ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ · ଭାଗ ୧୩ / ୧୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଖଣ୍ଡ ପର୍ବ ଅନ୍ତରେଣ କଥା
ଇଦଂ ବାକ୍ୟେ କହିଲି ବିରାଟ ପର୍ବର ବାରତା ।୪୪।ଯାବତ ଧର୍ମ ସେ ଯେ ତାବତ କର୍ମ ସେ ଯେ ଲେଖାବିରାଟ ପର୍ବ କହିଲି ଶାସ୍ତ୍ରର ଯେ ବକତା ।୪୫।ମୁନି ଅଂଗ ହୋଇଣ ମୁଂ ଜାତ ଶୂଦ୍ରଯୋନିଶ୍ରୀ ସାରୋଳା ପ୍ରସନ୍ନେ ୟେବେ ହୋଇଲି ଶୂଦ୍ରମୁନି ।୪୬।ଶ୍ରୀଚଣ୍ଡୀ ସାରୋଳା ମୋତେ ହୋଇଲେ ପ୍ରସନ୍ନସେ ଯାହା କହଇ ମୁ କଲଇଂ ଲେଖନ ।୪୭।ଆହେ ବୁଧ ଜନମାନେ ନ ଘେନିମା ମୋର ଦୋଷଅତ୍ୟନ୍ତିକ ମୂର୍ଖ ମୁହିଂ ବୁଦ୍ଧି ମୋହର କିସ ।୪୮।ଅଗାଦ ସାଗର ୟେ ମହାଭାରଥ ଯାହା ବୋଲିଗଣି କେ ଅନ୍ତ କରିପାରିବ ମଉଦଧିର ବାଲି ।୪୯।ସାଗରେ ପଶନ୍ତେ ଯେହ୍ନେ କଳଣା ନ ଯାଇମାନବ ଜନ୍ମେ ମୁଂ ତାହା କେହ୍ନେ ଅନ୍ତ କରିବଇଂ ।୫୦।କିଛୁ ମତେ ସଦୟେ କଲେ ସର୍ବ ଯେ ମଙ୍ଗଳେକରଇ ଲେଖନ ମୁଂ ତାହାଂକ ବୁଦ୍ଧି ବଳେ ।୫୧।ପ୍ରସନ୍ନେ ଦିଲେ ମୋତେ ଲେଖନ ଗୋଟିୟେଯାହା ଘେନି ଲେଖଲେ ହୋଇବ ଗ୍ରଛମୟେ ।୫୨।ତେଣୁ କରି ଲେଖନ ମୁଂ କଲାଇ ୟେହୁ ଗ୍ରନ୍ଥସମ୍ପୂର୍ଣ୍ଣ କରି ଶୁଣିଲେ ସକଳ ଧର୍ମ ହୋଅଇ ପ୍ରାପତ ।୫୩।ଆଇଷ୍ୟ ବର୍ଦ୍ଧୁତ ହୋଅଇ ଧନ ସନ୍ତାନ ହୋୟେ ପୁଣିଶ୍ରୀ ସାରୋଳା ଶ୍ରୀଚରଣେ ବିନୟେ ସାରଳା ଦାସ ମୁନି ।୫୪।ବିରାଟ ପର୍ବ ସମାପ୍ତ