଦ୍ୱାଦଶଂକର ତନୁ
ପଳାନ୍ତା ଲୋକ କେଟି ଆମ୍ଭେ ତ ନଜାଣୁ ।୧୦୦।
ଗୋଡାନ୍ତା ଲୋକ ତ ସରୂପ ଯୁବତୀ
ପ୍ରତକ୍ଷେ ଦିଶଇ ତ ଅର୍ଜୁନର ପାଦଗତି ।୧୦୧।
ଭୀଷ୍ମେ ବୋଇଲେ ହୋ ସରୂପ ୟେହୁ କଥା
ଗୁରୁଂକର ବଚନ କେ କରିବ ଅନ୍ୟସ୍ତା ।୧୦୨।
ଭୀଷ୍ମ ଦ୍ରୋଣଂକର ବଚନେ କଉରୋବ ଉପହାସି
ଗୋଧନ ହରଣେ କେ ବୋଇଲା ତୁମ୍ଭନ୍ତ ଆସି ।୧୦୩।
ୟେତେ ବଡ ଛତ୍ରୀ ହୋଇ ଗ୍ୟାଂନ ଯେ ଉପେଖ
ଦିବସେ ପାଣ୍ଡବନ୍ତ ସପନେ ତୁମ୍ଭେ ଦେଖ ।୧୦୪।
ଅଗ୍ୟାଂନ ଅପଣ୍ଡିତ ଅଭାଗୀ ଅମର୍ଯାତା
ଅନୁବ୍ରତେ କରୁଥାଅ ତୁମ୍ଭେ ପାଣ୍ଡବଂକର ଚିନ୍ତା ।୧୦୫।
ଚାରିଦିଗର ବାରତା ଡଗରେ ଗୁପତେ କହିଲେ
ପାଣ୍ଡବଂକର ବର୍ଣ୍ଣଚିହ୍ନ ଖୋଜି ନ ପାଇଲେ ।୧୦୬।
ବନସ୍ତେଣ ପାଣ୍ଡବେ ମଲେ ଅନ୍ନ ଶାସ୍ତି
ଅର୍ଜୁନକୁ ମାରିଣ ଦାନବେ ନେଲେକ ଦ୍ରୋପତୀ ।୧୦୭।
ନକୁଳ ସହଦେବ ମଲେ କେଣେ ପଡ଼ି
ଅର୍ଜୁନ ଅର୍ଜୁନ ବୋଲିଣ ତୁମ୍ଭେ ଅହର୍ନିଶି ଲୋଡ଼ି ।୧୦୮।
ଅଥବା ପାଣ୍ଡବେ ଥିବେ ଯେବେ ବ୍ରତି
ଅଗ୍ୟାଂତବାସ ଅଛି ତିନିଦିନ ଲାଗୁତି ।୧୦୯।
ହିତେଣ କହିଲେ ଯେ ନୋହିଲା ତାହାନ୍ତ ଭଲ
ଗୁଣଗ୍ରାହୀ ନାଥ ହୋଇ ସୋଦରାନ୍ତ ନାଶକଲ ।୧୧୦।
ପାଣ୍ଡବ ପାଣ୍ଡବ ବୋଲି ପାଡୁଥାଅ ବୋବି
ପୁଣିହିଂ ପାଣ୍ଡବେ ଯେ ମରନ୍ତୁ ବନେ ସେବି ।୧୧୧।
ଭୀଷ୍ମେ ବୋଇଲେ ବରଷେ ତେରଦିନ ଅଗ୍ୟାଂତବାସ
ବରଷେ ସମାପତ ହୋଇଲାନି ବଳିଲା ଦଶ ଯେ ଦିବସ ।୧୧୨।
ଯୁଗତେ ସାତଦିନ ହାଦେ ଗଲାନି ବଳି
ତୁମ୍ଭର ଲେଖାରେ ସେ ତିନିଦିନ ଲାଗୁତି କରି ।୧୧୩।
ଭୀଷ୍ମେ ବୋଇଲେ କିଛି ନ ବୋଲନି ଦ୍ରୋଣେ
ଅଥବା ଅର୍ଜିୁନ ହୋଇଲେ ଜାଣି ସିନା ୟେହିକ୍ଷଣେ ।୧୧୪।
ବହୁତ ଉପହାସ୍ୟେ ଦ୍ରୋଣ ହୋଇଲେ ତୁନି
ଉତ୍ତର କୁମରକଇ ଗୋଡାଇ ଧଇଲା ଫାଲଗୁନି ।୧୧୫।
କୋଳ କରିଣ ଅର୍ଜୁନ ଧଇଲା ଆକ୍ରୋଷି
ଶିରେଣ କର ତାଡ଼ି ଉତ୍ତର କୁମର ବସି ।୧୧୬।
ଛାଡ ଛାଡ ବୃହନ୍ନାରୀ ଦଇନି କରଇ ତୋତେ
ମହାଭୟ ଲାଗିଲା ମୋତେ ଧରୁ ତୁ କିସ ଅର୍ଥେ ।୧୧୭।
ଭକତି ଘେନିଣ ମୋତେ କରିବା ଉପେକ୍ଷା
ଭାର୍ଗବ ଗୋତ୍ର ମୋହୋର ସଖି କରୁ କିନା ରକ୍ଷା ।୧୧୮।
ଆହୋ ରେଜୁ ଲଗାଇ ଶ୍ୱାନକୁ ହୋ ନେଉଟାଇ ପକାଇଲେ
ଜୀବନ୍ତା ଜୀବ ଧରି ହୋଇବ କି ତାହାର ବେଳେ ।୧୧୯।
ବୃହନ୍ନାରୀ ବୋଇଲା ତୁ ଯେ ହୋଇଲୁ ନିସତ
ଜୀର୍ଣ୍ଣକୂପେ ପଡ଼ିଲା ତୋହୋର ଧର୍ମ ଯେ ସୁକୃତ ।୧୨୦।
ସଂଗ୍ରାମ କରି ଯେବେ ଜିଣିଲା କୁରୁଥାଠ
ଜୀବନ୍ତେ ସାଧୁ ଧୁନି ମଲେଣ ବଇକୁଣ୍ଠ ।୧୨୧।
ବାବୁ ସମର କରି ଯେବେ ପଡ଼ିବୁ ରଣଯଜ୍ଞେ
ବୈକୁଣ୍ଠ ବେତ୍ରକେ ଆନ ଅଛଇ କି ସ୍ୱର୍ଗେ ।୧୨୨।
ବାବୁ ଛାତ୍ରୀବୃତ୍ତିପଣ ହାଦେ ବଡାଇ ଦୁର୍ଲଭ
କିସ ଅର୍ଥେ ଉପେଖୁଅଛୁ ତୁ ୟେତେକ ସୁଲଭ ।୧୨୩।୪୭୫୧।
ଶୁକ୍ର ମହାରାଜାଙ୍କର ଉପାଖ୍ୟାନଶୁଣ ହୋ ଉତ୍ତର ହରିହର ବଂଶେ ଶୁକ୍ର ବୋଲି ମହାରାଜାଆଦି ମୀନ ଗୋରେଖ ବୁଧ ବୋଲି ଚାରି ଯେ ଆତ୍ମଜା ।୧।ବଡାଇ ପ୍ରତାପୀ ରାଜା ଜଗତେ ବିଖ୍ୟାତିବଇଦର୍ଭ ଦେଶର ସେ ଅଟଇ ଆଧିପତି ।୨।ଦାନେଣ ସୁରବନ୍ତା ସେ ସାଂଗ୍ରାମେ ସୁରବନ୍ତାଅହର୍ନିଶି ପରଥାଠେ ପରରାଷ୍ଟ୍ରେ ଜଗୁଜିତା ।୩।ଲକ୍ଷେକ ଦିହୁଡ଼ି ସେ ଦିବସେ ଲଗାଇପୃଥ୍ୱୀରେ ୟେକାଙ୍ଗ ଠାକୁର ବୋଲି ବୀରଧୂ ଭଣାଇଂ ।୪।ଆହୋ ଉତ୍ତର ସେ ଚାରିକୁମରେ ଯେ ତିଆରିଲେ ପିତାକୁଭୋ ପିତା ଦଣ୍ଡ ନ କର ଆଉ ପରରାଷ୍ଟ୍ରକୁ ।୫।ଅପାର ହୋଇଲୁନି ହତ୍ୟାରେ ବିବାଦିବହୁତ ଛେଦନ ଦୋଷେ ତପ ନୋହୋଇ ସାଧି ।୬।ପୁତ୍ରଙ୍କର ବଚନ ରାୟେ ନ ଶୁଣିଲା କର୍ଣ୍ଣେଅରବିନ୍ଦ ଦେଶକୁ ଦଣ୍ଡ ଘେନି ଚଳିଲା କୋପମନେ ।୭।ପୁତ୍ରେ ଅପସରିଲେ ୟେ ପିତାର ଅତି ପାପେପ୍ରାଚୀ କପାଳେଶ୍ୱରେ ବସିଲେ ଯାଇଂ ତପେ ।୮।ଅରବିନ୍ଦ ଦେଶକୁ ଶୁକ୍ରରାଜା ଦଣ୍ଡ ଚଳାଇଲେ ଯେତେବେଳେତାହାର ଦେଶକୁ ବାହିଲା ମଗଧ ଆଖଣ୍ଡଳେ ।୯।ତୁଚ୍ଛା କଟକେ ସେ ମଗଧେଶ୍ୱର ପଶିଧନଭଣ୍ଡାର ଜୂର କଲା ଅନେକ ଜନ ଧ୍ୱଂସି ।୧୦।ନବତନ ଯୁବାସ୍ତିରୀମାନନ୍ତ ଯେ ଧରିଚାପେଣ ଧରି ଘେନିଗଲା ସୁନ୍ଦର ପୁଅନ୍ତ ଆଦିକରି ।୧୧।ଚାରି କୁମାରେ ସେ ତପ କରୁଥିଲେରାଜ୍ୟରେ ବିପତ୍ତି ବୋଲି ତାଙ୍କୁ ନାରଦେ କହିଲେ ।୧୨।ନାରଦଙ୍କ ବଚନ ଶୁଣି ଶୁକ୍ର ରାଜାର ପୁତ୍ର ଚାରିରାଜା ରାଜ୍ୟରେ ନାହିଂ କେମନ୍ତେ ଲଂଘିଲା ଦଣ୍ଡଧାରୀ ।୧୩।କୁଟୁମ୍ବ ବିନାଶନେ ସେ ଚାରି ଯେ ଆତ୍ମଜାହୋଇଲେ ଶହସ୍ରଧାରୀ ତପଧର୍ମ କଲେ ତେଜ୍ୟା ।୧୪।ଅଜଙ୍ଗ କୋଦଣ୍ଡ ଯେ ପିନାକ ଆଦ୍ରାବଳୀକରେ ଶହସ୍ର ଧରି ଚାରିହେଂ ଆଖଣ୍ଡଳ ରାଜାଙ୍କୁ ଓଗାଳି ।୧୫।ବହୁତ ରଣଗୋଳ ଯେ ହୋଇଲା ସମରଅନେକ ରଥ ଗଜ ଅଶ୍ୱ ପାଦାନ୍ତି ପଡ଼ିଲେ ତାହାର ।୧୬।ସଇନି ପଡନ୍ତେ ଯୋଦ୍ଧାୟେ ବେଢିଲେ ଶସ୍ର ଘେନିବୁଧ ଗୋରେଖ ସେ ଯେ ପଡ଼ିଲେ ପୁତ୍ରବେନି ।୧୭।ଆଦି ମୀନ ଦୁହେଂ ଅନେକ ସମର କଲେଅନେକ ପୟେଡ଼ କରି ତାହାର ସଇନି ମାରିଲେ ।୧୮।ରାଜାକଇଂ ସମରେ ଆଣିଲେ ବନ୍ଦୀକରିପୁଣି ଛାଡ଼ିଦେଲେ ଧର୍ମ ଯେ ସୁମରି ।୧୯।ସମସ୍ତ ଧନ ଭଣ୍ଡାର କୁଟୁମ୍ବ କାମେନୀସବୁନ୍ତି ହିଂ ଛଡାଇ ଆଣିଲେ ପୁତ୍ର ବେନି ।୨୦।ଯେବଣ ପୁତ୍ର ବେନି ପଡ଼ିଲେ ରଣଭୂମିଅମର ସିଂହାସନେ ତାଙ୍କୁ ବସାଇଲେ ସସ୍ରଯୋନି ।୨୧।ପୁଣ ସମୟେକେ ଯେ ମଲେ ସେ ପୁତ୍ର ବେନିଚାରି ପୁତ୍ରନ୍ତ ରାଇ ଆଗ୍ୟାଂ ଦିଲେ ପଦ୍ମଯୋନି ।୨୨।ରାଜାର କୁମର ହୋଇ ତୁମ୍ଭେ ୟେତେକ ଗ୍ୟାଂନବନ୍ତମହା ପଣ୍ଡିତ ରୂପେ ତୁମ୍ଭେ ଚାରିହେଂ ହୋଅ ଜାତ ।୨୩।କରତା ନାଥର ଆଗ୍ୟାଂ ପରମାଣ କରିମହାପଣ୍ଡିତ ହୋଇ ଜନ୍ମିଲେ ଶୁକ୍ରର ପୁତ୍ର ଚାରି ।୨୪।ସାର ପିକ ଦ୍ରୋଣ ଶୁକ ଚାରିପକ୍ଷୀ ହୋୟେପରମ ନିରାକୁଳ ସେ ଧନପକ୍ଷୀ ଅଟନ୍ତି ସ୍ୱଂୟେ ।୨୫।ସୋମପାଳ ନାମେ ବଟ ମେରୁ ପଛିମ ପାରୁଶେଆକାଶକଇଂ ଡାଳ ଉଚ୍ଛର୍ଗ ଯେ ଯୋଜନ ପଞ୍ଚାଶେ ।୨୬।ଶତେ ଶତେ ଯୁଣ ତହିଂର ଚାରିଡାଳଶତେ ଯୁଣ ଆୟେତନ ଅଟଇ ତହିଂର ମୂଳ ।୨୭।ସେ ବଟର ଡାଳରେ ଚାରିହେଂ ଛନ୍ତି ହାଦେ ବସିଆକାଶ ଡାଳେଣ ସେ ଭୂଷଣ୍ଡ କାକ ସ୍ୱର୍ଗବାସୀ ।୨୮।ପ୍ରଳୟ ଉତ୍ତାରଣ ସେ ଅଟନ୍ତି ଚାରୀପକ୍ଷୀମାରକଣ୍ଡ ପୁରାଣ ଗତ ଆଗତ ସେ କହନ୍ତି ବସି ।୨୯।ଷାଠିୟେ ସହସ୍ର ଚେଲା ଯେ ବେଦବ୍ୟାସଂକର ଅଟଇସବୁଂକରି ମଧ୍ୟ୍ୟେ ଯେ ଜୟମୁନି ଶ୍ରେଷ୍ଠ ହୋଇ ।୩୦।ସେ ଜୟମୁନି ଶ୍ରୋତା ଯେ ଧର୍ମପକ୍ଷୀ ବକତାସେ ସେ କହୁ ଅଛନ୍ତି ଚାରି ଯୁଗର ପ୍ରସନ୍ନ ବାରତା ।୩୧।ଶୁଣ ହୋ ଉତ୍ତର କୁମର ବଦୟନ୍ତି ବୃହନ୍ନାରୀପରମ ଗତି ପାଇଲେଟି ସମରାଜ୍ୟ କାରଣ କରି ।୩୨।ୟେହେନ୍ନେକ କାରଣଟି ପିତାର କାର୍ଯ୍ୟ କଥାଇହଲୋକ ପରଲୋକ ତାରଇ ସର୍ବସ୍ଥା ।୩୩।ବାହୁଡ଼ି କରି ରଥେ ବସ ହୋ ବିରାଟିପରମ ଗତି ପାଇବୁଟି ତୁ ମାନଗୋବିନ୍ଦ ଭୀଷ୍ମ ଦ୍ରୋଣ ଭେଟି ।୩୪।ଉତ୍ତର ବୋଇଲା ମୋତେ କହିଲୁ ପୁରାଣର ବାଗେଶାସ୍ର ଶୁଣାଇଲେ କିସ ବା ହୋଇବ ବଧିର ଜନ ଆଗେ ।୩୫।ବୃହନ୍ନାରୀ ବୋଇଲା ଯେ ପୂର୍ବେ ଶାହାସ୍ର ନ ଶୁଣିଲାଆହୋ ଉତ୍ତର ତହିଂର ଦୋଷ ସେ ବଧିର ହୋଇଲା ।୩୬।ଆହୋ ବୃହନ୍ନାରୀ ବଧିର ଆଗେ ଫେଇଲେ ଶାସ୍ରପୋଥିପୂର୍ବଜନ୍ମକୁ ସୁମରି ସେ ପାଇବାନା ସଦଗତି ।୩୭।ଉତ୍ତର କୁମର ବୋଇଲା ମୁଂ ନ ଶୁଣଇ ତୋହର ବାଣୀପଳାଇବା କଥା ମୋତେ ଅମୃତରସ ଜାଣି ।୩୮।ଶୁଣିଣ ବୃହନ୍ନାରୀ ହୋଇଲା ଥମ୍ବୀଭୂତଜାତ ହୋଇଲେ ମୃତ୍ୟୁ ଯେ ହୋଅଇ ନିୟତ ।୩୯।ଆହୋ ଉତ୍ତର ବ୍ରାହ୍ମଣ ହୋଇ ଯେବେ ଜଳକୁ କରଇ ଭୟେସ୍ତିରୀ ହୋଇଯେବେ ଅଗ୍ନିରେ ନ ଦିଅଇ କାୟେ ।୪୦।ଛତ୍ରୀ ହୋଇ ଯେବେ ଡରଇ ସାଂଗ୍ରାମେଅନେକ ଅବସ୍ଥା କରି ତାକୁ ଦଣ୍ଡ ଦିଅଇ ଯମେ ।୪୧।ଉତ୍ତର ବୋଇଲା ତୁ ଯେ ଅଟୁ ନଫୁସକରଣେ ମଲେ ତୁ ପାଇବୁ ଆନ ଜନ୍ମେ ସୁଖ ।୪୨।ତୁ ଯେ ବୃହନ୍ନାରୀ ମରଣକୁ ପଡୁଅଛୁ ମାଡ଼ିମୁଂ କିଂପା ନାଶଯିବି ୟେତେ ସମ୍ପଦ ଛାଡ଼ି ।୪୩।ବୃହନ୍ନାରୀ ବୋଇଲା ତୁ ୟେତେକ ନିସତସାରଥି ହୋଇ ବାହି ପାରିବୁ କି ମୋର ରଥ ।୪୪।ଉତ୍ତର କୁମାର ବୋଇଲା ମୁହିଂ ତୋର ସାରଥି ହୋଇଲେତ୍ରୈଲୋକ କେ ଅଛି ରଥୀ ମୋହୋର ରଥ ବାହିଲେ ।୪୫।ସାରଥିପଣକୁ ମୁଂ ୟେତେକ ସାମରଥବ୍ରହ୍ମାର ଛାମୁକୁ ମୁଂ ବହି ପାରଇ ରଥ ।୪୬।ମୁହିଂ ଯାହାର ରଥେ ହୋଇବି ସାରଥିଇନ୍ଦ୍ର ଗୋବିନ୍ଦ ହୋଇଲେ ସମରେ କାହାକୁହିଂ ନାହିଂ ଭୀତି ।୪୭।ଆସ ଆସ ଉତ୍ତର ବାହା ୟେବେ ମୋହୋର ରଥରଥୀପଣକୁ ଯେମନ୍ତ ସାରଥିପଣକୁ ତେମନ୍ତ ।୪୮।ଉତ୍ତର ବୋଇଲା ମୁଂ ଯେବେ ସାରଥି ହୋଇବିରଥୀ କେ ହୋଇବ ମୁଂ ତାହାର ମୁଖ ଚାହିଂବି ।୪୯।ବୃହନ୍ନାରୀ ବୋଇଲା ମୁଂ ହୋଇବଇଂ ରଥୀନାସାରେ ହସ୍ତ ଦେଇ ହସିଲା ସଂକୋଚନର ରାଜାର ନାତି ।୫୦।ସଖି ୟେ ମହୀମଣ୍ଡଳେ ମୁଂ ଯେ ଅଟଇ ମହାଯୋଧୀମୋହୋର ଭଳି ଭାଜିଲା ସମରେ ନିରୋଧି ।୫୧।ତୁହି ଜାତିହୀନ ପାମର ଅଟୁ ନପୁଂସେକ କାୟେକୌରବ ଥାଠକୁ ତୋହୋର ୟେତେକ ନିର୍ଭୟେ ।୫୨।ଥାଠ ଦେଖି ତ୍ରାସ କଲା ଯେ ୟେ ମୋହୋର ଭଳିତୁ ଛାର କିସ ସମର କରିବୁ ନଫୁସକେ ବୃହନ୍ନାରୀ ।୫୩।ଉତ୍ତର ବୋଇଲା ତୁ ଯେ ପାପକଲୁ ପୂର୍ବେତଦଦୋଷ ନପୁଂସେକ ଲକ୍ଷଣ ଜାତ ୟେବେ ।୫୪।ସୁବେଳ ପାଇଲୁ ୟେବେ ରଣଯୋଗ୍ୟ କଲୁ ଇଚ୍ଛାଓହୋବଳ ମୁଖେ ପଡ଼ିଲେ ପୂରିବ ମନବାଞ୍ଛା ।୫୫।ଉତ୍ତର ବୋଇଲା ବୃହନ୍ନାରୀ ମୁଂ ଜାଣିଲି ତୋହୋର ମନ ଆଶସଞ୍ଚୟେ ସମରେ ତୁ ଦେବୁ ଆଜ ଝାସ ।୫୬।ବୃହନ୍ନାରୀ ବୋଇଲା ରେ ପ୍ରତଗ୍ୟାଂ ମୋହୋର ଦେଖତୋହୋର ପ୍ରାୟେ ମଣିଲୁ କି ଲୋଡୁ ଭୋଗ ସୁଖ ।୫୭।ରାଗେଣ ଉତ୍ତର କୁମାର ବଢାଇଦିଲା ଧନୁଜାଣିମା ତୋହୋର ପରାକ୍ରମ ଧନୁ ଆମଞ୍ଚନୁ ।୫୮।ଧନୁ ଧରି ବୃହନ୍ନାରୀ ଆମଞ୍ଚନ କଲାକିଞ୍ଚିତେ ଆକର୍ଷନ୍ତେ ଧନୁ ବେନିଖଣ୍ଡ ହୋଇଲା ।୫୯।ବୃହନ୍ନାରୀ ବୋଇଲା ୟେ ଜୀର୍ଣ୍ଣ ତୋହୋର ଧନୁୟେ ଧନୁ ଧରିଣ କୁରୁସାଗରକୁ କରୁଚୁ ଆଗମନୁ ।୬୦।ଆହୋ ଉତ୍ତର ଭୀଷ୍ମେ ଧନୁ ବହନ୍ତି ପଞ୍ଚାଣୋଇ ସହସ୍ରବଳନଉସହସ୍ର ବଳ ଧନୁ ବହନ୍ତି ଭାରଦ୍ୱାଦଶଙ୍କର ବାଳ ।୬୧।ବୟାଣୋଇ ସହସ୍ର ବଳ ଧନୁ ବହନ୍ତି ଅଶ୍ୱଥାମାଅଶୀସହସ୍ର ବଳ ଧନୁ ବହନ୍ତି କୃପବ୍ରହ୍ମା ।୬୨।ପାଞ୍ଚାଣୀ ସହସ୍ର ବଳ ଧନୁ ଯେ ବହନ୍ତି ଭୂରିଶ୍ରବାଅଠାଶୀ ସହସ୍ର ବଳ ଧନୁ ବହନ୍ତି କର୍ଣ୍ଣ ଯେ ରାଧେବା ।୬୩।ଅଶୀ ସହସ୍ର ବଳ ଧନୁ ବହଇ ସୋମଦତ୍ତବୟାଅଶୀ ଶସ୍ର ବଳ ଧନୁ ବହନ୍ତି ବାହ୍ଲିକ ତାର ସୁତ ।୬୪।ଦୁର୍ଯ୍ୟୋଧନର ମଇତ୍ର ଅଳମୁଷ ରାକ୍ଷସତାହାର ଧନୁର ବଳ ସହସ ଅଶୀୟେ ପଞ୍ଚଦଶ ।୬୫।ଅଳମ୍ବୁଷର ପୁତ୍ର ଅଳାୟୁଧ ବୋଲିସତାଣୋଇ ସହସ୍ର ବଳର ଧନୁ ତାହାର ଦେଖିଲି ।୬୬।ଆହୋ କର୍ଣ୍ଣର ନନ୍ଦନ ବିଶିକେସନ ମହାବୀରାସତାଇଶି ସହସ୍ର ବଳର ଧନୁ ତାହାର ମହାଭାରା ।୬୭।ଗାନ୍ଧାର ଦେଶର ରାଜା ମାତୁଳ ଶକୁନିଅଣାଅଶୀ ସହସ୍ର ବଳ ଧନୁ ଥାଇ ସେହୁ ଘେନି ।୬୮।ଶକଲ୍ୟ ଦେଶର ରାଜା ୟେ ମହାରଥୀ ଶଲ୍ୟପଞ୍ଚାଶୋଇ ସହସ୍ର ବଳ ଧନୁ ଧରଇ ମହାମଲ୍ଲ ।୬୯।ଆହୋ ଉତ୍ତର ସର୍ବେ ପଞ୍ଚାଉନ ବଳ ତୋହୋର ଧନୁଗୋଟିୟେ ଧନୁରେ ଶର ବିନ୍ଧିବେ ରଥ ଗଜ ଅଶ୍ୱ ନ ଫୁଟି ।୭୦।ଦ୍ରିଯୋଧନ ବହଇ ଧନୁ ଷାଠିୟେ ସହସ୍ର ବଳଅପ୍ରମିତ ନାରାଜ ବିନ୍ଧଇ ସେ ଦୁଇହସ୍ତେ ପ୍ରବଳ ।୭୧।ଛୟାଣୋଇ ସହସ୍ର ବଳ ଧନୁ ବହଇ ଧୁଶାସନରଣରେ ତାହାକୁ କେହୁ ନାହିଂଟି ସମାନ ।୭୨।ଦୁର୍ଜୟ ଦୁର୍ଗୁଣ ଯେ ଦୁର୍ବିନ୍ଦ ଦୁର୍ବାଳୟେ ଶତେଭାଇ ଧନୁ ଧରନ୍ତି ଲକ୍ଷ ଲକ୍ଷ ବଳ ।୭୩।ଆହୋ ଉତ୍ତର ଯେବଣ ଯେବଣ ଯୋଦ୍ଧାୟେ ଅଛନ୍ତି କଉରୋବପର୍ବତେ ପଡ଼ି ଅଙ୍ଗେ ଚୂର ହେଉଥାନ୍ତି ସର୍ବେ ।୭୪।ବାଳୁତ ଅଗ୍ୟାଂନ ତୁ ଯେ କିଛିହିଂ ନ ବୁଝୁୟେହି ଧନୁ ଘେନି କି ତୁ ଭୀଷ୍ମ ଦ୍ରୋଣ ତୁଲେ ଯୁଝୁ ।୭୫।ଉତ୍ତର ବୋଇଲା ବୃହନ୍ନାରୀ ୟେବେ ତୁ ମୋତେ କେତେ କହୁୟେକଥା ସଞ୍ଚପି ମୋତେ କିମ୍ପା ଅନ୍ତପୁରେ ନ କହୁଂ ।୭୬।ୟେତେକ ଉଦନ୍ତ ଯେବେ ମୁଂ ପାଆନ୍ତି ସେହିଠାରୁନିର୍ମଳ ଶରୀରଗୋଟି କିମ୍ପେ କରନ୍ତି ମୁଂ ଗୁରୁ ।୭୭।ୟେସନେକ ବିଚାରନ୍ତେ ଆଦିତ୍ୟ ଅସ୍ତ ଗଲାଅର୍ଜୁନ ରଥୀ ହୋଇ ରଥରେ ବିଜେ କଲା ।୭୮।୪୮୨୯।
ଅର୍ଜୁନଙ୍କର ଆଦେଶରେ ଉତ୍ତରର ଶମୀ ବୃକ୍ଷରୁ ଅସ୍ତ୍ର ଆଣିବା ନିମିତ୍ତ ଗମନ ଓ ଶୋଷକ ସର୍ପ ଦଂଶନଉତ୍ତର କୁମାର ଯେ ହୋଇଲା ସାରଥିବୃହନ୍ନାରୀ ବୋଇଲା ରଥ ମୋର ବାହା ଶମୀବୃକ୍ଷ ତଳକୁ ତତକ୍ଷଣାନ୍ତି ।୧।ବାସବର ଆଗ୍ୟାଂ ଯେହ୍ନେ ମାତଳି ପ୍ରତିପାଳିଉତ୍ତର କୁମରକୁ ତେସନେ ବୃହନ୍ନାରୀ ।୨।ବାହାଇ ତୁରଙ୍ଗ ସେ ଶ୍ରୀକୃଷ୍ଣାର ବଚ୍ଛାବନସ୍ତେ ପଶନ୍ତେ ଉତ୍ତର ବୃହନ୍ନାରୀକି କଲା ପୁଚ୍ଛା ।୩।ଉତ୍ତର ବୋଇଲା ୟେହେନେକ ଭୟେ ଉପୁଜଇଟି ରଥୀପଣକୁତୁ ୟେବେ ବୋଇଲୁ ରଥ ବାହାସି ବନସ୍ତ ଭିତରକୁ ।୪।ବୃହନ୍ନାରୀ ବୋଇଲା ହୋ ଉତ୍ତର ଧନୁ ଯେ ଆମ୍ଭର ନାହିଂଧନୁ ଗୋଟିୟେ ଆଣିମା ଠାବକରି ଯହିଂ ପାଇ ।୫।ଚଳନ୍ତି ତୁରଙ୍ଗ ଯେ ମହା ନିଶାକାଳେପ୍ରବେଶ ହୋଇଲେ ଯାଇଂ ବିଷ୍ଣୁଭଦ୍ରା ନଦୀକୂଳେ ।୬।ତହିଂର ଉତ୍ତର ପାରୁଶେ ଶମୀବୃକ୍ଷ ଅଛିଅଦଭୁତେ ଅଦଉଡ଼ି ବନ୍ଧନେ ତାହା ମୃତୁପିଣ୍ଡ ରଖିଅଛି ।୭।ଉର୍ଦ୍ଧ୍ୱକଇଂ ଚାହିଂ ଡାକେକ ଛାଡିଲା ମହାବୋବିରଥର ଉପରୁ ଉତ୍ତର କୁମର ପଡ଼ିଲାକ ଭୁବି ।୮।ରଥରୁ ଡେଇଂପଡ଼ି ସେ ଧଇଲା ବୃହନ୍ନାରୀମୁଖେ ଜଳ ସୁଞ୍ଚିଣ ସାଷ୍ଟାମ ତାକୁ କରି ।୯।ସାଷ୍ଟାମ ହୋଇଣ ସେ ପୁଚ୍ଛିଲା କୁମର ଚୂଡାମଣିନିର୍ଘାତ ଶବଦ ପ୍ରାୟେ ଶୁଭିଲା କିସ ବାଣୀ ।୧୦।ବୃହନ୍ନାରୀ ସେ ମୃତୁପିଣ୍ଡକୁ ସ୍ତୁତି ଭାଷିସ୍ୱାମି ଉତ୍ତର ଭୟେ କରିବ ତୁ କ୍ଷଣେ ଅନ୍ତର ହୁଅସି ।୧୧।ପାର୍ଥର ବଚନେ ସେ ରହିଲାକ ଶୂନ୍ୟେଉତ୍ତରକୁ ପ୍ରତିବାକ୍ୟ ପୁଚ୍ଛଇ ଫାଲଗୁନେ ।୧୨।ଆଉ ଉତ୍ତର ୟେ ବୃକ୍ଷ ଉପରକୁ ପାରିବୁଟିକି ବାବୁ ଉଠିଶୁଣି ଉପରକୁ ଦୃଷ୍ଟିପାତ କଲାକ ବିରାଟି ।୧୩।ଉତ୍ତର ବୋଇଲା ବଡାଇ ଉଚ୍ଛର୍ଗ ନିଅତେ ନାହିଂ ଶାଖାକି ରୁପେ ଉଠିବି କାର୍ଯ୍ୟ ସ୍ୱରୁପ ମୋତେ ଦେଖା ।୧୪।ବୃହନ୍ନାରୀ ବୋଇଲା ଶୁଣ ହୋ ଉତ୍ତରଧନୁ ଗୋଟିଏ ଆଣ ଅଛି କ୍ରୋଟର ଭିତର ।୧୫।ବୃକ୍ଷକଂଇ ପ୍ରଣପତ୍ୟ ହୋଇଲା ବୃହନାରୀଆହୋ ଉତ୍ତର ବେନିଚଛୁ ବୁଜ ବୃକ୍ଷକୁ କୋଳକରି ।୧୬।ପନଙ୍ଗର ପୀଡ଼ାୟେ ସେ ଗାରେଡ଼ି ଯେସନବୃହନ୍ନାରୀ ବଚନ ଉତ୍ତରକୁ ତେସନ ।୧୭।ବୃକ୍ଷକୁ କୋଳକରି ଉତ୍ତର ଯେ ବୁଜିଲା ବେନିଚଛୁଡାଳେ ଉତ୍ତର କୁମର ଯାଇ ନାଗିଲା ପ୍ରତକ୍ଷୁ ।୧୮।ଦେଖଇ ଉତ୍ତର ଚାରିଦିଗକୁ ଚାରି ଡାଳଯୋଜନେ ଯୋଜନେ ସେ ଅଟଇ ବୃଷାଳ ।୧୯।ଶମୀ ଶିଶୁପାବୃକ୍ଷ ହରିହର ବେନିମୂଳଭୀମ ଅର୍ଜୁନ ନକୁଳ ସହଦେବ ଚାରିଡାଳ ।୨୦।ଉପରର ଉଚ୍ଛର୍ଗ ଶାଖା ଧର୍ମରାୟେ ଯୁଝେଷ୍ଠିପାଞ୍ଚାଳଦେଶ ରାଜାର ନନ୍ଦିନୀ ତହିଂର ଯେ ପୁଷ୍ପଗୋଟି ।୨୧।ବେନିକୋଣ ଆୟେତନ ତହିଂ ମଧ୍ୟେଣ ଅଛି କ୍ରୋଟଦିନକରନାଥ ତହିଂ ନିତ୍ୟେ ହୋଇ ଭେଟ ।୨୨।ବିରାଟର ନନ୍ଦନ ଯେ ଚାହିଂଲା କ୍ରୋଟକୁବୋଇଲା ସଂକଟ ପଡ଼ିଲା କି ଆଦିତ୍ୟ ଦେବତାକୁ ।୨୩।ସିଂହିକାର ନନ୍ଦନ କି କଟାଳିଲା ରାହୁଦୁରାନ୍ତେକ ଭୟେ ଅବା ଲୁଚିଅଛି ସେହୁ ।୨୪।ଆକାଶକୁ ନିରେଖଇ ବିରାଟର ତନୟେକ୍ରୋଟହିଂ ତ ନିଶାକାଳେ ଦିଶଇ ଦିବସର ପ୍ରାୟେ ।୨୫।ବୃହନ୍ନାରୀ ବୋଇଲା ହୋ କ୍ରୋଟରେ ହାଥ ଭରକିସ କିସ ଶହସ୍ର ଅଛି ବେଗେ କାଢି ଦିଅ ମୋର କର ।୨୬।ଉତ୍ତର କୁମରେ ସେ କ୍ରୋଟରେ ମାଇଲାକ କରକାଳସର୍ପ ଢଂସିଲା ସେ ହାତରେ ତାହାର ।୨୭।ଉଡ଼ଙ୍ଗର ବିଘାତେଣ ଶରୀରେ ବିଷ ଘୋଟିଡାଳେଣ ଶୋଇ ଅସାଷ୍ଟମ ଯେ ହୋଇଲା ବିରାଟି ।୨୮।ଉତ୍ତର ଉତ୍ତର ବୋଲି ହାକଇ ଫାଲଗୁନିବହନ ଓହ୍ଲାଇ ଆସ ହୋ ଧନୁ ଗୋଟିୟେକ ଘେନି ।୨୯।ଡାକଦେଇ ବିମୁଖ ହୋଇଲା ସବ୍ୟସାଚୀକଦାଶ୍ଚିତେ ନ ଫୁରଇ ଉତ୍ତର କୁମାର ବାଚି ।୩୦।ବୃକ୍ଷର ଉପରକୁ ଯେ ଉଠିଲା ଧନଞ୍ଜୟେଦେଖିଲା ଉତ୍ତର ଶରୀର ଗରଳମୟେ ।୩୧।ମୁଖରୁ ଗଳଇ ତାର କାଳ ଯେ ଗରଳଜାଳଅସାଷ୍ଟମେ ପଡ଼ିଲା ସେ ଶ୍ରୀକୃଷ୍ଣାର ବାଳ ।୩୨।ଉତ୍ତର କୁମରକଇଂ ଯେ କୋଳ କଲାକ ବୃହନ୍ନାରୀସର୍ପବିଘାତ ହୋଇଲା କାଳ ଗରଳ ୟେହାରି ।୩୩।କ୍ରୋଟେଣ ପଶିଥିଲା ଯେବଣ କାଳସର୍ପବିଘାତେ ହରିଲା ସେ ଉତ୍ତର କୁମାର ଦର୍ପ ।୩୪।ମହାପଣ୍ଡିତ ଅର୍ଜୁନ ଜାଣଇ ମହାଗାରଡ଼ି ବିଦ୍ୟାଗୋରେଖ ପ୍ରସନ୍ନେ ସେ ପରମ ଯୋଗସିଦ୍ଧା ।୩୫।ଅର୍ଜୁନ ପଢନ୍ତି ଯେ ଗାରଡ଼ିମନ୍ତ୍ରଗୋଟିବ୍ରହ୍ମା ବିଷ୍ଣୁ ମହେଶ୍ୱର ଦୁର୍ଗାଂକୁ ହୃଦେ ଲୟ କଲା କିରଟୀ ।୩୬।ଗାରେଡ଼ିମନ୍ତ୍ର ଗୋଟିୟେ ଚନ୍ଦ୍ରସୂର୍ଯ୍ୟ ଭାଆନ୍ତି ରଥେମୁଂ ବିଷ ମାରଇ ନ ଛୁଂଅଇ ହାଥେ ।୩୭।ସପ୍ତଋଷି ମୋତେ ଦେଇଥିଲେ ବରଆରେ ଆରେ ବିଷ ଘା ମୁଖେ ଅନ୍ତରୀକ୍ଷେ ମର ।୩୮।ଝଡନ୍ତେ ଝଡ ନ ଝଡୁଂ ବୋଲି କାହାର ରାଣଶ୍ରୀ ଗୋରେଖନାଥ ସ୍ୱାମୀଂକର କୋଟି କୋଟି ରାଣ ।୩୯।ଆହୋ ଚଇତନ ଅର୍ଜୁନ ମନ୍ତ୍ରେ ଯେ ଛାଡ଼ିଗଲାକ ଗରଳସାଷ୍ଟାମ ହୋଇ ବସିଲା ଶ୍ରୀକୃଷ୍ଣାର ବାଳ ।୪୦।ବୃହନ୍ନାରୀ ମୁଖ ଚାହିଂ ଉତ୍ତରକୁମାର କଲା ପୁଚ୍ଛାକାଳସର୍ପ ବିଘାତେ ହୋଇଲି ମୁହିଂ ମୂର୍ଚ୍ଛା ।୪୧।ସରିଲାର ପିଣ୍ଡଗୋଟି ତାରିଲୁ କେମନ୍ତେୟେଥିର ଅର୍ଥଗୋଟି କହୁକିନା ସଂଘାତେ ।୪୨।ବୃହନ୍ନାରୀ ବୋଇଲା ଶୁଣରେ ଉତ୍ତରସଦଗତି ଶରୀରୁ ଲାଗିଲା ଉଜାଣିର ଧାର ।୪୩।ୟେମନ୍ତେ ଅଚେତ ତୁ ହୋଇଲୁ ଉତ୍ତରଘୋଟିଲା ଶ୍ରୀହଟ୍ଟ ନାହିଂନା ବିସ୍ତାର ।୪୪।ତପନ ସଙ୍ଗତେ ଘୋଟଇ ହେଳୁ ହେଳୁପହର ଅର୍ଦ୍ଧେକ ବିଷ ଘୋଟିଲାକ ତାଳୁ ।୪୫।ପଡ଼ିଲାକ ବିଷ ଯେ ଚନ୍ଦ୍ର ଘରେ ବେଳାଘୋଟିଲାକ ବିଷ ଯେ ବିଷମଦ୍ୱାରେ ଖେଳା ।୪୬।ତିନି ତିହୁଡ଼ି ଚମ୍ପାଇ ଚନ୍ଦ୍ରେଣ ଯେ ବନ୍ଧଡାକେ ଲେଉଟି ଗରଳ ପଡଇ କନ୍ଧ ।୪୭।ଧରଣ ଧାରଣ ୟେ ଅକାଟଣ ଘଟଜଳ ଉଜାଣି ଯିବାକୁ ପାବଇ ବାଟ ।୪୮।ରୁନ୍ଧିଲାକ ପବନ ବୁଡାଇଲା କବାଟଉଜାଣିରେ ଅଇଲାକ ବିଷ ସର୍ପର ବିଘାତ ।୪୯।ମହାବ୍ରହ୍ମ ମନ୍ତ୍ର ବୃହନ୍ନାରୀ ତହୁଂ ଶୁଣିକାଳସର୍ପ ପଳାଇଲା ବିଦାରି ଧରଣୀ ।୫୦।ଆବର ବ୍ରତିବିକି ଅର୍ଜୁନ ଶରଘାତେଶରଣ ପଶିଲା ଯାଇଂ ରାଧେବ କର୍ଣ୍ଣ ରଥେ ।୫୧।ସର୍ପ ବୋଇଲା ଭୋ କର୍ଣ୍ଣ ରକ୍ଷା ମୋତେ କରଆହୋ ଭାରଇ ମଲ୍ଲ ଶରଣ ପଶିଲି ତୋହୋର ।୫୨।କର୍ଣ୍ଣ ବୋଇଲା ସର୍ପ କାହାକଇଂ ୟେତେ ଡରଆଦ୍ୟହୁଂ କହିନାହିଂ କି ତୋହୋର ଆଗର ।୫୩।ଖାଣ୍ଡେବ ବନରେ ଥିଲେ ମୋର ଯେତେ ବଂଶବନ ଦହନ କାଳେ ସବୁ ଅର୍ଜୁନ କଲା ଧ୍ୱଂସ ।୫୪।ବଇରିତା ବିଚାରେ ଯେ ଅଇରି ହୋଇଅଛିସମସ୍ତ ବଂଶ ମୋହୋର ନାଶକଲା ବିବଚ୍ଛି ।୫୫।ବଇତ୍ରିକ ବିରାଳସର୍ପ ଆଦ୍ରାବଳୀ ବିଜୁଯାବନି କର୍ଦୁରେ ଯେ ଆବର ସରଜୁ ।୫୬।ୟେ ବିଧ ଅର୍ଜୁନରେ ଶରଣ ୟେ ପଶିଲେ ବିକଳେମାରିଣ ଅର୍ଜୁନ ତାହା ପକାଇଲା ଅନଳେ ।୫୭।ଆହୋ କର୍ଣ୍ଣ ବାମ୍ପିଂ ଭିତରେ ମୁହିଂ ପଡ଼ିଥିଲି ଉଡ଼ିନବ ଦିବସ ପରିଯନ୍ତେ ମୁଂ ପଡ଼ିଥିଲି ବୁଡ଼ି ।୫୮।ଖାଣ୍ଡେବ ବନ ଦହନ ଯହୁଂ ହେଲା ସମାପତଶୋଷେକ ନାମେ କାଳସର୍ପ ମୁଂ ବିରାଳର ସୁତ ।୫୯।ଆହୋ କର୍ଣ୍ଣ ଅର୍ଜୁନ ମୋହୋର ଯେ ପିତାର ବଇରିତାହାକଇଂ ନାଶକଲେ ମୋହୋର ପିତୃଲୋକେ ଡରି ।୬୦।ପୁତ୍ର ହୋଇ ପିତାକୁ ନକଲେ କାରଣସେ ପୁତ୍ର ପଡଇ ଯେ ରଇରୋବ ନର୍କେଣ ।୬୧।ଭୋ କର୍ଣ୍ଣ ସମୀବୃକ୍ଷ କ୍ରୋଟରେ ହାଦେ ଥିଲିସେ କ୍ରୋଟୁଂ ଅର୍ଜୁନ ଶସ୍ର ନେଲେ ତାକୁ ଢିଂସିବି ବୋଲି ।୬୨।ୟେତେ ଛିଦ୍ର ପାଞ୍ଚି ରହିଥିଲି ମୁହିଂଆଜଯାୟେ ଅର୍ଜୁନ ନ ମିଳିଲାକ ତହିଂ ।୬୩।ବିରାଟର ନନ୍ଦନ ଯେ କ୍ରୋଟରେ ହାଥ ଭରିମୁହିଂ ଅଇଲି ଉତ୍ତରକୁମାରକୁ ଡଂସିକରି ।୬୪।ପଳାଇ ଅଇଲି ଡରେ ରଖ ତୁ ଶରଣୟେତେ ବଡ ବିଘାତ ମୋର ହୋଇଲା ଅକାରଣ ।୬୫।ସିଂଘକଇଂ ମୁହିଂ ଯା ପାଡ଼ିଲଇଂ ଫାନ୍ଦକେଳେଣ ଶ୍ରୀକାଳ ଆସି ହୋଇଲା ଫାଶି ବନ୍ଧ ।୬୬।ୟେହିକ୍ଷଣି ଅର୍ଜୁନ ଯେ ଆସିବ ସମରେମୋତେ ପେଷିବୁଟି ତୁହି ତାହାର ଉପରେ ।୬୭।ୟେତେ ବୋଲି ଶୋଷେକ କାଳସର୍ପ କର୍ଣ୍ଣ ରଥେ ରହିଲାଦ୍ରିଯୋଧନ ଅଗ୍ରତେ ଯାଇଂ କର୍ଣ୍ଣ ଯେ କହିଲା ।୬୮।ଭୋ ମଇତ୍ର ସନ୍ଦେଶ ବାରତା ମୁଂ ପାଇଲି ୟେହିକ୍ଷଣିଅର୍ଜୁନ ସମରେ ଆସିବ କହିଲା ମୋତେ ଫଣୀ ।୬୯।ମାନଗୋବିନ୍ଦ ବୋଇଲା ଉଡଙ୍ଗ ସର୍ପଛାରକେମନ୍ତେ ସତ କରିବା ବଚନ ତାହାର ।୭୦।(୪୮୯୯)
ବୃହନ୍ନାରୀ କର୍ତ୍ତୃକ ଉତ୍ତର ନିକଟରେ ପଞ୍ଚପାଣ୍ଡବଙ୍କ ପରିଚୟ ଓ ଅର୍ଜୁନର ଦଶନାମ କଥନଶୁଣ ଚଇତନ ଉତ୍ତର ବୃକ୍ଷର ଉପରେ ତଳେ ବୃହନ୍ନାରୀଉତ୍ତରକୁମାର ଧନୁ ଶସ୍ରମାନ ଦିଅଇ କାଢିକରି ।୧।ପାଞ୍ଚ ଧନୁ ଦଶ ତ୍ରୋଣ ବଢାଇଣ ଦିଲାଭୀମସେନ ଗଦାଗୋଟି ତୋଳିତ ନୁଆରିଲା ।୨।ଉତ୍ତର କୁମାର ବୃକ୍ଷରୁ ଓହ୍ଲାଇ ତଳକୁସତେ ସହସ୍ର ଥର ପ୍ରଳମ୍ବ କଲା ଧନୁଶସ୍ରମାନଙ୍କୁ ।୩।ଉତ୍ତରକୁମାର ବୋଇଲା ଶୁଣିମା ସଂଘାତୁଣୀଯେ ଧନୁ ତ୍ରୋଣମାନ କେ ଥୋଇଲା ୟେଥେ ଆଣି ।୪।ବୃହନ୍ନାରୀ ବୋଇଲା ତୁ ଶୁଣ ବିରାଟର ତନୁପାଣ୍ଡେବ ପାଞ୍ଚାଳଂକର ୟେ ଦଶତ୍ରୋଣ ପାଞ୍ଚଧନୁ ।୫।ଶୁଣିଣ ସାନନ୍ଦେ ସେ ପଚାରଇ ଉତ୍ତର କୁମରଶୁଣିମାକୁ ଇଚ୍ଛା ମୋର କେବଣ ଧନୁ ଅଟଇ କାହାର ।୬।ବାବୁ ପ୍ରଥମେଣ ଅର୍ଜୁନ ଧନୁଗୋଟି ଧରିକ୍ଷୁଦ୍ର ହୀରା ଫୁଜି ଫୁଜି ଲାଗିଛି ଶସ୍ରଚାରି ।୭।ଶଙ୍ଖ ଶାର୍ଦ୍ଦୁଳ ଧନୁ ଧବଳ ବର୍ଣ୍ଣ ଗୁଣଶୁଦ୍ଧ ସଷ୍ଟିକ ଜାଣି ଧବଳ ଦିଶେ ବେନି ତ୍ରୋଣ ।୮।ଧନୁ ପିଠିରେ ଯେ ମର୍କତ ପଦ୍ମମୟେନିଶାକାଳେ ବିରାଜଇ ଆଦିତ୍ୟ ତେଜ ପ୍ରାୟ ।୯।ପଞ୍ଚାଶ ସହସ୍ର ବାବୁ ଯେ ଧନୁର ବଳୟେ ଧନୁ ବହନ୍ତି ଯେ ଯୁଝେଷ୍ଠି ମହୀପାଳ ।୧୦।ଶତେ ସହସ୍ରେକ ଶର ଶ୍ୱେତ ଶଙ୍ଖଚିଲ ପକ୍ଷୀଦୁଇ ତ୍ରୋଣେ ନାରାଚ ଦୁଇ ସହସ୍ର ଅଛି ।୧୧।ବ୍ରହ୍ମାର ସଞ୍ଚିଲା ୟେ ଅଜଙ୍ଗ ନାମେ ଧନୁସମରେ ଅନିର୍ବାରଣ ୟେ ବହଇ ଧର୍ମରାଜାଂକର ତନୁ ।୧୨।ସେ ଧନୁ ଥୋଇଣ ଯେ ଆରେକ ଧନୁ ଧରିବାମକରେ ଧରିଣ ଯେ ଡାହାଣ କରେ ଝାଡ଼ିକରି ।୧୩।କଣୟ ଘଟଣ ଯେ ପ୍ରବନ୍ଧ ବେନିହୋଳଧନୁର ଉପରେ ଶାର୍ଦ୍ଦୁଳ ଚର୍ମ ଯେ ମେଖଳ ।୧୪।ଝଲକନ୍ତି ହୀରା କିରଣ ଯେ ଶତେଚନ୍ଦ୍ର ଜ୍ୟୋତିଦୁଇ ତ୍ରୋଣେ ଖଞ୍ଜିଲା ଅଛି ମାରାଗ ପାଞ୍ଚକୋଟି ।୧୫।ୟେକାଦଶ ଫକ୍ତି ମାଣିକ୍ୟ ତିନି ପଂକ୍ତି ହୀରାଡିଙ୍ଗରେ ନ ସହନ୍ତି ଯେବଣ ଧନୁ ଭାରା ।୧୬।ଧରଣ ଧାରଣ ଧନୁ ସେ ନାମ ଆଦ୍ରାବଳୀତିନିପଦ୍ମ ହୀରା ଯେ ଖଞ୍ଜିତ ମେଖଳି ।୧୭।ଝଲକନ୍ତି ମାଣିକ୍ୟ ଯେ ହୀରାଂକର କାନ୍ଥେଅବିନ୍ଧା ମୁକୁତା ଗୁନ୍ଥିଲା ଅଛଇ ବେନିପାଖେ ।୧୮।ରୁଦ୍ର ପାବଚ୍ଛେ ପରମ ପଦକୁ ବିକାଶିୟେ ଧନୁର ଦର୍ପେ ଅନ୍ଧେକ ବିଦାରିଲେ ଦେବକାଶୀ ।୧୯।ଭାଗ୍ୟବର ନାମ ଦିଲେ ଦ୍ୱିତୀୟ କୋଦଣ୍ଡ ଯେ ଧନୁଷାଠିୟେ ସହସ୍ର ବଳ ୟେ ଧନୁର କୁରୁଶାନୁ ।୨୦।କଂକ ପକ୍ଷୀ ନାରାଜ ସବୁହିଂ ଚକ୍ରଶରଦୁଇତ୍ରୋଣ ଭିତରେ ଅଛଇ ନାରାଜ ସହସ୍ର ପନ୍ଦର ।୨୧।ପାଣ୍ଡବ ସୁନ୍ଦର ସେ ପବନର ବଳାସୋହୋଡ ସୁନ୍ଦର ସେ ଛତ୍ରିୟ ଅନର୍ଗଳା ।୨୨।ଷାଠିୟେ ସହସ୍ର ବଳ ଧନୁ ଭୀମସେନ ବହଇୟେ ଧନୁର ଘାତେ ଛତ୍ରୀ ହୋଇ ରହିବେ ନୁଆରଇ ।୨୩।ସେ ଧନୁ ଥୋଇଣ ଯେ ଘେନିଲା ଆନ ଧନୁଗୋଟିୟେ ଧନୁର ମହିଂମା ତୁ ଶୁଣସି ବିରାଟି ।୨୪।ୟେ ଧନୁର ପିଠିରେ ସହସ୍ର କଣୟ ସୁପାତିହୀରା ନୀଳାର ଖଞ୍ଜଣି ପ୍ରବନ୍ଧ କ୍ଷୁଦ୍ର ମୋତି ।୨୫।ଗଜ ପରିପାଟ ଉପରେ କଣୟ ପଦ୍ମ ଗୁନ୍ଥାନିରନ୍ତରେ ମର୍କତ ନିର୍ବାଣ ପଞ୍ଚ ସୀମନ୍ଥା ।୨୬।ସପତମୀ ଚନ୍ଦ୍ର ଯେହ୍ନେ ଉଦିତ ଆକାଶେଗଜ ମୁକୁତା ବେନିଲକ୍ଷ ଗୁନ୍ଥିଲା ଅଛି ଚଉପାଶେ ।୨୭।ମାଣିକ୍ୟର ଉଲ୍ଲାଳ ଯେ ନୀଳାର ଖଞ୍ଜଣୀଝଲକନ୍ତି ଧନୁ ଯେ ନିର୍ଧୂମ ଅଗ୍ନି ଜାଣି ।୨୮।କୁରାଣ୍ଡେକ ନଗରୀ ଦହନ କଲା ଯେଣେକାମେନୀ ମନସିଜ ୟେହା ବହଇ ମୟାଣେ ।୨୯।ପଞ୍ଚଚାଳିଶ ସହସ୍ର ୟେ ଧନୁର ବଳମାଦ୍ରୀର ନନ୍ଦନ ୟେହା ବହଇ ନକୁଳ ।୩୦।ସାରଙ୍ଗ ପଚ୍ଛୀ ଶର ଅଧାଚନ୍ଦ୍ର ବାଣପଞ୍ଚ ଅହିବ୍ରତ ଶର ପୂରିତ ବେନିତ୍ରୋଣ ।୩୧।ଅନୁବ୍ରତେ ଥାଇ ୟେ ନକୁଳର ହାଥେଦକ୍ଷିଣ ଦିଗ ସାଧିଲା ୟେ ଧନୁ ଧରନ୍ତେ ।୩୨।ସେ ଧନୁ ଥୋଇଣ ଯେ ଘେନିଲା ଆର ଧନୁଶୁଣ ହୋ ସାବଧାନ ଶ୍ରୀକୃଷ୍ଣାର ତନୁ ।୩୩।ମଳୟ ବସନ୍ତ ରଞ୍ଚନା ଖଞ୍ଜିତ ହେମ ଝଳିଅକ୍ଷୟ ଅମଳ କି ତେଜେଣ ଅଶ୍ୱମାଳୀ ।୩୪।ମତ ମାତାଙ୍ଗ ବିହଡ଼ନ୍ତି ଯେ କୃଷ୍ଣଲୀଳାଶୁଦ୍ଧ ସଷ୍ଟିକ ବର୍ଣ୍ଣ ମଧ୍ୟେ କି ପୋୟେଳା ।୩୫।ହୀରା ନୀଳା ମାଣିକ୍ୟ ଯେ ବଇଡୁର୍ଯ୍ୟମାରାଗ କଣୟ କି ବିରାଜଇ ତେଜ ।୩୬।ଶବରୀ ନାରାୟଣ ୟେହା ବହଇ ବେଣ୍ଟକାଳେୟେକଇ ଶରକେ ଜୟେ କରିପାରଇ ନବ ମହୀମଣ୍ଡଳେ ।୩୭।ମହାଶର ଗୁଣ ଗଜମୁକୁତାରେ ଖଞ୍ଜିଧନୁହୋଳ ପୃଷ୍ଠରେ ଖଞ୍ଜିଲା ମାଣିକ୍ୟ ପୁଞ୍ଜି ପୁଞ୍ଜି ।୩୮।ମାଣିକ୍ୟ ପୁଞ୍ଜିକେ ହୀରା ପଦ୍ମ ଗୋଟିୟେ ଗୋଟିୟେମାରାଗ ପାଖୁଡା ମୁକୁତା ଶୟେ ଶୟେ ।୩୯।ତାରେକ ବିଦାରଣ କାଳେ ୟେ ଧନୁ କଲେ ଶତମନୁକୁମାର ସମ୍ଭର୍ବେ ସେ ପାର୍ବତୀର ତନୁ ।୪୦।ଶରଦ ହେମ ଶିଶିର ବସନ୍ତ ଗ୍ରୀଷ୍ମ ବରଷା ଛଡ଼ଋତୁୟେ ଧନୁ ଛାଡ଼ ନ ଯାଇ ମାନଧତା ହାଥୁଂ ।୪୧।ପୂର୍ବ ଦିଗବିଜୟ କାଳେ ପ୍ରସନ୍ନ ହୋଇଲେ ସୂର୍ଯ୍ୟବଂଶୀପୂଜାବିଧି କରିଣ ସହଦେବ ତୋଷି ।୪୨।ମଦନାର ନନ୍ଦନ ଯେ କଇଛା ଜଗଜ୍ଜେଠୀନାରାୟଣ ଭାବଇ ଅନୁବ୍ରତେ ଯାହାର ନାମଗୋଟି ।୪୩।ଚାଳିଶସହସ୍ର ବଳ ୟେ ଧନୁ ଅଟଇମନ୍ତ୍ରୀ ଚୂଡାମଣି ସହଦେବ ୟେହାକୁ ବହଇ ।୪୪।ମିଥୁନମାସେ ଯେହ୍ନେ ଝଟକନ୍ତି ବିଜୁଳିରତ୍ନମାନଂକର ତେଜ ଧନୁରେ ସେହିରୁପେ ଝଳି ।୪୫।ନାରାଜ ଛାୟେଣୀ ଯେ ଅନୁକୂଳ ଭଦ୍ରା ପଚ୍ଛୀୟେକା ନାରାଜକେ ମୁନ ପଞ୍ଚଲକ୍ଷି ।୪୬।ଅଶି ସହସ୍ର ନାରାଜ ପୂରିତ ବେନିତ୍ରୋଣେମାତାଙ୍ଗସୁର ସମରେ ନାଶଗଲା ଯେଣେ ।୪୭।ମନ୍ତ୍ରୀ ଚୂଡାମଣି ସହଦେବର ୟେ ଧନୁଚାଳିଶି ସହସ୍ର ବଳ ୟେ ଧନୁ ବହଇ କୁରୁଶାନୁ ।୪୮।ଚାରି ଧନୁର ମହିଂମା ଯେ କହିଲେ କିରୀଟୀଶୁଣିଣ ସାନନ୍ଦ ଯେ ହୋଇଲା ବିରାଟି ।୪୯।ଶ୍ରୀଭୁଜେଣ ଘେନି ପାଥ ଆପଣାର ଧନୁଆନନ୍ଦେ ଅଶ୍ରୁଜଳ ଗଳିତ ବେନି ନୟନୁ ।୫୦।ଶୁଣ ବାବୁ ଉତ୍ତର ତୁ ୟେ ଧନୁର ମହିମାଂଯମନିକ ସତ୍ୟଯୁଗେ କୁଶକେତୁ ନାମେ ବ୍ରହ୍ମା ।୫୧।ଶତମନୁ ପରିଯନ୍ତେ ବ୍ରହ୍ମା ଯାଗକଲାସେ ଯଗ୍ୟଂକୁଣ୍ଡ ମଧ୍ୟ୍ୟରୁ ଯେ ବାୟେଂଶେକ ଉପୁଜିଲା ।୫୨।ନାଭିମଣ୍ଡଳେ ନାହି ପୁରିତ କରମୁଷ୍ଟିଛତିଶ ପବ ସେ ପିଙ୍ଗଳ ବାୟେଂଶ ଗୋଟି ।୫୩।ବିଜେକର୍ଣ୍ଣକଟାର ଯେ ଘେନିଣ ଚଉମୁଣ୍ଡସେ ବାୟେଂଶ ଗୋଟିକି ପିତାମହ କଲାକ ପାଞ୍ଚଖଣ୍ଡ ।୫୪।ପ୍ରଥମ ଖଣ୍ଡକ ଯେ ୟେକାଦଶ ପବ କଲାମନୟେକ ବସି ବ୍ରହ୍ମା ଧନୁୟେ ସ୍ରିଜିଲା ।୫୫।ସେହି ଧନୁର ବଳ ଯେ ହୋଇଲା ତିନିକୋଟିପିନାକ ନାମ ଦିଲେ ତାହା ବହିଲେ ଧୂର୍ଜଟି ।୫୬।ଦୂତୀୟ ଖଣ୍ଡ ଯେ ନବପବ କରି ଘେନିଅର୍ଦ୍ଧ ମନୁକେ ତାହା ସ୍ରିଜିଲା ପଦ୍ମଯୋନି ।୫୭।ବେନିକୋଟି ବଳ ସେ ସାରଙ୍ଗ ନାମେ ଧନୁଇନ୍ଦ୍ର ଦେବତା ବହିଲେ ତାହା ଅମର ଭୁବନୁ ।୫୮।