ନିଦାଘ ସନ୍ଧ୍ୟା କାଠଯୋଡ଼ିକୂଳ- ପଥରବନ୍ଧ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୪
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳନିଭିଛି ଆଲୋକରାଶି ଦିବାକର ଅସ୍ତ,କର୍ତ୍ତବ୍ୟ ସାଧନ କରି ଦିବସ ସମସ୍ତ,ନିର୍ଜନରେ ବସି ବସି ମନର ଆକୁଳେ,ଯନ୍ତ୍ରରେ ଚାଳିତ ପରି ଗଲି ନଦୀକୂଳେ !ପଶ୍ଚିମ ଆକାଶ ଦିଶେ ଲୋହିତ ବରଣ,ବିଶ୍ରାମ ନିମନ୍ତେ ଧାଇଁଛନ୍ତି ପକ୍ଷିଗଣ,ଯେ ଭାବ ଉଦୟ ଦେଖଇ ପଶ୍ଚିମ ଆକାଶ,ମନର ସେ କଥା କରି ନ ପାରେ ପ୍ରକାଶ ।ଏତିକି ଜାଣିଲ ଏହା ଥିବ ଚିରଦିନ,ନ ରହିବ କିଛି ଦିନ ଅନ୍ତେ ମୋର ଚିହ୍ନ,ସଙ୍ଗେ ସାଥି ଥିଲେ ମୋର ଯେଉଁ ବନ୍ଧୁଗଣେ,ସେମାନଙ୍କ ମଧ୍ୟୁ କେହି ନାହାନ୍ତି ତ ଜଣେ!କେଶରୀ ଅକ୍ଷୟ କୀର୍ତ୍ତି ଏ ପ୍ରସ୍ତରବନ୍ଧ,କଟକ ସହିତ ଅଛି କେମନ୍ତ ସମ୍ବନ୍ଧ ।ଉତ୍କଳର ରାଜଧାନୀ କଟକ ନଗରୀ,ଯୁଗ ଯୁଗାନ୍ତର ବନ୍ଧ ଅଛି ରକ୍ଷା କରି ।ଅସଂଖ୍ୟ କଟକବାସୀ ମନର ଉଲ୍ଲାସେଆସୁଛନ୍ତି ବନ୍ଧେ ବାୟୁସେବନ ସକାଶେ ।ଶିକ୍ଷିତ ସମ୍ଭ୍ରାନ୍ତ ଧନୀ ତହିଁ ଅଧିକାଂଶ,ଦରିଦ୍ରେ ଆସିବେ କାହିଁ ମନରେ ଉଲ୍ଲାସ?ସଂଗ୍ରହ କରଇ ଯେବା ବହୁ କଷ୍ଟେ ଅନ୍ନ,ଆସିବ କି କରିବାକୁ ପବନ ଭକ୍ଷଣ ।କେତେ ଲୋକ ଭ୍ରମୁଛନ୍ତି ହୋଇ ଦଳ ଦଳ,ଭ୍ରମୁଛି ମଉନେ କେହି ଏକାକୀ କେବଳ ।ନଦୀକୂଳେ ପ୍ରବାହିତ ସଜଳ ପବନ,ସେ ପବନ ଲୋଭେ ଧାଇଁଛନ୍ତି ଲୋକଗଣ ।ବନ୍ଧର ଉପରେ ବସି ବିଦ୍ୟାଳୟଛାତ୍ରେଗାଆନ୍ତି ଉଲ୍ଲାସେ ବ୍ରହ୍ମସଂଗୀତ ଯେ ରାତ୍ରେ ।ଧୀରେ ଧୀରେ ଯାଇ ଚାଲି ମୁହିଁ ଶୂନ୍ୟମନେସେ ବନ୍ଧର ଏକ ସ୍ଥାନେ ବସିଲି ନିର୍ଜନେ ।ପାଶ ଦେଇ ଗଲେ ଚାଲି ଲୋକ ଅଗଣିତ,ବହୁତ ଅଜଣା, କେତେ ଅବା ପରିଚିତ ।କେତେ ହସି ହସ ମୋହ ସଙ୍ଗେ କହି କଥା,କେତେ ଗଲେ ଚାଲି ତୁନି ହୋଇ ପୋତି ମଥା ।ବହୁତ କାଳରୁ ଦେଖୁଛି ତ ଏ ରୂପରେ,କେତେ ତ ଗଲେଣି ଚାଲି ଅନନ୍ତମାର୍ଗରେ ।ଦେଖ ଆକାଶରେ ଦିଶେ ତାରକା ଆଲୋକ,ନୀଳଜଳେ ପ୍ରତିବିମ୍ବ ଦିଶେ ଝକ ଝକ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି