ଷୋଡ଼ଶ ଛାନ୍ଦ — ରାଘବ ବିଳାସ — ଯଦୁମଣି ମହାପାତ୍ର · ସ୍ୱର୍ଣ୍ଣଲିପିଦ୍ରବ୍ୟେ ଚରତି ଚର୍ଚ୍ଚାଇ ବାରେ ସେ
ମୁନୀନ୍ଦ୍ର ।୮।
ଚେଳ ଚଞ୍ଚଳେ ଚଳାଇ ଦେଇ
ପ୍ରୀତି ବାକ୍ୟେ ନାପିତେ ବୁଝାଇ
ପାଇ ପ୍ରଫୁଲ୍ଲିତଲଭିଲେ ସମସ୍ତ
ବୁଝ ତଦନ୍ତେ ଯାହା ହୁଅଇ ସେ
ସେ କାଳେ ।୯।
ନିବାସରେ ବୀର ସୁରି ମାନେ
ବାଣୀ ପ୍ରେରଣ କଲେ ବହନେ
ପୁତ୍ରବଧୂ ନେଲେଅତି ସମାଦରେ
ଲୋକିତରେ ଆନନ୍ଦିତ ମନେ ସେ
ଭାଷନ୍ତି ।୧୦।
ଧନ୍ୟ ନାରୀ ଜନ୍ମା ନିର୍ଭରମ୍ଭ
ସୁଷମାକେ ତ୍ରିଲୋକେ ସମ୍ଭବ
ବକ୍ର ରାଜୀବେନ୍ଦୁହାସ ସୁଧା ବିନ୍ଦୁ
ଖଞ୍ଜରୀଟ ନୟନ ଉଦ୍ଭବ ସେ
ଉପମା ।୧୧।
ଚାରି ବଧୂ ବେରବରେ ଲକ୍ଷ
ଲକ୍ଷିତା କେ ଭୁବନେ ବିଲକ୍ଷ
ଚାରି ଭାଗ ଧରିଭାର୍ଗବୀ ପ୍ରଚାରି
ବିଲୋକନେ ଆମ୍ଭ ନେତ୍ର ମୋକ୍ଷ ସେ
ଦିଧିତି ।୧୨।
ଚାରି ଆନନ ବିଚାର ଚାରି଼
ଯୋଷା ଭସାରେ ସୁଷମା କରି
ନିର୍ଭାବନ୍ତେ ଲୋଭାକଟକେ ପ୍ରତିଭା
କେଉଁ କଟକେ ନାହିଁ କୁମାରୀ ସେ
ସୁଲକ୍ଷୀ ।୧୩।
ଅଜ ଭୂପଜା ଦେଶ ଏ କାଳେ
ମୁଖୁଁ ଦତ୍ତାଜ୍ଞା ହେଲା ଏକାଳେ
ନିଜ ଦେଶାଳୟେଯିବା ଉଦ୍ଦେଶୟେ
ଭକ୍ତି ବହ ମୁନି ପାଶେ ମିଳେ ସେ
ପ୍ରକାଶେ ।୧୪।
ଶୁଣି ଜନକ ଅନେକ ବାଜୀ
ସିନ୍ଧୁ ଜାତି ଲକ୍ଷ ଦେଲେ ସାଜି
ରାବଣା ସମାନସମର୍ପି ବାରଣ
ସର୍ବେ ଗଲେ ମନ୍ଦୁରା ବରଜି ସେ
ବିତେଶ ।୧୫।
ଆମି ପ୍ରଦତ୍ତ ସେ ଲକ୍ଷ ଲକ୍ଷ
କୀର ଶାରିପଢ଼ା ଶୁଣି ମୋକ୍ଷ
ହରି କରିଶିରବିଭର୍ତ୍ତି ଯାହାର
ଦତ୍ତ ମୁନୀଶ ଲଭିଣ ସୁଖ ସେ
ସ୍ୟନ୍ଦନ ।୧୬।
ଅଶୀ ଅଶୀ ଅସି ଧୂତ ଦତ୍ତ
ଖେଳା ପାରା ଦେଲେକ ବହୁତ
ପାଳିତ ନେପାଳିରୂପ ଭଳି ଭଳି
ସମର୍ପିଲେ ଗଣ୍ଡକ ଧାରୀତ ସେ
ରୁରୁଜ ।୧୭।
କୀଟ କୋଷଜ ବସ୍ତ୍ର ସାଜିଣ
ରଙ୍କୁ ବାଜ ବସନ ଦେଇଣ
ଚାରି ମୁଖ ଅସ୍ତ୍ରସୁଧାତ୍ରୀ ପ୍ରଦତ୍ତ
ରକ୍ଷନାରୀ ଲକ୍ଷ ଦାସୀ ପଣ ସେ
ଚାମର ।୧୮।
ଛତ୍ରାଲଟ ବିତାନ ଆତପେ
ସୁରତପ ବିନାଶ ସଂକ୍ଷପେ
ମୁନୀଶ ଦାତବ୍ୟପଦାର୍ଥକୁ ଜବ
ରାଜ୍ୟେ ପ୍ରେରକ କରିଲେ ଭୂପେ ସେ
ଆନନ୍ଦେ ।୧୯।
ଆତ୍ମଜ ଚତୁ ସୁଖାସନରେ
ଘେନି ବିଜୟ ସେ ନରବରେ
ଗଜେନ୍ଦ୍ର ରଦନହାନ୍ଦୋଳେ ଗମନ
ବସି ଚାରି ବଧୂଏ ସତ୍ୱରେ ସେ
କଟକେ ।୨୦।
ବଳ ପ୍ରବଳ ଚଳଚଳରେ
ବାଦ୍ୟ ଧ୍ୱନି ଘୋଷ ଚପଳରେ
ଡିଣ୍ଡିମ ମହୁରୀଘଷା ତୁରି ଭେରି
ବିଜିଘୋଷ ଦମାଲୁ ନାଦରେ ସେ
କମ୍ପିତ ।୨୧।
ବାଜି ସାଜିକେ ରାଜିତା ପରେ
ଇଭେ ଶୋଭେକେ ବୈଜନ୍ତୀ ଧରେ
ବଳ ବଳାରାତିଅନନ୍ତେ ଦେଖନ୍ତି
ସୁମନେ ସୁମନ ସଙ୍ଗରେ ସେ
ହରଷେ ।୨୨।
ରସା ଉଳସେ କି ଧଂସା ନାଦେ
ଆମ୍ଭ ଅରି ଦଳନ ଆନନ୍ଦେ
ଚତୁର ବିହ୍ୱରେବିଜୟ ସତ୍ୱରେ
ଦୁଃଖାର୍ଣ୍ଣବେ କରିବାରେ ରଦେ ସେ
ମହୀରେ ।୨୩।
ମାର୍ଗେ ମାର୍ଗଣ ଧର ଚଳନ୍ତେ
ମାନ ବେଶ ସମ୍ମାନେ ଭେଟନ୍ତେ
ମିତ୍ର ବଂଶେ ମିତ୍ରହୋଇଣ ତ୍ୱରିତ
ବିଭା ପ୍ରଦତ୍ତ କରି ହର୍ଷିତେ ସେ
ଭୂପାଳେ ।୨୪।
ବାଦ୍ୟ ନିର୍ଘୋଷ ଶ୍ରୁତି ପ୍ରବେଶୁଁ
ବିରାଟେନ୍ଦ୍ର କ୍ରୋଧଭରେ ଆସୁଁ
ପଲାଶ ପଳାଶପରାଏ ସଦୃଶ
ରଜାବଳ ଯଥା ଅଜାମେଷୁ ସେ
ଇତସ୍ତେ ।୨୫।
ଅଯୋଧ୍ୟେଶ ଅଯୋଧ୍ୟାର ମତ
ବାତେ ଚଳ ଦଳ ଦଳ ଗାତ୍ର
ପଲକ ପତନ ନହୋଇ ମଉନ
ବାଚ ବ୍ୟକ୍ତ ହୀନେ ବୀଟପୀତ ସେ
ଭୂପାଳ ।୨୬।
କ୍ଷିତି ବର କାତର ଲୋକଲେ
ବାଣୀ ଦତ୍ତ କୌଶିକ ବହନେ
ବାଣ ଧୃତ ବୀରବରେନ୍ଦ୍ର ଶ୍ରୀଧର
ବିନାଶନେ ଉତ୍ପତ୍ତି ସଘନେ ସେ
ଭୀନାଶ ।୨୭।
ବାମଦେବ ବାମଦେବ ସମ
ଶାନ୍ତ ବନ୍ତ ହୋଇଣ ସେ କ୍ଷମ
ବିସ ପ୍ରସୂନକୁତା ଦନ୍ତୀ ନାଶକୁ
ନାଶନେ ପଞ୍ଚାସ୍ୟ କ୍ଷମ ହେ
କ୍ଷ୍ମାପତି ।୨୮।
ତହୁଁ ଇଷ୍ଟ ଦତ୍ତରେ ବିଶିଷ୍ଟ
ଉକ୍ତି ପ୍ରଚାରି ହୋଇ ସନ୍ତୁଷ୍ଟ
ଉଷାରେ କୁଜ୍ଝଟୀଦିଗ ଥାଇ ଘୋଟି
ବ୍ରଧ୍ନ ଉଦୟେ ହୁଏ ସେ ନଷ୍ଟ ହେ
ତେମନ୍ତ ।୨୯।
ରାମମିତ୍ର ବଂଶୋଦ୍ଭବ ଖ୍ୟାତ
କିମ୍ପା ଅଜଜ ହେଉଛ ବ୍ୟସ୍ତ
ତମ ଚକ୍ର ହତହେବ ହେ ନୃପତ୍ୟ
ଅରୀକର ନିଶ୍ଚେ ତୁମ୍ଭ ସୁତ ହେ
ନ ଭାଳ ।୩୦।
ଜୟ ଅତିରିକ୍ତ ହେବା କାଳେ
ପୁତ୍ର ଦତ୍ତ ବିଭାଣ୍ଡକ ବାଳେ
ତୁମ୍ଭେ ବୀରାଗ୍ରଣୀପୟରଜ ଆଣି
ଦିଅ ଆତ୍ମଜ ଶିରରେ ବେଳେ ହେ
କ୍ଷିତୀଶ ।୩୧।
ଯମ−ଦଗ୍ନିଜ କ୍ରୋଧାନଳରେ
ବାଣୀ ବୀତିହୋତ୍ର ପ୍ରଖରରେ
ଦହନ ବହନକରିବି ତୋ ସୁନ
ନାଶ ଆଜ ମୋର କବଳରେ ସେ
ଏକ୍ଷଣି ।୩୨।
ପିତ୍ତରୋଗୀ ବାଚାଳ ସୈନ୍ୟରେ
ଉପଗତ ଏ ବୃଦ୍ଧ ଆମ୍ଭରେ
ମିତ୍ର ସୁତରଣପୁରେ ଜୀବ ଯିବ
ପିଣ୍ଡ ଭସ୍ମ ପ୍ରାନ୍ତ ଦ୍ୱିବର୍ଣ୍ଣରେ ହେ
ଚପଳେ ।୩୩।
ଶାନ୍ତ ଔଷଧି ଏହାର ଏହି
ମଥା ଭ୍ରମ ଏ ବିନାଶ ହୋଇ
ପାମର ବିରୋଧିପଥ ଅବରୋଧି
ବିଧି ସିନ୍ଧିରେ ପ୍ରାପ୍ତ ହେବଇଁ ହେ
ତତ୍କାଳେ ।୩୪।
ବାଣୀ ସୌମିତ୍ରିରେ ଅସିଧାର
ପର୍ଶୁଧର ଗାତ୍ରରେ ପ୍ରହାର
କୋପାବ୍ଧି ପ୍ରବୃଦ୍ଧିସୈନ୍ୟକୁଳାରଜ (ଅବ୍ଧି)
ଘୋଟୁ ଭୟ ଭଜିଲେ ସତ୍ୱର ସେ
ବିଶେଷ ।୩୫।
ଏକବିଂଶ ବାର ଭ୍ରମି ମହୀ
କ୍ଷତ୍ରି ବଳହନ୍ତା ନାମ ବହି
ତର୍କ ବାଳ ବ୍ୟାଳମୁଁ ଜାଙ୍ଗଳେ ଭାଳ
ରଜ ରଜ ଗଜ ପଦ କହି ସେ
ସୁଦନ୍ତେ ।୩୬।
ଆରେ ମାତୃ ଭାତୃରେ ଦୋରେହା
ଆଜ ଏଥେ ତୋର କେବା ସାହା
ଗରୁଡ଼ କି ଅହିପ୍ରାକର୍ମ ଦେଖାଇ
ମର୍ମ୍ମେ ହେଜିବୁ ଭୋଗିବୁ ଯାହା ରେ
ପାମର ।୩୭।
ରେଣୁକେୟ ଭାଷି ସହର୍ଷରେ
ତୁ ଲାଘବ ଅଟୁ ସହଜରେ
ଯେ ରାଘବ ତାରଆଗେ ଗର୍ବ ଚୂର
ମୁଁ କରିବାରେ ସମର୍ଥରେ
ତଦନ୍ତେ ।୩୮।
କୀଟ ଭେଦ ଧନୁଭଗ୍ନ ରଥୀ
ଯେ ସେ ବୋଲାଇ ନାହିଁ ସେ ଏଥି
ରାକା କୁହୁବତମଣେ ହୀନ ନେତ୍ର
ତୁ ତ ସେହି ପ୍ରାୟେ ମଣେ ତଥିରେ
ନିର୍ଲଜ୍ଜ ।୩୯।
ରାମାଗ୍ରତେ ମିଳୁ ପର୍ଶୁରାମ
ଦେଖି ପୁଚ୍ଛୁ ମଦନାଭିରାମ
କୁଠାର ବହତକୁ ବିଦ୍ୟା କରତ
ଛେଦି ବିଟପ ବିକ୍ରାର୍ଥେ ଭ୍ରମ ହେ
ପାମର ।୪୦।
ପୁଣି ମାର୍ଗଣ ଧୃତ କରତ
ପର୍ଶୁ ବଧେ କି ଇଚ୍ଛା ରକତ
ବଟେ ଯତି ଚୂତିକି କାର୍ଯ୍ୟେ ଅନୀତି
ଏ କି ତୁମ୍ଭର ପୂର୍ବ କଥିତ ରେ
ଭାଣ୍ଡକ ।୪୧।
ଭଣ୍ଡ ନକୁଳ ଦତ୍ତାଜଗବ
ବହୁ ଦିନୁ ସ୍ଥିତ କୀଟୋଦ୍ଭବ
ଅଯୋଧ୍ୟେଶ ସୁତନିର୍ବଳେ ବଳେ ତ
ଏ ତ ଯଥାର୍ଥ ନୁହଇ ଜବ ହେ
ପାଷାଣ୍ଡ ।୪୨।
ବିନାଶରେ ବିନାଶରେ ଆଜ
କନାଶର ଶିଳି ଗତ ହେଜ
ବାଦ୍ୟୋଦ୍ଭବ କରିଗତବଳ ଧରି
ଧନୁ ଧୃତ ନ କରି ପହଜ ରେ
ନିର୍ଲ୍ଲଜ୍ଜ ।୪୩।
ଦେଖି ପାର୍ଥବୀ ବିସ୍ମୟ ଚିତ୍ତ
ପିତା ଯତିଏ ଏକ ତା ମତ
ସେ ଧନୁ ଭଗ୍ନେଏ ଭଗ୍ନେ ସମର୍ଥ ଏ
ଏଣୁ ଆତ୍ମଜା ପ୍ରଦତ୍ତ ସତ ସେ
ଭାବନ୍ତି ।୪୪।
ବିଧି ଅବିଧି ସିଦ୍ଧି ନିର୍ବନ୍ଧେ
ଘଟାଇଲାକ ଆଣିଣ ଛନ୍ଦେ
ହଟାଇଲା ଐକ୍ୟକାମପୁର ବାକ୍ୟ
ସାକ୍ଷୀ ପ୍ରଦୀପକ ଭିନ୍ନ ପଦ ହେ
କାନ୍ତରେ ।୪୫।
ପୁଣ୍ଡରୀକ ଅରିଏ ପ୍ରଦତ୍ତ
ଏ ତ ଅବିହିତ ପରମତ
ଭାବନ୍ତେ ସପତ୍ନୀଜାଣି ଚାପପାଣି
ଭଣି ବିରାଟ ବଳକର୍ଷିତ ହେ
ସୁମୁଖି ।୪୬।
କିମ୍ପା ମଳିନାନନ କରତ
ଚମ୍ପାଗାତ୍ରୀ ଅନୁକମ୍ପା ଶାନ୍ତ
ଇଶବାଣୀଜାବ୍ମଉଦୟେ ଆହ୍ଲାଦ
ମନକୈରବରେ ଉଲ୍ଲାସିତ ହେ
ସୁଶାନ୍ତ ।୪୭।
ଭାଷି କୁମଦ କୁମଦ ହେବ
ପୂଜନୀୟେ ସନ୍ତୋଷ ଲଭିବ
ଆଶା କୃଷି ତପ—ନୀୟ ତୃପ୍ରା ଆପ
ଭସ୍ମରାଶି ପ୍ରାପ୍ତ ଜୀବ ହେବ ହେ
ନିଶ୍ଚୟ ।୪୮।
ଭାସୁ ଭାଷୁ ମୁନି ରେଣୁକେୟ
ତପ ନାରୀଚର ବୃଦ୍ଧା କ୍ଷୟ
ବିଷକଣ୍ଠ ଦତ୍ତହୋଇ କୀଟ ଖ୍ୟାତ
ହତେ ପ୍ରସିଦ୍ଧ ବୋଲାଅ ରେ
କିମର୍ଥେ ।୪୯।
ଯେବେ ପ୍ରାକର୍ମ କର୍ମ୍ମ ଦେଖାଅ
କର ଶୋଭାରେ ଶିଞ୍ଜିନୀ ଦିଅ
ସୁକାର୍ଯ୍ୟ ନ କରିକୁକାର୍ଯ୍ୟ ପ୍ରଚାରି
ଏଡ଼େ ବଡ଼ିମା ଦେଖାଇ ଯାଅ ରେ
ପାଗଳ ।୫୦।
ଦାଶରଥି ତୁ ବୋଲାଉ ରଥୀ
ଜାଣୁନାହୁଁ ପର୍ଶୁରାମ ଏଥି
କାକୋଦରେ ହେଜଦର୍ଦୁର ପହିଜ
ବାଦ୍ୟ ନାଦରେ କମ୍ପାଇ ବୀଥି ରେ
ବୃଥାରେ ।୫୧।
ମୁଁ ତ ବିରାଟ ବିରାଟ ମତ
ଆଜ ଗାରିମା ହେବ ତୋ ହତ
ତୁ କିରାଟ ପଣଦେଖାଉଛୁ ପୁଣ
ଧିକ ପରାକ୍ରମ ତୋହରତ ରେ
ନିତ୍କୃଷ୍ଟ ।୫୨।
ବପୁ ଶୁଭ୍ର ମୋରେ କିସ ହେବ
କର ଧୃତ ଯେବେ ଗୁଣ ଦେବ
ନଚେତ ବିହିତଶାସ୍ତି କି ପ୍ରାପତ
ଏହି ବାଚକ ମୋହର ଧ୍ରୁବରେ
ଅଧମ ।୫୩।
ବୋଲି ସମର୍ପନ୍ତେ, ଧନୁ ଶୀଘ୍ରେ
ରାମ ବାମ କରେ ଧରୁ ବ୍ୟଗ୍ରେ
ବିଷ୍ଣୁ ତେଜ ହରିବୈକୁଣ୍ଠ ବିହାରୀ
ରେଣୁକେୟ ତେଜିଲେ ସେ ଉଗ୍ରେ ସେ
ସେକାଳେ । ୫୪ ।
ଭାଷି ସ୍ଥିତେ କାହିଁ ବିନ୍ଧୁ ବାଣ
ବୋଲୁଁ ବୋଲେ ମୋ ଦୁଷ୍କୃତ ହାଣ
ଅନଳେ ବିଚ୍ଛେଦିରାମ ଦୟାନିଧି
ଯମାଗ୍ନେୟସୁରେ ପ୍ରଦକ୍ଷିଣ ସେ
ଗତାନ୍ତେ । ୫୫ ।
ରସା କଂପିଲା ବାଦ୍ୟ ନାଦରେ
ବିଜେ ନୃପତି ହରଷ ଭରେ
ଭୁଜ ପରାକ୍ରମେଯଶ ନ୍ତ୍ରି ଭୁବନେ
ଦେବଚୟ ବିଲୋକ ଅନ୍ତରେ ସେ
ସୁମନେ । ୫୬ ।
ନପବିନାୟକ ସେ ନାଦରେ
ଅତି ପ୍ରମୋଦେ ବଦେ ମୁଦରେ
ସେ ପୁଣ୍ୟ ମିଥୁନଭୁଜିଷ୍ୟା ଦାସେଣ
ନିଯୋଜିତ ହେଉ ସୁସାଦରେ ହେ
ଯେମନ୍ତେ । ୫୭ ।
ରାଘବ ବିଳାସ
ଊନତ୍ରିଂଶ ଛାନ୍ଦ
ଏହି ଛାନ୍ଦ କାମୋଦୀ ବତ୍ତରେ ରଚିତ ଏବଂ ଏହା ଏକବିଂଶତି ପଦରେ ସଂପୂର୍ଣ୍ଣ ।
ଲକ୍ଷ୍ମଣଙ୍କ ସହିତ ବୈଦେହୀହରା ରାମ ପଥେପଥେ ସୀତାଙ୍କୁ ଖୋଜି ଖୋଜି ଯାଉ ଯାଉ କାନ୍ଦୁଥିଲେ । ବାଳୀ ଅତ୍ୟାଚାରରେ ସୁଗ୍ରୀବ ଋଷ୍ୟମୂକ ପର୍ବତରେ ଥାଇ ଏପରି ଅପୂର୍ବ ମୂର୍ତ୍ତି ଦୁଇଜଣଙ୍କୁ ଦେଖି ହନୁଦ୍ୱାରା ତାଙ୍କ ସହିତ ଭେଟ ହୋଇ ମିତ୍ର ହେଲେ ଏବଂ ସୀତାଙ୍କ ଅଳଙ୍କାରମାନ ଦେଇଦେଲେ ।
ସୁଗ୍ରୀବ ବାଳୀର ଅତ୍ୟାଚାରମାନ ବର୍ଣ୍ଣନା କରନ୍ତେ ରାମ ବାଳୀକୁ ଶର ମାରି ଗୋପନରେ ହତ୍ୟା କରି ସୁଗ୍ରୀବକୁ କିସ୍କିନ୍ଧ୍ୟାର ରାଜା କଲେ । ରାଣୀ ହେଲେ ବାଳୀପତ୍ନୀ ତାରା ଏବଂ ଯୁବରାଜ ହେଲେ ବାଳୀପୁତ୍ର ଅଙ୍ଗଦ ।
ଏହି ଚରିତକୁ କବି ଯଥାଯଥ ସଂକ୍ଷିପ୍ତ ଭାବରେ ଏକାନ୍ତ ସୁନ୍ଦରତମ କରି ବର୍ଣ୍ଣନା କରିଅଛନ୍ତି ।ଏଥି ପୂର୍ବ ଛାନ୍ଦଗୁଡ଼ିକ ଆମ ଅନୁସନ୍ଧାନକୁ ଆସି ପାରିନାହିଁ । ତେଣୁ ଦିଆଯାଇ ପାରିନାହିଁ ।ରାଘବ ବିଳାସଊନତ୍ରିଂଶ ଛାନ୍ଦରାଗ—କାମୋଦୀସଲକ୍ଷଣ ଲକ୍ଷ୍ମଣସଙ୍ଗେ ଘେନି ସୁକ୍ଷଣଗମୁଁ ଈକ୍ଷଣୁ ଲୁହମାନହାହା ସୀତା ଅମତା—ଧରୀ ଦେଲୁ କି ଚିନ୍ତାଧାତା ଲିଖନ ହେଲା ଆନ ଗୋସୁଶୋଭାଙ୍ଗିତୋ ବିନା ବିନାରେ ନବୀନାଆଉ ମୋ ଶରଣ ନାହିଁ ନାଭାବିନୀ ଭାବ ଯେତେଭାବି ଭାବି ନିରତେତେଜଳୁ କାହା ଘେନି ମନା ଗୋ । ୧ ।
କଥା—ସର୍ବ−ଲକ୍ଷଣ−ସଂପନ୍ନ ରାମ ଲକ୍ଷ୍ମଣଙ୍କୁ ସର୍ବଦା ସାଥିରେ ଘେନି ଯାଉ ଯାଉ ନେତ୍ରରୁ ଅତ୍ୟଧିକ ଲୁହ ବହିଯାଏ । ସେ କହୁଥାନ୍ତି—‘ହାୟ ହାୟ ! ରେ ଅମୃତାଧରୀ ଜାନକୀ ! ମୋତେ କି ଚିନ୍ତା ତୁ ଦେଲୁ ନାହିଁ ? ଭାବୁଛି ତୋତେ ମୋତେ ଯେ ବିଧାତା ଯୋଡ଼ି ଦେଇଥିଲା ତାର ନିଷ୍ପତ୍ତି ବୋଧହୁଏ ଭିନ୍ନ ହେଲା । ରେ ଉତ୍ତମ ଶୋଭନୀୟଦେହା ! ରେ ଚିର ତରୁଣୀ ! ତୋ ବ୍ୟତିରେକେ ତୋ ଅଭାବରେ ନାଃ ଆଉ ମୋର ଶରଣ କିଛିହେଲେ ନାହିଁ, କାରଣ ତୁ ମୋର ଏକମାତ୍ର ଶରଣ ଥିଲୁ । ରେ ଭାବନୀ ! ତୋର ଯେତେ ବିଳାସ ଓ ଅନୁରାଗ ଆଦିକୁ ନିରନ୍ତର ଭାବି ଭାବୁଛି ତୁ କାହା ଲାଗି ନିଷେଧ ଥିବା ବିଷୟ ତ୍ୟାଗ କଲୁ । ଅର୍ଥାତ୍ ମୋ ଅନୁପସ୍ଥିତିରେ କୁଟୀର ବାହାରକୁ ଆସିଲୁ ବା ମତେ ତ୍ୟାଗ କରି ଚାଲିଗଲୁ ।
ପାଠାନ୍ତର । ସଲକ୍ଷଣ ସଙ୍ଗେଣ ଘେନିଣ ସୁଲକ୍ଷଣ । ଈଷୁଣ ଗମେ ଲୁହମାନ । ହାହା ମୋ ସୀତାମୃତାଧରୀ । ଧାତା ଲେଖନ । ଶୋଭାଅଙ୍ଗି । ତୋ ବିନା ନାହିଁନା ନବୀନା । ନବୀନା ନାହିଁ ମୋ କାମନା ।
ରୁଷି−ଋଷି−ମୋହିନୀ ଗୁଣକୁ ଗୁଣି ଗୁଣିଋଷ୍ୟମୂକାଦି ତଳେ ମିଳୁବାଳୀ ବଳେ ବଳିଷ୍ଠକଶ୍ୟପ ଚାଟ−ଚାଟକନିଷ୍ଠ କୂଟେ କୂଟେ ବିଳ ସେଚାରିମନ୍ତ୍ରୀସଙ୍ଗତେ ନଭଗ−ତନକବିଚାରେ ରବିର ଆତ୍ମକମାର୍ଗେ କେ ଆସୁଛନ୍ତିମାଗଣ ଧରିଛନ୍ତିଯାଆ ତୁ ବଟୁ ରୂପେ ହେଜ । ୨ ।
କଥା—ରୁଷି ପଳାଇ ଥିବା ଋଷିମାନଙ୍କ ମୁଗ୍ଧକାରିଣୀ ଜନକନନ୍ଦିନୀଙ୍କର ଗୁଣକୁ ଭାବି ଭାବି ରାମ ଋଷ୍ୟ ମୂକ ନାମକ ପର୍ବତ ତଳରେ ପହଞ୍ଚିଳେ, ଯେଉଁଠିକି ଦପୀ ବାଳୀ ବଳରେ ଏବଂ କୂଟତା ଯୋଗୁଁ ତାର କନିଷ୍ଠ ଭାଇ ସୁଗ୍ରୀବ ଉକ୍ତ ପର୍ବତ ଖୋଲରେ ଚାରି ମନ୍ତ୍ରୀ, ଯଥା—ସୁଷେଣ, ଜାମ୍ବବାନ୍, ନଳ ଏବଂ ହନୁଙ୍କ ସହିତ ଥିଲେ । ସୁଗ୍ରୀବ ବିଚାର କରି ହନୁଙ୍କୁ କହିଲେ—ଦେଖ ଏହି ପଥରେ ଧନୁଶର ଧରି କିଏ ସେ ଆସୁଛନ୍ତି । ନିଜ ଅଙ୍ଗକୁ ବ୍ରାହ୍ମଣରୂପରେ ସଜ୍ଜିତ କରି ତାଙ୍କ ପାଖକୁ ଯାଅ ।
ପାଠାନ୍ତର । ଋଷ ଯୋଗି ମୋହିନୀ । ଋଷ୍ୟମୂକ ପର୍ବତେ ମିଳୁ । ପାଶରେ ନଭତ୍ସ ଅନୁଜ । କହଇ ରବିର ଆତ୍ମକ । କେ ମାର୍ଗେ ଆସୁଛନ୍ତି ମାର୍ଗଣ ଧରିଛନ୍ତି । ଯାଅ ତୁ କଟୁରୂପେ ଦ୍ୱିଜ ।
ଅର୍କପୁତ୍ର ବଦତିଉକ୍ତି ସୂକ୍ତି ମାରୁତିବେଦ ଅଧ୍ୟାୟି ରୂପ ଧରିରାମେ ରାମ ପାଶରେପ୍ରବେଶିଣ ସତ୍ୱରେପଚାରେ ତଥ୍ୟ ତଥ୍ୟକରି ସେତପଃଶୀଳକାହାର ଅଟ ତୁମ୍ଭେ ବାଳକିବା ନିମେନ୍ତ ଏଥି ଚଳକଟା ମୁକୁଟ ପଟ୍ଟଧର ହୋଇ ଉଚ୍ଚାଟଭେଟିବ କାହାକୁ ତତକାଳ ସେ । ୩ ।ପିନାକ−ଅରି ଭଣିକୋଶଳ ନୃପମଣିଦଶରଥଜ ଅଟ ଆମ୍ଭେବୈମାତୃଙ୍କ ସତ୍ୟରେଅରଣ୍ୟାନୀ ମଧ୍ୟରେଗମନ୍ତେ ଭେଟ ହେଲ ତୁମ୍ଭେ ହେଋତ୍ୱି କେଶପିଣ୍ଡ ରଖାଇ ମୋ ଜୀବନନେଲା କେ ଦୁର୍ଦ୍ଦଣ୍ଡ ଭଣ୍ଡନଉଷର୍ବୁଧ ଦହନକଲା କି ଦଭବନବାମାଙ୍ଗୀ ହୀନେ ତେସନ ହେ । ୪ ।(୩) ଶବ୍ଦାର୍ଥ । ଅର୍କପୁତ୍ର—ସୁଗ୍ରୀବ । ବଦତି ଉକ୍ତି—କହିବା କଥାରେ । ସୂକ୍ତି—ଉତ୍ତମ ଭାଷଣ, ସଦ୍ବଚନ । ତଥ୍ୟ ତଥ୍ୟ—ଗୋଟି ଗୋଟି ।
ପାଠାନ୍ତର—ପଚାରେ ତଥ୍ୟ ତଥ୍ୟ କରି—ଦେଖିଣ ପଚାରି ଉଚ୍ଚାରି । କିବା ନିମେନ୍ତ ଏଥି ଚଳ—କି ନିମିତ୍ତରେ ବନେ ଚଳ । ଜଟା ମୁକୁଟ ପଟ୍ଟ, ଧରି ହୋଇ ଲମ୍ପଟ ।
(୪) ଶବ୍ଦାର୍ଥ । ପିନାକ ଅରି—ହରଧନୁ ଭଙ୍ଗକାରୀ, ରାମ । ଋତ୍ୱିକେଶ—ବ୍ରାହ୍ମଣଶ୍ରେଷ୍ଠ । ଦର୍ଭ—ପବିତ୍ର କୁଶ, ତୃଣ, ଦୂର୍ବା । ଉଷଶର୍ବୁଧ—ଅଗ୍ନି । (ସୂର୍ଯ୍ୟସ୍ୟ ରୋଚନାଦବିଶ୍ୱାନ ଦେବାନୁଷର୍ବୁଧଃ ।)
ପାଠାନ୍ତର—ବୈମାତୃଙ୍କ ଛଳରେ । ଶତୃ ମାତୃ ସତ୍ୟରେ । ଋତ୍ୱିକେଶ—ଭୂସୁରେଶ ପିଣ୍ଡେ ରଖିଣ ମୋ ଜୀବନ । ରସଦର୍ଦ୍ଦୁ ବାହନ, କଲା ବିଦର୍ଭବନ ।
କପୀଶ ବାଣୀ ଶୁଣିମସ୍ତକେ ନ୍ୟସ୍ତ ପାଣିପ୍ରଶସ୍ତେ ସୁସ୍ଥ କରି ଭଣିଝଟକ ବରାଟକହୀପେଶ ସେ ହାଟକ—ଦେହୀ ଝପଟେ ନିଏ ପୁଣି ସେତରଣୀରେତରସ୍ତେ ତ୍ରସ୍ତ ପାଇ ବ୍ୟସ୍ତେରାମ ରାମ କହି କାକୁସ୍ତେମଞ୍ଚତଳେ ଚଞ୍ଚଳେଫିଙ୍ଗିଣ ସବିକଳେବାର୍ତ୍ତା ଦେବାକୁ କହି ସୁସ୍ଥେ ସେ । ୫ ।
କଥା—ହନୁ (କପୀଶ) ସେ ବାଣୀ ଶୁଣି ମୁଣ୍ଡରେ ହାତ ଯୋଡ଼ି(ନ୍ୟସ୍ତପାଣି) ଉଦାରତା ପ୍ରଯୁକ୍ତ (ପ୍ରଶସ୍ତେ) ଶୋଭନୀୟ ଭାବରେ, (ସୁସ୍ଥେ) ଭଣିଲେ କନକ ଲଙ୍କାର ରାଜା (ଝଟକ ବରାଟକ ଦ୍ୱୀପେଶ) ସେହି କନକଦେହାକୁ ତରତରରେ (ଝପଟେ) ରଥରେ (ତରଣୀରେ) ନେଇଗଲା । ହାୟ ହାୟ ସେ ବନ୍ଦନୀୟା ଜଣକ ଭୟ ପାଇ ବ୍ୟସ୍ତରେ ରାମ ରାମ ଏପରି ଅତି ବିନୀତ ଭାବରେ (କାକୁସ୍ତେ) କହି ମଞ୍ଚ ତଳକୁ ଶୀଘ୍ର ଫିଙ୍ଗି ଦେଇ ବିକଳ କ୍ରନ୍ଦନରେ ବାର୍ତ୍ତା ଦେବାକୁ କହି ଯାଇଛନ୍ତି ।
ପାଠାନ୍ତର—ପ୍ରସ୍ତୁତ ମୁଁ ମୁଁ କରି ଭଣି । ଝଟକ ବରାଟକ, ବିଶେଷେ ସେ ହାଟକ, ଦେହ ଝଟକି ନିଏ ପୁଣି । ତରସ୍ତେ—ପରାସେ ! ଗମଇଁ ସେ ଚଞ୍ଚଳେ ପାଇଣ ସବିକଳେ ।
ହରି ଭୟେ ବାରଣଯଥା କରି ବା ରଣହରି ଭୟରେ ତଥା ହରିକ୍ଷିତି କା ଜାତ ବିଳେଲୁଚିଅଛି ସେ ବିଳେଅଙ୍ଗାଭରଣ ପାଇ କରି ସେରଖେ ଯତ୍ନେଯଥା ନିର୍ଦ୍ଧନ ଧନ ରତ୍ନେଚଳନ୍ତ ଋଷ୍ୟମୂକେ ରତ୍ନେମର୍କଟେଣ କପଟେକୂଟେ ପେଷେ ନିକଟେହରିରାଟ ଭୟରେ ପୁଣ ସେ । ୬ ।ସଦାଗତି−ସନ୍ତତିସଙ୍ଗେ କରିଣ ଗତିଅହିମକର ସୁତେ ଭେଟିଦେଖି ସୁଖୀ ସେକ୍ଷଣିସ୍ତତିଲା ସେ ସେକ୍ଷଣିମସ୍ତକେ ନ୍ୟସ୍ତି ପାଣି ଉଠି ସେଶଂଖ ଗଦ—ଭୂଷଣ ସୁଷେଣ ତକ୍ଷଣସନ୍ତାପ ତାପ ଉତ୍ତାପନସୁଶାନ୍ତ ଶାନ୍ତ କରିସୁବୋଧେ ବୋଧ କରିସଚେତ କଲେ ସେଲକ୍ଷ୍ମଣ ସେ । ୭ ।(୬) ଶବ୍ଦାର୍ଥ । ହରି—ସିଂହ । ବାରଣ—ହସ୍ତୀ । ହରି—ମର୍କଟ । ଅଙ୍ଗାଭରଣ—ଅଙ୍ଗର ଅଳଙ୍କାର । ହରିରାଟ—ବାଳୀ । କୂଟେ—କପଟରେ ।ପାଠାନ୍ତର । ହରି ଭୟ । କ୍ଷତିକା ଜାତ ବିଳେ । ଯେତେ ଯତ୍ନ । ରଖେ ନିର୍ଦ୍ଧନ ଧନରତ୍ନ । ଚଳନ୍ତେ ଋଷ୍ୟମୂକ ରତ୍ନ । ମର୍କଟେଣ ନିକଟେ ।(୭) ଶବ୍ଦାର୍ଥ । ସଦାଗତ—ପବନ । ଅହିମକର—ସୂର୍ଯ୍ୟ । ଶଂଖ, ଗଦ, ସୁଷେଣ—ଏମାନେ ସୁଗ୍ରୀବର ସହାୟ ।ପାଠାନ୍ତର । ଦେଖି ସୁଖୀ ସେକ୍ଷଣି । ଦେଖି ଶୁଣି ସେକ୍ଷଣି । ନ୍ୟସ୍ତ—ନ୍ୟସ୍ତି । ସୁଶାନ୍ତ ଶାନ୍ତି କରି । ସୁବୋଧ ବୋଧି କରି ।ବାନରେ ବନବାସୀବନବାସରେ କ୍ଳେଶିଧାତା ଲେଖିଛି ବେନି ଏକରାଷ୍ଟ୍ର ତନଜାନୁକପତ୍ନୀକଷ୍ଟ ସହଜହରିଙ୍କି ହରିକି ଏ ଏକ ସେବି ନାୟକବିନାୟକରେ କେ ନାୟକଏକ ବଂଶେ ଉଦ୍ଭବମିତ୍ର ହେବା ସମ୍ଭବବୋଲାଅ ପାଣିକ ସାୟକ ସେ । ୮ ।
କଥା—ଆପଣ ବନବାସରେ କ୍ଳେଶ ଲଭୁଛନ୍ତି । ମୁଁ ବାନର ହୋଇ ମଧ୍ୟ ବପବାସରେ କଷ୍ଟରେ ଅଛି । ଧାତା ଏକା ଦୁଃଖ ଦୁହିଁଙ୍କୁ ଦେଇଛି । ତୁମ୍ଭେ ରାଷ୍ଟ୍ର ହରାଇଛ, ପତ୍ନୀ ହରାଇଛ ଏବଂ ନିଜର ଅନୁଜଙ୍କ ସହିତ କଷ୍ଟ ଭୋଗୁଛ । ମୁଁ ମଧ୍ୟ ରାଷ୍ଟ୍ର ହରାଇଛ, ପତ୍ନୀ ହରାଇଛ, ଏମନ୍ତ କି ଅନୁଜ ସ୍ୱରୂପୀ ମୋର ସଖାଗଣ ମେ ସହିତ କଷ୍ଟ ଭୋଗୁଛନ୍ତି । ତୁମ୍ଭେ ହରି ସ୍ୱରୂପୀ ନାରାୟଣ ମନୁଷ୍ୟ, ମୁଁ ହରି ସ୍ୱରୂପୀ ବାନର ଅଟେ । ତୁମ୍ଭେ ନାରାୟଣ ସ୍ୱରୂପୀ ହେତୁ ଗରୁଡ଼ର ପ୍ରଭୁ ଅଟ । ମୁଁ କିନ୍ତୁ ବିନାୟକ କି ବିଘ୍ନରେ ଏକ ଅଗ୍ରଣୀ ମହାନ୍ ଅଟେ । ଏକ ସୂର୍ଯ୍ୟବଂଶରେ ଜନ୍ମ ହୋଇଥାଏ ; ତେଣୁ ମିତ୍ର ହେବା ସମ୍ଭବ । ଆପଣ ଧନୁର୍ଦ୍ଧ ।ରୀ ଅଟନ୍ତି ମୁଁ ଖଡ଼୍ଗଧାରୀ ଅଟେ ।
ପାଠାନ୍ତର । ହରି ହରିକି କିଏ ଏକ ସେ । ଏକ ବଂଶ ଉଦ୍ଭବ ।ତୁମ୍ଭ ଆର୍ତ୍ତ କର୍ତ୍ତନକରିବି ବର୍ତ୍ତମାନନିବର୍ତ୍ତ ହୋଇବ ମଇତ୍ରବୋଲୁଁ ସୁଗ୍ରୀବ ଗ୍ରୀବ ଫୁଲାଇଣ ଉଦ୍ବେଗବୋଲଇ ଏକଇ ବୃତ୍ତାନ୍ତ ହେକର୍କଶରେଶକ୍ରନନ୍ଦନ ବଳାଶରେବେଧା ବିଧାନ ଧ୍ୟାନପଲାଶ ଅଛି ଜାଣପ୍ରାକର୍ମ୍ମେ ଫିଙ୍ଗ ହେ ସତ୍ୱରେ ହେ ।୯।କୋଳ ରୂପେ ଭୂଭାରଯବମାତ୍ରେ ବଳୀରସର୍ବ ଗର୍ବକୁ ଖର୍ବ କଲେଅଙ୍ଗୁଷ୍ଠି ଅଗ୍ରେ ବ୍ୟଗ୍ରେସ୍ଥିତ ଅସ୍ଥିକି ଶୀଘ୍ରେଅନ୍ତରୀକ୍ଷରେ ଛାଡ଼ିଦେଲେ ସେମାର୍ତ୍ତଣ୍ଡଜାତର୍କେ ବିଚାର କରେ ମଜ୍ଜାକରମାଳୀର କର ତେଜାମେଦାଦି ସୂକ୍ଷ୍ମ ନଷ୍ଟଗହ୍ୱରେ ଯଥାକାଷ୍ଠଏଣୁ ଏ ବୋଲାଇ ଦୂତଜା ସେ ।୧୦।
(୯) ଶବ୍ଦାର୍ଥ । ଆର୍ତ୍ତ କର୍ତ୍ତନ—ଦୁଃଖ ନିବାରଣ । ଗ୍ରୀବ—ବେକ । ଶକ୍ରନନ୍ଦନ—ବାଳୀ । ଉଦ୍ବେଗ—ଉତ୍କଣ୍ଠାରେ । ବଳା—ତନ୍ତ୍ରବିଦ୍ୟା । ବେଧା—ବିଧାତା । ପ୍ରାକର୍ମ୍ମେ—ଯେତେ ଶକ୍ତି ଅଛି ।
ପାଠାନ୍ତର—ବୋଲଇ ଏକର ବୃତ୍ତାନ୍ତ ।
(୧୦) ଶବ୍ଦାର୍ଥ । କୋଳ—ଶୂକର । ଯବ—ଅଳ୍ପ ପରିମାଣ । ମାର୍ତ୍ତଣ୍ଡଜା—ସୂର୍ଯ୍ୟଠାରୁ ଜନ୍ମ, ସୁଗ୍ରୀବ । କରମାଳୀ—ସୂର୍ଯ୍ୟ, ଅଗ୍ନି । ପାଠାନ୍ତର—କରିମଜ୍ଜା । ସୂକ୍ଷ୍ମ—ଶୁଷ୍କ । ଦୂତଜା—ଦୂତଘା ।
ଜଳଦ−ପତି ସୁତକହେ ଏକ ବୃତ୍ତାନ୍ତସିନ୍ଧ ଗଛକୁ ଛେଦିବାରେପବନାରି ତହିଁ ରେବେଷ୍ଟିତ ଅଛିବାରେବିଚ୍ଛେଦ ଚ୍ଛେଦ ତହିଁ ବାରେ ହେରଘୁତ୍ତମବୀର ପ୍ରାକର୍ମ୍ମ ରେ ପ୍ରାକର୍ମକେଶରୀ କେ ଏ ସରିସମଭୂଜଙ୍ଗପତି ଭୂଷାବକ୍ର ତେଜି ମନୀଷାତୀର ପ୍ରହାରୁଁ ଶବ୍ଦଭୀମ ସେ । ୧୧ ।ସନ୍ତୋଷ ରବିସୁତହିତମତ ଭାବିତମିତ୍ର ଗୁଣ ତ ଶତ ଶତରୁକ୍ଷମିତ୍ର ସହିତଏମନ୍ତ ସେହି ମତଉଷତ ଚିତ୍ତରେ ସନ୍ତତ ସେବୀରଭଦ୍ରଅଗ୍ରଜ ଶତ୍ରୁ ଦେଖା ବ୍ୟଗ୍ରଶେଷ ଦଶାରେ କରି ତୀବ୍ରବାଳୀ ବଳ ଦଳିଣବାଳୀ ହେଳେ ଦେଇଣଚଳିବ ଈଶ କରି ଶୀଘ୍ର ସେ । ୧୨ ।(୧୧) ଶବ୍ଦାର୍ଥ । ଜଳଦପତିସୂତ—ଇନ୍ଦ୍ରସୁନୁ ବାଳୀ । କହେ—କହିଥାଏ ।ପାଠାନ୍ତର । ଛେଦ—ଛେଦି । ଅଚ୍ଛିବାରେ—ଅଛିବାରେ । ଶବ୍ଦ—ଅତି ।(୧୨) ପାଠାନ୍ତ । ମିତ୍ର ଗୁପତ ସତସତ—ବନ୍ଧାମିନ୍ତ୍ର । ଉଷତ—ଉକଜ । ଦଳିଣ—ଚଳିଣ । ଚଳିବ—ଚଳିବି ।ନୀରଦାବିନ୍ଦୁଗାତ୍ରବେନି ଘେନି ସଙ୍ଗତଅବ୍ମ ବାନ୍ଧବ ସୁତଗତସର ସରଣୀ ମଧ୍ୟତାଳ ତାଳି ଶବଦଜାଣି ପୂଚ୍ଛନ୍ତି ରଘୁସୁତ ହେନିଶାଈଶମନ୍ଦ ମନ୍ଦ କର୍ଣ୍ଣକ ବାସଦ୍ୱନ୍ଦ ଇନ୍ଦ୍ର କଲା ବିଶେଷବାରମ୍ବାର ବାରସ୍ତ୍ରୀ ବାରମ୍ବାର ଝଟତିପେଷନ୍ତି ନୃପତି ତପେଶ ହେ । ୧୩ ।ହରି ହରି ଦ୍ୱାରରେହରି ସେ ହରଷରେହରି ଅନୁଜ ଧରି ମିଳିଘଡ଼୍ଘଡ଼ି ରଡ଼ି ଛାଡ଼ିଶୁଣି ଦନ୍ତ ରଗଡ଼ିଝଟତି ଧପଟି ସେ ବାଳୀ ସେପାଶେ ମିଳିମାଇଲା ବଜ୍ର ମୁଥ ତୋଳିବହଇ ରକତ ନିକିଳିଗର୍ଜି ତର୍ଜି ବିଭାଜିପଲାଏ ମୃତ୍ୟ ହେଜିଋଷ୍ୟମୂକରେ ଯାଇ ମିଳି ସେ । ୧୪ ।(୧୩) ଶବ୍ଦାର୍ଥ । କର୍ଣ୍ଣକ—ନିୟନ୍ତା, କର୍ଣ୍ଣଧାର, ଦୀର୍ଘବାହୁ ।ପାଠାନ୍ତର । ଅବ୍ଜ—ଅହ । ନିଶାଈଶ—କିସଈଶ । ବାରସ୍ତ୍ରୀ—ଅରସ୍ତ୍ରୀ ।(୧୪) ପାଠାନ୍ତର । ଦନ୍ତରଗଡ଼ି—ଦାନ୍ତକାମୋଡ଼ି । ଝଟତି−ଧପଟି—ଧପଟି ଧଇଲା । ବିଭ୍ରାଜି—ବିଭ୍ରତି । ମୃତ୍ୟୁ—ମୃତ ।ବଣାଠଣା ନ ପାଇଅନ୍ୟ ବିଳରେ ଯାଇକାକୁସ୍ତେ ମହାତ୍ରସ୍ତ ପାଇଦମ୍ଭ କୁମ୍ଭ ଭଂଜନମୃତ ଶବକୁ ଘେନହୋଇଛି ଅତି ଦୁଃଖୀ ସେହି ସେବୀର ସିଂହସୁମନେ ଗମନେ ତତ୍କ୍ଷଣେଖୋଜି ଭେଟିଲେ କିଛିକ୍ଷଣେକିଞ୍ଚିତ ମିତ୍ର ଗାତ୍ରେବଳ ନାହିଁ ଯେ ମାତ୍ରେଚଞ୍ଚଳେ ଚଳ ଆଉ କ୍ଷଣେ ସେ । ୧୫ ।ସ୍ୱାଥେ ବ୍ୟର୍ଥେ ଅନର୍ଥେନିରାଶେ ସେ କଦର୍ଥେନୃପନାଥରେ ନାହିଁ ଆଶବୋଲୁଁ ରାଘବ ବେଗଭାଷନ୍ତି ସେ ଉଦ୍ବେଗବଚନ ଲାଘବେ କି ଯଶ ସେଚିହ୍ନହୀନଏକତ୍ର ଗାତ୍ର ହେ ମଇତ୍ରଏଣୁ ନ ମାରି କଙ୍କପତ୍ରସୁଧୀର ଚିତ୍ତ ଧୀରେପ୍ରବୋଧି ଏ ବିଧିରେବୋଲିଣ କଲେ କୋଳାଗ୍ରତ ସେ ।୧୬।
(୧୫) ପାଠାନ୍ତର । ତ୍ରସ୍ତ—ଭୟ । ଭଂଜନ—ଭାଜନ । ଶବକୁ—ସମ୍ଭବ । କିଞ୍ଚିତ ମିତ୍ର ଗାତ୍ରେ—କିଞ୍ଚିତ ମାତ୍ର ଗାତ୍ରେ । ଚଞ୍ଚଳେ ଚଳ—ଚଞ୍ଚଳ ଚଳ ।
(୧୬) ଶବ୍ଦାର୍ଥ । କଙ୍କପତ୍ର—ଶର । କଦ—ଜଳ, ଦୁଃଖ ।
ପାଠାନ୍ତର । ସାର୍ଥେ—ସ୍ୱାର୍ଥ । ନିରାଶେ ସେ କଦର୍ଥେ—ମୋହରେ ତେଜିବା ସେ । ବଚନ—କିଯଶ, ପ୍ଳବଗ ଲାଘବେ କି ଭାଷ । ସୁଧୀର—ସୁଧୀରେ । ପ୍ରବୋଧି—ଯାଅ ବିଧିରେ ଧୀରେ । ବୋଲିଶ ମଇତ୍ରେ କଲେ କୋଳାଗ୍ରତ ସେ ।
ବାଳୀ ପ୍ରବଳ ବଳହେଲାପ୍ଳ ବଗ−କୁଳ−ଶାର୍ଦ୍ଦ ଳକୋଟି କିବା ମେଳସଦାଗତି ଗତିରେଧାଇଁଯାଇ ଧାତିରେଭୀ ତେଜି ନିର୍ଭୀକେ ପ୍ରବଳ ସେବାରଣାରି−ଦ୍ୱାରେ ଗର୍ଜ୍ଜିତ ଅଜସ୍ରରେସନ୍ଧିଲା ବଜ୍ର ପତନରେତାରାପତି−ଶ୍ରୁତିରେମାତ୍ର ଅନ୍ତରୀକ୍ଷରେରୋଷେ ତୋଷେ ମିଳି ସେ ଖରେ ସେ । ୧୭ ।ଦନ୍ତୀକି ଦନ୍ତୀ ମାତିବେନିବଳ ଯୁଝନ୍ତିକ୍ଷିତି ପତନ ଧାତିକାରେକ୍ଷିତି−ଦୁହିତା−ପତିତୀବ୍ର ବେଗରେ ଶ୍ରତିପର୍ଯ୍ୟନ୍ତ ଟାଣି ବିନ୍ଧି ଶରେ ସେବକ୍ଷପୃଷ୍ଠେବାଜି ବାଜିଲା ଯାଇ ହୃଷ୍ଟେବାଳୀ ବଳିଷ୍ଠ କହେ କଷ୍ଟେଦଶରଥ−ନନ୍ଦନସୁଲକ୍ଷଣ ଘେନିଣବାହାରି ମନୁ ଯାଇ ଚାଟେ ସେ ।୧୮।(୧୭) ଶବ୍ଦାର୍ଥ । ପ୍ଲବଗ—ବାନର । ପ୍ଲବଗକୁଳ−ଶାର୍ଦ୍ଦୂଳ—ବାନର କୁଳର ବ୍ୟାଘ୍ର । ସଦାଗତି—ପବନ । ବାରଣ ରିଦ୍ୱାରେ—ସିଂହଦ୍ୱାରରେ ।ପାଠାନ୍ତର—ଦ୍ୱାରେ ତର୍ଜି ଗର୍ଜି ଶେଷରେ ।(୧୮) ଶବ୍ଦାର୍ଥ । ଦନ୍ତୀ—ଦନ୍ତାବଲ ହସ୍ତୀ । କ୍ଷିତି ଦୁହିତାପତି—ରାମ । ପାଠାନ୍ତର—କ୍ଷିତି ପବନ ।ନାକଶ୍ରେଷ୍ଠ−ନନ୍ଦନକହେ କମ୍ପାଇ ପୂଣହରି ହରିରେ ନେଲ ପ୍ରାଣକି ଯଶ ପଉରଷହେଲା ତୋର ପ୍ରକାଶମିତ୍ରାରି ବୋଲି ମାରି ବାଣ ସେବଧିଲଇଁଘରଣୀ ହରିଣ ରାବଣନେଇଛି ସେ ଆଣି ଦେବେଣକିସ୍କିନ୍ଧେଶ ପ୍ରକାଶ−ସେ କାର୍ଯ୍ୟେ ହେବ କ୍ଳେଶକହନ୍ତି ତହୁଁ−ରଘୁରାଣ ! ।୧୯।ଶଲ୍ୟ କାଢ଼ି ବିଶଲ୍ୟକର ମୋତେ କୌଶଲ୍ୟବୈକୁଣ୍ଠ ବୈକୁଣ୍ଠ ମୁଁ ଯିବିସେନକ ସେ ମହୀମହୀଶ ଉଚ୍ଚେ କହିମହୀରେ ଶୋଇଲାକ ଭାବି ସେହରଷରେହରି ସେ ହରି ସିଂହାସନେରାଜାଧି ବିଧି ସିଧିପଣେଉଚ୍ଚାଟେ ଯୁବରାଟେକରାଇ ବାଳୀଚାଟେତାରା କୋଳରେ ରାଜ୍ଞି ପଣେ ସେ । ୨୦ ।(୧୯) ଶବ୍ଦାର୍ଥ । ନାକଶ୍ରେଷ୍ଠ—ସ୍ୱର୍ଗାଧିପ ଇନ୍ଦ୍ର । ନାକଶ୍ରେଷ୍ଠ ନନ୍ଦନ—ବାଳୀ । ହରି—ବିଷ୍ଣୁ ରୂପୀ ରାମ । ହରି—ମାଙ୍କଡ ।ପାଠାନ୍ତର । ବଧିଲଇଁ—ବିନ୍ଧିଲଇଁ । ଦେବେଣ—ଦେବଣ ।(୨୦) ଶବ୍ଦାର୍ଥ । ଶଲ୍ୟ—ଶର । ବିଶଲ୍ୟ—ଉଶ୍ୱାସ, ଶଙ୍କାହୀନ । କୌଶଲ୍ୟ—ରାମ । ବୈକୁଣ୍ଠ—ବିଷ୍ଣୁ ।ପାଠାନ୍ତର—ଶଲ୍ୟ ଦେହରେ ଶଲ୍ୟ । ବୈକୁଣ୍ଠ—ବଇକୁଣ୍ଠା ଶୋଇଲା ସେ । ସିଧି—ସିଂହ । ଯୁବରାଟେ—ଯୁନରାଟେ । ରାଜ୍ଞିପଣେ—ରାଧପଣେ ।ବିବାସିତ ବିବେକବିବ୍ରତ ବିମନସ୍କବଳୀରେ ଦେଇ ବିମୋକ୍ଷଣବିଶ୍ୱରେ ହେଲେ ଧନ୍ୟତାଙ୍କ ପଦାବ୍କେଧ୍ୟାନବିନାୟକର ନିତିଦିନ ସେରାମ ରାମମୃଗାକ୍ଷୀ ମୈଥିଳୀ ରମଣଛେଦନ୍ତି ଅଖିଳ ଅଜ୍ଞାନଦିଗ୍ବିଜୟୋ ଯାନାମ ଅଗ୍ରେ ଦିହୁଡ଼ି ସମଯୁଗ ଦେବତା ନମୋନମ । ୨୧ ।ରାଘବ ବିଳାସତ୍ରିଂଶ ଛାନ୍ଦଏହି ଛାନ୍ଦଟି ଚୋଖି ବୃତ୍ତରେ ଷୋହଳ ପଦରେ ସଂପୂର୍ଣ୍ଣ ।
ବାଳୀବଧ ପରେ ସୁଗ୍ରୀବଙ୍କୁ କିସ୍କିନ୍ଧ୍ୟାର ରାଜପଦବୀ ଦାନ କରି ରାମଲକ୍ଷ୍ମଣଙ୍କ ସହିତ ପର୍ବତଶିରରେ ରହି ବର୍ଷା ସମୟ ଅତିବାହିତ କଲେ । ସେତେବେଳେସେ ତାଙ୍କ ପ୍ରିୟା ସୀତା ଘେନି ଯେ ବ୍ୟାକୁଳ ଥିଲେ ତାହା କବି ତାଙ୍କ ପୂର୍ବଜସୂରୀମାନଙ୍କ ସହିତ ତାଳ ପକାଇ ଗାଇଛନ୍ତି ଏକାନ୍ତି ମର୍ମ୍ମସ୍ପର୍ଶୀ ଭାଷାରେ ।
ରାମ ପ୍ରିୟା ଦୁଃଖରେ ମ୍ରିୟମାଣ ହୋଇ କହିଛନ୍ତି—ଏ ବର୍ଷାକାଳ ମୋର ମୃତ୍ୟୁର କାରଣ ହେବ ।ଏକାଳ ସଂଘଟ ଘଟ ଘଟନେବାକୁ ମୋ ଘଟ ଘଟପକ୍ଷୀଏ ବିଘଟ ହେବଟି ପୁଣିହଂସ ବଶେ ହଂସ ତୁଟିବଆଗତ ବିଗତ ସତପଥ ହେଜିବ ।ଏ କାଳାନ୍ତକ ଘଟଣାର ଆଡ଼ମ୍ୱର ମୁହୂର୍ତ୍ତ ମାତ୍ର ମୋ ଦେହର ପ୍ରାଣପକ୍ଷୀବିନଷ୍ଟ କରିବାକୁ ଉଦ୍ୟତ । ଏପରି ମାତ୍ସର୍ଯ୍ୟ ମଧ୍ୟରେ ମୋର ପ୍ରାଣବାୟୁ ତୁଟିଯିବ ।କେବଳ ଅତୀତ ଏବଂ ଭବିଷ୍ୟତ ସତ୍ୟପଥ ହିଁ ହେଜୁଥିବ ।
ଏ ବର୍ଣ୍ଣନା ଯେତେ ପ୍ରାଣସ୍ପର୍ଶୀ ଭାବରେ ଯେଉଁ କବି ଯେତେ କରିଥିଲେହେଁ ତାହା ତଥାପି ଚିରନୂତନ ସବୁବେଳେ । ଏ ବିଳାପ କେବଳ ଏ ଦେଶରେ ନୁହେଁ, ଏ କାଳରେ ନୁହେଁ, ଏହା ସବୁ ଦେଶର, ସବୁ କାଳର ଏକ ଅନବଦ୍ୟ ସାମଗ୍ରୀ । ରାମ ବର୍ଷାର ପ୍ରଚଣ୍ଡ ମୂର୍ତ୍ତି ମଧ୍ୟରେ ଏପରି ବିହ୍ୱଳ ହୋଇ ପଡ଼ିଛନ୍ତି ତାଙ୍କର ପ୍ରିୟତମା ପ୍ରତି ଏପରି ବ୍ୟାକୁଳତା ଆଣିଛନ୍ତି, ଯାହା ତାଙ୍କ ଛଡ଼ା ଆଉ କେଉଁ ମନୁଷ୍ୟଠାରେ ଘଟିଛି ମନେକରି ହୁଏ ନାହିଁ । ତାଙ୍କର ଲବ୍ଧ କ୍ଳେଶ ଖଣ୍ଡିବାଲାଗି ବିଶେଷକରି ପାଖରେ ବସାଇ ସେ କିପରି ପ୍ରଣୟିନୀର ଆଲିଙ୍ଗନ ଲଭିବେ ଏବଂ ତାଙ୍କର ବୀଣାଜିଣା କିଣାବାଣୀ ଶୁଣିବେ ଏଥିପାଇଁ ଉଚ୍ଛନ୍ନ ହୋଇ ଉଠିଛନ୍ତି । ମାନବ ଜାତିରେ ନରନାରୀର ଏହି ପ୍ରୀତି ମଧୁରତାଠାରୁ ଆଉ ଅଧିକ ସତ୍ୟ ଅଧିକ ଉତ୍କର୍ଷ ସୁଖ କେବେ ନ ଥାଏ ।
ଏକମାତ୍ର ଭୂଷଣ ମୁଦିଟିକୁ ସେ କିପରି ଦୂତଦ୍ୱାରା ଜାନକୀଙ୍କ ନିକଟକୁ ପଠାଇବେ ଏଥିପାଇଁ ଅତି ବ୍ୟାକୁଳ ହେବା ପରେ ଶରତଋତୁ ଆରମ୍ଭରେ ଲକ୍ଷ୍ମଣ ସୁଗ୍ରୀବଙ୍କ ପ୍ରାସାଦ ନିକଟରେ ପହଞ୍ଚି ଦୂତଦ୍ୱାରା ସଂବାଦ ପ୍ରେରଣ କରିଛନ୍ତି ।
ରୂପସୀ ତାରା ଏବଂ ରୋମାଙ୍କୁ କୋଳରେ ଘେନି କାମ ସୁଖରେ ଅନ୍ଧ, ପୁଣି ଦୋଳିରେ ଝୁଲୁଥିବା ସୁଗ୍ରୀବ ନିଜର ପୂର୍ବ ଦୁର୍ଦ୍ଦଶା ଭୁଲି ଦୂତକୁ କହିଛି, ସେ କେଉଁ ଲକ୍ଷ୍ମଣ ଯା ପଚାରି ଆ । ଲକ୍ଷ୍ମଣ କହିଛନ୍ତି—
ଯେ ରାମ ଏ ବିଭୂତିଦତ୍ତତାଙ୍କ ଅନୁଜ ଲକ୍ଷ୍ମଣ ନାମ ବିଦିତ ।ଏହି ରାଜ ବିଭୂତି ତୁମକୁ ଯେଉଁ ରାମ ଦେଇଛନ୍ତି, ତାଙ୍କରି ଅନୁଜ ଲକ୍ଷ୍ନଣ ଆସିଛନ୍ତି ।
ତଥାପି ସୁଗ୍ରୀବର ଚୈତନ୍ୟ ଫେରିନି । ସେ ପରିହାସରେ ବିଭୂତିକୁ ପାଉଁଶ, ରାମଙ୍କୁ ହରିଣ, ଆଶୋକ ବୃକ୍ଷ ବୋଲି କହି ସେ ରାମ କିଏ ବୋଲି ପ୍ରଶ୍ନ ପଚାରିଛି । ଏହାପରେ କବି ଲେଖିଛନ୍ତି—
ତର୍କ ଶୁଣି ଅର୍କବଂଶଅବତଂଶ ମହାରୋଷକର୍କଶେ କାର୍ମ୍ମୁକେ ବାଣ ବସାଇ ଟାଣିଭିଡ଼ି ଛାଡ଼ି ଦ୍ୟନ୍ତେ ରଡ଼ିଯଥା ମେଘ ଘଡ଼ିଘଡ଼ିଶଇଳୁ ଉପଳ ଝଡ଼ି ପଡ଼ିଲା ଜାଣିବାଜି ବାଜି ଦୋଳ ସ୍ତମ୍ଭରେଦୋଳି ପରେ ଢଳିପଡ଼ୁଁ ତୋଳି ତାରାରେ ।
ଏଠି ବାଜି ଅର୍ଥ ବାଣ । ବାଜି ଅର୍ଥ ବାଜିବାରୁ । ବାଣକୁ ଏପରି ମାରିଦେଲେ ଯେ ଦୋଳି ଏକାବେଳେ ଛିଡ଼ିପଡ଼ିଲା । ତାରା ଅର୍ଘ୍ୟସ୍ଥାନ ଧରି ଆସି ମଣାଇ ଜଣାଇ ଭଣାଇଲା—’‘ପୋଷାଜନ ନାଶିବାର ଶାସ୍ତ୍ରରେ ନାହିଁ ।”
ଲକ୍ଷ୍ମଣ ସନ୍ତୋଷ ହେବାରୁ ସୁଗ୍ରୀବ ତାଙ୍କୁ ଦେଖାକରି ନିଜର ସୈନ୍ୟ ବଳ ଘେନି ରାମଙ୍କୁ ଦେଖାକଲା ଏବଂ ନିଜର ଭ୍ରମ ଜଣାଇ ଶରଣ ପଶିଲା ।ଏହି ଛାନ୍ଦଟି ଲୀଳାରେ ଯନ୍ତ୍ର ସାହାଯ୍ୟରେ ଗାନ କଲେ ଏପରି ମଧୁର ଓ ଆହ୍ଲାଦଦାୟକ ହୋଇଥାଏ ଯେ ବାରଂବାର ଶୁଣିବାକୁ ଇଚ୍ଛା ହୋଇଥାଏ ।ରାଘବ ବିଳାସତ୍ରିଂଶ ଛାନ୍ଦ(ରାଗ ଚୋଖୀ)ବନଜ ଜିତ ବରନସଙ୍ଗେ ଅନୁକ ଘେନିଣଗ୍ରୀଷ୍ମାନ୍ତରେ ଶିଖରି ଶିଖରେ ରହିଣବନ ଘନ ଘନ ଘନବିଶେଷେ ରଡ଼ି ତର୍ଜନବର୍ଷୋତ୍ପଳକୁ ସର୍ଜନ କରଇ ପୁଣଶାମୁକ ଚମକ ଅନେକଅମ୍ୱର ଆଚ୍ଛନ୍ନ ବିଷକଣ୍ଠ ନତ୍ତକ । ୧ ।ଚଞ୍ଚଳେ ଚପଳା ଖେଳାଦେଖା ନୀଳା କଳା ଧଳାଶକ୍ର ବକ୍ର କୋଦଣ୍ଡ ଦଣ୍ଡକୁ କାଢ଼ିଲାହରିତ ତ୍ୱରିତ ଘୋଟିହରି ଦିଗତ ଜ୍ୟୋତିଟିହଟି କୁଜ୍ଝଟି ପ୍ରକଟି ଘୋଟି ଆଇଲାଶୁଷ୍କ ପୁଷ୍କରରେ ପୁଷ୍କରସ୍ଥଳ ଅସ୍ଥଳ କେଦାର ପୂର୍ଣ୍ଣ ସ୍ରୋତର । ୨ ।ପାଠାନ୍ରତ—୧—ବିସର୍ଜେ ରାତି ନିର୍ଜନ(ବିଶେଷେ—) ବଷୋପଳ ।
୨—ଚଞ୍ଚଳା ଚଞ୍ଚଳେ ଖେଳା । ଦିଶେ କଳା ନୀଲ ଧଳା । କୋଦଣ୍ଡ ପ୍ରଚଣ୍ଡ ପଡ଼ିଲା । ହରବିଗତ ଜ୍ୟୋତିଟି । ହାଟକ ଝଟି ପ୍ରକଟୀ ଶୁଷ୍କ ପୁଷ୍କରିଣୀ ପୃଷ୍କର । ସ୍ଥଳ ଅସ୍ଥଳ କେ ବାରି ପୂର୍ଣ୍ଣ ସ୍ରୋତର ।
କାମିନୀ ହୃଦ ପଦକକାମିଜନଙ୍କ ନାୟକଦକ ଦକ ସଂପୁଟକ କଲା ଉତ୍ସକଅହିତ ଅହି ଧ୍ୱଂସକପ୍ରାୟ ଅହିତ ହିତକକାମ କମାଣ ପଞ୍ଚକ ମାର ଶାୟକବିରହିଣୀ ବିରହିଣଏଅଶନ ବସନ ବାସ ବିଷ ପରାୟେ । ୩ ।ବାଳୀନାଶ ବାଳୀହୀନହେବାରୁ ଅତି ଉଚ୍ଛନ୍ନଛନ୍ନ ହୋଇ ବୀରବର ଏସନ ଭିଣିଏକାଳ ସଂଘଟ ଘଟଘଟ ନେବାକୁ ମୋ ଘଟଘଟପକ୍ଷିଏ ବିଘଟ ହେବଟି ପୁଣିହଂସ ବଶେ ହଂସ ତୁଟିବଆଗତ ବିଗତ ସତପଥ ହେଜିବ । ୪ ।
ବାଳୀ—(୪)ନାରୀ । ବାଳୀ—ମର୍କଟ ଯୃଥପତି କିସ୍କିନ୍ଧ୍ୟାରାଜା । ବୀରବର—ରାମ । ଘଟ—ଆଡ଼ମ୍ୱର । ସଂଘଟ—ଘଟନା । କାଳ—ସମୟ । ଘଟ—ମୁହୂର୍ତ୍ତ । ଘଟ—ଦେହ । ଘଟପକ୍ଷୀ—ପ୍ରାଣ ପକ୍ଷୀ । ବିଘଟ—ବିନିଷ୍ଟ । ହିଂସବଣେ—ମତ୍ସର୍ଯ୍ୟ ମଧ୍ୟରେ । ହଂସ—ପ୍ରାଣବାୟୁ । ଆଗତ—ଭବିଷ୍ୟତ । ବିଗତ—ଅତୀତ । କେବଳ ସତ୍ୟ (ସତ) ପଥ ହେଜୁଥିବ ।
ପଠାନ୍ତର—(୩) କାମିନୀ ଜନନାୟକ, କାମିନୀ ଜନନାୟକ । ଅହିତ ଅହି ବଂଶକ, ବିହିତ ହିତ ନାଶକ । ବିରହିଣ ବିରହଣିଏ ।(୪) ବାଳୀହୀନେ । ଅତି ଉଚ୍ଛନ୍ନେ । ଚାହିଁ ଅନୁଜ ବଦନେ । ନେବାକୁ ମୋ ଘଟଘଟ । ଘନ ପରାୟେ ବିଘଟ ହେବଟି ପୁଣି । ହଂସବସୁ ହଂସ ତୁଟିବ ।ପଲ୍ଲବ ଶାଲାରେ ଚାପ−ପାଣି ଅନେକ ବିଳାପକରି ବିରହିଣୀ ତାପ ହୋଇ ବିଶେଷସତେ ବଲ୍ଲଭୀ ଲଭିବିଲବ୍ଧ କ୍ଳେଶକୁ ଖଣ୍ଡିବିବିଶେଷକରି ଆଶ୍ଳେଷ ବସାଇ ପାଶସୀତା ସୀତା ବିଶେଷିତାରେବୀଣାଜିଣା କିଣାବାଣୀ ଶୁଣିବି ତାରେ । ୫ ।ମୁଦିରେ ଧୀରେ ଅଧୀରେକହନ୍ତି ଯା ଯା ସଧୀରେସୁନାରୀ ପାଶେ ସଧୀରେ କହ ବେଗିରେକହ ମୋ ଉଦ୍ଦେଶୋଦ୍ଦେଶ୍ୟକ୍ଳେଶ ନ ସହିଣ କ୍ଳେଶନ କରୁଥିବ ନାରୀଶ ହୋଇ କାତରତରତରେ ଯାଅ ହେ ଧୀରନିଗମଧର ବିହିଲା ହୋଇ ନିଷ୍ଠ ର । ୬ ।ସୁନାରୀ—ସର୍ବଶ୍ରେଷ୍ଠ ରମଣୀ ସୀତା । ଉଦ୍ଦେଶ—ସମ୍ବାଦ, ଖବର । ଉଦ୍ଦେଶ୍ୟ—ଅଭିପ୍ରାୟ । କ୍ଳେଶ—ଯନ୍ତ୍ରଣା, ଦୁଃଖ ।କ୍ଳେଶ—କୋପ । ନିଗମଧର—ବ୍ରହ୍ମ । (ନିଗମ–ବେଦ)ପାଠାନ୍ତର— (୫) ଶାଲାରେ—ଶାଳାରେ । ବିରହଣୀ ପ୍ରାପ୍ତ । ସୀତା ଦିଶଇ କି ସୀତାରେ ।(୬) ମୂର୍ବିରେ ଧୀରେ ଅଧୀରେ । ମୋ ନାରୀ ପାଶେ ବିଧିରେ କହ ବ୍ୟଗ୍ରରେ । କହ ମୋ ଭାବ ଉଦ୍ଦେଶ୍ୟ କ୍ଳେଶ ନ ରହିବ କ୍ଳେଶ ।ବର୍ଷାନ୍ତ ଅନ୍ତ ଅନ୍ତରେଉର୍ମ୍ମିଳା ସଖେ ସତ୍ୱରେକିସ୍କି ନ୍ଧ୍ୟେଶ୍ୱର ପାଶରେ ମିଳି ଝଟତିକରେ ଅରି ଗର୍ବ ନାଶସୀମନ୍ତେ ଫଣା ବିଶେଷପଙ୍କକାରି ଜିତ ପାଶେ ମିଳି ତଡ଼ିତଗୁରୁ ଗୁରୁ ତରୁ ତଳରେଉଭା ଶୋଭା ଲୋଭା ହୋଇ ବୀର ସେ କାଳେ । ୭ ।ଦୂତେ ପଚାରି ଉଚାରିକହ ଯାଇ ଦଣ୍ଡଧାରୀପାରୁଶରେ ଶୀଘ୍ରକରି ଚପଳେ ମିଳିଲକ୍ଷ୍ମଣେ ଲକ୍ଷ୍ମଣ ପୂର୍ଣ୍ଣକର୍ଣ୍ଣିକାର ଦୀପ୍ତି ମାନପଞ୍ଚାନନ ଦ୍ୱାରେ ଉଭା ଅଛନ୍ତି ବଳିବାର୍ତ୍ତାବହ ଜବନ ଗଲାଲକ୍ଷ୍ମଣ ଦ୍ୱାରେ ପ୍ରବେଶ ବୋଲି ବୋଇଲା । ୮ ।ପାଠାନ୍ତର — (୭) ଉର୍ମ୍ମିଳେଶ ସେ ସତ୍ତ୍ୱରେ । ସୀମନ୍ତେ ଫଣା ବିକାଶ । ପଙ୍କଜାରି ଜାତ ପାଶେ ମିଳି ତଡ଼ତି ।(୮) ବାର୍ତ୍ତାବହ ବହନ ଗଲା ।କେଉଁ ଲକ୍ଷ୍ମଣ ସେକ୍ଷଣଏକ୍ଷଣ ବୁଝିଣ ଆଣସୁକ୍ଷଣ ଈଷଣ ମାତ୍ରେ ପଚାରି ଦ୍ୱାରୀଆଜ୍ଞା ବ୍ୟାପ୍ତ ପ୍ରତ୍ୟୁତ୍ତରକେଉଁ ଲକ୍ଷ୍ମଣ ସତ୍ୱରତ୍ୱରିତ ହିତ ବିଚାର କହ ବିଚାରଯେ ରାମ ଏ ବିଭୂତି ଦତ୍ତତାଙ୍କ ଅନୁଜ ଲକ୍ଷ୍ମଣ ନାମ ବିଦିତ । ୯ ।ଦ୍ୱାସ୍ଥ ପଚାରି ଉଦନ୍ତଆଗତ ଗତ ତ୍ୱରିତବୃତ୍ତାନ୍ତ ନୃପତି ପାଶେ ତ୍ୱରିତ ଭାଷବିଭୂତି ଭୂତି କେ ରାମରାମ ଆରାମ କେ ରାମବିଭ୍ରମେ କେ ରାମ ରାମ ଏହା ପ୍ରକାଶବାଣୀ ଶୁଣି ଭଣିଲା ଦ୍ୱାରୀଜାଣି ପୁଣି ଚାପ ପାଣି ମନେ ବିଚାରି । ୧୦ ।
(୧୦) ଦ୍ୱାସ୍ଥ—ଦ୍ୱାରୀ । ଉଦନ୍ତ—ବାର୍ତ୍ତା । ଗତ ଆଗତ ବୃତ୍ତାନ୍ତ ତ୍ୱରିତ (ଶୀଘ୍ର) ନୃପତି ପାଖରେ ଭାଷିଲା । ବିଭୂତି—ଐଶ୍ୱର୍ଯ୍ୟ, ପାଉଁଶ । ଭୂତି—ମହିମା, ସଂପତ୍ତି । ରାମ—ରମଣୀୟ । ଆରାମ—ସୁଖ, ବଗିଚା । ବିଭ୍ରମେ— ଭ୍ରମଣ କରେ, ! ଭ୍ରମରେ ବିଭୂତି ଭୂଷିତ କେଉଁ ରାମ, ରମଣୀୟ ବଗିଚାରେ ସେ କେଉଁ ରାମ ? (ଅଶୋକ) ଭୁଲରେ (ବିଭ୍ରମେ) କେଉଁ ରାମ ରାମ ବୋଲି ପ୍ରକାଶ କରୁଛି । ରାମ—ହରିଣ । ରାମ—ଘୋଟକ । ରାମ—ଅଶୋକ ବୃକ୍ଷ ।
ପାଠାନ୍ତର—(୯) ଏକ୍ଷଣ—ଏକ୍ଷଣି । ଆଜ୍ଞା ପ୍ରାରତିମାତର—ତୁରନ୍ତ ନିଜ ଭରେଣ କହ ବିଚାରି ।(୧୦) ବ୍ୟସ୍ତେ ପଚାରି ଉଦନ୍ତ । ଭୂତ—ଭୀତ । ବିଭ୍ରମ କେ ହୁଏ ରାମ ।ତର୍କ ଶୁଣି ଅର୍କ ବଂଶଅବତଂଶ ମହା ରୋଷକର୍କଶେ କାର୍ମୁକେ ବାଣ ବସାଇ ଟାଣିଭିଡି ଛାଡ଼ି ଦ୍ୟନ୍ତେ ରଡ଼ିଯଥା ମେଘ ଘଡ଼ଘଡ଼ିଶଇଳ ଉପଳ ଝଡ଼ି ପଡ଼ିଲା କାଣିବାଜି ବାଜି ଦୋଳି ସ୍ତମ୍ଭରେଦୋଳି ପରେ ଢଳି ପଡ଼ୁଁ ତୋଳି ତାରାରେ । ୧୧ ।ଉଚିତ ଚିତ୍ତେ ସଚେତେସୁସ୍ଥ କରାଇ ମସ୍ତକେବସାଇ ରସାଇ ତହିଁ ମିଶାଇ କହିତାରା ବାଳୀ ଅର୍ଘ୍ୟସ୍ଥାଳୀ କରେ ଧରି ଯାଇ ମିଳିନିଉଛାଳି କଲେ ଶୀଘ୍ରେ ଲକ୍ଷ୍ମଣେ ଯାଇମଣାଇ କଣାଇ ଭଣାଇପୋଷାଜନ ନାଶିବାର ଶାସ୍ତ୍ରରେ ନାହିଁ । ୧୨ ।
(୧୧) ଉଚିତ ଚିତ୍ତେ—ପ୍ରକୃତ କଥା ସମଝାଇ । ତାରା-ବାଳୀ—ତାରା ନାରୀ । ନିଉଛାଳି—ବନ୍ଦାପନା । ଭଣାଇ—କହିବା । ପୋଷାଜନ—ରକ୍ଷା କରିଥିବା ବ୍ୟକ୍ତିକୁ ।
ପାଠାନ୍ତର—(୧୧) ଶୈଳୁଁ କି ଉପଳ । ଦୋଳିପୁର ।(୧୨) ଉଚିତେ ସତେ ସଚେତେ ସୁସ୍ଥ କରାଇ ସମସ୍ତେ । ନିଉଛାଳି କଲେ ଶୀଘ୍ରେ । ମଣାଇ ଜଣାଇ ଭଣ୍ଡାଇ ।ଶୁଣନ୍ତେ ଶାନ୍ତି ସନ୍ତୋଷବାଳୀ ବାଣୀ ଉର୍ମ୍ମିଳେଶସୁଧୀର ଧୀର ହୋଇଲେ ଅଧୀର ତେଜିଅଙ୍ଗଦ ଉରେ ଅଙ୍ଗଦଅଙ୍ଗ ବଶରେ ପ୍ରମୋଦସଙ୍ଗେ ସଙ୍ଗେ ଅଙ୍ଗ ବଳ ରଙ୍ଗେ ବିରାଜିଦେଖି ସୁଖୀ ତତକ୍ଷଣରେସୁଗ୍ରୀବ ଉଦ୍ଗ୍ରୀବ ଚିତ୍ତ ଯିବା ଇଚ୍ଛାରେ । ୧୩ ।ମୁଖ ରାବ ଶବଦରେଦିଗ ବିଦିଗ ଉଚାରେପ୍ରଚରେ ଘୋଟିଲେ ଅସ୍ତ ଶାଖାମୃଗରେଚଳି ପ୍ରଚଳି ଚଞ୍ଚଳେଧୂଳି ଉଡ଼େ ଖମଣ୍ଡଳେକେହୁ ବଳା ବଳି ଚଳେ ଆଗ ପାଖରେରବିସୁତି ମିତ ହିତରେସୁଗ୍ରୀବ ଉଦ୍ବେଗ ମେତ ଗମେ ସତ୍ୱରେ । ୧୪ ।(୧୪) ଶାଖାମୃଗ—ବାନର । ଖମଣ୍ଡଳ—ଆକାଶ । ରବିସୁତ−ମିତ—ରାମ ।ପାଠାନ୍ତର । (୧୪) ବିଦିଗ ଦିଗ, ଉଚରେ । ଶାଖା ମୃଗର । ଆଗ ପାଶର । ଉଦ୍ବେଗେ ମତେ, (ମେତେ), (ମନେ) ।ସୁମାଲ୍ୟ ମାଲ୍ୟବନ୍ତରେବିପିନଚର ସବଳେସୁବେଳେ ଦଶରଥକ ପାଶେ ମିଳିଲେଲକ୍ଷ୍ମଣେ ଲକ୍ଷ ପ୍ରମାଣସୁଗ୍ରୀ ଗର୍ବ ଜାଣି ରାମପଡ଼ି ରକ୍ତାବ୍କ ଚରଣ ଶରଣ ଗଲେତୋଳି କୋଳେ କୌଶଲ୍ୟାବାଳତାର ପରେ କ୍ଷିତି ସ୍ଥିତି ସକଳ ବଳ । ୧୫ ।ଅଷ୍ଟ ଦୁର୍ଗ ଏକ ଶ୍ରେଷ୍ଠ ମୁକୁଟ ମଣି ସମ୍ରାଟଶ୍ରେଷ୍ଠ ଗିରିସୁତା ଚାଟ କେଶରୀ ଭଣିରାଘବେ ରାଘବ ତୋଷ ନାମ ରାଘବ ବିଳାସଭାବ ଲାଭକୁ ପ୍ରକାଶ ବିଦୁଷ ଶ୍ରେଣୀଧ୍ୟାୟି ସାର ନଗ୍ର ଅଗ୍ରଣିତରଣି ବଂଶ ଉଦ୍ଭବ ଏ ରସେ ଭଣି । ୧୬ ।
(୧୬) ଅଷ୍ଟ ଦୁର୍ଗ ଏକ ଶ୍ରେଷ୍ଠ—ନବ ଦୁର୍ଗର ଶ୍ରେଷ୍ଠ । ଶ୍ରେଷ୍ଠ ଗିରି—ହିମାଳୟ । ଶ୍ରେଷ୍ଠ ଗିରିସୁତା ଚାଟ—ବିନାୟକ । କେଶରୀ—ସିଂହ । ତରଣି—ସୂର୍ଯ୍ୟ । ସାର ନଗ୍ର ଅଗ୍ରଣି ତରଣି ବଂଶ ଉଦ୍ଭବ—ରାମ ଓ ଲକ୍ଷ୍ମଣ ।
ପାଠାନ୍ତର । (୧୫) ସୁବଳେ ସୁବେଳେ ଦଶରଥଜ । ଚରଣ—ଚରଣେ । ତୋଳି କୋଳି କୌଶଲ୍ୟା ବାଳ ।(୧୬) ଦୁର୍ଗ ଏକ ରଚି ଶ୍ରେଷ୍ଠ । ଧ୍ୟାୟି ଶିର ନଗ୍ର ଅଗ୍ରଣି ।ରାଘବ ବିଳାସଏକତ୍ରିଂଶ ଛାନ୍ଦରଣ ବିଜେ ହରି ଚଉତିଶା ବୃତ୍ତରେ ଷଡ଼୍ବିଂଶତି ପଦରେ ଏ ଛାନ୍ଦଟି ସଂପୂର୍ଣ୍ଣ ହୋଇଛି ।
ରାମ ସୁଗ୍ରୀବଙ୍କୁ ସୀତା ବିରହରେ କାତର ହୋଇ ସୀତାଙ୍କ ଅନିନ୍ଦ୍ୟ ସୁନ୍ଦର ରୂପଶ୍ରୀ ବର୍ଣ୍ଣନା କରି ନାନା ପୁରାତନ ଅନୁଭୂତି କହନ୍ତେ ସେ ବ୍ୟଥିତ ହୋଇ ଦୁତମାନଙ୍କୁ ପଠାଇବା ସିଦ୍ଧାନ୍ତ ଜଣାଇଲେ ।
ତେଣୁ ରାମ ଦୂତମାନଙ୍କୁ କେତେକ ଗୁପ୍ତ ଅନୁଭୂତି ଜଣାଇଲେ ଯାହାଦ୍ୱାରା ସେମାନେ ସୀତାଙ୍କର ବିଶ୍ୱାସୀ ହୋଇପାରିବେ ଏବଂ ଶେଷରେ ହନୁଙ୍କୁ ମୁଦ୍ରିକାଟିକୁ ଦେଲେ ।
ଦୂତମାନେ ନାନା ସ୍ଥାନ ଅନ୍ୱେଷଣ କରି କରି କ୍ଳାନ୍ତ ହୋଇ ଶେଷରେ ସମୁଦ୍ରକୂଳରେ ଉପସ୍ଥିତ ହୋଇ ଗୃଧ୍ର ସମ୍ପାତିଠାରୁ ଲଙ୍କାର ରାଜା ରାବଣ ସୀତାଙ୍କୁ ହରିନେଇଥିବା ସମ୍ବାଦ ପାଇଲେ ।
ହନୁ ସମୁଦ୍ର ଲଘଂନ କରି ଲଙ୍କାରେ ଉପସ୍ଥିତ ହେଲେ ।
(ଏ ଛାନ୍ଦରେ ବହୁ ପ୍ରମାଦ ଶବ୍ଦମାନଙ୍କ ଘେନି ରହିଥିଲା । ତାହା ଯଥାସାଧ୍ୟ ସଂଶୋଧନ କରାଯାଇଛି ଏବଂ କେତୋଟିର ଅର୍ଥ ଜଣାପଡ଼ି ନାହିଁ ।)
ରାଘବ ବିଳାସ(ରାଗ—ରଣ ବିଜେ ହରି ଚଉତିଶା)ମିତ୍ରକୁ ଏକାନ୍ତେ ତୁରିତେ ପ୍ରାସନ୍ତେଡକାଇ ଭାଷନ୍ତେ ବାଣୀଦୂତ ଚଳିଯାନ୍ତେ ଘେନିଣ ଉଦନ୍ତେବଦନ୍ତେ ବୀର ଅଗ୍ରଣୀସେ ଉକ୍ତିଶୁଣି ପୂର୍ବଦେବର ସନ୍ତତିସୁସ୍ଥେ ମସ୍ତକେ ପାଣିକ ନ୍ୟସ୍ତି ସେ । ୧ ।ଯହିଁ ତହିଁ ରହି ବହୁ କଷ୍ଟ ସହିବଞ୍ଚ ଅହି ଅହି ତାପଦହିଲା କନକ ବନକ ଅନେକଧିକ ଉପମା ବିଲୋପତା ହାସକାଶୀ ପୀୟୂଷ ହିମ ପ୍ରକାଶବାସ ସୁବାସ ଅଙ୍ଗ ପୀୟୂଷ, ତା । ୨ ।
(୨) ଅହି—ସୂର୍ଯ୍ୟ । ଅହି—ପଥିକ । ବନକ—ବର୍ଣ୍ଣ । ଦହିଲା—ଦିଗ୍ଧ । କନମ—ସ୍ୱର୍ଣ୍ଣ । ଅନେକ—ଅଧିକ । ଧିକ ଉପମା ବିଲୋପ—ଯେଉଁଠି ଉପମା ଦିଆଯିବାର କିଛି ନାହିଁ । କାଶ—କାଶତଣ୍ଡି ଫୁଲ, ଅତିଶୁଭ୍ର ପୁଷ୍ପା ପୀୟୂଷ—ଗୋଦୁଗ୍ଧ, ଯାହା ଅତିଶୁଭ୍ର । ହିମ—ତୁଷାର, ଯାହା ଅତିଶୁଭ୍ର । ବାସ—ସୁଗନ୍ଧ । ସୁବାସ—ସୌରଭ । ରାମ କହିଲେ—ପଥିକ ଭାବରେ ଆମେ ଯେଉଁଠି ମନ ସେହିଠି ରହି ଖରା ସହିଥାଉଁ । ଆଉଟା ସୁନାର ବର୍ଣ୍ଣଠୁ ଅଧିକ ଯାହା ପାଇଁ ଉପମା ସବୁ ଧିକୃତ ହୋଇ ଶୂନ୍ୟ, ଏପରି ଯେ ମୋର ପ୍ରିୟା କଣ କହିବ ତାର ହାସ୍ୟ କାଶପୁଷ୍ପ, ଦୁଗ୍ଧ, ତୁଷାର ପ୍ରାୟ ଶୁଭ୍ର ଅଟେ ପୁଣି ଯାହାର ଦେହ ସୁଗନ୍ଧିତ ସୌରଭରେ ଅମୃତ ପ୍ରାୟ ଅଟେ ।
ପର୍ବ ଶର୍ବରୀ ପୂର୍ବଦେବ ଗର୍ବକୁଖର୍ବ କରଇ ସେ ଆସ୍ୟଗତିଦନ୍ତୀ ମତି କରତି ଝଟତିହତ ରତି ଏ ପ୍ରକାଶସେ । କାହିଁରହ ରୋଷ ବହି ବଇଦେହୀତାହା ବିହୀନେ ମୋ ସୁଖ ନାହିଁ ସେ । ୩ ।ଚାପପାଣି ବାଣୀ ଶୁଣି ସୁଗ୍ରୀ ଭଣିସେନ୍ୟ ଡାକିଆଣି ପୁଣିସେଚନ ଶୋଚନ ମୋଚନ ରଚନବଚନ ଦିଅ ତ ଭଣିହେ । ବିଭୁଯେବେ ବଳ ଚଳିଯିବେ ସବୁଦାରାହରଣ ହୃଦରେ ଭାବୁ ହେ । ୪ ।(୪) ସେଚନ—ଅଭିଷେକ (କରି) । ଶୋଚନ—ଶୋକ କରିବା । ମୋଚନ—ମୁକ୍ତି ଲାଗି । ରଚନ—ରଚନା, ବାକ୍ୟବିନ୍ୟାସ । ଯବେ—ତୁରନ୍ତ । ବଳ—ସୈନ୍ୟଦଳ ।ତୁମେ ତୁମ ଦାରାହରଣ କଥା ଭାବୁ ଭାବୁ ଦୂତମାନେ ଚାଲିଯାଇ ଠାବ ଖବର ନେଇ ଚାଲିଆସିବେ ।ସୁଧୀରେ ମଧୁରେ ମଧୁପୁର ଉକ୍ତିଯୁକ୍ତି ଚାରପାଣି ଭାଷିପ୍ରଦୀପ ବିଲୋକ ସତୀ ସତ୍ୟ ସତ୍ୟଅନ୍ୟେ ମତି ନ ପ୍ରକାଶିସେ । ଏ ତବିହିତରେ ବିହିତ ଉଦନ୍ତଉକ୍ତ ବ୍ୟକ୍ତ ଯୁକ୍ତ ଯୁକ୍ତି ଦତ୍ତ ସେ । ୫ ।ଗୁପତ ଉଦନ୍ତ ପ୍ରଦନ୍ତ କରନ୍ତେଚିତ୍ରକୂଟ କୂଟେ ପଳଭାସ୍କର କରେର ଶୁଷ୍କ କରନ୍ତେଣମନ୍ଦ ମନ୍ଦ ଦ୍ୱନ୍ଦ ବଳସେ । ବଳେଲଖ ଲିଖିତ ଉରକ ସ୍ଥଳେବଳି ପୁଷ୍ଟ ଓଷ୍ଠେ ଚଞ୍ଚୁ ଚାଳେ । ସେ । ୬ ।ମୂର୍ଖ ବଳିମୁଖଉତ୍କଟ ବିମୁଖଦେଖାଉଁ ଦେଖ ବିକଳେଆକୁଳେ କୋଳକରନ୍ତେ ତତକାଳବଳ ଚିତ୍ର ବକ୍ଷସ୍ଥଳେସେ । ଭାଷିଦୁଃଖ ପ୍ରଜ୍ଞାରେ ଗଲେକ ଭାସିଅନାମିକା ବିଭ୍ମ ସାଭିଳଷି । ସେ । ୭ ।
(୭) ବଳିମୁଖ—ମର୍କଟ, ଶିବାନୁଚର । ବିମୁଖ—ବିକୃତ ମୁଖ । ଦେଖ—ଦେଖ କହି ସେ ବିକଳେ ତତକାଳେ ଆକୁଳେ କୋଳ କରନ୍ତେ । ଦୁଃଖପ୍ରଜ୍ଞା—ଦୁଃଖ ଜ୍ଞାନ, ଦୁଃଖ ବୁଦ୍ଧି, ଏକଥା କହି ଦୁଃଖ ଜ୍ଞାନରେ ବୁଡ଼ିଗଲେ । ଅନାମିକା—ମଧ୍ୟମା−କନିଷ୍ଠା ଅଙ୍ଗୁଳିର ମଧ୍ୟବର୍ତ୍ତୀ ଅଙ୍ଗୁଳି । ସାଭିଳଷି—ଅନାମିକା ଅଙ୍ଗୁଷ୍ଠିରୁ ମୁଦ୍ରିକାଟି ବାହାର କରିବାକୁ ଇଚ୍ଛା କଲେ ।
ପାଠାନ୍ତର—(୬) ଗୁପତେ ଉଦନ୍ତ ପ୍ରଦତ୍ତ କରନ୍ତେ ଚିତ୍ରକୂଟେ କୂଟେ ପଳ । ଭାସ୍କର କରରେ । ଆଳି ଭାଳି ମିଳି କେଳିପୁରେ । ଚଣ୍ଡି ପରପର ଖଣ୍ଡି ବାରେ । ଚଞ୍ଚୁ ସ୍ଥଳେ ।
(୭) ଆକୁଳନରେ କୋଳ କରନ୍ତେ ତତ୍କାଳ ।ଦିଶ ଭୁଅ ବାଳଅଞ୍ଚଳେ ଚଞ୍ଚଳଗ୍ରସ୍ତି ତୋଷାର୍ଣ୍ଣବେ ଭାସିବିନୟ ବିନୀତନତ ମସ୍ତକ ତଅଙ୍କ ଦଶା ଅବିଶେଷିସେ । ବେଳେସୁଚିତରେ ଉଚିତରେ ଭାଳେସୁଧା ବିଲୋକେ ଲୋକାନୁ ଚଳେ । ସେ । ୮ ।ଚତୁରେ ଚତୁର ଦିଗରେ ଚତୁରଚାର ଚତୁରରେ ଚାହିଁବିଚିତ୍ର ଚିତ୍ର ଉପମା ଭ୍ରମା ସୀତାବିଶେଷିତା ସୀତା କହିସେ । ଯାଇବଦ୍ଧ ସିଦ୍ଧ ନାଗପତ୍ନୀ ଦେହୀ ।ଭେଟି ଝଟତି ଲେଉଟ କହି । ସେ । ୯ ।
ପାଇଁ । ଲୋକନୁ—ଦୃଷ୍ଟି ପଥରୁ । ହେଲେ କଣ ହେବ ସେ ପୃଥକ୍ ହେଲେ ମଧ୍ୟ ଅମୃତମୟୀ ସୀତାଙ୍କ ଦର୍ଶନ ପାଇଁ ଯାଉଛି ରାମଙ୍କ ଦୃଷ୍ଟି ପଥରୁ ।
(୯) ଚତୁରେ—ଚତୁରତା ସହିତ । ଚତୁର—ଚାରି । ଚତୁର—ଦକ୍ଷ । ଭ୍ରମା—ଭୁଲ କରିଦେବ । ବିଶେଷିତା—ଅଧିକନ୍ତୁ । ସୀତା—ପରମଶୋଭନୀୟା, କନକ । ବଦ୍ଧ—ଆବଦ୍ଧ । ସିଦ୍ଧ—ଦେବଯୋନି ବିଶେଷ । ନାଗପତ୍ନୀ— ରୂପସୀ ନାଗନାରୀ ।
ପାଠାନ୍ତର—ଦିଶିଭୁଆ ବାଳ । ଚାର ଚତୁରେସେ । ବିଶେଷିଣ ସୀତା କହି । ନାଗପତ୍ନୀ ଦେତ୍ସୀ । ଲେଉଟ ତହିଁ ।ଦିଗବଳି ଦିଗବଳି ଦିଗବଳିଚଳି ପ୍ରଚଳି ଚଳିଲେନାଗ ନଗର ପୁରପରା ଭୂଚରସଚରାଚର ବୁଲିଲେସେ । ଅନ୍ତେମାରୁତରେ ମାରୁତି ଭାସନ୍ତେକରେ କର ଅଙ୍ଗୁରୀ ଦିଅନ୍ତେ । ସେ । ୧୦ ।ପାଠାନ୍ତର—ନାମ ନାଗର ନାଗପୁର ଭୁଚର । ମାରୁନ୍ତରେ ମାରୁନ୍ତ ଭାସନ୍ତେ । ମାର ନରେ ମାରନ୍ତେଭାଷନ୍ତେ । କର ଅଙ୍ଗୁଳୀ କି ସେ ଦିଅନ୍ତେ ।ପୂର୍ବାପର ପ୍ରତୀଚୀରେଚାର ଗତିକରି ବ୍ୟଗ୍ର ବନ୍ତେ ଗତେତଦନ୍ତେ ଅନିଳ ଅନିଳକ ମେଳକଶ୍ୟପକ ନପ୍ତା ତୃପ୍ତେସେ । ସତୀଅବାଚୀରେ କି ସେ ଅବାସ୍ଥିତିସଙ୍ଗେ ସପ୍ତାଙ୍ଗ ପ୍ରସିଦ୍ଧ ଯାନ୍ତି । ସେ । ୧୧ ।ଶିଖୀ ଶିଖା ଦେଖାଇଣ ସୁକୃତରେସୁକୃତ କୃତ କୃତରେଜୀବନ୍ତ ସନ୍ତତ କରିବୁ ଏମନ୍ତଯେ ସୀତା ସୀତା ସୀତାରେସେ । ବ୍ୟଗ୍ରେପ୍ରାଚୀ ଅବାଚୀ ପ୍ରତୀଚୀ ଦିଗେସ୍ୱାତିକ ଚଳେ ଉଦୀଚୀ ଶୀଘ୍ରେ । ସେ । ୧୨ ।
(୧୨) ଶିଖୀ—ଅଗ୍ନି । ପ୍ରାଚୀ—ପୂର୍ବ । ଉଦୀଚୀ—ଉତ୍ତର । ସ୍ୱାତି—ସୂର୍ଯ୍ୟପତ୍ନୀ, ତୋଫାନ । ସ୍ୱାତିଜ—ହନୁ । ସୀତା—ସ୍ୱର୍ଣ୍ଣ ପ୍ରତିମା । ସୀତା—ପରମ ରୂପବତୀ ।
ଦୃଷ୍ଟେ ଶ୍ରେଷ୍ଟ ଅଷ୍ଟବୀର ଯେ ଗରିଷ୍ଠପରିଶ୍ରେଷ୍ଠେ ଚଳିଗଲେଭ୍ମଜ ଅନନ୍ତରେଅନ୍ତରେ ସତ୍ୱରଭୁବନରେ ବିଖ୍ୟାତିଲେସେ । ଭ୍ରମିକାହିଁ ଛନ୍ତି ବୀରେନ୍ଦ୍ରରମଣୀତ୍ରୟ ଦିଗର ଚାର ଅଗ୍ରଣୀ । ସେ । ୧୩ ।ବହି ବିହିବାରେତ୍ରିପୁର ମଧ୍ୟରେମହିରେ ନ ରହି ସ୍ଥାନସୁଗତ ବିଗତବିଚିତ୍ରେ ବିଚିତ୍ରଭୂମି ବ୍ୟଥା ଲଭି ପୁଣସେ । ବୁଲିଇନ୍ଦ୍ର ବହ୍ନି ପିତୃପତି ମିଳିନୈର୍ଋତରେ ମରୁ ତହିଁ ଚଳି । ସେ । ୧୪ ।
(୧୪) ବିହି ବିହିବାରେ—ବିଧାତା ସୃଷ୍ଟିରେ । ସୁଗତ—ସୁନ୍ଦର । ବିଗତ—ପ୍ରନ୍ଥାନୋଦ୍ୟତ । ଇନ୍ଦ୍ର—ପୂର୍ବ । ଚିହ୍ନି—ଅଗ୍ନି । ପିତୃପତି—ଯମ, ଦକ୍ଷିଣ । ମରୁ—ବୃକ୍ଷଲତା−ହୀନ ଜଳଶୂନ୍ୟ ଭୂମି ।
ପାଠାନ୍ତର । ପୃଷ୍ଠେ ଶ୍ରେଷ୍ଠେ । ପରିଶିଷ୍ଟେ ଚଳିଗଲେ । ବୀରେ ଅନନ୍ତରେ ଅନ୍ତରେ ସତ୍ୱରେ ଶୁଚି ସଞ୍ଚି ନିଘଞ୍ଚର । ସେ । ବୁଲି । ଇନ୍ଦ୍ର ବହ୍ନି ପିତୃପତି ମିଳି ।
ରାବଣ ପୁଣ୍ଡରୀକଶିବ କଳତ୍ରବେନିଯୁକ୍ତ ଇନ୍ଦୁପତ୍ନୀଅଞ୍ଜନ ବଳୀଶକୁମୁଦରଦନଛଦନେ ଗଲେକ ଜିଣିସେ । ସୀତାନ ଦେଖିଣ ବିସ୍ମିତେ ବିସ୍ମିତାସର୍ବ ବୀରେ ଚିତ୍ତରେ ଚିନ୍ତିତା । ସେ । ୧୫ ।ସନ୍ଦେଶ ଉଦ୍ଦେଶ୍ୟବିହୀନେ ବୀରସବିରସେ ବିରସେ ଗତମହିଜା କଷ୍ଟରେମାନସ ଭ୍ରଷ୍ଟରେବୀରଣ ପୁରତେ ସ୍ଥିତସେ । ବୀରେନତ ମସ୍ତକେ ହସ୍ତ ନ୍ୟସ୍ତରେବାର୍ତ୍ତା ବ୍ୟକ୍ତ କରିଣ ବ୍ୟସ୍ତରେ । ସେ । ୧୬ ।(୧୬) କହିଜା—ସୀତା । ବୀରଣ—ଗଭୀର ଭୂମି (ସ୍ଥଳ)ପାଠାନ୍ତର । ଅଞ୍ଜିଳ ବଳିଏ କୁସୁମର ମନ ଛେଦନେ ଗଲେକ କିଣି । ସୈନ୍ୟ ଚିନ୍ତାରେ ଅତି ଚିନ୍ତିତା । ଖୋଜି ଖୋଜିଣ ବିସୃତା ।ନାରୀ ଶିରୀ ବିଲୋକନହୀନ ଗୀରଶ୍ରବଣେ ଶ୍ରବଣ କରିକୃତକି ଅଶନିପତନରେ ବହ୍ନିଜଳିଉଠେ ଶିଖାପୁରିସେ । କାଳେବିଧି ଅବିଧି ଭାବି ବିକଳେତମ ନାଶ ବଂଶକ ଆକୁଳେ । ସେ । ୧୭ ।ସୁଷେଣ ସଚିବସଚିବ କମ୍ବେଦମାରୁତନ ହର୍ଷେ ଗତବୃତ୍ରାରି ନପ୍ତା ନଳନୀଳ ରବିକଭେଦ ଗନ୍ଧମାର୍ଦ୍ଦ ନତସେ । ଯାଇଅବଟରେ ପ୍ରବେଶିତ ହୋଇଫେରି ବିନ୍ଧ୍ୟାଚଳ କୂଟେ ରହ । ସେ । ୧୮ ।
ପାଠାନ୍ତର । ସୁଷେଣ ସୁଷେଣ ଜମ୍ବେବ ଜମ୍ବେବ ମାରୁତେ ମାରୁତେ ଗତେ । ବୃତ୍ତାନ୍ତ ନପାନ୍ତି ନଳ ନୀଳ ରୁକ୍ଷ । ବୈଦେହୀ ବୈଦେହୀ ଗତେ । ସିଦ୍ଧ ବିଦ୍ୟାଞ୍ଚଳ କୂଟେ ତହିଁ । ଦୃଷ୍ଟ ଅଷ୍ଟ ସୈନ୍ୟ କଷ୍ଟେ ରହି ।
ବିଷାଦେ ବିତଥବିତର୍କ ଦୂରିତଗୃଧ୍ର ପୃଚ୍ଛା ସଂପାତିରେକଟକେ ଝଟକଦେଖିଲେ କଟକଅଟକ ଲଙ୍କା ନଗରେସେ । ତୋଷେଦେଖି ଅର୍ଣ୍ଣବେ ଆସି ତା ପାଶେଉଚ୍ଚ ଶ୍ୱାସ ତେଜି ଅବଶେଷେ । ସେ । ୧୯ ।ଲୋକନେ ଅର୍ଣ୍ଣବଘୋଟେ ଦୁଃଖାର୍ଣ୍ଣବଆଶ ନାଶ ଶ୍ୱାସ ଖରେନୋହୁତ ତରିତକେମନ୍ତ ତରିତସରିବା ସହିତେ ଶରେସେ । ଭାଳିଦୁଃଖ ବ୍ୟାଧି ବୃଦ୍ଧି ବଳାବଳିବାହୁ ସନ୍ତରଣେ ସିନ୍ଧୁ କଳି । ସେ । ୨୦ ।ପାଠାନ୍ତର । (୨୦)—ଆଶ ଯଶ ।ଏ ଅଟେ ଅଗତିକେମନ୍ତେଟି ଗତିନାହିଁ ଗତି ଅଗତିହିଁକେ ଗିରି ବିତରିଅର୍ଦ୍ଧେ ଯିବି ତରିକେ ବିଶେଷ ତରି କହିସେ । ଶୁଣିରୁକ୍ଷ ପତି ଶୀର୍ଣ୍ଣ କ୍ଷିନ୍ନ ଭଣିମୌନ ଶିଳା ବାଳା ନପ୍ତା ପୁଣି । ସେ । ୨୧ ।ମରୁତ ସୁତେ ମାରୁତେବାର୍ତ୍ତା ଦ୍ୟନ୍ତେତ୍ୱରିତ ଆଗତେ ଗତଅଙ୍ଗଦେ ଅଙ୍ଗଦଜାମ୍ବବେ ଜାମ୍ବବସୁଷେଣ ଅଷ୍ଟ ବୀର ତସେ । ଚାହିଁଖରେ ଖଗେନ୍ଦ୍ର ଖ’ଜିତ କହିମୁଖ ଲକ୍ଷ ପକ୍ଷ ବର୍ଦ୍ଧି ନୋହିଁ । ସେ । ୨୨ ।ବିଧୁରେ ବିଧୁରେପ୍ରବୋଧି ବିଧୁରେବିଧି ମଙ୍ଗଳ କରନ୍ତୁକମ୍ବେବ ସମ୍ଭବେଆରମ୍ଭ ସମ୍ଭାରେଭାସନ୍ତେ ଶୀଘ୍ର ଗମନ୍ତୁସେ । ହନୁବିଗତରେ ଗତ କ୍ଷୀଣ ତନୁବିଭ୍ମ ନାମାନ୍ତର ନୋହି ମନୁ । ସେ । ୨୩ ।
(୨୨) ଆଗତେ—ଉପସ୍ଥିତ ବା ଭବିଷ୍ୟତରେ । ଗତ—ଯାତ୍ରା । ଅଙ୍ଗଦେ—ବାହୁ ଭୂଷଣରେ । ଜାମ୍ବବେ—ସ୍ୱର୍ଣ୍ଣ ଭୂଷଣରେ । ଖରେ—ତୀବ୍ରଗତିରେ । ଖଗେନ୍ଦ୍ର—ଗରୂଡ଼ । ଖ’—ଆକାଶ । ଜିତ—ଜୟକାରୀ । ମୁଖ—ମୁହଁ । ଲକ୍ଷ—ଚକ୍ଷୁ । ପକ୍ଷ—ବାହୁ । ବଦ୍ଧ—ବୁଦ୍ଧ ।
ପାଠାନ୍ତର । (୨୩) ବିଧୁରେ ବିଧୁରେ ଗତିରେ ବିଧୁରେ ବିଧି ମଙ୍ଗଳ କରନ୍ତି । ଭାସନ୍ତେ ଶୀଘ୍ର ଗମନ୍ତି । ସେ, ଗଲା । ମଇନାକେ ମୈନାକେ ମିଳିଲା । ସିଂହିକାରେ ସିଂହିକା ଚଳିଲା ।
ସଗରକ କୀର୍ତ୍ତିପୟ ବିନ୍ଦୁ ସ୍ଥିତିମାର୍ଗାନନ୍ତ ଭାଳି ଭାଳିଶ୍ରମ ସ୍ୱାର୍ଥାର୍ଥରେମେନାତ୍ମଜାଗ୍ରରେବିଶ୍ରାମଣି ଗଲେ ଚଳିସେ । ଭାଳିତମ ପ୍ରାୟେ ତମ ମାତୁ ମିଳିବ ମାତା ଗର୍ଭେ ଗଲେ ଚଳି । ସେ । ୨୪ ।ଶୀଘ୍ରେ କଦୃଚାଟିମନନ୍ତେ ଧପଟିମିଳି ସୁବେଳେ ସୁବେଳେହରି ହରଷରେଲଙ୍କା ହରିହାରେହରି ବିରହିତ ବେଳେସେ । ବୀରସ୍ୱଚ୍ଛେ ଗୋବତ୍ସା ପଶ୍ଚାତ୍ପଦରଷ୍ଟ ହାଟକେଶ୍ୱର ଆଳର । ସେ । ୨୫ ।ଗୁପତେ ବିଟପେଲଙ୍କାରେ ଶଙ୍କାରେବିଶ୍ରାମନ୍ତେ କାଶ ଶ୍ରେଷ୍ଠବିନାୟକ ଧ୍ୟାୟିବିନାୟକ କହିବିନାୟକ ଇଷ୍ଟ ଶ୍ରେଷ୍ଟହେ । ଘେନସେ ରାଘବ ମୋ ହୃଦେ ବିଶ୍ରାମତାଙ୍କ ବନଜାଘ୍ରିଂରେ ମୋ ଧ୍ୟାନ । ସେ । ୨୬ ।(୨୫) ହରି—ମର୍କଟ
ପାଠାନ୍ତର—(୨୫) କ୍ଷୁଦ୍ର କଦୃଚାଟି । ସୁବଳେ ସୁବଳେ ମିଳି । ହରିହରି ସେ ବିହାରି । ଦେଖିବାରେ ବିଂଶେକର କର । ଯଥା ବୈକୁଣ୍ଟେ ବୈକୁଣ୍ଟେ ହର ।
ରାଘବ ବିଳାସଦ୍ୱାତ୍ରିଂଶ ଛାନ୍ଦ
ଏହି ଛାନ୍ଦଟି ରଣବିଜେ ହରି ଚଉତିଶା ରାଗରେ ତେରଟି ପଦରେ ସଂପୂର୍ଣ୍ଣ । ଏହି ତେରଟି ପଦ ଏପରି ବିଶୃଙ୍ଖଳ ଭାବରେ ବିଭିନ୍ନ ଛାନ୍ଦ ସହିତ ଥିଲା ଯେ ତାହା ଏଥିରେ ଏକତ୍ର କରାଯାଇଛି ।
ଗୋଟିଏ ସୁନ୍ଦର ବିମାନ ପରି ହନୁ ଆକାଶ ପଥରୁ ଲଙ୍କାରେ ଓହ୍ଲାଇଛି । ତାର ରୂପକୁ କବି ‘ବିମ୍ବ ଓଡ୍ର ପରାୟେ ଯା ତମୁଁ’ ବୋଲି ବର୍ଣ୍ଣନା କରି ସ୍ୱ ଜାତୀୟ ପୁଷ୍ପର ଗୌରବ ବୃଦ୍ଧି କରାଇଛନ୍ତି । ତମୁଁ ଯାହାର ବିମ୍ବ ଓଡ୍ର ପରାୟେ ଦେଖା ଯାଉଥିଲା, ଅର୍ଥାତ୍ କ୍ରୋଧରୁ ଯାହାର ପ୍ରତିବିମ୍ବ ବା ଅଙ୍ଗ ମନ୍ଦାର ଫୁଲ ପରି ଦେଖା ଯାଉଥିଲା । ଶୂନ୍ୟ ମଣ୍ଡଳରେ ଭାସି ଆସିବା ଯୋଗୁଁ ପୁଣି ଲଙ୍କା ନଗରୀକୁ ଦେଖି କ୍ରୋଧାନ୍ଧ ହୋଇ ହନୁର ଅତ୍ୟନ୍ତ ପରିଶ୍ରମଜନିତ ଅଙ୍ଗ ମନ୍ଦାର ପାଖୁଡ଼ା ପରି ଲାଲ ହେବା ସ୍ୱାଭାବିକ ।
ହନୁକୁ ଦେଖି ନଗରର ଦ୍ୱାର କଳି ଦେବା, ବିଚଳିତ ହସ୍ତୀମାନଙ୍କୁ ଅଙ୍କୁଶ ମାରି ଥୟରେ ରଖିବା, ଏପରି ମହାଭୟ ଉପସ୍ଥିତ ହେବା ଯୋଗୁଁ ରାବଣକୁ ନିନ୍ଦା କରିବା ଆଦି ଯେ ସୁଖୀ ଲଙ୍କାର ନାଗରିକବୃନ୍ଦ କରିଅଛନ୍ତି ତାହା ଅତି ଗର୍ବିତ ଲଙ୍କା ପ୍ରତି ଏକାନ୍ତ ସମୀଚୀନ ହୋଇଛି । କାରଣ ବାଘର ଫାଗକୁ ଅଧିକ ଯେ ଭୟ ?
ହନୁ ଲଙ୍କାର ଇଷ୍ଟଦେବତାଙ୍କୁ ତ୍ରାସ ଦେଇ ବର ପାଇଛି ଯେ, ନିଶ୍ଚୟ ଦେବୀ ଜାନକୀଙ୍କ ସହିତ ତାହାର ସାକ୍ଷାତ ହେବ ।
ସେ ତେଣୁ ରାବଣର ଅନ୍ତଃପୁର ଭ୍ରମଣ କରି ରାବଣ କୋଳରେ ଅତ୍ୟନ୍ତ ସୁନ୍ଦରୀ ଏକ ରମଣୀ ଦେଖି ତାଙ୍କୁ ସୀତା ବୋଲି ପ୍ରଥମେ ଭ୍ରମ କରିଛି । କିନ୍ତୁ ଆଚାର ବ୍ୟବହାରରେ ନୀଚତା ଦେଖିପାରି ନିଜର ଭ୍ରମ ବୁଝିପାରିଛି ଏବଂ ଅଶୋକ ବନରେ ସୀତାଙ୍କୁ ଦେଖିପାରିଛି ।
ସନେ—ସହିତରେ । ଏହି ପ୍ରୟୋଗଟି ବଙ୍ଗଳା ଭାଷାରେ ପ୍ରୟୋଗ ହେଉଥିବାର ଦେଖାଯାଏ । କିନ୍ତୁ ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଯଦୁମଣି ଏହା ପ୍ରୟୋଗ କରିଛନ୍ତି ।
ଚଳନେ ମୀତ ସମିଧସନେ କଲି ସମମୋଠାରୁ କେ ହୀନଜାଣିଲି ମୁହିଁ ନିର୍ବୋଧ ।ମନେ ହୁଏ ଏହା ଓଡ଼ିଆ ଭାଷାରେ ମଧ୍ୟ ପ୍ରୟୋଗ ହୋଇ ଆସିଅଛି । ତେଣୁ ଶବ୍ଦତତ୍ତ୍ୱ−ଗବେଷକମାନେ ଏଥିପ୍ରତି ଦୃଷ୍ଟି ଦେବେ ।
ହନୁ ରାମଙ୍କଦ୍ୱାରା କଥିତ ଗୋପନୀୟ ସନ୍ଦେଶ ସହିତ ତାଙ୍କର ମୁଦ୍ରିକା ଦେଇଛି । ସୀତାଙ୍କୁ କାନ୍ଧରେ ବୋହି ନେଇଯିବାକୁ କହନ୍ତେ ସୀତା ନିଜର ସ୍ୱାମୀଙ୍କ ପ୍ରତି ତାହା ଅପମାନଜନକ ହେବ ବୋଲି ବୁଝାଇଛନ୍ତି । ଅନନ୍ତର ସେ ଦେଖିଛି ସୀତାଙ୍କ ସମକ୍ଷରେ ରାବଣର ପ୍ରଚଣ୍ଡ ଅକ୍ରମଣ ଏବଂ ସତୀ ସୀତାଙ୍କର ଧୈର୍ଯ୍ୟ ଏବଂ ମନୋବଳର ଚମତ୍କାର ଭୂତି ।
ରମ୍ଭାକୁ ରାବଣ ଯେପରି ପଥରେ ଧରି ଉଲଗ୍ନ କରି ଭୀଷଣ ଅତ୍ୟାଚାର କରିଥିଲା, ହନୁ ସେ କଥା ଭାବି ତାର ରମ୍ଭାଠୁ ରମଣୀୟ ଉପବନକୁ ଛାରଖାର କରି ଧ୍ୱସ୍ତବିଧ୍ୱସ୍ତ କରିଦେବାରୁ ଇନ୍ଦ୍ରଜିତ ବ୍ରହ୍ମାସ୍ତ୍ରରେ ବାନ୍ଧିନେଲା । ତାର ଲାଙ୍ଗୁଳରେ ବସ୍ତ୍ରାଦି ନେଇ ଅଗ୍ନି ସଂଯୋଗ କରନ୍ତେ ଲଙ୍କା ଦଗ୍ଧ ହେଲା ।
ହନୁ ଲଙ୍କା ଦଗ୍ଧ କରିସାରି ରାମଚନ୍ଦ୍ରଙ୍କୁ ଆସି ବାର୍ତ୍ତା ଦେଲା । ଏହି ବର୍ଣ୍ଣନାରେ ସୀତା ମୁଦ୍ରିକା ଫେରାଇଦେବା କଥା ଅଛି ।ପ୍ରମୋଦ ମଦେ ମୁଦ୍ରିକ ମୂଦ ଫେଇ ।
କିନ୍ତୁ ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ଅଛି ଯେ ସୀତା କହିଲେ, ‘ମୋର ଏ ସଙ୍କେତ ରାମଙ୍କୁ ଦେବ । ସେ ତା’ ଦେଖି ଚିହ୍ନିବେ ।’ ଏହା କହି ଶିରରୁ ମଥାମଣି କାଢ଼ି ହନୁ ହସ୍ତରେ ଦେଲେ ।
ତତୋ ବସ୍ତ୍ରଗତଂ ମୁକ୍ତ୍ୱ ଦିବ୍ୟଂ ଚୂଡ଼ାମଣିଂ ଶୁଭଂପ୍ରଦେୟୋ ରାଘବାୟେତି ସୀତା ହନୁମତେ ଦଦୌ । ସୁ ।୩୯।୬୯
କିନ୍ତୁ ଏ କଥା ସତ୍ୟ ଯେ ରାମଚନ୍ଦ୍ର ନିଜର ମୁଦି ହନୁ ହାତରେ ସୀତାଙ୍କ ନିକଟକୁ ପଠାଇଥିଲେ । ଯଦୁମଣିଙ୍କ ପରି ବିଚକ୍ଷଣ ବ୍ୟକ୍ତି ଏ ପ୍ରମାଦ କିପରି କରିଛନ୍ତି ଗ୍ରନ୍ଥ ଅସଂପୂର୍ଣ୍ଣ, ଛାନ୍ଦ ଅସଂପୂର୍ଣ୍ଣ ଥିବାବେଳେ କ’ଣ କହିବା ?
ରାଘବ ବିଳାସଦ୍ୱାତ୍ରିଂଶ ଛାନ୍ଦ( ରାଗ—ରଣବିଜେ ହରି ଚଉତିଶା )ବିଦୂର ଦେଶାନ୍ତସାଗର ଦ୍ୱୀପେ ତଲଙ୍କାରେ ବିଭାତେ ବୀରବିମଳ ବିମାନଅବା କି ନିବୃତ୍ତଦୃଶ୍ୟେ ବିଭୋର ନଗରସେ । ହନୁବିମ୍ବ ଓଡ୍ର ପରାୟେ ଯା ତମୁ ।ବିୟୋଗୀରେ ଯେ ଚର ଅଷ୍ଟମୁ । ସେ । ୧ ।ଉତ୍ସୁକେ ଛନକେଚାହିଁ ଲେ ଛନକେକେ ଗଲା କେ ଗଲା ବୋଲିବାରୁଣୀ ଅସ୍ତାଚଳଭୋଳ ଉଦରେମାରୁତଜ ଯାଏ ଚଳିସେ । କଳିଜନ ନିରୋଧ ଦେଇ ଅର୍ଗଳିଯାତୁଧାନେ ଯାତୁଧାନେ ମିଳି । ସେ । ୨ ।
ହନୁ ଅତି ଦୂରବର୍ତ୍ତୀ ଭିନ୍ନ ରାଜ୍ୟ ସାଗରବେଷ୍ଟିତ ଲଙ୍କାରେ ସକାଳେ ସୁନ୍ଦର ଶୂନ୍ୟଗାମୀ ରଥ ଖସିଲା ପରି ଖସନ୍ତେ ଲଙ୍କା ନାଗରିକ ତା ଦେଖି ଆଶ୍ଚର୍ଯ୍ୟ ହେଲେ । କ୍ରୋଧରେ ହନୁର ଅଙ୍ଗ ମନ୍ଦାର ଫୁଲ ପରି ଦେଖାଯାଉଥିଲା । କାରଣ ସେ ବିରହା ରାମଚନ୍ଦ୍ରଙ୍କର ଆଠ ଜଣ ଦୂତଙ୍କ ମଧ୍ୟରୁ ଜଣେ ଥିଲା ।
ପଶ୍ଚିମ ଦିଗକୁ ହନୁ ଯିବାବେଳେ ରାକ୍ଷସମାନେ କିଏ ଗଲା କିଏ ଗଲା ବୋଲି ପାଟିକରି ନଗରର ବଡ଼ ବଡ଼ ଦ୍ୱାରମାନ କିଳି କିଳଣି ଦେଇଦେଲେ ।
(୨) ଉତ୍ସୁକେ—ଉତ୍କଣ୍ଠାରେ । ଛନକେ—ଭୟରେ, ଛନଛନ ହୋଇ । ବାରୁଣୀ ଅସ୍ତାଚଳ—ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ହେଉଥିବା ପର୍ବତ । ଭୋଳ—ବିହ୍ୱଳ । ଉଦରେ—ଗର୍ଭରେ । ମାରୁତଜ— ହନୁମାନ । କଲି—କଳନା କରି । ଜନ ନିରୋଧ ଅର୍ଗଳି ଦେଇ—କୌଣସି ଲୋକ ଯାଇ ନ ପାରିବାର ପଥ ବନ୍ଦ କରି । ଅର୍ଗଳ—କବାଟ କିଲଣି । ସାଉଧାନ—ରାକ୍ଷସ ।
କେ କହେ ସରମାବିଡ଼ାଳ ଫେରବବଳିମୁଖ ବଳିଯାଇବାରଣେ ବାରଣକରିଣ ବାରଣଅର୍ଗଳି କିଳଣି ଦେଇସେ । ଦ୍ୱାସ୍ଥବିଷ ଆପ୍ୟାନ ସୁଧା ଭାବିତକଲ ବୁଦ୍ଧି ସିଦ୍ଧି ପ୍ରକାଶିତ । ସେ । ୩ ।ଲଙ୍କାରେ ଲଙ୍କାରେବୁଲନ୍ତେ ଲଙ୍କାରେଲଙ୍କ ଦେବତୀ ବିଘାରେବେଦବର ବରପ୍ରଦତ ସୁଖ୍ୟାତହତ ସେ କରମାଳିରେସେ । ଦେବୀବର ପ୍ରଦାନେ ଲଭ ତୁ ଦେବୀଶାଖାମୃଗରେ ହୋଇ ପ୍ରଭାବି । ସେ । ୪ ।
(୪) ଲଙ୍କାରେ—ଲଙ୍କାନଗରୀରେ । ଲଙ୍କାରେ—ବୃକ୍ଷଶାଖାରେ । ଲଙ୍କାରେ—ଶାକିନୀ ପିଶାଚୀରେ । ବିଘାରେ—ଆଘାତ କରନ୍ତେ । ଲଙ୍କାଦେବୀ କହେ—ବେଦବର ବ୍ରହ୍ମାଙ୍କ ବର ପ୍ରଦତ୍ତ ହୋଇଛି ଏବଂ ତା ଜଣାଶୁଣା ଯେ ଏହି ରାବଣ ସୂର୍ଯ୍ୟବଂଶୀଦ୍ୱାରା ହତ ହେବ । ବର ପ୍ରଦାନ କଲା—ତୁ ଦେବୀ ସୀତାଙ୍କୁ ଲାଭକର । ଶାଖାମୃଗ—ମର୍କଟମାନଙ୍କରେ ପ୍ରଭାବିତ ହେବୁ । ବେଦବର—ବ୍ରହ୍ମା । ପ୍ରଦତ—ପ୍ରଦତ୍ତ । ସୁଖ୍ୟାତ—ପ୍ରସିଦ୍ଧ । କରମାଳି—ସୂର୍ଯ୍ୟ (ବଂଶୀୟ) ।
ପାଠାନ୍ତର—ନଗ୍ରାଗ୍ରଣୀ ବିଘାତରେ । ଦେବବର ବୀରବର ହେଲା ହାର ଦାରକାର ମାଳିକରେ ସେ । ଭ୍ରମି । ଦେବାରି ଗୋତ୍ର ଭୂବନେ ଭ୍ରମି । ଚତ୍ରୀ ସୁତି ପାଶେ ପୁଣି ପୁଣି ।
ରାତ୍ରେ ରାତ୍ରି ଚରପୁରରେ ସତ୍ୱରଭ୍ରମି ମହିଜା ଲୋକନେଦୈତ୍ୟଶ୍ରେଣୀପୁର —ଭୂଷଣ ସଦନେସଦାଗତିକ ତତ୍କ୍ଷଣସେ । ନଷ୍ଟକୋଳେ ବିଲୋକି ରମଣୀଶ୍ରେଷ୍ଠଘନେ ଅଚିର ଚିରଭା ଦୃଷ୍ଟ । ସେ । ୫ ।ପୁଷ୍ପଜାତ ଶଯ୍ୟାପୁରତେ ତ୍ୱରିତେଗମନ୍ତେ ସେହୁ ଉଷତଶଯ୍ୟା ତେଜ୍ୟା ଓକଗାମ୍ଭୀର୍ଯ୍ୟ ଏ ବିଶ୍ୱତେଜ୍ୟା ବର୍ଜ୍ୟା ମର୍ଯ୍ୟାଦା ତସେ । ବାସେମଣ୍ଡି ବାଣୀ ସେ ବାଣୀ ନ ଭାଷେଚମ୍ପା ଶମ୍ପା ଗୋରୀ ଅନୁକ୍ରୋଶେ । ସେ । ୬ ।
(୬) ପୁଷ୍ପଜାତ—ଫୁଲରେଣୁ । ପୁରତେ—ଅଗ୍ରତେ । ତ୍ୱରିତେ—ଶୀଘ୍ର । ଉଷତ—ଆନନ୍ଦିତ । ଶଯ୍ୟାତେଜ୍ୟା—ଯାହାଙ୍କ ଶେଯରେ ଶୋଇବା ଉଚିତ୍ ସେଠା ଛାଡ଼ି ଅନ୍ୟତ୍ର ଶୋଇବା । ଓଜ—ଶୋଭା, ଦୀପ୍ତି । ହନୁ ଭାବିଲା—ଏହି ରମଣୀମଣି ନିଶ୍ଚୟ ସୀତା, ରାବଣ କୋଳରେ ଶୋଇଛନ୍ତି । ହାୟ ସେ କ’ଣ ନ କଲେ ! ଛି, ଛି କଣ ନ କଲେ ? ବାସେ—ଗୃହରେ । ମଣ୍ଡି—ମଣ୍ଡନ କରି । ଅନୁକ୍ରୋଶେ—ଦୟାକରି । ଚମ୍ପା—ଚମ୍ପକ । ଶମ୍ପା—ବିଦ୍ୟୁତ । ସେ କଥା କହି ମଧ୍ୟ କହିପାରିଲା ନାହିଁ । କାରଣ ଅତ୍ୟନ୍ତ ସୁନ୍ଦରୀ ସେହି ରମଣୀ ପ୍ରତି ଦୟା ପ୍ରକାଶ କରି । ସେ ଏତେ ବଡ଼ ଭୁଲ କରିଦେଲେ କମଧ୍ୟ ତାଙ୍କ ପ୍ରତି ନିର୍ଦ୍ଦୟ ହେବାର ଯୋଗ୍ୟତା ତାର ନ ଥିଲା । ଗୌରୀ—ଗୌରବର୍ଣ୍ଣା ।
ବଳରେ ବଳିଷ୍ଠବନ୍ଦିକରି ଦୁଷ୍ଟଅବଳାକୁ ବଳତ୍କାରେଅବିଚାର ନ ବିଚାରବ୍ୟଭିଚାରୀକଲା ହୀନ ପ୍ରକୃତିରେସେ । ଏତେଭାଳି ବୀର ଆମୋଦ ବାରନ୍ତେମନ୍ଦଗନ୍ଧବାତରେ ସ୍ପର୍ଶନ୍ତେ । ସେ । ୭ ।ଭୋଗିନକ ସୁଧାହୀନେ ସମବେଧାଚନ୍ଦନେ ନୀଚ ସମିଧସନେ କଲି ସମମୋଠାରୁ ସେ ହୀନଜାଣିଲି ମୁହିଁ ନିର୍ବୋଧସେ । ଗଲାମଞ୍ଜୁ ବଞ୍ଜୁଳ ଆରାମେ ହେଲାସମୁଖୀରେ ବିମୁଖ ଦେଖିଲା । ସେ । ୮ ।
ହନୁ ରାବିଲା—ବଳରେ ବଳିଷ୍ଠ ହୋଇ ଦୃଷ୍ଟ ଏହି ସୁନ୍ଦରୀ ଅବଳାକୁ ବଳତ୍କାରରେ ବନ୍ଦୀକରି ଭୋଗ କରୁଛି । ଏ ବ୍ୟଭିଚାରୀ ନିଷେଧ ଥିବା ନୀତିରେ ବିଚାରବନ୍ତ ନ ହୋଇ ଯେ ହୀନ ପ୍ରକୃତି କରିଛି ତା ଅତୀବ ଘୃଣ୍ୟ । ଏପରି ଭାଳି ତାଙ୍କର ଆମୋଦ ବାରି କରି ଦେଖିଲା ଏବଂ ଦୂଷିତ ଗନ୍ଧ ପବନ ମଦ୍ୟାଦି ହେତୁ ଅନୁଭବ କଲା । ସେ କହିଲା—
ମୁଁ ଯାହା ଭୋଗିନଜ—ଭୋଗି (ଭୋଗିନ) ସର୍ପରୁ ଜାତ ଗରଳ । ଗରଳ ସହିତ ସୁଧା—ଅମୃତ । ହୀନେ— ନୀତ । ସମ—ସମାନରେ । ବେଧା—ବ୍ରହ୍ମା ଏବଂ ଚନ୍ଦନ । ନୀଚ ସମିଧ—ଜାଳିବା କାଠ । ସନେ—ସହିତରେ ସମାନ କଲି । ହାୟ ମୋଠାରୁ ହୀନ କିଏ ଅଛି ! ମୁଁ ଜାଣିଲି ଏକାନ୍ତ ନିର୍ବୋଧ ଅଟେ । ମଦ୍ୟ ଗନ୍ଧରେ ଏପରି ବ୍ୟଭିଚାରୀ ରାକ୍ଷସ କୋଳରେ ଏପରି ଉନ୍ମତ୍ତା ସୁରାପାୟୀ ନାରୀକୁ ମୁଁ ସୀତା ଭାବି କି ଅନ୍ୟାୟ କଲି ? ଏହା ଭାବି ସେ ମଞ୍ଜୁ—ସୁନ୍ଦର, ବଞ୍ଜୁଳ—ଅଶୋକ । ଆରାମେ—ଉପବନରେ । ହେଲା—ପ୍ରବେଶ କଲା । ତହିଁ ସୁମୁଖୀ— ଶୋଭାରାଣୀ । ବିମୂଖ—ବିମର୍ଷ ଥିବାର ଦେଖିଲା ।
ଉତ୍ତରଦେବରକନିଷ୍ଠ ମନ୍ଦିରମଧ୍ୟେ ମିଲି ବାତାତ୍ମକସୀତା ଏ ବିଷେସୀତାରେ ଭ୍ରମି ସୀତାକଲି ମନ୍ଦ ବୁଦ୍ଧି ଆଜମୁଁ । ଧିକଶିବ ମଲ୍ଲୀ କଲି ହୀରା ଲକ୍ଷରକ୍ତ ଗୁଞ୍ଜେ ଗୁଞ୍ଜିଲି ମାଣିକ୍ୟ । ସେ । ୯ ।ଅଶୋକେ ଅଶୋକେଅଶୋକ ଶୋକରେମିଳି ଅଶୋକ ବନରେରାମ ରାମ ରାମଉଚ୍ଚାରଣ ରାମେସମ୍ଭ୍ର ମେ ମନେ ବିଚାରେସେ । ଦେବୀବାଣୀ ଶୁଣି ଶୁଣି ମନେ ଭାବିକ୍ରବ୍ୟା ମାୟାରେ ମାୟାରେ ଭାବି । ସେ । ୧୦ ।
କୁବେରଙ୍କ ସାନ ଭାଇ ରାବଣ ଘରେ ହନୁ ମନ୍ଦୋଦରୀକୁ ସୀତା ବୋଲି ଭାବି ପକାଇ ଥିବାରୁ କହିଲା—ଯେଉଁଠି ମଦ୍ୟ ଏବଂ ଗରଳ ଓ ବିଷ୍ଠା ପରି କୃତ୍ସିତ ପଦାର୍ଥ ମଧ୍ୟରେ ଅର୍ଥାତ୍ ମଦ୍ୟପ ରାବଣ ସହିତ ଉନ୍ନତ୍ତା ଏକ ସୁଶ୍ରୀ କାମିନୀକୁ ଭ୍ରମରେ ଆଜି ମୁଁ ଜନକନନ୍ଦିନୀ ବୋଲି ଭାବିଲି, କି ମନ୍ଦବୁଦ୍ଧି ମୋର ନ ହେଲା ? ଅରଖ ଫୁଲକୁ ମୁଁ ଯାହା ହୀରା ବୋଲି ସ୍ଥିର କଲି ? ପୁଣି ଲାଲ କାଇଁଚ ଭିତରେ ଯାହା ପଦ୍ମରାଗ ମାଣିକ୍ୟକୁ ନେଇ ରଖିଲ ।
ଗୁପ୍ତବାଣୀ ବାଣୀମନ୍ଦିର ଯେ ଛନ୍ଦସମ୍ବରାରି ପୂର ବାର୍ତ୍ତାଦିଅନ୍ତେ ଅଙ୍ଗୁଷ୍ଠଭୂଷଣ ଭୂଷଣଦୂଷଣ ଦେଲେ ଦେବତାସେ । କାଳେକହେ ଲଙ୍କଦେବୀ ଲଙ୍କପାଳେତୋର ବଂଶ ଧ୍ୱଂସ ଏକାବେଳେ । ସେ । ୧୧ ।ବିରାଜ ପୃଷ୍ଠରେବିରାଜ ହୃଷ୍ଟରେବିରାଜ ରାଜ ବାମାରେଭ୍ରିମନ୍ତେ ଅଚଳସ୍ଥିତ ଏ ଅଚଳଅରି ପୁର ଲୋକନରେସେ । ତୋଷେ ।ମୁନି ଧୃତି ପତ୍ନୀଙ୍କ ରଭସେଶୋକେ ଅଶୋକେ ସ୍ଥିତ ଆବାସେ । ୧୨ ।
(୧୧) । ଗୁପ୍ତ ବାଣୀ—ଗୁପ୍ତ କଥା । (ବାଣୀ ମନ୍ଦିର ଯେ ଛନ୍ଦ)—ସଂସ୍କୃତ ଭାଷାଦ୍ୱାରା (ସମ୍ବରାରିପୁର ବାର୍ତ୍ତା) କାମପୁରର ଖବର ଅର୍ଥାତ୍ ରାମଚନ୍ଦ୍ର କହିଥିଲା ଯାହା କି ରାମ ଜାଣନ୍ତି ଓ ସୀତା ଜାଣନ୍ତି ତାହା ହନୁ କହିସାରି ରାମଙ୍କ ମୁଦ୍ରିକା (ଅଙ୍ଗୁଷ୍ଠି ଭୁଷଣ) ଅଳଙ୍କାର (ଭୁଷଣ) ଦେଲେ । ସେ ସମୟରେ ଦେବତା ଲଙ୍କଦେବୀ (ଲଙ୍କପାଳେ) ରାବଣକୁ କହିଲେ ତୋରି ବଂଶ ଧ୍ୱଂସ ଏକାବେଳେ ହେବ ।
(୧୨) ହନୁ କହିଲେ—ହେ (ରାଜବାମା) ମହାରାଣୀ ! ବିରାଜମାନ କରନ୍ତୁ । ମୋ ପିଠିରେ (ପୃଷ୍ଠରେ) ଚଢ଼ନ୍ତୁ । ଆନନ୍ଦରେ (ହୃଷ୍ଟରେ) ବିଜେ କରନ୍ତୁ । ସୀତା କହିଲେ—ଏ (ଅଚଳ) ପର୍ବତ ପ୍ରାୟେ ମହାନ୍ ବୀରଙ୍କ ସହିତ (ଭ୍ରମନ୍ତେ) ବନବାସୀ ଥିଲା । (ଏ) ଏହାର ସେହି ଅଚଳ ମହାମେରୁ (ସ୍ଥିତ) ଏବେ ମଧ୍ୟ ଅଛନ୍ତି । (ଅରି) ଶତ୍ରୁ ପୁରବାସୀ ଦେଖୁଥିବେ (ଲୋକନରେ) ଏହା କଣ ଭଲ ହେବ ? ହନୁ ତା ଶୁଣି ତୋଷ ହେଲେ । ମୁନିଙ୍କ (ଧୃତ) ଧୈର୍ଯ୍ୟଶୀଳା ରମଣୀଙ୍କ ପ୍ରାୟ ସୀତାଙ୍କ (ରଭସେ) ଉତ୍ସାହ ବାକ୍ୟ ଶୁଣି ସେହି ଅଶୋକସ୍ଥିତ ଆବାସରେ ପୁନଶ୍ଚ ଏପରି କହିବାରୁ ଶୋକାକୁଳିତ ହେଲେ ।
ସ୍ୱପ୍ନାନ୍ତେ ସଚେତେଉଚିତେ ସଚେତେତୁରିତେ ଯାନ୍ତେ ଅଶୋକେପ୍ରଚଣ୍ଡେ ଚଣ୍ଡେ ସେତରକି ଉଦଣ୍ଡେଉଣ୍ଡି କହଇ ସେ ବାକ୍ୟେସେ । ପତିଦେଖାଇବୁ ବେନି ମାସ କତିଭିନ୍ନ ହେଲେ ହେବୁ ମୋର ସତି । ସେ ୧୩ ।ବୁଦ୍ଧି ପ୍ରବୋଧିମାରୁତେ ସଦ୍ଧି ବିଧିପରାୟେ ଅନ୍ତର ହେଲାବିଂଶତି ପୋଷିତବନେ ଉପଗତଯଥା ରମ୍ଭା ନାଶ ହେଲାତା । ଜାଣିଶ୍ରେଷ୍ଠ ଜ୍ୟେଷ୍ଠକୁ ପେଷିଲା ପୁଣିତ୍ୱିଷା ନିଗମେ ତା ବାନ୍ଧ ଆଣି । ସେ । ୧୪ ।
(୧୩) ହନୁମାନ ଦେଖିଲେ ଯେ ରାବଣ ସ୍ୱପ୍ନରୁ ଉଠି ଚେତା ହୋଇ ସମୂଚିତ ଚେତନା ଯୁକ୍ତ ଭାବରେ ଶୀଘ୍ର ଅଶୋକ ବନରେ ପ୍ରବିଷ୍ଟ ହେଲା । ଅବାଧ୍ୟା (ଉଦଣ୍ଡେ) ସୀତାଙ୍କୁ ନିରୀକ୍ଷଣ କରି କରି ଅତି ପ୍ରବଳ କ୍ରୋଧରେ ତର୍ଜନ ଗର୍ଜନ କରି କହିଲା —ଦୁଇ ମାସ ନିକଟରେ ତୋର ସ୍ୱାମୀକୁ ଦେଖାଇବୁ । ନଚେତ୍ ଏଥିରୁ କଥା ଭିନ୍ନ ହେଲେ ରେ ସତୀ ! ତୁ ନିଶ୍ଚୟ ମୋର ହେବୁ । ଉଦଣ୍ଡେ—ଅବାଧ୍ୟରେ । ଉଣ୍ଡି—ଚାହିଁ । ତରଜି ପ୍ରଚଣ୍ଡେ ଚଣ୍ଡେ—ବାକ୍ୟେ କହଇ । ତରଜି—ଗର୍ଜି, ଧମକି ।
(୧୪) ମହାତ୍ମା ହନୁମାନ (ମାରୁତେ) ସ୍ୱ ବୁଦ୍ଧି ଅନୁକ୍ରମେ ସୀତାଙ୍କୁ ପ୍ରବୋଧନା ଦେଇ (ପ୍ରବୋଧି) ଶୁଭଜନକ ବିଧାତା ପ୍ରାୟେ (ସିଦ୍ଧି ବିଧି ପରାୟେ) ସେଠାରୁ ଅନ୍ତର ହେଲା ଏବଂ ରାବଣଦ୍ୱାରା ପାଳିତ ଏକ ରମଣୀୟ ବନରେ ଉପଗତ ହୋଇ ରାବଣ ଯେପରି ରମ୍ଭାକୁ ବଳତ୍କାରରେ ଧର୍ଷଣ (ଇଚ୍ଛା ବିରୁଦ୍ଧରେ ନାଶ) କରିଥିଲା ଲଙ୍ଗଳା ମୁକୁଳା କରି ସେପରି ସେ ବନକୁ ଧ୍ୱସ୍ତବିଧ୍ୱସ୍ତ କରିଦେଲା । ସେ ବ୍ରାହ୍ମସ୍ତ୍ରରେ (ତ୍ୱିଷା—ତେଜ । ନିଗମ—ବେଦ । ବ୍ରହ୍ମତେଜ ଯହିଁରେ ଥାଏ ଏପରି ଅସ୍ତ୍ର ବ୍ରହ୍ମାସ୍ତ୍ର) ହନୁକୁ ବାନ୍ଧି ଆଣିଲା ।
ପାଠାନ୍ତର—ଭୁଷା ନକୁଳେ ତା ବାନ୍ଧିଆଣି । ଭୁଷା—ବଡ଼ ମୂଷା, ନକୁଳ—ନେଉଳକୁ ବାନ୍ଧି ଆଣିବା ପରି ଅର୍ଥାତ୍ ସର୍ବତ୍ର ଦେଖାଯାଏ ନେଉଳ ମୂଷାକୁ ଶିକାର କରେ, କିନ୍ତୁ ଏ କ୍ଷେତ୍ରରେ ଇନ୍ଦ୍ର ଜିତରୂପୀ ମୂଷିକ ହନୁରୂପକ ନେଉଳକୁ ଶିକାର କଲା ।
ଯେତକ ଶିଖିଦତ୍ତ କରିଣ ତାପଉତ୍ତାପ ପ୍ରଜ୍ୱଳେ ଜଳେଦହିଲା କନକପୁରଲଙ୍କାଯାକଦହନ ଦହନ ବେଳେସେ । ସାରିନିଗମରେ ଅଗମ୍ୟକୁ ପାରିବେଳେ ସୁବେଳେ ବଳ ପାଶୋରି । ସେ । ୧୫ ।ତ୍ରିବଳ ତ୍ରିବେଳହୋଇଣ ଆକୁଳବ୍ୟାକୁଳେ ବାର୍ତ୍ତା ସଂକୁଳେଦେଉ ଶୁଣା ମାତ୍ରେହରି ପୁତ୍ର ମିତ୍ରେକହଇ ସମ୍ଭାଳ ଭାଳେସେ । ତହୁଁଅଗ୍ରେ ଶୀଘ୍ରେ ଭେଟ ଯହୁଁସର୍ବେ ପ୍ରଣତି ହୁଅନ୍ତେ ସେହୁ । ସେ । ୧୬ ।
(୧୫) ହନୁକୁ ବାନ୍ଧି ଆଣି ତାର ଲାଞ୍ଜରେ ଯେତକ ବସ୍ତ୍ର ଗୁଡ଼ାଇ ଅଗ୍ନି (ଶିଖି) ଲଗାଇ (ଦତ୍ତ କରିଣ) ଦେବାରୁ ତହିଁରେ ଉତ୍ତାପ ତାପ ପ୍ରଜ୍ୱଳେ ଜଳି ଉଠିଲା । ଫଳରେ ତାଦ୍ୱାରା କନକପୁର ଲଙ୍କାଯାକ ପୋଡ଼ିଗଲା । (ଦହିଲା), (ବେଳେ) ସମୟ ଅନୁକ୍ରମେ (ଦହନ) ଅଗ୍ନିରେ ପୋଡ଼ିବା (ଦହନ) ସାରି ଯୋଗାଦି କ୍ରିୟାରେ (ନିଗମରେ) ସମୁଦ୍ର (ଅଗ୍ୟମ)କୁ ପାରି ହୋଇ ପୁଣି ସମୟରେ (ବେଳେ) ନିଜ ଭୂମିରେ ପହଞ୍ଚି (ସୁବେଳେ) ସେ ପୂର୍ବବଳକୁ ପାଶୋରି ସ୍ୱଶକ୍ତି ଲାଭ କଲା ।
(୧୬) ରାମ ଲକ୍ଷ୍ମଣ ଏବଂ ସୁଗ୍ରୀବ (ତ୍ରିବଳ) ସନ୍ଧ୍ୟା, ସକାଳ ମଧ୍ୟାହ୍ନ (ତ୍ରିବଳ) ସମୟରେ ଆକୁଳ ହୋଇ ବାର୍ତ୍ତା ସମୁଦାୟ (ସଂକୁଳେ) ବିଭିନ୍ନ ଭୁତଙ୍କଠାରୁ ପାଇବା ଲାଗି ବ୍ୟାକୁଳ ହେଉଥିଲେ । ଏପରି ସମୟରେ ହନୁ ଶୁଭବାର୍ତ୍ତା ଦେଉଁ ତାହା ଶୁଣିବା (ଶୁଣେ) ମାତ୍ରେ ସୁଗ୍ରୀବ (ହରି−ସୂର୍ଯ୍ୟ),−ପୁତ୍ର (ମିତ୍ର−ରାମଚନ୍ଦ୍ର)ଙ୍କୁ କହିଲେ ଚିନ୍ତା (ଭାଲେ) ସମ୍ଭାଳି ନିଅ । ଏପରି ସମୟରେ ଶୀଘ୍ର ସମ୍ମୁଖରେ (ଅଗ୍ରେ) ହନୁ ଯହୁଁ ଭେଟ ହେଲେ ସମସ୍ତଙ୍କ ଦୁଃଖ ଦୂର ହୋଇଗଲା । ଏବଂ ସେ ସମସ୍ତଙ୍କୁ (ସର୍ବେ) ପ୍ରଣାମ କଲେ ।
ପ୍ରମୋଦ ମଦେମୁଦ୍ରିକା ମୁଦ ଫେଇଦେଲେ ସୁମିତ୍ରା ନନ୍ଦନଧରି ରାମାରାମଧୀରେ ରାମରାୟହୃଦୟେ କଲେ ସ୍ମରଣସେ । ଭଣିନୃପ ବିନାୟକ ସିଂହ ପୁଣିସ୍ମରି ହୃଦୟରେ ଚାପପାଣି । ସେ । ୧୭ ।
ଅତି ଆହ୍ଲାଦରେ (ପ୍ରମୋଦ ମଦେ) ମୁଦ ଫିଟାଇ (ଫେଇ) ମୁଦ୍ରିକାକୁ ଲକ୍ଷ୍ମଣ (ସୁମିତ୍ରା ନନ୍ଦନ) ଦେଲେ । ତାହା ଧରି ରାମ (ରାମରାୟ) ଧୀରେ ତାଙ୍କର ରାମା ଯେ ଏକ ଉପବନରେ ବିଶ୍ରାମ କରିଛି (ରାମାରାମ) ଏହା ହୃଦୟରେ ସ୍ମରଣ କରି ଶାନ୍ତି ଲାଭ କଲେ । ଜାନକୀ ଯେ ଜୀବନରେ ଅଛି ଏହା ହିଁ ଶୁଣି ସେ ମୋହିତ ହେଲେ । ପୁନଶ୍ଚ ଚାପପାଣି ରାମଙ୍କୁ ହୃଦୟରେ ସ୍ମରଣା କରି ନୃପ ବିନାୟକ ସିଂହ ଏ ଛାନ୍ଦ ଭଣତି କରେ ।
ପାଠାନ୍ତର । ଧରି ରାମ ରାମ ଧରି ରାମ ରାୟ ।ରାଘବ ବିଳାସତ୍ରୟତ୍ରିଂଶ ଛାନ୍ଦଏହି ଛାନ୍ଦଟି କାମୋଦି ବୃତ୍ତରେ ମୋଟେ ଦଶ ଗୋଟି ପଦରେ ରଚିତ ହୋଇଛି ।
ହନୁକୁ ବାନ୍ଧି ନେଇ ରାବଣ ଯେତେବେଳେ ‘ତୁ କିଏ ? କାହିଁକି ଆସିଛୁ ?’ ବୋଲି ପ୍ରଶ୍ନ କରିଥିଲା, ସେ କହିଥିଲେ, ସେ କହିଥିଲେ ଯେ ମୁଁ ତାଙ୍କରି ଦୂତ, ତୁ ଯାହାଙ୍କ ପତ୍ନୀଙ୍କୁ ବଳତ୍କାରରେ ଭେଳକି ଦେଖାଇ ଚୋରାଇ ଆଣିଛୁ ।’
ଯଦି ତୋର ଭଲ ଗତି ଅଛି ତେବେ ରାମଙ୍କଠାରେ ଗଭୀର ଧ୍ୟାନ ରଖି ସୀତାଙ୍କୁ ଫେରାଇ ଦେ । ନଚେତ୍ ତୁ ଧ୍ୱଂସ ହେବୁ ।ଏହି ଦଶଟି ପଦରୁ ୩ଟି ମାତ୍ର ପଦ ନିଖୁଣ ମିଳିଥିଲା । ବାକିଟିମାନେ ଏତେ ଅସଂପୂର୍ଣ୍ଣ ଯେ ତାହା ବହୁ କଷ୍ଟରେ ସଜ୍ଜତ କରାଯାଇଛି ।ଏହି ଛାନ୍ଦଟି ଗାନ କଲେ ଏପରି ମଧୁର ଏବଂ ରୋମାଞ୍ଚକର ତାହା ଅନୁଭବ ନ କଲେ କହି ହେବ ନାହିଁ ବା ବୁଝି ହେବ ନାହିଁ ।ରାଘବ ବିଳାସତ୍ରୟତ୍ରିଂଶ ଛାନ୍ଦରାବଣକୁ ହନୁମାନର ଉକ୍ତି(ରାଗ—କାମୋଦ)ଦ୍ୟୁ ମଣିଙ୍କ ସମ୍ଭୂତଦଶ ସ୍ୟନ୍ଦନ ସୁତହୋଇଛି ପଦେ ଭକ୍ତିରତବଳି ବଳିଷ୍ଠ ଶ୍ରେଷ୍ଠନାହିଁ କେହି ବିଶିଷ୍ଟସଗୋତ୍ର ଉଦଭବ ସତ୍ୟରେ ବିଂଶପାଣିଯାହାର ପାଦ ମୂଳ ଜାଣିଘଟାଉ ପୂଣ୍ୟବନ୍ତ ଶ୍ରେଣୀଯା କରେ ରଟ ରଟମଟ ସ୍ୱସ୍ଥ କାର୍ମୁକକର ଯା ଭଣିଛନ୍ତି ପୁଣିରେ । ୧ ।ଦେଖାଇଣ ହରିଣସୌବର୍ଣ୍ଣେ ବିହରିଣମହି ସୁତା ନେଲୁ ହରିଣଏଥକୁ କି କାରଣଭୋଗିରୁ ଗର୍ଭକ୍ଷୀଣବିଧବା ହେବାର କାରଣରେ ଦୈତ୍ୟରାଣଅନୁଜ ଅଟନ୍ତି ଲକ୍ଷ୍ମଣଯା ବାଣ ଦହେ ଭୂତକ୍ଷଣରଣେ କ୍ଷଣେ ବୀକ୍ଷଣେବଣେ ବୀରାଧି ଗଣେଭ୍ରମନ୍ତି ଯାର ଅନୁକ୍ଷଣ ରେ । ୨ ।ପ୍ରବଞ୍ଚକ ବିସଜ୍ଜେଜଟା କପର୍ଦ୍ଦି ବ୍ୟାଜେମୃଗାକ୍ଷୀରେ ନିର୍ମାଖୀ ଦେଖିନିର୍ବୃତ ମୂର୍ତ୍ତି ମଣିନିର୍ମ୍ମମେ ଭିକ୍ଷା ଆଣିଦିଅନ୍ତେ ସ୍ୟନ୍ଦେ ଦେଲୁ ରଖିରେ ବ୍ୟାଳ ଦୈତ୍ୟରତ ରତ ତୋର ରାଜତ୍ୱକପି ବ୍ରାତେ ହେବୁ ନିହତହିତ ତୋତେ ଉଚିତସୂତ ସୁଷା ପ୍ରଦତ୍ତକରି ହୁଅ ତୁ ରାମେ ନତରେ । ୩ ।ହୋଇ ନିରପତ୍ରପନିରଙ୍କୁଶେ ନିରତଯେତେ ଆତଙ୍କ ଅଛୁ ସୃଜିନିରଭିମାନ ପୂର୍ଣ୍ଣ− ବ୍ରହ୍ମ ନିରବଚ୍ଛିନ୍ନସନ୍ଧା ସାନ୍ଧିବି ତୋରେ ପାଜିରେ ଦୈତ୍ୟ ରାଟସନ୍ଥେ ସଂଭ୍ରସି ଅସଂତୁଷ୍ଟସଂସ୍ପର୍ଶି ଦକ୍ଷଜାଙ୍କ ପଟ୍ଟସମ୍ଭବ ସମ୍ଭାଷଣସରୀସୃପ ତୁ ସମତୋହ ବିନଷ୍ଟ ଏକା ବାଟ ରେ । ୪ ।(୪) ନିରଙ୍କୁଶେ—ସ୍ୱେଚ୍ଛାଚାରୀ ହୋଇ । ସନ୍ଧା—ପ୍ରତିଜ୍ଞା । ସାନ୍ଧିବି—ଦଳିବ । ଦକ୍ଷଜା—ସତୀ,(ସୀତା) । ପଟ୍ଟ—ପାଟ ।ପାରିଭଦ୍ର ଦାରୁରେନେଇ ସୀତା ତୀରରେସୀତାଂଶୁ ବସ୍ତୁରି ମଳାରେକ୍ଷୀର ଶର୍କର ରସଭରି ପ୍ରତି ନିମେଷଚାଖନ୍ତେ ଖଣ୍ଡ ଝୁରି ମରେ ରେଗଣ୍ଡ ମୂର୍ଖତହୁଁ ତୁ ତିକ୍ତ ଅତିତିକ୍ତମାକନ୍ଦେ କାହୁ ହେବୁ ମିତ୍ରହେଉ ପୁରଟ ପୁରକୌଶିକେ ତା କୋଟରତେହ୍ନେ ତୁ ଲମ୍ପଟେ ପ୍ରଶସ୍ତରେ । ୫ ।ଶାବର ବିଦ୍ୟାସାଧିଶାତକୁମ୍ଭେ ପ୍ରସିଦ୍ଧିମାୟା ମାରିଚେ ମୃଗ ସାଜିଧର୍ମ୍ମିଷ୍ଠ ଆର୍ଯ୍ୟଜନମନ କଳୁ ହନନତୋ ହର୍ଷ ଶାଖାମୃଗ ଗାଜି ରେବାକି ଠକବାଜ ବାଗୁରା ବାଗୁରିକବାଗେଟି ବାଡ଼ିଆ ଦେବେକଭଲ ଗତି ଅଛି ତନିଦିଧ୍ୟାସନେ ଚିତ୍ତଲଗାଟି ଶାକେତ ନାୟକ ରେ । ୬ ।
(୬) ଶାବର—ଇନ୍ଦ୍ରଜାଲ ବିଦ୍ୟା । ଶାତକୁମ୍ଭ—ସୁବର୍ଣ୍ଣ । ଶାଖାମୃଗ—ବାନର । ବାଜି—ଇନ୍ଦ୍ରଜାର । ବାଜ—ଛଞ୍ଚାଣ । ବାଗୁରା—ଫାଶ । ବାଗୁରିକ—ବ୍ୟାଧ, ଲୁବ୍ଧକ । ନିଦିଧ୍ୟାସଦ—ଗଭୀର ଧ୍ୟାନ । ଶାକେତ—ଅଯୋଧ୍ୟା ।
ହୀନାକମ୍ବୁ କାପରିକେଶରିଣୀ ତୁଁ ହରିଭାବିଚୁ ବିଚରିବୁ ସୁଖେଶିଳା ମାଳା ଗଳାରେବାନ୍ଧି ପାରାବାରରେପାରିକେ କି ପ୍ରସୂପ୍ତ ମୁଖେ ରେଉନ୍ମାଦକମୟୂର ମଦ୍ଗୁର କି ଏକଗରୁଡ଼େ ଯେଉଁ ଭେଦ କାକତୁ ଦୁର୍ମ୍ମଦ କର୍ଦମରାମ ସିଗ୍ଧ ଚନ୍ଦନମକ୍ଷୀକା ଆଜ୍ୟ ଅଜୀର୍ଣ୍ଣକ ରେ । ୭ ।ଦୂଷଣ କରି ଦୂରକ୍ରୋଧ ତେକି ଦୁଶ୍ଚରଦୃପ୍ତ ଦୃଢ଼ତା ପରଧନେନିବାରି ନିଜେ ଚାଲହୋଇବୁ ନିଜଞ୍ଜାଳନିଗୂଢ଼ ଅକୀର୍ତ୍ତି ନିଧନେ ହେଲଙ୍କାରାଣଲହୁଲି ଲଳନା ଲଲାମଲୂନ ଲାବଣ୍ୟ ଲୀଳା ଧାମଲୁଚକାଳୀ ପରିରେରାମ ରାମ ପୟରେଅରପି ଲୁଚାଅ ଲାଞ୍ଛନ ହେ । ୮ ।ନାହିଁ ମୋ ପକ୍ଷପାତସେବକ ମାତ୍ର ଦୂତପ୍ରସାରି ପାଣି ମୋ ବିନତିସୀତା ନୁହଇ ସିତାସିତକର ସଂଯୁକ୍ତାତୃଷା ମେଣ୍ଟିବ ପାଣି ଭତ୍ତିହେ ଦାନବେଶସୀତା ତ ଶିତ ଅସିଧାରନଖୁ କେଶାଗ୍ର ଶାଣ ଖୁରତହିଁ ଜିହ୍ୱା ଲେହନକରିବା କି କାରଣଅସୁ ନାଶ ହେବ ତୁମ୍ଭର ହେ । ୯ ।ବାରିଧି ମଧ୍ୟେ ବାସଜଣାଗଲା ମୁହାଁସନାଶ ତୁ ଭଜିବୁ ଅକ୍ଳେଶପାଶଧର ପାରୁଶଜୀବନକୁ ଆଦର୍ଶକଲେ କର୍କଶ ହେବ ଶେଷରେ ଦଶଆସ୍ୟବିନାୟକଙ୍କ ଏହି ଭାଷନୀଳାଚଳରେ ଯାର ବାସସେ ଜଳକ ଚରଣସଦା କରିଣ ଧ୍ୟାନକଳ୍ମଷ ହେଉ ମୋର ଧ୍ୱଂସ ରେ । ୧୦ ।(୧୦) ମୂହାଁସ—ମୋହ, ଆଶକ୍ତ । ପାଶଧର—ଯମ । ଜଳଜ—ପଦ୍ମ ।ରାଘବ ବିଳାସଚତୁତ୍ରିଂଶ ଛାନ୍ଦକୁମ୍ଭ କାମୋଦି ବତ୍ତରେ ଛତ୍ରିଶ ପଦରେ ଏହି ଛାନ୍ଦଟି ରଚିତ ହୋଇଅଛି ।
ହଠାତ୍ ରାବଣ ସମ୍ବାଦ ପାଇଲା ଯେ ଏକ କପି ଆସି ଲଙ୍କା ଗଡ଼ରେ ଉପସ୍ଥିତ ହୋଇ ତାର ଶକ୍ତି କଳନା କରି ଚାଳିଛି । କ୍ରୁଦ୍ଧ ରାବଣ ଅଶୋକ ବନରେ ପହଞ୍ଚି ସୀତାଙ୍କୁ ଅସି ଘାତରେ ଦ୍ୱିଖଣ୍ଡିତ କରିଦେବାକୁ ଭୟ ଦେଖାଇ ବଶ କରିବାକୁ ଇଚ୍ଛା କଲା । କିନ୍ତୁ ସତୀ ସୀତା ତ୍ରସ୍ତ ନ ହେବାରୁ ସେ ରାକ୍ଷସୀମାନଙ୍କୁ ଅତ୍ୟାଚାର କରି ତାଙ୍କୁ ମଙ୍ଗାଇବାକୁ କହି ଚାଲିଆସିଲା ।
ଏହି ଅବସରରେ ରାମଙ୍କର ଜୀବନ କଥା ପରିଚୟ ସୂତ୍ରରେ ଦେଇ ହନୁ ସୀତାଙ୍କୁ ରାମଙ୍କ ମୁଦି ଦେଖାଇ ଚିହ୍ନା ହେଲେ । ସୀତା ମୁଦିଟି ପାଇ କାନ୍ଦି ଉଠିଲେ ।
ହନୁ ତାଙ୍କୁ କାନ୍ଧରେ ବହି ନେଇ ଯିବାକୁ କହନ୍ତେ ସୀତା ଅନିଚ୍ଛା ପ୍ରକାଶ କଲେ । ଏବଂ ନିଜର ଶିରୋମଣିଟି ଦେଇ ଦେଲେ ।
ହନୁ ଏହାପରେ ଉପବନ ଧ୍ୱଂସ କରନ୍ତେ ବନ୍ଧନରେ ପଡ଼ିଲେ । ଏବଂ ଲଙ୍କା ଦଗ୍ଧ କରି ଫେରି ଆସିଲେ, ଏବଂ ରାମଙ୍କୁ ‘ଦୁଇ ମାସ ମଧ୍ୟରେ ସୀତାଙ୍କୁ ଉଦ୍ଧାର ନ କଲେ’ ରାବଣ ତାଙ୍କୁ ହତ କରିବା କଥା କହିଲେ ।
ଏହା ବିବରଣ ଅତ୍ୟନ୍ତ ବିସ୍ତୃତ ଭାବରେ ଏ ଛାନ୍ଦରେ କୁହାଯାଇଛି । ଅଥଚ ଅନ୍ୟ ଦୁଇଟି ଛାନ୍ଦରେ ଗୋଟିକରେ ହନୁ ରାବଣକୁ କରୁଥିବା କଟୂକ୍ତି ଏବଂ ଉପଦେଶ ଏବଂ ଅନ୍ୟଟିରେ ହନୁ ଲଙ୍କାରେ ପ୍ରବିଷ୍ଟ ହୋଇ ମୁଦ ମୁଦ୍ରିକା ସହିତ ଫେରିବା ଯାଏ ସଂକ୍ଷେପରେ ବର୍ଣ୍ଣିତ ଅଛି ।
ରଚନାରେ ଏପରି ଅନେକ ସମୟରେ ପୁନରକ୍ତି ଘଟିଥାଏ । ଅଥବା ଉକ୍ତ ଛାନ୍ଦଟି ଯଦୁମଣିଙ୍କ ନାମରେ ଭଣତି ହୋଇଥିବା ଯୋଗୁଁ ତାହା ଗୋଟିଏ ସ୍ୱତତ୍ର ରଚନା ମଧ୍ୟ ହୋଇପାରେ ।
ରାଘବ ବିଳାସଚତୁତ୍ରିଂଶ ଛାନ୍ଦ(ହନୁର ସୀତାଠାବ, ଲଙ୍କାଦଗ୍ଧ)(ରାଗ—କୁମ୍ଭକାମୋଦି)ବୁଧ ଶୁଦ୍ଧ ବୋଧଚରିତ ପ୍ରସିଦ୍ଧରାଘବ ବିଳାସଶ୍ରବଣେ ଦୂରିତବିନାଶ ତ୍ୱରିତଆନନ୍ଦ ମାନସଲଙ୍କପାଳ ଲଙ୍କପାଳ ଅଗ୍ରେ ବ୍ୟଗ୍ରେସମ୍ବେଶ ଆବେଶଲଙ୍କା ଶଙ୍କା ବାଧାଆରେ ଦଶ ମୂର୍ଦ୍ଧ ।ସିଦ୍ଧ ବେଧାଦେଶ । ୧ ।ବଳୀ ମୁଖ ମିଳିତୋ ଭୁବନେ କଳିରାମାଦେଶ ପାଳିତୁ ହରି ବନୀତାପାର୍ଶ୍ୱେ ଦେଇ ବାର୍ତ୍ତାଭୀତି ହୀନେ ଚଳିଅକଣ୍ଟକ ଗଡ଼େକଣ୍ଟକ ନିବିଡ଼େଆଳ ରାଳ ସ୍ଥିତତାର ପ୍ରଭାବରେତାର ପ୍ରଭା ମୋରେବିହୀନ ବ୍ୟସ୍ଥିତ । ୨ ।ସଚେତିଣ ଭାଳିସେ ଦଶ ମଉଳିଚଳିଲା ଅଶୋକେଅନୁଚର ମିଳିପ୍ରଜ୍ଜ୍ୱଳନ ଜାଳିମାର୍ଗରେ ଆଲୋକେମୟସୁତା−କୁଚକସ୍ତୁରି−ପ୍ରପଞ୍ଚବୁଦ୍ଧି, ବିଂଶାକ୍ଷଣଆରାମରେ ରାମରାମା ସନ୍ନି ଧାନପ୍ରବେଶି ତତ୍କ୍ଷଣ । ୩ ।ଅବୟବ ଲୁପ୍ତକରି ଜଗନ୍ମାତତା ଗର୍ବ ବିଲୋକିପୂର୍ବ ଦେବ ଈଶଉକ୍ତିକି ପ୍ରକାଶବଶ ନୋହୁ ତୁ କି ?କର−ବାଳ କରଧୃତେ ରେ ଅଶିରକରୁ କେ ସପକ୍ଷତ୍ରିପୁର ଅନ୍ତକମୁଁ ତ୍ରି ପୁରାନ୍ତକକେ ମୋ ସମକକ୍ଷ । ୪ ।ଅଯୋଧ୍ୟା ପତି ସନ୍ତତିସେ କି ପତିକୁତ୍ସିତ ବିଚାରଅନ୍ତରରୁ ସେ ତକରି ଦେଉ ତ୍ୟକ୍ତଦୁଃଖେ ବନଚାରୀସେ ଯେ ଏ କାନନବିପୁଳରେ ହୀନଭୁ ସାରସା−ନନୀବିଧୁ ବୈଶ୍ୱାନରବିଧିରେ ଆଦରବକ୍ରମାଳୀ ଭଣି । ୫ ।କନକ ପୂରିତକନକ ପୂରିତଯୁକ୍ତି ଯୁକ୍ତ ଘେନଚତୁରି ଚତୁରପକ୍ଷରେ ଚୁତରନ କରାଇ ଭେଟବିନାଶ ନକରିବିନାଶନକରିକରିବ ପ୍ରକଟ । ୬ ।ଅଶ୍ରପି ମୁକୁଟଅଶ୍ରପି କି ମେଣ୍ଟକରି କ୍ରୋଧେ ଭାଷିରଦ ଦେଖାଇଣଦର କରାଇଣବଶରେ ସୁକେଶୀ ।କହିଣ ଏମନ୍ତପୁରତରୁ ଗତସୁରତେ ସୁରତେବିମୁଖର ଗିରବିମୁଖି ପ୍ରଚାରସୁମୁଖି ଅଗ୍ରତେ । ୭ ।ତୋ ଗାତ୍ରରୁ ପଳକରିଣ ବିପଳପଳ ପଳ କରିସୁ ଅବକାଶରେନୋହିଲେ ବଶରେ କେ ପକ୍ଷ ତୋହରି ।ସରମା ଦୁହିତାସୀତେ ହୋଇ ହିତାବିହିତ ପ୍ରକାଶିଦୁଃଖାଗ୍ନି ଧୂପିତ ବାତାନ୍ତରେ ହତକି କଷ୍ଟ ସୁଦୃଶି । ୮ ।ଗଣ୍ଡୁକି ଗଣ୍ଡରେଚଳିଲେ ଚାଣ୍ଡରେସୁଅଙ୍ଗ ଧୌତାର୍ଥେବଳି ମୁଖ ଚଳିବଳି ବିଭୂତି କିଭୂତି କୀର୍ତ୍ତି ସ୍ୱାର୍ଥେବିରାଟ ବିରାଟରାଟ ଶ୍ରେଷ୍ଠ ଶ୍ରେଷ୍ଠଦିଗ୍ବାସ ତନୁଜଅକ ଭୁପାତ୍ମଜଦେବ ରାମ ରାଜସଙ୍ଗତେ ଅନ୍ନଜ । ୯ ।ଭୁପ ମୁନି ସଙ୍ଗେଗମନ୍ତେ ସରାଗେଅଶ୍ରପି ବିନାଶିତାଙ୍କ ମଖ ରଖିଶିଳାକୁ ସୁମୁଖୀଶ୍ରୁତି ଧାର ତୋଷିତୋ ପିତା ପ୍ରଦତ୍ତପଣ କରି ହତକ୍ରୀଡ଼ା ଅନନ୍ତେଶପରିଣତ ପରିଣୟାନ୍ତରେ ଫେରିଆନନ୍ଦ ବିଶେଷ ।୧୦।ସୁର ଦରେ ଯୁକ୍ତତ୍ରିନେତ୍ର ସମ୍ଭୂତସ୍ୱରାଜ୍ୟ ବର୍ଣ୍ଣକୁଉପସର୍ଗ କରିଚତୁର୍ଥ ବର୍ଗରତ୍ରିବର୍ଣ୍ଣ ଯୁକ୍ତକୁ ।ତା ସୁତ ବିଖ୍ୟାତଗର୍ବ କରି ହତଅନ୍ତେ ବର୍ଣ୍ଣାଶ୍ରମମହିଜା ସଙ୍ଗତଲକ୍ଷ୍ମଣ ନାମ ତ କରେ ଧନୁର୍ବାଣ ।୧୧।ଭଗ୍ନି ଦେବାରୀଶଶୃହା କରୁଁ ନାଶଦଣ୍ଡକେ ଦଣ୍ଡକେତୁମ୍ଭକୁ ଆଣନ୍ତେକୀଶ ଈଶ ମିତ୍ରେଚାର ଚତୁର୍ଦ୍ଦିକେ ।ଅଞ୍ଚଳୁ ଚଞ୍ଚଳଅନାମିକା ଶୋଭାଦେଇ କ୍ଷିତି ପାତଶୋକେ ଗଲେ ବୁଡ଼ିହା ନାଥ ଉଚ୍ଚାରି ହୃଦ ପଙ୍କିଳତ । ୧୨।ମୋ ଯୋଗେ ଅଙ୍ଗୁଳିଶୋଭନ ମଉଳିଏ ବିଚିତ୍ର ଗତିଏ ଅନୀତି ନିତିକରେ କି ମୋ ପ୍ରତିସେ ମନ୍ଦ ପ୍ରକୃତି ।ନ ଧର ବିପକ୍ଷତୁହିତ ବିପକ୍ଷକେହ୍ନେ ଅବ୍ଧି ଲଙ୍ଘିନାମ ଅଭରସଗୁପତ ପ୍ରକାଶଶୁଣି ଭଣି ବେଗି । ୧୩ ।ଇନ୍ଦ୍ରାରିର ସୁତନାମ ହନୁମକ୍ତମଧୁପୁରି ବାର୍ତ୍ତାପ୍ରଦୀପ ସାକ୍ଷିରେଅନ୍ୟ ପତ୍ନୀ ବରେନାସ୍ତିକ ମମତାବିତ୍ର କୂଟେ ଚିତ୍ରବକ୍ଷରେ ବିଚିତ୍ରଶୋଭା ଗଇଛିକବିଭୁ ମାତା ପିତାକୃପାରେ ଲଙ୍ଘ ତାସରିତେ ଶୋଦକ ।୧୪।ସଗରକ କୀତ୍ତିପୃଷନ୍ତିର ମତିକୃପା ଉପମାରେଦାସ ସ୍କନ୍ଧ ଦେଶବିଜେ କର ମାତବିଭୁ ସମୀପରେହେ କୀଶ ଉଚ୍ଚାରଏ କିସ ପ୍ରଚାରଚୋର ଏ ଯୁଗ୍ମରେଏ ନହେଁ ବିହିତମୋ ପକ୍ଷେ ଅହିତଅହିର ପ୍ରକାରେ ।୧୫।ଦୁଃଖାଗ୍ନି ଉତ୍ତାପବେଳରେ ପ୍ରଗପଶାନ୍ତି ନୀର ଦେଲଦୀର୍ଘାୟୁରେ କାଳଯାପନରେ ଭାଳକାନ୍ତେ ଦିଅ ଗିରମୂର୍ଦ୍ଧ ମଣି ଦତ୍ତମଣି ସ୍ନେହ ଯୁକ୍ତଚଞ୍ଚଳ ସୁତରେମଉଳି ଶୋଭିତ ତତକ୍ଷଣି ହାତଜଳ ଜଳ କରେ ।୧୬।ଅନୁଷଣ ଗତିସନ୍ତତି ଝଟତିବାସାଗ୍ରେ ଗ୍ରନ୍ଥନନତ ମସ୍ତକରେକରେ ବିଗତରେମିଳି ମଧୁରାମପକ୍ୱ ଫଳାସନକରି ରାମ ଧ୍ୟାନରାମ ବିନାସନ୍ତେରାମ ରକ୍ଷ ରକ୍ଷଦନକୁ ବିଲକ୍ଷଗଣି ଶାସ୍ତି ଦ୍ୟନ୍ତେ ।୧୭।ବାୟୁକ ବିଘାତେପାଦପ ରକ୍ଷତେଚଳ ରବି ଅସ୍ତଲୋକନାନ୍ତେ ଶୁଣାନ ଥିଲା ଏମନ୍ତେଏ ବିପଦ ଗ୍ରସ୍ତଅକଣ୍ଟକ ମହିଏକଣ୍ଟକ ହୋଇ ବାନରେ ପରାସ୍ତେଗମିଣ ତତ୍କ୍ଷଣେସେ ବଂଶ ଈକ୍ଷଣେଜଣାଇ ସମସ୍ତେ । ୧୮।ବିକଟ ମର୍କଟଉତ୍କଟ ପ୍ରକଟଧପଟେ ଧପଟଦନ୍ତ ରଟମଟନୟନ ତରାଟପାପିଷ୍ଠ ଏ ନଷ୍ଟବିନାଶି ବିନାଶବିଟପ ପ୍ରକାଶବିଶାଖ ବିଶାଖରକ୍ଷକ ନିରକ୍ଷପରାୟେ ବିପକ୍ଷସମସ୍ତ ବିଂଶାକ୍ଷ । ୧୯ ।କୋପେ ରକ୍ଷନାଥକର୍ଜରିତ ଗାତ୍ରକରି ରକ୍ତନେତ୍ରଯା ତୁ ବୋଲି ଯାତୁଧାନ ସଶ୍ରେ ପେଶୁଗମି ଧୃତ ଅସ୍ତ୍ରମୁଖରେ ଖରେପ୍ରଖରେ ମାର ମାରଉଚ୍ଚାରି ସଂଗ୍ରାମସ୍ମରାରି ତନୁଜସ୍ମରି ରାମ ରାଜକେଶରୀ ବିକ୍ରମ । ୨୦।ସାବେଳି ମୁଦ୍ଗରଅସି ଭାଲି ଶରପ୍ରହାରି ପ୍ରଚଣ୍ଡେଦନ୍ତାକ ଭିର୍ଣ୍ଣତିମୂର୍ତ୍ତି ସେ ମାରୁତିମୁଷ୍ଟି ଭୁକ ଦଣ୍ଡେଦ୍ୱିମଣି ସନ୍ତତିସଦନ ଭଜନ୍ତିବଳ ବଳ ହତେଦୂତ ଉକ୍ତି ଶ୍ରତିମାତ୍ରରେ ବଦତିହରି ଆଣି ବ୍ୟକ୍ତେ ।୨୧।ମହାବଳେ ବଳବଳୀଷ୍ଠରେ ଶ୍ରେଷ୍ଠଶ୍ରେଷ୍ଠ ଜ୍ୟେଷ୍ଠ ସୁତତ୍ୱରିତେ ପୁତରେଉଭା ଲୋଭାବନ୍ତେବୋଲେ ଆଜ୍ଞା ଦତ୍ତକୀଶ କିଶ କ୍ଳେଶଅବଟ ନିବାସବୋଷୀ ବିଚ୍ଛନ୍ଦନେପଲକେ ପୁଲକେବପୁକେ ବିଲୋକେବ୍ୟଗ୍ରେ ଉକ୍ତି ଭଣେ ।୨୨।ବିର ହରି ବିରହରି ହରି ବାକିଛନ୍ଦି ଛନ୍ଦା କୃତେହେମ ଭୂ ଭୂଷଣଗୋଚରେ ତତ୍କ୍ଷଣମୋଦ ବିଲୋକିତେତୁ ସେ ବନବାସିକି କୃତରେ ଆସିବିକୃତ ପ୍ରକାଶୁଧର୍ମ୍ମ ରାଜ ଧର୍ମ୍ମ− ରାଜ ଆବାସରେନିର୍ଭୟେ ବିଳସୁଁ ।୨୩।ତୁ ଯେ ଯାତୁଧାନଚୌର ଅତି ହୀନଯା ନାରୀ ଆଣିଛୁମୁଁ ଯେ ତାର ଦୂତଅନନ୍ତ ଲଂଘିତମୋତେ କି ମଣୁଛୁଆରେ ଲଙ୍କପାଳସେ ରାମ ଭୂପାଳପାଳନ ଜଗତକାଳେ କାଳ ବାସଦେବେ ରେ ରାକ୍ଷସଦର୍ପରବି ଅସ୍ତ ।୨୪।ଯାର ପୂର୍ବ ବଂଶମୋ ହସ୍ତେ ବିନାଶଏ କି ବଳେ ବଳବିଭୂତି ବିଭୂତି ବିନେ ଏ ବିଭୂତିଗାତ୍ରେ ଲିପ୍ତ ମେଳସେ କି କରିପାରିଅବ୍ଧ ପାର ପୁରିପୂରିଲା ତା ଆଶବଳେ ତାର ନାରୀଆଣିଛି ମୁଁ ହରିନେବ କି ମାନସ ।୨୫।ବ୍ରହ୍ମପୁତ୍ର ଗ୍ରାସକରୁ ଆରେ କୀଶସୁଧା ମଣି ଚିତ୍ତେବିଚାର ତୋ ମନଆଜି ତୋ ଶମନଭବନରେ ସ୍ଥିତେବନ୍ଧନରେ ମୁଷ୍ଟିଘାତଦେଉଁ ଦୈତ୍ୟବୋଲଇ ପାବନିଏମନ୍ତେ ମୁଁ ହତନୋହେ କଦାଚିତଆରେ ଲଙ୍କମଣି ।୨୬।ପୁଚ୍ଛରେ ବସନଗୁଡ଼ାଇ ବହନରାଶିକ ଜଡ଼ାଇଶୁଚିତରେ ଶୁଚିଦିଅନ୍ତେ ବିରଞ୍ଚିରହିଛି ନାଶ ହିଁଏ ବାଣୀ ବିଡ଼ରକରନ୍ତେ ଦୈତ୍ୟରପ୍ରସନ୍ନେ ଭଣିଲାବ୍ୟାକୁଳରେ ଜୀବଯିବାର ପ୍ଳବଗବାଣୀ ବିତରିଲା ।୨୭।କୋଷାଧ୍ୟକ୍ଷେ କୋଶୁଁବିକୋଶ କରିଣକଲେ ସମର୍ପଣତଇଲେ ବୁଡ଼ାଇପୁଚ୍ଛରେ ଗୁଡ଼ାଇଜଗାଦି ଇନ୍ଧନଜ୍ୱଳନେ ଜ୍ୱଳନଶିଖ ପ୍ରକାଶିଣଅନିଳ ସମ୍ଭୂତଗାତୃଁ ଜୀବ ଗତହେଲା ପ୍ରାୟେ ମତହୋଇ ଭୂରେ ସ୍ଥିତ ।୨୮।କ୍ଷପାକର ମତକ୍ଷପା ପ୍ରକାଶିତଗତି ଜଗତିରେକୋପେ ବୈଶ୍ୱାନରେଲେକନରେ ସ୍ଥିରେ ପୁଚ୍ଛ ଲିହୁଁ ଭାଲେହୁ ହୁ ହୁତାଶନପ୍ରଖର ଭାବେଶକଟକ ବିନାଶହେମାରି ଦହେ କିକଟକ ଛଟକେକଟକ ବିନ୍ୟାସ ।୨୯।ଦହନେ ଦହନକରି ହନୁମାନବିଭୂତି ବିଭୂତିସରିତେଶ ଲଂଘିନଂଘନଜ ଅଂଘ୍ରୀବିଭୁ ନାମ ଚିନ୍ତିସିନ୍ଧୁ କୂଳେ ସିନ୍ଧୁଶରେ ଭେଟି ବନ୍ଧୁକାର୍ଯ୍ୟସିଦ୍ଧ ଭଣିତୋଷାର୍ଣ୍ଣବେ ସର୍ବେଗମିଲେକ କବେଆନନ୍ଦିତ ମଣି ।୩୦।ମର୍କଟ ମୁକୁଟଅଳଙ୍କାର ଶ୍ରେଷ୍ଠବିଶ୍ରାମି ଆରାମେନାନା ପକ୍ୱ ଫଳକରିଣ କବଳଗମି ବୀରଗଣେସତୀ ସୀତା କୁଚକସ୍ତୁରୀ ରାଜିତପୁରତେ ପ୍ରବେଶିଭୂମିଷ୍ଟ ପ୍ରଣାମକରି ସର୍ବେ ପୁଣଫଳାଫଳ ଭାଷି ।୩୧।ରମଣୀ ଶ୍ରେଣୀ ମଣି ମଣି ତଷଣି ଦେଉଁ ବାଣୀ ଭଣିବନ ମଧ୍ୟ ଦୁଗହେବା ପୁର ବର୍ଗସ୍ଥିତ ଦେତ୍ୟ ମଣିଶଙ୍କା ତେଜି ଲଙ୍କାଭ୍ରମନ୍ତେ ମୁଁ ଲଙ୍କା ପାଳିତା ଭେଟିଣଦେଉଁ ମୁଁ ପ୍ରଭାବଭାବରେ ସେ ସର୍ବସମସ୍ୟା ଭଣିଣ ।୩୨।ନଗ୍ରରେ ସନ୍ଦେଶନ ପାଇ ବିରସବିସ୍ମୟ ଚିତ୍ତରେବିଞ୍ଜୁଳ ବିପିନେପ୍ରବେଶୁଁ ବହନେଦେଖିଲି ମାତାରେକ୍ଷଣକେ ଦଶାସ୍ୟହୋଇଣ ପ୍ରବେଶତର୍ଜନା କରିଣବେନି ମାସେ ବରଦେବରେ ଭେଟାଅକୋପେ ଭଣି ପୁଣ ।୩୩।ପାମରି ମୋ ବଶନୋହୁ କାରେ ବଶବୁଝିବି ସାହସଧରିଣ ଅସିରକରିବ ଅଶିରଏସନ ପ୍ରକାଶଅଙ୍ଗୁରୀୟ ଦତ୍ତକରିଣ ତ୍ୱରିତକହିଣ ବୃତ୍ତାନ୍ତସୀମନ୍ତକ ମଣିଘେନିଆସୁଁ ପୁଣିଫଳ ଭୁଞ୍ଜୁ ତୃପ୍ତ ।୩୪।ସମରେ ଅକ୍ଷୟକରନ୍ତେ ମୁଁ କ୍ଷୟ ଦଶାସ୍ୟ ଜ୍ୟେଷ୍ଠକହନ୍ଦେ ଦ୍ୱାନ୍ଦଶୁକେବାନ୍ଧି ନେଉଁ କୋପେବିଲୋକ ଦନୁଜମାର ବୋଲୁଁ ବୋଲିପୁଚ୍ଛେ ବାସ ଘେରିତୈଲାଗ୍ନି ଯୋଗରେହେବ ମୋ ବିନାଶକହିଲି ସନ୍ଦେଶକେଲ ସେ ପ୍ରକାରେ ।୩୫।ତବାଙ୍ଘ୍ରୀ କୃପାରୁପୋଡ଼ି ଲଙ୍କା ପୁରୁଁ ବିଂଶ କ୍ରାନ୍ତ୍ୟାନ୍ତରେକଲି ଦରଶନହୁଅ ପରସନ୍ମବିଚାର ହୃଦରେନବ ଦୁର୍ଗ ଜନପାଳକ ନାୟକଧ୍ୟାୟି ବିନାୟକବିନାୟକ ସିଂହମାନଧାତା କହିନାଶ ମୋ ବିପାକ ।୩୬।ରାଘବ ବିଳାସପଞ୍ଚତ୍ରିଂଶ ଛାନ୍ଦବଙ୍ଗଳାଶ୍ରୀ ରାଗରେ ସତରଟି ମାତ୍ର ପଦରେ ଏହି ଛାନ୍ଦଟି ରଚିତ ହୋଇଛି ।
ରାମ, ସୀତାଙ୍କ ବିରହରେ କାତର ଭାବେ ବିଳାପ କରିବାରୁ ସୁଗ୍ରୀବ ସୈନ୍ୟଦଳ ସଜ୍ଜିତ କରି ଜୟଯାତ୍ରା ପାଇଁ ତାଙ୍କୁ ପ୍ରବୋଧନା ଦେଇଛନ୍ତି ଏବଂ ରାମଙ୍କ ନିର୍ଦ୍ଦଶରେ ସୈନ୍ୟଦଳ ବିଭିନ୍ନ ଶିବିରରେ ବିଶ୍ରାମ କରି କରି ସିନ୍ଧୁ କୂଳରେ ଉପସ୍ଥିତ ହୋଇଅଛନ୍ତି ।
ଅଙ୍ଗଦ ରାମଙ୍କୁ ଦେଖାଇ କହିଛି ଏହି ଆରପାରିରେ ତୁମର ପ୍ରିୟତମା ରହିଛନ୍ତି ।ରାଘବ ବିଳାସପଞ୍ଚତ୍ରିଂଶ ଛାନ୍ଦରାମଚନ୍ଦ୍ରଙ୍କର ଲଙ୍କାପ୍ରବେଶ ପାଇଁ ସୈନ୍ୟ ସହ ସିନ୍ଧୁକୂଳରେ ପ୍ରବେଶ(ରାଗ—ବଙ୍ଗଳାଶ୍ରୀ)ଦ୍ୱି ଜବର ବରଚିତ୍ତ ସ୍ୱଭାବରଧରି କାତର ତରରେହା ହା ସୀତା ସୀତାହୃଦେ ବିକଶିତାହର ମୋ ହର ମୋହରେ ।୧।ଅନାଥରେ ଅନାଦର କରି କରିକରିଗତି କେଣେ ଗଲୁତୋ ବିନା ହିତାରେକେ ଅଛି ହିତାରେତେଜି ଅହିତା ହୋଇଲୁ ।୨।ଚିନ୍ତା ଉଦଧିରେଭସାଇ ସଧୀରେଭବିଷ୍ୟ ଦେଲୁରେ ଧୀରେଆଶା ବିନାଶାରେଆଶା ବିନାଶାରେଅବିନାଶିକେ ନାଶିରେ ।୩।ବ୍ରାହ୍ମଣ କ୍ଷତ୍ରିୟ ବିଶସ୍ତସ୍ମାଦେତେ ଦ୍ୱି ଜାସ୍ମାଃତ ।ଅଥବା—ବ୍ରାହ୍ମଣ କ୍ଷନ୍ତ୍ରିୟୋ ବୈଶ୍ୟସ୍ତ୍ରୟୋ ବର୍ଣ୍ଣା ଦ୍ୱି ଜାତୟଃ ।ହର—ହରଣକର । ହର−ମୋହ—କାମ ।ଉଦଧି—ସମୁଦ୍ର ।ହୃଦୟରେ ମଣିହୃଦୟରେ ମଣିମଣି ଅସ ନଗରଣିନୀରଜ ଗାତ୍ରରୁନୀରକ ନେତ୍ରରୁନୀର ଅଧୀର ଧାରଣି ।୪।ଏ କାଳେ ସେ କାଳେମିଳି ତତ କାଳେବିକଳେ ଆକୁଳେ କୂଳେବୁଦ୍ଧି ପ୍ରବୋଧିଲେଅତିହିଁ ବୋଧରେବିଧିରେ ଧୀରରେ ବଳେ ।୫।ଉତ୍ତମାଙ୍ଗେ ମାଙ୍ଗେକରକୁ ପ୍ରସଙ୍ଗେତରଣୀଜ ରଙ୍ଗେ ରଙ୍ଗେସନ୍ତାପ ତାପକୁଏ ଦୁଃଖ ହେଲାକୁଦେଇ ନାଶୁଛ ତ ଅଙ୍ଗେ ।୬।ଅଦେହ ନୃପଜାଶ୍ରୀକୁଚ କସ୍ତୁରୀଶୁଣି ଶ୍ରବଣ ଶ୍ରବଣେସତେ ଶିବ ହେବଶିବ ପ୍ରକାଶିବଶିବ ଭୂତିକି ଗ୍ରହଣେ ।୭।ଭଲ ଲଗ୍ନ ଲଗ୍ନେବୁଝିଲି ସଂଲଗ୍ନେସ୍ଥାନ ଉଚ୍ଚାରେ ହିତରେଜମ୍ବେବ ସୁଷେଣହୋଇଣ ପ୍ରମୋଦମୋତେ ଦେବରୁତ କଲେ ।୮।ଫେରିବ ଜୀବନ ନାସନ ଛେନିଣଅବାଚୀ ମାର୍ଗରେ ଧୃତଅକୂଳେ କୂଳେସଂକୁଳେ ଅନୁକୂଳେଚଳେ ଚାଲି ସେନାବ୍ରାତ ।୯।ସରଯୁତୀର ବିହାରୀବାହାରି ଯେପ୍ରଭୋ ଜନକ କନ୍ଦରେଗୌତମ ତନୁଜଆତ୍ମଜ ବିରାଜକରାଜ ବାଣ କରରେ । ୧୦ ।ସରିତ ପତି କୁଳରେପ୍ରବେଶିଲେଚଳ ପ୍ରବଳ ସବଳେହିରା ପନ୍ତି ମତିଅଙ୍ଗ ବଳ ଘେନିସଙ୍ଗେ ସଙ୍ଗେ ରଙ୍ଗେ ଚଳେ ।୧୧।ପ୍ଳବଗ କୁଳ ତ ପ୍ରଗଣ୍ଡେ ବିଶ୍ରାମିସିନ୍ଧୁକୂଳେ ହୋଇ ମେଳମୁଖର ଶବଦେସିନ୍ଧୁ ଗର୍ଭ ଭେଦେସର୍ବେ ଆନନ୍ଦ ବିହ୍ୱଳ ।୧୨।ବାହାନାଦ ଆଣ୍ଟକରି କେ ପ୍ରକଟଝପଟ ଧପଟ କରେବକ୍ର ନୀଳ ରଙ୍ଗଅତିହିଁ ସୁରଙ୍ଗନ୍ଦୂର ନିନ୍ଦା ପ୍ରକାରେ । ୧୩ ।ମହୀଜା ବିଳାସୀଏ ସମୟେ ଭାଷିହାସି ବିଶେଷି ବିଶେଷିଏ ପ୍ରକାରେ ସ୍ଥିତଆରତି ମୋ ସ୍ଥିତହସ୍ତ ଅସ୍ତ ହେଲା ଆସି । ୧୪।ସୁବଳୟେ ସସ୍ର-ଅକ୍ଷି ନପ୍ତା ଅତିସ୍ନେହ କହି ସେ ପାରରେଏ ଅର୍ଣ୍ଣବ ପାରିଅଟେ ଲଙ୍କାପୁରୀନାରୀ ତୁମ୍ଭର ସେ ପୁରେ ।୧୫।ବାର୍ତ୍ତାବହ ବହନରେନରେଶରେକହିବାରେ ବାରେ ଚଳେକ୍ରବ୍ୟାକ ଶ୍ରେଷ୍ଠରେକହିବା ଶ୍ରେଷ୍ଠରେରଘ ସୈନ୍ୟ ସିନ୍ଧୁକୂଳେ ।୧୬।ବିନାୟକ ବିନାୟକଶ୍ରେଷ୍ଠ କଷ୍ଟଫେଡ଼ ବିପତ୍ତି କି ତୋଷିରାଘବ ରାଘବବିଳାସ ଏ ରସନାମ ହୃଦେ ଘୋଷି ଘୋଷି ।୧୭।ରାଘବ ବିଳାସଷଟ୍ତ୍ରିଂଶ ଛାନ୍ଦବସନ୍ତ ଆହାରି ବୃତ୍ତରେ ବତ୍ରିଶ ପଦରେ ଏହି ଛାନ୍ଦଟି ସଂପୂର୍ଣ୍ଣ ଅଟେ ।
ଲଙ୍କାଧିପ ରାବଣର ଏକ ଦୂତ ଖବର ଦେଲା ଯେ ଅଶୋକ ବନରେ ଯେଉଁ ବଧୂ ରହିଛନ୍ତି ତାଙ୍କର ସ୍ୱାମୀ ସିନ୍ଧୁକୂଳରେ ପହଞ୍ଚିଲେଣି । ତା ଶୁଣି ରାବର ହସି କହିଲା—ଏପରି ରୂପବତୀ ଭାର୍ଯ୍ୟା ସେ ହରାଇଥିବାରୁ ସିନ୍ଧୁରେ ଆତ୍ମହତ୍ୟା କରିବାକୁ ଆସିଥିବ ।
ତାହା ଶୁଣି ବିଭୀଷଣ କହିଲେ—ଆତ୍ମହତ୍ୟା କଥାଟା ହନୁ ଲଙ୍କା ପୋଡ଼ିବା ବେଳୁ ଜଣାଯାଇଛି । ରାବଣ କ୍ରୁଦ୍ଧ ହେବାରୁ ପ୍ରହସ୍ତ ଛାମୁଆଁ କଥା କହି ସଂତୋଷ କଲା । କିନ୍ତୁ ବିଭୀଷଣ ନାନା ଉପଦେଶାତ୍ମକ କଟୁ କଥା କହନ୍ତେ ରାବଣ ସଭାରୁ ତାଙ୍କୁ ବାହାର କରିଦେଲା । ତେଣୁ ସେ ରାମଙ୍କ ନିକଟକୁ ଆସି ଶରଣ ମାଗିଲେ ।
ଏପରି ଶବ୍ଦବୈଭବ ଖଞ୍ଜି କବି ଏ ଛାନ୍ଦକୁ ରଚନା କରିଛନ୍ତି ଯେ ଏହି ଛାନ୍ଦ ପ୍ରତ୍ୟେକ ପାଲାକାର ଏବଂ ଛାନ୍ଦରସିକ ତୁଣ୍ଡରେ ପ୍ରତିନିୟତ ଶୁଣା ଯାଇଥାଏ । ରାଘବ ବିଳାସର ଅସ୍ତିତ୍ୱକୁ ଏହି ଛାନ୍ଦ ଯେପରି ଭାବରେ ରକ୍ଷା କରି ଆସିଥିଲା ଅନ୍ୟ କେହି ନୁହେଁ ।
ପୂର୍ବ ଦେବତା ଶର୍ବରୀ ଭର୍ତ୍ତା ଆଗେଦୁତ ବାର୍ତ୍ତା କଲା ପ୍ରକାଶଏ ଗୀତ ଓଡ଼ିଶାରେ କିଏ ନ ଜାଣେ, କି, ନ ଶୁଣୁଛି ଏପରି ନାହିଁ ।
ଏହି ଛାନ୍ଦରେ ବିଭୀଷଣକୁ ବିଶ୍ୱାସ କରି ରାମ ମିତ୍ର ସ୍ୱରୂପ ଶରଣ ଦେଇ ରଖିଲେ ଏବଂ ଲଙ୍କାର ରାଜା ବୋଲି ସ୍ୱୀକାର କରି ପ୍ରତିଜ୍ଞା କରନ୍ତେ ସୁଗ୍ରୀବ କହିଲେ—
ପ୍ରଭୁ, ଯେବେ ରାବଣ ସୀତାଙ୍କୁ ସମର୍ପି ଶରଣ ପଶିବ, ତେବେ କ’ଣ କରିବେ ? ସୂର୍ଯ୍ୟବଂଶୀୟ ହୋଇ ମଧ୍ୟ ପ୍ରତିଜ୍ଞା ତ ଭ୍ରଷ୍ଟ ହେବେ ?
ରାମ କହିଲେ—ରାଜ୍ୟଭ୍ରଷ୍ଟ କଷ୍ଟ ଯେବେ ଦୂର କରିବା ବିଧାତାର ଇଚ୍ଛା ନ ଥିବ, ତେବେ ମୁଁ ପ୍ରତିଜ୍ଞା ରକ୍ଷା କରି ଅଯୋଧ୍ୟାକୁ ମିତ୍ରଙ୍କୁ ଦେଇ ଚିର ବନବାସୀ ହେବି ।
ବୋଲେ ମିତ୍ର ପୁତ୍ର ହେଲା କି ବିଚିତ୍ରଚିତ୍ରଭାନୁ କୂଳାମ୍ବୂଳକୁସମର୍ପି ଜନକ ତନୁଜା କନକକଲେ ଆଶ୍ରିତକି ହେବ ? ଶ୍ରବଣେ ରାଘବଭଣିଲେ, ଜାଣିବବିହି ବିହି ନାହିଁରାଜଂ ଭ୍ରଷ୍ଟ କଷ୍ଟ ଲାଘବ । ୩୦।
ନାନା ଯୁକ୍ତି, ନାନା ସୁଶ୍ରାବ୍ୟ ଉକ୍ତି−ପ୍ରତ୍ୟୁକ୍ତିରେ ଏପରି ମନୋହର ଭଙ୍ଗୀରେ ଏହି ରଚନା ସଫଳତା ଲାଭ କରିଛି, ଯାହାକୁ ସମଗ୍ର ଉତ୍କଳ ଅତ୍ୟନ୍ତ ଆଦର କରିଅଛି ଏବଂ କରୁଅଛି ।
ରାଘବ ବିଳାସଷଟ୍ତ୍ରିଂଶ ଛାନ୍ଦବିଭୀଷଣ ଶରଣ(ରାଗ—ବସନ୍ତ ଆହାରି)ପୂର୍ବ ଦେବତା−ଶର୍ବରୀ ଭର୍ତ୍ତା ଆଗେ ଦୂତ ବାର୍ତ୍ତା କଲା ପ୍ରକାଶଅଶୋକ ବନେ ସଶୋକେ ଥିବା ବଧୂ−ବନ୍ଧୁ ସିନ୍ଧୁ ସିନ୍ଧୁକୂଳେ ପ୍ରବେଶହାସ୍ୟରସରେଭାସି ଭାଷିଲା ଦଶଗ୍ରୀବନାରୀ ବିହୀନେ ବାରିଧି ଝାସେ ତନୁ ନାଶିବ ବୋଲି ଆସିଥିବ ।୧।
ଦାନବରାଜ ରାବଣ ଛାମୁଁରେ ଗୁପ୍ତଚର ବାର୍ତ୍ତା ପ୍ରକାଶ କଲା ଯେ—ଅଶୋକ ବନରେ ଥିବା ଶୋକାକୁଳା ବଧୂ ସୀତାଙ୍କ ପ୍ରିୟତମ ରାମ ସିନ୍ଧୁକୂଳରେ ପହଞ୍ଚି ଗଲେଣି । ତାହା ଶୁଣି ହଠାତ୍ ହାସ୍ୟରସରେ ଭାସି ଉକ୍ତ ରାବଣ କହିଲା—ଅରେ ! ତାର ନାରୀକୁ ହରାଇ ଥିବାରୁ ସେ ଦୁଃଖରେ ଅଧୀର ହୋଇ ସମୁଦ୍ରରେ ଝାସଦେଇ ଦେହତ୍ୟାଗ କରିବାକୁ ଆସିଥିବଟି ? ଏପରି ରୂପବତୀ ନାରୀକୁ ଛାଡ଼ି ଆଉ ସେ କିପରି ବା ବଞ୍ଚିବ ?
‘‘ବଦତି ଅନୁଜ ପବନ ତନୁଜ ଗମନୁ ଯାଇଛି ଦେଖା ଯେ”ଟେକିଲା ଏଥର ନେତ୍ର ଗୋତ୍ରାନ୍ତକ ପ୍ରଜ୍ୱଳ ଜ୍ୱଳନ ଶିଖା ଯେକୋପେ ଲଙ୍କେଶକମ୍ପି ଅନାଇଲା ନିନ୍ଦନେପ୍ରଶସ୍ତ ହସ୍ତ ମସ୍ତକେ ନ୍ୟସ୍ତ କରି ଶାନ୍ତିକଲା ଭାଷା ଚନ୍ଦନେ ।୨।
କଥା—ରାବଣର ଏପରି ପରିହାସାତ୍ମକ ବାଣୀ ଶୁଣି ତାହାର ଅନୁଜ ବିଭୀଷଣ କହିଲା—ପବନପୁତ୍ର ହନୁମାନ ଆସିବା ଦିନରୁ ଅର୍ଥାତ୍ ଲଙ୍କାଦଗ୍ଧ କରିବା ସମୟରୁ ଏହା ଦେଖାଯାଇଛି । ଏହା ଶୁଣି ଗୋତ୍ରଧ୍ୱଂସି କୁଳାଙ୍ଗାର ଲଙ୍କେଶ ରାବଣ ତାର ଅଗ୍ନିଶିଖା ପରି ଜଳୁଥିବା ନେତ୍ରକୁ କ୍ରୋଧାନ୍ଧ ହୋଇ ଟେକିଲା ଏବଂ ତାର ପରିହାସକୁ ନିନ୍ଦା କରୁଥିବା ଭାଇକୁ କମ୍ପି ଅନାଇଲା ।
ରାକ୍ଷସରାଜର ଏପରି କ୍ରୁଦ୍ଧାବସ୍ଥା ଦେଖି ଜନୈକ ସେନାବତି ପ୍ରଶସ୍ତ (ପ୍ରହସ୍ତ) ନିଜର ନ୍ୟୂନତା ଦେଖାଇ ହାତ ଯୋଡ଼ି ଭାଷାଚାତୁରୀରେ ତାକୁ ଶାନ୍ତକଲା ।
ପାଠାନ୍ତର— ପ୍ରଜ୍ୱଳ ଅନଲଶିଖା । ପ୍ରବଳ ଅନଲଶିଖା । ପ୍ରଶସ୍ତ—ପ୍ରହସ୍ତ । ପ୍ରଶସ୍ତ ମସ୍ତକେ ହସ୍ତ ନ୍ୟସ୍ତକରି କହିଲା (ତୋଷିଲା) ଏ ଭାଷାଚନ୍ଦନେ । ବିଶ୍ୱନାଥ ଖୁଣ୍ଟିଆ ଆଦି, ‘ପ୍ରଶସ୍ତ’ ଲେଖିଛନ୍ତି ।
ତାଙ୍କୁ ଦୃଷ୍ଟିନ୍ୟାସ କିମ୍ପା କଲ ଈଶ କାହାକୁ ହେବ ସେ ପାଞ୍ଚକଯେବେ ଓଷ୍ଠେ ରଦ ଦେବ, ମୃତ୍ୟୁଦେବ ଦେବତ୍ତା ମୃତାହ ପଞ୍ଚକସତ୍ୟ ରାବଣଭଣୁ ବିଭୀଷଣ ବୋଇଲାସିନ୍ଧୁ ମଧ୍ୟେ ସ୍ଥିତ ସ୍ୱର୍ଣ୍ଣକ୍ଷିତ ଶୀର୍ଣ୍ଣ ନାବ ସ୍ୱାତୀ ଯୋଗ ପାଇଲା ।୩।
କଥା—ପ୍ରହସ୍ତ ଏପରି କହିଲା—ହେ ପ୍ରଭୁ ! ନିଜ ଭାଇ ବିଭୀଷଣଙ୍କୁ ଏପରି କ୍ରୁଦ୍ଧ ଦୃଷ୍ଟି ଯେ ପକାଇଲ ଏତଦ୍ଦ୍ୱାରା କାହାର କ୍ଷତିକାରକ ହେବ ? ଯେବେ ତୁମ୍ଭେ ଓଷ୍ଠରେ ଦାନ୍ତ କାମୁଡ଼ି ଦେବ ଅର୍ଥାତ୍ ଅତି ରାଗିଯିବ, ଯମ ନିଶ୍ଚୟ ତାର ମୃତାହ ପଞ୍ଚକ ବା ମୃତ୍ୟୁ ପୂର୍ବର ପଞ୍ଚଦାନ ଦେବ ବା ଅନ୍ୟ କା’କଥା ଯମର ମୃତ୍ୟୁ ହେବ । ତୁମେ ରାଗି ତୁମ ଭାଇକୁହିଁ ମାରିଦେବ । ଏହା ଶୁଣି ରାବଣ କହିଲା—ହଁ ହଁ, ସତ କଥା ତ ? ରାବଣ ଏକଥା କହନ୍ତେ ବିଭୀଷଣ କହିଲା —ସିନ୍ଧୁ ମଧ୍ୟରେ ଥିବା ଲଙ୍କାକୁ ଯେବେ ସୀତା ହରଣ କରିବା ଦୁର୍ନୀତି ଯୋଗୁଁ ଗୋଟିଏ କ୍ଷୀଣ ନାବ ବୋଲି ଧରାଯାଏ ତେବେ ତାକୁ ଏତଦ୍ଦ୍ୱାରା ସ୍ୱାତୀ ଯୋଗ ଘଟିଥିଲା । କାରଣ ସ୍ୱାତୀ ଯୋଗରେ ଅମାବାସ୍ୟା, ଶନିବାର ଏବଂ ସ୍ୱାତୀ ନକ୍ଷତ୍ର ଏକତ୍ର ହେଲେ ମହାବାତ୍ୟା ବହିଥାଏ । ଫଳରେ ଏ ନୌକା ନିଶ୍ଚୟ ବୁଡ଼ିଯିବା ସମ୍ଭବ । ଅମାବାସ୍ୟା ପରି ଘୋର କୃଷ୍ଣମୂର୍ତ୍ତି ରାବଣ ଶନି ପରି ଅମଙ୍ଗଳସୂଚକ ଦୈତ୍ୟକୁଳ ବା ଛାମୁଆଁ ପ୍ରହସ୍ତ ସାଙ୍ଗକୁ ଯେଉଁ ସ୍ୱାତୀ ନକ୍ଷତ୍ରର ଅଧିଦେବତା ପବନ ତାର ପୁତ୍ର ହନୁମାନ ମିଶିଗଲେ ଯେଉଁ ଯୁଦ୍ଧ ହେବ ସେଥିରେ ଏ କୁଳ ନିଶ୍ଚୟ ଧ୍ୱଂସ ହେବ । ପ୍ରକୃତ ସତ୍ୟ ନ କହି ପ୍ରହସ୍ତ ଯେ ରାବଣର କଥା ରଖିବାକୁ ଛାମୁଆଁ କଥା କହି ବସିଲା ତେଣୁ ବିଭୀଷଣ ଏହି ଭବିଷ୍ୟତ୍ ଆଶଂକା ପ୍ରକାଶ କଲା । ମୋଟରେ ବିଭୀଷଣ କହିଲା—ମୋର ହିତ ଉପଦେଶ ନ ଶୁଣିଲେ ଜଳରାଶି ମଧ୍ୟରେ ନୌକା ପରି ଯେଉଁ ଲଙ୍କା ଟିକକ ଅଛି, ତାହା ସ୍ୱାତୀ ଯୋଗରେ ବୁଡ଼ିଯିବ ।
କେଶରୀ ଗର୍ଭୁ ଉଦ୍ଭବି ପରାଭବି ଶିବାରେ ହେବାର ପାଞ୍ଚଇଯବନ ସେ ବନବାସୀର ଚରଣ ଶରଣରେ ଦିଅ ଭସାଇମହୀରାବଣେଚାହିଁ ରାବଣ ଆଜ୍ଞା ଦେଲାକରନ୍ତେ ଉଭା କରି ଧରି ସଭାରେ ଲୋଭାବନ୍ତ ହୋଇ ଚଳିଲା ।୪।
କଥା—ରାବଣ ତା ଶୁଣି ମହୀରାବଣକୁ ଚାହିଁ ଆଜ୍ଞା ଦେଲା—ଏଟା ସିଂହ ଗର୍ଭରୁ ଜନ୍ମ ଲାଭକରି ପରାଜିତ ଶୃଗାଳ ହେବାକୁ ଇଚ୍ଛା କରୁଅଛି । ଅତିଶୀଘ୍ର ତାକୁ ବନବାସୀର ଚରଣରେ ଶରଣ ନେବାକୁ ସେ ଯେଉଁ ବାତ୍ୟା ହେତୁ ବନ୍ୟା ଆସିବ ଭାବୁଛି ସେହି ଜଳସ୍ରୋତରେ ଭସାଇ ଦିଅ ଅର୍ଥାତ ଏଠାରୁ ତଡ଼ିଦିଅ । ତା ଶୁଣି ବହୀରାବଣ ବିଭୀଷଣର ହାତ ଧରି ରାଜଦରବାରରେ ଛିଡ଼ା କରାଇ ଦିଅନ୍ତେ ସେ ଗୋଟିଏ ମହତ୍ ଲାଭ ହେବ ଭାବି ଲୋଭନୀୟ ହୋଇ ସେଠାରୁ ଚାଲିଲେ । ବିଭୀଷଣ ଜାଣିଥିଲା ଯେ ଏପରି ନିଷ୍ଠୁର ଅନ୍ୟାୟୀ ଲୋକ ନିକଟରେ ନ ରହି ସେ ଯେବେ ରାମଙ୍କ ନିକଟକୁ ଯାଏ ତାହା ତା ପକ୍ଷରେ ଯଶସ୍କର ହେବ ।
ପାଠାନ୍ତର (୧) (ଜୀବନ ସେ) ଯବନ ସେ ବନବାସୀର ଚରଣ ସରଣୀରେ ଦିଅ ଭସାଇ । (୨) ବିହୀନ ସେ ବନବାସୀର ଶରଣ ସରଣୀରେ ଦିଅ ଭସାଇ । (୩) ଯହିଁ ରାବଣ, ମହୀରାବଣେ ଆଜ୍ଞା ଦେଲା । (୪) (କଲା) କହନ୍ତେ, କରଧରି ଉଭା ସଭାରୁ ଲୋଭାବନ୍ତ ହୋଇ ଚଳିଲା(ଉଠିଲା) ।
ଦୁର୍ଗ ପ୍ରାକାର ପାରି କରି ଦିଅନ୍ତେ ଅନନ୍ତେ ବିଶ୍ରବାକୁମରରହି ଭାବିଲା−ରଥାଙ୍ଗ ଶଙ୍ଖ ଯବ ଧ୍ୱକ ରେଖା ତ ପତ୍ରାମ୍ବରଚାରୁ ଚରଣେଶରଣ ପଶିବି ଯାଇ ଯେଦୟା ନିକେତନ କେତନ ଉଡ଼ୁଛି ଚିନ୍ତା ହେବ କାହିଁ ପାଇଁ ଯେ ।୫।
କଥା—ବିଭୀଷଣକୁ ଲଙ୍କା ଦୁଗର୍ର ପାଚେରି ଡିଆଇଁ ପାରି କରିଦିଅନ୍ତେ, ସେ ଆକାଶରେ ରହି ଭାବିଲା—ଶଙ୍ଖ, ଚକ୍ର, ଯବ, ଧ୍ୱଜ, ଉର୍ଦ୍ଧ୍ୱରେଖା, ଛତ୍ର, ଅମ୍ବରାଦି ଅଷ୍ଟାଦଶ ଚିହ୍ନ ଯେଉଁ ସୁନ୍ଦର ପାଦରେ ଶୋଭା ପାଉଛି, ଯାଇ ତହିଁ ଶରଣ ପଶିବି । ସେ ଦୟା ନିକେତନଙ୍କର କେତନ ଉଡ଼ୁଛି । ମୋର ଚିନ୍ତା ବା କାହିଁକି ହେବ ?
ବିଭୀଷଣ ଦୂତ ମୁଖରୁ ରାମଚନ୍ଦ୍ରଙ୍କର ସଦ୍ଗୁଣମାନଙ୍କର ପରିଚୟ ପାଇପାରିଥିଲା । ତେଣୁ ସେ ତାଙ୍କଠାରେ ନିଶ୍ଚୟ ଶରଣ ପାଇପାରିବ ବୋଲି ସ୍ଥିର ନିଶ୍ଚୟ ହୋଇ ପାରିଥିଲା ।
ପାଠାନ୍ତର—ଅନନ୍ତେ ବିଶ୍ରବା ତନୁଜ, ରେଖା ତ ପତ୍ରାମ୍ବର ଧ୍ୱଜ ।କପି ସୃଷ୍ଟିଙ୍କ ଦୃଷ୍ଟି ବୃଷ୍ଟି ଏକାଳେ ହେଲା ବିଭୀଷଣ ପିଣ୍ଡେ ଯେଭାବିଲେ ରାବଣାନନ୍ଦ ଦଗ୍ଧାଗ୍ନିର ଧମକେତୁ ସମ ଖଣ୍ଡେ ଯେନଭେ ଶୋଭନହୋଇ ଅଛି ଦେଖ ରାଜ ହେ‘ଶ୍ରୀରାମେ ଶରଣ ପଶିବି ଡାକିଲ’ ଦନ୍ତୁଜ ରାଜ ଅନୁଜ ଯେ ।୬।
କଥା—କପିସମୂହର ଦୃଷ୍ଟି ଏପରି ସମୟରେ ବିଭୀଷଣ ଅଙ୍ଗରେ ପତନ ହେଲା । ସମସ୍ତେ ଭାବିଲେ ରାମ ଆମ୍ଭମାନଙ୍କୁ ଘେନି ଯୁଦ୍ଧୋଦ୍ୟମକୁ ଆସିବାରୁ ରାବଣର ଆନନ୍ଦ, ଦଗ୍ଧ ହୋଇ ଯେଉଁ ଅଗ୍ନି ବାହାରିଛି, ବୋଧହୁଏ ଧୂମକେତୁ ପରି ଏହା ସେଥିରୁ ଖଣ୍ଡେ ଆକାଶରେ ଶୋଭନୀୟ ହୋଇଅଛି । ତେଣୁ ସୁଗ୍ରୀବଙ୍କୁ ଡାକି କହିଲେ—ହେ ରାଜା ! ଏହା ଦେଖ । ଏତିକିବେଳେ ଆକାଶରୁ ବିଭୀଷଣ ଡାକଛାଡ଼ିଲା ଯେ ‘ମୁଁ ରାମଙ୍କ ନିକଟରେ ଶରଣ ପଶିବି ।’
ବିଭୀଷଣ କପିମାନଙ୍କର ବିଚାର ଅନୁଭବ କଲା ସେମାନଙ୍କ ଇଙ୍ଗିତରୁ । ତେଣୁ ଭାବିଲା କାଳେ ଯୁଦ୍ଧୋଦ୍ଦ୍ୟମ ହୋଇ ଅଶାନ୍ତି ଅସି ତା’ର ସଙ୍କଳ୍ପ ନଷ୍ଟ ହୋଇଥାଏ, ତେଣୁ ସେ ‘ମୁଁ ଶରଣ ପଶିବାକୁ ଆସିଛି’ ବୋଲି ଆଗରୁ କହିପକାଇଲା ।
ପାଠାନ୍ତର—ଦନୁଜ ରାବଣାନୁଜ ଯେ । ଦଗ୍ଧ ଅଗ୍ନି—(ଦଗ୍ଧାଗ୍ନିର) ନଭେ ଶୋଭିତ—(ନଭେ ଶୋଭନ) ।କର ପ୍ରସାରି ଆସ ଆସ ଉଚ୍ଚାରି ମର୍କଟ ମୁକୁଟାଲଂକାରପୁଣ୍ୟଜନ ବାଣୀ ପୁଣ୍ୟଜନ ଶୁଣି ପ୍ରବେଶ ହୋଇଲେ ସତ୍ୱରରୋମା ରମଣପ୍ରେମାନନ୍ଦେ କଲେ ଆଶ୍ଳେଷରାବଣାନୁଜ ଛିଳିଲେ ହେ କିସ୍କିନ୍ଧ୍ୟାପୁର ହରି ବୀରାବତଂସ ।୭।
କଥା—ମର୍କଟମାନଙ୍କ ମୁକୁଟର ଅଳଂକାର ସ୍ୱରୂପୀ ଯେଉଁ କିସ୍କିନ୍ଧ୍ୟାରାଜ ସୁଗ୍ରୀବ ଏହା ଶୁଣି ହସ୍ତ ପ୍ରସାରଣ କରି ଆସ ଆସ ବୋଲି କହିଲେ । ପୁଣ୍ୟଜନ ସୁଗ୍ରୀବଙ୍କ ବାଣୀ ରାକ୍ଷସ ବିଭୀଷଣ ଶୁଣିପାରି ସତ୍ୱର ପ୍ରବେଶ ହୋଇଲେ । ତହୁଁ ରୋମାରମଣ ସୁଗ୍ରୀବ ବିଭୀଷଣଙ୍କୁ ପ୍ରେମାନନ୍ଦରେ ଆଲିଙ୍ଗନ କଲେ ଏବଂ ବିଭୀଷଣ ଉସହାସରେ ଲଙ୍ଗିତ କରି କହିଲେ—ହେ କିସ୍କିନ୍ଧ୍ୟାପୁର ମର୍କଟ ବୀର ବଂଶର ଯୋଗ୍ୟ ବ୍ୟକ୍ତି !
ପାଠାନ୍ତର । ଉଚ୍ଚାରି—ଭଣିଲେ । ପ୍ରଦେଶ ହୋଇଥିଲେ, ସତ୍ୱର—ପ୍ରବେଶ ହୋଇଲେ ତତ୍କାଳ (ପରିବେଶ ହେଲେ) ଛଳିଲେ—ଛଳିଲା । ହେ କିସ୍କିନ୍ଧ୍ୟା ସ୍ଥିତ ବୀରବୀରାବତଂସ ।
ହେଲା ପବିନ୍ତ୍ର ନେନ୍ତ୍ର ଗାନ୍ତ୍ର ତୁମ୍ଭର ଦରଶନ ପରିରମ୍ଭରେଦୟକର ମୋତେ ଶରଣ ରକ୍ଷଣ ବାନା ବନ୍ଧା ହେବା ସ୍ତମ୍ଭରେରତ ବାତ୍ତାରେନହ, କହ, ଯାଇ, ଚପଳେଅରକ୍ଷ ରକ୍ଷକ ରକ୍ଷକ ନୋହିଲେ ଗତି ନାହିଁ ମହିମଣ୍ଡଳେ । ୮ ।
କଥା—ତୁମ୍ଭଙ୍କୁ ଦେଖି କରି ଏବଂ ତୁମ୍ଭର ଆଲିଙ୍ଗନ ଲାଭ କରି ମୋର ନେନ୍ତ୍ର ଏବଂ ଅଙ୍ଗ ପବିନ୍ତ୍ର ହେଲା । ଶରଣରକ୍ଷଣ ବାନା ବନ୍ଧା ହୋଇଥିବା ଖମ୍ବରେ ଆଶ୍ରୟ ଦେଇ ମୋତେ ଦମ୍ଭ କରିଦିଅ । କଥା ଭାଷାରେ ଆଉ ଅଧିକ ଆସକ୍ତ ନୋହି ଶୀଘ୍ର ଏହି କଥା ଯାଇ କହ । ସେହି ଅରକ୍ଷରକ୍ଷକ ରାମ ଯେବେ ମୋର ରକ୍ଷାକର୍ତ୍ତା ନ ହେବେ ତେବେ ମହିମଣ୍ଡଳରେ ମୋର ଗତି ନାହିଁ ।
ପାଠାନ୍ତର । ଶରଣ ଦେଖାଇ ରଖବାନା ବନ୍ଧା ସ୍ତମ୍ଭରେ (ରକ୍ଷାବାନା ବନ୍ଧାସ୍ତମ୍ଭରେ) ରତବାର୍ତ୍ତାରେ (ରଣବାର୍ତ୍ତାରେ) ।ଶୁଣି କପିପତି ତତକ୍ଷଣି ଗତି−ପ୍ରୀତିରେ ମତିକି ମଜାଇସୀତା ନାଥରେ କରଯୋଡ଼ି କହିଲେ ତୋଷାର୍ଣ୍ଣବେ ଭାଷା ରସାଇବୀରାବତଂସସଢ଼ିଲେ ରାକ୍ଷସେ ତ୍ରସ୍ତରେଦଶମସ୍ତକ ଅସ୍ତ ପାଠ ପୁସ୍ତକ ନ୍ୟସ୍ତ ଆସି ହେଲା ହସ୍ତରେ ।୯।ସୁଷେଣ ମୁଖକୁ ଚାହୁଁ ରଘୁମଣି ଦ୍ୟୁମଣି−କୁମର କହିଲେ—ହେ ଦୁଷଣ−ପର ଶରଣକୁ ଲଙ୍କାଭୂଷଣ ଅନକ ଅଇଲେହୋଇ ବିନତିମୋତେ ତବ କତି ପେଷିଲେଦୟାବିଗ୍ରହ ଅନୁଗ୍ରହ ନିଗ୍ରହ ହୋଇଲେ ଭାସିଲି ଭାଷିଲେ ।୧୦।
ପାଠାନ୍ତର । ତତକ୍ଷଣି—ତତକ୍ଷଣେ । ପ୍ରୀତିରେ ମତିକି ମଜାଇ—ରଚିଲେ ମତିକି ରସାଇ । କରଯୋଡ଼ି—ହସ୍ତଯୋଡ଼ି । ଭାଷା ରସାଇ—ଭାଷା ଭସାଇ । ସଢ଼ିଲେ—ପଢ଼ିଲେ । ପୁସ୍ତକ ନ୍ୟସ୍ତ ହେଲା ଆସି ହସ୍ତରେ—ପୁସ୍ତକ−ଖଣ୍ଡି ପାତ ହେଲେ ହସ୍ତରେ, ପୁସ୍ତକ−କାର ପାତ ହେଲା ହସ୍ତରେ ।
ପାଠାନ୍ତର । ସୁଷେଣ ମୁଖକୁ ଚାହୁଁ ରଘୁମଣି—ଜାମ୍ବବକୁ ଚାହୁଁ ରଘୁବଂଶ ପତି, ସୁଷେଣକୁ ଚାହୁଁ ରଘୁବଂଶପତି । ଦୟାବିଗ୍ରହ—ଅରକ୍ଷରକ୍ଷକ ରକ୍ଷକ ନୋହିଲେ ଭାସିଲି ଭାସିଲି ଭାଷିଲେ । ଦୟାବିଗ୍ରହ ନୁଗ୍ରହ ନୋହିଲା ଭାସିଲି ଭାସିଲି ଭାଷିଲେ । ପୂର୍ବରୁ ଅଷ୍ଟମ ପଦରେ ‘‘ଅରକ୍ଷ ରକ୍ଷକ ରକ୍ଷକ ନୋହିଲେ” ବୋଲି ବର୍ଣ୍ଣିତ ଥିବାରୁ ଏ ପାଠନ୍ତର ସମୀତୀନ ନୁହେଁ ।
ସୁଗ୍ରୀବ ମୁଖରୁ ଶୁଣି ଜାମ୍ବବନ୍ତ ବକ୍ରତରେ ଢାଳି ନେତ୍ରାନ୍ତଶଉରୀ ଉଚ୍ଚାରିଲା ଗର ସରିତୁଁ ଝରେ କେବେ କାହିଁ ଅମୃତଶୁଣି ମାରୁତିବଦତି ଉଚିତ ହେଲା କିବିଶାଖା ଶାଖା କଳ୍ପଦ୍ରୁମ ନିରାଶ ଫଳ ଫଳିବାର ଶୋହେ କି ? ।୧୧।ପ୍ରଫୁଲ୍ଲ ଫୁଲ୍ଲ ନୀଳେନ୍ଦିବର ତନୁ ମିତ୍ର ମୁଖ ଚାହିଁ କହିଲେଜନକତନୁଜା ବିନୁ ସତିଭାନୁ ଭାନୁ ପ୍ରାୟେ ଗୁଣ ବହିଲେଯେବେ ଶଉରୀବଚନେ ଡେରିବା ଶ୍ରୁତିକିଲକ୍ଷଣାଙ୍କ ପଦ ଭୂଷଣ ତବ ଏ ଅଭୂଷଣ ହେବ କ୍ଷିତିକି ।୧୨।
ପାଠାନ୍ତର—(୧୧) ବଦତି ଉଚିତ ନୋହିଲା । ବିଶାଖା ଶାଖା (ସଖା) କଳ୍ପଦ୍ରୁମ (କଳ୍ପେଦ୍ରୁମ) ନିରାଶ ଫଳ ଫଳିବାର (ଫଳିବାରେ) ଶୋହିଲା । ନିଶାଖୀ ଶାଖା କଳ୍ପଶାଖା ନିରାଶ ଫଳ ଫଳିବାରେ ଶୋହିଲା ।
ପାଠାନ୍ତର—(୧୨) ଫୁଲି ପ୍ରଫୁଲ୍ଳି ନୀଳେନ୍ଦିବର ନେତ୍ର ମିତ୍ର ମୁଖ ଚାହିଁ ବୋଇଲେଜନକ ତନୟା ବିନୁ ସିତଭାନୁଠାରୁ ଶତେ ଗୁଣ ବହିଲେଯେବେ ଶଉରୀବିଚାରେ ଡେରିବା ଶ୍ରୁତିକିଲକ୍ଷ୍ମଣାଙ୍କ ପଦ ପୁଷଣ ଦୂଷଣ ନୋହିବ ମିତ କି ?(ନୋହିବ ବିଚାର ମତିକି)ବନ୍ଧା ହୋଇ ବନ୍ଧାଇଚ ଫନ୍ଦାହୀନ ଜନହିତ କୃତ ବାନାକୁଅବିଧି ବିଚାର ନ ଉଚ୍ଚାର କେହି ପ୍ରଚାରିତ ଘେନି ସେନାଙ୍କୁଠାରୁ ଈକ୍ଷଣେସଲକ୍ଷଣ ମୂର୍ତ୍ତି ଲକ୍ଷ୍ମଣେବିଶ୍ରବାନନ୍ଦନ ସନ୍ନିଧି ଗମନ−ସୁଧାନିଧି ହେଲେ ତକ୍ଷଣେ ।୧୩।ସୀତା−କୁନ୍ଦନ−କୁଚ−କୁମ୍ଭ−ଚନ୍ଦନ ଛାମୁଁରେ ବେଦନ ତୁମ୍ଭରଶ୍ରବଣ କରାଉ ଦ୍ରବି ଯାଇ କରି ନେବାକୁ ତୁମ୍ଭଙ୍କୁ ସତ୍ତ୍ୱରସଉମିତ୍ରି ଏଗତି ଆରମ୍ଭ ଲେ ଉତ୍ସବେରୋମାବଲ୍ଲଭ ଦୁର୍ଲ୍ଲଭ ଭାବେ କହି ଦେଖାଇଲେ କର ପଲ୍ଲବେ ।୧୪।
ପାଠାନ୍ତର । (୧୩) ବନ୍ଧାଇଚ—ବନ୍ଧାଇଛି । ଫନ୍ଦାହୀନ—ପଦହୀନ । ଜନହିତକୃତ−ବାନାକୁ—ଜନେ କେହି ନିନ୍ଦା, ବାନାକୁ, ର୍ଦନଜନ ହିତ ବାନାକୁ । ଅବିଧି ବିଚାର—ଅବିଧି ଉଚ୍ଚାର । ସେନାଙ୍କୁ—ଶ୍ରୀହାକୁ । ଠାରୁ ଈକ୍ଷଣେ—ରତବାର୍ତ୍ତାରେ । ଲକ୍ଷ୍ମଣେ—ଲକ୍ଷ୍ମଣ । ସଲକ୍ଷଣ ମୂର୍ତ୍ତି ଲକ୍ଷ୍ମଣ—ରତବାର୍ତ୍ତାରେ, ନୁହ ଅଣ ଯାଇ ବହନ । ତକ୍ଷଣେ—ତକ୍ଷଣ ।
ପାଠାନ୍ତର । (୧୪) ଛାମୁଁ ରୋବନ୍ଦନ ତୁମ୍ଭର । ପାଣି ପଲ୍ଲବେ ।ବହି ତୋଷ ବେନି ଦଶ ନେତ୍ରାନୁକ ସୁମିତ୍ରାନନ୍ଦନ ପୟରେନମି କରପର୍ଣ୍ଣ ଯୋଡ଼ିଲେ ସପର୍ଣ୍ଣ ପ୍ରପନ୍ନ ପ୍ରକାର ଲୟରେକପିଶେଖରଚାହିଁ ଖରେ କହି କୁମୁଦବିଳମ୍ବ ଅରୁଣ ବିମ୍ବ ବିରୋଧିଛି ଗମନ ପ୍ରମୋଦ କୁମୁଦ ।୧୫।ଦୁର୍ବାସାଦି ପୂଜ୍ୟ ଦୁର୍ବାଦଳ ତେକ ପୂର୍ବାଶା ମୁଖରେ ବସ ଯେଚାତକ ତ୍ରୋଟି ଲୋକିତ ଘନ ଘୋଟି ପରାୟେ ଭେଟିଲେ ଆସି ଯେଦୂର ଦୁରିତତୁରିତେ ବିଶ୍ରବାକୁମରପୂର୍ବ ପର୍ବତବିହାରୀ ହେଲେ ହରି ଯଥା ଗର୍ବ ଖର୍ବ ରାତ୍ରର ।୧୬।
ପାଠାନ୍ତର—(୧୫) ହୋଇ ତୋଷ । ସୁମିତ୍ରା କୁମର । ଦର୍ଶନ ପ୍ରକାର ଲୟରେ । କପିଶେଖର । ଥରେ ଚାହିଁ କହେ କୁମୁଦ । ଅରୁଣ ଅମ୍ବୁଜ ବିମ୍ବ ବିରୋଧିରୁ ଗମନ ପ୍ରମୋଦ କୁମୁଦ ।
ପାଠାନ୍ତର—(୧୬) ପୂର୍ବାଭିମୁଖରେ । ପରିରେ—ପରାୟେ । ଦୁରିତ—ଦୁର୍ଗତି ।ତୁରିତେ—ତକ୍ଷଣେ । ରାତ୍ରର—ରାତ୍ରିର ।ଭଣିଲେ କରଯୁଗ ଯୋଡ଼ି କିସ୍କିନ୍ଧ୍ୟା ଈଶ ରଘୁବଂଶ ନାଥ ହେଅଇଲେ ସକଳ ଦୁର୍ମୂଲ୍ୟ ପଦାର୍ଥ ଲଭିବାରେ ସେ ପ୍ରଶସ୍ତ ହେଶୁଣି ଅଧରେହାସ ଜାତ କଲେ ଶ୍ରୀରାମନିନ୍ଦିଲା କଳ୍ପଦ୍ରୁମରୁ ଉଦ୍ଭବିବା ମକରନ୍ଦସ୍ଥିତ କୁସୁମ ।୧୭।ଶୋଭା ସଲିଳେ ନୀଳମଣି ନାବରେ ଖେଳା କଲା ପରି ଚନ୍ଦ୍ରମାଆସ ଆସ ଭାଷ ପ୍ରଚାରୁଁ ବଢ଼ିଲା ଦାଢ଼ି ମୁଖ ପ୍ରଭା ବଡ଼ିମାବିହୁ ସୁମାଳୀ—କୁମାରୀ କୁମର ଜାଣିଲାଧୂର୍ଜଟି ଚିତ୍ତ ସଂପୁଟ ପଦ୍ମରାଗ ମଣି ପୟରେ ପ୍ରଣମିଲା ।୧୮।ପାଠାନ୍ତର—(୧୭) କହିଲେ କର ଯୋଡ଼ି ସେ କିସ୍ମିନ୍ଧ୍ୟାନାଥ ଶୁଣ ରଘୁନାଥ ହେ । ଲଭିବାକୁ ସାମରଥ ହେ । ଶଶୀ ଅଧରେ । ହାସ୍ୟ ଜାତକଲେ ।ପାଠାନ୍ତର—(୧୮) ଇନ୍ଦ୍ରନୀଳ ନାବରେ । ଲୀଳା କଲା ପରି । ମୁଖ ଶୋଭା ବଡ଼ିମା । ଧୂର୍ଜଟି ହୃଦ ।ନଖାବଳି ଝଳି କରି ସେ କାଳରେ ଲଭିଲେ କୁଞ୍ଚିକା ବିଧିକିଫିଟାଇ ଲୁଟିଲେ ନିଟିଳ ପେଟୀ ତା କୁଟିଳ ସଂଶ୍ରବ ସିଦ୍ଧିକିପ୍ରେମ ବଶରୁରସିଥିଲା ଶିର କମ୍ପନେଅତୁଳାଇ ଯୋଗେ ଫୁଲାଇ ହେବାରୁ ଭୁଲାଇ ରଖିଲା ଗୁମାନେ ।୧୯।ହେ ବଳିଷ୍ଠ ଭଠ ଭଠ ବୋଲୁଁ ଉଠି କର ଯୁଗ ଯୋଡ଼ି ରହିଲାକୂଟ ବିଦ୍ୟାକାର ମୁକୁଟକୁ କିପଁ । ତେଜ୍ୟାକଲ ବୋଲୁଁ ବୋଇଲାକ୍ଷିତିନନ୍ଦନାମତି ସରସିଜ ରବି ହେଦେତ୍ୟ ଶର୍ବରୀଶ ଗର୍ବ ପର୍ବତକୁ ମୋ ବଚନ ହେଲା ପବି ହେ ।୨୦।
ପାଠାନ୍ତର—(୧୯) ଲଭିଲା କୁଞ୍ଚିକା ଗତିକି । ଫିଟାଇ ଲୁଟିଲା । ନିଟିଲା ପୁରୁତା କୁଟିଲ ସଂସର୍ଗ ନିଧିକ । ପ୍ରେମବଂଶରେ । ହୋଇଥିଲେ ଶିର କଂପନେ । ଝୁଲାଇ ରଖିଲା ଯତନେ (ସମାନେ) ।
ପାଠାନ୍ତର—(୨୦) ଉଠ ବୋଲୁଁ ଶିରେ । ମୁକୁଟ କିପାଇଁ । ତ୍ୟାଗକଲ ବୋଲୁଁ କହିଲା । କ୍ଷିତିମଣ୍ଡନା ।ରୋଷେ ସ୍ୱେଦ ସ୍ରବି ନାଶ ତାମରସ କାନନେ ହେବାର ଦ୍ୱିରଦକିପଁ । ନିନ୍ଦବା ବନ୍ଦିବାର ଉଚିତ ନୋହିଲେ ସେ କେଉଁ ବରଦନବ ନୀରଦସୁନ୍ଦର ଚରଣ ଯୁଗକୁଲଭିଲି ଯହିଁ ପାଇଁ ଜାଗିଅଛନ୍ତି ଯୋଗିବୃନ୍ଦ ଯୋଗେ ଯୋଗକୁ ।୨୧।କିଣା ହୋଇ ଜଗଜ୍ଜିଣା ଏ ବାଣୀରେ ଭଣିଲେ କିପାଇଁ କାର୍ମୁକନିଦରେ କହ ତ ସୋଦରେ ଶୋଭିତ କେତେ ଗୁଣ ବଳ ବିବେକଭ୍ରାତା କୁମରଚତୁରଙ୍ଗ ରଙ୍ଗବିଧି ଯେଶୁଣି ପାଣି ଯୋଡ଼ି ଭଣିଲା ବିଶେଷ ବିଂଶପାଣି ଅଣସିଦ୍ଧି ଯେ ।୨୨।
ପାଠାନ୍ତର—(୨୧) କାନନର ହେଲା ଦ୍ୱିରଦ । କିପାଁ ନିନ୍ଦିବ । ନୋହିଲେ କି ଏହୁ ଦରଦ । ଲଭିଲି ଯାହା ଯୋଗେ ଯୋଗ (ଯାଗ) କରନ୍ତି ଯୋଗିବୃନ୍ଦ ଯୁଗ ଯୁଗକୁ ।
ପାଠାନ୍ତର—(୨୨) ଭଣିଲେ—ଭାଷିଲେ । ନିଦରେ ବିହିତ, ନିଦରେ କହ ତୁ (ତୋ)ଭ୍ରାତ କୁମର । ଚତୁରଙ୍ଗ ସଙ୍ଗ (ବିଲ)ବିଧି ଯେ । ଶୁଣି ଆଣି ପାଣି ଭଣିଲା ଅଶେଷ ବିଂଶପାଣି ଆଣି ସିଦ୍ଧି ଯେ ।
ବୃନ୍ଦାରକ ବୃନ୍ଦାନନ୍ଦ ଦର୍ପ ବାତେ ସର୍ପ ହେଲା ପରି ବାହାରମନ୍ଦୋଦରୀ କୁଚ କୁମୁଦ ନୀହାର କରତା ଭ୍ରୂଲତା ବିହାରଭୁଜଦଣ୍ଡରମଣ୍ଡନ କୋଦଣ୍ଡ ଚିରାଳବାଜିଗଲେ ଭାଜିଯିବ ଓଜରାଜି ହେବ ପଞ୍ଚ ନଭମଣ୍ଡଳ ।୨୩।ମହାବଳିଷ୍ଠ କୁଳଶ୍ରେଷ୍ଠ କନିଷ୍ଠ ଭ୍ରାତ ଘଟଶ୍ରୁତି ମୂର୍ତ୍ତିକିଘଟନା ଲମ୍ପଟ ନୋହିବାରୁ ଧାତା ରତ ହୋଇ ନାହିଁ ସ୍ତୁତିକିଯାହା ଜଗତୀବିଜୟ ବାଜଣା ଧ୍ୱନିକିଶୁଣିଲାକ୍ଷଣି ଭ୍ରମରୋଗ ଆରୋହେ ଦିନେଶସୁତ ମୂର୍ଦ୍ଧନୀ କି ।୨୪।ରାବଣ ଏବଂ ରାମଙ୍କ ମଧ୍ୟରେ କ’ଣ ପ୍ରଭେଦ ତାହା ଦୁଇଟି ପ୍ରୟୋଗରୁ ଜଣାଯାଏ ।ରାମଙ୍କ ପକ୍ଷରେ ‘ସୀତା−କୁନ୍ଦନ−କୁଚ−କୁମ୍ଭ−ଚନ୍ଦନ’ ଛାମୁରେ, ରାବଣ ପକ୍ଷରେ ମନ୍ଦୋଦରୀ କୁଚ କୁମୁଦ ନୀହାର କରତା ଭ୍ରୂଲତା ବିହାର ।ଭ୍ରୂଲତା ବିହାର—ଆଖି ଡିଆଇଁ ଚମକାଇବା । ଚିରାଳ—ପତାକା । ଓଜ—ବଳ । ପଞ୍ଚ—ବିସ୍ତାରିତ ।
ପାଠାନ୍ତର—(୨୩) ବୃନ୍ଦାବନ ଦର୍ପବାତେ । ମନ୍ଦୋଦରୀ ହୃଦ କୁମୁଦ ନିହାର (କୁମୁଦିନୀ ହାର) କର ତା ଭ୍ରୂଲତା ବିହାର । ହଲିଗଲେ ଓଜରାଜି ଭାଜିଯିବେ ପଞ୍ଚନବ ମଞ୍ଚମଣ୍ଡଳ । ନବ ପଞ୍ଚ ମଞ୍ଚମଣ୍ଡଳ ।
ପାଠାନ୍ତର—(୨୪) ଭ୍ରାତ କୁମ୍ଭଶ୍ରୁତି (କୁମ୍ଭଜର୍ଣ୍ଣ) । ଘଟନା ଲମ୍ପଟ ବିଧିରୁ ବିଧାତା ଗଢ଼ା ହେଉନାହିଁ ଶ୍ରୁତିକି ।ଯାହା ଜ୍ୟେଷ୍ଠସୁତି ଆସି କଷିବାରେ ରସିକରି ପାଣି ପଲ୍ଳବଘସି ନାଶିଲା ନାକପାଳ କପାଳ ଲେଖା ବର୍ଣ୍ଣାବଳି ବିଭବଯାହା ବୀରେନ୍ଦ୍ରବୀର ପ୍ରଶଂସା ଆଚରଣବଳବନ୍ତକୁଳ ବଳ ଦୂର୍ବାଦଳ ଦଳନେ ଶତାଙ୍ଗ ଚଳନ ।୨୫।ହୟ ସମୁଦୟ ବନ୍ଧନ ବିଧାନ ପ୍ରଧାନ କନକ ଶୃଙ୍ଖଳାପ୍ରତୀତ ହୁଅଇ ଯବନ ବିଦ୍ୟାର ଅନୁ ସରିଛନ୍ତି ଚପଳାଗଜେ ଶୋଭିତସମ ଇନ୍ଦ୍ର ଗଜ ସମରେମେରୁ କଇଲାଶ ଆଦ୍ୟ ପ୍ରାନ୍ତ ଦୃଶ୍ୟ ହୁଅନ୍ତି ଯାହାଙ୍କ ଛାମୁଁରେ ।୨୬।ପାଠାନ୍ତର—(୨୫) ଅସି କଣିବାରେ । ପାଣିପଲ୍ଲବେ । ଘସି—ପଶି । ବିଭବ—ବିଭବେ । ପ୍ରଶଂସା ହୁଏ (ପଣ ପ୍ରଶଂସା) ଆଚରଣେ ।ପାଠାନ୍ତର—(୨୬) ହୟ ସମୁଦାୟ । ଗଜ ଶୋଭିତା । ଆଦ୍ୟପ୍ରାନ୍ତେ ଦୃଶ୍ୟ । ଯାହାର (ତାହାଙ୍କ) ଛାମୁଁରେ ।ପ୍ଳବଗଗଣ ଶକତିଧର ପଦେ ପ୍ରମାଦ ବିଚାରି ବିହ ଯେପଢ଼ି କୁମାର ନାମ ସୋମଶିଖର କରମ ବଶରୁ ବିହି ଯେଯାହା ପ୍ରତାପଛାୟା ଛାୟା ଦେବୀ ନାୟକଯୋଗ୍ୟବଶରୁ ଦ୍ୱିରଦ ମୁଖେ ଚାରୁ ପଦେ ହୋଇଲେ ବି ନାୟକ ।୨୭।ଅଣିମାଦି କର ଆଣି ପାଣି ଯୋଡ଼ି ଭଣୁଥାଇ ବାଣୀ ମଣିମାକହିଲେ ଅଧିକ ସବୁ ହେବ ଧିକ ପଦ ବିପଦକେ ମଣିମାପର ପ୍ରମଦାପ୍ରମୋଦ ମଦରେ ଜଡ଼ି ଯେରହିଛି ତୁମ୍ଭ ଆରମ୍ଭ ପରିରମ୍ଭେ ବିନା ବାତେ ଯିବ ଉଡ଼ି ଯେ ।୨୮।ପାଠାନ୍ତର—(୨୭) ପଦକ ଗଣ ସର୍କ ତୀର୍ଥରେ ହେବା । ପଢ଼ି—ପତି । ଦ୍ୱିରଦ—ବିରଦ । ଗୁରୁପଦେ—ଚାରିପଦେ ।
ପାଠାନ୍ତର—(୨୮) ଅଣିମାଦି କର ହୋଇ ଯୋଡ଼ି ପାଣି ବାଣୀ ଭଣୁଥାନ୍ତି ମଣିମା । ଅଧିକ ହୋଇ କି ହେବ ସୁବୁଦ୍ଧିଙ୍କ ପଦ ବିପଦରେ ମଣିମା । ପ୍ରମୋଦ ମଦରେ ପଡ଼ି । ରହିଛି ତୁମ୍ଭ ଅମ୍ବର ବାନା ବାତେ ସରିତରେ (ପରିରମ୍ଭେ) ଯିବ ଉଡ଼ି ଯେ ।
ଶୁଣି ରଘୁମଣି ଭଣିଲେ ଜାଣିବା ରଣେ ତା ବୀରେନ୍ଦ୍ର ପଣ ଯେଏକା କାଣ୍ଡକେ ପ୍ରାଣପତି କତିରେ ପ୍ରାଣ ହେବ ସମର୍ପଣ ଯେଆମ୍ଭ ପ୍ରମାଣଜାଣ ଛୁଉଁ ଧନୁ କମାଣଆଜଠାରୁ ଲଙ୍କା ମହୀରେ ମହୀନ୍ଦ୍ର ତବ ପଦ ହେଲା ନିର୍ମାଣ ।୨୯।ବୋଲେ ମିତ୍ରପୁତ୍ର ହେଲା କି ବିଚିତ୍ର ଚିତ୍ରଭାନୁ କୂଳାମ୍ବୁ ଜକୁସମର୍ପି ଜନକତନୁଜା କନକ ମହୀନ୍ଦ୍ର ଚରଣାମ୍ବୁ ଜକୁକଲେ ଆଶ୍ରିତକି ହେବ ? ଶ୍ରବଣେ ରାଘବଭଣିଲେ, ଜାଣିବା ବିହି ବିହି ନାହିଁ ରାଜ୍ୟଭ୍ରଷ୍ଟ ନଷ୍ଟ ଲାଘବ ।୩୦।
କଥା—ସୁଗ୍ରୀବ କହିଲେ, ସୂର୍ଯ୍ୟବଂଶର ପଦ୍ମ ସ୍ୱରୂପୀ ହେ ରାମ ! ତୁମ୍ଭ ପକ୍ଷରେ ଏ ଶପଥ ବିଚିତ୍ର ହେଲା । କାରଣ ଯେବେ ସ୍ୱର୍ଣ୍ଣ ଲଙ୍କାର ରାଜା ରାବଣ ଜନକତନୁଜା ସୀତାଙ୍କୁ ସମର୍ପଣ କରି ଆପଣଙ୍କ ଚରଣାମ୍ବୁଜକୁ ଆଶ୍ରୟ କରିବ ତେବେ କ’ଣ କରାଯିବ ? କିପରି ଆପଣ ଏହି ପ୍ରତିଜ୍ଞା ରକ୍ଷା କରିବେ ? ତେଣୁ ସୂର୍ଯ୍ୟକୁଳରେ ଜନ୍ମି ଶପଥ ଭଙ୍ଗ କଳଙ୍କ ତ ଅର୍ଜିବେ ? ତା’ ଶୁଣି ରାଘବ ରାମ କହିଲେ, ଫଳରେ ବିଧାତା ରାଜ୍ୟଭ୍ରଷ୍ଟ କଷ୍ଟକୁ ଲାଘବ କରିବା କଥା ମୋ ଭାଗ୍ୟରେ ଲେଖି ନାହିଁ ବୋଲି ମୁଁ ଜାଣିବି । ଅର୍ଥାତ୍ ପ୍ରତିଜ୍ଞା ଅନୁସାରେ ଅଯୋଧ୍ୟାରେ ତାଙ୍କୁ ରାଜା କରି ମୁଁ ଚିରଦିନ ବନବାସୀ ହେବି ।
ପାଠାନ୍ତର—ଜାଣିବା—ଜାଣିମା । ରଣେ ତା—ରଣରେ । ଏକା କାଣ୍ଠକେ—ଏକା କାଣ୍ଡକରେ ପ୍ରାଣପତି କତି । ଆମ୍ଭ ପ୍ରମାଣ—ଏହା ପ୍ରମାଣ । ଜାଣି ଛୁଉଁଅଛି କମାଣ । ଜାଣି ଛୁଉଁ ଧନୁ କମାଣ ।
ପାଠାନ୍ତର—ବୋଲେ ଚିତ୍ରସୂତ । କହେ ମିତ୍ରପୁତ୍ର । ମହୀନ୍ଦ୍ର ଅଭୟ ପଦକୁ । କି ହେବ ପ୍ରମାଣେ ରାଘବ ।ଭ୍ରମିବା ଭଙ୍ଗି ଭଜନ୍ତେ ବା ନରେନ୍ଦ୍ର, ଦୃବିନ୍ଦ ବିଚାରି କହିଲାଭଙ୍ଗତର ଏବେ କଲଟି ଯା ହେବ ମାତ୍ରା ଯୋଗ ମହୀ ପାଇଲାଥିଲେ ଦୁର୍ଯୋଗକଳ୍ପନାର ଯୋଗ ହୋଇବକାଳିନକୁ ବାଳୀସୁତ ବୋଇଲା ଅସୁର କୁଳେ ସେ ସମ୍ଭବ ।୩୧।ହିରଣ୍ୟଗର୍ଭ ଯହିଁ ତ ହରିମୁଖ ହର ହରି କାନ୍ତି ସୁନ୍ଦରବିନାୟକ ପାଶେ ଅରତି ଭାରତୀ ନୃସିଂହଙ୍କୁ ଚିନ୍ତି ମନରକ୍ଷିତରକ୍ଷକବୀର ଶିରୋମଣି ମାନ୍ଧାତାବିନାୟକ ସିଂହ ବୋଲେ ବେନି ମୂର୍ତ୍ତି ତାପ ତମକୁ ମୋ ସବିତା ।୩୨।
ପ୍ରତିଜ୍ଞା ହେଲା ଲଙ୍କାରେ ରାଜାହେବା କଥା, କିନ୍ତୁ ରାବଣ ଶରଣ ପରିଲେ ବିଭୀଷଣକୁ ଅଯୋଧ୍ୟା ଦିଆଯିବ । ତେବେ ସେ ଅଯୋଧ୍ୟା ଘେନିବାଟା ଅସୁର କୁଲ ବୋଲି ସମ୍ଭବ ହେବ ।
ପାଠାନ୍ତର—ଭ୍ରମିବା ଭଙ୍ଗ—ଭ୍ରମ ଭଙ୍ଗକି । ବିଚାରି ଦୃବିନ୍ଦ କହିଲା । କହିବା ଭଙ୍ଗିରେ (ଭଣିବା ଭଙ୍ଗିରେ) ଯାହା କଲା ତାକୁ ମାତ୍ର ଖ୍ୟାତି ଯୋଗ ପାଇଲା । ହେଲେ ଦୁର୍ଯୋଗ । କଳ୍ପନାର ବିଧି ହୋଇବ । ବାଳୀସୁତକୁ କାଲିଞ୍ଜନ କହିଲା ।
ପାଠାନ୍ତର—ହରିଦ୍ରାର କାନ୍ତି ସୁନ୍ଦର । ଦରହର କାନ୍ତି ସୁନ୍ଦର । ହିରଣ୍ୟଗର୍ଭଜା ହରହରିମୁଖ ଦରହାସ କାନ୍ତି ସୁନ୍ଦର । ଶୋଭିତ ଭାରତୀ । ବୋଲେ ଏହି ବେନି ତାପ ତମକୁକକ ସେ ସବିତା । ଏହୁ ବେନି ମୂର୍ତ୍ତି ତାପ ତମ ସବିତା ।
ରାଘବ ବିଳାସଏକଚତ୍ୱାରିଂଶ ଛାନ୍ଦ
ଏହି ଛାନ୍ଦଟି ଚୋଖୀ ବୃତ୍ତରେ ଦଶଟି ମାତ୍ର ପଦରେ ସଂପୂର୍ଣ୍ଣ । ଇନ୍ଦ୍ରଜିତ ସହିତ ଲକ୍ଷ୍ମଣଙ୍କର ପ୍ରାଥମିକ ଯୁଦ୍ଧ ବୃତ୍ତାନ୍ତ ଏଥିରେ ବର୍ଣ୍ଣିତ ହୋଇଛି ।
ଇନ୍ଦ୍ରଜିତ ପ୍ରାସାଦ ମଧ୍ୟରେ କପିମାନେ ଏପରି ଚିତ୍କାର କେଲ ଯେ ସେଠାର ପ୍ରହରୀମାନେ ଗଳ୍ପ କଲେ, ଏହା ଏକ ମହାବିପଦ ଉପସ୍ଥିତ ହୋଇଛି । ଏଗୁଡ଼ାକୁ ଭୟ କରି ଆମେ ବଞ୍ଚିରହିବା ଅତୀବ ଦୁଃଖପ୍ରଦ ଅଟେ ।
ଏ ଘଟଣା ନିଦ୍ରିତ ଇନ୍ଦ୍ରଜିତକୁ ରମଣୀମାନେ ଦେବାରୁ ସେ ଧନୁଶର ଧରି ଣଥରେ ବସି ବାହାରିଛି । କବି ଇନ୍ଦ୍ରଜିତକୁ ସେ ସମୟରେ ବର୍ଣ୍ଣନା କରିଛନ୍ତି—
ଯମ ଦେବତାର ଯମହୋଇଲେ ସେ ହେବ ବାମଏଣୁ ବୀର ବେଶେ ଲେଶ କୁହା ନ ଗଲାମଣିମୟ ରଥେ ବିହରିବାହାରିଲା ସୁଲୋଚନା−କୁଚ−କସ୍ତୁରୀ ।ଇନ୍ଦ୍ରଜିତର ଶୋଭାନୀୟା ସ୍ତ୍ରୀର ନାମ ସୁଲୋଚନା ବୋଲି ପୁରାଣପ୍ରସିଦ୍ଧ ଅଟେ ।
ଇନ୍ଦ୍ରଜିତ ସମ୍ମୁଖରେ ଲକ୍ଷ୍ମଣଙ୍କୁ ଦେଖି କହିଛି—ତୁ ତ ଅତିକ୍ଷୁଦ୍ର, ‘ତୁ ତ ଅତ୍ୟନ୍ତ ଲାଘବ’, ତୋ ସହିତ ମୁଁ କ’ଣ ଯୁଦ୍ଧ କରିବି ? ଯାହା ହେଉ ମୋ ସମାନ କ୍ଷତ୍ରୀ ନ ହେଲେହେଁ ତୋ ଭାଇର ନାଁଟା ରାଘବ । ସେ ପ୍ରକୃତ ରାଘବ ତ ନୁହେଁ, ଆଜି ସେ ମୋ ସହିତ ଯୁଝିବାକୁ ଅଇଲା ନାହିଁ କାହିଁକି ?
ଲକ୍ଷ୍ମଣ କହିଛନ୍ତି—ଆରେ ! ସୂର୍ଯ୍ୟବଂଶୀ ସେ ମହାବୀର ତୋପରି ହୀନ ଲୋକଠାରେ ଏକାନ୍ତ ଦୟାର୍ଦ୍ର ଏଥିରୁ ଜାଣିବୁ । ତୁ ଶିରିଷ ଫୁଲର ଦେହ ବହି ହିମବନ୍ତ ପରି ଦୁର୍ଗମ ଶରୀର ଭାବନା କରୁ କାହିଁକି ?
ଇନ୍ଦ୍ରଜିତ କହିଲା—ଜାଣୁ, ଅହଲ୍ୟାରତିଲମ୍ପଟ ଇନ୍ଦ୍ର ମୋ ରଡ଼ିରେ ମୁକୁଟ ବହନ କରିପାରି ନ ଥିଲା । ମୋର ଗୋଟେ ସେକାଳର ରଡ଼ିର ଏପରି ପରାକ୍ରମ । ତୁ ଅଯଥା ଗର୍ବ କାହିଁକି ଦେଖାଉଛୁ ? ବଜ୍ରଧ୍ୱନି ଆକାଶରେ ହେଉଥିବାବେଳେ ବେଙ୍ଗମାନେ ଯେପରି ନିଜର ପରାକ୍ରମ ଦେଖାଇ ରଡ଼ି କରନ୍ତି, ଭାବୁଛି ତୋ ବାକ୍ୟସବୁ ସେହିପରି ।
ଏପରି ତର୍କ ବିତର୍କ ପରେ ଇନ୍ଦ୍ରଜିତ ଅଙ୍ଗଦକୁ ଦେଖି ପରିହାସ କରିଛି— ରେ ! ତୋ ଆନ ଅଙ୍ଗ ଅଙ୍ଗଦ, ଆସିଗଲା ତ ? ଏହା ପ୍ରକୃତରେ ଅଙ୍ଗଦ ଶୁଣିବା ମାତ୍ରେ ଗୋଟିଏ ବିରାଟ ପଥର ନେଇ ଇନ୍ଦ୍ରଜିତ ର୍ଥରେ ଛେଚିଦେବା ମାତ୍ରେ ତାର ରଥ ଗୁଣ୍ଡ ହୋଇ ଭାଙ୍ଗିଗଲା । ଏବଂ ସେ
ବିଳ ଭଙ୍ଗା ଅହି ପ୍ରକାରଦିଶିଲା ଲାଙ୍କ ବଳିଷ୍ଠ ଜ୍ୟେଷ୍ଠ କୁମର ।
ଏହି ଛାନ୍ଦଟି ଯଦୁମଣିଙ୍କ ନାମରେ ଭଣତି ହୋଇଛି । ସେ ରାଘବ ବିଳାସକୁ ପ୍ରାୟ ତାଙ୍କର ପ୍ରିୟ ରାଜା ବିନାୟକ ସିଂହ ମାନଧାତାଙ୍କ ନାମରେ ଭଣତି କରିଥିଲେ ହେଁ ସେ ଏହି ଗ୍ରନ୍ଥ ଯେ ନିଜେ ଲେଖିଛନ୍ତି, ତାହା ପ୍ରଥମ ଛାନ୍ଦରେ ପ୍ରକାଶ କରିଛନ୍ତି ।
କଳ୍ପି କଳ୍ପି କେତେ ଜଳ୍ପିଲା ଶିଳ୍ପିକାର କୁମ୍ଭରକଳ୍ପେ କଳ୍ପତରୁ ଭଜିଲି ଦୁଃଖ ନ ଗଲା ମୋର ।ରାଘବ ବିଳାସ ପ୍ରବନ୍ଧ ରଚନାକୁ କରିଣବିନାୟକ ସିଂହ ଶ୍ରୀ ମାନଧାତା ଗ୍ରନ୍ଥେ ପ୍ରଚାର ।
ଏହି ଛାନ୍ଦଟି ସଂପୂର୍ଣ୍ଣ ବୋଲି ମନେ ହୁଏ ନାହିଁ । ଇନ୍ଦ୍ରଜିତ ବଧ ପର୍ଯ୍ୟନ୍ତ ନିଶ୍ଚୟ ତାହା ଲେଖା ହୋଇଥିବ । କିନ୍ତୁ ଯାହା ମିଳିଥିଲା ତାକୁ କେହି ସଦୟ ସଂଗ୍ରାହକ ଏପରି ଭାବେ ରଖି ଦେଇଛନ୍ତି । ରଚନା ସେ ଯାହା କରିଥିଲେ ତାର ମୂଳଲିପି ନ ଥିଲେ ପ୍ରମାଦ ହେବା ସ୍ୱାଭାବିକ ।
ରାଘବ ବିଳାସଏକଚତ୍ୱାରିଂଶ ଛାନ୍ଦ(ରାଗ—ଚୋଖି)କପି ବଳଙ୍କ ପ୍ରବଲଚହଳ ଶୁଣି ଚପଲପ୍ରହରୀ ଜଣେ ଜଣକୁ ପଚାରେ ତର୍କିମହା ବିଷମ ଗୁପତପୁରେ ପ୍ରୟର ପୂରିତସ୍ଥିତେ ହୋଇ ରବେ ରତ ହରି ଏ ଏକିଭୟକରି ହରିଙ୍କ ରଣବିହରିବା ପୁରେ ଆମ୍ଭେ ଧିକ ପରାଶ । ୧।ଶଚୀଶକଣ୍ଟକ ନିଦ୍ରାମୁଦ୍ରା ଅପଘନେ ଗଦାପ୍ରଦାନ କରି ପ୍ରମଦାମାନଙ୍କ ବାଣୀମହତ୍ତ୍ୱ ହତ ବିଧାନପ୍ରଦାନ ଗୁଣ ନିଧାନହୋଇଲା ତ ଉତପନ୍ନ କୁମର ମଣି !ଚକ୍ଷୁ ମଳି ଉଠେ ବଳିଷ୍ଠପୁଣ୍ୟବନ୍ତ ମତିଗତି ଗଲା ବୈକୁଣ୍ଠ । ୨ ।ପାଠାନ୍ତର—(୧) ପୁରେ ପୟରେ—ପୟରେ ପୁରୀ ସ୍ଥିତ ହୁଏ ରବି ରିତି । ଭୟକରି ହରି କିରଣ । ବିହରିବା ସ୍ଥଳେ ଏକି ଧିକ ପରାଣ ।(୨) ପ୍ରମଦା ପରି ପ୍ରମୋଦ । ପୁଣ୍ୟଜନ ମତି ଜିତି ଗଲା ବୈକୁଣ୍ଡ । ପୁଣ୍ୟବନ୍ତ ମତି ଗତି ଗଲା ବୈକୁଣ୍ଡ ।ଉଚ୍ଚାରି ଏ ଭାରତୀକିବେନି କନ୍ଧେ ଭାରତିକିମଣ୍ଡନ ହୋଇ କୋଦଣ୍ଡ କାଣ୍ଡ ଧଇଲା‘ଯମ ଦେବତାର ଯବହୋଇଲେ ସେ ହେବ ବାମ’ଏଣୁ ବୀର ବେଶେ ଲେଶ କୁହା ନ ଗଲାମଣିମୟ ରଥେ ବିହରିବାହାରିଲା ସୁଲୋଚନା କୁଚ କସ୍ତୁରୀ । ୩।ଯୂଥାନ୍ତେ ମର୍କଟ ଶ୍ରେଣୀପାଣି ଦେଖାଇଣ ଭଣିଦର କିପାଁ ଅନୁକମ୍ପା ଦତ୍ତକୁ ଯୋଗ୍ୟହିମାଚଳ ହୃଦ ତଟଭେଦନ୍ତା ରମ୍ୟ ଲମ୍ପଟଆୟୁଧ ପେଶିଲେ ତବ ବଧେ ଦୁର୍ଯୋଗଯୋଧାକୀର୍ତ୍ତି ସୁଧା କିରଣହେବେ ସେ ରାମ ଲକ୍ଷ୍ମଣେ ରାମ ଲକ୍ଷ୍ମଣ ।୪।ପାଠାନ୍ତର−(୩) କାଣ୍ଡ କୋଦଣ୍ଡ ଧଇଲା । ବୋଇଲେ ହୁଅନ୍ତା ବାମ । ଏଣୁ ବୀରବେଶ ଲେଶ ଜଣା ନ ଗଲା । ବାହାରିଲା—ବାହାରି ସେ ।(୪) ଘୁଞ୍ଚନ୍ତେ ମର୍କଟଶ୍ରେଣୀ । ପାଣିକୁ ଦେଖାଇ ଭଣି । ଭେଦନ୍ତେ—ଭେଦନେ । ହେବେ ତ ରାମ ଲକ୍ଷ୍ମଣ ରାମ ଲକ୍ଷ୍ମଣ ।ଏ ସମୟେ ରାମାନୁଜସନ୍ଧି କୋଦଣ୍ଡେ ନାରାଜବିରାଜମାନ ଝଟତି ପୁରତେ ହେଲେ‘ତୁତ ଅତ୍ୟନ୍ତ ଲାଘବ’ନାମ ମାତ୍ରକ ରାଘବଯାହା ରଣେ ନଇଲାକ ବୋଲୁ ବୋଇଲେହରୀଶ ସଦୟ ହୀନରେଶିରୀଷ ନାଶେ ଗିରୀଶ ଭାବୁ ମନରେ । ୫।ହସି ଭାଷିଲା ଶିରୀଶଶେଷ ଶିରୀଶ ଶିରୀଶଭ୍ରମ ରୋଗ ମୋ ଭ୍ରମଣ ନିଷାଣ ନାଦେଅହଲ୍ୟା−ରତି−ଲମ୍ପଟବହିଲା ନାହିଁ ମୁକୁଟପ୍ରକଟିଲା ଦିନୁ ମେଘନ ଦ ଶବଦେଗର୍ବ ବହୁ କି ଭାଗ୍ୟବଳେଭେକେ ରଟନ୍ତି ସ୍ତନିତ ଜନିତ ବେଳେ ।୬।
ପାଠାନ୍ତର—(୫) ସନ୍ଧି କୋଦଣ୍ଡେ ନାରାଜ । ବିରାଜମାନ ଆସିଣ ସତ୍ୱରେ ହେଲେ । ଯାହାରକି ନଇଲାତୁ ବୋଲି ବୋଇଲେ । ଗିରୀଶ ମୁଁ ଦମ୍ଭ ହୀନରେ । ଶିରୀଶ ନାଶୁ ଶିରୀଶ ।
(୬) ହସି ଭାଷିଲା ଶିରୀଣ । ପ୍ରକଟିଲା ଦିନୁଁ । ଗର୍ବ ବହ କି ବାହୁବଳେ । ଭେକେ ଡାକିଲି ସଲିଳ ଜନିତ କାଳେ ।ଭାଷିଲେ ରାଘବାନୁଜକାହିଁକି କି ଏଡ଼େ ଚାତୁର୍ଯ୍ୟବସିଲେଣି କାକପୁରେ ଅନୁକୂଳରେଖଣ୍ଡ ଖଣ୍ଡ ହେଲେ ତନୁପ୍ରଚଣ୍ଡ ଖଣ୍ଡ ବଦନୁନ ଛାଡ଼ଇ ବଡ଼ପଣ ତୁମ୍ଭ କୁଳରେକୁମ୍ଭଶ୍ର, ତିଠାରୁ ଏ ଦେଖାକନକ ! ତୋ ବୀରକୁଳ କଲଂକ ରେଖା ।୭।ଚକ୍ରୀରଥର ପୁରତେଚକ୍ରୀ ରହେ କି ବିରତେବିରେନ୍ଦ୍ର ବଧ୍ୟ ବରତେ ନେଷ୍ଠିକ ମୁଁ ଯେତର୍କିନ ପାରି ଆହବଆସିଛୁ କରି ଆହାବଇଚ୍ଛି ଛୁ ଆଶ୍ରୟକୁ ମୁଁ ଦେଲିଣି ଭୁଜେସ୍ୱଚ୍ଛ ଇଚ୍ଛା ଗଚ୍ଛ ତୁ ଆଣଅଗ୍ରଜକୁ ଅଗ୍ରତକୁ କିପଁ । ନ ଆଣ ।୮।ପାଠନ୍ତର—(୭) ବସିଲାଣି କାକପୁର ଅନୁକୂଳରେ । ନ ଛାଡ଼ଇ—ନ ଛାଡ଼ନ୍ତି ।ଶୃତି—ସ୍ଥତି । କୁମ୍ଭସୂତଠାରୁ ତୋ ଦେଖା । ରେଖା—ଲେଖା ।(୮) ଅଗ୍ରଜକୁ ଅଗ୍ରତକୁ କ ଉଜା ଆଣୁ ।ଏହି କାଳରେ ଅଙ୍ଗଦ‘ତୋ ଆନ ଅଙ୍ଗ ଅଙ୍ଗଦ’ବୋଲୁ ନେଇ ରଥପରେ ଶିଳା ଛେଚିଲାଶିଳା ପର୍ବତ ପତନ ଖଣ୍ଡ ଖଣ୍ଡ ସେ ସ୍ୟନ୍ଦନମହୀ ଉଭାରି ଶକ୍ରାରି ଶୋଭା ପାଇଲାବିଳଭଙ୍ଗା ଅହି ପ୍ରକାରଦିଶିଲା ଲଙ୍କ ବଳ ଷ୍ଠ ଜ୍ୟେଷ୍ଠ କୁମର ।୯।ପତିତ ତାରଣ ପାଇଁବେନି ଭୁଜ ଟେକିଦେଇଚକ୍ରେ ବାନ୍ଧି ପତିତ ପାବନ ଚିରାଳବଳଭଦ୍ର ଚକ୍ର ଯୋଗେବାଣୀ ପଦ୍ମା ମଧ୍ୟଭାଗେବସିଥିବାର ଇଷିତ ଭବ ଅଚଳତାଙ୍କ ପଙ୍କେରୁହ ଚରଣେଯଦୁମଣି ଭୃଙ୍ଗରାଜ ଆଚରି ଭଣେ ।୧୦।ପାଠାନ୍ତର—(୯) ଏ ସମୟରେ ଅଙ୍ଗଦ । ତୋ ଆଡ଼ ଆଡ଼ ଆନନ୍ଦ । ଏତେ କହି ରଥ ପରେ ଶିଲା ପିଟିଲା । ସ୍ୟନ୍ଦନ—ସଦନ । ପାଇଲା—ଦିଶିଲା ।(୧୦) ଭୃଙ୍ଗ—ଭୃଗ ।-ଶେଷ-