(୨) — ସାରଳା ମହାଭାରତ ବିରାଟପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଯୁଧିଷ୍ଠିରଙ୍କର ଶାଢ଼ୀ ଗ୍ରହଣଆହୋ ଚଇତନ୍ୟ ବଚନ ବଡ଼ାଇ ଯହୁଂ ଶୁଣିଣ ବିରାଟବୋଇଲେ କୋନ୍ତେ ତୁମ୍ଭେ ବଡ଼ାଇ ଧାର୍ମିକ ଅଟ ।୧।କୋନ୍ତେ ତୁମ୍ଭେ କେବଣ ପୁରାଣେ ଶକତା କେବଣ ଗୁଣେ ବକତାଧର୍ମ ବିଚାରେ ଆମ୍ଭେ ବସୁଂ ଯେ ସର୍ବଥା ।୨।ରାଜାର ସମାନେ ବସି ଆମ୍ଭେ ସଭାୟେ ବିଚାରୁଂରାଜାର ଶରଧା ହୋଇଲେ ପଶାକ୍ରୀଡ଼ା କରୁଂ ।୩।ବିରାଟ ବୋଇଲେ ତୁମେ ଆମ୍ଭ ସଭାପଣ୍ଡାତୁମର ଅନଗୃହ ହୋଇଲେ କରିବଇଂ ପଶାକ୍ରୀଡ଼ା ।୪।କୋନ୍ତେ ବୋଇଲେ ବିରାଟ ତୁ ପଶାୟେ ଯାହା ହାରିତତକ୍ଷଣେ ଦେବୁଟି ଯାହା ପୀଢ଼କରି ।୫।ଶୁଣ ହୋ ରାଜନ ପ୍ରତଗ୍ୟାଂ ଯୁଝେଷ୍ଠିଂକରଆପଣେ ନ ହାରିବେ ବୋଲି ବୋଲନ୍ତି ସଭାର ।୬।ସତ୍ୟ ସରୂପ କରି ସେ କହୁଛନ୍ତି ବାଣୀତଦ୍ୟାପି ବିରାଟ ଯେ ନୁଆରିଲା ହାଦେ ଜାଣି ।୭।ଯାଚକେଶ୍ୱର ମନ୍ତ୍ରୀ ବୋଇଲେ ଶୁଣ ହୋ ମହାରାଜାଠାକୁର ସମାନେ ଲୋକଂକୁ ବହୁତ ନ ବଜା ।୮।ଠାକୁର ସମାନେ ୟେ ଅଟନ୍ତି ଆମ୍ଭରଯୁଝେଷ୍ଠି ସମାନେ ଆମ୍ଭେ ଆର୍ଧନା କରିବୁଂ ପୟର ।୯।ମନ୍ତ୍ରୀବର ବଚନେ ସେ ସାନନ୍ଦ ଦଣ୍ଡଧାରୀଆପଣାର ଶ୍ରୀ ହାଥରେ ବିରାଟ ଘେନିଲାକ ଶାଢ଼ୀ ।୧୦।ଯୁଝେଷ୍ଠିଂକର ରାଜ୍ୟରେ ତୁମ୍ଭେ ଯେମନ୍ତ ହୋଇଥିଲୟେ ମୋହୋର ରାଜ୍ୟେ ତୁମ୍ଭେ ସଭାପଣ୍ଡା ହୋଇଲ ।୧୧।ବିରାଟ ଯେ ଯାଚଇ ଶାଢ଼ୀ ଘେନି ହାଥେମୋହୋର ରାଜ୍ୟେ ଅଧିକାରୀ ହୋଇଲ ଶାଢ଼ୀ ଘେନ କୋନ୍ତେ ।୧୨।ଧର୍ମର ନନ୍ଦନ ଯେ ବିରାଟ ଶାଢ଼ୀ ଦେଖିବୋଇଲେ ଭୋ ପରମାନନ୍ଦ ପୁରୁଷ ତୁ ୟେଥକୁ ହୋଅ ସାକ୍ଷୀ ।୧୩।ମୁହିଂ ଯେବେ ଶାଢ଼ୀ ଘେନିବି ତଳହାଥେକୋପ କରିବ ଶାଢ଼ୀ ନ ବାନ୍ଧିଲେ ମାଥେ ।୧୪।ଅଥପା କୋପ ଯେବେ ମୋତେ କରିବ ବିରାଟବିଚାରି ଜାଣିବ ତୁମ୍ଭେ ଯୁଝେଷ୍ଠିଦେବ ନିଚେ ଅଟ ।୧୫।ମୁଂ ୟେହାର ଶାଢ଼ୀ ତଳ ହାଥରେ ଘେନିଲେଭୃତ୍ୟପଣ ହୋଇବନା ଶାଢ଼ୀ ମଥାରେ ବାନ୍ଧିଲେ ।୧୬।ଶାଢ଼ୀ ମଥାରେ ନ ବାନ୍ଧିଲେ ହୋଇବି ଜାଣନ୍ତାପ୍ରସନ୍ନେ ନାରାୟଣ ମୋତେ ୟେ କଷଣୁଂ ପାରି ଯେ କରନ୍ତା ।୧୭।ଦୁସହ କଷଣେ ଯହୁଂ କୋନ୍ତେ କଲେ ଚିନ୍ତାନାରାୟଣ ବିଜେକଲେ ବିରାଟ ହୃଦଗତା ।୧୮।ଧାତିକାରେ ବିରାଟ ଯେ ହାଥ କାଢ଼ିଆଣିକୋନ୍ତେ ମୁଂ ତୁମ୍ଭଂକୁ ଶାଢ଼ୀ ଯାଚିଲି ନ ଜାଣି ।୧୯।ଯୁଝେଷ୍ଠିଂଦେବ ସମାନେ ଯାହାକୁ କରିବି ପୂଜାସେବାଉପର ହାଥେ ଶାଢ଼ୀ କେମନ୍ତେ ଦେବି ଅବା ।୨୦।ଠାକୁରଂକ ଅଧିକାରୀ ଯାହାର ମତ୍ସଦେଶେ
ତୁମ୍ଭର ଶାଢ଼ୀ ଦେବା ମୋତେ ବିହିତ ଯେ ଆସେ ।୨୧।
ମୁହିଂ ଛାର ଯୁଝେଷ୍ଠିଂକି ଦେଖିବି ଆର କାହିଂ
ଯୁଝେଷ୍ଠିଂକ ସମାନେ ତୁମ୍ଭେ ଅଟ ହୋ ଗୋସାଇଂ ।୨୨।
ଛାମୁରେ ବିରାଟ ଥୋଇଲାକ ନେଇଂ ଶାଢ଼ୀ
ଆଜହୁଂ ଗୋସାଇଂ ତୁମ୍ଭେ ଆସ୍ତାନେ ଅଧିକାରୀ ।୨୩।
ନାରାୟଣ ସୁମରି କୋନ୍ତେ ଆଭରଣ କଲେ ବସନ
ଶ୍ରୀହସ୍ତେ ନେଇ ଆପଣେ ଥୋଇଲେ ସନ୍ନିଧାନ ।୨୪।
ଜୟତୁ ନାରାୟଣ କେଶବ ମୂରତି
ଯୋଗୀଜନ ହୃଦୟ ନାଥ ତୁହି ସେ ଆଧିପତି ।୨୫।
ଶ୍ରୀମାତ ପ୍ରସନ୍ନେ ଶ୍ରୀ ପୁରୁଷୋତ୍ତମ ଚରଣେ
ଶୂଦ୍ରମୁନି ସାରୋଳା ଦାସ ସଂଗତି ବିଷ୍ଣୁ ପୁରାଣେ ।୨୬।
ବଦୟନ୍ତି ଅଗସ୍ତି ଶୁଣ ଯେ ମହୀଧର
ଅପୂର୍ବକଥା ଶୁଣ ହାଦେ ଯୁଝେଷ୍ଠିଂ ଦେବଂକର ।୨୭।
ସଭାପଣ୍ଡାପଣେ ସେ ପଶାକ୍ରୀଡ଼ା ରସେ
ବସିଲେ ଧର୍ମନନ୍ଦନ ମଚ୍ଛାଧିପର ପାଶେ ।୨୮।
ଅନେକ ସାନନ୍ଦ ସେ ବିନୟ ଭଗତିମାନେ
ପୂଜା ପାଇ ବସିଲେ ସେ ବିରାଟ ଆସ୍ତାନେ ।୨୯।
କୋନ୍ତେ ବୋଇଲେ ଶୁଣିମା ମଚ୍ଛ ଦଣ୍ଡଧାରୀ
ତତକ୍ଷଣେ ଦେଇଟି ପଶାୟେ ଯାହା ହାରି ।୩୦।
ବିରାଟ ବୋଇଲେ ୟେ ଅଟଇ ଯୁଗତ
ମୋହୋର ଦେବାର ଅଟଇ ହାଦେ ତଥ୍ୟ ।୩୧।
ଶ୍ରୀ ବାସୁଦେବ ବାକ୍ୟ ଦେବୀର ପ୍ରସାଦେ
ବିଜୟେ ଧର୍ମନନ୍ଦନ ପଶାର ବିନୋଦେ ।୩୨।
ଶ୍ରୀକରେ ଖଡ଼ି ଘେନିଣ ଧର୍ମରାଜ ଯେ ଯୁଝେଷ୍ଠି
ଦକ୍ଷିଣକଇ ଶିରକରି କାଟିଲେକ ପଶାକୋଷ୍ଠି ।୩୩।
ବେନି ଅକ୍ଷରେ ଯେ ଭେଦିଲେ ନାମଗୋଟି
ତ୍ରିୟକଚ୍ଛ କରିଣ ଯେ ଦ୍ୱାଦଶ କୋଠି କାଟି ।୩୪।
ୟେକା ଘାନ୍ତିକେ ଯେ ପଶାକୋଠୀ କାଟନ୍ତି
ଅଶ୍ୱମେଧ ଯଗ୍ୟଂର ଫଳ କପିଳା ଦାନ ଫଳ ଶ୍ରୁତି ।୩୫।
ଦେଖିଣ ସାନନ୍ଦ ଯେ ହୋଇଲେ ରାୟେ ମତ୍ସେ
ବିରାଟ ନୃପତି କୋନ୍ତ ପଣ୍ଡାୟେ ବସିଲେ ପ୍ରତିକଚ୍ଛେ ।୩୬।
ୟେକ ଆସ୍ତାନେ ବିଜୟେ କଲେ ରାୟେ ବେନି
ଅମର ତେଜି କି ବିଜୟେ ସସ୍ରଯୋନି ।୩୭।
ଭୀମଙ୍କର ବିରାଟ ସଭାରେ ପ୍ରବେଶ
ଆହୋ ଚଇତନ ୟେମନ୍ତ ସମୟେ ଯେ ପାଞ୍ଚଘଡ଼ି ଦିନକର
ବିରାଟ ଭୁବନକୁ ଆସଇ ବ୍ରିକୋଦର ।୧।
ଖାଂକର କେଶ ଉର୍ଦ୍ଧ୍ୱ ଲମ୍ବିତ ଜୁଡ଼ାଗୋଟି
ଶ୍ରୀବତ୍ସ ଲାଞ୍ଛନ ହୃଦେ ଶରୀରେ ଚିତା ଦ୍ୱାଦଶ ଫୁଟି ।୨।
ବାମକନ୍ଧେ ଯଗ୍ୟଂ ପବିତ୍ର ଉତ୍ତରୀ ବେଦ ଯେ କରାଣ୍ଡି
ତ୍ରିକଚ୍ଛ ବସନ ଯେ ଅଣ୍ଟାରେ କୁଶବିଡ଼ି ।୩।
ବିକ୍ରମସିଂଘ ଯେହ୍ନେ ସୁସଞ୍ଚା ସର୍ବଦେହା
ହିରଣ୍ୟ ପର୍ବତେ ଯେହ୍ନେ ଜଳଧର ମେହା ।୪।
କନ୍ଧେଣ ଉପୁରାଣ ବସ୍ରଗୋଟି କଳା
ଗିରିବର ଗମଇ କି ତେଜେଣ ଅନର୍ଗଳା ।୫।
ବିଜେକର୍ଣ୍ଣକଟାରୀ କରେଣ ରାନ୍ଧଣା ଯୋଗାଡ଼ଧାରୀ
ଗଜକଇଂ ଆକର୍ଷଣ ଯେହ୍ନେ ବିକ୍ରମ କେଶରୀ ।୬।
ମହା ସମ୍ଭର୍ବେଣ ଆସ୍ତାନେ ଯେ ବିଜୟେ ବିରାଟ
ଭୀମସେନ ପ୍ରବେଶ ହୋଇଲେ ନିକଟ ।୭।
ଦେଖିଣ ଚକିତ ଯେ ବିରାଟ ସଭାଜନେ
ଦେଶାଉରେ ବାରତା ଜଣାଇଲେ ବିରାଟ ଆସ୍ତାନେ ।୮।
ଅବଧାନ ମହାରାୟେ କେବଣ ଦିଗପାଳେ
ଆକାଶ ତେଜିଣ କି ବିଜୟେ ୟେ ମଞ୍ଚ ମଣ୍ଡଳେ ।୯।
ଆସ୍ତାନେ ଥୋଇଣ ବିରାଟ ଚାହିଂଲା ଲେଉଟି
ମହାତେଜ ଦେଖି ସର୍ବେ ବୁଜିଲେ ବେନି ଚଛୁଗୋଟି ।୧୦।
କି ଅବା ଅନଳ ଦେବତା ଅଇଲେ ବ୍ରାହ୍ଣଣ ସରୂପେ
ମମ ଧର୍ମ ବିଡ଼ିତେ ସରୂପ ହୋଇ ଗୋପ୍ୟେ ।୧୧।
ବିରାଟ ବୋଇଲା ହୋ ଦେଖ ଦେଖ କୋନ୍ତଭଟ୍ଟେ
ୟେସନେକ ରୂପ ପୁରୁଷ ଦେଖିଛ କି ୟେ ମଧ୍ୟଜଗତେ ।୧୨।
ଦେଖିଣ ସଇନି ଯେ ହୋଇଲେ ବେନିଭାଗ
ପାଣ୍ଡବ ସୋହୋଡ଼ା ଯାଇଂ ଆସ୍ତାନେ ବିଜେ ବେଗ ।୧୩।
ଦୂର ଦୂର ହୋଇଣ ଅମନାତ୍ୟ ଗଣେ ଗଲେ ଘୁଞ୍ଚି
ତ୍ରାସେଣ ସମାସ୍ୟା ଯେ ନ ଦିଅନ୍ତି କେହି କିଛି ।୧୪।
ଯୁଝେଷ୍ଠିଦେବ କିଞ୍ଚିତ ଅବଲୋକନ ଆଖି
ଭୀମସେନ ପ୍ରଣପତ୍ୟ କୋନ୍ତଂକ ମୁଖ ଦେଖି ।୧୫।
ମାରୁତି ପ୍ରଣପତ୍ୟ ବିରାଟର ଆସ୍ତାନର ତଳେ
ଯୁଝେଷ୍ଠିଦେବ ତାହା ଦେଖିଲେ ବେନିଡୋଳେ ।୧୬।
ଅନେକ କ୍ରୋଧ ରାୟେ ଭୀମସେନର ପ୍ରଳମ୍ବ ଦେଖି
ଜ୍ୱଳିତ କିମ୍ବା ନ ଗଲାରେ ୟେ ମୋହୋର ବେନିଆଖି ।୧୭।
ଛତ୍ରୀବର ସୋହୋଡ ରେ ସାଂଗ୍ରାମେ ଜଗୁଜିତା
ଯାହାର ଭୟେ ନାଶଗଲେ ବକ ହିଡ଼ିମ୍ବକ କୁମ୍ଭିରୀ କିନ୍ନରୀ ୟେ ଚାରିଦଇତା ।୧୮।
ବାବୁ ଲକ୍ଷେକ ନୃପତି ଯାହାର ଚରଣେ ବନ୍ଦେ
ଈଶ୍ୱରେ କପିଳାସ ଭୋଗ ଯାହାର ପରସାଦେ ।୧୯।
ବାବୁରେ ଦ୍ୱାରିକା ରକ୍ଷାପାଳକ କଉରବ ଦର୍ପଗଞ୍ଜା
ବିଷଲଡ଼ୁ ପାର କରନ୍ତା ନାଗୁଣୀଂକ ମନରଞ୍ଜା ।୨୦।
କାହ୍ନୁ ସଂକ୍ରିଷେଣ ଯାହାର ପ୍ରାଣବନ୍ଧୁ
ୟେ ଭୁବି ଭୁବନ ମଧ୍ୟେ ମହିଂମା ତୋର ସାଧୁ ।୨୧।
ବାବୁ କେଉଂଣ ପୁଣ୍ୟ ମତ୍ସରାଜା କରିଥିଲା ପୂର୍ବେ
ତାହାର ଆସ୍ତାନ ତଳେ ମିଳିଲୁ ଆସି ୟେବେ ।୨୨।
ୟେ ମୋହୋର ଶରୀର ହୋଅଇ କିନା ଦହିଜ
ୟେ ତୋହୋର କଷ୍ଟ ବାବୁରେ ଦେଖିଲଇଂ ମୁହିଂ ନିଲଜ୍ଜ ।୨୩।
ହାଥର ସୁଖରେ ବାବୁ ମୁଂ ଯେ ଖେଳିଲାଇ ପଶା
ପଞ୍ଚୁ କଟକ ହାରି ୟେବେ ଭୃତ୍ୟପଣକୁ କଲି ଆଶା ।୨୪।
ତ୍ରଇଲୋକ୍ୟେ ଜିଣିତ ସାମରଥ ମୋର ଭାଇ
କାହିଂର ନିମନ୍ତେ ବାବୁରେ ୟେଡେ କଷ୍ଟ ପାଇ ।୨୫।
ବଚନେ ଦରିଦ୍ର ହୋଇ ମୁଂ କାର୍ଯ୍ୟନାଶ କଲି
କଉରୋବନ୍ତ ମାର ବୋଲି କିଂପେ ନ ବୋଇଲି ।୨୬।
ଦ୍ରୋପତୀ କେଶ ଆକ୍ରଷଣ କରିବାର ବେଳେ
ମୋତେ ଆଗ୍ୟାଂ ମାଗିଲୁ ତୁ ଭାଇ ଦୁସହ କଟାଳେ ।୨୭।
କିଞ୍ଚିତ କରି ଯେବେ ଆଗ୍ୟାଂ ମୁହିଂ ଦ୍ୟନ୍ତି
ଭୀଷ୍ମ ଦ୍ରୋଣ ଆଦିକରି ମାରନ୍ତୁ ସବୁନ୍ତି ।୨୮।
ଫୁଟି କହି ନୁଆରନ୍ତି ହୃଦୟ ବିକଳେ
ବ୍ରିକୋଦର ପ୍ରଣପତ୍ୟ ଆସ୍ତାନର ତଳେ ।୨୯।
ବିରାଟ ବୋଇଲେ ଆହୋ ଶୁଣ ଦ୍ୱିଜବର
ଉଠିଣ କହ କେବଣ ଆଧ୍ୟାନ ତୋହୋର ।୩୦।
ବିରାଟ ବଚନେଣ ଭୀମସେନ ନ ଉଠି
ମନେ ବିଚାରନ୍ତି ଯେ ଧର୍ମରାଜ ଯୁଝେଷ୍ଠି ।୩୧।
ଆମ୍ଭର ତହୁଂ ସେ ଯେ ଆଗ୍ୟାଂ ନ ପାଇଲେ
କିଂପେ ଉଠିବ ୟେହୁ ବିରାଟର ବୋଲେ ।୩୨।
କୋନ୍ତେ ବୋଇଲେ ଉଠ ଉଠ ହୋ ଦ୍ୱିଜବର
ଠାକୁରଂକର ଆଗ୍ୟାଂ ହୋଇଲା କାର୍ଯ୍ୟ କହସି ତୋହୋର ।୩୩।
ବିରାଟର ବଚନରେ ଭୀମ ପ୍ରଣପତ୍ୟ ଥିଲା
କୋନ୍ତଂକର ବଚନ ଶୁଣି ଧାତିକାରେ ଉଠିଲା ।୩୪।
ବିରାଟର କତିକି ଅଂଗସାର ଦେଇ
ମସ୍ତକେ ହାଥେ ଦିଲା କୋନ୍ତଂକର ମୁଖ ଚାହିଂ ।୩୫।
ବିରାଟ ବୋଇଲେ ତୁ ଶୁଣିମା ବ୍ରାହ୍ମଣ
ଆଦି ଶାସନ ତୋହୋର କେବଣ ରାଜ୍ୟେଣ ।୩୬।
କେବଣ ବେଦବିଦ୍ୟା କେବଣ କୁଳଶୀଳ
ମୁହିଂ ତୋତେ ମଣଇ ପ୍ରତକ୍ଷେ ଦିଗପାଳ ।୩୭।
ଅନେକ ବିନୋୟ ତୁ ମୋତେ କଥା କହୁ
ମୁହିଂ ତୋତେ ବିଚାରଇ ତୁ ମାନବଜନ୍ମ ନୋହୁ ।୩୮।
କୋନ୍ତେ ବୋଇଲେ ତୁ ଶୁଣ ହେ ଦ୍ୱିଜବର
ତୋହୋର କଥାମାନ କହସି ଠାକୁରଂକ ଛାମୁର ।୩୯।
ଶୁଣ ହୋ ମଚ୍ଛପତି ବଦୟନ୍ତି ବଲ୍ଲଭ
ପଛିମ ସଉରାଷ୍ଟ ଜାଣୁକି ମଚ୍ଛଦେବ ।୪୦।
ଗଙ୍ଗା ଯମୁନା ଯେ ବେନି ନଦୀଂକର ମଧ୍ୟେ
କୁଞ୍ଜଗଳ ଦେଶ ବୋଲି କ୍ଷେତ୍ର ଅଟଇ ସାଧ୍ୟେ ।୪୧।
ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ଜଇନ୍ତା ହସ୍ତିନା ବାରୁଣା
ସେ ରାଜ୍ୟରେ ଯୁଝେଷ୍ଠିଦେବଂକ ସାନୁଜ ପାଣ୍ଡବ ଭୀମସେନା ।୪୨।
ତିନିଷାଠି ପଉଟି ଅନ୍ନ ଭୁଞ୍ଜିଲେ ଅତ୍ରିପୁତ୍ରି
ମୁହିଂ ତାଂକର ଅଟଇ ବଲ୍ଲବ ବଶ୍ୟାବୃତ୍ତି ।୪୩।
ବିରାଟ ପୁଚ୍ଛାକଲା ବଲ୍ଲବବୃତ୍ତିଟି କେମନ୍ତ
କୋନ୍ତେ ବୋଇଲେ ହୋ ବିରାଟ ଶୁଣ ସୂପକାରବୃତ୍ତ ।୪୪।
ଶୁଣ ହୋ ମଚ୍ଛାଧିପତି ବଦୟନ୍ତି ବୀର ଭୀମ
ରାନ୍ଧଣା ବିଧାନ ଜାଣଇ ସୂପକାର ବଲ୍ଲବ ମୋର ନାମ ।୪୫।
କାର୍ଯ୍ୟ ପଡ଼ିଲେ ମୁଂ ମାଲଯୁଦ୍ଧ ଜାଣଇ
ସରୂପ କଥା ମୁହିଂ କହଇ ତୁମ୍ଭକଇଂ ।୪୬।
ହାତର ସୁଖେ ଯୁଝେଷ୍ଠି ପଶା ଯେ ଖେଳିଲେ
ରାଜ୍ୟଭାର ସିଂହାସନ ହାରିଣ ସେ ବନବାସ କଲେ ।୪୭।
ଯୁଝେଷ୍ଠିଠାକୁରେ ତୋହୋର ରାଜ୍ୟକୁ ଅଇଲେ ବୋଲି
ବାରତା ପାଇ ମୁଂ ଶବଦକୁ ଗୋଡ଼ାଇ ଅଇଲି ।୪୮।
ବିରାଟ ବୋଇଲା ହୋ ବାତୁଳ ହୋଇଲୁ ଦିଜବର
ଯୁଝେଷ୍ଠିଦେବ ନାମ ଧଇଲୁ ତୁ ସେ ତ୍ରଇଲୋକ୍ୟ ଈଶ୍ୱର ।୪୯।
ପାଞ୍ଚ ଉତ୍ତର ଶତେ ରଥ ମୁଂ ସୁବର୍ଣ୍ଣ ଘେନିଗଲି
ଷୋଳହ ଦିନ ପରିଯନ୍ତେ ଦ୍ରଶନ ନ ପାଇଲି ।୫୦।
ଭାଇ ତାଂକର ବ୍ରିକୋଦର ମୋ କାନ୍ଧରେ ହାଥ ଦେଇ
ସେ ସ୍ୱାମୀ ଚରଣତଳେ ପକାଇଲେ ନେଇ ।୫୧।
ଅଶ୍ୱମେଧ ଯାଗ କରିଥିଲେ ପୂର୍ବେ
ଯୁଝେଷ୍ଠି ଦେବଂକ ଶ୍ରୀଚରଣ ଦେଖିବଇଂ ୟେବେ ।୫୨।
ବିରାଟ ବୋଇଲେ କୋନ୍ତେ ମୁଂ ପଚାରଇ ତୁମ୍ଭଂକୁ
ତୁମ୍ଭ ଚିହ୍ନଟିକି ୟେ ବଲ୍ଲବ ସୂପକାରକୁ ।୫୩।
କୋନ୍ତେ ବୋଇଲେ ତୁମ୍ଭେ ଶୁଣ ରାୟେ ମଚ୍ଛେ
ଯେ ସେ ବଲ୍ଲଭ ସେ ଭୀମସେନ ପ୍ରତଚ୍ଛେ ।୫୪।
ୟେହେର୍ଣ୍ଣେକ କରି ୟେହାକୁ ସଦୟେ କରଇ ଯେ ଭୀମା
ୟେ ଦିଜ ଅଟଇ ହୋ ଭୀମସେନର ପଞ୍ଚୁ ଆତମା ।୫୫।
ବିରାଟ ବୋଇଲା ୟେ ଯେବେ ଭୀମସେନ ଠାକୁରଂକର ସୂପକାର
ମୋହୋବେଳେ ଆର୍ଦ୍ଦୋଳିକି ମୁହିଂ ପାରିବି କି ୟେହାର ।୫୬।
ରୁହ ବୋଲି ବୋଇଲେ ଭଗତି ହୋଇ ପାରିବିକି ତୋତେ
ଯାଅ ବୋଲି ବୋଇଲେ କୋପ କରିବାକ ମୋତେ ।୫୭।
କୋନ୍ତେ ବୋଇଲେ ରାଜା ତୁ ଭୟ ନ କର କିଛି
ସରୂପ ବୁଝିବା ହୋ ଥାଉ ଅନ୍ନ ବାଚି ।୫୮।
ବଲ୍ଲବ ବୋଇଲା ତୁହୋ ଶୁଣସି ମଚ୍ଛାଧି
ୟେକେଣ ସୂପକାରେକ ରାନ୍ଧଣା ମୁଂ ସମସ୍ତ କରିବି ସିଦ୍ଧି ।୫୯।
ସାତ କ୍ଷଉଣୀ ବଳ ଘେନି ଭୁଞ୍ଜି ବସିବୁ ତୋହୋର ତୁଲେ
ଛଡ଼ରସ ଯୋଗାଡ଼ କରି ତ୍ରିପୁତି କରି ପାରଇ ମୋହୋର ବୋଲେ ।୬୦।
ୟେସନେକ କଥା ଯହୁଂ କହିଲାକ ଦ୍ୱିଜେ
ଶୁଣିଣ ସମସ୍ତ ସଭା ଯେ ହୋଇଲେ ଆଶ୍ରିଜେ ।୬୧।
ଲକ୍ଷେକ ସୂପକାର ରାନ୍ଧଣା ତୋହୋର ଯେ ପୁରେ
ଯୋଦ୍ଧା ଅମନାତ୍ୟମାନେ ବସନ୍ତି ମୋହୋରି ସଙ୍ଗତରେ ।୬୨।
ୟେତେ ସଇନିଂକ ଅନ୍ନ କେ ପାରିବ ଅଣ୍ଟୋଇ
ଦୁସହ ପ୍ରତଗ୍ୟାଂ ଦ୍ୱିଜ ହାଦେ କହିଲୁ ଯେ ତୁହି ।୬୩।
ଭୀମସେନ ବୋଇଲା ଶୁଣସି ରାୟେ ମଚ୍ଛ
ସରୂପ ନୃପତି ତୁ ଦେଖ ହୋ ପ୍ରତଚ୍ଛ ।୬୪।
ପୁରୁଂ ବାହାର କର ତୋ ଲକ୍ଷେ ସୂପକାରଂକୁ
ତାହାଂକର ପଡ଼ିମାତ୍ର ଦେବୁସି ରାୟେମୁକୁ ।୬୫।
ସୁବର୍ଣ୍ଣର କୁଣ୍ଡହିଂ ମାତ୍ର ଥିବ ରୋଷୁଅ ଘର ପାଶେ
ତହିଂ ଭିତରେ ଢାଳିବଇଂ ଭାତରସେ ।୬୬।
ଆବର ମହିଂମା ୟେକ ଶୁଣସି ମୋହୋର
ରାଜ୍ୟଯାକ ସଙ୍ଗେ ଘେନି ଭୁଞ୍ଜିବୁ ତୋହୋର ।୬୭।
ଆହୁରି କଥାୟେ ମୋର ଶୁଣସି ହୋ ନୃପରାଣ
କିଛି କିଛି ଜାଣଇ ମୁଂ ମାଲ ଯେ ବିନ୍ଧାଣ ।୬୮।
ଶୁଣିଣ ସାନନ୍ଦ ଯେ ମତ୍ସ ଅଧିକାରୀ
ଶ୍ରୀକରେ ବିରାଟ ଯେ ଘେନିଲା ଆପଣେ ଶାଢ଼ୀ ।୬୯।
ଘେନ ହୋ ବିପ୍ର ବୋଲି ରାଜା ଯାଚଇ ଆସ୍ତାନେ
ତାହା ଦେଖି ଶରୀର କମ୍ପଇ ଭୀମସେନ ।୭୦।
ଭୀମସେନର ମନ ଯେ ଜାଣିଲେ ଯୁଝେଷ୍ଠି
ହୃଦଗତେ ଚିନ୍ତିଲେ ଯେ କେଶବ ନାମଗୋଟି ।୭୧।
ବିରାଟର ଶାଢ଼ୀ ୟେତ ନ ଘେନିମ ତଳହାଥେ
ପ୍ରଣମ୍ୟ ନୋହିବ ୟେ ନ ବାନ୍ଧିବ ଶାଢ଼ୀ ମାଥେ ।୭୨।
ରାଗେଣ ଶରୀର ଯେ କମ୍ପଇ ମାରୁତି
ନପୁଣ ବିରାଟକୁ ଚାପୋଡ଼େ ମାରଇ ଧାତି ।୭୩।
ମୁଂ ୟେହାର ରାଜ୍ୟକୁ ଅଇଲି ଦୁର୍ଗତି ବଞ୍ଚିବି ବୋଲି
ଅନ୍ତେ ବିରାଟକୁ ମୁଂ ସଂପୋଡ଼େ ନାଶକଲି ।୭୪।
ଦୁସହ କଷଣୁଂ ହରି ମୋତେ କରିବାକ ପାର
ବିଚାରିଣ ହାଥ ଯେ କାଢ଼ିଲା ମତ୍ସେଶ୍ୱର ।୭୫।
ସେ ଶାଢ଼ୀ ଥୋଇଲା ନେଇ କୋନ୍ତଂକ ଅଗ୍ରତେ
ପଣ୍ଡାୟେ ତୁମ୍ଭର ଶାଢ଼ୀ ସେ ଦେବାର ଯୋଗାଇ ବିହିତେ ।୭୬।
ଯୁଝେଷ୍ଠିଂକ ସମାନେ ତୁମ୍ଭଂକୁ ମୁଂ କରଇ ସେବା
ୟେ ବଲ୍ଲବ ସୂପକାରକୁ ତୁମ୍ଭେ ଶାଢ଼ୀ ଦେବା ।୭୭।
ଶ୍ରୀଜଗନ୍ନାଥଂକୁ ସୁମରମା କରି ହୃଦଗତେ
ତୋହୋରେ ପ୍ରତିକାର ଅଛଇ ସେ ଦେବ ମୋତେ ।୭୮।
ବିରାଟର ବଚନେ ଆପଣେ ଶାଢ଼ୀ ଘେନିଣ ଦିଲେ ଧର୍ମନାନେ
ଦେଖିଣ ସାନନ୍ଦେ ଯେ ହୋଇଲେ ଭୀମସେନେ ।୭୯।
ମାଥେଣ ଶାଢ଼ୀ ବାନ୍ଧି ହୋଇଲେ ପ୍ରଣପତ୍ୟ
ଉଠ ଉଠ ଦ୍ୱିଜବର ବୋଲି ବୋଇଲେ ଧର୍ମସୁତ ।୮୦।
ଧର୍ମ ଧର୍ମ ସୁମରି ଯେ ପାଣ୍ଡବର ବାଳ
ପାଣ୍ଡବ ସୁନ୍ଦର ଯେ ପ୍ରବେଶ ରୋଷୁଅର ଶାଳ ।୮୧।
ଦେଖିଣ ତ୍ରିପୁତି ଯେ ସକଳ ସୂପକାର
ରୋଷଶାଳ ଛାଡ଼ି ସମସ୍ତେ ହୋଇଲେ ବାହାର ।୮୨।
ଆପଣେ ବ୍ରିକୋଦର ପଶିଲା ରୋଷୁଅ ଘରେ
ଚୁଲ୍ଲୀୟେ ପାଡ଼ିଲା ଭୀମ ମହା ସମ୍ଭର୍ବରେ ।୮୩।
ଶତେ ପଖା କରିଣ ଚୁଲ୍ଲୀୟେ ପାଡ଼ିଲା
ସହସ୍ରେ ବଖରା ଯେ ସେହିମତି ସମ୍ପାଦିଲା ।୮୪।
ୟେସନେକ ଉପାୟ କରିଣ ସେ ମତ୍ସାଧିପର ରାଜ୍ୟେ
ରାନ୍ଧଣା ବିଦାନ ସେ କରଇ ବୀର ସଜେ ।୮୫।
କଞ୍ଚା ଦାରୁନ୍ତ ନେଇଣ ସେ ପକାବଇ ଚୁଲ୍ଲୀ
ଦୋହୋରା ପ୍ରସନ୍ନେ ଜଳ ଜଳ ହାଦେ ବୋଲି ।୮୬।
ଅକଟା ଅବଟା ଯୋଗାଡ଼ଇ ୟେକପାଗେ
ଲବଣ ବେସର ଯେ ଭରଇ ୟେକଯୋଗେ ।୮୭।
ଦୋହରା ପ୍ରସନ୍ନେ ଅମୃତ ପାକ ସଞ୍ଚା
ଯେତେକ ଜାଳ ଦିଅଇ ସମସ୍ତ କାଠ କଞ୍ଚା ।୮୮।
ଦେଖିଣ ଆଶ୍ରିଜ ଯେ ହୋଇଲେ ସର୍ବଜନେ
ଦେଶାଉରେ ବାରତା କହିଲେ ରାଜାର ଆସ୍ତାନେ ।୮୯।
ଶୁଣ ଦେବ ରାଜାଧି ରାଜେଶ୍ୱର ମତ୍ସ ଆଧିପତି
ବଡ଼ାଇ ଆଶ୍ରିଜ୍ୟ ଦେବ ବ୍ରାହ୍ମଣର ଗତି ।୯୦।
ପରିବା ଅକଟା ଦେବ ସୋରିଷ ଅବଟା
ଚୁଲ୍ଲୀରେ ଭରଇ ନେଇ କଞ୍ଚା ଦାରୁଗୋଟା ।୯୧।
ଯୋଗାଡ଼ି ବସାଇଣ ଓହ୍ଲାଇ ଅତି ବେଗେ
ବିଚାରି ବୁଝିବା ସେ କେମନ୍ତେ ହୋୟେ ପାଗେ ।୯୨।
ବିରାଟ ଚାହିଂଲେ ଯେ କୋନ୍ତଂକ ବଦନ
କେମନ୍ତ ବିଚାର କଲ ପଣ୍ଡାୟେ ରାନ୍ଧଣା ବିଧାନ ।୯୩।
ମୋହୋର ବିଚାରକୁ ତ ନ ଯୋଗାଇ ୟେସନ
ଅକଟା ଅବଟା କାହିଂ କରନ୍ତି ଭୋଜନ ।୯୪।
କୋନ୍ତେ ବୋଇଲେ ତୁ ଅଟୁ ମହାଭିଗ୍ୟଂ
ଗୁଣବନ୍ତ ଧାର୍ମିକ ଲକ୍ଷ୍ମଣବନ୍ତ ସର୍ବଗ୍ୟଂ ।୯୫।
ଆଜିହୁଂ ୟେହା ଆମ୍ଭେ ବିଚାରିଅଛୁ ରାୟେ
ସେ ବ୍ରାହ୍ମଣ ନ ଦିଶଇ ସୂପକାରେ ପ୍ରାୟେ ।୯୬।
ତୁହି ମହାରାଜା ହୋ ଗୁଣବନ୍ତ ମହାପ୍ରଭୁ
ତୋହୋର ଅବଧାନ କଥା ଭାଙ୍ଗିବୁ ଆମ୍ଭେ କାହୁଂ ।୯୭।
କୋନ୍ତଂକର ବଚନେ ବୋଇଲେ ରାୟେ ମତ୍ସ
ୟେହିକ୍ଷଣି ମୁଣୋହିର କାଳେ କଥା ବୁଝିବା ପ୍ରତିଚ୍ଛ ।୯୮।
ତୁମ୍ଭେ ଯେ ମୁଣୋହି କରିବ ଆମ୍ଭର ତୁଲେ
ଆମ୍ଭେ ଯେ ସୂପକାର କରିଛୁଂ ତୁମ୍ଭରହିଂ ବୋଲେ ।୯୯।
ୟେମନ୍ତର ସମୟେ ରୋଷୁଅ ଘରୁ ଅଇଲେ ଚାରଗଣ
ଦେବ ସୂପକାରେ ବୋଇଲେ ପାକ ହୋଇଲା ସମ୍ପୂର୍ଣ୍ଣ ।୧୦୦।
ମଧ୍ୟାହ୍ନ ଆଦିତ୍ୟ ଆସି ହୋଇଲା ସୂର୍ଯ୍ୟବେଳା
ଆହାର୍ଣ୍ଣିକ ସାରନ୍ତୁ ରାୟେ ନ କରିଣ ହେଳା ।୧୦୧।
ବେଗ ବେଗ ବିଜେକର ମୁଣୋହି ମଣ୍ଡୋପକୁ
ସୂର୍ଯ୍ୟବେଳେ ମୁଣୋହି କଲେ ଆହାର ହୋୟେ ପଂକୁ ।୧୦୨।
ଅନ୍ନ ଜୀର୍ଣ୍ଣ ନୋହଇ ଯେ ସୋମର ବେଳ ପଡ଼ିଲେ
ମନ୍ଦାଗ୍ନି ହୋଅଇ ଦେବ ବେଳ ବାରି ନୁଆରିଲେ ।୧୦୩।
ସୂର୍ଯ୍ୟବେଳ ଭୋଜନ ଯେ ଚନ୍ଦ୍ରବେଳେ ରତି
ୟେସନେକ ବେଭାର ଦେବ ଅଛଇ ଶାହାସ୍ର ସଂଗତି ।୧୦୪।
ସୂପକାର ବଚନ ଦେବ ସାବଧାନେ ଶୁଣି
ହୃଦୟ ବିଂଘସିଲା ବିରାଟ ବଲ୍ଲବ ବାକ୍ୟ ଶୁଣି ।୧୦୫।
ବିରାଟ ବୋଇଲା କୋନ୍ତେ ପଣ୍ଡିତ ଅଟଇ ସେ ବ୍ରାହ୍ମଣ
କୋନ୍ତେ ବୋଇଲେ ହୋ ମତ୍ସାଧିପ ବ୍ରାହ୍ମଣ ଭୀମର ପ୍ରାକ୍ରମ ।୧୦୬।
ସୂପକାର ବାରତା ପାଇଣ ମତ୍ସରାୟେ
ମାଜଣା ସାରିଣ ରାୟେ ସ୍ନାନକଇଂ ବିଜୟେ ।୧୦୭।
ଆହାର୍ଣ୍ଣିକ ସାରିଣ କୋନ୍ତ ଯେ ପଣ୍ଡିତେ
ବିଜୟେ ବିରାଟେଶ୍ୱର ମୁଣୋହିର ନିମନ୍ତେ ।୧୦୮।
ତୁଲେଣ ଅଛନ୍ତି ଯୋଦ୍ଧାଗଣ ଅମାନାତ୍ୟ
ଅନେକ ଅଛନ୍ତି ସନ୍ୟ ପଇଦଲ୍ୟ ଭୃତ୍ୟ ।୧୦୯।
ଅଶ୍ୱସେନା ରାଉତ ମାହୁନ୍ତ ପାଦାନ୍ତି
ଯେ ଯାହାର ସଙ୍ଗତେ ଅଛନ୍ତି ପନ୍ତି ପନ୍ତି ।୧୧୦।
ଚଉବିଂଶ ଲକ୍ଷ ଯେ ମୁକୁଟବନ୍ଧା ଯୋଦ୍ଧାମାନେ
ସମ୍ଭର୍ବେ ବସିଲେ ରାୟେ ମୁଣୋହି ଆସ୍ତାନେ ।୧୧୧।
ଶୁଣ ହୋ ମତ୍ସେଶ୍ୱର ବଦୟନ୍ତି ବଲ୍ଲବ
ରାଜ୍ୟଭାର ସମ୍ପଦ ତୋର ୟେ ବଡ଼ାଇ ଦୁର୍ଲଭ ।୧୧୨।
ମୁହିଂ ଜାଣିଲି ରାୟେ ତୁ ବଡ଼ାଇ ବିବାଦୀ
ପରରାଷ୍ଟ୍ର ମାଡ଼ି ତୁ ହୋଇଲୁ ବଡ଼ ଦ୍ୱନ୍ଦୀ ।୧୧୩।
ଅମନାତ୍ୟ ପ୍ରୋହିତେ ଯୋଦ୍ଧା ଯେ ସହିତେ
ସମାନ ଭାବ କଲେ କାରଣ ହୋଇବ ତୋତେ ।୧୧୪।
ସମସ୍ତ ସଇନି ତୋହୋର ହୋ ବସନ୍ତୁ ଛତ୍ରେଶାଳେ
ୟେଥିର ଚରିତ ତୁ ଶୁଣ ମତ୍ସେଶ୍ୱରେ ।୧୧୫।
ସଙ୍ଗତେ ଭୁଞ୍ଜି ବସିଲେ ବଡ଼ିମା ପାଇ ଥାଠ
ସଂଗ୍ରାମ କାଳେ କାରଣ କରେଟି ବିରାଟ ।୧୧୬।
ସାନନ୍ଦ ମହାରାଜା ବଲ୍ଲଭର ବଚନେ
ଦଣ୍ଡଘେନି ମୁଣୋହିର ବିଜୟେ ରାଜନେ ।୧୧୭।
ବିପୁଳ ଭୁବନେ ଯେ ବିଜୟେ ବିରାଟ
ତହିଂର ନିକଟେ ଯାଇ ବସିଲେ କୋନ୍ତଭଟ୍ଟ ।୧୧୮।
ସାତକ୍ଷଉଣୀ ବଳ ଘେନି ଯେ ବିରାଟେଶ୍ୱର ବସି
ପାଞ୍ଚଲକ୍ଷ ସୂପକାର ଘେନି ଭୀମ ଯେ ପରଶି ।୧୧୯।
ଗଉରୀ ସଉରୀ ନଳବିଧି ଯେ ରାନ୍ଧଣା
ନିତି ପ୍ରତି ମେଞ୍ଜନ ପରଶଇ ଭୀମସେନା ।୧୨୦।
ଦେବ ରାନ୍ଧଣା ପରା ପାଇବେ ସେ କାହିଂ
ବିରାଟ ପ୍ରଶଂସଇ ବଲ୍ଲବ କଇଂ ଚାହିଂ ।୧୨୧।
ଅଦଭୁତେ ପୁରୁଷ ତୁ ବିଜେ କଲୁ କାହୁଂ
କେଉଂଣ ଦିଗପାଳ ତୁ ମନୁଷ୍ୟଜନ୍ମ ନୋହୁଂ ।୧୨୨।
କୋନ୍ତଭଟ୍ଟେ ବୋଇଲେ ତୁହୋ ଶୁଣସି ମତ୍ସପତି
ଅନ୍ତେ ଜାଣୁ ସିନା ୟେହାଂକର ଗୁଣ ଯେ ପ୍ରକୃତି ।୧୨୩।
ଅମୃତ ରସ ଯୋଗାଡ଼ ଭୁଞ୍ଜିଣ ସଇନି
ସମସ୍ତେ ପ୍ରଶଂସନ୍ତି ବ୍ରାହ୍ମଣ ତୋର ଧନି ଧନି ।୧୨୪।
ଆଂଚୋବନ ସାରିଣ ଯେ ବିଜୟେ ଆସ୍ତାନେ
ରାନ୍ଧଣା ବିଧାନକୁ ପ୍ରଶଂସନ୍ତି ସର୍ବଜନେ ।୧୨୫।
କଉତୁକେ ତିରୀଜନେ ମାଗନ୍ତି ମେଞ୍ଜନ
ଜନରଞ୍ଜନ ନିମନ୍ତେ ଦିଅଇ ପବନ ନନ୍ଦନ ।୧୨୬।
ଅନେକ ସ୍ତିରୀମାନେ ଦିଅନ୍ତି ପରିବା
ତୁମ୍ଭେ ପଣ୍ଡାୟେ ରନ୍ଧନ କରି କଣକଳପେ ଆମ୍ଭନ୍ତ ଦେବା ।୧୨୭।
ରାଜାହୁଂ ଭିକ୍ଷାଶୀ ପରିଯନ୍ତେ ୟେକଦୃଷ୍ଟି
ଅବିଚ୍ଛନ୍ନେ ଦିଅଇ ଯାହାକୁ ଯେତେ ଅଣ୍ଟି ।୧୨୮।
ସମସ୍ତେ ବୋଲନ୍ତି ବିରାଟ ରାଜ୍ୟ ତୋର ହୋଇଲା ସିଦ୍ଧି
ଦେବରାନ୍ଧଣା ପାକ ଗଉରୀ ସଉରୀ ନଳବିଧି ।୧୨୯।
ଛତ୍ରୀବୃତ୍ତି ଛାଡ଼ି ଉପୁଜାଇଲା ଧଉର୍ଯ୍ୟ ପଣଇ
ଗୁଣ ଉପୁଜାଇଲେ ଉପୁଜଇ ବହୁତ କାରଣଇ ।୧୩୦।
ଶୁଣ ହୋ ମନୁରାୟେ ତୁ ମହାତମା ପୁରୁଷ
ଭୀମସେନ ଗୋପ୍ୟାନ କଥା କହନ୍ତେଣ ନ ଯାଇ ଶେଷ ।୧୩୧।
ଅର୍ଜୁନଙ୍କର ବିରାଟ ସଭାରେ ପ୍ରବେଶ
ୟେଥୁ ଅନନ୍ତରେ ଗମଇ ସର୍ବସାଚୀ
କବେରୀ ଭାର ବେଲାଉଳ ଖୋଷାୟେକ ସଞ୍ଚି ।୧।
ଶିରରେ ସୀମନ୍ତନୀ ମୁକୁତାର ଜାଲି
ଲଲାଟରେ ମଥାମଣି କର୍ଣ୍ଣେ କାପେ ଯେ ବେଣ୍ଟୁଲୀ ।୨।
ଆକାଶର ମଣି ସେ ବେନିକରେ ସୁବର୍ଣ୍ଣର ଚୁଡ଼ି
ଗଳାରେ ରତ୍ନମାଳୀ ଦଶ ଅବତାର ଚାପସରି ।୩।
ପାଦରେ ନେପୂର ସ୍ତିରୀବେଶ ଅଞ୍ଚଳ
ହୃଦରେ କାଞ୍ଚଲୀ ମୁକୁତା ରତ୍ନମାଳ ।୪।
ତିରୀବେଶ ଅଞ୍ଚଳ ଚାଲନ୍ତେ ଶୋହୋଇ
ମଧୁରିପ ବଲ୍ଲବ ରୂପେ ତ୍ରଇଲୋକ ମୋହଇ ।୫।
କିଞ୍ଚିତ ବକ୍ର ନୟନେ ଚଳଇ ହେଳୁ ହେଳୁ
ଚଳଇ ଯୋଗେଶ୍ୱରୀ କି ବେଣୀଭଦ୍ରା ନଦୀ କୂଳୁଂ ।୬।
ସଂସାର ଜନ ମୋହିଲା ସେ ପୁରୁଷ ତିରୀ ବେଶ
ମଚ୍ଛରାଜ୍ୟେ ଧନୁର୍ଜୟେ ହୋଇଲା ପ୍ରବେଶ ।୭।
ଦେଖିଣ ମୋହଗଲେ ଯେ ସମସ୍ତ ଜନମାନେ
କିୟେ ରମ୍ଭା ତେଜିଲା କି ଆକାଶ ଭୁବନେ ।୮।
କିୟେ ତେଜି ଅଇଲା କି ସାବିତ୍ରୀ ମେନକା
ଭଲେଣ କେହି ନାହିଂ ଗବନ କିଂକେ ୟେକା ।୯।
ବିରାଟ ଆସ୍ତାନ ସନ୍ନିଧ୍ୟେଣ ଯାଇଂ ଧନୁର୍ଜୟେ ଭେଟି
ଦେଖନ୍ତେ ନ ଅଣ୍ଟଇ ସେ ସବୁରି ୟେକ ଦୃଷ୍ଟି ।୧୦।
ସମ୍ଭର୍ବ ଆସ୍ତାନେ ବିଜୟେ ମହୀପାଳେ
ବାସବର ନନ୍ଦନ ଯାଇ ବିଜୟେ ଆସ୍ତାନର ତଳେ ।୧୧।
ତ୍ରଇଲୋକ୍ୟ ମୋହିନୀ ତାର ରୂପ ଗୁଣ ଦେଖି
ଭୟେଣ ବେନିଭାଗଜନେ ଆସ୍ତାନ ଉପେଖି ।୧୨।
ବିରାଟେ ପଚାରଇ କୋନ୍ତେ ୟେତେ ବଡ଼ାଇ ଅପୂର୍ବ
ଆକାଶ ବାହିନୀ କି ୟେହାର ସରୂପ ଦେଖିବ ।୧୩।
ଯୁଝେଷ୍ଠି ବିଚାରନ୍ତି ଅର୍ଜୁନ ମୁଖ ଚାହିଂ
ଆରେ ନିଲ୍ଲଜ ଆତ୍ମା ମୋର କିଂପେ ଅଛୁ ରହି ।୧୪।
ବାବୁ ଦୁଇବାହେ ମହାଭାରା ପୃଥୀ ଧଇଲୁ ଧନୁହୁଳେ
ସୁଭଦ୍ରା ଛଳେ ଦ୍ୱାରିକାୟେ ଜିଣିଲୁ କୃଷ୍ଣ କାମପାଳେ ।୧୫।
ପାଞ୍ଚାଳ ଦେଶରେ ବାବୁ ରାଧାଚକ୍ର ବିନ୍ଧି
ପାଞ୍ଚାଳୀ ହରଣେ ତୁ ଜିଣିଲୁ ସର୍ବ ଯୋଧୀ ।୧୬।
ଶରେ ସାଗର ବିନ୍ଧିଲୁ ହନୁମନ୍ତ ବିବାଦେ
ଗୋସିଂହ ଭୟେ ଦ୍ୱାରକା ରକ୍ଷାଗଲା ତୋହୋର ପରସାଦେ ।୧୭।
ବାବୁରେ ଅରଣ୍ୟେ ଗମନ୍ତେ ଜିଣିଲୁ ତୁ ଅଙ୍ଗାରପନଙ୍ଗ
ଶହସ୍ର ବିଘାତେ ବିକୋତିଲୁ ତାହାର ଯେ ଅଙ୍ଗ ।୧୮।
ବାବୁ ଅଗ୍ନି ଦେବତାର ଖଣ୍ଡିଲୁ ତୁ ଲୁଦୁବୁଦୁ ବ୍ୟାଧି
ବାସବକଇଂ ଜିଣି ଖାଣ୍ଡବ ବନୁଂ ଦେଲୁ ମଉଷଧି ।୧୯।
କିରାତ ରୂପେଣ ତୁ ଅରଣ୍ୟେ ହର ଜିଣି
ଭୟେଣ ପ୍ରସନ୍ନ ତୋତେ ହୋଇଲେ ଶୂଳପାଣି ।୨୦।
ପଶୁପତ୍ର ଅକ୍ଷୟ ତ୍ରୋଣ ବର ତୋତେ ଦିଲେ
ହର ପାର୍ବତୀ ତୋତେ ଯେ ପ୍ରସନ୍ନ ହୋଇଲେ ।୨୧।
ସ୍ୱର୍ଗ ମଞ୍ଚ ପାତାଳ ତିନି ଲୋକରେ ବଳବନ୍ତା
ୟେଥକୁ ଭାର୍ଜନ ତୋତେ କଲାକ ବିଧାତା ।୨୨।
ମୁହିଂ ତୁମ୍ଭଂକୁ ନାଶକଲି ହାଥର କୁତୂହୋଳେ
ତୋରପରା ଭାଇ ଆସି ଉଭାରିଲୁ ବିରାଟର ସଭାତଳେ ।୨୩।
ୟେ ତୋହୋର ପ୍ରାକର୍ମ ହୀନକାର୍ଯ୍ୟ ଦେଖି
ଫୁଟି କିମ୍ପା ନ ଗଲାରେ ମୋହୋର ବେନିଆଖି ।୨୪।
ଫୁଟିଣ ନ କହନ୍ତି କୋନ୍ତେ ବିଚାରନ୍ତି ମନେ ମନେ ଗୁଣି
ଶରୀର ବିସର୍ଜନ ହୋଉକିନା ୟେହିକ୍ଷଣି ।୨୫।
ସଭାତଳେ ଯାଇଂ ଅର୍ଜୁନ ହୋଇଲାକ ଉଭା
ଅମର ଭୁବନ ଜିଣି ଦିଶିଲାକ ଅତି ଶୋଭା ।୨୬।
ବାମଅଙ୍ଗ ସାର ଦେଇ ବିରାଟ କତିକି
ପ୍ରଣପତ୍ୟ ଫାଲଗୁନି କୋନ୍ତଂକ ମୁଖ ଦେଖି ।୨୭।
ବିରାଟ ବୋଇଲା ତହିଂ ଜିତ ମହାପ୍ରସାଦେ
ଅମନାତ୍ୟେ ବୋଇଲେ ଉଠ ଆଗ୍ୟାଂ ହୋଇଲାକ ହାଦେ ।୨୮।
ସ୍ୱଇଚ୍ଛାୟେ ଗୋପ୍ୟ ସେ କାର୍ଯ୍ୟର ନିମନ୍ତେ
ସ୍ତିରୀବେଶ ଅଳଂକାର ବେନିବାହୀ ହାଥେ ।୨୯।
ସାଷ୍ଟାଙ୍ଗେ ପଡ଼ି ଯେ ଅଛନ୍ତି ସେହୁ ଭୂମିଗତେ
ବିରାଟର ବଚନେ ସେ ଉଠିବ କେମନ୍ତେ ।୩୦।
ହୃଦଗତେ ବିଚାରନ୍ତି ଦେବ ଯେ ଯୁଝେଷ୍ଠି
ଆମ୍ଭର ଆଗ୍ୟାଂ ନ ପାଇଲେ ଯେ ନ ଉଠଇ କିରୀଟୀ ।୩୧।
କୋନ୍ତେ ବୋଇଲେ ତୁ ଗୋ ଶୁଣସି ମହାତ୍ମାଣୀ
ଠାକୁରଂକ ଆଗ୍ୟାଂ ହେଲା ଉଠ ୟେହିକ୍ଷଣି ।୩୨।
ବିରାଟର ବଚନେ ଯେ ସେ ତୂନୀ ହୋଇଥିଲା
ଯୁଝେଷ୍ଠିଂକ ବଚନେ ସେ ଧାତିକାରେ ଉଠିଲା ।୩୩।
ବିରାଟ ବୋଇଲା ତୁ ଶୁଣସି ଗୋ ସୁନ୍ଦେରୀ
କେବଣ ଭୁବନେ ଥାନ ଗୋ ତୋହୋରି ।୩୪।
କେ ତୋହୋର ମାତାପିତା କେ ତୋହୋର ପ୍ରଭୁ
କାହୁଂ ଅଇଲୁ ତୁ ଗୋ କାହାର କୁଳବୋହୂ ।୩୫।
ମୋହିନୀ ରୂପ ଧରି ପଶିଲୁ ମୋର ରାଜ୍ୟେ
କିମ୍ଭୂତ ତୋର ସମ୍ପାଦ କହ କିସ ତୋର କାର୍ଯ୍ୟେ ।୩୬।
ସୁଶୀତଳ ବାଣୀ ଯେ କହଇ ସର୍ବସାଚୀ
ଅପାର କାର୍ଯ୍ୟ ମୋହୋର ବିଚାରେ ନାହିଂ କିଛି ।୩୭।
ପଶ୍ଚିମ ସଉରାଷ୍ଟେ ହସ୍ତିନା ନଗ୍ରପୁରୀ
ଯୁଝେଷ୍ଟି ଦେବ ଠାକୁରେ ତାହିଂର ଅଧିକାରୀ ।୩୮।
ଭୀମସେନ ଠାକୁରେ ତାହାଂକ ସାନୁଜ
ତାହାଂକର କନିଷ୍ଠ ଯେ ବାସବ ତନୁଜ ।୩୯।
ସେ ଅର୍ଜୁନକୁ ଦେବ ତୁହି ଚିହ୍ନି ପାରୁ କି ବିରାଟଇ
ମୁହିଂ ତାଂକର ବେଶ କାରେଣୀ ଅଟଇ ।୪୦।
ପଶାରେ ରାଜ୍ୟଭାର ହାରିଲେ ଯୁଝେଷ୍ଠି ଦେବେ ଯହୁଂ
ହସ୍ତିନା ନଗ୍ରକୁ ଆଉର ଯିବୁ ଆମ୍ଭେ କାହୁଂ ।୪୧।
ଯୁଝେଷ୍ଠି ଦେବ ଠାକୁର ତୁମ୍ଭ ରାଜ୍ୟକୁ ଅଇଲେ ବୋଲି
ସେ ଶବଦକଇଂ ମୁଂ ଯେ ଗୋଡ଼ାଇ ଅଇଲି ।୪୨।
ମୋହୋର ନାମ ସଂକେତ ଅଟଇ ବୃହନ୍ନାରୀ
କନ୍ୟାଂକର ଅନ୍ତପୁରେ ମୁଂ ଥାଇ ନୃତ୍ୟଗୀତ କରି ।୪୩।
ବିରାଟ ବୋଇଲା ତୋର ସ୍ତିରୀବେଶ ଶୁଦ୍ଧକାୟେ
ମମହୃଦେ ବିଚାରଇ ତୁ ଗୋ ଦିଶୁ ପୁରୁଷ ଲକ୍ଷଣ ପ୍ରାୟେ ।୪୪।
ବୋଲଇ ବୃହନ୍ନାରୀ ଶୁଣସି ମହେଶ୍ୱର
ସ୍ତିରୀ ପୁରୁଷ ଲକ୍ଷଣୁ ମୁଂ ଅଟଇ ବାହାର ।୪୫।
ବିରାଟ ବୋଇଲେ କୋନ୍ତେ ୟେ ଅଟଇ କିସ ରୂପ
ବଡ଼ାଇ ଦୁରାପଦ ୟେ କହିଲା ମହାଗୋପ୍ୟ ।୪୬।
ଯାହା ସେ ଲେଖନ କଲା ପ୍ରଜାପତି
ଚନ୍ଦ୍ରେକ ସୂର୍ଯ୍ୟେକ ଯେ ସ୍ରିଜିଲା ଦିବାରାତି ।୪୭।
ସ୍ତିରୀୟେକ ପୁରୁଷ ୟେକ ପାପେକ ପୁଣ୍ୟେକ
ୟେଥୁଂ ବାହାର ସେ ବୃହନ୍ନାରୀ ସରୂପେକ ।୪୮।
କୋନ୍ତେ ବୋଇଲେ ସେ ଥିବ ଅନ୍ତପୁରେ
ଅହନିଶି ମେଳହୋଇ ସେ ସ୍ତିରୀଂକ ସଙ୍ଗତରେ ।୪୯।
ଯେବେ ମହାରାଜ କଲୁ ମନେ ବାଧା
ବିଶ୍ୱାସଗଲା ଲୋକ ଘେନି କରାଅ ବେଗେ ଶୋଧା ।୫୦।
ଯାଚକେଶ୍ୱର ମନ୍ତ୍ରୀ ବୋଇଲା ଅନ୍ତବାଡ଼ ପଡ଼ୁ
ଉତ୍ତରକୁମର ଯାଇ ଆପଣେ ଶୋଧା କରୁ ।୫୧।
ସରୂପ ବୁଝିବାନା ପରୀକ୍ଷୁଂ ଉତୁରିଲେ
ତେବେ ସେ ଅନ୍ତପୁରେ ଥିବ ନପୁଂସକ ହୋଇଲେ ।୫୨।
ଅନ୍ତବାଡ଼ ଭିତରେ ପଶିଲା ବୃହନ୍ନାରୀ
ବିରାଟ ନନ୍ଦନ ଉତ୍ତରକୁମାର ପରୀକ୍ଷ ସେ କରି ।୫୩।
ବିଧାତାର ନିର୍ବାର ଉର୍ବଶୀର ଶାପ୍ୟ
ତେଣୁ ସେ ପାଥର ଉପସ୍ଥ ଗଲା ଗୋପ୍ୟ ।୫୪।
ବିବସ୍ର କରିଣ ଦେଖନ୍ତି ବର୍ଣ୍ଣଚିହ୍ନ
ସରୂପ ଦେଖିଲା ନାହିଂ ସ୍ତିରୀ ପୁରୁଷ ଲକ୍ଷଣ ।୫୫।
ଆସ୍ଥାନେ ଉତ୍ତରକୁମର କହଇ ସରୂପ
ସ୍ତିରୀ ଲକ୍ଷଣ ନାହିଂ ପୁରୁଷ ଲକ୍ଷଣ ଗଲା ଗୋପ୍ୟ ।୫୬।
ବିରାଟ ବୋଇେଲ କୋନ୍ତେ ସାଧୁ ମୋ ଜୀବନ
ମହତଂକ ପ୍ରସନ୍ନେ ଜନେ ଲଭନ୍ତି ପୁଣ୍ୟମାନ ।୫୭।
ପ୍ରଥମେ ଯେ ବୋଇଲା ଯୁଝେଷ୍ଠି ଅଇଲେ ବୋଲି
ସେ ଶବଦଗୋଟି ଶୁଭିଲା ମୁଂ ତେଣୁ ନିସ୍ତରିଲି ।୫୮।
କୋନ୍ତେ ବୋଇଲେ ରାୟେ ନ କହୁ ଆମ୍ଭେ ମିଥ୍ୟା
ପୁଣି ଅବଦେ ପରିଯନ୍ତେ ଦେଖିବୁ ତୁ ଯଥା ।୫୯।
ମହଂତକ ବାଚା ଯେବେ ହୋଇବାକ ଆନ
ଆବର ଚନ୍ଦ୍ର ସୂର୍ଯ୍ୟ କିଂପେ ଶୂନ୍ୟେ କରିବେ ଗବନ ।୬୦।
ବଚନେ ବୋଧଗଲା ମଚ୍ଛ ଅଧିକାରୀ
ତୁ ମୋହୋର ଉତ୍ତରା ବାଳୀକି ନୃତ୍ୟ କରାଅ ବୃହନାରୀ ।୬୧।
ଅର୍ଜୁନ ଠାକୁରଂକୁ ଦେଖିବି ମୁଂ ଆର କାହିଂ
ସଂସାର ଅନ୍ଧପଟଳ ଫିଟଇ ତାହାଂକ ମୁଖ ଚାହିଂ ।୬୨।
ଯାଚକେଶ୍ୱର ମନ୍ତ୍ରୀ ବୋଇଲା ତୁ ଶୁଣିମା ମହାରାଜା
ଧାର୍ମିକ ଲୋକନ୍ତ ବହୁତ ନ ବଜା ।୬୩।
ମନ୍ତ୍ରୀର ବଚନ ଶୁଣିଣ ସେ ଧାର୍ମିକ ଦଣ୍ଡଧାରୀ
ଆପଣାର ଶ୍ରୀକରେ ବିରାଟ ଘେନିଲାକ ଦିବ୍ୟଶାଢୀ ।୬୪।
ଘେନସି ବୃହନାରୀ ବୋଲି ଶ୍ରୀକରେ ରାୟେ ତୋଳି
ହେଠ ବଦନେ ଅର୍ଜୁନ ସୁମରଇ ବନମାଳୀ ।୬୫।
ୟେହାର ଶାଢ଼ୀ ଯେ ମୁଂ ଘେନିଲେ ଚଳହାଥେ
ଭୃତ୍ୟପଣ ହୋଇବ ସିନା ଶାଢ଼ୀ ବାନ୍ଧିଲେ ମାଥେ ।୬୬।
ତିନିହୁଂ ଚାରି ମୋତେ ଦିଅନ୍ତା ନାହିଂ ଶାଢ଼ୀ
ଇନ୍ଦ୍ର ଗୋବିନ୍ଦ ଆବର ଯୁଝେଷ୍ଠି ଦଣ୍ଡଧାରୀ ।୬୭।
କହୁଂ କହୁଂ ଅରଜୁନ ଅଧର ପୁଷ୍ଟ କଲା
ଆଜ ତୋହୋର ଶିରୀ ସମ୍ପଦ ସରଇ ବିରାଟେ ବୋଇଲା ।୬୮।
ଅର୍ଜୁନର କୋପ ଦେଖି ଜାଣିଲେ ଯୁଝେଷ୍ଠି
ହୃଦେ ସୁମରଣା କଲେ ନାରାୟଣ ନାମଗୋଟି ।୬୯।
ହରି ସେ ତୋହୋର ବୋଲେ ଅଇଲି ବିରାଟ ରାଜ୍ୟକୁ
ୟେ ଧର୍ମ କଷଣୁଂ ହରି ହେ ପାରି କରିବା ମୁକୁ ।୭୦।
ହରିର ମାୟାରେ ଯେ ଚେତିଲା ମତ୍ସପତି
ଶାଢ଼ୀଦେବା ହାଥେ କାଢ଼ି ଆଣିଲା ତତକ୍ଷଣାନ୍ତି ।୭୧।
ବିରାଟ ବୋଇଲା କୋନ୍ତେ ମୁଂ ନ ଜାଣି କଲି ଅନୀତି
ମତ୍ସରାଜ୍ୟଯାକ ମୁଂ ସମର୍ପିଲଇଂ ତୁମ୍ଭନ୍ତି ।୭୨।
ତୁମ୍ଭେ ଶାଢ଼ୀଦେବା ହୋଉ ୟେ ବୃହନ୍ନାରୀ କି
କନ୍ୟାପୁରେ ଯାଉ ୟେ ଉତ୍ତରା ତହିଂକି ।୭୩।
କୋନ୍ତେ ଶାଢ଼ୀଦିଲେ ଅର୍ଜୁନକୁ ସାନନ୍ଦେ
ଶ୍ରୀହସ୍ତେ ଅର୍ଜୁନ ମଥାରେ ବାନ୍ଧିଲା ହାଦେ ।୭୪।
ଆସ୍ତାନର ମଧ୍ୟେ ଶାଢ଼ୀ ବୀର ଘେନି
ନାଟପା ମନ୍ଦିରକୁ ଚଳଇ ଫାଲଗୁନି ।୭୫।
ଉତ୍ତରାର ମୂଳେ ଯେ କନ୍ୟାଗୋଟି ଚାରି
ନୃତ୍ୟ ଆରମ୍ଭ ନେଇ ସେ ପାତିଲେ ଅନ୍ତପୁରୀ ।୭୬।
ଯୁଝେଷ୍ଠି ସଭାପଣ୍ଡା ବିରାଟକୁ ଘେନି ଖେଳାବନ୍ତି ପଶା
ଭୀମସେନ ସୂପକାର ଅର୍ଜୁନ ଅମାନୁଷା ।୭୭।
ଅର୍ଜୁନ ବେଶକାର ବୃହନ୍ନାରୀରୂପେ
ଜାଣନ୍ତା ନୋହିଲେ ୟେ ତିନିହେଂ ରହିଲେ ଯେ ଗୋପ୍ୟେ ।୭୮।୧୪୦୫।
ଦ୍ରୋପଦୀଙ୍କର ବିରାଟ ଭବନରେ ପ୍ରବେଶୟେଥୁ ଅନନ୍ତରେ ଶୁଣିମା ଦିବ୍ୟରସପାଞ୍ଚାଳୀ କହଇ ସେ ସହଦେବର ପାଶ ।୧।ଶୁଣସି ସହଦେବ କି ବୁଦ୍ଧି କରିବାକେଉଂଣ ଉପାୟେ ଆମ୍ଭେ ମତ୍ସଦେଶେ ଯିବା ।୨।ସହଦେବ ବୋଇଲା ଶୁଣ ଗୋ ଜିଘ୍ନସେନୀଦଧିବାମନ ଅନକୂଳ ଶୁଭଲଗ୍ନ ଘେନି ।୩।ଆସ୍ତାନର ମଧ୍ୟେ ଯେ ରହିଲେ ଦେବଧର୍ମେରୋଷୁଅଶାଳ ଆବୋରି ରହିଲେ ଭୀମସେନେ ।୪।ଅନ୍ତପୁର ଭିତରେ ରହିଲେ ସବ୍ୟସାଚୀଚଳ ତୁ ଅନ୍ତପୁରେ ଗୋ ସୁଦେଷ୍ଣା ଯହିଂ ଅଛି ।୫।ସର୍ବମଙ୍ଗଳ ଯୋଗ ଅମୃତ ବିଧାନବିଜେ ଅନ୍ନପୂର୍ଣ୍ଣା ମାହେଶ୍ୱରୀ ଯେ ସୁମରି ଭଗବାନ ।୬।କଷାବସନ ପରିହରଣ ଅଳଂକାର ବିହୁନାଶ୍ରୀକରେ ବେନିବାହୀ ଦେବୀ ମୁକୁଳ କେଶ ସିନା ।୭।ଗମନ୍ତେ ତ୍ରଇଲୋକ୍ୟ ମୋହୋଇ ପାଞ୍ଚାଳୀନବର ପଛିମ ଦ୍ୱାରେଣ ଯାଇଂ ମିଳି ।୮।ମଉନ ବିକାରେ ଯେ କାହାକୁ ବଚନ ନ ବୋଲଇ ସତୀଧାଇ ମୁଦୁସୁଲୀମାନେ ଆସି ମିଳିଲେ ତଡ଼ତି ।୯।ନାଗରୀ ଚତୁରୀୟେ ପ୍ରକାଶନ୍ତି ଚାଟୁବାଣୀକାହୁଂ ସେ ଆସିଅଛୁ କହ ଗୋ ମହାତ୍ମାଣୀ ।୧୦।ଶ୍ରୀକୃଷ୍ଣା ମହାଦେଈଂକି କହନ୍ତି ସଦିଭାବେସତ୍ୟ ବଚନ ଆମ୍ଭର ଶୁଣସି ଗୋ ମାୟେ ୟେବେ ।୧୧।ଶୁଣସି ଗୋ ମହାଦେଈ ପବିତ୍ର ଅପର୍ଣ୍ଣାକନ୍ୟାୟେ ଦ୍ୱାରେ ଉଭା ରୂପେ ବରାଙ୍ଗନା ।୧୨।କଥା ନ କହଇ ଗୋ ମଉନବ୍ରତ ଜାଣିଭବାନୀ କଲ୍ୟାଣୀ ଗୋ ଅହିଅ ସୁଲକ୍ଷଣୀ ।୧୩।କପିଳାସ ତେଜିଣ କି ବିଜେକଲେ ଦେବୀ ଉମାକି ସେ ଶଚୀଦେବୀ ଅଟଇ ଇନ୍ଦ୍ରଂକର ବାମା ।୧୪।କି ଅବା ପଦ୍ମବନ ତେଜି ଅଇଲେ କମଳିନୀକି ଅବା ରତିଦେବୀ କାମର ଘରଣୀ ।୧୫।ତିରୀଂକର ମଧ୍ୟେଣ ଗୋ ସୁନ୍ଦରୀ ଅଟଇ ରମ୍ଭାଗଉତମଂକର ପତ୍ନୀ ଅହଲ୍ୟା ଅଟେ ଅବା ।୧୬।ସଂପୋଡ଼େ କଷଣ ଗୋ ପଡ଼ିଲା ଆସି ତୋତେଦେଖିଲେ ବିରାଟ ଗୋ ମୃଚ୍ଛିବ କେମନ୍ତେ ।୧୭।ଜଗୁଜନ ମୋହିନୀ ସେ ଗୋ ତିରୀ ରତ୍ନକାନ୍ତିଜାତି ପଦ୍ମିନୀ ସେ ରୂପେ ରୂପବନ୍ତୀ ଗୁଣବନ୍ତୀ ।୧୮।ବିଚାରି ଠାକୁରାଣୀ ଗୋ ବୁଝିବା ପରିମାଣିନିଚୟେ ତୋହୋର ଗୋ ସେ ହୋଇବ ସପତଣୀ ।୧୯।କେ ବୋଲଇ ତାହାକୁ ନେମା କେଶ ଧରିକଟକ ବାହାରେ ତାକୁ ଛାଡ଼ିବା ଡେଙ୍ଗୁରି ।୨୦।କେ ବୋଲଇ କୁରୁଳି କରି ପିଟିବା ମୁଖେ ଦେଇ ବିଣ୍ଡାକେ ବୋଲଇ ହାଣିମା କି କରେ ଧରି ଖଣ୍ଡା ।୨୧।ଶ୍ରୀକୃଷ୍ଣାୟେ ବୋଇଲେ ୟେମନ୍ତ କିମ୍ପେ ବୋଲମହତ ଲୋକ ହୋଇଥିବ ନ କର ଘଞ୍ଚାଳ ।୨୨।କଷଣ ନିମନ୍ତେ ମର୍ତ୍ତ୍ୟେ ଆସିଥାନ୍ତି ଦେବସ୍ତିରୀଘଞ୍ଚାଳ କଲେ ଗୋ ଅବଶ୍ୟ ହାଦେ ମରି ।୨୩।ତାହାର ତହିଂକି ଗୋ ଯାଅ ୟେହିକ୍ଷଣିମୋହୋର ଛାମୁକୁ ଗୋ ଘେନିଆସ ବେଗେ ପୁଣି ।୨୪।ମହାଦେଈର ବଚନେ ମୁଦୁସୁଲୀ ଗଲେ ଝାତିଯାଇଣ ଛାମୁରେ ଯେ ବିନୋୟୀ କହନ୍ତି ।୨୫।ତୁକୁହି ଆଗ୍ୟାଂ ଗୋ ଦିଲେକ ଠାକୁରାଣୀଛାମୁକୁ ବହନ ହୋଇ ଆସିବା ମହାତ୍ମାଣୀ ।୨୬।ଶ୍ରୀହରି ସୁମରି ଚଳଇ ପାଞ୍ଚାଳୀ ଯେ ବିରାଟ ଅନ୍ତପୁରେଦେଖିଣ ଶ୍ରୀକୃଷ୍ଣା ଆସନ ତେଜିଲେ ଧାତିକାରେ ।୨୭।ପାଞ୍ଚାଳୀ ପଶନ୍ତେ ପୁର ଦିଶିଲାକ ଶୋଭାଶ୍ରୀକୃଷ୍ଣା ବିଚାରନ୍ତି ୟେତ ପ୍ରତକ୍ଷେ ଅଟଇ ରମ୍ଭା ।୨୮।ଅମରାଧିନାଥ କେହ୍ନେ ତେଜିଲା ଆଖଣ୍ଡଳୀକେ ଅବା କେବଣ ଦ୍ରୋହେ ପତିତ ଭୂଅତଳି ।୨୯।ୟେମନ୍ତ ବିଚାର ଯେ କରନ୍ତି ମହାଦେଈକି ଅବା ସାବିତ୍ରୀ ସତ୍ୟବନ୍ତେ ତେଜି ଅଇଲେକ ୟେହି ।୩୦।କି ଅବା ମେନକା ଦୋହିତା ୟେହୁ ଶକୁନ୍ତଳାସର୍ବଲକ୍ଷଣ ବେଶ କିଂପେ କେଶ ଯେ ମୁକୁଳା ।୩୧।ଶ୍ରୀୟା ନାମେଣ ଶ୍ରୀକୃଷ୍ଣଂକ ବିଶ୍ୱାସୀ ମୁଦୁସୁଲୀଆଲୋ ବହନ ସମସ୍ୟା କର ବଚନ କିସ ବୋଲି ।୩୨।ମୁଦୁସୁଲୀ ବୋଇଲା ଗୋ ମତ୍ସଦେଶର ଠାକୁରାଣୀସମସ୍ୟା ପଚାରେ ପ୍ରତିଉତ୍ତର ପଡ଼ଇ ଦୃଢ଼ବାଣୀ ।୩୩।ଧୂର୍ତ୍ତ ବାତୁଳୀ ଆମ୍ଭେ ଚତୁରୀ ମୁଦୁସୁଲୀଅଶୁଦ୍ଧ ବାକ୍ୟ ଆମ୍ଭେ ସର୍ବଦାୟେ ବୋଲି ।୩୪।ମାୟେ ସମାନ ସାଦୃଶ୍ୟେ ହାଦେ ବଚନ କହିବାପ୍ରସ୍ତାପ ସାଦୃଶ୍ୟେଣ ପ୍ରତିସମସ୍ୟାହିଂ ଦେବା ।୩୫।ସେବା ଅନୁରୂପେ କରିବା ମନବାଞ୍ଛାକ୍ଷୁଧା ଅନରୂପେ ଭୁକତ କରଇ ଇଚ୍ଛା ।୩୬।ଶକତି ସାଦୃଶ୍ୟେନ କରିବା କର୍ମେଣଧନ ଅନରୂପେ ଧର୍ମ କରିବା ଘଟଣ ।୩୭।ପରାକ୍ରମ ଅନରୂପେ ହୋଇବାକ ଦ୍ୱନ୍ଦୀସମାନ ଅନରୂପେ ହୋଇବାକ ବାଦୀ ।୩୮।ମନ୍ତ୍ର ଅନରୂପେ ବିପ୍ରେ ଘେନିବାକ ଦାନଦେବତା ଅନରୂପେ ପ୍ରସାଦ ବିଦ୍ୟମାନ ।୩୯।ସମାନ ସାଦୃଶ୍ୟେଣ କରିବାକ ଦେବୀ କୋପୟେମାନ ହେଜି ନୁଆରିଲେ ଖଣ୍ଡଣ ହୋୟେ ତପ ।୪୦।ବାବୁ ଅନରୂପେ ଯେ କରିବା ଗଉରୋବୟେତେ ଠାବକୁ ଚରଚା କରନ୍ତି ପଣ୍ଡିତ ଯେ ଭାବ ।୪୧।ତୁ ଯେ ଧାର୍ମିକ ବିବେକ ପଣ୍ଡିତ କୁଳଶୀଳତୋ ତହୁଂ ଗରୁହଂସୀ ତାହାର ଦିଶଇ ବାକ୍ୟବଳ ।୪୨।ଶ୍ରୀୟାର ବୋଧ ବଚନେ ଯେ ବଦୟନ୍ତି ଶ୍ରୀକୃଷ୍ଣାକେବଣ ଦେଶୁଂ ଗବନ କଲୁ କହ ଗୋ ସତୃଷ୍ଣା ।୪୩।କେ ତୋହୋର ବଲ୍ଲଭ କେ ତୋହୋର ପିଅର ମାୟେଗୃହବାସ କାହିଂ ଗୋ କେବଣ କୁଳେ ଜାତହୋୟେ ।୪୪।ଶୁଣ ଗୋ ବଇରାଷ୍ଟ ପୁର ଭୁବନ ମଣ୍ଡଣିବଚନ ପ୍ରକାଶନ୍ତେ ଶୁଭଇ ମଧୁର ରସବାଣୀ ।୪୫।ବିନୟ ଭଗତେଣ ହୋଇ ସେ କୃତାଞ୍ଜଳିରୁଚିର ବଚନ ଦେବୀ କହଇ ପାଞ୍ଚାଳୀ ।୪୬।ମାଗୋ ପଛିମ ସଉରାଷ୍ଟେ ଯେ ନଦୀ ବହଇ ଯମୁନାସେ ନଦୀତଟେ ଯମପ୍ରଶସ୍ତ ଇନ୍ଦ୍ରପ୍ରଶସ୍ତ ଜଇନ୍ତ ବାରୁଣା ହସ୍ତିନା ।୪୭।ବଡ଼ାଇ ପ୍ରମୋଦ ସ୍ଥାନ ଯେ କୁଞ୍ଜଗଳ ବାରସ୍ୱତୀଯୁଝେଷ୍ଠି ମହାରାଜ ତହିଂର ଚକ୍ରବତୀ ।୪୮।ଭୀମ ଅର୍ଜୁନ ଯେ ନକୁଳ ସହଦେବସୋମବଂଶକଇଂ ଉଦ୍ଧାରଣ ପଞ୍ଚୁ ଯେ ପାଣ୍ଡବ ।୪୯।ତାହାଂକର ମନୋହରୀ ଅଟନ୍ତି ଦ୍ରୋପତୀଦ୍ରୋପତ ରାଜାର ସେ ଅଟଇ ଦୋହିତୀ ।୫୦।ନୋହଇ ଦ୍ରୋପତୀ ମୁଂ ଅଟଇ ତାଂକ ଦାସୀୟେ ସତ୍ୟବାକ୍ୟ ଗୋ କହିଲୁ ପରକାଶି ।୫୧।ଶ୍ରୀକୃଷ୍ଣା ବୋଇଲେ ଗୋ କହିଲୁ ସିନା ଭଲବାକ୍ୟବଡ଼ାଇ ଦୁଲଭ କଥା ୟେ ଶୁଭେତ ତ୍ରଇଲୋକ୍ୟ ।୫୨।ଆଜଦିନର କଥା ସୁଫଳ ଗୋ ପୁଣ୍ୟ ଅପ୍ରମିତାପରମାନନ୍ଦ ପୁରୁଷଂକର ପଡ଼ିଲା ଆଜ ଚିନ୍ତା ।୫୩।ଆଗୋ ଦ୍ରୁପଦ ରାଜାଂକର ଦୋହିତା ଦ୍ରୋପତୀୟେକ ସ୍ତିରୀଂକି ଗୋ ଅଟନ୍ତି ପଞ୍ଚୁପତି ।୫୪।କିମ୍ଭୂତ ମାୟା ଯେ ଗୋ ଶୁଣୁଅଛୁ ବାଣୀସରୂପେ ସତ୍ୟ କି ୟେହା କହିବା ଦୃଢ଼ବାଣୀ ।୫୫।ଶ୍ରୀକୃଷ୍ଣା ଦେବୀ ଯେ ସର୍ବଗ୍ୟଂ ସର୍ବଜାଣକଥା ଅନରୂପେ ବାକ୍ୟ କରନ୍ତି ପ୍ରକାଶ ପୁଣ ।୫୬।ଅନେକ ରାଜ୍ୟେ ଯେ ପଡ଼ଇ ୟେହୁ କଥାଆମ୍ଭେ ବିଚାରୁ ସତ ୟେ ନୋହୋଇ ସର୍ବଥା ।୫୭।ଶ୍ରୀକୃଷ୍ଣା ବୋଇଲେ ଗୋ ବସ ବସ ମାୟେବଡ଼ାଇ ଦୁରାପଦ ଲାଗିଲା ସନ୍ଦେହ କଥାୟେ ।୫୮।ଶ୍ରୀକୃଷ୍ଣାର ବଚନେ ବସିଲେ ଦ୍ରୋପତର ବାଳୀକହନ୍ତି କୋକିଳ ବଚନ ଶୁଦ୍ଧଶାଳୀ ।୫୯।ତୁ ଯେ ପୁଚ୍ଛାକଲୁ ରାଣୀ ଗୋ ପାଣ୍ଡବ ପାଞ୍ଚଂକର କଥାପାଞ୍ଚ ପତିଂକର ଭାରିଜା ଦ୍ରୋପଦ ଦୁହିତା ।୬୦।ପଞ୍ଚୁପାଣ୍ଡବଂକର ୟେକଇ ଭାରିଜା ଦ୍ରୋପତୀପାଞ୍ଚେହେଂ ରମଣ କରନ୍ତି ତାହାନ୍ତ ନିତି ।୬୧।ଶ୍ରୀକୃଷ୍ଣା ବୋଇଲେ ଗୋ ସ୍ତିରୀ ମାତ୍ର ଭଳିୟେକାଇଂ କେମନ୍ତେ ସହଇ ପାଞ୍ଚଂକ ଆର୍ଦ୍ଦୋଳି ।୬୨।ସଇରିନ୍ଧ୍ରୀ ବୋଇଲେ ଗୋ ସେହୁ ପ୍ରତକ୍ଷେ ଜିଘ୍ନସେନୀନିତ୍ୟେହେଂ ପରୀକ୍ଷ ସେ କରଇ ବହନି ।୬୩।ଧନ୍ୟ ସେ ସ୍ତିରୀ ଅଟଇ ସତୀ ବିଳାସୁଣୀ ।୬୪।ମୁହିଂ ସେ ଦ୍ରୌପତୀଂକର ଅଟଇ ନିଜ ଦାସୀତାହାଂକର ସମାନ ମୋତେ ଅଭିନ୍ନ ନ କରନ୍ତି ଶୁଭ୍ରକେଶୀ ।୬୫।ସକଳ ସନ୍ଦେଶମାନ ସେ କହନ୍ତି ମୋହୋର ଆଗେ ପୁଣତାହା ତୋତେ କହିବା ତୁ ୟେକମନେ ଶୁଣ ।୬୬।ଯୁଝେଷ୍ଠିଂକର ତହିଂକି ସେ ଗମଇ ଯେଉଂଣ ଦିନକ୍ରୀଡ଼ାରଙ୍ଗ ସାରି ପଶଇ ହୁତାଶନ ।୬୭।ସେ କାୟା ଦହନ ଯାଇ ପୁଣ ହୋଅଇ ଆନ କାୟେଆରେକ ଦିନ ଭୀମସେନକୁ ଦ୍ୟନ୍ତି କାୟେ ।୬୮।ବ୍ରିକୋଦର ତୁଲେ ଯହୁଂ ସରଇ ପୀରତିଦୋହୋରା ଅନଳ ପୁଣି ପଶଇ ମହାସତୀ ।୬୯।ସେ ଅନଳେ ଦହନ କରଇ ୟେହୁ କାୟେନବତନ ଶରୀର ଘେନି ପୁଣ ସମର୍ପଇ ପାର୍ଥିବ ଧନୁର୍ଜୟେ ।୭୦।ନକୁଳ ସହଦେବଂକୁ ୟେହି ପ୍ରତି ପ୍ରତିପଞ୍ଚୁଦିନେ ଅନଳେ ଦହନ ହୁଅଇ ପଞ୍ଚୁଘାନ୍ତି ।୭୧।ଅନ୍ୟ ସ୍ତିରୀମାନଂକୁ ଜଳ ଯେହ୍ନେ ସ୍ରାହାନଅଗ୍ନି ସଂଯୋଗେଣ ସେ ବଞ୍ଚୁଥାଇ ଦିନ ।୭୨।ୟେକର ଉଚ୍ଛିଷ୍ଟ ସେ ଆରେକକୁ ନ ଦିଅଇପଞ୍ଚଇ ପୁରୁଷ ହାଦେ ସେ ୟେକଇ ଆତ୍ମା ତାହାକଂରି ଦେହୀ ।୭୩।କହନ୍ତେ ଶ୍ରୀକୃଷ୍ଣା ଯେ ବୁଝିଲେ ମହାଗୁରୁଅସଂକ୍ଷେପ ବଚନ ତୋହୋର କେହୁ ପ୍ରତେକରୁ ।୭୪।ସଇରିନ୍ଧ୍ରୀ ବୋଇଲେ ଗୋ ସନ୍ନିଧ୍ୟେ ତାହାଂକଇ ଖଟି ସେବାପଞ୍ଚଭୂତ ଆତ୍ମା ମୁଂ ତାହାଂକ ପ୍ରିୟଭାବା ।୭୫।ୟେସନେକ ଅଭିନ୍ନ କରି ସେ ଦେଖଇ ମୁକୁଇଂସେ ଯେହ୍ନେ ଦ୍ରୋପତୀ ପ୍ରତକ୍ଷେ ଅଟେ ମୁହିଂ ।୭୬।ସନ୍ନିଧ୍ୟେ ଖଟଣି ସେବା ନାମ ମୋର ସଇରିନ୍ଧ୍ରୀଅଲେଖ ତିଳେଖ କରଇ ଚତୁସମ ଲାଗି ।୭୭।ସ୍ୱାମୀର ଅଧମ ପଣେ ପଶାକ୍ରୀଡ଼ା ହୋଡ଼େରାଜ୍ୟଭାର ସଂପଦ ସେ ହାରିଲେ ସଂପୋଡ଼େ ।୭୮।ବଚନ ଅଲଂଘିତେ ହୋଇଲେ ବନଗାମୀଶବଦେକ ଶୁଭିଲା ତୁମ୍ଭ ରାଜ୍ୟକଇଂ ଅଇଲେ ଯୁଝେଷ୍ଠି ଦେବସ୍ୱାମୀ ।୭୯।ମୁହିଂ ବିଚାରିଲି ଦ୍ରୌପତୀ ଯିବେ ନାହିଂ କି ବିରାଟ ରାଜ୍ୟକୁଗୋଡ଼ାଇ ଅଇଲି ମାଗୋ ଅନିବାରଣ ଶବଦକୁ ।୮୦।ମାଗୋ ଦେଖିଲି ବିବେକ ଧାର୍ମିକ ତୋହୋରକ ଇଚ୍ଛାସେ ନିମନ୍ତେ ତୋର ରାଜ୍ୟେ ରହିତେ କଲି ଇଚ୍ଛା ।୮୧।ମା ଗୋ ତୁହି ଶ୍ରୀକୃଷ୍ଣା ଗ୍ୟାଂନବନ୍ତ ଦେହୀଶୁଣି ଅଛୁନା ତୋହୋର କଥା ସଙ୍ଗତହିଂ ।୮୨।ଶ୍ରୀକୃଷ୍ଣା ବୋଇଲେ ଯେବେ ମୋହୋର ଭାଗ୍ୟ ଥିବତୁମ୍ଭେ ମୋହୋର ଭୁବନେ ସମୟେକେ ରହିବ ।୮୩।ମୋହୋର ଛାର ପାମରୀ ଦ୍ରୌପତୀଂକି ଦେଖିବଇ କାହିଂଖଣ୍ଡଇ କିନା ଦୁରାପଦ ମୁଂ ତୁମ୍ଭର ମୁଖ ଚାହିଂ ।୮୪।ମାଗୋ କଥା ପୁଚ୍ଛିବି ତୋତେ ମୁଂ ହୋଇବ କଟାଳସର୍ବଗୁଣେ ସାଧବୀ ମାଗୋ ମୁକୁଳ କିଂପେ ବାଳ ।୮୫।ସଇରିନ୍ଧ୍ରୀ ବୋଇଲେ ମୋହୋର ଦିଅରେ କଲି କଳିଭ୍ରଚ୍ଛନା ବୋଲି ମୁହିଂ ତାହାରେ ବହୁତ ଦିଲି ଗାଳି ।୮୬।ସହି ନୁଆରିଲି ସେହି ମୂରୁଖ ଚାଣ୍ଡାଳଆକ୍ରେଷିଣ ବାମଭୁଜେ ଧଇଲା ମୋର ବାଳ ।୮୭।ତେଣୁ କରି କେଶ ମୋର ହୋଇଲା ମୁକୁଳିରାଗେଣ ନ ବାନ୍ଧିଲି ମୋହୋର କଇଚ୍ଛା ଅଙ୍ଗୁଳି ।୮୮।ଶ୍ରୀକୃଷ୍ଣା ବୋଇଲେ ତୋର କେଶ ଯେ ମୁକୁଳିତବନ୍ଧନ ନ କଲେ ପୁଣ ହୋଇବ କେମନ୍ତ ।୮୯।ସଦିଭାବ ହୋଇ ଶୁଣ କହଇ ମୁଂ ତାହାମୋହୋର ସ୍ୱାମୀ ହାଥେ ଉପୁଡ଼ାଇବି ବେନି ତାର ବାହା ।୯୦।ତାହାର ଭୁଜ ଶୋଣିତେ ପଖାଳିବି ମୋହୋର କେଶତେବେ ସେ ବନ୍ଧନ କରିବି ମୋହୋର ସତ୍ୟ ବଚନ ପ୍ରକାଶ ।୯୧।ଶୁଣିଣ ଶ୍ରୀକୃଷ୍ଣାର ଯେ କଣ୍ଟିଲା ଲଲାଟ ପାଟିବୋଇଲା ସ୍ତିରୀମାତ୍ର ହୋଇ ୟେଡେ କଇଚ୍ଛା ଜଗଜ୍ଜେଠୀ ।୯୨।ଶ୍ରୀକୃଷ୍ଣା ବୋଇଲେ ୟେ ମୋହୋର ରାଜ୍ୟେ ସମୟେକ ରହିଲେତୋତେ ପୁଣି ଭଗତି କରି ନୋହୋଇ ମୋହୋର ବେଳେ ।୯୩।ସୋଦୋର ଦିଅରଂକ ଯାହାର ୟେଡେକ କଇଚ୍ଛାନ ପୁଣ ଭାଇନ୍ତ ମୋହୋର କରି ନୁଆରଇ ରକ୍ଷା ।୯୪।ସଇରିନ୍ଧ୍ରୀ ବୋଇଲେ ଗୋ ଯେ ସେ ଠାକୁରାଣୀଦ୍ରୌପତୀ ଶ୍ରୀକୃଷ୍ଣା ତୁମ୍ଭେ ହୋ ୟେକଆତ୍ମା ଜାଣି ।୯୫।ଯେ ସେ ସେବକ ଗୋ ସେ ସବୁଂକରି ଅଟଇ ଭୃତ୍ୟଠାକୁରାଣୀ ପଦ ମାଗୋ ବଡ଼ାଇ ମହତ ।୯୬।ଅଲେଖ ତିଳେଖ ବେଶ ଭୂଷଣ ଗୋ କରାଉଥିବି ନିତିଚତୁସମ ଲାଗି ତୁମ୍ଭଂକୁ କରିବା ଯଥା ପ୍ରୀତି ।୯୭।ୟେକାମାତ୍ର କଥା ତୋତେ ମାଗଇ ମାୟେଶ୍ୱରୀକିଞ୍ଚିତ କଥା ୟେ ସେ ଅଭ୍ୟର୍ଥନା ମୋହୋରି ।୯୮।ପାଦ ପାଲଟା ଉତ୍ତିଷ୍ଟ ଗୋ ନ ଛୁଆଂଇବୁ ମାୟେଭ୍ରଚ୍ଛନା ବୋଲ ନ ବୋଲିବୁ ଅଳପ କଥାୟେ ।୯୯।ସାମାନ୍ୟେଣ ନ ପେଷିବୁ ଅଦୋଷେ ନ କରିବୁ ତେଜ୍ୟାପୁରୁଷେ ନ ପେଷିବୁ ନ ଛୁଆଂଇବୁ ମୋତେ ଶେଯ୍ୟା ।୧୦୦।ୟେ ଛଡ଼ଗୋଟି କଥା ମାଗୋ କରିଥିବ ଦୃଢ଼ଅନେକ ଧର୍ମ ଉପୁଜିବ ବଚନ ମୋର ଗାଢ଼ ।୧୦୧।ଶ୍ରୀକୃଷ୍ଣା ବୋଇଲେ ଗୋ ମୋହୋର ବିଚିତ୍ର ପୁରେ ଥିବାତୁମ୍ଭର ଭ୍ରଥା ଅଛନ୍ତି କାହିଂ ଗୋ ମୋତେ ତା କହିବା ।୧୦୨।ସଇରିନ୍ଧ୍ରୀ ବୋଇଲେ ମାଗୋ ମୁହିଂ ୟେଥି ଥିଲେଦେଖୁ ସିନା ସ୍ୱାମୀଂକି ମୋହୋର ତୋହୋର ଇଚ୍ଛା କଲେ ।୧୦୩।ଶ୍ରୀକୃଷ୍ଣା ବିଚାରନ୍ତି ହୃଦଗତେ ପୂର୍ବର କଥାପୂର୍ବେ ମୋତେ ଯାହା କହିଛନ୍ତି ମୋର ମାତା ।୧୦୪।ପାଣ୍ଡବେ ଗୋପ୍ୟରୂପେ ମିଳିବେ ୟେହୁ ପୁରୀନିଚୟେ ଦେଖିବୁ ତୁ ଦ୍ରୋପତ କୁମାରୀ ।୧୦୫।ଅଥବା ସେ ହୋଇବ ବୋଲି ହୃଦଗତେ ବିଚାରିନ ପୁଣ ହୁଅଇ ନିକି ୟେ ଦ୍ରୋପଦ କୁମାରୀ ।୧୦୬।ଶ୍ରୀକୃଷ୍ଣା ବୋଇଲା ଗୋ ଥାଅ ନିତ୍ୟ କର୍ମେଯେତେକାଳେ ଉଦିତ ହୋଅଇ ତୋର ଧର୍ମେ ।୧୦୭।ଶ୍ରୀକରେ ଶ୍ରୀକୃଷ୍ଣା ଯେ ଘେନିଲେ ଦିବ୍ୟଶାଢ଼ୀଘେନସି ମାତା ଗୋ ବୋଲି ଉର୍ଦ୍ଧ୍ୱଭୁଜ କରି ଧରି ।୧୦୮।ଶ୍ରୀକୃଷ୍ଣା ଶାଢ଼ୀ ଯେ ଯାଚନ୍ତି ଉପର ହାଥେହେଠମାଥେ ଦ୍ରୋପତୀ ଯେ ସୁମରଇ ଜଗନ୍ନାଥେ ।୧୦୯।ୟେ ଦେବ ଉପର ହାଥେ ମୁଂ ଘେନିମି ତଳ ହାଥେନ ପୁଣ କୋପ କରିବ ଶାଢ଼ୀ ନ ବାନ୍ଧିଲେ ମାଥେ ।୧୧୦।ତଳ ହାଥେ ଶାଢ଼ୀ ଘେନି ବାନ୍ଧିଲେ ଶିରେଣନିଚୟେ ୟେହାର ମୁଂ ହୋଇବି ଭୃତ୍ୟପଣ ।୧୧୧।ଭୋ ହରି ଶାଢ଼ୀ ଘେନି ପୁଣ ଶିରେ ନ ବାନ୍ଧିଲେନ ପୁଣ ଜାଣଇ ୟେ ବିନୋୟୀ ନୋହିଲେ ।୧୧୨।ହରି ତୁ ସେ ଜାଣୁ ନା ହୋ ୟେଥିର ଚରିତମୁହିଂ ଆଶ୍ରିତ ତୋହୋର ପାଣ୍ଡବେ ସିନା ତୋର ଭୃତ୍ୟ ।୧୧୩।ତୋହୋର ବଚନେ ସିନା ଅଇଲି ବିରାଟ ରାଜ୍ୟକୁତୁହି ୟେ ଧର୍ମ କଷଣୁଂ ପାରି କରସି ଦେବ ମୁକୁ ।୧୧୪।ପୁରୁଷ ଉତ୍ତମ ତୁ ଲେଖ ଚିତ୍ରପଟିଶ୍ରୀକୃଷ୍ଣାର ହୃଦେ ବିକାଶୁ ଧର୍ମବାଟ ଗୋଟି ।୧୧୫।ତୁଳୁସାର ବଲ୍ଲଭ ଚରଣେ ଅନୁବ୍ରତେଶୂଦ୍ରମୁନି ସାରୋଳା ଦାସ ନମନ୍ତି ଶତେ ଶତେ ।୧୧୬।ହରିନାମ ଯହୁଂ ହୃଦଗତେ କଲେ ଲୟେଶ୍ରୀକୃଷ୍ଣା ହୃଦଗତେ ଯେ ନାରାୟଣ ବିଜୟେ ।୧୧୭।ବିଚାରେ ଶ୍ରୀକୃଷ୍ଣା ୟେତ ଦ୍ରୋପତୀ ସମାନମୋର ଶାଢ଼ୀ ଦେବା ୟାକୁ ନୋହଇ ବିଧାନ ।୧୧୮।ଶାଢ଼ୀ କରେ ତୋଳିଥିଲା ବିରାଟର ରାଣୀକରସ୍ଥଳୁଂ ବେଗେ କାଢ଼ି ଥୋଇଲା ଅବନୀ ।୧୧୯।ଆଗୋ ସଇରିନ୍ଧ୍ରୀ ଅଟୁ ତୁମ୍ଭେ ମୋହୋର ରାଜ୍ୟେ ଗଉରୋବୀମୁହିଂ କେମନ୍ତେ ତୁମ୍ଭଂକୁ ଶାଢ଼ୀ ଉପର ହାଥେ ଦେବି ।୧୨୦।ଛାମୁରେ ଶାଢ଼ୀ ନେଇ ଥୋଇଲାକ ମତ୍ସ ରାଜରାଣୀନାରାୟଣ ସୁମରିଣ ଘେନସି ମହାତ୍ମାଣୀ ।୧୨୧।ଶ୍ରୀହରିଂକି ଲୟେକରି ଶାଢ଼ୀ ସେ ଘେନିଲେବିରାଟର ଅନ୍ତେଶ୍ୱରେ ସଇରିନ୍ଧ୍ରୀ ହୋଇଣ ରହିଲେ ।୧୨୨।ଲୋକିତ କର୍ମେଣ ଯେ ଶ୍ରୀକୃଷ୍ଣା ମହାଦେଈବାଚା ବନ୍ଧନ କରି ଭୃତ୍ୟପଣ କରାବନ୍ତି ସେହି ।୧୨୩।ଯାଅ ଯା ବୋଲି ବୋଇଲେ ମୋତେ କରିବ ତ କୋପମୋର ଭ୍ରାଥେ ବ୍ରତିବେ କି ଦେଖି ୟେହାର ସରୂପ ।୧୨୪।ୟେହେନ୍ନେକ ଯୋଗ ଅଛି ମୋର ହାଦେ ପୂର୍ବେଅବଶ୍ୟ ଭୁଞ୍ଜିବି ଯାହା ଅର୍ଜିଅଛି କର୍ମେ ୟେବେ ।୧୨୫।କଥା ଗୋପ୍ୟାନ କଲେ ଆପଣା କୁଳ ତୁଟଇଉଦିତ କଲେ ମୂର୍ଦ୍ଧନା ଫାଟି ପ୍ରାଣଯାଇ ।୧୨୬।କର୍ମ ଆଦରଣା କରି ରହିଲେ ଶ୍ରୀକୃଷ୍ଣା ମହାଦେବୀରହିଲେ ସଇରିନ୍ଧ୍ରୀ ଯେ ଶ୍ରୀକୃଷ୍ଣାଂକୁ ସେବି ।୧୨୭।ଅଲେଖ ତିଳେକ ଯେ କରନ୍ତି ଚତୁସମଗୋପ୍ୟେଣ ଥାଆନ୍ତି ଅନ୍ତେଶ୍ୱରେ ନୋହନ୍ତି ଉତକର୍ମ ।୧୨୮।୧୫୩୩।ନକୁଳଙ୍କର ବିରାଟ ସଭାକୁ ଗମନବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁବିରାଟ ରାଜ୍ୟକୁ ଗମଇ ମାଦ୍ରୀଦେବୀ ତନୁ ।୧।ଶିରେଣ ତଲାରି ବାହେଣ ବାହୁଟିଦକ୍ଷିଣ ଭୁଜେ ପିଚ୍ଛ ବାମ କରେ କାଠିଗୋଟି ।୨।ବିଜେକର୍ଣ୍ଣକଟାର ଘେନି ତାଳୁରେ ବନ୍ଧବେଣୀରଙ୍ଗପାଟ ପରିହରଣ କଟିରେ ଚିରକୁଟ ଖଞ୍ଜଣି ।୩।ବିଭୂତି ବିଲେପନ କର୍ଣ୍ଣେଣ ମନ୍ଦାର ଫୁଲଅଖାଇଜ ଆପ୍ୟାନେ ଯେହ୍ନେ ମତ୍ତଭୋଳେ ଚାଲ ।୪।ଆକୁଞ୍ଚିତ କେଶ ମକରନ୍ଦ ତେଜ ପୁଡ଼ାତହିଂକି ପ୍ରବନ୍ଧ ଯେ ଉଚିତ ସଞ୍ଚଜୂଡ଼ା ।୫।ଚଉସମ ସଞ୍ଚିତ ଲଲାଟ ଶୁଦ୍ଧପାଟିରସାଣ ପତ୍ର ପ୍ରାୟେକ ସୁସଞ୍ଚେଣ ଘଟି ।୬।ଆରକତ କୁମୁଦ ଜାଣି ଅବଲୋକନ ବେନିଆଖିଖଗବର ନାସିକା ସାରିକ୍ଷେଣ ଉପଲେଖି ।୭।ଅଧର ବର୍ଣ୍ଣ ଜାଣି ଶୋହଇ ପଂକୁ ବିମ୍ବଫଳଝଟକନ୍ତି ଦଶନପନ୍ତି ମଞ୍ଜୁଳ ଡାଳିମ୍ବ ବୀଜ ତୁଲ ।୮।କଣୟ ବର୍ଣ୍ଣ ଜାଣି ଗଣ୍ଡସ୍ଥଳ ବେନିପାଟିହିରଣ ରେହ ଜାଣି ଢଳଇ ଓଷ୍ଠଗୋଟି ।୯।ଆଲୁଳିତ ଶ୍ରବଣ ଝଲକନ୍ତି ବେନି କନ୍ଧେଗଜର ଥୋରହସ୍ତ ଜାଣି ଶୋଭିତ କରବନ୍ଧେ ।୧୦।ଭ୍ରମନ୍ତି ଭ୍ରମରେ ଯେ ମକରନ୍ଦ ବାସ ଲୁବୁଧେଗଜ ଅଇରି ମଝା ଜାଣି ଦିଶଇ ପ୍ରସିଦ୍ଧେ ।୧୧।ମୃଣାଳ କୋମଳ ଜାଣି ପ୍ରଳମ୍ବ ବେନିବାହାକଣୟ ପତ୍ର ଜାଣି ଘଟଣ ତାର ଦେହା ।୧୨।ବିସ୍ତୀର୍ଣ୍ଣ ହୃଦୟ ଯେ କଣକଳ୍ପ ଘଟଣ କୁଚ୍ଛିକଇଥ ଥୋପେ ପ୍ରାୟେକ ନାଭି ଶୋଭା ଦିଶୁଅଛି ।୧୩।ବତିଶ ଲକ୍ଷଣ ତାର କମଳା କନ୍ଧେ ଅଛିହୁତାଶନ ନୁହଇ ଯେ ବିଶ୍ୱରୂପ ଦିଶୁଅଛି ।୧୪।ବିକ୍ରମକେଶରୀ ଜାଣି ଗଗନର ଠାଣିକିଞ୍ଚିତ ସରୁ ମଝା ତାହାର ହରଡମ୍ବରୁ ଚିହ୍ନ ଜାଣି ।୧୫।ଉଲଟ ରାମ କଦଳୀ ଜାଣିଣ ଦିଶଇ ବେନିଜାନୁବାଳଅର୍କ ପ୍ରାୟେକ ଦିଶଇ ଯେ ତନୁ ।୧୬।ରକତ କୁମୁଦ ଜାଣି ଦିଶଇ ବେନି କରସ୍ଥଳୀକିଞ୍ଚିତ ବିଂଘସିତ ଚମ୍ପକ କଢ଼ ଜାଣି ଦିଶଇ ଆଙ୍ଗୁଳି ।୧୭।ଶୁଦ୍ଧ ସଷ୍ଟିକ ଜାଣି ଦିଶଇ ନହରେଖବିଜୁଳି ଦ୍ରୋଚ୍ଛନା ଜାଣି ଦିଶଇ ଅତିତୀକ୍ଷ ।୧୮।ଅଶୋକ ପୁଷ୍ୟ ଜାଣି ଦିଶଇ ପାଦତଳ କାନ୍ତିପୋୟେଳା ଝଳି ଜାଣି ଦିଶଇ ଦିବ୍ୟଜ୍ୟୋତି ।୧୯।ଚଉସରି ସେବତୀ ଜାଣି ଦିଶଇ ନଖପନ୍ତିପୃଥ୍ୱୀକି ଅଳଂକାର ପ୍ରାୟେକ ଦିଶଇ ନକୁଳର ମୃତ୍ତି ।୨୦।ହୀରା ଜଡ଼ିତ ପାଗ କାଖେଣ ଶାଳିପତ୍ରକଣୟ ଜଡ଼ିତ ଲାଂକିଆ ଶୋହିତ ବାମହାଥ ।୨୧।ପାଟବନ୍ଧ ବାଖର ଯେ ସୁବର୍ଣ୍ଣର ବଳୟାହର ଅଇରି ଜାଣି ସୁନ୍ଦର ତାର କାୟା ।୨୨।ଶୁକଳପାଟ ଚଉସରା ଲଲାଟ ଶୋଭାଗୋଟିଗଳାରେ ମନ୍ଦାର ପୁଷ୍ୟ ସୁସଞ୍ଚ ପ୍ରକଟି ।୨୩।ୟେସନେକ ସୁନ୍ଦର ଯେ ମାଦ୍ରୀ ଦେବୀର ବଳାକେଶରୀ ସାରିକ୍ଷେ ତାହାର ତେଜ ଅନର୍ଗଳା ।୨୪।ୟେକା ପୁରୁଷେକ ସେ ସଂସାରେ ଜନ ମୋହିବିରାଟ ରାଜ୍ୟରେ ବୀର ଚାଲନ୍ତେଣ ସୋହଇଂ ।୨୫।ଆସ୍ତାନେ ଥାଇଂଣ ବିରାଟ ଚାହଂଇ ନିରେଖିବୋଇଲା କୋନ୍ତେ ଅନଙ୍ଗ ବିଜୟେ କି ରତିକି ଉପେଖି ।୨୬।ବଇକୁଣ୍ଠ ତେଜିଣ କି ଅଇଲେ ଚକ୍ରପାଣିସୁସଞ୍ଚ ସୁନ୍ଦର ସେ ଚାଲନ୍ତେ ସିଂହଠାଣି ।୨୭।ବିରାଟେ ବଚନେ କୋନ୍ତେ ଅବଲୋକନେ ଦୃଷ୍ଟିଆସ୍ତାନେ ଥାଇଂଣ ତାହା ଦେଖିଲେ ୟୁଝେଷ୍ଠି ।୨୮।ହୃଦଗତେ ଚିନ୍ତିଲେ ସେ ଦେବ ଜଗନ୍ନାଥେବିରାଟ ରାଜ୍ୟ ନକୁଳ ତ ହୋଇ ନୁଆରିବ ଗୁପତେ ।୨୯।ଲକ୍ଷଣ ଆକାର ୟେହାର ଥାନପାଳ ରୂପପ୍ରତକ୍ଷେ ଦିଶୁଅଛି ଅନଙ୍ଗ ସରୂପ ।୩୦।ବାବୁରେ ତୁମ୍ଭର ଆପାଦ ଘେନି ମୁହିଂ ଯାଇଂହାଥର ସୁଖେ ପଶା ଖେଳିଲି ତୁମ୍ଭନ୍ତ ଅବସ୍ତା ଦେଇ ।୩୧।କୁମାର ମୁଖେ ପାଟଅଛି ଯାହାକୁ ଆକାଶ ମଣ୍ଡଳେସେ ସୋହୋଦ୍ର ଉଭା ଆସି ବିରାଟ ସଭାତଳେ ।୩୨।ଧିକ ଧିକ ହୋଉ କିନା ମୋର ୟେ ଧାର୍ମିକପଣୟେଡେବଡ଼ ସମ୍ପଦ ମୁଂ ହରାଇଲି ଅକାରଣ ।୩୩।ହେ ଦଇବ ପୁରୁଷ ତୁ କଲୁ ସିନା ୟେଡ଼େଗତିକୁନ୍ତମୁନେ ବସାଇଣ ଧରିପାରଇ ଯେ ପୃଥୀ ।୩୪।ସୁକୁମାର ସୁନ୍ଦର ଶରୀର ସୋହୋଡ଼ ବଳବନ୍ତାକେବଣ ଦୋଷେ ଶାସ୍ତିରେ ବିହିଲା ବିଧାତା ।୩୫।ଗୁପତ ନିମନ୍ତେଣ ବୀଭତ୍ସ ତୋର କାୟେହୀନବୀର୍ଯ୍ୟେ ଦିଶୁଛୁ ତୁ ପୃଥିକୁ ଅଳଂକାର ପ୍ରାୟେ ।୩୬।ଆରେ ଆରେ ଅତିଅନ୍ତ ସୁସଞ୍ଚ ଦିଶଇ ସୁଲକ୍ଷଣ ସୁନ୍ଦର ତୋର ତନୁଭୋ ଭଗବାନ ଭାଇକି ମୋର ବିରାଟ ନ ଚିହ୍ନୁ ।୩୭।ଗମନେ ଲୀଳାଗତି ଚାଲନ୍ତେଣ ଅତିବେଗେଭୟେଣ ସଇନି ଯେ ହୋଇଲେ ବେନିଭାଗେ ।୩୮।ଯୁଝେଷ୍ଠି ଦେବେ ନାରାୟେଣେ ଚିନ୍ତିଲେ ଯେତେବେଳେନକୁଳ ପ୍ରବେଶ ବିରାଟ ଆସ୍ତାନର ତଳେ ।୩୯।ବିରାଟ କତିକି ସେ ବାମଅଙ୍ଗ ସାର ଦେଇକୋନ୍ତଂକର ମୁଖ ଚାହିଂ ପ୍ରଣପତ୍ୟ ହୋଇ ।୪୦।ଜିତ ମହାପ୍ରସାଦ ବୋଲିଣ ବୋଇଲା ବିରାଟେପ୍ରଣପତ୍ୟ ହୋଇଛି ବିରାଟ ବୋଲେ ସେ ନ ଉଠେ ।୪୧।ଯୁଝେଷ୍ଠି ବୋଇଲେ ମମ ଆଗ୍ୟାଂ ନ ପାଇଲେକିଂପାଇଂ ଉଠିବ ସେ ବିରାଟର ବୋଲେ ।୪୨।କୋନ୍ତେ ବୋଇଲେ ଠାକୁଂରକ ଆଗ୍ୟାଂ ହେଲା ତୋତେଉଠ ମହାତମା ହୋ ପ୍ରଣପତ୍ୟ ହୋଉ କେତେ ।୪୩।ବିରାଟ ବଚନେ ମଉନେ ପ୍ରଣପତ୍ୟ ହୋଇଥିଲାକୋନ୍ତଂକର ଆଗ୍ୟାଂ ପାଇ ଧାତିକାରେ ଉଠିଲା ।୪୪।ଦୂର ହୋଇ ନକୁଳ ରହିଲା ପୁର ମେଣ୍ଟିବିରାଟକୁ ନ ଚାହିଂ ପ୍ରତିଉତ୍ତର ଦିଅଇ ଯୁଝେଷ୍ଠି ।୪୫।ବିରାଟ ବୋଇଲା ହୋ ଶୁଣସି ସୁନ୍ଦରକାହୁଂ ଅଇଲୁ ତୁ କେବଣ ଦେଶେ ତୋର ଘର ।୪୬।ଆମ୍ଭେ ଯାହା ପ୍ରକାଶିଲୁ ସରୂପେ ତୋତେ କହୁୟେ ମଧ୍ୟଭୁବନ ମଣ୍ଡଳର ତୁ ଯେ ନୋହୁ ।୪୭।କିଅବା ଅନଙ୍ଗ କିଅବା ଗନ୍ଧର୍ବ ଚିତ୍ରସେନକି ଅବା କୁବେର ତୁ ବିଶ୍ରବା ନନ୍ଦନ ।୪୮।ବଡ଼ାଇ ଦୁଲଭ ଦେଖିଲୁ ତୋହୋର ବଳବୀର୍ଯ୍ୟତୋହୋର ରୂପ ଦେଖି ଆମ୍ଭେ ସମସ୍ତେ ହୀନତେଜ ।୪୯।ନକୁଳ ବୋଇଲା ମୁଂ ନୋହୋଇ ଦେବପୁତ୍ରପଛିମ ସଉରାଷ୍ଟ ହସ୍ତିନା ଜାଣୁ କି ହୋ ମତ୍ସନାଥ ।୫୦।ତହିଂର ଠାକୁର ଯେ ଯୁଝେଷ୍ଠି ମହାରାଜଭୀମସେନ ବୋଲିଣ ତାହାଂକ ସାନୁଜ ।୫୧।ଭୀମସେନ ଠାକୁରଂକର ଅର୍ଜୁନ ସାନଭ୍ରାଥବାସବର ନନ୍ଦନ ସେ ହରିଂକର ପଞ୍ଚଭୂତ ।୫୨।ଅର୍ଜୁନହୁଂ ସାନୁଜ ଯେ ନକୁଳ କୁମରମାଦ୍ରୀଦେବୀର ନନ୍ଦନ ଯେ ବଡ଼ାଇ ସୁନ୍ଦର ।୫୩।ନକୁଳର ସଖା ମୁଂ ଗ୍ରନ୍ଥିକାର ମୋର ନାମତାହାଂକର ବନବାସେ ମୋହୋର ବନଭ୍ରମ ।୫୪।ଶବଦେକ ଶୁଭିଲା ତବ ରାଜ୍ୟକୁ ଅଇଲେ ଯୁଝେଷ୍ଠି ଦେବସ୍ୱାମୀସେହି ନିମନ୍ତେ ଶବଦକୁ ଗୋଡ଼ାଇ ଅଇଲୁ ଆମି ।୫୫।ଦେଖିଲି ଧାର୍ମିକ ବିବେକ ଗୁଣବନ୍ତମହୀଧର ଯୋଗେଶ୍ୱର ତୁ ଲକ୍ଷଣ ଭାଗ୍ୟବନ୍ତ ।୫୬।ରାଜ୍ୟ ପରିମଳ ବଡ଼ ସୁସ୍ତ ଭୂମିତେଣୁକରି ରହିବାକୁ ଇଚ୍ଛାକଲୁ ଆମି ।୫୭।ବିରାଟ ବୋଇଲା ହୋ କିସ ତୋର ସେବାଗ୍ରନ୍ଥିକାର ସ୍ଥାନପାଳ ମୁଂ ଶୁଣ ହୋ ରାଜଦେବା ।୫୮।ବିରାଟ ବୋଇଲା ହୋ ଥାନପାଳ କେମନ୍ତବାଜୀପାଳ ବୋଲି କହିଲା ସମସ୍ତ ।୫୯।ଶୁଣିଣ ବିରାଟ ପୁଚ୍ଛେ କେମନ୍ତ ବାଜୀପାଳକୋନ୍ତେ ବୋଇଲେ ୟେ ସରୂପ ବାରୁଆଳ ।୬୦।ଆହୋ ମତ୍ସାଧିପ ଅଶ୍ୱକୁ ଯେ ବୋଲି ବାଜୀଅଶ୍ୱ ପାଳନ୍ତା ଜନ ବାଜୀପାଳ ନାମ ସାଜି ।୬୧।ବିରାଟ ବୋଇଲା ତୁ ଯେବେ ଅଟୁ ବାଜୀଧରାକି କି ଲକ୍ଷଣ ବାଜୀଂକର ଅଛି ଜାଣୁଟି କି ହୋ ମହାବୀରା ।୬୨।ନକୁଳ ବୋଇଲା ତୁ ଶୁଣସି ମତ୍ସଇନ୍ଦ୍ରଅଶ୍ୱଂକର ଲକ୍ଷଣ ମୁଂ ଜାଣଇ ସର୍ବପଦ ।୬୩।ବିକଟ ବିକରାଳ ବିକଟାଳ ବିଲୋପା ଧୋକଡ଼ାବାତୁଅ କରକଟା ବାଧକା କାମୋଡ଼ା ବିହଡ଼ା ।୬୪।ଅବିକାର ମୁରା ଗଣ୍ଡକ ପାଙ୍ଗୁରା ଶିରଟାବିକଞ୍ଚ ରଣଭଙ୍ଗା ଯେ ମେଦୁଆ ନହଫୁଟା ।୬୫।ବାନ୍ତିଲା ବାଟିଲା ଯେ ତରକା ଅଣ୍ଟାଭଞ୍ଜା ଶଶୀକଳାତାଳୁକା କଂକାଳଭଞ୍ଜା ବିରଳା ଜଳକା ପାଗଳା ।୬୬।ବିରାଟ ପାଳୁଆ ଘୁଞ୍ଚା କାଉଂରିଆ ଆଂକୁରାଦାଢ଼ିହା ବରେହା କୁରୁପା ଆରୁହା କାଂକେରା ଗତିରା ।୬୭।ଫାଲୁଆ ଚାନ୍ଦୁଝରା ଚନ୍ଦକ କ୍ରକଞ୍ଚା କୁରଟାବିରଂକା ଯୁଗଚନ୍ଦକା ପାଳୁଙ୍ଗା ଦିପଟା ତ୍ରିପଟା ।୬୮।ୟେତେ ଲକ୍ଷଣ ଯେ ଅଶ୍ୱଂକର ବ୍ୟାଧିମୋହୋର ଦ୍ରଶନେ ସମସ୍ତ ହୋୟେ ସିଦ୍ଧି ।୬୯।ଯୋଦ୍ଧାୟେ ସମରେ ତେଜନ୍ତି ଯେବଣ ବାଜୀମୋହୋର ସାଜିଲେ ସେ ହୋଅଇ ମହାତେଜି ।୭୦।ପ୍ରତଗ୍ୟାଂ ଗାଢ଼କରି ସେ କହିଲା ବହୁତ କଥାଶୁଣିଣ ଆଶ୍ରିଜ ହୋଇଲା ବିରାଟ ମହାରଥା ।୭୧।ମତ୍ସାଧିପ ବୋଇଲା ତୁ ଅଶ୍ୱିନୀ କୁମାର ଅଟୁଅଶ୍ୱଲକ୍ଷଣ ବିଦ୍ୟା ଜାଣି କିମ୍ପେ ମାନବଣେ ଖଟୁ ।୭୨।ନକୁଳ ବୋଇଲା ତୁ ଧାର୍ମିକ ବଳବନ୍ତାନାନା କର୍ମକୁ ସେ ମୋତେ ନିର୍ଜିତ କଲାକ ବିଧାତା ।୭୩।ଆହୋ ବିରାଟ କର୍ମର ବିପାକେ ତବ ରାଜ୍ୟକୁ ଆସିଦିଅ ମୋତେ ପରମାଣ ନ ପାରୁ ଯେବେ ପୋଷି ।୭୪।ବିରାଟ ବୋଇଲା ତୁ ଯେ ନକୁଳ ବାରୁଆଳମୁହିଂ ତୋତେ ଭେଟିଲି ମୋହୋର ଜୀବନ ସୁଫଳ ।୭୫।ଦକ୍ଷିଣ ଦିଗବିଜେ କରି ରାଜାନ୍ତ କଲା ସାଧିମହାବଳବନ୍ତ ବାନା ତାର ଜଗତେ ପ୍ରସିଦ୍ଧି ।୭୬।ବାବୁ ତୁ ଯେ ବୋଇଲୁ ସକଳ ବାଜୀ ସାଧ୍ୟ କରଇ ମୁହିଂବାବୁ ମହାଦୃଭାର ଅଶ୍ୱ ମୋହୋର ଗୋଟାୟେ ଅଛଇ ।୭୭।ଡାହାଳ ଦେଶର ରାଜା ଆଣି ଦରଶନି ଦେଲା ମୋରେଚୋଖାର ରାହୁତମାନେ କତିକି ତାର ଯାଇ ନୁଆରନ୍ତି ଡରେ ।୭୮।ମୁଖେ ପାଞ୍ଚ ଦଉଡ଼ି ଚାରିପାଦ ଛନ୍ଦିଠାବରେ ଘାସପାଣି ଦିଅଇ ରାତ୍ର ଦିବସେ ଥାଇ ବାନ୍ଧି ।୭୯।ବିରି ଦେବାକୁ କେହି ନ ୟାଇପାରନ୍ତି ତାର କତିହାମ୍ପୋଡ଼ିଣ ତାହାର ଶରୀର ବିଦାରଇ ଧାତି ।୮୦।ପାଦର ଖୁରା ତାର ପ୍ରଶୁ କୁଠାର ସିନାଦନ୍ତ ତାର ଶାବେଳୀ ପ୍ରାୟେକ ତୀଖମୁନା ।୮୧।କଟାକ୍ଷ ନୟନେ ଚାହିଂଲେ କରନ୍ତି ସର୍ବେ ମହାଭୀତିଗଳିତମୟେ ମତ୍ତ ନ ଯାନ୍ତି ତାର କତି ।୮୨।ଧନ ଲୁବୁଧେ ଯେ ତାର କତିକି ଗଲାପାଦର ପ୍ରହାରନ୍ତେ ବତିଶଜଣ ମଲା ।୮୩।ପେଲିଲେ ନ ଚଳଇ ଫେଇଲେ ଯାଇ ଉଡ଼ିପର୍ବତ ଡିଙ୍ଗର ନ ଜାଣଇ ଅଗାଦ ଜଳେ ପଡ଼ଇ ବୁଡ଼ି ।୮୪।ସେ ଅଶ୍ୱଗୋଟି ଯେବେ ଦେଇପାରୁ ସାଧିଜାଣିମା ନା ପରୀକ୍ଷେ ତୋର ସର୍ବକାର୍ଯ୍ୟ ସିଦ୍ଧି ।୮୫।ବୋଲଇ ଗ୍ରନ୍ଥିକାର ଆଣନି ଦେଖିବା ତୋର ହୟେକେବଣ ଅବିଗୁଣ ଦେଖିବା ହୋ ମତ୍ସରାୟେ ।୮୬।ବିରାଟ ବୋଇଲା ୟେଠାକୁ ପାରିବୁ ଯେବେ ଆଣିତୋହୋର ବୋଲେ ସାଧ୍ୟ ହୋଇବ ୟେହିକ୍ଷଣି ।୮୭।ନକୁଳ ବୋଇଲା ମୋତେ ତୋର ଦେଖାଉ କିନା ବାରାସନେଇଣ ଦୂତମାନେ ଭେଟାଇଲେ ଅଶ୍ୱ ।୮୮।ନକୁଳ ମୃତ୍ତି ଦେଖି ହସିଲାକ ହୟେନକୁଳ ସନ୍ନିଧ୍ୟେ ଯାଇଂ ଆଶ୍ୱାସନା କୟେ ।୮୯।ବନ୍ଧନ ଦଉଡ଼ିମାନ ସମସ୍ତ ହୁଗାଳିମୁଖରେ କଳୀଆରି ଯେ ଲାଇ ବୀର ତୋଳି ।୯୦।ଆସ ଆସ ବୋଲିଣ ନକୁଳ ଯାଇ ଆଗେପଛେଣ ବାରାସ ଯେ ଗୋଡ଼ାଇ ଅତିବେଗେ ।୯୧।ନକୁଳ ପ୍ରବେଶ ଯେ ଆସ୍ଥାନର ତଳେଦେଖିଣ ଚମତ୍କାର ହୋଇଲେ ସକଳେ ।୯୨।ଗ୍ରନ୍ଥିକାର ବୋଇଲା ସ୍ଥାନପାଳ ତୁମ୍ଭର ନାହିଂଅଶ୍ୱ ଲକ୍ଷଣ ବିଦ୍ୟାମାନେ ହାଦେ ନ ଜାଣନ୍ତି କେହି ।୯୩।ଚାରିଖୁରା ଧବଳ ମୁଖରେ ଚାଳଫୁଟିଶ୍ୱେତବର୍ଣ୍ଣ ଚୂଳ ବଦନେ ଯାୟେ ଲୋଟି ।୯୪।କର୍କଶ ନୟନ ଯେ ବିଦାରିଣ ମୁଖକୃଷ୍ଣବର୍ଣ୍ଣ ରୋମାବଳୀ ଉଚ୍ଛର୍ଗ ଭ୍ରମର ସାରିକ୍ଷ ।୯୫।ତାଟ ବାଟ ଅଙ୍ଗୁଳି ପାଦଛନ୍ଦା ଡାକେଲାଗିଲା ବାଣୀରସ ନକୁଳର ହାକେ ।୯୬।ନାଳି ପାଳି ତାଳି ତିନିହିଂ ୟେକଛନ୍ଦେବିରାଟକୁ ବୋଇଲା ଅଶ୍ୱ ଲାଗି ହୁଅ ୟେବେ ।୯୭।ବିରାଟ ବୋଇଲା କୋନ୍ତେ ସାଧୁ ସାଧୁ ବାଜୀପାଳହୃଦଗତେ ଆଭରଣ କଲା ଆପଣା ରତ୍ନମାଳ ।୯୮।ଶ୍ରୀଭୁଜେ ଆଲିଙ୍ଗନ କରିଣ ମତ୍ସନାଥେକଣୟ ବରଷିଲା ନେଇ ଗ୍ରନ୍ଥିକାର ମାଥେ ।୯୯।ଅଶ୍ୱ ପିଠିରେ ୟେବେ ଆରୋହ ବାଜୀପାଳବୋଇଲା ଦେଖିବାନା ତୁରଙ୍ଗମ ଚୋଖାର ପରିମଳ ।୧୦୦।ଗ୍ରନ୍ଥିକାର ବୋଇଲା ବିରାଟ ବଡ଼ ସୁସଞ୍ଚ ୟା ଜାନୁମୋହୋର ଲାଗି ହୁଅନ୍ତେ ନାଶଯିବ ୟେହାର ତନୁ ।୧୦୧।ବିରାଟ ବୋଇଲା ତୁ ଯେ ଗଲୁ ୟେହାର ପାଶମୋହୋର ରାଜ୍ୟ ଲୋକଂକର ତ ନୋହିଲା ଭରସା ସାହସ ।୧୦୨।ତୋହୋର ମନରେ ବାବୁ ନକର କିଛି ବାଧାୟେହାର ଧାପକୁ ମୋର ରାଜ୍ୟ ଲୋକଂକ ଶରଧା ।୧୦୩।ଗ୍ରନ୍ଥିକାର ବୋଇଲା ରାଜା ମୋହୋର ନାହିଂ କିଛି ଦ୍ରୋହବିରାଟ ବୋଇଲା ବାବୁ ଅଶ୍ୱ ବହନ ଆରୋହ ।୧୦୪।ପିଠି ହାମ୍ପୋଳିଣ ବାଜୀପାଳ ଯାଇଂ ଲାଗିଚଢ଼ିବା ମାତ୍ରକେ ପବନହୁଂ ଅଶ୍ୱକ୍ଷେପଇ ଅତି ବେଗି ।୧୦୫।ଚକ୍ଷୁ ପିଛାଡ଼ନ୍ତେ କ୍ଷେପଇ ୟେକଜୁଣଧାତିକାରେ ଅଶ୍ୱ ଆଣି ଟେକିଲା ତତକ୍ଷଣ ।୧୦୬।ପୁଣି ଦେଖାଇଲା ଦକ୍ଷିଣ ଭାଗ ଭୂମିତେଣିକିହିଂ ଯୋଜନେକ ଗମିଲା ହାଦେ ଭ୍ରମି ।୧୦୭।ୟେକ ଘଡ଼ିକେଣ ବେନି ଯୋଜନ ଧାପପୃଥୀରେ ପାଦ ନ ପଡ଼ଇ କ୍ଷଣକେ ହୋୟେ ଗୋପ୍ୟ ।୧୦୮।ସାଧୁ ସାଧୁ ବୋଲି ପ୍ରଶଂସନ୍ତି ବିରାଟ ଆଦି ସର୍ବକ୍ଷତ୍ରୀସାଧୁ ସାଧୁ ଗ୍ରନ୍ଥିକାର ଧନ୍ୟ ତୋ ଜୀବତି ।୧୦୯।ଆଗ୍ୟାଂ ପ୍ରମାଣେ ଯେ ଅଶ୍ୱପିଠି ବୀର ତେଜିପଡ଼ିଣ ପ୍ରାଣତ୍ୟାଜ ହୋଇଲା ସେହୁ ବାଜୀ ।୧୧୦।ନକୁଳ ଦେଖନ୍ତେ ସେ ହୋଇଲା ସ୍ୱର୍ଗଗାମୀଅଳକା ଭୁବନେ ଯାଇଣ ବିଶ୍ରାମି ।୧୧୧।ଚଇତନ ପୁଚ୍ଛାକଲା ଶୁଣ ହୋ ମନୁ ଦେବାସେ ବାରୁସ ଚରିତ ଯେ ଅଟଇ ଅସମ୍ଭବା ।୧୧୨।ସନ୍ଦେହ ଲାଗିଲା ମୋତେ ୟେ ବାରତା ଗୋଟିପୂର୍ବେଣ ସେ ମହାତ୍ମା କେ ହାଦେ ହୋଇଟି ।୧୧୩।ଶୁଣ ହୋ ଚଇତନ ତୁ ଯାହା କଲୁ ପୁଚ୍ଛାପ୍ରସ୍ତାପ ବାକ୍ୟେ ଯାହା ଶୁଣିତେ କଲୁ ପୁଚ୍ଛା ।୧୧୪।ବୃନ୍ଦାଅର୍କ ନାମେଣ ସେ ୟେକଇ ସତ୍ୟଯୁଗେମନଭେଦୀ ନାମେ ଇନ୍ଦ୍ର ବସଇ ସେ ହାଦେ ସ୍ୱର୍ଗେ ।୧୧୫।ପାର୍ବତୀର ନନ୍ଦନ ସେ କାମଦେବ କ୍ଷେତ୍ରପାଳଆକାଶ ଦେବତୀ ତୁ କଲେ ରକ୍ଷାପାଳ ।୧୧୬।ଅମର ଭୁବନେଣ ଇନ୍ଦ୍ର ତାଂକୁ ଦିଲେ ଶାଢ଼ୀୟେକାରାତ୍ର ମଧ୍ୟେ କୋଟିୟେ ବ୍ରହ୍ମାଣ୍ଡ ଯିବୁ ବେଢ଼ି ।୧୧୭।ଆସ୍ତାନର ତଳେ କ୍ଷେତ୍ରପାଳ ପଡ଼ଇ ଗଡ଼ଘାଲି ପ୍ରାୟେବୋଇଲା ଆଦିତ୍ୟ ତହୁଂ ମୋତେ ଦେବା ଅଶ୍ୱ ଯେ ଗୋଟାୟେ ।୧୧୮।ଅତି ଅନ୍ତ ବେଗି ଅଶ୍ୱ ମୁଂ ତାହାନ୍ତ ଦେଖିଲିସେହି ସେ ରାତ୍ରକେ କୋଟିୟେ ବ୍ରହ୍ମାଣ୍ଡ ପାରଇ ବୁଲି ।୧୧୯।ଇନ୍ଦ୍ର ବୋଇଲେକ ହୋ ଯାଅସି ତୁ ଅତିବେଗଆମ୍ଭ ବୋଇଲେ ବୋଲି ଅଶ୍ୱ ଗୋଟିୟେକ ମାଗ ।୧୨୦।ଚଳଇ କ୍ଷେତ୍ରପାଳ ଦେବତାଂକ ବଚନେପ୍ରବେଶ ହୋଇଲା ଯାଇ ଦିନକର ଆସ୍ତାନେ ।୧୨୧।ମସ୍ତକେ ଶାଢ଼ୀ ଦେଖି ବୋଇଲେ ଅଶୁଂମାଳୀଆକାଶ ଭୁବନେ ତୁ କି ହୋଇଲୁ ରକ୍ଷାପାଳୀ ।୧୨୨।କ୍ଷେତ୍ରପାଳ ବୋଇଲା ଭୋ ସ୍ୱାମୀ ମୋତେ ଆଗ୍ୟାଂ ଦିଲେକ ମଘବାୟେକା ରାତ୍ରକେ କେମନ୍ତେ ବୁଲିବି ସ୍ୱର୍ଗ ଅବା ।୧୨୩।ସ୍ୱାମୀ ପ୍ରଥମ ଅନକୂଳ ମୋର ଆଜହିଂ ବିଜୟେତୋହୋର ତହୁଂ ଦେବା ମୋତେ ଅଶ୍ୱ ଯେ ଗୋଟିୟେ ।୧୨୪।ଗଗନେ ଭ୍ରମି ଅଶ୍ୱ ଛାଡ଼ିବି ଯେତେବେଳେତତକ୍ଷଣେ ଅଶ୍ୱ ଲାଗିବ ଗଗନ ମଣ୍ଡଳେ ।୧୨୫।ରାତ୍ରକେ ଭ୍ରମିଣ ମୋତେ ଦିବସେ ଦେବୁ ଆଣିତେବେ ସେ ମୁଂ ପୁଆଇଂ ପାରଇଟି ରୟଣୀ ।୧୨୬।ଅଶ୍ୱ ଅଶ୍ୱହୁଂ ମୋର ଆନ ନାହିଂ ହୟେଅତୁଲଇ ହୋଇଲେ ରଥ ତୁଲେଣ ନ ଯାୟେ ।୧୨୭।ପାର୍ବତୀର ନନ୍ଦନ ପ୍ରତେ ଉପୁଜାଇ ଦିଗପାଳଡାହାଣୁଂ ଅଶ୍ୱେକ ଯେ ଫେଇଲା କ୍ଷେତ୍ରପାଳ ।୧୨୮।ଡାହାଣେ ଭୂରିଶ୍ରବା ବୃଦ୍ଧଶ୍ରବା ଉଚ୍ଚେଶ୍ରବା ସୁରଶ୍ରବାବାମେଣ କାଳିମେଘା ବଜ୍ର ବାଣ ମେଘନାଦ ଅଶ୍ୱଶ୍ରବା ।୧୨୯।ୟେ ଅଷ୍ଟଅଶ୍ୱ ମଧ୍ୟେ ମହାଅଶ୍ୱ ଭୁରିଲକ୍ଷେଜୁଣ ମାଡ଼ି ପଡ଼ଇ ତାହାର ଟାପୁ ଚାରି ।୧୩୦।ସେ ଭୂରିଶ୍ରବାକୁ କ୍ଷେତ୍ରପାଳ ଘେନିଗଲାଯାଆନ୍ତେଣ ଅରୁଣ ସାରଥି ବିରଞ୍ଚି ନାରାୟଣେ ବୋଇଲା ।୧୩୧।ଅରୁଣ ବୋଇଲା ସ୍ୱାମୀ ତୁମ୍ଭେ ମନ୍ଦ କୃତ୍ୟ କଲକ୍ଷେତ୍ରପାଳକଇଂ କିଂପେ ତୁମ୍ଭେ ଭୂରିଶ୍ରବା ଅଶ୍ୱ ଦେଲ ।୧୩୨।ଆଦିତ୍ୟ ବୋଇଲେ ସେ ଆକାଶ ଦଣ୍ଡୁ ଆସିଆଜ ରାତ୍ରକେ ଭ୍ରମି କାଲି ପ୍ରଭାତେ ବାହୁଡ଼ାଇ ଦେବସି ।୧୩୩।ଅରୁଣ ବୋଇଲେ ଦେବ ନୋହଇ ୟେମନ୍ତଜଣେକ ଆମ୍ଭର ତହୁଂ ପେଶିବାକ ଦୂତ ।୧୩୪।ତାହାର ଛାଡ଼ିଲେ ସେ ଆଣୁ ଅଶ୍ୱଗୋଟିବଡ଼ାଇ ଦୁଲଭ ସେ ପାଇବା ଲେଉଟି ।୧୩୫।ଦିନକର ନାଥ ଯେ ବୋଇଲା ଅରୁଣକୁବାମ ଭୁଜୁଂ ଜାତକଲେ ୟେକଇ ପୁରୁଷକୁ ।୧୩୬।ସେ ପୁରୁଷକୁ ଦେଖି ବୋଇଲେ ଗଗନ ମଣ୍ଡଳେଆରେ ନାମ ହୋଉ ତୋହୋର ଗୋରେହା କ୍ଷେତ୍ରପାଳେ ।୧୩୭।ଆକାଶ ବୁଲି ଯେ ବେଳ ଛାଡ଼ିବ ବାରାସଧାତିକାରେ ଯାଇଣ ତୁ ଅଶ୍ୱକୁ ଘେନିଆସ ।୧୩୮।ବିରଞ୍ଚି ନାରାୟଣ ବୋଲେ ଗୋରେହା କ୍ଷେତ୍ରପାଳ ଚଳିଗଲାକାମଦେବ କ୍ଷେତ୍ରପାଳ ସନ୍ନିଧ୍ୟେ ଯାଇଣ ମିଳିଲା ।୧୩୯।ଗୋରେହା ବୋଇଲେ ମୋତେ ତୋହୋର ତହିଂକି ପେଷିଲେ କମଳକରରାତ୍ରକ ବୁଲି ତୁ ଅଶ୍ୱ ଗୋଟି ଦେବୁ ଯେ ଆମ୍ଭର ।୧୪୦।କ୍ଷେତ୍ରପାଳ ବୋଇଲା ତୁ ଥାଅସି ଆମ୍ଭର ପଛକତିଛାଡ଼ିଲେ ଅଶ୍ୱକୁ ଘେନିଯିମୁଂ ତୁ ତତକ୍ଷଣାନ୍ତି ।୧୪୧।ଭ୍ରମଇ କ୍ଷେତ୍ରପାଳ ନିଶି କଟୁଆଳତୁଲେଣ ତାହାର ଗୋଡ଼ାଇଅଛି ଗୋରେହା କ୍ଷେତ୍ରପାଳ ।୧୪୨।ୟେକା ରାତ୍ରକେ ବୁଲିଲା ସେ ତେତିଶ କୋଟି ପୁରଗୋରେହା କ୍ଷେତ୍ରପାଳ ଅଛଇ ତାହାର ସଙ୍ଗତର ।୧୪୩।ରଜନୀ ପ୍ରଭାତ ହୋଇଲା ଅଶ୍ୱ ଚଢ଼ିଅଛିଆଦିତ୍ୟ ଉଦୟ ହୋଇଲେ ସାତ ଅଶ୍ୱ ଯୋଚି ।୧୪୪।ଗୋରେହା ବୋଇଲା ମୋତେ ଦେଉକିନା ହୟେରାତ୍ର ପାହିଲା ଆଦିତ୍ୟ ହୋଇବେ ଉଦୟେ ।୧୪୫।ସେ କ୍ଷେତ୍ରପାଳ ବୋଇଲା ମୁଂ ଆଦିତ୍ୟ ଦେବତାଂକୁ କହିଅଛିଛାଡ଼ିଲେ ଅଶ୍ୱକୁ ନେମୁଂ ମୋ ତୁଲେ ଥାଆସି ।୧୪୬।ସତ୍ୟଯୁଗ ସତରଲକ୍ଷ ଅଠାଇଶ ସହସ୍ର ବର୍ଷ ଗଲାଭୋଜନେ ଶୟନେ ଅଶ୍ୱ ଦିବାରାତ୍ରେ ନ ଛାଡ଼ିଲା ।୧୪୭।ଦିନେକ ଅଶ୍ୱ ବାଗ ଧଇଲା ଗୋରେହାଆଦିତ୍ୟ ଦେବତାଂକୁ ରେ ତୁ ଭଣ୍ଡିଲୁ ଗୋରେହା ।୧୪୮।କୋପେଣ କାମପାଳ ଅସିପତ୍ର ଧରି ହାଣିସେ ଗୋରହା କ୍ଷେତ୍ରପାଳର ଛିଡ଼ିଲା ଦକ୍ଷିଣ ପାଣି ।୧୪୯।କାମଦେବ କ୍ଷେତ୍ରପାଳ କୋପ ବିଘାତେଣଗୋରେହା କ୍ଷେତ୍ରପାଳକର ହୋଇଲା ଖଣ୍ଡଣ ।୧୫୦।ବିରଞ୍ଚି ନାରାୟଣଂକ ସନ୍ନିଧ୍ୟେ ପ୍ରବେଶଅରୁଣ ବୋଇଲା ଦେବ ଦେଖ ୟେ ଭବିଷ୍ୟ ।୧୫୧।କହଇ ଗୋରେହା ଯେ କର ଖଣ୍ଡଣ ହୋଇମାଗନ୍ତେ ବାରାସ ଦେବ ନ ଦେଲା ଆମ୍ଭଂକୁହିଂ ।୧୫୨।ତୋହୋର ଆନ ପାଡ଼ି ଅଶ୍ୱବାଗ ଧଇଲି ଆଗିଆଣିଆକ୍ରେଷି ଅସି ପତ୍ର ମୋହୋର କର ହାଣି ।୧୫୩।ଦଣ୍ଡେହେଂ ନ ଛାଡ଼ଇ ଦେବ ରାତ୍ର ଯେ ଦିବସେଭୋଜନହିଂ କରଇ ବାରାସ ଉପରେ ସେ ।୧୫୪।ୟେମନ୍ତେ ଅଶ୍ୱ ନ ଛାଡ଼ଇ ନିଚଳେ ସେ ଥାଇଗୋରେହା ବଚନ ଶୁଣି ଅଶ୍ୱକଇଂ ମୃଚ୍ଛିଲେ ହାଦେ ଦିନକରସାଇଂ ।୧୫୫।ବାମେଣ ଚାରିହୟେ ଡାହାଣେ ତିନି ହୟେଗମନ୍ତେଣ ତୁଲ ଯେ ନ ପଡ଼ଇ ପାୟେ ୟେକଠାୟେ ।୧୫୬।ଶରଦ ହେମନ୍ତ ଶିଶିର ବସନ୍ତ ଗ୍ରୀଷମ ବରଷାୟେ ଷଡ଼ଋତୁ ଘେନିଣ ଗମନ୍ତି ଦ୍ୱାଦଶ ମାସା ।୧୫୭।ତିନିଋତୁ ଗମନ୍ତେଣ ପୁଣ ହୁୟେ ଛଡ଼ମାସଉତ୍ତରାୟଣ ଦକ୍ଷିଣାୟଣ ଯେ ବିଶେଷ ।୧୫୮।ଉତ୍ତରାୟଣ ଦକ୍ଷିଣାୟଣ ୟେକତୁଲେ ଅବଦବାଛିବୁଛି କରିଣ ଦିଲେ ସେ ବାରାସ ମେଘନାଦ ।୧୫୯।ବାଛିଣ ବିରଞ୍ଚି ଅଶ୍ୱ ଦିଲେ କ୍ଷେତ୍ରପାଳୟେତେକାଳ ଯାୟେଂ ଅଶ୍ୱ ନ ଦିଲା ଚାଣ୍ଡାଳ ।୧୬୦।କେତେଦିନେ ଦେଖିଣ ଆଦିତ୍ୟ ମହାରାଗେମୋହୋର ଅଶ୍ୱ ତୁରେ ନ ଦେଉ କେଉଂ ବାଗେ ।୧୬୧।କିମ୍ପାଇ ଫେରାଉ ନାହୁଂ କହ ମୋତେ ଆଗେଉଚ୍ଚେ ନୀଚେ ବିନା ହରିବା କେଉଂ ବାଗେ ।୧୬୨।ଆରେ କାମଦେବ କ୍ଷେତ୍ରପାଳ ତୁ ୟେଡେ କିଂପେ ମନ୍ଦମୋତେ ତୁ ଭଣ୍ଡିଣ ରେ ପାତିଲୁ ହାଦେ କୂଟଛନ୍ଦ ।୧୬୩।ମୋହୋର ଅଶ୍ୱ ଯେ ନେଇ ନ ଦିଲୁ ଅବିଶ୍ୱାସୀଯାଅରେ କ୍ଷେତ୍ରପାଳ ତୁ ଅଶ୍ୱେକ ହୋଇ ଜାତ ହୁଅସି ।୧୬୪।ବିରଞ୍ଚିର ଶାପ୍ୟେ ସେ କାମଦେବ କ୍ଷେତ୍ରପାଳଅଶ୍ୱେକ ହୋଇଣ ଜାତ ୟେ ମହୀମଣ୍ଡଳ ।୧୬୫।ବଚନ ସମାର୍ଜଇ ମୃତୁମଣ୍ଡଳେ ଜାତହୋଇକେସନେକ ପ୍ରତିକାର କରିବା ବିରଞ୍ଚି ଦେବସାଇଂ ।୧୬୬।ଶୁଣିଣ ଦୟା ବସିଲା କମଳ ଲୋଚନଅଶ୍ୱ ହରଣ ଦୋଷେ ତୁ ହୋଇଲୁ ଦୂଷଣ ।୧୬୭।ଅଶ୍ୱହୋଇ ରହିଥିବୁଟି ତୁ ପଞ୍ଚବଟୀ ବନେଡାହାଳ ଦେଶର ରାଜା ଯିବାକ ବିପୁନେ ।୧୬୮।ତୋତେ ସେ ବନରୁ ବନ୍ଧନ କରିନେବମତ୍ସରାଜା ବିରାଟରୁ ନେଇଣ ସମର୍ପିବ ।୧୬୯।ତୁ ପୁଣି ବିରାଟକୁ ହୋଇବୁ ଆସାଧିଅନେକ ଯତନେ ତୋତେ ନୁଆରିବେ ସାଧି ।୧୭୦।ଆମ୍ଭର ନନ୍ଦନ ଯେ ଅଶ୍ୱିନୀ କୁମାରତାହାର ଅଂଶେ ଜାତ ହୋଇବ ନକୁଳ କୁମାର ।୧୭୧।ଯେତେବେଳେ ପାଣ୍ଡବେ ଗୋପ୍ୟାନ ହୋଇବେ ବିରାଟେନକୁଳ ପରୀକ୍ଷ ତୋତେ କରିବ ବଇରାଷ୍ଟେ ।୧୭୨।ପରୀକ୍ଷ କରିବ ତୋତେ ନେଇଣ ସଭାତଳେମୃତୁ ପାଇବ ତୁ କୁମାର କୁତୂହୋଳେ ।୧୭୩।ଶୁଣ ହୋ ଚଇତନ ଅଶ୍ୱର ୟେହେନେକ କଥାପୂର୍ବେ ଶାପ୍ୟ ବିହିଲେ ସେ ଆଦିତ୍ୟ ଦେବତା ।୧୭୪।ନବଯୁଗ ପରିଯନ୍ତେ ଅଶ୍ୱ ହୋଇଥିଲାନକୁଳ ଦରଶନେ ସେ ମୁକତି ଲଭିଲା ।୧୭୫।ଗୋରେଖ କ୍ଷେତ୍ରପାଳ ଯେ ଖଣ୍ଡଣ ହୋଇଥିଲାହାଥ କଅଂଳି ବିରଞ୍ଚିର ହୃଦରେ ସମ୍ଭାଇଲା ।୧୭୬।ଜୟ ତୁ କେଶୀ ବିଦାରଣ ଶ୍ରୀ ପୁରୁଷୋତ୍ତମକେଶୀ ନିପାତିଣ କେଶବ ତୋର ନାମ ।୧୭୭।ମଧୁ କଇଟଭ ମାରି ନାମ ମଧୁରିପୁନାରକା ବିଦାରିଣ ତୁ ନାରାୟଣ ସରୂପୁ ।୧୭୮।କଂସ ନିଶୋଧନେ ତୁ ଶ୍ରୀକୃଷ୍ଣ ନାମଗୋଟିରାବଣ ନିଶୋଧନେ ରାମନାମ ପ୍ରକଟି ।୧୭୯।ପୁଷ୍ୟେକ ବିମାନେ ଯେ ବିଜୟେ ଜନାର୍ଦ୍ଦନତେଣୁକରି ନାମ ଗୋଟି ତୋର ପଦ୍ମ ଯେ ଲୋଚନ ।୧୮୦।ଋଷିଂକର ରଖନ୍ତେ ନାମ ଋଷିକେଶୀବଳିକି ଚାପିଣ ବାମନ ରୂପ ପରକାଶି ।୧୮୧।ସ୍ୱାମୀ ଦୁରାନ୍ତେକ ଦାନବ ଯେ ହିରଣ୍ୟ କଶିପୁନୃସିଂହ ରୂପେ ତାର ବିଦାରିଲ ବପୁ ।୧୮୨।ଜଗତ ଉଦ୍ଧାରଣେ ଜଗନ୍ନାଥ ନାମଗୋଟିତବ ପାଦପଦ୍ମେ ତଳେ ମୋହୋର ଶିର କମଳ ଲୋଟି ।୧୮୩।ମୁହିଂ ତୋହୋର ନାମ ହୃଦଗତେ କରଇ ଅଭ୍ୟାସବଦୟନ୍ତି ଶୂଦ୍ରମୁନି ସାରୋଳ ଚଣ୍ଡୀ ଦାସ ।୧୮୪।୧୭୧୭।