ଅନନ୍ତମିଳନ
ଫକୀରମୋହନ ସେନାପତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୬
- ସ୍ଥିତି
- ସାର୍ବଜନୀନ (Public domain)
ଆଷାଢଶୁକ୍ଳ ବାଣୀ୧ଈଶ୍ୱର ଅନନ୍ତ, ଅନନ୍ତ ରାଜ୍ୟ,ଗଗନ ଅନନ୍ତ, ଅନନ୍ତ କାର୍ଯ୍ୟ,ମାର୍ଗଣ ଅନନ୍ତ, ଅନନ୍ତ ପ୍ରାଣୀ,ସଂସାର ଶାନ୍ତ, ଏ କଥା ନ ଜାଣି,ତୁମ୍ଭେ ଅନୁକ୍ଷଣମୋହ ନିଦ୍ରାରେ ଅଛ ଅଚେତନ ।୨ଆସିଛ ଅନନ୍ତୁ, ଯିବ ଅନନ୍ତେ,ଚାଲିବାକୁ ହେବ ଅନନ୍ତ ପଥେ,ମୁହୂର୍ତ୍ତ ମିଳନ ଯାହା ସଙ୍ଗରେ,ବନ୍ଧୁ ବୋଲି ତାକୁ ଧର କୋଳରେ,ନ ଥାଏ ଚେତନା,ବିଚ୍ଛେଦେ ଦିନେ ଭୁଞ୍ଜିବ ଯାତନା ।୩ମାର୍ଗେ ଯା ସଙ୍ଗେ କ୍ଷଣିକ ମିଳନ,ବିଡ଼ିଛ କି ହେ ତୁମ୍ଭେ ତାହା ମନ?ଜାଣିବ ସେ ତ ସର୍ବଦା ସକାଶେନ ରହିବି କେଭେ ତୁମ୍ଭରି ପାଶେ,ଯିବ ଚାଲି କାହିଁବାହୁଡ଼ି ପଛକୁ ବେଳେ ନ ଚାହିଁ ।୪ଅନନ୍ତ ରାଜ୍ୟେ ଅନନ୍ତ ଆବାସେ,ଅନନ୍ତ ପ୍ରାଣୀ ଯାନ୍ତି ଯାହା ପାଶେ,ଅନନ୍ତ ଦ୍ରବ୍ୟେ ଅନନ୍ତ ଆଧାର,ଯାଇ ସକଳେ ହେବେ ଏକାକାର,ତହିଁ ସନ୍ଦର୍ଶନ,ଜାଣିବ ତାହା ଅନନ୍ତ ମିଳନ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି