ଦ୍ୱାଦଶ ଛାନ୍ଦ ମିଳନ ଅପୂର୍ବ କାହାଣୀ । — ରାହାସ ଖଣ୍ଡ — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଓଂ ହ୍ଲୀଂ ଶ୍ଲୀଂ କ୍ଲୀଂ ଗୋପୀଜନ ବୋଲିଣ ।
।୨୦।
ବଲ୍ଲଭାୟ ନମଃ ହ୍ଲୀଂ ଶ୍ଲୀଂ କ୍ଲୀଂ କହି
ସ୍ତିରୀ ମନ୍ତ୍ର ୟେବେ ରାମ ଶୁଣ ମନ ଦେଇ ।
।୨୧।
ଗୋପୀଜନ ରାଧେଶ୍ୟାମ ବଲ୍ଲଭାୟ ନମଃ
ମାଘ ମାସ ମନ୍ତ୍ର ତୋତେ କହିଦେବା ପୁଣ ।
।୨୨।
ଓଂ ଓଂ ଓଂ ଶୂନ୍ୟ ଗୋପୀ ଜନ ଯେ କହିଣ
ବଲ୍ଲଭାୟ ନମଃ ବୋଲି ଅଣ୍ଡିର ପ୍ରମାଣ ।
।୨୩।
ଫଗୁଣ ମାସର ମନ୍ତ୍ର ଶୁଣ ରାମ ଦାସ
ସ୍ତିରୀ ଯେ ପୁରୁଷ ମନ୍ତ୍ର କରିବା ପ୍ରକାଶ ।
।୨୪।
ରାମ କୃଷ୍ଣ ରାମ କୃଷ୍ଣ କୃଷ୍ଣ କୃଷ୍ଣ ରାମ
ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ ରାଧେ ଶ୍ୟାମ ।
।୨୫।
ଚଇତ ମାସର ମନ୍ତ୍ର ଶୁଣରେ କୁମରେ
ହରେ ରାମ ହରେ ରାମ ରାମ ରାମ ହରେ ।
।୨୬।
ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ କୃଷ୍ଣ ରାଧେ
ରାଧେ ଶାମ ରାଧେ ଶାମ ଶାମ ଶାମ ରାଧେ ।
।୨୭।
ବୈଶାଖ ମାସର ମନ୍ତ୍ର ଶୁଣ ଆହେ ରାମ
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ରାମ ।
।୨୮।
ସ୍ତିରୀ ଯେ ପୁରୁଷ ଏହୁ ଭାବେ ଲୀଳା ଜାଣ
ଜ୍ୟେଷ୍ଠେ ରାଧେ କୃଷ୍ଣ ରାଧେ ଶ୍ୟାମ ଯେ ପ୍ରମାଣ ।
।୨୯।
ଆଷାଢ଼ ମାସର ମନ୍ତ୍ର ଶୁଣି ତୁହି ରାମ
ଓଂ ଶ୍ଲୀଂ ଇତି ରାମ କ୍ଲୀଂ ହ୍ଲୀଂ ନମଃ ।
।୩୦।
ଓଂ କ୍ଲୀଂ କୃଷ୍ଣ ଥିତି ନମୋ ବୋଲି କହି
ଶ୍ରାବଣ ମାସର ମନ୍ତ୍ର ଶୁଣ ଏବେ ତୁହି ।
।୩୧।
ଶାମ ରାଧେ ଶାମ ରାଧେ ନମୋ ବୋଲି ପୁଣ
କ୍ଲୀଂ କୃଷ୍ଣ ରାମ ହରେ ହରେ ନମୋ ନମଃ ।
।୩୨।
ଭାଦ୍ରବ ମାସରେ ବାବୁ ଷୋଳ ନାମ ଘୋଷ
ଷୋଳକ୍ଷର ପ୍ରମାଣରେ ମନ୍ତ୍ର ପରକାଷ ।
।୩୩।
ଓଂ ହ୍ଲୀଂ ଶ୍ଲୀଂ କ୍ଲୀଂ ପ୍ଲୀଂ ହ୍ଲୀଂ ଶ୍ଳୀଂ କ୍ଲୀଂ କହି
ଓଂ ଶ୍ଲୀଂ ହ୍ଲୀଂ କ୍ଲୀଂ ଓଂ ପ୍ଲୀଂ ଧ୍ଲୀଂ କହି ।
।୩୪।
ଓଂ ଶ୍ଲୀଂ ହ୍ଲୀଂ ଧ୍ଲୀଂ ପ୍ଲୀଂ ମ୍ଲୀଂ ହ୍ଲୀଂ କ୍ଲୀଂ ଶ୍ଲୀଂ ସ୍ୱାହା
ଶୁଣ ବାବୁ ରାମଚନ୍ଦ୍ର ଷୋଳକ୍ଷର ଯାହା ।
।୩୫।
ଆଶିନ ମାସର ମନ୍ତ୍ର ତୋତେ ଦେବା କହି
ହ୍ଲୀଂ ଶ୍ଲୀଂ କ୍ଲୀଂ ଶୂନ୍ୟ ବୋଲିଣ ଯେ ସେହି ।
।୩୬।
ଶ୍ଲୀଂ ରାଧେ ନମୋ ନମଃ ମୁଖେ ରଟୁଥିବୁ
କ୍ଲୀଂ କୃଷ୍ଣ ରାମ ହରେ ନମଃ ଯେ ବୋଲିବୁ ।
।୩୭।
କାର୍ତିକ ମାସର ମନ୍ତ୍ର ବେବସ୍ଥା ଯେମନ୍ତ
କ୍ଲୀଂ କୃଷ୍ଣାୟ ଗୋବିନ୍ଦାୟ କର ପ୍ରଣିପାତ ।
।୩୮।
ବାର ଗୋଟି ମାସରୁ ଚବିଶ ପକ୍ଷ ଜାତ
ଶ୍ଲୀଂ ଗୋପୀ ଜନ ବଲ୍ଲଭାୟ ନମସ୍ତୁତ ।
।୩୯।
ଚବିଶ ପ୍ରହର ବାବୁ ଅନ୍ଧାର ଘୋଟିବ
ୟେହୁ ସନ୍ଧି ତତ୍ତ୍ୱମାନ ଯେବା ଜାଣିଥିବ ।
।୪୦।
ଉଦୟେ କରିବ ରାମ ଉଦେ ବଟଠାବେ
ପ୍ରକାଶିବ ଲୀଳା ରାମ ସତ୍ୟ ହେବା ତେବେ ।
।୪୧।
ପଦ୍ମବନେ ମେଳି ହୋଇ କରିବେ ରାହାସ
ବୋଲି ଆଣ୍ଟେ ବ୍ରହ୍ମକ୍ଷର ୟେକାକ୍ଷର ଘୋଷ ।
।୪୨।
ଚବିଶ ପ୍ରହର ଯେ ଦେଖିବୁ ୟେହା ଚାହିଂ
ରାଧା କୃଷ୍ଣ ବେନି ସିଂଘାସନେ ଛନ୍ତି ରହି ।
।୪୩।
ଗୋପୀମାନେ ବେଢ଼ିଛନ୍ତି ଚାରି ପାରୁଶରେ
ନାନା ବାଦ୍ୟେ ବୃନ୍ଦାବନ ଯମୂନା ଉଛୁଳେ ।
।୪୪।
ବେନି ମୁର୍ତ୍ତି ୟେକ ଅଙ୍ଗ ପ୍ରାୟେକ ଦିଶଇ
ଅଧରୁ ଅଧରୁ ସୁଧା ଯାଉଥାଇ ବହି ।
।୪୫।
ଜୟ ଜୟ ଧୁନି ଶୁଭେ ପ୍ରେମ ଉଲ୍ଲାସରେ
ନାଚି ଗୋପାଙ୍ଗନା ବୋଲୁଥାନ୍ତି ହରେ ହରେ ।
।୪୬।
କେ ଅବା ବୋଲେ ଭୁବନମୋହନ ଶ୍ରୀଧର
ଭୃଙ୍ଗ ଚାହାଣି ଚାହାନ୍ତି ବ୍ରହାଣ୍ଡ ଠାକୁର ।
।୪୭।
ଭୂବନ ମୋହନ ଲିହି ପଦ କାୟା କରେ
ମହ ଜନ ଗୋପୀ ଘେନି ଲୀଳା ଉଛବରେ ।
।୪୮।
ତତ୍ସବିତୃ ବରେଣ୍ୟ ଭର୍ଗୋଦେବସ୍ୟଧିମହୀ
ଧିୟୋୟୋନ ପ୍ରଚୋଦୟାତ୍ ପରଂବ୍ରହ୍ମ କହି ।
।୪୯।
ଦଶ ପ୍ରଣବକୁ ରଖି ଯନ୍ତ୍ର ବସାଇଲେ
ପ୍ରେମ ଉଲ୍ଲାସରେ ଗୋପୀ ନାମ ଉଚ୍ଚାରିଲେ ।
।୫୦।
ସିଂଘାସନେ ବିଜେ କଲେ ଶ୍ରୀମତୀ ଶ୍ରୀପତି
ନେତ୍ରେ ବସି ଦେଖୁଥାଏ ଦୀନ ଯେ ଅଚ୍ୟୁତି ।
।୫୧।
ଇତିଶ୍ରୀ ରାଧା ରାସ ତ୍ରୟୋଦଶ ଗୁଜ୍ଜରୀ ।
ଚତୁର୍ଦ୍ଦଶ ଗୁଜ୍ଜରୀ
ଗୋପୀମାନେ ବେଢ଼ିଛନ୍ତି ଚଉ ପାରୁଶରେ
ଜୟ ଜୟ ଶବଦରେ ମହୀ ଯେ ଉଛୁକେ ।
।୧।
ଶୁଣି ତରୁ ଲତାମାନେ ପଲ୍ଲବିଲେ ପୁଣ
ପୁଷ୍ୟ ବୃଷ୍ଟି କରିୁଛନ୍ତି ସୋର୍ଗୁ ଦେବଗଣ ।
।୨।
କେ ବାଦ୍ୟ ବଜାଇ କେହୁ କରତାଳି ଦେଇ
କେ ବୀଣା କଂସାଳ ଘେନି ମୃଦଙ୍ଗ ବଜାଇ ।
।୩।
ମୃଦଙ୍ଗ ସଙ୍ଗତେ କେବା କଂସାଳ ଘେନିଣ
କେବା ନାମ ଧୁନି କରେ ମନ୍ତ୍ର ଉଚ୍ଚାରିଣ ।
।୪।
ଚନ୍ଦ୍ର ସୂର୍ଯ୍ୟ ଉଦେ ହେଲା ଦେଖିଲେକ ଗୋଈ
ତ୍ରିଭୁବନ ତୁଚ୍ଛ ପ୍ରାୟେ ମଣିଲେକ ସେହି ।
।୫।
ବେନି ମୂର୍ତ୍ତି ଚାହିଂ ଜରା ମରଣ ଜିଣିଲେ
ଦେହକୁ ବିଶୋରି ଗୋପୀ ଅଦେହ ଭେଟିଲେ ।
।୬।
ମହାନିତ୍ୟେ ପଶି ନିତ୍ୟ ରାହାସ ରଚନ
ଦେହ ପ୍ରାଣ ଜୀବନକୁ କଲେ ସମର୍ପଣ ।
।୭।
ଯେତେ ଦୁଖ ଲଭିଥିଲେ ସର୍ବ ପାଶୋରିଲେ
ଚିନ୍ତା ମାୟା ମୋହ ଶୋକ ସକଳ ତେଜିଲେ ।
।୮।
ମନ୍ତ୍ରମାନ ଉଚ୍ଚାରଣ ମୁଖେ ଦିଲେ ଧୁନି
ସର୍ବେ ୟେକମୁଖ ହୋଇ କରନ୍ତି ମଣ୍ଡଣି ।
।୯।
କେ ବୋଲଇ ଗୋପୀଜନ ବଲ୍ଲଭାୟ ହରେ
କେବା ବୋଲେ ନନ୍ଦକନ୍ଦ ଶାମ ଦାମ ବାରେ ।
।୧୦।
କେବା ହ୍ଲୀଂ ଶ୍ଲୀଂ କ୍ଲୀଂ ତ୍ରିବୀଜ ଉଚ୍ଚାରେ
ସାଧୁ ମଧୁ ଦୀନ ଧର୍ମ ବ୍ରହ୍ମ ନାମ ସ୍ମରେ ।
।୧୧।
ହରେ ରାମ କୃଷ୍ଣ ନାଦ ବିନ୍ଦୁ ଉଚ୍ଚାରନ୍ତି
ରାଧା ହରି ଗୁରୁସ୍ୱାମୀ କେ ଅବା ଡାକନ୍ତି ।
।୧୨।
ହରେ ରାମ ହରେ ରାମ ରାମ ହରେ
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ।
।୧୩।
ରାଧେ କୃଷ୍ଣ ରାଧେ କୃଷ୍ଣ କୁଷ୍ଣ ରାଧେ ରାଧେ
ରାଧେ ଶ୍ୟାମ ରାଧେ ଶ୍ୟାମ ଶ୍ୟାମ ରାଧେ ରାଧେ ।
।୧୪।
ରାଧେ କୃଷ୍ଣ ରାଧେ ସ୍ୱାହା ମନ୍ତ୍ର ଉଚ୍ଚାରିଣ
ମଣୋହିଂ ପଦାର୍ଥ ମାନ କଲେ ସମର୍ପଣ ।
।୧୫।
ନିଜ ଦେହ ପାଶୋରିଣ ସେ ବାଇ ହୋଇଲେ
ଭୋଗ ମଣ୍ଡୋପରେ ଭୋଗ ନଇବିଦ୍ୟ କଲେ ।
।୧୬।
ଗୋପୀ ଦଶାକ୍ଷର ମନ୍ତ୍ର ମାଜଣା ହୋଇଣ
ଗୋପାଳ ଯେ ଅଷ୍ଟାଦଶ ଅକ୍ଷର ମନ୍ତ୍ରେଣ ।
।୧୭।
ତାମ୍ବୁଳ ଭୁଞ୍ଜାଇ କେହୁ ବିଡ଼ିଆ ଦିଅନ୍ତି
ଚୁଆ ଯେ ଚନ୍ଦନ ଅଙ୍ଗେ ଲେପନ କରନ୍ତି ।
।୧୮।
କେହୁ ଆଲଟ ଚାମର ଆନନ୍ଦେ ଢାଳଇ
କେ ପାଦ ମଞ୍ଚାଳେ କେହୁ ବାସକୁ ପିନ୍ଧାଇ ।
।୧୯।
ହାସ ପରିହାସେ କେହୁ ଚାଟୁବାଣୀ କହି
କେହୁ ସୁଧାରସେ ଭାଷି କୋଳାଗ୍ରତ ହୋଇ ।
।୨୦।
ମେଳ ହୋଇ ଗୋପୀମାନେ ଆନନ୍ଦ ହୋଇଲେ
ସର୍ବେ ୟେକମୁଖ ହୋଇ ରାହାସ ରଚିଲେ ।
।୨୧।
ଜୟ ରାଧାକୃଷ୍ଣ ବୋଲି ଜୟ ଜୟ ବାଣୀ
ହରି ଧୁନି ଉଚାରିଣ ବାଏ ଶଙ୍ଖ ଧୁନି ।
।୨୨।
ନୃତ୍ୟ ଲୀଳା କଉତୁକ ପ୍ରେମେ ଭୋଳ ହୋଇ
ସର୍ବ ଦୁଖ ତେଜ୍ୟା କଲେ ବ୍ରହ୍ମ ଅଙ୍ଗ ପାଇ ।
।୨୩।
ରାଧା କୃଷ୍ଣ ଅଙ୍ଗ ଲାଗି ମୁକତି ହୋଇଲେ
ବ୍ରହ୍ମ ଅଙ୍ଗ ପାଇ ଗୋପୀ ବ୍ରହ୍ମଦର୍ଶୀ ହେଲେ ।
।୨୪।
ରାହାସ ବଢ଼ାଇ ଗୋପୀ ପ୍ରେମ ଆନନ୍ଦରେ
ଚଳିଗଲେ ସର୍ବ ଗୋପୀ ଯେ ଯାହା ମନ୍ଦିରେ ।
।୨୫।
କୃଷ୍ଣ ବିଜେ କଲେ ଯାଇଂ ନନ୍ଦର ମନ୍ଦିରେ
ରାଧା ବିଜେ କଲେ ଯାଇଂ ଚନ୍ଦ୍ରସେଣା ପୁରେ ।
।୨୬।
ୟେ ଲୀଳା ହୋଇବ ରାମ ରତ୍ନବଟ ଠାଇଂ
ସେହି ଗୋପୀ ଗୋପାଳ ଯେ ନାନା ଜାତି ହୋଇ ।
।୨୭।
ଆମ୍ଭେ ବସିଥିବୁ ବାବୁ ୟେ ବଟ ମୂଳରେ
ତୁହି ରହିଥିବୁ ବାବୁ ମୋହୋର ସେବାରେ ।
।୨୮।
ତେବେ ବେଳେ କଳିଯୁଗ ଯିବ ଶେଷ ହୋଇ
ସେବେଳେ ରାହାସ ହେବ ଉଦେବଟ ଠାଇଂ ।
।୨୯।
ଚବିଶ ପ୍ରହର ବାବୁ ଅନ୍ଧାର ଘୋଟିବ
ଚବିଶ ପ୍ରହର ତେଣୁ ରାହାସ ହୋଇବ ।
।୩୦।
ନାମ ଧୁନି ଦେଖି କଳି ହେବ ଥରହର
ମନ୍ତ୍ରମାନ ଉଚ୍ଚାରିଣ କଳିକାଳ ହର ।
।୩୧।
ସର୍ବ ପୋୟେ ମିଳି ଭାବେ ରାହାସ କରିବେ
ବଳମାନ ପାପ ଭାର ନିଶ୍ଚେ ଧୂଆଇବେ ।
।୩୨।
ୟେହି କଥା ମନେ ରଖିଥିବୁ ହୋ କୁମର
ସଂପୁର୍ଣ୍ଣ ରାହାସ ହେବ କଳାଗିରିଠାର ।
।୩୩।
ଶୁଣିଲୁ ରାଧା ରାହାସ କର ହୋ ଗୁପତ
ଚତୁର୍ଦ୍ଦଶ ଛାନ୍ଦେ ପୂର୍ଣ୍ଣ ପାଦେକ ଅମୃତ ।
।୩୪।
କାହିଂ ନ କହିଣ ଗୁପ୍ତେ ରଖିଥିବୁ ରାମ
ରାଧା ରାସ ଭାବି ଭଣେ ଅଚ୍ୟୁତ ଅଧମ ।
।୩୫।
ଇତିଶ୍ରୀ ରାଧା ରାସ ଚଦୁର୍ଦ୍ଦଶ ଗୁଜ୍ଜରୀ ସଂପୂର୍ଣ୍ଣ ।
ବୃନ୍ଦା ରାସ
ପ୍ରଥମ ଛାନ୍ଦ
ଶୁଣ ହୋ ସୁଜନେ ଅପୂର୍ବ ରସଲଳିତା ମିଳିଲେ ରାଧାଙ୍କ ପାଶ ।ଦେଖିଣ ରାଧା ଆନନ୍ଦିତ ହୋଇକୋଳାଗ୍ରତ କରି ପାଶେ ବସାଇ ।କହନ୍ତିଧୀରେ କୋମଳ ବାଣୀକି କାର୍ଯ୍ୟେ ଆସିଲ ପ୍ରାଣ ମିତଣୀ ।।୧।ତୁମ୍ଭଙ୍କୁ ଦେଖି ମୋ ଦେହ ଶୀତଳକୋକିଳ ପାଏ କି ବସନ୍ତ କାଳ ।ଭାନୁକୁ ଦେଖିଣ ଯେହ୍ନେ କମଳତୃଷାର୍ତୀ ଯେହ୍ନେ କି ପ୍ରାପତ ଜଳ ।ଲଳିତେଘୋର କାମ ଜଞ୍ଜାଳନାରୀ ଜନ୍ମ ହୋଇବଟି ବିଫଳ ।।୨।ଶୁଣି ଲଳିତା କହନ୍ତି ବଚନଶୁଣ ଶୁଣ ସହୀ ନାରୀରତନ ।ଯଉଂ କାର୍ଯ୍ୟେ ମୁହିଂ ତୁମ୍ଭ ପାଶକୁଆସିଛି ସହି ଗୋ ମନ ତୋଷକୁ ।ସଖି ଗୋଯିବା ବୁନ୍ଦା କାନନସର୍ବ ସଖି ସଜ ହୁଅ ବହନ ।।୩।ସର୍ବ ସଜନୀ ସଜ ହୋଇ ଯିବାପ୍ରୀତି ରସରେ ଖେଳହିଂ ଖେଳିବାତ୍ରିପୁରା ସଖିକୁ ଆଗେ ବସାଇଉପଦେଶମାନ ବୁଝିବା ତହିଂ ।ରାଧେ ଗୋଆସିଥିଲି ଯେ ମୁହିଂସନମତ କଲେ ଯିବି ମୁଂ ସହି ।।୪।ଶୁଣି ଶ୍ରୀମତୀ କହନ୍ତି ବଚନସଖିଙ୍କ ମଧ୍ୟେ ଅଟ ତୁମ୍ଭେ ଧନ୍ୟ ।ତୁମ୍ଭ ସ୍ନେହହିଂ ଅଟେ ଗଙ୍ଗାଜଳଅମୃତୁଂସ୍ୱାଦୁ ପଦ୍ମରୁ ନିର୍ମଳ ।ସଖି ଗୋଯାହା ମୁଂ ଭାବୁଥିଲିତୁମ୍ଭ ମୁଖରୁ ମୁଂ ତାହା ଶୁଣିଲି ।।୫।ହେଳା ନ କରି ବେଗେ ତୁମ୍ଭେ ଚଳସର୍ବ ସଖିଙ୍କି ଆଣି କର ଠୁଳ ।ଶୁଣି ଲଳିତା ବହନ ଚଳିଲେସର୍ବ ସଖିଙ୍କି ନିମନ୍ତି କହିଲେ ।ସଜନୀଶ୍ରୀମତୀଙ୍କ ବଚନଚାଲ ବହନ ଯିବା ବୃନ୍ଦାବନ ।।୬।ଶୁଣି ସର୍ବ ସଖି ଆନନ୍ଦ ହେଲେଯେ ଯାହା ସଜ ହୋଇ ବାହାରିଲେ ।ଆଗଭର ହୋଇ ତ୍ରିପୁରା ମାତବୋଲନ୍ତି ଚାଲରେ ଯିବା ସଂଗତ ।ସହି ଗୋଚାଲ ଶ୍ରୀ ବୃନ୍ଦାବନଧ୍ୟାନ ଦେଇଥିବା ସେ ବଂଶୀସ୍ୱନ ।।୭।ପିନ୍ଧି ଦିବ୍ୟ ଅମଳାନ ବସନକାଞ୍ଚିଲା ଅଙ୍ଗକୁ ଦିଶୋ ଶୋଭନ ।କୁଚ ସମ୍ପୁଟକ ଶୋଭା ଦିଶଇକଣ୍ଠରେ ମୁକୁତା ମାଳ ଲମ୍ବାଇ ।ଲଲାଟେଶୋଭାପାଏ ସିନ୍ଦୁରପାଦଦେଶକୁ ମଣ୍ଡିଛି ନେପୁର ।।୮।ବାହାରେ ବାହୁଟି ହାଥେ କଙ୍କଣକଟିରେ ମେଖଳା କି ଶୋଭାବନ ।କେଶଗୁଚ୍ଛ କଳା ଡୋଳାକୁ ଜିଣିତହିଂରେ ଶୋଭାପାଏ ପୁଷ୍ୟଶ୍ରେଣୀ ।କନକମଥାମଣିର ଶୋଭାକଳାମେଘେ ଯେହ୍ନେ ବିଦ୍ୟୁତ ପ୍ରଭା ।।୯।ତରଳ କାଞ୍ଚନ ଜିଣିଣ ଅଙ୍ଗକାମୁକମାନଙ୍କ ଧଉର୍ଯ୍ୟ ଭଙ୍ଗ ।ଚନ୍ଦ୍ରକୁ ଜିଣି ଶ୍ରୀମୁଖ ବିକାଶଉପାମାମାନଙ୍କ ଉଡ଼େ ସାହସଚାଲନ୍ତିଜିଣି ହଂସ ଗମନଲାଖାରେ ସେ ପଦ ଦିଶେ ଶୋଭନ ।।୧୦।ସର୍ବ ସଖି ୟେକ ମେଳ ହୋଇଲେଶ୍ରୀମତୀଙ୍କ ପାଶେ ଯାଇଂ ମିଳିଲେ ।ଦେଖି ଚନ୍ଦ୍ରାବଳୀ ଆନନ୍ଦ ହୋଇବାହାର ହେଲେ ଆପେ ସଜ ହୋଇନକ୍ଷେତ୍ରମଧ୍ୟେ ଯେହ୍ନେ ଚନ୍ଦ୍ରମାଉପାମା ତୁଲନ୍ତି ସାବିତ୍ରୀ ଉମା ।।୧୧।କରମ୍ବିତ ହୋଇ ଚାଲନ୍ତି ଧୀରେପଦ ଚିହ୍ନକୁ ଚୁମ୍ବନ୍ତି ଭ୍ରମରେ ।ବୃନ୍ଦାବନେ ଯାଇଂ ହେଲେ ପ୍ରବେଶସର୍ବ ନାଗରୀଙ୍କ ମନ ହରଷ ।ଲଳିତାତହୁଂ କହନ୍ତି ବାଣୀମୋ ବଚନ ଶୁଣ ସର୍ବ ମିତଣୀ ।।୧୨।ଆସ ଗୋ କୁସୁମ ଆଣିବା ତୋଳିବାହାର ହୋଇଲେ ସକଳ ବାଳୀ ।କାନନେ ପଶି ତୋଳିଲେ କୁସୁମଚମ୍ପା ଟଗର ବକୁଳ କାଞ୍ଚନ ।ରଙ୍ଗଣୀଯାଈ ଯୁଇ ସହିତେତରାଟ ମଲ୍ଲୀ ଯେ ତୋଳିଲେ କେତେ ।।୧୩।ପୂଷ୍ଠରେ କୁଞ୍ଜ ଗୋଟିଏ ରଞ୍ଚିଲେଅଷ୍ଟଗୋଟି ଦ୍ୱାର ସେ କୁ୍ଞ୍ଜେ କଲେ ।ଦ୍ୱାରେ ଦେବଦାରୁ ଶାଖା ବନ୍ଧାଇପୁଷ୍ପହାରମାନ ଦେଲେ ଲମ୍ବାଇ ।ମଧ୍ୟରେକଲେ କନକ ବେଦୀଆହୁଟ ହାଥରେ ଦେଲେ ସମ୍ପାଦି ।।୧୪।ମଣ୍ଡଣି କଲେ ସେ ନାନା କୁସୁମରାଧାଙ୍କୁ ବେଦୀରେ ଦେଲେ ଆସନ ।ଚୁଆ ଚନ୍ଦନ କସ୍ତୁରୀ ମିଶାଇବୋଳିଲେକ ରାଧା ଅଙ୍ଗରେ ନେଇ ।ସଖିୟେହର୍ଷେ ବୋଳି ହୋଇଲେରାଧାଙ୍କୁ ବେଢ଼ି ସରବେ ବସିଲେ ।।୧୫।ସେ କାଳ ଶୋଭା କେ ବର୍ଣ୍ଣି ପାରିବଆକାଶ ନକ୍ଷେତ୍ର କେହୁ ଗଣିବ ।ଦୟା କରିଥିବେ ସେ ଦାମୋଦରଦ୍ୱାପରେ ସୁଦାମ ନାମ ମୋହୋର ।ସଜନୀତୁମ୍ଭ ପଦେ ଭରସାଦୀନ ଅଚ୍ୟୁତିର ପୂରିବ ଆଶା ।।୧୬।ଇତିଶ୍ରୀ ବୃନ୍ଦାରାସ ବର୍ଣ୍ଣନେ ଉପଦେଶାମୃତ ପ୍ରଥମ ଛାନ୍ଦ ।‘ଖ’ ପୋଥିରେ ଅଧିକ ଅଛି :--ନାନାଦି କୁସୁମେ ହାର ଗୁନ୍ଥିଲେରାଧାଙ୍କ କଣ୍ଠଦେଶେ ଲମ୍ବାଇଲେ ।ଅତି ଯତନେ କଲେ ପୁଷ୍ପଗଭାକେ ଅବା ବର୍ଣ୍ଣିବ ସେ ଦିବ୍ୟ ଶୋଭା ।ସକଳେ ପୁଷ୍ପେ ହେଲେ ମଣ୍ଡନୟେକୁ ଆରେକ ଦିଶନ୍ତି ଶୋଭନ ।।୧୩। (ଖ)