ବୁଢ଼ା ପଳାଶ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୦
- ସ୍ଥିତି
- ସାର୍ବଜନୀନ (Public domain)
ରାଗ - ଚକ୍ରକେଳିପଳାଶ ଗଛଟା ଅଛି ତୋଟାରେ,ବୁଢ଼ା ବୋଲି ତାକୁ କେବା ପଚାରେ?କେତେ କାଳୁ ଅଛି ଗଛଟା ଛିଡ଼ା,ଉଇ ଲାଗି ତାର ମୂଳଟା ସଡ଼ା,ଶୁଖିଯାଇଛି ତ ଡାଳ ପତର,ଶୁଖିଲା କାଠଟା ଛିଡ଼ା ମାତର ।ପ୍ରତିଦିନ ଆସେ ତୋଟାକୁ ମାଳି,ଢାଳେ ହେଲେ ଜଳ ନ ଦିଏ ଢ଼ାଳି;ଗଛଟାକୁ ଦେଖି ନୀରସ ଫମ୍ପା,ତୁଛାଟାରେ ହୁଏ ବହୁତ ଖପା;ବୋଲେ ବୁଢ଼ା ବୃକ୍ଷ ନ ମଲା କିଆଁଶୁଖିଲା କାଠରେ ରହନ୍ତା ନିଆଁ ।କେତେ ବଜ୍ରାଘାତ ତୋଫାନ ସହି,ନ ମରି ଅଛି ତ ତୋଟାରେ ରହି ।ଏହିପରି ଗଲା ବହୁତ କାଳ,ଏଣିକି ଫିଟିଲା ଗଛ କପାଳ ।କାହୁଁ ଆସି ଏକ ମାଲୁଣୀ ଝିଅଦେଖିଲା ଗଛର ଶୁଖିଛି ଶିଅ ।ବଡ଼ ଦୟାବତୀ ମାଳି ଝିଅଟା,ଝାଡ଼ିଝୁଡ଼ି ଦେଲା ଗଛର ଘଟା;କେତେ ଥର ଆସି ନିଜ ହାତରେବୁଲାଇ ଦିଅଇ ଗଛ ଦେହରେ;ଆପଣା ହାତରେ କୁମ୍ଭରେ ପାଣିବୁଢ଼ା ଗଛମୂଳେ ଢାଳିଲା ଆଣି ।ସେବା ପାଇ ସେହି ମାଳି ଝିଅରଗଜାଇଲା ପୁଣି ଡାଳ ପତର ।ଢାଳି ଦେଲା ଫୁଲ ବୁଢା ପଳାଶ,ମାତ୍ରକ ତାହାର ନାହିଁ ସୁବାସ ।କେହି ଯେବେ ଫୁଲ ନିଏ ଛିଣ୍ଡାଇ-ଫୋପାଡ଼ି ଦିଏ ସେ ଗନ୍ଧ ନ ପାଇ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି