ଚତୁର୍ଥ ଅଧ୍ୟାୟ — ରାହାସ ଖଣ୍ଡ — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିସଖି ଗୋ! ଚଉବନ ଅକ୍ଷର
ବାରମାତ୍ରା ଘେନିଅଛି ବେଦର ।
।୮।
ଅର୍ଧ ଅଙ୍ଗେ ଷୋଳ ନାୟେକା ଜାଣ
ବତିଶ ନାୟେକା ହୋଇ ଭିଆଣ ।
ଚଉଷଠୀ କଳାରେ ପରିପୂର୍ଣ୍ଣ
କଳା ଦେହରୁଇ ସେ ରଙ୍ଗମାନ ।
ସଖି ଗୋ ! ଆଉ ମହିମା ନାହିଂ
ଅଗାଧ ଖୀର ସୋମୋଦ୍ରଟି ସେହି ।
।୯।
ଷୋଳ ସସ୍ର ପୋଈ ଛନ୍ତି ଯେ ରହି
ଷୋଳ ସସ୍ର ଦେବକନ୍ୟାଙ୍କ ଦେହୀ ।
ବତିଶ ସହସ୍ର ଠିକରେ ଜାଣ
ତ୍ରିପୁରା ଘେନି ଅଛନ୍ତି ଖଟିଣ ।
ସଖି ଗୋ ! ଆଉ ବତିଶ ସସ୍ର
କେଶ୍ୱର ବାହାରେ ଏହାଙ୍କ ବାସ ।
।୧୦।
ପୁରୁଷ ଶ୍ୱରୀ ତହିଂ ଦେଖା ନାହିଂ
ସବୁ ଗୋପିକାୟେ ଅଙ୍ଗଟି ସେହି ।
ରାଧାକୃଷ୍ଣଙ୍କର ଲମ୍ପଟ ଥାନ
କୋଟି କୋଟି ରୁପ ଯହିଂରୁ ଜନ୍ମ ।
ସଖି ଗୋ! ନୀଳ ମାଧେବ ମୂର୍ତ୍ତି
ବାଳ ଗୋପାଳ ଯେ ବେଢ଼ି ଅଛନ୍ତି ।
।୧୧।
ନବୀନ ମାଧେବ ସେ ବଂଶୀଧାରୀ
ତାଳ ମୃଦଙ୍ଗ କରେ ଛନ୍ତି ଧରି
କିଣି କିଣି ବଂଶୀ ଧୁନି ସେଠାବେ
ଗୋପୀନାଥଙ୍କୁ ଦେଖିବା ସ୍ୱଭାବେ ।
ସଖି ଗୋ ! ପରାପରଟି ନାହିଂ
ପୂର୍ଣ୍ଣ ରାହାସ ଦେଖିବ ସେଠାଇଂ ।
।୧୨।
ଉଦେ ହୋଇଅଛି ପୂର୍ଣ୍ଣିମା ଜହ୍ନ
ଚଉପାଶେ ଗୋପୀଙ୍କର ଆଶ୍ରମ ।
ଗଙ୍ଗା ଜମୁନା ସୋରସତୀ ଧାରେ
ଯାଇ ପଡୁଅଛି ରାଧା କୁଚରେ ।
ସଖି ଗୋ! କୃଷ୍ଣ ଲୁଚିଛି ତହିଂ
ସୁଧାରସ ତହିଂ ଦ୍ରବିଣ ଥାଇ ।
।୧୩।
କୋଟି କୋଟି ଦେବ ତହିଂରୁ ଜାତ
ବିମ୍ବଳା ସହିତେ ଅଷ୍ଟାଙ୍ଗ ରୂପ ।
ଲକ୍ଷ୍ମୀ ସୋରସତୀ ତହୁଂ ଜନମ
ଗଉରୀ ଚରଣ ଆଦି ଉପାମ ।
ସଖି ଗୋ! ନିତ୍ୟ ସ୍ଥଳର କଥା
ଦୀନ ଅଚ୍ୟୁତି ପାତିଅଛି ମଥା ।
।୧୪।
କୋଟି କୋଟି ବିଷ୍ଣୁଛନ୍ତି ଦୁଆରେ
ନିତ୍ୟ ରାହାସ ଲୀଳା ଅବତାରେ ।
ରାଧା କୃଷ୍ଣଙ୍କର ୟେକଇ ସ୍ଥାନ
କୋଟି କୋଟି ବିଷ୍ଣୁ ଯହିଂରୁ ଜନ୍ମ ।
ସଖି ଗୋ! ପାଦ ପଦ୍ମେ ଖଟିବା
ରାଧା ଅଙ୍ଗରୁ ଅମୃତ ପିଇବା ।
।୧୫।
ନାନା ଲୀଳା ଖେଳା ଉଦୟେ ତହିଂ
ଏଥିରୁ ଅଧିକ ଆସଇ ନାହିଂ ।
ପଞ୍ଚୁ ସଖାଙ୍କର ରାହାସ ବିଧି
ଅଷ୍ଟ ନାୟେକ ସେ ଯହିଂରେ ସିଦ୍ଧି ।
ସଖି ଗୋ! ଲକ୍ଷ ଲକ୍ଷ ମହିଂମା
କହିଲେ ନାହିଂ ଆଉ ସରିସମା ।
।୧୬।
ବଟ ପୁଟରେ ଅନନ୍ତ ପ୍ରକାଶ
ବଟ ବେଢ଼ି ଲୀଳା ନତ୍ୟ ରାହାସ ।
ନିଗମ ସୁବୁଧି ରୂପକୁ ଧ୍ୟାୟି
କୋଟି ବ୍ରହ୍ମାଣ୍ଡ ମୂଳ ସେ ଅଟଇଂ ।
ସଖି ଗୋ! ସେହିଠାବୁ ଛରୁଛି
ଶୂନ୍ୟରେ ବେଦୀ ଗୁପତେ ରହିଛି ।
।୧୭।
ଦ୍ୱାଦଶ ଯୋଜନ ବେଦୀ ବିଥାର
ଚାରିକୋଣେ ଚାରି ବଟ ଯାହାର ।
ହୀରା ନୀଳା ଆଦି ବୈଡୁର୍ଯ୍ୟ କାମ
ଅଷ୍ଟନିଧିରେ ହୋୟେ ପରଂଧାମ ।
ସଖି ଗୋ! ସୋଅର୍ଣ୍ଣର ପ୍ରାଙ୍ଗଣ
ମାଣିକର ଜୋତି ତହିଂ ଯତନ ।
।୧୮।
ଏମନ୍ତ ହୋଇଣ ସେ ସିଂହାସନ
ହ୍ଲୀଂ ଶ୍ଲୀଂ କ୍ଲୀଂ ହୋୟେ ଘଟଣ ।
ଅକାର ମକାର ଅଂକାର ଘେନି
ହଂ କ୍ଷଂ ବୋଲି କରନ୍ତି ଧୁନି ।
ସଖି ଗୋ! ତହିଂ ଧୁନି ଫୁରୁଛି
ଏକା ସୂତ୍ରରେ ଶବଦ ଛରୁଛି ।
।୧୯।
ସବୁ ଗୋପିକା ଏକ ମେଳ ହେଲେ
ନିତ୍ୟ ରାହାସ ରସରେ ରସିଲେ ।
ବଟ ପୁଟ ଶିଖେ ରାଧା ଚରଣ
ପାମର ଅଚ୍ୟୁତି ପଶେ ଶରଣ ।
ସଖି ଗୋ! ଏହି ରସରେ ରସ
ସୁଧାରସ ପିଇ କଳୁଷ ନାଶ ।
।୨୦।
ଇତିଶ୍ରୀ ନିତ୍ୟରାସ ଚତୁର୍ଥ ଅଧ୍ୟାୟଃ ।
ପଞ୍ଚମ ଅଧ୍ୟାୟ
କହେ ଚନ୍ଦ୍ରାବଳୀ ଦୁତୀକି ଚାହିଁଦେଖିଲି ସ୍ୱପନ ଆଜ ଗୋ ମୁହିଂ ।ଦୂତୀ ଗୋ! କୃଷ୍ଣ ନବୀନ ରୂପକେଳି କରୁଛନ୍ତି ଜଗୁ ନାୟେକ ।।୧।ଖଟିଛନ୍ତି ସର୍ବ ଗୋପିକା ମାନକ୍ଷଣ କ୍ଷଣକେ ହ୍ୱନ୍ତି ଅଚେତନ ।ଦୂତୀ ଗୋ! ଖୋବେ ମୃଚ୍ଛାଗତ ସେଖଟଣି କରି ଅଛନ୍ତି ହରଷେ ।।୨।ଗୁପତ ଯମୂନା ଯାଉଛି ବହିଂଗୋପୀ ଜନଙ୍କର ରାହାସ ତହିଂ ।ଦୂତୀ ଗୋ ! ଗଲା ଅଇଲା ନାଇଂଗୋପ୍ୟାନ ଥାନଟି ଅଗମ୍ୟ ଭୂଇଂ ।।୩।ଘନ ଘନ କରି ବାଉଛି ବେଣୁଘାରି ହୋଇଲାଣି ମୋହୋର ତନୁଦୂତୀ ଗୋ! ଘଟେ ଘଟେ ପୂରିଛିଘନ ଶ୍ୟାମଳିୟା ନନ୍ଦର ବଛି ।।୪।ଉଦେ ହୋଇଛି କି ପୂର୍ଣ୍ଣିମେ ଜହ୍ନଉଆଂସ ରାତିରେ ବିଦୁ ଯେସନ ।ଦୂତୀ ଗୋ! ଉଦେ ହୋଇଛି ରୂପଉପାମା ଦେବାକୁ ନାହିଂ ନା ଏକ ।।୫।ଚାଲ ସଖି ଆମ୍ଭେ ବହନ ଯିବାଚକ୍ରଧରଙ୍କୁ ଦ୍ରଶନ କରିବା ।ଦୂତୀ ଗୋ! ଚିତ୍ତ କରିବା ଥିରଚନ୍ଦ୍ରମା ଠାବେଣ ଯେହ୍ନେ ଚକୋର ।।୬।ଛନ୍ଦିଛନ୍ତି ପାଦ କଦମ୍ବ ମୂଳେଛଛନ୍ଦ୍ରେ ମୁରଲୀ ଦେଇ ଅଧରେ ।ଦୂତୀ ଗୋ! ଛିଦ୍ର ନୁହଇ ତହିଂଛନ୍ଦା ପାଦକୁ ଉପାମା ଯେ ନାହିଂ ।।୭।ଯମୂନା କାଳିନ୍ଦୀ ଗୁପତ ଧାରଯାଉଅଛି ବହି ଚରଣ ତଳ ।ଦୂତୀ ଗୋ! ଯିବା ବହନ ଚାଲଜୋତିରାନନ୍ଦ ହୋଇଛନ୍ତି ମେଳ ।।୮।ଝରୁଅଛି ରସ ନାନା ପ୍ରକାରଝର ବହୁଅଛି ତ୍ରିବେଣୀ ଧାର ।ଦୂତୀ ଗୋ! ଝୀନ ନାଳଟି ସେହିଝିମିଟେ ଓଲଟ ହୋଇ ବହଇ ।୯।।୯।ନୀଳା ଲାଗିଅଛି ଅଶେଷ ହୋଇନେତ୍ର ପିଛଡ଼ା ଆଉ ନ ପଡ଼ଇ ।ଦୂତୀ ଗୋ! ନୀଳା ନାନା ପ୍ରକାରନିମିଷେକ କୋଟି ଯୁଗ ଅନ୍ତର ।।୧୦।ଟାକି ସହିଂବା ସଖି ସେହିଠାରେଟେକି ଅନନ୍ତ ଫଣି ମଣି ଦ୍ୱାରେ ।ଦୂତୀ ଗୋ ! ଟଳ ଟଳ ସେ ହୋଇଟୋପି ଚନ୍ଦନ କେ ପାରିବ କହି ।।୧୧।ଠୁଳ ଶୂନ୍ୟ ବିନ୍ଦୁ ଅଛି ଆବୋରିଠୁଳ ବ୍ରହ୍ମ ମୟେ ୟେକତ୍ୱ କରି ।ଦୂତୀ ଗୋ! ଠାବେ ଠାବେ ଦିଶୁଛିଠିକେ ପରାଣ ନ ପାରିଲା ମୁର୍ଚ୍ଛି ।।୧୨।ଡୋଳା ପ୍ରତିମାକୁ ତକାଇ ଚାହିଂଡୋଳାରେ ଡୋଳା ରଖିଛି ଖଞ୍ଜାଇ ।ଦୂତୀ ଗୋ ! ଡଂଶେ ସେହି ମୁରୁତିଡହ ଡହ କରେ ଗୋପିକା ଛାତି ।।୧୩।ଢଳି ଢଳି କରି ନାଚନ୍ତି ହରିଢଳ ଢଳ ରୂପ ଏକାଙ୍ଗେ ପୂରି ।ଦୂତୀ ଗୋ! ଢମ ତେଜିବା ତହିଂଢଳ ଢଳ ରୂପ ବାରଣ ନାହିଂ ।।୧୪।ଅନାହତ ଧୂନି ନାହିଂ ଶବଦେଅଣ ଅକ୍ଷରେ ହୋଇଅଛି ଉଦେ ।ଦୂତୀ ଗୋ! ଅନାଦି ଆଦି ରୂପଅଣ ଅକ୍ଷରେ ଅଶେଷ ସୋରୂପ ।।୧୫।ତ୍ରିଗୁଣ ତ୍ରୟଧାର ବୀଜ ଧାମତତ୍ତ୍ୱ କରି ସଖି ତାହାକୁ ଚିହ୍ନ ।ଦୂତୀ ଗୋ ! ତଥ୍ୟ କହିଲି ତୋତେତୁ ଏବେ ଚାଲ ମୁଂ ଯିବି ସଙ୍ଗତେ ।।୧୬।ଥୟ ହୋଉ ନାହିଂ ମୋହରି ଦେହୀଥବିର ରୂପ ଏକ ରୂପ ତହିଂ ।ଦୂତୀ ଗୋ! ଥୟେ ହେଉତ ନାହିଂଥନ ଥନ ନେତ୍ରୁ ନୀର ବହଇ ।।୧୭।ଦିବ୍ୟରୂପ ଏ ଦିଶୁଅଛି ମୋତେଦେଖିଲେ ସଖି ମୁଂ ଯିବି ପରତେ ।ଦୂତୀ ଗୋ! ଦୀନବନ୍ଧୁ ଯେ ସେହିଦିନୁଂ ଦିନ ନୂଆ ରୂପ ହୋଅଇ ।।୧୮।ଧନ୍ୟ ବିଧାତା କରିଅଛୁ ଜନ୍ମଧନ୍ୟ ସେ କଦମ୍ବ ଯମୂନା ଥାନ ।ଦୂତୀ ଗୋ ! ଧନ୍ୟ ଗୋପୀଙ୍କ ଜନ୍ମଧରି ଅଧରୁ ସୁଧା କଲେ ପାନ ।।୧୯।ନିମିଷ ଚାରିଯୁଗ ତହିଂ ଜାଣନୀଳା ନିମନ୍ତେ ନାନାକାର ବର୍ଣ୍ଣ ।ଦୂତୀ ଗୋ! ନୀଳା ଲାଗିଛି ତହିଂନିଶି ଦିବସେ ଆଉ ଥାଏ ନାହିଂ ।।୨୦।ପରାପର ସବୁ ଅଛି ଆବୋରିପରାପୁରୁଷ ଆତ୍ମା ଗୋଟି ଧରି ।ଦୂତୀ ଗୋ! ପଦ୍ମ ପାଖରେ ଧ୍ୟାନପରାପରେ ଦେଖ ଏକଇ ବର୍ଣ୍ଣ ।।୨୧।ଫୁଲମାଳାରେ ରଖ ଥାଇ ଧ୍ୟାନଫୁଲ ସୋରେହା ଅଟେ ନନ୍ଦ କାହ୍ନ ।ଦୂତୀ ଗୋ! ଫୁଲ ଗଭା ଶ୍ୱରୀରଫିଟି ପଡ଼ୁ ଅଛି ଚରଣ ତଳ ।।୨୨।ବଡ଼ ବେଶ ହୋୟେ ନନ୍ଦ କହ୍ନାଇବିଚଳିତ ହେଲେ ଗୋପର ଗୋଈ ।ଦୂତୀ ଗୋ! ବଡ଼ ଶୋଭା ଘେନୁଛିବିଦାରି ଶ୍ୱରୀରୁଂ ଆତ୍ମା ନେଉଛି ।।୨୩।ଭାବ ବିନୋଦିଆ ଅନନ୍ତ ରୂପଭାବକୁ ସିନା ସେ ୟେତେ ସୋରୁପ ।ଦୂତୀ ଗୋ! ଭାବେ ଭଗତ ମନଭଗତ ବଛଳ ଜଗୁ ଜୀବନ ।।୨୪।ମହିମା ଅନ୍ତ କରିବା ନୋହଇମହିମାକୁ ବ୍ରହ୍ମା ନ ପାଏ ଯହିଂ ।ଦୂତୀ ଗୋ! ମହିମା ମେରୁ ସେହୁମହାଶୂନ୍ୟରୁ ଆଦି କଳ୍ପତରୁ ।।୨୫।ଯାହା ନିରୁପିଲି ଆଜ ରାତ୍ରରେଯୁଗଳ ରୂପ ଏକତ୍ୱ ଭାବରେଦୂତୀ ଗୋ! ଯମୂନା ତଟ ସେହିଜକ ଜକ ଦିଶେ ଅନନ୍ତ ମଠଇ ।।୨୬।ରଖିବା ଚିତ୍ତ ନିରବେ ସେଠାଇଂରଖିବାକୁ ଥାନ ଆଉ ଯେ ନାଇଂଦୂତୀ ଗୋ ! ରମ୍ଭା ତରୁଟି ଗୋପୀରସିବା ବୃନ୍ଦାବନରେ ସଂଛପି ।।୨୭।ଲାବଣ୍ୟ ରୂପ ସେ ନନ୍ଦର ସ୍ଥନୁଲଏ ଅଙ୍ଗରେ ସେ ବାଆନ୍ତି ବେନୁ ।ଦୂତୀ ଗୋ! ଲଏ କର ମିତଣିଲଳିତ ରୂପ ସେହୁ ଚକ୍ରପାଣି ।।୨୮।ବଡ଼ାଇ ସୁବେଶ ହୋୟେ କହ୍ନାଇବିହ୍ୱଳିତ ହେଲୁଂ ତାହାକୁ ଚାହିଂ ।ଦୂତୀ ଗୋ! ବାନା ବାନ୍ଧିଛି ତହିଂବଂଶୀ ଗୋଟିକ ଅଧରେ ଲଗାଇ ।।୨୯।ଶ୍ରୀମନ୍ତ ଶ୍ରୀଧର ଅଟନ୍ତି ହରିସଚରାଚର ଅଛନ୍ତି ଆବୋରି ।ଦୂତୀ ଗୋ! ଶୋଭା ପାଉଛି ଦେଖସହସ୍ରେ ଚନ୍ଦ୍ର ଜୋତିରୁ ଅନେକ ।।୩୦।ଶ୍ରୀକରେ ମୁରଲୀ ଅଧରେ ଧ୍ୟାନଶୋଭା ପାଉଅଛି ଶ୍ରୀ ବୃନ୍ଦାବନ ।ଦୂତୀ ଗୋ! ସଜ ହୁଅ ବହନଶରଣ ମେରୁ ସେ ନନ୍ଦ ନନ୍ଦନ ।।୩୧।ସବୁ ଗୋପୀଙ୍କର ଉଛୁକ ମନସୁର ମଧୁରେ ଦେଇଛନ୍ତି ଧ୍ୟାନ ।ଦୂତୀ ଗୋ! ସର୍ବ ବିଷୟା ତେଜଶରଣ ମେରୁ ପାରୁଶକୁ ହେଜ ।।୩୨।ହ୍ଲୀଂ ଶ୍ଲୀଂ କ୍ଲୀଂ ପ୍ଲୀଂ ୟେ ଚାରିହରେ ରାମ କୃଷ୍ଣ ମନ୍ତ୍ର ଉଚ୍ଚାରି ।ଦୂତୀ ଗୋ! ହୃଦ ପଦ୍ମରେ ଦେଖହରାଦି ଅକ୍ଷର ଜଗୁ ନାୟେକ ।।୩୩।କ୍ଷଂ ହଂ ବୋଲି ଯଉଂ ଅକ୍ଷରକ୍ଷମାନିଧିଙ୍କ ସେ କୋଠ ଭଣ୍ଡାର ।ଦୂତୀ ଗୋ ! କ୍ଷମାନିଧିଙ୍କ ବାସକ୍ଷେମେଣ ଅଚ୍ୟୁତି କରିଛି ଆଶ ।।୩୪।ଇତିଶ୍ରୀ ନିତ୍ୟରାସ ପଞ୍ଚମ ଅଧ୍ୟାୟଃ ଦଧିବାସ ।
ଷଷ୍ଠ ଅଧ୍ୟାୟ
ନିତ୍ୟ ଲୀଳା ଦ୍ରଶନରେ ଗୋପିକାଙ୍କ ମନନବୀନ କିଶୋରୀ ରାଧା ଅଛନ୍ତି ସଙ୍ଗେଣ ।।୧।ହୁଳହୁଳି ଧୁନି ଦେଇ ହୋଇଲେ ବାହାରସବୁ ଗୋପୀଙ୍କର ହାଥେ ପୁର୍ଣ୍ଣକୁମ୍ଭ ନୀର ।।୨।ଦଧି ଯେ ଅକ୍ଷତ ଆଦି ନାନା ବର୍ଣ୍ଣ ଫୁଲଘେନି କରି ସଜ ସାଜି ହୋଇଲେ ବାହାର ।।୩।ପୀତାମ୍ବରୀ ଶାଢୀ ପିନ୍ଧି ଉପରାଣ ଦେଇକାଞ୍ଚଲା ଉପରେ ଚମ୍ପା ବଉଳ ଚଢ଼ାଇ ।।୪।କର୍ପୁର କସ୍ତୁରୀ ସେ ଯେ ହୋଇଛନ୍ତି ବୋଳିଚମ୍ପା କଢ଼ିମାନ ତାଙ୍କ ହୃଦେ ଅଛି ପଡ଼ି ।।୫।କେବଣ ବାଜେଣି ସେ ନେପୂର କିଙ୍କିଣିନାସାରେ ବସଣୀ ଶୋଭା ସିନ୍ଧୁ ଫଳ ଜିଣି ।।୬।ଗଳାରେ କନକ ହାର ବଉଳ ମାଳତୀଅର୍ଘ୍ୟ ଥାଳୀମାନ ସବୁ ହସ୍ତେ ଘେନିଛନ୍ତି ।।୭।ଅଙ୍ଗୁଷ୍ଠିରେ ମୁଦ୍ରିମାନ ଚନ୍ଦ୍ରର କଙ୍କଣବାହାରେ ବାଜେଣି ସେ ଯେ ରୁଣଝୁଣ ।।୮।ସର୍ବ ଗୋପୀ ଏକମୁଖ ହୋଇଣ ଉଠିଲେସିନ୍ଧୁଘୋଷ ଜିଣି ସର୍ବେ ହୁଳହୁଳି ଦେଲେ ।।୯।ଉପାମା ଦେବାକୁ ଆଉ ତିନିପୁରେ ନାହିଂବାହାର ହୋଇଲେ ଦେବସ୍ତିରୀ ସଜ ହୋଇ ।।୧୦।ସର୍ବ ଗୋପୀ ମେଳ ହୋଇ ରାଧାଙ୍କୁ ବେଢ଼ିଲେଶ୍ରୀ କୃଷ୍ଣଙ୍କୁ ବନ୍ଦାଇବା ପାଇଂ ବିଜେ କଲେ ।।୧୧।ରାଧାଙ୍କୁ ବେଢ଼ିଣଛନ୍ତି ସକଳ କାମେନୀପଦ୍ମଂବନ ମଧ୍ୟରେ ଚନ୍ଦ୍ରମା ପାୟେ ଜାଣି ।।୧୨।ନବୀନ ସେ ଗୋପୀମାନେ ନବୀନ ବସନନବୀନ ବସନ୍ତ ଋତୁ ବହେ ଘନ ଘନ ।।୧୩।ନବୀନ କୁଞ୍ଜକୁ ବିଜେ କଲେକ ବହନନବୀନ ଶାମଳ ଧୂନି ନବ ଯଉବନ ।।୧୪।ନବୀନା ରାଧିକା ସେ ଯେ ନବୀନା ଦୂତିକାନବୀନ କୁଞ୍ଜରେ ବେନୁ ଧରିଛି ରାଧିକା ।।୧୫।ଥନ ଥନ ନୟନରୁ ବହୁଅଛି ପାଣିଥୟେ ନୋହନ୍ତି ସେ ଗୋପୀ ବଂଶୀଧ୍ୱନି ଶୁଣି ।।୧୬।ଠୁଳ ଏକରୁଣ୍ଡ ହୋଇ ହେଲେକ ବାହାରଯମୂନା କୂଳରେ ଯାଇ ମିଳିଲେ ତତ୍ପର ।।୧୭।ତ୍ରିଭଙ୍ଗିମା ଛନ୍ଦେ ଉଭା ହୋଇଛନ୍ତି ହରିଦେଖିକରି ଗୋପୀମାନେ ଦେଲେ ହୁଳହୁଳି ।।୧୮।ସୁଦାମ ସୁବଳ ସେ ଯେ ଦ୍ୱାଦଶ ଗୋପାଳବତ୍ରିଶ ନାୟେକା ଆଦି ଅଛନ୍ତି ସଙ୍ଗର ।।୧୯।ସୋଅର୍ଣ୍ଣ କଟରା ମାନ ହାତରେ ସେ ଧରିଚନ୍ଦନ କର୍ପୁର ଚୁଆମାନ ତହିଂ ଭରି ।।୨୦।କୁଞ୍ଜରେ ସେ ବିଜେ କରିଛନ୍ତି ଦେବ ହରିଆସ ଆସ ବୋଲିକରି ହାଥ ଦେଲେ ଠାରି ।।୨୧।ବନ୍ଦାଇଣ ଗୋପୀମାନେ ହୋଇଲେକ ଭୋଳଚନ୍ଦନ କର୍ପୁର ଗନ୍ଧ ଗଜେ ପୁଷ୍ପହାର ।।୨୨।ବଉଳ କେତକୀ ସେ ଯେ ନାନା ବର୍ଣ୍ଣେ ଫୁଲହାର ଘେନି ଶ୍ରୀ କୃଷ୍ଣଙ୍କୁ ବନ୍ଦାଇବା ଚାଲ ।।୨୩।କର୍ପୁର କସ୍ତୁରୀ କୃଷ୍ଣ ଅଙ୍ଗରେ ବୋଳିଲେଭୋଳ ହୋଇ ଗୋପୀମାନେ ମୋହମାନ ହେଲେ ।।୨୪।ଉଛୁଲିଲା ପ୍ରେମସିନ୍ଧୁ ସୁଧାରସ ଧାରସର୍ବ ଗୋପୀମାନେ ଯାଇ କଲେ ତାଙ୍କୁ କୋଳ ।।୨୫।ନିତ୍ୟ ରାହାସ ମହିମା ଅମୃତ ଏ ରସଭାବରେ ଭଣିଲେ ଦୀନ ଅଚ୍ୟୁତ ଦାସ ।।୨୬।ଇତିଶୀ ନିତ୍ୟରାସ ଦଧିବାସ ଷଷ୍ଠ ଅଧ୍ୟାୟଃ ।ମହାନିତ୍ୟ ରାହାସ