ଅନନ୍ତ ସାଗର
ଫକୀରମୋହନ ସେନାପତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୩
- ସ୍ଥିତି
- ସାର୍ବଜନୀନ (Public domain)
ରାଗ- ଭୂପାଳଦିବା ନିଶି ପଡ଼ି ଉଠିଛି ତ ଧାଇଁ,ଦଣ୍ଡେ ବସି ଭାଳି- ବାକୁ ବେଳ କାହିଁ?କଳ୍ପନାର ଘର ବନାଏ ମାର୍ଗରେ,ନୈରାଶ୍ୟରେ ଆଶା ବାନ୍ଧେ ଥରେ ଥରେ ।ଜୀବନସଂଗ୍ରାମ କରୁଛି ମାର୍ଗରେ,ଅନୁତାପ ଅଶ୍ରୁ ଝରେ ନୟନରେ ।ବିଷାକ୍ତ ବାଣରେ ଜଳୁଛି ହୃଦୟ,କେବେ ଅନୁଭବେଁ ସୁଖ ଶାନ୍ତିମୟ ।ଆଗ ଅନ୍ଧକାରେ ବଢ଼ାଉଛି ହାତ,ମାତ୍ରକ ନ ପାଏଁ କିଛିହିଁ ସାକ୍ଷାତ ।ପଛେ ଯା ରହିଲା ପଡ଼ିଲା ପଛରେ,ବିସ୍ତୃତ ଅନ୍ଧାର ଘୋଡ଼ାଏ କ୍ରମରେ ।ଆଗ ପଛ କରି ବହୁତ ମାନବଧାଉଁଛନ୍ତି ସଙ୍ଗେ କରେଁ ଅନୁଭବ ।ଏହିପରି ଧାଇଁ ଧାଇଁ କ୍ରମଶଃରେମିଶିଯିବି ପଡ଼ି ଅନନ୍ତ ସାଗରେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି