ଚତୁର୍ଥ ଅଧ୍ୟାୟ — ରାହାସ ଖଣ୍ଡ — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପି।୧୯।
କପୋଳେ କପୋଳ ଜଡ଼ି ରହିଲା
ଗଣ୍ଡ ଯୁଗଳ କଡ଼ିଅଛି ଭଲା ।
।୨୦।
ହୃଦରେ ହୃଦୟ ଜଡ଼ି ଯାଇଛି
ଭୁଜ ପଲ୍ଲବ ୟେକତ୍ନ ହୋଇଛି ।
।୨୧।
କଟିରେ କଟି ଯେ ଜଡ଼ି ରହିଛି
ଜାନୁରେ ଜାନୁ ଅଭିନ୍ନ ହୋଇଛି ।
।୨୨।
ଚରଣେ ଚରଣ ଛନ୍ଦିଣ ଥାନ୍ତି
ପଦ୍ମପାଦ ଘେନି ବେନି ଶୋଭା ଦିଶନ୍ତି ।
।୨୩।
କୋଟି ଚନ୍ଦ୍ର କିବା ଉଦେ ହୋଇଛି
ପାଦନଖ ଶ୍ରେଣୀ ତେହ୍ନେ ଶୋହୁଛି ।
।୨୪।
ଅଙ୍ଗୁଷ୍ଠି ମୂଳ ଦିଶେ ଶୋଭାବନ
ଧ୍ୱଜ ଅଙ୍କୁଶାଦି ଚକ୍ରର ଚିହ୍ନ ।
।୨୫।
ଯବ ସ୍ତୁତିକ କୁମ୍ଭ ଛଡ଼ କୋଣ
ପଦ୍ମ ଡ଼ମ୍ବରୁ କଳସ ତ୍ରିକୋଣ ।
।୨୬।
ଶଙ୍ଖ ଗୋସ୍ପଦ ଉର୍ଧ ରେଖାମାନ
ଇନ୍ଦୁପର୍ନ ମଛ ଚକ୍ର ଯେ ଚିହ୍ନ ।
।୨୭।
ଅଷ୍ଟାଦଶ ଚିହ୍ନ ପାଦ ମୂଳରେ
ସେ ପାଦେ ଗୋପିକା ତଳୟେ କରେ ।
।୨୮।
ସେହିଟି ଭଗତ ବୋଲି ଜାଣିବୁ
ସାର୍ଥକ ଜୀବନ ମନେ ଗୁଣିବୁ ।
।୨୯।
ସର୍ବ ହୃଦେ ୟେକ ଭକ୍ତି ଜାଗଇ
ଭଗତ ଠାବେଂ ଭିନ୍ନାଭିନ୍ନ ନାହିଂ ।
।୩୦।
ସଦା ଆନନ୍ଦ ଭକ୍ତି ମନେ ରତ
ନୋହେ ଚଞ୍ଚଳ ଉଦବେଗ ଚିତ୍ତ ।
।୩୧।
ବିଟପୀ ସ୍ତୀରି ପ୍ରାୟେ କରି ଚିତ୍ତ
ଅହର୍ନିଶ ପଦ୍ମ ପାଦେ ଜଡ଼ିତ ।
।୩୨।
ତେବେ ଅଗମ୍ୟକୁ ଗମି ପାରଇ
ପଦ୍ମ ପାଦ ଯେବେ ମନରେ ଧ୍ୟାଇ ।
।୩୩।
ଆଧାର ଲିଙ୍ଗ ପଦ୍ମରେଣ ଥୋଇ
ନାଭି ପଦ୍ମକୁ ଯେ ମନେ ମଜ୍ଜାଇ ।
।୩୪।
ହୃଦ ପଦ୍ମ କଣ୍ଠ ପଦ୍ମରେ ଚିତ୍ତ
ଲଲାଟ ପଦ୍ମ ଦୁଇ ତଳ ଥିତ ।
।୩୫।
ତେଜକୁ ରଖିଲା ବାୟୁରେ ନେଇ
ବାୟୁକୁ ରଖିଲା ଶିର ଥାନେ ହିଂ ।
।୩୬।
ଆକାଶ ଯେହୁ ମନ ବୋଲି ଜାଣ
ମନ ମିଶାଇ ବୁଦ୍ଧି ସଙ୍ଗତେଣ ।
।୩୭।
ମନ ବୁଦ୍ଧି ସଙ୍ଗ ହୋଇଲା ଯହୁଂ
ଜୀବ ପରମ ଭେଟ ହୋଇ ତହୁଂ ।
।୩୮।
ପାଦପଦ୍ମ ଭକ୍ତ ବିଶ୍ୱାସ କରି
ଦମ୍ଭେ ନନ୍ଦ କନ୍ଦ ଶ୍ରୀକୃଷ୍ଣ ସ୍ମରି ।
।୩୯।
ସେ କୃଷ୍ଣ ଯାହାକୁ ସୁଦୟା କରେ
ଭବସାଗରୁ ସେହି ପ୍ରାଣୀ ତରେ ।
।୪୦।
ତୁ ହୋ ରାମଚନ୍ଦ୍ର ପଚାରୁ ମୋତେ
ଭଗତି ଭାବ ମୁଂ କହିଲି ତୋତେ ।
।୪୧।
ଶୁଣି ରାମ ଦାସ ତୋଷ ହୋଇଲା
ଉଧାର ହେଲଇଂ ପ୍ରଭୁ ବୋଇଲା ।
।୪୨।
ଶତ ଶତ ଦଣ୍ଡବତ ଯେ କରି
ପଛଘୁଞ୍ଚା ଦେଇ ଗୁରୁ ସୁମରି ।
।୪୩।
ଗୁରୁ ପାଦତଳେ ଲଗାଇ ଚିତ୍ତ
ବିଦାୟ ଘେନିଲା ଗୋପାଳ ସୁତ ।
।୪୪।
ସାଧୁଜନ ମୋର ନ ଘେନ ଦୋଷ
ଭକ୍ତି ରାସ ଭଣେ ଅଚ୍ୟୁତି ଦାସ ।
।୪୫।
ଇତିଶ୍ରୀ ଭକ୍ତିଯୋଗ କଥନେ ପ୍ରକୃତି ପୁରୁଷ
ମିଳନେ ଅନନ୍ତ ରାସ ବର୍ଣ୍ଣନେ ନାମ
ପଦ୍ମବନ ରାସ
ଏହି ରାସଟି ପଞ୍ଚସଖାଙ୍କର ମିଳିତ କାବ୍ୟସୃଷ୍ଟି ପ୍ରଚେଷ୍ଟାର ପ୍ରମାଣ ଦିଏ
॥ ପ୍ରଥମ ଅଧ୍ୟାୟ ॥
ବେନି ନଦୀ ମଧ୍ୟେ ପଦ୍ମ କାନନଗ୍ରାମ ଯେ ନେମାଳ ମଝା ଭାଗେଣ ।ସେ ଥାନେ ଅଛଇ ରାସ ମଣ୍ଡୋଳ ।ସଖି ଗୋ!ତହିଂ ରାସ ଲାଗିଛିଦେଖିଲେ ମନ ନ ଆସେ ମୁରୁଛି ।।୧।ଛଡ଼ ଦଳ ପଦ୍ମ ତହିଂ ଶୋହୁଛିମଧ୍ୟରେ ଅଷ୍ଟଦଳ ବେଢ଼ିଅଛି ।କେଶର କଣିକା ସହସ୍ର ଜାଣନିନ୍ଦୁଅଛି ସେହୁ ଇନ୍ଦୁ ବରନ ।ସଖି ଗୋ !ନିତ୍ୟ- ଲୀଳା ସେଠାରେବର୍ଣ୍ଣି ଯେ ନୋହଇ ଶତ ମୁଖରେ ।।୨।ଅଠାଇଶ ଆଙ୍ଗୁଳ ପରିମିତଆଠ ବିଂଶରେ ଭଚ୍ଛର୍ଗ ବିଦିତ ।ସେହୁ ଅଠାଇଣ ଆଡ଼କୁ ଜାଣଆବୋରି ଅଛି ପାବଚ୍ଛ ପ୍ରାଙ୍ଗଣ ।ସଖି ଗୋ!ସେହି ସଂଗମ ଥଳୀଶେଷଦେବ ଯାହା ନ ପାନ୍ତି ଭାଳି ।।୩।ରମା ପ୍ରେମା ସେହି ଠାବେଣ ଥାନ୍ତିକାମ ପୁରୁଷକୁ ନିଷ୍କାମେ ଚିନ୍ତି ।ଦଶ ଗୋପୀ ତହିଂ ପ୍ରେମ ଭାବରେମଜ୍ଜି ରହିଛନ୍ତି ନିତ୍ୟ ସେବାରେ ।ସଖି ଗୋ!ପ୍ରାନ୍ତେ ବିପରୀତଟିଆଦ୍ୟେ ବସିଛନ୍ତି ରତିପତିଟି ।।୪।ଆଦ୍ୟରେ ସୁରତି ମଧ୍ୟରେ ପ୍ରୀତିରତି ହିଂ ସେଠାବେ ଶେଷେ ରହନ୍ତି ।ଛଡ଼ ଦଳ ବେଢ଼ି ଆଠ ଦଳକୁରହିଛନ୍ତି ସେହି ପ୍ରେମ ଭାବକୁ ।ସଖି ଗୋ!ଗ୍ୟାଂନ ତଛୁରେ ଅନାଦେଖିଲେ ଲଭିବୁ ଦିବ୍ୟ ଭାବନା ।।୫।ପ୍ରେମା ହୃଦେ ରମା କାମ ଯୁଗଳହରେ ରାମ କୃଷ୍ଣ ଯହିଂରେ ମେଳ ।ଷୋଳରୁ ବତିଷ ବତିଶୁଂ ଷୋଳବାରଣ ନାହିଂ ସେ ନିତ୍ୟର ଖେଳ ।ସଖି ଗୋ!ତହିଂ ବାରଣ ନାହିଂଅଷ୍ଟ ଦଶାକ୍ଷର ତହିଂ ଶୋହଇ ।।୬।ଦେଖ ସଖିଜନ ବଟ ପତ୍ରକୁପତ୍ରେ ପତ୍ରେ ଖେଡ଼ା ଶୋହେ ତାହାଙ୍କୁ ।ଦେଖିଲେ ଗୋ ସଖି ପରତେ ଯିବଦେଖିବା ଅଟଇ ମମତା ଭାବ ।ସଖି ଗୋ!ଦେଖ ତାହାଙ୍କ ଲୀଳାକିଶୋରୀ ସଙ୍ଗତେ କରନ୍ତି ଖେଳା।୭।ୟେ ଭୂମି ଗମନ ସହଜ ପଥେହଜିଲେ ଧନ ମିଳଇ ଯେମନ୍ତେ ।ହଜି ପାରିଲେ ତୁ ତାଙ୍କୁ ଦେଖିବୁଦେଖିଲେ ଗୋ ସଖି ଦୁଖ ନାଶିବୁ ।ସଖି ଗୋ!ସେହୁ ମହା ମହିମାଯୋଗୀ ଯୁଗାନ୍ତରେ ନପାନ୍ତି ସୀମା ।।୮।ଏହି ବଟ ପୁଟେ ଯଉଂ ମୂରୁତିକର୍ଣ୍ଣିକା ମଧ୍ୟେ ଯଉଂ ବର୍ଣ୍ଣ ଥିତି ।ଜୋତିରେ ଜୋତି ନିବିଡ଼େ ମିଳାଇବେନି ଜନ ଏକ ରୂପ ଦିଶଇ ।ସଖି ଗୋ!ତହିଂ ବର୍ଣ୍ଣଇଂ ନାହିଂପଞ୍ଚୁବର୍ଣ୍ଣ ଏକ ବର୍ଣ୍ଣ ଶୋହଇ ।।୯।ୟେହୁ ବଟ ଶୋଭା ନିଳାଦ୍ରୀ ଜୋତିମାହାବଟ ସେ ନାମ ବୋଲାବନ୍ତି ।କଳ୍ପନା କାଳେନ୍ଦୀ ଉତ୍ତରେ ଶୋଭା ।ଦକ୍ଷିଣେ ପ୍ରେମା କାଳେନ୍ଦୀର ଆଭାସଖି ଗୋ!ରାମା ଶାମାହିଂ ସେହିପ୍ରେମା ଅଛନ୍ତି ସେ ଅନନ୍ତ ଶାୟୀ ।୧୦।ସପ୍ତଫେଣୀ ପରେ ସେ ସିଂଘାସନଅର୍ଧ ଅଙ୍ଗ ଧାମ ନାମରେ ଚିହ୍ନ ।ସୁଦ୍ରଶେନ ବୋଲିଣ ତାହା କହିବଟ ଭଇରୋବୀ ଅଟନ୍ତି ସେହି ।ସଖି ଗୋ!ତାଙ୍କ ସୁଦୟା ହେଲେପଦ୍ମବନ ରାସ ଦେଖିବୁ ଭଲେ ।।୧୧।ତଥି ପରେ ଅଛି ପରମ ଶୂନ୍ୟନୀଳାଦ୍ରୀ ରୂପେ ବିଜେ ଭଗବାନ ।ସୋଭଦ୍ରା ରାଧା ସେ ସୋରୂପେ ଉଭାବଳଦେବ ତହିଂ ଅନନ୍ତ ପ୍ରଭା ।ସଖି ଗୋ!ତହିଂ ଉପାମା ନାହିଂପଦ୍ମବନ ବଟ ଉଦୟେ ତହିଂ ।।୧୨।ଅରୁପ ଅରେଖ ଅଦେହ କାୟାସହସ୍ରା ଉପରେ ତାହାଙ୍କ ଛାୟା ।ଶ୍ୱେତ ରଙ୍ଗା କଳା ଶାମଳା ମୁର୍ତ୍ତିକୁଙ୍କୁମ ମିଶିଣ ବଟ ମୂରୁତି ।ସଖି ଗୋ!ଭେଦି ଦେଖିବା ଚାଲମଣି ବେଦୀକୁ ଏକା ସମତୁଲ ।।୧୩।ମଣି ମଣ୍ଡୋପର ଅନନ୍ତ ଭାବନିରତେ ହୋଅଇ ଦ୍ୱାଦଶ ଶବ୍ଦ ।ପଞ୍ଚୁ ମାତ୍ରା ଘେନି ଉଦୟେ ଥିତିମଣିକର୍ଣ୍ଣିକା ସେହୁ ବୋଲାବନ୍ତି ।ସଖି ଗୋ!ତହିଂ ଧୁନି ଶୁଭଇସେ ଧୁନି ଜାଣିଲେ କଳୁଷ କାହିଂ ।।୧୪।ଦ୍ୱାରପାଳ ସେ ଯେ ଅମ୍ବିକା ମାତାପଦ୍ମବନ ପୂର୍ବ ଦ୍ୱାରରେ ଥିତା ।ଉତ୍ତର ଦୁଆରେ ଭବାନୀ ସହୀପଛିମରେ ଅଛି ଶରଦ ମୁହିଂ ।ସଖି ଗୋ!ଦକ୍ଷିଣ ଦିଗେ ଚମ୍ପାଚମ୍ପକ ବରନୀ ସେ ଅନୁକମ୍ପା ।।୧୫।ଭଗତି ଭାବରେ ସେହୁ ଆସନ୍ତିପଦ୍ମବନ ମଧ୍ୟେ ସେବା କରନ୍ତି ।ଚାଚେକା ଯେ ଭଗବତୀ ପ୍ରଧାନଚିତ୍ରେଶ୍ୱରୀ ଗୋପୀ ସଙ୍ଗତେ ପୁଣ ।ସଖି ଗୋ!ସେହୁ ଗୋପୀରେ ସାରପଦ୍ମବନେ ଏହୁ ହୋଅନ୍ତି ମେଳ ।।୧୬।ଉର୍ମ ଧୁର୍ମ ଜ୍ୟୋତି ଜ୍ୱାଳା ଜାଣନ୍ତିମାହାନିତ୍ୟ ରାସ ପ୍ରେମେ ଭଜନ୍ତି ।ଭାବନ୍ତି ତା ନାମ ନିରତେ ଗୋପୀଗୋପୀ ନାମକୁ ସେହୁ ଭାବୁଥାନ୍ତି ।ସଖି ଗୋ!ତହିଂ ଭଜନ ନାହିଂନିରତେ ଜପ ଶ୍ରୀମୁଖକୁ ଚାହିଂ ।।୧୭।ପୁରୁଷ ଅଙ୍ଗରେ ନାହିଂ ଭଗତାନାରୀ ରୂପ ତହିଂ ସିନା ଶକତା ।ପ୍ରେମ ଭଗତିହିଂ ପଦ୍ମ ବନରେସଖି ପ୍ରେମ ସେବା ମଣି ବେଦୀରେ ।ସଖି ଗୋ!ସେବା ଭଗତି ସାରମଣି ବେଦ୍ରିକାରେ ରାସ ମନ୍ଦିର ।।୧୮।ଗତି ମୁକ୍ତି ତହିଂ ଭଗତି ଥାନଗଙ୍ଗା ଯମୁନା ସୋରସ୍ୱତୀ ଜାଣ ।ଏହି ବଟ ମୂଳେ ଅଛନ୍ତି ରହିଅଷ୍ଟ ନିଧି ଜାଗି କୁବେର ଧ୍ୟାଇ ।ସଖି ଗୋ!ବ୍ରହ୍ମା ବିଷ୍ଣୁ ଶଙ୍କରବାସବ ସଙ୍ଗେ ଦଶ ଦିଗପାଳ ।।୧୯।ଏ ବଟ ପୁଟକୁ କରିଣ ଆଶଦେଖନ୍ତି ରହି ପରମ ରାହାସ ।ଯୁଗ ଯୁଗାନ୍ତେ ଅନ୍ତର ନୋହନ୍ତିବଟ ଚଉପାଶେ ବେଢ଼ି ଅଛନ୍ତି ।ସଖି ଗୋ!ସେହି ବଟକୁ ଆଶଶରଣ ପଶିଛି ଅଚ୍ୟୁତି ଦାସ ।।୨୦।ଲଳିତା ବିଶାଖା ଚଂପକଲତାଚିତ୍ରା ରଙ୍ଗଲତା ଯେ ମଧୁମତ୍ତା ।ଅଷ୍ଟ ନାୟେକା ସୁଦେବୀ ଶ୍ରୀମତୀୟେହାନ୍ତ ଜଣାଏ ମୋହୋ ବିନତି ।ସଖି ଗୋ !ଏହି ମଣି ବେଦୀରେସେବା ଖଟିଥାନ୍ତି ଦିବା ନିଶିରେ ।।୨୧।ଅଷ୍ଟ ସଖିର ଆଗ୍ୟାଂ ମତେ ହେଲାଶ୍ରୀକୃଷ୍ଣ ଶ୍ରୀମୁଖୁଂ ଆଗ୍ୟାଂ ଖଟିଲା ।ବୋଇଲେ ତୁ ଯିବୁ ପଦ୍ମବନକୁନିବାସ ପାଇବୁ ମଣି ବେଦ୍ରୀକୁ ।ସଖି ଗୋ!ସେହି ସୁଦାମ ହିତେମାହା ବଟ ଭିଆଇଲେ ସୁଚିତେ ।।୨୨।ସୁଦ୍ରଶେନ ଚକ୍ର ସେ ମୋତେ ଦିଲେଅଷ୍ଟସଖି ମେଳ ହୋଅ ତୁ ଭଲେ ।ମଣିବେଦୀରେ ନିବାସ ରଂଚିବୁମାହାନିତ୍ୟ ତହିଂ ସେବା କରିବୁ ।ସଖି ଗୋ!ତୁମ୍ଭ ଚରଣେ ବଶଲଏ କୃଷ୍ଣ ଠାବେ ଅଚ୍ୟୁତି ଦାସ ।।୨୩।ଇତିଶ୍ରୀ ପଦ୍ମବନ ରାସ ନାମ ପ୍ରଥମ ଅଧ୍ୟାୟଃ ।॥ ଦ୍ୱିତୀୟ ଅଧ୍ୟାୟ ॥
ଦେଖିଲି ଲାବଣ୍ୟ ମୋହନ ବିଜେ ନୀଳକନ୍ଦରେତ୍ରିପୁରା ମାଳତୀ ମୋହିନୀ ଖଟିଛନ୍ତି ସେବାରେ ।।୧।ମଦନା ଦୟେଣା ମରୁଆ ରହିଛନ୍ତି ପାରୁଶକଳ୍ପବଟ ମୂଳେ ରହିଣ ତାଙ୍କ ଚିତ୍ତ ହରଷ ।।୨।ଆହୁରି ଦେଖିଲି ସଜନୀ ନୀଳା ବହାର ଥାନଲଳିତା ବିଶାଖା ଚିତ୍ରା ଯେ ଲତା ଚମ୍ପକବର୍ଣ୍ଣ ।।୩।ବଦନ୍ତି ଶ୍ରୀମତୀ ପ୍ରିୟା ଯେ ମଧୁମତୀଙ୍କୁ ଘେନିଷଷ୍ଠ ଅଷ୍ଟ ଥାନେ ଗୋପିକା ହୋଇଛନ୍ତି ମଣ୍ଡଣି ।।୪।ଚନ୍ଦ୍ରାବଳୀ ସଙ୍ଗେ ସଜନୀ ରଇବ୍ରତର ଜେମାଏହି ବେନି ସଖି ଅଟନ୍ତି ନିତ୍ୟଥଳେ ଉତ୍ତମା ।।୫।ପଦ୍ମବନେ ସେବା କରନ୍ତି ମଣି ବେଦୀରେ ଚିତ୍ତମଣି ବେଦୀପରେ ଦେଖନ୍ତି ରାଧାକୃଷ୍ଣ ଏକତ୍ୱ ।।୬।ସାତରୁ ଅଧିକ ସହୀ ଗୋ ତାହା ପାରୁଶେ ଗାରସେହି ଗାରଗୋଟି ଅଟଇ ପ୍ରେମାଗାରରେ ସାର ।।୭।ଦକ୍ଷିଣେ ଦେଖିଲି ସଜନୀ ଇନ୍ଦୁ ଛନ୍ଦିଛି ବିନ୍ଦୁସପ୍ତ ଆଭରଣ ପଛିମେ ସେହି ସପତ ସିନ୍ଧୁ ।।୮।ଉତ୍ତରେ ଚନ୍ଦ୍ରିକା ଗୁପତ ବିନ୍ଦୁ ବ୍ରହ୍ମ କରିଛିମଣି ବେଦ୍ରିକା ସେହି ଥଳ ବେଦ ପରେ ରହିଛି ।।୯।ଚାରିବେଦ ଦ୍ୱାରପାଳ ଯେ ୟେକେ ୟେକେ ଗୁଣନ୍ତିଚାରି ଚତୁରଙ୍ଗ ଭେଦିଲେ ଷୋଳୁଂ ବତ୍ରିଶ ଶକ୍ତି ।।୧୦।ବତ୍ରିଶ ବାହାର ଶ୍ରୀକୃଷ୍ଣ ଶ୍ରୀରାଧିକା ପ୍ରେମରେରାଧା ହୃଦେ ଜଡ଼ି ରହିଛି କୃଷ୍ଣ ଅହରାତ୍ରରେ ।।୧୧।ମଣି ବେଦ୍ରିକା ସେହି ଥଳ ଗୁପତରୁ ଗୁପତଦିବା ରାତ୍ର ନାହିଂ ସେ ଥାନେ ତହିଂ ନାହିଂ ପ୍ରଭାତ ।।୧୨।କଳ୍ପବଟ ଯଉଂ ମୂରତି ଶ୍ରୀଅନନ୍ତ ପ୍ରତିଭାସପ୍ତଫେଣି ମଣି ଉପରେ ମଣି ବେଦୀରେ ଶୋଭା ।।୧୩।ପଛିମ ବଟହିଂ ପଛିମେ ହୋଇଛନ୍ତି ଶୋଭନସିଧିଦାୟେକ ଯେ ଅଟନ୍ତି ତ୍ରିପୁରାଙ୍କ ଭୁବନ ।।୧୪।ଦେଖି ମୁଂ ଥକିତ ହୋଇଲି ପଛିମର ପାରୁଶବଟ ଶୋଭା ଦେଖୁ ଦେଖୁ ଯେ ଉଡ଼ିଲା ମୋ ସାହସ ।।୧୫।ହଂସ ପରି ଗତି କରୁଛି ବଟ ବିଟପୀ ତହିଂତ୍ରିଗୁଣ ସେହି ଯେ ବାହାର ଗୁଣ ଦୋଷଟି ନାହିଂ ।।୧୬।ସେଠାବେ ଦେଖିଲି ରାହାସେ ବିଜେ ଜଗନ୍ନାଥରାଧାଙ୍କୁ ସଙ୍ଗତେ ଘେନିଣ ବେନି ଏକ ରୂପାନ୍ତ ।।୧୭।ଅଷ୍ଟ ସଖି ସେବା କରନ୍ତି ଅଷ୍ଟ କୋଣରେ ରହିଉପାମ କି ଦେବି ତାହାଙ୍କୁ ଆଉ ଉପାମ ନାହିଂ ।।୧୮।ଉଇଂ ଆସୁଛି କି ପୂର୍ଣ୍ଣିମା ଶଶୀ ବରୁଣ ପୁରୁଂଯିବା ସଜ ହୁଅ ସଖି ଗୋ ଏହି ମଣିବେଦୀରୁ ।।୧୯।କେମନ୍ତେ ସେ ଜୋତି ଦିଶଇ ତାଙ୍କୁ ନାହିଂ ଉପାମାଜୋତି ପରେ ଜୋତି ସହୀ ଗୋ ରୂପ ଅରୂପ ସୀମା ।।୨୦।ଜୋତିରାନନ୍ଦ ସେ ମୂରୁତି ଅନୁପମ ଶୋହୁଛିଆବରଣ ବେନି ପ୍ରତିମା ଏକ ଅଙ୍ଗ ହୋଇଛି ।।୨୧।ଲାବଣ୍ୟ ମୋହନ ମୂରତି ଦେଖି ହୋଇଲି ଭୋଳଭୋଳହୋଇ ସଖିଜନ ଯେ ତାଙ୍କୁ କରନ୍ତି କୋଳ ।।୨୨।ଲଳିତ କୁଞ୍ଜ ସଖିମାନେ ତାଙ୍କୁ କରନ୍ତି ସେବାକେହୁ ସେ ଆଲଟ ପକାନ୍ତି କେହୁ ତାମ୍ବୁଳ ଦେବା ।।୨୩।ଚନ୍ଦନ ଶ୍ରୀ ଅଙ୍ଗେ ଲେପନ୍ତି କେହୁ ସୁଅର୍ଣ୍ଣ ହାରକେହୁ ସେ ପୁଷ୍ୟକୁ ଯୋଗାନ୍ତି ରାଧାକୃଷ୍ଣ ଗଳାର ।।୨୪।ୟେମନ୍ତ ଦେଖିଣ ସଖିଏ ହୁଳ ଧ୍ୱନି କରନ୍ତିସୁଅର୍ଣ୍ଣ ପ୍ରଦୀପେ ଆଲୋକ ସର୍ବେ ବନ୍ଦାଉଥାନ୍ତି ।।୨୫।ରୂପ ଅରୂପ ସେ ଜୋତିକୁ ପଞ୍ଚ ସଖା ଦେଖିଲୁଂନିତ୍ୟ ମଣିଦେବୀ ଠାବରେ ସର୍ବେ ଶରଣ ଗଲୁଂ ।।୨୬।ଶିଶୁ ଅନନ୍ତଟି ମୋ ନାମ ପଞ୍ଚସଖା ମେଳରେଅଚ୍ୟୁତ ସଖାଙ୍କ ଆଶ୍ରମ ଏହି ମଣିବେଦୀରେ ।।୨୭।ପଛିମ ଶିଆଳୀ ଲତାଟି ମୋର ଆଶ୍ରୟ ଥାନଶିଶୁ ଅନନ୍ତ ଯେ ଶରଣ ରାଧାକୃଷ୍ଣ ଚରଣ ।।୨୮।ଇତିଶ୍ରୀ ପଦ୍ମବନ ରାହାସନାମ ଦ୍ୱିତୀୟ ଅଧ୍ୟାୟ ॥
ତ୍ରିପୁରା ବୋଲନ୍ତି ଶୁଣବେଗେ ସଜ ହୁଅ ଯିବା ବହନସଜନୀ ଗୋ ! ଦେଖିବା ପଦ୍ମ କାନନ ।।୧।ସେଠାବେ ଛନ୍ତି ପୁଷ୍କରଲକ୍ଷେ ତୀର୍ଥ ଛନ୍ତି ତାଙ୍କ ସଙ୍ଗରସଜନୀ ଗୋ! ଭେଦିଛନ୍ତି ତିନିପୁର ।।୨।ଦେଖ ଗୋ ଚିତ୍ର ବଦନୀଦକ୍ଷିଣ ଉତ୍ତରେ ପୂର୍ବ ଗମନୀସଜନୀ ଗୋ! କାଳେନ୍ଦ୍ରୀ ହ୍ରଦେକ ଜାଣି ।।୩।ମହା ସୁବାହୁ ଦ୍ୱାପରେଜନମ ହୁଅନ୍ତି କୃଷ୍ଣ ସେଠାରେସଜନୀ ଗୋ ! କେଳି କଳ୍ପବଟ ମୂଳେ ।।୪।ଚଉଷଠି ସସ୍ର ଗୋପୀକୃଷ୍ଣ ସଙ୍ଗେ ଲୀଳା ରଖନ୍ତି ଥାପିସଜନୀ ଗୋ! ତିଳେ ସଙ୍ଗ ନ ତେଜନ୍ତି ।।୫।ଲଳିତ କୁଞ୍ଜକୁ ଦେଖପଶ୍ଚିମ ପିପଳ ତହିଂ ପ୍ରତ୍ୟେକ୍ଷସଜନୀ ଗୋ! ଲଳିତା ସଖି ଯେ ସାଖ୍ୟ ।।୬।ସଖି ତ୍ରିପୁରା ବିଶାଖାଶ୍ୟାମଳା ସହିତେ ଖଟନ୍ତି ଏକାସଜନୀ ଗୋ! ଇୟଂଳା ଚପଳା ସଖା ।।୭।ଅକାର ଉକାର ବେନିମକାର ମିଶିଣ ଓଂକାର ପୁଣିସଜନୀ ଗୋ ! ରକାର ଅକ୍ଷର ଘେନି ।।୮।ଅଂକାର ତହୁଂ ମିଶନ୍ତିଏହାକୁ ଭଜିଣ ସେବା କରନ୍ତିସଜନୀ ଗୋ! ନାହିଂ ମନେ ଭଏ ଭ୍ରାନ୍ତି ।।୯।ମହାଶକ୍ତି ପଶ୍ଚିମରେବଟ ପିପଳକୁ ଘେନି ସଙ୍ଗରେସଜନୀ ଗୋ! ଶିଶୁ ଅନନ୍ତ ସେଠାରେ ।।୧୦।ଅଙ୍ଗିର ପୁଲସ୍ତ୍ୟ ତପୀରହିଣ ସାଧନ୍ତି ଯୋଗ ସଂଛେପିସଜନୀ ଗୋ! ପଛିମେ ବସତି ଥାପି ।।୧୧।ଉତ୍ତର ବଟକୁ ସହୀଦେଖିଲେ ମନ ଯେ ଥିର ହୋଅଇସଜନୀ ଗୋ! ଶୁକ ସନକାଦି ତହିଂ ।।୧୨।ଶ୍ରୀଶକ୍ତି ରହେ ଉତ୍ତରେଶ୍ରୀମତୀ ଶ୍ରୀୟା ବିଜୟା ସଙ୍ଗରେସଜନୀ ଗୋ! ଯଶୋବନ୍ତି ସେଠାରେ ।।୧୩।ସେହି ଯଶୋବନ୍ତ ଦାସଶ୍ରୀମତୀଙ୍କ କୁଞ୍ଜେ ତାଙ୍କରି ବାସସଜନୀ ଗୋ! ଦେଖନ୍ତି ନିତ୍ୟ ରାହାସ ।।୧୪।ଓଂକାର ହୁଂକାର ଦୁଇନ କାର ଇକାର ଲ କାର ଦେଇସଜନୀ ଗୋ! ନାଦବିନ୍ଦୁଟି ଶୋଭଇ ।।୧୫।ଶେଷକୁ ସେ ବର୍ହ୍ନ କାୟାଏମନ୍ତ ଭଜନ୍ତି ଶ୍ରୀମତୀ ଶ୍ରୀୟାସଜନୀ ଗୋ! ଯଶୋବନ୍ତ ଭାବେ ଏହା ।।୧୬।ଈଶନ୍ୟରେ ମହାଦ୍ରୁମଦୈାପଦୀ ପ୍ରିୟାଙ୍କ ତହିଂ ଆଶ୍ରମସଜନୀ ଗୋ! ଉତ୍ତର ସଖିଙ୍କ ସମ ।।୧୭।ସେଠାରେ ମାର୍କଣ୍ଡ ଋଷିତପ କରୁଛନ୍ତି ସେ ଦିବା ନିଶିସଜନୀ ଗୋ! କଳ୍ପ କଳ୍ପାନ୍ତରେ ବସି ।।୧୮।ପୂର୍ବରେ ସେ ଚନ୍ଦ୍ରାବଳୀବିଧୁମୁଖୀ ସଙ୍ଗେ ଗୋପର ବାଳୀସଜନୀ ଗୋ! ଶଶିରେଖା ଆଗୁଆଳି ।।୧୯।ଉତ୍ତର ବଟଟି ଯେହିଉକାର ନ ଥାଇ ପୂର୍ବରେ ରହିସଜନୀ ଗୋ! ମନ୍ତ୍ର ନିରଞ୍ଜନ ତହିଂ ।।୨୦।ସଖା ବଳରାମ ଭାବପୂର୍ବବଟ ଯହିଂ ତାଙ୍କୁ ଦୁର୍ଲ୍ଲଭସଜନୀ ଗୋ! ତାରେଣୀ ଶକ୍ତିଟି ନବ ।।୨୧।ବଶିଷ୍ଠ ଋଷି ସେଠାରେତିନି ତପୀ ସଙ୍ଗେ ସେ ସେବାକରେସଜନୀ ଗୋ! ରହିଛନ୍ତି ଯୁଗାନ୍ତରେ ।।୨୨।ଦକ୍ଷିଣେ ଚମ୍ପା ରେବତୀଅଷ୍ଟସଖି ସଙ୍ଗେ ତାଙ୍କ ବସତିସଜନୀ ଗୋ! ଧ୍ୟାନେ ପରମ ଜପନ୍ତି ।।୨୩।ପରା ବୀଜକୁ ଗୋ ସହୀୟେହି ତିନି ବୀଜ ଜପ ହୁ୍ଅଇସଜନୀ ଗୋ! କାଳିଞ୍ଜନ ଋଷି ତହିଂ ।।୨୪।ଜଗନ୍ନାଥ ଦାସ ମୁହିଂଦକ୍ଷିଣ ବଟରେ ଆଶ୍ରିତ ରହିସଜନୀ ଗୋ! ଦେଖ ଲୀଳା ରସ ତହିଂ ।।୨୫।ଦକ୍ଷିଣେ ଭୂଷଣ୍ଡ ସ୍ଥଳବଟ ବିନୋଦିଆ ତହିଂରେ ମେଳସଜନୀ ଗୋ! ଦ୍ୱାଦଶ ଶବ୍ଦ ଚହଳ ।।୨୬।ୟେ ଠାବେ ବୃକ୍ଷ ବକୁଳବଙ୍ଗୁନାଳ ପରେ ଏହାଙ୍କ ମେଳସଜନୀ ଗୋ! ଗରୁଡ଼ ସଖାଟି ବଳ ।।୨୭।ଚଉଷଠୀ କଳା ଘେନିବ୍ରହ୍ମ ନାରୀ ତହିଂ କରେ ଦୟିନୀସଜନୀ ଗୋ! ପାର୍ବତୀକୁ ସଙ୍ଗେ ଘେନି ।।୨୮।ସେଠାରେ ମନ୍ତ୍ର ତାରକଚାରି ଯୁଗମାନେ ତହିଁରେ ଗୋପ୍ୟସଜନୀ ଗୋ! ଦେଖନ୍ତି ନିତ୍ୟ ରାହାସ ।।୨୯।ଦାମ ସୁଦାମ ସୁବଳସୁବାହୁ ଶ୍ରୀବଛ ଏ ପଞ୍ଚମେଳସଜନୀ ଗୋ! ଦ୍ୱାଦଶ ବାଳ ଗୋପାଳ ।।୩୦।ସତ୍ୟ ଯୁଗେ ପଞ୍ଚତପୀବକୁଳ ମୂଳରେ ତପ କରନ୍ତିସଜନୀ ଗୋ! ନିତ୍ୟ ପଞ୍ଚମନ୍ତ୍ର ଥାପି ।।୩୧।ତାଙ୍କ ଆଗେ ବଟକଳ୍ପସେହି ବଟମୂଳେ ମଣି ମଣ୍ଡପସଜନୀ ଗୋ! ଅଚ୍ୟୁତ ଦାସର ଜପ ।।୩୨।ମଣି ବେଦୀ ପରେ ହରିଜୋତିରାନନ୍ଦ ମରୁତିକୁ ଧରିସଜନୀ ଗୋ! ଆନନ୍ଦେ ବାଏ ବାଂଶୁରୀ ।।୩୩।ରାଧାକୃଷ୍ଣ ନିତ୍ୟସ୍ଥଳଜୋତି ପରେ ଜୋତି ହୋଅଇ ମେଳସଜନୀ ଗୋ! ଯେସନେ ବାଳ ମିହିର ।୩୫।।୩୪।ଅଷ୍ଟ ସଖି ସେଠାବରେସେବା କରୁଥାନ୍ତି ପ୍ରଭୁଙ୍କଠାରେସଜନୀ ଗୋ! ଦେଖନ୍ତି ନେତ୍ର ପତରେ ।।୩୫।ରାଧାକୃଷ୍ଣ ଭିନ୍ନାଭିନ୍ନମଣି ବେଦ୍ରିକାରେ ନାହିଂ ସେ ଚିହ୍ନସଜନୀ ଗୋ! ବେନି ତନୁ ଏକ ବର୍ଣ୍ଣ ।।୩୬।ଚଉଷଠୀ ସସ୍ର ଗୋପୀମଣି ବେଦୀ ପରେ ଜୋତି ମୂରୁତିସଜନୀ ଗୋ! ଛାଡ଼ିଲେ ସକଳ ଭ୍ରାନ୍ତି ।।୩୭।ଦେଖି ତାଙ୍କୁ ଗୋପବାଳୀଆନନ୍ଦେ ଦିଅନ୍ତି ଯେ ହୁଳହୁଳିସଜନୀ ଗୋ! ଯେସନେ ସିନ୍ଧୁ ଉଛୁଳି ।।୩୮।ବକୁଳ ମୂଳରେ ରହିପଞ୍ଚସଖା ତହିଂ ଦେଖିଲୁ ଧ୍ୟାୟିସଜନୀ ଗୋ! ଦୁଃଖ ଗଲା ପାର ହୋଇ ।।୩୯।ସଖିଜନ ସଙ୍ଗେ ଥିଲିଅଗ୍ୟାଂନ ତିମିର ମୋହ ନାଶିଲିସଜନୀ ଗୋ! ପ୍ରେମ ଭଗତି ପାଇଲି ।।୪୦।ଅଣାକ୍ଷର ଚିତ୍ର ୟେହିତ୍ରିୟବିନ୍ଦୁ ପରେ ସେ ଭାବଗ୍ରାହୀସଜନୀ ଗୋ! ଦାସ ଜଗନ୍ନାଥ କହି ।।୪୧।ଇତିଶ୍ରୀ ପଦ୍ମବନ ରାସ ତୃତୀୟୋଽଧ୍ୟାୟଃ ।॥ ଚତୁର୍ଥ ଅଧ୍ୟାୟ ॥
ଅମନ ମନ୍ଦିରକୁ କର ଗମନମାୟାରେ ପଡ଼ି ବାୟା ନୁହ ବିମନ । ପଦ ।ଅଲେଖ ମନ୍ଦିରକୁ ଯେ ପଡ଼ିଛି ବାଟଜୀବ ପରମ ହୋଅନ୍ତି ଯହିଂରେ ଭେଟ ।ଭବ ସାଗରେ ଭାସିଯିବାର ହୋଉଅଛିନାବ ଆଣି କୈବର୍ତ୍ତତୀରରେ ଖଟାଇଛିପାରି ହୁଅ ନାବରେନିଜେ ମହିମା ବାଛିମୂଲ କଉଡ଼ି ତହିଂନ ଲାଗୁଅଛି କିଛିଦୁଆରି ଜଗିଅଛିଗଳି ନ ପାରେ ମାଛିଶତେ କବାଟ ଲାଗିମୁଦା ପଡ଼ିଛି କୁଞ୍ଚିହାତରେ ନ ଫିଟଇଅନୁଭବେ ଫିଟୁଛିଗ୍ୟାଂନୀକି ଗ୍ୟାଂନ ନେତ୍ରେଝଟ ଝଟ ଦିଶୁଛିଛଡ଼ବେଦ ପରେ ବାନ୍ଧିଛନ୍ତି ଆସନ ।।୧।ଅଣାକ୍ଷରକୁ ହୃଦରେ ନିରତେ ଜପଫୁଙ୍କାବନ୍ଧ ପରେ ନୃତ୍ୟ ନୟନେ ଦେଖ ।ଶୁଣି ବାଂଶୁରୀ ସ୍ୱନଷୋଳ ଗୋପୀ ଅଗ୍ୟାଂନବେନି ହାଥେ ଧରିଣଅର୍ଘ୍ୟଥାଳୀ ବନ୍ଦାଣଶିରେ ଖଞ୍ଜନ୍ତି ଗଭାବିବିଧ ପୁଷ୍ୟମାନଘେନି ବୁଲନ୍ତି ହାଥେମନୋରଥ ରଞ୍ଜନଲୀଳାମୃତ ଗର୍ଜନଶୁଭୁଛି ଘନ ଘନଅତୀଅ ଶୋଭାବନଦିଶଇ ସେ ଭୁବନୟେ ରୂପ ମୁନିଗଣେଧ୍ୟାୟନ୍ତି ଅନୁକ୍ଷଣଯାହାର ଥିବ ପୂର୍ବ ସୁକୃତମାନ ।।୨।ବଜାଇ ମୃଦଙ୍ଗ ତାଳ ବୀଣା ଛନ୍ଦରେଗହ ଗହ ନିତ୍ୟ ଥଳ ରାସ ମନ୍ଦିରେ ।ଢୋଲ ଦମା ଟମକଚାଙ୍ଗୁ ନିଶାଣ ଭେରୀଶଙ୍ଖ ଶିଙ୍ଘା ଯେ ତୁମ୍ବାମହୁରୀ ବୀର ତୂରୀପାଦେ ନୃତ୍ୟ ଚାତୁରୀମୁଖରେ ଗାୟତରୀନୃତ୍ୟରେ ନୁମତ୍ତାଷୋଳସସ୍ର କୁମାରୀଶିରେ ଶେତ ଛତିରୀଆଲଟ ଯେ ଚାମରୀକମ୍ପୁଛି ବସୁନ୍ଧରୀଘଣ୍ଟି ଶବ୍ଦ ଘଗୁରିସର୍ବେ ଆନନ୍ଦେ ପୂରିପ୍ରଭୁ ନାମ ଭଜାରିଦେଖ ଦ୍ୱାଦଶ ବନ୍ଧେ ତହିଂ କୀର୍ତ୍ତନ ।।୩।ଅନ୍ତର୍ଯ୍ୟାମୀ କରତା ସେ ଆପେ ନିର୍ମାଣଭଗତ ଜନଙ୍କ ଧନ ମନ ଜୀବନ ।ଯାହାର ରୋମ ମୂଳେମାଳ ମାଳ ମେଦିନୀବର୍ଣ୍ଣି ନାହାନ୍ତି ଯାକୁସାରଳା ସିଧ୍ୟମୁନିବ୍ରହ୍ମାଣ୍ଡ କରତା ଯେଆଦ୍ୟନ୍ତ ଶିରୋମଣିଯା ଗର୍ଭେ ପୂରିଥାନ୍ତିସପ୍ତ ଦୀପା ଧରଣୀଗଙ୍ଗା ଯମୁନା ନଦୀବହୁଛି ତିରିବେଣୀତତ୍ୱ ନ ଜାଣି ପ୍ରାଣୀମାୟା ମୋହେ ଭ୍ରମଣିଗ୍ୟାଂନି ଜନ ନ ଚିତ୍ତେ ମୁର୍ଖକୁ କାହିଂ ପୁଣିପ୍ରତେ ହେଲେ ହେବ ପଣ୍ଡିତ ସୁଜାଣ ।।୪।ତହିଂର ମହିମା ମୁଖେ କହିବା କିସଯହିଂ ଚାରିବେଦ ହୋଉଅଛି ପାବଛ ।ଋକ ବେଦରୁ ବିନ୍ଦୁମହୀ ସପତ ସିନ୍ଧୁସାମ ବେଦ ଚରିତଶୂନ୍ୟେ ମରୁତ ଫାନ୍ଦୁଅଥର୍ବ ବେଦ ବିଦ୍ୟାଦଶ ଦିଗକୁ ଛନ୍ଦୁଯଜୁବେଦରୁ ସାମଯୁକ୍ତ ହେଲାକ ଅଧୁଂଶିଶୁ ବେଦ ଆସାନଅନାମ ଦୀନବନ୍ଧୁଭଗତ ଭାବେ ବଶକରୁଣୀ କୃପାସିନ୍ଧୁଅଭୟ ଶ୍ରୀପୟରୁ ଝରୁଛି ସୁଧା ମହୁଶ୍ୱେତ ଶାମଳ ରୂପ ବର୍ଣ୍ଣ ଉଦ୍ଦାନ ।।୫।କୁଗ୍ୟାଂନୀକି ବିଷ ଭକ୍ତଜନକୁ ରସସୁଗ୍ୟାଂନୀକି ଅନୁଭବ ଚିତ୍ତେ ଅଦୃଶ୍ୟ ।ଭଣେ ଦୀନ ଅଚ୍ୟୁତ ସେ ଧର୍ମେ ସାରସ୍ୱତସଦଗୁରୁ ସେବିତଜାଣିମ ତଦଗତକାରଣ ଗତି ମକ୍ତିସେ ପ୍ରଭୁଙ୍କ ଭଗତଅରୁପ ଅନ୍ତର୍ଯ୍ୟାମୀଭଗତ ଭାବେ ରତଅତି ନିଗମ ପଥ ଗମିବାକୁ ସମର୍ଥଦିଶିବ ଯେବେ ମୋହ ପୂର୍ବ ଜନ୍ମ ସୁକୃତତପସ୍ୟା କରିଥିଲେତାର ଭୃତ୍ୟର ଭୃତ୍ୟଅନୁସରି ବହନ ସାଧୁଜନ ପଶ୍ଚାତଭାଗ୍ୟ ଥିଲେ ଯିବି ଅମନ ଭୁବନ ।।୬।ଇତିଶ୍ରୀ ପଦ୍ମବନ ରାସ ଚତୁର୍ଥ ଅଧ୍ୟାୟଃ ।॥ ପଞ୍ଚମ ଅଧ୍ୟାୟ ॥
ଚାଲ ଗୋ ସର୍ବ ସଖି ଜନ ମିଳିଦେଖିବା ପଦ୍ମବନେ ରାସ କେଳି ।ସେ ପଦ୍ମ ବନର ଉପାମା ନାହିଁବ୍ରହ୍ମା ଯାହାକୁ ଗମି ନ ପାରଇ ।ଦୂତୀ ଗୋ! ଚାଲ ଗୋପୀଙ୍କ ପାଶପଛିମ ବଟରେ ହେବା ପ୍ରବେଶ ।।୧।ସେଠାବେ ଲଳିତା ବିଶାଖା ଛନ୍ତିନିତ୍ୟ ରାଧିକାଙ୍କୁ ସେବା କରନ୍ତି ।ସେଠାବ ମହିମା କହି ନ ସରେତ୍ରିପୁରା ବିଜୟେ ସେହି ଠାବରେ ।ଦୂତୀ ଗୋ! ତହିଂ ଚମ୍ପା ପ୍ରତିମାଚଉଷଠୀ କଳା ଗୋପିକା ଶ୍ୟାମା ।।୨।ପଛିମ ବଟ ମନ୍ତ୍ରକୁ ଜପିବପଛିମ ଗୋପୀଙ୍କ ସଙ୍ଗତେ ଯିବ ।ଉତ୍ତର ପିପଳେ ହେବ ପ୍ରବେଶବୃନ୍ଦା ସୋଭଦ୍ରା ରଙ୍ଗଦେବୀ ପାଶ ।ଦୂତୀ ଗୋ! ଧନ୍ୟ ମାଳତୀ ତହିଂମଜ୍ଜିଥାନ୍ତି ରଙ୍ଗ ରସରେ ରହି ।।୩।ପିପଳ ମନ୍ତ୍ର ଯେହୁ ମନ୍ତ୍ରରାଜଷୋଡ଼ଶ କ୍ଷର ପ୍ରେମରେ ଭଜ ।ଲଳିତା ବିଶାଖା ଚମ୍ପକଲତାପିପଳ ଗୋପୀଙ୍କ ସଙ୍ଗେ ସଙ୍ଗୀତା ।ଦୂତୀ ଗୋ! ଚାଲ ଉତ୍ତର ବଟଉତ୍ତର ବଟ ଅତୀଅ ଆକଟ ।।୪।ଦୂତିକା କେତକୀ ରାଧା ମାଳତୀମୋହନୀ ଚିତ୍ରା ସଙ୍ଗେ ଚମ୍ପାବତୀ ।ଉତ୍ତର ବଟରେ ଶୁଧ୍ୟ ମନରେଜପିବ ସଖି ଗୋ ମୁଖ ଉତ୍ତରେ ।ଦୂତୀ ଗୋ! ନିତ୍ୟ ସେବାରେ ମାତିରାଧାଙ୍କ ମେଳରେ ଛଡ଼ ଯୁବତୀ ।।୫।ବେନି ଦିଗ ସଖି ହୋଇଲେ ମେଳପୂର୍ବ ବଟକୁ ବେଗ ହୋଇ ଚଳ ।ରତ୍ନରେଖା ତୁଙ୍ଗବିଦ୍ୟା ଯେ ସହୀଶଶୀରେଖା ସଖି ପାଳିକା ଗୋଈ ।ଦୂତୀ ଗୋ! ୟେହ୍ନେ ସଖି ସକଳେଚାଲ ଗୋ ପ୍ରାଣସଖି ଦକ୍ଷିଣରେ ।।୬।ଦକ୍ଷିଣ ଦିଗେ ମୂଳ ଯେ ଗୋପିନୀସୁଗନ୍ଧିକା ମଧୁମତୀ କାମେନୀ ।ମଦନ ସୁନ୍ଦେରୀ ସେ ସତ୍ୟବତୀସୁପ୍ରିୟା ସହିତେ ଦକ୍ଷିଣେ ଥିତିଦୂତୀ ଗୋ! ମନ୍ତ୍ର ଭଜନ ତହିଂଗୋପୀ ଦଶାକ୍ଷର ତୁଳନା ନାହିଂ ।।୭।ନଈଋତରେ ରେବତୀ ଶ୍ରୀମତୀଅଗ୍ନି କୋଣରେ ଅହଲ୍ୟା ଦ୍ରୁପଦୀ ।ବାଇ କୋଣେ ରହେ ରମା ଯେ ଶ୍ରୀୟାଈଶାଣ କୋଣରେ ଶ୍ରୀହରି ପ୍ରିୟା ।ଦୂତୀ ଗୋ! ପଦ୍ମବନର ସୁଖପଦ୍ମବନେ ପଦ୍ମ ଉଦୟ ଦେଖ ।।୮।ଅଷ୍ଟ ଦିଗୁଂ ସଖି ମେଳଣ ହେଲେପୂର୍ବ ଦିଗେ ଶ୍ରୀରାଧାଙ୍କୁ ଭେଟିଲେ ।ହୁଳହୁଳିମାନ ସେଠାବ ଦ୍ୟନ୍ତିଅର୍ଘ୍ୟ ବନ୍ଦାଇ ବୃନ୍ଦାଙ୍କୁ ପୁଛନ୍ତି ।ବୃନ୍ଦେ ଗୋ! ଚାଲ ମଣି ମଣ୍ଡୋପସେଠାବେ ତେଜିବା ମାହାଶଙ୍କଚ ।।୯।ମଣି ବେଦୀଠାରେ ଦେଖିବା ରାସଶ୍ରୀକୃଷ୍ଣ ଦ୍ରଶନେ ଚିତ୍ତ ହରଷ ।ପୁଷ୍ୟ ବନ୍ଦାଇ ରାଧାଙ୍କୁ ପୁଛନ୍ତିମଣି ଦେବୀ ରାସ ଦେଖା ବୋଲନ୍ତି ।ରାଧା ଗୋ! ତୋହେ ସୁଦୟା ହେଲେନିତ୍ୟ ମଣିବେଦୀ ଦେଖିବୁଂ ଭଲେ ।।୧୦।ପ୍ରେମ ଆନନ୍ଦେ ରାଧାଙ୍କୁ ବୋଇଲେବୃନ୍ଦାଦେବୀ ଶୁଣି ତୋଷ ହୋଇଲେ ।ବୋଲୁଛନ୍ତି ବୃନ୍ଦେ ଶୁଣ ଗୋ ସହୀଭେଦି ପାରିଲେ ଯିବା ପଦ୍ମଭୁଇଂଦୂତୀ ଗୋ! ଅଣ ସାଧନା ଭକ୍ତିଅରୁପ ଅରେହ ନାମ ବୋଲାନ୍ତି ।।୧୧।ଅନନ୍ତ ଅଚ୍ୟୁତ ବାଳ ମାଧବମଣି ବେଦ୍ରିକାରେ ଏହାଙ୍କ ଠାବ ।ସେ ପୁଣ ଅଛନ୍ତି ବଟ ପୁଟରେକେମନ୍ତ ଯିବା ଗୋ ତାଙ୍କ ପାଶରେ ।ଦୂତୀ ଗୋ! ତହିଂ ଗୁରୁ ରାଧିକାଷୋଳ ସସ୍ରପରେ ସେହିହିଂ ୟେକା ।।୧୨।ସଖିମାନଙ୍କର ବିନତି ବାଣୀଶୁଣି ଭଣନ୍ତି ରାଧା ଠାକୁରାଣୀ ।ବେନିତ୍ରୟ ଭେଦି ଅଷ୍ଟ ଦଳରେଅଷ୍ଟ ଭେଦି ଦେଖ ମଣି ବେଦୀରେ ।ଦୂତୀ ଗୋ! ତହିଂ ଧସାଇ ପଶସେଠାବେ ଲାଗିଛି ନିତ୍ୟ ରାହାସ ।।୧୩।ଚାରିବେଦ ତହିଂ ଦୁଆରପାଳଚାରି ଚତୁରଙ୍ଗ ଯହିଂରେ ମେଳ ।ସେହି ଚତୁରଙ୍ଗ ଏକଇ ଜୋତିଲୀଳା ନିମନ୍ତେ ପଞ୍ଚୁବର୍ଣ୍ଣ କାନ୍ତି ।ଦୂତୀ ଗୋ ! ବେନି ୟେକ ମୂରୁତିମଣି ବେଦ୍ରିକାରେ ତାହାଙ୍କ ଛତି ।।୧୪।ଯେହି ସେହି ୟେହି ସେହି ଅଟନ୍ତିୟେହି ମିଶି ପଞ୍ଚୁବର୍ଣ୍ଣର କାନ୍ତି ।ସେହି ପଞ୍ଚୁବର୍ଣ୍ଣୁଂ ବେନି ଯେ ସାରରାସ ଯେ କରନ୍ତି ବଟ ପୁଟର ।ଦୂତୀ ଗୋ! ପ୍ରେମାଧାର ମଧ୍ୟରେଦେଖ ସଖି ଭାବ ସେ ଯୁଗଳରେ ।।୧୫।ଶ୍ୱରୀର ସାଧନା ଗ୍ୟାଂନ ଭକ୍ତିରେସାଧ୍ୟ ସିଧି କଲେ ଯିବା ସେପୁରେ ।ଅବାରଣ ଭୁଇଂ ମଣି ବେଦିକାତହିଂ ରାଧାକୃଷ୍ଣ ଦିଶନ୍ତି ୟେକା ।ଦୂତୀ ଗୋ! ତହିଂ ତୁଳନା ନାହିଂମୁରଲୀର ସ୍ୱନ ସେଠାବୁଂ ହୋଇ ।।୧୬।କଳା ମେଘେ ଯେହେର୍ଣ୍ଣ ବିଦୁପ୍ରଭାରାଧାକୃଷ୍ଣଙ୍କର ତେସନ ଶୋଭା ।ମଣି ମାଣିକ୍ୟର ଜୋତି ନିନ୍ଦନ୍ତିଜୋତିରାନନ୍ଦ ସେ ନାମ ଭଣାନ୍ତି ।ଦୂତୀ ଗୋ! ସେହୁ ନୀଳ ବଦନରାଧିକା ମୋହନ ଜଗୁ ଜୀବନ ।।୧୭।ଘନ ଘନ ବଂଶୀ ଧୁନି ଫୁରୁଛିତାଳ ମୃଦଙ୍ଗ ସେଠାବୁଂ ଶୁଭୁଛି ।ସେ ଥାନ ଉପାମା ଆଉ ଯେ ନାହିଂଚାଲ ବହନ ଚଳିବା ଗୋ ସହୀ ।ଦୂତୀ ଗୋ! ରାତ୍ର ଯାଉଛି ପାହିବିଟୋଳ ନ ହୋଇ ଚାଲ ଗୋ ସହୀ ।।୧୮।ଶୁକ ସନକ କାଳିଞ୍ଜନ ଯତିଭୁଗୁ ଅଙ୍ଗିରା ପୁଲହ ପୁଲସ୍ତି ।ଏମାନେ ଅଛନ୍ତି ଚାରି ପାଶରେକର୍ଣ୍ଣେ ଶୁଣନ୍ତି ମୁରଲୀ ସୁସୋରେ ।ଦୂତୀ ଗୋ! ଦେଖି ନାହାନ୍ତି ଏହିଗ୍ୟାଂନ ଭକ୍ତି ବିନା ମିଳନ୍ତି ନାହିଂ ।।୧୯।ସେଠାବେ ରାଧାକୃଷ୍ଣଙ୍କୁ ଭଜନ୍ତିରାଧାକୃଷ୍ଣ ନାମ ନିତ୍ୟେ ରଟନ୍ତି ।ସେହି ରାଧାକୃଷ୍ଣ ମଣି ବେଦୀରେରାସ କରନ୍ତି ଯେ ଅହୋରାତ୍ରରେ ।ଦୂତୀ ଗୋ! ନିତ୍ୟ ମୂରୁତି ଯହିଂସେଠାବେ ଚାଲ ଯିବା ସଜ ହୋଇ ।।୨୦।ମଣି ମଣ୍ଡୋପରେ ୟେମନ୍ତ ଶୋଭାବାଳ ଅର୍କ କାନ୍ତି ନିନ୍ଦୁଛି ପ୍ରଭା ।ଦ୍ୱାଦଶ ବଇଂଶୀ ବଟରେ ମେଳବଟ ପୁଟ ଭେଦି ଫୁଟେ କମଳ ।ଦୂତୀ ଗୋ! ମଣି ବେଦ୍ରିକା ସେହିକିଶୋରୀ କିଶୋର ରାହାସ ଯହିଂ ।।୨୧।ସବୁନ୍ତ ଗୋପିକା ବହନ ଗଲେମଣି ମଣ୍ଡୋପରେ କୃଷ୍ଣ ଦେଖିଲେ ।ରାଧା ଚନ୍ଦ୍ରାବଳୀ ଶ୍ରୀକୃଷ୍ଣ ବଂଶୀବନ୍ଦାଇଲେ ଯାଇ ସର୍ବ ସୁକେଶୀ ।ଦୂତୀ ଗୋ! ଭୋଳ ହୋଇଣ ଗୋଈକୋଳାଗ୍ରତ କରେ ନନ୍ଦ କହ୍ନାଇ ।।୨୨।ହୁଳ ଧୁନି ଦେଇ ଅର୍ଘ୍ୟ ବନ୍ଦାଇରସ ରାହାସକୁ ମନରେ ଧ୍ୟାଇ ।ଶ୍ରୀକୃଷ୍ଣ ଚରଣ ଦ୍ରଶନ କଲେମଣି ବେଦୀ ପରେ ଶରଣ ଗଲେ ।ଦୂତୀ ଗୋ! ତହିଂ ନିତ୍ୟର ଥଳୀପଦ୍ମବନ ମଣି ବେଦୀ ମଞ୍ଜରୀ ।।୨୩।ଦାମ ସୁଦାମ ସୁବାହୁ ଗୋପାଳସାତୁକି ଉଦ୍ଧବ ନନ୍ଦ ସୁବଳ ।ଅକ୍ରୁର ଶ୍ରୀବଛ ଦ୍ୱାଦଶ ସଖାଏହି ବଟପୁଟ କରି ଭରସା ।ଦୂତୀ ଗୋ! ଯୁଗେ ଯୁଗେ ଅଛନ୍ତିରାସ ଯେ କଦମ୍ବ ବିଟପୀ ପନ୍ତି ।।୨୪।ଶ୍ରୀକୃଷ୍ଣ ଶ୍ରୀମୁଖେ ଆଗ୍ୟାଂ ଯେ କଲେମୋର ରାସଥଳୀ ପାଅ ତୁ ଭଲେ ।ତେଣୁ ମୋ ନିବାସ ଏହି ସ୍ଥଳରେଦେହ ହଜାଇଲି ମଣି ବେଦୀରେ ।ଦୂତୀ ଗୋ! ଏହି ବଟ ପୁଟରେଶରଣ ଅଚ୍ୟୁତ ପଦ୍ମପାଦରେ ।।୨୫।ଇତିଶ୍ରୀ ପଦ୍ମବନ ରାସ ପଞ୍ଚମୋଽଧ୍ୟାୟଃ ।॥ ଷଷ୍ଠ ଅଧ୍ୟାୟ ॥
କେଣିକି ଚଳୁଛ ସଖି ଗୋ ଆସ ଆସ ପାଶକୁରାଧାକୃଷ୍ଣ ଲୀଳା ଦେଖିବା ଚାଲ ପଦ୍ମବନକୁ ।।୧।ପଦ୍ମବନ ଧାମ ଅଟନ୍ତି ବୃନ୍ଦାବନ ସମାନନିତ୍ୟେ ନିତ୍ୟେ ରାସ ଲାଗିଛି ଯୁଗ ଯୁଗାନ୍ତେ ପୁଣ ।।୨।ପ୍ରତ୍ୟକ୍ଷରେ ଦେଖ ସହୀ ଗୋ ତହିଂ ବିରାଜୁଛନ୍ତିରାଧାକୃଷ୍ଣ ବେନି ମୂରୁତି ୟେକ ଅଙ୍ଗରେ ଥିତି ।।୩।ଅଷ୍ଟଦଳ ଅଷ୍ଟ ନାୟେକା ସେବା ଖଟନ୍ତି ରହିଛଡ଼ଦଳ ଗୋଟି ତା ତହିଂ କେହ୍ନେ ଶୋଭା ଦିଶଇ ।।୪।ଛଡ଼ଦଳେ ଛଡ଼ ସଖି ଗୋ ଦ୍ୱାରପାଳ ହୁଅନ୍ତିତ୍ରୟଦଜେ ତ୍ରୟ ଗୋପିକା ବିପରୀତେ ବସନ୍ତି ।।୫।ମଣି ବେଦ୍ରିକା ତା ମଧ୍ୟେଣ କେହ୍ନେ ଦିଶଇ ତୋରାସେ ମଣି ବେଦି କା ଗମିଲେ ଆଉ ନ ଥିବ ଭାଗ ।।୬।ରସାନନ୍ଦ ମାହାନନ୍ଦଟି ମଣିବେଦୀରେ ଶୋଭାପ୍ରେମାନନ୍ଦ ତହିଂ ଉଦୟେ ମହାନିତ୍ୟର ପ୍ରଭା ।।୭।ଠୁଳ ରୂପ ସେହି ଦିଶନ୍ତି ମାହାନନ୍ଦ ମୂରୁତିରସାନନ୍ଦ ତହିଂ ଯୁଗଳ ବାଳ ଅର୍କର କାନ୍ତି ।।୮।ପ୍ରେମାନନ୍ଦ ବୋଲି ସହୀ ଗୋ ଯାହାଙ୍କର ସେ ନାମଦୂତୀ ସୁଦର୍ଶନ ସହୀ ଗୋ ଚନ୍ଦ୍ରାବଳୀ ଉତ୍ତମ ।।୯।ମୁରଲୀ ଅଟନ୍ତି ସହୀ ଗୋ ସହଚରୀ ବୋଲାଇଯୋଗମାୟାଙ୍କ ହୃଦୟରେ ରାଧାକୃଷ୍ଣ ଶୋଭଇ ।।୧୦।ସେହି ରାଧା ଅଙ୍ଗୁଂ ରାଧିକା ଉଦୟେ କି ହୋଇଛିଶ୍ରୀକୃଷ୍ଣ ସଙ୍ଗରେ ରହି ଗୋ ନିତ୍ୟ ଲୀଳା କରୁଛି ।।୧୧।ପରମାନନ୍ଦ ସେ ମୂରୁତି ପରାପରରେ ଉଦେପରମାନନ୍ଦ ଯହିଂ ସମାନ ଇନ୍ଦୁ ଅର୍କକୁ ନିନ୍ଦେ ।।୧୨।ସେହି ବଳଭଦ୍ର ମୂରୁତି ନୀଳାଞ୍ଚଳେ ଶୋଭନରସାନନ୍ଦ ବୋଲି ବୋଲୁଛି ସେହି ରାଧାଙ୍କୁ ଚିହ୍ନ ।।୧୩।ରାଧିକା ସୋଭଦ୍ରା ଶ୍ରୀୟା ଯେ ୟେକ ମୂରୁତି ତିନିରମାବୀଜ ଠାବେ ଦେଖ ଗୋ ସହୀ ରସଦାୟିନୀ ।।୧୪।ମାହାନନ୍ଦ ଯେହି ବୋଲାନ୍ତି ସେହି ଜଗୁ ସୋଦରଜଗନ୍ନାଥ କାମବୀଜଟି ପ୍ରଭୁ ନୀଳାଞ୍ଚଳର ।।୧୫।ସେହି ତିନି ରୂପ ମିଶିଣ ପଞ୍ଚୁ ବର୍ଣ୍ଣହିଂ ହୋଇଶ୍ୱେତ ପୀତ ନୀଳ ଲୋହିତ ବର୍ଣ୍ଣ କୁଙ୍କୁମ ତହିଂ ।।୧୬।ପଞ୍ଚୁବର୍ଣ୍ଣ ପଞ୍ଚୁ ପ୍ରତିମା ଭଗତଙ୍କ ଭାବରେଅନେକ ମୂରୁତି ଦେଖ ଗୋ ସେହି ନୀଳାଞ୍ଚଳରେ ।।୧୭।ଯଉଂ ଜଗନ୍ନାଥ ମୂରୁତି ନୀଳାଚଳରେ ଥିତସେହୁ ଜଗନ୍ନାଥ ମୁରତି ପଦ୍ମବନେ ଉଦିତ ।।୧୮।ବଟ ରୂପେ ବିଜେ ହୋଇଛି ପ୍ରଭୁ ଜଗୁ ଜୀବନରତି ପ୍ରୀତି ଶ୍ରୁତି ଦେଖ ଗୋ ସେହି ସେ ତିନି କୋଣ ।।୧୯।ରମା କାମ ପରା ସହୀ ଗୋ ତାଙ୍କ ନିତ୍ୟର ଲୀଳାଯୁଗ ଯୁଗାନ୍ତରୁଂ ରହିଛି ସେହି ବଟରେ ଖେଳା ।।୨୦।ବଟ ଭେଦି ଯଉଂ କମଳ ସସ୍ର ଦଳରେ ଶୋଭାତାର ଶିରେ ଦେଖ କୃଷ୍ଣଙ୍କୁ ନୀଳଜୀମୂତ ଆଭା ।।୨୧।ସାଗର ବକ୍ଷରୁ ଚନ୍ଦ୍ରମା ଉଦୟେ କି ହୋଇଛିତରୁଣ ଅରୁଣ ଉଦୟେ ଆକାଶେ କି ଫୁଟିଛି ।।୨୨।ପରତେ କି ହେବ ସହୀ ଗୋ ତାଙ୍କ ଦ୍ରଶନେ ଚାଲବିସୋରିଣ ସର୍ବ ସଜନୀ ଚାଲ ହେଲା ଉଛୁର ।।୨୩।କଉଂ ପଥେ ଯିବା ସହୀ ଗୋ ପଥ ହେଉଛି ବଣାଦଶଦିଗୁଂ ମୋରେ ଶୁଭୁଛି ବଂଶୀ ଧୁନି ବାଜଣା ।।୨୪।ରାଧେ ରାଧେ ବଂଶୀ ଡାକୁଛି ମୋର ବଳେ ଶରଧାଶରଧା ବଳିଲେ କି ହେବ ପଥ ନ ପାଇ ବାଧା ।।୨୫।ବୋଲୁଛନ୍ତି ଚନ୍ଦାବଳୀ ସେ ସଜନୀକୁ ଅନାଇଂଚାଲ ଚାଲ ପ୍ରିୟ ସଜନୀ ରାତ୍ର ଯିବଟି ପାହି ।।୨୬।ସେଠାବେ ଯିବାକୁ ସହୀ ଗୋ ମନ୍ତ୍ର ଯନ୍ତ୍ରହିଂ ନାହିଂତନ୍ତ୍ର ଭେଦି ଅବା ଯାଆନ୍ତି ଗୁରୁ ସେବା ମୋ କାହିଂ ।।୨୭।ଛାୟା ଅବାଡ଼କୁ ସାଧନ୍ତି ନାହିଂ ସିଧି ଆସନସମାଧି ସିଧି ବା କରନ୍ତି ନାହିଂ ସମ ଆସନ ।।୨୮।ଉତ୍ତର ଦିଗରେ ହୋଅନ୍ତି ବଟ ବିଟପୀ ଉଭାସେହି ସେ ରାଧିକା ଶ୍ରୀମତୀ ଦୟା କରିବେ ଅବା ।।୨୯।ସେହି ବଟ ଦୟା କଲେ ଗୋ ରାସଥଳୀକୁ ପଥୟେଥକୁ ପ୍ରତୀତି ଯିବ କି ମୋହୋ ପ୍ରାଣ ସଙ୍ଗାତ ।।୩୦।ସକଳ ସଜନୀ ମିଳିଣ ସେହି ବଟ ମୂଳରେଆଦି ଅନାଦି ପଦ୍ମପାଦ ରମା କାମ ଚିନ୍ତିଲେ ।।୩୧।ତ୍ରିକୁଟ ସନ୍ଧି ଯେ ସଙ୍ଗମ ତ୍ରିବେଣୀର ଘାଟକୁପ୍ରେମଭୋଳେ ପାରି ହୋଇବେ ମୃଣାଳର ସୂତ୍ରକୁ ।।୩୨।ଗୋଲାହାଟ ପରେ ଶୁଭଇ ମହାଶୂନ୍ୟରୁ ଶବ୍ଦସେ ଶୂନ୍ୟରୁ ଶବ୍ଦ ଫୁରୁଚି ପଦ୍ମବନରେ ନାଦ ।।୩୩।ପ୍ରେମଭକ୍ତି ଯହୁଂ ସହୀ ଗୋ କଳ୍ପଣାରୁ ଉଇଂଲାପ୍ରେମ କଳ୍ପଣା ସେ କାଳେନ୍ଦୀ ଦାଉ ଦାଉ ଦିଶିଲା ।।୩୪।କଳ୍ପବଟ ତହୁଂ ହୋଇଛି ପଞ୍ଚ ବର୍ଣ୍ଣ ବିଚିତ୍ରବେନିକ୍ରୟ ଅଷ୍ଟ ଦଳରେ ମଣିବେଦୀ ଶୋଭିତ ।।୩୫।ଅଷ୍ଟ ମଞ୍ଜରୀଙ୍କ କି ଶୋଭା ତାଙ୍କୁ ନାହିଂ ଉପାମାଅଷ୍ଟଦଳେ ବେଢ଼ି ଖେଡ଼ନ୍ତି ସେ ଗ୍ୟାନଦାୟୀ ବାମା ।।୩୬।ଆଠରୁ ଷୋହଳ ହୁଅନ୍ତି ଷୋଳରୁ ଯେ ବତ୍ରିଶଚତ୍ଷଠୀ ସେହି ସହୀ ଗୋ ଚଉରାଶିର ଅଂଶ ।।୩୭।କଳ୍ପବଟ ମୂଳେ ଦେଖୁ ଗୋ ଶୋଭେ ମଣିବେଦ୍ରିକାତ୍ରିଭଙ୍ଗ ଛନ୍ଦରେ ମୁରଲୀ ବାଉଅଛନ୍ତି ୟେକା ।।୩୮।ରାଧିକାକୁ ଦେଖ ସହୀ ଗୋ ପାଦେ ପଦୁଅଂ ହୋଇଉର୍ଧ ମୁଖେ ରାଧା ଦେଖନ୍ତି କୃଷ୍ଣ ମୁଖକୁ ଯହିଂ ।।୩୯।କୃଷ୍ଣ ଅଧୋମୁଖେ ଦେଖନ୍ତି ରାଧିକାର ବଦନମୁଖରେ ମୁଖ ମିଶାମିଶି ନୟେନରେ ନୟନ ।।୪୦।ଶ୍ରୀକୃଷ୍ଣ ଚରଣେ ଶ୍ରୀମତୀ ସଦା ଗ୍ୟାଂନ ଧ୍ୟାନରେକ୍ଷଣେହିଂ ଅନ୍ତର ନୋହନ୍ତି କୃଷ୍ଣ ମଣିବେଦୀରେ ।।୪୧।କେମନ୍ତ ସୁନ୍ଦର ଦୃଶନ୍ତି ବାରେ ଦେଖ ଗୋ ସହୀଅବାରଣ ବେନି ପ୍ରତିମା ବାରି ହୋଅନ୍ତି ନାହିଂ ।।୪୨।ବେନି ୟେକ ଜଗନ୍ନାଥହିଂ ନୀଳାଞ୍ଚଳରେ ଖ୍ୟାତସୋଅର୍ଣ୍ଣ କୂଟରେ ରସିଲେ ମଣିବେଦୀ ଉଦିତ ।।୪୩।ସଖିଜନ ୟେହା ଦେଖିଣ ଆଚୁମ୍ବିତ ହୋଇଲେମଣିବେଦୀ ଉପରେ ଉଭାହୋଇଣ ବୋବାଳିଲେ ।।୪୪।ଶରଣ ଶରଣ ବୋଲିଣ ପାଦ ପଦ୍ମକୁ ଚାହିଂପୁଷ୍ୟ ବନ୍ଦାଇଲେ ଗୋପୀୟେ ହୁଳହୁଳି ଯେ ଦେଇ ।।୪୫।ସେକାଳର ଶୋଭା ସହୀଗୋ ବର୍ଣ୍ଣି ଭାଷା ଯେ କାହିଂସେହି ଶୋଭାକୁ ନିରନ୍ତରେ ଯଶୋବନ୍ତ ଭାବଇ ।।୪୬।ଦ୍ୱାପରେ ଶ୍ରୀମୁଖେ ଶ୍ରୀକୃଷ୍ଣ ଆଗ୍ୟାଂ କଲେ ସୁଦାମମହାନିତ୍ୟ ମଣିବେଦ୍ରିକା ଯହିଂ ପଦ୍ମ କାନନ ।।୪୭।ସେଠାବେ ତୁମ୍ଭେ ହୋ ରହିବ ନାମ ଅଚ୍ୟୁତ ସଖାକଳଙ୍ଗୀ ବେଳରେ ସେ ଥାନେ ମୋହ ପାଇବ ଦେଖା ।।୪୮।ଆମ୍ଭେ ପଞ୍ଚସଖା ସହୀ ଗୋ ଗହଣରେ ଯେ ଥିଲୁଂଶ୍ରୀକୃଷ୍ଣ ଶ୍ରୀମୁଖ ଆଗ୍ୟାଂକୁ ହୃଦ ମଧ୍ୟେ ଥାପିଲୁଂ ।।୪୯।ସୁଦାମ ଅଚ୍ୟୁତ ସଖାଟି ପଦ୍ମବନରେ ବାସଅନ୍ତରଙ୍ଗ ସେବା ସହୀ ଗୋ ନିତ୍ୟେ ରାସ ରହସ୍ୟ ।।୫୦।ସଖା ସଙ୍ଗତରେ ସହୀ ଗୋ ମଣିବେଦୀ ଦେଖିଲିଶ୍ରୀକୃଷ୍ଣ ଚରଣେ ଶରଣ ଯଶୋବନ୍ତର ବୋଲି ।।୫୧।ମୁକୁନ୍ଦ ଅନନ୍ତ ହାଥରେ ପଞ୍ଚାମୃତ ଶୋଭିତଦେଖିଥିଲେ ମୁହିଂ ଦେଲି ଯେ ପ୍ରେମରସ ସଙ୍ଗୀତ ।।୫୨।ନିତ୍ୟ ସଖା ସଖି ସମ୍ପଦ ନନ୍ଦୀଗ୍ରାମେ ପାଇବିଯଶୋବନ୍ତ ଦାସ ଚିନ୍ତଇ ପାଦପଦ୍ମକୁ ସେବି ।।୫୩।ଇତିଶ୍ରୀ ପଦ୍ମବନ ରାସ ଷଷ୍ଠୋଽଧ୍ୟାୟଃ ।॥ସପ୍ତମ ଅଧ୍ୟାୟ ॥
ମହାସୁବାହୁ ଦୁଆପରେ ହରିପଦ୍ମବନର ଠାବେ ଅବତରି ।ଚଉଷଠୀ ସସ୍ର ଗୋପିକା ମେଳେରାସ ରଞ୍ଚନ୍ତି ସେ ନୀପ ମୂଳରେଦୂତୀ ଗୋ! ଦେଖ ସେ ଯୁଗ ସାଖ୍ୟଦୁଆଦଶ କୁଞ୍ଜ ଦେଖ ପ୍ରତ୍ୟହ ।।୧।ପଦ୍ମବନ ଅଷ୍ଟ ଦିଗରେ ପୁଣଦ୍ୱାଦଶ କୁଞ୍ଜ ହୋୟେ ଆଭରଣ ।କୁଞ୍ଜମାନନ୍ତ ମହିଂମା ଯେତେକେବୋଲି ନ ପାରନ୍ତି ସତ୍ୟ କେତକେଦୂତୀ ଗୋ! କେହୁ କହେ ମହିମାଗମି ନ ପାରନ୍ତି ସେ ବେଦ ବ୍ରହ୍ମା ।।୨।ପୃଥୀ ଆପ ଦେଜ ବାଇ ଆକାଶସଞ୍ଜୁ ଆତ୍ମା ଘେନି ହୋୟେ ବିକାଶ ।ଏହା ପଛିମେ ବ୍ରହ୍ମା ତପ କଲାପଦ୍ମବନ ବୋଲି ନାମ ରଖିଲା ।ଦୂତୀ ଗୋ! ଏହି ଥଳ ଆବୋରିବ୍ରହ୍ମା ବଚିଂଲେ ହୋଇ ତପଚାରୀ ।।୩।ଅବତାର ବିଷ୍ଣୁ ପୂର୍ବ ଭାଗରେପଛିମେ ନୃସିଂଘ ମୂରୁତି ଧରେ ।ଉତ୍ତର ଦିଗେ ଶ୍ରୀରାମ ଅଛନ୍ତିଦଖିଣରେ ପ୍ରଶୁରାମ ବସତି ।ଦୂତୀ ଗୋ! ଦେଖୁ ଅଛନ୍ତି ରହିପଦ୍ମବନ ନୀଳା ରାହାସ ଯହିଂ ।।୪।ପ୍ରଜାପତି ବିଜେ ପଛିମ ଦିଗେସାବିତିରୀ ଦେବୀ ତାହାଙ୍କ ସଙ୍ଗେ ।ଉତ୍ତର ଦିଗରେ ହର ପାର୍ବତୀପୂର୍ବେ ମହାଦୁର୍ଗା ସେ ଗଣପତି ।ଦୂତୀ ଗୋ! କାର୍ତ୍ତିକ ଦଖିଣରେଦେଖନ୍ତି ରହି ସେ ନିତ୍ୟ ରାସରେ ।।୫।ତ୍ରିକୋଣ ଉପରେ ମଣି ମଣ୍ଡପଅମନ ଶିଖରେ ହୋଅଇ ଗୋପ୍ୟ ।ଅମନଟି ସହୀ ଜୋତି ମଣ୍ଡୋଳଜୋତି ସଙ୍ଗେ ଜୋତି ହୋଇଛି ମେଳ ।ଦୂତୀ ଗୋ! ତହିଂ ତିମିର ନାହିଂବେନି ଦିବାକର ଉଦୟେ ଯହିଂ ।।୬।ମଣି ବେଦ୍ରିକାରେ ଯଉଂ ମୂରୁତିବେନି ଏକ ଅଂଶ ମିଶିଣ ଛନ୍ତିରମା କାମ ପରା ପ୍ରତେ ହେଉଛିଧାମ ପରମ ଯେ ମେଳି ଯାଇଛି ।ଦୂତୀ ଗୋ! ସେହୁଂ ରାଧିକା ହରିରାସରେ ମଗନ ଦିବା ଶର୍ବରୀ ।।୭।ଅନନ୍ତ ମଧ୍ୟ ଫଣୀର ଉପରେଶ୍ରୀକୃଷ୍ଣ ଉଦୟେ ରାଧା କୁଚରେ ।ଫଣୀ ମଣି ପରେ ଯେବଣ ମୃତିଦେଖିବାକୁ କେହୁ ପାୟେ ଶକତି ।ଦୂତୀ ଗୋ! ମନ ହୋଅଇ ମୋରଦେଖାଅ ସହୀ ଗୋ ତାଙ୍କ ପୟର ।।୮।ଅଷ୍ଟ ଦିଗେ ଅଷ୍ଟ ମଞ୍ଜରୀ ଶୋଭାଗୋପ୍ୟାନେ ରହିଛି ୟେହାଙ୍କ ପ୍ରଭାସେହି ଯେ ଗୁପତ ମହା ଗୁପ୍ତରେଉଦୟେ ସହୀ ଗୋ ଲୀଳା ସୂତ୍ରରେ ।ଦୂତୀ ଗୋ! ତହିଂ କଳ୍ପଣା ନାହିଂପ୍ରେମ କାଳେନ୍ଦ୍ରୀ ଯାଉଅଛି ବହି ।।୯।ଦ୍ୱାଦଶ ବଟ ନିତ୍ୟ କୁଞ୍ଜ ନୀଳାପଲକ ପାତନେ ନିତ୍ୟର ଖେଳା ।ପଦ୍ମବନ ଗୋଟି ବେହାର ଥାନଚଉଷଠୀ ସସ୍ର ଗୋପୀ ମିଳିଣ ।ଦୂତୀ ଗୋ! ଛୟେଳୋଇରେ ଠିକ୍ମଣି ମଣ୍ଡୋପରେ ନୀଳା ନାୟେକ ।।୧୦।ଦ୍ୱାଦଶ କୁଞ୍ଜରେ ଷୋଡ଼ଶ ଗୋପୀଲଳିତା ବିଶାଖା ଯେ ମଧୁମତୀ ।ମାଳତୀ ରତ୍ନରେଖା ଯେ ମରୁଆମଦନା ଦୟେଣା ଯେ ହରିପ୍ରିୟା ।ଦୂତୀ ଗୋ! ପରା ଅପରା ଏକଶାରଦା ବିମଳା ଚମ୍ପା ବିଳାପ ।।୧୧।ନୀଳେନ୍ଦ୍ରୀ ଅନଙ୍ଗ ମଞ୍ଜରୀ ସହୀକୃଷ୍ଣପ୍ରିୟା ରେଖା ସୁମତି ଗୋଈ ।ଶ୍ରୀମତୀ ଶ୍ରୀୟା ଆବର ଲୀଳାବତୀଚଉଷଠୀ ସସ୍ର ଗୋପ ଯୁବତୀ ।ଦୂତୀ ଗୋ! ସର୍ବେ ମିଳିଲେ ଯାଇଁଶ୍ରୀମତୀଙ୍କ ଚଉ ପାରୁଶେ ରହି ।।୧୨।ଶୁଣ ଗୋ ! ଶ୍ରୀମତୀ ଆମ୍ଭ ବଚନତୁମ୍ଭେ ପରା ସହୀ ନାରୀ ରତନ ।ତୁମ୍ଭ ଯୋଗେ ଆମ୍ଭେ ଭକ୍ତି ପାଇବୁଂମାହାନିତ୍ୟ ମଣିବେଦୀ ଦେଖିବୁଂ ।ଦୂତୀ ଗୋ! ତୁମ୍ଭେ ଦୟା ଆବରିସଙ୍ଗତରେ ନେବା ଶ୍ରୀ ନିତ୍ୟପୁରୀ ।।୧୩।ଶ୍ରୀମତୀଙ୍କ ସଙ୍ଗେ ସକଳ ଗୋଈପ୍ରଣବ କାମ ଯେ ବୀଜକୁ ଥୋଇ ।ହଜାର ଅଷ୍ଟ ଦଳକୁ ଗମିଲେଅନାମ ମଣ୍ଡୋଳ ପରେ ଦେଖିଲେ ।ଦୂତୀ ଗୋ! ଚାରି ଦ୍ୱାର ଅନ୍ତରେସହସ୍ରେ ଅରୁଣ କିରଣ ଫୁରେ ।।୧୪।ସହସ୍ରେ ମିହିର ରାଧାଙ୍କ ଜୋତିକାତର ହୋଅନ୍ତି ଗୋପ ଯୁବତୀ ।ଶ୍ରୀକୃଷ୍ଣ ନାମ ହୃଦରେ ଭାବିଲେଆହ୍ଳାଦିନୀମାନେ ଚଳିଣ ଗଲେ ।ଦୂତୀ ଗୋ! ଗୋପୀ ଗମନ୍ତି ଧୀରେଚରଣ ନ ଚଳେ ସେହି ପଥରେ ।।୧୫।ରାଧା ହକାରନ୍ତି ଆସ ଗୋ ସହୀପଞ୍ଚ ଛଡ଼ ପରେ ଅଛନ୍ତି ସେହି ।ପଞ୍ଚମକୁ ଭେଦ ଷଷ୍ଠ ଉପରେସେ ରାଧାକୃଷ୍ଣଙ୍କୁ ଦେଖ ନେତ୍ରରେ ।ଦୂତୀ ଗୋ ! ଦୁଖ ସୁଖ ହିଂ ଯାଉଜନ୍ମ ମରଣକୁ ଭୟେ ନ ଥାଉ ।।୧୬।ଅଭିନବ ରୂପା ରମାକୁ ଘେନିକାମରେ ଜଡ଼ିତ ସେହି କାମେନୀ ।ସମସ୍ତ ବର୍ଣ୍ଣ କି ଘୋଡ଼ାଇ ଅଛିପଞ୍ଚୁବର୍ଣ୍ଣ ଜ୍ୟୋତି ଉଦେ କରୁଛି ।ଦୂତୀ ଗୋ! ସେହି ଜ୍ୟୋତିର ବର୍ଣ୍ଣସହସ୍ରେ ଅରୁଣ ନୋହେ ସମାନ ।।୧୭।ୟେମନ୍ତ ସୋରୂପ ବଟର ତଳେରାଧାକୃଷ୍ଣ ବିଜେ ମଣି ବେଦୀରେ ।ଦେଖି ଗୋପୀମାନେ ଭୋଳ ହୋଇଲେକେହୁ ନୃତ୍ୟ ରଙ୍ଗ ଯେ ଆଚରିଲେ ।ଦୂତୀ ଗୋ! କେହୁ ଗୋପିକା ତହିଂଚାମର ଢାଳନ୍ତି ତୁନ ଢଳାଇ ।।୧୮।କେ ଗୋପୀ ଦିଅଇ ପୁଷ୍ପର ହାରକେ ଗୋପୀ ଚନ୍ଦନ ବୋଲଇ ଶିର ।କେହୁ କସ୍ତୁରୀ କୁଙ୍କୁମ ଯୋଗାଇକେହୁ ବୋଲଇ କୃଷ୍ଣ ତ୍ରାହି ତ୍ରାହି ।ଦୂତୀ ଗୋ! ଶ୍ରୀରାଧିକା ଗଳାରଗୋପିକା ଦିଅନ୍ତି କନକ ହାର ।।୧୯।ବୋଲନ୍ତି ଶ୍ରୀମତୀ ଶୁଣ ଗୋ ସହୀନିତ୍ୟ ପରେ ମହାନିତ୍ୟଟି ଏହି ।କେମନ୍ତ ସୁନ୍ଦର ତାହାଙ୍କ ଜୋତିଜୋତିରାନନ୍ଦ ଏହୁ ବୋଲାବନ୍ତିଦୂତୀ ଗୋ! ଗୋପୀ ଦେଖିଣ ଭୋଳହୁଳ ଧ୍ୱନି କଲେ ଅତି ଗହଳ ।।୨୦।ଆହ୍ଲାଦିନୀମାନେ ପ୍ରେମ କାଳେନ୍ଦୀସାଧନେ ଅଟନ୍ତି ସେ ମହୋଦଧି ।ଗଙ୍ଗା ଯମୂନା ସରସ୍ୱତୀ ନଈଶ୍ରୀକୃଷ୍ଣ ପାଦ ପଦ୍ମରୁ ବହଇ ।ଦୂତୀ ଗୋ! ଏଠୁଂ ସବିତ୍ୱ ଉଦେକଳ୍ପଣା କାଳନ୍ଦୋ ଶ୍ରୀକୃଷ୍ଣ ହୃଦେ ।।୨୧।ବାଞ୍ଛାବଟ ରହେ ପଛିମ ଦିଗେବଂଶୀବଟ ତହିଂ ଉତ୍ତରେ ଭାଗେ ।ପୂର୍ବରେ ଅନନ୍ତ ବଟ ରହିଛିନୀପବଟ ଗୋଟି ଦକ୍ଷିଣେ ଅଛି ।ଦୂତୀ ଗୋ! କଳ୍ପବଟ ମଝାରେଂମଣି ମଣ୍ଡୋପଟି ତାଙ୍କ ପାଖରେ ।।୨୨।ପୂର୍ବ ବଟେ ରହି କଳ୍ପଣା କଲିକଳ୍ପଣା କାଳେନ୍ଦୀ ଭେଦ ପାଇଲି ।ମଣି ବେଦ୍ରିକାରେ ସସ୍ରେ ପାଖୁଡ଼ାସହସ୍ର ଭେଦି ମୁଂ ପାଇଲି ଇଂଡ଼ାଦୂତୀ ଗୋ! ପିଙ୍ଗଳାକୁ ଦେଖିଲିସିଷୁମନାକୁ ଚିହ୍ନି ନ ପାରିଲି ।।୨୩।ଦେଖିଲି ଯହୁଂ ଗମି ନ ପାରିଲିସେହିଠାବେ ମୁହିଂ ବେଉଳ ହେଲି ।ମଣି ବେଦୀ ଦେଖି ତୋଷିଲି ଚିତ୍ତମୁହିଂ ରହିଥିଲି ସଖି ସଙ୍ଗତ ।ଦୂତୀ ଗୋ! ସର୍ବ ସଖିଏ ମିଳିଦେଖନ୍ତି ରାଧାକୃଷ୍ଣ ରାସକେଳି ।।୨୪।ୟେହି ରାଧାକୃଷ୍ଣ ପ୍ରେମ ଭାବରୁଆମ୍ଭେ ପଞ୍ଚସଖା ଜନ୍ମ ଲଭିଲୁଂ ।ନିରତେ ତାହାଙ୍କ ପାରୁଶେ ରହୁକୃଷ୍ଣ ଯଶ ଗୁଣ ନିରତେ ଗାଇ ।ଦୂତୀ ଗୋ! ରାଧାକୃଷ୍ଣ ନିତ୍ୟରପଦ୍ମବନୁଂ ଆମ୍ଭେ ନୋହୁ ଅନ୍ତର ।।୨୫।ଧ୍ୟାନକୁଦେ ବସି ଧ୍ୟାନ ଯେ କଲୁଂଧ୍ୟାନରେ ପଞ୍ଚସଖାଏ ଜାଣିଲୁ ।ଚିତ୍ରାଙ୍ଗୀ ନଦୀର ଉତ୍ତର ତୀରପଦ୍ମ କାନନ ସେ ରାସ ମଣ୍ଡଳ ।ଦୂତୀ ଗୋ! ସର୍ବେ ଦେଖିଲୁ ଆସିମଣି ବେଦ୍ରିକାରେ ଚିତ୍ତ ନିବେଶି ।।୨୬।ସଖିମାନଙ୍କ ସଙ୍ଗତରେ ଥିଲୁମଣିବେଦୀରେ ଶରଣ ପଶିଲୁ ।ହରି ଶବଦ ହୁଳହୁଳି ନାଦଆନନ୍ଦେ ନାଚନ୍ତି ସେ ଦେବବୃନ୍ଦ ।ଦୂତୀ ଗୋ! ରାଧାକୃଷ୍ଣ ଚରଣବଳରାମ ଦାସ ପଶେ ଶରଣ ।।୨୭।॥ଇତିଶ୍ରୀ ପଦ୍ମବନ ରାସ ସଂପୂର୍ଣ୍ଣ ॥
ରାହାସ ବନ୍ଦନା॥ପ୍ରଥମ ଅଧ୍ୟାୟ ॥
ଶୁଣ ହୋ ଗୋପ ସୁତ ଜନ ।ଉଥାନ ମୁକୁନ୍ଦ ପବନ ॥
ଗୋବିନ୍ଦ ଆନନ୍ଦ ଅନନ୍ତ ।ବାଳକ ବଚ୍ଛ ଯାଦବନ୍ତ ॥
ଆବର ବୃନ୍ଦାବନ ମଧୁ ।ମଥୁରି ଦାସ ବାର ସାଧୁ ॥
ଅତି ସେନେହ ବାର ଜଣ ।କରିବ ରାହାସ କୀର୍ତ୍ତନ ॥
ବୃଦ୍ଧ ଗଙ୍ଗାର ତଟେ ଲୀଳା ।ନୀଳାଞ୍ଚଳରେ କର ମେଳା ॥
ନଦୀଆ ନଗ୍ରେ କର ଧ୍ୟାନ ।ବିଖ୍ୟାତ ଗୋପ ରାସ ମାନ ॥
ଗୋଲକେ ରଖିବ ଯେ ମନ ।ଗୋପୀ ଗୋପାଳ ନୀଳାମାନ ॥
ରାମଚନ୍ଦ୍ର ହୋ ଗୁରୁ ଘେନି ।ବେହାର କର ୟେ ମେଦିନୀ ॥
ଦୀନ ଅଚ୍ୟୁତ ସଙ୍ଗେ ଥାଇ ।ଗୋପର ନୀଳା ସୁମରଇ ॥
ଉଥାନ କରତାଳ ଧର ।ଶ୍ରୀଗୁରୁ ସୁମୁରଣା କର ॥
ପ୍ରଥମେ ଏକ ଦଣ୍ଡବତ ।ଅଚ୍ୟୁତ ଗୁରୁ ସୁମରେତ ॥
ଦୁତୀୟେ କରି ଦଣ୍ଡବତ ।ହରି ଦାସକୁ ପରାପତ ॥
ତ୍ରିତୀୟେ ଦଣ୍ଡବତ କରି ।ଦାସ ଜଗନ୍ନାଥ ସୁମରି ॥
ଚଇତନ୍ୟକୁ ସୁମରିବ ।ଦଣ୍ଡବତ ଯେ ଚାରି ହେବ ॥
ନିତ୍ୟାନନ୍ଦକୁ ସୁମରଣ ।ପଞ୍ଜମେ ଦଣ୍ଡବତ ପୁଣ ॥
ତହୁଂ ଗୋପକୁ କରି ଧ୍ୟାନ ।ଦାମ ସଖାକୁ କର ମାନ୍ୟ ॥
ସପତ ଦଣ୍ଡବତ କରି ।ବଲରାମକୁ ତୁସ୍ତି କରି ॥
ଶ୍ରୀମତୀ ସଖା ସୁମରିବ ।କରତାଳ ଯେ ବଜାଇବ ॥
ଗୋଲକେ ରଖିବ ଯେ ଲୟେ ।ଅଗ୍ନି କୋଣରେ ଚିତ୍ତ ରହେ ॥
ହ୍ରୀ ଉଂ ପବନକୁ ନମ ।ମନ୍ତ୍ର ସୁମରିବ ଉତ୍ତମ ॥
ଯେ ବା ନଜାଣି ୟେ ଭଜନ ।କରନ୍ତି ହରି କୀରିତନ ॥
ହାଥରେ କରତାଳ ନେଇ ।ପତିତ ଜନ ସେ ଅଟଇ ॥
ଛୁଇଂଲେ କରିବ ସ୍ରାହାନ ।ଦଶଟି ଧେନୁ ଦେବ ଦାନ ॥
ଯଉଂ ଠାବରେ ବସିଥିବ ।ଦ୍ୱାଦଶ ଆଙ୍ଗୁଳ ଛାଡ଼ିବ ॥
ଗୁରୁମନ୍ତ୍ର ଯେ ନ ଜାଣନ୍ତି ।ବ୍ରହ୍ମହତ୍ୟାର ପାପ ପାନ୍ତି ॥
ଶୁଣ ଉଥାନ ଗୋପ ଦାସ ।ଅଚ୍ୟୁତ କହେ ରାସ ରସ ॥
ଇତିଶ୍ରୀ ରାହାସ ବନ୍ଦନେ ନାମ ପ୍ରଥମୋଽଧ୍ୟାୟଃ ।॥ ଦ୍ୱିତୀୟ ଅଧ୍ୟାୟ ॥
ପବନ ମୃଦଙ୍ଗର ବାଣୀ ।ମୁକୁନ୍ଦ ଦାସ ଥାଅ ଶୁଣି ॥
ଗୁରୁ ଚରଣେ କର ଲୟେ ।ଅଶେଷ ଦଣ୍ଡବତ ହୋୟେ ॥
ଅଚ୍ୟୁତ କରେ ଦଣ୍ଡବତ ।ଜଗୁଦାସର ୟେହୁ ମତ ॥
ଶ୍ରୀକୃଷ୍ଣ ଚଇତନ୍ୟ ବଡ଼ ।ୟେମନ୍ତ ନଦିଆରେ ଖେଡ଼ ॥
ଗୋପର ସୁଦାମା ସୁମୁରି ।ସାଷ୍ଟାଙ୍ଗ ଦଣ୍ଡବତ କରି ॥
ଶ୍ରୀକୃଷ୍ଣ କରି ଦଣ୍ଡବତ ।ବିନଇ ଭାବେ ପ୍ରଣମିତ ॥
ଗୋଲକେ ଥାପିବ ଯେ ମନ ।ଲଳିତା ସଖି ପାଦେ ଧ୍ୟାନ ॥
ମନ୍ତ୍ର ସୁମୁରି ଥିବ ଚିତ୍ତ ।ଓଂ ହୀରଇଂ ଧ୍ୟାଇଂ ନିତ୍ୟ ॥
ଏହା ନଜାଣି ଯଉଂ ଜନ ।କରନ୍ତି ଖୋଳରେ ଗାୟନ ॥
ବିଷ୍ଣୁ ଦୋରେହୀ ପାପ କରେ ।ଗ୍ୟାଂନେ ସ୍ରାହାନ କର ତାରେ ॥
ୟେକ ଶବଦେ ୟେକ ଧେନୁ ।ହତ୍ୟାର ଦୋଷ ପାଏ ତେଣୁ ॥
ଗୁରୁଙ୍କୁ ୟେଣୁ ଆଗେ ଭଜ ।କଳି କଳୁଷ ପାପ ଭାଂଜ ॥
ଆଗହୁଂ ପୂଜା ନିଷ୍ଠା କର ।ବାର ଗୋଟି ଯେ ଦାସ ମୋର ॥
ଗୋଲକ ଗୋପ ନଦିଆର ।ଖେଡ଼ ଖେଳିଲେ ଜନ୍ମାନ୍ତର ॥
କୃଷ୍ଣ ଚୈତନ୍ୟ ନୀଳାଞ୍ଚଳ ।ଭଜନ କୁଟୀର ଅନ୍ତର ॥
ଲୋକଙ୍କୁ ମାୟା ଦେଖାଇଲେ ।ଅଶ୍ୱ ଆରୁଢ଼ ନୀଳା ତୁଲେ ॥
ୟେମନ୍ତେ ବଳିଲାକ ମନ ।ଆପେ ହୋଇଲେ ନାରାୟେଣ ॥
ଆଗ୍ୟାଂ ହୋଇଲା ଉତୁକଳେ ।ରାହାସ ରଞ୍ଚ ଏ ଭୁମିରେ ॥
ସେ ଆଗ୍ୟାଂ ହେତୁ ଚିତ୍ତେ ଧରି ।ଗୋପାଳ କୁଳକୁ ଉଧରି ॥
ଦୀନ ଅଚ୍ୟୁତି କହେ ଗୀତେ ।ସଙ୍ଗତେ ଥାଇ ତୁମ୍ଭ ହିତେ ॥
ଇତିଶ୍ରୀ ରାହାସ ବନ୍ଦନେ ନାମ ଦ୍ୱିତୀୟ ଅଧ୍ୟାୟ ।॥ ତୃତୀୟ ଅଧ୍ୟାୟ ॥
କର ହୋ ତାଙ୍କର ବିଚାର ।ରାଗ ସ୍ୱପତ ସ୍ୱର ଧର ॥
ପଞ୍ଚମ ସ୍ୱର ସୁମରିବ ।ଓଂକାର ସ୍ୱରକୁ ଧ୍ୟାଇବ ॥
ଆ କାର କଳା ସୁମୁରିଣ ।ଏକାର ତହିଂରେ ମିଶାଣ ॥
ଇ କାର ମିଶି ସ୍ୱର ତହିଂ ରଖ ।ଉଂକାର ଘର ତହିଂ ସୁଖ ॥
ଅ କାର ମିଶି ଛଡ଼ ସ୍ୱର ।ଅଣ ମନ୍ତ୍ରକୁ ହେତୁ କର ॥
ସପତ ତାଳକୁ ୟେହୁ କହି ।ଗାୟନ ଗୁଣ ସିନା ୟେହି ॥
ସପତ ତାଳକୁ ବାଇବ ।ସପତ ପୁରକୁ ଗମିବ ॥
ସପତ ପାତାଳରେ ପୂଣ ।ଅନନ୍ତ ଅଛନ୍ତି ହୋ ଶୁଣ ॥
ନାଭି ଅଟଇ ଯେ ପାତାଳ ।ଇନ୍ଦ୍ରିକି ବୋଲିଟି ସୁତଳ ॥
ଗୁହିକୁ ରସାତଳ କହି ।ଜଙ୍ଘ ଯେ ମହାତଳ ହୋଇ ॥
ଖଞ୍ଜଣି ଆଣ୍ଠୁ ଯେ ଭୂତଳ ।ଖଡ଼ୁ ଗଣ୍ଠିୟେ ୟେ ବିତଳ ॥
ପୟର ତଳାତଳ କହି ।ନିତାଳ ତଳିପା ବୋଲାଇ ॥
ନୟନେ ଉଂ କାରର ସ୍ୱର ।ଆକାର ଦନ୍ତ ସ୍ୱରେ ଧର ॥
ଏ କାର କଣ୍ଠ ସ୍ୱରେ ଧରି ।ଇ କାର ନାଭିରେ ଉଚ୍ଚାରି ॥
ଉ କାର ଦେହରେ ପୁଲକ ।ଅ କାର ଲଳାଟର ଶିଖ ॥
ଶ୍ରବଣେ ଏକାକ୍ଷର ୟେକ ।ସପତ ସ୍ୱର ବୀଜ ଏକ ॥
ସପତ ସ୍ୱରେ ସାତ ଥାନ ।ସପତ ତାଳେ ସାତ ଘେନ ॥
ୟେମନ୍ତ ଥାନର ବନ୍ଦନ ।ଏକାକ୍ଷରକୁ ସୁମୁରିଣ ॥
ଗାୟନ ରସ ବିଧି ଏହି ।ଏକାକ୍ଷର ଯେ ନ ଜାଣଇ ॥
ବଳେହେଂ ପ୍ରବେଶ କରନ୍ତି ।ଗାୟନ କଳା ଯେ ଶିଖନ୍ତି ॥
ସେ ଅଟେ ବିଷ୍ଣୁଦ୍ରୋହ ପାପୀ ।ରାହାସେ ଯଉଂ ଜନ କ୍ଷେପି ॥
କ୍ରତାଳ ଖୋଳ ଯେ ଗାୟନ ।ଯେ ଅଟେ ଗୋଲକର ଚିହ୍ନ ॥
ଗୁରୁଙ୍କ ମନ୍ତ୍ର ଆଶ୍ରେ ଥିବ ।ସେ ପ୍ରାଣୀ ଗୋଲକେ ପଶିବ ॥
ମୁକୁନ୍ଦ ଦାସ ଶୁଣ ଚିତ୍ତ ।କହଇଂ ତୁମ୍ଭଙ୍କରି ହିତ ॥
ତୁମ୍ଭର ସାଥୀ ଯେ ଯାଦବ ।ଘେନ ୟେ ଗାୟନର ଭାବ ॥
ଦୀନ ଅଚ୍ୟୁତ କଥା ଘେନ ।ଦିବ୍ୟ ରାହାସେ ମଜ୍ଜା ମନ ॥
ଇତିଶ୍ରୀ ରାହାସ ବନ୍ଦନେ ନାମ ତୃତୀୟ ଅଧ୍ୟାୟ ॥
ମୃଦଙ୍ଗ ବୋଲିଣ ବିଚାର ।ପ୍ରଥମେ ବସିଲା ଉଂ କାର ॥
ଦ୍ୱିତୀୟେ ଅର୍ଧାଙ୍ଗ ବସଇ ।ତୃତୀୟେ ଉଂ କାର ଯେ ରହି ॥
ଉ କାରେ ଅ କାରର ଅଂଶ ।ବିନ୍ଦୁ ଅଟଇ ମାହା ରସ ॥
ମୃଦଙ୍ଗେ ମନ ଯେ ରହଇ ।ମନକୁ ସିଷୁ ବେଦ କହି ॥
ସିଧିରସ୍ତୁ ଯେ ଚାରିକ୍ଷର ।ଆଠହିଂ ଅଜପା ଆବର ॥
ଉଂ କାର ଅର୍ଧାଙ୍ଗ ଉକାରେ ।ହାଣ୍ଡି ବୋଲିଣ ନାମ ଧରେ ॥
ଆ କାର ଡାହାଣ ପୁଡ଼ାହିଂ ।ଉଂ କାର ଆ ଠାବେ ରମଇ ॥
ଉଂ କାର ତଳେ ଯଉଂ ଗାର ।ସେ ଅଟେ ମୃଦଙ୍ଗର ସ୍ୱର ॥
ଯେହୁ ମୃଦଙ୍ଗ ବଜାଇବ ।ନିଶ୍ଚିନ୍ତେ ଗୋଲକେ ପଶିବ ॥
ୟେହା ନ ଜାଣେ ଯଉଂ ଜନ ।ପଶୁ ସମାନ ତା ଜୀବନ ॥
ୟେଣୁଟି ଓଂ ହୀରଇଂ ମନ୍ତ୍ର ।ତାରିବ ସର୍ବ ପାପ ଗାତ୍ର ॥
ହରେ ଯେ ରାମ କୃଷ୍ଣ ନାମ ।ଭଗତେ ରାହାସେ ଉତ୍ତମ ॥
ପବନ ଅନନ୍ତ ହୋ ଶୁଣ ।ଏ ଖୋଳ କରତାଳ ଉତ୍ତମ ॥
ୟେହା ଚିନ୍ତିଣ ଭ୍ରମ ମହୀ ।କଳି କଳୁଷ ନ ଲାଗଇ ॥
ନ ଜାଣି ଏହା ଯେ ମାତିବ ।ବିରିଜା ଖର୍ପରେ ପଡ଼ିବ ॥
ଗୋହିରା ଟିକିରୀରେ ହାଣ ।ପଶୁ ମନିଷ୍ୟ ଯେତେ ଜନ ॥
ସବୁ ବିରିଜା ନବ ବାଛି ।ପାପିଷ୍ଟମାନ ପୂରିଅଛି ॥
ମନ୍ତ୍ର ନ ଜାଣି ଯେତେ ଦାସ ।ମାଳା ତିଳେକ ହୃଦ ଦେଶ ॥
ମିଛ୍ୟା ମୁଖରେ ଯେ କହଇ ।କର ରମଣୀ ଯେ ହରଇ ॥
ମାଏଂସ ମଚ୍ଛ ଯେହୁ ଖାଏ ।ଧୂମ ମଦ୍ୟରେ ଚିତ୍ତ ରହେ ॥
ବଜରୁ ପତ୍ରେ ଯାର ଚିତ୍ତ ।ଗଞ୍ଜା ଅମଳ ଆପୁ ଭକ୍ତ ॥
ମଦିରା କୁକୁଡ଼ା ଯେ ଖାଇ ।ଜୀବ ମାରଣେ ସଦା ଥାଇ ॥
ବଚନେ କହି ନ ଦିଅଇ ।ଅତିଥି ବସାଇ ଭୁଞ୍ଜଇ ॥
ଗୁରୁ ଦକ୍ଷିଣା ଯେ ହରଇ ।ବୈଦ୍ୟ ଦଖିଣା ନ ଦିଅଇ ॥
ରାଜା ଧନରେ ଅବିଶ୍ୱାସ ।ମିଥ୍ୟା ଭାବରେ ହୋୟେ ତୋଷ ॥
ଆଉଷ୍ୟେ ବଡ଼ ଯଉଂ ଜନ ।ତାକୁ ହରଣ କରେ ମନ ॥
ସେ ଜନେ ବିରିଜାର ରୋଷ ।ଏମନ୍ତ ଯେତେ ପାପ ଦୋଷ ॥
କଳିଯୁଗରେ ହେବ ପୁଣ ।ଗୋପାଳ ପୁତ୍ରମାନ ଶୁଣ ॥
ବେଳକୁ ବେଳ ବିପରୀତ ।ସଂସାର ନୋହିବ ଥିରତ ॥
ଆମ୍ଭ ଠାବରୁ କେତେ ଦିନ ।ସୁଖ ରହିବ ୟେ ଭୁବନ ॥
ତୁମ୍ଭର ଅନ୍ତେ ୟେକ ପୀଢ଼ ।କି ଚିତେ ଥିବ ଧର୍ମ ଦୃଢ଼ ॥
ଆନ ପୀଢିରେ ଅର୍ଥେ ତୋଷ ।ରହିଣ ଥିବ କିଛି ଶେଷ ॥
ତୃତୀୟ ପୀଢ଼ି ଅନ୍ତେନରେ ।ଖଳ ଉପୁଜିବ ସଂସାରେ ॥
ଚତୁର୍ଥ ପୀଢ଼ିରେ ଅନ୍ଧାର ।ସଂସାରେ ଭ୍ରମିବେ ଯେ ନର ॥
ଭୋଗରୁ ହେବ ପରିତ୍ରାଣ ।ଆମ୍ଭର କୁଳ ଯେ ଭିଆଣ ॥
ଉଧୁରି ସର୍ବ ମହୀଜନ ।କହିବେ ଧର୍ମ କଥାମାନ ॥
ଶୁଣ ହୋ ଗୋପାଳ ନନ୍ଦନ ।ସଂସାର ହେବ ହୀନିମାନ ॥
କୂଳରେ ଜଣେ ଜଣେ ଥିବେ ।ଆବର ପାଷାଣ୍ଡେ ମଜ୍ଜିବେ ॥
ଗ୍ରାମରେ ୟେକ ଜନ ଥିବ ।ଧର୍ମ କଥାକୁ ସୁମୁରିବ ॥
ବହୁତ ଜନ ପାପେ ରତ ।ପୂଣ୍ୟରେ ୟେକ ୟେକ ଚିତ୍ତ ॥
ପୂରାଣ ନ ଶୁଣିମେ କର୍ଣ୍ଣ ।ମନ୍ତ୍ର ଦିଖ୍ୟାକୁ ହେୟ ଗ୍ୟାଂନ ॥
ଧିଆନେ ନ ରଖିବେ ମତି ।ଦୁଖ ସୁଖରେ ଥିବେ ମାତି ॥
ରାତ୍ର ଦିବସେ ଦୁଖ ମନ ।ପେଟକୁ ନ ଅଣ୍ଟିବ ଅନ୍ନ ॥
ୟେଣୁ ମଳିଣ ୟେ ସଂସାର ।ବିଦ୍ୟା ପଠନ କରି ଦୂର ॥
ଶ୍ରାଧ ଶୁଧି ଯେ ବିଭାଘରେ ।ସୋଦର ୟେଡ଼ିବେ ଯେ ନରେ ॥
କୁଟୁମ୍ବ ମଲେ ଅନ୍ନ ଗ୍ରାସ ।ଶୁଣି ନ କରି ଉପବାସ ॥
କ୍ଷମତା ଗର୍ବ ଜଣୁଂ ଜଣ ।ଶ୍ରେଷ୍ଠ କନେଷ୍ଠ ନାହିଂ ପୁଣ ॥
ୟେ ଅଗୋଚର କଥା ହେବ ।ପ୍ରାଣୀତ ନଷ୍ଟ ଭ୍ରଷ୍ଟ ଯିବ ॥
ଦୀନ ଅଚ୍ୟୁତ କଳି ଦେଖି ।କୃଷ୍ଣ ନାମରେ ମନ ରଖି ॥
କଳିରେ କୃଷ୍ଣ ନାମ ସାର ।ଗୋପାଳେ ନାମ ଜୁର କର ॥
କେ ବୋଲେ ହରି ମାଳା ଧରି ।କେ ହରି ମନରେ ସୁମୁରି ॥
କେ ହରି ଗାଏ କରତାଳେ ।କେ ହରି ଗାଏ ଧରି ଖୋଳେ ॥
କେ ହରି ମନେ କରି ଧ୍ୟାନ ।ରାମ ତାଳିରେ ହରି ଗାନ ॥
କେ ନୃତ୍ୟ କରି ହରି ଗାଏ ।ହରି ଚରଣେ ଚିତ୍ତ ଦିଏ ॥
କ୍ଷଣ ନିମିଷ ଦଣ୍ଡ ଘଡ଼ି ।ନିତ୍ୟ ଯେ କୃଷ୍ଣ ନାମେ ବୁଡ଼ି ॥
କଳି ନ ଲାଗେ ତାର ଦେହେ ।ଦୀନ ଅଚ୍ୟୁତ ୟେହା କହେ ॥
ଇତିଶ୍ରୀ ରାହାସ ବନ୍ଦନେ ନାମ ଚତୁର୍ଥ ଅଧ୍ୟାୟଃ ।॥ ପଞ୍ଚମ ଅଧ୍ୟାୟ ॥
ଶୁଣ ବାଳକ ଗୋପ ଦାସ ।ପଞ୍ଚାଶ ଅକ୍ଷର ଯେ ରସ ॥
ଅକ୍ଷର ବନ୍ଦିଣ ପଢିବ ।ଗୋଲକେ ଦାସ ସେହୁ ହେବ ॥
ଆସ ସକଳ ଧ୍ୟାନ ୟେଥ ।ରହସ୍ୟ ପବନ ୟେହୁତ ॥
ଅଙ୍ଗ ଘଟଣ ଉଝଟକ ।ଚ ଫ ମଉଡ଼ ବଡ଼ ଦଖ୍ୟ ॥
ଅ ଆ ଇ ଈ ୡ ଅଂ ଯଂ ଉଂ ଓଂ ।ଏ ଊ ୡ ଋ ୠ କ୍ଷ ଐ ତହୁଂ ॥
ୟେ ଛଡ଼ ଚକ୍ର ପାରୁଶେଣ ।ଛଡ଼ ୟେ ପୁର ନିରିବାଣ ॥
ୟେ ପୁରେ ବସିଣ ଆନନ୍ଦ ।ଘଣ୍ଟ ଧୂପରେ ଦିଅ ନାଦ ॥
ଚାରି ଅକ୍ଷର ତହିଂ ସାର ।ତଥିରେ ଛଡ଼କ୍ଷର ଧର ॥
ତଥି ଉପରେ ଦଶ ଥୁଅ ।ଦ୍ୱାଦଶ ତଥି ପରେ ନିଅ ॥
ତହିଂ ଉପରେ ଷୋଳ ଥାନ ।ତଥି ଉପରେ ବେନି ଘନ ॥
ବେନି ବଖୁରି ଯଉଂ ଘର ।ତହିଂରେ ଦିଅଂ ଯେ ସୁନ୍ଦର ॥
ୟେକ ଦେବତା ବାସ ଘେନେ ।ୟେକ ଦେବତା ଭୋଗ ମନେ ॥
ୟେଣୁ ତାହାକୁ ଭୁଂଜାଇବ ।ଭୋଗ ଯେ ସିଧି ଦାସ ଭାବ ॥
ଜଳ ସିଞ୍ଚିଲେ ୟେ ଭୁବନ ।ପବିତ୍ର ହୋଅଇ ଯେ ଥାନ ॥
ତହିଂ ଯେ ପତ୍ର ପକାଇବ ।ଉଆ ତଣ୍ଡୁଳ ଅନ୍ନ ଦେବ ॥
ଅରୁଆ ଖେଚୁଡ଼ି ୟେ ମାନ ।ଶାଗ ଯେ ଭାଜି ସୁଯତନ ॥
ତଦ ଅନ୍ତରେ ଡ଼ାଲି ଆଣି ।ବ୍ୟଞ୍ଜନ ତଦଅନ୍ତେ ପୁଣି ॥
ହାଥ ଧୋଇଣ ଦେବ ଘୃତ ।ତଦନ୍ତେ ଦୁଧ ଦେବ ହାଥ ॥
ପୁଣ ହୋ ପିଠାମାନ ଦେବ ।ଖିରୀ ତହିଂରେ ବିଳୋଇବ ॥
ଆବର ଦଧି ଯେ ଆମ୍ବିଳ ।ବିବିଧ ମତେ କଟୁ ଫଳ ॥
ଆବର ଆଚୁମ୍ବନ ବିଧି ।ଦନ୍ତ ଖୁଂଚିକି ସେବା ବିଧି ॥
ତଦନ୍ତେ ତାମ୍ବୋଳ ବାଢ଼ିବ ।ତଦନ୍ତେ ଚନ୍ଦନ ସେବିବ ॥
ତଦ ଅନ୍ତରେ ପୁଷ୍ୟମାନ ।ତଦନ୍ତେ ଆସନ ବିଧାନ ॥
ଆଲଟ ପଂଖା ପକାଇବ ।ଗ୍ରୀଷମ ଋତୁ ଯେବେ ଥିବ ॥
ଭୋଗ ୟେ ରୂପେ ଲଗାଇବ ।ଭୋଗ ଠାବରେ ବସିଥିବ ॥
ପଂଖା ପକାଉଥିବ ମନେ ।ଗୋଲକ ନାଥ କରି ଧ୍ୟାନେ ॥
ଦଶ ଗୋପାଳ ରାସ ସାରି ।ମହାପ୍ରସାଦ ସେବା କରି ॥
ତେବେ ହେଂ ଜୀବ ଲଭେ ଗତି ।ଶୁଣ ହୋ ତୁମ୍ଭେ ବାରମୃତି ॥
ତେବେ ଦେଲାର ହୋୟେ ଫଳ ।ଭୋଗତା ସହ ଯେ ଉଜ୍ଜଳ ॥
ବଷ୍ଟମ୍ବ ଭୁଂଜାଲ ଭୁଂଜିବ ।ଅଧରାମୃତେ ଧ୍ୟାନ ଥିବ ॥
ନିର୍ମଳ ଚିତ୍ତେ ଯେ ପୂଜଇ ।କୋଟି ତୀର୍ଥର ଫଳ ପାଇ ॥
ଯା ଗୃହେ ବଷ୍ଟମ୍ବ ମିଳଇ ।ତା ପୂଣ୍ୟ କେତେ ଅବା କହି ॥
ବିଷ୍ଣୁ ପୂଜିଣ ଯେତେ ଫଳ ।ଗୁରୁ ଅଧରାମୃତ ଜଳ ॥
ଯେମନ୍ତ ରୂପେ ଯେହୁ ଭଜେ ।ମୃତ୍ୟୁ ତାହାକୁ ଦୁରୁଂ ତେଜେ ॥
ୟେଣୁ ହୋ କୃଷ୍ଣ ବଇଷ୍ଟମ୍ବ ।ପୂଜିବ ଅତି ନିଷ୍ଠା ଭାବ ॥
ଭୋଗ ନ ଜାଣିଣ ଭୋଗତା ।ତା ହାଥୁଂ ଅନ୍ନ ବିବର୍ଜିତା ॥
ତା ହାଥୁଂ ଅନ୍ନ ଯଦି ଖାଇ ।ପାତେକମାନ ଅଙ୍ଗେ ରହି ॥
ଗୋପାଳ ମନ୍ତ୍ର ନ ଜାଣନ୍ତି ।ହରେ ରାମଙ୍କୁ ନ ଚିହ୍ନନ୍ତି ॥
ରାଧା କୃଷ୍ଣର ମନ୍ତ୍ର ପୁଣ ।ପଂଚ ଅକ୍ଷର ଜିଭ୍ୟା ଶୂନ୍ୟ ॥
ସସିଧ୍ୟ ଭୋଗ ଦାସ ନୋହେ ।ଭୋଗ ସେମାନ ନାଶ ଯାୟେ ॥
ଦେଲା ଜନର ଅକାରଣ ।ଭୋଗତା ଜନ ବିଡ଼ମ୍ବନ ॥
ୟେଣୁ କୃଷ୍ଣକୁ ସମର୍ପିବ ।ବାସନା ଭୋଗୀ ବାସୁଦେବ ॥
ବ୍ରହ୍ମାଣ୍ଡେ ଯେତେକ ସୁବାସ ।ବାସ ଘେନନ୍ତି ସେ ପୁରୁଷ ॥
ନିର୍ମଳ ଚିତ୍ତ ଯାର ଥାଇଂ ।ସେ ପ୍ରଭୁ ତାକୁ ନ ଛାଡ଼ଇ ॥
ଗୋପୀ ନିର୍ମଳ ଭାବେ ପୁଣ ।ତୋଷିଲେ ଶ୍ରୀକୃଷ୍ଣ ପରାଣ ॥
ଅନ୍ୟଥା ଭାବେ ଯେ ରହିବ ।କୃଷ୍ଣ ସନ୍ତୋଷେ ସର୍ବ ହେବ ॥
କୃଷ୍ଣଙ୍କୁ ଭୁଞ୍ଜାଇ ଭୁଞ୍ଜିବ ।ଭୋଗର ସ୍ମସିଧି ରହିବ ॥
କେବେହେଂ ମୁଖରେ ନ ଦେବ ।ନ ଦେଇ କୃଷ୍ଣଙ୍କୁ ନଭାବ ॥
ଜୀବନ ହୋଇବ ଅମୁଖ୍ୟା ।ଭଗତ ଭାବେ ସିନା ଭଖ୍ୟା ॥
ଭୋଗ ବୋଲିଣ ଯାହା କହି ।ସବୁହୁଂ ଦାସ ବଡ଼ ସେହି ॥
ଭୋଗ ମହିମା ଅଗୋଚର ।କୋଟିକେ ଗୋଟିୟେ ଯେ ସାର ॥
ଭୋଗ ଜାଣିଲେ ଗୋପୀଜନ ।ଭୋଗ ବିଦୂର ମନେ ଧ୍ୟାନ ॥
ଭୋଗ ଜାଣିଲେ ସେ ରୁକ୍ମଣୀ ।ଭୋଗ ଜାଣନ୍ତି ମୁନି ପ୍ରାଣୀ ॥
ଭୋଗ ଜାଣନ୍ତି ତତ୍ତ୍ୱ ଦାସ ।ଯେଣୁ ସେ ବିଷ୍ଣୁ ଅଂଶ ବଂଶ ॥
ଜନମେ ଜନ୍ମେ ତୁମ୍ଭ ପୂଣ୍ୟ ।ଭୋଗ ସିଧ୍ୟର ଯେ ଭାର୍ଜନ ॥
ପୂର୍ବ ବାସନା ଓଟାରିବ ।ଗୋପାଳ କୂଳ ଉଧାରିବ ॥
ଏହା ନଜାଣି ଯେ ରୋଷାଇ ।କରନ୍ତି ମୂଢ଼ ପଣେ ଯାଇ ॥
କୃଷ୍ଣେ ବିମୁଖ କରାବନ୍ତି ।ପାଷାଣ୍ଡେ ଭୋଗରେ ଗମନ୍ତି ॥
ମୃତ୍ୟୁ ଅଳପ ଦିନେ ହୋୟେ ।ଅନ୍ନ ବସନ ନମିଳ ୟେ ॥
ଅଙ୍କ ହୋଅଇ ତାଙ୍କ ଖୋଡ଼ ।ପୁତ୍ର ପୈାତାଦ୍ରି ହ୍ୱନ୍ତି ମୁଢ଼ ॥
ଅନ୍ତେ ପଶୁରେ ଜାତ ହୋୟେ ।ରାସ ରୋଷାଇ ବିଧି କହେ ॥
କୃଷ୍ଣଙ୍କୁ ଭୋଗ ଦେବା ଯାୟେ ।ହେଳା ନ କରିବ ଥୋକାଏ ॥
ତଣ୍ଡୋଳୁ ଧାନ ବଛାଇବ ।ଡାଲିରୁ ମାଟି ବଢ଼ାଇବ ॥
ଘୃତ ଦୁଧକୁ ଛାଙ୍କି ରଖ ।ଜଳ ଛାଣିଣ ଦେବ ମୁଖ ॥
ନିତିକି ନିତି ନବତନ ।ହାଣ୍ଡିୟେ କରି ସୁଯତନ ॥
ଶାଗରୁ ତୃଣ ବଛାଇବ ।ବ୍ୟଂଜନ ଚୋପି ନ ଥୋଇବ ॥
ଗୁଡ଼ ଦଧିକି ଶୋଧାଇବ ।ପତ୍ରକୁ ଧଉତ କରିବ ॥
ମେଲାଠାବରେ ନ ରାନ୍ଧିବ ।ଅଦୃଷ୍ଟ ଠାବ କରିଥିବ ॥
ଅଶୁଚି ବସନ ନ ଘେନ ।ଜଳେ ଧୋଇବ ଯେ ଚରଣ ॥
ତୁଳୁସା ପଲ୍ଲବ ଯେ ଥିବ ।ଗୋପାଳ ମନ୍ତ୍ର ସୁମୁରିବ ॥
ଭୋଗ ସମିଧ ହୋୟେ ଭଲ ।ଶୁଣିଣ ମୁକୁନ୍ଦ ବେଭୋଳ ॥
ଶୁଣି ହରଷ ଯେ ବାଳକ ।ଭାଗ୍ୟ ଯେ ଥିଲା ଆମ୍ଭ ଲୋକ ॥
ଉଥାନ ଗୋପାଳ ହରଷ ।ଅନନ୍ତ ଦାସ ବଡ଼ ତୋଷ ॥
ଦ୍ୱାଦଶ ବରଜ ଫେରିବା ।କୃଷ୍ଣଙ୍କୁ ଭୋଗ ଭୁଞ୍ଜାଇବା ॥
ସଂସାର ଜନ ଦିବ୍ୟ ଭାଗ୍ୟ ।ଆମ୍ଭର ଭକ୍ତି କିଛୁ ଯୋଗ୍ୟ ॥
ଶ୍ରୀଗୁରୁ ଚରଣେ ଶରଣ ।ଶ୍ରୀକୃଷ୍ଣ ପାଦେ ଆଶ୍ରେ ପୁଣ ॥
ତାଙ୍କ ଭାବରେ ଆମ୍ଭେ ଦାସ ।ଅବଶ୍ୟ ଭୋଗ ହେବ ରସ ॥
ଦୀନ ଅଚ୍ୟୁତି ବଡ଼ ତୋଷ ।କହିଲା ୟେକାନ୍ତ ବିଶ୍ୱାସ ॥
ତୁମ୍ଭର ଯାହା ଅଂଶମାନ ।କରିବେ ହରି କୀରିତନ ॥
ୟେ ମହୀ ହୋଇବ ଆନନ୍ଦ ।ରାହାସ ନୀଳାରେ ବିନୋଦ ॥
ନାନା ଯତନେ ପୂଜାମାନ ।ଭଗତେ କରିବେ ଅର୍ଚ୍ଚନ ॥
ଗୁରୁ ସେବାରେ ଥୁଅ ମନ ।ଲଭିବ ଦିବ୍ୟ ଗ୍ୟାଂନ ମାନ ॥
ରାହାସ ଜନଙ୍କ ମେଳରେ ।ରୁହ ହୋ ସଦା ୟେ ସଂସାରେ ॥
ଶ୍ରୀକୃଷ୍ଣ ପ୍ରେମେ ଯେତେ ଦାସ ।ହୋଇବେ ରାହାସେ ପ୍ରବେଶ ॥
ତାହାଙ୍କ ନାହିଂ ମୃତ୍ୟୁ ଜାଣ ।ଦୀନ ଅଚ୍ୟୁତ ମୁଖୁଂ ଶୁଣ ॥
ଇତିଶ୍ରୀ ରାହାସ ବନ୍ଦନେ ନାମ ପଞ୍ଚମ ଅଧ୍ୟାୟଃ ॥
ଶୁଣ ଅନନ୍ତ ବଛ ଘେନି ।ରାହାସ ନୀଳା ଥିବ ଘେନି ॥
ଯୁଗଳ ଭାବେ ମିଶାଇବ ।ପଞ୍ଚମ ବେନି ଦଶ ହେବ ॥
ଭୋଗ ସିଧିରେ ବେନି ଆଗ ।ୟେମନ୍ତେ ବାର ଅଟେ ସାର ॥
ଭୋଗ ସିଧିରେ ଦାସ ହେବ ।ମଧୁ ବାଳକ ସୁମରିବ ॥
ହାଥରେ କରତାଳି ଧରି ।ଆନନ୍ଦେ ଅନନ୍ତ ହକାରି ॥
କରତାଳିରେ ଶିରି ବାଇଂ ।ମୁକୁନ୍ଦ ଭଜନ ଭଜଇ ॥
ବଛ ଯାଦବ ମେଳ ହେବ ।ଦୁହାରେ ଖୋଳ ଯେ ବାଇବ ॥
ଶିରୀ ଖୋଳରେ ତାଳ ଦେବ ।ମଥୁରି ଉଥାନ ଯେ ଥିବ ॥
କୃଷ୍ଣ ରୂପକୁ ସୁମରିବ ।ଗୋପ ଯେ ବୃନ୍ଦାବନ ଭାବ ॥
ବୃନ୍ଦାବନରେ ଦାସ ନାମ ।କରତାଳିରେ ସରିସମ ॥
ହରେ ରାମ କୃଷ୍ଣ ଭଜନ ।ଭୋଗ ସିଧିରେ ବିଦ୍ୟାମାନ ॥
ମଥୁରି ଉଥାନରେ ପ୍ରୀତି ।ବଚ୍ଛ ଯାଦବ ସଙ୍ଗେ ଘେତି ॥
ୟେଥୁ ବିଚାର ଦାସ ନାମ ।ଭଗତେ ବୃନ୍ଦାବନ ଗମୀ ॥
ସିଧିକୁ ଜାଣିମ ପବନ ।ରସ୍ତୁ ଜାଣିମ ସେ ଉଥାନ ॥
ପରକୁ ଜାଣିମ ଅନନ୍ତ ।ରଜ ଜାଣିମ ଯାଦବତ ॥
ବ ବ କୁ ବାଳକ ଜାଣିବ ।ଦ ଦ କୁ ଆନନ୍ଦ ଧରିବ ॥
ଧି ଇ କି ମୁକୁନ୍ଦ ଧରିଣ ।ଶିରୀ ଗୋବିନ୍ଦ ଉଚାରିଣ ॥
ସ ଅ କୁ ମଥା ର ଲୟେ ।ର ଅ କୁ ପବନହିଂ ଧ୍ୟାୟେ ॥
ସ ଅ ରେ ବୃତା ଦାସ ହେତୁ ।ର ଅ ରେ ମଧୁ ଦାସ ମାତୁଂ ॥
ୟେ ବୃନ୍ଦାବନେ ଯେ ପଶିବ ।କଳି କଳୁଷ ନାଶ ଯିବ । ॥
ଦ୍ୱାଦଶ ବୃନ୍ଦାବନ ଗୁଣ ।ନ ଜାଣେ ବ୍ରହ୍ମା ଶିବ ପୁଣ ॥
ତେତିଶ କୋଟି ଦେବତାୟେ ।ଯାହାର ଅନ୍ତ ନାହିଂ ପାୟେ ॥
ନାଗଲୋକକୁ ଅଗୋଚର ।ପଣ୍ଡିତ ନ ଜାଣେ ବେଭାର ॥
ଶଶବଦ ୟେ ଆଠକ୍ଷର ।ଘୋଷ ଭଗତେ ହୃଦୟର ॥
କ୍ଷଣ ନିମିଷ ଦଣ୍ଡ ଘଡ଼ି ।ସାଧିବ ମନ ଚିତ୍ତ ବୁଡ଼ି ॥
ଖୋଳ କର୍ତ୍ତାଳ ଶିଂଘା ଶଙ୍ଖ ।ବେନୁ ମୁରଲୀ କର ଲେଖ ॥
ତରାସ ଚୂଳ ମାଳଗୁଞ୍ଜ ।ରୁଞ୍ଜ ପଇତା କାନ୍ଧେ ସଜ ॥
କଠାଉ ଛତା ଗନ୍ଥା ଫେର ।ନୃତ୍ୟ କରିବ ୟେ ସଂସାର ॥
ପାଷାଣ୍ଡ ଜନକୁ ତାରିବ ।ୟେ ଭେଖ ହୃଦରେ ଧରିବ ॥
ସଞ୍ଜ ସକାଳ କାଳ ବେଳ ।ବୃନ୍ଦାବନକୁ ୟେ ନିଶ୍ଚଳ ॥
ଧିଆନ କରିବ ସମାଦି ।କଳି ପାପାଦି ପାପ ଛେଦି ॥
ଶୂନ୍ୟ ସମାଦି ଯଦି ଥିବ ।ଚର୍ମ ପାଦୁକା ନ ମାଡ଼ିବ ॥
ତୁରଙ୍ଗ ଆସନ ଛାଡ଼ିବ ।ପାଦାନ୍ତି ବିବର୍ଜିତ ହେବ ॥
ତେବେ ଶୂନ୍ୟରେ ଯାଇ ମିଶି ।ପାତେକମାନ ହୋୟେ ଧ୍ୱଂସି ॥
ଭଗତି ଆସନଟି ଶୁଣ ।କମଳ କୁଶ ପରିମାଣ ॥
ପାଦେ କଠାଉ ଶୋଭାବନ ।ଗୀତା ଯେ ଭାଗବତ ମାନ ॥
ମନ୍ତ୍ର ଯନ୍ତ୍ରକୁ ଘୋଷ ଚିତ୍ତ ।ଶୁଣ ହୋ ତୁମ୍ଭେ ଗୋପସୁତ ॥
ଦୀନ ଅଚ୍ୟୁତି ତୁମ୍ଭ ହିତେ ।କହଇ ବିସ୍ତାରିଣ ୟେତେ ॥
ଇତିଶ୍ରୀ ରାହାସ ବନ୍ଦନା ନାମ ଷଷ୍ଠ ଅଧ୍ୟାୟଃ ।॥ ସପ୍ତମ ଅଧ୍ୟାୟ ॥
କୃଷ୍ଣ ଭଗତି ରସ ଗୁଣ ।କହିବା ଗୋପସୁତେ ଶୁଣ ॥
ଶିରରେ ଖଞ୍ଜବାକ ଚୂଳ ।ବିବିଧ ପୁଷ୍ୟ କରି ଠୁଳ ॥
ମୁରଲୀ ସଳଖେ ରଖିବ ।ପତ୍ର ନିକୁଞ୍ଜ ସାଞ୍ଜୋଇବ ॥
ପାଟ କାଞ୍ଚଲି ଗୋଟି ପୁଣ ।ଓଡ଼ିଆଣୀ ଯେ ସୁଘଟଣ ॥
କିଆ ପତ୍ରିକା ଯେ ଅଳକା ।କର୍ଣ୍ଣେ କୁଣ୍ଡଳ ସୁଝଲକା ॥
ସୋଅର୍ଣ୍ଣ କଣ୍ଠା ମାଳମାନ ।ବାଘ ନଖାରେ ହୀରାମାନ ॥
ପଇତା ଯତନେକ କରି ।ଫୁଲି ପଇତା ଆର ସରି ॥
ଚନ୍ଦନ ଚୁଆକୁ ମିଶାଇ ।ତାମ୍ବୋଳ ଫୁଲିମାନ ଥୋଇ ॥
ମୁଦ୍ରିକା ବଳା ବାଜୁ ବଂଧ ।ଝୁମ୍ପା ଲୋଟଣି ଚାରୁ ଛନ୍ଦ ॥
ନାସାକୁ ହେମର ମୁକୁତା ।ରତନ ନେପୁର ସାଜିତା ॥
ଉଭାରି ଚରଣ ବସନ ।ୟେକ ଠାବରେ ଥୋଇ ମନ ॥
କୃଷ୍ଣ ରୂପକୁ ସୁମରିବ ।ଗୋପାଳ ମନ୍ତ୍ରକୁ ଭଜିବ ॥
ପଢିବ ୟେକାନ୍ତେ ଗୁପତ ।ଭଜି ମୁରଲୀ ମନ୍ତ୍ର ତନ୍ତ୍ର ॥
ବସନ ମନ୍ତ୍ରକୁ ସୁମୁରି ।ତିଳେକ ମନ୍ତ୍ର ହୃଦେ ଧରି ॥
ଶ୍ରୀକୃଷ୍ଣ ଭାବ ତେବେ ପ୍ରାୟେ ।ସଖା ଭରାତି ଭାବ ରହେ ॥
ଶ୍ରୀ କୃଷ୍ଣ ମନ୍ତ୍ର ଗୁଣ ଶୁଣ ।କ୍ଲୀଂ କୃଷ୍ଣାୟ ବୋଲି ପୁଣ ॥
ମୁରଲୀ ମନ୍ତର ଯେ କହି ।ରାଧେ ଶ୍ୟାମ ଯେ ବଂଶୀ ଗାଇ ॥
ଶାମ ଶାମ ଯେ ରାଧେ ରାଧେ ।ମୁରଲୀ ଫୁଙ୍କିବ ୟେ ବନ୍ଧେ ॥
ମନ୍ତ୍ରମାନଙ୍କ ଭାବ ଶୁଣ ।ବିଚିତ୍ର ୟେହା ନାମ ଗୁଣ ॥
ବସନ ମନ୍ତ୍ର ସୁମରଇ ।ହରି ବ୍ରହ୍ମାୟେ ବସନଇଂ ॥
ନମ ବୋଲିଣ ଭୁମିଗତ ।ପାଞ୍ଚ ଯେ ଗୋଟି ଦଣ୍ଡବତ ॥
ବେଶ ହୋଇଣ ରାସେ ପଣ ।ଶୁଣ ହୋ ରାମ କୃଷ୍ଣରସ ॥
ୟେହା ନ ଜାଣେ ଯଉଂ ଜନ ।କୃଷ୍ଣ ରୂପକୁ କରି ଧ୍ୟାନ ॥
ସଖା ଶ୍ରୀକୃଷ୍ଣ ବେଶ ହୋନ୍ତି ।ଅଙ୍ଗେଣ ପାପ ଗରାସନ୍ତି ॥
କୃଷ୍ଣ ଅପ୍ରାଧ ସେହୁ ଜନ ।କରଇ ଶୁଣ ଦେଇ ମନ ॥
ଯଉଂ ଅଙ୍ଗରେ ସଖା ବେଶ ।ଗ୍ରାସ ନ କରେ ମଛ୍ୟ ମାଂସ ॥
ମୟୁର ପୁଚ୍ଛ ଯେ ବହନ୍ତି ।ଛୁଇଂଲେ ବ୍ରହ୍ମ ହତ୍ୟା ପାନ୍ତି ॥
କହନ୍ତେ ଗୋହତ୍ୟା ପାତେକ ।ଶୁଣ ହୋ ଗୋପାଳ ବାଳକ ॥
ବୃନ୍ଦାବନକୁ କରି ଲୟେ ।ସୁଜନ ଜନ ପାଦ ଧ୍ୟାୟେ ॥
ସୁଜନ ଜନ ରେଣୁ ଫଳେ ।ଭାଗ୍ୟ ଦିଶିବ କେତେବେଳେ ॥
ଅବା ପାଇବ ସେ ଚରଣ ।ଚିତ୍ରାଙ୍ଗୀ କୂଳରେ ମରଣ ॥
ତୁମ୍ଭେ ଦ୍ୱାଦଶ ହୋ ଗୋପାଳ ।ଶ୍ରୀକୃଷ୍ଣ ରସରେ ବେଭୋଳ ॥
ମୋ ମୃତ୍ୟୁକାଳେ ମଉଛବ ।ରାହାସ ରସରେ ଗାଇବ ॥
ୟେ ହେତୁ ରାହାସ ଭଣ୍ଡାର ।କିଛି ରହିଲା ତୁମ୍ଭଠାର ॥
ପ୍ରାଣୁଂ ଅଧିକେ ରଖିଥିବ ।ଶରଧା ଜନକୁ କହିବ ॥
ଦମ୍ଭୀ ଗରବୀ ଯେତେ ଜନ ।ଲମ୍ପଟ ନାସ୍ତିକ ବଚନ ॥
ତାଙ୍କ ଆଗେ ଯେ ପାଠ କହେ ।ଦରିଦ୍ର କୋଷ୍ଠ ବ୍ୟାଧି ହୋୟେ ॥
ଥାନ ଭ୍ରଷ୍ଟ ଯେ ପୁଚ୍ଛ ମରେ ।ଚୋର ମାତଇ ତାର ଘରେ ॥
ୟେକାନ୍ତ ଗୁପତ ଭଗତା ।କୋଟିକେ ଗୋଟିୟେ ଶୁଣନ୍ତା ॥
ପୂର୍ବ ଜନ୍ମର ଭାଗ୍ୟ ଥିଲେ ।ୟେ ଗ୍ରନ୍ଥ ବୁଝଇ ସେ ଭଲେ ॥
ଏ ଗ୍ରନ୍ଥ ଯାର ଗୃହେ ଥିବ ।କୋଟି ପୁରୁଷ ଭାଗ୍ୟ ହେବ ॥
ଦୀନ ଅଚ୍ୟୁତ ମନ୍ତ୍ର ବାଇ ।ରାହାସ ରେଣୁକୁ ଆଶାଇ ॥
ଇତିଶ୍ରୀ ରାହାସ ବନ୍ଦନା ନାମ ସପ୍ତମ ଅଧ୍ୟାୟଃ ॥
ରାଧା ଭଗତ ହୋ ମୂକୁନ୍ଦ ।ଶ୍ରୀ ବୃନ୍ଦାବନ ରାସ ଛନ୍ଦ ॥
ସିନ୍ଦୁର କଜ୍ୱଳ ତିଳେକ ।ଅଗୁରୁ ଚନ୍ଦନ ମେଳକ ॥
କଳା ଧବଳ ଯେ ବସନ୍ତ ।ବିବିଧ ବର୍ଣ୍ଣେ ବସନନ୍ତ ॥
ମୁଦ୍ରିକା ବାଜୁବନ୍ଧ ଚୁଡ଼ି ।ହୃଦରେ କାଞ୍ଚଳି ଯେ ଭିଡ଼ି ॥
ଝଳକ ପାତିୟା କପୋଳେ ।କର୍ଣ୍ଣରେ ସୋଅର୍ଣ୍ଣ ଉଜ୍ୱଳେ ॥
ଓଡ଼ିଆଣୀ କି ଯେ ନେପୂର ।ବିବିଧ ଫୁଲ ଯେ ଗଳାର ॥
ହୃଦୟେ କଣ୍ଠା ମାଳମାନ ।ବିବିଧ ବେଶ ସୁଯତନ ॥
ଗୋପୀ ଭଗତି ଭାବ ଧରି ।ବିନୋଦେ ଚିତ ୟେକ କରି ॥
ତିଳେକ ମନ୍ତ୍ରକୁ ସୁମରି ।ରାଧା ମନ୍ତର ହୃଦେ ଧରି ॥
ଶ୍ରୀରାଧିକାଇୟେ ସୁମରି ।ନମଃ ବୋଲିଣ ତୁସ୍ତି କରି ॥
ହୀଂର ହରି ମନ୍ଦିରରେ ।ନମଃ ବୋଲିଣ ତୁସ୍ତି କରେ ॥
କୃତ ହଂ କୃତ ସୁକୁରୁତ ।ୟେମନ୍ତେ ରାଧିକା ଭାବତ ॥
ୟେହା ନ ଜାଣି ଗୋପି ବେଶ ।ରାହାସେ ହୋଅନ୍ତି ପ୍ରବେଶ ॥
କ ରେ ସାତ ଅଙ୍କ ଦେଲେ ।ଳ ଅରେ ଇକାର ଥୋଇଲେ ॥
ଣି କାର ମିଶାଇ ଗୁଣିମ ।ୟେମନ୍ତ ଭାବରେ ଯେ ସମ ॥
ଦୂରୁ ବର୍ଜିତ ସେହୁ ଦାସ ।ଛୁଇଂଲେ ପାପ ପରବେଶ ॥
ଗୁରୁ ଦୋରେହା ପାପ ପାଇ ।ଶ୍ରୀଂ ବୀଜ ଚିହ୍ନଇ ସେ ନାଇଂ ॥
ଶ୍ରୀଂ ବୀଜ ରାଧିକା ସୁମର ।କ୍ଲୀଂ ବୀଜ ଶ୍ରୀକୃଷ୍ଣ ଶ୍ୱରୀର ॥
ରାଧା କୃଷ୍ଣର ନୀଳା ଗୁଣ ।ରାହାସ ତୁମ୍ଭେ ବାର ଜଣ ॥
ଶୟେ ଆଠକେ ବରଷରେ ।ମୁକୁନ୍ଦ ତେଜ ତୁ ଶ୍ୱରୀରେ ॥
ମାଧେବ ସୁତ ତୋହେ ହେବ ।ଗୋପିକା ନୀଳା ସେ ବିହିବ ॥
ଶୟେ ପାଞ୍ଚ ୟେ ବରଷରେ ।ମଥୁରି ସୁତ ୟେ ସଂସାରେ ॥
ବ୍ରଜ ଦୂତିକା ସେ ବିଳାସ ।ବ୍ରଜମୋହନ ଅଟେ ଦାସ ॥
ଗୋବିନ୍ଦ ଶୟେ ସାତେ ମୃତୁ ।ଶୟେ ଛଡ଼ରେ ଅନନ୍ତ ତୁ ॥
ଯାଦବ ଛକୋଡ଼ି ବରଷ ।ଉତଥାନ ଛଡ଼େ ଶତ ଶେଷ ॥
ପବନ ଦିଷାଠିରେ ଯାଇ ।ବାଳକ ପଞ୍ଚାଶୟେ ନାହିଂ ॥
ବଛ ମରଣ ଶୟେ ସାତ ।ୟେତେ ଆଇଷ୍ୟେ ମୃତ୍ୟୁ ପ୍ରାପ୍ତ ॥
ୟେମନ୍ତେ ବିଂଶା ଶୟେବ୍ରଷ ।ନୀଳା କରିବା ଭଡ଼୍ର ଦେଶ ॥
ନୀଳା ସାରିଣ ନିତ୍ୟେ ଯିବା ।ଗୋପାଳ କୂଳକୁ ତାରିବା ॥
ବୈଶାଖ ପୂରୁନିମା ଦିନ ।କୁଣ୍ଡ ବଳଦା ବୋଲି ଥାନ ॥
ୟେ ମଉଛବ ଯେ ହୋଇବ ।କୃଷ୍ଣ କରୁଣା ହେତୁ ଥିବ ॥
ଆଗ୍ୟାଂ ପୁରରୁ ମୁଂ ଅଇଲି ।କୁଣ୍ଡ ବଳଦାରେ ରହିଲି ॥
ୟେ ମଉଛବ ନିଷ୍ଠା ମୋର ।ନିଷ୍ଠା କରିବ ତୁମ୍ଭେ ବାର ॥
ନନ୍ଦ ଗୋପାଳ ୟେଥି ମୂଳ ।ରାହାସ କରିବ ନିଶ୍ଚଳ ॥
ଗୁରୁ କରୁଣା ଯାତ୍ରା ୟେଟି ।ୟେହା ଜାଣିଲେ ବାସ ଫୁଟି ॥
ଦ୍ୱାଦଶ ଗୋପାଳ ଯଙ୍ଖେରୁ ।ଭୂପତି ପରିଡ଼ାକୁ ବରୁଂ ॥
ୟେହାଙ୍କ ସଙ୍ଗତେ ଆସିବ ।ନନ୍ଦକୁ ମଉଛବ ଦେବ ॥
ଦୀନ ଅଚ୍ୟୁତ ବାଣୀ ୟେହୁ ।ବ୍ରଜ କୁମରେ ମନେ ଥାଉ ॥
ଇତିଶୀ ରାହାସ ବନ୍ଦନେ ନାମ ଅଷ୍ଟମ ଅଧ୍ୟାୟଃ ॥
ଶୁଣ ହୋ ବଛ ୟେକ ମନେ ।। ଆଗତ କହିଲୁଂ ବଚନେ ॥
ଦେଖିଣ କଦର୍ଥନା ମାନ ।। ବରଷ ଶେଷ ଦିନୁଂ ଦିନ ॥
ବରଣ ପାଇଣ ନିଶ୍ଚଳ ।। ସର୍ବ ଗୋପାଳ ମୂଳେ ଠୁଳ ॥
କୁଣ୍ଡ ବଳଦା ଶେଷ ହୋୟେ ।। ମଳୟ କୁଦରେ ଯେ ରହେ ॥
ତୃଣ ତୁର୍ଜୟ ପଥ ମାନ ।। କହିବା ପଥର ବିଧାନ ॥
ପଥ କିଳେସ ଭାଷା ନାହିଂ ।। ଦ୍ୱାଦଶ ଗୋପାଳ ତନୟୀ ॥
ହଉଂ କ୍ଷଉଂ ଯେ ବିନ୍ଦୁ ଦୁଇ ॥
ପାଦୁକା ସାଧନ ଭଗତ ।ନିଶ୍ଚଳ ଚିତ୍ତେ ଥମ୍ବୀଭୁତ ॥
କୁଶ କମଳ ବାଘାମ୍ବର ।ତୃଣ ଶେଯ୍ୟାରେ ମନ ଥିର ॥
ଦୁଖ ସୁଖରେ ଦିନ ହରେ ।ମନ ଗୋବିନ୍ଦ ପାଦଠାରେ ॥
ସାତୁକୀ ଭଗତି ତୁମ୍ଭର ।ଦୂର ରାଜୁସି ଭୋଗକର ॥
ଶ୍ରୀ ବୃନ୍ଦାବନ ଚରିତ ।ଶୁଣ ବାଳକ ଗୋପସୁତ ॥
ଶ୍ରୀକୃଷ୍ଣ ରାମ ବଳରାମ ।ସୁବାହୁ ସୁବଳ ସୁଦାମ ॥
ଦାମ କିଙ୍କିଣି ସଉନନ୍ଦ ।ଆନନ୍ଦ ନନ୍ଦ ବୃଦ୍ଧନନ୍ଦ ॥
ଷୋଳ ସହସ୍ର ଗୋପ ପୋୟେ ।ଗୋପେ ଗୋମାତା ପୁଜା ହୋୟେ ॥
ଇଷ୍ଟ ଅଟଇ ଗୋପାଳର ।ତୁମ୍ଭେ ହୋ ଗୋରୁ ପୁଜା କର ॥
ତା ଚର୍ମ ନ କରିବ ପାଦ ।ଗୋପାଳ କୂଳକୁ ଅପ୍ରାଧ ॥
ଗୋପାଳ ଅଙ୍ଗ ଯେ ବହିବ ।ଚର୍ମ ପାଣ୍ଡୋଇଂକି ରସିବ ॥
ମାଳା ତିଳେକ ଉତାରିବ ।ଜାତିରୁ ବାହାର କରିବ ॥
ଅମୃତ କୁଣ୍ଡ ଗୁଣାଗାର ।ତେବେ ଦେଖିଲା ପାପ ହର ॥
ଅଷ୍ଟାଙ୍ଗ ଭାବେ ଦଣ୍ଡବତ ।ପୁଚ୍ଛିଲୁ ଅପ୍ରାଧ ଯେମନ୍ତ ॥
ୟେବେହେଂ ଚର୍ମ ବିବର୍ଜିଲୁ ।ଶ୍ରୀ ମୁଖ ବଚନ ପାଇଲୁ ॥
ହସଂ ଗବନର ବିଚାର ।ଗଜ ବୃଷର କଥା ଆର ॥
ଶୁଣ ହୋ ଗୋପାଳ ଭଗତ ।ଗଜ ଗବନ ରାଜା ବୃତ ॥
ତୁରଙ୍ଗ ପାତ୍ରର ୟେ ବିଧି ।ୟେଣୁ ରାଜୁସି ଅଟେ ସିଧି ॥
ୟେହା ରାଜୁସି ଭକ୍ତି ହୋୟେ ।ୟେଣୁ ୟେ ଭୋଗକୁ ତେଜୟେ ॥
ବୃଷଭ ବାହାନ ଶିବର ।ହଂସ ଗଗନ ଯେ ବ୍ରହ୍ମାର ॥
ୟେଣୁ ତାମସ ଭକ୍ତି ହେଲା ।ସାତୁକୀ ଭଗତ ନୋହିଲା ॥
ଜଟା ମୁକୁଟ ଭଗବାନ ।ମୁନି ଜନକୁ କଲେ ମାନ୍ୟ ॥
ବନସ୍ତ କୁଟୀରେ ପତର ।ରାମ ତେଜିଲେ ରାଜପୁର ॥
ଗୋପେ ଗୋବିନ୍ଦ ଅବତାର ।ବାଳକ ସଙ୍ଗରେ ବେହାର ॥
କୃଷ୍ଣ ଜନମ ନଦୀୟାରେ ।ଚେତନା ଦେଲେ ପ୍ରାଣୀଙ୍କରେ ॥
କଳିରେ ମୁଢ଼ ଜନମାନେ ।ହୋଇଣ ଥିଲେ ଅଚେତନେ ॥
ହରି ମହିମା ନ ଜାଣନ୍ତି ।ଗୁରୁ ବଷ୍ଣମ୍ବ ନ ଚିହ୍ନନ୍ତି ॥
ତାହାଙ୍କ ଚିନ୍ତାରେ ଆପଣ ।ବୈରାଗ୍ୟ ଧଇଲେ ଲକ୍ଷଣ ॥
ହରି ରାହାସ ଭିୟାଇଲେ ।ପାଦରେ ତୀର୍ଥମାନ କଲେ ॥
ତୁରଙ୍ଗ ପାଦାନ୍ତି ତେଜିଣ ।କୁଳ ଲକ୍ଷଣ ଯେତେ ପୁଣ ॥
ଧନ ସଂପଦ ଯେ ୟେଡ଼ିଲେ ।ଉଦର ଭିଖରେ ପୋଷିଲେ ॥
ଚଉଷଠୀ ଗୋଟି ମହନ୍ତ ।ଦ୍ୱାଦଶ ଗୋପାଳ ସଙ୍ଗତ ॥
ୟେ ଚାରି ଖୁଣ୍ଟେ ତାଙ୍କ ବାସ ।ଭଗତ ନିମନ୍ତେ ପ୍ରକାଶ ॥
ସେ ପ୍ରଭୁ ଚରଣେ ଶରଣ ।ଅଚ୍ୟୁତ କହଇ ପ୍ରମାଣ ॥
ନଦିଆ ନଗରରେ ଶୀର୍ଷ ।ସନାତନ ଯେ ତାଙ୍କ ଦାସ ॥
ସନାତନଙ୍କ ଶିଷ୍ୟ ମୁହିଂ ।ଅଚ୍ୟୁତ ଦାସ ମୁଂ ବୋଲାଇ ॥
ଅଚ୍ୟୁତ ଦାସର ଯେ ଶିଷ୍ୟ ।ତୁ ରାମଚନ୍ଦ୍ର ହେଲୁ ବଶ୍ୟ ॥
ଧର୍ମୁ ଭରଥ ଆଦି ସୁତ ।ଦ୍ୱାଦଶ ଗୋପାଳ ସଙ୍ଗତ ॥
ସେବକ ହେଇ ତାହାଙ୍କର ।ୟେ ଗୋପ କୂଳକୁ ଉଧାର ॥
ଆମ୍ଭ ବଦନ ମନେ ଘେନ ।ହୃଦେ ବହିବ ଭକ୍ତ ଚିହ୍ନ ॥
ରାମର ଶ୍ରେଷ୍ଠ ଯଉଂ ଥାନ ।ରାମ ସେବକ ହୋ ପବନ ॥
ମୁକୁନ୍ଦ ଅନନ୍ତ ରାମର ।ବଚ୍ଛ ବାଳକ ମଥୁରିର ॥
କୃଷ୍ଣ ମଧୁ ଯେ ରାମ ଶିଷ୍ୟ ।ରାହାସ ହୃଦରେ ହୋ ଘୋଷ ॥
ସୁନନ୍ଦ ଆନନ୍ଦ ଭ୍ରଥର ।ଗୋବିନ୍ଦ ଦାସ ଦ୍ୱାଦଶର ॥
ୟେମନ୍ତେ ସଙ୍ଗତେ ଗୋପାଳ ।ଅଚ୍ୟୁତ ପଥରେ ନିଶ୍ଚଳ ॥
ଇତିଶ୍ରୀ ରାହାସ ବନ୍ଦନେ ନାମ ନବମ ଅଧ୍ୟାୟ ॥
ଅଚ୍ୟୁତ ଗୁରୁ ତ୍ରାହି କର ।ତୁମ୍ଭ ଚରଣେ ଆମ୍ଭ ଶିର ॥
ପଦ୍ମ ଦଳର ଯେ ମହିମା ।ଦଳ କେମନ୍ତ ତା ଜାଣିମା ॥
ଅତି ଗହନ ୟେ ବଚନ ।ୟେଥେ ନ ପଶେ ସର୍ବଜନ ॥
ପୂର୍ବ ଜନ୍ମର ଭାଗ୍ୟ ଥାଇ ।ଅଂଶ ଭଗତା ଯେବେ ହୋଇ ॥
କହଇ ଅଚ୍ୟୁତି ପାମର ।ଶୁଣ ହୋ ପଦ୍ମର ବିଚାର ॥
ବେନି ଶ୍ରବଣ ଓଷ୍ଠ ଲଇ ।କପୋଳ ମିଶି ଦଳ ୟେହି ॥
ମୁଖ ଭ୍ରୁଲତା ମିଶି ପୁଣ ।ଦୁଇ ମଣ୍ଡୋଳ ବିଚାରିଣ ॥
ବେନି ନୟନ ଓଷ୍ଠ ପର ।ତିନି ବୋଲିଣ ଦଳ କର ॥
ନାସିକା ମଣ୍ଡୋଳ ଯେ ଦୁଇ ।ୟେଣୁ ସୁବାସ ପୁଷ୍ୟ ହୋଇ ॥
ସେ ପୁଷ୍ୟ ବସିଛି ପୁରୁଷ ।ବାସନା ଭୋଗୀ ସେ ହରଷ ॥
ବାସୁଦେବ ହିଂ ତାଙ୍କ ନାମ ।ସର୍ବ ଜୀବରେ ତା ବିଶ୍ରାମ ॥
ତାର ମହିମା କେବା ଜାଣେ ।ସୁଗ୍ୟାଂନି ପଣ୍ଡିତ ନ ଜାଣେ ॥
ବେଦ ବେଦାନ୍ତେ ସାର ସେହି ।ବିପ୍ର ପଢ଼ଇ ନ ଜାଣଇ ॥
ଯେ ବିପ୍ର ସେ ପାଦ ଚିନ୍ତଇ ।ସାଖ୍ୟାନ୍ତ ଗ୍ୟାଂନୀ ତାକୁ କହି ॥
ଯେ ବା ବଷ୍ଣମ୍ବ ଇଥି ରସେ ।ସେହୁ ଅଟଇଂ କୃଷ୍ଣ ଦାସେ ॥
ସାତୁକୀ ଭଗତିଟି ୟେହୁ ।ୟେଥେ ପଶିଲେ ଶାନ୍ତି ହୋଉ ॥
ହରିବ ସକଳ କଳୁଷ ।ଅନ୍ତେ ଗୋବିନ୍ଦ ପାଦେ ପଶ ॥
ଜପ ଭଜନ ତୀର୍ଥମାନ ।କୀର୍ତ୍ତି ଜଳଧି ଦାନ ଧନ ॥
ୟେ ସର୍ବ ଲୋକର କାରଣ ।ଧର୍ମ ନିମନ୍ତେ ୟେ ଧାରଣ ॥
ଧର୍ମ କରିଣ କର୍ମକର ।ସୁକର୍ମେ ଦୂରିତ ଯେ ହର ॥
ସର୍ବ ଭୂତରେ ସେ ପୁରୁଷ ।କର୍ମ କରତା ୟେହୁ ଘୋଷ ॥
ଧର୍ମ ନିମନ୍ତେ ତୀର୍ଥେ ଥିବ ।କର୍ମ କରିବ କର୍ମ ଭାବ ॥
ଗୁହିୟ ଲିଙ୍ଗ ନାଭି ଧରି ।ହୃଦ କଣ୍ଠକୁ ଥିର କରି ॥
କ୍ଷଣ ନିମିଷ ଦଣ୍ଡ ଘଡ଼ି ।କର୍ମ ପୁରୁଷ ସଙ୍ଗେ ଜଡ଼ି ॥
କାଳେ ତାହାରେ ନିମଜ୍ଜିତ ।ସେ ପଥ କେଭେଂ ନଛାଡ଼ିବ ॥
ପ୍ରଭାତୁଂ ସ୍ରାହାନ କରିବ ।ସେ ପଥ ହେଜିଣ ବସିବ ॥
ଅଳପ କରିବ ଭୋଜନ ।ନିଦ୍ରା ଅଳପ ଯେ ନୟନ ॥
ରତି କରିବ ସମୟରେ ।ସୁକର୍ମ ୟେମନ୍ତରେ ଧରେ ॥
ୟେ କର୍ମ ଆଚରେ ଯେ ନର ।ନ ବୁଡ଼େ ଏ ଭବ ସଂସାର ॥
ପଙ୍କରୁ ବିଲଗ ଯେ ପଦ୍ମ ।ୟେ କର୍ମ ଜନମର ଆଦ୍ୟ ॥
ଶୁଣ ହୋ ୟେଥିର ବିଚାର ।ମନିଷ୍ୟ ଜନମର ସାର ॥
ଶ୍ରୀଗୁରୁ ଚରଣକୁ ଧର ।ବୈଷ୍ଣବ ଜନକୁ ପଚାର ॥
ଚାରିବେଦରେ ସନମତ ।ପୁରାଣେ ୟେକଥା ନିହିତ ॥
ପଢ଼ିବା ଗୀତା ଭାଗବତ ।ୟେ ଜୀବ କର୍ମର ଯେ ତତ୍ତ୍ୱ ॥
ତତ୍ତ୍ୱ ଜାଣିଲେ ଗତି ହୋୟେ ।ଜୀବ ନ ପଡ଼େ ମାୟାମୋହେ ॥
ଦୀନ ଅଚ୍ୟୁତ ୟେହା କହେ ।ସାଧୁଙ୍କୁ ପୁଚ୍ଛିବ ଥୋକାୟେ ॥
ହରି ମହିମା ଅଗୋଚର ।ଗଙ୍ଗା ବାଲିରୁ ଯେ ଅପାର ॥
ମାତା ପିଅର ଯେ ଭାଗ୍ୟର ।ଗୁରୁ କରୁଣା କଲେ ପାର ॥
ଶ୍ରୀକୃଷ୍ଣ କଲେକ କରୁଣା ।ସୋରସ୍ୱତୀ ହିଂ ଜିଭେ ଠଣା ॥
ହାଥରେ ଗଣେଷ ପ୍ରମାଣ ।ଆଗ୍ୟାଂରେ ଲେଖିବ ପୁରାଣ ॥
ଜାତିରେ ଶୁଦ୍ର ଅଟେ ମୁଇଂ ।ଗୋପାଳ ସଙ୍ଗତେ ଖେଳଇ ॥
ଦୀନ ଅଚ୍ୟୁତ କଥାମାନ ।ଦୋଷ ନ ଘେନ ସାଧୁଜନ ॥
ଇତିଶ୍ରୀ ରାହାସ ବନ୍ଦନେ ନାମ ଦଶମ ଅଧ୍ୟାୟ ॥
ଅନନ୍ତ ଶୁଣ ହୋ ବଚନ ।ପୂର୍ବେ ଗମନ କର ମନ ॥
ସକଳ ଚଳିବା ହରଷ ।ଚାଲ ହୋ ଯିବା ପର୍ମହଂସ ॥
ଯାଅ ଚଳିଣ ବେଗ ବେଗ ।ସୂର୍ଯ୍ୟ କିରଣେ ମନ ଭଙ୍ଗ ॥
ବୃକ୍ଷର ଛାଇରେ ବସିଲେ ।ଅଢ଼ଙ୍ଗ ଗ୍ରାମ ୟେ ବୋଇଲେ ॥
ଗ୍ରାମର ପଛିମେ ପୋଖରୀ ।ଉତ୍ତମ ଅଟଇ ୟେ ବାରି ॥
ତହିଂ ରହଣି ଯେ ଭଗତ ।ନାମ ଅଟଇ ଯଶୋବନ୍ତ ॥
ଯଶୋବନ୍ତକୁ ଦେଖିବାରେ ।ରହିଲେ ସେ ବୃକ୍ଷ ଛାଇରେ ॥