ଷଷ୍ଠ ଛାନ୍ଦ — ରାହାସ ଖଣ୍ଡ — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପି।୭।
ନିଶ୍ଚଳ ଆସନ କର ଗୋ ସହୀ
ଗରୁଡ଼ ଥମ୍ଭପରେ ଦୃଷ୍ଟି ଦେଇ ।
ତ୍ରିକୋଣ ମଣ୍ଡୋଳେ ମନକୁ ଗଳା
ଟଳି ପଡ଼ିଲେହିଂ ବୁଡ଼ିବ ଭେଳା ।
ସହି ଗୋ
ସିଷମୂନା ରନ୍ଧ୍ରରେ
ତିନି ନାମ ଗୁପ୍ତ ଅଛି ତହିଂରେ ।
।୮।
ସେହି ନାମକୁ ଯେ ଶରଣ ପଶ
ଘଟଣ ବ୍ରହ୍ମକୁ ଲଗାଅ ଆଶ ।
ଘଟେ ଘଟେ ଘୋଟି ଅଛଇଂ ସେହି
ଘଟ ଗଲେ ଆଉ ପାଇବ ନାହିଂ ।
ସଖି ଗୋ
ସେ ତ ଘୋର ଦୁର୍ଗମ
ସହଜେ ମିଳେ କି ପରମ ଶୂନ୍ୟ ।
।୯।
ନିତ୍ୟ ନିତ୍ୟ ମାହାନିତ୍ୟ ଅଛଇ
ସୁଦସେନ ଚକ୍ର ତହିଂ ଭ୍ରମଇ ।
ଅଗ୍ନିର ଶିଖା ସହସ୍ରେ ଯୋଜନ
ଟଳି ପଡ଼ିଲେ ହୋଇଯିବ ଚୁର୍ଣ୍ଣ ।
ସହି ଗୋ ତିଳେ ଦମ୍ଭ ନ କର
ଦମ୍ଭ ତେଜିଛି ଅଚ୍ୟୁତି ପାମର ।
।୧୦।
(ଷଷ୍ଠ ଛାନ୍ଦ ସମାପ୍ତ)
ସପ୍ତମ ଛାନ୍ଦ
ପୁଣ ପଚାରଇଂ ଶ୍ରୀ ଚନ୍ଦ୍ରାବଳୀଶୁଣ ଗୋ ବୃନ୍ଦେ ମୋ ପ୍ରାଣ ସଙ୍ଖାଳି ।ବଡ଼ ହଟିଆ ସେ ନନ୍ଦ କହ୍ନାଇବଂଶୀ ସ୍ୱନରେ ମନକୁ ମୋହୋଇ ।ସଖି ଗୋ କାହୁଂ ତାକ ଆଣିଲାକୂଳବଧୂଙ୍କର ଭଗାରି ହେଲା ।।୧।କଉଂ ମନ୍ତ୍ର ଦେଉଅଛି ବଜାଇଶ୍ରବଣ ମାତ୍ରେ ହୃଦ ବିତାରଇ ।ଥିର ହୋଇଯାଏ ଯମୂନା ଜଳଯୋଗୀଙ୍କ ଯୋଗକୁ କରେ ବିଫଳ ।ସଖି ଗୋ ଚନ୍ଦ୍ରକାନ୍ତ ପଥରତରଳ ହୋଇଣ ବହଇ ଧାର ।।୨।ଏ କୁହୁକ ପଦ କାହୁଂ ଶିଖିଛିଆମ୍ଭ ଆଗରେ କହ ଗୋ ମୁଗାଛି ।ଶୁଣିଣ ବୃନ୍ଦା କହନ୍ତି ବଚନଯାହା ପଚାରିଲୁ ନାରୀ ରତନ ।ରାଧେ ଗୋ ତୁହି ସକଳ ଜାଣୁଶ୍ରୀକୃଷ୍ଣଙ୍କ ପ୍ରିୟ ଅଟୁଂ ତୁ ଯେଣୁ ।।୩।ଜାଣି କିମ୍ପା ମୋତେ ପଚାରୁ ତୁହିଶୁଣିଣ ରାଧା କରେ ନାହିଂ ନାହିଂ ।କାମ ରସରେ ମୁଂ ସଦା ଆତୁରଗୁପ୍ତ ସନ୍ଦେଶ କାହୁଂ ଶୁଣିବାର ।ବୃନ୍ଦେ ଗୋ ଶୀଘ୍ର ମୋ ଆଗେ କହତୋ ପ୍ରତି ଶ୍ରୀକୃଷ୍ଣ କରନ୍ତି ସ୍ନେହ ।।୪।ଯାହା ପଚାରିଲୁଂ ଶୁଣ ଗୋ ରାଧାତୁମ୍ଭଠାରେ ଆମ୍ଭ ଅତିହିଂ ଶ୍ରଧା ।ପୁରାକାଳେ ବ୍ରହ୍ମା ୟେ ମନ୍ତ୍ର କଲେଓଂକାର ଥାପି ବ୍ରହ୍ମ ଯଗ୍ୟଂ କଲେ ।ସଖି ଗୋ ସେହି ଯାଗୁଂ ବାୟଂଶସପ୍ତ ପବ ମାତ୍ର ହୋୟେ ପ୍ରକାଶ ।।୫।ଗାଣ୍ଡୀବ କୋଦଣ୍ଡ ପିନାକ ଧନୁଅଗ ଖଣ୍ଡକ ବ୍ରହ୍ମା କଲେ ବେଣୁ ।ସପ୍ତରନ୍ଧ୍ର ପୁଣ କରିଲେ ତାରସପ୍ତ ପଞ୍ଚାତ୍ମିକ ହେଲା ପ୍ରଚାର ।ସଖି ଗୋ ଗୁପ୍ତେ ସେ ବଞ୍ଚିଥିଲେବଛା ହରଣେ ଶ୍ରୀକୃଷ୍ଣଙ୍କୁ ଦିଲେ ।।୬।ଯେତେବେଳେ କୃଷ୍ଣ ବେଣୁ ବାଜଇମୋହିତ କିମ୍ପାଇଂ ହୋଇଛୁ ସହୀ ।କହୁଛି ତାହା କର୍ଣ୍ଣ ଦେଇ ଶୁଣପ୍ରଥମ ରନ୍ଧ୍ରେ ହ-କାରହିଂ ପୁଣ ।ସଖି ଗୋ ତହୁଂ ଦୁତୀୟେ ଜାଣଆକାର ଅକ୍ଷର ହୋୟେ ପ୍ରମାଣ ।।୭।ତୃତୀୟ ରନ୍ଧ୍ରେ କୁଆଂ ଶବ୍ଦ କରେଶାମ ଦାମ ଚତୁର୍ଥରେ ଉଚ୍ଚାରେ ।ନୟନାନନ୍ଦ ପଞ୍ଚମ ରନ୍ଧ୍ରରେଛଡ଼ରେ ନାଦ ବିନ୍ଦୁକୁ ଯେ ଧରେ ।ସଖି ଗୋ ସପ୍ତମରେହିଂ ଜାଣକାମ ବ୍ରହ୍ମକୁ କରେ ଉଚ୍ଚାରଣ ।।୮।ତେଣୁ ସର୍ବ ସଖି ମୋହ ହୋଇଛୟେ କଥା ଗୋଟି ଜାଣି ନ ପାରୁଛ ।ନିଜ ନାମ ପାଦେ ଶରଣ ପଶବଂଶୀଧୁନିରେ ନ ବଳାଅ ଆଶ ।ସଖି ଗୋ ଭ୍ରମେ ବୁଡ଼ି ନ ମରନାସାରେ ପରମ ହଂସକୁ ଧର ।।୯।ଶୁଣି ସର୍ବ ସଖି ଆନନ୍ଦ ହେଲେହରଷ ଭରେ ହୁଳ ହୁଳି ଦେଲେ ।ହରି ହରି କେହୁ ମୁଖେ ଉଚ୍ଚାରେପୁଷ୍ୟ ବିଞ୍ଚନ୍ତି ସେ ବୃନ୍ଦା ଉପରେ ।ସଜନୀ ସେ ବୃନ୍ଦାବନ ଧୁଳିପାମର ଅଚ୍ୟୁତି ହୁଅଇ ବୋଳି ।।୧୦।(ସପ୍ତମ ଛାନ୍ଦ ସମାପ୍ତ)
ଅଷ୍ଟମ ଛାନ୍ଦ
ୟେମନ୍ତ ସମୟେ ସକଳ ନାରୀହୋଇଲେ ପୁଣ ହାଥ ଧରାଧରି ।ବୃନ୍ଦାଚାରି ପାଶେ କରନ୍ତି ନୃତ୍ୟବତିଶ ସଖି ଗାବନ୍ତି ସଙ୍ଗୀତ ।ସଜନୀ ସର୍ବେ ନବଯୈାବନକୁଚରୁ ଉଡ଼ି ପଡ଼ଇ ବସନ ।।୧।ଶ୍ରୀମତୀ କହନ୍ତି ଶୁଣ ନାଗରୀୟେଥକୁ ହିଂ ମୋର ସନ୍ଦେହ ପୁରି ।ସବିହେଂ କିଛୁ କ୍ଷଣ ଥିରେ ବସପଚାରେ ବୃନ୍ଦାଙ୍କୁ ୟେକି ରହସ୍ୟ ।ସଖିଏ ଥିର ହୋଇ ବସିଲେସମ ଆସନେ ଚିତ୍ତ ଥିର କଲେ ।।୨।ଶୁଣ ଗୋ ବୃନ୍ଦେ ମୋହୋର ବଚନବଇଂଶୀରେ ସାତ ରନ୍ଧ୍ରଟି ଜାଣ ।ତହୁଂ ସପ୍ତ ପଞ୍ଚାତ୍ମିକ ହୋଇଲାତୁମ୍ଭ ଠାରୁ ଆମ୍ଭେ ବୁଝିବୁ ଭଲା ।ସଖି ଗୋ ଶୁଣି ହୋଇବୁ ତୋଷବାହୁଡ଼ି ଯିବୁଂ ପୁଣ ନିଜ ବାସ ।।୩।ଶୁଣ ଶୁଣ ତୁମ୍ଭେ ସର୍ବ ତରୁଣୀଭୂତ ସମୀର ମନ ଆତ୍ମା ପୁଣି ।ତତ୍ତ୍ୱ ବୀଜସାର ମିଶିଣ ସାତପାଞ୍ଚ ପାଞ୍ଚରେ ସେ ହୋୟେ ବିଭକ୍ତ ।ସଖି ଗୋ ତୁମ୍ଭ ଆଗେ କହିବାମନରୁ ସଂଶୟ ମାନ ଦହିବା ।।୪।ପୃଥ୍ୱୀ ଆପ ତେଜ ବାୟୁ ଆକାଶପଞ୍ଚଭୂତ ଏହୁ ହେଲା ପ୍ରକାଶ ।ପ୍ରାଣ ଅପାନ ସମାନ ଉଦାନବ୍ୟାନକୁ ଘେନି ସେ ପଞ୍ଚ ପବନ ।ସଖି ଗୋ ସୂତ୍ର ଅଟଇ ୟେହିଯୋଗୀଜନ ଯୋଗ ଭକ୍ତି ବୋଲାଇଂ ।।୫।ଗ୍ୟାଂନ ଧ୍ୟାନ ତତ୍ୱ ଜୀବ ପରମପଞ୍ଚୁଆତ୍ମା ୟେହୁ ୟେହାକୁ ଚିହ୍ନ ।ମନ କୁମନ ସୁମନ ବିମନଅମନ ମିଣିଣ ୟେ ପଞ୍ଚମନ ।ସଖି ଗୋ ଯେବେ ବାନ୍ଧି ପାରିବଅରୂପାନନ୍ଦ ଦ୍ରଶନ ଲଭିବ ।।୬।ରୂପ ନାମ ବୁଦ୍ଧି ବିବେକ ଜାଣଆଶ୍ରୟ ଘେନି ତତ୍ୱ ପାଞ୍ଚ ଶୁଣ ।ପରା ରମା କାମ ଧାମ ପରମପାଞ୍ଚବୀଜ ବୋଲି ୟେହାଙ୍କ ନାମ ।ସଖି ଗୋ ବୀଜ ବିନା ଭଜିଲେଫଳ କାହୁଂ ଅବା ପାଇବ ଭଲେ ।।୭।ପଞ୍ଚସ୍ୱରକୁ ତହିଂ ଏକ କରଓଂକାର ସ୍ୱରେ ପାଇ ଦାମୋଦର ।ୟେହୁ ସପ୍ତ ପଞ୍ଚାତ୍ମିକ ଚରିତସାଧିଲେ ପାଇବୁ ସେ ନାମାମୃତ ।ସଖି ଗୋ ତହିଂ ମନକୁ ମଜ୍ଜାକିସ ପଦାର୍ଥ ସେ ତୁମ୍ଭରି ଖୋଜା ।।୮।ଶୁଣି ସର୍ବ ସଖି ଆନନ୍ଦ ହେଲେକୃଷ୍ଣ ନାମେ ହୁଳହୁଳି ସେ ଦେଲେ ॥
ଭୁଜ ଛନ୍ଦି କୁଚେ କୁଚ ଲଗାଇନାଚନ୍ତି ନାମ ପ୍ରେମେ ମଗ୍ନ ହୋଇ ।ସଜନୀ ସେହି କାଳର ଶୋଭାକେ ଅବା ବର୍ଣ୍ଣିବ ମନିଷ୍ୟ ଅବା ।।୯।ଉଡ଼ି ଯାଉଅଛି ଅଙ୍ଗୁବସନକୁକ୍ଷିଲୋମଶ୍ରେଣୀ ଦିଶେ ଯତନ ।ଶ୍ରମଜଳରେ କାଞ୍ଚିଲା ତିନ୍ତିଲାକନକ ଅଙ୍ଗରେ ଜଡ଼ିତ ହେଲା ।ସଜନୀ ମୁକ୍ତାମାଳର ଶୋଭାନୀଳ ଆକାଶେ କିବା ବିଦୁପ୍ରଭା ।।୧୦।ୟେ ସମୟେ ସନ୍ଧ୍ୟା ହେଲା ପ୍ରବେଶବାହୁଡ଼ିଲେ ସଖି ଯେ ଯାହା ବାସ ।କରମ୍ବିତ ହୋଇ ସମସ୍ତ ନାରୀଗୋପ ନଗରକୁ ଗଲେ ସେ ଫେରି ।ସଜନୀ ଧନ୍ୟ ଗୋପିକା ସେହିପଛରେ ଅଚ୍ୟୁତି ଅଛି ଗୋଡ଼ାଇ ।।୧୧।ଇତିଶ୍ରୀ ବୃନ୍ଦାରାସେ ଅଷ୍ଟମ ଛାନ୍ଦେ ରାସଲୀଳା ସଂପୁର୍ଣ୍ଣ ।ଦୂତୀ ରାସ ବା ଗଜ୍ଜରୀ ରାହାସଅନାଦି ଅବ୍ୟୟ ରାହାସ ଲୀଳାରାଧା ରାଆ ହଂସ ଅରେ ମିଳା ।ହରି ଗୁଣି ତହୁଂ ପ୍ରକାଶ ହେଲାହରି ଗୁଣିଲେହିଂ ଗୋପ ଅବଳା ।ସଖି ଗୋହରଙ୍କୁ ଯେ ସେବିବାହରିହର ୟେକ ଈଶ୍ୱର ଦେବା ।।୧।ହରେ ନାମ ତହିଂ କରିବା ମେଳକୃଷ୍ଣ ଦୂତୀ ସଙ୍ଗେ କରନ୍ତି ଖେଳ ।ହର ହରି ଗୁଣ ତହିଂ ଲାଗିଛିହରେ ହରୁଂ ହର ଶାପ ପାଇଛି ।ସଖି ଗୋନେଇ ରଖିଛି ନାଥେମଣି ରଖି ଈଶ ଉମାର କାନ୍ତେ ।।୨।ଅଷ୍ଟ ଶମ୍ଭୁ ଆଠ କୋଣରେ ଧରିଭୂଶକ୍ତି ସୋରୂପେ ସଖି ଆବୋରି ।ହରି ଅଙ୍ଗ ରାସ ହରଙ୍କୁ ଦେବାହର ଅଙ୍ଗେ ଚୁମ୍ବନ୍ତି ସର୍ବ ଦେବା ।ସଖି ଗୋଅଷ୍ଟ ସଖିଙ୍କ ରାସପ୍ରେମେ କୃଷ୍ଣ ଦେଖି ଏ ଚତୁର୍ଦଶ ।।୩।ଷୋଳ ଡ଼ମ୍ବରକୁ ଧଇଲେ ହରକଣ୍ଠରେ ବାଆନ୍ତି ଡାକି ନିଜର ।ଦୁଇ ଗୁଣ ଷୋଳ ସଖି ଉଠିଲେଖୋଳ ତାଳ ନୀଳା ବାଦ୍ୟ ବାଇଲେ ।ସଖି ଗୋ ଚଉପାଶେ ବେଢ଼ିଲେଚତୁର ଗୁଣରେ ପ୍ରେମେ ମଂଜ୍ଜିଲେ ।ଦ୍ୱାଦଶ ବାଦ୍ୟକୁ ଧଇଲେ କୃଷ୍ଣ।୪।ଦ୍ୱାଦଶ କୁଂଜରେ ମୁରଲୀ ଓଷ୍ଟ ।ସଖା ସଖି ସଙ୍ଗେ କଲେ ବେହାରଦେଖି ଦିଗପାଳ ଯେ ସୁର ନର ।ସଖି ଗୋବ୍ରହ୍ମା ତୁପ୍ତି କରନ୍ତିଇନ୍ଦ୍ର ଦେବଗଣ ଯେ ଗଣପତି ।ପବନ ମଳୟ ବସନ୍ତ ନେଇ।୫।ଆନନ୍ଦେ ଦେବେ ଦୁନ୍ଦୁଭି ବଜାଇ ।ପଷ୍ୟ ବୃଷ୍ଟି କଲେ କୃଷ୍ଣ ଅଙ୍ଗରେରସି ପ୍ରେମେ ଚଉଷଠୀ ବନ୍ଧରେ ।ସଖି ଗୋକିସ ବର୍ଣ୍ଣିବା ତହିଂଯୁଗଳ ମେଳେ ଏକାଙ୍ଗର ଠାଇଂ ।।୬।ସାତ ବାର ଧରି ଯିବା କୁଂଜକୁଚଉରାଶି କ୍ରୋଶ ବୃନ୍ଦାବନକୁ ।ଫେରି ଫେରି ଆଠଦିନେ ସାରିବାତହିଂ ବାରେ ଭାନୁ ଜେମା ଦେଖିବା ।ସଖି ଗୋକୃଷ୍ଣ ତାଙ୍କ ସଙ୍ଗତଧରିଛି ଅଙ୍ଗୁଷ୍ଠ ସଖା ଅଚ୍ୟୁତ ।।୭।ହରେ ରାମ କୃଷ୍ଣ ଫେରାଇ ହରେତିନି ବେଦ ଶାମ ଅଛନ୍ତି କରେ ।ଦାମକୁ ନନ୍ଦ କନ୍ଦ ଡାକୁଛନ୍ତିଦିନ ଗଲା ଧର୍ମ କରିବା ଚେତି ।ସଖି ଗୋସାଧୁ ମଧୁ ପିଇଲେକାମକୁ ନେଇ ବ୍ରହ୍ମେ ଲଗାଇଲେ ।।୮।ବ୍ରହ୍ମ ନେଇ ଦଶ ଦିଗପାଳଙ୍କୁଭୋଗ ଲଗାଉଛି ଗାଭୀ ଖୀରକୁ ।ତ୍ରିଦେବ ଉଲଟେ ସେ ଦେବରାଜାମନ୍ତ୍ରରାଜ ମଧ୍ୟେ କରିଛି ପୂଜା ।ସଖି ଗୋବିଦ୍ୟା ଚତୁର ବୁଧି ।ଗଣେଷ ପଢ଼ନ୍ତି କରିଣ ସିଧି ।।୯।ଦୁଗୁଣ ତିଗୁଣ ଚତୁର ଗୁଣଷୋଳ ବତିଶ ଚୈାଷଠି ପ୍ରମାଣ ।ଛନ୍ଦ ବନ୍ଧ ରାସେ ୟେ ରାସକେଳିସର୍ବ ଗୋପୀଜନେ ହୋଅନ୍ତି ମେଳି ।ସଖି ଗୋକେଳି କଦମ୍ବ ତରୁଅନନ୍ତ ଜିଭା ଅଣାକାର ଠାରୁ ।୧୦।ୟେହ୍ନେ ରାସ ହୋୟେ ଚାରି ଯୁଗରେଚୈାଷଠି ବତ୍ରିଶ ଷୋଳ ଅଙ୍ଗରେ ।ଆଠରେ ଆଠରେ ଗୁଣ ବସାଣଆଠରେ ହରି ଆଠରେ ମିଶାଣ ।ସଖି ଗୋସବୁ ସାରିଆ ପାଠହରି ଗୁଣି ଫେଡ଼ି ମିଶାଇ ଆଠ ।।୧୧।ରାସେ ରସାଇ ବସିଲେ ନୀରବେମନ ବୁଦ୍ଧି ଚେତା ନାହିଂ ନା ଦମ୍ଭେ ।ହଂସ ହଂସୀ ସବୁ ଗଲେ ଯେ ଉଡ଼ିକଦମ୍ବେ ବସିଲା ପିଞ୍ଜରା ମାଡ଼ି ।ସଖି ଗୋଏକା କଳା କହ୍ନାଇଦେଖିଲା ଅଚ୍ୟୁତ ରାସେ ଅନାଇ ।।୧୨।ଗୁଜ୍ଜରୀ ସରିଲା ରାତ୍ର ଦିବସଗୁଜ୍ଜରୀ ରାସ କଲେ ପୀତବାସ ।କଳିଯୁଗକୁ ଉଭୁରିଲା ବାକିଅଚ୍ୟୁତ ସାଖୀ ହୋଇଅଛି ଦେଖି ।ସଖି ଗୋ କରିବେଟି ରାହାସଆସ ଗୋପ ଗୋପୀ ପୂରାଅ ଆଶ ।।୧୩।ଉଛୁର ହୋଉଛି ଆସିବା କାଳରାସ ବଢାଇଲେ ମାରିବେ ମଇ ।କାଳୀକି ଦଳିଣ କାଳିନ୍ଦୀ ହ୍ରଦବିଷ ଘାଉଡ଼ାଇ ତୋଳିବେ ପଦ୍ମ ।ସଖି ଗୋକଂସ ପାଇ ବାରତାପଦ୍ମଫୁଲ ପାଇଂ ଅକ୍ରୁର ଚେତା ।।୧୪।ପଠାଇବ ରଥ ଗୋପପୁରକୁରଙ୍ଗସଭା ୟେକ ସୃଜି ୟେଥକୁ ।ଯାତ୍ରା ଦେଖି ଆଣ ରାମକଷ୍ଣଙ୍କୁଆସିଣ ଅକ୍ରୁର ନେବ ଆମ୍ଭଙ୍କୁ ।ସଖି ଗୋମଥୁରାକୁ ଯିବଇଂଅଷ୍ଟମଇ ଯେ କଂସ ବଧିବଇଂ ।।୧୫।ଭବ ଭାଗ କଳି ହୋଇବ ନାଶଦିନ ଗଲା ବେଗେ ରଞ୍ଚ ରାହାସ ।ଉଛୁରେ ଆଉ ନ ପାଇବା କାର୍ଯ୍ୟଆଉ ନ ପାଇବା ଦେବାଧିରାଜ ।ସଖି ଗୋଗୋପେ ହେଲା ପ୍ରକଟଅସୁର ଧଂସିବେ ନନ୍ଦର ଚାଟ ।।୧୬।ରାସ ସାରି କୃଷ୍ଣ ଯିବେ ମଥରାଅଚ୍ୟୁତ ସଙ୍ଗତେ ଅଛଇଂ ପରା ।ଜଗନ୍ନାଥ ଯଶୋବନ୍ତ ଚଳିବେବଳରାମ ଦାସ ସଙ୍ଗେ ହୋଇବେ ।ସଖି ଗୋବଢ଼ାଇବା କାର୍ଯ୍ୟମଥୁରା ଯିବାକୁ ହୋଇବେ ସଜ ।।୧୭।ଗୁଜ୍ଜରୀ ଯାଉଛି କର ଗୁଜ୍ଜରୀଗୋବର୍ଧନ ପରେ ହୋୟେ ଚାଚେରି ।ବୃନ୍ଦାବନେ ନିକି ଧର ଚୋରକୁରାଧା ଉଆସରେ ବାନ୍ଧି ତାହାକୁ ।ସଖି ଗୋଦୂତୀ ଖଟାଇ ରଖବିଚାରି ତପ୍ତରେ ଦୋଷ ପରଖ ।।୧୮।ଗହନ ମଧ୍ୟରେ ରହିଛି ଲୁଚିଗୋପ କଥାକୁ ଅଚ୍ୟୁତ ହେଜୁଛି ।ମୁହିଂ ସଙ୍ଗେ ଅଛି ଯୁଗ ଯୁଗରଯେଣେ ଗଲେ ଧରି ଦେବାଟି ଚୋର ।ସଖି ଗୋମୋତେ ଦିଅ କଉଡ଼ିନନ୍ଦବଛାକୁ ଆଣିଦେବି ଲୋଡ଼ି ।।୧୯।ବୃଥା ହେବ ତୁମ୍ଭ ଖୋଜିଲା ଶ୍ରମଆଗକରି ଦେବ ନୋହ ଗୋ ଭ୍ରମ ।ନୋହିଲେ ଗୋପରେ ଥାଅ ଗୋ ସଖିକଖାରୁ ପାଚିଲେ କି ହେବ ଚୋପିସଖି ଗୋମିଥ୍ୟା ଲୋଭକୁ ଛାଡ଼କହଇ ଅଚ୍ୟୁତ ଏ ସତ୍ୟ ଦୃଢ଼ ।।୨୦।ଇତିଶ୍ରୀ ଦୂତୀ ରାସ ସଂପୁର୍ଣ୍ଣ ॥
ଶୁଣ ସୁଜନେ ପରମ ରାହାସଶ୍ରବଣେ ଶୁଣିଲେ ମିଳିବ ତୋଷ ।।୧।ସକଳ ବନ୍ଧନମାନ ଛିନିବହେତୁ ଉଦୟେ ବ୍ରହ୍ମକୁ ଭେଦିବ ।।୨।(ନାଗଯନ୍ତ୍ର)(କଥା) – ଏ ଦ୍ୱାର ଶଙ୍ଖନୀ । ଗଣ ନାଗ ।(ପଦ) – ପ୍ରଥମ ଦଳ ବିଚାରି କହିବାଅଚ୍ୟୁତ କହଇ କୃଷ୍ଣ ସେବିକା ।।୩।ସୃଜନ ଜନ ଶୁଣ ଏ ରହସଜାଣି କହିବା ପରମ ରାହାସ ।।୪।ମନ୍ତ୍ର ଯନ୍ତ୍ର ତନ୍ତ୍ର ବିଧି ବିଚାରଏଥି ଉପରକୁ ତଲଏ କର ।।୫।ସଖା ଗଣପତି ଏଥିରୁ ପାରିଏହାଙ୍କ ସୋରୂପ ହରିତ ସରି ।।୬।ବିଳମ୍ବ ନ କରି ଉରେ ଉହାଡ଼ଶିରୀ ଜଗନ୍ନାଥ ବୋଲିଣ ପଢ଼ ।।୭।ପରଚେ ହୋଇଲେ ବ୍ରହ୍ମକୁ ଗଛିପାମର ଅଚ୍ୟୁତି କହଇ ବାଛି ।।୮।॥ ଦୁଇ ॥
(କଥା) ଲିଙ୍ଗଯନ୍ତ୍ର ଏହୁ । ପଞ୍ଚୁ ପ୍ରାଣ ତାହାକୁଘୋଟିଅଛି ଜାଣ ।............ଏଥିର ଦୁଆରିକାମଦେବ ନାମ ।(ପଦ) – ଏପଦ୍ମ ଗୋଟିକି ଯେହୁ ବଳିବକାମ ସାଗରରୁ ସେହୁ ତରିବ ।।୧।ୟେ ମନ୍ତ୍ରକୁ ବାବୁ ଲିଙ୍ଗ ଧିଆନପାମର ଅଚ୍ୟୁତ କହଇ ଗ୍ୟାନ ।।୨।କାମ ଦେବତାଟି ବିଜେ କରିଛିବ୍ରହ୍ମର ଅଂଶ ନିଚଳେ ରହିଛି ।।୩।ପଦୁଅଂ ବନଟି ଏଥି ବସିଲାବ୍ରହ୍ମ ଭୂବନକୁ ନିକଟ ହେଲା ।।୪।ଏହାଙ୍କଠାବେ ମନ ଚିତ୍ତ ଦେଲେବ୍ରହ୍ମ ଭୂବନକୁ ପଶିବ ଭଲେ ।।୫।ୟେଥିରେ ମନ ବାଧ୍ୟ ନ କରିବଚତୁର୍ମୁଖ ରୂପ ତେବେ ଦେଖିବ ।।୬।ସୃଷ୍ଟି ଉତୁପତି ସବୁ ଲଭଇମାହାଦେବଙ୍କୁ ଜଗି ବସିଥାଇ ।।୭।ୟେଥି ଉପରକୁ ବ୍ରହ୍ମ ମନ୍ଦିରକାମଦେବର ଶ୍ରୀଅ ୟେ ମଠର ।।୮।ଜଗନ୍ନାଥ ଦାସ ମୁଇଂ ଦେଖିଛୁଂତେଣୁକରି ସିନା ସବୁ କହୁଛୁଂ ।।୯।ସୁହାଙ୍ଗ ବିଶିରେ ନେମାଳ ଗ୍ରାମଅଚ୍ୟୁତ ଦାସର ତହିଂ ଆଶ୍ରମ ।।୧୦।ପୂର୍ବେ ମୋହୋର କିଛୁ ଭାଗ୍ୟ ଥିଲାତେଣୁକରି ମୋର ଗ୍ୟାନ ଫୁରିଲା ।।୧୧।ନେମ୍ବାଳ ବଟର ବଡ଼ ମହିଂମାକିଛି ଅଚ୍ୟୁତହିଂ କରୁଛି ସୀମା ।।୧୨।॥ ତିନି ॥
(ନାଭିପଦ୍ମ ଯନ୍ତ୍ର)ମନ୍ତ୍ର :- ଓଂ ନୀଂ କ୍ରୀଂ ନୀଂ ।(କଥା) – ୟେଥିର ଦୁଆରି ବ୍ରହ୍ମ ସାବିତ୍ରୀ ୟେସନେପବନ ବିଚାର ହୋଅଇ । ଇଂୟଳା ବାଇଡ଼ାହାଣକୁ ବହଇ । ନାଡ଼ି ପବନ ବାମ କଡ଼କୁବହଇ । ଉଲଟ ବାଇ ତଳକୁ ବହଇ । ଧନପବନ ଉପରକୁ ବହଇ । ସିଷୁମୁନା ପବନବହଇ ମଧ୍ୟକୁ । ଜଗନ୍ନାଥ ଦାସଙ୍କ ହୃଦରୁଂପାଇଅଛି ଏହା ।(ପଦ) :- ଶୁଣ ସୁଜନେ ୟେଥିର ବିଚାରପ୍ରଚେ ହୋୟେ ପରଂବ୍ରହ୍ମ ମନ୍ଦିର ।।୧।ୟେମନ୍ତେ ଆଶ୍ରେ କଲାକୁ ହୋଇଲାତଦଗତ କରି ଗ୍ୟାନ ଫୁରିଲା ।।୨।ୟେସନ ଭଜନ ଯେହୁ କରିବସଂସାର ମାୟାରୁ ସେହୁ ତରିବ ।।୩।ସାବିତ୍ରୀ ଘେନିଣ ବ୍ରହ୍ମା ବସିଛିଜୀବ ପରମକୁ ଏଠାବେ ଗଛି ।।୪।ଜଠରାନଳ ନିରତେ ତହିଂରେଜଳୁଅଛନ୍ତି ଚାରି ପାରୁଶରେ ।।୫।ଇନ୍ଦ୍ର କୁବେର ପବନ ବରୁଣଭିତରେ କି ସବୁ କରଇ ପୁଣ ।।୬।ୟେଥିର ମହିଂମା ସବୁ କେ କହୁଂକୋଟି ବ୍ରହ୍ମାଣ୍ଡ ଏକାରୂପେ ରହୁ ।।୭।ଅପାତ୍ର ଦ୍ରବ୍ୟମାନ ଯେତେ ଥାଇବ୍ରହ୍ମ ଭୂବନେ ସବୁ ନାଶ ଯାଇ ।।୮।ୟେଥି ଉପରେ ଚିନ୍ତା ନରେ କରପାମର ଅଚ୍ୟୁତ କହେ ନିଜର ।।୯।ଏହି ନିଷ୍ଠା ଯେବେ ଧରିଣ ଥିବୁଅଚ୍ୟୁତ କହଇ ନିଶ୍ଚେ ତରିବୁ ।।୧୦।॥ ଚାରି ॥
(ହୃଦପଦ୍ମ ଯନ୍ତ୍ର)(ମନ୍ତ୍ର) – ଓଂ ଅଂ କ୍ରୀଂ ଅଂ(କଥା) – ଏଥିର ଘର ଲକ୍ଷ୍ମୀ ନାରାୟେଣ ।(ଶ୍ଲୋକ) – ହୃଦପଦ୍ମ ଦଶ ବେନିଲକ୍ଷ୍ମୀ ନରାୟଣ ବିରାଜିତେଭକ୍ତି ଦୁର୍ଲ୍ଲଭ ପ୍ରେମଦାମତି ଶରଣ ଦୀନ ଅଚ୍ୟୁତି ।(କଥା) – ୟେଠାବେ ଅଷ୍ଟଭୁଜ ବିଷ୍ଣୁ ଅଛଇଂ ।ଚାରି ପାରୁଶରେ ଅଗ୍ନିଜ୍ୟୋତି ମଧ୍ୟେ ବିଷ୍ଣୁ ବିରାଜିତ ।ୟେଠାବେ ପବନ ବିଚାର ହୋଅଇ ।କ ଖ ପବନ ବହଇ ଡାହାଣ ଭୁଜକୁ ।ଗ ଘ ପବନ ବହଇ ବାମ ଭୁଜକୁ ।ଙ ଚ ପବନ ବହଇ ତାହାଣ ଥାନକୁ ।ଚ ଛ ପବନ ବହଇ ବାମ ଥାନକୁ ।ଜ ଞ୍ଜ ପବନ ବହଇ ଊର୍ଧ ଗତିହୋଇ ।ଟ ଠ ପବନ ବହଇ ପାତାଳ ଗତିହୋଇ ।(ପଦ) – ଦୁଆତ୍ରିଶ ପଦ୍ମ ଦଳ ମହିମାବ୍ରହ୍ମ ଶଙ୍କର ନ ଜାଣନ୍ତି ସୀମା ।।୧।ଚଉପାଶେ ବାଜେ ସିନ୍ଧୁ ଲହଡ଼ାଅଗ୍ନି ପାଚେରି ଚଉପାଶେ ବେଢ଼ା ।।୨।ତହିଂ ମଧ୍ୟରେ କୃଷ୍ଣରୂପ ଦେଖଆଶା ପୁରୁଷ ହୃଦରେ ନିରେଖ ।।୩।ତୁହି ତୋହୋରେ ଚିହ୍ନି ପାରୁ ଯେବେଅଚ୍ୟୁତ କହଇ ତରିବୁ ତେବେ ।।୪।ମନ ଚିତ୍ତରେ ୟେଥକୁ ଧିଆନୟେହି ଯନ୍ତ୍ରକୁ ଦେଇଥାଇ ମନ ।।୫।ନବୀନ ସୁନ୍ଦର ରସ ସାଗରକାଳିନ୍ଦୀ ଯମୂନା ତହିଂ ପାଶର ।।୬।ଅଚ୍ୟୁତ ଦାସ ନୟନେ ଦେଖିଛିତେଣୁକରି ସିନା ରସେ ଜଡ଼ିଛି ।।୭।॥ ପାଞ୍ଚ ॥
(କଣ୍ଠ ଯନ୍ତ୍ର)( ମନ୍ତ୍ର – ଓଂ ହ୍ରୀଂ କ୍ରୀଂ ହ୍ରୀଂ)କଥା – ୟେଥିର ଦ୍ୱାରି ଈଶ୍ୱର ପାର୍ବତୀ । ଏଥି ବଳଭଦ୍ରଯୋଗମାୟା । ଏଠାବେ ଅବଶ୍ୟ ଆଠ ଅକ୍ଷର ।ଓପର ର ଯ ଶ ଷ ବ ଦ ଓଂ । ପଞ୍ଚମୁଖେହରଧ୍ୟାନ କରୁଅଛନ୍ତି । ତ୍ରିବେଣୀ ଧାର ତାଙ୍କଉପରେ ପଡ଼ୁଅଛି । ତ୍ରିପୁରା ଦେବୀ ଶକ୍ତି ।ତହୁଂ ପବନ ବିଚାର ହୋଅଇ ୟେସନେ ।ଅ ଆ ପବନ ଦଖିଣ ଗୋଖୀନେ ।ଇ ଈ ପବନ ବାମ ଗୋଖୀନେଉ ଊ ପବନ ବାମ ଥାନେ ହୋଏ ।ଋ ୠ ପବନ ଦକ୍ଷିଣ ଥାନେ ହୋଏ ।ଏ ଐ ପବନ ପାତାଳ ଗତି ହୋଇ ।ଓ ଔ ପବନ ବାମ କର୍ଣ୍ଣେ ।ଅଂ ଆଂ ପବନ ଦଖିଣ କର୍ଣ୍ଣେ ।(ପଦ) – କଣ୍ଠ କମଳରେ ଯେ ଷୋଳ ଦଳଈଶ୍ୱର ପାର୍ବତୀ ତହିଂରେ ଆଳ ।।୧।ତ୍ରିବେଣୀ ଧାର ଉପରେ ପଡ଼ୁଛିପଞ୍ଚମୁଖେ ଶିବ ଧ୍ୟାନ କରୁଛି ।।୨।ଚଉପାଶେ ଶିବରାଣ ବେଢ଼ିଣଧ୍ୟାନ କରନ୍ତି ଅଗମ୍ୟ ଭୁବନ ।।୩।ପାର୍ବତୀ ଜାନୁ ଉପରେଂ ବସାଇକପାଳି ଆସନେ ସେ ଯୋଗୀ ରହି ।।୪।ଯୋଗ ଆସନ କଳ୍ପାନ୍ତରେ ତାରଜଗି ରହିଛି ସିଷୁମୁନା ଦ୍ୱାର ।।୫।ପିମ୍ପୁଡ଼ି ଯିବାକୁ ବାଟ ନ ଥାଇନରବଧି ଗଜ ଆଠ ଚଳଇ ।।୬।ଭାବ ଭୋଳେ ହାଥେ ଡ଼ମ୍ବରୁ ବାଜେଚଉପାଶେଣ ନାଗଗଣ ସାଜେ ।।୭।ୟେ ଷୋଳ ଦଳ ଧିଆନ କରିବଭରାତି ନିଶ୍ଚୟେଂ ଭେଦ ହୋଇବ ।।୮।ଈଶ୍ୱର ପାର୍ବତୀ ଗୁପତ ଥାନଅଚ୍ୟୁତ କହଇ ଭେଦ ଅଗମ୍ୟ ।।୯।ରାଧା କୃଷ୍ଣଂ ପାଦେ ଶରଣ ପଶପ୍ରେମ ରସରେ ନିରବଧି ରସ ।।୧୦।ସତ୍ୟ ଶାନ୍ତି ଦୟା କ୍ଷମା ୟେ ଚାରିନିତ୍ୟ ଥଳରେ ୟେମାନେ ଦୁଆରି ।।୧୧।ବଟବାସୀ ମୁହିଂ ଅଚ୍ୟୁତ ଦାସନେମ୍ବାଳ ଥାନରେ ତୋଳାଇ ବାସ ।।୧୨।॥ ଛଅ ॥
(ନୟନ ଯନ୍ତ୍ର)( ମନ୍ତ୍ର – ହ୍ରୀଂ ଅଂ ଶ୍ରୀଂ କ୍ରୀଂ )(କଥା)- ନୟେନ ଦୁଇ ଅଟଇ । ଯନ୍ତ୍ର ଦ୍ୱିୟ ହୋଅଇ ।(ଶ୍ଲୋକ) – ନୟନେ ରାଧାକୃଷ୍ଣଂ ସ୍ଥିତିଯୁଗଳ ରୂପ ବିରାଜିତଂ ।ରାଧାକୃଷ୍ଣଂ ମନ୍ତ୍ରଂ ସମୂହଂନିତ୍ୟ ପରେ ସ୍ଥିତି ॥
ମନ୍ତ୍ର – ଓଂ ରାଧାକୃଷ୍ଣଂ ଶୂନ୍ୟ । ଦିବ୍ୟ ଦଳଂ ଶ୍ୟାମ ॥
(କଥା) – ୟେ କାଳ କମଳ ନିରଞ୍ଜନ ଏକଠାବେଂ ଭେଟନୁହଇ । ଭେଟ ହେଲେ ନିଶ୍ଚେ ଘଟ ଛାଡ଼ଇ ।ତହୁଂ ପବନ ବିଚାର ହୋଅଇ । ପବନ ବାଆଂନୟନେ । କ୍ଷଂ । ପବନ ଡାହାଣ ନୟନେ ।(ପଦ) – ଲଳାଟ ଉପରେ ଏ ବେନି ଦଳସବୁ ଦେଖୁଥାଇ ଶୂନ୍ୟ ମଣ୍ଡୋଳ ।।୧।ଅବ୍ୟଗତ ପ୍ରଭୁଙ୍କ ଅଂଶ ସେହୁସାଧୁଜନେ ଭଜ ଭଗତି ହୋଇ ।।୨।ୟେ ବେନି କମଳ ଯେହୁ ଭଜିବସଚ୍ଚିଦାନନ୍ଦକୁ ସେହୁ ଦେଖିବ ।।୩।ଶୂନ୍ୟ ସମାଦ ଅପୂର୍ବ ଘଟଣସବୁ ଦେଖୁଥାଇଂ ଶୂନ୍ୟ ଆସନ ।।୪।ସୁଜନେ ୟେହି ଯନ୍ତ୍ର ଧ୍ୟାନ କରପାମର ଅଚ୍ୟୁତ କହେ ନିଜର ।।୫।ନୟନ ପରେ ସିଂଘାସନ ଥିତିଜୀବ ପରମହିଂ ନୀଳା କରନ୍ତି ।।୬।ପାମର ଅଚ୍ୟୁତ ଯେଣୁ ଦେଖିଲାତେଣୁକରି ସିନା ଏହା କହିଲା ।।୭।॥ ସାତ ॥
(ଚଉଷଠୀ ପଦ୍ମ ଯନ୍ତ୍ର)(ମନ୍ତ୍ର) – ଓଂ ରାଧା କୃଷ୍ଣାୟ ନମଃ ।ଓଂ ରାଧା କୃଷ୍ଣଂ ଶ୍ୟାମାୟ ନମଃ ॥
କଥା- ଚଉଷଠୀ ଦଳ ପଢ଼ୁଅଂ କଥା ବଚନେ ପ୍ରକାଶି ନୋହଇ । ତାହା ୟେପରି –(ପଦ) – ଚଉଷଠୀ ଦଳ ଯଉଂ ମହିଂମାସବୁ ଥଳଙ୍କର ଯହିଂରେ ସୀମା ।।୧।ସବୁ ଭୁବନଙ୍କ ବିଶ୍ରାମ ତହିଂବିରଞ୍ଚି ଶଙ୍କର ପ୍ରଳଏ ରହି ।।୨।ମଥୁରା ଦ୍ୱାରିକା ଶ୍ରୀ ବୃନ୍ଦାବନବ୍ରହ୍ମ ପ୍ରଳୟେଣ ଯହିଂ ବିଶ୍ରାମ ।।୩।ଷୋଳସସ୍ର ଗୋପୀ ଗୋପାଳ ଯହିଂଅନୁକ୍ଷଣେ ନିତ୍ୟ ରାହାସେ ରହି ।।୪।ଗୋପୀ ଗୋଟାକେ ଗୋପଳ ଗୋଟାୟେପାଖୁଡ଼ା ଗୋଟିକେ ସହସ୍ରେ ରହେ ।।୫।ମଧ୍ୟରେ ଓଂକାର ଶିର ଉପରେକାମ କଳାକୃଷ୍ଣ ନିତ୍ୟ ରାସରେ ।।୬।ଚଉଷଠୀ ଦଳ ଅଶେଷ ମହିଂମାବିରଞ୍ଚି ଶଙ୍କର ଅଜାଣ ସୀମା ।।୭।ମାୟା ବିଷ୍ଣୁ ସିନା ମଞ୍ଚରେ ଜାତଭଲକରି ବୁଝ ତହିଂ ଉଦନ୍ତ ।।୮।ୟେହି ଥଳରେଂ ନାନା ସୁଖ ଅଛିପାମର ଅଚ୍ୟୁତ କହଇ ବାଛି ।।୯।ଗିଆନ ନକହି କହଇଂ ସତଶରଣ ତା ତହିଂ ଦୀନ ଅଚ୍ୟୁତ ।।୧୦।ସତ୍ୟ ଶାନ୍ତି ଦୟା କ୍ଷମା ୟେ ଚାରିଚଉଷଠୀ ଦଳେ ନିତ୍ୟ ବେହାରି ।।୧୧।ୟେହାକୁ ସେବିଲେ ଗ୍ୟଂନ ପାଇବଅଚ୍ୟୁତ କହେ ଗୋଲୋକେ ପଶିଚ ।।୧୨।ରାଧା କୃଷ୍ଣ ଭାବ ଯେହୁ ଜାଣଇଂଅନ୍ୟ ଦେବଙ୍କୁ ମନେ ନ ଗଣଇଂ ।।୧୩।ରାଧାକୃଷ୍ଣଙ୍କର ଲଖର କୋଣୁଂକେତେ ବ୍ରହ୍ମ ଜାତ ହୁଅନ୍ତି ରେଣୁ ।।୧୪।କୋଟି କୋଟି ଗ୍ୟାଂନ ଧ୍ୟାନ ସମାଦିକୋଟି କୋଟି ସିଧ୍ୟଯୋଗ ସମାଧି ।।୧୫।କୋଟି ମରୁତ କୋଟିୟେ ଶଙ୍କରକୋଟି ଅନନ୍ତ କୋଟି ଦିବାକର ।।୧୬।ୟେମାନ କୃଷ୍ଣ ଧିଆନରୁ ଜାତକିଞ୍ଚିତ ଧିଆନେ କୋଟି ବିଦିତ ।।୧୭।ଭଲକରି ବୁଝ ଗୁରୁ ପୟରେଅଚ୍ୟୁତ କହଇ ସେବ କୃଷ୍ଣରେ ।।୧୮।॥ ଆଠ ॥
(ବତିଶ ପଦ୍ମ ଯନ୍ତ୍ରଃ)(ଶ୍ଳୋକ) – ସର୍ବ ସ୍ଥଳ ପରେ ରାଜା ସର୍ବ ମନ୍ତ୍ରପରେ ମାତା ।ଅଭିନ୍ନମୁର୍ଧୁ ନିପରେ ସହସ୍ର ବତ୍ରିଶାକ୍ଷର ସ୍ଥଳ ନିତ୍ୟଂ ।(ମନ୍ତ୍ର) – ଓଂ ଅଂ ହ୍ରୀଂ ଶ୍ରୀଂ ହ୍ରୀଂ ।(କଥା) – ବତିଶ ପଦ୍ମ ଯନ୍ତ୍ର ଶ୍ରୀ ଜଗନ୍ନାଥ ଚରଣେ ଶରଣେ ।(ପଦ) - ବତିଶ କମଳ ଅଗମ୍ୟ ବିଚାରଚଉଦ ବ୍ରହ୍ମାଣ୍ଡ ୟେଥି ଭିତର ।।୧।ଗୀତାହୁଂ ଆଦି ଯେତେକ ପୂରଣଦେବତା ଆଦି ଋଷି ବ୍ରହ୍ମଗଣ ।।୨।ଗୋଲୋକ ଥାନ ଯାହାକୁ ବୋଲାନ୍ତିକେତେ ବ୍ରହ୍ମା ତହୁଂ ଜାତ ହୁଅନ୍ତି ।।୩।ଗୋପାଳ ଆଦି ଯେତେ ଗୋପୀଗଣସବିହେଂ ଅଛନ୍ତି ଗୋଲୋକ ଥାନ ।।୪।ବତିଶ ଦଳରେ ଯେହୁ ଗମିବକୃଷ୍ଣ ଲୀଳାମାନ ସେହୁ ଦେଖିବ ।।୫।ଗୋଲକରେ ଯେ ନାରଦ ପଶିଲେଗୋପୀଙ୍କ ଲୀଳା ନୟନେ ଦେଖିଲେ ।।୬।ବତିଶ ଉପରେ ଏ ଷୋଳ ଦଳବତିଶ ଗୋଲୋକ ନିଜ ମଣ୍ଡୋଳ ।।୭।ଗୋପୀ ଗୋପାଳଙ୍କ ସେ ଲୀଳାଭୂମିସମୁଙ୍କରି ପରେ ଶ୍ରୀକୃଷ୍ଣ ସ୍ୱାମୀ ।।୮।ପାମର ଅଚ୍ୟୁତ ଗୋଲୋକେ ଦାସଶ୍ରୀ ପୁଷୋତ୍ତମ ଦେହେଂ ପ୍ରକାଶ ।।୯।ଗୋଲୋକ ରସ ଯା ମନେ ପଶିବଅଚ୍ୟୁତ କହଇ ନିଶ୍ଚେ ତରିବ ।।୧୦।॥ ନଅ ॥
(ଷୋଳପଦ୍ମ ଯନ୍ତ୍ର)(କଥା) – ସୁଦ୍ରସେନ ଦରଶନ । ସକଳ ପାପ ନାଶନ ଚକ୍ର ୟେ ।(ମନ୍ତ୍ର) – ଓଂ କ୍ଲୀଂ କୃଷ୍ଣାୟ ମାଧବାୟ ନମଃ ॥
(ଶ୍ଳୋକ) – ଷୋଳଦଳ ମହାତତ୍ତ୍ୱ ଷୋଳପଦ୍ମାବତୀ ସ୍ଥିତି ॥
ନାମ ଷୋଳ ଷୋଳ ସଖି । ଷୋଳ ସହସ୍ର ଗୋପିନୀ ॥
(କଥା) – ୟେଥିପରେ ନିତ୍ୟ ମାଧବ ଅଛନ୍ତି ।(ପଦ) – ଷୋଳ ପଦ୍ମ ଦଳ ମହିଂମା ଶୁଣଷୋଳ ବଇକୁଣ୍ଠ ଏହାକୁ ଗଣ ।।୧।କାଳେନ୍ଦୀ ମୂଳରେ ଯମୂନା ବହିସୋରସତୀ ନଦୀ ମଧ୍ୟରେଂ ରହି ।।୨।ମଥୁରା ଦ୍ୱାରକା ଶ୍ରୀ ବୃନ୍ଦାବନୟେହୁ ଠାବେଣ ବନଭୋଜି ମାନ ।।୩।ରାଧାକୃଷ୍ଣ ଶାମକୁଣ୍ଡ ବୋଲାଇରାଜହଂସ ପନ୍ତି ଖେଡ଼ା କରଇ ।।୪।ଚଉପାଶେ ଅଛି ୟେ ସିନ୍ଧୁମୟେମାହାଯନ୍ତ୍ର ବୀଣା ସେଠାବେ ଥାୟେ ।।୫।ୟେହୁ ଯନ୍ତ୍ର ଯେହୁ ପେଲାଇ ଯିବଅଷ୍ଟଦଳ ସେହୁ ସୁଖେ ଦେଖିବ ।।୬।ଷୋଳ ଦଳରେଂ ଷୋଳ ନାମ ଅଛିବତିଶ ଅକ୍ଷରେ ବେଢ଼ି ରହିଛି ।।୭।ଷୋଳ ଦଳରେ ଷୋଳସସ୍ର ଗୋପୀପାମର ଅଚ୍ୟୁତ କହେ ନିରୋପି ।।୮।ପାମର ଅଚ୍ୟୁତ ମାଗଇ ଗତିଏହି ଯନ୍ତ୍ର ଭେଦି କରଇ ଗତି ।।୯।ସାଧୁଜନମାନେ ଦୋଷ ନ ଧରପରମ ଗୁପତ ରାହାସ ସାର ।।୧୦।ଯେତେକ ଭକ୍ଷୁଛ ସେ ସବୁ ମିଛଅନାର୍ଯ୍ୟ ପଦାର୍ଥ କିପାଇଂ ଇଛ ।।୧୧।ଷୋଳ ନାମ ଗୋଟି ଏଠାରେ ଭଜିପାମର ଅଚ୍ୟୁତ କହଇ ହେଜି ।।୧୨।ହେଜି ଥିଲାକୁ ମୁଂ ଏହା ଲେଖୁଛିତେଣୁ ଅଚ୍ୟୁତହିଂ ବାଛି କହୁଛି ।।୧୩।ବାଇ ଶୂନ୍ୟ ଆପ ତେଜ କ୍ଷିତିରେକୋଟି ବ୍ରହ୍ମା ଜାତ ହୋନ୍ତି ସେଠାରେ ।।୧୪।॥ ଦଶ ॥
(ଅଷ୍ଟ ପଦ୍ମ ଯନ୍ତ୍ର)(ମନ୍ତ୍ର) – ଓଂ କ୍ଲୀଂ କୃଷ୍ଣାୟ । ଓଂ କ୍ଲୀଂ କଂ ରାଧା ନମଃ ।(ଶ୍ଲୋକ) – ଅଷ୍ଟ ପଦ୍ମ ଦଳଂ ସ୍ଥିତ ରାଧାକୃଷ୍ଣ ବିଚାରିତ୍ୱା ।ଅଷ୍ଟ ପାଟବଂଶୀ ଯଥା ସେବାତତ୍ତ୍ୱ କୃଷ୍ଣାୟତେ ॥
(କଥ) – ଏ ମନ୍ତ୍ରକୁ ଭଳି ଭଂମରକୁ ଉଠାଇବାକ ।ଏ ଅଷ୍ଟ ନାୟେକାର ନାମ । ସମୁଖେ ଲଳିତା ।ତା ପାଶେଂ ରାଧିକା । ତା ପାଶେଂ ଚିତ୍ରରେଖା ।ତା ପାଶେଂ ମଦନ ସୁନ୍ଦେରୀ । ତା ପାଶେଂଶ୍ରୀ ମତୀ । ତା ପାଶେଂ ହରିପ୍ରିୟା । ତା ପାଶେଂଚିତ୍ରା । ତା ପାଶେଂ ଇନ୍ଦୁରେଖା । ୟେହାଙ୍କୁପଞ୍ଚାକ୍ଷର ମନ୍ତ୍ରରେ ଭଜିବ ସୁଜନେ ।(ମନ୍ତ୍ର) ଓଂ ହ୍ରୀଂ ଶ୍ରୀଂ କ୍ଲୀଂ ପ୍ରୀଂ ।(ପଦ) – ଅଷ୍ଟ ପଦ୍ମଦଳ ମହିମା ଶୁଣବିରଞ୍ଚି ଶଙ୍କର ନ ଜାଣେ ଗୁଣ ।।୧।ୟେ ପଦ୍ମଦଳ କିଶୋରୀ ମହିଂମାସହସ୍ରେ ମୁଖ ନ ଜାଣଇ ବ୍ରହ୍ମା ।।୨।କୃଷ୍ଣ ସେବାକରେ ଏ ଅଷ୍ଟ ନାରୀରାଧା ଚନ୍ଦ୍ରାବଳୀ କୃଷ୍ଣ ବେହାରି ।।୩।ଗୋଲୋକ ଗୋପୀଙ୍କର ୟେ ହୁ ଥାନସବୁ ଗୋପୀଙ୍କର ସେବା ଭଜନ ।।୪।ୟେ ଥଳେ ପଶି ଗୋପୀଙ୍କି ସେବିବଶ୍ରୀକୃଷ୍ଣ ରାଧାଙ୍କୁ ତେବେ ପାଇବ ।।୫।ଷୋଳ ସସ୍ର ଗୋପୀ ମଧ୍ୟରେ ସାରଅଷ୍ଟ ପାଟବଂଶୀ ନିତ୍ୟ ବେହାର ।।୬।ଅଷ୍ଟ ଦଳକୁହିଂ ଗୋଲୋକ କହିଗୋଲୋକ ଉପରେଂ ନିତ୍ୟ ଅଛଇ ।।୭।ଗୋପୀ ଗୋପାଳଙ୍କ ଏ ନିଜ ଧାମସବୁ ସ୍ଥଳଙ୍କର ମଧ୍ୟେଂ ଉତ୍ତମ ।।୮।ଏ ସ୍ଥଳ ମହିଂମା ନାରଦ କିଛିଜାଣିଣ ଭଜିଲେ ସେ ନନ୍ଦ ବଛି ।।୯।ଅଚ୍ୟୁତ ଦାସର ୟେମନ୍ତ ଗ୍ୟାଂନଭଜ ସୁଜନେ ୟେଥୁ ନାହିଂ ଆନ ।।୧୦।ଅଚ୍ୟୁତ ଦାସର ମନ ରସିଲାରାଧାକୃଷ୍ଣ ପାଦେ ଶ୍ରଣ ପଶିଲା ।।୧୧।ପଞ୍ଚମ ରସ ଯା ମନେ ପଶଇପ୍ରେମ ରସରେଂ ତା ମନ ବୁଡ଼ଇ ।।୧୨।ସୁହାଙ୍ଗ ବାଶେ ଚିତ୍ରତୋଳା ଥାନଅଚ୍ୟୁତ ଦାସର ବଟ ଆସ୍ଥାନ ।।୧୩।ପୂର୍ବରେକ ପାଠ ଅନେକ ଅଛିବଟ ସଂଙ୍ଗୀତାରେ କହିବା ବାଛି ।।୧୪।ଏ ବଟ ମହିଂମା ଅପାର ଅଛିଚାରି ଆଡ଼କୁ ଚାରି ଡାଳ ଗଛି ।।୧୫।ମୋହୋର ଅଂଶ ଯେ ବଟରେ ଥିବପ୍ରଳେ କାଳେଣ ଗୋଲୋକେ ପଶିବ ।।୧୬।॥ଏଗାର ॥
(ଛଡ଼ଦଳ ଯନ୍ତ୍ର)(ଶ୍ଲୋକ) – ଷଷ୍ଠ ପଦ୍ମଂ ମହାନିତ୍ୟଂ ପ୍ରକତି ପୁରୁଷଂ ଯଥା ।ଷଷ୍ଠସଖି ସେବାତତ୍ତ୍ୱଂ ଯେ ପଶ୍ୟନ୍ତି ସୋ ପଣ୍ଡିତାଃ ।୧।(ମନ୍ତ୍ର) – ଓଂ ହ୍ରୀଂ ଶ୍ରୀଂ କ୍ଲୀଂ ।(କଥା) – ଏଠାବେ ଅଛନ୍ତି ହରପ୍ରିୟା ପ୍ରେମରୂପା ଦୂତିକା ରେବତୀ କମଳା ରାଧିକା ।(ପଦ) – ଛଡ଼ ପଦ୍ମଦଳ ଯାହା ବୋଲନ୍ତିହର ବ୍ରହ୍ମା ବି ସେକୁ ନ ଜାଣନ୍ତି ।।୧।ପରମ ରାହାସ ୟେ ଠାବେଂ ଦେଖସପ୍ତଫେଣୀ ପରେ ପରମ ସୁଖ ।।୨।ୟେହୁ ଥଳରେ ଦଣ୍ଡେକ ରହିବୁଗୋପାଳ ମୂରୁତି ୟେଥେଂ ଦେଖିବୁ ।।୩।ଯେତେକ ପଢ଼ିଛୁଂ ଏଠାବେ ଦେଖମନ୍ତ୍ରଂ ଯନ୍ତ୍ରଂ ଆଦି ସବୁହିଂ ପେଖ ।।୪।ମାହାନିତ୍ୟ ବୋଲି ଯାହାକୁ ବୋଲସବୁ ଗୋପୀ ୟେ ଥଳରେ ଅଲ୍ୟଜ ।।୫।ପୁରୁଷ ସ୍ତିରୀ ଯେ ବାରି ନୁହଇଷଡ଼ ଦଳ ରସ କେବା ବୁଝଇ ।।୬।ବିନ୍ଦୁ ମଧ୍ୟରେ ୟେତେ ସୁଖ ଅଛିଅର୍ଧମାତ୍ରାକୁ ସେ ନିକଟେ ଖଟି ।।୭।ବନ୍ଦୁ ଉପରେଂ ଛଡ଼ ଦଳ ଜାଣଯୋଡ଼ି ମଧ୍ୟରେଂ ତ୍ରିଅକୁ ବଖାଣ ।।୮।ଏ ଛଡ଼ ଦଳରେଂ ଛଡ଼ ନାଏକାସେବା କରନ୍ତି ନିରତେ ରାଧିକା ।।୯।ୟେ ଛଡ଼ ଦଳ ଯେ ଭେଦି ପଶିବଅଚ୍ୟୁତ କହଇ ସେହୁ ତରିବ ।।୧୦।ଅଚ୍ୟୁତ ଦାସର ମନ ପଶିଲାତତ୍ୱଂ ଉପଦେଶ ମନେ ଧଇଲା ।।୧୧।ଅବନା ଆଠ ଅକ୍ଷରରେଂ ଗ୍ରନ୍ଥସିଷୁମୁନା ଦେଇ ପଡ଼ିଛି ବାଟ ।।୧୨।॥ ବାର ॥
(ତ୍ରିୟ ପଦ୍ମଯନ୍ତ୍ର)କଥା – ଏଥି ଅଛନ୍ତି ଶ୍ରୀକୃଷ୍ଣ ରାଧିକା ଚନ୍ଦ୍ରାବଳୀ ।(ଶ୍ଳୋକ) – କ୍ଳୀଂ କଂ ଆଦି ମହାବୀଜରାଧାକୃଷ୍ଣଂ ଏକାନ୍ତ ତତ୍ତ୍ୱଃ ।ସୋ ଜ୍ୟୋତି ଜାଣନ୍ତି ନିଶ୍ଚେଂ ବୃନ୍ଦାବନ ପରଂପାର ॥
ତ୍ରିୟ ଦଳେ ତ୍ରିୟତତ୍ତ୍ୱ ତ୍ରିୟ ପ୍ରେମର ସଂଜ୍ଞାର୍ଥ ।ରାଧା ଚନ୍ଦାବଳୀ ଯଥା ମଧ୍ୟଂ କୃଷ୍ଣ ହିଂ ଯାତ ॥
(ମନ୍ତ୍ର) – ଓଂ ଶ୍ରୀକୃଷ୍ଣାୟ ନମଃ ।(ପଦ) – ତ୍ରିଅଦଳ ତତ୍ତ୍ୱ ଶୁଣ ସୁଜନୟେ ଥଳ ମହିମା ଅତି ଉପାମ ।।୧।କୋଟି କୋଟି ବ୍ରହ୍ମା ତହୁଂ ହୋଅନ୍ତିକୋଟି ଅନନ୍ତଟି ପ୍ରକୃତ ମତି ।।୨।କୋଟି କୋଟି ହର ତହିଂରୁ ଜାତ ।କୋଟି ବ୍ରହ୍ମାଣ୍ଡ ଯେ ପ୍ରକୃତି ଥିତ ।।୩।ଭୋଗ ରାଗ ବିଧି ଯେତେକ ଦେଖଗୋଲୋକ ଥଳରୁଂ ବିଧିହିଂ ଲେଖ ।।୪।ସବୁ ଗୋପୀଗଣ ସେଠାବେଂ ଯାଇଂସବୁ ଗୋପାଳଙ୍କ ଭଜନ ଧ୍ୟାଇ ।।୫।ତ୍ରୀଅଦଳେ କୃଷ୍ଣଂ ୟେକାନ୍ତ ହୋଇନୀଳା କରିଥାନ୍ତି ୟେ ନିତ୍ୟଭୁଇଂ ।।୬।ରାଧାକୃଷ୍ଣ ଦୁୟ ପ୍ରେମ ରସରେଜଡ଼ି ରହିଛନ୍ତି ଦିବା ନିଶିରେ ।।୭।ସିଷୁ ବେଦପରେଂ ୟେ ତ୍ରିଅଦଳଚନ୍ଦ୍ରାବଳୀ ସେବ ନିତି ଅଲ୍ୟକ ।।୮।ତ୍ରିଅଦଳ ତତ୍ତ୍ୱ ଯେହୁଂ ଭେଦିବଅଚ୍ୟୁତ କହଇ ଭକ୍ତି ପାଇବ ।।୯।ପ୍ରେମ ଭକ୍ତି ବୀଜୁଂ ଯେତେକ ଭକ୍ତିନିଚଳ ନୋହଇ ଆଉ ମାନଟି ।।୧୦।॥ ତେର ॥
(ଦୁୟ ପଦ୍ମ ଯନ୍ତ୍ର)(ଶ୍ଳୋକ) – ବେନି ପଦ୍ମ ଦଳ ସ୍ଥିତି ରାଧାକୃଷ୍ଣ ଏକାନ୍ତୟଃ ।ନିତ୍ୟ ପରେମତ୍ୱା ନିତ୍ୟଂ ଦିବାନିଶି ବିବର୍ଜ୍ଜିତଃ ।(ମନ୍ତ୍ର) – ଓଂ ରାଧା କୃଷ୍ଣଂ ନମଃକଥା – ୟେଥି ବିରାଜିତ ରାଧା କୃଷ୍ଣ ।(ପଦ) – ବେନି ପଦ୍ମ ବୋଲି ଯାହା ବୋଲନ୍ତିବ୍ରହ୍ମା ଶଙ୍କର ସେହୁ ନ ଜାଣନ୍ତି ।।୧।ମନ୍ତ୍ର ଯନ୍ତ୍ର ଗ୍ୟାଂନ ଧ୍ୟାନହିଂ ନାହିଂଦିବା ନିଶି ସୁଖ ସେଠାବେ କାହିଂ ।।୨।ନତ୍ୟ ଥଳରେଂ ଯେତେ ଗୋପୀଗଣସେହୁ ନ ଜାଣେ ବେନି ଦଳ ଗୁଣ ।।୩।ଯେଝା ସେବାରେ ସଭିୟେଂ ଅଛନ୍ତିବେନି ତଳ ଗୁଣ କେହୁ ନ ଜାଣନ୍ତି ।।୪।ଶୁଣ ହୋ ସୁଜନେ ଏ ଠୁଳ ବନ୍ଧଜନ୍ମ ମ୍ରଣ ତେଜି ମନେ ଆନନ୍ଦ ।।୫।ୟେହୁ ବେନି ପଦ୍ମ ମନ୍ତ୍ର ଭଜିବୟେଥି ଉପରକୁ ତଲେ କରିବ ।।୬।ରାଧା କୃଷ୍ଣ ଦୁୟ ୟେକାନ୍ତ ହୋଇଂବେନି ଦଳରେଂ ନିଶ୍ଚିନ୍ତେଣ ରହି ॥
।୭।ବେନି ଦଳରେ ଯୁଗଳ ମୂରୁତିୟେକୁଂ ଆରକେ ଅଧର ଚୁମ୍ବନ୍ତି ।।୮।ୟେମନ୍ତ ସୁଖ କେ ଚିତେ ଧରିବଅଚ୍ୟୁତ କହଇ ଭକ୍ତି ପାଇବ ।।୯।ଅଚ୍ୟୁତ ଦାସର ମତି ୟେମନ୍ତଅମୃତ ରସରେଂ ହୋଇଛି ରତ ।।୧୦।॥ ଚଉଦ ॥
(ୟେକ ପଦ୍ମ ଯନ୍ତ୍ର)(ମନ୍ତ୍ର) – ଓଂ ଶୂନ୍ୟ କୃଷ୍ଣ । କ୍ଲୀଂ କୃଷ୍ଣାୟ ନମଃ ।(କଥା) – କୃଷ୍ଣ କୃଷ୍ଣଇଂ କେବଳ ।(ଶ୍ଲୋକ) – ନିତ୍ୟ ପରେ ମହାନିତ୍ୟଂପ୍ରମନିତ୍ୟ ମହାଶୂନ୍ୟଂ ।ଅବ୍ୟଗତ ବ୍ରହ୍ମବୀଜଅନାମୟ ଅଶ୍ରୁତୀୟମାର୍ଦ୍ଧ ।ପଦ – ସହସ୍ର ତଳ ମଝାରେ କମଳସଚ୍ଚିଦାନନ୍ଦର ୟେହୁ ମନ୍ଦିର ।।୧।ଅଯୋନି ଅଜୀବ ଅଦେହ ୟେହିଆତ୍ମାର୍ଧ ବିଦ୍ୟା ଯେ ଏହାକୁ କହି ।।୨।ନାମ ବାହାରେ ଯେତେକ ଦେଖିବାୟେଥି ଉପରକୁ ତଲେ କରିବା ।।୩।ମନ୍ତ୍ରଂ ଯନ୍ତ୍ରଂ ବୀଜ ୟେଠାବେ ଦେଖଦିବା ନିଶି କାଳ ହୋୟେ ବର୍ଜିତ ।।୪।ବେଦ ରହିଅଛି କୋଟିୟେ ଗୁଣବ୍ରହ୍ମ ଗାୟିତିରୀ ପାବଛ ଜାଣ ।।୫।ବାଇଶି ପାବଛ ତେଣୁ ହୋଇଛିବେଦର ବୀଜକୁ ଗାୟିତ୍ରୀ ଗଛି ।।୬।ୟେଥିର ମହିଂମା କେ କହିପାରୁଂଅଚ୍ୟୁତ ଦାସ ଯେ ଶରଣ ମେରୁ ।।୭।ଅକ୍ଷର ଭିତରେ ଯେତେ ଭଜନଅଗାଡ଼ି ପାଛୋଡ଼ା ୟେମାନେ ଜାଣ ।।୮।ଅକ୍ଷର ବାହାରେ ଯେଉଂଣ ସୁଖଏକଥା ବିସରି ସବୁ ହିଂ ପେଖ ।।୯।॥ ପନ୍ଦର ॥
(ଅଂକାର ଯନ୍ତ୍ର)(କଥା) – ସବୁନ୍ତ କରି କଥା ଏଥିରୁ ବୁଝିବା ସୁଗ୍ୟଂ ନରେ ।(ଶ୍ଳୋକ) – ପ୍ରଥମେ ସ୍ଥାପିତଂ ତନ୍ତ୍ର ହଂ କ୍ଷଂ ନିତ୍ୟେଂ ବେନିକ୍ଷର ।ଦ୍ୱିତୀୟେ ସ୍ଥାପିତଂ ଯନ୍ତ୍ରଂ ପ୍ରମାଣ ସୁଖ ଦାୟେକଃ ॥
(ମନ୍ତ୍ର) – ଓଂ ଓଂ ବୈ କ୍ଲୀଂ । ଓଂ ଅଂ ଆଂ ...(ପଦ) – ସବୁ ଅକ୍ଷରଙ୍କ ବୀଜ ଅକାରଅକାର ବୀଜଟି ଦେଖ ଉଂକାର ।।୧।ସବୁ ମନ୍ତ୍ର ବୀଜ ଓଂକାର ହୋଇବେଦ ସାହାସ୍ର ଯେ ୟେହାଙ୍କୁ ଧ୍ୟାଇ ।।୨।ଅଷ୍ଟାଙ୍ଗ ଯୋଗରେ ୟେ ଗୋପୀଜନଧ୍ୟାନ କରୁଛନ୍ତି ୟେହି ସାଧନ ।।୩।ଅମନ ସଂଗତେ ୟେ ଥାନ ଯାଇଅରୂପ ଅଦେହୀ ଏହାକୁ କହି ।।୪।ଯଉଂ ଠାବେ ଯେ ଅଜୀବନେ ନାହିଂସେଠାକୁ କେବଣ ଇଛନା ଦେଇ ।।୫।କଉଂ ଭାଗ୍ୟଂରେ ମୁଂ ୟେହା ଦେଖିଲିଂଅକାର ମନ୍ତ୍ରକୁ ମନେ ବନ୍ଦିଲି ।।୬।ୟେ ସୁଖ ବିନୁଂ ଯେତେ ସୁଖ ଆଉଜନ୍ମ ଜନ୍ମାନ୍ତରେଂ ମନେ ମୋ ନୋହୁ ।।୭।ୟେହୁ ରସରେ ମୋ ମନ ଜଡ଼ିଲାଅଚ୍ୟୁତ ଦାସର ହେତୁ ଉଇଂଲା ।।୮।ସୁଜନେ ପ୍ରାଣୀ ତତ୍ୱ ବୁଝି ଭଜରାଧା କୃଷ୍ଣ ନାମ ମନରେ ହେଜ ।।୯।ଅଚ୍ୟୁତ ଦାସ ମୁଂ ବରଜ ବାସୀଗୋପୀ ଲୀଳା ତତ୍ୱେ ମୋ ମନ ରସି ।।୧୦।॥ଷୋଳ ॥
(ଓଂକାର ଯନ୍ତ୍ର)(ଶ୍ଳୋକ) – ଅବ୍ୟକତ ବ୍ରହ୍ମରାଶି ଅଭିନ୍ନମୁର୍ଧୁନି ପରେଂ ॥
ପରମବ୍ରହ୍ମ ନିରାକାର ଅଶୁତାଂ କୈବଲ୍ୟ ଦାନୀଃ ।(ମନ୍ତ୍ର) – ଓଂ ଶୂନ୍ୟଂ ଶୂନ୍ୟ ମହାଶୂନ୍ୟ ।(ପଦ) ଉଂକାର ଅନନ୍ତ ରୂପ ପ୍ରମାଣଉଂକାର ଭିତରେ ୟେ ତିନି ଗୁଣ ।।୧।ସତ ରଜ ତମ ୟେହାକୁ କହିତ୍ରିଅଗୁଣ ବାହ୍ୟେ ଅରୂପ ରହି ।।୨।ଅର୍ଧମାତ୍ରା ବୋଲି ଯାହାକୁ ବୋଲଆଦିମାତାଙ୍କର ସେଠାବେ ଥଳ ।।୩।ପ୍ରାଣୀମାନେ ସବୁ ସେଠାକୁ ଜନ୍ମବିନ୍ଦୁହିଂ ନିରାକାର ସୁଖ ଜାଣ ।।୪।ଶ୍ରୀ ଗୁରୁ ଚରଣେ ଶରଣ ପଶସବୁ ବିଦ୍ୟା ତେଜି ୟେଥିକି ରସ ।।୫।ୟେହୁ ରସ ଯେବେ ବୁଝିଣ ଥିବୁବିନ୍ଦୁ ପରେଂ ଜୋତି ଲୟେ କରିବୁ ।।୬।ଜୋତି ପରେ ଦେଖ ଅଜୋତି ଠଣାହର ବ୍ରହ୍ମା ଯହିଂ ହୋଅନ୍ତି ବଣା ।।୭।ସବୁ ବିଦ୍ୟାରସ ତେଜ୍ୟା କରିଣଶରଣ ପଶ ଜୋତି ଉପରେଣ ।।୮।ଅଚ୍ୟୁତ ଦାସ ମୁଂ ମନ ବଳିଲାଅଜୋତି ରସରେ ମନ ରସିଲା ।।୯।ଏହି ରସରୁ ଆନନ୍ଦ ଜାଣଇଂପାମର ଅଚ୍ୟୁତ ଶରଣ ଯାଇ ।।୧୦।॥ସତର ॥
(ଶୂନ୍ୟ ଯନ୍ତ୍ର)(ଶ୍ଲୋକ) – ସର୍ବତତ୍ତ୍ୱ ପରେ ତତ୍ତ୍ୱଂ ସର୍ବ ଧର୍ମପରେ ଦୀକ୍ଷା ॥
ସର୍ବ ସ୍ଥଳପରେ ରାଜା ସର୍ବ ଶୃଙ୍ଗାର ଦାୟେକଃ ॥
(କଥା) – ମନ୍ତ୍ରତତ୍ୱ ଶେଷ ଯାଇ ଯନ୍ତ୍ରତତ୍ୱ ବର୍ଣ୍ଣା ଗଲା ।ଏବେ ତନ୍ତ୍ରତତ୍ୱ ପଢ଼ିବା ବାର ମାତ୍ରା ।(ମନ୍ତ୍ର) ଓଂ ଟଂ ତଂ ନଂ । ଓଂ ହ୍ଲୀଂ କ୍ଳୀଂଶ୍ଳୀଂ ଶ୍ରୀଂ କ୍ରୀଂ(ପଦ) – ପରମ ଶୂନ୍ୟ ମଝିଲା ଗୋଟିୟେଆଦିମାତା ଶକ୍ତି ସେଠାବୁଂ ହୋୟେ ।।୧।ତାହାଠାରୁ ସିନା ସବୁ ଛରିଲାତାହା ଉପରକୁ କେହି ନ ଗଲା ।।୨।ପରମ ଗୁରୁସେବା ୟେହୁ କରେବିନ୍ଦ ଉପରକୁ ସେ ଧ୍ୟାନ କରେ ।।୩।ଉମତି ଅକ୍ଷର ୟେଥୁ ବାହାରବାର ମାତ୍ରାଙ୍କର ୟେଠାବେ ଘର ।।୪।ଉମତି ଅକ୍ଷର ଅକାର ହେଲାଅକାରୁଂ ସପତ ସ୍ୱର ବିହିଲା ।।୫।ପରମ ହଂସଟି ଉକାର କହିଉର୍ମ ଧୂର୍ମ ଜୋତି ଜାଳାୟେ ବହି ।।୬।ବତିଶ ଅକ୍ଷରଙ୍କର ସଙ୍ଗତିୟେଠାବୁଂ ଜନ୍ମିଲା ଚଉବିଂଶତି ।।୭।ଚଉବିଂଶ ହୋଇଲା ବେଦର ମାତାଉତ୍ପତି ପ୍ରଳେ ଆଦି ସଙ୍ଗତା ।।୮।ଶ୍ରୀ ଗୁରୁ ସେବିଣ ୟେ ତତ୍ୱ ବୁଝଏ ତତ୍ୱ ବୁଝି ସବୁ କର୍ମ ତେଜ ।।୯।ପରମ ଗୁପତ ରାହାସ ୟେହିଗୁରୁ କୃପା କଲେଂ ୟେ ତତ୍ୱଂ ପାଇ ।।୧୦।ଶ୍ରୀଗୁରୁ ସେବିଣ ରହସ୍ୟ ବୁଝପାମର ଅଚ୍ୟୁତି ବୋଲଇ ହେଜ ।।୧୧।ଏଥୁଂ ଆନ ଥିଲେ ଆଉ କେ କହୁପାମର ଅଚ୍ୟୁତ ତା ପାଦେଂ ରହୁ ।।୧୨।ଅନାମ କହିଲେ ପାଦେ ପଡ଼ିବିଂତତ୍ୱ ନ କହିଲେଂ ଭ୍ରମ କହିବି ।।୧୩।ଅମୋଘରେ ସେ ଯେତେ ଜନ ଥିବେତତ୍ୱଂ ବୁଝିକରି ସବୁ ଛାଡ଼ିବେ ।।୧୪।ତତ୍ୱଂ ନ କହି ଯେତେକ କହିବାବିଅର୍ଥ ଲୋଚାୟେ ଫୁଟି ମରିବା ।।୧୫।ଅଚ୍ୟୁତି ଦାସର ଯେତେକ ଅଂଶୟେହୁ କଥାକୁ ସେମାନଙ୍କ ଆଶ ।।୧୬।॥ ଅଠର ॥
(ଭେଦ ଭୁବନ ତନ୍ତ୍ର ତତ୍ତ୍ୱ)(କଥା) – ଭେଦ ଭୂବନ ୟେ ॥ ି ୀ ୁୂ େ େ । ୈ ୈାଂ କୁ ଭେଦିବା ଗୋସାଇଂ । ଜ ଗ୍ୟଂ ତଂ ଥଂ ଚାରି ବୀଜ ।(ସପ୍ତ ସାଗର ତନ୍ତ୍ର ତତ୍ତ୍ୱ)(ମନ୍ତ୍ର) – ଓଂ ହ୍ରୀଂ ଶ୍ରୀଂ କ୍ଲୁୀଂ(କଥା) – ସପ୍ତ ସାଗର ୟେ । ଏହାକୁ ତରିବା ହୋ ଅବଶ୍ୟ ।(ପଦ) – ସପତ ସାଗର ମଧ୍ୟରେ ଦେଖବେଢ଼ି ରହିଛି ନୀଳଗିରି ସୁଖ ।।୧।ତିନି ରୂପ ଦାରୁ ତହିଂ ଅଛଇଅନନ୍ତ ଶିରେ ମହାସୁଖେ ରହି ।।୨।ୟେଥି ମଧ୍ୟରେହିଂ ସପତ ମହୀଅନେକ ସୁଖଟି ତହିଂ ଅଛଇ ।।୩।ପ୍ରତଛେ ଗୋଲୋକ ରାହାସ ହୋଇଅଚ୍ୟୁତି ଭଣେ ୟେଥି ସବୁ ଅଛଇ ।।୪।॥ ଉଣେଇଶି ॥
(ସପତ ଫେଣୀ ଯନ୍ତ୍ର)(କଥା) – ୟେ ସପତ ଫେଣୀ ଶାୟିତ ହୋଇଅଛି । ଏହାକୁ ଚିହ୍ନିମା ସୁଜନେ ।(ପଦ) – ଶ୍ରୀ ପୁରୁଷୋତ୍ତମ ଦେହରେ ଦେଖଶଙ୍ଖ ନାଭି ମଧ୍ୟେ ଅନେକ ରୂପ ।।୧।ଅନନ୍ତ ଉପରେ ବଇଠା ଦେଖବଇଠା ଉପରେଂ ରୂପ ନିରେଖ ।।୨।ରାଧାକୃଷ୍ଣ ଭାବ ୟେହୁ ଥଳରେଅଚ୍ୟୁତି କହଇ ରଖ ମନରେ ।।୩।॥ କୋଡ଼ିଏ ॥
(ବଳଭଦ୍ର ମନ୍ତ୍ର)(ମନ୍ତ୍ର) – ଓଂ ପରରଯ ସ୍ୱାହା ସସବଦ ।ଓଂ ପରରଯ ଓଂ ଶ୍ରୀଂ ସସବଦ ।ଗାୟିତ୍ରୀ – ହ୍ରୀଂ ଶ୍ରୀଂ କ୍ଲୀଂ – ସାବିତ୍ରୀଓଂ(ଶଙ୍ଖନାଭି ଯନ୍ତ୍ର)(କଥା) – ୧ – ଚନ୍ଦ୍ରବଳୀ । ୨ – କୃଷ୍ଣା । ୩ – ହରିପ୍ରିୟା ।୪ – ଦୂତିକା ୫- ଚିତ୍ରରେଖା ।ହ୍ରୀଂ ଶ୍ରୀଂ କ୍ଲୀଂ୧- ରାଧିକା । ୨ – ଓସୋକା । ୩ – କାଳିକା ।୪- ଚିତ୍ରା । ୫ – ଈଶ୍ୱରୀ । ୬ – ଲଳିତା ।୭ – ସୋରସ୍ୱତୀ । ୮ – ଲକ୍ଷ୍ମୀ(ପଦ) – ଶ୍ରୀ ପୁରୁଷୋତ୍ତମ ସୋରୂପ ଦେଖଶଙ୍ଖନାଭି ଯନ୍ତ୍ରେ ଅନନ୍ତ ରୂପ ।।୧।ଅନନ୍ତ ଉପରେ ଶାୟିତ ସେହିତାହାରି ରୂପ ନିରେଖି ନୋହି ।।୨।ରାଧାକୃଷ୍ଣ ଭାବ ସେହୁ ଥାନରେଅଚ୍ୟୁତ କହଇ ରଖ ମନରେ ।।୩।॥ ଏକୋଇଶ ॥
ଶ୍ରୀ ଜଗନ୍ନାଥ ଶରଣ ମମ ନିତ୍ୟଧାମେ(ମନ୍ତ୍ର) – ପରରଜ ସସବଦ ଓଂ ସ୍ୱାହାୟଂ – ବଳଭଦ୍ର ।ପରରଜ ସସବଦ ଓଂ ମହୟଂ କ୍ଲୀଂ – ଜଗନ୍ନାଥ ।ପରରଜ ସସବଦ ଓଂ ଶ୍ରୀଂ ପ୍ରୀଂ – ସୋଭଦ୍ରା ।ଓଂ ଆଂ ଶ୍ଳୀଂ ଆଇଂ – ସୁଦ୍ରସେନ ।(ଶ୍ଳୋକ)- ଲକାରଂ ଚକାରଂ ଶୈବ ଇକାରୁ ବ୍ରହ୍ମଜାତକଂ ॥
ଇୟକାର ସୁଧାବର୍ଣ୍ଣ ଜଗନ୍ନାଥ ସ୍ୱରୂପକଂ ॥
(କଥା) – ବଳଭଦ୍ର ସୋଭଦ୍ରା ଜଗନ୍ନାଥ ସୁଦ୍ରସେନାୟେ ଠାକୁର ଚଉବିଂଶ ଅକ୍ଷର କଳି ଓଂପରରଜ ସସବଦ । ରୁକରୁ ସସବଦ ସଂ ।ଯପତ ପତ ରହେ । ଅବନା ଆଠ ଅକ୍ଷର ।ଓଂ ଅଂ ଆଂ ଇଂ ଉଂ ଋଂ ୠଂ ଐଂ ଔଂ ।ଶ୍ରୀ ଜଗନ୍ନାଥ ଶରଣ ମମ ॥
(ସାବିତ୍ରୀ ଛନ୍ଦ)(କଥା) – ସାବିତ୍ରୀ ସଳଖି ପଢ଼ିବ ।(ମନ୍ତ୍ର) – ଓଂ ସଙ୍କରୋ ଜୀବ ଶିବ କୃମ ପୁନ୍ୟ ।ପ୍ରସଦଦ ଦବତଯ ତ୍ୟଦନୋପୁତହୀ ରୋଦ୍ର ତତୁ ସ୍ୟାସୁ ।(ଗାୟତ୍ରୀ ଛନ୍ଦ)(କଥା) – ଗାୟିତ୍ରୀ ସଳଖି ପଢ଼ିବ ।(ମନ୍ତ୍ର) ଓଂ ରବ୍ରଶୀୟେ ସଧିମହୀ ପ୍ରଚୋଦୟା ।ସସବଦ ଯରରପ ଲଗ୍ନି ଔଧି ।ବିଦେଗୋଡ଼ୁ ଦୁବୀକ୍ଷତୁ । ସିଧୁରସ୍ତ ।(କଥା) – ଅବନା ଆଠ ଅକ୍ଷର ।(ମନ୍ତ୍ର) – ଓଂ ଅଂ ଆଂ ଇଂ ଉଂ ଋଂ ୠଂ ଐଂ ଔଂ(ଗାୟତ୍ରୀ ମନ୍ତ୍ର) – ଓଂ ତତ୍ସବିତୃ ବରେଣ୍ୟମ୍ଭର୍ଗୋ ଦେବ ସ୍ୟଧୀମହୀଧ୍ୟେୟୟୋନ ପ୍ରଚୋଦୟାତ୍ ।(ସାବିତ୍ରୀ ମନ୍ତ୍ର) – ଓଂ ଓଂ ତହୀଣୀ ।ଓଂ ପଦ ମେ ଓଂ କ୍ଷବଧିର ବୃଧରବପୁର ସୀଚୈବ ।
(ଚାରି ବେଦର ବୀଜମନ୍ତ୍ର କଥା- ଶ୍ୟାମ । ୟବ ଧ୍ୟାନ ଗ୍ୟାଂନ ସମ । ଧ୍ୟାନ ଗ୍ୟାଂନ । ଶୁଦ୍ଧ ବେଦ ବାଣ୍ଟ ଏଥର । ବେଦ ପଞ୍ଚମ ସିଷୁବେଦ ଗୋପ୍ୟାନ । ରୁକ ସାମ ଯଜୁ ଅଥର୍ବ । ଚାରି ବେଦ ଚାରିଖାନି ।
ସ୍ଥାବର ଜଙ୍ଗମ । କୀଟ ପତଙ୍ଗ । ରୁକବେଦ ଯେ ଦାର ସେ । ଯଜୁବେଦ ଯେ ରୂପ ସେ । ସାମବେଦ ଯେ ପ୍ରଘଟ ସେ । ଚାରିବେଦ ଛପ୍ନା କୋଟି ବାଣ୍ଟ । ସାମ ବେଦଂରୁ ଥାବର ଚଉଦ କୋଟି । ଯଦୁ ବେଦରୁ ଜନ୍ତୁ ଚଉଦ କୋଟି । ରୁକ ବେଦରୁଂ ନର ଜୀବ ଚଉଦ କୋଟି । ଅଥର୍ବ ବେଦରୁଂ ପତଙ୍ଗ ଚଉଦ କୋଟି । ଗାଏ ଛପ୍ନା କୋଟି ବାଣ୍ଟ । ତ୍ରିଗୁଣରେ ବାଣ୍ଟ । ହରେ ରାମକୃଷ୍ଣ, ଛପନା କୋଟିବାଣ୍ଟ । କୃଷ୍ଣାଂଦି କି କହି ଯଜୁ ବେଦ । ୟେଥୁଂ କୀଟ ଜନ୍ତୁ ଚଉଦ କୋଟି । ମୁଖ ହରାଦି କି କହି ରୁକବେଦ । ଏଥି ଶିବଗଣ ଚଉଦ କୋଟି । ନୟନାରାମାଦି କି କହି ସାମ ବେଦ । ଏଥୁଂ ପତଙ୍ଗ ଚଉଦ କୋଟି । ତିନି ବେଦରେ ହରେ ରାମ କୃଷ୍ଣ ରେ ଛପ୍ନା କୋଟି ବାଣ୍ଟ । ବେଦରେ ଯନ୍ତ୍ର ବାଣ୍ଟ । ଆବର କୋଟିୟେ ଲକ୍ଷ । କୀଟ ଜନ୍ତୁ ନବ ଲକ୍ଷ । କୃମି ଜନ୍ତୁ ୟେଗାର ଲକ୍ଷ । ମାନେବା ଜନ୍ତୁ ଚାରି ଲକ୍ଷ । ଛପନା କୋଟିରେଂ ଯୋନି ବାଣ୍ଟ । ଚଉରାଶି କୋଟି । ତ୍ରିଗୁଣରେଂ ତିନି ବେଦ ।
(ଶ୍ଳୋକ) – ସାମ ଶଙ୍କର ଯଥା ରୁକ ବ୍ରହ୍ମା ଯଥା ।ଯଜୁ ବିଷ୍ଣୁ ଯଥା ଅଥର୍ବ ଶୂନ୍ୟ ଯଥା ।
(କଥା) – ସାମ ବେଦ ଶୁକ୍ଳବର୍ଣ୍ଣ ନାସାୟେ । ଯଜୁ ବେଦ ତଚ୍ଛୁ ନୀଳ ବର୍ଣ୍ଣ ୟେ । ଅଥର୍ବ ବେଦ ଶ୍ୱେତ ବର୍ଣ୍ଣ କର୍ଣ୍ଣ ୟେ । ବେଦ ଚାରି ମଠ ଚାରି । ନନ୍ଦ ଚଇତନ୍ୟ ସୋରୂପ ପ୍ରକାଶ । ରୁକବେଦ ଚଇତନ ମଠ ମୁଖ ୟେ । ଯଜୁବେଦ ନନ୍ଦମଠ ନାସା ୟେ । ସାମବେଦ ସୋରୁପ ମଠ ତଚ୍ଛୁ ୟେ । ଅଥର୍ବ ବେଦ ପ୍ରକାଶ ମଠ କର୍ଣ୍ଣ ୟେ ।
(ପଦ) – ଶୁଣ ସୁଜନେ ପରମ ଗୁପତଅଚ୍ୟୁତ ଦାସର ୟେମନ୍ତ ମତ ।।୧।ଯେଣୁକରି ମୁହିଂ ଦେବ ଧରିଛିଂବେଦ ବିଚାର ମୁଂ ତେଣୁ କହୁଛି ।।୨।ଚାରି ଭିତରେ ସଂସାର ଧରିଛିଚର୍ତୃଧା ରୂପଟି ତେଣୁ ହୋଇଛି ।।୩।ନନ୍ଦ ଚଇତନ ସୋରୁପ ଜାଣପ୍ରକାଶକୁ ଘେନି ଚାରି ଆସନ ।।୪।କଉଂ ବେଦରେ କଉଂ ମଠ ଅଛିଚାରି ପଥ ନିଷ୍କା କହଇଂ ବାଛି ।।୫।ପ୍ରଥମେ କହଇ ଆମ୍ବର ମଠଯଜୁବେଦ ନିଷ୍କା ଜଗିଛି ତୁଠ ।।୬।ଯଜୁ ବେଦରେ ନନ୍ଦ ମଠ ଜାଣଅଚ୍ୟୁତ କହଇ ଭେଦ ଅଗମ୍ୟ ।।୭।ଅଚ୍ୟୁତ ଦାସ ୟେ ବେଦେଂ ଅଛିନନ୍ଦ ମଠରେ ନିରତେ ଖେଡ଼ୁଛି ।।୮।ଗୋପପୁରୀ ଆମ୍ଭ ସର୍ବଦା ଦିନଦିବା ନିଶି ବଞ୍ଚଇ କୁଞ୍ଜବନ ।।୯।ନନ୍ଦ ମଠ ବୋଲି ଯାହା କହିଲିଂନାସିକା ପଥ ଦୁଆର ଅର୍ଗିଳି ।।୧୦।ତେଣୁକରି ମୋର ପଛିମ ଧ୍ୟାନକଳାମୁଖ ମୁଂ ଦେଖେ ଅନୁକ୍ଷଣ ।।୧୧।ଗୋପପୁର ଲୀଳା ଯେତେକ କଲେଦାମ ସୁଦାମ ସୁବଳ ଦେଖିଲେ ।।୧୨।ବ୍ରଜପୁର ରାଜ ସେ ନନ୍ଦରାୟେଗୋପୀ ଗୋପାଳ ତାଙ୍କ ପଥେ ପାୟେ ।।୧୩।ୟେଥି ଭିତରେ ଅନେକ ଗୁପତଚତୃଭୁଜରେଂ କରିବେ ବ୍ୟକତ ।।୧୪।ରୁକ ବେଦରୁଂ ସେ ଯଉଂ ଶବଦଚଇତନ ପଥ ୟେ ଠାବେ ଭେଦ ।।୧୫।ପୂର୍ବ ଦୁଆର ୟେ ଜଗି ବସିଛିଅଚ୍ୟୁତ ଦାସ ପୁର୍ବୁଂ ଏଥ ଅଛି ।।୧୬।ସାମବେଦ ବୋଲି ଯଉଂ ବଚନସୋରୁପ ମଠ ୟେ ନିଶ୍ଚେ ବଖାଣ ।।୧୭।ଦକ୍ଷିଣ ଦୁଆରେ ଯେ ବେଦ ଅଛିଅଥର୍ବ ବେଦ ଭିତରେ ଜଗିଛି ।।୧୮।ପ୍ରକାଶ ମଠ ଅଥର୍ବ ବେଦଇଂଶ୍ରମ ଦିଗ ଯମ ଆସନ ଥାଇ ।।୧୯।ୟେ କଥାମାନଟି ଅଳପ ଜାଣୟେଥିପରେ ଭାବ ମନରେ ଗୁଣ ।।୨୦।ୟେ କଥା ହୋଇଲେଂ କିସ ହୋଇବବିଅର୍ଥେ ଲୋଚାୟେ ଫୁଟି ମରିବ ।।୨୧।ଅଚ୍ୟୁତ ଦାସ ମୁଂ ବରଜବାସୀୟେକା ରାଧାକୃଷ୍ଣ ରସରେ ରସି ।।୨୨।ତତ୍ୱଂ ବୁଝିକରି କୃଷ୍ଣରେ ଭଜଅଚ୍ୟୁତ ଦାସ ତୁ ନିରତେ ମଜ୍ଜ ।।୨୩।॥ବାଇଶି ॥
(କଥା) – ଚାରିବେଦର ବାଣ୍ଟ ୟେହିପରି । ଋକବେଦ ପୂର୍ବେ । ସାମବେଦ ଦଖିଣେ । ଯଜୁବେଦ ପଛିମେ । ଅଥର୍ବ ବେଦ ଉତ୍ତରେ । ଉର୍ମ ଧୁର୍ମ ଜୋତି କାଳା ୟେହି । ଉର୍ମ ମୁଖ । ଧୁର୍ମ ନାସା । ଜ୍ୟୋତି ତଚ୍ଛୁ । ଜାଳା କର୍ଣ୍ଣ ।
ପୁଣ ବେଦ ଯୁଗ ବାଣ୍ଟ ହୋଅଇ ୟେହିପରି । ପ୍ରଥମ ପ୍ରହରେ ଋକବେଦ । ଦୁତୀଅ ପ୍ରହରେ ଯଜୁବେଦ । ତୃତୀୟ ପ୍ରହରେ ସାମବେଦ । ଚତୁର୍ଥ ପ୍ରହରେ ଅଥର୍ବ ବେଦ ଜାଣିମା । ଆବର ଋକବେଦ ସତ୍ୟ ଯୁଗ ମୁଖରେ । ଯଜୁବେଦ ତ୍ରିତଆ ଯୁଗ ନାସାରେଂ । ସାମ ବେଦ ଦୁଆପର ଯୁଗ ତଚ୍ଛୁୟେ । ଅଥର୍ବ ବେଦ କଳି ଯୁଗ କର୍ଣ୍ଣ ଜାଣିମ ।
ମନ ପାଞ୍ଚ । ପୁଷ୍ୟ ପାଞ୍ଚ । ଅଇରି ଛଡ଼ । ଚିତ୍ତରେ ଛ ବାଣ ବାଣ୍ଟିବ । ତଚ୍ଛୁ କର୍ଣ୍ଣ ନାସା ଓ ମୁଖ । ଷଡ଼ ଅଇରି ୟେ । ଆପ ଉର୍ମ । ଜୋତି ଚକ୍ଷୁ । ଧୁର୍ମ ଲଳାଟ । ବାୟୁ ନାସା । ଆକାଶ ଶୂନ୍ୟ । ମୁଖ ପୁନ୍ୟ ।
ପୁଣ ପାଞ୍ଚ ମନ ବିଚାର ହୋଅଇ ୟେହିପରି । ମନ ବିମନ କୁମନ ଅମନ ସୁମନ । ମନ ସିଂହାସନ । ବିମନ ସୁଖ କୁମନ କର୍ଣ୍ଣ । ସୁମନ ନାସା । ଅମନ ଚକ୍ଷୁ । ମନ ମଧ୍ୟେ ପାଞ୍ଚ ଏ । ଚକ୍ର ଛଡ଼ । ପ୍ରକୃତି ପଚିଶ । ସମସ୍ତଙ୍କୁ ୟେକ କରି ପାରିଲେଂ ସିଷୁମୂନା ଦ୍ୱାରେଂ ନାସା ରାନ୍ଧ୍ରେଟି । ତ୍ରିବେଣୀଧାର ଥାନକୁ ଟେକିବୁ । ଭକ୍ତି ଯୋଗ ଦ୍ୱାରକୁ ବୋଲି । ତେବେଂ ସେ ପରମ ବ୍ରହ୍ମକୁ ଦେଖିବାକ । ଶ୍ରୀଗୁରୁ ଶରରଂ ମମ । ଶ୍ରୀ ଗୋପାଳ ମହାମନ୍ତ୍ର । ବ୍ରହ୍ମାଣ୍ଡ ପଞ୍ଚାତ୍ମା ବୁଝିବ ।
(ମନ୍ତ୍ରତତ୍ତ୍ୱ ବିଧି) – ଓଂ କ୍ଳୀଂ କୃଷ୍ଣାୟ ଶିରେଂ । ଗୋବିନ୍ଦାୟ ନାସାରେଂ । ଗୋପୀଜନ ତଛୁରେ । ବଲ୍ଲଭାୟ ମୁଖରେ । ସ୍ୱାହାଟି ଅଧରେଂ । ଏଥି ସିଂହାସନ ଚାରି ବୀଜ ।
ଗୋଂ ପୀଂ ଜଂନଂ । ଓଂ କ୍ଲୀଂ କୃଷ୍ଣାୟ ଆକାଶ । ଗୋବିନ୍ଦାୟ ପବନ । ଗୋପୀଜନ ତଚ୍ଛୁ । ବଲ୍ଲଭାୟ ଜଳ । ସ୍ୱାହାଟି ପୂନ୍ୟ । ଚନ୍ଦ୍ରସୂର୍ଯ୍ୟ ପାଦୟେ । ସ୍ୱାଟି ଅଧର । ରତି ହୋଇଡ଼ । ଠାକୁରାଣୀଙ୍କ କୁଚ । ସ୍ୱାହାଟି ଅଣ୍ଟାୟେ । ମରଣ ସମୟେଂ ଆତ୍ମା ୟେଠାକୁ ନିବେଦନ କରିବ । ୟେଠାକୁ ମନ୍ତ୍ରଂ । ଓଂ ହ୍ରୀଂ ଶ୍ରୀଂ କ୍ଲୀଂ ଦ୍ୱାରାର୍ଦ୍ଧକଂ । କ୍ଳୀଂ କୁ ତ୍ରିପୁରା ସୁନ୍ଦେରୀ ‘ସ୍ୱା’ ନାୟେକା ବଳ ହରେ । ଶ୍ରୀକୃଷ୍ଣ ହରେ । ‘ହ’କ୍ଷର ବର୍ଣ୍ଣ ରୂପରେ ‘.ଃ’କ୍ଷର ଅଧର । ‘କୁ’ କ୍ଷରଟି ମୃର୍ଧୁନିପରେ । ‘ଷ୍ଣଂ’ ସ୍ମରଣାମୃତା ବର୍ଣ୍ଣ । ‘ରା’ଅକ୍ଷର ଭୁଜବଳ । ‘ମ’ ଅକ୍ଷର ବାହୁରେଖା । ଇ ଆଦି ଷଡ଼ାକ୍ଷର ବସନ୍ତି ନିତ୍ୟ ସ୍ଥଳରେଂ । ଷୋଡ଼ଶରେ ବାରଟି ଅକ୍ଷର । ଅପୋଜା । ବାରଟି ଅଣ୍ଡିର । ଓଂ ଋଂ ରଂ ରଂ ରଂ ରଂ ରଂ ରଂ ରଂ ରଂ ରଂ ରଂ ରଂ ।
(ଶ୍ଳୋକ) – ଅଷ୍ଟବଂଶୀ ପରାନନେ ରେଟିକ୍ଷର ଦ୍ୱାଦଶ ରେଖା । ରମଣୀ କୃଷ୍ଣଂ କାମାଦୈ ଚତୃବାଧି ଅଷ୍ଟୟତେ ।(ଚତୁର୍ଧା ରୂପ ଶ୍ଳୋକ) –ଇକାରଂ ତକାରଂ ଶ୍ଚୈବ ଇକାରେ ବ୍ରହ୍ମାଜାତକା ।ଇତ୍ୟାନି ଚତୁର୍ଦ୍ଧା ବର୍ଣ୍ଣ ଜଗନ୍ନାଥ ସ୍ୱରୁପକଂ ॥
(କଥା) – ବଳଭଦ୍ର ଜଗନ୍ନାଥ ସୁଭଦ୍ରା ସୁଦ୍ରସେନ । ତତୃଧା ମୂର୍ତ୍ତି । ଓଂ ହ୍ରୀଂ କ୍ଲୀଂ ଶ୍ଳୀଂ । ୟେମନ୍ତେ ଗଲା ଚତୁର୍ଧା ସୋରୂପ । ୟେବେ ଦ୍ୱାଦଶ ତିଳକ ବାଣ୍ଟ ହୋଅଇ ।
ଓଂ ସିଧି ଓଷ୍ଠରେ । ଅ ଆ ନାସାରେଂ । ଇ ଈ ଦନ୍ତରେଂ । ଋ ଋ ତଚ୍ଛୁରେଂ । ୡ ୡ ଶ୍ରବଣରେଂ । ଏ ଐ କଣ୍ଠରେଂ । ଓ ଔ ଲଲାଟରେଂ । ଅ ଆଂ ବ୍ରହ୍ମରନ୍ଧ୍ରେ । କ ଖ ଗ ଘ ଡ଼ାହାଣ ସ୍ଥାନେ । ଚ ଛ ଜ ଝ ବାମ ସ୍ଥାନେ । ଟ ଠ ଡ଼ ଢ ଦକ୍ଷିଣ ପାଦରେଂ । ତ ଥ ଦ ଧ ବାମ ପାଦରେଂ । ପ ଫ ବ ଭ ନାଭିରେଂ । ଦ୍ୱାଦଶ ତିଳେକ ୟେ ।
(ଶ୍ଳୋକ) – ଅପମୀଯୁକ୍ତ ନିଷ୍ଠା ତିଳପତ୍ରି ତିଲ୍ୟକାୟାଂ । ନୟନ ମଧ୍ୟ ସମାଯୁକ୍ତଂ ନାସା ଅର୍ଦ୍ଧ ଅସ୍ତିନୟଂ । ଅର୍ଦ୍ଧ ମାତ୍ରାଞ୍ଚ କଣ୍ଠେ ଚନ୍ଦ୍ରତ୍ୱେ ସଙ୍କରାଜିତଂ । ହୃଦପଦ୍ମ ଲକ୍ଷ୍ମୀପତି ବଇକୁଣ୍ଠ ପ୍ରପୟଞ୍ଚଂ । ହୃଦ ମଧ୍ୟେ ସ୍ତକଂ ନିଷ୍ଠା ମଧ୍ୟେଞ୍ଚ ଶୋଭିତଂ ପରଂ ଚତୃବିଧି ବାହୁ ହୃଦୟଂ ଲଲାଟେ ହରିଂ ମନ୍ଦିରଂ ।
(ପଦ) – ଦ୍ୱାଦଶ ତିଳେକ ବାଣ୍ଟ ଏମାନଅଚ୍ୟୁତ ଦାସର ନିର୍ମଳ ମନ ।।୧।ତିଳେକ ଶ୍ଳୋକର ଅର୍ଥ କହିବାପ୍ରତି ପ୍ରତି କରି ବୁଝାଇ ଦେବା ।।୨।ଲଲାଟରେ ହରି ମନ୍ଦିର ଶୋଭାତିଳେକର ତିଳ ପ୍ରାୟେକ ଆଭା ।।୩।ଅନାମିକା ବରାବର ବସାଇନୟନ ମଧ୍ୟେ କନିକାକୁ ଥୋଇ ।।୪।ତଳ ଉପରଟି କ୍ଷିଦ୍ର ନୋହିବନାସିକା ଅସ୍ତି ଯୁକ୍ତରେ ଥୋଇବ ।।୫।ୟେମନ୍ତ ଭାବେଟି ହରି ମନ୍ଦିରରାଧାକୃଷ୍ଣ ତହିଂ ନିତ୍ୟ ବେହାର ।।୬।ଆବର ଚାରି ତିଳେକ ବିଚାରକହିବା ସୃଜନେ ହୃଦ ମଧ୍ୟର ।।୭।ଅର୍ଧମାତ୍ରା ପ୍ରାୟେ କଣ୍ଠ ବସାଇଚନ୍ଦ୍ରମା ପ୍ରାୟେ ଶୋଭା ପାଉଥାଇ ।।୮।ସହସ୍ର ଦଳ ପଦ୍ମ ଯେହ୍ନେ ଶୋଭାହୃଦରେ ତିଳେକ ଯେମନ୍ତ ଆଭା ।।୯।ବଇକୁଣ୍ଠ ବିଷ୍ଣୁ ଶ୍ରୀବଛ ଲାଞ୍ଚସଙ୍କେତ କର ହୃଦରେଂ ପ୍ରତେଚ୍ଛ ।।୧୦।ବେଣୁ ପତ୍ର ପ୍ରାୟେ ବେନି ଭୁଜରକୁଞ୍ଚ ନିକଟେ କର ମନ ଥିର ।।୧୧।ଚତୁର୍ଥ ଦଳେ ୟେ ଭାବେ କରିକହଇ ଅଚ୍ୟୁତ ତତ୍ୱ ସୁମରି ।।୧୨।॥ ତେଇଶି ॥
(କଥା) – ୟେବେ ଅଷ୍ଟାଦଶ ଚିହ୍ନ ବିଚାର ହୋଅଇ ।
ଓଂ ମନ୍ତ୍ର । ଜୀବଚତ୍ରୀ । ଧୋଜାମୀନାରେ .......ଚିତ୍ରଧୋଜ । ଶର୍ଷାବିନ୍ଦୁ । କୁମ୍ଭୀ । ଅଷ୍ଟାରେ ବିନ୍ଦୁ । ତେତେରେ ସମୋଦ୍ର । କୁମଦ । ଇନ୍ଦ୍ରଚାପ । ଅଷ୍ଟାଦଶ ଚିହ୍ନ ୟେ ।
(କଥା) – ଏବେ ବ୍ରହ୍ମଙ୍କର ଦଶଅକ୍ଷର ମନ୍ତ୍ରଂ ଅର୍ଥ ହୋଅଇ ।(ଶ୍ଳୋକ) – ଓଂ ହ୍ରୀଂ ଶ୍ରୀଂ ଗୋପୀଜନ ବଲ୍ଲଭାୟେ ନମଃ ॥
(ଶ୍ରୀ ଗୋପାଳ ମହାମନ୍ତ୍ର) –ଓଂ କ୍ଳୀ କୃଷ୍ଣାୟ ଗୋବିନ୍ଦାୟଗୋପୀଜନ ବଲ୍ଲଭାୟ ସ୍ୱାହା ।ଓଂ କ୍ଲୀଂ ଗୋପୀଜନ ବଲ୍ଲଭାୟ ସ୍ୱାହା ।(ବ୍ରହ୍ମାଙ୍କର ଭୁଜନୀ ମନ୍ତ୍ର)ଓଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ନମଃ ।(ପୂଜାର ବୀଜମନ୍ତ୍ର)-ଓଂ ଶ୍ରୀଂ କ୍ଲୀଂ ହ୍ରୀଂ ଓଂ ସୈା ସ୍ୱାହା ।(କଥା) – ଏବେ ପଞ୍ଚଭୂତ ବିଚାର ପଡ଼ିବ ।
ପୃଥି । ଆପ । ତେଜ । ବାଇ । ଆକାଶ । ଆକାଶର ଘର କାହିଂରେ ପୃଥିର କାହିଂଘର? ଆକାଶର ଘର ଶୀର୍ଷରେ । ବାଇର ଘର ଗୋଖିନେ । ତେଜର ଘର ତଛୁ ସ୍ଥାନେ । ଆପର ଘର ହୃଦୟରେ । ଆକାଶର ଘର କାହିଂ? ପୃଥିର କାହିଂ ଘର? ପୃଥିର ଘର ନାଭିରେଂ । ଆକାଶର କେଉଂଣ ଦ୍ୱାର? ତେଜର କାହିଂ ଘର? ଆବର କେଉଂଣ ଦୁଆର କାହାର? ବାଇର କେବଣ ଦ୍ୱାର-? ତେଜର କେବଣ ଦ୍ୱାର? ପୃଥିର କେଉଣ ଦ୍ୱାର?
ଆକାଶ ଦ୍ୱାର ବ୍ରହ୍ମ ରନ୍ଧ୍ରେ । ବାଇର ଦ୍ୱାର ନାସିକାରେ । ତେଜର ଦ୍ୱାର ଦୃଷ୍ଟି । ଆପର ଦ୍ୱାର ଇନ୍ଦ୍ରିରେ । ପୃଥିର ଦ୍ୱାର ତୁଣ୍ଡରେଂ ।
ଆକାଶର କେବଣ ବର୍ଣ୍ଣ? ତେଜର କେବଣ ବର୍ଣ୍ଣ? ବାଇର କେଉଂଣ ବର୍ଣ୍ଣ? ପୃଥିର କେଉଂଣ ବର୍ଣ୍ଣ? ଆପର କେଉଂଣ ବର୍ଣ୍ଣ? ଆକାଶର କୃଷ୍ଣ ବର୍ଣ୍ଣ । ତେଜର ଶ୍ରୋଣିତ ବର୍ଣ୍ଣ । ଆପର ତେଜ ବର୍ଣ୍ଣ ।
ପୃଥିର ପିଙ୍ଗଳ ବର୍ଣ୍ଣ । ଆକାଶର କି ଗୁଣ? ବାଇ କାହିଂ ସମ୍ଭାଇ? ଆପର କି ଗୁଣ? ତେଜର କି ଗୁଣ? ପୃଥିର କି ଗୁଣ?ଆକାଶର ଗୁଣ ଶବଦ । ବାଇର ଗୁଣ ବଳବନ୍ତ । ତେଜର ଗୁଣ ଦୃଷ୍ଟି । ଆପର ଗୁଣ ରସ । ପୃଥିର ଗୁଣ ମଳ ।
ଆକାଶ କାହିଂ ସମ୍ଭାଇ? ବାଇ କାହିଂ ସମ୍ଭାଇ ? ତେଜ କାହିଂ ସମ୍ଭାଇ? ପୃଥି କାହିଂ ସମ୍ଭାଇ?ଆକାଶ ସମ୍ଭାଇ ଶଙ୍ଖରେ । ବାଇ ସମ୍ଭାଇ ନାସିକାରେ । ତେଜ ସମ୍ଭାଇ ତଛୁରେ । ଆପ ସମ୍ଭାଇ ହୃଦରେ । ପୃଥି ସମ୍ଭାଇ ନାଭିରେ ।
ଶୁଣଇ କେ? ଦର୍ପଇ କେ ? ଦେଖଇ କେ? ନିଶ୍ଚଳ କେ? ଗମଇ କେ? ଶୁଣଇଂ ଆକାଶ । ଧାଇଂ ଯେ ବାଇ । ଦେଖଇ ତେଜ । ଦର୍ପଇ ଆପ । ନିଶ୍ଚଳ ପୃଥି । ଏସନେ ପଞ୍ଚଭୁତ ତତ୍ତ୍ୱ ଗଲା ।
(ପଦ) ଶୁଣ ସୁଜନେ ପରମ ରାହାସପାମର ଅଚ୍ୟୁତ ୟେମନ୍ତେ ଦାସ । ୧।ଅଚ୍ୟୁତ ଦାସର ଦୋଷ ନ ଧରଏହି ଗ୍ରନ୍ଥ ଭେଦି ଭଗତି କର ।୨।॥ ଚବିଶି ॥
(କଥା) – ଏବେ ଡମ୍ବରୁ ବିଚାର ହୋଅଇ । ପାଞ୍ଚ ଡମ୍ବରୁ । ହୃଦୟ ଚାରି ଡମ୍ବରୁ । କାମଦେବ ହୋଇ ଏକ ଡମ୍ବରୁ । ଏବେ ବାରମାତ୍ରା ବିଚାର ହୋଅଇ । ନୟନ ଦୁଇ ମାତ୍ରା । କର୍ଣ୍ଣ ଦୁଇ ମାତ୍ରା । ମୁଖ ୟେକ ମାତ୍ରୟେକ । କଣ୍ଠ ୟେକ ମାତ୍ରାୟେକ । ଦୟ ମାତ୍ରା ଏକ । ନାଭି ୟେକ ମାତ୍ରା । କୈାଲିଙ୍ଗ ୟେକ ମାତ୍ରା । ଗୁହ୍ୟ ୟେକ ମାତ୍ରା । ୟେବେ ଷୋଳ କଳା ବିଚାର ହୋଅଇ । ଉର୍ମ ଧୂର୍ମ ଜୋତି ଜାଳା ହୋଅଇ । ମିଶିଲେ ହୋଅଇ ଷୋଳକଳା । ପଞ୍ଚଭୁତ ଆତ୍ମା ବିଚାର ହୋଅଇ । ଗୁହ୍ୟ ଅନ୍ତ ଆତ୍ମା । ଲିଙ୍ଗ ଚେତା ଆତ୍ମା । ନାଭି ଅନନ୍ତ ଆତ୍ମା । ହୃଦରେ ପରମ ଆତ୍ମା । କଣ୍ଠ ପରେ ଶୂନ୍ୟ ଆତ୍ମା ।
(ମନ୍ତ୍ର) – (ୟେବେ ଶ୍ରୀଗୋପାଳ ଧ୍ୟାୟେ –ଓଂ କ୍ଳୀଂ କୃଷ୍ଣାୟ ଗୋବିନ୍ଦାୟଗୋପୀଜନ ବଲ୍ଲଭାୟ ସ୍ୱାହା ।(ଆଚମନ ମନ୍ତ୍ରଂ) – ଅଂ କ୍ଲୀଂ କଂ ଗୋବିନ୍ଦାୟ । ଗୋପାଳ ଅଯନ୍ତ୍ର ଧାପନେ । ସଉଚ ବିଷ୍ଣୁ ନମଃ ।
(କଥା) –ଆଚୁମନ କାଳେ ତୁଳୁସା ଓଦକ ହୋଅଇ । ଯେମନ୍ତେ ତୁଳୁସାଙ୍କ ଚାରି ନାମ । ସତ୍ୟ ଯୁଗେ ସତ୍ୟବତୀ । ତ୍ରେତାରେ ମାଳାବତୀ । ଦୁଆପରେ ବୃନ୍ଦାବତୀ । କଳିଯୁଗେ ତୁଳୁସୀ ।
(ପଦ) – ଷୋଳ ନାମ ଯେ ବତିଶ ଅକ୍ଷରଏଥି ଭିତରେ ଛଡ଼ାକ୍ଷର ସାର ।।୧।ପ୍ରତି ପ୍ରତି କରି ବୁଝାଇ ଦେବାଛଡ଼ାକ୍ଷରରେ ଫେଡ଼ି କହିବା ।।୨।ହରେ ବୋଲି କରି ଦୁଇ ଅକ୍ଷରହୃଦେ ସମାହୋଇ ହୃଦେ ବେହାର ।।୩।ରାମ ବୋଲି କରି ବେନି ଅକ୍ଷରକଣ୍ଠରେ ଶୋଭା ବେଦ ଧିଆନର ।।୪।କୃଷ୍ଣ ବୋଲି କରି ଦୁଇ ଅକ୍ଷରହରି ମନ୍ଦିର ଶୋଭା ଲଲାଟର ।।୫।ଯେମନ୍ତ ପ୍ରକାରେ ତ୍ରିବିଧ ଜାଣମୁଖକମଳେ କୃଷ୍ଣ ନାମ ଶୁଣ ।।୬।ରାଧାକୃଷ୍ଣ ଭାବ ହୃଦରେ ଧରଶ୍ରୀ ଗୁରୁ ବୈଷ୍ଣବ ସେବ ପୟର ।।୭।ଏହି ନାମ ସବୁ ଦିନେ ଧରିବଅଚ୍ୟୁତ କହଇ ଭକ୍ତି ପାଇବ ।।୮।ଅଚ୍ୟୁତ ଦାସର ଆଗ୍ୟାଂ ଯେମନ୍ତୟେକ ଅନାମ ଭଜୁ ଥାଇ ତତ୍ତ୍ୱଂ ।।୯।॥ପଚିଶି ॥
(ତିଳକ ବିନ୍ଦୁ ମନ୍ତ୍ର) – ଓଂ ଗୁଣ୍ଡରି ସଦାକାଳଂ । ସକଳପାପ କ୍ଷୟେ ଯାନ୍ତି । କୃଷ୍ଣ ପାଦ ମସ୍ତକ । ଓଂକାରବିନ୍ଦୁ ସମାଯୁକ୍ତଂ । ନିତ୍ୟେଂ ଧ୍ୟାୟନ୍ତି ଯୋ ନରଃ ।କାମଦେବ ମୋକ୍ଷ ଦେବଂ । ଓଂ କାର ନିତ୍ୟେଂନମଃ । ଯାବଦ ଚନ୍ଦ୍ରଂ କର୍ମ ବିଧି ରାଜା ଗୋବିନ୍ଦଂ ।(ପ୍ରଥମେ ମୃତ୍ୟୁଂଜୟ ମନ୍ତ୍ର) –ଓଂ ଶ୍ରୀଂ ଓଂ ବୈଂ କ୍ଲୀଂ ଓଂ ବୈ ପ୍ଲୀଂ ।(କଥା) – ୟେମନ୍ତେ ଲକ୍ଷେ ଜପିଲେ ସମସ୍ତ ବିଦ୍ୟା ଯଶ ହୋଅଇ ।ଓଂ ଇଂ କ୍ଲୀଂ ଈଂ ॥ ୟେମନ୍ତେ ଶହେ ଜପିଲେ ସବୁ ରକ୍ଷୀ ହେଅଇ ।ଓଂ ଉଂ ଏଂ କ୍ଲୀଂ ଓଂ ॥ ୟେମନ୍ତ ଦଶ ସହସ୍ର ଜପିଲେ ଶତ୍ରୁ ଠା ଛାଡ଼ଇ ।ଓଂ ୡଂ କ୍ଲୀଂ ୡଂ ॥ ୟେମନ୍ତେ ଲକ୍ଷେ ଜପିଲେ ଶତ୍ରୁ ଖଣ୍ଡଇ ।ଓଂ କଂ କ୍ଲୀଂ କଂ ॥ ୟେମନ୍ତେ ଲକ୍ଷେ ଜପିଲେ ପୀଡ଼ାମାନ ହରଇ ।ଓଂ ଝଂ କ୍ଲୀଂ ଝଂ ॥ ୟେ ମନ୍ତ୍ର ଲକ୍ଷେ ଜପିଲେ ରାଜ ପ୍ରସାଦ ମାନ ହୋଅଇ ।ଓଂ ଓଂ ବୈ କ୍ରୀଂ ବୈ ॥ ୟେ ମନ୍ତେ ଲକ୍ଷେ ଜପିଲେ ରାଜା ସମାନ ପୂଜା ପାଅଇ ।ଓଂ ସିଂ କ୍ଲୀଂ ସୀଂ ॥ ୟେ ମନ୍ତ୍ର ଲକ୍ଷେ ଜପିଲେ ସୋରସ୍ୱତୀ ବାକ୍ୟ ଉଚାରଇ ।ଓଂ ଐ କ୍ରୀଂ ଏଂ ବୈ ॥ ୟେମନ୍ତେ ଲକ୍ଷେ ଜପିଲେ ସ୍ତିରୀ ବଶ୍ୟ ହୋଅଇ ।ଓଂ ରଂ କ୍ରୀଂ ରଂ ॥ ୟେମନ୍ତେ ଲକ୍ଷେ ଜପିଲେ ବଂଶ ବର୍ଦ୍ଧିତ ହୋଅଇ ।ଓଂ ଳଂ କ୍ରୀଂ ଳଂ ॥ ୟେମନ୍ତ୍ର ଲକ୍ଷେ ଜପିଲେ ଜଳ ଶାନ୍ତି ହୋଅଇ ।ଓଂ ଜଂ କ୍ରୀଂ ଜଂ ॥ ୟେମନ୍ତେ ଶତେ ଜପିଲେ ଆଉଷ ବଢ଼ଇ ।ଓଂ ଯଂ କ୍ରୀଂ ଯଂ ୟେମନ୍ତ ଲକ୍ଷେ ଜପିଲେ ବଚନ ସିଧ୍ୟ ହୁଅଇ ।ଓଂ ଖିଂ କ୍ରୀଂ ଖୀଂ ॥ ୟେମନ୍ତ ଲକ୍ଷେ ଜପିଲେ ଜଗତ ଲୋକ ମାନନ୍ତି ।ଓଂ ଘଂ କ୍ରୀଂ ଘୀଂ ॥ ୟେମନ୍ତ ଲକ୍ଷେ ଜପିଲେ ସବୁଠାଇଂ ବଚନ ରହଇ ।ଓଂ ପୀ କ୍ରୀଂ ପୀଂ ॥ ୟେମନ୍ତେ ଲକ୍ଷେ ଜପିଲେ ଶତ୍ରୁ ପାଦତଳେ ପଡ଼ଇ ।ଓଂ ଭଂ କ୍ରୀଂ ଭଂ ॥ ୟେମନ୍ତ ଲକ୍ଷେ ଜପିଲେ ଧନ ବହୁତ ମିଳଇ ।ଓଂ ଚଂ କ୍ରୀଂ ଚଂ ॥ ୟେମନ୍ତ ଲକ୍ଷେ ଜପିଲେ ଚତୁରପଣ ହୋଅଇ ।ଓଂ ଛଂ କ୍ରୀଂ ଛଂ ॥ ୟେମନ୍ତ ଶତେ ଜପିଲେ ଗ୍ୟାଂନରେ ପ୍ରବଳ ହୋଅଇ ।ଓଂ ଠଂ କ୍ରୀଂ ଠୀଂ ॥ ୟେମନ୍ତ ଶତେ ଜପିଲେ ଆଉଷ ହୋଇଣ ମରଇ ।ଓଂ ଜିଂ କ୍ରୀଂ ଜୀଂ ॥ ୟେମନ୍ତ ଶତେ ଜପିଲେ ବଚନ କାଟଇ ।ଓଂ ଉଂ କୀଂ ଉଂ ॥ ୟେମନ୍ତ ଶତେ ଜପିଲେ ଅବ୍ୟଗତ ଫୁରଇ ।ଓଂ ହିଂ କ୍ରୀଂ ହୀଂ ॥ ୟେମନ୍ତ ଲକ୍ଷେ ଜପିଲେ କହିବାକୁ ପାରଇ ।ଓଂ ଉଂ କ୍ରୀଂ ଉଂ ॥ ୟେମନ୍ତ ଶତେ ଜପିଲେ ଗ୍ୟାଂନବନ୍ତ ହୋଅଇ । କୃଷ୍ଣଂ ଭଜଇ ।ଓଂ ମୀଂ କ୍ରୀଂ ମାଂ ॥ ୟେମନ୍ତ ଶତେ ଜପିଲେ ସର୍ବଦା ସୁଖୀ ହେଅଇ ।ଓଂ ଲିଂ କ୍ରୀଂ ଲୀଂ ॥ ୟେମନ୍ତ ଶତେ ଜପିଲେ ସନ୍ତତି ବଢ଼ଇ ।ଓଂ ଶ୍ରୀଂ କ୍ଲୀଂ ଶ୍ରୀଂ ॥ ୟେମନ୍ତ ଶତେ ଜପିଲେ ଜୀବ ବଶ୍ୟ ହୁଅଇ ।ଓଂ ୡଂ କ୍ରୀଂ ୡଂ ॥ ୟେମନ୍ତ ଶତେ ଜପିଲେ ପଣ୍ଡିତ ପଣକୁ ବ୍ରତମାନ ହେଅଇ ।ଓଂ ଅଂ କ୍ରୀଂ ଅଂ ॥ ୟେମନ୍ତ ଶତେ ଜପିଲେ ବହୁତ ବିଦ୍ୟା ବଢ଼ଇ ।ଓଂ ଆଂ କ୍ରୀଂ ଆଂ ॥ ୟେମନ୍ତ ଶତେ ଜପିଲେଂ ଜଗତ ଜାଣଇଂ ।ଓଂ ଇଂ କ୍ରୀଂ ଇଂ ॥ ୟେ ମନ୍ତ୍ର ଶତେ ଜପିଲେ ଅନେକ ସୁଖ ପାଇ ।ଓଂ ରଂ କ୍ରୀଂ ରଂ ॥ ୟେମନ୍ତ ଶତେ ଜପିଲେ ନିଶ୍ଚିନ୍ତ ହୋଇଥାଇ ।ଓଂ କଂ କ୍ରୀଂ କଂ ॥ ୟେମନ୍ତ ଶତେ ଜପିଲେ ଅନେକ ସ୍ତିରୀ ଭୋଗ୍ୟ କରଇ ।ଓଂ ଭୀଂ କ୍ରୀଂ ଭୀଂ ॥ ୟେମନ୍ତ ଶତେ ଜପିଲେ ଅପଘାତମାନ ନ ପଡ଼ଇ ।ଓଂ ଫଂ କ୍ରୀଂ ଫଂ ॥ ୟେମନ୍ତ ଶତେ ଜପିଲେ ରାଜା ପ୍ରଜା ସୁଖ ପାନ୍ତି ।ଓଂ ଷଂ କ୍ରୀଂ ଷଂ ॥ ୟେମନ୍ତ ଶତେ ଜପିଲେ ରାଜା ମୋହନ ହୋଅଇ ।ଓଂ ସୀଂ କ୍ରୀଂ ସୀଂ ॥ ୟେମନ୍ତ ଶତେ ଜପିଲେ କାଳବଞ୍ଚି ସର୍ବଦା ଥାଇ ।ଓଂ ହ୍ରୀଂ କ୍ଳୀଂ ହ୍ରୀଂ ॥ ୟେମନ୍ତ ଶତେ ଜପିଲେ ଦେବତାମାନଙ୍କୁ ଦେଖଇ ।ଓଂ ଓଂ ଓଂ ସ୍ଲୀଂ ॥ ୟେମନ୍ତ ଶତେ ଜପିଲେ ରାଧାକୃଷ୍ଣଙ୍କ ଚରଣେ ଯାଇ । ଓଂ ରାଧାକୃଷ୍ଣ ନମଃ ॥
(ଶ୍ଳୋକ) – କୃଷ୍ଣାଞ୍ଜନ ମନସିଦ୍ଧଂ ମୋକ୍ଷୟଂ ବ୍ୟାଘ୍ରଚର୍ମାୟଃ ।କୁଶାୟେଂ ଜ୍ଞାନ ସିଦ୍ଧଞ୍ଚ କମଳେମର୍କ ସିଦ୍ଧିକଂ ॥
(ପଦ୍ୟ) – ଶୁଣ ସୁଜନେ ୟେ ପରମ ସିଧ୍ୟଯାହା ବାଞ୍ଛାକରି ସେମାନ ସାଧ୍ୟ ।।୧।ସାହାସ୍ର ପଢ଼ିଣ ଭୁଲି ନ ମରୟେହୁ ଶାସ୍ତ୍ର ବାକ୍ୟ ତଲୟେ କର ।।୨।ଆଉ ଯେତେ କଥା ଖୋଜି ଲୋଡ଼ିବାଯାହା ଇଚ୍ଛା ହୋୟେ ୟେଥି ପାଇବା ।।୩।ପାମର ଅଚ୍ୟୁତର ୟେହି ମତିୟେ ରସ ନ ମାଗି ମାଗଇ ଗତି ।।୪।ଅନେକ ସାହାସ୍ର ପଢି ଲୋଡ଼ିଲିୟେ ରସ ପାଇ ମୁଂ ସବୁ ଛାଡ଼ିଲି ।।୫।ସୁଜନ ଜନେ ୟେହି ଦୀକ୍ଷା ଧରଶ୍ରୀଗୁରୁ ଚରଣେ ଭଲେ ପଚାର ।।୬।କଉଂ ଗୁରୁଠାରେ ପରମ ଦୀଛାସେ ଗୁରୁ ଚରଣେ କରିବ ଇଚ୍ଛା ।।୭।କହିଲା ଲେଖିଲା ଦୋଷ ନ ଧରଅଚ୍ୟୁତ ସେବଇ କୃଷ୍ଣ ପୟର ।।୮।॥ ସତେଇଶି ॥
(କଥା) – ଏବେ ଦୁର୍ଗା ଗାୟତ୍ରୀ ସୁମରିବା ।(ମନ୍ତ୍ର) ଓଂ ସିଦ୍ଧ ଧ୍ରୁବଂ ଭୁଜ ମହେଧନାନୀମହୀତନୋ ପ୍ରଚୋଦୟାତ୍ ॥
(ଈଶ୍ୱର ଗାୟିତ୍ରୀ) – ଓଂ ଶୂଳ ହସ୍ତାୟେଧିମଦେ ଖଟ୍ୱାଙ୍ଗଧରମହୀତନୋ ପ୍ରଚୋଦୟାତଃ ॥ ଭୁବନେଶ୍ୱରେ ୟେକାଦଶରୁଦ୍ରମନ୍ତ୍ର ॥ ଓଂ କ୍ଳୀଂ ॥ ଏଠାକୁ ପଞ୍ଚାକ୍ଷର ମନ୍ତ୍ର ॥ ଓଂ କ୍ରୀଂମାଂ କ୍ଲୀଂ ଶ୍ଳୀଂ ।(ତୁଳୁସାଙ୍କ ଜନମ କଥା) – ଓଂ ସତରୁଂ କଲେକ ସତୀ ।ତହୁଂ ଜନମିଲେ ତୁଳୁସା ଗଛି । ଲକ୍ଷ୍ମୀ କାଟନ୍ତି ବସି ।ଶ୍ରୀକୃଷ୍ଣ ପୁଛନ୍ତି ବସି । ସେ ହୃଦୟର ମାଳ । ପାଞ୍ଚନ୍ତିଅନନ୍ତ ଗୋପାଳ । ପାମର ଅଚ୍ୟୁତ ବୋଲଇ ହରିହରି । ହରି ଶବଦ ଶୁଣ ହୋଇଲା । କୃଷ୍ଣ ଶବଦନାମେ ରହିଲା । ରାମ ଶବଦ ମାଳା ବହିଲା ।(ପଦ) – ଦ୍ୱାଦଶ ଗୋପାଳ ତୁଳୁସାମାଳଭକ୍ତି ଆମ୍ଭମାନଙ୍କ ୟେହୁ ଆଳ ।୧।ୟେହି ରସେ ପଡ଼ି ଯେତେ ଗୋପାଳଚାରି ମଠଙ୍କର ସେ ରସେ ଆଳା ।୨।ଶୁଣ ସୁଜନେ ନ ଘେନିମା ଦୋଷପାମର ଅଚ୍ୟୁତ ତୁମ୍ଭରି ଦାସ ।୩।॥ ଅଠେଇଶି ॥
(କଥା) – ଛଡ଼ ଋତୁ କେ କେ? ହେମ ଶିଶିର ବସନ୍ତ ଗ୍ରୀଷମବରଷା ଶରତ । ଶ୍ରୀ ମହାମନ୍ତ୍ର ଷୋଳ ନାମ ବିଚାରୟେ । ହରେ ରାମ ହରେ ରାମ ରାମ ରାମ ହରେହରେ । ଶ୍ରୀ କୃଷ୍ଣ । ତୋଳ କୃଷ୍ଣ । ବାଳକୃଷ୍ଣ ।ଲଳିତା । ତ୍ରିପୁରା । ଲଳିତା । ଚନ୍ଦ୍ରାବଳୀ । ଅନନ୍ତଶେଷ ଦେବତା । ରାମାମଣି । ବିରାଟ ହରେ ।ହରେ ରାମ ହରେ ରାମ ରାମ ରାମ ହରେ ହରେ ।ଦୂତିକା । ଶ୍ରୀ ରାମ । ରାମାରତ୍ନ । ରାମଚନ୍ଦ୍ର । ବଳଭଦ୍ର ।ଶ୍ରୀ ମହାମନ୍ତ୍ର ପ୍ରଛିନ । ହରେ କୃଷ୍ଣାଦି ଆଠ ନାମ ।ଲଳିତା । ଶ୍ରୀକୃଷ୍ଣ । ତ୍ରିପୁରା । ତୋକ କୃଷ୍ଣ । ବାଳ କୃଷ୍ଣ ॥
ଚନ୍ଦ୍ରାବଳୀ । ଦୂତିକା । କଳା କୃଷ୍ଣ । ହରେ ରାମହିଂ ଆଠନାମ । ଅନନ୍ତ । ଶ୍ରୀରାମ । ଶେଷ ଦେବତା । ରାମରତ୍ନରାମାମଣି । ରାମଚନ୍ଦ୍ର । ବିରାଟ ଭଳବଦ୍ର । ଷୋଳନାମୟେ । ଜପ ପ୍ରଛିନ । ଡାହାଣ ହାତେ ଜପ କୋଡ଼ିୟେ ।ରୁଆ କଲେ ତିନିଶ କୋଡ଼ିୟେ ରୁଆ ହୋଇ । କାମହରାଦି ପ୍ରବେଶ ହୁଅଇ । ବାମ ହସ୍ତେ ତିନିଶ କୋଡ଼ିୟେରୁଆ । ଗାଏ ୬୪୦॥ଡାହାଣ ହସ୍ତେ ଜପ କୋଡ଼ିୟେରୁଆ । ଲକ୍ଷ ନାମ ହୁଅଇ । କପର ପ୍ରଛିନ୍ନ ଷୋଳ ନାମ ।ଓଂ ହ୍ରୀଂ ଶ୍ଳୀଂ କ୍ଳୀଂ । ମନ୍ତ୍ର ପ୍ରଛିନ ଏ । ଓଂ ଆଦିଶୂନ୍ୟ । ୟେଥୁ ଉତ୍ପତି । ଅର୍ଧମାତ୍ରା ୟେଥୁଂ ଉତ୍ପତି ।ଏଥୁଂ ଆ ॥ ଏଥୁଂ ଇ ॥ ୟେଥୁଂ ଉ ॥ ଏଥୁଂ ଐ ॥ ଏଥୁଂଔ ॥ ଏଥୁଂ ଋ ॥ ଏଥୁଂ ଆ ॥ ଏଥୁଂ ଉ ॥ ଏଥୁଂଘା ॥ ଏଥୁଂ ର ॥ ଏଥୁଂ ପା ॥ ଏଥୁଂ ମ ॥ ଏଥୁଂସ୍ତ ॥ ଏଥୁଂ ବି ॥ ଏଥୁଂ ହୀ ॥ ଏଥୁଂ ସ ॥ଏଥୁଂ ଘ ॥
ଏଥୁଂ ପ । ଏଥୁଂ ପାତି ॥ ଏଥୁ ପା ॥ ଏଥୁଂ ସକାର ॥
ଏଥୁଂ ଈକାର ॥ ଏଥୁଂ ହକାର । ଏଥୁଂ ହୀଂ ॥
ଏଥୁଂ ଶ୍ଳୀଂ । ଏଥୁଂ କ୍ଳୀଂ ॥ ଏଥୁଂ ରାମ ॥ ଏଥି ହରେରାମ କୃଷ୍ଣ ॥ ଏଥୁଂ କ୍ଳୀଂ କୃଷ୍ଣ ରାଧେଶ୍ୟାମ । ଏଥୁଂହରେ କୃଷ୍ଣ ହରେ ରାମ ।ଏଥୁଂ ଦଶାକ୍ଷର । ଏଥୁଂକ୍ଲୀ କୃଷ୍ଣ ହରେ ରାମ ରାମ । ଏଥୁଂ ଦ୍ୱାଦଶାକ୍ଷର । ଏଥୁଂଷୋଳକ୍ଷର । ଏଥୁଂ ପ୍ରେମ ଷୋଡ଼ଶୀ ॥ ଓଂ ହ୍ରୀଂଶ୍ରୀଂ କ୍ଳୀଂ ଐଂ ଔଂ ଶ୍ଳୀଂ ଔଂ ଧ୍ଳୀଂ ହ୍ରୀଂ ଶ୍ରୀଂ କ୍ଳୀଂଔଂ ଧାଂ ।ଏଥୁଂ ଓଂ ହରେ ରାମ ହରେ ରାମ ରାମ ରାମହରେ ହରେ । ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣହରେ ହରେ । ଏଥୁଂ ଠାକୁରାଣୀଙ୍କ ସିଂଘାସନ ।ଓଂ ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ କୃଷ୍ଣ ରାଧେ ରାଧେ ।ରାଧେ ଶ୍ୟାମ ରାଧେ ଶ୍ୟାମ ଶ୍ୟାମ ଶ୍ୟାମ ରାଧେ ରାଧେ ।(ଏଥୁଂ ବଳଭଦ୍ରଙ୍କ ମହାମନ୍ତ୍ର)-ଓଂ ଶିବେ ଶଙ୍କର ଶିବେ ଶଙ୍କର ଶଙ୍କର ଶଙ୍କରଶିବେ ଶିବେ । ଶିବ ଗଉରା ଶିବ ଗଉରା ଗଉରା ଗଉରାଶିବେ ଶିବେ ।ଏଥୁଂ ସିଧି । ଏଥୁଂ ଆଧି । ଏଥୁଂ ରସ୍ତୁ । ଏଥୁଂଘ ଙ ଞ୍ଜ । ଏଥୁଂ ଜେ । ଏଥୁଂ ଝଟ । ଏଥୁଂ ଈ ଉ ।ଏଥୁଂ ୡ ଈ । ଏଥୁଂ ପ ଅ । ଏଥୁଂ ଜ ଡ଼ । ଏଥୁଂଭ ବ । ଏଥୁଂ ଆ ଫ । ଏଥୁଂ ଋ ୡ । ଏଥୁଂ ଔ ।ଏଥୁଂ ତ ନ । ଏଥୁଂ ଲ ତ । ଏଥୁଂ ସ କ । ଏଥୁଂଆ ଜ । ଏଥୁଂ ଉ ପ । ଏଥୁଂ ବ ଏ । ଏଥୁଂ ସିଧିଅକ୍ଷର । ଏଥୁଂ ଧରଂ । ଏଥୁଂ ପ ଫ । ଏଥୁଂ ଐ ଥ ।ଏଥୁଂ ମ କ୍ଷ ।ଏଥୁଂ ବ ସ । ଏଥୁ ବ ଶ ଷ ସ ।ଏଥୁଂ ମ ଯ ର ଳ ବ । ଏଥୁଂ ଡ଼ ଢ ଣ ତ ଥ ଦ ଧନ ପ ଫ ॥ ଏଥୁଂ କ ଖ ଗ ଘ ଙ ଚ ଛ ଜ ଝ ଞ ଟଠ । ଏଥୁଂ ଅ ଆ ଇ ଈ ଉ ଊ ଋ ୠ ଏ ଐ ଓ ଔ ।ଅଃ ଅଂ । ଏଥୁଂ ହ କ୍ଷ । ଏଥୁଂ ସି । ଏଥୁଂ ଧି । ଏଥୁଂଭ । ଏଥୁଂ ସ୍ତୁ । ଏଥୁଂ ଅ ଏଥୁଂ ଆ । ଏଥୁଂ ଈ । ଏଥୁଂଉ । ଏଥୁଂ ଋ । ଏଥୁଂ ୡ । ଏଥୁଂ ଐ । ଏଥୁଂ ଔ ।ଏଥୁଂ ୡଂ । ଏଥୁଂ ଅଂ । ଏଥୁଂ କ । ଏଥୁଂ ଖ ।ଏଥୁଂ ଗ । ଏଥୁଂ ପ । ଏଥୁଂ ଙ । ଏଥୁଂ ଚ ।ଏଥୁଂ ଛ । ଏଥୁଂ ଜ । ଏଥୁଂ ଝ । ଏଥୁଂ ଞ ।ଏଥୁଂ ଟ । ଏଥୁଂ ଠ ।ଏଥୁଂ ଡ଼ ।ଏଥୁଂ ଢ ।ଏଥୁଂ ଣ ।ଏଥୁଂ ତ ।ଏଥୁଂ ଥ । ଏଥୁଂ ଦ । ଏଥୁଂ ଧ । ଏଥୁଂ ନ ।ଏଥୁଂ ପ ।ଏଥୁଂ ଫ । ଏଥୁଂ ବ । ଏଥୁଂ ଭ । ଏଥୁଂ ମ । ଏଥୁଂ ଯ ।ଏଥୁଂ ର । ଏଥୁଂ ଳ । ଏଥୁଂ ବ । ଏଥୁଂ ଶ । ଏଥୁଂ ସ ।ଏଥୁଂ ଷ । ଏଥୁଂ ହ । ଏଥୁଂ କ୍ଷ ।(ପଦ) – ସାଧୁଜନମାନେ ଦୋଷ ନ ଧରଯେତେ କହିଲି ୟେଥି ଭିତର ।୧।ସର୍ବ ବିଦ୍ୟାମାନ ଉପରେ ସାରଧର୍ମ ଅର୍ଥ କାମ ମୋଖ୍ୟ ୟେଥିର ।୨।ସୁଜନ ଜନେ ଥାପ ମତି ଏଥିସୋରିଣ କହଇ ଦୀନ ଅଚ୍ୟୁତି ।୩।ସକଳ ସର୍ଜନା ସକଳ ରସଠାବକରେ ୟେହୁ ପରମ ରାସ ।୪।ଶୁଧ୍ୟ ଅଶୁଧ୍ୟ ହେତୁ ନାହିଂ ମୋରଗୀତେ ଭଣଇ ଅଚ୍ୟୁତି ପାମର ।୫।ରାହାସ ପ୍ରେମ ପଞ୍ଚାମୃତ॥ ପ୍ରଥମ ଅଧ୍ୟାୟ ॥
ଶୁଣ ହୋ ସୁମିତ୍ରାର ସୁତ ।ରାହାସ ପ୍ରେମ ପଞ୍ଚାମୃତ ॥
ଯାହା କହିଲେ ଶୁକଦେବ ।ପରୀକ୍ଷ ମହାରାଜା ଆଗ ॥
ସଂସାର ଜଳଧିରୁ ପାର ।ହୋଇଲା ଯେଣୁ ନୃପବର ॥
ଯାହା ଶୁଣିଣ ପରୀକ୍ଷିତ ।ସଂସାର ମାୟାରୁ ବଂଚିତ ॥
ତାହା କହିବା ୟେବେ ତୋତେ ।ଶୂଣ ହୋ ରାମ ଶୁଧ୍ୟ ଚିତ୍ତେ ॥
ମହା ପ୍ରେମ ଯେ ଉଛୁଳିବ ।ଶ୍ରୀକୃଷ୍ଣ ଚରଣ ମିଳିବ ॥
ଦୀନ ଅଚ୍ୟୁତି ତାହା କହି ।ଶୁଣିଣ ଗୋପାଳ ତନଇ ॥
ଚରଣେ ପଡ଼ି ପଚାରଇ ।ଆନନ୍ଦ କଲ୍ଲୋଳ ବଢ଼ଇ ॥
ବୋଲଇ ରାମଚନ୍ଦ୍ର ଦାସ ।ଶୁଣିମି କିଛୁ ପ୍ରେମରସ ॥
ମୋ ଛାଇ ନୋହେ ଯେ ସମାନ ।କରୁଣା ସିନ୍ଧୁ ତୁମ୍ଭ ନାମ ॥
କରୁଣା କର ମୋହୋ ଠାରେ ।କହିବ ପ୍ରେମ ରାସ ମୋରେ ॥
ଦୀନ ଅଚ୍ୟୁତି ଶୁଣି ତୋଷ ।ବୋଲଇ ଶୁଣ ରାମ ଦାସ ॥
ଶୁକ କହନ୍ତି ପରୀକ୍ଷିତେ ।ଶୁଣ ତୁ ରାମ ଦାସ ଚିତ୍ତେ ॥
ଶ୍ରୀକୃଷ୍ଣ ଗୋପୀଗଣ ସଙ୍ଗେ ।ରାହାସ ଲୀଳା କଲେ ରଂଙ୍ଗେ ॥
ବୃନ୍ଦାବନରେ କଲେ ରାସ ।ବଢ଼ିଲା ସୁଧା ସିନ୍ଧୁ ରସ ॥
ଦିନେକ ପ୍ରଭୁ ନନ୍ଦ ସୁତ ।ବିଚାର କଲେ ଆତ୍ମ ହିତ ॥
ଆମ୍ଭଙ୍କୁ ବରିଛନ୍ତି ନାରୀ ।ଶିବ ଗଉରୀ ପୂଜା କରି ॥
ହର ଯେ ଦେଇଛନ୍ତି ବର ।ହରିବା ଦୁଃଖ ତାହାଙ୍କର ॥
ୟେମନ୍ତ ମନେ ବିଚାରିଲେ ।ହରଷେ ନିଜ ପୂରେ ଗଲେ ॥
ବିରହ ବଂଶୀ କହେ ଧରି ।ବିଜୟେ ହେଲେ ଆପେ ହରି ॥
କଦମ୍ବ ତଳେ ହେଲେ ଉଭା ।ହାଥେ ମୁରଲୀ ଗୋଟି ଶୋଭା ॥
ହରଷ ହୋଇ ଗୋପୀନାଥ ।ରଚିଲେ ନିଜ ମାୟା ପଥ ॥
ମୋହନ ବଂଶୀ ଧରି କରେ ।ଚାପିଲେ ଶ୍ରୀ ବିମ୍ବା ଅଧରେ ॥
ଚାରି ଛନ୍ଦରେ ବଂଶୀ ପୂରି ।ଥକିତ ହେଲେ ନଦୀ ବାରି ॥
ପାଷାଣ ତରଳି ବହିଲେ ।ଶୁଷ୍କ ତରୁୟେ ପଲ୍ଲବିଲେ ॥
କୋକିଳ ମିଳି କଳେ ଧ୍ୱନି ।ଉଲ୍ଲସି ଉଠେ ପୁର ତିନି ॥
ଅବଳା ଗଣେ ହେଲେ ମତ୍ତା ।ଲାଗିଲା କାମ ଭୟ ଚିନ୍ତା ॥
ଯୁବତୀ ରହି ନ ପାରିଲେ ।ବୃଦ୍ଧାୟେ ଭୋଳେ ନିଦ୍ରା ଗଲେ ॥
ବହିଲା ବସନ୍ତ ପବନ ।ବିଜୟେ କନ୍ଦର୍ପ ରାଜନ ॥
ପଶୁ ମଇଂଷି ଥମ୍ଭୀଭୁତ ।ମୟୁରମାନେ କଲେ ନୃତ୍ୟ ॥
ନଦୀୟେ ଓଲଟି ବହିଲେ ।ଭୃଙ୍ଗ ଝିଙ୍କାରୀ ଧୁନି କଲେ ॥
ସର୍ବେ ହୋଇଲେ ହତଗ୍ୟାଂନ ।ବ୍ରହ୍ମ ଯାମେନୀ ହେଲା ସମ ॥
ତ୍ରିଭଙ୍ଗୀ ଛନ୍ଦେ ଉଭା ହୋଇ ।ବିରହ ବଂଶୀ କରେ ଲଇଂ ॥
ଉଭାରି ଯମୂନାର ତୀରେ ।ବାଜିଲା ବଂଶୀ ଉଚ୍ଚସ୍ୱରେ ॥
ଥମ୍ବନ ମୋହନ ଯେ ବଶ୍ୟ ।ଫୁରିଲା ବଂଶୀ ଚଉଦଶ ॥
ରାଧିକା ମୂଳେ ଯେତେ ଥିଲେ ।ମୋହେ ସେ କ୍ଷିତିରେ ଲୋଟିଲେ ॥
ବୃନ୍ଦା ଶ୍ୱରୀରେ କାମ ବାଧା ।ଶୁଣି ବିରହୀ ହେଲେ ରାଧା ॥
ବସ୍ର ସମ୍ଭାଳି ନ ପାରିଲେ ।ବିଭଳ ମତିରେ ଉଠିଲେ ॥
ନାନା କ୍ରୀଡ଼ାରେ ଥିଲେ ମାତି ।ଯୁବା ବୟେସୀ ଯେତେ ଗୋପୀ ॥
କେ ବସିଥିଲା ନିଜ ଘରେ ।କୁଙ୍କୁମ ଘେନି ନିଜ କରେ ॥
ଶୁଣି ଧାଇଂଲା କୁଂଜବନ ।ଦେଖିଲା ନନ୍ଦର ନନ୍ଦନ ॥
ତାମ୍ବୋଳ ଭୁଂଜୁଥିଲା କେହୁ ।ଶୁଣିଲା ବଂଶୀ ଧୁନି ଯହୁଂ ॥
ସଂସାର ଲଜ୍ଜା କଲା ଦୂର ।ପ୍ରବେଶ ଯମୂନାର ତୀର ॥
କେ ବସି ସୁବେଶ ହୋଅଇ ।ସରୁ କଜ୍ଜଳ କେ ଘେନଇ ॥
ଡାକଇ ବଂଶୀ ଦାଉଂ ଦାଉଂ ।ଧାଇଂଲେ ଗୋପୀଗଣେ ତହୁଂ ॥
କେ ବସି ମଥୁଂଥିଲା ଦଧି ।ମୁରଲୀ ଶୁଣି ଖୀନ ବୁଦ୍ଧି ॥
ଛାଡ଼ି ଧାଇଂଲା ବନ ଲାଗେ ।ଶୁଣିଲା କୃଷ୍ଣ ବଂଶୀ ଭାଗେ ॥
କେ ପୁରେ ଶେଯା ରଂଜୁଥିଲା ।କର୍ଣ୍ଣରେ ସୁସ୍ୱର ଶୁଣିଲା ॥
ନିଜ ପତିର ସ୍ନେହ ଛାଡ଼ି ।କାମ ବଶ୍ୟରେ ପଥ ହୁଡ଼ି ॥
ପ୍ରବେଶ ହେଲା କୁଂଜବନ ।ଦେଖିଲେ ବିଜେ ବଂଶୀଧନ ॥
କେ ଗୋପୀ ବସ୍ର ପିନ୍ଧୁଥିଲା ।ଶୁଣିଣ ବେଗେ ସେ ଧାଇଂଲା ॥
ଧାମନ୍ତେ ବସ୍ର ପଡ଼େ ଲୋଟି ।କବେରୀ ଭାର ଗଲା ଫିଟି ॥
ବାନ୍ଧି ନ ପାରି ଗୋପ ନାରୀ ।ଧାମଇଂ ଉଦବେଗ କରି ॥
ପ୍ରବେଶ ହେଲା ବୃନ୍ଦାବନ ।ଯହିଂ ଶୁଭଇଂ ବଂଶୀ ସ୍ୱନ ॥
କେ ଗୋପୀ ଲିପୁଥିଲା ଘର ।ଛାଡ଼ି ଧାମଇଂ ନଦୀ ତୀର ॥
କେ ବସି ଚନ୍ଦନ ଘସଇ ।ବଂଶୀ ତା ନାମରେ ଡାକଇ ॥
ଆସ ବହନ ଗୋପୀ ନାରୀ ।ବନେ ବିଜୟେ କଲେ ହରି ॥
ଛାଡ଼ି ଧାଇଂଲା ଗୋପୀ ବେଗେ ।ଦେଖିଲା କଦମ୍ବର ଲାଗେ ॥
କେ ବସି କାଟୁଥିଲା ସର ।ଶୁଣିଲା ବେନୁ ଯେ ସୁସ୍ୱର ॥
ଧାମଇଂ ଅତି ବେଗ ହୋଇ ।ସର ଆଟିକା କରେ ଲଇଂ ॥
ଦେଖିଲା ବିଜେ ବ୍ରହ୍ମରାଶି ।ମନ୍ଦ ମଧୁରେ କୃଷ୍ଣ ହସି ॥
କେ ଗୋପୀ ଥିଲା ନିଜ ଘରେ ।ଶୟନ ପତିର କୋଳରେ ॥
ଶୁଭିଲା କୃଷ୍ଣ ବଂଶୀ ସ୍ୱନ ।ଛାଡ଼ି ଉଠିଲା ସେ ବହନ ॥
ଧାଇଂଲା ଉଦବେଗ ହୋଇ ।ବସ୍ର ଅଙ୍ଗରେ ତାର ନାହିଂ ॥
ପ୍ରବେଶ ଯମୂନା କୂଳରେ ।ଦେଖିଲା କଦମ୍ବ ମୂଳରେ ॥
ମନ୍ଦ ମଧୁରେ କୃଷ୍ଣ ହସି ।ଗୋପୀ ଚାହିଂଣ ଯେ ପ୍ରଶଂସି ॥
କେ ଗୋପୀ ବସିଥିଲା ଘରେ ।ବାଳେକ ଘେନିଣ କୋଳରେ ॥
ବଂଶୀ ଶୁଣିଲା କର୍ଣ୍ଣ ମୂଳେ ।ବାଳେକ ପକାଇଲା ତଳେ ॥
ବେଗେ ଧାଇଂଲା ବୃନ୍ଦାବନ ।ଦେଖିଲା ବିଜେ ଭଗବାନ ॥
କେ ଗୋପୀ ନିଦ୍ରା ଯାଇ ପୁଣ ।ସ୍ୱପନେ ଶୁଣି ବଂଶୀ ସ୍ୱନ ॥
ଉଠି ଧାଇଂଲା ବନ ଲାଗେ ।ଭେଟିଲା କୃଷ୍ଣ ସେ ସୁଭାଗେ ॥
କେ ଗୋପୀ ଗୁନ୍ଥୁଥିଲା ଫୁଲ ।ଶୁଣିଲା ମୁରଲୀ ଅମୂଲ୍ୟ ॥
ମୁରଲୀ ଡାକେ ଆସ ଆସ ।ଶୁଣିଣ ଉଡ଼ିଲା ସାହସ ॥
ଧଣ୍ଡା ପକାଇ ଫୁଲ ନେଲା ।କଦମ୍ବ ମୂଳେ ସେ ଦେଖିଲା ॥
ସ୍ୱୟେଂ ବିଜୟେ ବ୍ରହ୍ମରାଶି ।ମୁରଲୀ ଗୋପୀ ନାମ ଭାଷି ॥
ଆସ ବହନ ଗୋପୀଗଣ ।ବିଜୟେ କଲେ ନାରାୟଣ ॥
ଶୁଣି ଗୋପୀୟେ ହେଲେ ବଣା ।ଧାଇଂଲେ ହୋଇ ଅକଳଣା ॥
କେ ଗୋପୀ ଗାଉଥିଲା ଗୀତ ।ଶୁଣିଲା ବଂଶୀ ନାଦ ସ୍ରୋତ ॥
ଉଠି ଧାଇଂଲା ବେଗ ହୋଇ ।ଦେଖିଲା ନନ୍ଦର କହ୍ନାଇ ॥
କେ ଗୋପୀ ବାଉଥିଲା ବୀଣା ।ବଂଶୀର ଧୁନି ଉଚ୍ଚାଟନା ॥
ଶୁଣି ଧାଇଂଲା ଗୋପୀ ବେଗେ ।ବୀଣା ପକାଇ ଭୂମି ଭାଗେ ॥
କେ ଗୋପୀ ଲିହୁଥିଲା ଚିତ୍ର ।ଶୁଣିଣ ହୋଇଲା ପବିତ୍ର ॥
ବେଗେ ଧାଇଂଲା ବୃନ୍ଦାବନ ।ଭେଟିଲା ଶ୍ରୀ ମଧୁସୂଦନ ॥
ବଂଶୀ ଡାକଇ ମନ୍ଦ ମନ୍ଦ ।ସ୍ତମ୍ଭନ ଘେନି ଚାରି ଛନ୍ଦ ॥
ବୃଦ୍ଧାୟେ ହୋଇଲେ ତାଟକା ।ଯୁବାଙ୍କୁ ଲାଗିଲା ଯେ ଦକା ॥
ନିଜ ସ୍ୱାମୀର ପ୍ରୀତି ଛାଡ଼ି ।ଗୋପୀୟେ ପ୍ରେମେ ରସେ ବୁଡ଼ି ॥
ୟେକ ଆରେକ ଆଗେ ଗଲେ ।ଶ୍ରୀକୃଷ୍ଣ କୁଞ୍ଜରେ ଦେଖିଲେ ॥
ମୁଇଂ ଯିବଇଂ ଆଗ ହୋଇ ।ୟେମନ୍ତ ବୋଲି ଗଲେ ଧାଇଂ ॥
ମୋହୋର ନାମେ ଡାକେ ବଂଶୀ ।ବେଗେ ଯାଇଣ କୁଞ୍ଜେ ପଶି ॥
ବଂଶୀ ଡାକଇ ରାଧା ରାଧା ।ଶୁଣି ରାଧାକୁ କଲା ବାଧ । ॥
ହେମ ପୁରରେ ଥିଲେ ବସି ।କୁଟିଳ କବେରୀ ସେ ଖୋଷି ॥
ୟେହି ସମୟେ ବଂଶୀ ଧୁନି ।ସୁସ୍ୱରେ ଶୁଭେ କର୍ଣ୍ଣ ବେନି ॥
ଶୁଣିଣ ରାଧା ଯେ ତାଟକା ।ନିଶ୍ଚୟ ପଡ଼ିଗଲା ଡ଼କା ॥
ଆସ ଗୋ ରାଧା ରାଧା ରାଧା ।ଶୁଣି ଲାଗିଲା କାମ ବାଧା ॥
ପଲଙ୍କୁ ଉଠି ନ ପାରଇ ।ମଦନ ଘାଉଡ଼ କରଇ ॥
ୟେମନ୍ତ ପୁଣ ଡାକେ ବଂଶୀ ।ଶୁଣି ଧାଇଂଲା ଚାରୁକେଶୀ ॥
ପ୍ରବେଶ ହେଲା କୁଞ୍ଜବନ ।ଦେଖିଲା ବିଜେ ଭଗବାନ ॥
ପଞ୍ଚମ ସ୍ୱରେ ଧୂନି ସ୍ଫୁରେ ।ଗୋପୀୟେ ହୋଇଲେ କାତରେ ॥
ୟେକ ଗୋପୀୟେ ଖୀନ ହୋଇ ।ବେଗେ ସେ ନ ପାରିଲା ଯାଇ ॥
ଡାକଇ ତାର ନାମେ ବଂଶୀ ।ଗୋପୀ ଧାଇଂଲା ଉଠି ବସି ॥
ଦେଖି ତାହାର ନିଜ ପତି ।ବୋଲଇ ଅତି ଯେ ଅନୀତି ॥
ବନ୍ଧନ କଲା ନେଇ ଘରେ ।ମାଇଲା ଅନେକ ପ୍ରକାରେ ॥
ବଂଶୀ ଡାକଇ ଆସ ଆସ ।ଶୁଣିଣ ଉଡ଼ିଲା ସାହସ ॥
ବଂଶୀ ଡାକଇ ଗୋପାଳୁଣୀ ।ଅଇଲେ ସକଳ ତରୁଣୀ ॥
ବହନ ହୋଇ ଆସ ତୁହି ।ଶୁଣିଣ ସାହସ ଉଠଇ ॥
ଶୂନ୍ୟକୁ କଲା ଆଲିଙ୍ଗନ ।ଶୂନ୍ୟରେ ଦେଲା ସେ ଚୁମ୍ବନ ॥
ଶ୍ରୀ କୃଷ୍ଣ ଦେହେ ଗଲା ମିଶି ।ଦେଖିଲା ଆଗେ ବ୍ରହ୍ମରାଶି ॥
ଛାଡ଼ିଣ ଗଲା ନିଜ ଦେହି ।କୁଞ୍ଜେ ଦେଖିଲା ସେ ମାଧୋଇ ॥
ୟେମନ୍ତେ ଗୋପୀ ଥିଲେ ଯେତେ ।ଆସିଲେ ମିଳିଲେ ତୁରିତେ ॥
କଦମ୍ବ ମୂଳେ ହେଲେ ଯାଇଂ ।ଦେଖିଲେ ନନ୍ଦର କହ୍ନାଇ ॥
ବିମ୍ବ ଅଧରେ ଶୋହେ ବଂଶୀ ।ସଂପୁର୍ଣ୍ଣ ଚନ୍ଦ୍ର ଉଦେ ନିଶି ॥
କୁମାର ପୂର୍ଣ୍ଣମୀର ଦିନ ।ପୂର୍ଣ୍ଣ ରାହାସ ଭଗବାନ ॥
ମିଳିଲେ ସର୍ବ ଗୋପୀ ଆସି ।ଦେଖି ଅଧରୁ ଥୋଇ ବଂଶୀ ॥
ବଂଶୀ ରଖିଣ ଦାମୋଦର ।ବୋଲନ୍ତି ବଚନ ମଧୁର ॥
କିମ୍ପା ଅଇଲ ବନେ ଧାଇଂ ।ବନ୍ଧୁ ସ୍ୱଜନ ଲଜ୍ଜା ନାହିଂ ॥
ସ୍ୱଭାବେ ଷୋଡ଼ଶ ବୟେସ୍ୟ ।ମଦନ ରାଜାର ଭବିଷ୍ୟ ॥
ୟେକେ ୟେ ନିଶି ଘୋର ବନ ।କିମ୍ପା ଅଇଲ ଗୋପୀଗଣ ॥
କିଛୁ ତୁମର ନାହିଂ ଭୟେ ।ଲଜ୍ଜା ଛାଡ଼ିଲ କି ଗୋପୀୟେ ॥
ନିଶ୍ଚେ ହୋଇବ ତୁମ୍ଭେ ନାଶ ।ଲଜ୍ଜା ପାଇବେ ଗୋପୀ ବଂଶ ॥
ନ କର ବିଲମ୍ବ ତରୁଣୀ ।ବାହୁଡ଼ି ଯାଅ ବେଳ ଜାଣି ॥
ବନ ଜନ୍ତୁ ୟେ ବନେ ଥିବେ ।ଦେଖିଲେ ତୁମ୍ଭଙ୍କୁ ଖାଇବେ ॥
ତୁମ୍ଭର ନାହିଂ କିଛୁ ଡ଼ର ।ବହନ ଯାଅ ନିଜ ଘର ॥
ତୁମ୍ଭଙ୍କୁ ଖୋଜୁଥିବେ ଘରେ ।ଲଜ୍ଜା ପାଇବ ଗୋ ତୁମ୍ଭରେ ॥
କଂସ ଅଟଇ ଦୁଷ୍ଟମତି ।ଶୁଣିଲେ ନେବ ଗୋ ସମ୍ପତ୍ତି ॥
ନିଜ ପତିକି ସେବା କର ।ନିୟତ ଧର୍ମ ଗୋ ତୁମ୍ଭର ॥
ସକଳ ସୁଖ ଅଛି ତହିଂ ।ବେଗେଣ ଯାଅ ଗୋପ ଗୋଈ ॥
ବାଳେକ ଅଇଲ ଯେ ଛାଡ଼ି ।କାନ୍ଦନ୍ତି ହେ ମା ରବ ଛାଡ଼ି ॥
ବହନ ହୋଇ ଯାଅ ଘର ।ଖୋଜନ୍ତି ଜନନୀ ପିଅର ॥
କେହି ନ ଜାଣୁ ତୁମ୍ଭେ ଯାଅ ।ନିଜ ପତିର ସୁଖ ପାଅ ॥
କହନ୍ତି ଶ୍ରୀ ମଧୁସୁଦନ ।ଶୁଣ ସକଳ ଗୋପୀଗଣ ॥
ବଜ୍ର ପଡ଼ିଲା ପ୍ରାୟେ ମଣି ।ବୋଲନ୍ତି ଗୋପାଳ ତରୁଣୀ ॥
ଦଣ୍ଡେ ହୋଇଲେ ସର୍ବେ ତୁନି ।ପୁଣି ବୋଲନ୍ତି ଗୋପାଲୁଣୀ ॥
ଶୁଣ ହୋ ନନ୍ଦର ନନ୍ଦନ ।ବୋଇଲ ନିଷ୍ଠୁର ବଚନ ॥
ଅଇଲୁ ତୋର ବେଣୁ ସ୍ୱନେ ।ନିରାଶ କରୁଛୁ କେସନେ ॥
ଦେଖ ୟେ ନିଶି ପରିମଳ ।ପବନ ବହେ ସୁଶୀତଳ ॥
ବଂଶୀ ହୋଇଲା ବ୍ୟାଧି ମୂଳ ।ଓଷଧ ତୁମ୍ଭେ ନନ୍ଦ ବାଳ ॥
ବଂଇଶୀ ନାଦେ ଅଣାଇଲୁ ।ଏବେ ନିଷ୍ଠୁର ତୁ ବୋଇଲୁ ॥
ୟେ ନୋହେ ଭଲ ପଣ ତୋର ।ଭଣ୍ଡି ଆଣିଲୁ ହେ ନାଗର ॥
ଛାଡ଼ିଲୁ ନିଜ ଗୃହ କାନ୍ତ ।ଅଇଲୁ ଶୁଣି ବେଣୁ ଗୀତ ॥
ତେଣେ ଆମ୍ଭର ନାହିଂ ଆଶ ।ତୁ ଆମ୍ଭ ସର୍ବ ପୀତବାସ ॥
ନିଶ୍ଚେ ହୋଇଲୁ ଆମ୍ଭେ ନାଶ ।ଯମୂନା ଜଳେ ଦେବୁଂ ଝାସ ॥
ନିଷ୍ଠୁର ଯହୁଂ ସେ ଶୁଣିଲେ ।ନିଶ୍ଚେ ମରିବା ଆଚରିଲେ ॥
କିସ କରିବା ଯାଇଂ ଘରେ ।ଲଜ୍ଜା ହୋଇବ ଗୋ ଆମ୍ଭରେ ॥
ଏ ସ୍ତିରୀ ହତ୍ୟା କୃଷ୍ଣ ପାଉ ।କୀରତି ଯୁଗେ ଯୁଗେ ଥାଉ ॥
ସର୍ବେ ହୋଇଲେ ଏକ ମନ ।ବୋଇଲେ ରଖ ନନ୍ଦନାନ ॥
ମରଣ ପଥ ବିଚାରିଲେ ।ନିରାଶେ ସର୍ବେ ବାହୁଡ଼ିଲେ ॥
ଗୋପୀଙ୍କ ତେଜ ଦେଖି ହରି ।ବୋଲନ୍ତି ଆସ ଗୋପୀନାରୀ ॥
କର ପ୍ରସାରି ନରହରି ।ଡାକନ୍ତି ଆସ ବ୍ରଜନାରୀ ॥
ଶୁଣିଲେ ଯହୁଂ ଗୋପୀଗଣ ।ଡାକିଲେ ଆପେ ନାରାୟଣ ॥
ଆନନ୍ଦ ସର୍ବ ମନେ ହେଲା ।ଗୋପୀଙ୍କ ମନଦୁଃଖ ଗଲା ॥
ସର୍ବେ ଧାଇଂଲେ ୟେକାବେଳେ ।ପଡ଼ିଲେ କୃଷ୍ଣ ପାଦତଳେ ॥
ୟେକୁ ଆରକେ ଆଗ ହୋଇ ।ଆନନ୍ଦେ ଆଲିଙ୍ଗନ ଦେଇ ॥
ମୋତେ ଡାକିଲେ ନନ୍ଦସୁତ ।ଧାମନ୍ତି ଗୋପୀ ଯୂଥ ଯୂଥ ॥
ଶ୍ରୀକୃଷ୍ଣ ହୋଇଣ ହରଷ ।ମହିଂମା କଲେ ପରକାଶ ॥
ଷୋଳ ସହସ୍ର ରୂପ ଧରି ।ମଧ୍ୟେ ବିଜୟ ନରହରି ॥
ଅନନ୍ତ କଳା ମନେ କରି ।ରୂପକୁ ରୂପରେ ସଂହରି ॥
ମାୟା ପଟକ ପ୍ରକାଶିଲେ ।ଗୋପୀଙ୍କ ମନ ସେ ମୋହିଲେ ॥
ୟେକ ୟେକକେ କଲେ ରାସ ।ଗୋପୀ ହୋଇଲେ ସର୍ବେ ତୋଷ ॥
ଗୋପୀଙ୍କ ହେଲା ଆତ୍ମାସୁଖ ।ରାଧା ରମିଲେ ପଦ୍ମମୁଖ ॥
ଗୋପୀଙ୍କି ଘେନି ଭଗବାନ ।ପ୍ରବେଶ ହେଲେ କୁଂଜବନ ॥
ପୂଷ୍ୟ ତୋଳିଲେ ସର୍ବ ବାଳୀ ।ଗୁନ୍ଥିଲେ ଆପେ ବନମାଳୀ ॥
କୃଷ୍ଣ ବରିଲେ ଗୋପୀଗଣ ।ମଧ୍ୟେ ବିଜୟେ ଭଗବାନ ॥
ଗୋପୀୟେ ଦେଲେ ହୁଳହୁଳି ।ପୁଷ୍ୟ ଆଞ୍ଜୁଳି ଦେଲେ ତୋଳି ॥
ଶ୍ରୀକୃଷ୍ଣ ହୋଇଲେ ହରଷ ।ବେଢ଼ି କରନ୍ତି ନିତ୍ୟରସ ॥
ଯମୂନା ବାଲିକୁଦେ ମିଳି ।ଗୋପୀଙ୍କ ମଧ୍ୟେ ବନମାଳୀ ॥
ଗୋପୀଙ୍କ ମନ ଜାଣିମାରେ ।ବିଚାର କଲେ ସେ ମନରେ ॥
ଗୋପୀୟେ ବୃନ୍ଦବତୀ ନାମେ ।ଥିଲା ସେ କୃଷ୍ଣ ସନିଧ୍ୟାନେ ॥
ତାହାର କର କୃଷ୍ଣ ଧରି ।ଅନ୍ତର ହୋଇଲେ ମୁରାରି ॥
କୃଷ୍ଣ ହୋଇଲେ ଅନ୍ତର୍ଧାନ ।ବୃନ୍ଦା ଅଛଇ ସଙ୍ଗତେଣ ॥
ଗୋପୀ ବୋଲନ୍ତି ଗୋପୀନାଥ ।କେଣେ ହୋଇଲ ଯେ ଗୁପତ ॥
କୃଷ୍ଣଙ୍କୁ ଯହୁଂ ନ ଦେଖିଲେ ।ଗୋପୀୟେ ଚିନ୍ତା ଦୁଃଖୀ ହେଲେ ॥
ଅନ୍ତର ହୋଇଲେ ମୁରାରି ।କାନ୍ଦନ୍ତି ସର୍ବ ଗୋପନାରୀ ॥
ଶୁଣ ପରୀକ୍ଷ ନୃପମଣି ।ସକଳ ପାପ ନାଶ ଶୁଣି ॥
ଶୁଣ ହୋ ରାମଚନ୍ଦ୍ର ଦାସ ।ଶ୍ରୀ କୃଷ୍ଣ ଅନ୍ତର୍ଧାନ ରସ ॥
ଦୀନ ଅଚ୍ୟୁତି ପଛେ ଥିଲା ।କୃଷ୍ଣଙ୍କୁ ଖୋଜି ନପାଇଲା ॥
ସୃଜନ ଜନେ ୟେଣେ ରସ ।କହଇ ଅଚ୍ୟୁତ ଯେ ଦାସ ॥
ଇତିଶ୍ରୀ ରାହାସ ପ୍ରେମପଞ୍ଚାମୃତେ ଶୁକ ପରିକ୍ଷିତ ସଂବାନ୍ଦେଅଚ୍ୟୁତ ରାମଚନ୍ଦ୍ର କଥନେ ଶ୍ରୀକୃଷ୍ଣ ଅନ୍ତର୍ଦ୍ଧାନେନାମ ପ୍ରଧମୋଽଧ୍ୟାୟଃ ।॥ ଦ୍ୱିତୀୟ ଅଧ୍ୟାୟ ॥
ଶୁଣ ହୋ ଗୋପାଳର ସୁତ ।କହନ୍ତି ଶୁକ ତପୋବନ୍ତ ॥
ଶୁକ କହନ୍ତି ରାଜା ଆଗେ ।ଶୂଣଇ ରାଜନ ସରାଗେ ॥
ପରୀକ୍ଷ ରାଜା ହୋୟେ ତୋଷ ।କହନ୍ତି ବସି ବ୍ୟାସ ଶିଷ୍ୟ ॥
କୃଷ୍ଣ ଯେ ଗଲେ ଅନ୍ତର୍ଧାନେ ।ଗୋପୀ ଖୋଜନ୍ତି ନାନାରଙ୍ଗେ ॥
ରାଧିକା ସଖିଗଣ ସଙ୍ଗେ ।ବେନ ଖୋଜନ୍ତି ନାନାରଙ୍ଗେ ॥
ଲଳିତା କରେ ଦେଇ କର ।ପୁଷ୍ୟ ନନ୍ଦନୀ ଚଳେ ଧୀର ॥
ବେଢ଼ି ଅଛନ୍ତି ଗୋପନାରୀ ।ମଧ୍ୟରେ ରାଧିକା ସୁନ୍ଦରୀ ॥
ଖୋଜନ୍ତି ପଶି ବନେ ବନ ।ଭାରି ଗୋପିନୀ ଯଉବନ ॥
ଶ୍ୱରୀରେ କନ୍ଦର୍ପ ପ୍ରଭାବ ।ଚଳନ୍ତି ମନ୍ଦ ମନ୍ଦ ଭାବ ॥
ସଙ୍ଗତେ ଘେନି ଗୋପୀଗଣ ।ବିକଳେ ଖୋଜି ବନ ବନ ॥
ଚନ୍ଦ୍ର ଯାମେନୀ ଅଛି ଝଳି ।ପଥେ ନେପୁର ବୁଡ଼ା ବାଲି ॥
କୁଚ ଉଭାରି ତନୁ ଭାରି ।କୃଷ୍ଣେ ଲୋଡ଼ନ୍ତି ଅନୁସରି ॥
ବୋଲନ୍ତି ଆସ ଭାବଗ୍ରାହୀ ।ଆମ୍ଭଙ୍କୁ ନାଶ କାହିଂପାଇଂ ॥
କେଣେ ଲୁଚିଣ ଅଛ ହରି ।କଠୋର ହୃଦୟ ତୋହରି ॥
ସୁଧା ମଧୁର ପାନ ଆସେ ।ଭୃଙ୍ଗ ମିଳନ୍ତି ଯେହ୍ନେ ପୂଷ୍ୟେ ॥
କଣ୍ଟୁ କି ପୁଷ୍ୟେ ଭୃଙ୍ଗ ପଡ଼ି ।ଶ୍ୱରୀ ଫୁଟଇ ପ୍ରାଣ ଛାଡ଼ି ॥
ରସ ଲୋଭରେ ପ୍ରାଣ ଦେଇ ।ତେମନ୍ତ ହେଲୁ ସର୍ବ ଗୋଈ ॥
କେତକୀ ପୁଷ୍ୟ ହେଇ ତୁମ୍ଭେ ।ଭ୍ରମର ହେଲୁଂ ଗୋପୀ ଆମ୍ଭେ ॥
ଲୋଭେଣ ଚୁମ୍ବିତ ହୋଇଲୁ ।କଣ୍ଟୁକି ଘାତେ ଆମ୍ଭେ ମଲୁ ॥
ଆସ ବହନ ନନ୍ଦ ନାନ ।ନିଶ୍ଚୟ ଗଲାଟି ଜୀବନ ॥
ହତ୍ୟା ହୋଇବ ତୁମ୍ଭ ପରେ ।ହସନ୍ତି ଶୁଣି ଦାମୋଦରେ ॥
ଏମନ୍ତେ ଗୋପୀଗଣେ ମିଳି ।ଡାକନ୍ତି ଆସ ବନମାଳୀ ॥
ମୃଗ ଯୂଥକୁ ଗୋପୀ ଚାହିଂ ।ବୋଲନ୍ତି ଦେଖିଲେ କି ୟେହି ॥
ତେରଛ କରି ଚାହୁଂଥାନ୍ତି ।ସକଳେ ମିଶି ପଚାରନ୍ତି ॥
ମଇଂଶି ଦେଖି ଯୂଥ ଯୂଥ ।ୟେକି ଦେଖିଲେ ଗୋପୀନାଥ ॥
ବୋଲନ୍ତି ଚାହିଂ ତରୁଗଣ ।ରାଧା ବୋଲନ୍ତି ଗୋପୀ ଶୁଣ ॥
ଦେଖ ୟେ ତରୁମାନେ ଶୋଭା ।ସୁନ୍ଦର ଦିଶେ ମନଲୋଭା ॥
ପଲ୍ଲବ ହୋଇଛନ୍ତି ଦେଖ ।ୟେ ୟେ ଦେଖିଲେ ପଦ୍ମମୁଖ ॥
ପୁଣି ବୋଲନ୍ତି ବୃକ୍ଷ ଚାହିଂ ।ଅବଶ୍ୟ ଦେଖିଛନ୍ତି ୟେହି ॥
ଶୁଣ ହୋ ବୃକ୍ଷମାନେ ତୁମ୍ଭେ ।ମାୟା ନ କରି କହ ଆମ୍ଭେ ॥
ଶ୍ରୀକୃଷ୍ଣ ଗଲେ କଉଂ ଭାଗେ ।ରହି ଅଛନ୍ତି କଉଂ ଲାଗେ ॥
ଆମ୍ଭେ ନିର୍ମାଖୀ ଗୋପ ନାରୀ ।କାହାକୁ ଘେନି ଗଲେ ହରି ॥
ତୁମ୍ଭେ କି ସତ ଦେଖିଅଛ ।ଯେ ପଥେ ଗଲେ ନନ୍ଦ ବଛ ॥
ଆମ୍ବ ଯମ୍ବିଳ ଲେମ୍ବୁ ଶୁଣ ।ୟେ ପଥେ ଗଲେ ନାରାୟଣ ॥
ଦେଖି କି ଅଛ ତୁମ୍ଭମାନେ ।ନ କହି ରହ ତୋ ମଉନେ ॥
ପୁଣ ବୋଲନ୍ତି ହେ ପନସ ।ତୁମ୍ଭ ଦେଖିଲା ପୀତବାସ ॥
ୟେ ପଥେ ଗଲେ ନରହରି ।କଉଂ ଗୋପିକା କର ଧରି ॥
ବେଲ ବକୁଳ ତୁମ୍ଭେ ଶୁଣ ।ୟେ ପଥେ ଗଲେ ନାରାୟଣ ॥
ଜମ୍ବୁ କଇଂଥ ଲିମ୍ବ ଗଛ ।କେ ଦେଖିଅଛ ନନ୍ଦ ବଛ ॥
କଉଂ ଗୋପିକା କର ଧରି ।ବିଜୟେ କଲେ ବେନୁଧାରୀ ॥
ରାଧିକା ବୋଲନ୍ତି ଗୋ ସହି ।ଶୁଣ ଲଳିତା ମିତ୍ରା ତୁହି ॥
ୟେ ପୂଷ୍ୟ ଗଛ ଦେଖିଛନ୍ତି ।ଯେଣୁ ଏ ପୁଲକ ଦିଶନ୍ତି ॥
ୟେମନ୍ତ କହିଣ ଯେ ଗଲେ ।ସନିଧ୍ୟେ ପ୍ରବେଶ ହୋଇଲେ ॥
ମନେ ହୋଇଣ ଉନୁମତ୍ତା ।ଆନନ୍ଦ ମନେ କରି ଚିନ୍ତା ॥
ରାଧା ବୋଲନ୍ତି ପୁଷ୍ୟ ଶୁଣ ।ତୁମ୍ଭ ଦେଖିଲା ଭଗବାନ ॥
କୁନ୍ଦ ମନ୍ଦାର ଚମ୍ପା ଗଛ ।ଦେଖିଣ ଅଛ ନନ୍ଦ ବଛ ॥
ଶୁଣ ରଙ୍ଗଣୀ ଆମ୍ଭ ବାଣୀ ।ନିଶ୍ଚେ ଦେଖିଲି ବେନୁପାଣି ॥
ତରଙ୍ଗ ପ୍ରାୟେ ଦିଶେ କେହି ।ନିଶ୍ଚେଂ ଗୋ ଦେଖିଲ ମାଧୋଇ ॥
ନ କରି ମାୟା କହ ସତ ।କେଣେ ସେ ଗଲେ ନନ୍ଦ ସୂତ ॥
ଆମ୍ଭର ମନ ହେଲେ ହରି ।ନିଶ୍ଚେ ମରିବୁ ଗୋପ ନାରୀ ॥
କହ ରଙ୍ଗଣୀ ସତ୍ୟ ବାଣୀ ।କେଣେ ଅଛନ୍ତି ବେନୁପାଣି ॥
ପୁଣି ବୋଲନ୍ତି ଚାହିଂ ଯୂଈ ।ତୁମ୍ଭେ କି ଦେଖିଲ ମାଧୋଇ ॥
ଶୁଣ ଗୋ ମରୁଆ ମାଳତୀ ।ଦେଖିବା ହେଲ ଗୋପୀ ପତି ॥
କରୁଣା ଦୟଣା ହୋ ଶୁଣ ।ୟେ ପଥେ ଗଲେ ନାରାୟେଣ ॥
ଶୁଣ କଦମ୍ବ ଆମ୍ବ ବାଣୀ ।ୟେ ପଥେ ଗଲେ ବେନୁପାଣି ॥
ସୁରଭି ହୋଉଛି ପ୍ରକାଶ ।ତୁମ୍ଭ ଦେଖିଲା ପୀତବାସ ॥
ୟେମନ୍ତେ ରାଧା ଗୋପୀ ମେଳେ ।ବନେ ହେରନ୍ତି ରାତ୍ରକାଳେ ॥
ନ ପାଇ ଶ୍ରୀକୃଷ୍ଣ ସନ୍ଦେଶ ।ମିଳିଲେ କଦମ୍ବର ପାଶ ॥
ବସିଣ କରନ୍ତି ବିଚାର ।ରାଧା ବାଉଳି ବାରଂବାର ॥
ଶୁଣ ବିଶାଖା ମୋର ବାଣୀ ।ଯାହାକୁ ନେଲେ ବେଣୁପାଣି ॥
ପୁଣ୍ୟ ତାହାର ୟେଡ଼େ ଦେଖ ।ଆମ୍ଭେ ଗୋ ହୋଇଲୁ ନିରେଖ ॥
ୟେକାନ୍ତେ ରମିଲା ମାଧବ ।ଭଲା ଗୋ କରିଥିଲା ଠାବ ॥
କପଟ ଭାବ ତାର ଥିଲା ।ଭରସା ୟେମନ୍ତ ହୋଇଲା ॥
ରାଧିକା ୟେସନେକ କହି ।ଲଳିତା ଆଗଭର ହୋଇ ॥
ବୋଲନ୍ତି ଗୋପୀଗଣେ ଶୁଣ ।ଚାଲ ଖୋଜିବା ବନେ ପୁଣ ॥
ୟେମନ୍ତ ବିଚାର ସେ କଲେ ।ଚାରି ଦିଗକୁ ଖୋଜି ଗଲେ ॥
ବିଶାଖା ମୂଳେ ଯେତେ ଥିଲେ ।ଉତ୍ତର ଭାଗେ ସେ ଖୋଜିଲେ ॥
ଭଦ୍ରା ମୂଳରେ ଯେତେ ଗୋପୀ ।ଦକ୍ଷିଣ ଦିଗକୁ ନିରୋପି ॥
ପୂର୍ବେଣ ଚିତ୍ରା ସଖି ମେଳେ ।ଗହନେ ଶ୍ରୀକୃଷ୍ଣ ଖୋଜିଲେ ॥
ରାଧିକା ଲଳିତାକୁ ଘେନି ।ଯେତେକ ଥିଲେ ସେ ଗୋପିନୀ ॥
ଖୋଜିଲେ ବନେ ଭଗବାନ ।କହନ୍ତି ଶୂକ ମାହାଜନ ॥
ଶୁଣଇଂ ରାଜା ପରୀକ୍ଷିତ ।କୃଷ୍ଣ ଚରଣେ ଦେଇ ଚିତ୍ତ ॥
ଦୀନ ଅଚ୍ୟୁତି ହୋଇ ତୋଷ ।ବୋଲଇ ଶୁଣ ରାମ ଦାସ ॥
କୃଷ୍ଣ ନ ପାଇ ଗୋପୀଗଣ ।ହେରନ୍ତି ଦିଗେ ଦିଗେ ପୁଣ ॥
ମେ ହୋର ମନ ଗୋଡ଼ାଇଲା ।ସର୍ବ ସଖିଙ୍କ ପଛେ ଥିଲେ ॥
ବାହୁଡ଼ି ହୋଇଲା ବିରସ ।ନ ପାଇ ଶ୍ରୀକୃଷ୍ଣ ସନ୍ଦେଶ ॥
ଶୁଣ ହୋ ଗୋପାଳ ନନ୍ଦନ ।ଗୋପୀ ଖୋଜନ୍ତି ନନ୍ଦନାନ ॥
ଗୋବିନ୍ଦ ପାଦେ ଦେଇ ଚିତ୍ତ ।କହିଲା ଦୀନ ଯେ ଅଚ୍ୟୁତ ॥
ଇତିଶ୍ରୀ ରାହାସ ପ୍ରେମ ପଞ୍ଚାମୃତେ ଶ୍ରୀକୃଷ୍ଣ ଅନ୍ତର୍ଧାନେସଖିଗଣ ଦିଗନିରୂପେଣ ନାମଦ୍ୱିତୀୟୋଽଧ୍ୟାୟ ।॥ ତୃତୀୟ ଅଧ୍ୟାୟ ॥
କହନ୍ତି ଶୁକ ମାହାଯତି ।ଶୁଣ ହୋ ପରୀକ୍ଷ ନୃପତି ॥
ଦୀନ ଅଚ୍ୟୁତି ବୋଲେ ରାମ ।ଶୁଣ ତୁ ହୋଇ ସାବଧାନ ॥
ଗୋପୀୟେ ବନେ ବନେ ପଶି ।ଖୋଜନ୍ତି ପ୍ରଭୁ ବ୍ରହ୍ମରାଶି ॥
ଦକ୍ଷିଣ ଭାଗ ବନେ ଗଲେ ।ଅନେକ ଗହନେ ଖୋଜିଲେ ॥
କୃଷ୍ଣ ନ ପାଇ ବାହୁଡ଼ିଲେ ।ପୂରୁବେ କୃଷ୍ଣ ନ ପାଇଲେ ॥
ନ ଲଭି ଶ୍ରୀକୃଷ୍ଣ ସନ୍ଦେଶ ।ବାହୁଡ଼ି ହୋଇଲେ ନିରାଶ ॥
ଉତ୍ତରେ ଯେତେ ଗୋପୀ ଗଲେ ।ଘୋର ଗହନେ ଖୋଜି ହେଲେ ॥
ନ ପାଇ ହୋଇଲେ ନିରାଶ ।ମିଳିଲେ କଦମ୍ବର ପାଶ ॥
ପଛିମେ ରାଧା ଖୋଜି ହେଲେ ।କୃଷ୍ଣ ନ ପାଇ ବାହୁଡ଼ିଲେ ॥
ସର୍ବେ ମିଳିଲେ ପୁଣି ଆସି ।ଗୋପିକା ଯେତେ ବ୍ରହ୍ମ ଅଂଶୀ ॥
ସକଳ ହୋଇଣ ଭାଜିଲେ ।ପୁଣି ଉଠିଲେ ୟେକାବେଳେ ॥
କିଛି ହିଂ ଦୂର ଗଲେ ପୁଣି ।ଖୋଜନ୍ତି ତହିଂ ଗୋପାଲୁଣୀ ॥
ୟେକ ଗୋପୀୟେ ଖୋଜୁଥିଲା ।ଚନ୍ଦ୍ରରେଖାକୁ ସେ ବୋଇଲା ॥
ବିଶାଖା କର ଧରି କହି ।ଦେଖ ଗୋ ପାଦ ଚିହ୍ନ ୟେହି ॥
ଚରଣ ଉପରେ ଚରଣ ।ପଡ଼ିଛି ଅଷ୍ଟାଦଶ ଚିହ୍ନ ॥
ଶୁଣିଣ ରାଧିକା ଧାଇଂଲେ ।ଚରଣ ଚିହ୍ନ ନିରେଖିଲେ ॥
ଚିହ୍ନିଲେ କୃଷ୍ଣ ଚିହ୍ନ ୟେହି ।ମୋହେ ପଡ଼ିଲେ ସର୍ବ ଗୋଈ ॥
ୟେବେ ପାଇବା ନରହରି ।ଲଳିତା କର କରେ ଧରି ॥
ପାଦକୁ ଚାହିଂଣ ରାଧିକା ।ପ୍ରଣମ୍ୟ କଲେ ସେ ନାୟେକା ॥
ବହନେ ପାଦ ଚିହ୍ନ ଖୋଜି ।ରାଧା ବୋଲନ୍ତି ମନେ ହେଜି ॥
ୟେବ ପାଇବା ଦାମୋଦର ।ସକଳେ ଚାଲନ୍ତି ସଧୀର ॥
ୟେମନ୍ତେ କିଛୁ ଦୂର ଗଲେ ।ମାଳ ଗୋଟାଏ ଯେ ଦେଖିଲେ ॥
ରାଧିକା ବୋଲନ୍ତି ଗୋ ସହୀ ।ଯାହାକୁ ନେଲେ ଭାବଗ୍ରାହୀ ॥
ୟେ ମାଳ ଥିଲା ତାର ଶିରେ ।ଖସି ପଡ଼ିଲା ଅବନୀରେ ॥
ଗୋପ୍ୟାନେ ଭୟେ ପଳାଇଲେ ।ଗୋଡ଼ାଇ ଧରିବା ଗୋ ଭଲେ ॥
ୟେମନ୍ତେ କିଛୁ ଦୂର ଗଲେ ।ମାଳ ଗୋଟାଏ ଯେ ଦେଖିଲେ ॥
ରାଧିକା ବୋଲନ୍ତି ଗୋ ସହୀ ।ଯାହାକୁ ନେଲେ ଭାବଗ୍ରାହୀ ॥
ୟେ ମାଳ ଥିଲା ତାର ଶିରେ ।ଖସି ପଡ଼ିଲା ଅବନୀରେ ॥
ଗୋପ୍ୟାନେ ଭୟେ ପଳାଇଲେ ।ଗୋଡ଼ାଇ ଧରିବା ଗୋ ଭଲେ ॥
ୟେମନ୍ତ କହୁ କହୁ ଗଲେ ।କିଛୁ ବେଳକେ ସେ ଦେଖିଲେ ॥
ବନ ମଧ୍ୟରେ ଶୋକ ପୂରି ।ରୋଦନ କରେ ୟେକ ନାରୀ ॥
ଶୁଣି ଧାଇଂଲେ ଗୋପନାରୀ ।ଡାକନ୍ତି ରାଧା ନାମ ଧରି ॥
ଆସ ବହନ ଗୋ ରାଧିକା ।ନିଶ୍ଚେଂ ଦଇବେ ହେଲା ଦେଖା ॥
ଶୁଣିଣ ରାଧା ଚଳେ ବେଗେ ।ପ୍ରବେଶ ହେଲା ସେହିଲାଗେ ॥
ଚିହ୍ନିଲେ ବୃନ୍ଦା ବସିଅଛି ।କାରୁଣ୍ୟ ଜଳରେ ପୂରୁଛି ॥
ରାଧା ହୋଇଲେ ମନେ ତୋଷ ।ବସିଲେ ବୃନ୍ଦାର ପାରୁଶ ॥
ବିଶାଖା ଚିତ୍ରା ଭଦ୍ରା ଶଶୀ ।ଲଳିତା ରାଧା ବାମେ ବସି ॥
ବେଢ଼ି ବସିଲେ ଗୋପବାଳୀ ।ତୋଳି ଧଇଲେ ରାଧା ଗୋରୀ ॥
ମୁଖ ପୋଛିଣ ଝିନ ବାସେ ।ବସାଇ କହନ୍ତି ଆଶ୍ୱାସେ ॥
ବୋଲନ୍ତି ଶୁଣ ପ୍ରାଣସହୀ ।କେଣେ ସେ ଗଲେ ଗୋ ମାଧୋଇ ॥
ଶୁଣିଣ ବୃନ୍ଦା କୋଧ କରେ ।କ୍ରୋଧେଣ ଉତ୍ତର ନ ଫୁରେ ॥
ୟେମନ୍ତେ ଶୁଣ ହୋ ରାଜନ ।ବୃନ୍ଦାକୁ ନେଲେ ଭଗବାନ ॥
ଗୋପୀଙ୍କ ସଙ୍ଗ ଛାଡ଼ିଗଲେ ।ୟେକାନ୍ତେ ଗହନେ ପଶିଲେ ॥
କିଛି ଦୂରରେ ଚାରକେଶୀ ।ବୃନ୍ଦା ବିଚାରେ ମନେ ହସି ॥
ମୋହୋରେ ବଶ୍ୟ ଭଗବାନ ।ମୁହିଂ ହରିଲି କୃଷ୍ଣ ମନ ॥
ମୋ ତହୁଂ ନାହିଂ ଭାଗ୍ୟବନ୍ତ ।ୟେକାନ୍ତେ ରମିବି ଅଚ୍ୟୁତ ॥
ମୋହୋରେ କୃଷ୍ଣ ବଶ୍ୟ ହେଲେ ।ତେଣୁ ସେ ମୋତେଇଂ ଆଣିଲେ ॥
ୟେମନ୍ତ ବୃନ୍ଦା ବିଚାରଇଂ ।ଜାଣିଲେ ଆପେ ଭାବଗ୍ରାହୀ ॥
ଗର୍ବ ବହିଲା ୟେହି ପୁଣ ।ବୁଝିବା ୟେହାର ସେ ମନ ॥
ୟେମନ୍ତ ମନେ ବିଚାରିଲେ ।ମାୟା ସେ ରଚନା କରିଲେ ॥
ବୃନ୍ଦା ବୋଲଇ ୟେ ବଚନ ।ଶୁଣ ହୋ ଶ୍ରୀମଧୁସୂଦନ ॥
ୟେ ଯେ ପୟର ବୁଡ଼ା ବାଲି ।ୟେଥି ମୁଂ ନ ପାରଇଂ ଚାଲି ॥
ୟେବେ ଅଛଇଂ ମୋରେ ମନ ।କନ୍ଧରେ ନିଅ ଭଗବାନ ॥
ଏମନ୍ତ ବୃନ୍ଦା ଯହୁଂ କହି ।ବସିଲେ ପ୍ରଭୁ ଭାବଗ୍ରାହୀ ॥
ବୃନ୍ଦା ବସିଲା ହସି କନ୍ଧେ ।ହସି ଉଠିଲେ ଆଦିକନ୍ଦେ ॥
କେତେହେଂ ଦୂର କୃଷ୍ଣ ଯାଇ ।ବୃନ୍ଦା ଯେ ଶିର ଧରିଛଇ ॥
ବିଚାର କଲେ ମନେ ମନ ।ଅନ୍ତର ହେଲେ ଭଗବାନ ॥
ଶୂନ୍ୟରେ ମିଶିଗଲେ ହରି ।ଶୂନ୍ୟ ପଡ଼ିଲା ଗୋପ ନାରୀ ॥
ଉଠି ଲୋଡ଼ଇ ନନ୍ଦନାନ ।ମୋହେ ହୋଇଲା ହତଗ୍ୟାନ ॥
ଚେତା ପାଇଣ ଉଠି ବସି ।ଡାକଇ ଆସ ବ୍ରହ୍ମରାଶି ॥
ନକଲି ମୁହିଂ କିଛି ଦୋଷ ।ନ କର ମୋହୋରେ ନିରାଶ ॥
ନିରେଖ କରି ମୋତେ ଗଲୁ ।ଗୋପୀଙ୍କ ସଙ୍ଗ ଛଡ଼ାଇଲୁ ॥
ନିଶ୍ଚେ ହୋଇଲି ୟେବେ ନାଶ ।ବାରେକ ରଖ ପୀତବାସ ॥
ଗୋପୀୟେ କି ବୋଲିବେ ମୋତେ ।ଧିକ ତୋହରେ ଜଗନ୍ନାଥେ ॥
ରାଧିକା ମୁଖ ମୁଂ ଚାହିଂବି ।କେମନ୍ତେ ଜୀବନ ରଖିବି ॥
ଗୋପୀଏ ମୋତେ ଯେ ହସିବେ ।କେମନ୍ତେ ପାଖେ ମୋ ବସିବେ ॥
କେମନ୍ତେ ଚାହିଂବି ସେ ମୁଖ ।କି ଦୁଃଖ ଦେଲେ ପଦ୍ମମୁଖ ॥
କେଣେ ଗୋପ୍ୟାନ ହେଲ ହରି ।ଆସ ହୋ ବହନ ମୁରାରି ॥
ୟେମନ୍ତ ବୃନ୍ଦାର ବିଳାପ ।ଶ୍ରୀକୃଷ୍ଣ ଛନ୍ତି ତା ସମୀପ ॥
ନିକଟେ ଛନ୍ତି କୃଷ୍ଣ ବସି ।ଶୁଣ ହୋ ରାଜା କୁରୁବଂଶୀ ॥
ୟେମନ୍ତେ କରନ୍ତେ କାରୁଣ୍ୟ ।ପାଶେ ମିଳିଲେ ଗୋପୀଜନ ॥
ସଷ୍ଟାମ କରି ପୂଚ୍ଛା କଲେ ।ରାଧିକା ସଖିଗଣ ତୁଲେ ॥
ବୃନ୍ଦା ହୋଅନ୍ତେ ଅତି କୋଧ ।ରାଧା କରନ୍ତି ତହିଂ ବୋଧ ॥
ଥୋକାଏ ଥାଇ ଗୋପନାରୀ ।ରହସେ ହସନ୍ତ ଉଭାରି ॥
ବୋଲନ୍ତି ବୃନ୍ଦା ଲୋଭ କରୁ ।ତହିଂର ଫଳ ତୁ ପାଇଲୁ ॥
ଦଇବ ଦଣ୍ଡରେ ପଡ଼ିଲୁ ।ଆମ୍ଭଙ୍କୁ ଶୋକ ଯେତେ ଦେଲୁ ॥
ଆମ୍ଭଙ୍କୁ କଲୁ ଯେ ଅନ୍ତର ।ଚୋରାଇ ନେଲୁ ବେଣୁଧର ॥
ଆମ୍ଭ ବିଶ୍ୱାସ ଧର୍ମ ରାଶି ।ତୋତେ ଦଣ୍ଡିଲା ଚାରୁକେଶୀ ॥
ଯେଣୁ ତୁ କଲୁ ଅବିଶ୍ୱାସ ।ସେ ଫଳ ପଳିଲା ଅବଶ୍ୟ ॥
ଶ୍ରୀକୃଷ୍ଣ ସଂଗେ କ୍ରିଡ଼ା କଲୁ ।ରତିର ସୁଖ ତୁ ଲଭିଲୁ ॥
କୃଷ୍ଣ ମୋହିଲା ତୋର ମନ ।ଦେଖ ଗୋ ଲାଗିଛି ଚନ୍ଦନ ॥
ଅଳକା ବଳି ଫିଟି ଅଛି ।ଅଧରେ ତାମ୍ବୋଳ ଲାଗିଛି ॥
ଉରଜ ପରେ ଦେଖ ଚିହ୍ନ ।ଫିଟିଛି ନିବି ବନ୍ଧମାନ ॥
ଧନ୍ୟ ତୁମର ଆଜ ପୁନ୍ୟ ।ରସିଲୁ ସୁଖେ ନନ୍ଦ ନାନ ॥
ୟେମନ୍ତେ ଗୋପୀ ଗଣେ ଚାଲି ।କହନ୍ତି ଦେଇ କରତାଳି ॥
ବୃନ୍ଦା ପାଇଲା ମନେ ରଙ୍ଗ ।ବିକଳେ ହୋଇଲା ଆତଙ୍ଗ ॥
ଏକେ ବିଷାଦେ ଥିଲା ବସି ।ଗୋପୀ ଚାହିଂଲେ ତାରେ ହସି ॥
ଲଜ୍ୟା ସିନ୍ଧୁରେ ପଡ଼ି କାନ୍ଦି ।ଆତ୍ମାର ଗୁଣ ଆପେ ନିନ୍ଦି ॥
ବିକଳେ ବୃନ୍ଦା ଯେ ରୋଦିଲା ।କଂକଣ ଶିରେଣ ତାଡ଼ିଲା ॥
ରାଧିକା ଧାଇଂ ବେଗେ ତୋଳି ।ବୋଲନ୍ତି ଶୁଣ ଗୋପବାଳି ॥
ତୁମ୍ଭେ ନ କର ମନେ ରୋଷ ।ସେ କୃଷ୍ଣ ବଡ଼ଇ ନିରାଶ ॥
ବୃନ୍ଦା ଗୋ ନଜର ତୁ ଛଳ ।ଗୋପୀ ହୋଇଣ ଛନ୍ତି ମେଳ ॥
ୟେ ଗୋପୀ ଯୁବା ଯେ ବୟେସୀ ।ଦୁଜେ ଅଟନ୍ତି ୟେ ଷୋଡ଼ଶୀ ॥
ତେଣୁ କହନ୍ତି କଥା ହସି ।ଛଳ ନ କର ଶୁଭ୍ରକେଶୀ ॥
ୟେମନ୍ତ ରାଧିକା ଯେ କହି ।ବୃନ୍ଦାକୁ ସଚେତ କରାଇ ॥
ବଚନେ ବୋଧିଲା ତା ମନ ।ବୃନ୍ଦା ହୋଇଲା ତୋଷମନ ॥
କହିଲା ସକଳ ବୃତ୍ତାନ୍ତ ।ପକାଇ ଗଲେ ଯେ ଅନନ୍ତ ॥
ଶୁଣିଣ ରାଧିକା କହଇ ।ଶୁଣିମା ହୁଅ ପ୍ରାଣସହୀ ॥
କୃଷ୍ଣଙ୍କୁ ନ କର ଗୋ ରୋଷ ।କୃଷ୍ଣର କିଛି ନାହିଂ ଦୋଷ ॥
ଗୋପ ରାଜାର ସେ କୁମର ।ସେ କି ଜାଣନ୍ତି ବହିବାର ॥
ଦେଖ ଗୋ ଲଳିତା ବିଶାଖା ।ଶୁଣ ଗୋ ସଖି ଚିତ୍ରରେଖା ॥
ୟେକେ ୟେ ଅଟଇ ଷୋଡ଼ଶୀ ।କୁଟିଳ କେଶ ଅଛି ଖୋସି ॥
ନାନାଦି ଅଳଙ୍କାରେ ଦେହି ।ସୁଷମେ ମଣ୍ଡିଣ ଅଛଇ ॥
ଚଉଦ ହାଥ ନୀଳାମ୍ବର ।ସର୍ବ ହୋଇଛି ପରିହାର ॥
ବାଳେକ ପୁଅ ସିନା ସେହି ।ସେ କି ଜାଣନ୍ତା ଭାର ବହି ॥
ରାଜା କୁମର ସୁକୁମାର ।ସେ କି ଜାଣନ୍ତା ବହିବାର ॥
ଡରେ ଗୋ ପଳାଉଂଣ ଥିଲା ।ପୁଣି ହିଂ ଭାରେକ ବହିଲା ॥
ଲାଗିଣ ଥିବ ଯେଣୁ ଭାର ।ଓହ୍ଳାଇ ପାତିଲା ଭୂମିର ॥
ତୁମ୍ଭର ଯେଣୁ ହେଲା ରୋଷ ।ତେଣୁ ଲୁଚିଲା ପୀତବାସ ॥
କିଛୁ ତୁ ନ କର ଝିଙ୍ଗାସ ।ୟେଥିରେ ନାହିଂ କିଛି ଦୋଷ ॥
ଶୁଣ ସକଳ ଗୋପବାଳୀ ।ବାନ୍ଧି ଆଣିମି ବନମାଳୀ ॥
ଚରଣେ ତୋର ପକାଇବି ।ତୋର କହିଲେ ଛାଡ଼ିଦେବି ॥
ୟେ ୟେକ ଅଟଇ ପ୍ରମାଣ ।ଶୁଣ ସକଳ ସଖିଗଣ ॥
ମୁହିଂ ଯେ ବୃଷଭାନୁ ଜେମା ।ଦେଖ ଗୋ ମୋହୋର ମହିମା ॥
ରାଧିକା ୟେମନ୍ତ ଯେ କହି ।ବୃନ୍ଦାକୁ ସନ୍ତୋଷ କରାଇ ॥
ବୃନ୍ଦାର କର ଧରି ଧୀରେ ।ପ୍ରବେଶ ହେଲେ ନଦୀ ତୀରେ ॥
ମୁଖ ପଖାଳି ଗୋପବାଳୀ ।ଗହନ ବାଲିକୁଦେ ମିଳି ॥
ବସିଣ କରନ୍ତି ବିଚାର ।ରାଧିକା ବୋଲନ୍ତି ଉତ୍ତର ॥
ଶୁଣ ସକଳ ମୋର ବାଣୀ ।କେତେ ଖୋଜିଲେ ବେନୁପାଣି ॥
ଯାହାର ନାହିଂ ଆଦି ଅନ୍ତ ।କାହିଂ ପାଇବା ତା ଉଦନ୍ତ ॥
ସହସ୍ର ଯୁଗେ ଯାହା ଖୋଜି ।ଯାର ନ ପାନ୍ତି ଠାବ ହେଜି ॥
ଆମ୍ଭେ ପାଇବା ତାହା କାହିଁ ।ଶୁଣ ସକଳ ଗୋପ ଗୋଇ ॥
ମୋହୋର ବୋଲ ତୁମ୍ଭେ କର ।ବସିବା ୟେହି ଯେ ଠାବର ॥
ଆମ୍ଭର ମନ ଯେ ଖୋଜିବ ।ଶ୍ରୀକୃଷ୍ଣ ଠାବ ସେ ପାଇବ ॥
ନିଶ୍ଚୟେ ଆସିବେ ସେ ହରି ।ୟେକଥା ଥାଅ ତତ୍ୱ କରି ॥
ୟେମନ୍ତ କହିଂ ଠାକୁରାଣୀ ।ଅଞ୍ଚଳେ ଗଣ୍ଠି ଦେଲେ ଟାଣି ॥
ସର୍ବେ ବସିଲେ ବାଲିକୁଦ ।ଧ୍ୟାନ ଲଗାଇ ପଦ୍ମପାଦ ॥
ଶୁଣ ହୋ ରାଜା ପରୀକ୍ଷିତ ।ଉଚ୍ଛନ ହୋଇଲେ ଅନନ୍ତ ॥
ଦୀନ ଅଚ୍ୟୁତି ଦେଖେ ରହି ।ରାମଚନ୍ଦ୍ରର ଆଗେ କହି ॥
ଶୁଣଇଂ ଗୋପାଳର ସୁତ ।କହଇ ଯେ ଦୀନ ଅଚ୍ୟୁତ ॥
ଇତିଶ୍ରୀ ରାହାସ ପ୍ରେମପଞ୍ଚାମୃତେ ରାଧିକା ବୃନ୍ଦା ଭେଟ କଥନେ ନାମତୃତୀୟୋଽଧ୍ୟାୟ ।॥ ଚତୁର୍ଥ ଅଧ୍ୟାୟ ॥
ଶୁଣ ପରୀକ୍ଷ ନରମଣି ।କୃଷ୍ଣେ ନ ପାଇ ଗୋପାଳୁଣୀ ॥
ଯମୂନା ବାଲିକୁଦେ ବସି ।ବୃନ୍ଦାକୁ ଘେନି ଚାରୁକେଶି ॥
ରାଧିକା ବୋଲନ୍ତି ବୁଝାଇଂ ।ଶୁଣିମା ହୁଅ ସର୍ବ ଗୋଈ ॥
ଯାହାର ନାହିଂ ଆଦି ଅନ୍ତ ।କେ ବୋଲି ପାରେ ତାକୁ ଅନ୍ତ ॥
ବୋଲୁଣ ଥାନ୍ତି ମୁନିଜନ ।ସକଳ ଘଟେ ଭଗବାନ ॥
ବସଇ ଆତ୍ମା ରୂପ ଧରି ।କେହୁ ନ ପାରେ ଠାବ କରି ॥
ହେଲେ ବସଇଂ ସର୍ବ ଦେହେ ।ସକଳ ଶାସ୍ତ୍ର ୟେହା କହେ ॥
ଶୂନ୍ୟ ପୁରୁଷ ଭଗବାନ ।ସାଖ୍ୟାନ୍ତେ ହୋଇଛି ପ୍ରଛିନ ॥
ସେ ଯେବେ ସ୍ୱୟେଂ ଲୁଚାଇବ ।ତାହାର ଭେଟ କେ ପାଇବ ॥
ଭାବକୁ ନିକଟ ମୁରାରି ।ଭ୍ରମ ନ ଆଣ ଗୋପନାରୀ ॥
ମନକୁ ଚରଣେ ନିବେଶ ।ପାଇବା ନିଶ୍ଚେ ପୀତବାସ ॥
ୟେମନ୍ତ ରାଧିକା କହଇ ।ବୃନ୍ଦାକୁ ପାରୁଶେ ବସାଇ ॥
ସର୍ବେ କରିଣ ୟେକ ମନ ।କୃଷ୍ଣ ପାଦରେ କରି ଧ୍ୟାନ ॥
ଯମୂନା ବାଲିକୁଦେ ବସି ।ମନକୁ ଆତ୍ମାରେ ନିବେଶି ॥
ଶରତ ପୂର୍ଣ୍ଣ ଶଶି ଆଭା ।ଯମୂନା ବାଲିକୁଦେ ଶୋଭା ॥
କି ଅବା ଦେବା ପଟାନ୍ତର ।ସର୍ଗେ ଦେଖନ୍ତି ସୁରେଶ୍ୱର ॥
କିନ୍ନର ବିଦ୍ୟାଧର ଦେଖି ।ଆନନ୍ଦେ ହ୍ୱନ୍ତି ମାହାସୁଖୀ ॥
ୟେମନ୍ତେ ରାଧା ସଖି ଘେନି ।ମନେ ବିଚାରନ୍ତି ବେନୁପାଣି ॥
ରୟଣୀ ଦିଶେ ପରିମଳ ।ବିମଳ ଯମୂନାର ଜଳ ॥
ୟେକେ ଶରଦ କାଳ ନିଶି ।ସଂପୁର୍ଣ୍ଣ ପ୍ରକାଶିଛି ଶଶି ॥
ଦେଖିଣ ଗୋପୀଙ୍କ ଆତୁର ।ଦୟା ବହିଲେ ବେନୁଧର ॥
ଫୁଟି ବସିଲେ ଗୋପନାରୀ ।ଫାନ୍ଦେ ପଡ଼ିଲେ ନରହରି ॥
ଜାଣି ଗୋପୀଙ୍କ ତତ୍ୱମନ ।ଶ୍ରୀକୃଷ୍ଣ ହୋଇଲେ ଉଚ୍ଛନ୍ନ ॥
ପ୍ରେମ ରଜୁରେ ବନ୍ଦୀ ହେଲେ ।ନିଜ ଶ୍ୱରୀର ଦେଖାଇଲେ ॥
ପ୍ରେମ ଆନନ୍ଦେ ନନ୍ଦସୁତ ।ଟେକି ପ୍ରସାରି ବେନି ହାଥ ॥
ମୋହନ ବଂଶୀ କରେ ଧରି ।ବୋଲନ୍ତି ଆସ ଗୋପନାରୀ ॥
ଶୁଣିଲେ ଯହୁଂ କୃଷ୍ଣ ବାଣୀ ।ଉଠି ଧାଇଂଲେ ଗୋପାଳୁଣୀ ॥
ବେଢ଼ିଲେ ଶତେପୁର ହୋଇ ।ଆତି ଆନନ୍ଦ ସର୍ବ ଗୋଈ ॥
ବୋଇଲେ ଚାହିଂ ଭଗବାନ ।ଉଧରି ଧର ୟେହୁ ପ୍ରାଣ ॥
ଆତୁରେ କେହୁ ଭୁଜ ଧରି ।ଚାହାଇଂ ଅଧର କାମୋଡ଼ି ॥
କାହିଂ ବା ଯିବୁ ଆଜ ତୁହି ।କି ଛନ୍ଦୁଆଳ ତୁ ମାଧୋଇ ॥
କେହୁ ଆଙ୍ଗୁଳି ଧରି ଖରେ ।କେହୁ ଅଞ୍ଚଳ ଦୃଢ଼େ କରେ ॥
ୟେମନ୍ତେ ସକଳ ତରୁଣୀ ।ବେଢ଼ି ଧରିଲେ ବେନୁପାଣି ॥
ବୋଲନ୍ତି ଶ୍ରୀମୁଖକୁ ଚାହିଂ ।ନିର୍ଦୟା ପାଷାଣର ଦେହି ॥
ମୁରଲୀ ବାଇ ଅଣାଇଲୁ ।ବନେ ଅନେକ ଦୁଖ ଦେଲୁ ॥
ତୋହୋର ପାଇଂ ଆମ୍ଭ ପ୍ରାଣ ।ଆଶା ତେଜିଲୁ ନାରାୟେଣ ॥
ତୁ ଭଲା କଲୁଂ ଉପଗାର ।ବୃନ୍ଦାକୁ କଲୁ ନାରଖାର ॥
ରାଧା କହନ୍ତି ହୋଇ ଟାଣ ।ଧନ୍ୟ ହୋ ଜଗତ ଜୀବନ ॥
ୟେଡ଼େ ନିର୍ଦୟା ତୋର ଦେହୀ ।ଆମ୍ଭନ୍ତ ନାଶିଲୁ ମାଧୋଇ ॥
ଶୁଣି ହସନ୍ତି ପୀତବାସ ।ବୋଇଲେ ଗୋପୀଜନ ବସ ॥
କହିବା ତୁମ୍ଭରି ଆଗେଣ ।ଦୋଷ ମୋହୋର ବାଛ ପୁଣ ॥
ବସିଲେ ଶୁଣି ସର୍ବ ବାଳୀ ।ମଧ୍ୟେଂ ବିଜୟେ ବନମାଳୀ ॥
ହସି କହନ୍ତି ବେନୁଧର ।ଶୁଣ ସବିହେଂ ମୋ ଉତ୍ତର ॥
ୟେ ବୃନ୍ଦାବନେ ସର୍ବେ ପଶି ।ଫୁଲ ତୋଳିଲ ଚାରୁକେଶୀ ॥
ମାଳା ଗୁନ୍ଥଇ କରି ଯତ୍ନେ ।ମୋତେ ଗୋ ଅର୍ପିଲ ଏକାନ୍ତେ ॥
ତୁମ୍ଭଙ୍କୁ ନୋହିଲା ୟା ଜଣା ।ମନରେ କଲି ମୁଂ ଚର୍କଣା ॥
ମୋହୋ ଦେଖିଲା ଥିଲା ଫୁଲ ।ଦେବାକୁ ନାହିଂ ତହିଂ ମୂଳ ॥
ଅନେକ ଫୁଲ ଫୁଟିଅଛି ।ଦେବଙ୍କୁ ଦେବା ଥିଲି ଇଚ୍ଛି ॥
ମନେ ପଡ଼ିଲା ତୁମ୍ଭ ଲାଗି ।ଶୁଣି ସକଳ ଅନୁରାଗୀ ॥
ୟେମନ୍ତ ବିଚାରିଲି ମୁହିଂ ।ଜାଣିଲେ ଯିବେ ସର୍ବ ଗୋଈ ॥
ଅତି ନିବିଡ଼ କଣ୍ଟା ବନ ।ଲାଗିଣ ଛିଡ଼ିବ ବସନ ॥
ୟେମନ୍ତ କଦର୍ଥନା ଭାଳି ।ୟେକାନ୍ତ ହୋଇ ମୁହିଂ ଚଳି ॥
ଜାଣିଲେ ତୁମ୍ଭେ ୟେକ ମେଳେ ।ରାମିବ ସବିହେଂ ଗହଳେ ॥
ଛିଡ଼ନ୍ତା ଲାଗିଣ ବସନ ।ତେଣୁ ମୁଂ ଗଲି ୟେକାନ୍ତଣେ ॥
ଯାଆନ୍ତେ ବୃନ୍ଦାକୁ ଭେଟିଲି ।ଡରଇଂ ବୋଲି ସଙ୍ଗେ ନେଲି ॥
ମୋହୋର ପଛେ ଯାଉଥିଲା ।ସେ ପୁଣ ଚାଲି ନ ପାରିଲା ॥
ନିଶି ହୋଇବ ବୋଲି ଶେଷ ।ତାକୁ ବହିଲି କନ୍ଧ ଦେଶ ॥
ଥୋକାୟେ ଦୁର ନେଲି ବହି ।ସେ ପୁଣ ବସି ବିଚାରଇଂ ॥
ମନେ ସେ କିଛି ବିଚାରିଲା ।ଅତୀଅ ଗରୁଆ ହୋଇଲା ॥
ତାକୁ ମୁଂ ନ ପାରିଲି ବହି ।ତଳକୁ ଆସିବା ଇଚ୍ଛଇ ॥
ଓହ୍ଳାଉ ଓହ୍ଳାଉଂ ପଡ଼ିଲା ।ଭୂମିରେ ଓଷ୍ଠ ତା ଛିଡ଼ିଲା ॥
ପଡ଼ିଣ କଲା ମହାରୋଷ ।ତେଣୁ ତେଜିଲି ତାହା ପାଶ ॥
ମାରଇଂ ବୋଲି ମୁଂ ଲୁଚିଲି ।ଫୁଲ ବନରେ ଯାଇଥିଲି ॥
ଦେଖ ଆଣିଛି ନାନା ସଜ ।ହସି ବୋଲନ୍ତି ଦେବରାଜ ॥
ଫୁଲର ସଜ ଦେଖାଇଲେ ।ଦେଖି ସବୈହେଂ ତୋଷ ଗଲେ ॥
କୃଷ୍ଣ ବୋଲନ୍ତି ଏବେ ଶୁଣ ।କହିବା ତୁମ୍ଭର ଆଗେଣ ॥
ବୃନ୍ଦା ବହିଲା ବହୁ ରୋଷ ।କହି ଫେଡ଼ାଅ ମୋହ ଦୋଷ ॥
ରାଧିକା ମୁଖ କୃଷ୍ଣ ଚାହିଂ ।ବୋଲନ୍ତି ଆରେ ପ୍ରାଣସହି ॥
ପଣନ୍ତେ ଏବେ ବାନ୍ଧିନିଅ ।ଚରଣ ତଳେଣ ପକାଅ ॥
ତାହାର ଦୟା ହେଲେ ସହୀ ।ଫେଡ଼ାଇ ରଖିବ ଗୋ ସେହି ॥
ୟେମନ୍ତ ବୋଲି ନନ୍ଦନାନ ।ଇଚ୍ଛାୟେ ହୋଇଲେ ବନ୍ଧନ ॥
ରାଧିକା ମୃଦୁ ମନ୍ଦେ ହସି ।ପଣନ୍ତେ ବାନ୍ଧି ବ୍ରହଂରାଶି ॥
ସକଳେ ଦେଇ ହୁଳହୁଳି ।ବନ୍ଧନ କଲେ ବନମାଳୀ ॥
ବୃନ୍ଦା ସମୀପେ ଘେନିଯାଇ ।ଚରଣ ତଳେଣ ପକାଇ ॥
କାରୁଣ୍ୟେ ବୃନ୍ଦା ଅଛି ବସି ।ଭୂମି ଚିରଇ କୃଷ୍ଣକେଶୀ ॥
ରାଧା ବୋଲନ୍ତି ବୃନ୍ଦା ଦେଖ ।ବାନ୍ଧି ଆଣିଲୁଂ ପଦ୍ମମୁଖ ॥
ଦେଖ ଚରଣେ ପଡ଼ିଅଛି ।ଦୟା କର ଗୋ ନିରିମାଖି ॥
ଶୁଣିଣ ବୃନ୍ଦା ଚାହିଂ ଦେଲା ।ସତେ ହେଂ ବନ୍ଧନେ ଦେଖିଲା ॥
ତୁରିତେ ସେହୁ ଗଲା ଧାଇଂ ।ବନ୍ଧନ ଦେଲାକ ଫିଟାଇ ॥
କୋପେଣ ବୋଲେ ଶୁଣ ସଖି ।ସତେ ବାନ୍ଧିଲ ପଦ୍ମଆଖି ॥
ଦେହ ଗୋ ସହିଲା କେମନ୍ତେ ।ବାନ୍ଧିଲ ତୁମ୍ଭେ ଏହିମତେ ॥
ମୋ ଛାର ନିଲକ୍ଷଣୀ ପାଇଂ ।ବନ୍ଧନ ହେଲ ଯଦୁସାଇଂ ॥
କୃଷ୍ଣଙ୍କୁ ଆଉଂସଇଂ ଧରି ।ଦେଖି ତ୍ରିପତି ନରହରି ॥
ରାଧିକା ଦେଖିଣ ସନ୍ତୋଷ ।ଫିଟିଲା ଦୁଖ ବନ୍ଧ ପାଶ ॥
ଗଗନେ ଚନ୍ଦ୍ରମାର ହସ ।ତହୁଂ ବଢ଼ିଲା ଗୋପୀ ହସ ॥
ମଧ୍ୟେ ବିଜୟେ ଭଗବାନ ।ଆଣି ଯେ ଥିଲେ ପୁଷ୍ୟମାନ ॥
ବାଣ୍ଟିଣ ଦେଲେ ୟେକେ ୟେକ ।ଶୂନ୍ୟେ ଦେଖନ୍ତି ଦେବଲୋକ ॥
ରାଧିକା କର ପ୍ରେମେ ଧରି ।। ପୂଷ୍ୟ ମଣ୍ଡନ୍ତି ଦେବ ହରି ॥
ଗୋପୀ ବେଢ଼ିଲେ ଶତେ ପୁର ।ମଧ୍ୟେ ବିଜୟେ ବେନୁଧର ॥
ହରିଲେ ଗୋପିଙ୍କର ମନ ।ହୋଇଲେ ୟେକୁ ୟେକ ଜନ ॥
ଯାହାର ନାହିଂ ରୂପରେଖ ।ଗୋପୀଙ୍କି ଦେଲେ ଆତ୍ମାସୁଖ ॥
ତୋଷେ ରମିଲେ ପୀତବାସ ।ସର୍ଜିଲେ ସେ ମାହା ରାହାସ ॥
ମଧ୍ୟେ ନାଚନ୍ତି ବେନୁପାଣି ।ଶରଦ ପୂର୍ଣ୍ଣଇ କି ଜିଣି ॥
ଗୋପୀ ଗୋଟିକେ କୃଷ୍ଣ ୟେକ ।ରମିଲେ ଜଗତ ନାୟେକ ॥
ବେଳେହେଂ ରାହାସ ସରିଲା ।ଶ୍ରୀକୃଷ୍ଣ ମାୟା ଦୁର ଗଲା ॥
ଗୋପୀୟେ ଗଲେ ନିଜ ପୁର ।ପତିଙ୍କ ସେବିଲେ ପୟର ॥
ପାଶେ ଥିଲାକ ପ୍ରାୟେ ମଣି ।ଗୋପାଳେ ଦେଖନ୍ତି ତରୁଣୀ ॥
ନିଜ ମନ୍ଦିର ଗଲେ ହରି ।ପାହିଲା ସେ ମାହା ଶର୍ବରୀ ॥
ଦୀନ ଅଚ୍ୟୁତ ତହିଂ ଥିଲା ।ରାହାସ ସଂପୁର୍ଣ୍ଣେ ଦେଖିଲା ॥
ଥିଲା ସେ ଗୋପୀଜନ ପାଶ ।ନିଜ ମନ୍ଦିରେ ପରବେଶ ॥
ଶୁଣ ହୋ ରାମଚନ୍ଦ୍ର ଦାସ ।ୟେଥୁ ଉତ୍ତାରେ କଥା ଯିସ ॥
ରାଜନେ କହେ ତପୋବନ୍ତ ।ଶୁଣ ହୋ ନୃପ ପରୀକ୍ଷିତ ॥
ଶ୍ରୀକୃଷ୍ଣ ନିଜ ପୁରେ ଗଲେ ।ରାମଙ୍କ ପାରୁଶେ ଶୁତିଲେ ॥
ଶୁଭେ ପାହିଲା ମାହାନିଶି ।ନିଦ୍ରା ତେଜିଣ ସର୍ବେ ବସି ॥
କିଛି ନୋହିଲା ଆଚୁମ୍ବିତ ।ୟେମନ୍ତ ଶ୍ରୀକୃଷ୍ଣ ଚରିତ ॥
ଶୁଣିଲେ ସର୍ବ ପାପ ନାଶ ।ଅନ୍ତେ ପାଇବ ସ୍ୱର୍ଗ ବାସ ॥
ଶ୍ରୀକୃଷ୍ଣ ଭଗତ ହୋଇବ ।ଶତେ ଜନ୍ମର ଦୁଖ ଯିବ ॥
ଶୁଣ ହୋ ପରୀକ୍ଷ ରାଜନ ।କୃଷ୍ଣ ପାଦରେ ଥୁଅ ମନ ॥
ଅନ୍ତେ ତୋ ବଇକୁଣ୍ଠେ ବାସ ।ଶୁଣିଣ ରାଜା ହେଲା ତୋଷ ॥
ଚରଣେ କଲା ପ୍ରଣିପତ୍ୟ ।କଲ୍ୟାଣ କଲେ ତପୋବନ୍ତ ॥
ଶୁଣ ହୋ ଗୋପାଳ ତନଇ ।ଏ ରସେ ରସ ରାମ ତୁହି ॥
କହିଲେ ଯାହା ତପୋବନ୍ତ ।ଶୁଣିଲେ ରାଜା ପରୀକ୍ଷିତ ॥
ହୋ ରାମଚନ୍ଦ୍ର ମୋହୋ ଶିଷ୍ୟ ।ତୋହ କଳୁଷ ହେବ ନାଶ ॥
ଶୁଣରେ ଗୋପାଳ ତନୟୀ ।ଦୀନ ଅଚ୍ୟୁତ ୟେହା କହି ॥
ଇତିଶ୍ରୀ ରାହାସ ପ୍ରେମ ପଞ୍ଚାମୃତେ ଶୁକ ପରୀକ୍ଷିତସଂବାଦେ ଅଚ୍ୟୁତ ରାମଚନ୍ଦ୍ର କଥନେ ନାମ ଚତୁର୍ଥ ଅଧ୍ୟାୟଃ ।ରାହାସ ପ୍ରେମ ପଞ୍ଚାମୃତ ସଂପୁର୍ଣ୍ଣ । ଶ୍ରୀ ଜଗନ୍ନାଥ ଶରଣ ।ଅନନ୍ତ ରାସ