ରାଘବ ବିଳାସ
ଯଦୁମଣି ମହାପାତ୍ର · ଭାଗ ୭ / ୯
ସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ଛାନ୍ଦ
କୁମ୍ଭ କାମୋଦୀ ବୃତ୍ତରେ ଏକତ୍ରିଂଶ ପଦରେ ଏହି ଛାନ୍ଦଟି ଲେଖାଯାଇଛି ।
ଜନକ ସ୍ୱୟଂବର ସଭାକୁ ଜାନକୀଙ୍କୁ ନେବା ଲାଗି ବରାଦ କଲେଯେ ବେଶ କରିଦିଅ । ସୀତାଙ୍କୁ ବେଶକାରୀଣୀମାନେ ନାନା ଅଳଙ୍କାରରେ ମଣ୍ଡିତ କରିଛନ୍ତି । ତାଙ୍କର ବିମୋହନ ସୌନ୍ଦର୍ଯ୍ୟ ସେକାଳର ରୁଚିରେ ଫୁଟିଉଠିଛି କବିଙ୍କକ କବିତାରେ ।
ଜନକ ସୀତାଙ୍କୁ ରାଜସଭାରେ ଦେଖାଇ ନିଜର ପ୍ରତିଜ୍ଞା ପ୍ରକାଶ କରନ୍ତେ ଉପସ୍ଥିତ ରାଜାମାନେ ଧନୁ ଦେଖିବାକୁ ବ୍ୟସ୍ତ ହୋଇଛନ୍ତି । ଧନୁକୁ ଶତାଧିକ ମଲ୍ଲ ତାର ମଞ୍ଜୁଷା ସହିତ ଆଣି ଯେତେବେଳେ ସଭାସ୍ଥ କରାଇଛନ୍ତି ସମବେତ ନୃପତିଗଣ ନିଜ ନିଜକୁ ଅସହାୟ ମନେ କରିଛନ୍ତି ।
ରାଘବ ବିଳାସ
ନବମ ଛାନ୍ଦ
(ରାଗ କୁମ୍ଭକାମୋଦୀ)ଜନକ ତପୀଶହୋଇ ମହାତୋଷବାର୍ତ୍ତାବହେ ଭାଷିଅନ୍ତଃପୁରେ ଦିଅସୁ ସିଂଘାରୀ ଚୟସର୍ବ ମୃଦୁହାସି ।୧।ଦୁହିତା ସୁବେଶକରନ୍ତୁ ପ୍ରକାଶଭାଷୁ ତାତ, ସେ ଯେଆଜ୍ଞାଦତ୍ତ କରୁଅନ୍ତଃପୁରେ ଭୀରୁଶୁଣି ତୋଷ ଭଜେ ।୨।ସର୍ବେ ହୋଇ ରୁଣ୍ଡଜେମାକୁ ପହଣ୍ଡମଣାଇ ସେ ନେଲେନୀଳମଣି ପୀଠେହାଟକାଙ୍ଗୀ ଦୃଷ୍ଟେସ୍ଥିତୁଁ ଶୋଭା ହେଲେ ।୩।ଜଳଦାଙ୍ଗେ ବିଦ୍ୟୁଚିର ପ୍ରଭା ଖେଳୁପ୍ରଭାବନ୍ତ ହୋଇବାସୀ ରସି ତହିଁଚାରୁ କଚ ଫେଇସୁତୈଳ ଲେପାଇ ।୪।ବନଜାରୀ ରଦକଙ୍କତିକା ଭେଦଶଳାକା କରିଣକେଶ କୁରୁଳାନ୍ତେଉପମା ଶୋଭନ୍ତେକରନ୍ତୁ ଶ୍ରବଣ । ୫।ମିତ୍ର ଯେ କୈରବକି ଅବା ଉଭବପାଣି ବିମଣ୍ଡିତବିନା ପ୍ରଭଞ୍ଜନେଖେଳାଇ ସଭାନେଗର୍ବ ବିଖଣ୍ଡିତ ।୬ ।ସୀମନ୍ତିନୀ ସୀମ−ନ୍ତିନୀ ସୀମନ୍ତରେସୀମନ୍ତ ଦେଖାନ୍ତେଜାହ୍ନବୀ ଅର୍କଜାଏକ ସ୍ଥାନେ ଦୁଜାଗୋଚର ତେମନ୍ତେ ।୭ ।ଯତ୍ନେ ବାନ୍ଧି ବେଣୀକି ଅବା ସାରେଣୀମନମୀନ ହୋଇ