ପଶା ଖେଳ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୯୪
- ସ୍ଥିତି
- ସାର୍ବଜନୀନ (Public domain)
କେଦାର ଚକ୍ରକେଳିବାଣୀଆଶା ଉଲ୍ଲାସରେ ଖେଳିଲି ପଶା,ଜିଣି ଯିବି ବାଜି କରି ଭରସା ।ସାର ବାଛି ନେଲି ହଳଦି କାଳି,ପାଟି କରି ଦେଲି କାଠିକୁ ଢାଳି ।ଇଚ୍ଛା ଥିଲା ପଡ଼ୁ ଷୋଳ ସତର,ମାତ୍ର ପଡ଼ିଗଲା, ଦାନ ଅଠର ।କି କରିବି, ସେହି ଦାନକୁ ଚାହିଁଯୁଗ ଥିଲା ନେଲି ସାରକୁ ବାହି ।ବନ୍ଧାଥିଲା ସାର ଯୋଡ଼ାଏ ଯୋଡ଼ି,ଦାନ ଗଲା ପୁଅ ବାଆର ପଡ଼ି ।ବାହିନେଲି ସାର ମନ ଆନନ୍ଦେ,ନ ମାରିବ କେହି ଥିଲି ସ୍ୱଚ୍ଛନ୍ଦେ ।ଯୋଡ଼ି ସାରେ ଥାଏ ବହୁତ ବଳ;ବିପକ୍ଷ ନ ମାରେ କରି କୌଶଳ ।ତିନି ଘର ସାର ଅଇଲା ବୁଲି,ଯାଉଛି ଘରକୁ ପାଚିବ ବୋଲି ।ଡାକିଥିଲି ଦାନ ବାଆର ପୁଅ,ମାତ୍ରକ ପଡ଼ିଲା ଛ ତିନି ନଅ ।ଗୋଟିକୁ ଯେ ଗଲି ଘରକୁ ନେଇ,ବିପକ୍ଷ ଆରଟା ନେଲା ବାଡ଼େଇ ।ଆଉ ଥରେ କରି ଉଚ୍ଚରେ ପାଟିକଚେବାର ବୋଲି ଡାକିଲି କାଠି ।ମାତ୍ର କାଠି ମୋର କଥା ନ ମାନିପଡ଼ିଗଲା ଦାନ କେବଳ ତିନି ।ତେତିକି ଦାନରେ ବାହିଲି ସାର,ପୁଣି ଡାକିଦେଲି କରେ ବାଆର ।କାଠି ତ କାହାରି କଥା ନ ଶୁଣେ,ପଡ଼େ ବଡ଼ ଦାନ କପାଳ ଗୁଣେ ।ସମସ୍ତେ ତ ଉଚ୍ଚେ କରନ୍ତି ପାଟି,ସବୁରି ବୋଲି କି ମାନଇ କାଠି?ଆର ଜଣ ଦେଖେଁ ନ ଜାଣେ ଖେଳି,ସତର ଅଠର ଦେଉଛି ଢାଳି ।ଖେଳ ଖେଳି ମୁଁ ତ ଖେଳୁଆ ଟାଣ,ଆଜ ରେ କିପାଇଁ ନ ପଡ଼େ ଦାନ?କାଠିଟା ଯାଉଛି ଦୂରକୁ ଗଡ଼ି,ପାଞ୍ଚ ତିନି ଆଠ ଯାଉଛି ପଢ଼ି ।ଛକଛାକ କରି ଧରୁଛି କାଠି,ମାତ୍ରକ ନ ଗଡ଼ି ପଡ଼େ ଓଲଟି ।ଏଥିରେ କିପରି ଯୁଗ ବାନ୍ଧିବି?ଜାଣିଲି ଏଥର ନିଶ୍ଚେ ହାରିବି ।ଆଜି ଆଡ଼ିଟାଏ ନ ପାରେ କାଟି,ଏଣିକି ବୋଲ ଯେ ନ ମାନେ କାଠି ।ସମସ୍ତେ ସଂସାରେ ଖେଳନ୍ତି ପଶା,ଜିଣିବାକୁ କରି ମନେ ଭରସା;କେହି ବା ଜିଣଇ କେହି ବା ହାରେ,ଲାଗିଛି ଏ ଭଳି ଖେଳ ସଂସାରେ ।ଖେଳି ଖେଳି କେହି ପାଇଛି ଜ୍ଞାନ,ସତର ଅଠର ପଡ଼ଇ ଦାନ ।ସାର ବାହିବାର ଜାଣେ କୌଶଳ,ଜିଣାପଟ ତାର ଜାଣ କେବଳ ।କେତେ ଜଣ ଛନ୍ତି ଏପରି ଲୋକ,ଜିଣୁଥିବେ ବସି ଜୀବନଯାକ!ଅଛନ୍ତି ତ ଥୋକେ ଖେଳରେ ଟାଣ,କପାଳ ଦୋଷରେ ନ ପଡ଼େ ଦାନ ।ଜଗିଜାଗି ସାର ନିଅନ୍ତି ଟାଣି,ଦୁଇ ଏକ ବାଜି ପାରନ୍ତି ଜିଣି ।ଡ଼ାକିଲେ ପଡ଼ୁଛି କାହାରି ଦାନ,ମାତ୍ର ନାହିଁ ତାର ଖେଳରେ ଜ୍ଞାନ ।କିପରି ବାହିଲେ ପାଚିବ ସାର,ଏପ୍ରକାର ଜ୍ଞାନ ନାହିଁ ତାହାର ।ବିପକ୍ଷ ଖେଳୁଆ ସୁଯୋଗ ପାଇବାଟରେ ତା ସାର ଦିଏ ବାଡ଼େଇ ।ଥୋକେ ତ ନ ଧରି ଜାଣନ୍ତି କାଠି,ସତର ଅଠର କରନ୍ତି ପାଟି ।ସାର ବାହିବାରେ ମୂର୍ଖ ନିପଟ,ସର୍ବଦା ତାହାଙ୍କ ହାରିବା ପଟ ।ବାହି ଜାଣେ ସାର, ପଡ଼ଇ ଦାନ,ଜିଣା ପଟ ତାର ସେ ଭାଗ୍ୟବାନ ।କେବେ କେବେ ମଧ୍ୟ କପାଳଦୋଷେବିପକ୍ଷ ହାତରେ ସେ ହାରି ବସେ ।ପାଚିଲା ସାରକୁ ଆଣେ ଉଠାଇବିପକ୍ଷ ସାରକୁ ମାରିବା ପାଇଁ ।ସଞ୍ଚିଥିବା ଧନ ଉକିଲେ ଦେଇବିପକ୍ଷ ମାମଲା ହେବାକୁ ଜୟୀ ।ଏପରି ଅଛନ୍ତି ଥୋକାଏ ଲୋକେ,ହାର ଜିଣା ଦୁଇ ତାହାଙ୍କ ପକ୍ଷେ ।ଦେଖୁଛି ସଂସାର ଲୋକ ସମସ୍ତପଶାଖେଳପାଇଁ ନିୟତ ବ୍ୟସ୍ତ ।ନ ଖେଳି କେ ହୋଇ ପାରିବ ଥୟ?ଜିଣୁ ହାରୁ ପଛେ ଖେଳେ ନିଶ୍ଚୟ ।ଜୀବନଟାଯାକ ଖେଳିଲି ପଶା,ଜିଣିବି ସର୍ବଦା ଥିଲା ଭରସା,ହାରି ଜିଣି ଗଲା ସମସ୍ତ ଦିନ,ହାରିବା ଜିଣିବା ଦୈବ ଅଧୀନ ।ଖେଳିବାକୁ ଆଉ ସାମର୍ଥ୍ୟ ନାହିଁ,ଯାଉଛି ଘରକୁ ଶୋଇବାପାଇଁ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି