ସପ୍ତମ ଛାନ୍ଦ — ରାଘବ ବିଳାସ — ଯଦୁମଣି ମହାପାତ୍ର · ସ୍ୱର୍ଣ୍ଣଲିପିବନୌକାଏ ବୃଦ୍ଧି ଆନନ୍ଦ ଅବ୍ଧି
ସୁର—ଦ୍ୱି ଷଚୟ ରାମ ସିଂହାରି
ମଖ ପକ୍ଷ ହୋଇ କୋଦଣ୍ଡଧାରୀ ସେ
ଯଜ୍ଞାରମ୍ଭେ ସମାପନେ ଯେ,
ବୀରେନ୍ଦ୍ର ମଉଳିଅକ୍ଷତ ପ୍ରଦତ୍ତ
ତହିଁ କରିଲେକ ତୂର୍ଣ୍ଣ ଯେ । ୮ ।
ରାମ ରାମାନୁଜେ ମୁନି ସନ୍ତୁଷ୍ଟ
ଶରାସନ ବିଦ୍ୟା ପ୍ରଦତ୍ତ ହୃଷ୍ଟ
ଦରଦକ୍ଷୟ କାରକ ବୋଲାଅ
ତ୍ରିପୁର ପୁରାଗ୍ରେ ଧ୍ୱଜା ଉଡ଼ାଅ ଯେ
ବିଜୟ ଜୟ ତାରକ ଯେ
ଫଳାଶନ କରିଯଜ୍ଞ ରକ୍ଷାକାରୀ
ମାନସେ ଲଭି ପୁଲକ ଯେ । ୯ ।
ଅନ୍ତେ ଅଦେହଜିପ୍ରଜା ନାୟକ
ଦୁହିତାର୍ଥେ ବଡ଼ ହୋଇ ଉତ୍ସୁକ
ଦ୍ରୁତେ ଦୂତ ଦୁର୍ଗ ମାର୍ଗେ ଚଳିଲେ
ଭୋଟ ମରହଟ୍ଟ ବାହ୍ଲିକେ ଗଲେ
ଶୁଭ ବାଚକେ ପ୍ରକାଶି ଯେ
ଋତ୍ୱନ୍ତେ ବାସରେବାସରେ ପ୍ରବେଶି
ସମସ୍ୟା ଜନକେ ଭାଷି ଯେ । ୧୦।
ଧ୍ୟାନୀଶ ପ୍ରେମାନନ୍ଦ ମାନସରେ
ସମାରମ୍ଭ କଲେ ବିଧି ମତରେ
ଦ୍ୱିର-ଦାର୍ବିଈଶ ସଚିବ ସୌଧ
ଭୋଜ୍ୟ, ପେୟ, ଲେହ୍ୟ, ଚୋଷ୍ୟ ପ୍ରସିଦ୍ଧ
ବଳ ପ୍ରବଳ ସାଜିଣ ଯେ
ସୁତ ମାଗଧ ଜନକ ରାଜପୁରେ
ସାଜିଣ ଦିବ୍ୟଭୂଷଣ ଯେ । ୧୧ ।
ଦିଗରକ୍ଷ ଲୋକେ ଯାନ ଆରୋହି
ସମ୍ଭାର ଆରମ୍ଭେ ବିନୟ ହୋଇ
ନିଶାଣ-ଚୟ ଘୋଷଣା ଦିଆଇ
ବିଘ୍ନକର୍ତ୍ତା ବିଘ୍ନାର୍ଥକେ ମଣାଇଁ
କେ ରମା ଉମେଶ ଚିନ୍ତି ଯେ,
ମଙ୍ଗଳେ ମଙ୍ଗଳା-ଅଂଘ୍ରି କରି ଭେଳା
ସୁଲଗ୍ନ ବେଳେ ଗମନ୍ତି ଯେ । ୧୨ ।
ମୁନୀଶାଶ୍ରମ ଆଶ୍ରମେ ମିଳିଲେ
ବାଦ୍ୟକାର ବାଦ୍ୟଧ୍ୱନି କରିଲେ
ବିଜିଘୋଷ ଭେରୀ ଦମାଲୁ ତୁରି
ଘଣ୍ଟା, ଡିଣ୍ଡିମ, ମଙ୍ଗଳ, ମହୁରୀ
ଦୁଲୁଦୁଲୁ ସେ ଧପଟ ଯେ
ମାର୍ଗେ ବର୍ଗେ ବର୍ଗେଜନକ ସଂସର୍ଗେ
ବାସ ତମି ଗମି ଥାଟ ଯେ । ୧୩ ।
ନର୍ତ୍ତକୀ ମଙ୍ଗଳାରମ୍ଭ କରନ୍ତି
ସ୍ଥାନାନ୍ତେ କେ ବିଟପାଗ୍ରେ ଦେଖନ୍ତି
ଖର୍ବ ଖର୍ବ ଅର୍ବ-ବୃନ୍ଦ ଦ୍ୱି ଦନ୍ତୀ
ଅଗଣା ପୂରିତ ଦୁର୍ଗାଧିପତି ସେ
ଧରାଜା ଅର୍ଥେ ଉତ୍ସବ ଯେ
ଛତ୍ର ଚାମରଚିରାଳ ବିତାନରେ
ମିତ୍ରାତପହୀନ ଭାବ ଯେ । ୧୪ ।
ଜନକ ଜନଙ୍କ-ନାୟକେ ଚର୍ଚ୍ଚି
ସମ୍ଭର୍ବେ ସଭାରମ୍ଭକୁ ବିରଚି
ଲୋଭା ବନ୍ତରେ ନଗ୍ରାଧିପ-ଚୟ
ସର୍ବ ଧୃତ ଭାତି ଦର୍ଶନେ ଲୟ ସେ
ତଦନ୍ତେ ବୁଝ ବିଦୁଷ ହେ
ରାମାଭିରାମରେବ୍ରାହ୍ମଣ୍ୟ ବଦନ୍ତେ
ଘେନ ଆମ୍ଭର ଆଦେଶ ଯେ । ୧୫ ।
ବିଦେହ ନଗ୍ରେ ଜନକ ସମ୍ଭାର
ନିମନ୍ତ୍ରିକୁ-ଈଶଗଣ ସତ୍ୱର
ଭୁଜେଶଧର ଯେ ଭଗ୍ନେ ସମର୍ଥ
ପୁତ୍ରୀ ପ୍ରଦତ୍ତ ହିଁ ତାରେ ଯଥାର୍ଥ
ମାର୍ଗଣଧ ମାର୍ଗଣଧ ଯେ,
ମାର୍ଗରେ ମୁନୀଶଧରି ସାନୁଜକୁ
ଗମୁ ବୁଝି ଲଗ୍ନସିଦ୍ଧ ଯେ । ୧୬ ।
ବିପନି ବୀଥିରେ ପ୍ରୟାଣ କଲେ
ତରୁ ପଲ୍ଲବ ନିଘଞ୍ଚ ଶିଖରେ
ମିତ୍ରାତପହୀନ ନିର୍ଝରୁ ଝର
ଝର ଝର ହୋଇ ବହେ ପ୍ରଖର ସେ
ଶୀତଳା-ମୋଦ ଆଶୁଗ ଯେ
ବହନ୍ତେ ଗାତ୍ରରେବାଜନ୍ତେ ସତ୍ୱରେ
ହରନ୍ତେ ବାଧା ବିଭାଗ ଯେ । ୧୭ ।
ସୁବିପୁଳ ବନାନ୍ତରେ ଚଳନ୍ତେ
ସିଦ୍ଧ ସିଦ୍ଧାଶ୍ରମେ ପ୍ରବେଶ ହୋନ୍ତେ
ପତି ଶାପେ ଶିରୀଷାଙ୍ଗୀ ଉପଳ
ହୋଇ ଶାସ୍ତି ଭୋଗେ ସେ ଅଷ୍ଟକାଳ
ପୁଛୁ ମୁନି ଧନୁର୍ଦ୍ଧର ଯେ,
ଅଷ୍ଟାଦଶ-ଚିହ୍ନପ୍ରଦତ୍ତ କରନ୍ତେ
ହେଲା ସୀମନ୍ତିନୀ ସାର ଯେ । ୧୮ ।
ଦେଖି ମଦନ ସୁନ୍ଦର ସୁନ୍ଦରୀ
ତରେ କର ଅବ୍ଜ ସଂଯୁକ୍ତ କରି
ବିନତି ନତ ମସ୍ତକେ ବ୍ୟକ୍ତାନ୍ତେ
ଇକ୍ଷଣୁ ସୁକ୍ଷରେ ଅଶ୍ରୁ ବହନ୍ତେ
ହୁଦାରୋହେ ଶୋଭା କଞ୍ଜ ଯେ,
ମିତ୍ର ବଂଶୋଦ୍ଭବଉଦେ ପ୍ରବେଶନ୍ତେ
ଆଶା ପ୍ରଫୁଲ୍ଲିତ ପୁଞ୍ଜ ଯେ । ୧୯ ।
ସାଦରେ ବାରେ ହରି, ହର ହର
ମୋହ ମୋହଦ ମୋର ଦୂର କର
କଷ୍ଟ ନଷ୍ଟକ ଲୋକର ଭରସା
ଏଣୁ ଆଶା କରିଛି ସାରଦଶା ହେ
ଏ ଧନୁବନ୍ଧ ଛାୟାରେ ଯେ,
ଅହଲ୍ୟା ରହିଣଶ୍ରୀରାମ ଚରଣ
ସ୍ତବ କରନ୍ତି ଆଦରେ ଯେ । ୨୦।
ବନ ରୁହାଂଘ୍ରିରେ ଚିତ୍ତ ମୋ ଦତ୍ତ
ସମାଜରେ ବିଦ୍ୟା ଦିଅ ତୁରିତ
ନୀଳାମ୍ବୁଧର ବାଚକ ପ୍ରକାଶି
ଚପଳେ ଚପଳାଙ୍ଗୀ କାଶହାସି ଗୋ
ସ୍ଥିତ ପତି ସୁସେବାରେ ଗୋ
ମୁକ୍ତି ମାଗି ଭକ୍ତିଭାବେ ପ୍ରଣମିତେ
ସୁନ୍ଦରୀ ଗମେ ପ୍ରଖରେ ଯେ । ୨୧ ।
ଜଟ ପଟଧାରୀ ନାରୀ ଗମନ୍ତେ
ବୀରେନ୍ଦ୍ର ମୌଳି ମୁକୁଟ ଭାଷନ୍ତେ
କହନ୍ତୁ ଗୁରୁ ସିଦ୍ଧାନ୍ତ କେମନ୍ତେ
କିମାଶ୍ଚର୍ଯ୍ୟମତଃ ପରମଣନ୍ତେ
କିମ୍ବା ନାରୀ ଶିରୀ ଶିଳା ହେ,
ଭଣୁ ଭଣିଲେବିଭୂତିଭୂତି ଗାତ୍ର
କର୍ଣ୍ଣରେ ଦେଇଣ ମାଳା ହେ । ୨୨ ।
ନମୂଚି-ସୂଦନ ମିତ୍ର ମାୟାରେ
ସତୀତ୍ୱ ଧ୍ୱଂସନେ ଜ୍ଞାନି ଜ୍ଞାତରେ
ତମ କବଳରେ ଅର୍କାରି ଗ୍ରସ୍ତ
ଚାରୁଧାରା ଈଶ ଥାନ୍ତେ ବିଦୀପ୍ତ ହେ
ସହସ୍ର ଯୋନି ଧାରଣ ଯେ,
ଗ୍ରାବ ହୋଇ ତୁହିବନେ ଥାଅ ରହି
ଗତେ ତ୍ରି ଶାପ ଅନ୍ତେଣ ଯେ । ୨୩ ।
ତବ ପାଦ ନ୍ୟାସେ ସୁଗତି ଲଭି
ଗମନ କଲା ଗୌତମ ବଲ୍ଲଭୀ
ଶୁଣିଣ ତୋଷ ବୀର ରାମଚନ୍ଦ୍ର
ଭାଷନ୍ତି ବିନାୟକ ନରଇନ୍ଦ୍ର ଯେ
ମାନଧାତା ବୀରବର ଯେ
ନବୀନ ଦୁର୍ଗେଶହୋଇ ମହାତୋଷ
ଛାନ୍ଦେ କରଇ ପ୍ରଚାର ଯେ । ୨୪ ।
ରାଘବ ବିଳାସ
ଅଷ୍ଟମ ଛାନ୍ଦ
ଧନାଶ୍ରୀ ରାଗରେ ପଚିଶି ପଦରେ ଏ ଛାନ୍ଦଟି ସଂପୂର୍ଣ୍ଣ ହୋଇଅଛି ।
ରାମଚନ୍ଦ୍ର ଗଙ୍ଗା ପାରିହେବାବେଳେ ଧୀବର ନିଷେଧ କରିଛି ନୌକା ନାୟିକା ହୋଇଯିବ ବୋଲି । ତାପରେ ପାର କରିଛି ଏବଂରାମ ମିଥିଳା ଦାଣ୍ଡରେ ଯିବାବେଳେ ସେଠାରେ ନରନାରୀ ଏପରି ଉଚ୍ଛନ୍ନ ହୋଇଛନ୍ତି ଯେ ଯେଝା କର୍ତ୍ତବ୍ୟ ଭୁଲି ରାମ ଲକ୍ଷ୍ମଣଙ୍କୁ ଦେଖିବାକୁ ବ୍ୟାକୁଳ ହୋଇଛନ୍ତି ।
ଏହି ରଚନା କେବଳ ଭଞ୍ଜଙ୍କ ରଚନାର ପ୍ରତିଧ୍ବନି କରିଛି ମାତ୍ର ।ଧୀବର କହିଛି—ପଦତଳେ ଶିଳା-ବଳା ହୋଇ ଖେଳାଭେଳା ଅବଳା ଭୟରେନ ଶୁଣି ବାଚକ ସ୍ଫୁଟକ ରଚକନଦିଏ ବୃତ୍ତି ହାତରେ ସେତରୀ ମୋ ପରିତ୍ରାଣଯେବେ ବନେ ସେ ହେବ ମଜ୍ଜନ ଯେସର୍ବେ ଭଜିବାନ୍ତକ ସଦନ ଯେ ।
ଏ ଗୋଟିକ ପଦ ନୁହେଁ, ଅନ୍ୟାନ୍ୟ ପଦମାନ ଭଞ୍ଜଙ୍କର ସମସ୍ତ ଭାବ-ସଂପଦକୁ ପ୍ରତିଧ୍ୱନିତ କରିଛି ମାତ୍ର । ଭଞ୍ଜଙ୍କର ମାଧୁରୀ ମଧ୍ୟ ଏଥିରେ ସୁରକ୍ଷିତ ହୋଇପାରିନି । କେହି କହିପାରନ୍ତି ଯେ ଭଞ୍ଜଙ୍କ ଲେଖାନୁକରଣରେ କେବଳ କବି ଏପରି ଚିତ୍ରଣ ନ କରି, ସେ ମୂଳ ‘ଅଧ୍ୟାତ୍ମ୍ୟ ରାମାୟଣ’ ଯହିଁରେ ଅହଲ୍ୟାଙ୍କୁ ପଥର ସ୍ୱରପ ବର୍ଣ୍ଣନା କରାଯାଇଛି ଏବଂ ଗଙ୍ଗା ପାରି କରିବାରେ କୈବର୍ତ୍ତର ବିଷ୍ଣୁପଦ ଧୌତ କରିବା ଯୋଗୁଁ ମୁକ୍ତି ଲାଭର ବର୍ଣ୍ଣନା ରହିଛି, ସେଥିରୁ ସେ ନ ଆଣିଛନ୍ତି ବା କାହିଁକି ?
ତାହା ମଧ୍ୟ ସ୍ୱୀକାର କରାଯିବ । କାରଣ ଓଡ଼ିଆରେ ଯେତେଗୁଡ଼ିଏ ରାମାୟଣ ବିଭିନ୍ନ କବି ଲେଖିଯାଇଛନ୍ତି, ସେମାନେ ଏହିପରି କିଛି କିଛି ଲେଖିଛନ୍ତି । ଆଶ୍ଚର୍ଯ୍ୟ ଯେ ବିଶ୍ୱନାଥ ଖୁଣ୍ଟିଆଙ୍କ ପରି ସିନେମାର ଚିତ୍ର ବାସ୍ତବିକ୍ କେହି ଦେଇନାହାନ୍ତି ରାମାୟଣ ଘେନି ।
ସେ ଯାହାହେଉ ରାମକୃଷ୍ଣଙ୍କୁ ମଥୁରା ଦାଣ୍ଡରେ ଦେଖି ଯେପରି ମଥୁରାର ନାରୀମାନେ ଉଚ୍ଛନ୍ନ ହୋଇଥିଲେ ତାହା ରାମ ଲକ୍ଷ୍ମଣଙ୍କଠାରେ ଏକା ଯଦୁମଣି ନୁହନ୍ତି, ଆଉମାନେ ମଧ୍ୟ ଆରୋପ କରିଛନ୍ତି ।
ବଡ଼ ଦୁଃଖ ଲାଗେ ଯେ ପ୍ରହରାଜେ ତାଙ୍କ ଭାଷାକୋଷରେ ରାମାୟଣ ତାଲିକାରେ ବିଚିତ୍ର, ସୁଚିତ୍ର, କୃଷ୍ଣ, କେଶବଠାରୁ ଆରମ୍ଭ କରି ରାମଚନ୍ଦ୍ର-ବିହାର, ରଘୁନାଥ-ବିଳାସ, ବୈଦେହୀଶ-ବିଳାସ ସାଙ୍ଗକୁ ଏଇ ଏବର ଲେଖକ ନୀଳକଣ୍ଠ, ଭିଖାରୀ, ରାମଶଙ୍କରଙ୍କର ରାମାୟଣ ଲେଖାର ବର୍ଣ୍ଣନା ଦେଇଛନ୍ତି । କିନ୍ତୁ ଯଦୁମଣିଙ୍କର ଗନ୍ଧ ମଧ୍ୟ ସେଥିରେ ରହି ନାହିଁ ।
ପଚିଶି ବର୍ଷ ତଳେ କଣ ଆଜି କଣ, ଏପରି ଅନେକ ମହାନ୍ ବ୍ୟକ୍ତିଙ୍କୁ ଆମେ ଚିହ୍ନିବାକୁ ମଧ୍ୟ ଇଚ୍ଛା କରୁ ନାହୁଁ ।ରାଘବ ବିଳାସ
ଅଷ୍ଟମ ଛାନ୍ଦ
(ରାଗ ଧନାଶ୍ରୀ)ଶୁଣ ବୁଧ ଶୁଦ୍ଧ ଚରିତ ପ୍ରସିଦ୍ଧ, ତମଦୁଃଖ ଧ୍ୱସ୍ତେ ରାତ୍ରୀଶକୌଶିକ ବଦନ୍ତେ ସିଦ୍ଧାଶ୍ରମ ଅନ୍ତେ, ସ୍ୱର୍ଣ୍ଣଦୀତଟେ ପ୍ରବେଶ ସେରାମାଭିରାମା ମୁନିଚିତ୍ତାନନ୍ଦେ ପ୍ରଫୁଲ୍ଲିତ ଘେନି ଯେ, ରାମା.......ରସ ଉଚ୍ଛୁଳେ ତ୍ରିପଥଗାମୀ ଯେ, ରାମା......(୧)ଅନନ୍ତ ବିହାରୀ ଅନନ୍ତ ବିହାରୀ, ଗର୍ଭ କେ କରିବ ଅନ୍ତଚାରୁଧାରା ଚାରୁ ବୀଚି ରୁଚି ହେରୁ, ନକ୍ରାରି ରାଘବ ଗତ ଯେଆପାବୃତ ସୁନ୍ଦରତଟ ପାଦପ କି ମନୋହର ଯେ, ଆପାବୃତ......ସୁମନଭା ସୁମନ ପ୍ରକାର ସେ, ଆପାବୃତ.....(୨)ସାରସ ଚକ୍ରରେ ସାରସ ଚକ୍ରରେ, ଶାବକାର୍ଥେ ସାନୀଡ଼ରେଆକୁଳେ କୂଳେ କେ ଧ୍ୱନିକେ ଉଛୁକେ, ଦ୍ରୁମ ବିକଶିକ ଶିରେ ଯେବିଷକଣ୍ଠ ଭକ୍ତରେବିଷକଣ୍ଠ ବିଷକଣ୍ଠ ତ୍ୱରେ ସେ, ବିଷକଣ୍ଠ.....କ୍ଷୁଧା ପିପାସା ବିନାଶନରେ ସେ, ବିଷକଣ୍ଠ......(୩)ସୁନ୍ଦର ଉତ୍ତର କଲେକ ପ୍ରଚାର, କହ ଗୁରୁ କିମର୍ଥରେଲଙ୍ଘିବ ସରିତ ନାହିଁ ତ ତରୀତ, ପୂରିତ ବନ ଢ଼େଉରେ ଯେଦୃଷ୍ଟିଗୋଚରେ ମୁନିବକ୍ତା ଆସେ ତରଣୀ ବାହିନୀ ଯେ, ଦୃଷ୍ଟି......ଅଣ୍ଡ ଜାରୀ ଲୋକ ନରେ ତୁନି ଯେ, ଦୃଷ୍ଟି.....(୪)ନଗ୍ରେ ବ୍ୟଗ୍ରେ ଖ୍ୟାତି ଅଂଘ୍ରି ଦତ୍ତେ ମୁକ୍ତି ଭୂବରଜ ରଜ ଗ୍ରାବେ ଯେଧବଗିରେ ଶାସ୍ତି ଅରଣ୍ୟାନେ ସେ ସ୍ତ୍ରୀ ମୋଷ ପାଇଲକ ଜବେସେ କି ବିଚାରି ମନଦେଲା କଷ୍ଟ ତ ଅଷ୍ଟ ନୟନ ସେ, ସେ କି ............ଥିବି ଭୁବନେ ବୃତ୍ତି ଘେନିଣ ଯେ, ସେ କି ............ (୫)ନୀଳାମ୍ବୁଜ ଗାତ୍ର ଖଚିତ ରଚିତ, ଦାସ ଆଗତ ବିଳମ୍ବଅନନ୍ତ ଅନନ୍ତ ଶକ୍ତିରେ ବିଚିତ୍ର—କର୍ମା ଉଚ୍ଚେ ଗିରାରମ୍ଭ ଯେଭୀତି ଭଜି ଧୀବରଭେଳା ବୁହା ସ୍ରୋତ ମଧ୍ୟର ସେ, ଭୀତିଭକ୍ତି ନ କରି ବକ୍ରେ ପ୍ରଚାର ସେ, ଭୀତି ......... (୬)ଚକ୍ରୀପ୍ରାୟେ ବକ୍ତ୍ରଲୋକନ ଈଷଣେ, କମ୍ପାଇ ନ ଭାଷୁ ଗିରଜଡ଼ କି ସ୍ୱଭାବ ଭାଷୁଭାଷେ ନାବ, ମଧ୍ୟେ ଉଭା ଯୋଡ଼ି କର ସେଦାସ ଦାସ ଭାବରେପୂର୍ବ ପ୍ରକାଶ ଜନରବରେ ସେ, ଦାସ ...........କୀର୍ତ୍ତି ପ୍ରଚାରିତ କାଶ୍ୟପୀରେ ଯେ, ଦାସ .......... ( ୭ )ପଦତଳେ ଶିଳା-ବଳା ହୋଇ ଖେଳା, ଭେଳା ଅବଳା ଭୟରେନ ଶୁଣି ବାଚକ ସ୍ଫୁଟକ ରଚକ, ନ ଦିଏ ବୃତ୍ତି ହତରେ ସେତରୀ ମୋ ପରିତ୍ରାଣଯେବେ ବନେ ସେ ହେବ ମଜ୍ଜନ ଯେ, ତରୀ ...........ସର୍ବେ ଭଜିବାନ୍ତକ ସଦନ ଯେ, ତରୀ ........... ( ୮ )ପୟରେ ପୟରେ କ୍ଷାଳନେ ପ୍ରଚାର, ବିଶ୍ରାମ ନ ଚେତ ତରୀବିଭୁ ଗୁଣାଳୟ ବଢ଼ାବନ୍ତେ ପୟ, ପୟରେ କ୍ଷାଳିତ କରି ସେରେଣୁକାର୍ଥେ ବାସରେସମ୍ମାର୍ଜନ କରଇ ତତ୍ପରେ ସେ, ରେଣୁ .........ନାବେ ପର୍ଣ୍ଣ ବିଞ୍ଛାଏ ସତ୍ୱରେ ଯେ, ରେଣୁ ............ ( ୯ )ଶେଷ ଶେଷ ଲେଶ ନ ପାଇ ବିରସ, ନିର୍ଜନ ନିର୍ଧନ ପ୍ରାୟେପାପାରି ଅଂଘ୍ରି ତରିତ ତରୀ ଆଶା, ନାଶ ନୁହେ ଆଜ ଯାଏ ଯେଭାଗ୍ୟ ବଳେ ତାରକପ୍ରାପ୍ତ ହୋଇଲା କୋଟି ଶିରୀକ ଯେ, ଭାଗ୍ୟ......କୈବର୍ତ୍ତରେ ଉଦେ ସେ ଉଦେକ ଯେ, ଭାଗ୍ୟ......।୧୦।ବିଶ୍ୱ ନିକେତନେ ଶାର୍ଙ୍ଗୀ ଈଶ ଧ୍ୱଜା, ଉଡ଼ାଇଲା ଏ ଧୀବରଧନ୍ୟ ଜନ୍ମ ପୁଣ୍ୟ ପୁଣ୍ୟ ଜନଶୂନ୍ୟ ବୈକୁଣ୍ଠ ବୈକୁଣ୍ଠାଦର ସେଭାବୁ ମୁନିଙ୍କ ଚିତ୍ତେନତାନନେ କର କର ଯୁକ୍ତେ ସେ, ଭାବୁ.....ଧୀରେ ମଣାଇ ନେଇ ତୁରିତେ ସେ, ଭାବୁ..... ।୧୧ ।ତରୀ ପଲ୍ଲବରେ ବସାଇ ସତ୍ୱରେ, ବାହିନୀ ବାହେ ଦଣ୍ଡରେନର ବରଜ ସୁନ୍ଦର ଯେ ପ୍ରକାଶୁ ସରିତ ନାଁ କି ପ୍ରଚାରେ ଯେବକ୍ତା ବିଭୂତି ଭୂତିଶୁଣ ଜନେଶ ନନ୍ଦନ ଭକ୍ତି ଯେ, ବକ୍ତା......ଗଙ୍ଗା ଭାଗୀରଥୀ ଏ ପ୍ରବର୍ତ୍ତି ଯେ, ବକ୍ତା......।୧୨ ।ସ୍ୱନାମ କାରଣ ଭାଷନ୍ତୁ ହେ ମୁନି, ଶୁଣ ଅର୍କାରି ବଂସଜତପୀ କୋପାନଳେ ବଂଶ ଦଗ୍ଧ କାଳେ ଜାଣି ଦ୍ୱିମାତା ତନୁଜ ଯେବକ୍ରେ ଗତି ଭୂପରେବଶୁଁ ବକ୍ର ଦେଖିଣ ନେତ୍ରରେ ଯେ, ବକ୍ରେ......ଛଳେ ଶାପ ଦେଉ ସେ ସୁନ୍ଦରେ ଯେ, ବକ୍ରେ.....।୧୩ ।ବଂଶାର୍ଥରେ ତପ କରି ବହୁ କଳ୍ପ ତୋଷ କରି ସୁରେଶ୍ୱରୀବୈଲୋଚନଜ ବଦାନ୍ୟରେ ଶ୍ରୀଧବ, ଲାବଣ୍ୟ ରୂପକୁ ଧରି ସେଛଳେ ତୃତୀୟ ଦୃଶ୍ୟଅଧୋମୁଖରେ ସେ ଯେ ପ୍ରକାଶ୍ୟ ଯେ, ଛଳେ.....ଧୌତ ଏ ନୀରେ ସାବିତ୍ରୀ ଈଶ ଯେ, ଛଳେ..... ।୧୪ ।ପଦାଙ୍ଗୁଳିଜ କୋଣରେ ହୋଇ ଗୋପ୍ୟ ସ୍ଥିତ ସୁର ତରଙ୍ଗିଣୀତପାନ୍ତେ ପଶ୍ଚାତେ ଗମିଏ ଦୁଃଖିରେ ଦଗ୍ଧାନଳେ ପ୍ରବାହିଣୀ ଯେଏଣୁ ନାମ ବିଦିତଭାଗୀରଥୀ ଗଙ୍ଗା ସମାଶ୍ରିତ ଯେ,ଏଣୁ......ହର୍ଷବଂଶଜ କୀର୍ତ୍ତି ଶୁଣି ତ ଯେ, ଏଣୁ......।୧୫ ।ବନାଶ୍ରମେ ଗତ ତୁରିତ ସୀମାନ୍ତ ବନାଶ୍ରମୀ ଉଭା ହୋଇତଦନ୍ତେ ଭାତୃଦ୍ୱୌ ପ୍ରୟାଣ ସ୍ନେହ ଦ୍ୱୌ ଧନୁର୍ବାଣ କରେ ଶୋହି ସେମିଳା ମିଥିଳା ଦୁର୍ଗଶୋଭା ଖଚିତ କି ଅବା ସ୍ବର୍ଗ ସେ, ମିଳି ...........ବସ୍ତ୍ରାଞ୍ଚଳେ ଉଡ଼େ ବାଂଶ ଅଗ୍ର ସେ, ମିଳି ............ । ୧୬ ।ପୁଣ୍ୟଜନାଲୋକ ନରେ ତ ବିଲୋକ, ତାର୍କ୍ଷ୍ୟ-ଗୋ-ହଂସ-ପତ୍ରେଶତ୍ରୟଅବତୀର୍ଣ୍ଣ ସୁଗତିନୟନ, ହେଲା ପ୍ରକାଶ ଯେଧନ୍ୟ ଆଜ ଆମ୍ଭରମୁନି କରି ଅଛନ୍ତି ସମ୍ଭାର ଯେ, ଧନ୍ୟ ............ଭାଗ୍ୟ ଉଦେ ହେଲା ଦର୍ଶନର ଯେ, ଧନ୍ୟ .......... । ୧୭ ।ଉର୍ଗଧତ ଭଗ୍ନ ସମର୍ଥେ ଏ ଜାଣ ତା ବଳାରୀ ବପୁଦୀପ୍ତଦୁର୍ଗେଶ ଚୟୟେ ମଣ୍ଡନାଭିରାଗ ବାରୀଶଜା ଏଥି ସ୍ଥିତ ଯେଏଣୁ ସଂଯୁକ୍ତ ଜାଣିପୂର୍ବ ବିଧାନେ ଘଟାଏ ଆଣି ଯେ, ଏଣୁ ................ଶେଷଶାୟୀଏ ଦରାବଜ ପାଣି ଯେ, ଏଣୁ .......... । ୧୮ ।ନଗ୍ରେ ବ୍ୟଗ୍ରେ ସ୍ୱନ ଜନରବମାନ ବିଜୟେ ଶ୍ରୀରାମ ମୂର୍ତ୍ତିତ୍ରି ବର୍ଣ୍ଣେ ମାକାର ଯୁକ୍ତେ ୟେ ଉଚ୍ଚାର ବିଲୋମାର୍ଥେ ହେଲେ ଘାତିମେଢ଼ ମଣ୍ଡପାରୋହିକେବା ପ୍ରାସାଦ ପ୍ରାକାରେ ରହି ସେ, ମେଢ଼ .............କେବା ପ୍ରସାଦ ପ୍ରକାରେ ଚାହିଁ ସେ, ମେଢ଼ .......... । ୧୯ ।କେ ପତି ଚରଣ କରେ ସଂଚାଳନ, ପୁରାନ୍ତର ହୋଇ ଧାଇଁରଜନି ଲେପନ ହେଉ ଶୁଣି କର୍ଣ୍ଣ ତୂର୍ଣ୍ଣେ ଅର୍ଦ୍ଧ ବାସ ହୋଇ ଯେକେହୁ ଲଙ୍କାଗ୍ରେ ରହିଦିବ୍ୟ ସୁନ୍ଦର ରୂପ ଦେଖାଇ ସେ, କେହୁ .............ବେଶେ ବିହ୍ୱଳ କେ ବେଶ ଲାଇ ଯେ, କେହୁ .......... । ୨୦ ।ପଦ ଭୂଷାଗଳା ଗଳାଭୂଷା ବଳା କଚଭାଗେ କେ ଚାମରଚାଳେ କଙ୍କତିକା କେବଣ ନାୟିକା, ଶୀଘ୍ରାଗତ ଧରି କର ହେପତ୍ୟାଗ୍ରଜେ କେ ଭାଷେରାମ କାହିଁ ମୋରେ ବ୍ୟଗ୍ରେ ଭାଷେ ସେ, ପତ୍ୟାଗ୍ରଜେ .............କର ଦେଇ ତାର ସ୍କନ୍ଧ ଦେଶେ ସେ, ପତ୍ୟାଗ୍ରଜେ ............ । ୨୧ ।ବିଦେହ ନଗ୍ରସ୍ତ୍ରୀ ବିହ୍ୱଳିତ ମତି, ଦେଖି ଶ୍ରୀରାମାଭିରାମଅଦେହ ଦେହ କି ପାଇଣ ବିଜେ କି, କେଳତି ଖୋଜେ ଆଶ୍ରମ ଯେସୀତା କି ରତି ମୂର୍ତ୍ତିଦେଖି ନେତ୍ର ପାଉଥିଲା ଗତି ଯେ, ସୀତା........ଏହା ସମସ୍ତଙ୍କର ପ୍ରତୀତି ଯେ, ସୀତା........। ୨୨ ।ସର୍ବେ ଦର୍ଶନାର୍ଥେ ଏମନ୍ତ ଭାବନ୍ତେ ରାମ ରାମାନୁଜ ମୁନିସମିତି ନରେଶ ସ୍ଥାନରେ ପ୍ରବେଶ, ଦେଖି ଭାବନ୍ତି ନୃମଣି ଯେକେଉଁ ରାଜ ତନୁଜହେଲେ ଆଗତ କିବା ମନୁଜ ଯେ, କେଉଁ........ଦିବ୍ୟ ଶରାସନ କରେ ତେଜ ସେ, କେଉଁ........। ୨୩ ।ଜନକ ଅନେକ ସମାଦର ଭାବେ ବସାଇଲେ ସଭାସ୍ଥଳକୌଶିକ ପାଶରେ ସେ ବେନି ସୋଦରେ ଯଥା ସୋମ ଆଖଣ୍ଡଳତେହ୍ନେ ପ୍ରତିଭା ଲେଭାକେତେ କାଳେ ସାବିତ୍ରୀଶ ନିର୍ଭା ଯେ, ତେହ୍ନେ......ପାଶେ ସର୍ବ ନୃପତି ଅଶୋଭ ଯେ, ତେହ୍ନେ.........। ୨୪ ।ଭୂପାଳ ସକଳ ହୋଇ ଏକମେଳ, ସଚିବଗଣକୁ ଘେନିସମ୍ଭର୍ବାରମ୍ଭରେ ସୁଷମା ଗାତ୍ରରେ, ବିଜେ ଆନନ୍ଦିତ ମଣି ଯେନବ ଦୁର୍ଗ ମଣ୍ଡନଶ୍ରୀ ବିନାୟକ ସିଂହ ରଚନ ଯେ, ନବ......ମାନଧାତା ବିନାୟକ ଧ୍ୟାନ ଯେ, ନବ.........। ୨୫ ।ରାଘବ ବିଳାସ