ଦ୍ୱାଦଶ ଛାନ୍ଦ — ରାଘବ ବିଳାସ — ଯଦୁମଣି ମହାପାତ୍ର · ସ୍ୱର୍ଣ୍ଣଲିପିଦୀନ କୋଟି ନିଧିକି ପ୍ରାପ୍ତ ଭାବି
ସମାଦରେ କର କରି ସଂଯୁକ୍ତ
ନିଜାଶ୍ରମେ ଅଣାଇ ତପୋବନ୍ତ । ୧୦ ।
ପୁରୋଧା ବଶିଷ୍ଠଙ୍କୁ ସମାଦରେ
ଯତୀଶ୍ୱର ଖୁଆଇଲେ ତୋଷରେ
ପିତା ପାଶେ ରାମ ଲକ୍ଷ୍ମଣ ମିଳି
ପାଦେ ପ୍ରଣମିତ ନତ ମଉଳି । ୧୧ ।
ରାମଚନ୍ଦ୍ର ସଲକ୍ଷ୍ମଣ ବହନ
ନୃପାଶା ଚକୋର ସୁଧା ଅଶନ
ଶୁଦ୍ଧ ସଉଧେ ସୈନ୍ୟ ସାମନ୍ତାଦି
ଯଥା ସ୍ଥାନେ ଯେ ଯାହାରେ ସଂପାଦି । ୧୨ ।
ନାନା ଦ୍ରବ୍ୟ ସଯତ୍ନରେ ପ୍ରେରଣ ।
କଲେ ଯତୀନ୍ଦ୍ର ପୁଲକ ଲଭିଣ
ସୁମିଷ୍ଟାଦି ଷଡ଼ରସ ବ୍ୟଞ୍ଜନ
କ୍ଷୀର ସର ପୁରି ଦିବ୍ୟ ଭୋଜନ । ୧୩ ।
ସିଦ୍ଧା ସଞ୍ଚାଦି ପାଇ କେ ହର୍ଷିତ
ହୟ, ଗଜ, ଓଷ୍ଟ୍ର ଖାଦ୍ୟ ତୋଷିତ
ବୀତିହୋତ୍ର ଜ୍ୱଳନରେ ଆଲୋକ
ଜନ ଆତଯାତ ବାଦ୍ୟ ଚମକ । ୧୪ ।
ବାର୍ତ୍ତା ପ୍ରସଙ୍ଗେ ଯାମିନୀ ବିନାଶ
ପ୍ରାଚୀ ଉଦୟାଦ୍ରି ଶିଖେ ଦିନେଶ
ଲୋହିତ ପ୍ରଭାବନ୍ତରେ ପ୍ରକାଶ
ଚରାଚର ଜନ ହୋଇଲେ ଦୃଶ୍ୟ । ୧୫ ।
ଶଯ୍ୟା ବିସର୍ଜନ କଲେ ସମସ୍ତ
ବିଧ୍ୱନି ପ୍ରକଟ ହୁଏ ତୁରିତ
ନବ ଦୁର୍ଗାଧିପ ଶ୍ରୀ ବିନାୟକ
ଶ୍ରୀ ରାଘବ ବିଳାସରେ ରଚକ । ୧୬ ।
ରାଘବ ବିଳାସ
ତ୍ରୟୋଦଶ ଛାନ୍ଦ
କାଳୀ ବୃତ୍ତରେ ତ୍ରଂଶ ପଦରେ ଏହି ଛାନ୍ଦ ସମାପ୍ତ ହୋଇଛି ।ଏଥିରେ ବିବାହ ବେଦୀ ଏବଂ ବିବାହ ସଂବନ୍ଧୀୟ ସାଜସଜ୍ଜା ବର୍ଣ୍ଣିତ ହୋଇଛି ।ଏଥିରେ ଆଦ୍ୟ ଯମକ ବିଶେଷ ଭାବରେ ଦେଖାଯାଏ ।ବୈକୁଣ୍ଠ ଶିରୀବୈକୁଣ୍ଠ ଶିରୀକିଏ ଶୋଭିତ ଏଥିକୁମୁଦବତୀକୁମୁଦବତୀସୁଷମା ସମ ତଥି ।ଏ ବର୍ଣ୍ଣନାରେ ଶବ୍ଦପ୍ରାଧାନ୍ୟ ଅଛି, ତଦ୍ରୂପ ଭାବପ୍ରାଧାନ୍ୟ ରହି ପାରିନାହିଁ; କିନ୍ତୁ ବର୍ଣ୍ଣନା ପ୍ରାଧାନ୍ୟ ରହିଛି ।ରାଘବ ବିଳାସ
ତ୍ରୟୋଦଶ ଛାନ୍ଦ
(ରାଗ—କାଳୀ)ରସ ବିଦଗ୍ଧଏ ରସ ସିଦ୍ଧଶ୍ରବଣେ ତାପ ଦୂରସୁଗତି ପଥହେବ ପ୍ରାପତମିତ୍ରଜ ଦଣ୍ଡ ଦୂର । ୧ ।ପୂର୍ବ ଦେବେଶହେଉ ପ୍ରକାଶସର୍ବେ ତଳ୍ପକୁ ତେଜିଅଜଜ ଇଷ୍ଟଦେବେ ଅଭୀଷ୍ଟଜଣାଇ ଚିତ୍ତେ ତେଜି । ୨ ।ବିଦେହ ଈଶଲଭି ହରଷନିତ୍ୟକର୍ମାନ୍ତେ ଚଳିବେହରଣରେବିଜେ କରିଲେଆଗତ ବାର୍ତ୍ତା ଭାଳି । ୩ ।ଏ କାଳେ ଭାଟକୀର୍ତ୍ତି ପ୍ରକଟକରନ୍ତେ ଲଭି ତୋଷଖୁଣ୍ଟିଆ ଡାକପଡ଼େ ଚମକମଣିମା ଉଚ୍ଚେ ଘୋଷେ । ୪ ।ସରଯୂ ତୀରେନଗ୍ର ସୁନ୍ଦରଈଶ ପୁରୋଧା ଘେନିସଚିବ ପାନ୍ତ୍ରସଙ୍ଗେ ଆମାତ୍ୟଗମିଲେ ତତକ୍ଷଣି । ୫ ।ହୋଇ ହରଷତହିଁ ପ୍ରବେଶବସନ୍ତେ ଯୋଗ୍ୟାସନେଜନ ସକଳହୁଅନ୍ତି ମେଳଦତ୍ତାଜ୍ଞା ତତକ୍ଷଣେ । ୬ ।ମିତ୍ରଜ—ଯମ ।ସର୍ବ କାରଣବୁଝି ତକ୍ଷଣବରଗି ଯେ ଯାହାରେକରିଲେ ଭଗ୍ନସେ ବେହରଣହରଷ ସୁମନରେ । ୭।ରଥ କାରକେଆଜ୍ଞା ଦତ୍ତକେଛାୟା ମଣ୍ଡପ ରଚଦର୍ଶନେ ଲୋକେଅତି ଉତ୍ସୁକେଲୋଭାବନ୍ତେ ସୁସଞ୍ଚ । ୮।ପାଳିଲେ ଆଜ୍ଞାନୋହି ଅବଜ୍ଞାଗତ ସେ ତତକ୍ଷଣଭାଙ୍ଗି ସେ ବେହ—ରଣ ସୁସ୍ନେହଲଭିଣ ବେନି ଜଣ । ୯।ଗ୍ରହଜ ମଗ୍ନହୋଇଣ ଲଗ୍ନରସଜ ଶୁଦ୍ଧି କଲେଜାତ ଜାତକସର୍ବ ସୂଚକବିଭା ବାସର ଭାଲେ । ୧୦।ଶ୍ରବଣେ ବେନିପୁଲକ ଘେନିଲଭିଲେ ମହାନନ୍ଦବିଧି ବିଧାନକଲେ ଘଟଣରାଜ ନିଯୋଗ ବୃନ୍ଦ । ୧୧।ମଣ୍ଡପ ନିର୍ଭାକରୁ ପ୍ରତିଭାଲୋଭା ଦର୍ଶକ ଯୁକ୍ତସୁମନ ଈଶସଭା ପ୍ରକାଶସୁମନା ପଂକ୍ତି ସ୍ଥିତ । ୧୨।ସୁମନା ଶ୍ରେଣୀବ୍ୟକ୍ତିଙ୍କି ଜାଣିଦୋଳରେ ସୁବାସିତପାଣିଜ ମାନକି ବିତପନଏହା ଦେଖିଲା ନେତ୍ର । ୧୩।ରମ୍ଭା ନର୍ତ୍ତନରମ୍ଭା ନର୍ତ୍ତନସମ୍ଭାବନାକୁ ଆଣ,ଦିଗ ବାସରେଦିଗବାସରେପରିଶୋଭିତ ଜାଣ । ୧୪।ପୃଷ ଦଶ୍ୱରେପୃଷ ଦଶ୍ୱରେଆମୋଦ ବର୍ଦ୍ଧମାନ,ଛାୟା ତପରେଛାୟା ତପରେନଗ ସର୍ବାଙ୍ଗ ଘର୍ମ । ୧୫।ବିପତ୍ତି ପତିବିପତ୍ତି ପତିବିମାନ ମାନେ ସେକି,ବିତ ପତିରେବିତ ପତିରେଭାତିରେ ତମଧିକି । ୧୬।ଅମ୍ବର ଶ୍ରେଣୀଅମ୍ବର ଶ୍ରେଣୀସ୍ତମ୍ଭ ବେଷ୍ଟନେ ରାଜେ,ନୀଳ ଲୋହିତନୀଳ ଲୋହିତପତାକା ପଂକ୍ତି ସାଜେ । ୧୭।ବିତପ ନଭାବିତପ ନଭାନାହିଁ ନ ଥିଲା ମର୍ତ୍ତ୍ୟେ,କି ଶୋଭାକରକି ଶୋଭାକରଅଦେହ ନଗ୍ରେ ସ୍ଥିତେ । ୧୮।ବୈକୁଣ୍ଠ ଶିରୀବୈକୁଣ୍ଠ ଶିରୀକିଏ ଶୋଭତ ଏଥିକୁମୁଦବତୀକୁମୁଦବତୀସୁଷମା ଭାମ ତଥି । ୧୯।ବିଚିତ୍ର ପନ୍ତିବିଚିତ୍ର ପନ୍ତିଯହୁଁ ଅର୍କଜା ତହିଁ,ମକର ଚିତ୍ରମକର ଚିତ୍ରପତ୍ର ପରିରେ ଶୋହି । ୨୦।ବେଦି ଚତୁରମଣ୍ଡି ଚତୁରରଥ କାରକ ତୋଷେ,ଦିବ୍ୟ ଭୂଷଣଗାତ୍ରେ ମଣ୍ଡିଣପୁରସ୍କାର ପାଇ ସେ । ୨୧।ନିଜ ଆବାସେଶୀଘ୍ର ଗତ ସେଏ ଅନ୍ତେ ତପେଶ୍ୱର,ନଗର ପୁରମଣ୍ଡଣି କରଦୀପ୍ତିକି ରତ୍ନାକର ।୨୨।ବକ୍ତାଜ୍ଞା ମାତ୍ରେସର୍ବେ ତ୍ୱରିତେବିଚିତ୍ର ଚିତ୍ର ଆଙ୍କି,ତୋରଣା ମାଳମାଳ ମଞ୍ଜୁଳସୁମନ ମଣ୍ଡିଲେ କି । ୨୩।ଦ୍ୱାର ବେଶରେବଂଶ ଅଗ୍ରରେପତାକା ଶ୍ରେଣୀ ରଙ୍ଗେ,ବାତାଘାତରେଚଳେ ଅନ୍ତରେମାନସ ହରେ ବ୍ୟଗ୍ରେ । ୨୪।ଶିଳାନ୍ଦ୍ର ବୃକ୍ଷଦ୍ୱାରସ୍ଥ ଲକ୍ଷଲମ୍ବନ ତ୍ରୋଣ ମାଳ,ଲାଙ୍ଗଳୀ ଚୂତପଲ୍ଲବ ସ୍ଥିତକୁମ୍ଭ ପୂରିତ ଜଳ । ୨୫।ବିବିଧ ଗାନହୁଏ ନର୍ତ୍ତନଅବ୍ୟୟ ବିଲକ୍ଷିତଦୃଷ୍ଟି ପତନବୈକୁଣ୍ଠ ଘେନମାନସ ବିମୋହିତ । ୨୬।ପାର୍ଥବ ଧୀରଦେଖି ନଗରଅସୀମ ପ୍ରେମେ ଚିତ୍ତ,ଜନେ ପ୍ରଶଂସିମୃଦୂକ୍ତ ଭାଷିଧନ୍ୟ ଏ ସୁମଣ୍ଡିତ । ୨୭।ସ୍ୱଦେଶାନ୍ତରଜନାଲୋକରଚିତ୍ତାକର୍ଷକୁ କରେ,ନ ଚଳେ ପାଦତେଜି ବିଷାଦଖେଦ ବର୍ଜିତ ଦୂରେ । ୨୮।ଯହିଁ ପାର୍ଥବୀଅଛି ଉଦ୍ଭବିସେ ଧରା ଧନ୍ୟ ଧନ୍ୟ,ଦେଶ ଚତୁରଭୁବନ ସାରକୁଚ୍ଛା ଭଜିତ ଅନ୍ୟ । ୨୯।ବାସର ପକ୍ଷଯୁକ୍ତ ଯେ ଲକ୍ଷଦୁର୍ଗ ଉଚ୍ଚାରି ଭାବି,ଧରାଜ ସୁତାସୁତ ବିଦିତାତ୍ରିଦଶ ଛାନ୍ଦେ କବି । ୩୦।ରାଘବ ବିଳାସ
ଚତୁର୍ଦ୍ଦଶ ଛାନ୍ଦ
ମଙ୍ଗଳ ଗୁଜ୍ଜରୀ ବୃତ୍ତରେ ପଚାଶ ପଦରେ ଏହି ଛାନ୍ଦଟି ସଂପୂର୍ଣ୍ଣ ହୋଇଅଛି ।
ଏଥିରେ ରାମ ସୀତାଙ୍କର ବିବାହ ବର୍ଣ୍ଣିତ ହୋଇଛି । ବିବାହରେ ଦିଅଁ ମଙ୍ଗୁଳାଠାରୁ କଉଡ଼ି ଖେଳ ଯାଏ ଯେପରି ବିଧିମାନ ହୋଇଥାଏ, ତାହା କବି ଏକାନ୍ତ ସୁନ୍ଦର ଭାବରେ ଚିତ୍ରଣ କରିଅଛନ୍ତି ।
ସ୍ୱନେତ୍ର ଭାବବୈଚିତ୍ର୍ୟ ଏପରି କିଛି ଏହି ଚିତ୍ରଣରେ ରହିପାରି ନାହିଁ । ସାଧାରଣ ବର୍ଣ୍ଣନାକୁ କେତେକ କ୍ଳିଷ୍ଟ ଶଦ୍ଦମର୍ଯ୍ୟାଦା ମଧ୍ୟରେ କେବଳ ରଖାଯାଇଛି ମାତ୍ର ।
ଚତୁର୍ଦ୍ଦଶ ଛାନ୍ଦ
(ରାଗ—ମଙ୍ଗଳ ଗୁଜ୍ଜରୀ)ସୁଗୁଣ ପ୍ରବୀଣ ଗୁଣବନ୍ତ ଶୁଣ ରସଭୂଜ ଭୂପଜୟେ ପରିଣୟ ଭାବ ଭାଷ ।୧।ନଗ୍ରବିତ ପଣ୍ୟନ୍ତେ ନରେଶ ବେନିତୋଷମହା ମହୋତ୍ସବ ଗନ୍ଧଷଣ ଅଧିବାସ ।୨।ଦ୍ୱିଜ ଚୟପୁର ଶୋଭା ଗଣ ଅଣାଇଲେସୁବିଧିରେ ସୁଶୋଭାଙ୍ଗ ପ୍ରଦତ୍ତ କରିଲେ ।୩।ସିନ୍ଧୁଜ ନିର୍ମ୍ମିତ ଘଟ ପ୍ରଦତ୍ତ ଆନନ୍ଦେଅନୁରକ୍ତ ଉଡ଼ୁଭାଗ୍ୟ ବିଲୋଙ୍କୁ ପ୍ରମୋଦେ ।୪।ଅବ୍ଧି ସୁର୍ପ ଦ୍ୱିପଦୀପ ବିଦୀପ୍ତ ମାନରେଅମ୍ବର ତହିଁ ବିଦୀପ୍ତ ଅତି ମନୋହରେ ।୫।ବାଜିରେ ସାଜିତ ସେତ କରୀନ୍ଦ୍ର ଗତିରେକେଶରୀ ନାରୀ ସାରିତ ସୁମନ ଇଚ୍ଛାରେ ।୬।ପ୍ରଜ୍ୱଳିତ ତେଜବନ୍ତ ଆନନ୍ଦ ହିଲ୍ଲୋଳରସନା ବାଦ୍ୟ ଚମକ ଅତିହିଁ ପ୍ରବଳ ।୭।ନଗ୍ରାଗ୍ରାଣି−ବନ୍ଦ୍ୟାର୍ଥରେ ଆଗତ ତତ୍ପରେକରଦରୀ ସୁମନା ସୁମନା ଉପହାରେ ।୮।ଶକ୍ତିରୂପା ପୂରତେ ପୂରତେ ମିଳିବାଳୀରଜନୀଶ ଗନ୍ଧବପୁ ବନ୍ତେ ଦେଲେ ବୋଲି ।୯।ମନ୍ଦାକିନୀ ରାଜମାର୍ଗ ଶୋଭା ପ୍ରକାଶିତସଦନ ବିଟପ ତଟ ପରା ବିକ୍ରାଜିତ ।୧୦।ଜନ ସୁମନ ରାଜିତ ସୁବାସିତ ହାସବାଚକ ଗୋଳ ଉଲ୍ଲୋଳ ରସରେ ସରସ ।୧୧।ବାସଚଳ ଚପଳ ହିଣ୍ଡୀର ଗତାଗତମକର ଚିତ୍ର କୁମ୍ଭକି ଗ୍ରାହବତ ସ୍ଥିତ ।୧୨।ନଗ୍ର ନଦାମ୍ବୁଜ ଭାଷ ରସରେ ପୂରିଛିନାନା ବର୍ଣ୍ଣାମ୍ବରମ୍ବର ଇନ୍ଦ୍ର ଧ୍ୱସା ଜୁଛି ।୧୩।ବାଦ୍ୟଭିଦୁର ଚମକ ଇଭୟେ ରାବଣାରିଙ୍ଗଣ ବର୍ତ୍ତି ଜାତାତ ଧନଞ୍ଜୟ କଣା ।୧୪।ନୃତ୍ୟକାରୀ ଚପଳା ଚପଳେ ବିଦ୍ୟମାନବିସକଣ୍ଠ ଶ୍ୱେତ କେତନରେ ବିତପନ ।୧୫।ଚନ୍ଦ୍ର ଦୀପାଲୋକ ଗୁଳା ହାବେଳି ନିଷାଣବାତେ କ୍ରୋଣା ଚଳାଭୋଗୀ ଭୁକ୍ତିକି ନର୍ତ୍ତନ ।୧୬।ଶଙ୍ଖ ମହୁରୀ ବାହୁକ ଗାନ ଭେକସ୍ୱନଭାଟ କୀର୍ତ୍ତି ଶାମୁକ ସ୍ୱନରେ ବିତପନ ।୧୭।ରାମସୀତା ବିଭାରସେ ଭାବପୂର୍ଣ୍ଣ ଦାନେନୃପ ବେନି ଆଶାୟୀ ଚାତକ ବିଦ୍ୟମାନେ ।୧୮।ସୈନ୍ୟ ଚୟଙ୍କ ଉଷ୍ଣୀଷ ଗୋପକୀଟ ବତହୃଦକାସାର ସଂପୂର୍ଣ୍ଣ ସୁମନ ରାଜିତ ।୧୯।ଛତ୍ରଚାମର ଉଲ୍ଲେଖ କରକା ବିତାନଆଡ଼ମ୍ବର ଚିତ୍ତାନନ୍ଦ ଘେନ ହେ ସୁମନ ।୨୦।ଦେବୀଙ୍କି ନିମନ୍ତ୍ରି ଦାସୀଚୟ ବିଗତିତଅନ୍ନ ନିଉଛାଇ ପୁରେ ଶାଳକ ବରିତ ।୨୧।ବରଷିଲେ ବର ସୁବେଶାର୍ଥେ ତଦନ୍ତରେଦିବ୍ୟାଙ୍ଗେ ଦିବ୍ୟ ଭୂଷଣ ଲାଇଲେ ସତ୍ୱରେ ।୨୨।ବିଭାସ୍ଥାନେ ଚାରିଭ୍ରାତେ ନେଇ ବିଜେ କଲେବେନି ବେନି ବ୍ରହ୍ମାଚାର୍ଯ୍ୟ ବରଣ ହୋଇଲେ ।୨୩।ବଶିଷ୍ଟ ଗୌତମଜ କାଶ୍ୟପ ଗାଧିଜଶିବ ଗୌତମ ଜାବାଳି ଆବର ଭବଜ ।୨୪।ବେଦୋକ୍ତ ଭାଷି ହରିଦ୍ରା ଦେଲେ ପୟରରେପୟର କ୍ଷାଳିତ କଲେ କନ୍ୟାନୁଜ କରେ ।୨୫।ତଦନ୍ତରେ ଅନ୍ତରେ ପଟକ ବସ୍ତ୍ର ଦେଲେବାତାୟୁ ବିନୋଦ ଅନ୍ୟ ନାମ ପ୍ରଚାରିଲେ ।୨୬।ପୂର୍ବୁ ମଥୁରା ଈଶ୍ୱର ପଞ୍ଚବର୍ଣ୍ଣେ ନାମବେନି ବର୍ଣ୍ଣେ ଲୋପେ ଦତ୍ତ ମୃଗ ନାଭି ଭିନ୍ନ ।୨୭।ବସ୍ତ୍ରାନ୍ତରେ ଚାରିଚକ୍ଷୁ ହୁଅନ୍ତେ ମିଳନରସଜା ରସଜାନନ୍ଦ ବିଚିତ୍ର ଏ ଘେନି ।୨୮।ସୀତା ଦୁଃଖକୁ ଝଟତି ରାମ ବିଭାକରେସଖୀଏ ନେଲେ ସତ୍ତ୍ୱରେ ଆପଣା ବାସରେ ।୨୯।ଦ୍ୱିଜ ବାମ ସ୍କନ୍ଧଶୋଭା ପ୍ରେରିତ କରନ୍ତେଚିରକଷ୍ଟୀ ଅଷ୍ଟରତ୍ନ ସ୍ଥି କରଗତେ ।୩୦।ଧାତ୍ରୀ ପୁତ୍ରୀକି ଆନ ନ୍ଦେ ନତକରି ନେଲେଦକ୍ଷ କରାଇ ବସାନ୍ତେ ଶୋଭା ପ୍ରକାଶିଲେ ।୩୧।ସଲିଳେଶଜା କି ଚତୁଷ୍କର ପ୍ରାପ୍ତହୋଇକହ୍ଲାର ରାକା ନିଶୀଶ ଚକୋର ମୃତ ହିଁ ।୩୨।ତଦୁପାନଜ ମୁନୀଶ ପାଳିତା ଦୁହିତାକବିବାଞ୍ଚିତ ଉତ୍ପ୍ରେକ୍ଷା ଅଳଙ୍କାରସ୍ଥିତା ।୩୩।ଚାରିବେଦିକାରେ ଚାରିକନ୍ୟା ବର ଶୋଭାବେଦୋକ୍ତରେ ଦ୍ୱିଜମାନେ ହୋଇ ଅତିଲୋଭ ।୩୪।ବସୁନ୍ଧରା ବସୁଧାରା ଧରାରେ ରାଜିତସପ୍ତାବ୍ଧିକି ଏକତ୍ରିତ ହୋଇ ସମ୍ଭାବିତ ।୩୫।ଶିର ଶୋଭା ଦତ୍ତକଲେ ବରକନ୍ୟା ଶିରେପୁଲେମଜା ବଲ୍ଲଭ କି ଉପମା ବିସ୍ତାରେ ।୩୬।ଶିବା ଚୌରୀ ଦମୟନ୍ତୀ ନଳ ଉଚ୍ଚାରିଲେକ୍ରିୟା ଗୋତ୍ରାନ୍ତେ କରିର ବିଚପ ରୋପିଲେ ।୩୭।ହୋମାରମ୍ଭେ ଲଜ୍ଜାବ୍ରୀଡ଼ା ପାଇ ଦୂରୀଭୂତଇତସ୍ତତ ହୋଇ ସେତ ବିଗତେ ବିଗତ ।୩୯।ଦର୍ଭିକରେ ଦର୍ଭିକରେ ଦମ୍ପତି ଭାବରେବନ୍ଧନ କୃତ ବହିଲେ ସଚ୍ଚିଦାନନ୍ଦରେ ।୩୯।ଭୂଶୁରଜା ଭୂସୁରଜା ପାଶେ ଉପଗତରୁଦନକୁ ବିଚ୍ଛେଦନ କଲେକ ତୁରିତ ।୪୦।ଗଚ୍ଛି ଅଳଙ୍କୃତା ବସ୍ତ୍ରେ ହୋଇଣ ଶୋଭିତାସମରେ ମାରକି ଜୟ କେତନ ରାଜିତା ।୪୧।ତ୍ରିପୁର ଅନ୍ତ ତ୍ରିପୁରାନ୍ତକ ସମରରେଜୟ ଦର ଧ୍ୱନି ବିଜେ ରତ୍ନାଦି ସୌଧରେ ।୪୨।ସାନୁଜ ଘେନିଣ କଟକାଗ୍ରେ ଅଭିଷେକତେସନେକ ଶୋଭାବନ୍ତ ଯୁଗଳ ପ୍ରତୀକ ।୪୩।ଦରାବ୍ମ କରକି କ୍ଷୀର ସାଗର କନ୍ୟକାବିତ୍ତ ପତ୍ୟାଲୟେ ଗତ୍ୱା କି ଅବା ନିଶଙ୍କା ।୪୪।ହର୍ଷିତ ବାସରେ ବିରାଚକ ଖେଳକଲେବଳାକର୍ଷେ ବାଧକାର୍ଥେ ବିଭିନ୍ନ ନ କଲେ ।୪୫।ତଦନ୍ତେ ରତନ ସ୍ଥାଲ୍ୟେ ରୁଦ୍ରାନନ ଗ୍ରାସସମର୍ପନ୍ତେ ରତ୍ନାଙ୍କିତେ ଶ୍ରୀଭୂଜେ ବିନ୍ୟାସ ।୪୬।ପତି ପ୍ରତିବିମ୍ୱ ପ୍ରାର୍ଥୀ ନତାନନେ ଲୋକିନତାଲକ୍ତେ କରାବ୍ମକୁ ସମସ୍ତେ ତରକି ।୪୭।ଗୁରୁ ଗୁରୁଦନ ଲଜ୍ଜାର୍ଥରେ ଏହି ଭାବଏ ବିଧାନ୍ତେ ବନ୍ଦାଇଲେ ଶାଶୁ ଆସି ସର୍ବ ।୪୮।ଅମୂଲ୍ୟ ଦ୍ରବ୍ୟ ପ୍ରଦତ୍ତ ଗତ ତୂରିତରେମହାନନ୍ଦ ସୀତାରାମ ବିଭା ଉତ୍ସବରେ ।୪୯।ବିନାୟକ ସିଂହ ମାନଧାତା ନୃପବରଚତୁଃର୍ଦ୍ଦଶ ଛାନ୍ଧେ ରଚି ଚତୁର୍ଦ୍ଦଶାକ୍ଷର ।୫୦।ରାଘବ ବିଳାସ
ପଞ୍ଚଦଶ ଛାନ୍ଦ
ଲଳିତ କାମୋଦି ବୃତ୍ତରେ ଚଉନ୍ତ୍ରିଶ ପଦରେ ଏହି ରମଣୀୟ ଛାନ୍ଦଟି ସଂପୂର୍ଣ୍ଣ ହୋଇଛି ।
ରାମ ପ୍ରଭୃତି ଚାରି ଭାଇ ଚାରିଟି ରମଣୀରତ୍ନ ବିବାହ କରିସାରି କିପରି ରାନ୍ତ୍ର ହେବ—ପ୍ରିୟମାନଙ୍କ ସହିତ ଭେଟ ହେବ, ଏଥିପାଇଁ ବ୍ୟାକୁଳ ହୋଇଉଠିଲେ ।
ସଖୀମାନେ ନାନା ସୁଷମାପୂର୍ଣ୍ଣ ଭାବରେ ଶଯ୍ୟା ରଚନା କରି ସୀତାଙ୍କୁ ନାନା ସୁରମ୍ୟ ଅଳଙ୍କାରରେ ସଜ୍ଜିତ କଲେ । କବି ଅଷ୍ଟ ଅଳଙ୍କାରରେ କିପରି ସଜାଇଲେ ତାହା ଏକାନ୍ତି ନିରୁପମ ଭାବେ ବର୍ଣ୍ଣନା କରିଅଛନ୍ତି ।
ମଧୁଶଯ୍ୟା ଗୃହରେ ରାମ ଅନ୍ତର୍ଲିପିରେ ଅଗ୍ନିସ୍ପର୍ଶ କରି ସୀତାଙ୍କୁ କହୁଛନ୍ତି — ‘ଜୀବନ ଧନ ଆଜି ନ କର ମାନ’ ସୀତା ମଧ୍ୟ ତଦ୍ରୂପ ନ୍ତ୍ର ବର୍ଣ୍ଣ ଲିପିରେ କହିଛନ୍ତି — ‘ତବ ବିନା ଆନେ ନାହିଁ ଚିତ୍ତ ।’
ଅନନ୍ତର ରତିଗୃହର ନିବିଡ଼ ପ୍ରତିଦାନର ବର୍ଣ୍ଣନା କରାଯାଇଛି । ଗ୍ରନ୍ତ୍ର ଶେଷରେ ସୀତାଦି କନ୍ୟାଗଣ ଗୁରୁମାନଙ୍କୁ ଲୁଚାଇ ନୀତି ସାରି ସୁବେଶିତ ହୋଇଛନ୍ତି ।
ପଞ୍ଚଦଶ ଛାନ୍ଦ
(ରାଗ- ଲଳିତ କାମୋଦି)ଚତୁର ବୁଝ ଚରିତ ଚିତ୍ତେରାମାଦି ଚତୁର ବିଭା ଅନ୍ତେନୃପତି ସଚୀବ ପୁରୋଧାଦି ସର୍ବପାତ୍ର ଅମନାତ୍ୟ ଯୋଦ୍ଧା ଯେତେ ସେଭାଟ ସୂତହାତୀ ରଥୀ ଆଦି ଅପ୍ରମିତବାଦ୍ୟ ପୟେକାର ଶତ ସେ । ୧ ।ଜନକ ପୃରେ ଜନଙ୍କ ଈଶଷଡ଼ରସ ଭୋଜ୍ୟ ପାଇ ତୋଷସମ୍ଭବ ସମ୍ଭାବନାରେ ସର୍ବେ ଲୋଭାନିଦ୍ରାକ୍ଷଣଦାରେ କ୍ଷଣ ନାଶ ସେବାସେ ବାସେବାସରେ ଶୁତିଲେ ସେ ଆଳସେଗ୍ରାସେ ଆଶାକାର ନୋହି ଲେଶେ ସେ । ୨ ।ନାଗର ନାଗରୀ ଗୁଣ ଗୁଣିଦିନ ଦିନକୁ ସେ ଭାବ ମଣିତମ ଚକ୍ର ହତ ତମ ଚକ୍ର ହତଗତାଗତ କେବେ ପୁଣି ହେବେ ସେପ୍ରମଦାରେପ୍ରମୋଦାମୃତ ପ୍ରାପତ ମୋରେଚିରାୟୁ ସୁକୃତ ହେବ ବାରେ ଗୋ । ୩ ।ଏମନ୍ତ ଭାବନା କରୁ ମନେରବି ଅସ୍ତ ଭଜି ସାନୁମାନେହି ଜରୃଦ ନାଦ କରିଣ ପ୍ରମୋଦଆଶ୍ରମେ ଚଳନ୍ତି ସେ ସଘନେ ଗୋହରିତରେହରିତ ଲୋହିତ ନୀଳମାରେପ୍ରକାଶ ରକମୀ ରାଣୀ ତୋରେ ଗୋ । ୪ ।କି ଲାଲଜ ଉଦେ ପ୍ରାଚୀ ନଭେମୟୁଚ୍ୟ ପ୍ରଭା ଅର୍ଜୁନ ଶୋଭେତମ ବିଧ୍ୱଂସନ ତମ ବିଧ୍ୱଂସନରମା ଶ୍ରେଣୀ ଭାବନ୍ତି ଦୁର୍ଲ୍ଲଭେ ଗୋବିଧି ନିର୍ଭାଦୂର ହେବ ଆଜି ତୋର ପ୍ରଭାଏ ବିଧିରେ ସର୍ବେ ହୋଇ ଲୋଭା ଗୋ । ୫ ।କେଳତିପୁରେ ପ୍ରବେଶ ହୋଇଚନ୍ଦ୍ରାଲୋକ ବିତାନ ଟଣାଇଁନିର୍ଭାତି ଭିତ୍ତିରେ ବିଚିତ୍ର ଚିତ୍ରରେଆଦରେ ଆଦରଶକୁ ଥୋଇ ଗୋପାଣିଜରେଚାଣ୍ଡେ ଚାଣ୍ଡେ ପେଣ୍ଡି ମଣ୍ଡି ଦେଲେହାଟ କାରି ଲୋକିତ ଖଟରେ ଗୋ । ୬ ।କୁମ୍ଭୀର ପକ୍ଷୁଁ କି ବିପତନଆଳୀ ଭାଳି କରି ସଯତନସାର ସାରସ ତୁଳିକା ତଳ୍ପକୁଜଳ୍ପିଲେ କଳ୍ପନା କରି ମନ ସେସୁମନାରେସୁମନା ସୁମନ ବାଞ୍ଛା କଲେଚନ୍ଦ୍ରରଜ ଦେଇ ତଥିପରେ ଗୋ । ୭ ।ଶିର କର ପଦ ଅପସରପ୍ରଦୀପ ପଲଙ୍କ ଚୌପାଶରଜ୍ୱଳନେ ସୁନ୍ଦର କେଳତି ମନ୍ଦିରବନପତି ପୁର ସୁଷମାର ଗୋସୁସିଂହାରୀଆଚ୍ଛାଦନ କଳେକ ମଶାରିରଖି ଯତ୍ନେ ବାସଜଳ ଝରି ଗୋ । ୮ ।ଫଳହୀନ ପକ୍ୱ ପଲ୍ଲବରେଯୁକ୍ତି ମୋତି ଭସ୍ମ ତହିଁ ପରେଯଜ୍ଞ ଦେବ ସ୍ଥିତି ଫଳ ଭାଙ୍ଗି ଦତ୍ତସୁବାସ ବିଟପା ରସ ଦେଲେ ଗୋଯତ୍ନେ ରଖିନାହିଁ ପୁରେ ପୁର ଉପଲିକ୍ଷିନଳନା କଳନା ସୁଷମା କି ଗୋ ।୯।ଏ ବିଧି ବିଧାନେ କରି ଶେଷସ୍ୱର୍ଣ୍ଣ ପୀଠପରେ ନାରୀଈଶଘେନି ସହଚରୀ କଚେ ତୈଳ ବେଳିମାତଭଙ୍ଗେ ସଜାଇଲେ କେଶ ଗୋସୁବେଣୀକିବାନ୍ଧ ହେଉ ଲକ୍ଷ ବଡ଼ଶୀକିମନଝସ ଟାଣିନେବ ସେ କି ଗୋ ।୧୦।ଭିଡ଼ା ଭିଡ଼ି କେତନକୁ ଖୋସିଚିତ୍ତ ଦେଶେ ଚିତ୍ତ ଦେଉ ରସିଅଷ୍ଟ ଅଳଙ୍କାରେ ଅଷ୍ଟଧା ବଳୟେଅଷ୍ଟାପଦେ ଘଞ୍ଚେ ବଜ୍ରେ ରସି ସେକର୍ଣ୍ଣ ଦେଶେସୁଭୂଷଣ ପରେ ଅବତଂସେମକାରୀ ଲେଖିଲେ ଗଣ୍ଡଦେଶେ ଗୋ ।୧୧।କଞ୍ଜ ନେତ୍ରାଞ୍ଜନ ଧାର ନାଳକର୍ଣ୍ଣଦେଶେ ନାନା ଭଳି ମାଳଉରଜେ କାଞ୍ଚଲି କୁଞ୍ଚି ନୀଳାମ୍ବରୀସଜାଇ ରଞ୍ଜାଇ ତତକାଳ ଗୋକରଭୂଷାରତ୍ନ ବିତପନ କଲେ ଯୋଷାମୁଦି ସିଦ୍ଧି ବିଧି ସୁମାନସା ଗୋ ।୧୨।କଣ୍ଠୀରବ ମଧ୍ୟେ ହେମ ଘଣ୍ଟିଗଣ୍ଠି ଦେଲେ ଗତି ବେଳେ ରଟିପ୍ରପଦରେ ବାଳା ଦେଲେକ ଅବଳାକିଣିକିଣି କିଙ୍କିଣି ପ୍ରକଟି ଗୋନାଗବଳୀଭୁଞ୍ଜାନ୍ତେ ଉପମା ନିଉଛାଳିଓଷ୍ଠ ଦରଦଞ୍ଚ ପ୍ରାୟେ ଝଳି ଗୋ ।୧୩।ବୀରେନ୍ଦ୍ର -ଅଗ୍ରଣୀ ଶ୍ୟାମ ଗାତ୍ରବନଜାନନ ବନଜ ନେତ୍ରଡାଳି ଘଣ୍ଠୀଧ୍ୱନି ରଙ୍କୁ ଯଥା ଶୁଣିକେଳତ୍ୟାଳୟରେ ତଥା ରାତ୍ର ଗୋରଦାସନେବିଜୟ ସୁନ୍ଦର ହର୍ଷ ମନେଚାତକାଶା ଯେହ୍ନେ ଘନ ବନେ ।୧୪।ଆଗାରରେ ଚାରି ସହୋଦରଅନିମିଷେ ନିଶି ଆଶାକରଏ କାଳେ ସଜନୀ ରଜନୀଶାନନୀଘେନି ପହଣ୍ଡରେ ତତପର ଗୋଗୃହାନନେନାରୀ ଅନ୍ତର କରିଲେ ଘନେଦେହଳୀ ବଳାଇ ସଯତନେ ଗୋ ।୧୫।ନାରେ କେଶରୀ କେବା ସରିକେଶରୀ ମଧ୍ୟାକୁ ଧୀରେ ଧରିଅତନୁ ସମରେ ସୁତନୁ ଭ୍ରମରେକେବେ ନ ପୀଡ଼ିବ ବଳକରି ଗୋସୁମନାକୁତୁମ୍ଭେ ଭଙ୍ଗ ମଧୁ ଚାଖିବାକୁସେ ସୁବାସେ ମନ ମୋହିବାକୁ ଗୋ ।୧୬।ଅଭିନବ ବୟ ସୁବେଶୀକିଶ୍ୟାମଳ ସୁନ୍ଦର ସେ ବିଲୋକିଦ୍ୱିପୀରଦନ-ସୁପାତି ତେଜିଛନ୍ତିହୋଇ ବଳାତ୍କାରେ ନେଲେ ସେ କି ଗୋରଙ୍କ ହୋଇଅଙ୍କରେ ମଣ୍ଡନ କରୁ ନେଇପଙ୍କେରୁହନେତ୍ରୀ ତ୍ରପା ବହି ଗୋ ।୧୭।ଅଶ୍ୱର କି ନାମ ଅଛି ସହି ?(ବାଜୀ)ନୂତନା ବୟସୀ କି ବୋଲାଇ ?(ନବ)ସିଂହ କାହିଁ ବାସ ବୁଝ ନାରୀଈଶ(ବନ)ଟେକ ଚନ୍ଦ୍ରାନନ ତୋଷ ବହି ଗୋଯତି ନାମ(ସିଦ୍ଧ)ପିକଧ୍ୱନି କି କି ବୋଲି ଜନ(ସ୍ୱନ)ଜାଗ୍ରତ ଲୋକେ ଶୁଣି କା ଗାନ ଗୋ ।୧୮।(କୂଆ)ରବିତାପ ନାମ ହୁଏ କିସ ?(ତେଜ)କୃଷକାନନ୍ଦ ପାଇ କା ରସ(ଘନ)ମନ୍ଦେ କେ ପାଳିତ ଛନ୍ଦ ନ ଘେନି ତ(ପିକ)ହୃଦାନନ୍ଦେ ଘେନ ହୋଇ ତୋଷ ଗୋକାମଧର(ଶର)କି ନାମ ବୋଳନ୍ତି ନାରୀବର(ରାମା)ତପୀ କି କରନ୍ତି ହୋଇ ସ୍ଥିର ଗୋ ।୧୯।(ଧ୍ୟାନ)ଅନ୍ତର୍ଲିପି ଏହା ବୁଝି ସଖିବେନି ବେନି ବର୍ଣ୍ଣ ଲେଖିରଖିପ୍ରାନ୍ତ ବର୍ଣ୍ଣ ଘେନ ମୋ ‘‘ଜୀବନ ଧନଆଜ ନ କର ମାନ” ଉପେକ୍ଷି ଗୋପ୍ରିୟସହିକାହାଠାରେ ଦୋଷ ମୋର ନାହିଁଏତେ କହି ପ୍ରଦୀପକୁ ଛୁଇଁ ଗୋ ।୨୦।ବୁଝି ମଇଥିଳୀ ପାଠ କରିହେଠ ମୁଖେ ବସିଣ ବିଚାରିଲେଖନ୍ତି ତ୍ରିବର୍ଣ୍ଣ ମଧ୍ୟାକ୍ଷରେ ଘେନଆଦ୍ୟ ପ୍ରାନ୍ତ ଲୋପ ହୃଦେ ସ୍ମରି ହେବୁଧଜନଏ ବିଧି ବିଧାନ ମାନ ଘେନଗୁପ୍ତୋକ୍ତି ନିର୍ଜନେ ସୀତାରାମ ହେ ।୨୧।ବାର୍ତ୍ତା ଶ୍ରବଣାନ୍ତେ କି ବୋଲାନ୍ତି (ଉତ୍ତର)ଅନିଳର ନାମ କି ପ୍ରବର୍ତ୍ତୀ(ପବନ)ହୁରି ଖେଳ ନାମ କିସ ବୋଲି ଜନ(ଅବିର)ବର୍ଣ୍ଣନ୍ୟାସେ ଦେଇଥିବ ମତି ହେଜୀବହତେ(ବିନାଶ)ଆଦି ପାକ୍ୱଶାଳୀ କେହୁ ମର୍ତ୍ତ୍ୟେ(ବିଆଳି)ମୃଗେନ୍ଦ୍ରକୁ ଜନେ କି ଭାଷନ୍ତେ ହେ ।୨୨।(ବନେଶ)ଅମାନିତା ନରେ କିସ ଭାଷି ?(ଘେନାଇ)ବଦାନ୍ୟରେ କେଉଁ କଥା ଘୋଷି ?(ଅହିଂସା)ସୁବାସରେ କିସ ହୁଅଇ ପ୍ରକାଶ(ଆମୋଦ)ବିରସ ନ ହୋଇ ଏଥି ରସ ହେବୀଣାଧାରୀ(ନାରଦ)ଅଦ୍ଭୁତର ନାମ କି ପ୍ରଚାରି(ବିଚିତ୍ର)ବିପଦାର୍ଥେ କେଉଁ ନାମ ସରି ହେ ।୨୩।(କାତର)ସୁମନ କଳୀ ଗୃଚ୍ଛକୁ ଦେଗେକେତକୀ ଦଳେ ସେ ଅନୁରାଗେନେତ୍ରାଞ୍ଜନ ନଖେ ଲେଖିଲେକ ସୁଖେଚପଳରେ ଦତ୍ତ କାନ୍ତ ଆଗେ ଗୋନରେଶଜପଠନେ ଆନନ୍ଦ ହୃଦୟାବ୍ଜବୋଇଲେ ଗୋ ସହି ତ୍ରପା ତେଜ ଗୋ ।୨୪।ଜାତ ବେଦ ବେଦ ମତେ ସାକ୍ଷୀକାନ୍ତା କାନ୍ତ ହୋଇ ମହାସୁଖୀସ୍ମର ଶରଘାକ୍ତେ ରତି କାମ ଯୁକ୍ତେମଦନ ସାଗର ଉପଲକ୍ଷିଚତୁଷଷ୍ଠୀବନ୍ଧ-ବିଚ୍ଛେଦନ ଯାଏ ଘଟିସଲୀଳକ ଶାସ୍ତ୍ରକୁ ପ୍ରକଟି ଗୋ ।୨୫।ବିପଦାର୍ଥେ—ବିପଦ ଅର୍ଥରେ । ୨୨-୨୩—ମଧ୍ୟାକ୍ଷର—’‘ତବ ବିନା ଆନେ ନାହିଁ ମୋର ଚିତ୍ତ ।”ତୃଷାରେ ଶାନନ ଜଡ଼ମତଓଷ୍ଠ ବିମ୍ବପୁର ମଧୁ ଖ୍ୟାତଉରଜାବ୍ଜ ଗିରି ସମ ସାମ୍ୟକରିହେମ ଶିଶିର ବସନ୍ତ ଯୁକ୍ତ ସେମାର ଶରପ୍ରଭାବନ୍ତ ବେଳୁବେଳ ଜୂରବଇଜୟନ୍ତୀରେ ରମ୍ୟ କର ଗୋ ।୨୬।ଘନ ଜଘନାର ରସେ ରସିଚିତ୍ତ ଚାତକ ପିପାସା ତୋଷିଶିଳୀନ୍ଦ୍ର ତରଣୀ ରସାବ୍ଧ ସରଣୀବିତରି ମାରଇ ଇଷି ଇଷି ଗୋଲକ୍ଷ୍ୟହୀନରସାନ୍ତେ ପ୍ରବଳେ ଲଭି ଛନ୍ନପକ୍ଷ ନଷ୍ଟେ ଯଥା ଦ୍ୱିଜଗଣ ଗୋ ।୨୭।ଅନ୍ୟାନ୍ୟଜ ପୀଡ଼ା ଜ୍ୱରାଘାତେନାଗରେନ୍ଦ୍ର ତାପ ଲଭି ଗାତ୍ରେଦର ଦଞ୍ଚାଧରୁ ଅମୃତ ପାନରୁଟାଙ୍ଗଣାଦି ବ୍ୟୋକ୍ତି ସମଯୁକ୍ତେ ଗୋମନଶୀଳଅଭ୍ରକରସାକୁ କରି ମେଳମଧୁହାରୀ ପାଇ ଶାନ୍ତି ଭୋଳ ଗୋ ।୨୮।ହାଟକ ପ୍ରାପତ ବଣିକରେଦଗ୍ଧିତାନଳେ ସେ ରସ ଭରେନାନାବିଧ ଭାବେ ନିର୍ମ୍ମିତ ସମ୍ଭବେବିନ୍ୟାସ ନାଶାସେ ଅଳଙ୍କାରେ ଗୋଅଷ୍ଟରତ୍ନେମଣ୍ଡିତ ଖଣ୍ଡିତ କିସ ଯତ୍ନେବିତପନ ପୃଥ୍ବୀଜାର ଗାତ୍ରେ ଗୋ ।୨୯।ସଲୀଳଜ—କୌତୁକରୁ ଜାତ (ଲୀଳ—କୌତୁଜ)କଷି କଷଟି ସେ ଲୟ କରେଏ ଖଣ୍ଡ ଚୁମ୍ବନ ମୂଲ୍ୟାର୍ଥରେହୃଦମଣି ମଣି ଘେନିଣ ରମଣୀସୁରସୀ ସଦନେ ତ୍ରିଯାମାରେ ଗୋପ୍ରେମାନନ୍ଦେନବଘି ଦିବ୍ୟୁ ଯଥା ସାନ୍ଦ୍ରକନାକାଙ୍କେ ନୀଳମଣି ମୋଦ ଗୋ ।୩୦।କ୍ଷପାଗତାନ୍ତରେ ନଭ ଶୋଭାଅହି ମକର ଉଦୟେ ଲୋଭାକୋକନଦ ଛବି ହରିତାଶ୍ୱ ରବିଶ୍ରୀପୁର ପ୍ରଦୀପ ମଳିନାଭା ଗୋସୁରମଣିକରଟ ରଟ ପ୍ରକଟ ଶୁଣିସଦନାନ୍ତର ସେ ତତକ୍ଷଣି ଗୋ । ୩୧।ନଳିନାନନ ମଳିନ ଦିଶେଦଳିତାଞ୍ଜନ ବିଭିନ୍ନ କି ସେସୁବାସାଙ୍ଗୀ ବାସ ନୀବିବନ୍ଧନ୍ୟାସବିନ୍ୟାସ ହେବାରୁ କି ବିକାଶେ ସେଗତିମନ୍ଦବେଣୀ ବ୍ୟାଳ ମନ୍ତ୍ରୀ ରଜଭେଦକାମ ନାଗେଶ୍ୱର ପଦ ଗଦ ସେ । ୩୨ ।ବିବେଶ ଦେଖି ସେ ବାଶକାରୀଗୁରୁଜନେ ଲଜ୍ଜା ହେବା ସ୍ମରିଶୀଘ୍ରେ ନିତି ନୀତି କଲେକ ଝଟତିଅଙ୍ଗ ଚିହ୍ନମାନ ଲୁପ୍ତ କରି ସେପ୍ରିୟଦାସୀପୁରେ ଚାରି କନ୍ୟା ନେଲେ ରସିମାନସରେ ସର୍ବେ ହୋଇ ତୋଷି ସେ । ୩୩ ।ବିନାୟକାଂଘ୍ରି ନଳିନ ଧ୍ୟାୟିବିନାୟକ ମାନଧାତା କହିବିନାୟକ ବିନା କେ ମୋର ନାହିଁ ନାବିପତ୍ତି ନାଶ ବିପତି ସେହି ସେନିର୍ବିଘ୍ନରେସଂପୂର୍ଣ୍ଣ ରାଘବ ବିଳାସରେଆଶା ପୂର୍ଣ୍ଣ କେବେ ହେବ ମୋରେ ସେ । ୩୪ ।ରାଘବ ବିଳାସ