ତୃତୀୟ ଖଣ୍ଡ ଯେ ହୋଇଲା ପବ ସାତ (୩) — ସାରଳା ମହାଭାରତ ବିରାଟପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବିରାଟ କଳ୍ପିରାଜା ଯୁଦ୍ଧେ ଗମନ ଓ ଭୀମ କର୍ତ୍ତୃକ ବୀରବାହୁର ପତନବଇବସୁତ ମନୁ ଅଗସ୍ତିଂକି କଲେ ପୁଛାତବ ପୁଣ୍ୟେ ବିଷ୍ଣୁ ପୁରାଣ ମୁଂ ଶୁଣିତେ କଲି ଇଛା ।୧।କଳପି ରାଜ୍ୟକୁ ଯେ ଗଲାକ ବିରାଟସେ ବେନି ରାଜାଂକର କେଉଂଠାରେ ହେଲା ଭେଟ ।୨।ଅଜମିଢ ପର୍ବତେ ବିଜୟେ ବୀରବାହୁବିରାଟର ସଇନି ପ୍ରବେଶ ହୋଇଲେ ତହୁଂ ।୩।ବାରତା ପାଇଣ ସେ ବୀରବାହୁ ନୃପତିଜାବଡ଼େ ଚଳାଇଲା ସେ ସମସ୍ତ ହାଥୀ ରଥୀ ।୪।ଯହୁଂ ଯବନ ବଳ ଉଠିଲେ ଗଳଗାଜିମଛ ରାଜାର ସଇନି ପଳାଇଲେ ସର୍ବ ଭାଞ୍ଜି ।୫।ବୀରବାହୁର ସଇନି ତହିଂ କଲେ ଗୋଳଗୋଡ଼ାଇ ପିଟିଲେ ସେ ବିରାଟର ସନ୍ୟବଳ ।୬।ଅନେକ ସଇନି ଯେ ପଡ଼ନ୍ତେଣ ଦୃଷ୍ଟିକୋନ୍ତଂକର ମୁଖ ଚାହିଂ ବୋଲଇ ବିରାଟି ।୭।କୋନ୍ତେ ସମଦଣ୍ଡ ଭାଜିଲା ହୋଇଲି ନିରିମାଖିଶରୀର ନ ରହଇ ସନ୍ୟଂକର ହତ ଦେଖି ।୮।ପଳାବନ୍ତି ସଇନି ପୟେଡ଼ ଯେ କରିଭାଞ୍ଜି ପଳାବନ୍ତି ରଥ ଗଜ ଅଶ୍ୱ ଛାଡ଼ି ।୯।ବିରାଟ କୋନ୍ତେ ବଲ୍ଲଭ ଗ୍ରନ୍ଥିକାର ବାଜୀପାଳପାଞ୍ଚେହେଂ ରହିଛନ୍ତି ଅନଳ ବଟର ତଳ ।୧୦।ସନ୍ୟ ପଳାଇଲେ ଛିନ୍ନ ଯେ ବିଛନ୍ନେବାରବାହୁ ଥାଠ ଗୋଡ଼ାବନ୍ତି କୋପମନେ ।୧୧।ବିରାଟ କୋପକଲା ସଇନି ହତ ଦେଖିବିଶ୍ୱାସେ ଆଣିଲ ମୋତେ କୋନ୍ତେ ନୁଆରିଲି ରଖି ।୧୨।ଆବର ଥାଇଣ ମୁଂ କିସ କରିବଇଂ କୋନ୍ତେୟେହିକ୍ଷଣି ନାଶ ଯିବାଟି ନ ଯାଇ ରଖନ୍ତେ ।୧୩।ରଥ ତେଜ୍ୟାକରି ସେ ମଛଦେଶ ସାଇଂପଳାଇ ଲୋଡ଼ଇ ରାଜା ମନ୍ତ୍ରୀ ତୁଲେ ନାହିଂ ।୧୪।କଷ୍ଠୋର ଦେଖିଣ ସେ ଘୁଞ୍ଚିଲେ ଯୁଝେଷ୍ଟିନକୁଳ ଘେନିକରି ବାହୁଡ଼ିଲେ ନ ଚାହିଂଲେ ଲେଉଟି ।୧୫।ନକୁଳ ଯୁଝେଷ୍ଠି ଯେ ଯାଚକେଶ୍ୱର ମନ୍ତ୍ରୀୟେ ତିନିହେଂ ଘୁଞ୍ଚି ବନ ଗହନେ ପଶନ୍ତି ।୧୬।ବିରାଟ ପଳାବନ୍ତେ ଦେଖିଲା ସୂପକାରରହ ରହ ବିରାଟ ହୋ ଦେଖିବା ସମର ।୧୭।ୟେମନ୍ତ ସମୟେ ଯାଇଂ ବେଢିଲେ ସଇନିଅନେକ ଦୂରକରି ବେଢିଲେ ଶୁଭଇ ଘୋରଧୁନି ।୧୮।ସମୁଦ୍ର ଉଲ୍ଲୋଳ ପ୍ରାୟେ ଦିଶୁଅଛି ଥାଠଦେଖିଣ ଉଞ୍ଚସ୍ୱରେ ରୋବଇ ବିରାଟ ।୧୯।ବିସରି ବୋଇଲା ମୁଂ ଅଟଇ ବଡ଼ ପାପୀକୀଞ୍ଚେକ ମଲା କିମ୍ପା ମୁଂ ନ ମଲି ଅଦ୍ୟାପି ।୨୦।ଅଥବା ମରଣ ନୋହିଲା ଯେବେ ମୋତେୟେ କଷଣୁଂ ପାରି ମୁଂ ହୋଇବି କେମନ୍ତେ ।୨୧।ରାଜ୍ୟଭାର ତେଜି ନୋହିଲି କିମ୍ପା ଯୋଗୀ
ଆବର କି ମୋତେ ରାଜ୍ୟଭାର ଭୋଗୀ ।୨୨।
ୟେହାଂକର ପାପ ଆତ୍ମା ମୁଂ ଜାଣିଲଇଂ ହାଦେ
ପରରାଜ୍ୟେ ଆଣି ମୋତେ ଚିନ୍ତିଲେ ପରମାଦେ ।୨୩।
ମୋତେ ୟେହି ସମରେ ଯେ ପକାଇଲେ ପେଲି
ହେହାଂକୁ ତ ନୋହିବ ମାରନ୍ତା ବ୍ରାହ୍ମଣ ଜନ ବୋଲି ।୨୪।
ସଞ୍ଚୟେ ରାଜ୍ୟକୁ ମୋର ବଳାଇଲେ ଆଶ
ସୁଦୃଦପଣେ ପଡ଼ି ମୁଂ ହୋଇଲି ଝିଂଘାସ ।୨୫।
ବିରାଟ ବୋଇଲା ମୋତେ ଛାଡ଼ୁକିନା ଗୋସାଇଂ
ୟେ ଗହନ ଥାଠ ଦେଖି ମୋହୋର ବ୍ରତି ନାହିଂ ।୨୬।
ୟେଥୁ ବେଳେ ମୋତେ ଘେନିଯାଅ ଉଦ୍ଧାରି
ମଘଦେଶେ ମଛଦେଶେ ତୁମ୍ଭେ ହୁଅସି ଅଧିକାରୀ ।୨୭।
ଶୁଣ ହୋ ବିରାଟ ବଦୟନ୍ତି ବଲ୍ଲଭ
ଛତ୍ରୀବୃତ୍ତ କଥା ହାଦେ ବଡ଼ାଇ ଦୁଲଭ ।୨୮।
ସମର ଆରମ୍ଭ ଯେ କରିଅଛଇ ବୀରବାହୁ
ୟେମନ୍ତ ବେଳେ ଘୁଞ୍ଚିଲେ ବ୍ରତିବା ଆମ୍ଭେ କାହୁଂ ।୨୯।
ତୋତେ ମୋତେ ସର୍ବେ ଯେ ଦେଖୁଛନ୍ତି ବେଢି
ଆମ୍ଭର ଥାଠ ଥୋକାୟେ ଯାଆନ୍ତୁ ଅପସରି ।୩୦।
ୟେମନ୍ତ ବିଚାରନ୍ତେ କଟାଳିଲେ ସଇନି
ଭୀମସେନ ରହିଅଛି ବିରାଟକୁ ଘେନି ।୩୧।
ଧାତିକାରେ ବେଢିଲେ ଯେ ଲକ୍ଷେ ମୁକୁଟବନ୍ଧା ଯୋଧୀ
ଅବିଛନ୍ନେ ନାରାଜ ଯେ କରୁଛନ୍ତି ସନ୍ଧି ।୩୨।
ଭୀମସେନ ବୋଇଲା ହୋ ଶୁଣ ରାୟେ ମତ୍ସେ
ପୁରସରି ନ ଯିବୁ ତୁ ରହିଥାଅ ମୋର ପଛେ ।୩୩।
ୟେହିକ୍ଷଣି ସମଦଣ୍ଡ ବିଦାରିବି ରୋଳେ
ମାରିବି ଯବନବଳ ତୋହୋର ଅଙ୍ଗଛଳେ ।୩୪।
ବିନ୍ଧନ୍ତି ଯୋଦ୍ଧାୟେ ଯେ ଆକର୍ଣ୍ଣ ପୂରୋଇ
ନାରାଜ ଚୂର ହେଉଛି ଭୀମସେନ ଅଙ୍ଗେ ଯାଇଂ ।୩୫।
ପର୍ବତ ଉହାଡ଼େ ଥାଇ ଯେସନେକ ଜନେ
ବିରାଟ ନିଶ୍ଚିନ୍ତେ ରହିଲା ଭୀମସେନର ସନେ ।୩୬।
ଦେଖିଲେ କଷ୍ଠୋରେ ସଇନି ଯେ ହୋଇଲେକ ଭେଟ
କାଳାନଳ ମୃତ୍ତିଧରି ଉଠିଲା ଗରିଷ୍ଠ ।୩୭।
କାଳାନଳ ମୂର୍ତ୍ତି ଜାଣି ସେ ପବନର ବତ୍ସ
ଆକ୍ରୋଷିଣ ଭୀମସେନ ଉପାଡ଼ିଲା ଶାଳ ବେନିବୃକ୍ଷ ।୩୮।
ଅନ୍ତରୀକ୍ଷେ ଧରି ବୁଲାଇ ବୃକ୍ଷ ଉର୍ଦ୍ଧ୍ୱବାହୁ
ନିଶାପତିକି ଦେଖି ଯେହ୍ନେ କ୍ଷେପଇ ଶୂନ୍ୟେ ରାହୁ ।୩୯।
ସେହି ପ୍ରକାରେ ସେ ଦିଶଇ ବ୍ରିକୋଦର ମୃତ୍ତି
ପର୍ବତ ତଳେ ଯେହ୍ନେ ଦିଶନ୍ତି ବୃକ୍ଷପନ୍ତି ।୪୦।
ମନ୍ଦର ପର୍ବତ ଜାଣି ଭୀମସେନର କାୟେ
ବୀରବାହୁ ସନ୍ୟ ଦିଶିଲେ ଖର୍ପରୂପ ପରାୟେ ।୪୧।
କାଳଚକ୍ର ପାୟେ ଯେ ବୁଲାଇ ବେନିଡ଼ୋଳ
ଅଧର ବିକଟାଳ ଖାଂକର ଯାହାର ବାଳ ।୪୨।
ଯେସନେକ ଭଇରୋବ ଉଠଇ ଗଳଗାଜି
ରେ ରେ କାର କରି ହାକନ୍ତେ ପଳାଇଲେ ସର୍ବସନ୍ୟ ଭାଜି ।୪୩।
ଦଣ୍ଡ ଭାଞ୍ଜନ୍ତେଣ ବ୍ରିକୋଦର ଉଠି
ଶାଳବୃକ୍ଷ ବୁଲାଇଣ ଅନ୍ତରୀକ୍ଷେ ନେଇ ପିଟି ।୪୪।
ପୁଣ ପୁଣ ପ୍ରହାର କରଇ ବୀର ପରଚଣ୍ଡା
ସହସ୍ରେକ ରଥ ଭାଞ୍ଜି କଲାକ ମସୀଗୁଣ୍ଡା ।୪୫।
ରାଗେ ବୃକ୍ଷେକ ଧରିଣ ବୁଲାଇ ଭୀମସେନ
ଗଜ ଅଶ୍ୱ ଉପରେ ପିଟିଲା କୋପମନ ।୪୬।
ଭଲ ଭଲ ଦନ୍ତା ଯେ ମୟେମତ୍ତାମାନ
ହାଥରେ ଧରିଣ ରାଗେ ବୁଲାଇ ଭୀମସେନ ।୪୭।
ବେନିକରେ ବେନିଗଜ ବୁଲାଇ କୋପଭରେ
ପ୍ରହାର କରଇ ଭୀମସେନ ଯୋଦ୍ଧାଂକ ଉପରେ ।୪୮।
ବାତଘାତେ ଯେସନେ କଦଳୀ ବନ ଭାଞ୍ଜି
ସେହି ସାଦୃଶ୍ୟେ ଭୀମସେନ ଯବନ ବଳ ପଡିଲେ ନିମଜ୍ଜି ।୪୯।
ଅପ୍ରମିତ ସମର ଅଗୋଚର ଯହୁଂ
ଦେଖିଣ ଦୁରାନ୍ତକ ବଳ ଭାଞ୍ଜିଲେକ ତହୁଂ ।୫୦।
ଅନେକ ନାରାଜ ଯେ ବିନ୍ଧିଲେ ସର୍ବବୀର
ସମସ୍ତ ଚୁରଗଲା ମାରୁତି ଅଙ୍ଗର ।୫୧।
ଗଦା ମୁଦୁଗର ଯେ ତିମ୍ୱୁର ଚକ୍ର କାତି
ଭୀମସେନ ବାମଅଙ୍ଗେ ପଡି ସର୍ବେ ଚୂରହୋନ୍ତି ।୫୨।
କୋନ୍ତ ଜାଠି ଶକତି ଗୁରୁଜ ବାବଲ ଲାଂକିଆ
କେତେ କେ ମାରୁଅଛନ୍ତି କେ ଅନ୍ତକରୁ ତାହା ।୫୩।
ପର୍ବତ ଉପରେ ଯେହ୍ନେ ବରଷଇ ଜଳ
ଭୀମସେନ ଅଙ୍ଗେ ବାଜି ଶସ୍ରେ ପଡନ୍ତି ମହୀତଳ ।୫୪।
ନାରାଜ ନ ଭେଦଇ ଯେ ଭୀମସେନର ଅଙ୍ଗେ
ବିମୁଖେ ସମସ୍ତ ସଇନି ପଳାବନ୍ତି ରଣଭଙ୍ଗେ ।୫୫।
ବାସଭଗ୍ନେ ଯେସନେକେ ପଳାବନ୍ତି ପକ୍ଷୀ
ଭାଞ୍ଜିଲେ ପବନ ବଳ ହୋଇଲେ ନିରିମାଖି ।୫୬।
ଆମାନୁଷ୍ୟ କୃତ ଯେ କଲାକ ବ୍ରିକୋଦର
ଦ୍ୱାଦଶ ଯୋଜନ ପରିଯନ୍ତେ ପଡ଼ିଲା ପୟେଡ ।୫୭।
ରଥ ଗଜ ଅଶ୍ୱ ସଇନି ପାଦାନ୍ତି
ୟେକର ଉପରେ ପଡ଼ି ଆରେକ ନିମଜ୍ଜନ୍ତି ।୫୮।
ପଡ଼ିଲେ ସଇନି ଯେ ନିଶବଦ ହୋଇ
ରକତେ କର୍ଦ୍ଦନ ହୋଇଲାକ ରଣଭୂଇଂ ।୫୯।
ଦ୍ୱାଦଶ ଯୋଜନ ଦୀର୍ଘ ତିନି ଯୋଜନ ପ୍ରତି
ୟେତେ ଦୂର ମାଡ଼ିଣ ଯେ ପଡ଼ିଲେ ସଇନି ପାଦାନ୍ତି ।୬୦।
ରୋଧିରେ ବିଲେପନ ଯେ ଭୀମସେନର କାୟେ
ଦିଶଇ ଅଷ୍ଟାଙ୍ଗ ଯେ ମନ୍ଦାର ପୁଷ୍ୟ ପ୍ରାୟେ ।୬୧।
ଶତେ ପରାୟୁଧ ସନ୍ୟ ଆଣିଥିଲା ବୀରବାହୁ
ପଞ୍ଚ ପରାୟୁଧ ଘେନି ପଲାଇଲା ସେହୁ ।୬୨।
ଦନ୍ତରେ ତିରଣ ଯେ ଅଧରେଣ ଅଙ୍ଗୁଷ୍ଠି
ବାହାନ ତେଜ୍ୟା କରିଣ କେ ଚରଣରେ ଲୋଟି ।୬୩।
ନିର୍ଦ୍ଦୟା ନିରାକୁଳ ନିର୍ଭୟେ ନିରାପକ୍ଷଇ
ଶରଣ ବୋଇଲେ ସେ କ୍ଷଣେହେଂ ନ ରଖଇ ।୬୪।
ରୁଦ୍ର ଅବତାର ସେ ଜାଣିଣ ଭୀମସେନା
ବୀରବାହୁ ଦଣ୍ଡ ଭାଞ୍ଜିକଲା ସର୍ବ ଚୂନା ।୬୫।
ଗୋଡ଼ାଇ ବ୍ରିକୋଦର ଆ ଆରେ ବୀରବାହୁ
କାହିଂକି ପଳାଇଅଛୁ ପଛେ ଗୋଡ଼ାଇଅଛି ରାହୁ ।୬୬।
ଆରେ ଲେଉଟା କରି ତୋର ରୁହାଇ କିନା ହୟେ
ନିସତ ହୋଇଲେ କି ରହିବ ତୋର କାୟେ ।୬୭।
କଟାଳ ଦେଖିଣ ସେ ସହସ୍ରେକ ଯୋଦ୍ଧା ତୁଲେ
ନବନିଶି କୋନ୍ତ ଘେନି ସେ ୟେକମୁଖେ ରହିଲେ ।୬୮।
ଭୀମସେନ ନିପାତ କଲାକ ତାହାର ତେଜ
ସହସ୍ରେ କୋନ୍ତ ଘେନି ଯେ ମାଇଲା ମହାରାଜ ।୬୯।
ମହାତେଜ ଦେଖି ମାରୁତି ପାଡ଼ିଲା ବାମଅଙ୍ଗ
ସମସ୍ତ କୋନ୍ତେ ପଡ଼ି ହୋଇଲେକ ଭଙ୍ଗ ।୭୦।
ଶହସ୍ର ବିଅର୍ଥେ ଯେ ରହିଲେ ସର୍ବେ ଘୁଞ୍ଚି
ବ୍ରିକୋଦର ବୋଇଲା ରେ ହୋଇଲୁ ନିରିମାଖି ।୭୧।
କାଳଚକ୍ର ପ୍ରାୟେ ଭୀମ ବୁଲାଇ ବେନିଆଖି
ଯୋଦ୍ଧାୟେ କିଂକର ହୋଇଲେ ତାହାକଇଂ ଦେଖି ।୭୨।
ଚନ୍ଦ୍ର ଦେଖି ରାହୁ ଯେହ୍ନେ ପଡୁଥାଇ ମାଡ଼ି
ଭୀମସେନ ପିଟିଲା ଯେ ଲୋହଦଣ୍ଡ କାଢି ।୭୩।
ଯୋଦ୍ଧାଂକର ଶିରରେ ଯେ ପଡ଼ିଲା ଲୋହଦଣ୍ଡ
ଅଶ୍ୱମାନେ ଶୁଅନ୍ତି ହୋଇଣ ବେନିଖଣ୍ଡ ।୭୪।
ନିସତ ହୋଇଣ ଛତ୍ରୀ ଦନ୍ତେ ଘେନନ୍ତି ତିରଣ
ମୁଖେ ଅଙ୍ଗୁଷ୍ଠ ଲାଇ ଫୁକାରନ୍ତି ଶରଣ ।୭୫।
ପ୍ରଣପତ୍ୟ ହୋୟେ ଯେହୁଂ ତାକୁ ମାରଇ ପାଦଘାତେ
ପଳାନ୍ତା ଯୋଦ୍ଧାକୁ ସେ ପ୍ରହାର କରଇ ମୁଖେ ।୭୬।
ସହସ୍ରେ ଯୋଦ୍ଧା ତାହାର ସମସ୍ତେହେଂ ସାଖା
ପଡ଼ିଲେ ନିବୁଜାଇ ହୋଇଣ ନିରେଖା ।୭୭।
ମୂଷଳେକ ଘେନିଣ ସେ ନୃପତି ବୀରବାହୁ
ଭୀମସେନ ଉପରେ ପିଟିଲାକ ସେହୁ ।୭୮।
ଦେଖିଣ ବ୍ରିକୋଦର ତାହା ଧଇଲା ବାମହାଥେ
ହୃଦଗତେ ତାହାକୁ ମାଇଲା ପାଦଘାତେ ।୭୯।
ପଡ଼ନ୍ତେଣ ମୁଥେକ ପ୍ରହାର କଲା ତୋଳି
ବୀରବାହୁର ଗାତ୍ର ୟେ ହୋଇଲାକ ଧୂଳି ।୮୦।
ରାଜାର ପଡ଼ନ୍ତେଣ ଯେ ଅପାର ରଥୀ ଥିଲେ
ନିଜ ଭୂମି ଛାଡ଼ି ସେ ବନସ୍ତେ ପଶିଲେ ।୮୧।
ଶୁଣ ହୋ ରାଜନ ଭୀମସେନ ଚଳଇ ବିରାଟକୁ ଘେନି
ଆସିଣ ଭେଟିଲେ ସେହୁ ଆପଣା ସଇନି ।୮୨।
ମାଡ଼ିଣ ବସିଲେ କଳପି ରାଜ୍ୟଭାର
ଅନେକ ଧନ ଭଣ୍ଡାର ତାହାର କଲେ ଜୂର ।୮୩।
ଶ୍ୱେତନାମେ ବିରାଟର ଅଟଇ କନିଷ୍ଠ ପୁତ୍ର
କଳ୍ପ ରାଜ୍ୟେ ତାହାକୁ ଧରାଇଲେ ଦଣ୍ଡଛତ୍ର ।୮୪।୬୫୬୨।
ଉତ୍ତରର ଜୟ ବାର୍ତ୍ତା ଶୁଣି ବିରାଟର ଆନନ୍ଦ ଓ ଯୁଧିଷ୍ଠିରଙ୍କର ମସ୍ତକରୁ ରକ୍ତପାତରଥ ଗଜ ଅଶ୍ୱ ତାକୁ ଦିଲେକ ବହୁତୟେମନ୍ତର ସମୟେ ନେଇ ବାରତା ଦିଲା ଦୂତ ।୧।ସ୍ୱାମୀ ଦଣ୍ଡଭଗ୍ନ ହୋଇଣ ଯେ ତ୍ରିଗର୍ତ୍ତେଶ୍ୱର ଗଲାଦ୍ରିଯୋଧନ ଅଗ୍ରତେ ଯାଇ ସବୁ ବାରତା କହିଲା ।୨।ସ୍ୱାମୀ ଶରଣପଞ୍ଜର ବାନା ଅଟଇ କୁରୁପତିମତ୍ସଦେଶକଇଂ ବାହିଲା ରାଜା ମାନଚକ୍ରବ୍ରତୀ ।୩।ରାଜା ରାଜ୍ୟେ ନାହିଂ ବୋଲି ସେ ବାରତା ପାଇଲାରାଜ୍ୟକୁ ନୁଆସି ତେଣେ ଗୋଧନ ହରିନେଲା ।୪।ଶୁଣିଣ ବିରସ ଯେ ହୋଇଲେ ବିରାଟଭୀମସେନ ବୋଇଲାରେ ଲେଉଟାଅ ବେଗେ ଥାଠ ।୫।ଶ୍ୱେତ କୁମାରକୁ କଳ୍ପିରାଜ୍ୟେ ଥୋଇଆସଇ ମତ୍ସାଧିପ ଥାଠ ଯେ ଚଳାଇ ।୬।ପବନହୁଂ ବେଗେ ଥାଠ ଚଳାଇ ଭୀମସେନମୋହୋ ଯିବାଯାୟେ ନପୁଣ ନଥାଇ ଦ୍ରିଯୋଧନ ।୭।ୟେତେକ ପୁଣ୍ୟ କାହିଂ ଅବା କରିବି ଇହଜନ୍ମେଭେଟିକି କି କଉରୋବ ବଳ ଆଜଇ ସାଂଗ୍ରାମେ ।୮।ନିଜର ଦେଶେ ରାଜା ଯାଇଂ ପ୍ରବେଶ ତଡ଼ତିପୁଣ ଦେଶାଉରେ ନେଇ ବାରତା କଲେ ଧାତି ।୯।ସ୍ୱାମୀ ଦ୍ରିଯୋଧନ ରାଜା ଗୋଧନ ନିଅନ୍ତେଣ ହରିଉତ୍ତର କୁମାର ୟେକା ଗଲାକ ରଥେ ଚଢି ।୧୦।ଶୁଣି ବିରସ ଯେ ହୋଇଲେ ବିରାଟଉତ୍ତର ପ୍ରାକ୍ରମେ କି ଜିଣିବ କୁରୁଥାଠ ।୧୧।କୋନ୍ତେ ପଚାରିଲେ ସେ ଗଲା କି ୟେକାଙ୍ଗେଅଥବା କାହାକୁ ସେ ଘନିଗଲା ସଙ୍ଗେ ।୧୨।ଡଗର ବୋଇଲା ସ୍ୱାମୀ ନପୁଂସକ ବୃହନ୍ନାରୀତାହାକଇଂ ଘେନିଗଲା ସେ ରଥେ ସାରଥି କରି ।୧୩।କୋନ୍ତେ ବୋଇଲେ ହୋ ରାଜା ନ ଭାଳନି ଆଉ ଚିତ୍ତେଉତ୍ତରକୁ ପ୍ରମାଦ ନାହିଂ ୟେ ବୃହନ୍ନାରୀ ଥାଆନ୍ତେ ।୧୪।ବଲ୍ଲଭ ଥାଠ ଯେ କଢାୟେ ବେଗ ବେଗସମସ୍ତ ପଛକରି ଭୀମସେନ ହୋଅଇ ଆଗ ।୧୫।ଭୀମସେନଂକ ଆଗମନ ବାରତା ୟେ ଶୁଣିଅର୍ଜୁନ ବିଚାରଇ କଉରୋବେ ମରିବେ ୟେହିକ୍ଷଣି ।୧୬।ଜୀବନ୍ୟାସ ଶରେକ ଯେ ପେଷିଲେ କିରୀଟିଜୀବଦାନ ପାଇଣ ଯେ କଉରୋବେ ସର୍ବେ ଉଠି ।୧୭।ରୟଣୀ ପ୍ରଭାତେ ଚେତନା ପାଇଲେକ ବଳସମସ୍ତ ପାଲଟ ଦେଖି ଉପୁଜିଲା ମହାଗୋଳ ।୧୮।କେ ବୋଲଇ ମୋହୋର ମୁକୁଟ କେହୁ ନେଲାକେ ବୋଲଇ ରତ୍ନହାର କେ ମୋହୋର ଚୋରିକଲା ।୧୯।କେ ବୋଲଇ ମୋହୋର ଗଦା ଧନୁ ନାହିଂପାଦାନ୍ତି ହୋଇ ରଥୀ ହୋଇଲି କିଂପାଇଂ ।୨୦।କେ ବୋଲଇ ମୋହୋର ନାସା ଶ୍ରବଣ ଛେଦିଲାକେ ବୋଲଇ ମୋହୋର ଶରୀର ବିଦାରିଲା ।୨୧।ଭୀଷ୍ମେ ବୋଇଲେ ହୋ ନ କଲ ଆମ୍ଭର ଯେ ବୋଲକାଳେ ଫଳିଲା ତୁମ୍ଭଂକୁ ନୋହିଲା କିଛି ଭଲ ।୨୨।ୟେହେନ୍ନେକ ବିଡ଼ମ୍ୱଣ କଲାକ ଫାଲଗୁନିପଳାଅ ୟେବେ ସମସ୍ତେ ନିଲ୍ଲଜ ଆତ୍ମା ଘେନି ।୨୩।ଦ୍ରୋଣଂକର ଅଗ୍ରତେ ଶଲ୍ୟେ ଯେ ବୋଇଲେଧର୍ମେଣ ଅର୍ଜୁନ ସବୁଂକରି ଶିର ନ ଛେଦିଲେ ।୨୪।ଶକୁନି ବୋଇଲା ହୋ ମଲେ ଭଲ ହୁଅନ୍ତାମରଣୁଂ ଅଧିକ ହୋଇଲା ଯେ ଚିରାଞ୍ଚନା କଥା ।୨୫।ଭୀଷ୍ମେ ବୋଇଲେ ୟେବେ ପଳାଅ ବହନସମ୍ପୋଡ଼େ ମାରିବଟି ଆସୁଅଛି ଭୀମସେନ ।୨୬।କେଶବାସ ଅସମ୍ଭାଳେ ପଳାବନ୍ତି ସଇନିଯାନ ବାହାନ ଚଢି ଯେ ନୁଆରନ୍ତି ଶସ୍ରଘେନି ।୨୭।ଗଜେ ପଳାବନ୍ତେ ମାଡ଼ିଗଲେ ପାଦାନ୍ତିରକତ ମାୟେଂସେ କର୍ଦ୍ଦନ ହୋଇଲାକ ପୃଥୀ ।୨୮।ୟେଥୁ ଅନନ୍ତରେ ହୋ ଶୁଣିବା ବାକ୍ୟରସମହାଭାରଥ ଶୁଣନ୍ତେ ଯେ ଦୁରିତ ହୋୟେ ଧଂସ ।୨୯।ଅପୁତ୍ରିକମାନେ ପୁତ୍ର ପାବନ୍ତି ବସନ୍ତି ସ୍ୱର୍ଗବାସହେ ସୁଗ୍ୟଂଜନମାନେ ଶ୍ରବଣେ ଶୁଣି ହୃଦେ ୟେହା ଘୋଷ ।୩୦।ଦାରୁକକୁ ହକାରି ବିନୟେ ବୋଲନ୍ତି ଫାଲଗୁନିଦ୍ୱାରିକାପୁରକୁ ଯାଅ ଯା ୟେବେ ନନ୍ଦିଘୋଷ ରଥ ଘେନି ।୩୧।ସମସ୍ତ ବାରତା କହ ଶ୍ରୀହରିଂକ ଆଗେଜିଣିଲି କଉରୋବନ୍ତ ମୁହିଂ କୃଷ୍ଣଂକ ଅନୁରାଗେ ।୩୨।ଚଳଇ ଦାରୁକ ୟେ ନନ୍ଦିଘୋଷ ରଥ ଘେନିଧନୁତ୍ରୋଣ ଶମୀକ୍ରୋଟେ ଥୋଇଲେ ଫାଲଗୁନି ।୩୩।ସ୍ତିରୀବେଶ ଅଳଂକାର ପୁଣିହିଂ ଅର୍ଜନ ଅଙ୍ଗେ ଭରିତିନି ଦିନକଇଂ ଭ୍ରାନ୍ତିକି ରୂପ ବୃହନ୍ନାରୀ ।୩୪।ବୀରବେଶ ଅଳଂକାର ଶ୍ରୀକୃଷ୍ଣାର ସୁତଅର୍ଜୁନ ପାଦପଦ୍ମେ ବିନୟେ ଭଗତ ।୩୫।ସ୍ୱାମୀ ରଥୀର ପଣେ ମୋହୋର ରଥେ ବସିବେ ଇଚ୍ଛାନାହିଂଶରୀର କମ୍ପଇ ମୋହୋର ତୋହୋର ରୂପ ଚାହିଂ ।୩୬।ଅର୍ଜୁନ ବୋଇଲା ଭ୍ରାନ୍ତି ନ କରସି କିଛିଅଗ୍ୟାଂତବାସ ଆବର ବେନି ଦିବସ ଅଛି ।୩୭।ଉତ୍ତର କୁମାର ରଥୀ ଅର୍ଜୁନ ସାରଥିଶମୀବୃକ୍ଷ ତଳରୁ ଯେ ଚଳନ୍ତି ତଡ଼ତି ।୩୮।ଅର୍ଜୁନ ଆଦେଶେ ଦାରୁକ ଗଲା ବେଗେନନ୍ଦିଘୋଷ ଘେନି ପ୍ରବେଶ ରାମକୃଷ୍ଣ ଆଗେ ।୩୯।ସାଂଗ୍ରାମ କଥା ସବୁ କହଇ ସଞ୍ଚପିୟେକା ଅର୍ଜୁନକେ କଉରୋବେ ବଳଯାକ ବ୍ୟାପି ।୪୦।ଅଷ୍ଟାଦଶ କ୍ଷଉଣୀ ଯେ ଭୀଷ୍ମ ଦ୍ରୋଣଂକର ମୂଳେସବୁନ୍ତି ଧଂସିଲା ପାର୍ଥ ରଣ କୁତୂହୋଳେ ।୪୧।ଶୁଣି କୃତକୃତ୍ୟ ୟେ ତୁଳୁସାର ବଲ୍ଲଭହୃଦଗତେ ବିସ୍ମୟ ହୋଇଲେ ପ୍ରଭୁ ବଳଦେବ ।୪୨।ନନ୍ଦିଘୋଷ ଚାହିଂ ହରି କରନ୍ତି ଧନି ଧନିୟେ ରଥେ ବିଜେ ମୋହୋର କଲାକ ଫାଲଗୁନି ।୪୩।ଆହୋ ଚଇତନ ସମଦଣ୍ଡ ଘେନିଣ ଚଳଇ ବିରାଟମଘ ମତ୍ସଦେଶେ ପ୍ରବେଶ ହୋଇଲାକ ନିଜ ଥାଠ ।୪୪।ଚାରଗଣେ ବାରତା ଜଣାଇଲେ ରାୟେସ୍ୱାମୀ ଜଗତେ ଉଦିତ ହୋଇଲେ ତୋହୋର ତନୟେ ।୪୫।ସ୍ୱାମୀ ଅଷ୍ଟାଦଶ କ୍ଷଉଣୀ ଯେ ୟେ କୁରୁ ସାଗରତାହା ଜିଣିମାକୁ ହୋ ସାମର୍ଥ ହୋଇଲା ତୋହୋର କୁମର ।୪୬।ବିରାଟେ ବୋଇଲେ ହୋ ପୁତ୍ର ମୋର ସାଧୁୟେକାୟେ କେମନ୍ତେ ମନ୍ଥିଲୁ ରେ ବାରାନିଧି ସିନ୍ଧୁ ।୪୭।କୋନ୍ତେ ବୋଇଲେ ବିରାଟେ ବୃହନ୍ନାରୀ ସାରଥୀ ଯାହାର ରଥେତାହାକୁ ଜିଣିମାକୁ ସାମର୍ଥ କେ ୟେ ତିନି ଜଗତେ ।୪୮।ଶୁଣିଣ କୋପ ଯେ କରଇ ବିରାଟଓଷ୍ଠେ ଦନ୍ତ ଚାପିଣ ଅଧର କଲା ପୁଷ୍ଟ ।୪୯।ଆପଣେ ଆପଣେ ମତ୍ସରାୟେ କ୍ରୋଧ ମୃତ୍ତି କରଇ ଶାନ୍ତିଓପ୍ରୋଧେଣ କିଛି ବୋଲି ନୁଆରି ମନେ କରଇ ଭ୍ରାନ୍ତି ।୫୦।ବିଜୟେ ମତ୍ସରାୟେ ଆସ୍ତାନେ ହରଷେସନ୍ୟବଳ ଗଲେ ଯେ ଯାହାର ଗୃହବାସେ ।୫୧।ରୋଷୁଅ ଘରକୁ ଯେ ଚଳିଲେ ବଲ୍ଲଭରାନ୍ଧଣା ବିଧି ସେ ଯେ କରଇ ସୁଲଭ ।୫୨।ବାଜୀଶାଳେ ଯାଇଂଣ ସେ ପ୍ରବେଶ ନକୁଳଗୋଧନ ପଲ ଘେନିଣ ରହିଲେ ତନ୍ତ୍ରୀପାଳ ।୫୩।ବିରାଟ ବୋଇଲା ମୁଣୋହି ସାରିବା ପରିଯନ୍ତେପଶାପୀଢେ ଆସ ହୋ ଖେଳିବା ତୋଷ ଚିତ୍ତେ ।୫୪।ବଦନ୍ତି ସଧୀରେ ଇଦଂବାଚ ଆପଣେ ଦେବଧର୍ମେପୁତ୍ର ତୋହୋର ଉଦିତ ହୋଇଲା ସାଂଗ୍ରାମେ ।୫୫।ଉଚ୍ଛବ କରାଇବୁ ହାଦେ ମଘଦେଶେ ମତ୍ସଦେଶେପଶା ଉଚିତ ନୋହୋଇ କିଞ୍ଚିତ ହରଷେ ।୫୬।ବିରାଟ ବୋଇଲା ମୋତେ ନ ଭାବଇ ଆନଆଜ ସେ ନିଚିନ୍ତ କଲା ଯେ ମୋହୋର ନାନ ।୫୭।ୟେବେ ସେ ମଘଦେଶ ହୋଇଲା ମୋତେ ଭୋଗୀସର୍ବ ସୁଲକ୍ଷଣ କୁମର ହୋଇଲା ପରମ ଯୋଗୀ ।୫୮।କାଟ କୋଠି ବୋଲି ରାୟେ ପକାଇ ଦିଲେ ଖଡ଼ିପ୍ରଭୁ ଲୋକଂକର ଆଗ୍ୟାଂ ମେଣ୍ଟିତେ କି ପାରି ।୫୯।ଶ୍ରୀଭୁଜେଣ ଖଡ଼ି ଧରିଣ ଧର୍ମସୁତେପଶାକୋଠି କାଟନ୍ତି କୋନ୍ତେ ୟେ ପଣ୍ଡିତେ ।୬୦।ଦ୍ୱାଦଶ କୋଠି ଯେ ତ୍ରିକଚ୍ଛ କରିଣ କାଟିବିରାଟ ପାଡ଼ିଲେ ୟେ ପଶା ସାରଗୋଟି ।୬୧।ବସିଲେ ପଶାୟେ ଯେ ବିରାଟ ଧର୍ମରାୟେଅତିଅନ୍ତ ହରଷେ ସେ ପଶାକ୍ରୀଡ଼ା କୟେ ।୬୨।ଦେଶାଉରେ ଯାଇଂ ବାରତା ଜଣାଇଲେ ଆସ୍ତାନେସ୍ୱାମୀ ଦଣ୍ଡଭଗ୍ନ ହୋଇ ପଳାଇ ଗଲେ କଉରୋବେ ସନ୍ୟମାନେ ।୬୩।ଗୋଗୋଷ୍ଠେ ନେଇ ଯେ ଛାଡିଲେନି ନିଜ ଗୋଧନ ପଲଅଳକାନାଥ ପ୍ରାୟେ ଆସଇ ଉତ୍ତର କୁମର ।୬୪।ନଗ୍ରେଣ ପ୍ରବେଶ ଯେ ହୋଇଲେ ଚାପଧାରୀମାତଳି ସମାନେ ରଥ ବାହଇ ବୃହନ୍ନାରୀ ।୬୫।ବିରାଟ ବୋଇଲେ କୋନ୍ତେ ପୁତ୍ର ମୋହୋର ଧନିୟେକାନ୍ତେ ଜିଣିଲା ଭୀଷ୍ମ ଦ୍ରୋଣ କଉରୋବ ସଇନି ।୬୬।କୋନ୍ତ ବୋଇଲେ ବିରାଟେ ବୃହନ୍ନାରୀ ଯାହାର ରଥେ ସାହାତ୍ରଇଲୋକର ମଧ୍ୟେ କେହୁ ଜିଣିତେ ପାରଇ ତାହା ।୬୭।ଶୁଣିଣ ବିରାଟ ଯେ କୋପେଣ ପ୍ରଚଣ୍ଡରାଗେଣ ମତ୍ସାଧିପର ଗଳଇ ତ୍ରିପଣ୍ଡ ।୬୮।ରକତ କୁମୁଦ ପ୍ରାୟେ ବିରାଜଇ ବେନିନେତ୍ରବଦନ ଚାହିଂଣ ପୁଣ ଉପ୍ରୋଧ ବହୁତ ।୬୯।ଖେଡ଼ନ୍ତି ପଶା ସେ ୟେ ଅତୀୟ କୁତୂହୋଳେବଢିଲା ଅନେକ ହରଷ ଜିଣିଲେ ମହୀପାଳେ ।୭୦।ବିଜୟେ ଉତ୍ତର କୁମାର ଭିତର କଟକେପୁଣ ବାରତା ଯାଇଂ କହିଲେ ଦୂତଲୋକେ ।୭୧।ସ୍ୱାମୀ ଉତ୍ତର କୁମାର ତୋର କଉରୋବ ବଳ ଜିଣିଦ୍ୱାରେ ପ୍ରବେଶ ଆସି କାର୍ତ୍ତିକେଶ୍ୱର ଜାଣି ।୭୨।କୋନ୍ତେ ବୋଇଲେ ବିରାଟେ ବୃହନ୍ନାରୀ ଯାହାକଇଂ ସାହାତ୍ରଇଲୋକେ ସାମରଥ କେ ଜିଣିତେ ପାରେ ତାହା ।୭୩।ୟେହୁ ଅବା ଅଟଇ ଯେ ସେ ମାନଗୋବିନ୍ଦବୃହନ୍ନାରୀ ଥିଲେ ଜିଣି ପାରଇଟି ଅସକନ୍ଦ ।୭୪।ପୁଣ ପୁଣ ଶିଲାଘନା ବଚନ କୋନ୍ତଂକର ଶୁଣିରାଗେଣ କମ୍ପିଲା ଶରୀର ବିରାଟର କଦଳୀ ପତ୍ର ଜାଣି ।୭୫।ଅଷ୍ଟାଙ୍ଗ ବାକ୍ୟେ ସେ ଓପ୍ରୋଧ କଲା ତେଜ୍ୟାରାଗେଣ ପ୍ରତିବାକ୍ୟ ଦିଅଇ ମତ୍ସରାଜା ।୭୬।ଆହୋ କୋନ୍ତ ପଣ୍ଡିତ ତୁ ଅଟୁ ବଡ଼ ଲଘୁନପୁଂସକ ଛାରକୁ ତୁ କେତେହେଂ ଶଳାଘୁ ।୭୭।ରାତ୍ର ପ୍ରଭାତେ ହୋ ଚାହିଂଲେ ଯାହାର ମୁଖଦିନକର ସୁକୃତ ହରଇ ମିଳଇ ବଡ଼ ଦୁଖ ।୭୮।ମୋହୋର ନନ୍ଦନର ବଳବୀର୍ଯ୍ୟ ଧଂସୁନପୁଂସକ ଛାରକୁ ତୁ ପ୍ରତଗ୍ୟାଂ ଅଭ୍ୟାସୁ ।୭୯।ଅଜାତକ ଲୋକକୁ ନ ନେଇ ଯାତ୍ରାକାଳେକାହାକୁଇଂ ନ ପାଇ ସେ ନେଲା ଆରତର ବେଳେ ।୮୦।ରଥରେ ଥିଲାକ ସେ ଲାଖମାତ୍ର ହୋଇପୁତ୍ର ବଳବୀର୍ଯ୍ୟ ମୋର ନିନ୍ଦୁ କାହିଂପାଇଂ ।୮୧।କୋନ୍ତେ ବୋଇଲେ ରାଜା ନ ଜାଣି କହୁ ହୁଡ଼ିସିଂଘ ଶ୍ରିକାଳ କି ହୋଇବେ ସମସରି ।୮୨।ଯଦ୍ୟପି ନପୁଂସକ ହୋଇଲା ଅଜାତିବୃହନ୍ନାରୀ ଦର୍ପେ ସେ ଜିଣିଲା କୁରୁପତି ।୮୩।ଆହୋ ବିରାଟ ଭୀଷ୍ମ ଦ୍ରୋଣ ଶଲ୍ୟ କୃପ ଅଶସ୍ତାମା ଯାହାକଇଂ ସାହାଉତ୍ତର ପ୍ରାକ୍ରମେ କି ଜିଣିତେ ହୋଅଇ ତାହା ।୮୪।କହୁଂ କହୁଂ କୋପକଲା ବିରାଟ ମହାପ୍ରଭୁଅଧର ପୁଷ୍ଟକରି ବୋଇଲା ୟେବେ ସେ ତାହି ତାହି ମୋତେ କହୁ ।୮୫।କାଳଚକ୍ର ପ୍ରାୟେକ ବୁଲାଇ ରକତ କୁମୁଦ ବେନିଦୃଷ୍ଟିକୋପେ ବିରାଟେଶ୍ୱର ନେଇ ମାଇଲା ପଶାକାଠି ।୮୬।ଆକ୍ରେଷି ପଶାକାଠି ପ୍ରହାର କରନ୍ତେ ବିରାଟେପଶାକାଠି ବାଜିଲା ଯାଇଂ କୋନ୍ତଂକ ଲଲାଟେ ।୮୭।ଶ୍ରୀବନ୍ତ କପାଳେ ଯେ ପଡ଼ିଲା ପଶାରକାଠିରୋଧିର ବାହାର ହୋଇଲା ଯୁଝେଷ୍ଠିଂକ କପାଳ ଫୁଟି ।୮୮।ଧାତିକାରେ କପାଳୁ ରୋଧିର ଯହୁଂ ଗଳିବସ୍ରେଣ ରୋଧିର ଦେବ ଧଇଲେ ସମ୍ଭାଳି ।୮୯।ମନେଣ ବିଚାରନ୍ତି ଯୁଝେଷ୍ଠି ରାଜଦେବନପୁଣ ନ ଦେଖନ୍ତି ନକୁଳ ଭୀମ ସହଦେବ ।୯୦।ଦେଖିଲେ ପରମାଦେ ଯେ କହିବେ ପରମାଣବିରାଟ ଶିର କମଳ ଯେ କାଟିବେ ୟେହିକ୍ଷଣ ।୯୧।ସ୍ୱାମୀ ଜଗନ୍ନାଥ ଅନୁଗ୍ରହ ମୋତେ କରସହଦେବ ନକୁଳ ଅର୍ଜୁନ ନ ଦେଖୁ ବ୍ରିକୋଦର ।୯୨।ସୟଳ ଜନତାରଣ ତୁ ସକଳ ଜନଚିନ୍ତାୟେ ଦୁର୍ଗତିରୁ ନାଥ ତୁହି ସେ ରଖନ୍ତା ।୯୩।ଶୁଣ ହୋ ଚଇତନ ଯୁଝେଷ୍ଠିଂକ ମହିମାଂଅଯାତଶତ୍ରୁ ସେ ଯେ ଅଣହାତ କୋପିତ ମହିଂମା ।୯୪।ୟେତେ କଷ୍ଠୋରେ ବିରାଟକୁ କୋପ କେବେହେଂ ତାହାଂକର ନାହିଂପାଡ଼ ହୋ ବିରାଟ ବୋଲି ପଶାସାର ଦିଲେ ବାହି ।୯୫।ଯୁଝେଷ୍ଠିଂକ ରୋଧିର ଯେବେ ପଡ଼ନ୍ତାନା ପୃଥୀସଞ୍ଚୟେ ଶସ୍ୟ ନ ଫଳନ୍ତା ୟେ ନବସୃଷ୍ଟି ।୯୬।ମେଘେ ବୃଷ୍ଟି ସେ ଯେ ନ କରନ୍ତେ ଭଲେଜଳ ପ୍ରଳୟେ ହୋଅନ୍ତା କୋନ୍ତଂକର କୋପକଲେ ।୯୭।ବିରାଟ କୋପକଲା ମାଇଲା ପଶାୟେପୂର୍ବକର୍ମ ବିଧାନ ମେଣ୍ଟିଲା ଉପାୟେ ।୯୮।ଯୁଝେଷ୍ଠି କୋପ ଯେବେ କରନ୍ତେ ଅଳପମଘଦେଶ ମତ୍ସଦେଶର ସରନ୍ତା ସର୍ବଦର୍ପ ।୯୯।ବଇବସୁତ ମନୁୟେ ପୁଚ୍ଛାକଲେ ଅଗସ୍ତିଂକିୟେହେନ୍ନେକେ ପ୍ରାଭବ କିମ୍ପେ ହୋଇଲା ଯୁଝେଷ୍ଠିଂକି ।୧୦୦।ଅଜାତଶତ୍ରୁ ସେ ଅଣକୋପିତ ଧର୍ମରାୟେଶତ୍ରୁ ମିତ୍ର ଯାହାକୁ ୟେକତ୍ୱ ପରାୟେ ।୧୦୧।ପାପ ନାହିଂ ମିଥ୍ୟା ନାହିଂ ଯେଉଂଣ ମହାତମାର ଅଙ୍ଗେତାହାଂକୁ ୟେଡେ ପ୍ରମାଦ ହୋଇଲା କେଉଂଣ ବାଗେ ।୧୦୨।ଅଗସ୍ତି ବୋଇଲେ ତୁମ୍ଭେ ଶୁଣ ମହାରଥାକର୍ମେ ଲେଖନ ଥିଲେ ଅବଶ୍ୟ ବିହଇ ବିଧାତା ।୧୦୩।ଶତଶୃଙ୍ଗ ପର୍ବତେ ଯୁଝେଷ୍ଠି ଜନ୍ମିଲେ ଯେତେବେଳେଗହନ ଅଟବ୍ୟ ୟେ ଭ୍ରମନ୍ତି ବାଳକାଳେ ।୧୦୪।ଲାଖକୁ ହାଥସୂତ୍ର ହୋଇବାକ ନିମନ୍ତେଗୋଡ଼ି ଗୋଟିୟେ ଘେନି ଫିମ୍ପା ମାରନ୍ତି ଅନୁବ୍ରତେ ।୧୦୫।ଦିନେକ ଆକ୍ରେଷି ଯେ ମାଇଲେ ଗୋଡ଼ିଗୋଟିଦର୍ଦ୍ଦୁର ଜୀବ ଲଲାଟେ ପଡ଼ି ଲଲାଟ ଗଲା ଫୁଟି ।୧୦୬।ସେହି ପ୍ରହାରେ ଯେ ନାଶ ଗଲାକ ମଣ୍ଡକୀପ୍ରାଣ ଘେନିଗଲେ ତାହାର ନାଶକର ତହିଂକି ।୧୦୭।ଚିତ୍ରଗୁପତେ ବୋଇଲେ ୟେ ଅପାର କାଳ ବ୍ରତନ୍ତା ଭୋଗୀଯୁଝେଷ୍ଠିଂକ ପ୍ରହାରେ ୟେ ହୋଇଲା ପ୍ରାଣତ୍ୟାଗୀ ।୧୦୮।କୃତାନ୍ତକ ବୋଇଲା ଅଦୋଷେ ୟେ ଘେନିଲା ୟେହାର ପ୍ରାଣଗୋଟିତାହାର ଲଲାଟେ ପଡିବ ବିରାଟର ପଶାକାଠି ।୧୦୯।ୟେସନେକ ଶାପ୍ୟ ଯହୁଂ ଦିଲେ ଜନ୍ତୁ ଅଇରିତେଣୁକରି ଯୁଝେଷ୍ଠିଂକ ଲଲାଟେ ବିରାଟ ପ୍ରହାରି ।୧୧୦।ଜୟତୁ ଜୟତୁ ଦେବ ପୁରୁଷଂମକର ଆଦିମୂଳବିହନ୍ତା ପୁରୁଷ ତୁ ବିହୁ ସର୍ବକାଳ ।୧୧୧।ଯେ ଯାହା କରଇ ତୁ ପ୍ରତକ୍ଷେ ତାହା ଦେଖୁତତକ୍ଷଣେ ବିହୁ ତାକୁ କ୍ଷଣେହେଂ ନ ରଖୁ ।୧୧୨।ମାତା ରଜ ପିତା ବୀର୍ଯ୍ୟରେ ସେ ଯେ ଉପୁଜଇ ପିଣ୍ଡଧାତୁବାଦ୍ୟ ଲାଇ ତୁ କରୁ ସର୍ବ ରୁଣ୍ଡ ।୧୧୩।ଅଥବା ପର ଶକତି କରଇ ଯେହୁ ନିନ୍ଦାୟେକ ଲିତା ଅନ୍ତର ନୋହୋଇ ନିଜପାୟେ ବନ୍ଧା ।୧୧୪।ଯାବତ ତପନ ତାପ ହୋଇବ ପରମ ଶୀତଳପରମ ବ୍ରହ୍ମ ଘେନି ୟେ ପଞ୍ଚୁ ଦାବାନଳ ।୧୧୫।ଚତୁର୍ଥ କର୍ମେଣ ମୁହିଂ ଯେ ଅଟଇ ମନ୍ଦଭାଗୀତାରଣ ପୁରୁଷ ତୁ ଅବିଶ୍ରାମ କର୍ମଯୋଗୀ ।୧୧୬।ସର୍ବଗ୍ୟଂ ନାଥ ତୁ ସୟଳ ଜନ ଚିନ୍ତାସଂସିଦ୍ଧ ପୁରୁଷ ତୁ ଅଭୟେ ବରଦାତା ।୧୧୭।ମାୟା ମୋହ ପଟଳ ୟେ ସଂସାର ରଚନାଲୋଭ ମୋହ କାମ କ୍ରୋଧ ୟେ ଅଦଉତି ବନ୍ଧନ ସିନା ।୧୧୮।ନମାମି କରମ ପୁରୁଷ ତୁ ଅଟୁ ମହାକଷ୍ଟିଦୁରାପଦ ବିଘ୍ନ ଦୁର୍ଗତି ସର୍ବ ମେଣ୍ଚି ।୧୧୯।ବିହନ୍ତା ପୁରୁଷକୁ ମୋହୋର ବିନୟେ ଯୁଗତେଶୂଦ୍ରମୁନି ସାରଳା ଦାସ କହିଲେ ସଂସାର ଜନହିତେ ।୧୨୦।ଅଲେଖ ପୁରୁଷ ତୁ ସମସ୍ତ ସମ୍ପାଦିୟେହାଂକର ପ୍ରସନ୍ନେ ଯେ ପ୍ରସରଇ ସର୍ବ ବୁଦ୍ଧି ।୧୨୧।କିଞ୍ଚିତ ପାତକ ମୋହୋର ଯିସ ଥିଲା ପୂର୍ବେଭୋ ଦଇବ ପୁରୁଷ ଖଣ୍ଡନ କର ୟେବେ ।୧୨୨।ସ୍ୱାମୀ ନିରାକୁଳ ପୁରୁଷ ତୁ ବିହୁ ହୋ ପ୍ରତକ୍ଷେଇଦଂବାକ୍ୟ ଭାବେ ମୁଂ କହିତେ ଯେଉଂଣ ପକ୍ଷେ ।୧୨୩।କଳିକାଳ ବିକାଳେ ୟେ ପାପପୁଣ୍ୟ ବେନିପୂର୍ବର କିଞ୍ଚିତ ଦୋଷେ ଉପୁଜିଲି ମାନବ ଯୋନି ।୧୨୪।ଜନ୍ମେ ଜନ୍ମେ ଅଭ୍ୟାସି କହିଲି ଶାହାସ୍ର ଯୋଗେମାଗଇ ପଦାର୍ଥମାନ ଯେ କର୍ମର ପରସ୍ତାବେ ।୧୨୫।ଚନ୍ଦ୍ରେଣ କଳଂକ ଯେହ୍ନେ ବିଦିତ ଦିଗନ୍ତେଣ ଘୋଟିକର୍ମର ବିପାକେ ତାହା ଯେ ସହିଲେ ଯେୁଝେଷ୍ଠି ।୧୨୬।ଆପଣେ ଯେତେ ପାପ କରଇ ଫଳଇ ପ୍ରତକ୍ଷେକଲା କର୍ମହିଂ ସେ କର୍ମ ବୋଲନ୍ତି ଜଗତେ ।୧୨୭।ଭାବଗ୍ରାହୀ ନାଥ ତୁ କଇଚ୍ଛା ଜଗଜ୍ଜେଠୀବିପତ୍ୟେ କର୍ମ କରି ସହିଲେ ଯୁଝେଷ୍ଠି ।୧୨୮।ହେ ବୁଧଜନେ କାଳ ପାତ୍ରେଣ କରିସହିଲେ ସେ ମରି ନ ସହିଲେ ଝୁରମରି ।୧୨୯।ମହତ ଗୁପତ ଆଗ୍ୟାନ ଯେ ବିରାଟ ପର୍ବ କଥାଶୁଣନ୍ତେ ଆପାଦ ଖଣ୍ଡଣ ହୋଅଇ ସର୍ବଥା ।୧୩୦।କଉଶଲ୍ୟାର ନନ୍ଦନ ଦେବ ୟେ ଶ୍ରୀରାମହୃଦଗତେ ବିଘଂସୁ ମୋହୋର ତବ ନାମ ।୧୩୧।ଶୂଦ୍ରମୁନି ସାରୋଳ ଦାସର ଜନ୍ମର ସୁଫଳେଶ୍ରୀ ସରସ୍ୱତୀ ଭଣ୍ଡାର ମୁଂ ବିଧ୍ୱଂସିଲି ପୁଣ୍ୟବଳେ ।୧୩୨।୬୬୯୪।
ଉତ୍ତରର ଯୁଧିଷ୍ଠିରଙ୍କୁ ସ୍ତୁତିବାଦନ ଓ ଅଭିଷେକ ନିମନ୍ତେ ଯୁଧିଷ୍ଠିର ସହଦେବଙ୍କ ସହିତ ମନ୍ତ୍ରଣାରାଗେ ପ୍ରହାର କଲା ବିରାଟେଶ୍ୱର ରାଜାକୋନ୍ତଂକୁ ସମସ୍ୟା ନ ଦେଇ ପାଇଲା ବଡ ଲଜ୍ଜା ।୧।ଲାଜ ଭୟ ସଂକୋଚେ ସେ ଦିଅନ୍ତି ସମ୍ଭାଷିବିଧବା ଆତ୍ମା ପ୍ରାୟେ ସେ ସଂକୋଚେ ଅଛି ବସି ।୨।ଉତ୍ତର କୁମର ଆସି ବିଜେକଲା ସିଂଘଦ୍ୱାରେଚାରଗଣେ ବାରତା ଜଣାଇଲେ ଛାମୁରେ ।୩।କୋନ୍ତେ ବୋଇଲେ ହୋ ଉତ୍ତର ୟେକା ଆସୁନପୁଂସକ ବୃହନ୍ନାରୀ ଭିତରେ ନ ପଶୁ ।୪।ଚାରଗଣେ କହିଲେ କୁମାର ଚୂଡାମଣିୟେକା ଭିତରକୁ ଆସିବ ନ ଆସିବ ବୃହନ୍ନାରୀ ପୁଣି ।୫।ଆଗ୍ୟାଂ ପ୍ରମାଣେ ସେ ଉତ୍ତର କୁମାର ଆଗସରିଆସ ଆସ ସ୍ୱାମି ଅର୍ଜୁନର ହାଥ ଧରି ।୬।ବୃହନ୍ନାରୀ ବୋଇଲେ ହୋ କୋନ୍ତଂକର ଆଗ୍ୟାଂ ନାହିଂଅକାରଣେ କଟାଳ ତୁ କରୁ କାହିଂପାଇଂ ।୭।ୟେ ଗୁପତ ବେନିଦିନ ହୋଉ କିନା ତୁନୀକର ଯା ଦ୍ରଶନ ତୁ ସୁବିଧାନ କର୍ମ ଘେନି ।୮।ବଇବସୁତ ମନୁ ପୁଚ୍ଛା କଲେ ଶୁଣ ହୋ ଯୋଗେଶ୍ୱରବୃହନ୍ନାରୀ କିଂପେ କୋନ୍ତେ ପଶିତେ ନ ଦିଲେ ଭିତର ।୯।ଶୁଣ ଲୋ ଚଇତନ ମନୁ ଯେ ବୋଇଲେଶମୀବୃକ୍ଷ ତଳେ ଯେ ପାଣ୍ଡବ ନିୟମ କଲେ ।୧୦।ଭୀମ ଅର୍ଜୁନ ୟେ ନକୁଳ ସହଦେବଗଙ୍ଗାରେ ହାଥ ଭରିଣ ନିୟମ କଲେ ଚାରି ଯେ ପାଣ୍ଡବ ।୧୧।ଅଗ୍ୟାଂତବାସେଣ ଯେ ଗୁପତ ହୋଇଥିବାଅପାର ଦୋଷକଲେ ବିରାଟକୁ ସହିବା ।୧୨।ଠାକୁର ଦୌପତୀଂକି ୟେ କରିବେ ଝିଂଘାସଅବଶ୍ୟ ଗୁପତେ ତାହାକଇଂ କରିବା ପ୍ରାଣେ ନାଶ ।୧୩।ଅଥବା ଯେବେ ଆମ୍ଭେ ନୁଆରିବା ନାଶିଅବଶ୍ୟ ମରିବାଟି ଅନଳେଣ ଝାସି ।୧୪।ବୋଲଇ ମନ ହୋ ଶୁଣ ତୁ ଚଇତନବିରାଟକୁ ଦୋଷ ୟେ ନ ଘେନିଲେ ଧର୍ମନାନ ।୧୫।ଅର୍ଜୁନ ଦେଖନ୍ତା ଯେବେ ଯୁଝେଷ୍ଠିଂକ ଲଲାଟୟେକା କ୍ଷଣକେ କି ଜୀବନ ପାଆନ୍ତା ବିରାଟ ।୧୬।ତାହା ଜାଣି ଯୁଝେଷ୍ଠି ବିଚାରିଲେ ହୃଦେତେଣୁକରି ଭିତରେ ପଶି ନ ଦିଲେକ ହାଦେ ।୧୭।ଉତ୍ତର କୁମାର ଯାଇଂ ପ୍ରବେଶ ଭିତରେରଥଘେନି ବୃହନ୍ନାରୀ ରହିଅଛଇ ସିଂଘଦ୍ୱାରେ ।୧୮।ଛାମୁରେ ଉତ୍ତର କୁମାର କରଇ ଦ୍ରଶନନିରୋପିଣ ଚାହାଂଇ ସେ କୋନ୍ତଂକର ବଦନ ।୧୯।ପ୍ରଥମେ ବନ୍ଦିଲା କୋନ୍ତଂକ ଶ୍ରୀ ପଦ୍ମପାଦ ଗୋଟିୟେହି ଚରଣ ତଳେଟି ଲକ୍ଷେ ରାଜାଂକର ଶିରଲୋଟି ।୨୦।ତ୍ରଇଲୋକ୍ୟ ଠାକୁର ନାଥ ଜଗୁଜୀବନ ଦେବସ୍ୱାମୀୟେହି ଚରଣ ତଳେ ସେ ଶ୍ରୀବାସୁଦେବ ପରିଣାମି ।୨୧।ଯେବଣ ପାଦପଦ୍ମ ଦେଖି କ୍ଷମ ନୋହିଲା ବିରାଟସେ ପାଦପଦ୍ମ ରଜ ଆସି ପଡିଲା ମମରାଷ୍ଟ ।୨୨।କେବଣ ଦିଗପାଳର ୟେ ଅଟଇ ମହା ଯଗ୍ୟଂଭୂମିତେଣୁ ସେ ଶ୍ରୀଚରଣ ପଡ଼ିଲା ୟେଥେ ସ୍ୱାମୀ ।୨୩।ୟେ ବେନି ଚରଣର ଯେ ଦିଶଇ ଅଙ୍ଗୁଷ୍ଠିଚିହ୍ନ ହୋଇ ବସିଲା ଲକ୍ଷେ ରାଜାଂକର ମୁକୁଟଗୋଟି ।୨୪।ସୁସଞ୍ଚ ସୁବଳିତ ଆରମ୍ଭ ବେନିଜାନୁଶୁଦ୍ଧ ସଷ୍ଟିକ ଜାଣି ଯାହାର ବିରାଜଇ ତନୁ ।୨୫।ପରିମଳ ସୁସଞ୍ଚ ଘଟଣ ତ୍ରିବଳୀୟେ ଜାନୁ ଉପରେ ଯଗ୍ୟଂକାଳେ ବସିଥିଲେ ପାଞ୍ଚାଳୀ ।୨୬।ରସାଣିଲା ସୁବର୍ଣ୍ଣ ପତ୍ର ପ୍ରାୟେ ଶୋଭାବନ କୁଚ୍ଛିଗଭୀର ନାଭି ନିର୍ବାଣ ପରବାଳ ଗଚ୍ଛି ।୨୭।ଆରମ୍ଭ ଆକ୍ରଷଣ ସ୍ୱାମୀର ବକ୍ଷସ୍ଥଳସମସ୍ତଂକର ଚିନ୍ତା ଅଛି ୟେ ହୃଦୟ କମଳ ।୨୮।ସୁରଭୀ କମଳ ନାଳ ପରାୟେ ଯାହାର ବେନି କରଗୋଟିୟେ କର ନେଉଟାନ୍ତେ ନେଉଟଇ ନବସୃଷ୍ଟି ।୨୯।ସ୍ୱାମୀ ଯୁଗାନ୍ତକ ଆରୋପଣ ଜାଣି ଯାହାର କଣ୍ଠତଟଅନନ୍ତ କୋଟି ବ୍ରହ୍ମାଣ୍ଡର ଚିନ୍ତାମଣି ଘଟ ।୩୦।ରସାଣିଲା ମର୍କତ ଜାଣି ଅଧର ପ୍ରକାଶିଦ୍ୟାବା ପୃଥିବୀ ୟେଣେ ସିଦ୍ଧହୋଇ ଆସି ।୩୧।ସ୍ୱାମୀ ଚଉରାଶୀ ଲକ୍ଷଣ ଘେନିଣ ବେନିଡୋଳଦେଖିଲେ ସଦୟେ ସବୁଂକରି ଚିରକାଳ ।୩୨।ସ୍ୱାମୀ ଯାବତ ଚନ୍ଦ୍ର ସେ ଦିବାକର ଜାଣିକଦାଚିତେ ଅନନ୍ତ ନୋହଇ ଦୃଢବାଣୀ ।୩୩।ଅଷ୍ଟାଙ୍ଗ ଶରୀର ଯାକ ନିରୋପଇ ବିରାଟିଲଲାଟେଣ ତାମ୍ରବର୍ଣ୍ଣ ସଘାତେଣ ଫୁଟି ।୩୪।ପୁଣ ପୁଣ ବିନୋପଇ ସେ ବିରାଟର ବଳାକୋନ୍ତଂକର ମୁଖ ଚାହିଂ ପଦ୍ମପାଦେ ପ୍ରଣପତ୍ୟେ ଶୁତିଲା ।୩୫।ଉତ୍ତର ବିନୟ ଦେଖି ବିଚାରନ୍ତି କୋନ୍ତେନିଚୟେ ଅର୍ଜୁନ କହିଲା ୟେହାର ତୁଲେ ଯାଆନ୍ତେ ।୩୬।ତାହାର ନ କହିଲେ ୟେ ଆମ୍ଭନ୍ତ କେହ୍ନେ ଚିହ୍ନିଗୁପତ ତିନିଦିନ ଅଛି ନାହିଂ ଅବା କହିଲା ଫାଲଗୁନି ।୩୭।କୋନ୍ତେ ବୋଇଲେ ରେ ପରମ କଲ୍ୟାଣ ହୋଇ ତୁକୁ ସୁତଲକ୍ଷ୍ମୀ ଅଳଂକୃତ ହୋଇ ଚିରାଞ୍ଚନ ହୋଉ ବ୍ରତ ।୩୮।ଉତ୍ତମ କୁମାରକୁ ଦେଖି ବିରାଟ ଉଷତ ହୋଇଥିଲାକୋନ୍ତଂକୁ ପ୍ରଣପତ୍ୟ ହୋଅନ୍ତେ ତାହାର ଶରୀର କମ୍ପିଲା ।୩୯।ରାଗେ ଉତ୍ତରକୁ ପ୍ରତିବାକ୍ୟ ଦିଅଇ ଦଣ୍ଡଧାରୀପିତା କେ ମଉସା କେ ପୁତ୍ର ନୁଆରିଲୁ ବାରି ।୪୦।ସମରେ ଶତ୍ରୁକୁ ଜିଣି ଉତ୍ସୁକ ହୋଇଲୁ କିରେ ବାବୁତବ କର୍ତ୍ତବ୍ୟେ ବାବୁ ୟେକତ୍ୱ କଲୁ ସବୁ ।୪୧।ଅଥୟେ ହୋଇଲା କିରେ ତୋହୋର ମନୀଷାପିତାକୁ ଅମାନନା କରି ଓଳଗିଲୁ ମଉସା ।୪୨।ଉତ୍ତର କୁମର ବୋଇଲା ଶୁଣିମା ମତ୍ସରାୟେକୋନ୍ତଂକର ଲଲାଟରେ ଦିଶଇ କିସ ଘାୟେ ।୪୩।ବିରାଟ ବୋଇଲା ଶୁଣସି ରେ ନନ୍ଦନତୋହୋର ବାହୁବଳେ ଜିଣି ଆଣିଲୁ କି ଗୋଧନ ।୪୪।ୟେ ବୋଲନ୍ତି ବୃହନ୍ନାରୀ ଅଛଇ ଯାହାର ତୁଲେତାହାକୁ କି ପ୍ରମାଦ ତ୍ରଇଲୋକ୍ୟ ବାହି ଅଇଲେ ।୪୫।ଯୁଝେଷ୍ଠିଂକ ସଭାପଣ୍ଡା ବୋଲି ମୁହିଂ ଯେ କଲି ଗଉରୋବକାଳେହେଂ ନ ଛାଡ଼ିଲା ୟେ ଭୃତ୍ୟର ସଭାବ ।୪୬।ବାବୁ ଧାରଣା ଜନ ହୋଇ ୟେହାର ପ୍ରକୃତି ବଡ଼ ଲଘୁକେତେହେଂ ସହିବି ରେ ପୁତ୍ର ନପୁଂସକ ଶଳାଘୁ ।୪୭।ପୁଣ ପୁଣ ସହିଲି ପାଞ୍ଚବାର ପରିଯନ୍ତେପୁଣ ବୋଇଲା ଉତ୍ତର ପ୍ରତଗ୍ୟାଂ କି ବୃହନ୍ନାରୀ ଥାଆନ୍ତେ ।୪୮।ବାବୁ ସହି ନୁଆରିଲି ରେ ଜଗୁବନ୍ଦନ ପୁତ୍ରଗୋଟିରାଗେଣ ପ୍ରହାର ମୁଂ କଲାଇଂ ପଶାକାଠି ।୪୯।ଉତ୍ତର ବୋଇଲା ତାତ ୟେହେନ୍ନେକ ତୁମ୍ଭର ବୁଦ୍ଧିପାଦେ ପେଲାଇଲ ତାତ ଅମୂଲ୍ୟ ରତ୍ନନିଧି ।୫୦।ସ୍ୱାମୀ ଯେତେବେଳେ ଗନ୍ଧର୍ବ କୀଚକ ଅନେଶ୍ୱତ ଭ୍ରାଥ ମାରିକୋନ୍ତଂକର ନ ଥିଲେ କି ତୁ ଆସନ୍ତୁ ଉବୁରି ।୫୧।ଜାଣୁନା କି ତ୍ରିଗର୍ତ୍ତ ସମରେ ଯେବଣ କଥାସମରେ ହାରି କେତେ ପାଇଲୁ ଅବସ୍ତା ।୫୨।ୟେହୁ କୋନ୍ତ ପଣ୍ଡାଂକର ଆଗ୍ୟାଂୟେଣ କରିବଲ୍ଲଭ ବ୍ରାହ୍ମଣ ତୋତେ ଆଣିଲାକ ତାରି ।୫୩।ବୀରବାହୁ ସମରେ ଯେହୁ ଉଦ୍ଧରି ଆଣିଲାକ ତୋତେକଲା ଉପକାର ତାତ ପାସୋରିଲୁ କେମନ୍ତେ ।୫୪।ଭୋ ପିତା ଯୁଝେଷ୍ଠି ସମାନେ ଯାହାକୁ କଲୁ ସେବାବରଷକ ଭଗତି କ୍ଷଣକେ କିଂପେ ଭାଙ୍ଗିଲୁ ତୁ ଅବା ।୫୫।ଉତ୍ତର ବୋଇଲା ତୁମ୍ଭେ ବହନ ଆସ୍ତାନୁ ଓହ୍ଲାଅ ରାୟେପ୍ରଣପତ୍ୟ ହୋଇବା କୋନ୍ତଂକର ପଦ୍ମପାୟେ ।୫୬।ପୁତ୍ର ତରସ୍ତେ ରାଜା ବିଚାରଇ ହୃଦଗତେକେବଣ ମହାତ୍ମା ୟେ ଅବା ଅଛଇ ଗୁପତେ ।୫୭।ବିଚକ୍ଷଣ ପୁତ୍ରକଇଂ ନାହିଂ ବଡ଼ ସାନରକ୍ଷ ଦକ୍ଷ ହୋଇଲେ ହୋଅଇ ସେ କୃଷ୍ଣର ସମାନ ।୫୮।ସମରେ ଉଦିତ ପୁତ୍ର ଅଭୟେ ବିତକ୍ଷଣସୁଭିଗ୍ୟଂ ପୁତ୍ର ହୋଇଲେ କରିବା ନାହିଂ କି ସବୁଗଣ ।୫୯।ୟେଡେ ବିଚାରିଣ ରାୟେ ଆସ୍ତାନ କଲା ତେଜ୍ୟାପୁତ୍ରକଇଂ ଘେନିଣ ପ୍ରଣପତ୍ୟ ହୋଇଲାକ ମତ୍ସରାଜା ।୬୦।କୁଶ ହାଥ ହୋଇଣ କୋନ୍ତେ ବିରାଟକୁ କଲ୍ୟାଣ କଲେ ବାଞ୍ଛାନିଚଳା ଲକ୍ଷ୍ମୀ ଭୋଗ୍ୟକର ଧର୍ମ ଦେବତା କରୁ ତୋତେ ରକ୍ଷା ।୬୧।ଉତ୍ତର ବୋଇଲା ସ୍ୱାମୀ ସଦୟେ ଯେବେ ଚିତ୍ତେଅଣକୋପିତ ନାଥ ମୋହୋର ଘେନିମା ଭଗତେ ।୬୨।ଅନେକ ବିନୟ ବଚନେ ଯେ ବଦୟନ୍ତି ଦେବ କୋନ୍ତେପରମ ସାନନ୍ଦ ହୋଇଣ ଭିତରକୁ ଗଲେ ପିତାପୁତ୍ରେ ।୬୩।ଯାଆନ୍ତେ ବିରାଟ ପଚାରଇ ଗୋଧନ ହରଣ କଥାସତ୍ୟ ବଞ୍ଚାଇଣ ସେ କହିଲା ସର୍ବ ମଥ୍ୟା ।୬୪।ସେହି ଆସ୍ତାନେଣ ଯେ ଅଛନ୍ତି କୋନ୍ତେ ବସିଆଦିତ୍ୟ ଅସ୍ତଗଲା ପ୍ରବେଶ ହୋଇଲାକ ନିଶି ।୬୫।ଦ୍ୱାରେ ରହିଥିଲା ଯେ ବୀର ଧନୁର୍ଜୟେକୋନ୍ତଂକର ସନ୍ନିଧ୍ୟେ ଦ୍ରଶନ ୟାଇଂ କୟେ ।୬୬।କୋନ୍ତେ ବୋଇଲେ ବାବୁ ମନ୍ଦକୃତ୍ୟ କଲୁଉତ୍ତର କୁମାର ଅଗ୍ରତେ କିମ୍ପାଇଂ କହିଲୁ ।୬୭।ଅର୍ଜୁନ ବୋଇଲା ସ୍ୱାମୀ ଉତ୍ତର କୁମାରକୁ ସତ୍ୟ କରାଇଲିଗୋପ୍ୟାନ କିସ ହୋଇବ ମୁଂ ପ୍ରତକ୍ଷେ ଯୁଦ୍ଧକଲି ।୬୮।ଯୁଝେଷ୍ଠି ଦେବ ବୋଇଲେ କାହାର ବୋଲେ ଗଲୁଅଗ୍ୟାଂତବାସ ନିହାଇ ସରଇ ତୁ କିଂପେ ଉଦିତ ହୋଇଲୁ ।୬୯।ଅର୍ଜୁନ ବୋଇଲା ସ୍ୱାମୀ ତୁମ୍ଭେ ଶୁଣିମା ରାଜଦେବମୁହିଂ କିସ କରିବି ମୋତେ ପେଷିଲା ସହଦେବ ।୭୦।ଆବର ଆଗ୍ୟାଂ ମୋତେ ଦିଲେକ ଦ୍ରୋପତୀୟେଣୁକରି ଯୁଦ୍ଧେ ମୁଂ ଗଲି ଗୋଧନ କତି ।୭୧।ଯୁଝେଷ୍ଠି ବୋଇଲେ ତୁ ଯାଅ ୟେହିକ୍ଷଣଗୋଗୋଷ୍ଠେ ସହଦେବ ଅଛି ହକାରି ବେଗେ ଆଣ ।୭୨।ଚଳଇ ବୃହନ୍ନାରୀ କୋନ୍ତଂକର ଆଗ୍ୟାଂୟେ କରିଗୋଗୋଷ୍ଠୁ ସହଦେବକଇ ଆଣିଲାଂ ହକାରି ।୭୩।ସ୍ୱାମୀର ବଚନ ସେ ନିରାଧାର ଶରେଚଳଇ ସହଦେବ କୋନ୍ତଂକ ଆସ୍ତାନରେ ।୭୪।ଅର୍ଜୁନ ବୋଇଲା ତୁ ସହଦେବ ଶୁଣଠାକୁରଂକ ଆଗ୍ୟାଂ ତୁ ଆସିବୁ ୟେହିକ୍ଷଣ ।୭୫।ପରମ ସାନନ୍ଦେ ସେ ଚଳଇ ବେଗେ ମନ୍ତ୍ରୀକୋନ୍ତଂକୁ ଦ୍ରଶନ କଲା ପଞ୍ଚଘଡ଼ି ରାତ୍ରି ।୭୬।ଆସ୍ତାନର ତଳେ ଯାଇଂ ସନ୍ନିଧ୍ୟେ ପରିଣାମିକିମର୍ଥେ ଆଗ୍ୟାଂ ମୋତେ କହିବା ଦେବସ୍ୱାମୀ ।୭୭।ଯୁଝେଷ୍ଠି ଦେବ ତାହାକୁ ବଚନ ପ୍ରକାଶିବାବୁ ଅଗ୍ୟାଂତବାସ ଲେଖନ୍ତେ କେତେଦିନ ଅଛି ।୭୮।ସହଦେବ ବୋଇଲା ଧନୁ ଶୁକଳ ତ୍ରୟୋଦଶୀ ଦିନ ହୋଇଲଇଂ ଗୋପ୍ୟାନବରଷକ ପୁରି ହୋଇଲାନି ଆବର ବିଂଶଦିନ ।୭୯।ଯୁଝେଷ୍ଠି ଦେବେ ଯେ ସହଦେବକୁ କଲେ ବାଚିନିରଞ୍ଜନ ଆଗ୍ୟାଂୟେ ଆମ୍ଭନ୍ତ ବରଷେ ତେରଦିନ ସଞ୍ଚି ।୮୦।ୟେବେତ ଅଧିକ ଦିନ ହୋଇଲା ଲେଖନ୍ତେଆବର ସାତ ଦିବସ ଅଧିକ କହିଲୁ କେମନ୍ତେ ।୮୧।ସହଦେବ କହଇ ଯେ ବଚନ ପ୍ରସିଦ୍ଧିସ୍ୱାମୀ କୂଟ କପଟ ମନ୍ତ୍ରୀ ଯେ ଶକୁନି ମନ୍ଦବୁଦ୍ଧି ।୮୨।ବରଷକେ ବଢା ଯେ ଦଶଦିବସ ଯୁଗତେଅଗ୍ୟାଂତବାସ ଲଗୁତି ସେ ବଢା ଦିବସ ଗଣନ୍ତେ ।୮୩।ବୋଲନ୍ତା ଅଗ୍ୟାଂତବାସ ଦଶଦିନ ଥାଉଂଉଦିତ ହୋଇ ପଣ୍ଡବେ ଅଇଲେ ଆର କାହୁଂ ।୮୪।ତାହାର ବଚନ ତୁମ୍ଭେ ନୁଆରନ୍ତ ମେଣ୍ଟପୁଣ ବନବାସ ହୁଅନ୍ତ ବଡ କଷ୍ଟ ।୮୫।ସ୍ୱାମୀ ତୁମ୍ଭନ୍ତ ନ କହିଲି ୟେ ବଢା ଦଶ ଦିବସତାହା ସରିଅଛି କହିଲା ସହଦେବ ସନ୍ଦେଶ ।୮୬।କୋନ୍ତେ ବୋଇଲେ ହୋ ପଣ୍ଡିତ ମହାଗ୍ୟାଂତାସଭାୟେ ଅବଶ୍ୟ ଶକୁନି ଲଗୁତି କରନ୍ତା ।୮୭।ଧର୍ମ ଲଂଘତି ଆମ୍ଭେ ନୁଆରନ୍ତୁ ବିଧାନେବାହୁଡ଼ି ଦ୍ୱାଦଶ ବରଷ ପୁଣ ପଶନ୍ତାଇ ବନେ ।୮୮।ଭଲହିଂ ସେ କଲୁ ବାବୁ ପଣ୍ଡିତ ଗୁଣଗ୍ରାହୀୟେବେ ଦୁଇ ଦିବସ ସରିଲେ ଅଭିଷେକ ହୋଇବା ଆମ୍ଭେ କାହିଂ ।୮୯।ସୁସ୍ଥାନ ସଭୂମି ହୋଇବ ସୁତୀର୍ଥ ବାସୟେମନ୍ତ ଥାନ ଗୋଟିୟେ ରେ ଠାବ କରିଆସ ।୯୦।ଆମ୍ଭନ୍ତ ଅଭିଷେକ ତ ନ କରିବେ ଧୃତିରାଷ୍ଟଆମ୍ଭର ସମ୍ପଦ ଦେଖିଲେ ସେ କଉରୋବେ ହୋଇବେ ବଡ କଷ୍ଟ ।୯୧।ଅଭିଷେକ ହୋଇ ଆମ୍ଭେ ଯିବା ୟେଥୁଂ ଚାପେଇନ୍ଦ୍ରପ୍ରଶସ୍ତ ରାଜ୍ୟ ମାଡ଼ି ବସିବାକ ଧାପେ ।୯୨।ଆବର ଧୃତିରାଷ୍ଟ ପୁଅନ୍ତ ନାହିଂ ମୋର ଓପ୍ରୋଧଛାଡ଼ିଲି ସୁଦୟା ୟେବେ ଆରମ୍ଭିଲି ଯୁଦ୍ଧ ।୯୩।ସହଦେବ ବୋଇଲେ ଦେବ ୟେ ତୋହୋର ସତ୍ୟଶମୀବୃକ୍ଷ ତଳେ ଦେବ ବହଇ ମହାତୀର୍ଥ ।୯୪।ମଘଦେଶ ମତ୍ସଦେଶ ପୂର୍ବ ପଚ୍ଛିମ ବେନିମଧ୍ୟେ କଉଶିକ ନଦୀ ବହଇ ଉତ୍ତର ବାହିନୀ ।୯୫।ମହା କଳପ ବୃକ୍ଷ ଶିଂଶୁପା ଶମୀଶିଖାପ୍ରତକ୍ଷରେ ଅଟଇ ସେ ହରିହର ବେନି ସଖା ।୯୬।ମହା ପବିତ୍ର ରାଜ୍ୟ ୟେ ମତ୍ସଦେଶ ଅଟଇନଗ୍ର ବେଢି ଯାହାର ଦ୍ୱାଦଶ ଗୋଗୋଷ୍ଠଇ ।୯୭।ଦୁହାଂଳ ଦୁଇପଦ୍ମ ଅଛଇ ଯାର ଗାଈବରଡ଼ ବାରଲକ୍ଷ ମର୍ଭୁତେ ବତ୍ସା ମାଈ ।୯୮।ପଞ୍ଚ ଅହିବ୍ରତେ ଅଣ୍ଡିର ଷଣ୍ଢବତ୍ସାବିହଡ଼ନ୍ତି ଗୋଧନେ ଯେ ଆପଣା ସ୍ୱଇଚ୍ଛା ।୯୯।ଦୁହିଂବାର ବେଳେ ଚିରେ ଚିରେ ଭୂମିକି ପକାଇସାତଘଡ଼ି ପରିଯନ୍ତେ ରାଜ୍ୟ ବେଢି କ୍ଷୀରନଦୀ ବହଇ ।୧୦୦।ୟେତେ ଗୋରୁଂକର ଦେବ ପଡ଼ଇ ପାଦରଜୟେହେନ୍ନେକ ପବିତ୍ରସ୍ଥାନ ୟେ ବିରାଟ ମତ୍ସରାଜ୍ୟ ।୧୦୧।ସ୍ୱାମୀ ନାନା ଜୀବଜନ୍ତୁ ବ୍ରତନ୍ତି କ୍ଷୀରପାନେୟେମନ୍ତ ପବିତ୍ର ରାଜ୍ୟ ନାହିଂ ୟେ ମଧ୍ୟଭୁବନେ ।୧୦୨।ଗୋମତୀ ନାମେଣ ଯେ ବହଇ କ୍ଷୀରନଦୀୟେ ଭୁବି ମାଡ଼ିଲେ ଦେବ ସକଳ କାର୍ଯ୍ୟ ସିଦ୍ଧି ।୧୦୩।ଯୁଝେଷ୍ଠି ଦେବେ ବୋଇଲେ ହୋଇଲା ଶୁଦ୍ଧସ୍ଥାନକେବଣ ଦିବସକୁ ଯୋଗାଇ ଅନକୂଳ ବିଧାନ ।୧୦୪।ଛାମୁରେ ସହଦେବ କହଇ ପରିଣାମିୟେତ ମକର ମାସ ପବିତ୍ର ଦେବସ୍ୱାମୀ ।୧୦୫।ମକର ମାସ ଶୁକଳ ପକ୍ଷ ତିଥି ଯେ ଚଉଠୀଅର୍କବାର ରେବତୀ ନକ୍ଷତ୍ର ତହିଂ ଘଟି ।୧୦୬।ତତୁଲ୍ୟ ନାମେ କରଣ ଶୁଭନାମେ ଯୋଗମକର ସଂକ୍ରାନ୍ତିକି ସତାଇଶ ଦିନ ଭୋଗ ।୧୦୭।ରାତ୍ର ଦ୍ୱାଦଶ ଦଣ୍ଡକୁ ଶୁଭଲଗ୍ନ ବେଳାଅମୃତ ଯୋଗରେ ଦେବ ଶୁଭ ଅନକୂଳା ।୧୦୮।ସହଦେବ କହଇ ସେ ମନ୍ତ୍ରୀ ଚୂଡ଼ାମଣିପରମ ସାନନ୍ଦ ହୋଇଲେ ଯୁଝେଷ୍ଠି ଦେବେ ଶୁଣି ।୧୦୯।ଯୁଝେଷ୍ଠି ଦେବେ ବୋଇଲେ ଶୁଣ ରେ ଅର୍ଜୁନଦ୍ରୋପତୀକି ଘେନିଯାଅ ଶମୀବୃକ୍ଷ ମୂଳକୁ ପରିଦିନ ।୧୧୦।ସହଦେବକୁ ବୋଇଲେ ନକୁଳକୁ ନେମୁଟି ବାବୁରୋଷୁଅ ଘରକୁ ଆମ୍ଭେ ଭୀମସେନକୁ ଘେନିଯିବୁ ।୧୧୧।ଶୁଣିଣ ସାନନ୍ଦ ଯେ ବୋଇଲେ ବେନିଭ୍ରାଥେଯେ ଯାହାର ସ୍ଥାନକୁ ଚଳିଲେ ତୂରିତେ ।୧୧୨। ୬୮୦୬ ।
ଶମୀବୃକ୍ଷ ତଳେ ଯୁଧିଷ୍ଠିରଙ୍କର ଅଭିଷେକ ଓ ବଳଦେବଙ୍କ ଅପମାନସଭାପଣ୍ଡା ରୂପେ ବିରାଟକୁ ଖେଳାବନ୍ତି ପଶାସୂପକାର ରୂପେ ବ୍ରିକୋଦର ପୂରୋଇ ମନୀଷା ।୨।ନୃତ୍ୟ ଆରମ୍ଭେ ତ ରହିଲେ ଧନୁର୍ଜୟେଥାନପାଳ ପୂପେ ଯେ ମାଦ୍ରୀର ତନୟେ ।୨।ଗୋପାଳ ଚୂଡ଼ାମଣି ଯେ ମନ୍ତ୍ରୀ ତନ୍ତ୍ରୀପାଳସଇରିନ୍ଧ୍ରୀ ରୂପେ ପାଞ୍ଚାଳୀ ବଞ୍ଚନ୍ତି ଦିନକାଳ ।୩।ଉତ୍ତରା ବାଳୀ କୁଣ୍ଡାଇ ବସ୍ର ମାଗିଥିଲାଅନେକ ରତ୍ନବସ୍ର ଅର୍ଜୁନ ତାକୁ ଦିଲା ।୪।ଉତ୍ତରା ବାଳୀକି ଦିଲା ଆବର ଉତ୍ତର କୁମାରରଥ ପାତାଙ୍ଗମାନ ଯେ ରତନ ଅଂଳକାର ।୫୪।ତଦନ୍ତରେ ଉତ୍ତର କୁମାର ଯେ ବିନୟେ ଯୁଝେଷ୍ଠିଂକିଅଗ୍ୟାଂତବାସ ପାରକଲେ ତହିଂ ଦିନ ଲେଖି ।୬।ମକର ଶୁକଳପକ୍ଷ ଯେ ଚଉଠୀର ଦିନକୋନ୍ତେ ବିଜୟେ କଲେ ରୋଷୁଅ ଭୁବନ ।୭।ଭୀମସେନକଇଂ ଘେନିଣ ନିଶାକାଳେବିଜୟେ ଧର୍ମନାନ ଯେ ଶମୀବୃକ୍ଷର ତଳେ ।୮।ଦିବସ ଅବସାନେ ପାଞ୍ଚାଳୀକି ଘେନିଶମୀବୃକ୍ଷ ତଳେ ଯେ ବିଜୟେ ଫାଲଗୁନି ।୯।ନକୁଳ ସହଦେବ ହୋଇଲେ ୟେକସଙ୍ଗଶମୀବୃକ୍ଷ ତଳେ ପ୍ରବେଶ ହୋଇଲେ ବେଗ ।୧୦।ଯୁଝେଷ୍ଠି ଦେବେ ବୋଇଲେ ଶୁଣ ଫାଲଗୁନିକେମନ୍ତେ ବିଜେ କରିବେ ବ୍ୟାସ ମହାମୁନି ।୧୧।ସହଦେବ ବୋଇଲା ସେ ଅଛନ୍ତି ଦିନଗଣିଋଷିମାନେ ପ୍ରବେଶ ହୋଇବେ ୟେହିକ୍ଷଣି ।୧୨।ସହଦେବ କହନ୍ତେ ଯେ ବିଜୟେ ବେଦବ୍ୟାସେଷାଠିୟେ ସହସ୍ର ଶିଷ୍ୟ ଅଛନ୍ତି ତାହାଂକ ପାଶେ ।୧୩।ଲକ୍ଷେକ ବ୍ରାହ୍ଣଣ ଘେନି ଧଉମ୍ୟ ପୁରୋହିତେପାଞ୍ଚସହସ୍ର ଶିଷ୍ୟ ଘେନି ବିଜେ ବିଶ୍ୱାମିତ୍ରେ ।୧୪।ବେନିଲକ୍ଷ ଶିଷ୍ୟ ଘେନି ବିଜେ ମାରକଣ୍ଡେଅହିବ୍ରତେ ଶିଷ୍ୟ ଘେନି ବିଜୟେ ବିଭାଣ୍ଡେ ।୧୫।ଲକ୍ଷେ ଶିଷ୍ୟ ଘେନିଣ ଚଳିଲେ ଗାଗ୍ରବେପାଞ୍ଚଲକ୍ଷ ଶିଷ୍ୟ ଘେନି ବିଜୟେ ବଶିଷ୍ଠ ସୁଦେବେ ।୧୬।ଅଗସ୍ତିଂକ ତୁଲେ ଯେ ପାଞ୍ଚଲକ୍ଷ ବାଳଖିଳାବିଜୟେ ମହାତମା କଳହପ୍ରିୟ ନାରଦ ମହାଭୋଳା ।୧୭।ବାମଦେବ ସୁମନ୍ତକ ଗାଲବ ଉତଂକଗଉତମ ଭାରଦ୍ୱାଦଶ ଦୃଭାସାଂକ ସାଙ୍ଗ ।୧୮।ପଉଲସ୍ତ୍ୟ ପରାଶର କଣ୍ଡୁ ଶାୟେନ୍ତନୁଜୟମୁନି ବାଲମ୍ୱିକ ପଉଲସ୍ତ୍ୟଂକ ତନୁ ।୧୯।ୟେହାଂକର ମୂଳେ ଯେ ଅନେକ ମହଋଷିଶମୀବୃକ୍ଷ ତଳେ ସମସ୍ତେ ବିଜେକଲେ ଆସି ।୨୦।ଦିଗପାଳମାନେ ଯାଇଂ କହିଲେ ଜମ୍ଭୋଭେଦୀସୁଧର୍ମାସଭା ଇନ୍ଦ୍ର ଦିଲାକ ଆଣି ସର୍ବସିଦ୍ଧି ।୨୧।ଆହୋ ଯେବଣ ସଭାୟେ ତ୍ରଇଲୋକ୍ୟେ ବସିଥିଲେଅର୍ଦ୍ଧକକୁ ନ ଅଣ୍ଟଇ ବିଶ୍ୱରୂପ ଧଇଲେ ।୨୨।ସେ ସଭା ଘେନିଣ ସେ ଅଇଲା ବିଶ୍ୱକର୍ମାଶମୀବୃକ୍ଷ ତଳେ ଆଣି ଥାପିଲେ ସୁଧର୍ମା ।୨୩।ଯେତେବେଳେ ଆସ୍ତାନକୁ ଅଇଲା ସଭାଗୋଟିଅମର ବିଳାସୁଣୀ ଅଇଲେ ଚଉଷଠି କୋଟି ।୨୪।ମୃଦଙ୍ଗ ତାଳ କଂସାଳ ଶରଗୁଣା ଅଧ ଟିଗନ୍ଧର୍ବ ପୁରୁଷେ ଅଇଲେ ଲକ୍ଷେ ଚଉଷଠି ।୨୫।ସାରଙ୍ଗସ୍ୱର ମଣ୍ଡଳ ସପତସ୍ୱର ବେଣୀଓଂକାରି ତାଣ୍ଡବ ଯେ ଆରମ୍ଭିଲେ ଖଟଣି ।୨୬।ଅଇରାବ୍ରତ ପିଛିରେ ଅମରଗଣ ଘେନିସମୀବୃକ୍ଷ ତଳେ ଯେ ବିଜେ ସସ୍ରଯୋନି ।୨୭।ଆବର୍ତ୍ତକ ସମ୍ୱର୍ତ୍ତକ ଦ୍ରୋଣ ଯେ ପୁଷ୍କରସେମାନେ ଲାଗିଲେ ଆସି ଶମୀବୃକ୍ଷ ତଳର ।୨୮।ରତ୍ନ ଯୋଗାଡ଼ ଘେନିଣ ଅଇଲେ କୁବେର ଅଳକାର ପତିବାସବର ସନିଧ୍ୟେ ସେ ବିଜେକଲେ ଧାତି ।୨୯।ଦେବଦାଦ୍ୟ ଦୁନ୍ଦୁଭି ବାଜିଲା ଯେତେବେଳେନାରାୟଣ ପୁଛାକଲେ ଦେବ କାମପାଳେ ।୩୦।ସ୍ୱାମୀ ଯୁଝେଷ୍ଠି ଠାକୁର ଅଭିଷେକ ଶମୀବୃକ୍ଷଦିଗପାଳମାନନ୍ତ ଘେନି ବିଜେ ସହସ୍ରାକ୍ଷ ।୩୧।ଅଭିଷେକ ଦେଖିବା ଚାଲ ଯିବା ଦେବହଳୀବ୍ରହ୍ମା ଇନ୍ଦ୍ର ରୁନ୍ଦ୍ର ଦିଗପାଳ ଅଛନ୍ତି ତହିଂ ମିଳି ।୩୨।ଧର୍ମ ନନ୍ଦନଂକ ଦେଖିଲେ ଅଭିଷେକଅନେକ ଜନ୍ମର ଖଣ୍ଡଣ ହୋଇବ ମହାପାତକ ।୩୩।ଶୁଣି ଯୋଗେଶ୍ୱର ପୁରୁଷ ସେ ସଦା ମତିଭୋଳିତାଳଧ୍ୱଜ ରଥେ ବିଜେକଲେ ଦେବହଳୀ ।୩୪।ନନ୍ଦ ବସୁଦେବ ଉପନନ୍ଦ ଉଗ୍ରସେନ ଉଦ୍ଧବ ଅକ୍ରୂର ପ୍ରସନ୍ନାଜିତବିଜୟେ ମହାବୀରେ ଯେ ଯାହାର ରଥ ।୩୫।ଯଦୁବଂଶ ଭୋଜବଂଶ ବୃଷ୍ଣିବଂଶ ହଇହେୟବଂଶଅନ୍ଧକବଂଶ ଚୁହାଣବଂଶ କୁକୁରବଂଶ ଅଶେଷ ।୨୩୬।ୟେସନେକେ ସାତବଂଶ ହୋଇଲେ ବିଶେଷରଥେ ରଥେ ଚଢି ସର୍ବେ ହୋଇଲେ ପ୍ରବେଶ ।୩୭।ୟେହାଂକର ମୂଳେ ଛପନକୋଟି ବୀରେବିଜେକଲେ ଯେ ଯାହାର ବାହନ ପିଠିରେ ।୩୮।ଋକ୍ମିଣୀ ଜମ୍ୱୁବତୀ ସତ୍ୟା କାଳନ୍ଦୀ ତୁଳସୀସତ୍ୟଭାମା ଲକ୍ଷ୍ମଣାଭଦ୍ରା ଯେ ଅଷ୍ଟ ପାଟବଂଶୀ ।୩୯।ୟେହାଂକର ମୂଳେ ଯେ ବତିଶସହସ୍ର ବାଳୀବଇନେତ୍ର ପିଠିରେ ବିଜେ ସବୁଂକରି ହାଥରେ ଅର୍ଘସ୍ଥାଳୀ ।୪୦।ଲକ୍ଷେ ଷାଠିୟେ ସହସ୍ର ଅଶିୟେ ବାସୁଦେବଂକ ପୁତ୍ରୟେହାନ୍ତ ଘେନି ଖଗେବର ପିଠିରେ ବିଜୟେ ଜଗଭୂତ ।୪୧।ପବନହୁଂ ବେଗେ ଚଳଇ ଦ୍ୱାରିକାଉଂ ଥାଠରାତ୍ର ଚଉଦ ଦଣ୍ଡରେ ହୋଇଲେ ଯାଇଂ ଭେଟ ।୪୨।ଲାଗିଅଛି ଯେ ଅବିଛନ୍ନେ ହୁଳାଆଦିତ୍ୟ କିରଣ କି ଦିଶିଲାକ କୋଟିମାଳା ।୪୩।ବାଜଇ ଦମାଲୁ ଯେ ଦୁନ୍ଦିଭି ନିଶାଣଭେରୀ କମ୍ୱୁ କାହାଳୀ ଯେ ଯନ୍ତ୍ରିତ ନିର୍ବାଣ ।୪୪।ବିଜିଘୋଷ ଟମକ ଦମା ଯେ ଦାଉଣ୍ଡିମହୁରୀ ଦୋଷରୀ ଯେ ଅଳାବେଣି ଖଣ୍ଡି ।୪୫।ଅନେକ ବାଦ୍ୟମାନ ଯେ ବାଜଇ ଗହନପୃଥୀ ହେଳ ଘେନଇଂ ଯେ କିମ୍ପଇ ତ୍ରିଭୁବନ ।୪୬।ଯୁଝେଷ୍ଠିଦେବେ ବିଜେ ଯେ ବ୍ୟାସଂକର କୋଳେପାଞ୍ଚଯୋଜନ ଥାଉଂ ଯେ ଦେଖିଲେ କୃଷ୍ଣ କାମପାଳେ ।୪୭।ଅନେକ ସାନନ୍ଦ ଯେ ଦ୍ୱାରିକାର ବାଳୀଆସ୍ତାନେ ଦେଖିକରି ଦିଲେ ହୁଳହୁଳି ।୪୮।ଶମୀବୃକ୍ଷ ତଳକୁ ଶୁଭିଲା ଶବଦ ଗହନକିସ ଶବଦ ବୋଲି ପୁଛିଲେ ମଘବାନ ।୪୯।ଦେବସଭା ମଧ୍ୟରେ ସେ ନାରଦେ କହିଲେଦ୍ୱାରିକାର ସମ୍ପଦ ଘେନି ରାମକୃଷ୍ଣେ ବିଜେକଲେ ।୫୦।ଯେତେ ଦୂରୁଂ ଯୁଝେଷ୍ଠିଂକ ଦିଶିଲା ଆସ୍ତାନଗରୁଡ଼ ପିଠିରୁ ବେଗେ ଉତୁରିଲେ ଜନାର୍ଦ୍ଦନ ।୫୧।ଲକ୍ଷେ ଷାଠିୟେ ସହସ୍ର ଅଶିୟେ ଯେ ସୁତଆଲଟ ଚାମର ଧରିଅଛନ୍ତି ୟେ ସମସ୍ତେ ଯେ ହାଥ ।୫୨।ବତିଶସହସ୍ର ଶତେ ଅଷ୍ଟ ପାଟବଂଶୀଶ୍ରୀକରେ ଅର୍ଘ୍ୟଘେନି ସେ ବିଜେକଲେ ଆସି ।୫୩।ସନ୍ନିଧ୍ୟେ ବିଜେକଲେ ଦେବ ବନମାଳୀପୟରେ ଯାଇଂ ଶ୍ରୀକୃଷ୍ଣ କରନ୍ତି ନିଉଛାଳି ।୫୪।ଆନନ୍ଦେ ଅନେକ ଯେ ପ୍ରାର୍ଥନା ବାକ୍ୟ ବୋଲିଛାମୁରେ ନାରାୟଣ ଶୁତିଲେ ଗଡ଼ଘାଲି ।୫୫।ଦେଖିଣ ଯୁଝେଷ୍ଠି ଦେବ ଉଠିଲେ ଧାତିକାରେଶ୍ରୀଭୁଜେ ନାରାୟଣଂକୁ ତୋଳି ଧଇଲେ ଯାଇଂ କୋଳେ ।୫୬।ଦିଗପାଳମାନେ ସମସ୍ତେହେଂ ଉଠିପୂଜାବିଧି କଲେ ଶ୍ରୀନାରାୟଣ ପଦ୍ମପାଦ ଗୋଟି ।୫୭।ଶ୍ରୀ ସଂକ୍ରିଷଣଂକ ଚରଣେ ଧର୍ମ କଲେ ପୂଜାଅନେକ ବିନୋୟୀ ସେ କଲେ ଧର୍ମରାଜା ।୫୮।ମୁନିଜନମାନେ କରନ୍ତି ବେଦଧୁନିଅନେକ ଅପଛରୀମାନେ କଲେ ଯେ ହୁଳହୁଳି ଧ୍ୱନି କରେ ଅର୍ଘ୍ୟ ଘେନି ।୫୯।ଶୀଜଗନ୍ନାଥଂକ ପୁତ୍ରମାନେ ଚରଣେ ପରିଣାମିପ୍ରତକ୍ଷେ ନାରାୟଣ ଅନୁଗ୍ରହ ନାଥ ସ୍ୱାମୀ ।୬୦।ଦେବସଭାରେ ଉତ୍ସବ ଦେଖିଣ ବିଧାନେମରୁଳ ବାହାନେ ପିତା ବିଜେ କଲେକ ଅନ୍ତର୍ଦ୍ଧାନେ ।୬୧।ପଞ୍ଚାଶକୋଟି ସେ ଯେ ସଙ୍ଗତେ ବାଳଖିଳାବେଦବର ନାଥ ଯେ ବିଜୟେ ଶୁଦ୍ଧବେଳା ।୬୨।ବୃଷଭ ଆରୋହି ସେ ବିଜେକଲେ ଧୂର୍ଜଟିତୁଲେଣ ଭ୍ରୂକୁଟିଗଣ ଘେନି ଚଉଦକୋଟି ।୬୩।ମୟୁରବାହାନେ ଯେ ବିଯେ ଷଡ଼ାନନଗଣପତି ବିଜେକଲେ ଈନ୍ଦୁର ବାହାନ ।୬୪।ଗ୍ରହଗଣ ସହିତେ ବିଜୟେ ନିଶାପତିଶମୀବୃକ୍ଷ ଶିଖରେ ବିଜୟେ ତଡ଼ତି ।୬୫।ଦାରୁକ ବିଜେକଲେ ନନ୍ଦିଘୋଷ ରଥ ଘେନିସୁଭଦ୍ରା ଅଭିମନ୍ୟୁ ବସାଇଣ ବେନି ।୬୬।ଅଗ୍ନି ଆରୋପଣ କଲେ ବଶିଷ୍ଠ ଉଦ୍ଦାଳକ ଦୁର୍ଭାସା ଅଗସ୍ତିସ୍ୱାହା ସ୍ୱଧା ମହାମନ୍ତ୍ରେଣ ପାଡ଼ିଲେ ଆହୂତି ।୬୭।ପ୍ରାଣତ୍ୟାଜ ବଶ୍ୟାନର କାଳ୍ୟନଳ ଜାଳା ଯେ ପିଙ୍ଗଳଦାବାନଳ ପବନା ଅନଳ ଲୋହିତବର୍ଣ୍ଣ ଅନଳ ।୬୮।କ୍ରୋଟଅନଳ ବିଶାଖାଅନଳ ୟେମାନଂକୁ ଘେନିକୃଷ୍ଣମେଘାଅନଳ ଯେ ଦ୍ୱାଦଶ ବହନି ।୬୯।ଜାତ ଅନଳ ବିକରାଳ ଅନଳ ଶ୍ୱେତ ଅନଳ ପାତିଲେ ଆହୁତିଆଗେ ଯାଗନିକ ହୋଇଲେ ବ୍ୟାସ ମହାଯତୀ ।୭୦।ପାରେଶ୍ୱର ବିଶାମିତ୍ର ବାଲମ୍ୱିକ ଅଗସ୍ତିବ୍ରହ୍ମା ବରଣ ହୋଇଲେ ମାର୍କଣ୍ଡ ମହାଯତୀ ।୭୧।ପ୍ରସନ୍ନ ନାରାୟଣ ଦିନକର ବିରଞ୍ଚିଅଭିଷେକ ନିମନ୍ତେ ଦିଲେ ଅଶ୍ୱ ରଞ୍ଚି ।୭୨।ଇନ୍ଦ୍ରଦେବତା ଦିଲେକ ଅଇରାବ୍ରତ ହସ୍ତୀଅନେକ ଅଳଂକାରମାନ ମଣ୍ଡିଲେ ଦୁହିନ୍ତି ।୭୩।କନେକ ସଂହାସନେ ବିଜେ ଯୁଝେଷ୍ଠି ଦଣ୍ଡଧାରୀଦିବ୍ୟ ଅଳଂକାରମାନ ଆଭରଣ କରି ।୭୪।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବରତ୍ନ ମଣି ମୁକୁଟ କୁବେର ଦିଲାକ ଆରମ୍ଭ ।୭୫।ତାତ ଝୁମ୍ପା ସରଳ ବାହୁଟି ଜଗଦଳାଶିରରେ ଶିରଭୂଷା ମୁକୁଟ ହୃଦେଣ ରତ୍ନମାଳା ।୭୬।ଅମରାଧି ନାଥଂକର ଯେତେକ ଅଭିଷେକ ଯୋଗାଡ଼ ଅଳଂକାରସମସ୍ତ ଆଭରଣ କଲେ ନେଇ ଯୁଝେଷ୍ଠିକ ଶରୀର ।୭୭।ପବନ ଦେବତାର ଅଭିଷେକ ଯୋଗାଡ଼ ଯୁଗତଆପଣେ ଆଭରଣ କରଇ ଭୀମସେନର ଗାତ୍ର ।୭୮।କୁବେର ଦେବତାଂକର ଯେତେ ଅଭିଷେକ ବିଧାନସମସ୍ତ ଆଭରଣ କଲେ ନକୁଳ ଦେହେଣ ।୭୯।ନାରାୟଣ ଦେବତାଂକର ଯେତେ ଅଭିଷେକ ରତନଅର୍ଜୁନ ଶରୀରେ ତାହା ଆଭରଣ କଲେ ଜନାର୍ଦ୍ଦନ ।୮୦।ଅଶ୍ୱିନୀ କୁମାରଂକର ଯେତେ ଅଭିଷେକ ଯୋଗାଡ଼ ଆଣିଶରୀରେ ଭୂଷଣ କଲେ ମନ୍ତ୍ରୀ ଚୂଡ଼ାମଣି ।୮୧।ଅନେକ ଅଳଂକାର ଘେନିଣ ଦେବୀ ଶଚୀଦ୍ରୋପତୀଂକ ଶରୀରେ ଆଭରଣ କଲେ ସଞ୍ଚି ।୮୨।ଶ୍ରୀକରେ ଘେନି ଅମଳାଣ ବସ୍ତ୍ର ପାରିଜାତ ପୁଷ୍ୟମାଳଯୁଝେଷ୍ଠିଂକ ଶରୀରେ ଆଭରଣ କଲେକ ଆଖଣ୍ଡଳ ।୮୩।ବୈଜୟନ୍ତୀମାଳା ଚନ୍ଦ୍ର କିରଣର ମଣିଶଶଧର ଦେବତା ଆବରଣ କଲେ ଆଣି ।୮୪।ସୁମନ୍ତେକ ମଣି ଯେ ଘେନିଣ ବନମାଳୀଯୁଝେଷ୍ଠିଂକ ଅଙ୍ଗେ ଆଭରଣ କଲେ ଶୁଦ୍ଧଶାଳୀ ।୮୫।ଅନର୍ଘ ମଣି ମୁକୁଟ ଆଣି ଦିଲେକ ଭାସ୍କରତିମିର ବିଦାରଣ ମଣି ଦିଲେକ ବେଦବର ।୮୬।ଦିବ୍ୟବେଶ ଅଳଂକାର ହୋଇଣ ପାଣ୍ଡବ ପଞ୍ଚୁବୀରେବିଜେ ପଞ୍ଚୁ ଇନ୍ଦ୍ରେ ଯେ ବାସବର କୋଳେ ।୮୭।ପାଣ୍ଡବଂକ ଅବତାର କହିତ କି ପାରିପ୍ରତ୍ୟକ୍ଷେ ଇନ୍ଦ୍ର କି ସେ ମଞ୍ଚେ ଅବତରି ।୮୮।ପ୍ରସନ୍ନ ଅବତାର ସେ ଅଟନ୍ତି ପ୍ରତ୍ୟକ୍ଷେବିଜୟ ପଞ୍ଚମୂର୍ତ୍ତି ବ୍ରହ୍ମା ଇନ୍ଦ୍ର ବିଷ୍ଣୁ ହର କୁବେର ସାରିକ୍ଷେ ।୮୯।ଦେଖିଣ ସାନନ୍ଦ ଯେ ହୋଇଲେ ବୃନ୍ଦାଅର୍କେଅନେକ ମନ୍ତ୍ର ଆର୍ଧନା କଲେକ ଦେବଲୋକେ ।୯୦।ଆପଣେ ପଢିଆରୀ ପଣେଣ କେଶବସଭା ନିବର୍ତ୍ତ କରନ୍ତି ଚଞ୍ଚଳ ବାସୁଦେବ ।୯୧।ଅଭିଷେକ ଯୋଗାଡ଼ ଆଣିଦିଲେ ବିଶ୍ୱକର୍ମାସମସ୍ତ ଖୁଆଇଲେ ନେଇ ସଭା ଯେ ସୁର୍ଧମା ।୯୨।ପଞ୍ଚମୂର୍ତ୍ତି ଅବତାର ଯେ ପ୍ରତିମା ବିଘ୍ନରାଜରୁଦ୍ର ଅବତାର ପ୍ରତିମା କଲେ ତହିଂ ନେଇ ସଜ ।୯୩।ମୀନ କୂର୍ମ ବରେହା ନରସିଂହ ବାମନ ପ୍ରଶୁରାମହଳ ହଳଧର ବଉଧ ବଳକୀ ଯେ ନାମ ।୯୪।ବାମେଣ ଗୁରୁ ଯେ ଡାହାଣେଣ ଧାତାଆଗେଣ ବ୍ରହ୍ମା ପଛେଣ ବିରଞ୍ଚି ଦେବତା ।୯୫।ଚତୁର୍ବଦନ ଅଷ୍ଟଲୋଚନ ମରୁଳ ବାହାନେପଞ୍ଚବିଂଶ ପୁତୁଳି ନିର୍ବାଣିଲେ ଅଷ୍ଟରତ୍ନେ ।୯୬।କୁବେର ମୂରତି ପଞ୍ଚ ଯେ ପ୍ରତିମାବରୁଣ ଦ୍ୱାଦଶ ପ୍ରତିମା ଘଟଣ ଉପମା ।୯୭।ଆଦିତ୍ୟ ମୂରତି ଦ୍ୱାଦଶ ଦେବତାଷୋହଳ ମୂରତି ଚନ୍ଦ୍ର ପ୍ରତିମା ଘଟିତା ।୯୮।ଅନନ୍ତ ଅନିଳ ଯେ ବିଜୟେ ପବନଧାତୁବାଦ ପବନ ଯେ ଚଞ୍ଚଳ ପବନ ।୯୯।ଧାପ ପବନ ଚଣ୍ଡ ପବନ ଯେ ପ୍ରଚଣ୍ଡ ପବନଚରଧର୍ମ ପବନ ତାରଣ ପବନ ଯେ ଧ୍ୟାୟେ ପବନ ।୧୦୦।ଉର୍ଦ୍ଧ୍ୱଗତି ପ୍ରାଣ ଅପାନ ସମାନ ବ୍ୟାନ ଉଦାନ ପବନମଳୟ ତପତ ଗନ୍ଧବାହ ପବନ ।୧୦୧।ବିକରାଳ ପ୍ରବହ ଆବହ ସଂବହ ନିବହ ପବନଥକିତ ପବନ ଯେ ଧାରଣ ଆଲୋକିତ ପବନ ।୧୦୨।ବିଚଳିତ ପବନ କେତୁହେତୁ ଦୁର୍ଦଣ୍ଡ ପବନନିରସ୍ତକ ପବନ ଯେ ଘୋର ଜୀବନ୍ୟାସ ପବନ ।୧୦୩।ରାବପବନ ଯୋଗପବନ ଜଳମନ୍ଥାନ ପବନକାରଣ ମାରଣ ଜାରଣ ଖର ଯେ ପବନ ।୧୦୪।ଘନପବନ କାଳାନ୍ତକ ଧୂମାନ୍ତକ ଯେ ପବନଗୁପତ ବ୍ୟକତ ଯେ ଗ୍ୟାନ ଲଳିତ ପବନ ।୧୦୫।ୟେମନ୍ତେ ପବନ ଦେବତା ୟେ ଅଣଚାସ ମୂରତିଅଷ୍ଟରତ୍ନେ ପ୍ରତିମା ଯେ ଆଭରଣ କରନ୍ତି ।୧୦୬।ବୃହସ୍ପତି ଶୁକ୍ର ଶନିଶ୍ଚର ଆଦିତ୍ୟ ସୋମ ମଙ୍ଗଳ ଯେ ବୁଧରାହୁ କେତୁ ନବଗ୍ରହନ୍ତ ପ୍ରତିମା କଲେ ରୂପବନ୍ତେ ପ୍ରସିଦ୍ଧ ।୧୦୭।ବିଶ୍ୱେଦେବା ଦ୍ୱାଦଶ ମୂରତି ପୁରୁଷସନକାଦି ସପତ ମୁନି ବିହନ୍ତା ଚତୁର୍ଦ୍ଦଶ ।୧୦୮।ଆହୋ ଚଇତନ ୟେମନ୍ତେ ପ୍ରତିମାମାନନ୍ତ ଯେ ସୁବର୍ଣ୍ଣେ ଘଟଣହୀରା ନୀଳା ପୋୟେଳା ଯେ ଅଷ୍ଟରତ୍ନେ ନିରିବାଣ ।୧୦୯।ସନକ ସନାତନ ସନନ୍ତ ସନନ୍ଦନ ମନୁ ଯେ କୁମାରୟେ ଚାରି ପ୍ରତିମା ଯେ ବ୍ରହ୍ମା ଅବତାର ।୧୧୦।ପଞ୍ଚବିଂଶ ମୂରତି ଯେ ଦୁର୍ଗା ବାରୋହୀ ନାରାୟେଣୀବ୍ରହ୍ମାୟେଣୀ ରୁଦ୍ରାୟେଣୀ ଇନ୍ଦ୍ରାୟେଣୀ ଅଷ୍ଚଭଦ୍ରାୟେଣୀ ।୧୧୧।କାଳିକା କାଳରାତ୍ରି ଉଗ୍ରତାରା ତ୍ରିପୁରାଚାମୁଣ୍ଡା ଚଣ୍ଡଘଣ୍ଟା ବିରୂପା ଅଙ୍ଗିରା ।୧୧୨।ବାସେଳୀ ଭଇରୋବୀ ୟେତେକ ରୂପ ଗଢିପଞ୍ଚବିଂଶ ପିତୁଳି ଯେ ସମସ୍ତ ରତ୍ନେ ଜଡ଼ି ।୧୧୩।ଦ୍ୱାଦଶ ପ୍ରତିମା ଯେ ହଳଧର ନୀଳାମ୍ୱରଉନବିଂଶ ପ୍ରତିମା ଯମ ଦେବତା ନିଶାଚର ।୧୧୪।ଦେବତା ପ୍ରତିମା ଯେ ଅଷ୍ଟରତ୍ନେ ପିତୁଳିଚଣ୍ଡେଶ୍ୱର ବିଶ୍ୱକେସେନ କୁଣ୍ଡୋଦର ମାତଙ୍ଗିନି ତେଜ ସେ ମଞ୍ଜୁବଳୀ ।୧୧୫।ବେତାଳ ତାଳପ୍ରତିମା ଯେ ଅଷ୍ଟରତ୍ନେ ଝଳିପ୍ରତିମାକେ ହୀରା ନୀଳା ବଇଦୁର୍ଯ୍ୟ ଓଳି ।୧୧୬।କାଳ ବିକାଳ ଚିତ୍ରଗୁପତ କାଳୀ ବିକରାଳୀ ବେନି ୟେ ଭାରିଯାମହିଷୀ ବାହନେ ନାଶକରଗଣ ଘେନି ବିଜୟେ ଯମରାଜା ।୧୧୭।ତମ୍ୱାର ପ୍ରତିମା ଯେ ଲୁହାର ବେନି ଆଖିନବଶତ ପ୍ରତିମା ନିଶାଚରଗଣ ଲେଖି ।୧୧୮।ପଞ୍ଚବିଂଶ ମୂରତି ଯେ ବହୁତ ଦେବତାସ୍ୱାହା ସ୍ୱଧା ମନ୍ତ୍ରେ ପୂଜା ପାଇଲେ ବିହିତା ।୧୧୯।ଶଙ୍ଖପଦ୍ମ ମହାପଦ୍ମ ଶ୍ୱେତ କର୍କୋଟ କୁଳିକ ତକ୍ଷକ ଅନନ୍ତଦ୍ୱାଦଶ ପ୍ରତିମା ଯେ ଅଷ୍ଟକୁଳା ନାଗନ୍ତ ।୧୨୦।ନିର୍ଘାତର ମୂଳେ ଯେ ପଞ୍ଚଦଶ ମୂରତିନବ ପ୍ରତିମା କଲେ ଗ୍ରାମ ଯେ ଦଇବତୀ ।୧୨୧।ଭୃଗୁ ପୁରୁଷ ଅଭିନ୍ନ ପୁରୁଷ ଶୂନ୍ୟ ଯେ ପୁରୁଷୟେହାନ୍ତ ଘଟଣ କଲେ ପ୍ରତିମା ଦ୍ୱାଦଶ ।୧୨୨।ଅଷ୍ଟରତ୍ନେ ନିର୍ବାଣ ସୁବର୍ଣ୍ଣ କଳସ ଲକ୍ଷେଗୋଟିକୋଟି ତାର୍ଥଜଳ ଘେନି ତହିଂରେଣ ପୁଷ୍ଟି ।୧୨୩।ସୁବର୍ଣ୍ଣର ଛାୟେଣି ଯେ କୋଟିୟେ ଶ୍ରୀଫଳଆକାଶେ ନିର୍ମିତ ଦେବତାଂକର ସେ ସକଳ ।୧୨୪।ବ୍ରହ୍ମା ଅବତାର ସେ ସହସ୍ରେକ ଶିଳାମହେଶ୍ୱର ଅବତାର ପଞ୍ଚସହସ୍ର ଅନର୍ଗଳା ।୧୨୫।ସହସ୍ରେକ ଶିଳା ଯେ ପିଙ୍ଗଳ ଅବତାରବାମନ ମୂରତି ଶିଳା ୟେକ ସହସ୍ରର ।୧୨୬।କୂର୍ମ ଅବତାର ଶିଳା ଅଟଇ ସହସ୍ରେକସିଂହ ବାହାନେ ଯେ ଅମ୍ୱିକା ସହସ୍ରେକ ।୧୨୭।ସହସ୍ରେକ ଶିଳା ଯେ ନାରାୟଣ ମୂରତିସହସ୍ରେକ ଶିଳା ନୀଳ ଲୋହିତ ବର୍ଣ୍ଣ ଥିତି ।୧୨୮।ସହସ୍ରେକ ଶିଳା ଯେ ଶ୍ରୀରାମ ନାମ ମୁଦ୍ରାଅନନ୍ତ ସହସ୍ରେକ ଶିଳା ଶୁଦ୍ଧ ରୁଦ୍ରା ।୧୨୯।ବ୍ରହ୍ମରୁଦ୍ର କର୍ମ ଧର୍ମ ପୃଥୀ ଆପ ତେଜ ବାୟିବ ଆକାଶୟେ ପ୍ରତିମା ଘଟଣ ଗଲେ ନବ ଯେ ପୁରୁଷ ।୧୩୦।ଅଷ୍ଟରତ୍ନେ ନିର୍ବାଣ କଲେ କୋଟିୟେ ଦୀପକୁ କୋଟିୟେ ରୂଖାଗୁଆଘୃତେ ପୂରୋଇ ନେତର ବଳିତା ଅତି ଶିଖା ।୧୩୧।ଦଶଅବତାର ନେତର ଚନ୍ଦ୍ରାତପ ପାଞ୍ଚକୋଟିମୁକୁତା ଝରାମାଳମାନେ ଲମ୍ୱନ୍ତି କୋଟି କୋଟି ।୧୩୨।ୟେ ବିଧିରେ ଯେତେ ଦେବତା ସୁବର୍ଣ୍ଣର ଖଟୁଳିହୀରା ନୀଳା ମାଣିକ୍ୟ ପୋୟେଳା ଅଷ୍ଟରତ୍ନେ ଝଳି ।୧୩୩।ସ୍ୱାହା ସ୍ୱଧା ମନ୍ତ୍ରେଣ କରନ୍ତି ବେନି ହୋମଋଷିମାନେ ଆରୋପଣ କଲେ ଅଗ୍ନି ସୋମ ।୧୩୪।ଅନେକ ସମିଧେଣ ଘୃତ ଯେ ଆହୂତିଦ୍ୱାଦଶ କୋଟି ମନ୍ତ୍ରେ ହବି ଦେବତା ତୋଷନ୍ତି ।୧୩୫।ପଞ୍ଚବିଂଶ ସ୍ଥାନେ ହୋମ କର୍ମଣ ବିଧି ଆହୂତିମନ୍ତ୍ର ଆଧ୍ୟାନେ ତୋଷିଲେ ଅଗ୍ନିଦେବତାଂକ ମୂର୍ତ୍ତି ।୧୩୬।ବାଜନ୍ତି ମଧୁର ସ୍ୱରେ ଦେବବାଦ୍ୟ ଦୁନ୍ଦୁଭିକମ୍ପଇ ସପତ ଦୀପ ହେଳ ଘେନଇ ମହୀଦେବୀ ।୧୩୭।ପଞ୍ଚକୋଶ ଅନ୍ତର ଯେ ମତ୍ସଦେଶ ପୁରୀତହିଂକି ବାଦ୍ୟ ନ ଶୁଭଇ ମାୟାକଲେ ଦେବ ଶିରୀହରି ।୧୩୮।ପୁଷ୍କରକଇଂ ଧ୍ୟାୟେ କଲେ ନାରାୟଣଆସନ କମ୍ପିଲା ତାହାର ଅନ୍ତରୀକ୍ଷ ଭୁବନେଣ ।୧୩୯।ଗଙ୍ଗା ଗୟା ଗୋଦାବରୀ ଗଉତମୀ କୃଷ୍ଣବେଣୀହରିପାଦ କେଦାର ପ୍ରୟାଗ ବୈତରଣୀ ।୧୪୦।ସୁମତୀ ନର୍ମଦା ଯେ ପ୍ରାଚୀ ଚନ୍ଦ୍ରଭାଗାଭାଗିରଥୀ ସରସ୍ୱତୀ ଯମୁନା ଗୋପ୍ୟ ଗଙ୍ଗା ।୧୪୧।ମହାଅଗ୍ନି ଫଲୁକୀ ଯେ ଗୋମତୀ ଶୋଣଭଦ୍ରାକାବେରୀ ଉତ୍ତରବାହିନୀ ମଣିକର୍ଣ୍ଣିକା ମାନିନୀ ମାନମୁଦ୍ରା ।୧୪୨।ସାଗର ସଙ୍ଗମ ଭାବାନୀ ଶିବାନୀକାମାକ୍ଷୀ କାଳିନ୍ଦୀ ଯେ ମାତାଙ୍ଗୀ ସୀତାବେଣୀ ।୧୪୩।କାଶୀକଉଶିକୀ ତୁଙ୍ଗଭ୍ରଦ୍ରା ଅନ୍ଧେକ ବେଦମତୀଚିତ୍ରାଙ୍ଗୀ ଚିତ୍ରଉତ୍ପଳା କମଳା ଶରଣାବତୀ ।୧୪୪।ବାଞ୍ଚ୍ଥାଦୟା ଯେ ନିର୍ମାୟା ମନ୍ଦଭାଗୀପାତାଳଗଙ୍ଗା ଜଇନ୍ତା ବିଭାସୀ ସଉଭାଗୀ ।୧୪୫।ୟେହାଂକର ମୂଳେ କୋଟିୟେ ଯେ ତୀର୍ଥଘେନିଣ ପୁଷ୍କର ଦେବତା ବିଜୟେ ତୁରିତ ।୧୪୬।ମୁକୁତାର ଭାଣ୍ଡେ ଶୁଦ୍ଧ ସ୍ଫଟିକ ପ୍ରାୟେ ପାଣିଅଭିଷେକକୁ ମହାବିଶ୍ୱେ ଦେବତା ଯୋଗାଇଲେ ଆଣି ।୧୪୭।ବାମ ଦକ୍ଷିଣେ ରହିଲେ ଯେ ଶ୍ୱେତହସ୍ତୀ ବେନିମୁକୁତାର ଭାଣ୍ଡେ ସେ ତୀର୍ଥଜଳଛନ୍ତି ଘେନି ।୧୪୮।ପୁଷ୍କର ଦେବତା ତୁଲେ ଚଉରାଶୀ ଲକ୍ଷ ବାଜୀଅତିବେଗ ଚୋଖାର ତୁରଙ୍ଗମ ମହାତେଜୀ ।୧୪୯।ଚେଡ଼ିପେଡ଼ି ଦୁଇ ପରିବାରୀ ଦୁଇ କତିବିଜୟେ କମଳ ଆସନି ଈଶାନ ମୂରତି ।୧୫୦।ହୃଦଗତେ ଆଲିଙ୍ଗନ ହୋଇଲେ ବାକ୍ୟଦେବୀସାନନ୍ଦ ଚିତ୍ତେ ଯୁଝେଷ୍ଠିଂଙ୍କ ଅଭୟେ ବର ସେବି ।୧୫୧।ମକରମାସ ଶୁକଳ ପକ୍ଷ ଚଉଠି ଅର୍କବାରରେବତୀ ନକ୍ଷତ୍ର ଯେ ଅଟଇ ସେ ଦିନର ।୧୫୨।ତୈତିଳ ନାମେ କରଣ ଶୁଭନାମେ ଯୋଗତାରଚନ୍ଦ୍ର ବେଳ ଯେ ରୋହିଣୀ ଘରେ ଭୋଗ ।୧୫୩।ଈଶାନେ ଯୋଗ୍ନୀ ଯେ ମହାଲକ୍ଷ୍ମୀ ମୂରତିମଗର ବାହାନେ ସେ ବାମଭାଗେ ଥିତି ।୧୫୪।ୟେହେନେକ ଶୁଭଲଗ୍ନ ମାହେନ୍ଦ୍ର ଯୋଗବେଳାଅଭିଷେକ ବିଧାନେ ସେ ସମସ୍ତ ଦେବେ ମେଳା ।୧୫୫।ଶ୍ରୀକୃଷ୍ଣଂକ ଭଣଜା ଯେ ଅର୍ଜୁନର ତନୁଯୁଝେଷ୍ଠିଂକ କୋଳେ ବିଜେ କୁମାର ଅଭିମନ୍ୟୁ ।୧୫୬।ଅମର ବିଳାସୁଣୀୟେ ଦ୍ୟନ୍ତି ହୁଳହୁଳିଅରକ୍ଷେକ ସୁନ୍ଦରୀ ଯେ ଆଲଟ ଚାମରନ୍ତି ଢାଳି ।୧୫୭।ପାଟଛତ୍ର ଲକ୍ଷେ ଆଲମ୍ୱ ଉଦଣ୍ଡ ଯେ ଲକ୍ଷେୟେକଲକ୍ଷୀ ପାଞ୍ଚଲକ୍ଷୀ ଉଡ଼ନ୍ତି ମେବଛେ ।୧୫୮।ସୁବର୍ଣ୍ଣର ଶଙ୍ଖ ଯେ ଫୁରଇ ବେନିକୋଟିସଭାୟେ ଚଉଷଠି କୋଟି କନ୍ୟା ତାଣ୍ଡବ ରସେ ଖଟି ।୧୫୯।ବୀଣା ବାଂୟେଶୀ ଯେ ଅଧାଟି ସରଗୁଣାପିନାକୀ ଗଣପତି ଯେ କର୍ଣ୍ଣାଟୀ ବ୍ରହ୍ମବୀଣା ।୧୬୦।ସୁମସ୍ୱର ବାଦ୍ୟ ସା ରି ଗା ମା ପା ଧା ନି ସପତ ସ୍ୱରଧୁନିଭରହରଷେ ଖଟନ୍ତି ନାରଦ ମହାମୁନି ।୧୬୧।ସୁଲକ୍ଷଣି ବ୍ରହ୍ମଣ ଲକ୍ଷେକ ଋକବେଦୀବେନି ଲକ୍ଷ ବ୍ରାହ୍ମଣ ସାମବେଦୀ ପ୍ରସିଦ୍ଧି ।୧୬୨।ଚାରିଲକ୍ଷ ବ୍ରାହ୍ମଣ ଯଜୁର୍ବେଦୀ ବରିଅଥର୍ବବେଦୀ ବ୍ରାହ୍ମଣ ବରିଲେ ଲକ୍ଷେ ଚାରି ।୧୬୩।ଆୟୁର୍ବେଦରୁ ବରିଲେ ପାଞ୍ଚଲକ୍ଷ ଦିଜଅହିବ୍ରତେକ ବ୍ରାହ୍ଣଣ ଜ୍ୟୋତିର୍ବେଦ ରାଜରାଜ ।୧୬୪।ବେନି ଅହିବ୍ରତେକ ଧନୁର୍ବେଦୀ ଆଧ୍ୟାନଶିଶୁମୁନା ବେଦୀ ୟେ ଲକ୍ଷେକ ବିଦୁଜନ ।୧୬୫।ଅଜପା ଗାୟତ୍ରୀ ଯେ ପଞ୍ଚସହସ୍ର ଅଭ୍ୟାସିଯୋଗ ଆଧ୍ୟାନେ ପଞ୍ଚ ଅହିବ୍ରତେ ଜଙ୍ଗମ ବସି ।୧୬୬।ଆହୋ ଚଇତନ ପ୍ରତକ୍ଷେ ଧର୍ମ ନିରଞ୍ଜନ ଯେଉଂଣ ଯୁଝେଷ୍ଠିପଢିହାରୀ ରୂପେ ନାରାୟଣ ଯାହାକଇଂ ଖଟି ।୧୬୭।ୟେ ମହୀମଣ୍ଡଳେ କଳିକାଳ ଧ୍ୱଂସିବା ନିମନ୍ତେଇଦଂବାଚ ମନୁଷ୍ୟ ଅବତାର ତହିଂ ଅର୍ଥେ ।୧୬୮।ସେ ମହାରାଜାଂକର ପୂର୍ଣ୍ଣ ଅଭିଷେକେଅମରଗଣ ଘେନି ସେ ଖଟନ୍ତି ସର୍ବଲୋକେ ।୧୬୯।ୟେସନେକ ଆରମ୍ଭ ସଞ୍ଚିତ ଦେବହରିଲେଖନ୍ତେ ତାହା ମୁଂ କହିବି କି ଅନ୍ତ କରି ।୧୭୦।ସଞ୍ଚପି କହିବାକୁ କିସ ମୋହୋର ହେତୁମହାବାକ୍ୟ ଆଖ୍ୟାନ ମୁଂ କହିଲି ତହିଂର ନିମନ୍ତୁ ।୧୭୧।ମନୁଷ୍ୟ ଜନ୍ମେ ଉତପତ୍ତି ମୁଂ ୟେ ମହୀମଣ୍ଡଳେଶ୍ରୀକୃଷ୍ଣର ପଦ୍ମପାଦ ଭାବଇ ବକ୍ଷସ୍ଥଳେ ।୧୭୨।ଅବ୍ୟୟେ ଭଣ୍ଡାର ବୟେ କଲି ମମଗ୍ୟାଂନୁଶଇଳ ରାଜାର ନନ୍ଦିନୀ ବିଜୟେ ମୋହୋର କରୁଶାନୁ ।୧୭୩।ଧାର ଧାର ସୁଶୀତଳ ସମୀର ବହଇଚାରିମେଘେ ଚାରିକତି ହୋଇଲେକ ଛାଇ ।୧୭୪।ମାୟାକଲେ ତହିଂ ତେତିଶକୋଟି ଦେବତାୟେହିମଋତୁ ଛାଡ଼ିଲା ଗ୍ରୀଷମ ଋତୁ ପ୍ରାୟେ ।୧୭୫।ନାନା ତୀର୍ଥଜଳେ ସ୍ନାନକଲେ ପଞ୍ଚଭାଇସୁବର୍ଣ୍ଣ ସିଂହାସନେ ବିଜୟେ ନୃପସାଇଂ ।୧୭୬।ଚାରିମେଘ ଆସି ଯେ ପଖାଳି ପଞ୍ଚୁଶିରଆଣି ନିଉଡ଼ିଲେ ଯେ କୋଟିୟେ ତୀର୍ଥର ଜଳ ।୧୭୭।ଗନ୍ଧଚନ୍ଧନ ପୁଷ୍ୟ ଦିବ୍ୟରତ୍ନ ବସନହୃଦରେ ଆଭରଣ କରନ୍ତି ପାଣ୍ଡବ ପାଞ୍ଚଜଣ ।୧୭୮।ଦିବ୍ୟ ଅଳଂକାର ହୋଇ ଯେ ପାଣ୍ଡବ ପଞ୍ଚୁବୀରେପୁଣିହିଂ ବିଜେକଲେ ଯାଇ ସିଂହାସନ ଉପରେ ।୧୭୯।ବେଦଧୁନି ମଙ୍ଗଳଶୁଭ ଅନକୂଳ ଧୁନିପୁଷ୍କର ଅଭିଷେକ କଲା କୋଟିୟେ ତୀର୍ଥ ଘେନି ।୧୮୦।ଜୟ ଜୟ ଶବଦ ଶୁଭିଲା ଆକାଶେପୁଷ୍ପ ବୃଷ୍ଟି କଲେ ବ୍ରହ୍ମ ଦଇବତ ପୁରୁଷେ ।୧୮୧।ଅମୃତାକ୍ଷ ମେଘ ତହିଂ କଲା ଅମୃତ ଯେ ବୃଷ୍ଟିକଣୟ ବରଷିଲା ଅଷ୍ଟରତ୍ନ କୋଟି କୋଟି ।୧୮୨।ସୋମପାଳ ଭଦ୍ରା ଯେ ଶଂଖଚିଲ ପକ୍ଷୀଦଧିବାବନ ମଙ୍ଗଳ ବାକ୍ୟ ପକ୍ଷୀ ଯେ ତାରାକ୍ଷି ।୧୮୩।କନକ ଦୀପାବଳୀ ତ୍ରାସେ ଝଲକନ୍ତି ରତ୍ନମଣିଦିଶନ୍ତି ପଣ୍ଡୁନନ୍ଦନ ବ୍ରହ୍ମା ବିଷ୍ଣୁ ମହେଶ୍ୱର କି ଇନ୍ଦ୍ର ଜାଣି ।୧୮୪।କୋଦଣ୍ଡ ଅଜଙ୍ଗ ପିନାକ ସାରଙ୍ଗ ଗାଣ୍ଡିମବାଆନ ବାଆନ ଗଦା ଘେନିଣ ବୀର ଭୀମ ।୧୮୫।ଯୁଝେଷ୍ଟି ଦେବଂକର ଯେ ଅଭିଷେକ ଦେଖିଅନେକ ପାପୀ ତରିଲେ ପାତେକ ଉପେକ୍ଷି ।୧୮୬।ବହୁତ ସାନନ୍ଦ ଯେ ହୋଉଛନ୍ତି ବୃନ୍ଦା ଅର୍କେଅନେକ ମଙ୍ଗଳ ଧୁନି କରନ୍ତି ଦେବଲୋକେ ।୧୮୭।ସାନନ୍ଦ ପରମାନନ୍ଦ ସକଳ ସିଦ୍ଧ ଯୋଗୀସଭା ସମାର୍ଜନା ଦେବ କରନ୍ତି ବେଗି ବେଗି ।୧୮୮।ଅନେକ ଉଛବେ ସେ ଯାଦେବ ବୀରମାନେବାବୁ ସୁଲଭ ଜୀବନ ଅଟଇ ଆମ୍ଭର ଧନ୍ୟେ ଧନ୍ୟେ ।୧୮୯।ନାରାୟଣ ପ୍ରସନ୍ନେ ଆମ୍ଭେ ସୁଫଳେ ଅଛୁଂଅନେକ ଜନ୍ମକୁ ନିର୍ମଳ ହୋଇଲା ଆମ୍ଭର ଚଛୁ ।୧୯୦।ମହାତୀର୍ଥ କାମ୍ୟ କରିଥିଲୁ ପୂର୍ବେଧର୍ମନନ୍ଦନ ଅଭିଷେକ ଦେଖିବାକୁ ସାମରଥ ହୋଇଲୁ ୟେବେ ।୧୯୧।ପାଣ୍ଡବଂକ ଅଭିଷେକ ମହା ସଂପଦ ଦେଖିବଳଦେବ ହେଠମାଥେ ବୁଜିଲେ ବେନି ଆଖି ।୧୯୨।ବିରସ ବଦନ ଯେ ହୋଇଲେ ଦେବ କାମପାଳବହୁତ ବିସୋରିଲେ କଣ୍ଟିଲା ବକ୍ଷସ୍ଥଳ ।୧୯୩।ଅନମିତେ ଧୃତରାଷ୍ଟ୍ର ପୁତ୍ରଂକର ହୋଇଲୁ ଗଦାଗୁରୁଆବର ମାନଗୋବିନ୍ଦକୁ କେହି ରକ୍ଷା କରିପାରୁ ।୧୯୪।ବଳରାମଂକ ବିରସ ଭୀମସେନ ଜାଣିଶ୍ରୀକୃଷ୍ଣଂକର ସନିଧେ ଯାଇଂ ଯୋଡ଼ଇ ବେନିପାଣି ।୧୯୫।ସ୍ୱାମୀ ଆମ୍ଭର ସଂପଦ ଦେଖି ତ୍ରୈଲୋକ୍ୟ ଆନନ୍ଦବଳରାମ ବସିଲେ କିଂପେ ମନର ବିଷାଦ ।୧୯୬।ଲେଉଟି ନାରାୟଣ ଚାହିଂଲେ ରାମ ମୁଖବଳରାମ ବିରସ ଦେଖିଲେ ଶ୍ରୀବତ୍ସ ପ୍ରତକ୍ଷ୍ୟ ।୧୯୭।ନାରାୟଣ ବୋଇଲେ ଭୀମସେନର ଅଗ୍ରତେବୋଲୁକିନା ସ୍ୱାମି ହେ ବିରସ କିସ ଅର୍ଥେ ।୧୯୮।ନାରାୟଣ ବଚନେ ବ୍ରିକୋଦର ଉଠିବଳରାମଂକ ଛାମୁରେ ଯୋଡ଼ଇ ବେନିକର ଗୋଟି ।୧୯୯।ସ୍ୱାମି କାମପାଳ ଯୁଝେଷ୍ଠିଦେବଂକ ଅଭିଷେକଅନେକ ସାନନ୍ଦ ହୋଉଅଛନ୍ତି ତ୍ରିଲୋକ ।୨୦୦।ତୋହୋର ମନ କିଂପା ବିରସ ବଳଦେବଅଥବା ମନକୁ ନଯୋଗାଇଲା କି ଆମ୍ଭର ଉଛବ ।୨୦୧।ୟେ କାର୍ଯ୍ୟେ ତୋହୋର ମନ୍ଦବୁଧି ପ୍ରସାଦେବେଳେ ବେଳେ ମାନଗୋବିନ୍ଦ ଆମ୍ଭଂକୁ ଚିନ୍ତଇ ପ୍ରମାଦେ ।୨୦୨।ଭୋ ସ୍ୱାମି ତୋହୋର ୟେକା ୟେ ମନ୍ଦବୁଦ୍ଧିବେଳେ ବେଳେ ମାନଗୋବିନ୍ଦ ହରଇ ଆମ୍ଭର ସଂପ୍ରଧି ।୨୦୩।ତୋହୋର ପ୍ରସାଦେ ଦିଲେ ସେ ବିଷଲଡ଼ୁବାନ୍ଧି ପକାଇଲେ ମୋତେ ଅଗାଧ ସିନ୍ଧୁ ଜଳେ ପଡ଼ୁ ।୨୦୪।ନାଗୁଣୀ ଖାଉ ବୋଲି ମେଲିଦେଲେ ଜଳେତହୁଂ ପାରହୋଇଲି ମୁଂ ମୋହୋର ଧର୍ମବଳେ ।୨୦୫।ତୋହୋର ବୁଦ୍ଧି ପାଇ ଆହୁରିବେଳେ ଆମ୍ଭନ୍ତ କଲେ କୂଟଘରେକ ଭିଆଇଲେ ଜଉ ସଜଳସ ଗୁଆଘୃତ ଛଣପଟ ।୨୦୬।ପାଣ୍ଡବେ ମରନ୍ତୁ ବୋଲି ପୋଡ଼ିଦେଲେ ନିଶାକାଳେତହିଂରୁ ପାରି ହୋଇଲୁ ଆମ୍ଭର ପୁଣ୍ୟବଳେ ।୨୦୭।କପଟ ପଶା ୟେକ ଯେ ଭିଆଇଲେ ଆପଣୟେହେହ୍ନେକ କୂଟବୁଦ୍ଧି ତୋହୋର ବଡ଼ପଣ ।୨୦୮।ଘୋଷଯାତ୍ରା ବୋଲି ସେ ରଞ୍ଚିଲେ ଉପାୟେସକଳ ଅନୀତି କଲେ ଯେ ତୋହୋର ଭରସାୟେ ।୨୦୯।ୟେ ତୋହୋର ପରସାଦେ ପାଇଲୁ ୟେତେ କଷ୍ଟୟେତେ ବାଗେ ରାମ ତୋହୋର ନ ପୂରିଲା ପେଟ ।୨୧୦।ହରଷ ଛାଡ଼ି କିଂପେ ବିରସ ତୋହୋର ମତିତୋହ ବିସରିଲେ କିସ ହୋଇବ ହଳପତି ।୨୧୧।ତୁମ୍ଭର କର୍ମେଣ ୟେତେ କୃତ୍ୟମାନ ଭଲକାଳେଣ କାମପାଳ କିଛି ନୋହିଲାଟି ଭଲ ।୨୧୨।ଦ୍ରୋପଦୀର କେଶ ଯେ ଧରିଲା ଧୁଶାସନକେଶ ନ ବାନ୍ଧିଲା ଦେବୀ ଚଉଦ ବରଷ ଷଡ଼ମାସ ତେରଦିନ ।୨୧୩।ଧୁଶାସନ ରୋଧିରେ ଯେବେ କେଶ ଯେ ପଖାଳିତେବେ ସେ କେଶବନ୍ଧନ କରିବ ପାଞ୍ଚାଳୀ ।୨୧୪।ସ୍ୱାମି ଧୃତରାଷ୍ଟ୍ର ପୁଅନ୍ତ ମୁଂ ବିଦାରିବି ଯୁଦ୍ଧେକେଉଂଣ ବାଗେ ତାହାନ୍ତ ରକ୍ଷା କରିବ ରଣ ମଧ୍ୟେ ।୨୧୫।ସବୁତ ଦେଖୁଥିବ ତୁମ୍ଭେ ଦୁଇଭାଇ ଥାଇତାହାର କେତେ ପ୍ରାକର୍ମ ବୁଝିବ ଗୋସାଇଂ ।୨୧୬।ମୁହିଂତ ସତ୍ୟ କରୁଛି ତୁମ୍ଭର ପାଦ ଛୁଇଂନିଶ୍ଟୟ କଉରୋବନ୍ତ ସଂହାରିବି ମୁହିଂ ।୨୧୭।ଅନ୍ୟଦିନ ପ୍ରାୟେ କି ତୁମ୍ଭେ ବୁଝିଲ ବଳେବରୟେ ଘାନ୍ତିକି ବ୍ରତିଯିବେ ଯେତେକ ସନ୍ୟ ତାର ।୨୧୮।କର୍ଣ୍ଣ କୃପ ଅଶ୍ୱତ୍ଥାମା ଶଲ୍ୟ ଭୀଷ୍ମ ଦ୍ରୋଣକେବଣ ବାଗେ ୟେହାନ୍ତ ରକ୍ଷା କରିବ ସଂକ୍ରିଷେଣ ।୨୧୯।ଯଦ୍ୟପି ହୋଇବେଟି ସହସ୍ରେକ ବଳରାମତଥାପି କଉରୋବନ୍ତ ରକ୍ଷା କରି ନ ପାରିବେଟି ସଂଗ୍ରାମ ।୨୨୦।ଯେବଣ ବେଳେ ଅର୍ଜୁନ ଗଲାକ ଦ୍ୱାରକାଭଗ୍ନୀକି ତୁମ୍ଭର ହରି ଆଣିଲାଟି ୟେକା ।୨୨୧ସାତବଂଶ ଘେନି ତୁମ୍ଭେ କଲ ଯେ ସଂଗ୍ରାମୟେକା ଅର୍ଜୁନକୁ ଜିଣି ନୁଆରିଲ ବଳରାମ ।୨୨୨।ପାଣ୍ଡବ ବନ ଦହନେ ସେ ଇନ୍ଦ୍ରେଣ ବିବାଦୀଅମରଗଣ ଜିଣି ଅଗ୍ନିକି ଦିଲା ଯେ ମଉଷଧି ।୨୨୩।ପୁଣ ନିର୍ବାଚ କପଚକୁ ବଧକଲା ୟେବେଅମରଗଣନ୍ତ ଘେନି ପୂଜାକଲେ ବାସବେ ।୨୨୪।ଆପଣେ ଜାଣନା କି ଜାରାସନ୍ଧ ରାଜାନ୍ତ ଥିଲା ବନ୍ଦୀକରିଅଷ୍ଟାଦଶ ବେଳେ ସେ ତୁମ୍ଭନ୍ତ ଦିଲା ଧାଡ଼ି ।୨୨୫।ମହୀଥଳେ ରହି ନୁଆରିଲ ତୁମ୍ଭେ ତାହାର ଡରେକୁଟୁମ୍ୱ ଘେନିଣ ଯାଇ ପଶିଲ ସାହେର ଭିତରେ ।୨୨୬।ଜାରାସନ୍ଧ ବଧକଲୁ ତୁମ୍ଭର ନିମନ୍ତେକେବଣ ଭଗତି ନୋହିଲୁ ହୋ ଆମ୍ଭେ ତୋତେ ।୨୨୭।ଗୋସିଂଘ ଦଇତ ତୁମ୍ଭନ୍ତ ଅବା ନ ଦିଲା କେତେ କଷ୍ଟୟେକାୟେ ଅର୍ଜୁନ ତାକୁ କଲା ପ୍ରାଣଭ୍ରଷ୍ଟ ।୨୨୮।କଉରୋବନ୍ତ ନେଲା ଯେ ପାଣ୍ଡବାସୁର ଧରିମାନଗୋବିନ୍ଦ ଉଦ୍ଧାରିଲୁ ପାଣ୍ଡବାସୁର ମାରି ।୨୨୯।ପଞ୍ଚାଳଦେଶେ ଅର୍ଜୁନ ରାଧାଚକ୍ର ବିନ୍ଧିଦୁଷ୍ଟନ୍ତ ଘେନି କଉରୋବେ ହୋଇଲେ ବିବାଦୀ ।୨୩୦।ତହିଂ ସମସ୍ତେ ନ ପାଇଲେ କେତେ ଯେ ଅବସ୍ତାଲକ୍ଷେକ ରାଜାନ୍ତ ଜିଣି ଦ୍ରୌପଦୀଂକି ଆଣି ରୁହାଇଲୁ କଥା ।୨୩୧।ଘୋଷଯାତ୍ରା କଲେ କାମ୍ୟେକ ଯେ ବନେଚିତ୍ରସେନ ବନ୍ଦୀକରି ନେଲା ଦ୍ରିଯୋଧନେ ।୨୩୨।ସମସ୍ତ କଉରୋବେ ଯେ ପଳାଇଲେ ଡରେଅର୍ଜୁନ ବନ୍ଧନୁ ମୁକତ କଲା ଜିଣି ବିଦ୍ୟାଧରେ ।୨୩୩।ତ୍ରିଗର୍ତ୍ତ ଅଇଲା ଯେ ସମଦଣ୍ଡ ବାହିମୁହିଂ ସେ ବନ୍ଧନ କଲି ବିରାଟକୁ ପରିଘାଇ ।୨୩୪।ଦଣ୍ଡ ଭଗ୍ନ ଦେଖି କୋପ କଲାକ ଦ୍ରିଯୋଧନଆପଣେ ବାହିଲା ଅଷ୍ଟାଦଶ କ୍ଷଉଣୀ ଘେନି ସୈନ୍ୟ ।୨୩୫।ଗୋ ଦୋହନ ବେଳେ ଗୋଷ୍ଠେ ବେଢ଼ିଲା ରାୟେ ଆସିୟେକା ସହଦେବ ବଳ ପକାଇଲା ଧ୍ୱଂସି ।୨୩୬।ପୁଣ ବିଜେକଲା ଆସି ଅର୍ଜୁନ ସମରେୟେକା ରଥୀକେ ସେ ଯେ ଜିଣିଲା କୁରୁସାଗରେ ।୨୩୭।ଶତେ ସିଂଘର ପ୍ରାକର୍ମ କୀଞ୍ଚକ ଭାଇ ସତେତାହାନ୍ତ ବଧକଲି ମୁହିଂ ମହୀଭାରା ନିବାରିବା ନିମନ୍ତେ ।୨୩୮।ପ୍ରତକ୍ଷେ ଦେଖିଲା ଅଛ ସ୍ୱାମି ମହିମା ଆପଣାଦେଖୁ ଦେଖୁ ବଳଦେବେ ହେଉଅଛ ବଣା ।୨୩୯।ସୋହୋଦ୍ର ଭଗିନୀ ତୋର ଅର୍ଜୁନ ଭାରିଯାଅଭିଷେକ ବିଧାନେ ବସିଅଛି ଯେ ଅଭିମନ୍ୟୁ ତୋହୋର ଭଗ୍ନିଜା ।୨୪୦।କାଦମ୍ୱରୀ ପାନ ଭୋଳେ କିଛିହିଂ ନ ବିଚାରୁପେଟଥାଉଂ ବଳରାମେ ପିଠିକି କୋଳକରୁ ।୨୪୧।ଦେଖୁ ଦେଖୁ ଉପେକ୍ଷା କରୁ ତୁ ଅମୃତସ୍ୱାମି ସୁସ୍ୱାଦୁ ମଣି ବିଷ ତୁ କରୁ ଗର୍ଭଗତ ।୨୪୨।ତୁ ଯାହା ବିଚାର କରୁ ରାମ ମନଇଛାଜାଣିମାନା କଉରୋବନ୍ତ କେବଣ ବାଗେ କରୁ ରକ୍ଷା ।୨୪୩।କହୁଂ କହୁଂ ବ୍ରିକୋଦର ରକତ କୁମୁଦ ଦୃଷ୍ଟିରାଗେ ଶ୍ରୀ ବଳଦେବେ ଗଲେ ତହୁଂ ଉଠି ।୨୪୪।ତାଳଧ୍ୱଜ ରଥ ଆରୋହଣ କଲେ ଦେବରାଜେଦ୍ୱାରକା ପୁରକୁ ଦେବେ କଲେ ତହୁଂ ବିଜେ ।୨୪୫।ବଳରାମ କୋପେ କେହି ରହି ନୁଆରିଲେ ଆଗଭୀମସେନର ଝିଂଘାସେ ପାଇଲେ ବଡ଼ ରାଗ ।୨୪୬।ଯହୁଂ ସେ ପ୍ରସର ଆସି ହୋଇଲାକ ରାତିହବିକି ତୋଷିଣ ଯେ ଦିଲେ ପୂର୍ଣ୍ଣାହୂତି ।୨୪୭।ଉତ୍ତରୀ ପଇତା ଯେ ସୁବର୍ଣ୍ଣ ଲେଖନଯୁଝେଷ୍ଠିଂକ ଶରୀରେ ଖଞ୍ଜିଲେ ମୁନିଗଣ ।୨୪୮।ଆରୋଗ୍ୟ ଆଶିଷ୍ୟ କଲ୍ୟାଣ କଲେ ବାଞ୍ଛ୍ଥାପଞ୍ଚୁ କଟକ ପ୍ରାପତ ହେଉ ପୂରୁ ମନଇଛା ।୨୪୯।ୟେବେ ବନସ୍ତରେ ଯେ ନିବାରିଲେ ଦଇତ ଦୁଷ୍ଟନ୍ତଶତ୍ରୁ ନାଶକରି ତୁମ୍ଭେ ହୋଅ ୟେକଛତ୍ର ।୨୫୦।ପୃଥିବୀ ଭାରମାନ ତୁମ୍ଭରେ ହେଉ ଲୀନଅନେକ କଲ୍ୟାଣ ସେ ଯେ କଲେ ଦେବ ମଘବାନ ।୨୫୧।ଅନେକ ରତ୍ନମାଳା ପଞ୍ଚଂକରି କଣ୍ଠେ ଲାଇଉଠିଲେ ବୃନ୍ଦାଅର୍କେ ରଜନୀ କଟାଇ ।୨୫୨।ଅମର ବିଳାସୁଣୀ ଅପର୍ଣ୍ଣା ମହା ସରସ୍ୱତୀଦ୍ରୌପଦୀ ଦେବୀଂକ ଶିରେ ନେଇ ଅର୍ଘ୍ୟ ବନ୍ଦାପନ୍ତି ।୨୫୩।ଆମ୍ଭର ତତ୍ତୁଲ୍ୟ ଯେ ଅଟୁ ମହାସତୀପୃଥ୍ୱୀଭାରା ନିବାରଣେ ତୁ ମାନୁଷେ ଉତପତ୍ତି ।୨୫୪।ଭାରା ନିବାରିଣ ତୁ ଆକାଶରେ ବସପୁଣ କାଳ ଅନ୍ତରେ ତୁ ହୋଇବୁ ପ୍ରକାଶ ।୨୫୫।ଅଭିଷେକ ଯୋଗାଡ଼ନ୍ତ ଦେଇଣ ଦେବସ୍ତିରୀସ୍ୱାମୀଂକର ତୁଲେ ସେ ବାହାନେ ବିଜେକରି ।୨୫୬।ବିଜୟେ ବୃନ୍ଦାଅର୍କେ ସେ ଯେ ଯାହା ବାହାନେପ୍ରବେଶ ହୋଇଲେ ଯାଇଂ ଯେ ଯାହାର ଭୁବନେ ।୨୫୭।ଅଇରାବତ ଗଜ ଘେନି ଗଲେ ମଘବାନଉଚ୍ଚୈଶ୍ରବା ଅଶ୍ୱ ନେଲେ କମଳ ଲୋଚନ ।୨୫୮।ବନ୍ଧୁବର୍ଗ ଘେନିଣ ଯେ ବିଜୟେ ଦେବରାଜେଗରୁଡ଼ ନନ୍ଦିଘୋଷ ରଥେ କଲେ ସର୍ବେ ବିଜେ ।୨୫୯।ଗୋବିନ୍ଦ ଚଳିଲେ ଯାଇଂ ଅଭିଷେକ ସାରିଅଷ୍ଟକୁଳା ନାଗେ ଗଲେ ଯେ ପାତାଳ ସ୍ୱର୍ଗପୁରି ।୨୬୦।ୟେଥୁ ଅନନ୍ତରେ ଯେ ପାହିଲାକ ରାତିଶମୀବୃକ୍ଷ ତଳେ ରହିଲେ ପଞ୍ଚୁପାଣ୍ଡବ ଦ୍ରୋପତୀ ।୨୬୧।ସୁଧର୍ମା ସଭା ଯେ ନେଲାକ ବିଶ୍ୱକର୍ମାଅଭିମନ୍ୟୁ ସୁଭଦ୍ରାକୁ ଘେନିଗଲେ ସତ୍ୟଭମା ।୨୬୨।ଯୁଝେଷ୍ଠିଦେବେ ଯେ ବ୍ୟାସଂକୁ କଲେ ପୁଛାବିରାଟ ରାଜ୍ୟକୁ ମୋର ଯାଇତେ ଦେବ ଇଛା ।୨୬୩।ବ୍ୟାସେ ବୋଇଲେ ବାବୁରେ ହୋଇଥିଲା ବିପଦୟେବେ ସେ ତୁମ୍ଭର ବାବୁ ହୋଇଲା ସମ୍ପଦ ।୨୬୪।ଅଗ୍ୟାଂନେ ବିରାଟ ଯେ ହୋଇଥିଲା ଅଭଗତଅଭିଷେକ ବିଧାନ ଦେଖିଲେ ହୋଇବ ମୁକତ ।୨୬୫।ସକଳ ଋଷିମାନଂକୁ ହୋଇଲେ ପ୍ରଳମ୍ୱିତଉଦିଯୋଗ ଆସି ମୋତେ ହୋଇଲା ଉପଗତ ।୨୬୬।ସମସ୍ତ ଋଷି ଗଲେ ବହୁତ କଲ୍ୟାଣ ଯେ କରିଚଳିଲେ ତୀର୍ଥବାସେ ଆଶ୍ରମେ ଯେ ଯାହାରି ।୨୬୭।