(୭) — ସାରଳା ମହାଭାରତ ବିରାଟପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଭୀମସେନଙ୍କର ଯୁଦ୍ଧ ଓ ବିରାଟ ରାଜାଙ୍କ ମୁକ୍ତିଶୁଣିମା ବଇବସୁତ ମନୁ ବଦନ୍ତି ବ୍ରହ୍ମଋଷିନିର୍ଭୟେ ବଲ୍ଲଭ କୋନ୍ତଂକର ଆଗ୍ୟାଂ ଶିରରେ ନିବେଶି ।୧।ରାତ୍ର ପାଞ୍ଚଘଡ଼ି ଉତ୍ତାରେ ଦେଢ ପ୍ରହର ପରବେଶଧାମଇ ବ୍ରିକୋଦର ସେ ସମରେ ହରଷ ।୨।ବାମ ଦକ୍ଷିଣ କରେ ଶାଳବୃକ୍ଷ ବେନି ଘେନିଯମ ଦେବତା ବିଜେକଲେ କି କାଳଦଣ୍ଡ ଘେନି ।୩।ଡାମ୍ବରଗିରି ଜାଣି ଦିଶଇ ତାହାର କାୟେବେନିନୟନ ବୁଲାଇ ତାହାର କାଳଚକ୍ର ପ୍ରାୟେ ।୪।ସଙ୍ଗେଣ ଗ୍ରନ୍ଥିକାର ନାମ ତା ବାରୁଆଳକରେ ନୁହାର ବାଡ଼ି ସେ ଘେନିଣ ନକୁଳ ।୫।ରାନ୍ଧଣା ସାରି ସଇନି ପ୍ରବେଶ ଭୋଜନେୟେମନ୍ତେ ସମୟେ ଯାଇ ପ୍ରବେଶ ଭୀମସେନେ ।୬।ଆରେ ଆରେ ବୋଲି ବୋଲି ନିର୍ଘାତେ ଦିଲା ଡାକେୟେକା ହାକକେ କମ୍ପିଲା ନବଖଣ୍ଡ ପୃଥୀଯାକେ ।୭।ମେରୁ ଲେଉଟି ଅବା ପଡ଼ିଲା କି ଖସିନିର୍ଘାତ ବଜ୍ରବାଣ ମଧ୍ୟ୍ୟେ କି ପଡ଼ିଲାକ ଆସି ।୮।ତେସନେକ ଉଲ୍ଲକାପାତ ଭୀମସେନର ବୋବିମେଦିନୀ କମ୍ପିଲାକି ଟଳିଲାକ ପୃଥୀଦେବୀ ।୯।ପାଦ ଘୋତେଣ ଯେ ପାଷାଣ ଗଡ଼ ଭାଜିଭିତରେ ଭୀମସେନ ଯେ ପଶିଲା ଗଳଗାଜି ।୧୦।ଯେବଣ ମତ୍ତହାଥୀ ଚଢି ତ୍ରିଗର୍ତ୍ତ ଯୁଦ୍ଧ କରୁଥିଲାସେହି ମତ୍ତହାଥୀ ଧରି ବୀର ବିକ୍ରମ ଗତିରେ ବୁଲାଇଲା ।୧୧।ବାମକରେ ଶାଳବୃକ୍ଷ ଡାହାଣକରେ ମତ୍ତହାଥୀସଇନି ଉପରେ ନେଇ ପିଟିଲା କୋପମୃତ୍ତି ।୧୨।ରଥକୁ ରଥେ ଘେନି ସେ ପିଟଇ ପାବେନିୟେକା ପ୍ରହାରକେ କଚାଡ଼ଇ ଗଜ ବେନି ।୧୩।ଅଶ୍ୱଂକ ଉପରେ ଅଶ୍ୱଂକୁ ଧରିଣ କଚାଡ଼ିବ୍ରହ୍ମାଣ୍ଡ କମ୍ପୁଅଛି ଭାମସେନ ସିଂଘରଡ଼ି ।୧୪।ମହା ନିଶାକାଳରେ ଉଠିଲା ମହାଗୋଳୟେକ ପାଣ୍ଡବକେ ମନ୍ଥିଲା ସର୍ବଦଳ ।୧୫।ବିଶେଷ ନିଶାକାଳ ଅନ୍ଧାର ପକ୍ଷ ଅଟଇମହୀଧର ଜିତା ସେ ପାଣ୍ଡବ ବଳିଷ୍ଠଇ ।୧୬।ଦେବ ଦାନବେ ଯାହାର ବଳ ଅପ୍ରମିତାକାଳେବର ମୃତ୍ତି ଦେଖି ତ୍ରାସଇ ଯମ ଦେବତା ।୧୭।ବେଳୁଂବେଳେ ପାଣ୍ଡବେ ବସିଲା ମହାତମଭୋଜନେ ଶୟନେ ସମରେ ନାହିଂଟି ଯାହାର ଶ୍ରମ ।୧୮।ୟେକା ପ୍ରହରାକେ ପଡ଼ଇ ଦଶବିଂଶମୁଥ ଚାପୋଡ଼ଘାତେ ହେଉଛନ୍ତି ପ୍ରାଣନାଶ ।୧୯।ତ୍ରିଗର୍ତ୍ତର ସଇନି ଯେ ସମରେଣ ବେଗେ ଉଠିଗଦା ମୁଦୁଗର ଛେଲ ଚକ୍ର ଶହସ୍ରନ୍ତି ଘେନି ପିଟି ।୨୦।ଶତଶିଂଗ ପ୍ରସନ୍ନେ ବଜ୍ର ଯାହାର ବାମଅଙ୍ଗସକଳ ଶହସ୍ରମାନ ପଡ଼ି ହେଉଛନ୍ତି ଭଙ୍ଗ ।୨୧।
ବଜ୍ର ୟେଡ଼ନ୍ତେଣ ନ ତୁଟଇ ଯାହାର କାୟେ
ଅସିମୁନା ତୀକ୍ଷମୁନା ନାରାଜକୁ ନାହିଂ ତାର ଭୟେ ।୨୨।
ଶରୀରେ ଶହସ୍ର ପଡ଼ନ୍ତେ ଯାହାର ଦିଗୁଣ ଉଷତ
ଭାଞ୍ଜିଲେ ଥାଟସନ୍ୟ ପାଇଲେ ଭଗନସ୍ତ ।୨୩।
ରକତେ ବିଲେପନ ସବୁଂକରି ଅଙ୍ଗ
ପଳାବନ୍ତି ସଇନି ଯେ ସମରେ ବିଭଙ୍ଗ ।୨୪।
ରଥେ ରଥ ଗଜେ ଗଜ ଅଶ୍ୱେ ଅଶ୍ୱ ପିଟି
ଅସଂକ୍ଷେପ ସଇନି ଯେ ଭୁମିରେଣ ଲୋଟି ।୨୫।
ହାଥୀଂକର ଶରୀରୁ ପଡ଼ଇ ରୁଧିର ଗଳି
ପଳାବନ୍ତି ମତ୍ତନାଗେ ସେ କୁମ୍ଭସ୍ଥଳ ତୋଳି ।୨୬।
ପର କି ଆପଣା ବୋଲି ସେ ବାରଣ ନ ଯାଇ
ଆପଣେ ଆପଣେ ମରାମରି ହୋଇ ପଡ଼ିଲେ ନିବୁଜାଇ ।୨୭।
ଯୁଗତେ ଧନୁମାସ କୃଷ୍ଣପକ୍ଷ ଚତୁର୍ଦଶୀ
ପ୍ରଭାତ ପରିଯନ୍ତେ ଅନ୍ଧାର ଘୋର ନିଶି ।୨୮।
ପୁତ୍ର ହାକଦ୍ୟନ୍ତେ ନ ଶୁଣଇ ପିତା
ସହୋଦରେ ସହୋଦରେ ମରା ମରି ହୁଅନ୍ତି ଅପ୍ରମିତା ।୨୯।
ରଥ ଗଜ ଅଶ୍ୱମାନେ ପଳାବନ୍ତି ଭାଂଜି
ତାହାଂକର ପାଦଘାତେ ଅନେକ ସଇନି ନିମଜ୍ଜି ।୩୦।
ଆଗଦଣ୍ଡ ପଳାବନ୍ତେ ରକତ ମାଂସ କର୍ଦ୍ଦନ
ପଛଦଣ୍ଡ ଧୂଳି ହୋଇ ଉଡୁଛଇ ଗଗନ ।୩୧।
ପାଞ୍ଚ ପରାୟୁଧ ରଥୀ ଦଶ ପରାୟୁଧ ହାଥୀ
ବିଂଶ ପରାୟୁଧ ଅଶ୍ୱ ସାତ କ୍ଷଉଣୀ ପାଦାନ୍ତି ।୩୨।
ଧର୍ମର ବଳ ହୋ ଶୁଣ ଯୋଗେଶ୍ୱର
ୟେକା ପାଣ୍ଡବେକ ମାରି ସର୍ବ କଲା ଚୂର ।୩୩।
ନକୁଳ ରହିଥିଲା ସେ ଯେ ଥାନପାଳ ରୂପ ଧରି
ସେ ଅନେକ ସଇନି ଯେ ଗୋଡ଼ାଇ ପ୍ରହାରି ।୩୪।
ଅନେକ ରଥୀ ଯୋଦ୍ଧା ସେ ଯେ ଥିଲେ ବଳବନ୍ତା
ମହା ମହା ଛତ୍ରୀମାନେ ସମରେ ଶକତା ।୩୫।
ଜଣେ ରହି ସମର କରି ନୁଆରିଲେ ତାହାଂକର ଆଗେ
ବାସଭଗ୍ନ ପକ୍ଷୀ ଯେହ୍ନେ ପଳାବନ୍ତି ଅତିବେଗେ ।୩୬।
ମିଥୁନ ଆଦିତ୍ୟ ଜାଣି ତେଜ ତାହାର ଦିଶି
ସିଂହିକାର ନନ୍ଦନ ଯେହ୍ନେ ଘୋଟିଲାକ ଶଶୀ ।୩୭।
ଶହସ୍ରମାନ ପକାଇ ସମସ୍ତେ ଲୋଟନ୍ତି ଧରଣୀ
ଦନ୍ତେ ତିରଣ ଘେନି ବୋଲନ୍ତି ଶରଣ ରଖ ସ୍ୱାମୀ ।୩୮।
ନିର୍ଦୟା ନିରପେକ୍ଷ ଯାହାର ଶରୀର
ଶରଣ ବୋଲନ୍ତେ ଗୋଡ଼ାଇ ଦୁଗୁଣ କରଇ ପ୍ରହାର ।୩୯।
ଅତୁଳାୟିତ ପରାକ୍ରମେ ଭାରଇ ମଲ୍ଲ ମହାବୀରା
ମେଦୀନି ନ ସହଇ ଯେ ବ୍ରିକୋଦର ମହାଭାରା ।୪୦।
ୟେକାଦଶ ଯୋଜନ ପୟେତ ପଡ଼ିଲାକ ଥାଠ
ମୃତୁପିଣ୍ଡର ଘାୟେ ଯେ ନ ଦିଶଇ ବାଟ ।୪୧।
ରୁଧିରେ ବିଲେପନ ଯେ ଭୀମ ନକୁଳର କାୟେ
ଯେସନେ ଧନୁମାସେ ଆଦିତ୍ୟ ଉଦୟେ ।୪୨।
ସାତ କ୍ଷଉଣୀ ବଳ ଘେନି ବାହିଲା ତ୍ରଗର୍ତ୍ତ
ଚାରିକ୍ଷଉଣି ପଡ଼ିଲା ସନ୍ୟ ଅଶ୍ୱ ଗଜ ରଥ ।୪୩।
ସଇନି ନିଶେଷ ଦେଖିଣ ତ୍ରିଗର୍ତ୍ତ ନୃପତି
ସକଳ ସଇନି ନିଶେଷ ମରାଇଲି ଆଉର କିସ ମୋ ଜୀବତି ।୪୪।
ସମସ୍ତ ସଇନି ରାଜାର ମୁଂ ମରାଇଲି ୟେଥେ
ମାନଗୋବିନ୍ଦ ମୁଖ ମୁଂ ଚାହିଂବି କେମନ୍ତେ ।୪୫।
କୁଟୁମ୍ବ ମରାଇ ଯେବଣ ପ୍ରାଣୀ ଜାବନକୁ ଆଶାକଲା
ନିଚୟେ ଜାଣିମାନା ସେ ଜୀଉଂ ଜୀଉଂ ମଲା ।୪୬।
ଯେବଣ ମହାମାୟେ ପଶିଛି ସମରେ
ସାମାନ୍ୟ ନୋହୋଇ ସେ ଦିଗପାଳ ନିକରେ ।୪୭।
ୟେହାର ହାଥେ ଯେ ସାଂଗ୍ରାମେ ଝାସଦିଲେ
ମୁକତକୁ କାରଣ ବୋଲି ତ୍ରିଗର୍ତ୍ତ ବାହୁଡ଼ିଲେ ।୪୮।
ରଥ ଲେଉଟାନ୍ତେ ଭୀମ ପ୍ରହାର କଲା ମୁଥେ
ତ୍ରିଗର୍ତ୍ତର ରଥ ଭାଞ୍ଜି ହୋଇଲା ଭଗନସ୍ତେ ।୪୯।
ବିରାଟ ତ୍ରିଗର୍ତ୍ତ ଯେ ପଡିଲେ ମହୀଭାଗେ
ତ୍ରିଗର୍ତ୍ତ ଲୋହାର ଗଦା ଘେନି ପିଟିଲା ଅତିବେଗେ ।୫୦।
ଆରେ ରହ ରହ ବୋଲି ଭୀମ ବାମଅଙ୍ଗ ପାତି
ଷାଠିୟେ ଷାଠିୟେ ଭାର ବେନିଗଦା ଭାଜି ଚୂର ହୋଇଲା ତତକ୍ଷଣାନ୍ତି ।୫୧।
ଗଦାଭଗ୍ନ ଦେଖିଣ ତ୍ରିଗର୍ତ୍ତ ମହୀପାଳ
ବିଚାରଇ ତ୍ରିଗର୍ତ୍ତ ୟେ କେବଣ ଦିଗପାଳ ।୫୨।
କୋପେଣ ହାକଦିଲା ସେ ପବନର ବଳା
ରହ ରହ ତ୍ରିଗର୍ତ୍ତରେ ନିସତେ ନ ପଳା ।୫୩।
ମୂଳିକା ଦେଖି ଯେହ୍ନେ ଫେରୁ ନ ଟେକଇ ଅହି
ଭୀମ ହାକନ୍ତେଣ ଯେ କମ୍ପିଲା ତାର ଦେହୀ ।୫୪।
ନେଉଟି ଚାହିଂଲା ପଛେ ସନ୍ୟ କେହି ନାହିଂ
ଭାଜିଲା ତେଜ ତାର ସେହି ଠାବେଣ ରହି ।୫୫।
କେଶକୁ ଆକ୍ରେଷି ତ୍ରିଗର୍ତ୍ତର ଭୀମ ଧଇଲା ଅଙ୍ଗେ
ବହୁତ ପ୍ରତଙ୍ଗ୍ୟା ସେ ଧଇଲେ ଗରୁଖଙ୍ଗେ ।୫୬।
ବାମକରେ ତ୍ରିଗର୍ତ୍ତର କେଶ ଡାହାଣେ ବିରାଟର କେଶ ହାଥେ
ଅନ୍ତରୀକ୍ଷେ ଦୁହିନ୍ତି ଧଇଲା ଚରଣ ନ ପଡ଼େ ଭୂମିଗତେ ।୫୭।
ପାଛେଣ ଗୋଡ଼ାଇ ଯେ ନକୁଳ କୁମାର
ଯୋଦ୍ଧାଂକର ମୁକୁଟମାନ କନ୍ଧରେ କରି ଭାର ।୫୮।
ଯୁଝେଷ୍ଠି ବିଜେ କରିଅଛନ୍ତି ନୀଳେନ୍ଦୀ ନାମେ ବନ
ଦୁହିନ୍ତି ଛାମୁରେ ଲୋଟାଇ ପ୍ରଣପତ୍ୟ ଭାମସେନ ।୫୯।
ବଲ୍ଲଭ ବୋଇଲା ଗୋସାଇଂ ୟେ ବିରାଟ ତ୍ରିଗର୍ତ୍ତେ
ଦୁହିନ୍ତିହିଂ ଆଣିଲି ଆଗ୍ୟାଂଦେବା ହେ ମହତ ପଣ୍ଡିତେ ।୬୦।
ନୟନ ତରାଟି ଯେ ଦିଲେ କ୍ରୋନ୍ତଭଟ୍ଟେ
ତ୍ରିଗର୍ତ୍ତକୁ ଛାଡ଼ିଦିଅ ସେ ପଳାଉ ଇନ୍ଦ୍ରପ୍ରଶସ୍ତେ ।୬୧।
ଶୁଣ ହୋ ବଇବସୁତ ମନୁ ଯୁଝେଷ୍ଠି ଦେବଂକର ମହିମାଂ
ପରକାର୍ଯ୍ୟେ ଶତୃକୁ ନ ନାଶଇ ମହତମା ।୬୨।
ତେଣୁକରି ତ୍ରିଗର୍ତ୍ତକୁ ଦିଲେ ସେ ଛଡ଼ାଇ
ପଳାଇଲା ତ୍ରିଗର୍ତ୍ତ ସେ ମଥାରେ ହାଥ ଦେଇ ।୬୩।
ବିରାଟ ପ୍ରଳମ୍ବିତ କୋନ୍ତଂକ ପଦ୍ମପାଦେ
ବୋଇଲା ଜୀବନ ଦାନ ପାଇଲି କୋନ୍ତେ ବଲ୍ଲଭ ପରସାଦେ ।୬୪।
ସାଧୁ ସାଧୁ ୟେ ବ୍ରାହ୍ମଣ ସୂପକାର ହୋଇ
ୟେ ମହୀମଣ୍ଡଳେ ମୋର ଦେଖିଲାତ ନାହିଂ ।୬୫।
କୋନ୍ତେ କୀଞ୍ଚେକ ଥିଲା ସେ ଯେ ମହାବଳବନ୍ତା
ୟେହାଂକ ସମାନେ ସେ ପୁଣି ରଣେ ନୋହେ ଜିତା ।୬୬।
କିୟେ ଦେବଇନ୍ଦ୍ର ଯମ କୁବେର ପବନ
କିୟେ ରୁଦ୍ର ବରୁଣ କିୟେ ନାରାୟଣ ଗୋପ୍ୟାନ ।୬୭।
ନ ଜାଣି ବୋଇଲି ମୁଂ ବଲ୍ଲଭ ବଲ୍ଲଭ
ଆଜହୁଂ ସେବା ମୋହୋର ତୋତେ ବିନୟ ସ୍ୱଭାବ ।୬୮।
କୋନ୍ତେ ବୋଇଲେ କୀଞ୍ଚେକକୁ ମାଇଲେ ଯେବଣ ଗନ୍ଧର୍ବେ
ବଳେ ଆସି ତୋତେ ରକ୍ଷାକଲେ ସେହୁ ୟେବେ ।୬୯।
ଆହୋ ସେହି ଗନ୍ଧର୍ବେ ହୋ ବଲ୍ଲଭ ଦେହେ ପଶି
ସେହି ସେ ସମର କରିଣ ତ୍ରିଗର୍ତ୍ତର ଥାଠ ଧଂସି ।୭୦।
ଅନାସ୍ତହିଂ ଯେ କଲେ ରକ୍ଷା କରିବେ ନାହିଂକି ୟେବେ
ଅମହତ ନୁହନ୍ତି ସେ ପଞ୍ଚୁ ଯେ ଗନ୍ଧର୍ବେ ।୭୧।
ବଚନେ ବୋଧ ସେ ହୋଇଲେ ରାୟେ ମଚ୍ଛେ
ନ ଜାଣି ବଣା ସେ ଯେ ଦେଖିଲେ ପ୍ରତକ୍ଷେ ।୭୨।
ଜୟତୁ ଇଚ୍ଛାକୁ ବଂଶ ରଘୁରାୟେ
ସାଧୁ ସାଧୁ ସୂର୍ଯ୍ୟବଂଶର ଦଶରଥ ରାଜାଂକ ତନୟେ ।୭୩।
ସାଧୁ ସାଧୁ ମହତମା ଋଷ ଶିଙ୍ଗ ମହାବ୍ରହ୍ମ
ଯାହାର ମନ୍ତ୍ରେ ତୋହୋର ଶରୀର ଗୋଟି ଜନ୍ମ ।୭୪।
ସାଧୁ ସାଧୁ ମହାତ୍ମାଣୀ ଦେବୀ ଯେ କଉଶୁଲ୍ୟା
ଜଗବନ୍ଦନ ପୁରୁଷ ଗୋଟିକି ସେ ଗର୍ଭରେ ଠାବ ଦିଲା ।୭୫।
ଧନ୍ୟ ସେ କଉଶୁଲ୍ୟା ଜୀବନ ଉତ୍ତମ
ବାଛିଣ ନାମଗୋଟି ଦିଲାକ ଶ୍ରୀରାମ ।୭୬।
ସାଧୁ ସାଧୁ ସେ ଜାନକୀ ସୀତୟା ନାମେ ଦେବୀ
ପରମ ଯୋଗ ପୁରୁଷ ଯାହାକଇଂ ଭାବି ।୭୭।
ସାଧୁ ସେ ବୀରବର ବାଳୀ କୁମ୍ଭକର୍ଣ୍ଣ ରାବଣ
ଶ୍ରୀରାମର ତୁଲେ ଯୁଦ୍ଧକରି ହରାଇଲେ ପ୍ରାଣ ।୭୮।
ନୀଳେନ୍ଦୀ ପୁଷ୍ୟବର୍ଣ୍ଣ ଜାଣି ଯାହାର ଦେହଗୋଟି
ଶୁଦ୍ରମୁନି ସାରୋଳା ଦାସ ଯାହାର ପାଦେ ଲୋଟି ।୭୯।୪୫୪୭।
ତ୍ରିଗର୍ତ୍ତର ପରାଜୟ ବାର୍ତ୍ତା ଶୁଣି ମାନଗୋବିନ୍ଦର ରଣସଜ୍ଜାଆହୋ ଚଇତନ ଧନୁମାସ କୃଷ୍ଣପକ୍ଷ ପଞ୍ଚମୀର ତିଥିପୁଷ୍ୟା ନକ୍ଷତ୍ର ଯେ ବାର ବୃହସ୍ପତି ।୧।ସମସ୍ତ ସମଦଣ୍ଡ ଘେନି ମାନଗୋବିନ୍ଦ ବିଜେ ଇନ୍ଦ୍ର ପ୍ରଶସ୍ତେତ୍ରିଗର୍ତ୍ତର ବାରତା ଯାଇ ଜଣାଇଲା ଦୂତେ ।୨।ଅବଧାନ ସ୍ୱାମୀ ମାନଗୋବିନ୍ଦ ଚକ୍ରବତୀତ୍ରିଗର୍ତ୍ତ ଥାଠର ଦେବ ବାରତା ସଂଗତି ।୩।ଅଷ୍ଟାଦଶ ଦିବସେ ମଚ୍ଛଦେଶେ ଯାଇ ପ୍ରବେଶ ହୋଇଲା ଥାଠସମଦଣ୍ଡ ଘେନିଆସି ଯୁଝିଲା ବିରାଟ ।୪।ଦୁଇ ଦିବସ ପରିଯନ୍ତେ ଆମ୍ଭେ ପଳାଇଲୁ ଭାଜିତୃତୀୟ ଦିବସକୁ ଦେବ ଥାଠ ଉଠିଲା ଗଳଗାଜି ।୫।ମହାଯୁଦ୍ଧ ହୋଇଲା ଆଦିତ୍ୟ ଅସ୍ତ ପରିଯନ୍ତେବିରାଟକୁ ଛାଡ଼ିପଳାଇଲେ ତାର ସନ୍ୟ ଅମନାତ୍ୟେ ।୬।ସ୍ୱାମୀ ଯେତେକ ସମର ସେ ବିରାଟ କଲା ୟେକାସାତକ୍ଷଉଣୀ ବଳ ଦେଖି ହୋଇଲୁ ତାଟକା ।୭।ବେଢିଧରି ତ୍ରିଗର୍ତ୍ତ ବିରାଟକୁ ବାନ୍ଧିଲା ତାହାର ରଥେଆସି ବିଜେକଲୁ ଦେବ ରମ୍ୟେକ ପର୍ବତେ ।୮।ବିରାଟର ସନ୍ୟ ଦେବ ପଳାଇଲେ ଦେଶ ଛାଡ଼ିଦୁତୀୟ ଦିନ ତ୍ରିଗର୍ତ୍ତ ବସିବ ମଚ୍ଛଦେଶ ମାଡି ।୯।ଗୋଧନ ପଲ ସେ ଆଣିଲେ ଆମ୍ଭର ସଇନିୟେମନ୍ତେ ଦେଖି ଦେବ ଅଇଲୁ ବାରତା ଘେନି ।୧୦।ଶୁଣିଣ ସାନନ୍ଦ ଯେ ହୋଇଲେ କଉରୋବେପଞ୍ଚୁକଟକେ କରାଇଲେ ଶତ୍ରୁଜିତ ଉଚ୍ଛବେ ।୧୧।ଅନେକ ସାନନ୍ଦ ରାଜା ମାନ ଯେ ଗୋବିନ୍ଦଦେଶାଉରମାନନ୍ତ ଦିଲା ଅନେକ ଶାଢୀ ପ୍ରସାଦ ।୧୨।ବିଜୟେ କୁରୁନାଥ ଧନୁ ଶୁକ୍ଳ ଷଷ୍ଠୀ ଗୁରୁବାରପୁଣ ଆନ ବାରତା ଦିଲାକ ଆନ ଚାର ।୧୩।ସ୍ୱାମୀ ପ୍ରଥମ ଦିନ ତ୍ରିଗର୍ତ୍ତ ବନ୍ଦୀକଲା ବିରାଟଜୟକରି ବାହୁଡ଼ିଅଇଲେ ଆମ୍ଭ ଥାଠ ।୧୪।ସେହି ରାତ୍ର ଅର୍ଦ୍ଧମାନେ ଭୋଜନ କରୁଛନ୍ତି ସମସ୍ତେନିରାଶ ସମରେ ଉପବାସ କରିଥିଲେ ସନ୍ୟ ତିନି ଦିବସ ପରିଯନ୍ତେ ।୧୫।ଅର୍ଦ୍ଧମାନ ଉତ୍ତାରେ ରାତ୍ର ଅଢାଇ ପ୍ରହର ପରବେଶବନ୍ଧନ କରି ବିରାଟକୁ ତ୍ରିଗର୍ତ୍ତ ବସାଇଅଛି ପାଶ ।୧୬।ବିରାଟର ସୂପକାର ୟେକ ବ୍ରାହ୍ମଣ ବଲ୍ଲଭ ପଣ୍ଡା ବୋଲିରାତ୍ରକାଳେ ପଶିଲା ଆମ୍ଭର ଥାଠେ ଗଢଦ୍ୱାର ପେଲି ।୧୭।ସ୍ୱାମୀ ୟେକା ବ୍ରାହ୍ମଣକେ ଯବଣ ସମର କଲାଦେବ ଦାନବ ମାନବେ ତାହା ନାହିଂତ ଦେଖିଲା ।୧୮।ୟେକାଦଶ ଯୋଜନ ପରିଯନ୍ତେ ସନ୍ୟ ପୟେଡ଼ ପଡ଼ିଲାଚାରି କ୍ଷଉଣୀ ବଳ ୟେକା ରାତ୍ରକେ ନାଶକଲା ।୧୯।ସ୍ୱାମୀ ମହାଘୋର ନିଶାକାଳେ ନ ଗଲା ବାରଣଅନେକ ମରାମରି ହୋଇଲୁ ଆପଣେ ଆପଣ ।୨୦।ବିରାଟ ତ୍ରିଗର୍ତ୍ତର କେଶଧରି ବ୍ରାହ୍ମଣ ଘେନିଗଲା ମଚ୍ଛଦେଶନେଇଣ ଦିଲା ସେ କୋନ୍ତ ପଣ୍ଡାଂକର ପାଶ ।୨୧।ଦ୍ରୋଣଂକର ହାଥେ ୟେ ଦ୍ରୋଣ କରତାଳ ଦେଇହସିଣ ଉଠିଲେ ଭୀଷ୍ମେ ବିଦୁର ମୁଖ ଚାହିଂ ।୨୨।ଭୀଷ୍ମେ ବୋଇଲେ ଦ୍ରୋଣେ ୟେ ଘାନ୍ତି କ୍ଷୀର ପାନ କରିବା ଅନୁବ୍ରତେଦୁଇପଦ୍ମ ଦୋହାଂଳ ଗାଈ ଘେନି ଆସୁଅଛି ତ୍ରିଗର୍ତ୍ତେ । ୨୩।ଆମ୍ଭର ବଚନେ ଯେ ନ କଲୁ କୁରୁପତିସକଳ ଥାଠ ଯେ ମରାଇଲୁ ଅକାରଣେ ଅନିମିତି ।୨୪।ପୁଣ ସାତଦିନ କହିଲେ ଯାଇଂ ଦୂତେସ୍ୱାମୀ ଭଗ୍ନବଳ ଘେନି ଦେବ ଆସୁଛି ତ୍ରିଗର୍ତ୍ତେ ।୨୫।ଭୀଷ୍ମେ ବୋଇଲେ ଦ୍ରୋଣେ ସରିଲା ଆମ୍ଭର ସଧତ୍ରିଗର୍ତ୍ତର ପ୍ରସାଦେ ଖାଇବା ଆମ୍ଭେ ବହୁତ ଦୁଧ ।୨୬।ଭଗ୍ନବଳ ଘେନିଣ ରାୟେ ତ୍ରିଗର୍ତ୍ତେଶ୍ୱର ଆସିଧନୁ କୃଷ୍ଣ ତ୍ରୟୋଦଶୀ ଦିନରେ ରାଜେ ଆସି ପଶି ।୨୭।ସାତ କ୍ଷଉଣୀ ବଳ ଯେ ତ୍ରିଗର୍ତ୍ତ ଘେନିଗଲାଚାରି କ୍ଷଉଣୀ ପଞ୍ଚ ପରାୟୁଧ ସଇନି ପଡ଼ିଲା ।୨୮।ଦୁଇ କ୍ଷଉଣୀ ପଞ୍ଚ ପରାୟୁଧ ଉବୁରି ଅଇଲାୟେତେକ ଘେନିଣ ତ୍ରିଗର୍ତ୍ତ କଟକେ ପଶିଲା ।୨୯।ଗଜ ଅଶ୍ୱମାନେ ସମସ୍ତେହେଂ ଛୋଟାରଥରେ ଅଧେକ ନାହିଂ ଆଡ଼େ ଆଡ଼ ପାଦାନ୍ତି ଶରଫୁଟା ।୩୦।ଥାଠଯାକ ସର୍ବେ ଦିଶନ୍ତି ଯେ ଶ୍ରୋଣିମୟେସୁବିଧାନ ହୋଇନାହିଂଟି କାହାରିହିଂ କାୟେ ।୩୧।ଅଶକତେ ଚାଲି କେହୁ ନୁଆରନ୍ତି ବିକଳେସଇନି ଘେନିଣ ତ୍ରିଗର୍ତ୍ତ ଦ୍ରଶନ କଲା ଆସ୍ତାନର ତଳେ ।୩୨।ଦେଖିଣ ଆଶ୍ରିଜ ହେଲେ ସମସ୍ତ ସେନାପତିକିସ ଅର୍ଥେ ତ୍ରିଗର୍ତ୍ତ ତୋହୋର ୟେସନେକ ଜୀବତି ।୩୩।ସାତ କ୍ଷଉଣୀ ଥାଠ ଘେନି ଯେ ୟେଥୁଂ ଗଲୁସାଂଗ୍ରାମ ନ ଜିଣି ତୁ କେବଣ କୃତ୍ୟ କଲୁ ।୩୪।ଶୁଣି ତ୍ରିଗର୍ତ୍ତେଶ୍ୱର ଆସ୍ତାନ ତଳେ ପରିଣାମିସାଂଗ୍ରାମର ବାରତା ଅବଧାନେ ଶୁଣିମା ଦେବସ୍ୱାମି ।୩୫।ସ୍ୱାମୀ ପ୍ରଥମ ଯୁଦ୍ଧେ ଦେବ ମୁଂ ଜିଣିଲି ବିରାଟଅନେକ ସଇନି ମାରି ଭଗ୍ନକଲି ତାର ଥାଠ ।୩୬।ପୁଣି ବିରାଟକୁ ବନ୍ଧନ କରି ପକାଇଲି ରଥେଘେନିଣ ଅଇଲି ଦେବ ବିଂଶ ଯୋଜନ ପରିଯନ୍ତେ ।୩୭।ସ୍ୱାମୀ ତିନି ଦିବସ ପରିଯନ୍ତେ ଯେ ସମର ହୋଇଥିଲାସନ୍ୟ ଉପବାସେ ଦେବ ଅନ୍ନ ନ ପାଇଲା ।୩୮।ସ୍ୱାମୀ ଯେତେବେଳେ ବନ୍ଦୀକରି ଆଣିଲି ବିରାଟସୁଖେ ରନ୍ଧନ ଭୋଜନ କରୁଛନ୍ତି ଆମ୍ଭର ଥାଠ ।୩୯।କେ ରନ୍ଧନ କରଇ କେ କରୁଛଇ ସ୍ରାହାନକେ ଅନ୍ନ ଥୋକାୟେ କରୁଛନ୍ତି ଭୋଜନ ।୪୦।ଦେବ ବଲ୍ଲଭ ନାମେଣ ଯେ ୟେକଇ ବିରାଟର ବ୍ରାହ୍ମଣରାତ୍ରେଣ ବିଜୟେ କଲା ଆସି ମୋ ଥାଠରେଣ ।୪୧।ସ୍ୱାମୀ ୟେକା ବ୍ରାହ୍ମଣେ ଧଇଲା ଭୀଷ୍ମରୂପଆକାଶେ ଶିର ଲାଗିଲା ଧରଣୀ ମହାକମ୍ପ ।୪୨।ୟେକା ଜଣକେ ଦେବ ବଧ୍ୟକଲା ମୋର ଥାଠପଳାଇ ଆସିତେ ଦେବ ନ ପାଇଲୁ ବାଟ ।୪୩।ଅନେକ ଶହସ୍ରନ୍ତ ଦେବ ପ୍ରହାର କଲୁ ଧରିତାହାର ଶରୀରେ ପଡି ସମସ୍ତେ ଗଲେ ଚୂରୀ ।୪୪।କହିତେ ଅସଂଖ୍ୟ ଦେବ ମହିମାଂ ତାହାରିକି ଅବା ଅନ୍ୟଭୂମି ଛାଡ଼ି ଅଇଲା ମେରୁଗିରି ।୪୫।ବିରାଟକୁ ମୋତେ ଦୁହିଂକ କେଶ ଧରିଅନ୍ତରୀକ୍ଷେ ନେଲା ପବନୁଂ ବେଗକରି ।୪୬।ସ୍ୱାମୀ କୋନ୍ତଭଟ୍ଟ ପଣ୍ଡା ବୋଲିଣ ସେ ୟେକଇ ଦ୍ୱିଜବରଦୁହିଂକିହିଂ ପକାଇଲା ନେଇ ତାହାଂକ ପୟର ।୪୭।ଆମ୍ଭର କେଶ ଧରି ତାହାର ପାଦତଳେ ଲୋଟାଇଆପଣେ ଶୁତିଲା ଦେବ ଦବ ଦଣ୍ଡ ପ୍ରଳମ୍ବିତ ହୋଇ ।୪୮।ସ୍ୱାମୀ ବଡ଼ାଇ ମହତ ସେ କୋନ୍ତଭଟ୍ଟ ବ୍ରାହ୍ମଣମୋତେ ବନ୍ଦୀରୁ ଛଡ଼ାଇ ଦିଲେ ସେ ତତକ୍ଷଣ ।୪୯।ସେହୁ ଯେବେ ଆଗ୍ୟାଂ ଦିଅନ୍ତି କିଞ୍ଚିତେଶରୀର ଧୂଳି ହୁଅନ୍ତା ମୋର ତାହାଂକ ମୁଥଘାତେ ।୫୦।କହନ୍ତି ଭଗ୍ନବଳ ଲୋକେ ବିରାଟର କଥାସାଧୁ ସେ ମତ୍ସଦେଶ ରାଜା ସାମରଥା ବଳବନ୍ତା ।୫୧।ବହଇ ଗଣ୍ଡୁକୀ ନଦୀ କାବେରୀ ସରସ୍ୱତୀଉତ୍ତର ଦକ୍ଷିଣେ ପଚ୍ଛିମ ନଗ୍ର ତିନିକତି ।୫୨।ଦୁହାଂଳ ଦୁଇପତ୍ର ବରଡ଼ ବାରଲକ୍ଷ ଗାଈବେନିଖର୍ବ ବଚ୍ଛା ଅଣ୍ଡିର ପାଞ୍ଚଖର୍ବ ବଚ୍ଛା ମାଈ ।୫୩।ସ୍ୱାମୀ ବତିଶ ଅହିବ୍ରତେ ଖଟନ୍ତି ଗୋପାଳତହିଂର ମୋକ୍ଷପାନ ପରିଚ୍ଛା ତନ୍ତ୍ରୀପାଳ ।୫୪।ସାମୀ ପୃଥୁନା ବୋଲିକରି ଅଛଇ ୟେକ ଗାଈକପିଳା ବଂଶରୁ ଉତପତ୍ତି ଦେବ ସେହି ।୫୫।ୟେକ ଗାଈର ଦୁଧ ଦୁହଂଇ ଭାର ଲକ୍ଷେଗୁପତ ନୋହଇ ଦେବ ଦେଖିଲୁଂ ପ୍ରତକ୍ଷେ ।୫୬।ପ୍ରଥମେ ଚିରେକ ଯେ ପକାନ୍ତି ବସୁମତୀସାତଘଡ଼ି ପରିଯନ୍ତେ କଟକ ବେଢି ବହି କ୍ଷୀର ନଦୀ ।୫୭।ଅପୂର୍ବ ବାରତ ସେ ଶୁଣିଣ କଉରୋବେୟେତେକ ସମ୍ପଦ ଯେବେ ବିରାଟ ରାଜ୍ୟେ ଅଛଇ ସମ୍ଭର୍ବେ ।୫୮।ଦ୍ରିଯୋଧନ ବୋଇଲେ ଶକୁନି ମୁଖ ଚାହିଂମଘଦେଶ ମଚ୍ଛଦେଶ ମାମୁଂ ଯିବା କି ଆମ୍ଭେ ଦଣ୍ଡ ବାହି ।୫୯।ବିରାଟକଇଂ ଜିଣି ସେ ତ୍ରିଗର୍ତ୍ତକୁ ରାଜ୍ୟ ଦେବାଗୋଧନ ପଲ ଘେନି ସେ ହସ୍ତିନାକୁ ଆସିବା ।୬୦।ଭୀଷ୍ମେ ବୋଇଲେ ତେଣେ ଆମ୍ଭର ପ୍ରିଓଜନ କିସପର ସମ୍ପଦ ଦୂଷିଲେ ଆପଣା ଧର୍ମନାଶ ।୬୧।ୟେକା ଗାଈ ହରଣେ ଯେ ଦୋଷ ଅପ୍ରମିତାବହୁତ ଗୋଧନ ହରଣେ ନରକେ ଗମିତା ।୬୨।ଶକୁନି ମନ୍ତ୍ରୀ ବୋଇଲା ହୋ ନ ଜାଣ ତୁମ୍ଭେ କିଛିସ୍ୱାମୀ ଆମ୍ଭର ସର୍ବ ସଇନି ବଧକଲା ବାଛି ।୬୩।ଯେବେ ଶରୀରେ ଥିବ ଛତ୍ରୀବୃତ୍ତ ପଣମାନହୀନେ ବ୍ରତୀବାର କେବଣ କାରଣ ।୬୪।ତ୍ରିଗର୍ତ୍ତ ମହାତମା ୟେ ଆମ୍ଭଂକୁ ଆଶ୍ରେକଲାରାଜ୍ୟହିଂ ନ ପାଇଲା ସନ୍ୟହିଂ ନାଶଗଲା ।୬୫।ଯେ ସେ ମାନଗୋବିନ୍ଦ ଶରଣ ରକ୍ଷଣ ପର ଦୁଖେ ଦୁଖୀଅନାସ୍ତ ଲୋକର କଷ୍ଟ ସେ ନୁଆରଇ ଦେଖି ।୬୬।ୟେସନେକ ବିଚାରନ୍ତେ ହୋଇଲା ଆହାର୍ଣ୍ଣିକ ବେଳେଆସ୍ତାନ ମଉଳିଲା ଯେ ମୁଣେହିଂର କାଳ ।୬୭।ଭୀଷ୍ମ ଦ୍ରୋଣ ବିଦୁର ରହିଲେ ଗୋପ୍ୟସ୍ଥାନେକେମନ୍ତ ବିଚାର ହୋ ଭାରଦ୍ୱାଦଶଂକର ନାନେ ।୬୮।ବିଦୂରେ ବୋଇଲେ ହେ ଉଭୟ ସଂକଟେନିଚୟେ ପୋୟେ ରହିଅଛନ୍ତି ବିରାଟେ ।୬୯।ଅନ୍ନ ନିମନ୍ତେ ସେ ପାଣ୍ଡବ ବ୍ରିକୋଦରବଲ୍ଲଭ ନାମେଣ ସେ ହୋଇଲା ସୂପକାର ।୭୦।ଦୋହରାଂକର ପ୍ରସନ୍ନେ ତାହାର ବଳବୁଦ୍ଧିନିତିପ୍ରତି ରାନ୍ଧଣା ଜାଣଇ ଗଉରୀ ଶଉରୀ ନଳବିଧି ।୭୧।ଦ୍ରୋଣେ ବୋଇଲେ ତ୍ରିଗର୍ତ୍ତ ବିରାଟକୁ ଯେତେବେଳେ ବନ୍ଦୀକଲାସହି ନୁଆରି ଭୀମ ସାଂଗ୍ରାମେ ପଶିଲା ।୭୨।ସଇନି ମାରି ବିରାଟ ତ୍ରିଗର୍ତ୍ତକୁ ନେଲା କେଶ ଧରିଯୁଝେଷ୍ଠିଂକର ଛାମୁରେ ନେଇଣ ପକାଇଲା ରୋଷଭରି ।୭୩।ବାବୁ ମହତ ସେ ଯେ ଧର୍ମରାୟେର ସୁତୟେତେ କଷ୍ଟେ ନାହିଂ ତାର ଚିତ୍ତରେ ବିକୃତ ।୭୪।ଭାଷ୍ମେ ବୋଇଲେ ପରକାର୍ଯ୍ୟେ ସେ ନ ମାରଇ ବଇରିତେନ୍ୟାୟୁ ତ୍ରିଗର୍ତ୍ତକୁ ଦିଲା ଛାଡିକରି ।୭୫।ଆହୋ ଦ୍ରୋଣେ କୋଇନ୍ତା ୟେ ତାଂକର ଅଟନ୍ତି ନିଜମାୟେତେଣୁକରି ଯୁଝେଷ୍ଠି ନାମ ବହିଲେ କୋନ୍ତ ଯେ ପଣ୍ଡାୟେ ।୭୬।ଦ୍ରୋଣଂକର ଆଗରେ ଗାଙ୍ଗବେ ପୁଣ ପୁଣ ପୁଚ୍ଛିଅଗ୍ୟାଂତବାସ ଆବର କେତେଦିନ ଅଛି ।୭୭।ଦ୍ରୋଣ ବୋଇଲେ ଯେ ୟେକାଦଶ ମାସ ଗଲାବରଷକୁ ନବଦିନ ଯେ ପ୍ରବେଶ ହୋଇଲା ।୭୮।ଭୀଷ୍ମେ ବୋଇଲେ ହୋ ଗୋପ୍ୟାନ କର ୟେହୁ କଥାମାନଗୋବିନ୍ଦ ନ ଜାଣୁ ୟେସନେକ ବାରତା ।୭୯।ବିଦୁର ବୋଇଲେ ହୋ ନ ବାର ଦ୍ରିଯୋଧନକୁସମସ୍ତେହେଂ ଚାଲ ଯିବା ଗୋଧନ ହରଣକୁ ।୮୦।ପୁଅନ୍ତ ଦେଖିବାନା ଅଛନ୍ତିଟି କି ଭଲେଦୋଷକୃତ ହରିବାନା ପାଣ୍ଡବଂକ ମୁଖ ଦେଖିଲେ ।୮୧।ଅଳପ ଅଳପ କରି ଚଳାଇ ଯିବା ବାଟଅଗ୍ୟାଂତବାସ ଗୋପ୍ୟ ଯେ ଆସି ହୋଇଲା ନିକଟ ।୮୨।ଅଗ୍ୟାଂତବାସ ଆସି ଯେ ସମାପତ ହୋଇଲେବାହୁଡ଼ାବେଳେ ପୁଅନ୍ତ ଘେନିଆସିବା ବନବାସ ସରିଲେ ।୮୩।ୟେସନେକ ବିଚାରନ୍ତେ ପ୍ରସରଇ ରୟଣୀସାଜନ୍ତି ସମଦଣ୍ଡ କର୍ଣ୍ଣ ଯେ ଶକୁନି ।୮୪।ଅଷ୍ଟାଦଶ କ୍ଷଉଣୀ ସମଦଣ୍ଡ ସାଜିମଣ୍ଡନ୍ତି ରଥଗଜ ମୟେମତ୍ତ ବାଜୀ ।୮୫।ନବପରାୟୁଧ ରଥ ବାଆନା ପରାୟୁଧ ମୟେମତ୍ତାଦଣ୍ଡା ମତ୍ତା ବାଘଡ଼ାନ୍ତ କେ କରୁ ଗଣିତା ।୮୬।ମହାବାରୁ ତୁରଙ୍ଗମେ ଯେ ପବନକୁ ବେଗେ ତେଜିଆକାଶ ଖେପିବାକୁ ସମାନ ଅଟନ୍ତି ସେହୁ ବାଜୀ ।୮୭।ଅଷ୍ଟରତ୍ନେ ଜଡ଼ି ଯେ କଣୟ ରଥମାନ ମଣ୍ଡିଛେଲ ଚକ୍ର ନାରାଜ କୁନ୍ତ ଯାଠି ଭୂଷଣ୍ଡି ।୮୮।କୃପ ଆଚାର୍ଯ୍ୟ ଯେ ରାୟେଗୁରୁ ଶଲ୍ୟଆଗଆଣି ଥାଠେ ଚଳିଲେ ଭାରଥେ ଭାରୋଇ ମଲ୍ଲ ।୮୯।ବିଂଶ କୋଟି ରଥ ବତିଶକୋଟି ମାତାଙ୍ଗପଞ୍ଚବିଂଶ ମେବଚ୍ଛ ଯେ ଚୋଖାର ତୁରଙ୍ଗ ।୯୦।ବେନିଲକ୍ଷ ଆଲମ୍ବ ଚାରି ମର୍ଭୁତ ପାଟଛତ୍ରଉଦଣ୍ଡ ୟେକଲକ୍ଷ ପାଞ୍ଚ ଅହିବ୍ରତ ।୯୧।ଚୋଖାର ତୁରଙ୍ଗମ ରାଉତ ସମସ୍ତେ ଦିଶନ୍ତି କୃଷ୍ଣବର୍ଣ୍ଣମୟୁର ଝାଲରୀ ଛତ୍ର ତରାସ କୃଷ୍ଣମେଘେ ଯେସନ ।୯୨।ଡାହାଣ ପଖାୟେ କର୍ଣ୍ଣ ଭାରୋଇ ମଲ୍ଲ ମହାରଥୀତାହାର ତୁଲେ ଯେ ରଣରଂକା ତିନି ମର୍ଭୁତ ଛତ୍ରୀ ।୯୩।ପାଞ୍ଚ ମର୍ଭୁତ ଗଜ ୟେକାଦଶ ମର୍ଭୁତ ହୟେରଥେ ପାତାଙ୍ଗ ଛତ୍ରେ ଦିଶନ୍ତି ରଙ୍ଗବର୍ଣ୍ଣ ମୟେ ।୯୪।ଡାଳିମ୍ବା ନେତ ଚାମର ଢାଳନ୍ତି ପାଞ୍ଚଲକ୍ଷଅମର ବୃନ୍ଦାଅର୍କ ଘେନି କି ବିଜୟେ ସହସ୍ରାକ୍ଷ ।୯୫।ବାମେଣ ଶକୁନି ଯେ ଭୂରିସର୍ବା ଅଶସ୍ତମାମାନବେ ଗୋଚର କି ୟେହାଂକର ମହିଂମା ।୯୬।ରଥେ ଶ୍ୱେତବର୍ଣ୍ଣ ପାତାଙ୍ଗ ଆଲମ୍ବ ଶ୍ୱେତବର୍ଣ୍ଣଶ୍ୱେତଚାମର ପାଞ୍ଚଲକ୍ଷ ପାଟଛତ୍ର ଶ୍ୱେତଚିହ୍ନ ।୯୭।ଢାଳନ୍ତି ଶ୍ୱେତଚାମର ତିନି ତିନି ଲକ୍ଷଶ୍ୱେତଶଙ୍ଖ ଫୁରଇ ରାଜା ଛାମୁରେ ତିନି ଯେ ମେବଚ୍ଛ ।୯୮।ଦଶ ମର୍ଭୁତ ରଥ ବିଂଶ ମର୍ଭୁତ ଶ୍ୱେତହାଥୀଶ୍ୱେତଅଶ୍ୱ ତିନି ସାଗର ଶକୁନି ଅଶସ୍ତମା ପଛକତି ।୯୯।ଭୀଷ୍ମ ଦ୍ରୋଣେ ମହାରଥୀ ଥାଠରେ ଆଗୟାଣିୟେସନେକ ସମ୍ଭର୍ବେ ଚଳନ୍ତି ସମଦଣ୍ଡ ଘେନି ।୧୦୦।ପାଞ୍ଚପରାୟୁଧ ରଥ ଦଶପରାୟୁଧ ଗଜଅସଂଖ୍ୟ ଅଶ୍ୱ ପାଦାନ୍ତି ୟେଗାର କ୍ଷଉଣୀ ସଜ ।୧୦୧।ବେଢିଣ ଆବୋରିଲେ ସମସ୍ତ ମହାରଥୀମଧ୍ୟ୍ୟେଣ ବିଜେକଲା ରାଜା ମାନଚକ୍ରବ୍ରତୀ ।୧୦୨।କଣୟମୟେ ରଥ ଅଷ୍ଟରତ୍ନେଣ ଜଡ଼ିଚଉଷଠିପନ୍ତି ହୀରା ଜଡ଼ିତ ରଥର ଫେର ଚିରି ।୧୦୩।ଶୁଦ୍ଧ ସଷ୍ଟିକ ରଥରେ ଛାୟେଣି କେଶରୀ ଲାଙ୍ଗୁଡ଼ ଚିହ୍ନଜୟନ୍ତିକ ନାମେ ସାରଥି ରଥ ମଣ୍ଡଇ ବିଦ୍ୟମାନ ।୧୦୪।ପାଞ୍ଚଲକ୍ଷ ପାଟଛତ୍ର ଦାସୀନେତ ଝାଳିଶତେ ଶତେ ଫେର ଗଜ ମୁକୁତା ମାଳି ମାଳି ।୧୦୫।କଣୟ ବାଟଳି ଘଟଣ କ୍ଷିଦ୍ର ହୀରାଜଡ଼ିମୁକୁତା ମାଳିକେ ଯେ ମାଣିକ୍ୟ ଚାରି ଚାରି ।୧୦୬।ହୀରା ନୀଳା ପୋୟେଳା ମଣି ମାଣିକ୍ୟ ଯେ ବଇଡୁର୍ଯ୍ୟ ମର୍କତଉପର ବେଢାୟେ ଶୋଭା ଦିଶନ୍ତି ଯେହ୍ନେ ମେଷ ମାସର ଆଦିତ୍ୟ ।୧୦୭।ଭଣ୍ଡାରକ ମୂଲ୍ୟ ୟେକ ପାଟଛତ୍ର ଗୋଟିସେପରି ମାନଗୋବିନ୍ଦର ତୁଲେ ଅଛି ଛତ୍ର ପାଞ୍ଚକୋଟି ।୧୦୮।ଅଷ୍ଟରତ୍ନେ ଧାଡ଼ି ଆଲମ୍ବ ଫରହରହୀରାରେ ଜଡ଼ିତ କଣ୍ଠ ଡାଳିମ୍ବ ଚାମର ଉପରେ ।୧୦୯।ତିନି ମର୍ଭୁତ ଆଲମ୍ବ ନବ ମର୍ଭୁତ ପାଞ୍ଚଲଖିପଞ୍ଚବିଂଶଲକ୍ଷ ଶ୍ୱେତଛତ୍ର ମୟୁର ଝାଲି ପକ୍ଷୀ ।୧୧୦।ବାମେ ବାଜୁ ଡାହାଣେ ବାଜୁ ମହା ମହା ସେହ୍ନାବିହଡ଼ନ୍ତି ରାଉତେ ସାହାସ ମଲ୍ଲ ଜେନା ।୧୧୧।ନିର୍ଭୟେ ବଳ ସେ ଯେ କାମପାଳଂକ ପ୍ରାସାଦେସମଦଣ୍ଡ ଚଳାଇ ସେ ଯେ ରାଜା ମାନଗୋବିନ୍ଦେ ।୧୧୨।ବେଦ ଆଧ୍ୟ୍ୟାନ କରନ୍ତି ମୁନିଗଣମାନେହାକନ୍ତି ଚଣ୍ଡପୁତ୍ରେ କୟେବାର ବିଧାନେ ।୧୧୩।ଶୁଭ ଅନକୂଳେ କହନ୍ତି ଜଉତିଷ ଗ୍ରହକାରୀମଙ୍ଗଳ ହୁଳ ହୁଳି ଦିଅନ୍ତି ସୁଲଭ କୁମାରୀ ।୧୧୪।ମକରମାସ ଶୁକଳ ପକ୍ଷ ଦ୍ୱିତୀୟାରେ ତିଥିପୁଷ୍ୟାଂ ନକ୍ଷତ୍ର ଭୋଗ ସେ ଦିନ ବା ବୃହଷ୍ପତି ।୧୧୫।ବାୟବ ନାମେ କରଣ ଆୟୁଷ ନାମେ ଯୋଗମକର ସଂକରାନ୍ତିକି ତିନିଦିନ ଭୋଗ ।୧୧୬।ସେ ଦିନ ଦଣ୍ଡ ଘେନିଣ ମାନଚକ୍ରବ୍ରତୀମଚ୍ଛଦେଶକୁ ପୟାଣ ଦେବ ପଚ୍ଛିମ ମୂରତି ।୧୧୭।ବିଦୁର ବିଜେକଲେ ପାରିଦଣ୍ଡ ଘେନିଭଣ୍ଡାର ବହିଅଛନ୍ତି ଅନେକ ସଇନି ।୧୧୮।ଗୁଣ୍ଠୁଣି ପଲାଣ କଲେ ବଇଲମାନ ରାଇୟେକ ବଇଲକେ ଲକ୍ଷେରତ୍ନ ପୂରୋଇ ।୧୧୯।ୟେ ବିଧିରେ ଦଶଲକ୍ଷ ପଲାଣ ବଇଲମଇଂଷି ଲଦନେ ଚଳନ୍ତି ସର୍ବମଲ୍ଲ ।୧୨୦।ରତ୍ନମଣି ମୁକୁଟ ସୀମଛିନ୍ନୀ କର୍ଣ୍ଣାଞ୍ଚଳ ବାହୁଟିତାଡ଼ଝୁମ୍ପା ସରଳ ନୂପୁର ମେଖଳା କଚଟି ।୧୨୧।ବିଦ ମୁଦି ପଦକ ହୃଦେ ଭୂଷଣ ଅଳଂକାରସମସ୍ତ ଯୋଦ୍ଧାନ୍ତ ଦାନ ଯେ ସମ୍ଭାର ।୧୨୨।ୟେକ ୟେକ ଯୋଦ୍ଧାକେ ଶତେ ଶତେ ପାଟଶାଢୀଦିଅନ୍ତି ବିଦୁରେ ଯେ ଭଣ୍ଡାର ଅଧିକାରୀ ।୧୨୩।ଦୁତୀୟାର ଦିନେ ଉଦେ କାଳ ଯୋଗିନୀମାହେଶ୍ୱରୀ ଉତ୍ତର ଗମନେ ବୃଷଭ ବାହିନୀ ।୧୨୪।ବିଦୁରେ ବୋଇଲେ ଶୁଣ ମାନଚକ୍ରବ୍ରତୀମହା ପ୍ରତାପୀ ରାଜା ତୁ ମହୀତଳେ ୟେକଛତ୍ରୀ ।୧୨୫।ମାନେ ମାନଗୋବିନ୍ଦ ପନ୍ନଗା ନାରାୟଣଅନୁବ୍ରତେ ବରବେଶ ଅସଂ ଅସଖ୍ୟ ଅପ୍ରମାଣ ।୧୨୬।ଅନୁବ୍ରତେ ବରବେଶ ଅସଂକ୍ଷେପ ଗାରିମାମାତାପିତା ଆଦିକରି କାହାକୁ ନାହିଂନା ମାନନା ।୧୨୭।ବ୍ରହ୍ମା ବିଷ୍ଣୁ ରୁଦ୍ର ଦେବତା ବିପ୍ର ଆଦିକାହାକୁହିଂ ନମସ୍କାର ତୋହୋର ନାହିଂଟି ସମ୍ପାଦି ।୧୨୮।ଚଉଷଠି ଲକ୍ଷଣ ଯେ ଚଉରାଶି ଗୁଣବନ୍ତାଅଭୟେ ସୋମବଂଶୀ ସୋହୋଡ଼ ଜଗଜ୍ଜିତା ।୧୨୯।ଶଙ୍ଖନିଧି ପଦ୍ମନିଧି ଯାହାର କରସ୍ଥଳେପାଷାଣେ କର ଲାଗନ୍ତେ ପାଣିଦ୍ରବ୍ୟ ହୋଅଇ ତତକାଳେ ।୧୩୦।ଚାଲନ୍ତେ ଚରଣୁଂ ଅବେଣ୍ଟ ପଦ୍ମଫୁଟିନାହିଂ ନୋହିବନା ୟେହି ମେଦିନୀ ନବସୃଷ୍ଟି ।୧୩୧।ଧାର୍ମିକ ବିବେକ ଯେ କଇଚ୍ଛା ଜଗଜ୍ଜେଠିତ୍ରଇଲୋକ୍ୟ ତ୍ରାସଇ ଯେ ଯାହାର ନାମଗୋଟି ।୧୩୨।ଭୂତ ଭବିଷ୍ୟ ଗ୍ୟାତାଂ ପଣ୍ଡିତ ଭିଗ୍ୟଂ ଦଚ୍ଛକଥାୟେ କହିବାକୁ କରଇ ସଂକୁଚ ।୧୩୩।ଦରହସିତ ବଦନେ ବୋଲଇ ମାନଚକ୍ରବ୍ରତୀକହସି ପିତାମହ ତୋହୋର ବାକ୍ୟପ୍ରତି ।୧୩୪।ବିଦୁରେ ବୋଇଲେ ବାବୁ ସେ ମତ୍ସଦେଶର କଥାବାବୁ ଆମ୍ଭେ ତୁମନ୍ତ କହୁଂ ତଥ୍ୟ ଯେ ବାରତା ।୧୩୫।ବାବୁ କୀଞ୍ଚକ ବଧକରି ଗନ୍ଧର୍ବ ପଞ୍ଚୁବୀରେଗୁପତେ ରହିଣ ଅଛନ୍ତି ସେହି ବିରାଟ ନବରେ ।୧୩୬।ସେହି ଗନ୍ଧର୍ବେ ମାଇଲେଟି ତ୍ରିଗର୍ତ୍ତର ଥାଠତାହାଂକର ଥିଲେ ନିରଖେ ନୋହୋଇଟି ବିରାଟ ।୧୩୭।ଅନମିତେ ଅକାରଣେ ଦଣ୍ଡ ଚଢିଗଲେଗନ୍ଧର୍ବେ ଯୁଝ ଅବଶ୍ୟ କରିବେଟି ଆମ୍ଭର ତୁଲେ ।୧୩୮।ବିଦୁରେ କହିଲେ ଯହୁଂ ପରମ ଅର୍ଥ ବାଣୀମତ୍ତ ଗରବେ ସେ କଥା କଉରୋବ ନ ଶୁଣି ।୧୩୯।ଅସୁର ସଭାରେ କାହିଂ ଧର୍ମ କଥା ଭଖାଣିବଧିରା ଶୁଣଇ କି କମ୍ବୁରସ ବାଣୀ ।୧୪୦।ବିପଦ କାଳରେ ନ ଫୁରଇ ସଦବୁଦ୍ଧିକୁମାର୍ଗ ବେଳେ କି ବିବାଦ ହୋୟେ ସାଧି ।୧୪୧।ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକିବିରାଟ କିସ ବାକ୍ୟ କହିଲା ଯୁଝେଷ୍ଠିକି ।୧୪୨।ଶୁଣ ବଇବସୁତ ମନୁ ଅଗସ୍ତିଂକ ବାକ୍ୟବିରାଟକୁ କେହୁ ସରି ପାଣ୍ଡବେ ଯାହାକୁ ସଂପକ୍ଷ ।୧୪୩।ଛାଡ଼ିଦ୍ୟନ୍ତେ ତ୍ରିଗର୍ତ୍ତ ଯେ ୟେଣେ ପଳାଇଲାପାଣ୍ଡବନ୍ତ ସଙ୍ଗେ ଘେନି ମଚ୍ଛାଧିପ ଗଲା ।୧୪୪।ଆପଣା କଟକେ ଯାଇଂ ହୋଇଲେ ପ୍ରବେଶରାଜ୍ୟ ପ୍ରଜା ଦେଖି ସର୍ବେ ହୋଇଲେ ଯେ ତୋଷ ।୧୪୫।ସଭାପଣ୍ଡା ପଣେ କ୍ରୋନ୍ତଭଟ୍ଟ ବିଜେକଲେରୋଷୁଅ ଘରକୁ ଯେ ବ୍ରିକୋଦର ଚଳିଗଲେ ।୧୪୬।ଗ୍ରନ୍ଥିକାର ରହିଲେ ଯେ ଅଶ୍ୱଶାଳେ ଯାଇଂସନ୍ୟବଳ ଯେ ଯାହାରେ ପ୍ରବେଶିଲେ ତହିଂ ।୧୪୭।ଆସ୍ତାନେ ବିଜୟେ ଯାଇଂ କଲା ମତ୍ସପତିକୋନ୍ତଭଟ୍ଟ ସଙ୍ଗେ ଘେନି କରେ ରାଜନୀତି ।୧୪୮।୪୯୯୫।
ବିରାଟ ବୀରବାହୁ ସହିତ ଯୁଦ୍ଧେ ଗମନ, ଗୋଧନ ହରଣ ନିମନ୍ତେ କୁରୁସୈନ୍ୟ ବିରାଟ ରାଜ୍ୟରେ ପ୍ରବେଶ ଓ ପୃଥନାର ସହଦେବ ସହିତ ଯୁଦ୍ଧଅଗସ୍ତି ବୋଇଲେ ଶୁଣ ମନୁ ନୃପବରେଅପୂର୍ବ ରହସ୍ୟ ଶୁଣ କିଛି ଦିନାନ୍ତରେ ।୧।କାଳନଉମୀ ବୋଲିକରି ମଘଦେଶେ ରାଜାବଳେ କୀଞ୍ଚକ ନାଶକଲା କଳପିବଳ ଗଞ୍ଜା ।୨।କାଳନଉମୀର ପୁତ୍ର ଅଟଇ ବୀରବାହୁପିତାର ନିଧନେ ଯେ ପଳାଇଲା ସେହୁ ।୩।କୀଞ୍ଚେକର ଭୟ ସେ ପଳାଇଲା ନିଜ ରାଜ୍ୟେ ଛାଡ଼ିଚାପେଣ ବସିଲା ସେ କପିଳ ରାଜ୍ୟ ମାଡ଼ି ।୪।ମଚ୍ଛଦେଶର ରାଜା ନୃପତି ଧର୍ମାଗତବଳେଣ କୀଞ୍ଚେକ ତାହାକଇଂ କଲାହତ ।୫।ତାହାର ପୁତ୍ର ଯେ ପକାଇଲା ତ୍ରିଗର୍ତ୍ତେଶରଣ ପଶିଲା ଯାଇଂ ଇନ୍ଦ୍ର ଯେ ପ୍ରଶସ୍ତେ ।୬।ସମଦଣ୍ଡ ଘେନି ଆସି ପାଇଲା ଅପଚୟେତାହାର ନିମନ୍ତେ ବାହିଲା କୁଞ୍ଜଗଳ ଦେଶରାୟେ ।୭।ୟେଣେ ତ୍ରିଗର୍ତ୍ତକୁ ଜିଣି ରାଜା ଉଚ୍ଛବ କରାଇକଳପି ଦେଶ ରାଜା ବୀରବାହୁ ତେଣେ ବାହି ।୮।ସାନନ୍ଦେଣ ବିରାଟ ଯେ ଆସ୍ତାନେ ବିଜୟେଦେଶାଉରମାନେ ବାରତା ଆସି କୟେ ।୯।ସ୍ୱାମୀ କଳପି ଦେଶର ରାଜା ଯେ ବୀରବାହୁସମଦଣ୍ଡ ହାଦେ ସାଜିଲା ସେ ସାଂଗ୍ରାମେଣ ରାହୁ ।୧୦।ଶୁଣିଣ ମୋହମାନ ହୋଇଲା ବିରାଟଆରେ ମୋହୋର କୀଞ୍ଚେକ ବୋଲି କର ତାଡ଼ଇ ଲଲାଟ ।୧୧।ଦୁଇରାଜ୍ୟ ଭୋଗ ମୋତେ କରାଇଲୁ ପୂର୍ବେୟେବେ ମୋତେ ରିପୁ କଳିଲା ରେ ତୋହୋର ଅଭାବେ ।୧୨।ବାବୁ ମୋହୋର ପରାୟେ ବାନ୍ଧବ ତୋତେ ନୋହୁତୋହୋର ପରାୟେ ବାନ୍ଧବ ମୋତେ ସର୍ବଦା ହୋଇଥାଉ ।୧୩।ବିରାଟକୁ ସମ୍ବୋଧନା କରନ୍ତି ଦେବ କୋନ୍ତେକିମ୍ପା ଅସାଷ୍ଟମ ହେଉଅଛୁ କିସ ଅର୍ଥେ ।୧୪।ଦଣ୍ଡ ସାଜି ଯିବା ଚାଲ ମଘଦେଶ ମଣ୍ଡଳେଜିଣିମା ବୀରବାହୁ ସମର ଧର୍ମବଳେ ।୧୫।ଆପଣେ ଉଭାହୋଇ ଦଣ୍ଡ ସାଜିଲେ ଦେବ କୋନ୍ତେଗ୍ରନ୍ଥିକାର ବାଜୀପାଳ ବଲ୍ଲଭ ସୂପକାର ସହିତେ ।୧୬।ଉତ୍ତର କୁମାର ବୋଲି ଯେ ବିରାଟର ଜ୍ୟେଷ୍ଠବତ୍ସାମଘଦେଶ ମଚ୍ଛଦେଶ କଲେ କଟକେ ପରିଚ୍ଛା ।୧୭।ରାଜ୍ୟଭାର ସିଂଘାସନ ଉତ୍ତର କୁମାରକୁ ସମର୍ପିଚଳିଲେ ଦଣ୍ଡ ଘେନି ଉତ୍ତର ରାଜ୍ୟ କଳପି ।୧୮।ବୀରବାହୁ ଦଣ୍ଡ ଘେନି ରହିଅଛି ନଇଷଧ ଦେଶେଚାଳିଶ ଯୋଜନ ପରିଯନ୍ତେ କେହୁ ନ ରହନ୍ତି କତିପାଶେ ।୧୯।ବୀରବାହୁର ଦଶ ମେବଚ୍ଛ ରଥ ବତିଶ ମେବଚ୍ଛ ହୟେଗଜ ଯୋଧ୍ୟ୍ୟା ନାହିଂ ଥାଠଯାକ ରାକ୍ଷସ ମୟେ ।୨୦।ଗୋ ବ୍ରାହ୍ମଣେ ଭକ୍ଷନ୍ତି ହାଥୀ ଘୋଡ଼ା ଆଦିକରିମେଷ ଛାଗଳ ବରେହା ଶ୍ରୀକାଳ ଘୁଷୁରୀ ।୨୧।ଜୀବନ୍ତେ ଦେଖିଲେ ଅବଶ୍ୟ ତାହା ମାରିଋଷି ତପୋଧନ ସ୍ତୀରିଲିଙ୍ଗ ନ ବିଚାରି ।୨୨।ବିହଡ଼ନ୍ତି ଦୁରାନ୍ତେକ ବେଳେ ତେଜେଣ ଅନର୍ଗଳାକାଦମ୍ବରୀ ପାନେ ମହାରସେ ହୋଇ ମତ୍ତଭୋଳା ।୨୩।ପଞ୍ଚଦଶ ଯୋଜନ ଚଳଇ ଥାଠ ମାଡ଼ିମଦିରା ପାନ ରକତେ ସେ ପୋଡାମାଂସ ଖେଡ଼ି ।୨୪।କଢା ବିଜିଘୋଷ ଯେ ମର୍ଦ୍ଦଳ ଦାଉଣ୍ଡିଟମକ ନିଶାଣ ଯେ ଘୁମୁରା ବାଦ୍ୟ ଖଣ୍ଡି ।୨୫।ବିକଟ ଦଶନ ଯେ ଉର୍ଦ୍ଧ୍ୱ ଖାଂକର କେଶପିଙ୍ଗଳ ବର୍ଣ୍ଣ ଶରୀର ବିକଟାଳ ବେଶ ।୨୬।ଓଟ ଗଧ ଶାର୍ଦ୍ଦୋଳ ବ୍ରାଘ ଭାଲୁକ ଲାଗିୟେହାନ୍ତ ଆରୋହିଣ ଥାଟ ଚଳଇ ବେଗି ବେଗି ।୨୭।ୟେସନେକ ଚଳଇ ନିଶାଚର ବଳ ଥାଠସରଜୁ ନଦୀ ତୀରେ ଓହୋ ଥାଟ ହୋଇଲେ ଯାଇଂ ଭେଟ ।୨୮।ମାନେବ ବଳ ଦେଖି ଦୁରାନ୍ତେକ ବଳ ବେଗିରେ ରେ କାର କରିଣ ଡାକ ଦେଇ ବେଗେଣ ଲାଗି ।୨୯।ସମଦଣ୍ଡ ଘେନି ବିରାଟ କଳପି ରାଜ୍ୟକୁ ଗଲା ତେଣେଦଣ୍ଡ ଘେନି ଦ୍ରିଯୋଧନ ବାହିଲା ପୁଣ ୟେଣେ ।୩୦।ପ୍ରଥମ ଦିନେ ସଇନି ଚଳିଲେ ଅତିବେଗେସେ ଦିନ ରହିଲେ ଯାଇଂ କୁଣ୍ଡଳୀ ବନଭାଗେ ।୩୧।ଆରେକ ଦିନ ପଞ୍ଚାଶ ଯୋଜନ ଯାଇକୁରାଣ୍ଡେକ ବନମାର୍ଗ ଠାବେ ରହି ।୩୨।ଆରେକ ଦିବସେକ ଥାଠ ସତେଇଶ ଯୋଜନ ଯାନ୍ତି ଅଚାର୍ଗଳି ।୩୩।ହସ୍ତିନାରୁ ବାହାର ଯେ ହୋଇଲେ ନବଦିନେସେ ଦିନ ବିଜେକଲା ରାଜା ଅସକନ୍ଦା ନାମେ ବନେ ।୩୪।ଦେଶାଉରେ ବାରତା ଯେ କହିବେ ଗୋପତେସ୍ୱାମୀ ମଚ୍ଛଦେଶେ ମଘଦେଶେ ନାହିଂ ବିରାଟ ନୃପତ୍ୟେ ।୩୫।ସ୍ୱାମୀ ବୀରବାହୁ ଦଣ୍ଡ ବାହିଲା ବିରାଟ ଉପରକୁସମଦଣ୍ଡ ଘେନି ବିରାଟ ବାହିଲା ତାହାର ଥାଠକୁ ।୩୬।ସ୍ୱାମୀ ଉତ୍ତର କୁମାର ବୋଲି ବିରାଟର ଜ୍ୟେଷ୍ଠ ବତ୍ସାତାହାକୁ ୟେକା ଥୋଇଗଲେ କଟକେ ପରିଚ୍ଛା ।୩୭।କଳପି ରାଜ୍ୟକୁ ବିରାଟ ଗଲା ଦଣ୍ଡ ଚାଳିପାତ୍ର ଅମନାତ୍ୟ ଯୋଦ୍ଧା ବାଦ୍ୟକାର ଆଦିକରି ।୩୮।ଭାଷ୍ମେ ବୋଇଲେ ବାବୁ କର ହୋ ଉପେକ୍ଷାଯାଇଂ କିସ କରିବା ନଗ୍ର ଯେବେ ତୁଚ୍ଛା ।୩୯।ତ୍ରିଗର୍ତ୍ତକୁ ହକାରିଣ ପଚାରିଲେ ମହାମଲ୍ଲଅଇଲୁଣି ଯେବେ ରାଜ୍ୟକୁ ଯିବା ଚାଲ ।୪୦।ତ୍ରିଗର୍ତ୍ତର ରାଜ୍ୟସୀମା ଆଦିକରିନିଜ ରାଜ୍ୟେ ୟେହାକୁ କରିବା ଧଣ୍ଡଧାରୀ ।୪୧।ଭୀଷ୍ମେ ବୋଇଲେ ବିରାଟକୁ ନ ଜିଣିଲେରାଜ୍ୟ ମାଡ଼ି ବସିବ କି ୟେହା ଛାର ବୋଲେ ।୪୨।ଭୀଷ୍ମଂକର ବଚନେ ପ୍ରତିବାକ୍ୟ ଦିଅଇ ତ୍ରିଗର୍ତ୍ତବିରାଟକୁ ନ ଜିଣିଲେ ରାଜ୍ୟ ମୋତେ ନୋହୋଇ ପରାପତ ।୪୩।ଶକୁନି ବୋଇଲା ୟେବେ ଯିବା କି ବାହୁଡ଼ିୟେତେକ ଆରମ୍ଭେ ଆମ୍ଭେ ଅଇଲୁ ଦଣ୍ଡ ଚଢି ।୪୪।ଶକୁନି ବୋଇଲା ତ୍ରିଗର୍ତ୍ତ ଗୋଧନ ପଲ ଅଛି କାହିଂସୁରଭି ପଲ ସୁବିଧାନେ ପାଇଲେ ଘେନିଯିବା ଅଡ଼େଇ ।୪୫।ମନ୍ତ୍ରୀର ବଚନେ ସେ ତ୍ରିଗର୍ତ୍ତ ମହୀପତେଗୋଗୋଷ୍ଠକୁ ଥାଠ ଯେ କଢାଇଲା ଗୋପତେ ।୪୬।ବାରାହୀ ନଦୀତୀରେ ଭାର୍ଗବୀ ନାମେ ବନତହିଂର ଉପରେ ଯେ ଗୋଧନ ପଲ ହେଉଛନ୍ତି ଦୋହନ ।୪୭।ଦୁହାଳ ଦୁଇପଦ୍ମ ବରତ ବାରଲକ୍ଷ ଗଣିତାଅଣ୍ଡିରା ବଚ୍ଛା ତିନିଲକ୍ଷ ମାଈ ପାଞ୍ଚ ମର୍ଭୁତା ।୪୮।ୟେକା ଗୋଷ୍ଠେକ ଯେ ୟେତେକ ଗାଈ ଅଛିକୋଟିୟେ ନବଲକ୍ଷ ଗୋପାଳ ତାହା ରଖି ।୪୯।ୟେକା ଗୋଷ୍ଠେକ ମାଡ଼ି ଅଛଇ ବେନି ଯୋଜନ ସ୍ଥଳୀଅମାପତ ଗୋପାଳେ ସେ ମହା ମହାବଳୀ ।୫୦।ଧବଳ କମଳ ସେ ସୁସଞ୍ଚ ଗୋକୁଳତହିଂର ପରିଚ୍ଛା ଯେ ଗୋପାଳ ତନ୍ତ୍ରୀପାଳ ।୫୧।ସମଦଣ୍ଡ ଘେନିଣ ଯେ କଉରବ ଚକ୍ରବ୍ରତୀଗୋଗୋଷ୍ଠେ ବେଢିଲେ ଯାଇଂ ରୟଣୀ ପାହାନ୍ତି ।୫୨।ମକର ମାସ ଶୁକଳପକ୍ଷ ଦୁତୀୟାର ଦିନ ରାଜା ଚଳିଲା ହସ୍ତିନାଉଂନବଦିନେ ଭେଟିଲା ମଚ୍ଛଦେଶେ ରାତ୍ରଦିବା ଚଳାଉଂ ।୫୩।ମକରମାସ ଶୁକଳପକ୍ଷ ଦଶମୀରେ ଦିନଭୃଗୁବାର ଆରଦ୍ରା ନକ୍ଷତ୍ର ବିଦ୍ୟମାନ ।୫୪।ବିଷ୍ଟିନାମେ କରଣ ଯେ ବିଷକୁମ୍ଭ ଯୋଗଅଷ୍ଟମରେ ଶନିଶ୍ଚର ରାହୁ ତୃତୀୟ ଘରେ ଭୋଗ ।୫୫।ସେ ଦିନ ରାତ୍ର ପାଞ୍ଚଘଡି ଥାଉଂ କଉରୋବ ମହାମଲ୍ଲଲକ୍ଷେପୁର କରି ସେ ବେଢିଲେ ଗୋଧନପଲ ।୫୬।ବଜାବନ୍ତି ବିଜିଘୋଷ ଟମକ ନିଶାଣବୀରତୁର ଦମା ଦାଉଣ୍ଡି ଯେ ନିର୍ଘାତ ବଜ୍ରବାଣ ।୫୭।ଭେରୀ ଦୋସରୀ ମର୍ଦ୍ଦଳ ମହୁରୀ ବୀର ଯେ କାହାଳୀଧର ଧର ମାର ମାର ଶବଦେ କୁରୁମ ଉଚ୍ଛୁଳି ।୫୮।ହାଥୀଂକର ଗରଜନ ଘଣ୍ଟାରବ ବାଣୀଛତ୍ରୀଂକର ଗୁଣ ଟଂକାର ଅଶ୍ୱଂକର ଖୁରୁଷାଣୀ ।୫୯।ଘଣ୍ଟି ଘାରୁଡ଼ି ଯେ ବୀର ଘଣ୍ଟମାନ ବାଜିଶବଦେ ମନ୍ଦର କି ପଡୁଅଛି ଭାଜି ।୬୦।ମହୀ ମନ୍ଥନ କରଇ କି ଅଭୟେ ବାରାନିଧିପୃଥୀ ହେଳ ଘେନି କି କମ୍ପଇ ଜଳଧି ।୬୧।ଶୁଣ ହୋ ବଇବସୁତ ମନୁ ତ୍ରଇଲୋକ୍ୟ କମ୍ପମାନଦିଗାମ୍ବର ପୁରୁଷମାନେ ଆସ୍ତାନ ତେଜୁଛନ୍ତି ଶୂନ୍ୟ ।୬୨।ୟେତେକ ଆରମ୍ଭେ ମହାଥାଠ ଗୋଗୋଷ୍ଠେ ଯାଇଂ ବେଢିଗୋପାଳେ ନ ଜାଣନ୍ତି ଗାଈଂକର ହମ୍ବାରଡି ।୬୩।ଗାଈଂକର ହେମ୍ବାରବ ବଚ୍ଛାଂକର ବୋବିଗୋପାଳଂକର ସୁସୁକାର ନଉଡ଼ି ପରାଭବି ।୬୪।ବାୟେଂଶୀର ଶବଦ ଘଣ୍ଟଂକର ଗରଜନଗାଈଂକର ବେଳେ ଘଣ୍ଟି ବାଜଇ ରୁଣଝୁଣ ।୬୫।ଧବଳୀ କମଳୀ ଯେ କାଳୀ କସୁରୀ ଶ୍ୟାମଳୀବଚ୍ଛାନ୍ତ ଦେଖାଇ ହାକନ୍ତି ଗାଈଂକ ନାମ ତୋଳି ।୬୬।ୟେତେକ ଆରମ୍ଭେ ବେଢି ଅଛଇ କୁରୁପତିତାହାଂକ ବେଢିବା ହାଦେ ଗୋପାଳେ ନ ଜାଣନ୍ତି ।୬୭।ଶୁଣ ହୋ ଚଇତନ ଗୋପାଳଂକର ବଡ଼ିମାପଣଦୋହନେ ବନ୍ଧନେ ଲାଗିଅଛନ୍ତି ଅପ୍ରମାଣ ।୬୮।ବିଶେଷେ ମକରମାସ କୁହୁଡ଼ି ଆଚ୍ଛନ୍ନକିଛିହିଂନ ଦିଶଇ ପୂରିତ ଗଗନ ।୬୯।ରୟଣୀ ପାହିଣ ବେଳେ ପ୍ରହରେ ହୋଇଲାକୁହୁଡ଼ି ଫିଟନ୍ତେ କଉରବ ଥାଠ ଯେ ଦିଶିଲା ।୭୦।ଗଉଡ଼େ କହିଲେ ଗୋସାଇଂ ଅବଧାନ ତନ୍ତ୍ରୀପାଳକେବଣ ରାଜାଟି ତୋହୋର ବେଢିଛି ଗୋକୁଳ ।୭୧।ଶୁଣିଣ ସହଦେବ ବଇଲ ପିଠିରେ ଉଠିଦେଖିଲାକ ସମଦଣ୍ଡ ଥାଠ ଧୃତରାଷ୍ଟି ।୭୨।କଣୟମୟେ ରଥେ ଦାସୀନେତ ପାତାଙ୍ଗକେଶରୀ ଲାଙ୍ଗୁଡ଼ି ଚିହ୍ନ ଫରହର ଉଚ୍ଛର୍ଗ ।୭୩।ସହଦେବ ଦେଖିଲା ଯେ କଉରୋବ ସଇନିଦ୍ରିଯୋଧନ ବିଜେକଲା ନିଜ ବଳ ଘେନି ।୭୪।ବଇଲ ପିଠିର ଯେ ତେଜ୍ୟା କରିଣ ତନ୍ତ୍ରୀପାଳଧାତିକାରେ ପ୍ରଣିପତ୍ୟ ପୃଥୁନା ପାଦତଳ ।୭୫।ଭୋ ମାତ ସମଦଣ୍ଡ ଘେନିଣ ଯେ ବିରାଟେକଳପି ରାଜ୍ୟେ ଗଲେ ସଙ୍ଗତେ ବଲ୍ଲଭ କୋନ୍ତଭଟ୍ଟେ ।୭୬।ବେନିରାଜ୍ୟ ତୁଚ୍ଛା ଗଜ ଅଶ୍ୱ ସନ୍ୟ ନାହିଂତ୍ରିଗର୍ତ୍ତର ଅଭିମାନେ ଯେ ମାନଗୋବିନ୍ଦ ଅଇଲା ବାହି ।୭୭।ମାଗୋ ବିରାଟ ସମ୍ପଦ ବୁଡ଼ିଲା ନୋହିଲା କିଛି ଭଲସମ୍ଭରେ କୁରୁପତି ଯେ ବେଢ଼ିଲା ଗୋରୁପଲ ।୭୮।ଯଦ୍ୟପି ଗୋରୁ ପଲ ଘେନି ସେ ଯିବ ହରିସମ୍ପୋତେ ନାଶଗଲା ବିରାଟର ହାଦେ ଶିରୀ ।୭୯।ମାଗୋ ତୋହର ଥାଆନ୍ତେ ବିରାଟ ଅନାସ୍ତ ହୋଇଅଛିକହ ଗୋ ଜଗତମାତା କେମନ୍ତେ ୟେ ହୋଇ ରକ୍ଷି ।୮୦।ତୁ ଦେବୀ ଗୋ ସୟଳ ଜନ ଚିନ୍ତାମଣିଭୂତ ଭବିଷ୍ୟ ବ୍ରତମାନ ଜାଣୁ ଗୋ ଗୋସାମଣି ।୮୧।ମାଗୋ ଗୋଧନ ପଲ ମୋହର ହରଣ ହେବ କି ତୋହୋର ଥିଲେମୁଂ ଆଉ ବ୍ରତିବି କି ଭୀମସେନ ଠାକୁରଂକର ଅଇଲେ ।୮୨।ତୁ ମହାମାୟୀ ରକ୍ଷାକର ଗୋ ମୋହୋର ଅପାଦଯେମନ୍ତେ ନ ପଦଇ ଗୋଧନ ପଲକୁ ପରମାଦ ।୮୩।ସହଦେବର ବିନୟ ଶୁଣିଣ ପୃଥୁନାବାବୁ ମୁହିଂ ତୋହୋର ଦାସର ଦାସ ଭୃତ୍ୟର ଭୃତ୍ୟ ସିନା ।୮୪।ଯେସନେକେ ଚକ୍ରୀ ଯେ ସ୍ରିଜଇ ମାଟି ଲେଚିତୁ ଯେଣିକି ଯିବୁ ମୁଂ ତେଣିକି ଯାଉଅଛି ।୮୫।ପ୍ରୋଥନା ବୋଇଲା ବାବୁ ତୁ ଲାଖ ମାତ୍ର ହୋଇ ମୋହୋର ସଙ୍ଗେ ଚାଲୟେହୁକ୍ଷଣି ମରଦିବି ମୁଂ ସମସ୍ତ କଉରୋବ ବଳ ।୮୬।ପ୍ରୋଥନା ବୋଇଲା ତୁ ୟେଥକୁ ନ କରି କିଛି ଭୟେମୁଂ ୟେହାନ୍ତ ବୁଝାଇ ଶ୍ରିକାଳଯୂଥ ପ୍ରାୟେ ।୮୭।ହୋଉକିନା ଗଜ ଅଶ୍ୱ ହୋଉକିନା ରଥୟେହିକ୍ଷଣି ମାରିଣ କରିବି ଭଗନସ୍ତ ।୮୮।କ୍ଷୀରୋଦ ଲଂଘିଲେ କି ରହଇ ମେଦିନୀବାସୁକି ଟଳିଲେ କେ ପାରଇ ଭାରା ଘେନି ।୮୯।ମୁଂହି ଯେବେ ସଞ୍ଚୟେ ଲଂଘିବି ୟେହୁବଳରଥ ଗଜ ଅଶ୍ୱ ଭାଂଜି କରିବି ନବସ୍ଥଳ ।୯୦।ତୁହି ମାତ୍ର ମୋହୋର ତୁଲେ ହୋଇଥିବୁ ସାଖାକାହିଂ ସମର କରିବି ଚାଲି ମୋତେ ଦେଖା ।୯୧।ପ୍ରୋଥନା ବାକ୍ୟ ଶୁଣିଣ ତନ୍ତ୍ରୀପାଳଧାଆଂରେ ନଉଡ଼ି ଘେନି ସମସ୍ତ ଗୋପାଳ ।୯୨।ଯାହାଂକର ସଂପକ୍ଷ ଜଗତମାତା ପ୍ରୋଥନାରଥ ଗଜ ଅଶ୍ୱ ସେ ମାରି କରୁ ଚୂନା ।୯୩।ବାସବର ବଚନେ ଯେହ୍ନେ ଚଳନ୍ତି ଦିଗପାଳେସେହି ସାରିକ୍ଷେ ବୀରେ ଧାମନ୍ତି ସମରେ ।୯୪।କଟିରେ ଦାଉଣୀ ବାଳ ଛନ୍ଦଣୀ କାଛଟାନ୍ତ ଭିଡ଼ିକରେଣ ଧରିଛନ୍ତି କେନ୍ଦୁସର ଲଉଡ଼ି ।୯୫।ଆରେକ କରେ ବଳବନ୍ତା ତାଳର ମୁଷଣ୍ଡିଲୋହବନ୍ଧ ଚଉସମ ବିବର୍ଣ୍ଣ କାଉଂରୀ ବାଡ଼ି ।୯୬।ଶିରରେ ଗୁଞ୍ଜରା ମାଳୀ ଲଲାଟେ ସୀମଛିନୀକରେ ବାବନ୍ତି ବାୟେଂଶୀ ମଧୁର ରସଧୁନି ।୯୭।ପାଦେଶ ନେପୂର ଘଣ୍ଟି ଘାଗୁଡ଼ି ଶବଦେମହୀ ହେଳ ଘେନୁଅଛି ଗମନ୍ତେଣ ପାଦେ ।୯୮।କଡ଼ା ମର୍ଦ୍ଦଳ ମୃଦଙ୍ଗ ବିଜିଘୋଷ ଘୁମୁରାସୁରା ମତୁଆଳେ ନାଚନ୍ତି ଗୋପାଳେ ମହାବୀର ।୯୯।ତାଳୁରେ ଚୂଳ କାହାର ସାତ ପାଞ୍ଚ ବେଣୀହୃଦରେ ମନ୍ଦାରମାଳ ଜାମୁଡାଳ ଶିରେ ଖଞ୍ଜଣୀ ।୧୦୦।ବଜାବନ୍ତି ବୀରତୂର କଂସାଳ ଝଞ୍ଜାଳ ଗୁଡୁଗୁଡ଼ିବାବନ୍ତି ଗାବନ୍ତି ନାଚନ୍ତି ଖେମଟା ନାଟଖଣ୍ଡି ।୧୦୧।ଆରେ ଆରେ ବୋଲି ଦିଲେକ ଘୋରରଡ଼ିଶରୀର ନ ଦିଶଇ ବୁଲାବନ୍ତେ ନଉଡ଼ି ।୧୦୨।କ୍ଷେପନ୍ତି ପାଦଗତି ଯେ ମତୁଆଳ ବଳଆଗେଣ ଧାମନ୍ତି ସେ ପରିଚ୍ଛା ତନ୍ତ୍ରୀପାଳ ।୧୦୩।ଲକ୍ଷେକ ଅଣ୍ଡିରା ବତ୍ସ ଘେନିଣ ପ୍ରୋଥନାବିହଡ଼ନ୍ତି ମାତାଙ୍ଗୀ ବିକଟାଳ ଘୋର ଗର୍ଜନା ।୧୦୪।ପ୍ରୋଥନାର ଆଗମ ସେ ଦେଖିଣ ସର୍ବଗାଈହେମ୍ୱାରବ କରିଣ ପଡ଼ିଲେ ସର୍ବେ ଧାଇଂ ।୧୦୫।ଗୋପାଳଂକ ମତ୍ତଭାବ ସେ ଦେଖିଣ କଉରୋବେଦ୍ରୋଣଂକର ବଦନ ଚାହିଂ ହସିଲେ ଗାଙ୍ଗବେ ।୧୦୬।କର୍ଣ୍ଣ ଶକୁନି ଯେ ଧୂଶାସନ ସହିତେଉପହାସ କରନ୍ତି ସମସ୍ତ ଅମନାତ୍ୟେ ।୧୦୭।ଦେଖ ହୋ ଗୋପାଳଂକର ଅଗ୍ୟାଂନ ମୂର୍ଖପଣଜାଣିଲୁ ତଦନ୍ତ ୟେହାଂକ ଇଚ୍ଛାୟେ ମରଣ ।୧୦୮।କାଦେମ୍ୱରୀ ପାନେ ବାୟେଂଶୀ ମତୁଆଳେନ ଚିହ୍ନନ୍ତି ପରାପର ଦନ୍ଦୁରେ ଗୋପାଳେ ।୧୦୯।ଗାଲତୂରୀ ମାରିଣ ପାଡ଼ନ୍ତି ଯେ ବୋବିକିଳିକିଳା ଶବଦେ କମ୍ପଇ ମହୀଦେବୀ ।୧୧୦।ସହଦେବ ବୋଇଲା ମାଗୋ ଶୁଣିମା ପୃଥୁନାଉପହାସ୍ୟ କରନ୍ତି ଗୋ କଉରୋବ ସର୍ବସେନା ।୧୧୧।ପ୍ରୋଥନା ବୋଇଲା ଲାଖମାତ୍ର ମୋତେ ହୋଇଥାଅ ସଙ୍ଗେମାରିବି କଉରୋବ ବଳ ତୋହୋର ବଇରାଗେ ।୧୧୨।ଅଛନ୍ତି କଉରୋବ ବଳ ମହା ମହା ରଥୀକାହାର ରଥେ ଶିଂଗ ମାରିବି କହ ତତକ୍ଷଣାନ୍ତି ।୧୧୩।ସହଦେବ ବୋଇଲା ଯଦ୍ୟପି ସେନାମାନେବଶ୍ୟପଣେ ଆସିଛନ୍ତି ଅବା ରାଜାର ବଚନେ ।୧୧୪।ଦେଖ ଦେଖ ମହାସମ୍ଭରେ ବିଜେ କରନ୍ତି ମାନଗୋବିନ୍ଦତାହାର ତୁଲେ ଆମ୍ଭର ନିଚୟଟି ଦ୍ୱନ୍ଦ ।୧୧୫।ଉପହାସ କରୁଛନ୍ତି ସେ କଉରୋବ ବୀରେଧାଇଂଣ ସହଦେବ ମିଳିଲା ରାଜାର ଛାମୁରେ ।୧୧୬।ଛାର ବୋଲି ତାହାକଇଂ କଲେ ସର୍ବେ ହେଳାରାଜାର ଛାମୁରେ ପ୍ରବେଶ ଗୋପାଳ ମହାବୀରା ।୧୧୭।ବାମ ଡାହାଣେ ବେନି ଲଉଡ଼ି ବୁଲାଇଦ୍ରିଯୋଧନ ରଥେ ସେ ପ୍ରହାର କଲା ନେଇ ।୧୧୮।ଶୁଣ ହୋ ଚଇତନ ଗୋପାଳଂକର ଚରିତଆକାଶୁ ଗରଜି ଯେହ୍ନେ ପଡ଼ଇ ନିରିଘାତ ।୧୧୯।ସେହିମତି ପଡ଼ିଲା ସେ ସହଦେବର ଯାଠିବେନିଫାଳ ହୋଇ ଦ୍ରିଯୋଧନ ରଥ ଗଲା ଫାଟି ।୧୨୦।ପୁଣ କୋପେ ସେ ପ୍ରହାର କଲା ଅତିବେଗେମୃଧନା ଫାଟି ପଡ଼ିଲେ ଚାରି ଯେ ତୁରଙ୍ଗେ ।୧୨୧।ବିଜେକେତନ ବୋଲି ଯେ ଦ୍ରିଯୋଧନର ସାରଥିଲଲାଟ ଫାଟି ସେ ପଡ଼ିଲା ତତକ୍ଷଣାନ୍ତି ।୧୨୨।ବିରଥୀ ହୋଇଣ ସେ ରାଜା ମାନ ଯେ ଗୋବିନ୍ଦଗଜେକ ଆରୋହିଲା ସେ କଉରୋବ ନରେନ୍ଦ୍ର ।୧୨୩।ସହଦେବ ପ୍ରହାରେ ଧାମଇ ପୃଥୁନାଶିଂଗ ମାରି ସେ ଗାଈମାନେ ରଥ କଲେ ଚୂନା ।୧୨୪।ଅଧର ବିକାଶିଣ ସେ ଧାମନ୍ତି ଗଳଗାଜିଶିଂଗ ପ୍ରହାର କରନ୍ତେ ସର୍ବେ ରଥ ଗଲା ଭାଞ୍ଜି ।୧୨୫।ଗୋପାଳ ପ୍ରହାର କଲେ ଲଉଡ଼ି ଶରଘାତେଅସାଷ୍ଟମେ ଅଶ୍ୱେ ପଡିଲେ ମୋହୋଗତେ ।୧୨୬।ମହାନାଗ ଆରୋହିଣ ମାନଚକ୍ରବ୍ରତୀସତୁରୀ ସତୁରୀ ଭାର ବେନିଗଦା ଘେନିଣ କୋପମୃତ୍ତି ।୧୨୭।ଧୁଶାସନ ଦୁଜୟ ଦୃବିନ୍ଦ ଦୁରାକର୍ଣ୍ଣଦୁରାନ୍ତେକ ଦୁର୍ମନ ଦୃମତ ଦୁରାସନ ।୧୨୮।ଦୁର୍ଗତ ଦୃନକ ଯେ ଦୃର୍ବଳ ଦୃଦକ୍ଷଦୁର୍ଭେୟେ ଦୁରାର୍ଣ୍ଣେକ ଦୁର୍ବାର ଦୁର୍ମଖ ।୧୨୯।ଦୃକାଳ ଦୁରାପକ୍ଷ ଦୃମଦ ଦୁରାଶୟେଦୃଶତ ଦୃପଦ ସେ ସଭିୟେଂ ୟେକଠାୟେ ।୧୩୦।ରାଜାକୁ କଟାଳ ସେ ଦେଖିଣ ସହୋଦରେରେ ରେ କାର କରି ସଭିୟେଂ ଓଗାଳିଲେ ସହଦେବ ଛାମୁରେ ।୧୩୧।କିହେ ମୂର୍ଖେ ପାମର ଅଗ୍ୟାଂନ ମୂଢ ଗୋପାଳଆରେ ରାହୁର ଛାମୁରେ କି ଚନ୍ଦ୍ରର କୋପାନଳ ।୧୩୨।ମଦିରା ରସପାନେ ମତାରଙ୍ଗ ଭୋଳହୋଇମରଣ ଭୁବିରେ ନ ଚିହ୍ନି କିସପାଇଂ ।୧୩୩।ଆମ୍ଭେ ସେ ମାନଗୋବିନ୍ଦ ଗୋଧନ ହରଣେ ଆସୁଗୋରୁନ୍ତ ଅଡ଼ାଇ ଚାଲରେ ତୁମ୍ଭନ୍ତ କେମନ୍ତେ କରି ପୋଷୁ ।୧୩୪।ଆରେ ମୂଢ ଗୋପାଳକୁ ତୁମ୍ବର ମହାପାତ୍ର ପଣେ ଶାଢୀ ଦେବୁମୁକୁଟ ଯୋଦ୍ଧା ସମାନେ ତାହାକୁ ପାଳିବୁ ।୧୩୫।ମୁକୁଟ କର୍ଣ୍ଣାଞ୍ଚଳ ଯେ ବାହୁଟି ସରଳସବୁନ୍ତି ଆଭରଣ ଦେବୁ ଆମ୍ଭର ହୁଅରେ ଗୋପାଳ ।୧୩୬।ଶଲଘ୍ୟ ବଚନ ଶୁଣି ଧୁଶାସନ ବୀରକୋପେ ସହଦେବ ଯଷ୍ଟି କଲାକ ପ୍ରହାର ।୧୩୭।ଧୁଶାସନ ରଥ ଭାଞ୍ଜି ସବୁ ହେଲା ଚୂନାଆଡ଼େଣି ଫୁଟିଲା ଯେ ତୁଟିଲା ବଜ୍ରସେହ୍ନା ।୧୩୮।.ଅଶ୍ୱ ସାରଥିକି ଯେ ପିଟିଲେ ଗୋପାଳେବିରଥେ ଧୁଶାସନ ପଡ଼ିଲା ମହୀତଳେ ।୧୩୯ ।ଧୁଶାସନର ବିରଥୀ ଦେଖିଣ ରାଧେବଆଗେ ରଥ ଟେକନ୍ତେ ସେ ଦେଖିଲା ସହଦେବ ।୧୪୦।ଆରେ ଗୋପାଳ ବୋଲି ଶ୍ରୀକରେ ଚାପ ଧରିଗୋପାଳଂକ ଉପରକୁ ପେଷିଲା ନାରାଜ ଚାରି ।୧୪୧।ଲଉଡ଼ି ବୁଲାନ୍ତେଣ ଗୋପାଳ ତନ୍ତ୍ରୀପାଳ ଜେନାକର୍ଣ୍ଣର ଶହସ୍ରମାନ ଭାଙ୍ଗି କଲା ଚୂନା ।୧୪୨।ସହଦେବକଇଂ କଟାଳିଲା ଯେ କର୍ଣ୍ଣ ମହାରଥୀଶତେକ ନାରାଜ ବିନ୍ଧିଲା ତତକ୍ଷଣାନ୍ତି ।୧୪୩।ଅଗ୍ନି ସାରିକ୍ଷେ ସେ ଦିଶଇ ତୀଖମୁନାସହଦେବ ଲଉଡ଼ି ବୁଲାନ୍ତେ ସର୍ବ ହେଲା ଚୂନା ।୧୪୪।ଦେଖିଣ ପୃଥୁନା ସେ ଧାଇଂଲା ଗଳଗାଜିଶିଂଗ ମାରନ୍ତେ କର୍ଣ୍ଣର ରଥ ଗଲା ଭାଞ୍ଜି ।୧୪୫।କର୍ଣ୍ଣ ବିରଥୀ ଯେ ହୋଇଣ ଅପସରିଧାଇଂଲେ ଗୋପାଳେ ଯେ ବୁଲାଇ ନଉଡ଼ି ।୧୪୬।ଘୋରରଡ଼ି କରିଣ ସେ ଗୋପାଳ ବୀରେ ଉଠିଯୋଦ୍ଧାଂକ ଉପରେ ସେ ପ୍ରହାର କଲେ ଯାଠି ।୧୪୭।ବହୁତ ଯୋଦ୍ଧା ବାଣ ବିନ୍ଧନ୍ତି ଅବିଚ୍ଛନ୍ନେଗୋପାଳନ୍ତେ ଆବୋରି ରହିଲେ ଗାଈମାନେ ।୧୪୮।ଗୋରୁଂକର ହେମ୍ୱାରବ ଶବଦ ପ୍ରଚଣ୍ଡପ୍ରୋଥନାର ତୁଲେ ଛନ୍ତି ପାଞ୍ଚଲକ୍ଷ ଷଣ୍ଢ ।୧୪୯।ଷଣ୍ଢଂକର ଶିଂଗ କି ପରିଘ ତୀକ୍ଷମୁନାବିନ୍ଧନ୍ତେ ଅଶ୍ୱ ରାଉତଂକର ଫୁଟଇ ବଜ୍ରସେହ୍ନା ।୧୫୦।ଗୋରୁଂକର ସମର ଦେଖି ଭାଜିଲେ ସର୍ବେ ରଣେଅମଳାଣ ସୁରଭିପଲ ଦେଖି ଭାଞ୍ଜିଲେ ଭୀଷ୍ମ ଶଲ୍ୟ ଦ୍ରୋଣେ ।୧୫୧।ଭୂରିସର୍ବା କୃପା ଆଚାର୍ଯ୍ୟ ଶଲ୍ୟ ଅଶସ୍ତମାବାଲହୀକ ସୋମଦତ୍ତ ଆବର କୃତବର୍ମା ।୧୫୨।ସମସ୍ତେହେଂ ଭାଞ୍ଜିଲେ ଗୋହତ୍ୟା ଦୋଷ ବୋଲିମାଡ଼ିଣ ଗୋଧନ ପଲ ପଶନ୍ତି ଥାଠେ ପେଲି ।୧୫୩।ମାରନ୍ତି ଗୋମାତାୟେ ଶିଂଗ ହାଥୀଂକର ପଛଗୁଦେପାଦାନ୍ତି ବଳ ମର୍ଦି ହୋଇଲେ ଗୋରୁଂକ ଖୁରେ ହାଦେ ।୧୫୪।ଶିଂଗେ ମାରନ୍ତେଣ ଫୁଟନ୍ତି ଗଜ ହୟେଗାଈଶିଂଗ ଦିଶନ୍ତି ରକ୍ତବର୍ଣ୍ଣ ପ୍ରାୟେ ।୧୫୫।ଅନିର୍ବାରଣ ସମର ହୋଇଲା ମହାଯୁଦ୍ଧଅନେକ ସଇନି ଯେ ପଡ଼ିଲେ ରଣମଧ୍ୟ ।୧୫୬।ଅସମ୍ଭାଳ ହୋଇଣ ସେ ପଳାବନ୍ତି ଥାଠପଡ଼ିଲା ବହୁତ ପୟେଡ଼ ନ ପାଇଲେ ବାଟ ।୧୫୭।ସନ୍ୟ ପଳାବନ୍ତେ ବନକନ୍ଦରମାନେଚୂର ହୋଇ ଯାଉ ଅଛି ସେ ସଇନିଂକର ଗହନେ ।୧୫୮।ପଞ୍ଚଦଶ ଜୂଣ ଯାୟେ ସେ ପାୟେଡ଼ା ପଡ଼ିଲାଅନେକ ସନ୍ୟ ସେ ଖୁରଘାତେ ଚୂରଗଲା ।୧୫୯।ଦଶ ସହସ୍ର ରଥ ଅହିବ୍ରତେକ ହାଥୀବେନିଲକ୍ଷ ତୁରଙ୍ଗମ ତିନି ପରାୟୁଧ ପାଦାନ୍ତି ।୧୬୦।ୟେତେକ ସଇନି ପଡ଼ିଲା ଗୋଧନ ସମରେଭଗ୍ନଗଳ ଘେନି ରହିଲା ରାଜା ବାରହୀ ନଦୀର ତୀରେ ।୧୬୧।ସହଦେବ ମୁଂଖ ଚାହିଂ ବୋଲଇ ପ୍ରୋଥନାବାବୁ କଟାଳ ନ କର ୟେହୁ ଭଗ୍ନବଳ ସିନା ।୧୬୨।ଗୋପାଳନ୍ତ ତିଆରି ଗୋଧନ ପଲ ଚାଲ ଘେନିଯିବାପୁଣି ଦ୍ରିଯୋଧନ ବାହୁଡ଼ିଲେ ଲେଉଟି ସମର କରିବା ।୧୬୩।ଆଦିତ୍ୟ ଅସ୍ତ ଯହୁଂ ହୋଇଲା ରୟଣୀବାହୁଡ଼ଇ ତନ୍ତ୍ରୀପାଳ ସୁରଭି ପଲ ଘେନି ।୧୬୪।ବିରସେ କଉରୋବ ବଳ ରହିଲେ ଗଙ୍ଗାକୂଳେପାଆ ମଡ଼ା ସନ୍ୟମାନେ ରୋବନ୍ତି ବିକଳେ ।୧୬୫।ଦ୍ରିଯୋଧନ ସନ୍ତାପିଲା ଭୀଷ୍ମ ଦ୍ରୋଣ ମୁଖ ଚାହିଂଆସନ୍ତେ ବାରିଲ ତୁମ୍ଭେ ବୋଲ ନ କଲଇ ମୁହିଂ ।୧୬୬।ତହିଂର ରାଗ ମୋତେ କଲ କି ଗୁରୁ ହେସମର ନ କରି ତୁମ୍ଭେ ଘୁଞ୍ଚିଲ କି ଯତନେହେଂ ।୧୬୭।ବହୁତ ଝିଂଘାସି ସେ ବୋଇଲା କୁରୁଦେବଶୁଣିଣ ପ୍ରତିବାକ୍ୟ ଯେ ଦିଲେକ ଗାଙ୍ଗେବ ।୧୬୮।ବାବୁ ଦେଖୁଂ ଦେଖୁଂ ଗୋଧନ ପଲ ହେଲା ବଡ ହତ୍ୟାମାଇଲେ ତୋତେ ଦୋଷ ହୋଇବ ଅପ୍ରମିତା ।୧୬୯।ବାବୁ ଆମ୍ଭେ ଶହସ୍ର ଧରିବା ବାହା ଆମ୍ଭର ଶୁଦ୍ଧିସମରେ ମାଇଲେ ଆମ୍ଭଂକୁ ଦୋଷ ନାହିଂଟି ବିଧି ।୧୭୦।ତୁ ଯେ ନରେନ୍ଦ୍ର ପୃଥୀ ପାଳକ ଅଧିକାରୀସମସ୍ତ ଦୋଷମାନ ତୋତେହେଂ ଆବୋରି ।୧୭୧।ବାବୁ ପାପକଲେ ତୋର ପୁଣ୍ୟକଲେ ଆମ୍ଭରନ ମାରି ଅପସରିଲୁ ୟେ ନିମନ୍ତେ ଦୁଖ ତୋହୋର ।୧୭୨।ଦ୍ରିଯୋଧନ ବୋଇଲା ଯୁଧ୍ୟେଣ ପଶିଲେହତ୍ୟା ନ ଲାଗଇଟି ଗୋ ବ୍ରାହ୍ମଣ ମାଇଲେ ।୧୭୩।ଯଦ୍ୟପି ଗୋ ହତ୍ୟା ହୋ ପଡ଼ିବ ଆଜର ଯୁଦ୍ଧେଲାଗୁ ପଛେ ହତ୍ୟା ମୋତେ ଗୋରୁ ପଡ଼ିଲେ ରଣ ମଧ୍ୟେ ।୧୭୪।କୃତବର୍ମା ବୋଇଲେ ବାବୁ ଶୁଣ ପୂର୍ବର କଥାଆକାଶ ଗଙ୍ଗାରେ ସ୍ରାହାନ କରନ୍ତେ ଈଶ୍ୱର ଦେବତା ।୧୭୫।ନିତ୍ୟକର୍ମ ବିଧାନ ନିମନ୍ତେ କୁଶବିଡ଼ା ଥୋଇଲେ ନଦୀକୂଳେଆକ୍ରେଷିଣ ହର ଯେ ପଶିଲେ ମହାଜଳେ ।୧୭୬।କର ଚରଣ ଅଙ୍ଗୁଷ୍ଠି ଶଉଚବନ୍ତ ଧାପନଆଷ୍ଟାଙ୍ଗଯାକ ମାଜଣା କରନ୍ତି ଦେବ ତ୍ରିଲୋଚନ ।୧୭୭।ସୁରଭି ଦୁହିତା ନନ୍ଦନୀ ଆକାଶୁଂ ଆସଇ ଯେ ଚରିଅଧାର ନିମନ୍ତେ ଖାଇଲା ସେ ଈଶ୍ୱରଂକ କୁଶବିଡ଼ି ।୧୭୮।ଜଳରୁ ବାହାର ଦେବ ହୋଇଲେ ଅତି ବେଗେଗାଈକି ତ୍ରିଶୂଳ ଯେ ମାଇଲେ ଅତି ରାଗେ ।୧୭୯।ବକ୍ଷସ୍ଥଳେ ପଡିଲା ଯେ ରୁଦ୍ରଂକର ତୀଖଦଣ୍ଡତତକ୍ଷଣେ ଛିଡ଼ି ପଡିଲା ଗୋ ନନ୍ଦନୀର ମୁଣ୍ଡ ।୧୮୦।ଛିଡ଼ିଲା ଗୋ ମୁଣ୍ଡଗୋଟି ଉଠିଲା ଧାତିକାରେଗୋମୁଣ୍ଡ ଲାଗିଲା ଯାଇଂ ରୁଦ୍ର ଦେବତାଂକ କରେ ।୧୮୧।ଅନେକ ତୀର୍ଥେ ଧର୍ମ କଲେକ ବିଶ୍ୱନାଥେତଦ୍ୟାପି ନ ଛାଡ଼ିଲା ମୁଣ୍ଡ ଈଶ୍ୱରଂକର ହାଥେ ।୧୮୨।କୃତବର୍ମାୟେ ବୋଇଲେ ଶୁଣ ହୋ କୁରୁପତିଭଇରବ ରୂପେ ସେ ମୁଣ୍ଡ ବହିଲେ ପଶୁପତି ।୧୮୩।ସମସ୍ତ ଦୋଷ ହରଇ ବ୍ରହ୍ମହତ୍ୟା ସ୍ତିରିହତ୍ୟା ଆଦିକରିକଦାଶ୍ଚିତେ ଗୋହତ୍ୟା ଦୋଷ ନ ଯାଇ ଅପସରି ।୧୮୪।ରୁଦ୍ର ଯେ ହତ୍ୟା କଲେକ ଅନମିତେସେ ଦୋଷ ଛାଡ଼ିଲା ଯେ ମଣିକର୍ଣ୍ଣିକାର ତୀର୍ଥେ ।୧୮୫।ଗୋହତ୍ୟା ଦୋଷ ଯେ ନ ଯାଇ କହଣାତୁ ଯେ ପରମ ପଣ୍ଡିତ ହେଉଅଛୁ ବଣା ।୧୮୬।ଦ୍ରିଯୋଧନ ବୋଇଲା ମୁଂ ୟେହା ନ ଶୁଣଇମୋହୋର ବେଳେ ସେ କଥା ନୁଆରଇ ସହି ।୧୮୭।ମୋଠାରେ ଯାହାର ଅଛଟି ହୋ ଆଶମାର ଗୋଧନ ପଲ ମୁଂ ପଛେ ଯାଇ ନାଶ ।୧୮୮।ମହାମତ୍ତ ନାଗେକ ଚଢିଣ କୁରୁପତିନେଉଟି ବିଜେକଲା ରାଜା ମାନଚକ୍ରବ୍ରତୀ ।୧୮୯।ରାଜାର ନିରାପକ୍ଷ ଆଗ୍ୟାଂୟେ ଭାଷ୍ମ ଦ୍ରୋଣେମାର ମାର ବୋଲି ବାହୁଡ଼ିଲେ ତତକ୍ଷଣେ ।୧୯୦।ମହାଗୋଳ ଗହଳ ଶୁଭଇ ଅପ୍ରମିତାସହଦେବ ବୋଇଲେ ସଇନି ବାହୁଡ଼ିଲେ ମାତା ।୧୯୧।ଶରଣ ପଞ୍ଜର ରାଜା କଇଚ୍ଛା ଜଗଜ୍ଜେଠୀଗୋହତ୍ୟା ଦୋଷ ନ ବାଛି ବାହୁଡ଼ିଲେ ସର୍ବ ଘୋଟି ।୧୯୨।ପ୍ରୋଥନା ବୋଇଲା ସେ ଆସୁ ଆପଣେ ଗୋଗୋଷ୍ଠକୁୟେ ଘାନ୍ତି ପୟେଡ଼ ଜଣେ ନ ଥୋଇବି କାହାକୁ ।୧୯୩।ତୋହୋର ସୋଦର ବୋଲି ମୋହୋର ଉପ୍ରୋଧତେଣୁକରି ମୁଂହି କଲି ଅଳପ ହେଲା ଯୁଦ୍ଧ ।୧୯୪।ବାବୁ ପରକାର୍ଯ୍ୟେ ତୁମ୍ଭେ ରିପୁ ନ ନାଶ ବୋଲିବାବୁ ତୋହ ନିମନ୍ତେ ମୁଂ ହେଳଯୁଦ୍ଧ କଲି ।୧୯୫।ୟେଘାନ୍ତି ପ୍ରତଗ୍ୟାଂ ସମର ମୋହୋର ଦେଖୁବୁଡ଼ିଲା ବଂଶ ତାହାର କେ ପୁଣ ଆଜ ରଖୁ ।୧୯୬।ପବନୁଂ ବେଗ ହୋଇ ଆସନ୍ତି ଗୋକୁଳଦଣ୍ଡ ଘେନି କଉରୋବେ କଲେକ କଟାଳ ।୧୯୭।ଆଗେଣ ଗୋଧନ ପଲ ପଛେ ତନ୍ତ୍ରୀପାଳନେଉଟି ଉଗାଳିଲେ କୁରୁସାଗର ଗଳ ।୧୯୮।ନଉଡିଂକର ପଡ଼ିତାଳ ବାଜଇ ତଡ଼ବଡ଼ିପୃଥୀ ଡିଙ୍ଗର ଉଛୁଳିଲା ଗୋପାଳଂକର ଘୋରରଡ଼ି ।୧୯୯।ସମଦଣ୍ଡ ଘେନି ରହିଲେ ଥମ୍ଭୀଭୂତ ହୋଇଭାଷ୍ମେ ପ୍ରଶଂସା କରନ୍ତି ଗୋପାଳନ୍ତ ଚାହିଂ ।୨୦୦।ଭାଷ୍ମେ ବୋଇଲେ ରେ ଗୋପାଳ ଧନ୍ୟ ତୋ ଜୀବନ ଗୋଟିଦ୍ରୋଣେ ବୋଇଲେ ଭୀଷ୍ମେ ସହଦେବ ୟେହିଟି ।୨୦୧।ଭୀଷ୍ମେ ବୋଇଲେ ହୋ ସୁଫଳ ଆଜଦିନଧନ୍ୟ ଶୁଭବେଳେ ହୋଇଲା ଦେଖିଲୁଂ ପୁତ୍ରଂକ ବଦନ ।୨୦୨।ବନସ୍ତର ଭିତରେ ଅନେକ ବିଦ୍ୟା ସାଧିହୋଇଲେ ବୀରବର ମହାମନ୍ତ୍ର ପ୍ରବୋଧି ।୨୦୩।ସମରେ ସମ୍ଭର୍ବେ ଯେ ଗୋପାଳ ରହିଲାଗୋଧନ ପଲ ଘେନି ପ୍ରୋଥନା ଚଳିଗଲା ।୨୦୪।ଗୋପାଳମାନେ ଗଲେ ଗାଈନ୍ତ ଅଡ଼ାଇସହଦେବ ୟେକାନ୍ତେ ରହିଲେ ରଣଭୂଇଂ ।୨୦୫।ରୟଣୀ ପ୍ରଭାତେ ଉଦେ ଗଗନ ବିହାରୀଳକ୍ଷେପୁର କରି ଥାଠ ସହଦେବକୁ ବେଢି ।୨୦୬।ଦୂରେ ଥାଇ ହାକ ଦିଅଇ କଉରୋବ ଶିରୋମଣିପ୍ରାଣେ ନ ମାରି ଗୋପାଳକୁ ଜୀବନ୍ତା ଧର ୟେହିକ୍ଷଣି ।୨୦୭।ୟେହାକୁ ହୋଇଲେ ମୋର ସମସ୍ତ କାର୍ଯ୍ୟ ଭଲତେବେ ସେ ପ୍ରାପତ ମୋତେ ହୋଇବ ଗୋଧନ ପଲ ।୨୦୮।ମଘ ମଚ୍ଛଦେଶ ରାଜ୍ୟର ପାଇବ ସର୍ବଭେଦୟେ ଗୋପାଳକୁ ଧଇଲେ ମୋହୋର ହୋଇବ ସକଳ ସମ୍ପଦ ।୨୦୯।ଅସଂଖ୍ୟ ସାଗର ଯେ କୁରୁବଳ ସଇନଖେଳନ୍ତା ସିଂଘ ଯେହ୍ନେ ସହଦେବ ତେସନ ।୨୧୦।ଯଦ୍ୟପି କଉରୋବ ସନ୍ୟ ଅଟନ୍ତି ମତ୍ତନାଗଅଜାଯୂଥ ରହଇ କି କେଶରୀର ଆଗ ।୨୧୧।ମହାବିକ୍ରମ ଯେ ଅଭୟେ ବାରାନିଧିକତିକି କେହି ଭରସି ନୁଆରନ୍ତି ସର୍ବଯୋଧୀ ।୨୧୨।ଜାଣି ଭୀଷ୍ମ ଦ୍ରୋଣ ହୋଇଲେକ ହେଳାବିହଡ଼ଇ ଗୋପାଳ ସେ ତେଜ ଅନର୍ଗଳା ।୨୧୩।ପୁଣି ଆଗ୍ୟାଂଦିଲା ରାଜା ମାନ ଯେ ଗୋବିନ୍ଦଧରି ଯେବେ ନୁଆରିଲ ସମସ୍ତ ବେଢି ବିନ୍ଧ ।୨୧୪।ରାଜାର ବଚନେ ସଭିହେଂ ପୂରୋଇଣ ବାଣବେଢି ଯୋଦ୍ଧାୟେ ନାରାଜ ବିନ୍ଧିଲେ ତତକ୍ଷଣ ।୨୧୫।କେ ଶତେ କେ ସହସ୍ରେକ କେ ଅବା ଅହିବ୍ରତେକେହୁ ଲକ୍ଷେ ନାରାଜ ବିନ୍ଧିଲେ ଅପ୍ରମିତେ ।୨୧୬।ଯେସନେକେ କକଡା ମାସେ ବରଷେ ଜଳଧାରତେସନେକ ଯୋଦ୍ଧାୟେ ବିନ୍ଧନ୍ତି ଅନିର୍ବାର ।୨୧୭।କରେ ନଉଡ଼ି ଘେନିଣ ଗୋପାଳ ଚୂଡାମଣିନଉଡ଼ିରେ ଜଗଜ୍ଜିତା ମଣାଇ ଅଛନ୍ତି ଚକ୍ରପାଣି ।୨୧୮।ଯେତେକ ଶହସ୍ର ଯୋଦ୍ଧାୟେ ବିନ୍ଧୁଛନ୍ତି ତୋଳିସହଦେବ ନଉଡ଼ିରେ ସମସ୍ତ ହୋୟେ ଧୂଳି ।୨୧୯।କୁମ୍ଭାର ଚକ୍ର ଯେହ୍ନେ ଭ୍ରମଇ ଅନ୍ତରୀକ୍ଷେବାମ ଡାହାଣେ ନଉଡି ବୁଲାଇ ସେହି ସାରିକ୍ଷେ ।୨୨୦।ଶୁଣ ହୋ ମନୁ ପୁରୁଷ ଶ୍ରୀଜଗନ୍ନାଥଂକର ମାୟାକନ୍ଧରୁ ସହଦେବର ବାହାରିଲା ବେନିବାହା ।୨୨୧।ସଂକଟବେଳେ ପ୍ରସନ୍ନ ହୋଇଲେ ଦେବରାଜସମରେ ସହଦେବ ହୋଇଲେ ଚତୁର୍ଭୁଜ ।୨୨୨।ବେନିଭୁଜରେ ସହଦେବ ବାୟେଂଶୀ ଗୋଟିୟେ ଘେନିପ୍ରୋଥନା ନାମ ଧରି ସେ ଉଞ୍ଚେ କଲା ଧୁନି ।୨୨୩।ନାରାୟଣଂକର ଦିଲାର ଯେ ମଧୁର ସୁସ୍ୱରଭେଦନ୍ତେ ଛତ୍ରୀମାନେ ଶହସ୍ର ଧରି ନୁଆରନ୍ତି କର ।୨୨୪।ଅନଙ୍ଗ ବାଣେ ଯେହ୍ନେ ଅସାଷ୍ଟମ ହୁଅନ୍ତି ପ୍ରାଣୀସମସ୍ତ ବଶ ହୋଇଲେ କୃଷ୍ଣର ବଂଶୀ ଶୁଣି ।୨୨୫।ଯେବଣ ବେନିଭୁଜ ସେ ହୋଇଅଛି ସମ୍ଭୂତପ୍ରତକ୍ଷେ ଅଟଇ ସେ ଶ୍ରୀଜଗନ୍ନାଥଂକର ବେନିହାଥ ।୨୨୬।ଯେବଣ ବେଣୁସ୍ୱନେ କୃଷ୍ଣ ମୋହିଲେ ଗୋପୀମନସବୁରିଂକର ଶରୀରେ ପଡ଼ିଲା ମଦନ ।୨୨୭।ଦୁଜେସ୍ୱର ସମ୍ଭାଇଲା ଯାଇଂ ପ୍ରୋଥନାର କର୍ଣ୍ଣସହଦେବକଇଂ ଛାଡ଼ି ଯାଇଥିଲା ପାଞ୍ଚ ଯେ ଯୋଜନା ।୨୨୮।ଗୋଧନ ପଲ ଘେନିଣ ପ୍ରୋଥନା ଚାହିଂଲା ଲେଉଟିମଣ୍ଡନ୍ତ ପୋଡୁ ମୋର ହରାଇଲି ପୁତ୍ରଗୋଟି ।୨୨୯।ଧାମନ୍ତି ଗୋଧନ ପଲ ବାୟେଂଶୀ ସ୍ୱନ ହେଜିକଉରୋବ ଥାଠରେ ପ୍ରବେଶ ଗଳଗାଜି ।୨୩୦।ହେମ୍ୱାରାବ ଶବଦେ ପଡ଼ିଲେ ଆସି ମାଡ଼ିଭାଜିଲେ ସମଦଣ୍ଡ ପଳାଇଲେ ସବୁ ଛାଡ଼ି ।୨୩୧।ଯେତେବେଳେ ସଇନି ହୋଇଲେ ବେନିଭାଗପ୍ରୋଥନା ପ୍ରବେଶ ଯାଇ ସହଦେବର ଆଗ ।୨୩୨।ବାଜିଲା ଢକା ଯେ ମର୍ଦ୍ଦଳ ଘୁମୁରାମତ୍ତରଙ୍ଗେ ନାଚନ୍ତି ଯେ ଗୋପାଳ ମହାବୀରା ।୨୩୩।ତ୍ରାସେ ଘୁଞ୍ଚିଣ ସେ ରହିଲେ କଉରୋବଗୋଧନ ପଲ ଘେନି ଚଳନ୍ତି ସହଦେ ।୨୩୪।ସାନନ୍ଦେଣ ଗୋପାଳେ ଯେ ପ୍ରବେଶ ନିଜ ଗୋଷ୍ଠେପୁଣି ଗୋଧନ ପଲ ବେଢିଲେ ଥାଇଂ ଥାଠେ ।୨୩୫।ଅଲାଜୁକ କଉରୋବ ଲାଜ ୟେହାଂକ ମୁଖେ ନାହିଂୟେସନକ ବଚନ ବୋଇଲା ପ୍ରୋଥନା ସହଦେବ ମୁଖ ଚାହିଂ ।୨୩୬।ମୋତେ ବେଢିଣ ୟେ ଥାନ୍ତୁ ୟେହିଠାବେବଳାତ୍କାରେ ମୋତେ ନେଇ ନୁଆରିବେ କଉରୋବେ ।୨୩୭।ଯୁଗତେ ମୁହିଂ ତ ନ ଯିବି ୟେହାଂକର ପୁରୀତ୍ରଇଲୋକେ ସାମରଥ କେ ମୋତେ ବଳେ ନେଇପାରି ।୨୩୮।ତୁ ବହନ ହୋଇଣ ଯାଅ ଯା ମଚ୍ଛଦେଶକୁଅର୍ଜୁନ ଘେନି ଆସୁ ଉତ୍ତର କୁମରକୁ ।୨୩୯।ଅର୍ଜୁନ ଆସି କଉରୋବ ବଳମାନ ଗଞ୍ଜୁନ ମାରି ଅରଜୁନ ସବୁରି ଦର୍ପ ଭାଞ୍ଜୁ ।୨୪୦।ମୁହିଂ ଗୋଧନ ପଲ ଘେନିଥାଇଂ ୟେଥେ ରହିବହନ ଅର୍ଜୁନକୁ ଘେନିଆସ ତୁହି ।୨୪୧।ଅଗ୍ୟାଂତବାସ ହାଦେ ସରିଲାନି ତିନିଦିନଉତ୍ତର କୁମରନ୍ତ ଘେନି ଯେ ବିଜେକରୁ ଅରଜୁନ ।୨୪୨।ପ୍ରୋଥନା ବଚନେ ଯେ ମନ୍ତ୍ରୀ ଚୂଡ଼ାମଣିଚଳଇ ମତ୍ସଦେଶ ସେ ବିକ୍ରମ ସିଂଘ ଜାଣି ।୨୪୩॥୪୯୩୮।ବୃହନ୍ନାରୀଙ୍କୁ ସାରଥି କରି ଉତ୍ତରର ଯୁଦ୍ଧଯାତ୍ରାବିରାଟର ନନ୍ଦନ ଯେ ବିଜୟେ ଆସ୍ତାନେସନ୍ନିଧ୍ୟେ ଉଭାରି ଅଛନ୍ତି ପାଦାନ୍ତି ସଇନିମାନେ ।୧।ଝାଳ ରୁଧିର ତ୍ରିପଣ୍ଡ ତନ୍ତ୍ରୀପାଳ ଗୋପାଳର କାୟେଶରୀର ଦିଶଇ ତାର ପାଟଳି ପୁଷ୍ୟ ପ୍ରାୟେ ।୨।ଛାମୁରେ ତନ୍ତ୍ରୀପାଳ କରଇ ଗୁହାରିସୁରବର ସୁନ୍ଦର ସୋହଡ଼ କୁମାରମଣି ହୋଇବ ଅବଧାରୀ ।୩।କୁଞ୍ଜଗଳ ଦେଶ ରାଜା ମାନଚକ୍ରବ୍ରତୀଗୋଧନ ପଲ ହରି ସେ ନେଉଛି ଆଜ ରାତି ।୪।ଅନେକ ଗୋଳ ସମର ସେ କଲେ ଆମ୍ଭର ତୁଲେଅନେକ ସନ୍ୟ ମାଇଲୁ ତଦ୍ୟାପି ନ ଘୁଞ୍ଚିଲେ ।୫।ଗୋପାଳ ଅଭିମୁଖେ ୟେସନେକ ବାକ୍ୟ ଶୁଣିଅଧର ପୁଷ୍ଟ କରି ଉଠିଲା ଶିରଝୁଣି ।୬।କଦଳୀ ପତ୍ର ଜାଣି କମ୍ପଇ ତାର ଅଙ୍ଗହିରଣ୍ୟ ଦେଖି ଯେହ୍ନେ ଗର୍ଜଇ ନରସିଂଘ ।୭।ବାହାସ୍ଫୋଟ ଦେଇ ମାଡ଼ିପଡ଼ିଲା ବେନିଜାନୁତାମ୍ରବର୍ଣ୍ଣ ପ୍ରାୟେ ଦିଶଇ ତାହାର ତନୁ ।୮।ଯଷ୍ଟି ବିଘାତେ ଯେହ୍ନେ ଗର୍ଜଇ କାଳସର୍ପମୋହୋ ଗୋଧନ ପଲ ହରିବାକୁ କାହାର ୟେଡ଼େ ଦର୍ପ ।୯।କାଳଚକ୍ର ଜାଣି ବୁଲାଇ ବେନିଡୋଳାକେ ରେ ଭାଙ୍ଗଇ ସେ ଯମର ଅରଗଳା ।୧୦।କିସ ଅର୍ଥେ ଦ୍ରିଯୋଧନର ୟେଡ଼େକ ଉପେକ୍ଷାନ ଜାଣଇ ଉତ୍ତରକୁମର କରଇ କଟକ ରକ୍ଷା ।୧୧।ପୁଣ ପୁଣ ବିସରି ବିଚାରଇ ହୃଦଗତେସାରଥି ଜଣେକରି ନେମି କାହାକୁ ମୋର ରଥେ ।୧୨।ପିତାର ଅବିବେକ ପଣ ଦେଖ ହୋ ତନ୍ତ୍ରୀପାଳରାଜ୍ୟଯାକ ତୁଚ୍ଛାକରି ଘେନିଗଲେ ସର୍ବବଳ ।୧୩।ଗୋକୁଳ କୁଳକୁ ତୁ ମୁଂ ଯେ ରାଜ୍ୟକୁ କାରେଣିଅନ୍ତେଶ୍ୱର ପୁରେ ଚରଚା କରଇ ବୃହନ୍ନାରୀ ପୁଣି ।୧୪।ସଇରିନ୍ଧ୍ରୀକି ଲାଗଇ ତ ଆମ୍ଭ ସବୁଂକରି କଥାଯାଅ ଲୋ ମୁଦୁସୁଲୀ ଭିତରେ କର ଯା ବାରତା ।୧୫।ବୋଲ ଗୋଧନ ପଲ ହରି ନେଉଛି କୁରୁପତିସଇରିନ୍ଧ୍ରୀ ଠାକୁରାଣୀ ୟେଥକୁ କିସ ଆଗ୍ୟାଂ ଦିଅନ୍ତି ।୧୬।ଚଳିଣ ମୁଦୁସୁଲୀ ଗଲା ଅତିବେଗେବାରତା ଜଣାଇଲା ଯାଇଂ ଶ୍ରୀକୃଷ୍ଣାଂକର ଆଗେ ।୧୭।ଶ୍ରୀକୃଷ୍ଣା ପ୍ରବେଶ ଯେ ସଇରିନ୍ଧ୍ରୀର କତିଭୋ ଦେବୀ ଗୋଧନ ପଲ ହରି ନେଉଛି କୁରୁପତି ।୧୮।ଶ୍ରୀକୃଷ୍ଣା ସଇରିନ୍ଧ୍ରୀ ବିଜେ ପଛିମ ଯେ ଦ୍ୱାରେଉତ୍ତର କୁମର ଯାଇଂ ପ୍ରଣପତ୍ୟ ପୟରେ ।୧୯।ତନ୍ତ୍ରୀପାଳ କହିଲା ଯେ ଗୋଧନ ହରଣ କଥାସଞ୍ଚପି କହିଲା ସେ ସମସ୍ତ ବାରତା ।୨୦।ଉତ୍ତର କୁମର ବୋଇଲା ଗୋପାଳ ମାତ୍ରକେ ତାହାର ବଳ ଭାଞ୍ଜଇମୋହୋର ଗଲେ ତାହାନ୍ତ ପ୍ରାଣ ପାଆନ୍ତା ନାହିଂ ।୨୧।ମୁହିଂ ହୀନକାର୍ଯ୍ୟ ହୋଇଲି ପିତାର ଅବିବେକ ପଣେବାହୁକ କରି ଛାଡ଼ି ନ ଗଲେ ଜଣେ ।୨୨।ଧନୁଗୁଣ ଟଂକାରି ଉଠିଲା ଶିରଝୁଣିଅଧରେ ଦନ୍ତ ସେ ଚାପଇ ପୁଣି ପୁଣି ।୨୩।ଦଇବ ସୁମରି ସେ ଲଲାଟେ ତାଡ଼ଇ ହାଥୟେକା ଯିବି କେମନ୍ତେ କେ ବାହିବ ମୋର ରଥ ।୨୪।ସହଦେବର ବଦନ ଚାହିଂଲେ ସଇରିନ୍ଧ୍ରୀଅର୍ଜୁନ ଠାକୁରେ ଯାଆନ୍ତୁ ବୋଲି ସହଦେବଂକୁ ଦିଲେ ଠାରି ।୨୫।ସଇରିନ୍ଧ୍ରୀ ବୋଇଲେ ତୁ ଯେବେ ଲୋଡୁ ହୋ ସାରଥିଜଣେ ଅଛି ସାରଥି ତୁହି ପାରିବୁ କି ଅଭ୍ୟର୍ଥୀ ।୨୬।ଉତ୍ତର କୁମାର ବୋଇଲା ସମୟେ ଯେବେ ବାହିବ ମୋର ରଥରାଜ୍ୟକୁ ଠାକୁର ମୋହୋର ସେହି ସେ ଯଥାର୍ଥ ।୨୭।ଅଭ୍ୟର୍ଥୀ କିମ୍ପେ ବୋଲିବି ଚରଣେ କରିବି ଦଇନିପୂଜା କରିବି ତାକୁ ଲକ୍ଷେକ ସୁବର୍ଣ୍ଣ ଘେନି ।୨୮।ସଇରିନ୍ଧ୍ରୀ ବୋଇଲେ ବୃହନ୍ନାରୀକୁ ଆଣ ତୁ ହକରାଇବଡ଼ାଇ ସୁସଞ୍ଚେ ସେ ତୋର ରଥ ନେମଟି ବାହି ।୨୯।ଶୁଣି ବିସରିଲା ସେ ବିରାଟର ତନୁବେନିକରେ ଛୁଇଂଲା ସେ ଆପଣା ଶ୍ରବଣୁ ।୩୦।ଉତ୍ତର ବୋଇଲା ତୁ ଯେ ଭୃତପଣେ ଖଟୁଆପଣାର ଅନରୂପେ ବଚନ ପ୍ରକଟୁ ।୩୧।ବେଟୀଚେଟୀ ଛାରଂକର ଅଟଇ କିସ ବୁଦ୍ଧିଅହର୍ନିଶି କେଶ ବିଲଗ୍ନ କାର୍ଯ୍ୟହିଂ ଅସିଦ୍ଧି ।୩୨।ଲେଞ୍ଚସ୍ତିରୀ ଲେଞ୍ଚ ପୁରୁଷ ନଫୁସୁକ ହୀନଜାତିତାହା ଛାରକୁ କେମନ୍ତେ କରିବି ସାରଥି ।୩୩।ଯାତ୍ରାଯୋଗେ ଅଯାତ୍ରିକ ଲୋକକୁ ଦେଖିଲେଦିନକର ସୁକୃତ ହରଇ ତାହାର ମୁଖ ଚାହିଂଲେ ।୩୪।ସ୍ତିରୀଲିଙ୍ଗ ସରୂପେ ସେ ବସିବ ମୋର ରଥେଦେଖୁଂ ଦେଖୁଂ ଅଯାତ୍ରିକ ଅପୁଂସେକ ଲୋକ ମୁଂ ନେମଇ କେମନ୍ତେ ।୩୫।ଶ୍ରୀକୃଷ୍ଣା ବୋଇଲେ ତୁ ମୂର୍ଖରେ ତନୁଜଗନ୍ଧର୍ବୀଂକ ବଚନେ କଦାଚିତେ ନ ଭାଞ୍ଜ ।୩୬।ଆରେ କୀଞ୍ଚେକ ନାଶଗଲା ଯାହାର କିଞ୍ଚିତ କୋପେତ୍ରିଗର୍ତ୍ତର ବନ୍ଧନରୁ ଯେ ଉତ୍ତାରିଲେ ତୋହୋର ବାପେ ।୩୭।ମହା ବ୍ରହ୍ମବାକ୍ୟ ୟେ ଯେବଣି ମହାତ୍ମାଣୀୟେହାଂକର ଆଗ୍ୟାଂ ବାବୁ ଥିବୁରେ ପରିମାଣି ।୩୮।ଉତ୍ତର ବୋଇଲା ତନ୍ତ୍ରୀପାଳ ତୁ ଯେ ଥିଲୁ ସହଦେବଂକ ତହିଂତୋହୋର ଦେଖନ୍ତେ ବୃହନ୍ନାରୀ ଅଛିଟିକି ରଥ ବାହି ।୩୯।ଗୋପାଳ ବୋଇଲା ଯାହା ମୁଂ ଦେଖିଅଛଇ ଯୁଗତେଗବନ କାଳେ ବସିଥାୟେ ନନ୍ଦିଘୋଷ ରଥେ ।୪୦।ୟେହାର ବାହିଲେ ସେ ଚଲଇ ନନ୍ଦିଘୋଷଯହିଂକି ଯିବ ତହିଂ ହୋଅଇ କାର୍ଯ୍ୟଯଶ ।ଆହୋ ଉତ୍ତର ୟେହେନେକ କରି ସେ ମହାତମା କରଇ ସଦୟେଯେ ସେ ବୃହନ୍ନାରୀ ପ୍ରତେକ୍ଷେ ଧନୁର୍ଜୟେ ।୪୨।ୟେହେନେକ କରି ସେ ୟେହାକୁ ନିର୍ଭାକଲା ମହାତ୍ମାଯେ ସେ ବୃହନାରୀ ସେ ପ୍ରତେକ୍ଷେ ଅର୍ଜୁନର ପଞ୍ଚୁଆତ୍ମା ।୪୩।ବୃହାନ୍ନାରୀ ଅର୍ଜୁନ ହୋ ନୁହନ୍ତି ଭିନ୍ନାଭିନ୍ନସେ ଯେବେ ଯାଇ ତୋହୋର କାର୍ଯ୍ୟ ସୁବିଧାନ ।୪୪।ସଇରିନ୍ଧ୍ରୀଂକ ବଚନେ ସେ ଉପହାସ୍ୟ କରୁଥିଲାତନ୍ତ୍ରୀପାଳ ବଚନେ ସେ ସନମତ କଲା ।୪୫।ଯାଅ ହୋ ତନ୍ତ୍ରୀପାଳ ନାଟପା ମନ୍ଦିରେବୃହନ୍ନାରୀକି ଘେନିଆସ ମୋହୋର ଛାମୁରେ ।୪୬।ଧାମଇ ସହଦେବ ନଉଡ଼ି ବୁଲାଇସୁଖେ ବିହଡ଼ନ୍ତି ସେ ରାଜ୍ୟରେ କେହିଂ ନାହିଂ ।୪୭।ନାଟପା ମନ୍ଦିରେ ଯାଇ ଗୋପାଳ ପରିଣାମିଉତ୍ତର କୁମର ଆଗ୍ୟାଂୟେ ଆସିବ ୟେହିକ୍ଷଣି ।୪୮।ବୃହନ୍ନାରୀ ବୋଇଲା ମୁଂ ଉତ୍ତର କୁମରର ନୁହଇଂ ବଶ୍ୟବୃତ୍ତତାହାର ଆଗ୍ୟାଂକୁ ମୋହୋର କିମ୍ପେ ସନମତ ।୪୯।ଶୁଣିଣ ବୋଇଲା ସେ ଗୋପାଳ ଚୂଡ଼ାମଣିପ୍ରଥମେ ଆଗ୍ୟାଂଦିଲେ ସଇରିନ୍ଧ୍ରୀ ଠାକୁରାଣୀ ।୫୦।ଉତ୍ତର କୁମର ବଚନେ ଉପହାସ୍ୟ କରୁଥିଲାସଇରିନ୍ଧ୍ରୀଂକ ବଚନେ ସେ ବାହାର ହୋଇଲା ।୫୧।ଆଗେଣ ସହଦେବ ପଛେଣ ଫାଲଗୁନିପଚାରନ୍ତେ ସହଦେବ କହଇ ତୂନି ତୂନି ।୫୨।ଦ୍ରିଯୋଧନ ବେଢ଼ିଲା ଗୋଧନ ପଲ ଆସିମୁହିଂ ସମର କରି ତାହାର ଅନେକ ବଳ ନାଶି ।୫୩।ନ ଭାଞ୍ଜି ଦ୍ୱନ୍ଦ ସେ କଲେ ପୁଣ ପୁଣଆମ୍ଭର ଥାଆନ୍ତେ ଗୋଧନ କି ହୋଇବ ହରଣ ।୫୪।ଉତ୍ତର କୁମରକୁ ଘେନିଣ ତୁମ୍ଭେ ଯିବାକଉରୋବ ବଳ ଜିଣି ଗୋଧନ ଆଣିବା ।୫୫।ସହଦେବର ବଚନେ ଅର୍ଜୁନ ବାକ୍ୟ ପୁଚ୍ଛିଅଗ୍ୟାଂତ ବାସ ଲେଖନ୍ତେ ବାବୁ କେତେଦିନ ଅଛି ।୫୬।କରପତ୍ର ଯୋଡ଼ିଣ ସେ ସହଦେବ ବୋଇଲାତିନିଶ ସତାବନ ଦିନ ସଂପୂର୍ଣ୍ଣ ହୋଇଲା ।୫୭।ଆବର ତିନି ଦିବସ ହୋଇବ ଲେଖନ୍ତେଆଉର କିସ ଦୋଷ ହୋଇବ ଜାଣନ୍ତେ ।୫୮।ସହଦେବ ବୋଇଲା ସ୍ୱାମୀ ଶୁଣିମା ଧନୁର୍ଜୟେବରଷକେ ଦଶଦିନ ବଢଇ ତହିଂକି ନାହିଂ ଭୟେ ।୫୯।ଗମନ୍ତେ କହନ୍ତେ ଛାମୁରେଣ ଯାଇଂ ଭେଟିଦେଖିଣ ହେଠମାଥ ହୋଇ ବଇରାଟି ।୬୦।ଉତ୍ତର ବିଚାରଇ କବେରୀ ଭାର ଖୋଷା କରେଣ ବେନିବାହୀସ୍ତିରୀବେଶ ଅଳଂକାର ମୂରତି ଗୁଣଗ୍ରାହୀ ।୬୧।ପ୍ରଥମେ ଉପହାସ ଉପୁଜିବନା ମୋତେକେମନ୍ତେ ନପୁଂସେକ ବସିବନା ରଥେ ।୬୨।ପ୍ରଭାତେ ବଦନ ଚାହାନ୍ତେ ୟେହାରଶତେ ବ୍ରାହ୍ମଣ ଭୋଜନ ଦିଲେ ସେ ଦୋଷ ଯାଇ ପାର ।୬୩।ପୁଣ ବୋଇଲା ଦେଖି କରିବା ସମ୍ଭାଷକିସ ଉତ୍ତର କହଇ କେତେମାନ ସାହସ ।୬୪।ଭରସା ନ କଲେ ୟେହାକୁ ମୁଂ ନେମଇ କେମନ୍ତେଦେଖିତେ ଅନ୍ୟାକାର ଆବର ସ୍ତିରୀହତ୍ୟା ଦୋଷ ମୋତେ ।୬୫।ଉତ୍ତର କୁମର ବୋଇଲା ଆହୋ ବୃହନ୍ନାରୀମାନଗୋବିନ୍ଦ ରାଜା ନେଉଅଛି ମୋର ଗୋଧନ ପଲ ହରି ।୬୬।କଳପି ରାଜାକୁ ଦଣ୍ଡ ଚଢି ଗଲେକ ବିରାଟେବଲ୍ଲଭ ସହିତେ ସେ ଗଲେ କୋନ୍ତଭଟ୍ଟେ ।୬୭।ମଘଦେଶ ମତ୍ସଦେଶ ରକ୍ଷାପାଳକ ମୁହିଂ ୟେକାସାରଥି ପଣକୁ ମୋତେ କେହି ନାହିଂ ସାଖା ।୬୮।ଲାଖ ମାତ୍ର ହୋଇ ବାହି ପାରିବୁ କି ମୋର ରଥମାରି ଭଗନସ୍ତ କରିବି କଉରୋବନ୍ତ ।୬୯।ୟେକା ୟେକାକେ ମୁହିଂ କରିପାରଇ ଯୁଦ୍ଧସାରଥି ଜଣେ ନ ଥିଲେ କିସ ହୋଇବାକ ସାଧ୍ୟ ।୭୦।ବୃହନ୍ନାରୀ ବୋଇଲା ମୁଂ କହଇ କିନା ତୋତେୟେଡେ ବଡ଼ ଧାର୍ମିକ ତୁ ବାତୁଳ ହୋଇଲୁ କେମନ୍ତେ ।୭୧।ଆହୋ ଦଧିମଙ୍ଗଳ ଅନକୂଳ ସାଂଗ୍ରାମକୁ ସଞ୍ଚିନପୁଂସେକ ଦେଖନ୍ତେଣ ତୋତେ ତ୍ରଇଲୋକ୍ୟେ ବାଛି ।୭୨।ଯାତ୍ରାବେଳେ ଦେଖିଲେ ହୋ ଅଯାତ୍ରିକ ଜନକାର୍ଯ୍ୟକୁ ଅଯାତ୍ରା ହୋ ଅନକୂଳକୁ ହୋୟେ ହୀନ ।୭୩।ଅମଙ୍ଗଳ ବାକ୍ୟ ଯହୁଂ କରିଲା ଫାଲଗୁନିବିରାଟ ନନ୍ଦନ ଶୁଣି ହୋଇଲାକ ତୁନି ।୭୪।ସଇରିନ୍ଧ୍ରୀ ବୋଇଲେ ରାଜ୍ୟେ ନାହିଂନା ବିରାଟେୟେମନ୍ତର ସମୟ ଯେ ପଡ଼ିଲା ପରଥାଠେ ।୭୫।ବିରାଟର ସମ୍ପଦ ଯେ ନେଉଅଛି ହରିଯାହାର ଅନ୍ନ ଭୁଞ୍ଜି ତାହାର କାର୍ଯ୍ୟକରି ।୭୬।ଆପଣାର ପରକ୍ରମ ଥାଉଂ ହୋଇଲେ ହୀନବାର୍ଯ୍ୟଆରଜନ୍ମେ ପରକୁ ଖଟନ୍ତି ଯେ ହାନି ହୋୟେ ତେଜ ।୭୭।ଅପଚୟବଳେ ଯେବେ ପ୍ରାଣୀଂକି ହୋୟେ ସାହାମହେଶ୍ୱର ସମାନେ ଦେଖିବାନା ତାହା ।୭୮।ଆହୋ ବୃହନ୍ନାରୀ ତୁ ତ ପ୍ରତକ୍ଷେ ଅଟୁ ଅର୍ଜୁନର ପଞ୍ଚୁଆତ୍ମାଉତ୍ତର କୁମାରେ ଦୟାକର ହୋ ମହାତମା ।୭୯।ଉତ୍ତର ବଚନେ ନାସ୍ତି କରୁଥିଲା ପାର୍ଥସଇରିନ୍ଧ୍ରୀଂକ ବଚନେ ସେ କଲାକ ସନମତ ।୮୦।ତତକ୍ଷଣେ ପତିବେଶ ହୋଇଲା କିରୀଟୀତତକ୍ଷଣେ ମଣ୍ଡିଲା ସେ ଉତ୍ତର କୁମାର ରଥଗୋଟି ।୮୧।ସଷ୍ଟିକର ସ୍ତମ୍ଭ ଯେ ମାରାଗ ମଣ୍ଡଣିଶତେ ଶତେ ପୋୟେଳା ହୀରା ପାବଚ୍ଛେ ଖଞ୍ଜଣି ।୮୨।ମର୍କତର ତୁଲେ ସେ ମାଣିକ୍ୟ ପୁଞ୍ଜି ପୁଞ୍ଜିଗଜ ମୁକୁତାର ତୁଲେ ପାଟଡୋର ଖଞ୍ଜି ।୮୩।ପଞ୍ଚ ଦହନ ହିରଣ୍ୟେ ରଥର ଚାରିକାଣ୍ଡନୀଳା ମାରାଗା ଯେ ମଣ୍ଡିଲା ରଥଦଣ୍ଡ ।୮୪।ଉପରେ କଣୟର କଳସ ନିରିବାଣିତହିଂର ଉପରେ ଯେ ଅଷ୍ଟ ରତନର ଖଞ୍ଜଣି ।୮୫।ଦଧିବାମନ ଲେଖନ ଆଲମ୍ୱ ଶତ ଶତରଥର ଚାରିକୋଣେ ଉଡ଼ନ୍ତି ଚାରିନେତ ।୮୬।ଡାଳିମ୍ୱ ବସନ୍ତ ଯେ ପାତାଙ୍ଗ ପେଣ୍ଡି ଓଳିଉପରେ ଉଡ଼ନ୍ତି ଯେ ମୁକୁତାର ଫୁଲି ।୮୭।ଲମ୍ୱନ୍ତି ଗଜମୁକୁତାମାନେ ଚଉସରାଲମ୍ୱନ୍ତି ହୀରା ମାଣିକ୍ୟ କେରା କେରା ।୮୮।ସପତ ସୂର୍ଯ୍ୟ ଉଦୟ ପରାୟେଣ ଜାଣିତହିଂର ସଙ୍ଗେ ରୁଅ ମାରଗ ଖଞ୍ଜଣି ।୮୯।ଅହିବ୍ରତେ ଅଧାଚନ୍ଦ୍ର ଦର୍ପଣ ରଥେ ଅଛି ମଣ୍ଡିତହିଂର ଉପରେ ଝାଲିମିଲି ହୀରାଖଣ୍ଡି ।୯୦।ଡାଳିମ୍ୱା ଚାମର ଗୋଟିୟେ ଶ୍ୱେତ ଚାମର ଗୋଟିୟେରଥର ଚାରିପଖେ ଲମ୍ୱନ୍ତି ଶୟେ ଶୟେ ।୯୧।ହୀରାନୀଳା ପୋୟେଳା ମୁକୁତାର ତ୍ରୋଣାମାଳାକେରି କେରି ଲମ୍ୱନ୍ତି ରଥର ଚଉପାଶେ ମେଖଳା ।୯୨।ଦେବାଙ୍ଗ ବସନ ନେତ ପତନୀ ନୀଳରଙ୍ଗ ପାଟଘନ କାଙ୍ଗୁଲା କରିଣ ରଥରେ ମଣ୍ଡିଲେ ଚାରିପଟ ।୯୩।ମଲ୍ଲୀ ମାଳତୀ ଯାଈ ଜୂଈ ଚମ୍ପା ରଙ୍ଗଣୀ ରେଖ ରେଖସୁଗନ୍ଧ ପୁଷ୍ୟମାନ ଲମ୍ୱନ୍ତି ଚଉପାଖ ।୯୪।ଗନ୍ଧ ଚନ୍ଦନ ଯେ କର୍ପୂର କସ୍ତୁରୀଠାବ ଠାବ କରି ଯେ ରଥରେ ଲେପନ କରି ।୯୫।ରଥଯାକ ମଣ୍ଡିଲା ହୀରା ମାଣିକ୍ୟମୟେସରୂପ ଦିଶିଲା ସେ ଆଦିତ୍ୟ ରଥ ପ୍ରାୟେ ।୯୬।ଅନ୍ଧାର ନିଶାକାଳେ ଯେବେ ଚଳୁଥିବ ସେ ରଥଦିବସ ପ୍ରାୟେ ଦିଶିବ ଚଳନ୍ତେ ଯୋଜନ ସାତ ।୯୭।ରଥତଳ ଚକ ଯେ କଣୟ ପିତୁଳୀଆକର୍ଷଣ ସିଂଘ କଲେ କି ଗବନ ପବନହୁଂ ଉଗୁଳି ।୯୮।ନିମିଷକେ ମହୀ ଲଂଘିବ କି ଶୋଷିବ ବାରାନିଧିସପତ ଦୀପ ଲଂଘିବ କି ସପତ ପୟୋଧି ।୯୯।ୟେସନକ ଘଟଣ ସେ ରଥ କଣୟ ଚାରି ସାହାରଥରେ ଆପଣେ ଖଞ୍ଜିଲା ସୁଭଦ୍ରାର ନାହା ।୧୦୦।କଣୟ କୁନ୍ଦଝରା ନୀଳା ରେଖ ରେଖଅଷ୍ଟରତ୍ନେ ବାକୁଲି ସେ ହୟଂକର ପାଖ ।୧୦୧।ବିଶାଶତେ ପାବଚ୍ଛ ପତି ହୀରା କମମର୍କତ ନୀଳା ସେ ଗୋଟି ଗୋଟି ଚଉସମ ।୧୦୨।ରଙ୍ଗପାଟ ଦଉଡ଼ି ଡାଳିମ୍ୱପାଟ ଝୁମ୍ପାଛନ୍ଦିଲା କ୍ଷୁଦ୍ର ମୋତି ବଳିତ ସର୍ବରୂପା ।୧୦୩।ଯେବଣ ରଥ ମଣ୍ଡିଅଛି ଦୁତୀ ବାସୁଦେବଲେଖନ୍ତେ ପ୍ରାନ୍ତକରି କେହୁ ସେ କହିବ ।୧୦୪।ପଞ୍ଚଷଠି ରାଜାର ଭଣ୍ଡାର ଯେବଣ ଅମୂଲ୍ୟ ଧନୟେକା ରଥକେ ତାହା ମଣ୍ଡିଲେ ବୀର ଫାଲଗୁନ୍ୟ ।୧୦୫।ଚୋଖାର ତୁରଙ୍ଗମ ଶ୍ୱେତ ଚାରି ବାଜୀପବନହୁଂ ବେଗ ହାଦେ ବାରାସ ମହାତେଜି ।୧୦୬।ହୀରା ନୀଳା ବଇଡୁର୍ଯ୍ୟ ପୋୟେଳା ମର୍କତମୁକୁଡ଼ା ମଣି ମାଣିକ୍ୟ ଗୁଚ୍ଛିଲା ବାଖର ଅପ୍ରମିତ ।୧୦୭।ପାଟର ବନ୍ଧନ ତହିଂ ଅଷ୍ଟରତ୍ନେଣ ଖଞ୍ଜିଖଞ୍ଜଣି କଡ଼ିଆଳ ମାଣିକ୍ୟ ପୁଞ୍ଜି ପୁଞ୍ଜି ।୧୦୮।ଅଷ୍ଟ ରତନେ ସେ ମଣ୍ଡିଲା ଚାରିହୟେସୂଚୀମୁନେ ନ ଦିଶଇ ଅଶ୍ୱଂକର କାୟେ ।୧୦୯।ମଣ୍ଡଣି କଣୟ ଯେ ଖଞ୍ଜିତ ବିମାନନାରାଜ ନ ଫୁଟିବାକୁ ହୋଇଛି ବଜ୍ରସେହ୍ନ ।୧୧୦।ଶଙ୍ଖ ଶାର୍ଦ୍ଦୂଳ ଚିହ୍ନ ଶଙ୍ଖଚିଲ ପକ୍ଷୀତ୍ରୋଣଂକରି ଭିତରେ ଥୋଇଲା ନାରାଜ ପାଞ୍ଚଲକ୍ଷି ।୧୧୧।ଗଦା ଶକତି ଯେ ମୁଦୁଗର ଯାଠିକୋନ୍ତ ଅସିପତ୍ର ଯେ ଭୂଷଣ୍ଡି ଶରଗୋଟି ।୧୧୨।ଋକ୍ଷମୁନା ତୀଖମୁନା କଂକମୁନା ପଞ୍ଚୁ ରେଖାଗିରିବର ଫୁଟନ୍ତି ପଡ଼ନ୍ତେ ତାର ଶିଖା ।୧୧୩।ଫାଶି ପରଶୁ ଗୁରୁଜ ବଜ୍ରଶରଅଧାଚକ୍ର ପଶୁପତ୍ର ଆବର ବାବଲ ତୀଖଶର ।୧୧୪।ଲଞ୍ଜା ଦଡ଼ବଡ଼ି ଯେ ଡାହାଣେ ବଡ଼ଭୁଷାନବନିଶି କୁନ୍ତ ଯେ ଆବର ଅଂକୁଶା ।୧୧୫।ରଥର ଉପରେ ନେଇ ଥୋଇଲା ଫାଲଗୁନିରଥ ଚଳାନ୍ତେଣ ଶୁଭିଲା ଘୋରଧୁନି ।୧୧୬।ଆକାଶ ଦେଖାଇ ସେ ଖେପାଇ ଚାରିହୟେପୁଣି ଭୂମିକି ଦେଖାଇଲା ଯେ ଶେଣାପକ୍ଷୀ ପ୍ରାୟେ ।୧୧୭।ଆକାଶୁ ଅଶ୍ୱ ଯେ ପଡୁଛନ୍ତି ଖସିକିୟେ ଅଙ୍ଗାରପନ୍ନଙ୍ଗ ବିଜେକଲେ ଆସି ।୧୧୮।ଗଗନୁଂ ଖସାଇ ରଥ ଆଣିଲାକ ବେଗେଧାତିକାରେ ଟେକିଲା ନେଇ ଉତ୍ତର କୁମର ଆଗେ ।୧୧୯।ତରତରେ ଅଶ୍ୱ ସେ ଯେ ନ ରହୁଛନ୍ତି ଭୂମିଯାଅ ଯାଅ ବୋଇଲେ ସେ କ୍ଷେପିବେ ଆକାଶ ଭୁବନ ତିନି ।୧୨୦।ଫୁଫୁକାରେ ତୁରଙ୍ଗମେ ଯେ ତେଜେ ଅନର୍ଗଳାଦେଖିଣ ଆଶ୍ରିଜ ଯେ ଶ୍ରୀକୃଷ୍ଣାର ବଳା ।୧୨୧।ଉତ୍ତର କୁମର ବୋଇଲା ତୁମ୍ଭେ ଅଇଲ ଯେ କାହୁଂକେବଣ ମହାତମା ଗୋପ୍ୟାନ ତୁ ନପୁଂସେକ ନୋହୁ ।୧୨୨।ମାନବ ମାତ୍ରକ କେହୁ ୟେହୁ ରଥ ପାରେ ସାଜିନାହିଂ ନୋହିବ ନ ଥିବ ୟେ ତ୍ରଭୁବନ ମଝି ।୧୨୩।ନପୁଂସକ ବୋଲିଣ ଯାହା ମୁଂ ନିନ୍ଦିଲଇ ତୋତେତହିଂକି ଅନୁଗ୍ରହ ଦାନ ଦେବାକ ହାଦେ ମୋତେ ।୧୨୪।ବୀରବେଶେ ଅଳଂକାର ହୋଇଲା ଉତ୍ତର କୁମରରତ୍ନମଣି ମୁକୁଟ ସୀମନ୍ଥିନୀ ଲଲାଟର ।୧୨୫।ମୁକୁତା ମଣି ମାଣିକ୍ୟ ହୀରା ଚଉସରି ରେଖାଖଞ୍ଜିତ ରତ୍ନଜାଲି ଯେ ଯାହାର ଶିଖା ।୧୨୬।ବେନି କର୍ଣ୍ଣେ କର୍ଣ୍ଣାଞ୍ଚଳ ତଡ଼କାରୁ ଦୋସରିକଣ୍ଠତଟେ ଚଉସରାମାଳ ଚାପସରି ।୧୨୭।ନିଆଳିରେ ପୁଣି ବିରାଜନ୍ତି ଶିକୁଳିହୃଦରେ ପଦକ ଯେ ଭୂଷଣମାନ ପ୍ରଜ୍ୱଳି ।୧୨୮।ତାଡ଼ ତୋଡ଼ର ଯେ ବାହୁଟି ସରଳବିଦମୁଦି କଂକଣ ମୁକୁତା ମାଳ ମାଳ ।୧୨୯।କଟିରେ ରତ୍ନ ମେଖଳା କଣୟ ଘାଗୁଡ଼ିନେପୂର ଘଟଣ ଯେ ହୀରା କମେଣ ଜଡ଼ି ।୧୩୦।ଦାସୀନେତରେ ମୁକୁତା ଖଞ୍ଜିତ ମେଖଳିସୁବର୍ଣ୍ଣର ସୀନ୍ଥିନୀ ଶିରେ କଣ୍ଠେ ଜାତି ପୁଷ୍ୟମାଳୀ ।୧୩୧।ବାମେ ଦକ୍ଷିଣ ଯେ ବେନିତ୍ରୋଣ ଖସିଦଧିବାବନ ସୁମରିଣ ରଥରେ ଯାଇ ବସି ।୧୩୨।ଯାତ୍ରାର ମଙ୍ଗଳେ ଯେ କୟେବାର କରିଲକ୍ଷେ ବିପ୍ର ମିଳିଲେ ଯେ ବେଦ ଧୁନି ଉଚ୍ଛାରି ।୧୩୩।ସୁଲଭ ସୁଲକ୍ଷଣୀୟେ ଅର୍ଘ୍ୟ ଦିଲେ ତୋଳିମାଣିକ୍ୟର ଦୀପ ଘେନି ଦ୍ୟନ୍ତି ହୁଳହୁଳି ।୧୩୪।ଶ୍ରୀକରେ ବୃହନ୍ନାରୀ କୋମଳ ପାଟ ରଜ୍ଜୁଆକାଶେ ଧୁନି ଶୁଭିଲା ଅର୍ଜୁନର ରଥ ସାଜୁ ।୧୩୫।ଶ୍ରୀକୃଷ୍ଣା ବୋଇଲେ ମାଗୋ ଶୁଣ ସଇରିନ୍ଧିରୀପୁତ୍ରକଇଂ ଅର୍ଘ୍ୟ ଦେବା ଗୋ ଶୁଭ ଅବଧାରି ।୧୩୬।ଶ୍ରୀକୃଷ୍ଣା ସଇରିନ୍ଧ୍ରୀ କରେ ଅର୍ଘ୍ୟ ଘେନିପ୍ରଥମେ ବନ୍ଦାଇଲେ ସାରଥି ଫାଲଗୁନି ।୧୩୭।ଦୁଜେଣ ବନ୍ଦାଇଲେ ଉତ୍ତର କୁମରକୁଧର୍ମ ଆଶ୍ରେକରି ବାବୁ ଜୟେ ହେଉ ଯେ ତୁମ୍ଭଂକୁ ।୧୩୮।ଶ୍ରୀକୃଷ୍ଣା ବୋଇଲେ ବୃହନ୍ନାରୀ କଥାୟେ ମାଗଇୟେ ମୋହୋର ପୁଅ କଥା ତୋତେ ସେ ଲାଗଇ ।୧୩୯।ଶ୍ରୀକୃଷ୍ଣା ବୋଇଲେ ବାବୁ ସଇରିନ୍ଧ୍ରୀଂକି ହୁଅ ପ୍ରଳମ୍ୱିତୟେହାଂକର କଲ୍ୟାଣେ ତୋତେ ସର୍ବଶୁଭ ହୋଉ ପ୍ରାପତ ।୧୪୦।ଉତ୍ତର କୁମର ସଇରିନ୍ଧ୍ରୀ ଶ୍ରୀକୃଷ୍ଣା ଚରଣ ତଳେ ସେବିପରମ ଅଇଶୁର୍ଯ୍ୟ ତୋତେ ପ୍ରାପତ ହୋଉ ବୋଇଲେ ଗାନ୍ଧର୍ବୀ ।୧୪୧।ଶତ୍ରୁ ମାରିକରି ଉଭା ହୁଅସି ରେ ବଳାବୃହନ୍ନାରୀ ସଦୟେ ତୋତେ ସାଧୁ ଅନର୍ଗଳା ।୧୪୨।ଉତ୍ତର କୁମାର ବୋଇଲା ସାଧୁ ସାଧୁ ବୃହନ୍ନାରୀଦିନେକେ କେତେ ଦୂର ରଥକୁ ବାହିପାରି ।୧୪୩।ବୃହନ୍ନାରୀ ବୋଲେ ତୁ ଯେ ମୋତେ କଲୁ ପୁଚ୍ଛାୟେହିକ୍ଷଣି ରଥ ବାହିପାରଇ ହୋ ଯହିଂକି ତୋହୋର ଇଚ୍ଛା ।୧୪୪।ସ୍ୱର୍ଗ ମଞ୍ଚ ପାତାଳ ଯେ ସୁତଳ ତଳାତଳନିତଳ ଭୂତଳ ଯେ ରସାତଳ ଅତିତଳ ।୧୪୫।ନିର୍ଭୟେ ହୋଇ ଯେବେ ଆଗ୍ୟାଂ ଦେବୁ ମୁକୁଘଡିକ ଭିତରେ ମୁଂ ରଥ ବାହିପାରେ ଚଉଦ ଭୁବନକୁ ।୧୪୬।ଜମ୍ୱୁଦୀପ କ୍ରାଉଞ୍ଚ ଦ୍ୱୀପ ରତ୍ନଦ୍ୱୀପ ଶ୍ୱେତଦ୍ୱୀପଚନ୍ଦ୍ରଦ୍ୱୀପ ପଦ୍ମଦ୍ୱୀପ କୁଶଦ୍ୱୀପ ଶାକଲ୍ୟ ଦ୍ୱୀପ ରମ୍ୟେକ ଦ୍ୱୀପ ।୧୪୭।କ୍ଷାର ସମୁଦ୍ର ଇକ୍ଷୁ ସମୁଦ୍ର ସୁରା ସମୁଦ୍ର ସର୍ପି ସମୁଦ୍ର ଧବଳାଙ୍ଗୀଦଧି ସମୁଦ୍ର ଦୁଗ୍ଧ ସମୁଦ୍ର ମହାଜଳ ସମୁଦ୍ର ସଉଭାଗୀ ।୧୪୮।ବାକୀ ସମୁଦ୍ର ଅନ୍ତରେ ବାସ ସେ ସମୁଦ୍ରରୟେ ବିଧାନେ ଅଛଇ ଯେ ନବଦ୍ୱୀପ ସପତ ସାଗର ।୧୪୯।ଯହିଂକି ଇଚ୍ଛା ତୁ କରିବୁ ବିରାଟିକ୍ଷଣକର ମଧ୍ୟେ ମୁଂ ଯେ ସେ ପୁରେ ପାରଇ ଭେଟି ।୧୫୦।ଆହୋ ଅର୍ଜୁନର ପ୍ରତଗ୍ୟାଂମାନ ମୁଂ କହଇ ସମସ୍ତସମରେ ନ ଜିଣିଲେ ମୁଂ ନ ବାହୁଡ଼ାଇ ରଥ ।୧୫୧।ଉତ୍ତର କୁମର ହସିଲା ବୃହନ୍ନାରୀ କରେ କରତାଳି ଦେଇୟେତେକାଳେ ମନଇଚ୍ଛାୟେ ସାରଥି ପାଇଲଇ ମୁହିଂ ।୧୫୨।ଯେହ୍ନେକ ରଥୀ ତୁହି ତେହ୍ନେକ ସାରଥିଆଉର କି ସମରେ ଜିଣିମ କୁରୁପତି ।୧୫୩।ଅର୍ଜୁନ ବୋଇଲା ହୋ ବ୍ରହ୍ମା ବିଷ୍ଣୁ ମହେଶ୍ୱର କୁବେରଚନ୍ଦ୍ର ସୂର୍ଯ୍ୟ ମେଘ ମରୁତ ପର୍ବତ ନିଶାଚର ।୧୫୪।ଯାହାର ଆଗକୁ ବୋଲି ଆଗ୍ୟାଂଦେବୁ ମୁକୁୟେହିକ୍ଷଣି ଛାମୁରେ ଭେଟାଇ ପାରଇ ତାକୁ ।୧୫୫।ଉତ୍ତର ବୋଇଲା ତାହାନ୍ତ ଜାଣିମାନା ପଛେମାନଗୋବିନ୍ଦ କୋଟି ଗୋଧନ ହରଇ ପ୍ରତକ୍ଷେ ।୧୫୬।କଉରୋବନ୍ତ ଜିଣିଣ ଯେ ଆଣିମା ଗୋରୁପଲଅର୍ଜୁନ ବୋଇଲା ପାଣ୍ଡବଂକର ଅଟଇ ସେ ସଲ ।୧୫୭।ମକର ଶୁକଳ ପକ୍ଷ ତ୍ରୟୋଦଶୀ ଶନିବାରପୁନର୍ବସୁ ରୁକ୍ଷ ଭୋଗ ହେଲା ସେ ଦିନର ।୧୫୮।ପ୍ରୀତିନାମେ ଯୋଗ ପୁଣି କଉଳବ କରଣମାଘ ସଂକ୍ରାନ୍ତିକୁ ଭୋଗ ସପ୍ତବିଂଶ ଦିନ ।୧୫୯।ଦ୍ୱାଦଶ ଦଣ୍ଡ ଅଟଇ ଭୋଗ ଚନ୍ଦ୍ର କଲାଦେଢ ପ୍ରହରେ ପ୍ରବେଶ ବୃହସ୍ପତି ବେଳା ।୧୬୦।ବାମେଣ ପବନ ବହଇ ମଳୟାଚଳଇ ରଥ ଯେ ଈଶାନ୍ୟ କୋଣିୟା ।୧୬୧।ନଇଋତ କୋଣେ ଯୋଗ୍ନୀ ଯେ ନାରାୟଣୀ ମୂରତିମଗର ବାହାନେ ସେ ଚଳଇ ଦେବୀ ଧାତି ।୧୬୨।ରଥ ଚଳନ୍ତେ ସେ ବୋଇଲା ଉତ୍ତରା ବାଳୀଛତ୍ରୀବର ଶିରୀଭୂଷା ଆଣିମୁଂଟି ବୃହନ୍ନାରୀ ।୧୬୩।କନ୍ୟାଂକର ତୁଲେ ମୁଂ ଖେଳିବାର ବେଳେକୁଣ୍ଡାଇ ବିଭା ମୁଂ କରିବି କୁତୂହୋଳେ ।୧୬୪।ରଥରୁ ନେତ ପାତାଙ୍ଗ ଆଣିବୁଟି ଛିନାଇଗୋଧନ ପଲ ଆଣିମୁଟି ତୋତେ କୋନ୍ତଂକର ଦ୍ୱାହି ।୧୬୫।ଶୁଣିଣ ସାନନ୍ଦ ଯେ ବ୍ୟାସଂକର ନାତିମଙ୍ଗଳ ଭାଷିଲେ ୟେ ଅହିଅ ଯୁବତୀ ।୧୬୬।ଉତ୍ତରା ବୋଇଲା ସମସ୍ତ ଲାଗଇ ବୃହନ୍ନାରୀଦ୍ରିଯୋଧନକଇଂ ଜିଣି ଗୋଧନ ଆଣ ଭାଇକି ମୋହୋର ତାରି ।୧୬୭।ବାହଇ ତୁରିତେ ପାଣ୍ଡବ ଶୁଭ ଅନକୂଳେଯେସନେକ ହଂସଯୂଥ କ୍ରୀଡନ୍ତି ମହାଜଳେ ।୧୬୮।ଧବଳ କମଳ ସେ ଅଟନ୍ତି ଚାରିହୟେଖେପନ୍ତି ଆକାଶେ ଦିଶନ୍ତି ସେ ଶେଣାପଚ୍ଛୀ ପ୍ରାୟେ ।୧୬୯।କିରାତ ବିବାଦେ ଯେହ୍ନେ ଖେପନ୍ତି ହରିଣକ୍ଷୁଦ୍ର ଘଣ୍ଟି ଘାଘୁଡ଼ି ଯେ ବାଜଇ ରୁଣ ଝୁଣ ।୧୭୦।ତିନି ଯୋଜନ ଅନ୍ତରେ ରହିଛି କୁରସାଗର ବଳଲକ୍ଷେପୂର କରି ବେଢିଛି ଗୋଧନ ପଲ ।୧୭୧।ରୟଣୀ ପ୍ରଭାତେ ସେ ଯେ ଗୋଧନ ପଲ ନେମନ୍ତ ଅଡାଇଅଡାବନ୍ତେ ବିହଡନ୍ତି ସେ ଅଭୟେ ଦୁଷ୍ଟ ଗାଈ ।୧୭୨।ରଥ ଗମନ୍ତେ ସେ ବିଚାରଇ କିରୀଟୀହୃଦଗତେ ସୁମରଇ ସେ ପୁରୁଷୋତ୍ତମ ନାମଗୋଟି ।୧୭୩।ଜୟତୁ ଜୟ କୋଶବ କେଶୀ ଦର୍ପଗଞ୍ଜାଶ୍ରୀରାମ ଅବତାରେ ତାଡକୀ ଦର୍ପଭଞ୍ଜା ।୧୭୪।ଦକ୍ଷିଣ ବାରାନିଧି ମହୋଦଧିର ଉତ୍ତର କୂଳେବିଜେ ଜଗତମୋହୋନ କଳ୍ପବଟ ତଳେ ।୧୭୫।ଅଢାଇ ତାଳ ଆୟତନେ ଅଣଦହନ ଭୂମି ଅଛିତଦ ନିମନ୍ତେ ରାମ ନିର୍ମଳ ଭୂଇଂ ବାଛି ।୧୭୬।ମଳୟ ପବନ ବସନ୍ତ ତାପ ନାଶକର ବିଧିସକୁଟୁମ୍ୱ ଘେନି ଦେଖି ଖଟଇ ଜଳଧି ।୧୭୭।ବାମେ ମାରକଣ୍ଡ ଯେ ଡାହାଣେ ଯମେଶ୍ୱରପରମାନନ୍ଦ ପୁରୁଷ ଆସନ ଯୋଗ ସିଦ୍ଧେଶ୍ୱର ।୧୭୮।ମହା ବଉଦ ରୂପ କଳିକାଳ ଧ୍ୱଂସିଦୁରାପଦ ପାତକ ଯାହାର ଦ୍ରଶନେ ବିନାଶି ।୧୭୯।ଅଣାକାର ସୋହୋଦ୍ର ଯାହାର ଡାହାଣେ ରାମଚନ୍ଦ୍ରେଦୋଷ ଉପେକ୍ଷି ସାନନ୍ଦେ ପିତାମହ ସଉଭଦ୍ରେ ।୧୮୦।ସ୍ୱାମୀ ଅଭୟେ ବାରାନିଧି ପ୍ରତେକ୍ଷେ ଦିଅ ମୋତେ ବୁଦ୍ଧିବିଚିତ୍ର ମହାଭାରଥ ୟେ ଅମୁଲ୍ୟ ବାରାନିଧି ।୧୮୧।ଶୁଣ ଆହୋ ଚଇତନ ମହାଭାରଥ ୟେ ସଂସାର ଜନ ହିତାଜନ୍ମେ ଜନ୍ମେ ଭାବଇ ମୁଂ ନାରାୟଣ ସଂଗତା ।୧୮୨।ଧବଳ କମଳ କୁଂକୁମ ନୀଳ ଉପଳ ବର୍ଣ୍ଣଗୋଟିମମହୃଦେ ବଘଂସୁ ସୁରଭି ପଦ୍ମ ଫୁଟି ।୧୮୩।ତୁଳୁସାର ବଲ୍ଲଭ ପ୍ରିୟବତୀର ପ୍ରାଣନାହାଶୁଦ୍ରମୁନି ସାରୋଳ ଦାସ ହୃଦଗତେ ଭାଗଇ ତାହା ।୧୮୪।ଅଗସ୍ତି ନାମେଣ ସେ ଯେବଣ ମହଋଷିପବିତ୍ର ବାଲଖିଲ୍ୟା ସେ ପିତାମହର ଶିଷି ।୧୮୫।ଅନାଗତ ପୁରୁଷ ଅବ୍ୟକତ ଅସଞ୍ଚାନିରାକାର ପୁରୁଷ ତୁ ଅନନ୍ତ କାଳ ବଞ୍ଚା ।୧୮୬।ପରମ ଯୋଗେଶ୍ୱର ମହାଭିଗ୍ୟଂ ଅଟଇୟେକାଲୟେ ଯାହାର ମନୁକଳ୍ପ ତୁଟଇ ।୧୮୭।ଦିବା ରାତ୍ର ଅପରଚେକ ଯେବଣ ମହଋଷିସେ ମୁନିଂକର ତଲୟେ ମୁଂ ହୃଦଗତେ ଭାଷି ।୧୮୮।ସେ ବ୍ରହ୍ମବେତ୍ତା ମହଋଷି ଅଗସ୍ତିଂକର ପାଦତଳେବାରାନିଧି ଗଣ୍ଡୂଷ କଲେ ଯେ ଖେଡ଼ର କୁତୂହୋଳେ ।୧୮୯।ଜନ୍ମେ ଜନ୍ମେ ଦାସ ମୁଂ ସେ ମୁନିଂକ ଚରଣେଶୂଦ୍ରମୁନି ସାରୋଳ ଦାସ ହୃଦେ ଭାବନ୍ତି ଅନୁକ୍ଷଣେ ।୧୯୦॥୫୧୨୮।