ପ୍ରଥମ ଅଧ୍ୟାୟ — ରାହାସ ଖଣ୍ଡ — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପି।୧୯।
ଏକ ଆସନେ ସ୍ୱୟେଂ ବିଜେ କରି
ବାମ ଜାନୁପରେ ବିଜେ କିଶୋରୀ ।
।୨୦।
ପଲକେ ପଲକେ ଅଛଇ ଜଡ଼ି
ଭୁଜେ ଭୁଜ ଛନ୍ଦି ପ୍ରେମରେ ଗଡ଼ି ।
।୨୧।
କୋଟି କୋଟି ଯୁଗ ନପାଇ ଲେଶ
ପଲକେ ଭଙ୍ଗ ନୋହେ କ୍ରୀଡ଼ାରସ ।
।୨୨।
କୋଟି କୋଟି ରୂପ ହୋଅଇ ଜାତ
ପାଶୁ ହୋଏ ଜୋତି ଗଗନେ ଥିତ ।
।୨୩।
ସେହିମତି ରୂପ ଜାତ ହୋଅଇ
ପଶଇ ମିଶଇ ଶେଷ ନୋହଇ ।
।୨୪।
ମହାନିତ୍ୟ ପରେ ଅନିତ୍ୟ ସ୍ଥାନ
ଶେଷ ଶିରପରେ ହୋୟେ ଗୋପ୍ୟାନ ।
।୨୫।
ପଞ୍ଚୁକୋଷ ଘେନି ରାହାସ ସ୍ଥଳୀ
ନିତ୍ୟ ଅନିତ୍ୟ ଗୋଲକ ମଣ୍ଡଳୀ ।
।୨୬।
ହେତୁ କରିଥାଅ ଗୋପ ନନ୍ଦନ
ହରି ଚରଣେ ଥୋଇଯାଅ ମନ ।
।୨୭।
ଅଠଗନଳା ସିଂହଦ୍ୱାର ଯାଏ
ନିତ୍ୟ ଗୋଲକ ଏଥି ମଧ୍ୟେ ରହେ ।
।୨୮।
ପାବଚ୍ଛଠାରୁ ଖମ୍ବଯାଏ ଘେନି
ମହାନିତ୍ୟ ଏଥି ମଧ୍ୟେ ମଣ୍ଡଣି ।
।୨୯।
ଖମ୍ବଠାରୁ ଚନ୍ନ ଅର୍ଗଳି ଯାଏ
ମହାନିତ୍ୟ ଏହି ମଧ୍ୟରେ ହୋୟେ ।
।୩୦।
ଅନିତ୍ୟ ଗୋଲୋକ ଏଥି ଉର୍ଦ୍ଧ୍ବରେ
ଉପାମାଦେବା ନାହିଂ ତିନି ପୁରେ ।
।୩୧।
ଅରଗଳି ଘେନି ଯେ ସିଂଘାସନ
ଅନିତ୍ୟ ଗୋଲୋକ ଅଟେ ଭୂବନ ।
।୩୨।
ସ୍ୱୟେଂ ବିଜେ ଯହିଂ ଅବ୍ରହ୍ମ ଜୋତି
ଅଖିଳ ଭୁବନ ଲୋକଙ୍କ ପତି ।
।୩୩।
ଶେଷ ସେ ମଣି ଘେନିକରି ବିଜେ
ଶଙ୍ଖ ଚକ୍ର ଗଦା ପଦ୍ମ ଶ୍ରୀଭୁଜେ ।
।୩୪।
ସଂସାର ଜନକୁ ଭଣ୍ଡିମା ପାଇଁ
ବିଜେ କରିଛନ୍ତି ରୂପ ଲୁଚାଇ ।
।୩୫।
କେଶରୀ ଅଂଶେ ଅଙ୍ଗ ଛନ୍ତି ଦେଇ
ନୟେନ ବଦନ ୟେହ୍ନେ ଦିଶଇ ।
।୩୬।
ଚତୁର୍ଧା ରୂପେ ଛନ୍ତି ବିଜେ କରି
ଚାରି ସୋରୂପ ଏକ ଅଙ୍ଗ ଧରି ।
।୩୭।
ଗୋପଲୀଳା ସୁଖ ତହିଂରୁ ଜାତ
ସେ ପାଦେ ଶରଣ ଦୀନ ଅଚ୍ୟୁତ ।
।୩୮।
ଇତିଶ୍ରୀ ମହାନିତ୍ୟରାସ ପ୍ରଥମ ଅଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
ମହାନିତ୍ୟ ବାସ ଅଟଇ ଦୂରନିତ୍ୟ ପରେ ମହାନିତ୍ୟ ଯେ ସାର ।।୧।ମହାନିତ୍ୟରୁ ସକଳ ଛରଇନିସ୍ୱତି ଦ୍ୱାରେ ନୀଳଗିରି ସେହି ।।୨।ମହାନିତ୍ୟ ପୁରେ ଲାଗିଛି ରାସଶେଷ ସପ୍ତଫଣୀ ପରେ ପ୍ରକାଶ ।।୩।ରାରି ପାଶେ ଚାରି ଦ୍ୱାର ହୋଇଛିଚତୁର ନାଗର ରସେ ମଜ୍ଜିଛି ।।୪।ମହାନିତ୍ୟରେ ନିତ୍ୟେଶ୍ୱରୀ ଅଙ୍ଗେନିତ୍ୟ ଲୀଳା ସୁଖ ଖେଡ଼ାର ସଙ୍ଗେ ।।୫।ଯୁବତୀ ଜନ ମଧ୍ୟେ ବିଜେ ହରିଲୀଳା ଖେଡ଼ା ରସେ ସେ ଖେଡ଼ା କରି ।।୬।ଲଳିତା ମୂଳେ ଆଠ ସଖି ଛନ୍ତିତା-ତା-ତ୍ରୀମିରେ ମଙ୍ଗଳ କରନ୍ତି ।।୭।ସପ୍ତ ସ୍ୱରରେ ମୁରଲୀ ବାଜଇମଧୁକର ନାଦ ଶବଦ ଦେଇ ।।୮।ଆରତ ରତି ରଙ୍ଗ ସୁଖ ରସକୋଟି ଯୁଗେ ବିନ୍ଦୁ ନୋହଂଇ ଶେଷ ।।୯।ସେ ଥଳ ମହିମା କହି ନ ସରେଲେଶ ନ ପାଇଲେ ଶେଷ ଶଙ୍କରେ ।।୧୦।ବ୍ରହ୍ମାଣ୍ଡ ଲୀଳା ସୁଖ ଯେତେ ଯେତେସେହି ଠାବରୁଂ ହୋୟେ ଆତଘାତେ ।।୧୧।ଏକ ଏକ ଅଙ୍ଗ ଇଚ୍ଛା ସୁଖରେପ୍ରକୃତି ପୁରୁଷ ଜାତ ସେଠାରେ ।।୧୨।କିଶୋରୀ ଅଙ୍ଗୁଂ ରାଧା ଜାତ ହୋଇକେଶରୀ ଅଙ୍ଗରୁ କୃଷ୍ଣ ଜନ୍ମଇଂ ।।୧୩।ମଞ୍ଚ ମଣ୍ଡଳେ ଯେ କରନ୍ତି ଲୀଳାରାଧା ଅଂଶେ ସଖି ସଙ୍ଗରେ ମେଳା ।।୧୪।ନିତ୍ୟଗୋଲକ ପ୍ରତି ଅଂଶ ଘେତିବୃନ୍ଦାବନ ନିତ୍ୟ ରାହାସ କ୍ଷିତି ।।୧୫।ସେହି ଠାବରୁ ହେଲେ ପରକାଶହର ଉଦ୍ୟାନ ୟେକାମ୍ବର ବାସ ।।୧୬।ସୋଅର୍ଣ୍ଣ କୁଟ ଘେନି ପଦ୍ମବନେମଞ୍ଚ ମଣ୍ଡଳେ ଲୀଳା ରଙ୍ଗ ସ୍ଥାନେ ।।୧୭।କହିଦେଲୁଂ ବାବୁ ତୋହୋ ଆଗରେବ୍ରହ୍ମାଣ୍ଡ ରସ ଲୀଳାର ସାଗରେ ।।୧୮।ମହାନିତ୍ୟରୁ ହେଲେ ପରକାଶଏହି ଠାବରେ ଲାଗିଲା ହୋ ରାସ ।।୧୯।ଯୁଗକୁ ଯୁଗ ଏହି ମତି ହୋଏବ୍ରହ୍ମାଣ୍ଡ ଲୀଳା ଶ୍ରୀକୃଷ୍ଣ କରାଏ ।।୨୦।ମଥୁରା ଅଯୁଧ୍ୟା ଦ୍ୱାରକା କାଶୀବୃନ୍ଦାବନ ଘେନି ଯେ ବାରଣାସି ।।୨୧।ବ୍ରହ୍ମାଣ୍ଡ ଲୀଳା ଏଠାବେ ହୋଅଇଗୁପତ ପଞ୍ଚମ ଜନ୍ମ ଅଟଇ ।।୨୨।କହିଦେବା ତୋତେ ବରଜ ସ୍ଥତପ୍ରକାଶ ହୋଇଲେ ଗୋଲକ ନିତ୍ୟ ।।୨୩।ଯମୂନା ତୀରେ ବୃନ୍ଦାବନ ଶୋହିଗୋପଲୀଳା ସୁଖ ସେଠାବେ ହୋଇ ।।୨୪।ଉଦାନ ପବନ କୈଲାସ ଥାନପରା ଦ୍ୱୀପରେ ୟେକାମ୍ବର ବନ ।।୨୫।ସୋଅର୍ଣ୍ଣ କୂଟ ଖଣ୍ଡଗିରି କହିଲେମ୍ବାଳେ ପଦ୍ମବନ ଯେ ଅଟଇ ।।୨୬।କହିଦେଲୁଂ ବାବୁ ଶୂନ୍ୟ ବଚନଶୂନ୍ୟରୁ ସବୁ ୟେହେର୍ଣ୍ଣେ ଜନମ ।।୨୭।ଶେଷ ଶିରେ ଏହୁ ଅଛନ୍ତି ରହିସୁଖେ ଖେଡ଼ାକରେ ବାଳ ମାଧୋଇ ।।୨୮।ଯେତେ ଲୀଳା ଥାନ ମାନ ଅଛଇକୋଟି ଯୁଗ ଗଲେ ପ୍ରଳେ ନୁହଇ ।।୨୯।ଏ ପଦ୍ମବନ ଗୋଲକ ପ୍ରକାଶବଟ ପିପୁଳି ବେଢ଼ି ଚଉପାଶ ।।୩୦।କଳ୍ପ ବଟମୂଳେ ଗୋଲକ ରାସବଟମାନେ ତେଣୁ ହେଲେ ପ୍ରକାଶ ।।୩୧।କଦମ୍ବ ମୂଳେ ନିତ୍ୟ ରାସ ଯେଣୁମହାପିପୁଳି ଜାତ ହେଲେ ତେଣୁ ।।୩୨।ମହାନିତ୍ୟ ଏହୁ ପିପଳ ମୂଳେଗୋଲକ ନିତ୍ୟରାସ ବଟ ତଳେ ।।୩୩।ୟେମନ୍ତ ଲୀଳା ଗୁପତ ଗହନଗୋପ୍ୟାନେ ଅଛି ହୋ ଗୋପ ନନ୍ଦନ ।।୩୪।ନିତ୍ୟ ଗୋଲକୁଂ ହେଲା ପରକାଶହେତୁ ଚିତ୍ତେ ଶୁଣ ହୋ ରାମଦାସ ।।୩୫।ଶ୍ରୀ ମୁଖେ ଆଗ୍ୟାଂ ଦେଲେ ରାସେଶ୍ୱରସୁଦାମ ଜନମ ଯାଇଂ ମଞ୍ଚର ।।୩୬।ନିତ୍ୟ ଗୋଲକ ପଦ୍ମବନବାସଗୋପଲୀକା ରାସ କର ପ୍ରକାଶ ।।୩୭।ଜନ୍ମେ ଜନ୍ମେ ଲୀଳା ପ୍ରକାଶ ହୋଉଜନମେ ଜନମେ ତୋ ଅଂଶ ରହୁ ।।୩୮।ଆଗ୍ୟାଂ ଦେଲେ ଯହୁଂ ନିତ୍ୟ ନାୟେକନିତ୍ୟକୃଷ୍ଣ ସଙ୍ଗେ ଧରି କାୟେକ ।।୩୯।ନିତ୍ୟ ବୃନ୍ଦାବନେ ଜନମ ହେଲିନିତ୍ୟଲୀଳା ସୁଖ ଭୋଗ ପାଇଲି ।।୪୦।ଗୋଲକ ପୁଣ ହେଲା ପରକାଶପାମର ସୁଦାମ ଅଚ୍ୟୁତ ଦାସ ।।୪୧।ଇତି ଶ୍ରୀ ମହାନିତ୍ୟରାସ ଦ୍ୱିତୀୟ ଅଧ୍ୟାୟଃ ।
ତୃତୀୟ ଅଧ୍ୟାୟ
ଶୁଣ ରାମଚନ୍ଦ୍ର ଗୋପନନ୍ଦନକହି ଦେଲୁଂ ତୋତେ ଶୂନ୍ୟ ବଚନ ।।୧।ଋଷି ଜପୀ ତପୀ ୟେହୋ ଅଛନ୍ତିନିତ୍ୟ ଗୋଲକକୁ ଲଏ କରନ୍ତି ।।୨।ମାରକଣ୍ଡ ମୂଳେ ଯେତେକ ତପୀନିତ୍ୟ ଗୋଲକ ଥଳ ନାମ ଜପି ।।୩।ମାରକଣ୍ଡ ଋଷି ପ୍ରଳୟ କାଳେଭାସି ଯାଇଥିଲେ ସିନ୍ଧୁ କଲୋଳେ ।।୪।ଯେତେବେଳେ ଜଳକଲୋଳେ ଭାସିୟେ ଥାନ ଦେଖିଲେ ସେ ବ୍ରହ୍ମଋଷି ।।୫।କିଛୁ ଦିନେ ଗର୍ଭୁଂ ହେଲା ପ୍ରକାଶପଦ୍ମ ଚରଣେ ଲଗାଇଲେ ଆଶ ।।୬।ପୁଚ୍ଛାକଲା ଏହି ଥାନ ମହିମାପରତେ ପାଇଲା ପଦ୍ମର ସୀମା ।।୭।ପଛିମ ବଟ ପୁଟେ କଲେ ବାସପଦ୍ମ ଚରଣେ ଲଗାଇଲେ ଆଶ ।।୮।ତାମ୍ରକୂଟ ନିଜ ଥାନ ଅଟଇପଦ୍ମବନରେ ନିବାସ ରଞ୍ଚଇ ।।୯।ପଦ୍ମବନରେ ତେଣୁ ଋଷି ଧ୍ୟାନପାରୁଶେ ଖଟନ୍ତି ଋଷି ନନ୍ଦନ ।।୧୦।ସୁର କିନ୍ନର ବାସ ବଟମୂଳେଦ୍ରଶନ କରନ୍ତି ଏ ବଟ ସ୍ଥଳେ ।।୧୧।ଏହୁ ଦକ୍ଷିଣ ପିପଳ ଅଟନ୍ତିଗଉତମ ଏଥି ପାଶେ ଖଟନ୍ତି ।।୧୨।ଏ ମାହା ବଟର ପୂର୍ବ ଭାଗେଣମହା ପିପଳ ମଝା ସୀମାନ୍ତେଣ ।।୧୩।ଅତ୍ରିମୁନି ବସେ ଏଥି ପାରୁଶଏ ଯେ ପଛିମ ପିପଳ ନିବାସ ।।୧୪।ପରମ ପଦ ଏଥି ମୂଳେ ଥାଇକଣ୍ଡୁ କପିଳ କୃଷ୍ଣ ନାମ ଗାଇ ।।୧୫।କହିଦେଲି ତୋତେ ସକଳ ରସକୋଟି ଜନ୍ମେ ଯାର ନ ପାଇ ଲେଶ ।।୧୬।ୟେମନ୍ତେ ସନ୍ତକେ କରିଣ ଆଶଲଗାଇ ପାମର ଅଚ୍ୟୁତ ଦାସ ।।୧୭।ଯେତେବେଳେ ଶୂନ୍ୟ ଶବଦ ହୋଇସୁଦାମ ନାମ ତେଣୁ ଗୋପ୍ୟ ଯାଇ ।।୧୮।ସଜୀବ ମୁହିଂ ନାହିଂ ମୋର ଚ୍ୟୁତିତେଣୁ ବୋଲାଇଲି ଦୀନ ଅଚ୍ୟୁତି ।।୧୯।ଇତି ଶ୍ରୀ ମହାନିତ୍ୟ ରାସ ତୃତୀୟ ଅଧ୍ୟାୟଃ ।
ଚତୁର୍ଥ ଅଧ୍ୟାୟ
ଯେତେବେଳେ ହେଲା ଶୂନ୍ୟବଚନସୁଦାମ ମଞ୍ଚେ ହୋଇବ ଜନମ ।।୧।ଗୋପଲୀଳା ସୁଖ କିଛୁ ପାଇବତୋହୋ ବଂଶରେ କଥା ରହିଥିବ ।।୨।ସୁଦାମ ଯାଅ ବିଳମ୍ବ ନକରତୀର୍ଥ ପୁଷ୍କର ଯାନ୍ତୁ ସଙ୍ଗତର ।।୩।ଆଗ୍ୟାଂ ପାଇଣ ମୁଂ ବେଗେ ଅଇଲିକୃଷ୍ଣ ସଙ୍ଗତରେ ଜନମ ହେଲି ।।୪।ଗୋପଲୀଳା ସୁଖ କିଛୁ ପାଇଲିଗୁପତେ ପଦ୍ମ ବନରେ ରହିଲି ।।୫।ପୁଷ୍କର ରହିଲା ଦକ୍ଷିଣ ଭାଗେନିବାସ ଚିତ୍ରୋପଳା ନଦୀ ଲାଗେ ।।୬।ଏହି ପଦ୍ମବନେ ଦେହ ମୋ ଯିବପଦ୍ମବନରେ ମୋ ମନ ମଂଜିବ ।।୭।ମୋହର ଅଂଶେ କିଛୁ କଥା ହୋୟେକହି ଦେବା କିଛୁ ବ୍ରଜତନୟେ ।।୮।ବ୍ରଜ ଗଦାଧର ମୋଠାରୁ ଜାତବାଳ ମୁକୁନ୍ଦ ହେବ ତାର ସୁତ ।।୯।ସେହି ଠାବରୁ ବେନି ଜାତ ହୋଏଗଙ୍ଗାଧର ଗନ୍ଧର୍ବ ୟେ ତନୟେ ।।୧୦।ଗଙ୍ଗାଧର ପୁଣ ହୋଇବ ନାଶଗନ୍ଧର୍ବ ବ୍ରଜ କୂଳରେ ପ୍ରକାଶ ।।୧୧।ରାମ ବଳଭଦ୍ର ବେନି କୁମରବଳଭଦ୍ର କିଛୁ ଦିନେ ଅନ୍ତର ।।୧୨।ରାମ ଠାବରୁ ଯେ ପାପ ଘୋଟିବପାପରେ ପୁଣି କିଛୁ ପୁଣ୍ୟ ହେବ ।।୧୩।ବରଜ କିଛି ଦିନରେ ପ୍ରକାଶବିଷମ ଗୋଳ ହୋଇବ ଉଦ୍ଦେଶ୍ୟ ।।୧୪।ବାଦ ବିବାଦ ଦିନୁଂ ଦିନ ହେବବିଷ୍ଣୁ ବଂଶପରେ ବ୍ରଜ ରହିବ ।।୧୫।ଅନାଦି ଆଗ୍ୟାଂ ଶୂନ୍ୟର ବଚନବ୍ରଜ ଅଙ୍ଗରେ ହୋଇବ ବିଶ୍ରାମ ।।୧୬।ବାଦ ବିବାଦ ସକଳ ତୁଟିବବିଷମ କନ୍ଦଳମାନ ଘୋଟିବ ।।୧୭।ବିନାଶ ହେବ ଦେଖୁଂ ଦେଖୁଂ ଡୋଳେବ୍ରଜ ଦେହ ଥୋଏ ବ୍ରଜ ମଣ୍ଡଳେ ।।୧୮।ଗୋଲକ ନିତ୍ୟ ମହେଶ୍ୱର ବାଣୀଗୋପ କୁମର କହିଦେଲୁ ପୁଣି ।।୧୯।ସୁତ କଳତ୍ର ଅନେକ ହୋଇବମୂଢ଼ ଭାବରେ ମୋତେ ନ ଚିହ୍ନିବ ।।୨୦।ବିଷ୍ଣୁ ବଂଶଠାରେ ବ୍ରହ୍ମର ଭାବଶୂନ୍ୟବଚନ କହିଲୁଂ ତୋ ଆଗ ।।୨୧।ସୁତ ସମ୍ପତ୍ତି ଏହି ଠାରୁଂ ଶେଷକଳି କଳୁଷରେ ହୋଇବ ନାଶ ।।୨୨।ଦିନୁଂ ଦିନ ଦିବ୍ୟ ଗ୍ୟାଂନ ହଜିବନିତ୍ୟ ଗୋଲକ ସୁଖ ଯେ ଭାଂଜିବ ।।୨୩।ଦିନୁଂଦିନ ହେବ ଏହୁ ଗୁପତମନେ ରଖିଥାଅ ଗୋପାଳ ସୁତ ।।୨୪।କିଛୁଦିନ ଅନ୍ତେ ଦିବ୍ୟ ହୋଇବୁବିଦୁକାନ୍ତି ସମ ଅଙ୍ଗ ବହିବୁ ।।୨୫।ମୁରାରି ପୁଣ ହୋଇବ ପ୍ରକାଶବାଦ ବିବାଦ କିଛି ହେବ ଶେଷ ।।୨୬।ମୁରାରି ଅଂଶେ ଦୟାନିଧି ଥିବଅନନ୍ତଠାରେ ଅନ୍ତ ଯେ ହୋଇବ ।।୨୭।ଶୂନ୍ୟ ଗୋଲକରୁ ହେବ ପ୍ରକାଶତେଣୁ ପାଇବ ପଦ୍ମବନେ ବାସ ।।୨୮।ୟେମନ୍ତ ଆଗ୍ୟାଂ ନିତ୍ୟେଶ୍ୱର ଦିଲାଗୋପଲୀଳା ସୁଖ ପାଅ ବୋଇଲା ।।୨୯।ଗୋପ ବାଳେକ ଘେନି ସଙ୍ଗତରପ୍ରବେଶ ହୋଇଲେ ପଦ୍ମ ବନର ।।୩୦।ନାମ ଅଚ୍ୟୁତ ରୂପ ମୋର ଚ୍ୟୁତସେ ଗୋପାଳ ମେଳେ ମୁହିଂ ଅଚ୍ୟୁତ ।।୩୧।ନିରେଖ ମୁହିଂ ହୀନ ବାଇ ମତିତେଣୁ ନାମ ମୋର ଦୀନ ଅଚ୍ୟୁତି ।।୩୨।ଇତି ଶ୍ରୀ ମହାନିତ୍ୟ ଚତୁର୍ଥ ଅଧ୍ୟାୟଃ ।
ପଞ୍ଚମ ଅଧ୍ୟାୟ
କହିଦେଲୁଂ ବାବୁ ତତ୍ୱ ବଚନତଲେ କରିଥାଅ ବ୍ରଜନନ୍ଦନ ।।୧।ବ୍ରଜଭାବ ଲୀଳା ଏହି ଠାବରେକହି ଦେଲୁଂ ବାବୁ ତୋହୋ ଆଗରେ ।।୨।ଏ ସ୍ଥଳ ମହିମା ନସରେ କହୁଂନିର୍ବାଣ ଭୂମି ସେ ଗୋଲକ ଯହୁଂ ।।୩।ଗୁପତ ଗୋଲକ ଏହୁ ଅଟଇଜନ୍ମେ ଜନ୍ମେ ମୁହିଂ ଏଥି ଖଟଇ ।।୪।ଏହିମତି ଲୀଳା ଏଥିରେ ହୋଇମୋହୋର ଅଂଶେ କଥା ରହିଥାଇ ।।୫।କହିଦେଲୁ ବାବୁ ଶୂନ୍ୟ ବଚନଶୂନ୍ୟରୁ ଏହୁ ହୋଇଲେ ଜନମ ।।୬।ପୂର୍ବ ବଟଠାରୁ ପଛିମ ଯାଏଏହି ଠାବେ ନିତ୍ୟରାହାସ ହୋଏ ।।୭।ପଛିମ ବଟଠାରୁ ଯେତେ ପୁଣିଦକ୍ଷିଣ ବାଟଯାଏ ଯେତେ ଭୁମି ।।୮।ଅନିନ୍ୟ ରାହାସ ଗୋଲକ ସେହିନିତ୍ୟ ଲୀଳା ମହାନିତ୍ୟ ବୋଲାଇ ।।୯।ଉତ୍ତର ବଟ ପୂର୍ବ ଭାଗ ଯାଏଂଗୋଲାହାଟ ରାସ ତହିଂଟି ହୋଏ ।।୧୦।ପରମ ରାହାସ ନିତ୍ୟ ହୋ ସେହୁମିଛ୍ୟା ମଣିବେ ଦୀନ ଦାସ ଯେହୁ ।।୧୧।ଚଉ ପାରୁଶେ ରାହାସ ଲାଗିଛିମଧ୍ୟ ମହାନିତ୍ୟ ନାମ ହୋଇଛି ।।୧୨।ଚାରିଦ୍ୱାରେ ବେଢ଼ି ଶେଷ ରହିଛିପୁଚ୍ଛପରେ ନେଇ ଫଣା ଢାଙ୍କିଛି ।।୧୩।ଫଣୀ ଉପରେ ମଣି ବେଦି ଶୋହିମହା ଗୋଲକ ନିତ୍ୟ ସେ ଅଟଇ ।।୧୪।ମହାରୁଦ୍ର ବେଦି ଦୁଆରୀ ତହିଂମହାନିତ୍ୟ ଭୂଇଂ ଲାଗି ଅଛଇ ।।୧୫।ମାରକଣ୍ଡ ମୂଳେ ଯେତେକ ଯତିମହା ରାହାସରେ ଅଛନ୍ତି ମାତି ।।୧୬।ମୂଢ଼ ଜନମାନେ ପାଇବେ କାହିଂମହାରୁଦ୍ର ଦ୍ୱାରୀ ଅଟଇ ଯହିଂ ।।୧୭।ମହାଭଇରୋବୀ ରୂପ ଧରିଣମହା ନିଶିରେ ଫେରୁଥାଇ ପୁଣ ।।୧୮।ହୁଂକାର ଶବଦ ବଟ ଭ୍ରମଇଂଭଇରୋବୀ ରୂପ ନିତ୍ୟେ ନମଇଂ ।।୧୯।କହି ଦେଲୁଂ ବାବୁ ଗୁପତ ଗ୍ୟାଂନଗୁପତ କରିଣ ଦେଖିବୁ ମନ ।।୨୦।ଏ ଭେଦମାନ ଯେବେ ତୁ ଫେଡ଼ିବୁନିଶ୍ଚୟ ମୋହୋର ମୁଣ୍ଡ ମୋଡ଼ିବୁ ।।୨୧।ବାବୁ ରାମଚନ୍ଦ୍ର ମନରେ ରଖଯାହା ଶୁଣିଲୁ ନିତ୍ୟଭୂମି ସୁଖ ।।୨୨।ୟେଣୁକରି ନାମ ଗୁପତ ଭୂମିକେହିନ ପାରଇ ତହିଂକୁ ଗମି ।।୨୩।ମୋ ପଞ୍ଚୁ ଆତ୍ମା ଅଟୁ ତୁହି ଯେଣୁଗୁପତ କଥା କହିଦେଲି ତେଣୁ ।।୨୪।ପୂର୍ବ ଜନ୍ମରେ ତୋର ପୂଣ୍ୟ ଥିଲାତେଣୁକରି ଏହୁ ଆଗ୍ୟାଂ ହୋଇଲା ।।୨୫।ତୋ ଠାବେ ମୋହୋର ନାହିଂ ଅନ୍ତରତତ୍ୱ କହିଦେଲି ବ୍ରଜ କୁମର ।।୨୬।ଶୁଣି ରାମଚନ୍ଦ୍ର ହରଷ ହେଲାଦୁଇ ହାତ ଯୋଡ଼ି ପ୍ରଣମ୍ୟ ହେଲା ।।୨୭।ଅତି ଆନନ୍ଦରେ ହୋଇ ସେ ଭୋଳରାମଚନ୍ଦ୍ରକୁ ବସାଇଲେ କୋଳ ।।୨୮।କିଛୁ ବେଳରେ ଚେତନା ପଶିଲାରାମଚନ୍ଦ୍ର ଦାସ ଦେଖି ହସିଲା ।।୨୯।ବୋଲଇ ରାମ ଧନ୍ୟ ଆଜ ନିଶିମୋହୋର ପୂଣ୍ୟ ପ୍ରକାଶିଲା ଆସି ।।୩୦।ମୋହୋର ଜନମ ହେଲା ସୁଫଳକୋଟି ଜନମର ଲଭିଲି ଫଳ ।।୩୧।ଧନ୍ୟ ଧନ୍ୟ ମାତା ଧନ୍ୟ ପିଅରଧନ୍ୟ ଜୀବନ ଦିନ ଆଜ ମୋର ।।୩୨।ପତିତ ଠାରେ ଯେ ସୁଦୟା ହେଲାରାମଚନ୍ଦ୍ର ଏବେ ନିଶ୍ଚେ ତରିଲା ।।୩୩।ଅତି ଆନନ୍ଦେ ରାମ ହୋଏ ତୋଷଦୀନ ଅଚ୍ୟୁତି ଦେଖିଣ ହରଷ ।।୩୪।ବୋଲନ୍ତି ରାମ ନିଜ ପୁରେ ଯାଅଏ ଭାବରେ ମନ ରଖିଣ ଥାଅ ।।୩୫।ପାରିବୁ ସକଳ ଦୁଃଖକୁ ନାଶିଅନ୍ତକାଳେ ଏହି ଠାବରେ ବସି ।।୩୬।ଏମନ୍ତ ଆଗ୍ୟାଂ ସେ ଯହୁଂ ହୋଇଲାଆଗ୍ୟାଂ ପାଇ ରାମଚନ୍ଦ୍ର ଚଳିଲା ।।୩୭।ଦୀନ ଅଚ୍ୟୁତ ପଦ୍ମବନେ ଆଶପଦ୍ମବନରେ କରିଅଛି ବାସ ।।୩୮।ପଦ୍ମ ଚରଣେ ଲଗାଇଣ ଳୟେରାହାସ ଲୀଳା ରାମଚନ୍ଦ୍ରେ କହେ ।।୩୯।ନିତ୍ୟ ଗୋଲକ ନିର୍ବାଣ ପୁରୁଷସେ ପାଦେ ଶରଣ ଅଚ୍ୟୁତ ଦାସ ।।୪୦।ଇତିଶ୍ରୀ ମହାନିତ୍ୟ ରାସ ପଞ୍ଚମ ଅଧ୍ୟାୟଃ ।ମହାନିତ୍ୟ ରାସ ସମ୍ପୁର୍ଣ୍ଣ ।ଶୂନ୍ୟ ରାହାସଏହି ଗ୍ରନ୍ଥର କେତେକାଂଶ କବିଙ୍କର ‘ନବଗୁଜ୍ଜରୀ’ଗ୍ରନ୍ଥ ନାମରେ କେତୋଟି ପୋଥିରେ ରହିଛି ।ଏକସହୀ ଗେ, ଶୂନ୍ୟ ମନ୍ଦିରେ ବାସଜୋତି ଦରଶନେ ଦୂରିତ ନାଶ । ଘୋଷା ।ପୁରୁଷେ ଦେଖିଲି ଅମନ ଶିଖେରଙ୍ଗ ସମ ନୋହେ କଳା ଶ୍ରୀମୁଖେ ।ଜଳକ ଆନନ କଜ୍ଜଳୁଂ କଳାକୁସୁମ କାନ୍ତି ଦେଖି ହେଲି ଭୋଳା ।।୧।ଭାଲ ପଟ ତା ଏମନ୍ତ ଉଦିତମୃଗମଦ ଇନ୍ଦୁ ଦେଖି ଚକିତ ।ଶିରରେ କୁଞ୍ଚିତ ତ୍ରିଭଙ୍ଗୀ ଚୂଳକୁସୁମ ନାହିଂ ବାସ ପରିମଳ ।।୨।ନାସା ପୂଡ଼ାକୁ ଉଜ୍ଜଳ ଦିଶଇକାନ୍ତି ମୁକୁତା କର୍ଣ୍ଣକୁ ବୁଡ଼ଇନୟେନ ତୁଲେ ନାହିଂ ସମକଛଶ୍ୱେତ ନଳିନୀ କି କରିଛି ତୁଚ୍ଛ ।।୩।ଗଣ୍ଡ ସ୍ଥଳ ତା ଏମନ୍ତ ବିରାଜେଲକ୍ଷେ କିରଣ ରଙ୍ଗ ରବି ଗଞ୍ଜେକଣ୍ଠ ତଟ ତାର ଅପୂର୍ବ ଶୋଭାଉରେ କଉସ୍ତୁଭ ଦିଶଇ ଆଭା ।।୪।ଚୂଳ ଶୋଭା ଦେଖି କେକୀ ଝୁରୁଛିଇନ୍ଦ୍ର ନୀଳମଣି ତନୁ ନିନ୍ଦୁଛି ।କନ୍ଦର ତମାଳ ଗୁଞ୍ଜ ଶ୍ରୀ କଚ୍ଛକାଳିନ୍ଦୀ ତମାଳ ଦେଖି ବିରସ ।।୫।କଟିରେ ତା ପୀତ ପତନି ନାହିଂପୀତବାସହିଂ ନାମ ଅଛ ବହି ।ରତି ନାହିଂ ଆଦି ଅନନ୍ତ ଜୋତିଅଚ୍ୟୁତ ନାମେ ଚ୍ୟୁତ କାହିଂ ମତି ।।୬।ପଦ୍ମ ଚରଣେ ଏମନ୍ତ ବିଧାନଅମୀୟ ରସର ଜନମ ଥାନ ।ତତ୍ତ୍ୱ ଦ୍ରଶନରେ ଭ୍ରମରା ବାଇଦିବା ରୟଣୀ ଚୁମ୍ବୁଛନ୍ତି ରହି ।।୭।ସହି ଗୋ! ଶୂନ୍ୟ ମନ୍ଦିରେ ବାସଜୋତି ଦରଶନେ ଦୂରିତ ନାଶ ।ଅମଳ କମଳ ଚରଣେ ରସଅଚ୍ୟୁତର ସେହିଠାରେ ମୁହାଂସ ।।୮।ଦୁଇସହୀ ଗୋ ! ଶୂନ୍ୟ ମନ୍ଦିରେ ବାସଜୋତି ଦରଶନେ ଦୂରିତ ନାଶ ॥
ପୁଣ ପୁଣ ବୋଲୁଂ ତାର ଚରିତତାର ନଥିଲେ ନ ଥାନ୍ତା ଜଗତ ।ଜଗତ ଗୋଟା ଛରିଅଛି ଯହୁଂସେ କଥାମାନ ତୋ ଅଗ୍ରତେ କହୁଂ ।।୧।ଇନ୍ଦ୍ରଜାଲ ମାୟା ବିଦ୍ୟା ସେ କଲାଅନନ୍ତ କୋଟି ବ୍ରହ୍ମାଣ୍ଡ ରଂଚିଲାରଙ୍ଗ ପିତୁଳି ରୂପେ କଲା ଠିଆତ୍ରିଗୁଣ ଦାମେ ଛରିଛି ହଟିଆ ।।୨।ଖିଳ ଅଖିଳ ସର୍ବ ଦେହେ ଅଛିବିଲଗେ ଥାଇ ସର୍ବ ଦେଖୁଅଛି ।କାହ୍ନୁଂ ଅଇଲା କାହିଂ ତାର ଠଣାହର ବ୍ରହ୍ମାଙ୍କୁ କରୁଅଛି ବଣା ।।୩।ଅଣ ଶବଦରୁ ଶବଦ ହେଲାଶବଦହିଂ ଅଣ ଶବଦେ ଗଲା ।ଶବଦ ଘେନି ଏଡେ ଏଡେ ଆମ୍ଭେଅଣ ଶବଦରେ ନାହିଂ ନା ତୁମ୍ଭେ ।।୪।ଅଣ ଅକ୍ଷରୁ ଅକ୍ଷର ପ୍ରକଟଭୁଷଣ୍ଡ କାଳ ତା ପାଇଲା ଭେଟ ।ସୁଧାରସରେ ତା ଆପ୍ୟାନ କଲାଚାରି ଯୁଗକୁ ଅମର ହୋଇଲା ।।୫।ଅଲେଖ ଅରୁପ ଅଦେହ କାୟାଶୂନ୍ୟେ ଝଲ ଝଲ ଦିଶଇ ଛାୟାଦେଖିଲି ଏକା ଚିହ୍ନି ନ ପାରିଲିସିଷୁ ବେଦ ଘରେ କ୍ଷଣେ ରହିଲି ।।୬।ନିଶ୍ଚୟେ ଯେମନ୍ତେ ତାଙ୍କୁ ଦେଖନ୍ତାତାହାର ସଙ୍ଗତେ ସେହୁ ରହନ୍ତା ।ଦେଖନ୍ତା ଯେବେ ନ ଆସନ୍ତା ତେବେକୃଷ୍ଣ ଗାୟନ କରୁଥାନ୍ତା ତେବେ ।।୭।ତୁହି ପୁଣ ବୋଲଂ ପରଚେ ନାହିଂପରଚେ ନଥିଲେ ଚିହ୍ନିଲା କାହିଂ ।ନିସତୀ ଘରେ ସୁସତ୍ୟ ଗୁପତଭୁଲି ଅଇଲି ପାମର ଅଚ୍ୟୁତ ।।୮।ତିନିଜ୍ଞାନୀ ହୋ । ମୂଳ ବୋଲ ତୁ ହରି ।ଶ୍ରେଷ୍ଠ କନେଷ୍ଠ ଦୁହେଂ ସମସରି । ଘୋଷା ।ଛଡ଼ ଚକ୍ର ଭେଦି କମଳ ଫୁଟେଆକାଶ ଶୂନ୍ୟ ପବନ ନିକଟେ ।ସୁତଳ ରାସାନ୍ତଳର ମଧ୍ୟରଭୃଙ୍ଗ ରହିଅଛି ଶୂନ୍ୟ ଶିଖର ।।୧।ମାଳ ବହିଲେ ନ ବୋଲାନ୍ତି ଦାସଯଦି ଅନ୍ତର୍ଗତେ କୃଷ୍ଣ ନ ଭାଷ ।ନାମ ମୂଳ ବୀଜ ମାଳ ଦୋସଡ଼ାନାମ ଚିହ୍ନିଲେ ମାଳ କାହିଂ ଲୋଡ଼ା ।।୨।ତିନି ତିହୁଡ଼ି ଏ ତ୍ରିବେଣୀ ଧାରସେହି ଠାବେ ବସି ତର୍ପଣ କର ।ଅଯୁଧ୍ୟା ଦ୍ୱାରକା ଗୋପ ନଗରଗ୍ୟାଂନ ସୁମରିଲେ ଆତ୍ମା ଭିତର ।।୩।ଶ୍ୱେତ ରଙ୍ଗା କଳା ଶ୍ୟାମଳ ଜ୍ୟୋତିଉର୍ମ ଧୂର୍ମ ଜୋତି ଜାଳା ବୋଲାନ୍ତି ।ସେହି ଷୋଳକଳା ଅନନ୍ତ ମୂର୍ତ୍ତିଅନନ୍ତ ଚରଣେ ଆଶ୍ରେ ଅଚ୍ୟୁତି ।।୪।ଚାରିଗ୍ୟାଂନି ହୋ! ସତ ଶାନ୍ତିରେ ରହ ।ଗୁରୁ ବଚନେ କି ବୋଲନ୍ତି କହ । ଘୋଷା ।କ୍ରିୟା ଶୁଦ୍ଧ କରି ଶାହାସ୍ତ୍ର ପଢ଼ଜନ୍ତୁ ବଧକଲେ ବୋଲନ୍ତି ଗଢ଼ ।ତୀର୍ଥବ୍ରତ କଲେ ଯେତେ ସୁଫଳପର ରମଣୀରେ ସର୍ବ ବିଫଳ ।।୧।ତପୀ ଲୋକଙ୍କର ଗ୍ୟାଂନ କରମବାତୁଳ ବୋଲିବା ବହିଲେ ଢମ ।କୀଟୁଂ ବ୍ରହ୍ମଯାଏ ତା ତୁଲେ ଦେଖତାଙ୍କୁ ଯେ ଜାଣନ୍ତି ଆତ୍ମା ବିବେକ ।।୨।ରାମ ନାରାୟଣ ଗାଇବା ଗୀତଇହ ପରଲୋକ ଶୁଣି ମୁକତ ।ଗ୍ୟାଂନର ତଛୁ ସେ କରିବେ ଦୟାକହେ ଅଚ୍ୟୁତି ଦୂର ଯିବ ମାୟା ।।୩।ପାଞ୍ଚପୁଷ୍ପ ବିଙ୍ଘ ସିଲେ ବାସ ପ୍ରକଟେଅନୁଭବ ଥିଲେ ଗ୍ୟାଂନକୁ ଭେଟେ ।ହରିଙ୍କି ଚିହ୍ନିଲେ ମୁକତି ଗତିସୂର୍ଯ୍ୟ ଚଳିଲେ ବୋଲି ଦିବାରାତି ।ସହୀ ଗୋହରି ନାମ ହିଂ ତତ୍ତ୍ୱ ।ହରିଙ୍କ ମୁଖୁଂ ଛରୁଛି ଅମୃତ ।।୧।ସତ୍ୟ ଶାନ୍ତି ଦୟା କ୍ଷମାହିଂ ବାଟଅଂହକାର ତମ ଯେ ମାୟା ଖଣ୍ଟ ।ଏମାନେ ଗ୍ୟାଂନ ଘରକୁ ଭଗାରିଯାଇଂ ଲୋଡ଼ିଲେ ଆଣୁ ଥାନ୍ତି ଧରି ।ସହୀ ଗୋଖଣ୍ଟ ମାତିଲେ ବାଟେ ।ଖଣ୍ଟ ନାଶିବା କୃଷ୍ଣ ଭଜ ଆଣ୍ଟେ ।।୨।କଥନି ଅପାର କରଣି ନାହିଂକରଣି ଥିଲେ ତା କଥନି କାହିଂ ।କଥନି ନଦୀ କରଣି ସାଗରକଥନି ଲୋକ ସହଜ ବେଭାରସହୀ ଗୋଏ କଥନି ଭଗତା ।କରଣି ଲୋକ ଇହ ପର ଜିତା ।।୩।ଏକ ବୀଜବୃକ୍ଷ ଥିତି ଅପାରସେ ବୀଜ ଚିହ୍ନିଲେକ ଏକାକାର ।ବୀଜକୁ ଚିହ୍ନିଲେ ପରମ ଗତିଜ୍ୟୋତି କି ଜ୍ୟୋତି ଦରଶନେ ନିତି ।ସହୀ ଗୋବୀଜ ନାମ ଅନନ୍ତ ।ବୀଜ ଉପଦେଶ କହେ ଅଚ୍ୟୁତ ।।୪।ଛଅଠୁଳରୁ ଶୂନ୍ୟ ଶୂନ୍ୟରୁ ଉଂକାରଉଂକାର ଘରୁ ବତିଶ ଅକ୍ଷର ।ଏହି ତିନିକି ଏକତ୍ୱ ମିଶାଇପୁଣି ନିଶ୍ରୋହି ଚାହିଂବୁ ୟେ ଠାଇଂ ।ସହୀ ଗୋସେହି ନୟନ ଠାଇଂଜ୍ୟୋତିହିଂ ବଶ ଦ୍ୱାରେଣ ଜଳଇ ।।୧।ଏହି ଦଶ ଦ୍ୱାରେ ଜ୍ୟୋତି ଦର୍ଶନଜ୍ୟୋତିରେ ୟେହୁ କରିଛି ଆସନ ।ନୟେନ ନାସିକା ଶ୍ରବଣ ତିନିତିନିକି ତୁ ଯେବେ ପାରିବୁ ଚିହ୍ନି ।ସହୀ ଗୋତିନି ଏକରେ ଘୋଷନୟେନ ଆଗେ ଲାଗିଛି ରାହାସ ।।୨।ହେତୁ କଲେ ହେଂ ତୁ ପାଇବୁ ପିଣ୍ଡଦେଖିବୁ ତହିଂ ଅଶେଷ ବ୍ରହ୍ମାଣ୍ଡ ।ଅଣ ସୁତ୍ରଘରେ ରଖି ପବନଅଣାକାର ବୋଲି ସେ ମହାଶୂନ୍ୟସହୀ ଗୋଅଣାକାର ଏ ନାମଅଣାକାରକୁ ତୁ ହେତୁରେ ଗମ ।।୩।ଅନାଦି ନାରୀରୁ ଆଦି ଜନ୍ମିଲେଅଣାକାର ଘରୁ ବାହାର ହେଲେ ।ଆଦି ଅନାଦି ଏକତ୍ୱ ତୁ କରଅଣାକାର ଘରୁ ହେଲେ ବାହାର ।ସହୀ ଗୋଏହି ଅନାମ ତତ୍ତ୍ୱଅନାମ ଭଜଇ ଦୀନ ଅଚ୍ୟୁତ ।।୪।ସାତଗ୍ୟାନୀ ହୋ । ଶୂନ୍ୟ ମନ୍ଦିରେ ବାସ ।ଜ୍ୟୋତି ଦରଶନେ ଦୂରିତ ନାଶ । ଘୋଷାଶୂନ୍ୟ ଗିରି ବୋଲି ଯଉଂ କଟକ ।ଦେଉଳ ଗଢ଼ିଛି କେଡ଼େ ଛଟକ ।ପାଞ୍ଚ ପ୍ରଧାନ ପଚିଶ ପରଜା ।ମନ ପବନ ଦୁହେଂ ତହିଂ ରାଜା ।ଗ୍ୟାଂନି ହୋ ।ଶୁନ୍ୟେ ଲାଗିଛି ଲୀଳା ।ମନ ପବନକୁ ତହିଂକି ଚଳା ।।୧।ନିଗମ ତୋଟା ଲାଗିଅଛି ଝାଡ଼ ।ତହିଂ ତେଣ୍ଡାଳି ତେଣ୍ଡେ ଧୀର ଧୀର ।ନ ମରଇ ଗଛ ସହଜେ ଥାଇ ।ଜନ ମନିଷ୍ୟଙ୍କ ଭେଟ ହିଂ ନାହିଂ ।ଗ୍ୟାଂନୀ ହୋ ।ହଜ ସହଜ ଦେଖ ।ହଜି ପାରିଲେ ଭେଟିବୁ ପ୍ରତ୍ୟକ୍ଷ ।।୨।ତିନି ତିହୁଡ଼ି ତ୍ରିବେଣୀ ଏ ଘାଟ ।ସେହି ସଳଖେ ଗୋଲୋକକୁ ବାଟ ।ତହିଂ ତିନି ଧାର ନଦୀ ବହୁଛି ।ନାବ ଖଟାଇ ତରାଇ ବସିଛି ।ଗ୍ୟାଂନୀ ହୋ ।ତିନି ତିହୁଡ଼ି ପରେ ।ତରାଇ ବସିଛି ନାଚ ଶିଖରେ ।।୩।ତରାଇ ଘର ପର୍ବତ ଶିଖରେ ।ନାବ ମେଲିଛି କାଳିନ୍ଦୀ ହ୍ରଦରେ ।ଧନ କଉଡ଼ି ନ ନିଅଇ କିଛି ।ନାମ ଚିହ୍ନିକରି ପାରି କରୁଛି ।ଗ୍ୟାଂନି ହୋ ।ଶୂନ୍ୟ ମନ୍ଦିରେ ବାସ ।ଜ୍ୟୋତି ଦରଶନେ ଦୂରିତ ନାଶ ।।୪।ସେହି ସଳଖେ ଉଆସକେ ଅଛି ।ନିଗମ ଗୁମ୍ଫାରେ ହଂସ ଖେଳୁଛି ।ହଂସର ଥାନ ଗଗନ ଶିଖରେ ।ହଂସ ରହିଅଛି ମଧ୍ୟ ସ୍ଥାନରେ ।ଗ୍ୟାଂନୀ ହୋ ।ଆଗ ପରଚ ହଂସ ।ହଂସ ଚିହ୍ନିଣ ତୋ ଦୂରିତ ନାଶ ।।୫।ଦେଉଳ ଗୋଟି କରିଛି ନିର୍ବାଣ ।ତହିଂ ବିଜୟେ ପ୍ରଭୁ ଭଗବାନ ।ହରି ବଣିଜକୁ କଲେ ପସରା ।ପାରି କଲେ ଗୋପୀଜନଙ୍କୁ ପରା ।ଗ୍ୟାଂନୀ ହୋ ।କର ସେ ନାମ ମାଳା ।ପାମର ଅଚ୍ୟୁତି ଏ ରସେ ଭୋଳା ।।୬।ଆଠକହଇ କଥାଏ ଶୁଣ ହୋ ମନଏକା ମଂଜ୍ଜିଲୁ ଦାର ସୁତ ଧନ ।ଗଞ୍ଜି ମରିବୁ ସିନା ଯିବା ବେଳକୁକର ମୋର ବୋଲ ଜିତା କାଳକୁ ।ମନ ହୋକାୟା ଭିତର ଖୋଜ ।ଅର୍ଧ ଉର୍ଧ ବେନି ମଧ୍ୟରେ ବୀଜ ।।୧।ମନ୍ତ୍ର ପଢି ଯନ୍ତ୍ର କର ମୁରୁତିଯନ୍ତ୍ର କାଟି ବୁଝ ଯେ ଯହିଂ ଥିତି ।ମନ୍ତ୍ର ଯନ୍ତ୍ର ତନ୍ତ୍ର କର ଏକତ୍ୱଖୋଜି ଆଣ ପ୍ରଭୁ ଯହିଂ ଗୁପତ ।ମନ ହୋଭେଟ ହୁଅି ସିନା ।ଗୁରୁ ଆଗ୍ୟାଂ ତୋତେ ଥିଲା ବାସନା ।।୨।ଉକାର ମକାର ଅକାର ତିନିପ୍ରଣବ ଶ୍ୱରୀରେ ଏ ତିନି ଘେନି ।ଅକାର ମାତ୍ରା ଦେଇ କର ହେତୁକକାର ବୀଜଟି ପରମ ତତ୍ୱୁଂ ।ମନ ହୋତଥି ପରେ ସକାରତଥି ପରେ ଦେଖ ଏ ପରାପର ।।୩।ତଥି ଉପରେଣ ପଲଙ୍କେ ଜାଣଶେଯ୍ୟା କରିଅଛି ଶେଷ ଶିରେଣ ।ଷୋଳ କୋଣ ହୋଇ ବତିଶ କ୍ଷୁରାଷଟ କୋଣ ତତ୍ରିଂ ମଧ୍ୟେ ତ୍ରିପୁରା ।ମନ ହୋତ୍ରିୟ କୋଣଟି ବୀଜସତ ଶକ୍ତି ଷଡ଼ କର୍ଣ୍ଣିକା ହେଜ ।।୪।ତ୍ରି ଅଙ୍କୁଶ ବୀଜ କହିବା ତୋତେଯାହା ବୁଝିଲେ ତୁ ଯିବୁ ପରତେ ।ପରାପର ବୀଜ ଶଷ ଦୂତିକାରମା ବୀଜ ଗୁରୁନାମ ରାଧିକାମନ ହୋକାମ ବୀଜଟି କୃଷ୍ଣଏହା ଭାବି ତୁହି ହେବୁ ହୋ ତୁଷ୍ଟ ।।୫।ଆଉରି କଥାଏ ଶୂଣ ହୋ ମନଲଳିତା କୁଣ୍ଡରେ କର ସ୍ରାହାନ ।ରମା ବୀଜ ଗୋଟି ଭଜନ କରପ୍ରେମ ରୂପା ଦେଖ କୃଷ୍ଣ ସଙ୍ଗରମନ ହୋରବି ରାହାସ ଲୀଳାରଙ୍ଗା ଶାମଳା କମଳା ବିମଳା ।।୬।ଏ ରୂପେ ଯେବେ ତୁ ପାଇବୁ ଭେଟଫିଟି ଯିବ ତୋର ଭବ ସଙ୍କଟ ।ଭକ୍ତ ଜନେ ତୋତେ ନେବେ କଢାଇପୁଷ୍ୟବିମାନେ ପାହାରି ଖଟାଇ ।ମନ ହୋବଇକୁଣ୍ଠକୁ ବୋଲିଅଚ୍ୟୁତ ଦାସ ଯେ ଏରୂପ ଭାଳି ।।୭।ନଅମନ ହୋ!ଠୁଳ ହୋଇ ଶୂନ୍ୟ ରୂପ ପାଇଲା ।ଠୁଳ ଶୂନ୍ୟରୁ ଉଂକାର ଜନ୍ମିଲା । ଘୋଷାଆକାର ଉକାର ଏକାର ଘେନିଏମନ୍ତ ହୋଇ ଆତ୍ମା ପଞ୍ଚୁ ବର୍ଣ୍ଣି ।।୧।ମନ ହୋ । ଅଣ ଅକ୍ଷର ଅଛିଅଣ ଅକ୍ଷରରେ ସର୍ବ ପୂରିଛି ।।୨।ତ୍ରିବେଣୀ ତ୍ରିକୁଟ ଆଡ଼କୁ ଅନାସେହି ପରେ ବାଟ ଫିଟିଛି ସିନା ।।୩।ଅର୍ଧମାତ୍ରା ତହିଂ ଉପରେ ଗାରଗାର ଗିରା ସିନା ତଥି ଭିତର ।।୪।ସିଧିରସ୍ଥ ବୋଲି ଚାରି ଦୁଆରଅଷ୍ଟ ରତ୍ନ ଥମ୍ଭ ଲାଗି ସେଠାର ।।୫।ତିନି ତିହୁଡ଼ି ତ୍ରିକୂଟର ଥାନଦୀନ ଅଚ୍ୟୁତି ଲଗାଇଛି ଧ୍ୟାନ ।।୬।ଦଶମନ ହୋ! ଯହିଂ ତାଟି ମୁକୁତୀଭଲା ସୂତ୍ର କରି ଗଢିଛ ଧାତା ।ଘୋଷାମାଟି ଘରକୁ ପବନ ଦୁଆରୀତହିଂ ବସିଅଛି ସୁବୁଦ୍ଧି ଶାରୀ ।।୧।ବୋଲଇ ରାମ ମୁକୁନ୍ଦ ମୁରାରିଚାରି ଦେବତାର ପାଦରୁ ଛରି ।।୨।ମାଟି ଘର ଭାଙ୍ଗି ଧୂଳିରେ ମିଶେମନପବନ କଉଂ ଘରେ ପଶେ ।।୩।ଶୁଣିମା ସୁଜନେ ରସ କାହାଣୀଘର ଛାଡ଼ିଗଲା ଶୂନ୍ୟ ପରାଣୀ ।।୪।ନିରାମ ତୋଟାରେ ଲାଗିଛି ଝାଡ଼ତହିଂ ତେଣ୍ଡାଳି ତେଣ୍ଡେ ଧୀର ଧୀର ।।୫।କଦମ୍ବ ଗଛର ଏ ଚାରି ଡାଳଉର୍ମ ଧୂର୍ମ ଜୋତି ଜ୍ୱାଳା ସେଠାର ।।୬।ତିନି ତିହୁଡ଼ି ତ୍ରିବେଣୀ ତ୍ରିବେଣୀ ତ୍ରିକୂଟସେହି ସଳଖେ ଆକାଶକୁ ବାଟ ।।୭।ମନୁରାୟେ ପଦ୍ମପାଦରେ ଚିତହେତୁ କହିଲା ପାମର ଅଚ୍ୟୁତ ।।୮।ଏଗାରମନ ହୋ । ଶୂନ୍ୟ ଲୀଳା ହୋଇଲାଶୂନ୍ୟରୁ ସିନା ଉଂକାର ଜନ୍ମିଲା ।।୧।ହଂ କ୍ଷଂ ବୋଲି ଯଉଂ ଶ୍ୱେତ ନୟନଯୋଗମାୟାକୁ ସେ ସଙ୍ଗେ ଘେନିଣ ।।୨।ବିରାଟ ଅଙ୍ଗେ ଯେ ତ୍ରିବେଣୀ ଧାରସକାର ମକାର ତିନି ହେଂ ସାର ।।୩।ଅଛପା ଅକ୍ଷର କହିଲେ ସରିନିରଞ୍ଜନ ବକତା କୃପା କରି ।।୪।ଆହେ ସୁଜନ ଜନ୍ମ କର ସୁଫଳସତ ଶାନ୍ତି ଦୟା କ୍ଷମାଟି ପାଳ ।।୫।ଗଙ୍ଗା ସ୍ରାନ ଫଳ ହେବ ପ୍ରାପତହେଜି କହଇ ସେ ଦୀନ ଅଚ୍ୟୁତ ।।୬।ସତ ନ କହିଲେ ସିନା ଅଗାଡ଼ିଅଗାଡ଼ିକି ବୀଜ ହେବ ବାହୁଡ଼ି ।।୭।ମନ କର୍ଣ୍ଣେ ଶୁଣି ସତ ହୋଇଲେଯମୂନା ସ୍ରାନ ଫଳ ପାଇ ଭଲେ ।।୮।ଶାନ୍ତ ନୋହି ଯେବେ ହିଂସନ୍ତି ଜୀବନିଶ୍ଚୟେ ଶ୍ୱାନ ଯୋନି ସେ ଲଭିବ ।।୯।ସେରେ ଅରଜି ମୁଠିଏ ଯେ ଦେବକ୍ଷୀର ସୋମଦ୍ରର ଫଳହିଂ ପାଇବ ।।୧୦।ମଲେଣ ଭଗତି ସୁଗତି ପାଇବ୍ରତ ତୀର୍ଥ ଫଳ ସାରଟି ଏହି ।।୧୧।ନିରେଖ ଜନ ଦୋଷମାନ ପୁଣିକ୍ଷମା କରନ୍ତି ସୁଖେ ଯଉଂ ପ୍ରାଣୀ ।।୧୨।ସେ ଜନ ନିତ୍ୟ ସ୍ଥଳେ ହୋନ୍ତି ଦାସମନିଷ୍ୟ ମଧ୍ୟେ ବୀଜ ଚାରି ଅଂଶ ।।୧୩।କ୍ଷମା ସାଗର ସତୀ ତୀର୍ଥ ଧରତୀର୍ଥ ବ୍ରତକରି ଭୁଲି ନ ମର ।।୧୪।ଏହି ତୀର୍ଥ କରି ତୀର୍ଥକୁ ଗଲେଗୃହ ଅରଣ୍ୟେ ଗତି ପାଇ ଭଲେ ।।୧୫।ଅଣାକ୍ଷର ବିନ୍ଦୁ ଅନାମ ହୋଏହକାର ବିନ୍ଦୁ ନାମ ପ୍ରକାଶାଏ ।।୧୬।ଉଂକାର ବିନ୍ଦୁରୁ ନାମ ପ୍ରକାଶହରେ ରାମ କୃଷ୍ଣ ଏ ତିନି ଅଂଶ ।।୧୭।ନାସିକା ଦ୍ୱାରେ ପବନ ଉଜାଣିଚଛୁ ତ୍ରିକୂଟେ ନାମ ଜପ ପୁଣି ।।୧୮।ଦୁଇରେ ଏକ ଦେଇଣ ଭଜିବଷୋଡ଼ଶ ଗୁରୁ ମନ୍ତ୍ର କୁହିଂ ହେବ ।।୧୯।ନାମ ଅନାମ ନିଶ୍ଚି ଦିନେ ଘୋଷନାମର କଥା ଏମନ୍ତ ପ୍ରକାଶ ।।୨୦।ନାମ ଅନାମ ମନ୍ତ୍ରମାନ ପୁଣସୁସାଧୁ ଚରଣେ ପୁଛ ଯତନ ।।୨୧।ନାମ ପରେଣ ଅନାମକୁ ଲୟେସୁସାଧୁ ଜନ ତା କରିଛି ଥୟେ ।।୨୨।ଝଟକ ବିଜୁଳି ସୁଅର୍ଣ୍ଣ ସେହୁସୂର୍ଯ୍ୟର ତେଜ ଅଟେ ଦାଉ ଦାଉ ।।୨୩।ଚଉଷଠୀ ବୀଜ ମନ୍ତ୍ର ଓଂକାରଗୋପାଳ ମନ୍ତ୍ର ଷୋଳ ନାମ ସାର ।।୨୪।ହରେ ରାମ କୃଷ୍ଣ କାମ ଗାୟିତ୍ରୀରାଧାକୃଷ୍ଣ ମନ୍ତ୍ର ପ୍ରାଣୀ ଚିନ୍ତନ୍ତି ।।୨୫।ଏକାକ୍ଷର ଅଣାକ୍ଷର ବିଚାରଗୋପାଳ ମନ୍ତ୍ର ଷୋଳ ନାମ ଧର ।।୨୬।ଅଣାକ୍ଷର ମନ୍ତ୍ର ଜାଣେ ଯେ ଭକ୍ତଜନ୍ମର ପାକ ବୀଜ ସେ ଅନନ୍ତ ।।୨୭।ଅଣାକ୍ଷର ଜପ୍ତି ଶରଣ ପଶଗୀତରେ ଭଣିଲେ ଅଚ୍ୟୁତ ଦାସ ।।୨୮।ବାରସଖି ଗୋ ! ଜନ୍ମ କରି ସୁଫଳସତ୍ୟ ଶାନ୍ତି ଦୟା କ୍ଷମାଟି ପାଳ । ଘୋଷା ।ଧରିଥିବ ଏକା ମନକୁ ଲୟେ ହେତୁରେ କରି ।ଅନହତ ଧ୍ୱନି ଜାଗିଣ ଅଣକ୍ଷର ସୁମରି ।।୧।ଶ୍ୱେତ ରଙ୍ଗା କଳା କୁଙ୍କୁମ ସେ ଶ୍ୟାମଳ ସୋରୂପ ।ଏହ ପାଞ୍ଚକଳା ଧ୍ୟାୟିଣ ଖଣ୍ଡ ଏ ଭବ ତାପ ।।୨।କ୍ଷଣେ ଦଣ୍ଡେ ନିଶି ଦିବସେ ହେତୁ ଦେଇଣ ଥିବ ।ଓମତି ଅର୍ଦ୍ଧମାତ୍ରା ପରେ କାମକଳା ସାଧିବ ।।୩।ଅକାର ଉକାର ମକାର ତିନିରୂପ ପ୍ରମାଣ ।ଅଚ୍ୟୁତ ଦାସ ଯେ ଭଣଇ ଜାଣି ଅଜପା ଗୁଣ ।।୪।ମନ ପବନ ଯେ ସହଜେ ନ ଗମଇ ଯହିଂକିସଖିଗଣମାନେ ଧିଆନ ରଖିଥାଅ ତହିଂକି ।।୫।ଅଖଣ୍ଡ ଅଶେଷ ସୋରୂପେ ଶୂନ୍ୟ ରାହାସ ଯହିଂ ।ହେତୁକର ସଖି ଅମନ ଭୁବନ ସେ ଅଟଇ ।।୬।ସେହି ଭୁବନେ ଦେଉଳ ଗୋଟା ହୋଇଛି ନିର୍ମାଣତହିଂର ମଧ୍ୟରେ ବିଜଏ ପ୍ରଭୁ ଶ୍ରୀ ନାରାୟେଣ ।।୭।ଅପୁଜା ଦେବତା ଭଜନେ ସିନା ସବୁରି ଆଶଶ୍ରୀ ହରି ଚରଣେ ଆଶ୍ରୟ ଦୀନ ଅଚ୍ୟୁତି ଦାସ ।।୮।ଠୁଳଶୂନ୍ୟ ରାସଠୁଳ ଶୂନ୍ୟ ରାସ ଲେଖ୍ନଓଂ ଶୂନ୍ୟ ଶୂନ୍ୟ ମହାଶୂନ୍ୟଶୂନ୍ୟ ମଧ୍ୟେ ନିରାକାର ।ଓଂ ନିରାକାର ଅଣାକାରଜଗନ୍ନାଥ ନମୋନମଃ ।